15.09.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମେ
ଭବିଷ୍ୟତ ନୂଆ ଦୁନିଆ ପାଇଁ ନିଜର ଭାଗ୍ୟ ଗଢୁଛ, ତୁମର ଏହି ରାଜଯୋଗ ନୂଆ ଦୁନିଆ ପାଇଁ ହିଁ
ଉଦ୍ଧିଷ୍ଟ ।”
ପ୍ରଶ୍ନ:-
ଭାଗ୍ୟବାନ
ସନ୍ତାନମାନଙ୍କର ମୁଖ୍ୟ ଲକ୍ଷଣ ସବୁ କ’ଣ ହୋଇଥିବ?
ଉତ୍ତର:-
(୧) ଭାଗ୍ୟବାନ ସନ୍ତାନମାନେ ନିୟମ ଅନୁସାରେ ଶ୍ରୀମତରେ ଚାଲିବେ । କୌଣସି ବି ନିୟମ ବିରୁଦ୍ଧ କାମ
କରି ନିଜକୁ ବା ବାବାଙ୍କୁ ଠକିବେ ନାହିଁ । (୨) ସେମାନଙ୍କର ପାଠପଢା ପ୍ରତି ପୂର୍ଣ୍ଣ ମାତ୍ରାରେ
ସଉକ ରହିଥିବ । ବୁଝାଇବାର ସଉକ ମଧ୍ୟ ଥିବ । (୩) ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ
ଉତ୍ତୀର୍ଣ୍ଣ ହୋଇ ବୃତ୍ତି ନେବାର ପୁରୁଷାର୍ଥ କରିବେ । (୪) କେବେ କାହାକୁ ଦୁଃଖ ଦେବେ ନାହିଁ ।
କେବେ କୌଣସି ଓଲଟା କର୍ମ କରିବେ ନାହିଁ ।
ଗୀତ:-
ତକଦୀର ଜଗାକର
ଆଇ ହୁଁ...
ଓମ୍ ଶାନ୍ତି ।
ମିଠା-ମିଠା
ରୁହାନୀ ସନ୍ତାନମାନେ ଗୀତ ଶୁଣିଲେ । ନୂଆମାନେ ଶୁଣିଲେ ତ ପୁରୁଣାମାନେ ମଧ୍ୟ ଶୁଣିଲେ,
କୁମାରୀମାନେ ମଧ୍ୟ ଶୁଣିଲେ । ଏହା ପାଠଶାଳା ଅଟେ । ପାଠଶାଳାକୁ କେହି ନା କେହି ଭାଗ୍ୟ ଗଢିବାକୁ
ଯାଇଥାନ୍ତି । ସେଠାରେ ତ ଅନେକ ପ୍ରକାରର ଭାଗ୍ୟ ରହିଛି, କେହି ଡାକ୍ତର, କେହି ବାରିଷ୍ଟର ହେବାର
ଭାଗ୍ୟ ଗଢୁଛନ୍ତି । ଭାଗ୍ୟକୁ ଏମ୍ ଅବଜେକ୍ଟ ଅର୍ଥାତ୍ ଲକ୍ଷ୍ୟ ଓ ଉଦ୍ଦେଶ୍ୟ କୁହାଯାଉଛି । ଭାଗ୍ୟ
ନ ଗଢିବାର ଥିଲେ ପାଠଶାଳାରେ କ’ଣ ପଢିବେ । ଏବେ ପିଲାମାନେ ମଧ୍ୟ ଜାଣିଛନ୍ତି ଯେ ଆମେମାନେ ବି
ଭାଗ୍ୟ ଗଢି କରି ଆସିଛୁ - ନୂଆ ଦୁନିଆ ପାଇଁ ନିଜର ରାଜ୍ୟ ଭାଗ୍ୟ ନେବାକୁ ଆସିଛୁ । ଏହା ହେଉଛି
ନୂଆ ଦୁନିଆରେ ରାଜ ପଦ ନେବା ପାଇଁ ରାଜଯୋଗ । ସେମାନେ ପୁରୁଣା ଦୁନିଆ ପାଇଁ ବାରିଷ୍ଟର,
ଇଞ୍ଜିନିୟର, ସର୍ଜନ ଆଦି ହେଉଛନ୍ତି । ତାହା ହେଉ ହେଉ, ଏବେ ପୁରୁଣା ଦୁନିଆର ସମୟ ବହୁତ ଅଳ୍ପ
ରହିଛି, ତାହା ତ ଶେଷ ହୋଇଯିବ । ସେହି ଭାଗ୍ୟ ଏହି ମୃତ୍ୟୁଲୋକରେ ଏହି ଜନ୍ମ ପାଇଁ ଉଦ୍ଧିଷ୍ଟ ।
ତୁମର ପାଠପଢା ହେଲା ନୂଆ ଦୁନିଆ ପାଇଁ । ତୁମେ ନୂଆ ଦୁନିଆ ପାଇଁ ଭାଗ୍ୟ ଗଢିକରି ଆସିଛ । ନୂଆ
ଦୁନିଆରେ ତୁମକୁ ରାଜ୍ୟ-ଭାଗ୍ୟ ମିଳିବ । ତୁମକୁ କିଏ ପାଠ ପଢାଉଛନ୍ତି? ବେହଦର ବାବା,
ଯାହାଙ୍କଠାରୁ ହିଁ ବର୍ସା ପାଇବ । ଯେପରି ଡାକ୍ତରମାନଙ୍କୁ ନିଜର ପାଠପଢା ଦ୍ୱାରା ଡାକ୍ତରୀର
ବର୍ସା ମିଳିଥାଏ । ଆଚ୍ଛା ପୁଣି ବୁଢା ହେଲେ ଗୁରୁଙ୍କ ପାଖକୁ ଯାଇଥାନ୍ତି । ସେମାନେ କ’ଣ
ଚାହିଁଥାଆନ୍ତି? କହନ୍ତି ଆମକୁ ଶାନ୍ତିଧାମକୁ ଯିବାର ଶିକ୍ଷା ଦିଅ, ଆମକୁ ସଦ୍ଗତି ଦିଅ । ଏଠାରୁ
ଉଦ୍ଧାର କରି ଶାନ୍ତିଧାମକୁ ନେଇଚାଲ । ତେଣୁ ବାବାଙ୍କଠାରୁ ମଧ୍ୟ ବର୍ସା ମିଳୁଛି - ଏହି ଜନ୍ମ
ପାଇଁ । ବାକି ଗୁରୁଙ୍କ ଠାରୁ ତ ଆଉ କିଛି ମିଳୁନାହିଁ । ଶିକ୍ଷକଙ୍କଠାରୁ କିଛି ନା କିଛି ବର୍ସା
ପାଇଥାନ୍ତି କାହିଁକି ନା ଆଜୀବିକା ତ ଦରକାର ନା । ବାପର ସମ୍ପତ୍ତି ଥାଇ ମଧ୍ୟ ପାଠ ପଢିଥାନ୍ତି
କି ଆମେ ମଧ୍ୟ ନିଜର ରୋଜଗାର କରିବୁ । ଗୁରୁଙ୍କଠାରୁ କିଛି ରୋଜଗାର ହେଉନାହିଁ । ହଁ, କେହି-କେହି
ଗୀତାକୁ ଭଲ ଭାବରେ ପଢି ଗୀତା ଉପରେ ଭାଷଣ କରିଥାନ୍ତି । ଏସବୁ ହେଲା ଅଳ୍ପକାଳର ସୁଖ ପାଇଁ ।
ବର୍ତ୍ତମାନ ତ ଏହି ମୃତ୍ୟୁଲୋକର ଅନ୍ତ ଅଟେ । ତୁମେ ଜାଣିଛ ଯେ ଆମେ ନୂଆ ଦୁନିଆର ଭାଗ୍ୟ ଗଢିବାକୁ
ଆସିଛୁ । ଏହି ପୁରୁଣା ଦୁନିଆ ଶେଷ ହୋଇଯିବ । ପିତା ତଥା ନିଜର ସମ୍ପତ୍ତି ସବୁ ଭସ୍ମ ହୋଇଯିବ ।
ତୁମେମାନେ ଖାଲି ହାତରେ ଯିବ । ଏବେ ତ ନୂଆ ଦୁନିଆ ପାଇଁ ରୋଜଗାର ଦରକାର । ପୁରୁଣା ଦୁନିଆର
ମନୁଷ୍ୟମାନେ ତ ତାହା କରିପାରିବେ ନାହିଁ । ନୂଆ ଦୁନିଆର ରୋଜଗାର ଶିବବାବା ହିଁ କରାଇଥା’ନ୍ତି ।
ଏଠାକୁ ତୁମେ ନୂଆ ଦୁନିଆ ପାଇଁ ଭାଗ୍ୟ ଗଢିବାକୁ ଆସିଛ । ସେହି ବାବା, ତୁମର ବାପ, ଶିକ୍ଷକ, ଗୁରୁ
ମଧ୍ୟ ଅଟନ୍ତି । ଆଉ ସେ ହିଁ ସଂଗମରେ ଆସୁଛନ୍ତି, ଭବିଷ୍ୟତ ନିମନ୍ତେ ରୋଜଗାର ଶିଖାଇବା ପାଇଁ ।
ବର୍ତ୍ତମାନ ତୁମେ ଏହି ପୁରୁଣା ଦୁନିଆରେ ତ ଅଳ୍ପଦିନ ରହିବ । ଏକଥା ଦୁନିଆର ମନୁଷ୍ୟମାନେ ଜାଣି
ନାହାଁନ୍ତି ।
ତୁମେ ସନ୍ତାନମାନେ
ଜାଣିଛ ଯେ ନୂଆ ଦୁନିଆ ପାଇଁ ସେ ଆମର ବାପ, ଶିକ୍ଷକ, ସତଗୁରୁ ମଧ୍ୟ ଅଟନ୍ତି । ବାବା ଆସୁଛନ୍ତି
ଶାନ୍ତିଧାମ, ସୁଖଧାମକୁ ନେଇ ଯିବା ପାଇଁ । କେହି ନିଜର ଭାଗ୍ୟ ଗଢୁ ନାହାଁନ୍ତି ଅର୍ଥାତ୍ କିଛି
ବି ବୁଝୁ ନାହାଁନ୍ତି । ଗୋଟିଏ ଘରେ ସ୍ତ୍ରୀ ପଢୁଛି, ପୁରୁଷ ପଢୁନାହିଁ, ପିଲାମାନେ ପଢୁଛନ୍ତି
ମା-ବାପ ପଢୁନାହାଁନ୍ତି । ଏହିପରି ହୋଇ ଚାଲିଛି । ଆରମ୍ଭରୁ ପରିବାର ଦରକାର ସମସ୍ତେ ଆସୁଥିଲେ ।
କିନ୍ତୁ ମାୟାର ତୋଫାନ ଲାଗିବା ଦ୍ୱାରା ଆଶ୍ଚର୍ଯ୍ୟ ହୋଇ ଶୁଣିଲେ, କହିଲେ ପୁଣି ବାବାଙ୍କୁ ଛାଡି
ଚାଲିଗଲେ । ଗାୟନ ବି ରହିଛି ଆଶ୍ଚର୍ଯ୍ୟ ଭାବେ ଶୁଣନ୍ତି, କୁହନ୍ତି ବାବାଙ୍କର ହୁଅନ୍ତି, ପାଠ
ପଢାନ୍ତି ତଥାପି ମଧ୍ୟ... ହାୟ ଡ୍ରାମାର ଖେଳ । ଏହା ଡ୍ରାମାର ହିଁ କଥା ହେଲା ନା । ବାବା ସ୍ୱୟଂ
କହୁଛନ୍ତି ଅହୋ ଡ୍ରାମା, ଅହୋ ମାୟା । କାହାକୁ ଛାଡପତ୍ର ଦେଲେ! ସ୍ତ୍ରୀ-ପୁରୁଷ ପରସ୍ପରକୁ
ଛାଡପତ୍ର ଦେଇଥାନ୍ତି । ପିଲାମାନେ ବାବାଙ୍କୁ ଛାଡି ଦେଉଛନ୍ତି । ଏଠାରେ ତ ସେ କଥା ନାହିଁ ।
ଏଠାରେ ତ ଛାଡପତ୍ର ଦେଇପାରିବେ ନାହିଁ । ବାବା ତ ଆସିଛନ୍ତି ପିଲାମାନଙ୍କୁ ସଚ୍ଚା ରୋଜଗାର କରାଇବା
ପାଇଁ । ବାବା କାହାକୁ ଖାଲରେ ପକାଇବେ ନାହିଁ । ବାବା ପତିତ-ପାବନ, ଦୟାର ସାଗର ଅଟନ୍ତି । ବାବା
ଆସି ଦୁଃଖରୁ ମୁକ୍ତ କରି ଗାଇଡ୍ ହୋଇ ସାଥିରେ ନେଇଯାଉଛନ୍ତି । କୌଣସି ଲୌକିକ ଗୁରୁ ଏପରି କହିବେ
ନାହିଁ ଯେ ମୁଁ ତୁମକୁ ସାଥିରେ ନେଇଯିବି । ଶାସ୍ତ୍ରରେ ଅଛି ଭଗବାନୁବାଚ - କି ମୁଁ ତୁମ
ସମସ୍ତଙ୍କୁ ନେଇଯିବି । ମଶା ସଦୃଶ ସମସ୍ତେ ଯିବେ । ତୁମେ ସନ୍ତାନମାନେ ଭଲ ଭାବରେ ଜାଣିଛ ଯେ ଏବେ
ଆମକୁ ଘରକୁ ଯିବାକୁ ହେବ । ଏହି ଶରୀର ଛାଡିବାକୁ ପଡିବ । ନିଜେ ମଲେ ଦୁନିଆ ତୁମ ପାଇଁ ସମାପ୍ତ
ହୋଇଗଲା । ନିଜକୁ କେବଳ ଆତ୍ମା ନିଶ୍ଚୟ କରି ବାବାଙ୍କୁ ୟାଦ କରିବାକୁ ହେବ । ଏହା ତ ପୁରୁଣା
ଛି-ଛି ଶରୀର । ଏହି ଦୁନିଆ ମଧ୍ୟ ପୁରୁଣା ଅଟେ । ଯେପରି ପୁରୁଣା ଘରେ ରହି, ନୂଆ ଘର ତିଆରି ହେଲେ
ବାପ ସହିତ ପିଲାମାନେ ମଧ୍ୟ ଭାବନ୍ତି ଯେ ଆମ ପାଇଁ ତିଆରି ହେଉଛି । ତେଣୁ ବୁଦ୍ଧି ନୂଆ ଘର ଆଡକୁ
ଚାଲି ଯାଇଥାଏ । ଏଥିରେ ଏମିତି ସବୁ କର, ଏହି ଜିନିଷ ଲଗାଅ । ବୁଦ୍ଧି ସେଥିରେ ହିଁ ଲାଗି ରହିଥାଏ,
ପୁଣି ପୁରୁଣା ଘରକୁ ଭାଙ୍ଗି ଦେଇଥାନ୍ତି । ସବୁ ମମତ୍ୱ ପୁରୁଣାରୁ ତୁଟାଇ ନୂଆରେ ଲଗାଇଥାନ୍ତି ।
ଏହା ହେଉଛି ବେହଦ ଦୁନିଆର କଥା । ଏହି ପୁରୁଣା ଦୁନିଆରୁ ମମତ୍ତ୍ୱ ତୁଟାଇ ନୂଆ ଦୁନିଆରେ ଲଗାଇବାକୁ
ହେବ । ଜାଣିଛନ୍ତି ଯେ ଏହି ପୁରୁଣା ଦୁନିଆ ଶେଷ ହୋଇଯିବ । ନୂଆ ଦୁନିଆ ହେଉଛି ସ୍ୱର୍ଗ । ସେଥିରେ
ଆମେ ରାଜା ପଦ ପାଇବୁ । ଯେତେ ଯୋଗରେ ରହି, ଜ୍ଞାନର ଧାରଣା କରି ଅନ୍ୟକୁ ବୁଝାଇବ, ସେତେ ଖୁସିର
ନିଶା ଚଢିବ । ଏହା ବହୁତ ବଡ ପରୀକ୍ଷା ଅଟେ । ଆମେ ୨୧ ଜନ୍ମ ପାଇଁ ବର୍ସା ପାଉଛୁ । ସାହୁକାର ହେବା
ଭଲ ନା । ବଡ ଆୟୁଷ ମିଳିଲେ ଭଲ । ସୃଷ୍ଟିଚକ୍ରକୁ ଯେତେ ୟାଦ କରିବା, ଯେତେ ଜଣଙ୍କୁ ନିଜ ସମାନ
କରାଇବା ସେତେ ଫାଇଦା ହେବ । ରାଜା ହେବାକୁ ହେଲେ ପ୍ରଜା ମଧ୍ୟ ତିଆରି କରିବାକୁ ହେବ ।
ପ୍ରଦର୍ଶନୀକୁ ଢେର ଆସୁଛନ୍ତି, ସେମାନେ ସମସ୍ତେ ପ୍ରଜା ହେବେ, କାହିଁକି ନା ଏହି ଅବିନାଶୀ
ଜ୍ଞାନର ବିନାଶ ହୁଏ ନାହିଁ । ବୁଦ୍ଧିରେ ଆସିବ - ଆମେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେବୁ
। ବର୍ତ୍ତମାନ ରାମରାଜ୍ୟର ସ୍ଥାପନା ହେଉଛି, ପୁଣି ରାବଣ ରାଜ୍ୟର ବିନାଶ ହୋଇଯିବ । ସତ୍ୟଯୁଗରେ ତ
ଦେବତାମାନେ ହିଁ ରହିବେ ।
ବାବା ବୁଝାଇଥିଲେ -
ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର ଯିଏ ତିଆରି କରୁଛନ୍ତି, ସେଥିରେ ଲେଖିବା ଦରକାର ଯେ ପୂର୍ବ ଜନ୍ମରେ
ଇଏ ତମୋପ୍ରଧାନ ଦୁନିଆରେ ଥିଲେ ପୁଣି ଏହି ପୁରୁଷାର୍ଥ କରିବା ଦ୍ୱାରା ତମୋପ୍ରଧାନ ଦୁନିଆରୁ
ସତ୍ତ୍ୱପ୍ରଧାନ ବିଶ୍ୱର ମାଲିକ ହେବେ । ସେଠାରେ ରାଜା-ପ୍ରଜା ସମସ୍ତେ ମାଲିକ ହେବେ ନା । ପ୍ରଜା
ମଧ୍ୟ କହିବେ ଭାରତ ଆମର ସବୁଠାରୁ ଉଚ୍ଚ ଅଟେ । ବାସ୍ତବରେ ଭାରତ ହିଁ ସବୁଠାରୁ ଉଚ୍ଚ ଥିଲା । ଏବେ
ନାହିଁ, ନିଶ୍ଚିତ ପୂର୍ବରୁ ଥିଲା । ଏବେ ତ ବିଲ୍କୁଲ୍ ଗରିବ ହୋଇଯାଇଛି । ପ୍ରାଚୀନ ଭାରତ
ସବୁଠାରୁ ସାହୁକାର ଥିଲା । ଆମେ ଭାରତବାସୀମାନେ ସବୁଠାରୁ ଉଚ୍ଚ ଦେବତା କୂଳର ଥିଲୁ । ଅନ୍ୟ
କାହାକୁ ଦେବୀ-ଦେବତା କୁହାଯାଉନାହିଁ । ଏବେ ତୁମେ କନ୍ୟାମାନେ ମଧ୍ୟ ପାଠ ପଢୁଛ, ପୁଣି
ଅନ୍ୟମାନଙ୍କୁ ବୁଝାଇବାକୁ ପଡିବ । ବାବା ନିର୍ଦ୍ଦେଶ ଦେଇଛନ୍ତି ନା । କିପରି ପ୍ରଦର୍ଶନୀ ପାଇଁ
ଚିଠି ଦିଆଯିବ, ତାହା ଲେଖି କରି ଆଣ । ତୁମ ପାଖରେ ଚିତ୍ର ମଧ୍ୟ ଅଛି, ତୁମେ ସିଦ୍ଧ କରି ବୁଝାଇ
ପାରିବ ଯେ ଏମାନେ ଏହି ପଦ କିପରି ପାଇଲେ । ଏବେ ପୁନର୍ବାର ଶିବବାବାଙ୍କ ଦ୍ୱାରା ଏହି ପଦ
ପାଉଛନ୍ତି । ତାଙ୍କର ଚିତ୍ର ମଧ୍ୟ ଅଛି । ଶିବ ହେଉଛନ୍ତି ପରମପିତା ପରମାତ୍ମା । ବ୍ରହ୍ମା,
ବିଷ୍ଣୁ, ଶଙ୍କରଙ୍କର ମଧ୍ୟ ଚିତ୍ର ଅଛି । ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା
କରୁଛନ୍ତି । ବିଷ୍ଣୁପୁରୀ ସମ୍ମୁଖରେ ରହିଛି । ବିଷ୍ଣୁଙ୍କ ଦ୍ୱାରା ନୂଆ ଦୁନିଆର ପାଳନା ହେଉଛି ।
ବିଷ୍ଣୁ ହେଲେ ରାଧା-କୃଷ୍ଣଙ୍କର ଯୁଗଳ ରୂପ । ତେବେ ଗୀତାର ଭଗବାନ କିଏ? ପ୍ରଥମେ ତ ଏହି କଥା ଲେଖ
ଯେ ଗୀତାର ଭଗବାନ ନିରାକାର ଶିବ ଅଟନ୍ତି ନା କି କୃଷ୍ଣ, ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା
କିପରି ହୋଇଛନ୍ତି । ଗୋଟିଏ ଚିତ୍ର ଉପରେ ବୁଝାଇବାରେ କେତେ ସମୟ ଲାଗୁଛି । ଯେପରି ବୁଦ୍ଧିରେ ଏହି
କଥା ରହିବ । ପ୍ରଥମେ-ପ୍ରଥମେ ତ ଏହିକଥା ବୁଝାଇ ପୁଣି ଲେଖିବା ଦରକାର ।
ବାବା କହୁଛନ୍ତି -
ବ୍ରହ୍ମାଙ୍କ ଦ୍ୱାରା ତୁମକୁ ଯୋଗବଳ ଦ୍ୱାରା ୨୧ ଜନ୍ମର ଅଧିକାର ମିଳୁଛି । ଶିବବାବା ବ୍ରହ୍ମାଙ୍କ
ଦ୍ୱାରା ବର୍ସା ଦେଉଛନ୍ତି । ପ୍ରଥମେ-ପ୍ରଥମେ ବ୍ରହ୍ମାଙ୍କ ଆତ୍ମା ଶୁଣୁଛି । ଆତ୍ମା ହିଁ ଧାରଣ
କରୁଛି । ଏହା ହିଁ ହେଉଛି ମୂଳକଥା । ଚିତ୍ର ତ ଶିବଙ୍କର ଦେଖାଉଛନ୍ତି । ଇଏ ହେଉଛନ୍ତି ପରମପିତା
ପରମାତ୍ମା ଶିବ, ପୁଣି ପ୍ରଜାପିତା ବ୍ରହ୍ମା ତ ନିଶ୍ଚିତ ରହିବା ଦରକାର । ଏଠାରେ ପ୍ରଜାପିତା
ବ୍ରହ୍ମାଙ୍କର ସନ୍ତାନ ବ୍ରହ୍ମାକୁମାର-କୁମାରୀ ଢେର ଅଛନ୍ତି । ଯେ ପର୍ଯ୍ୟନ୍ତ ବ୍ରହ୍ମାଙ୍କର
ସନ୍ତାନ ନ ହୋଇଛ, ବ୍ରାହ୍ମଣ ନ ହୋଇଛ ତେବେ ଶିବବାବାଙ୍କଠାରୁ ବର୍ସା କିପରି ନେବ । ଦୈହିକ ଜନ୍ମ
ତ ହୋଇପାରିବ ନାହିଁ । ମୁଖ ବଂଶାବଳୀର ମଧ୍ୟ ଗାୟନ ରହିଛି । ତୁମେ କହୁଛ ଆମେ ପ୍ରଜାପିତା
ବ୍ରହ୍ମାଙ୍କର ମୁଖବଂଶାବଳୀ ଅଟୁ । ସେମାନେ ଗୁରୁଙ୍କର ଚେଲା ଅଥବା ଅନୁଗାମୀ ହୋଇଥାନ୍ତି । ଏଠାରେ
ତୁମେ ଜଣଙ୍କୁ ହିଁ ପିତା, ଶିକ୍ଷକ, ସତ୍ଗୁରୁ ବୋଲି କହୁଛ । ତାହା ପୁଣି ତାଙ୍କୁ ହିଁ କହୁଛ
ଯିଏକି ନିରାକାର ଶିବବାବା ଜ୍ଞାନର ସାଗର, ନଲେଜଫୁଲ ଅଟନ୍ତି । ଯିଏ ସାରା ସୃଷ୍ଟିର
ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଉଛନ୍ତି । ସିଏ ଶିକ୍ଷକ ବି ଅଟନ୍ତି । ନିରାକାର ଆସି ସାକାରଙ୍କ
ଦ୍ୱାରା ଜ୍ଞାନ ଶୁଣାଉଛନ୍ତି । ଆତ୍ମା ହିଁ କହୁଛି ନା । ଆତ୍ମା କହୁଛି ମୋ ଶରୀରକୁ ବିରକ୍ତ କରାଅ
ନାହିଁ । ଆତ୍ମା ଦୁଃଖୀ ହେଉଛି । ବର୍ତ୍ତମାନ ଆତ୍ମା ପତିତ ହୋଇଯାଇଛି । ପତିତଙ୍କୁ ପାବନ ପରମପିତା
ପରମାତ୍ମା ହିଁ କରାଇବେ । ଆତ୍ମା ଡାକୁଛି ହେ ପତିତ-ପାବନ, ହେ ଈଶ୍ୱର ପିତା । ଲୌକିକ ପିତା ତ
ଅଛନ୍ତି, ତେବେ ୟାଦ କାହାକୁ କରୁଛନ୍ତି । ଆତ୍ମା କହୁଛନ୍ତି ଇଏ ମୋର ଆତ୍ମାର ପିତା ଅଟନ୍ତି ।
ସିଏ ଶରୀରର ପିତା । ବୁଝାଯାଉଛି ଯେ ଆତ୍ମାର ପିତା ଯିଏ ନିରାକାର ଅଟନ୍ତି, ସିଏ ବଡ ନାଁ ଶରୀରର
ରଚୟିତା ସାକାର ପିତା ବଡ? ସାକାର ତ ନିରାକାରଙ୍କୁ ୟାଦ କରିଥାନ୍ତି । ଏବେ ସମସ୍ତଙ୍କୁ ବୁଝାଯାଉଛି,
ଯେତେବେଳେ କି ବିନାଶ ସମ୍ମୁଖରେ ଦଣ୍ଡାୟମାନ । ପାରଲୌକିକ ବାବା ଆସୁଛନ୍ତି ଅନ୍ତ ସମୟରେ,
ସମସ୍ତଙ୍କୁ ଘରକୁ ଫେରାଇ ନେଇଯିବା ପାଇଁ । ବାକି ଯାହା କିଛି ବି ଅଛି ସବୁ ବିନାଶ ହୋଇଯିବ, ଏହାକୁ
ମୃତ୍ୟୁଲୋକ କୁହାଯାଉଛି । କେହି ମୃତ୍ୟୁବରଣ କଲେ କହନ୍ତି ଅମୁକ ପରଲୋକ ପ୍ରାପ୍ତ କଲେ,
ଶାନ୍ତିଧାମ ଗଲେ । ମନୁଷ୍ୟମାନଙ୍କୁ ଜଣାନାହିଁ ଯେ ପରଲୋକ ସତ୍ୟଯୁଗକୁ କୁହାଯାଉଛି ନା
ଶାନ୍ତିଧାମକୁ? ସତ୍ୟଯୁଗ ତ ଏହିଠାରେ ହୋଇଥାଏ । ତେବେ ପରଲୋକ, ଶାନ୍ତିଧାମକୁ କୁହାଯିବ । ଏହି କଥା
ବୁଝାଇବା ପାଇଁ ବଡ ଯୁକ୍ତି ଦରକାର । ମନ୍ଦିରକୁ ଯାଇ ସେଠାରେ ବୁଝାଇବା ଦରକାର । ଏହା
ଶିବବାବାଙ୍କର ସ୍ମୃତିଚିହ୍ନ, ଯେଉଁ ଶିବବାବା ଆମକୁ ପାଠ ପଢାଉଛନ୍ତି । ବାସ୍ତବରେ ଶିବ ହେଉଛନ୍ତି
ବିନ୍ଦୁ । କିନ୍ତୁ ବିନ୍ଦୁର ପୂଜା କିପରି କରିବ । ଫଳଫୁଲ ଆଦି କିପରି ଚଢାଯିବ, ସେଥିପାଇଁ ବଡ
ରୂପ ତିଆରି କରାଯାଇଛି । ତାଙ୍କର ଏତେ ବଡ ରୂପ ହୋଇ ନ ଥାଏ । ଗାୟନ ବି ରହିଛି ଭ୍ରୁକୁଟୀ ମଧ୍ୟରେ
ଚମକୁଛି ଅଜବ ସିତାରା... ବଡ ଜିନିଷ ହୋଇଥିଲେ ବୈଜ୍ଞାନିକମାନେ ତୁରନ୍ତ ତାକୁ ଧରିପାରିଥାନ୍ତେ ।
ବାବା ବୁଝାଉଛନ୍ତି ସେମାନଙ୍କୁ ପରମପିତା ପରମାତ୍ମାଙ୍କର ପୁରା ପରିଚୟ ମିଳିନାହିଁ । ଯେବେ ଭାଗ୍ୟ
ଖୋଲିବ ତେବେ ପରିଚୟ ପାଇବେ, ଏବେ ଭାଗ୍ୟ ହିଁ ଖୋଲି ନାହିଁ । ଯେ ପର୍ଯ୍ୟନ୍ତ ବାବାଙ୍କୁ ଜାଣି
ନାହାଁନ୍ତି ଏକଥା ବୁଝି ନାହାଁନ୍ତି ଯେ ଆମର ଆତ୍ମା ବିନ୍ଦୁ ସମାନ ଅଟେ । ଶିବବାବା ମଧ୍ୟ ବିନ୍ଦୁ
ଅଟନ୍ତି, ଆମେ ବିନ୍ଦୁକୁ ୟାଦ କରୁଛୁ । ଏହିପରି ଭାବି ୟାଦ କଲେ ବିକର୍ମ ବିନାଶ ହେବ । ବାକି ଏହା
ଦେଖୁଛୁ, ତାହା ଦେଖୁଛୁ... ଏହାକୁ ମାୟାର ବିଘ୍ନ କୁହାଯାଉଛି । ଏବେ ଖୁସି ହେଉଛୁ ଯେ ଆମକୁ
ପରମାତ୍ମା ମିଳିଛନ୍ତି, କିନ୍ତୁ ଜ୍ଞାନ ମଧ୍ୟ ଦରକାର ନା । କାହାକୁ କୃଷ୍ଣଙ୍କର ସାକ୍ଷାତ୍କାର
ହୋଇଗଲେ ଖୁସି ହୋଇଯାଆନ୍ତି । ବାବା କହୁଛନ୍ତି - କୃଷ୍ଣଙ୍କର ସାକ୍ଷାତ୍କାର କରି ବହୁତ ଖୁସିରେ
ନୃତ୍ୟ କରୁଛନ୍ତି କିନ୍ତୁ ଏହା ଦ୍ୱାରା କୌଣସି ସଦ୍ଗତି ହେଉ ନାହିଁ । ଏହି ସବୁ ସାକ୍ଷାତ୍କାର
ତ ସହଜରେ ହୋଇଯାଉଛି । ଯଦି ଭଲ ଭାବରେ ପାଠ ନ ପଢିବେ ତେବେ ପ୍ରଜାକୁ ଚାଲିଯିବେ । ଅଳ୍ପ କିଛି
ଜ୍ଞାନ ଶୁଣିଲେ ମଧ୍ୟ କୃଷ୍ଣପୁରୀରେ ସାଧାରଣ ପ୍ରଜା ଆଦି ହେବେ । ଏବେ ତୁମେମାନେ ଜାଣୁଛ ଶିବବାବା
ଆମକୁ ଏହି ଜ୍ଞାନ ଶୁଣାଉଛନ୍ତି । ସିଏ ହିଁ ନଲେଜଫୁଲ୍ ଅଟନ୍ତି ।
ବାବାଙ୍କ ନିର୍ଦ୍ଦେଶ
ହେଉଛି ପବିତ୍ର ନିଶ୍ଚିତ ହେବାକୁ ପଡିବ । କିନ୍ତୁ କେହି କେହି ପବିତ୍ର ମଧ୍ୟ ରହିପାରୁ ନାହାଁନ୍ତି
। କେବେ-କେବେ ପତିତ ମଧ୍ୟ ଏଠାକୁ ଲୁଚି କରି ଆସିଯାଉଛନ୍ତି । ସେମାନେ ନିଜର ହିଁ କ୍ଷତି କରୁଛନ୍ତି
। ନିଜକୁ ହିଁ ଠକୁଛନ୍ତି । ବାବାଙ୍କୁ ଠକିବାର ପ୍ରଶ୍ନ ହିଁ ଉଠୁନାହିଁ । ବାବାଙ୍କୁ ଠକି କ’ଣ
ପଇସା ନେବାର ଅଛି! ଶିବବାବାଙ୍କର ଶ୍ରୀମତରେ କାଇଦା ଅନୁସାରେ ନ ଚାଲିଲେ ଅବସ୍ଥା କ’ଣ ହେବ ।
ବହୁତ ଦଣ୍ଡ ଭୋଗ କରିବାକୁ ପଡିବ, ଦ୍ୱିତୀୟରେ ପୁଣି ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । କାଇଦା
ବିରୁଦ୍ଧରେ କୌଣସି କାମ କରିବା ଉଚିତ୍ ନୁହେଁ । ବାବା ତ ବୁଝାଇବେ ନା - ତୁମର ଚଳଣି ଠିକ୍ ନାହିଁ
। ବାବା ତ ରୋଜଗାରର ରାସ୍ତା ବତାଉଛନ୍ତି, ପୁଣି କେହି କରନ୍ତୁ ନ କରନ୍ତୁ ସେମାନଙ୍କର ଭାଗ୍ୟ ।
ଦଣ୍ଡ ପାଇ ତ ଶାନ୍ତିଧାମ ଯିବାକୁ ହିଁ ହେବ, ପଦ ଭ୍ରଷ୍ଟ ହୋଇଗଲେ କିଛି ବି ମିଳିବ ନାହିଁ ।
ଆସୁଛନ୍ତି ତ ବହୁତ, କିନ୍ତୁ ଏଠାରେ ବାବାଙ୍କଠାରୁ ବର୍ସା ନେବାର କଥା ରହିଛି । ପିଲାମାନେ
କହୁଛନ୍ତି, ବାବାଙ୍କଠାରୁ ଆମେ ସ୍ୱର୍ଗର ସୂର୍ଯ୍ୟବଂଶୀ ରାଜ ପଦ ପାଇବୁ । ଏହା ରାଜଯୋଗ ଅଟେ ନା ।
ଛାତ୍ର ବୃତ୍ତି ମଧ୍ୟ ନେଇଥାନ୍ତି ନା । ପାସ୍ ହେଲାବାଲାଙ୍କୁ ବୃତ୍ତି ମିଳିଥାଏ । ଏହି ମାଳା
ସେହିମାନଙ୍କର ତିଆରି ହୋଇଛି - ଯେଉଁମାନେ ବୃତ୍ତି ନେଇଛନ୍ତି । ଯିଏ ଯେପରି ପାସ୍ ହେବେ, ସେହିପରି
ବୃତ୍ତି ମିଳିବ, ବୃଦ୍ଧି ହୋଇ-ହୋଇ ହଜାର ହଜାର ସଂଖ୍ୟା ହୋଇଯିବ । ରାଜା ପଦ ହିଁ ବୃତ୍ତି ଅଟେ ।
ଯିଏ ଭଲ ଭାବରେ ପାଠ ପଢନ୍ତି, ସେ ଗୁପ୍ତ ହୋଇ ରହିପାରିବେ ନାହିଁ । ବହୁତ ନୂଆ-ନୂଆ ଆତ୍ମା ପୁରୁଣା
ମାନଙ୍କଠାରୁ ଆଗକୁ ଚାଲିଯିବେ । ହୀରାତୁଲ୍ୟ ଜୀବନ ଗଢିବେ । ନିଜର ସଚ୍ଚା ରୋଜଗାର କରି ୨୧ ଜନ୍ମ
ପାଇଁ ବର୍ସା ପାଇବେ, କେତେ ଖୁସି ହେବେ । ଜାଣିଥାନ୍ତି ଯେ ଏହି ବର୍ସା ଏବେ ନ ନେଲେ ଆଉ କେବେ
ନେଇପାରିବୁ ନାହିଁ । ପାଠପଢାର ସଉକ ରହିଥାଏ ନା । କାହାର କାହାର ତ ବୁଝାଇବା ପାଇଁ ଟିକିଏ ହେଲେ
ବି ସଉକ ରହୁ ନାହିଁ । ଡ୍ରାମା ଅନୁସାରେ ଭାଗ୍ୟରେ ନ ଥିବ ତ ଭଗବାନ ବି କ’ଣ କରିବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କୌଣସି ବି
କାର୍ଯ୍ୟ ଶ୍ରୀମତ ବିରୁଦ୍ଧରେ କରିବାର ନାହିଁ । ଭଲ ଭାବରେ ପାଠପଢି ଉଚ୍ଚ ଭାଗ୍ୟ ଗଢିବାକୁ ହେବ ।
କାହାକୁ ବି ଦୁଃଖ ଦେବାର ନାହିଁ ।
(୨) ଏହି ପୁରୁଣା
ଦୁନିଆରୁ ମମତ୍ତ୍ୱ ତୁଟାଇ ଦେବାକୁ ହେବ । ବୁଦ୍ଧିଯୋଗ ନୂଆ ଦୁନିଆରେ ଲଗାଇବାକୁ ହେବ । ଖୁସିରେ
ରହିବା ପାଇଁ ଜ୍ଞାନକୁ ନିଜେ ଧାରଣ କରି ଅନ୍ୟକୁ ଧାରଣା କରାଇବାକୁ ହେବ ।
ବରଦାନ:-
ଭାବିବା, କହିବା
ଏବଂ କରିବା, ତିନୋଟି ଯାକକୁ ସମାନ ରଖୁଥିବା ସର୍ବୋତ୍ତମ ପୁରୁଷାର୍ଥୀ ହୁଅ ।
ସବୁ ଶିକ୍ଷା ଗୁଡିକ
ସାରାଂଶ ହେଲା - ତୁମମାନଙ୍କର ପ୍ରତ୍ୟେକ କର୍ମ ଦ୍ୱାରା ଦେଖିବା, ଉଠିବା, ବସିବା, ଚାଲିବା, ଶୋଇବା
ଏହି ସବୁ କର୍ମ ଦ୍ୱାରା ଫରିସ୍ତା ପଣିଆ ଦେଖାଯାଉଥିବ, ପ୍ରତ୍ୟେକ କର୍ମରେ ଅଲୌକିକତା ରହିଥିବ ।
କୌଣସି ପ୍ରକାରର ଲୌକିକତା ତୁମର କର୍ମରେ ବା ସଂସ୍କାରରେ ନ ରହୁ । ଭାବିବା, କହିବା ଏବଂ କରିବା
ସମାନ ହେଉ । ଏମିତି ନୁହେଁ ଯେ ମୁଁ ତ ଭାବିଥିଲି ଏଭଳି କରିବି ନାହିଁ କିନ୍ତୁ କରିଦେଲି ।
ଯେତେବେଳେ ତିନୋଟିଯାକ ଏକାଭଳି ବା ବାବାଙ୍କ ଭଳି ହୋଇଯିବ, ସେତେବେଳେ କୁହାଯିବ ସର୍ବୋତ୍ତମ
ପୁରୁଷାର୍ଥୀ ।
ସ୍ଲୋଗାନ:-
କୌଣସି ଦାୟିତ୍ୱ
ତୁଲାଇବା ଅର୍ଥ ଅତିରିକ୍ତ ଆଶୀର୍ବାଦର ଅଧିକାରୀ ହେବା ।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।
ବର୍ତ୍ତମାନ ସମୟରେ ସର୍ବ
ଆତ୍ମାମାନଙ୍କୁ ଶାନ୍ତି ଏବଂ ଶକ୍ତିର ହିଁ ଆବଶ୍ୟକତା ରହିଛି । ତୁମେମାନେ ନିଜର ଶକ୍ତିଶାଳୀ
ଶାନ୍ତ, ମନୋବୃତ୍ତି ଦ୍ୱାରା ଆତ୍ମାମାନଙ୍କୁ ମନର ଶାନ୍ତିର ଅନୁଭବ କରାଅ । ବାଣୀ ଏବଂ ସଂକଳ୍ପ,
ଦୁଇ ପ୍ରକାରର ସେବା ଏକାଠି କର । ବିଶ୍ୱ ମହାରାଜାଙ୍କୁ ବିଶ୍ୱର ଦାତା କୁହାଯାଏ । ତେଣୁ ଏବେ ଯଦି
ତୁମେମାନେ ସମସ୍ତଙ୍କୁ ସୁଖ-ଶାନ୍ତି ଏବଂ ଶକ୍ତିର ଦାନ ଦେବ, ତେବେ ଯାଇ ତ ସମସ୍ତେ ତୁମକୁ ସୁଖଦାତା
ବୋଲି ମାନିବେ ।