15.09.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ତୁମମାନଙ୍କୁ କର୍ମ-ଅକର୍ମ-ବିକର୍ମର ଗୁହ୍ୟ ଗତିର ଜ୍ଞାନ ଶୁଣାଇବା ପାଇଁ ଆସିଛନ୍ତି, ଯେତେବେଳେ ଆତ୍ମା ଏବଂ ଶରୀର ଉଭୟ ପବିତ୍ର ଥାଏ, ସେତେବେଳେ କର୍ମ ଅକର୍ମ ହୋଇଥାଏ, ପତିତ ହେବା ଦ୍ୱାରା ବିକର୍ମ ହୋଇଥାଏ ।”

ପ୍ରଶ୍ନ:-
ଆତ୍ମାରେ ଜଙ୍କ୍ ଲାଗିବାର କାରଣ କ’ଣ? ଜଙ୍କ୍ ଲାଗିଥିବା ଆତ୍ମାର ଲକ୍ଷଣ କ’ଣ ହୋଇଥିବ?

ଉତ୍ତର:-
ଜଙ୍କ ଲାଗିବାର କାରଣ ହେଲା - ବିକାର । ପତିତ ହେବା ଦ୍ୱାରା ହିଁ ଜଙ୍କ୍ ଲାଗିଥାଏ । ଯଦି ଏ ପର୍ଯ୍ୟନ୍ତ ଜଙ୍କ ଲାଗି ରହିଛି ତେବେ ତାଙ୍କର ପୁରୁଣା ଦୁନିଆ ପ୍ରତି ଆକର୍ଷଣ ହେଉଥିବ । ବୁଦ୍ଧି ବିକାର ଆଡକୁ ଯାଉଥିବ । ଯୋଗଯୁକ୍ତ ସ୍ଥିତିରେ ରହିପାରୁ ନଥିବେ ।

ଓମ୍ ଶାନ୍ତି ।
ପିଲାମାନେ ଏହାର ଅର୍ଥ ତ ବୁଝିଗଲେଣି । ଓମ୍ ଶାନ୍ତି କହିଲେ ଏହି ସ୍ମୃତି ଆସିଯାଉଛି ଯେ ଆମେ ଆତ୍ମାମାନେ ଏଠାକାର ବାସିନ୍ଦା ନୁହେଁ । ଆମେ ତ ଶାନ୍ତିଧାମର ବାସିନ୍ଦା । ଘରେ ଥିବାବେଳେ ଆମର ସ୍ୱଧର୍ମ ଥାଏ ଶାନ୍ତ, ପୁଣି ଏଠାକୁ ଆସି ଅଭିନୟ କରୁଛୁ, କାହିଁକିନା ଶରୀର ସହିତ କର୍ମ କରିବାକୁ ପଡିଥାଏ । ଭଲ, ମନ୍ଦ ଦୁଇ ପ୍ରକାରର କର୍ମ ହୋଇଥାଏ । ରାବଣ ରାଜ୍ୟରେ ମନ୍ଦ କର୍ମ ହୁଏ । ରାବଣ ରାଜ୍ୟରେ ସମସ୍ତଙ୍କର କର୍ମ ବିକର୍ମ ହୋଇଯାଇଛି । ଜଣେ ହେଲେ ମନୁଷ୍ୟ ନାହାଁନ୍ତି ଯାହାଙ୍କ ଦ୍ୱାରା ବିକର୍ମ ନ ହେଉଛି । ମନୁଷ୍ୟମାନେ ତ ଭାବୁଛନ୍ତି ସାଧୁ ସନ୍ନ୍ୟାସୀ ଆଦିଙ୍କ ଦ୍ୱାରା ବିକର୍ମ ହେଉ ନାହିଁ କାହିଁକିନା ସେମାନେ ପବିତ୍ର ରହୁଛନ୍ତି, ସନ୍ନ୍ୟାସ କରିଛନ୍ତି । ବାସ୍ତବରେ ପବିତ୍ର କାହାକୁ କୁହାଯିବ, ଏକଥା ବିଲ୍‌କୁଲ୍ ହିଁ ଜାଣିନାହାନ୍ତି । କହୁଛନ୍ତି ମଧ୍ୟ ଆମେ ପତିତ ଅଟୁ । ପତିତ ପାବନଙ୍କୁ ଡାକୁଛନ୍ତି । ସେ ନଆସିବା ପର୍ଯ୍ୟନ୍ତ ଦୁନିଆ ପବିତ୍ର ହୋଇପାରିବ ନାହିଁ । ଏହି ଦୁନିଆ ପତିତ ପୁରୁଣା ହୋଇଥିବାରୁ, ପବିତ୍ର ଦୁନିଆକୁ ମନେ ପକାଉଛନ୍ତି । ପବିତ୍ର ଦୁନିଆକୁ ଗଲେ ଆଉ ଏହି ପତିତ ଦୁନିଆକୁ ମନେ ପକାଇବେ ନାହିଁ । ସେହି ଦୁନିଆ ହିଁ ଅଲଗା ଅଟେ । ପ୍ରତ୍ୟେକ ଜିନିଷ ନୂଆ ଏବଂ ପୁରୁଣା ହୋଇଥାଏ ନା । ନୂଆ ଦୁନିଆରେ ଜଣେ ହେଲେ ବି ପତିତ ରହିବେ ନାହିଁ । ନୂଆ ଦୁନିଆର ରଚୟିତା ହେଉଛନ୍ତି ପରମପିତା ପରମାତ୍ମା, ସେ ହିଁ ପତିତ ପାବନ ଅଟନ୍ତି, ତାଙ୍କର ରଚନା ମଧ୍ୟ ନିଶ୍ଚୟ ପବିତ୍ର ହେବା ଦରକାର । ପତିତରୁ ପାବନ, ପାବନରୁ ପତିତ, କିପରି ହେଉଛେ ଏ କଥା ଦୁନିଆରେ କାହାରି ବୁଦ୍ଧିରେ ଆସିପାରିବ ନାହିଁ । କଳ୍ପ-କଳ୍ପ ବାବା ହିଁ ଆସି ବୁଝାଉଛନ୍ତି । ତୁମମାନଙ୍କ ମଧ୍ୟରେ ବି କେତେକ ସନ୍ତାନ ନିଶ୍ଚୟବୁଦ୍ଧି ହୋଇ ପୁଣି ସଂଶୟ ବୁଦ୍ଧି ହୋଇଯାଉଛନ୍ତି । ମାୟା ଏକଦମ୍ ଗ୍ରାସ କରିଦେଉଛି । ତୁମେ ମହାରଥୀ ଅଟ ନା । ମହାରଥୀମାନଙ୍କୁ ହିଁ ଭାଷଣ କରିବା ପାଇଁ ଡାକିଥା’ନ୍ତି । ମହାରାଜାମାନଙ୍କୁ ମଧ୍ୟ ବୁଝାଇବାକୁ ହେବ । ତୁମେ ହିଁ ପ୍ରଥମେ ପବିତ୍ର ପୂଜ୍ୟ ଥିଲ, ଏବେ ତ ଏହା ହେଉଛି ପତିତ ଦୁନିଆ । ପବିତ୍ର ଦୁନିଆରେ ଭାରତବାସୀ ହିଁ ଥିଲେ । ତୁମେ ଭାରତବାସୀ ଆଦି ସନାତନ ଦେବୀ ଦେବତା ଧର୍ମର ଡବଲ୍ ମୁକୁଟଧାରୀ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲ । ମହାରଥୀମାନଙ୍କୁ ତ ଏହିପରି ବୁଝାଇବାକୁ ହେବ ନା । ଏହି ନିଶାରେ ବୁଝାଇବାକୁ ପଡିଥାଏ । ଭଗବାନୁବାଚ - କାମାଗ୍ନି ଦ୍ୱାରା ଶ୍ୟାମଳ ହୋଇଯାଉଛନ୍ତି ପୁଣି ଜ୍ଞାନାଗ୍ନୀ ଦ୍ୱାରା ଗୋରା ହେବେ । ବର୍ତ୍ତମାନ ଯିଏ ବୁଝାଉଛନ୍ତି ସେ ତ କାମାଗ୍ନିରେ ଜଳିପାରିବେ ନାହିଁ । କିନ୍ତୁ ଏପରି ମଧ୍ୟ ଅଛନ୍ତି ଯିଏ ଅନ୍ୟକୁ ବୁଝାଉ ବୁଝାଉ ନିଜେ କାମାଗ୍ନିରେ ଝାସ ଦେଇ ଦେଉଛନ୍ତି । ଆଜି ବୁଝାଉଛନ୍ତି କାଲି ବିକାରଗ୍ରସ୍ତ ହୋଇ ଯାଉଛନ୍ତି । ମାୟା ବଡ ଜବରଦସ୍ତ ଅଟେ । ସେ କଥା ନ ପଚାରିଲେ ଭଲ । ଅନ୍ୟକୁ ବୁଝାଇଲାବାଲା ନିଜେ ହିଁ କାମାଗ୍ନିର ବଶୀଭୂତ ହୋଇ ଯାଉଛନ୍ତି । ପୁଣି ପଶ୍ଚାତାପ କରୁଛନ୍ତି - ଇଏ କ’ଣ ହୋଇଗଲା? ବକ୍‌ସିଙ୍ଗ୍ ଚାଲିଛି ନା । ସ୍ତ୍ରୀକୁ ଦେଖିଲେ ଆକର୍ଷଣ ଆସିଲା ପୁଣି ମୁଁହ କଳା କରିଦେଲେ । ମାୟା ବହୁତ ଦୁସ୍ତର (ଅତ୍ୟଧିକ ପ୍ରଭାବଶାଳୀ) ଅଟେ । ପ୍ରତିଜ୍ଞା କରିବା ପରେ ପତିତ ହେଉଥିବାରୁ ଶହେଗୁଣା ଦଣ୍ଡ ଭୋଗିବାକୁ ପଡୁଛି । ସେମାନେ ତ ଯେପରି ଶୂଦ୍ର ସମାନ ପତିତ ହୋଇଗଲେ । ଗାୟନ ମଧ୍ୟ ରହିଛି - ଅମୃତ ପାନ କରି ପୁଣି ବାହାରକୁ ଯାଇ ଅନ୍ୟମାନଙ୍କୁ ହଇରାଣ କରୁଥିଲେ । ବିକାରଗ୍ରସ୍ତ ହେଉଛନ୍ତି । ତାଳି ଦୁଇ ହାତରେ ବାଜିଥାଏ । ଗୋଟିଏ ହାତରେ ତ ବାଜିପାରିବ ନାହିଁ । ଉଭୟ ଖରାପ ହେଉଥିଲେ । ପୁଣି କେହି ତ ସମାଚାର ଦେଉଛନ୍ତି, କେହି ପୁଣି ଲଜ୍ଜାବଶତଃ ସମାଚାର ହିଁ ଦେଉନାହାନ୍ତି । ଭାବୁଛନ୍ତି ବ୍ରାହ୍ମଣ କୁଳରେ ନାମ ବଦନାମ ହୋଇଯିବ । ଯୁଦ୍ଧରେ କେହି ହାରିଲେ ହାହାକାର ହୋଇଯାଏ । ଆରେ ଏତେ ବଡ ପହିଲମାନଙ୍କୁ ମଧ୍ୟ ହରାଇଦେଲ! ଏହିପରି ବହୁତ ଦୁର୍ଘଟଣା ହୁଏ । ମାୟା ଚାପୁଡା ମାରିଥାଏ, ବହୁତ ବଡ ଲକ୍ଷ୍ୟ ରହିଛି ନା ।

ଏବେ ତୁମେ ପିଲାମାନେ ବୁଝାଉଛ ଯେ ଯେଉଁମାନେ ସତ୍ତ୍ୱପ୍ରଧାନ ଗୋରା ଥିଲେ, ସେହିମାନେ ହିଁ କାମ ଚିତାରେ ବସି କଳା ତମଃପ୍ରଧାନ ହୋଇଛନ୍ତି । ରାମଙ୍କୁ ମଧ୍ୟ କଳା କରିଦେଇଛନ୍ତି । ବହୁତଙ୍କ ଚିତ୍ର ତ କଳା କରିଦେଇଛନ୍ତି । କିନ୍ତୁ ମୁଖ୍ୟ ମୁଖ୍ୟଙ୍କ କଥା ବୁଝାଯାଉଛି । ଏଠାରେ ମଧ୍ୟ ରାମଚନ୍ଦ୍ରଙ୍କର କଳା ଚିତ୍ର ରହିଛି, ସେମାନଙ୍କୁ ପଚାରିବା ଦରକାର - କଳା କାହିଁକି କରିଛନ୍ତି? କହିବେ ଏହା ତ’ ଈଶ୍ୱରଙ୍କ ଭାବୀ । ଏହିପରି ପ୍ରଚଳିତ ରହିଛି । କାହିଁକି ହେଉଛି, କ’ଣ ହେଉଛି - ଏକଥା କିଛି ହେଲେ ଜାଣିନାହାନ୍ତି । ଏବେ ତୁମକୁ ବାବା ବୁଝାଉଛନ୍ତି କାମ ଚିତା ଉପରେ ବସିବା ଦ୍ୱାରା ପତିତ ଦୁଃଖୀ ହୋଇଗଲ ଗୋଟିଏ ପେନିର ଅର୍ଥାତ୍ (ପାଇ ପଇସାର) ବି ମୂଲ୍ୟ ରହିଲା ନାହିଁ । ତାହା ହେଉଛି ନିର୍ବିକାରୀ ଦୁନିଆ । ଏହା ବିକାରୀ ଦୁନିଆ । ତେଣୁ ଏହିପରି ଭାବରେ ବୁଝାଇବା ଦରକାର । ଏମାନେ ସୂର୍ଯ୍ୟବଂଶୀ, ଏମାନେ ଚନ୍ଦ୍ରବଂଶୀ, ପୁଣି ବୈଶ୍ୟବଂଶୀ ହେବାକୁ ହିଁ ପଡିବ । ବାମମାର୍ଗରେ ଯିବା ଦ୍ୱାରା ସେମାନଙ୍କୁ ଦେବତା ବୋଲି କୁହାଯାଇପାରିବ ନାହିଁ । ଜଗନ୍ନାଥଙ୍କ ମନ୍ଦିର ଉପରେ ଦେବତାମାନଙ୍କ କୁଳ ଦର୍ଶାଯାଇଛି । ପୋଷାକ ଦେବତାମାନଙ୍କ ପରି ରହିଛି କିନ୍ତୁ ଚଳଣି ବହୁତ ଖରାପ ଦର୍ଶାଯାଇଛି ।

ବାବା ଯେଉଁ କଥା ଉପରେ ଧ୍ୟାନ ଆକର୍ଷିତ କରୁଛନ୍ତି, ସେଥିପ୍ରତି ଧ୍ୟାନ ଦେବା ଦରକାର । ମନ୍ଦିରରେ ବହୁତ ସେବା ହୋଇପାରିବ । ଶ୍ରୀନାଥଦ୍ୱାରରେ ମଧ୍ୟ ବୁଝାଇପାରିବ । ପଚାରିବା ଦରକାର ଯେ ଏହାଙ୍କୁ କଳା କାହିଁକି କରିଛନ୍ତି? ଏକଥା ବୁଝାଇବା ତ’ ବହୁତ ଭଲ । ତାହା ହେଲା ସ୍ୱର୍ଣ୍ଣିମଯୁଗ, ଏହା ଲୌହଯୁଗ । ଜଙ୍କ୍ ଲାଗିଯାଉଛି ନା । ଏବେ ତୁମର ଜଙ୍କ୍ ସଫା ହେଉଛି । ଯେଉଁମାନେ ମନେ ହିଁ ପକାଉ ନାହାଁନ୍ତି ତାଙ୍କର ଜଙ୍କ ମଧ୍ୟ ସଫା ହେଉନାହିଁ । ବହୁତ ଜଙ୍କ୍ ଲାଗିଥିଲେ ତାଙ୍କର ପୁରୁଣା ଦୁନିଆ ପ୍ରତି ଆକର୍ଷଣ ରହିବ । ବିକାର ଦ୍ୱାରା ସବୁଠାରୁ ଅଧିକ ଜଙ୍କ୍ ଲାଗିଥାଏ । ଏହାଦ୍ୱାରା ହିଁ ପତିତ ହୋଇଛନ୍ତି । ନିଜର ଯାଞ୍ଚ କରିବାକୁ ହେବ - ମୋର ବୁଦ୍ଧି ବିକାର ଆଡକୁ ଆକର୍ଷିତ ହେଉ ନାହିଁ ତ? ଭଲ ଭଲ ଫାଷ୍ଟ୍‌କ୍ଲାସ୍ ପିଲାମାନେ ମଧ୍ୟ ଫେଲ୍ ହୋଇଯାଉଛନ୍ତି । ଏବେ ତୁମକୁ ଏହି ଜ୍ଞାନ ମିଳିଛି । ମୁଖ୍ୟ କଥା ହେଉଛି ପବିତ୍ରତା । ଆରମ୍ଭରୁ ନେଇ ଏହା ଉପରେ ହିଁ ଝଗଡା ହୋଇଆସୁଛି । ବାବା ହିଁ ଏହି ଯୁକ୍ତି ରଚନା କରିଛନ୍ତି - ସମସ୍ତେ କହୁଥିଲେ ଆମେ ଜ୍ଞାନ ଅମୃତ ପିଇବାକୁ ଯାଉଛୁ । ଜ୍ଞାନ ସାଗରଙ୍କ ପାଖରେ ହିଁ ଜ୍ଞାନ ଅମୃତ ରହିଛି । ଶାସ୍ତ୍ର ପଢ଼ିବା ଦ୍ୱାରା ତ କେହି ପତିତରୁ ପବିତ୍ର ହୋଇପାରିବେ ନାହିଁ । ପବିତ୍ର ହୋଇ ପୁଣି ପବିତ୍ର ଦୁନିଆକୁ ଯିବାକୁ ହେବ । ଏଠାରେ ପବିତ୍ର ହୋଇ ପୁଣି କୁଆଡେ ଯିବେ? ଲୋକେ ଭାବୁଛନ୍ତି ଅମୁକ ମୋକ୍ଷ ପାଇଗଲା । ତାଙ୍କୁ କ’ଣ ଜଣା, ଯଦି ମୋକ୍ଷ ପ୍ରାପ୍ତ କଲେ ତେବେ ତାଙ୍କର କ୍ରିୟାକର୍ମ ମଧ୍ୟ କରିବାର ଆବଶ୍ୟକତା ନାହିଁ । ଏଠାରେ ଦୀପ ଆଦି ଜଳାଉଛନ୍ତି ଯେପରି ତାଙ୍କୁ କୌଣସି ଅସୁବିଧା ନ ହେଉ । ଅନ୍ଧାରରେ ଧକ୍କା ନ ଖାଆନ୍ତୁ । ଆତ୍ମା ତ’ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ଶରୀର ଧାରଣ କରେ, ଗୋଟିଏ ସେକେଣ୍ଡର କଥା ଅଟେ । ଅନ୍ଧକାର ପୁଣି କୁଆଡୁ ଆସିଲା? ଏହି ପ୍ରଥା ପ୍ରଚଳିତ ହୋଇଆସୁଛି, ତୁମେ ମଧ୍ୟ କରୁଥିଲ, ଏବେ କିଛି ହେଲେ କରୁନାହଁ । ତୁମେ ଜାଣିଛ ଶରୀର ତ ମାଟି ହୋଇଗଲା । ସେଠାରେ ଏପରି ରୀତିନୀତି ରହିବ ନାହିଁ । ଆଜିକାଲି ରିଦ୍ଧି-ସିଦ୍ଧି କଥାରେ କିଛି ମୂଲ୍ୟ ହିଁ ନାହିଁ । ଧରିନିଅ କାହାର ଡେଣା ଲାଗିଯାଉଛି, ପୁଣି ଉଡିବାରେ ଲାଗୁଛନ୍ତି - କିନ୍ତୁ, ଏହାଦ୍ୱାରା ଫାଇଦା କ’ଣ ମିଳିବ? ବାବା ତ’ କହୁଛନ୍ତି ମୋତେ ମନେ ପକାଅ ତେବେ ବିକର୍ମ ବିନାଶ ହେବ । ଏହା ହେଉଛି ଯୋଗ ଅଗ୍ନି, ଯାହାଦ୍ୱାରା ତୁମେ ପତିତରୁ ପବିତ୍ର ହେବ । ଜ୍ଞାନ ଦ୍ୱାରା ଧନ ମିଳିଥାଏ । ଯୋଗଦ୍ୱାରା ସର୍ବଦା ସୁସ୍ଥ ପବିତ୍ର, ଜ୍ଞାନଦ୍ୱାରା ସର୍ବଦା ଧନବାନ୍ ହେଉଛ । ଯୋଗୀ ସର୍ବଦା ଦୀର୍ଘାୟୁ ହୋଇଥା’ନ୍ତି । ଭୋଗୀମାନଙ୍କର ଆୟୁଷ କମ୍ ହୋଇଥାଏ । ଶ୍ରୀକୃଷ୍ଣଙ୍କୁ ଯୋଗେଶ୍ୱର କହିଥା’ନ୍ତି । ଈଶ୍ୱରଙ୍କ ସ୍ମରଣ ଦ୍ୱାରା ସେ କୃଷ୍ଣ ହୋଇଛନ୍ତି! ତାଙ୍କୁ ସ୍ୱର୍ଗରେ ଯୋଗେଶ୍ୱର ବୋଲି କୁହାଯିବ ନାହିଁ । ସେ ତ’ ହେଲେ ରାଜକୁମାର । ପୂର୍ବ ଜନ୍ମରେ ଏହିପରି କର୍ମ କରିଛନ୍ତି, ଯାହାଦ୍ୱାରା ଏପରି ହୋଇଛନ୍ତି । କର୍ମ-ଅକର୍ମ-ବିକର୍ମର ଗତି ମଧ୍ୟ ବାବା ବୁଝାଇଛନ୍ତି । ଅଧାକଳ୍ପ ରାମରାଜ୍ୟ, ଅଧାକଳ୍ପ ରାବଣରାଜ୍ୟ ଚାଲୁଛି । ବିକାରଗ୍ରସ୍ତ ହେବା - ଏହା ସବୁଠାରୁ ବଡ ପାପ ଅଟେ । ସମସ୍ତେ ହେଉଛନ୍ତି ଭାଇ ଭଉଣୀ ନା । ଆତ୍ମାମାନେ ସବୁ ହେଲେ ଭାଇ ଭାଇ । ଭଗବାନଙ୍କର ସନ୍ତାନ ହୋଇ ପୁଣି ବିକାରୀ କର୍ମ କିପରି କରୁଛନ୍ତି । ଆମେ ବି.କେ. ବିକାରର ଅଧିନ ହୋଇ ପାରିବୁ ନାହିଁ । ଏହି ଯୁକ୍ତି ଦ୍ୱାରା ହିଁ ପବିତ୍ର ରହିପାରିବ । ତୁମେ ଜାଣିଛ ଏବେ ରାବଣ ରାଜ୍ୟ ସମାପ୍ତ ହେଉଛି, ତା’ପରେ ପ୍ରତ୍ୟେକ ଆତ୍ମା ପବିତ୍ର ହୋଇଯିବେ । ତାକୁ କୁହାଯାଉଛି - ଘରେ-ଘରେ ଖୁସିର ଆଲୋକ । ତୁମର ଜ୍ୟୋତି ଜାଗ୍ରତ ହୋଇଛି । ଜ୍ଞାନର ତୃତୀୟ ନେତ୍ର ମିଳିଛି । ସତ୍ୟଯୁଗରେ ସମସ୍ତେ ପବିତ୍ର ହିଁ ରହିବେ । ଏକଥା ମଧ୍ୟ ତୁମେ ଏବେ ବୁଝୁଛ । ଅନ୍ୟକୁ ବୁଝାଇବା ପାଇଁ ପିଲାମାନଙ୍କଠାରେ କ୍ରମାନ୍ୱୟରେ ଶକ୍ତି ରହିଛି । କ୍ରମାନ୍ୱୟରେ ଯୋଗଯୁକ୍ତ ରହୁଛନ୍ତି । ରାଜଧାନୀ କିପରି ସ୍ଥାପନ ହେଉଛି, କାହାରି ବୁଦ୍ଧିରେ ଏ କଥା ନ ଥିବ । ତୁମେ ସେନା ଅଟ ନା । ଜାଣିଛ ଯେ ଯୋଗର ବଳଦ୍ୱାରା ଆମେ ପବିତ୍ର ହୋଇ ରାଜା ରାଣୀ ହେଉଛୁ । ପୁଣି ପରଜନ୍ମରେ ଜନ୍ମରୁ ମୁଖରେ ସୁନା ଚାମଚ ରହିବ । (ଗୋଲ୍‌ଡେନ୍ ସ୍ପୁନ୍ ଇନ୍ ମାଉଥ୍ ହେବ) । କେହି ଯଦି ବଡ ପରୀକ୍ଷାରେ ପାସ୍ କରନ୍ତି ସେ ବଡ ପଦ ମଧ୍ୟ ପାଇଥା’ନ୍ତି । ଫରକ ରହୁଛି ନା, ଯେତେ ପାଠପଢ଼ା ସେତେ ସୁଖ । ଏହା ତ ଭଗବାନ ପଢ଼ାଉଛନ୍ତି । ଏହି ନିଶା ଚଢ଼ି ରହିବା ଉଚିତ୍ । ଚୋବଚିନି (ଶକ୍ତିଶାଳୀ ମାଲ) ମିଳୁଛି । ଭଗବାନଙ୍କ ବିନା ଏହିପରି ଭଗବାନ-ଭଗବତୀ କିଏ କରାଇବ । ତୁମେ ଏବେ ପତିତରୁ ପବିତ୍ର ହେଉଛ ପୁଣି ଜନ୍ମ ଜନ୍ମାନ୍ତର ପାଇଁ ସୁଖୀ ହୋଇଯିବ । ଉଚ୍ଚପଦ ପାଇବ । ପଢ଼ୁ ପଢ଼ୁ ପୁଣି ବିକାରୀ ହୋଇଯାଉଛନ୍ତି । ଦେହ ଅଭିମାନରେ ଆସିବା ଦ୍ୱାରା ପୁଣି ଜ୍ଞାନର ତୃତୀୟ ନେତ୍ର ବନ୍ଦ ହୋଇଯାଉଛି । ମାୟା ବଡ ଜବରଦସ୍ତ ଅଟେ । ବାବା ନିଜେ କହୁଛନ୍ତି ଏଥିରେ ବହୁତ ପରିଶ୍ରମ ରହିଛି । ମୁଁ କେତେ ପରିଶ୍ରମ କରୁଛି - ବ୍ରହ୍ମାଙ୍କ ଶରୀରରେ ଆସି । କିନ୍ତୁ ବୁଝିଲା ପରେ ମଧ୍ୟ କହିଦେଉଛନ୍ତି ଏମିତି କ’ଣ ହୋଇପାରିବ, ଯେ ଶିବବାବା ଆସି ପଢ଼ାଉଛନ୍ତି - ଆମେ ମାନିବୁ ନାହିଁ । ଏ ସବୁ ଚାଲାକି କଥା । ଏପରି ମଧ୍ୟ କହିଦେଉଛନ୍ତି । ରାଜତ୍ତ୍ୱ ତ ସ୍ଥାପନ ହୋଇ ହିଁ ଯିବ । କହନ୍ତି ନା ସତ୍ୟର ନୌକା ହଲିବ କିନ୍ତୁ ବୁଡିବ ନାହିଁ । କେତେ ବିଘ୍ନ ପଡୁଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯୋଗର ଅଗ୍ନି ଦ୍ୱାରା ବିକାରର କଳଙ୍କିକୁ ସଫା କରିବାକୁ ହେବ । ନିଜର ଯାଞ୍ଚ କରିବାକୁ ହେବ ଯେ ମୋର ବୁଦ୍ଧି ବିକାର ଆଡକୁ ଯାଉନାହିଁ ତ’?

(୨) ନିଶ୍ଚୟବୁଦ୍ଧି ହେବା ପରେ ପୁଣି କେବେ ବି କୌଣସି କଥାରେ ସଂଶୟ ଆଣିବା ଉଚିତ୍ ନୁହେଁ । ବିକର୍ମରୁ ରକ୍ଷା ପାଇବା ପାଇଁ ଯେ କୌଣସି କର୍ମ ନିଜର ସ୍ୱଧର୍ମରେ ସ୍ଥିତ ହୋଇ ବାବାଙ୍କର ସ୍ମୃତିରେ ରହି କରିବାକୁ ହେବ ।

ବରଦାନ:-
ଶ୍ରେଷ୍ଠ ପାଳନାର ବିଧି ଦ୍ୱାରା ବୃଦ୍ଧି କରୁଥିବା ସମସ୍ତଙ୍କର ଅଭିନନ୍ଦନର ପାତ୍ର ହୁଅ ।

ସଂଗମଯୁଗ ଅଭିନନ୍ଦନ ଆଧାରରେ ବୃଦ୍ଧି ପ୍ରାପ୍ତ କରିବାର ଯୁଗ ଅଟେ । ବାବାଙ୍କର ତଥା ପରିବାରର ଅଭିନନ୍ଦନ ଏବଂ ଆଶୀର୍ବାଦ ଆଧାରରେ ହିଁ ତୁମେ ପିଲାମାନେ ପାଳିତ ହେଉଛ । ଅଭିନନ୍ଦନର ଖୁସିରେ ନାଚୁଛ, ଗାଉଛ, ପାଳିତ ହେଉଛ ଏବଂ ଉଡିଚାଲିଛ । ତେବେ ଏହି ପାଳନା ମଧ୍ୟ ବିଚିତ୍ର ଅଟେ । ତୁମେ ପିଲାମାନେ ମଧ୍ୟ ଉଦାର ହୃଦୟରେ, ଦୟାର ଭାବନାରେ, ଦାତା ହୋଇ ସବୁ ସମୟରେ ପରସ୍ପରକୁ ବହୁତ ଭଲ, ବହୁତ ଭଲ କହି ଅଭିନନ୍ଦନ ଦେଇଚାଲ - ଏହା ହିଁ ହେଉଛି ପାଳନା ଦେବାର ଶ୍ରେଷ୍ଠ ବିଧି । ଯଦି ଏହି ବିଧି ଦ୍ୱାରା ସମସ୍ତଙ୍କୁ ପାଳନା ଦେଇଚାଲିବ, ତେବେ ଅଭିନନ୍ଦନ ପାଇବାର ପାତ୍ର ହୋଇଯିବ ।

ସ୍ଲୋଗାନ:-
ନିଜର ସ୍ୱଭାବକୁ ସରଳ କରିଦେବା - ଏହା ହିଁ ହେଉଛି ସମାଧାନ ସ୍ୱରୂପ ହେବାର ସହଜ ବିଧି ।

ଅବ୍ୟକ୍ତ ଈଶାରା:- ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।

ତୁମମାନଙ୍କ ପାଖରେ ପବିତ୍ରତାର ଯେଉଁ ମହାନ ଶକ୍ତି ରହିଛି, ସେହି ଶ୍ରେଷ୍ଠ ଶକ୍ତି ହିଁ ଅଗ୍ନିର କାମ କରୁଛି ଯାହାକି ଗୋଟିଏ ସେକେଣ୍ଡ ଭିତରେ ବିଶ୍ୱ ରୂପୀ ଆବର୍ଜନାକୁ ଅର୍ଥାତ୍ ପୁରୁଣା ଦୁନିଆକୁ ଭସ୍ମ କରିପାରିବ । ଯେତେବେଳେ ଆତ୍ମା ପବିତ୍ରତାର ସମ୍ପୂର୍ଣ୍ଣ ସ୍ଥିତିରେ ସ୍ଥିତ ହୋଇଯାଏ, ସେହି ସ୍ଥିତିର ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ଲଗନର ଅଗ୍ନି ପ୍ରଜ୍ୱଳିତ ହୋଇଥାଏ ଏବଂ ସାରା ଆବର୍ଜନା ଭସ୍ମ ହୋଇଯାଇଥାଏ, ବାସ୍ତବରେ ଏହା ହିଁ ହେଉଛି ଯୋଗର ଜ୍ୱାଳା । ଏବେ ତୁମେମାନେ ନିଜର ଏହି ଶ୍ରେଷ୍ଠ ଶକ୍ତିକୁ କାର୍ଯ୍ୟରେ ଲଗାଅ ।