15.11.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜର
ଚରିତ୍ରକୁ ସୁଧାରିବା ପାଇଁ ଯୋଗର ଯାତ୍ରାରେ ରହିବାକୁ ହେବ, ବାବାଙ୍କର ସ୍ମୃତି ହିଁ ତୁମକୁ
ସଦାକାଳ ପାଇଁ ସୌଭାଗ୍ୟଶାଳୀ କରିଦେବ ।”
ପ୍ରଶ୍ନ:-
ଅବସ୍ଥାର
ପରୀକ୍ଷା କେଉଁ ସମୟରେ ହୋଇଥାଏ? କାହାର ଅବସ୍ଥା ଭଲ ବୋଲି କୁହାଯିବ?
ଉତ୍ତର:-
ବେମାରୀ ସମୟରେ ହିଁ ଅବସ୍ଥାର ପରୀକ୍ଷା ହୋଇଥାଏ । ବେମାରି ସମୟରେ ମଧ୍ୟ ଖୁସି କାୟମ ରହୁ ଏବଂ
ନିଜର ପ୍ରଫୁଲ୍ଲିତ ଚେହେରା ଦ୍ୱାରା ହିଁ ସମସ୍ତଙ୍କୁ ବାବାଙ୍କର ସ୍ମରଣ କରାଉଥାଅ, ଏହାକୁ ହିଁ ଭଲ
ଅବସ୍ଥା କୁହାଯିବ । ଯଦି ନିଜେ କାନ୍ଦିବ, ଉଦାସ ହେବ ତେବେ ଅନ୍ୟମାନଙ୍କୁ ଖୁସି କିପରି କରିପାରିବ?
ତେଣୁ କିଛି ବି ହୋଇଯାଉ - କାନ୍ଦିବାର ନାହିଁ ।
ଓମ୍ ଶାନ୍ତି ।
ଦୁଇଟି ଶବ୍ଦର ଗାୟନ କରାଯାଏ - ଦୁର୍ଭାଗ୍ୟଶାଳୀ ଏବଂ ସୌଭାଗ୍ୟଶାଳୀ । ସୌଭାଗ୍ୟ ଚାଲିଗଲେ ତାହାକୁ
ଦୁର୍ଭାଗ୍ୟ କୁହାଯାଏ । ସ୍ତ୍ରୀର ସ୍ୱାମୀ ମରିଗଲେ ତାକୁ ମଧ୍ୟ ଦୁର୍ଭାଗ୍ୟ କୁହାଯାଇଥାଏ ।
ଏକୁଟିଆ ହୋଇଯାଇଥା’ନ୍ତି । ଏବେ ତୁମେ ଜାଣୁଛ ଆମେ ସବୁବେଳ ପାଇଁ ସୌଭାଗ୍ୟଶାଳୀ ହେଉଛୁ । ସେଠାରେ
ଦୁଃଖର କୌଣସି କଥା ନ ଥାଏ । ମୃତ୍ୟୁର ନାମ ମଧ୍ୟ ନ ଥାଏ । ବିଧବା ନାମ ହିଁ ନଥାଏ ।
ବିଧବାମାନଙ୍କୁ ଦୁଃଖ ହୋଇଥାଏ, ସବୁବେଳେ କାନ୍ଦୁଥା’ନ୍ତି । ଭଲେ ସାଧୁ-ସନ୍ଥ ବି ହୁଅନ୍ତୁ, ଏମିତି
ନୁହେଁ ଯେ ତାଙ୍କୁ କୌଣସି ଦୁଃଖ ହେଉ ନାହିଁ । କେହି କେହି ଦୁଃଖୀ ହୋଇ ପାଗଳ ହୋଇଯା’ନ୍ତି, ରୋଗୀ
ମଧ୍ୟ ହୋଇଯାଇଥା’ନ୍ତି । ଏହା ହେଉଛି ରୋଗୀମାନଙ୍କର ଦୁନିଆ । ସତ୍ୟଯୁଗ ହେଉଛି ନିରୋଗୀ ଦୁନିଆ ।
ତୁମେ ପିଲାମାନେ ଜାଣୁଛ ଆମେ ଭାରତକୁ ପୁନର୍ବାର ଶ୍ରୀମତ ଆଧାରରେ ନିରୋଗୀ କରୁଛୁ । ବର୍ତ୍ତମାନର
ମନୁଷ୍ୟମାନଙ୍କର ଚରିତ୍ର ବହୁତ ଖରାପ । ତେବେ ଚରିତ୍ରକୁ ସୁଧାରିବା ପାଇଁ ନିଶ୍ଚିତ କୌଣସି ବିଭାଗ
ରହିବ । ସ୍କୁଲ୍ରେ ମଧ୍ୟ ଛାତ୍ରମାନଙ୍କର ରେଜିଷ୍ଟରରୁ ତାଙ୍କ ଚରିତ୍ର ବିଷୟରେ ଜଣାପଡିଯାଏ,
ସେଥିପାଇଁ ବାବା ମଧ୍ୟ ରେଜିଷ୍ଟର ରଖାଇଥିଲେ । ସମସ୍ତେ ନିଜର ରେଜିଷ୍ଟର ରଖ । ନିଜର ଚରିତ୍ରକୁ
ଦେଖିବାକୁ ହେବ ଯେ ଆମେ କୌଣସି ଭୁଲ୍ କରୁ ନାହୁଁ ତ । ପ୍ରଥମ କଥା ହେଉଛି ବାବାଙ୍କୁ ସ୍ମରଣ
କରିବାକୁ ହେବ । ତା’ଦ୍ୱାରା ହିଁ ତୁମର ଚରିତ୍ର ସୁଧୁରିବ । ଏକମାତ୍ର ବାବାଙ୍କ ସ୍ମୃତି ଦ୍ୱାରା
ହିଁ ଦୀର୍ଘାୟୁ ହୋଇଥା’ନ୍ତି । ଏହା ହେଉଛି ଜ୍ଞାନ ରତ୍ନ । ଯୋଗକୁ ରତ୍ନ କୁହାଯାଏ ନାହିଁ । ଯୋଗ
ଦ୍ୱାରା ହିଁ ତୁମର ଚରିତ୍ର ସୁଧୁରି ଥାଏ । ଏହି ୮୪ ଜନ୍ମର ଚକ୍ର ସମ୍ବନ୍ଧରେ ତୁମମାନଙ୍କ ବ୍ୟତୀତ
ଆଉ କେହି ବି ବୁଝାଇପାରିବେ ନାହିଁ । ଏ ସମ୍ବନ୍ଧରେ ହିଁ ତୁମମାନଙ୍କୁ ବୁଝାଇବାକୁ ହେବ - ବିଷ୍ଣୁ
ଏବଂ ବ୍ରହ୍ମା । ଶଙ୍କରଙ୍କର ତ ଚରିତ୍ର କୁହାଯିବ ନାହିଁ । ତୁମେମାନେ ଜାଣିଛ ବ୍ରହ୍ମା ଏବଂ
ବିଷ୍ଣୁଙ୍କର ପରସ୍ପର ମଧ୍ୟରେ ସମ୍ପର୍କ କ’ଣ । ବିଷ୍ଣୁଙ୍କର ଯୁଗଳ ରୂପ ହେଉଛି ଲକ୍ଷ୍ମୀ-ନାରାୟଣ
। ସେମାନେ ପୁଣି ୮୪ ଜନ୍ମ ନେଉଛନ୍ତି । ୮୪ ଜନ୍ମ ଭିତରେ ସେ ନିଜେ ପୂଜ୍ୟ ଏବଂ ନିଜେ ହିଁ ପୂଜାରୀ
ହେଉଛନ୍ତି । ପ୍ରଜାପିତା ବ୍ରହ୍ମା ମଧ୍ୟ ନିଶ୍ଚିତ ଏହିଠାରେ ହିଁ ଦରକାର । ବାବାଙ୍କୁ ସାଧାରଣ
ଶରୀର ଦରକାର । ଏଇଥିରେ ହିଁ ଦ୍ୱନ୍ଦରେ ପଡୁଛନ୍ତି । ବ୍ରହ୍ମା ତ ହେଉଛନ୍ତି ପତିତ-ପାବନ,
ବାବାଙ୍କର ରଥ । କହୁଛନ୍ତି ମଧ୍ୟ - ଦୂରଦେଶ୍ କା ରହନେ ବାଲା ଆୟା ଦେଶ ପରାୟେ... ପବିତ୍ର
ଦୁନିଆର ସ୍ଥାପନ କର୍ତ୍ତା ପତିତ-ପାବନ ବାବା, ପତିତ ଦୁନିଆକୁ ଆସିଛନ୍ତି । ଏହି ପତିତ ଦୁନିଆରେ
କେହି ଜଣେ ହେଲେ ପବିତ୍ର ରହିପାରିବେ ନାହିଁ । ଏବେ ତୁମେ ପିଲାମାନେ ବୁଝିପାରୁଛ ଯେ, ଆମେ ୮୪
ଜନ୍ମ କିପରି ନେଉଛୁ । କେହି ତ’ ନେଉଥିବେ ନା । ଯେଉଁମାନେ ପ୍ରଥମେ ପ୍ରଥମେ ଆସୁଥିବେ ସେହିମାନେ
ହିଁ ୮୪ ଜନ୍ମ ନେବେ । ସତ୍ୟଯୁଗରେ ଦେବୀ-ଦେବତାମାନେ ହିଁ ଆସିଥା’ନ୍ତି । ମନୁଷ୍ୟମାନଙ୍କର ଟିକିଏ
ହେଲେ ବି ବିଚାର ଆସୁ ନାହିଁ ଯେ, ୮୪ ଜନ୍ମ କିଏ ନେବେ । ଏ ସବୁ ବୁଦ୍ଧିର କଥା । ପୁନର୍ଜନ୍ମକୁ ତ
ସମସ୍ତେ ମାନୁଛନ୍ତି । ମନୁଷ୍ୟ ୮୪ ପୁନର୍ଜନ୍ମ ନେଉଛି ଏହାକୁ ବହୁତ ଯୁକ୍ତିର ସହିତ ବୁଝାଇବାକୁ
ହେବ । ୮୪ ଜନ୍ମ ତ ସମସ୍ତେ ନେବେ ନାହିଁ । ଏକା ସମୟରେ କ’ଣ ସମସ୍ତେ ଆସିବେ ଏବଂ ଶରୀର ଛାଡିବେ!
ଭଗବାନୁବାଚ ମଧ୍ୟ ରହିଛି, ତୁମେ ନିଜର ଜନ୍ମକୁ ଜାଣି ନାହଁ । ସେଥିପାଇଁ ଭଗବାନ ନିଜେ ଆସି
ବୁଝାଉଛନ୍ତି । ତୁମେ ଆତ୍ମାମାନେ ୮୪ ଜନ୍ମ ନେଉଛ । ଏହି ୮୪ ଜନ୍ମର କାହାଣୀ ବାବା ବସି
ପିଲାମାନଙ୍କୁ ତୁମକୁ ଶୁଣାଉଛନ୍ତି । ଏହା ମଧ୍ୟ ଏକ ପାଠପଢା । ୮୪ ଜନ୍ମର ଚକ୍ରକୁ ଜାଣିବା ତ
ବହୁତ ସହଜ । ଅନ୍ୟ ଧର୍ମାବଲମ୍ବୀମାନେ ଏହି କଥାକୁ ବୁଝିବେ ନାହିଁ । ତୁମମାନଙ୍କ ଭିତରେ ମଧ୍ୟ
ସମସ୍ତେ ୮୪ ଜନ୍ମ ନେଉନାହାଁନ୍ତି । ଯଦି ସମସ୍ତଙ୍କର ୮୪ ଜନ୍ମ ହେବ ତେବେ ସମସ୍ତେ ଏକତ୍ର ଆସିଯିବେ
। ଏପରି ମଧ୍ୟ ହେଉ ନାହିଁ । ସମସ୍ତର ଆଧାର ପାଠପଢା ଏବଂ ଯୋଗ ଉପରେ ରହିଛି । ଏଥିରୁ ମଧ୍ୟ ପ୍ରଥମ
ନମ୍ବର ହେଉଛି ଯୋଗ । କଷ୍ଟ ବିଷୟବସ୍ତୁ ଉପରେ ଅଧିକ ନମ୍ବର ମିଳିଥାଏ । ଏହାର ପ୍ରଭାବ ମଧ୍ୟ
ରହିଥାଏ । ଉତ୍ତମ, ମଧ୍ୟମ, କନିଷ୍ଠ ବିଷୟ ରହିଥାଏ ନା । ତା’ ଭିତରେ ଦୁଇଟି ହେଉଛି ମୁଖ୍ୟ । ବାବା
କହୁଛନ୍ତି ମୋତେ ମନେ ପକାଅ ତେବେ ତୁମେମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ହୋଇଯିବ ଏବଂ ବିଜୟ ମାଳାରେ
ଗୁନ୍ଥା ହେବ । ଏହା ହିଁ ହେଉଛି ରେସ୍ ଅର୍ଥାତ୍ ପ୍ରତିଯୋଗୀତା । ପ୍ରଥମେ ତ’ ନିଜକୁ ଦେଖିବାକୁ
ହେବ ଯେ ମୁଁ କେଉଁ ପର୍ଯ୍ୟନ୍ତ ଧାରଣା କରୁଛି? କେତେ ଯୋଗଯୁକ୍ତ ହୋଇ ରହୁଛି? ମୋର ଚରିତ୍ର କିପରି?
ଯଦି ମୋ ପାଖରେ କାନ୍ଦିବାର ଅଭ୍ୟାସ ରହିଛି ତେବେ ଅନ୍ୟକୁ କିପରି ଖୁସିମିଜାଜ୍ କରିପାରିବି? ବାବା
କହୁଛନ୍ତି ଯିଏ କାନ୍ଦେ ସିଏ ହରାଏ । ତେଣୁ କିଛି ବି ହୋଇଯାଉ କିନ୍ତୁ କାନ୍ଦିବାର ନାହିଁ । ରୋଗ
ସମୟରେ ମଧ୍ୟ ଖୁସିରେ ଏତିକି ତ କହିପାରିବ ଯେ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ ।
ରୋଗ ସମୟରେ ହିଁ ଅବସ୍ଥାର ପରୀକ୍ଷା ହୋଇଥାଏ । ଯନ୍ତ୍ରଣା ସମୟରେ ମଧ୍ୟ ଯଦି ସାମାନ୍ୟ ବ୍ୟଥାଜନିତ
ଶବ୍ଦ ବାହାରୁଥିବ ତଥାପି ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ସ୍ମରଣ କରିବାକୁ ହେବ । ବାବା
ସନ୍ଦେଶ ଦେଇଛନ୍ତି ଯେ, ଏକମାତ୍ର ଶିବବାବା ହିଁ ପୈଗମ୍ବର ମେସେଞ୍ଚର ଅଟନ୍ତି, ଆଉ କେହି ନୁହଁନ୍ତି
। ବାକି ଯାହା ବି ଶୁଣାଉଛନ୍ତି ସେସବୁ ହେଲା ଭକ୍ତିମାର୍ଗର କଥା । ଏହି ଦୁନିଆର ସବୁ ଜିନିଷ
ବିନାଶୀ ଅଟେ, ଏବେ ତୁମମାନଙ୍କୁ ବାବା ସେଠାକୁ ନେଇଯାଉଛନ୍ତି ଯେଉଁଠି କୌଣସି ଭଙ୍ଗାରୁଜା ଜିନିଷ
ନାହିଁ । ସେଠାରେ ଏପରି ଭଲ ଜିନିଷ ହେବ ଯେ ଭାଙ୍ଗିବାର ନାମ ମଧ୍ୟ ରହିବ ନାହିଁ । ଏଠାରେ
ବିଜ୍ଞାନ ଦ୍ୱାରା କେତେ ଜିନିଷ ତିଆରି ହେଉଛି । ସେଠାରେ ମଧ୍ୟ ନିଶ୍ଚିତ ବିଜ୍ଞାନ ରହିବ କାହିଁକି
ନା ତୁମ ପାଇଁ ବହୁତ ସୁଖ ଦରକାର । ବାବା କହୁଛନ୍ତି ତୁମ ପିଲାମାନଙ୍କୁ କିଛି ବି ଜଣା ନ ଥିଲା ।
ଭକ୍ତିମାର୍ଗ କେବେ ଆରମ୍ଭ ହେଲା, ତୁମେ କେତେ ଦୁଃଖ ଦେଖିଛ - ଏ ସବୁ କଥା ତୁମମାନଙ୍କ ବୁଦ୍ଧିରେ
ଅଛି । ଦେବତାମାନଙ୍କୁ କୁହାଯାଉଛି - ସର୍ବଗୁଣ ସମ୍ପନ୍ନ... ପୁଣି ସେହି କଳା କେମିତି କମ୍ ହୋଇଗଲା?
ଏବେ ତ କୌଣସି କଳା ନାହିଁ । ଚନ୍ଦ୍ରମାର ମଧ୍ୟ ଧିରେ ଧିରେ କଳା କମ୍ ହୋଇଥାଏ ନା ।
ତୁମେମାନେ ଜାଣିଛ ଯେ, ଏହି ଦୁନିଆ ପ୍ରଥମେ ନୂଆ ଥିଲା ଯେଉଁଠି ପ୍ରତ୍ୟେକ ଜିନିଷ ସତ୍ତ୍ୱପ୍ରଧାନ
ଫାଷ୍ଟକ୍ଲାସ୍ ଥିଲା । ତାହା ପୁଣି ପୁରୁଣା ହୋଇ କଳା କମ୍ ହୋଇଯାଉଛି । ଏହି ଲକ୍ଷ୍ମୀ-ନାରାୟଣ
ସର୍ବଗୁଣ ସମ୍ପନ୍ନ ଅଟନ୍ତି ନା । ଏବେ ବାବା ତୁମକୁ ସତ୍ୟ-ସତ୍ୟ ସତ୍ୟ ନାରାୟଣଙ୍କର କଥା
ଶୁଣାଉଛନ୍ତି । ଏବେ ରାତ୍ରି ହୋଇଛି ପୁଣି ଦିନ ହେବ । ତୁମେମାନେ ସମ୍ପୂର୍ଣ୍ଣ ହେଉଛ ତେଣୁ
ତୁମମାନଙ୍କ ପାଇଁ ସୃଷ୍ଟି ମଧ୍ୟ ସେହିପରି ଦରକାର । ୫ ତତ୍ତ୍ୱ ମଧ୍ୟ ସତ୍ତ୍ୱପ୍ରଧାନ (ଷୋଳ କଳା
ସମ୍ପନ୍ନ) ହୋଇଯାଉଛି ସେଥିପାଇଁ ତୁମର ଶରୀର ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହୋଇ ରହୁଛି
। ସତ୍ତ୍ୱପ୍ରଧାନ ହୋଇଯାଉଛି । ସାରା ଦୁନିଆ ୧୬ କଳା ସମ୍ପୂର୍ଣ୍ଣ ହୋଇଯାଉଛି । ଏବେ ତ କୌଣସି କଳା
ନାହିଁ, ଯିଏବି ବଡ-ବଡ ଲୋକ ଅଥବା ମହାତ୍ମା ଆଦି ଅଛନ୍ତି, ବାବାଙ୍କ ଜ୍ଞାନ ତାଙ୍କ ଭାଗ୍ୟରେ ହିଁ
ନାହିଁ । ତାଙ୍କର ନିଜସ୍ୱ ଅହଂକାର ରହିଛି । ବାସ୍ତବରେ ଏହା ଗରିବମାନଙ୍କର ଭାଗ୍ୟରେ ରହିଛି ।
କେହି କେହି କହୁଛନ୍ତି ଏତେ ଶ୍ରେଷ୍ଠ ପିତା, ତାଙ୍କୁ ତ’ କୌଣସି ବଡ ରାଜା ଅଥବା ପବିତ୍ର ଋଷି
ଆଦିଙ୍କ ଶରୀରରେ ଆସିବା ଦରକାର । ସନ୍ନ୍ୟାସୀମାନେ ପବିତ୍ର ହୋଇଥା’ନ୍ତି । ତେବେ ବାବା
ବୁଝାଉଛନ୍ତି, ମୁଁ କାହା ଶରୀରରେ ଆସୁଛି । ଯିଏ ପୂରା ୮୪ ଜନ୍ମ ନେଉଛନ୍ତି ମୁଁ ତାଙ୍କ ଶରୀରରେ
ଆସୁଛି ଏବଂ ନିଦ୍ଧିଷ୍ଟ ସମୟରେ ଆସୁଛି । ଗୋଟିଏ ଦିନ ମଧ୍ୟ କମ୍ ବେଶୀ ହୋଇପାରିବ ନାହିଁ ।
ଶ୍ରୀକୃଷ୍ଣ ଜନ୍ମରୁ ହିଁ ୧୬ କଳା ସମ୍ପୂର୍ଣ୍ଣ ଅଟନ୍ତି । ପୁଣି ସତ୍ତ୍ୱ, ରଜୋ, ତମୋ ଅବସ୍ଥାରେ
ଆସୁଛନ୍ତି । ପ୍ରତ୍ୟେକ ଜିନିଷ ପ୍ରଥମେ ସତ୍ତ୍ୱପ୍ରଧାନ ପୁଣି ସତ୍ତ୍ୱ, ରଜୋ, ତମୋ ଅବସ୍ଥାକୁ
ଆସୁଛି । ସତ୍ୟଯୁଗରେ ମଧ୍ୟ ଏହିପରି ହୁଏ । ଛୋଟ ପିଲା ସତ୍ତ୍ୱପ୍ରଧାନ ହେବ ପୁଣି ବଡ ହେଲେ କହିବ
ଏବେ ମୁଁ ଏହି ଶରୀର ଛାଡି ସତ୍ତ୍ୱପ୍ରଧାନ ପିଲା ହେବି । କିନ୍ତୁ ତୁମର ଏତେ ନିଶା ନାହିଁ ।
ତୁମମାନଙ୍କୁ ଖୁସିର ନିଶା ଚଢୁନାହିଁ । ଯିଏ ଭଲ ମେହନତ କରୁଛନ୍ତି, ସେମାନଙ୍କୁ ଖୁସିର ନିଶା
ଚଢୁଛି । ଚେହେରା ମଧ୍ୟ ହର୍ଷିତମୁଖ ରହୁଛି । ଆଗକୁ ଗଲେ ତୁମମାନଙ୍କୁ ଏସବୁର ସାକ୍ଷାତ୍କାର ହେବ
। ଯେପରି ଘରର ଯେତେ ନିକଟବର୍ତ୍ତୀ ହେବେ ସେତେ ଘର ଦ୍ୱାର ମନେ ପଡିଥାଏ । ଏହା ମଧ୍ୟ ସେହିପରି ଅଟେ
। ପୁରୁଷାର୍ଥ କରି-କରି ତୁମର ପ୍ରାରବ୍ଧ ଯେତେବେଳେ ନିକଟତ୍ତର ହେବ ସେତେବେଳେ ସାକ୍ଷାତ୍କାର
ହେବ । ବହୁତ ଖୁସିରେ ରହିବ । ଯିଏ ଫେଲ୍ ହେବେ ସେ ଲଜ୍ୟାରେ ବୁଡି ମରିବେ । ତୁମମାନଙ୍କୁ ବାବା
ସବୁ କହିଦେଉଛନ୍ତି ପୁଣି ବହୁତ ପଶ୍ଚାତାପ କରିବାକୁ ପଡିବ । ନିଜ ଭବିଷ୍ୟତର ସାକ୍ଷାତ୍କାର କରିବ,
ଆମେ କ’ଣ ହେବୁ? ବାବା ସବୁ ଦେଖାଇବେ, ଏହି ସବୁ ବିକର୍ମ ଆଦି କରିଛ । ଭଲ ଭାବରେ ପାଠପଢି ନାହଁ,
ବିଶ୍ୱାସଘାତକତା କରିଛ, ସେଥିପାଇଁ ଏହି ଦଣ୍ଡ ମିଳୁଛି । ସବୁର ସାକ୍ଷାତ୍କାର ହେବ । ବିନା
ସାକ୍ଷାତ୍କାରରେ ଦଣ୍ଡ କିପରି ଦେବେ? କୋର୍ଟରେ ମଧ୍ୟ କହିଥା’ନ୍ତି - ତୁମେ ଏ ସବୁ କରିଛ, ଯାହାର
ଦଣ୍ଡ ଏହା ଅଟେ । କର୍ମାତୀତ ଅବସ୍ଥା ହେବା ପର୍ଯ୍ୟନ୍ତ କିଛି ନା କିଛି ନିଶାନୀ ଅର୍ଥାତ୍ ଛାପ
ରହିବ । ଆତ୍ମା ପବିତ୍ର ହୋଇଗଲେ ପୁଣି ଏହି ଶରୀରକୁ ଛାଡିବାକୁ ପଡିବ । ଏଠାରେ ରହିପାରିବ ନାହିଁ
। ସେହି ଅବସ୍ଥା ତୁମକୁ ଧାରଣ କରିବାକୁ ହେବ । ଏବେ ତୁମେ ଘରକୁ ଫେରି ଯାଇ ପୁଣି ନୂଆ ଦୁନିଆକୁ
ଆସିବା ପାଇଁ ପ୍ରସ୍ତୁତି କରୁଛ । ତୁମର ପୁରୁଷାର୍ଥ ହେଉଛି ଯେ ଆମେ ଜଲ୍ଦି-ଜଲ୍ଦି ଯିବୁ । ପୁଣି
ଜଲ୍ଦି ଜଲ୍ଦି ଆସିବୁ । ଯେପରି ପିଲାମାନଙ୍କୁ ଖେଳରେ ଦୌଡାଇଥା’ନ୍ତି ନା । ଲକ୍ଷ୍ୟସ୍ଥଳକୁ ଯାଇ
ପୁଣି ଫେରିଆସିଥା’ନ୍ତି । ତୁମକୁ ମଧ୍ୟ ଜଲ୍ଦି ଜଲ୍ଦି ଯିବାକୁ ହେବ । ପୁଣି ପ୍ରଥମ ନମ୍ବରରେ
ନୂଆ ଦୁନିଆକୁ ଆସିବାକୁ ହେବ । ତେଣୁ ଏହା ହେଉଛି ତୁମର ରେସ୍ । ସ୍କୁଲ୍ରେ ମଧ୍ୟ ପ୍ରତିଯୋଗିତା
କରାଇଥା’ନ୍ତି ନା । ଏହା ତୁମର ପ୍ରବୃତ୍ତିମାର୍ଗ । ତୁମମାନଙ୍କର ପ୍ରଥମେ ପବିତ୍ର ଗୃହସ୍ଥ ଧର୍ମ
ଥିଲା । ଏବେ ବିକାରୀ ହୋଇଯାଇଛି ପୁଣି ନିର୍ବିକାରୀ ଦୁନିଆ ହେବ । ଯଦି ଏହି କଥାକୁ ବି ତୁମେମାନେ
ସ୍ମରଣ କରିବ ତେବେ ମଧ୍ୟ ବହୁତ ଖୁସିରେ ରହିବ । ଆମେ ହିଁ ରାଜ୍ୟ ନେଇ ପୁଣି ହରାଉଛେ ।
ହିରୋ-ହିରୋଇନ୍ ବୋଲି କହିଥା’ନ୍ତି ନା । ହୀରାତୁଲ୍ୟ ଜନ୍ମ ନେଇ ପୁଣି କଉଡି ତୁଲ୍ୟ ଜନ୍ମରେ ଆସୁଛ
।
ଏବେ ବାବା କହୁଛନ୍ତି - ତୁମେ କଉଡି ପଛରେ ସମୟ ନଷ୍ଟ କର ନାହିଁ । ଇଏ କହୁଛନ୍ତି ମୁଁ ମଧ୍ୟ ସମୟ
ନଷ୍ଟ କରୁଥିଲି । ତେଣୁ ମୋତେ ମଧ୍ୟ କହିଲେ ଏବେ ତୁମେ ମୋର ହୋଇ ଏହି ଆତ୍ମିକ ଧନ୍ଦା କର । ତେଣୁ
ତୁରନ୍ତ ସବୁ କିଛି ଛାଡିଦେଲି । ପଇସାକୁ ଫୋପାଡି ତ ଦେବି ନାହିଁ । ପଇସା ତ କାମରେ ଆସିଥାଏ ।
ପଇସା ବିନା ଘର ଆଦି ମିଳିପାରିବ ନାହିଁ । ଆଗକୁ ଗଲେ ବଡ-ବଡ ଧନବାନ୍ମାନେ ଆସିବେ । ତୁମକୁ
ସହଯୋଗ ଦେବେ । ଦିନେ ତୁମକୁ ବଡ-ବଡ କଲେଜ, ବିଶ୍ୱ ବିଦ୍ୟାଳୟରେ ଯାଇ ଭାଷଣ କରିବାକୁ ହେବ । ଏହି
ସୃଷ୍ଟିର ଚକ୍ର କିପରି ଘୂରୁଛି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଇତିହାସର ପୁନରାବୃତ୍ତି ହେଉଛି,
ସତ୍ୟଯୁଗ ଆରମ୍ଭରୁ କଳିଯୁଗ ଶେଷ ପର୍ଯ୍ୟନ୍ତ ସୃଷ୍ଟିର ଇତିହାସ-ଭୂଗୋଳ ଆମେ କହିପାରିବୁ । ଚରିତ୍ର
ଉପରେ ତୁମେ ବହୁତ ବୁଝାଇପାରିବ । ଏହି ଲକ୍ଷ୍ମୀ-ନାରାୟଣଙ୍କର ମହିମା କର । ଭାରତ କେତେ ପବିତ୍ର
ଥିଲା । ଦୈବୀ ଚରିତ୍ର ଥିଲା, ଏବେ ତ ବିକାରୀ ଚରିତ୍ର ହୋଇଯାଇଛି । ତେବେ ନିଶ୍ଚୟ ଏହି ଚକ୍ରର
ପୁଣି ପୁନରାବୃତ୍ତି ତ ହେବ । ଆମେ ସାରା ବିଶ୍ୱର ଇତିହାସ-ଭୂଗୋଳ ଶୁଣାଇପାରିବୁ । ଭଲ ବୁଦ୍ଧିମାନ
ଯେଉଁମାନେ ଅଛନ୍ତି ସେହିମାନେ ହିଁ ସେଠାକୁ ଯିବା ଦରକାର । ଯେପରି ଥିୟୋସୋଫିକଲ ସୋସାଇଟୀ (ଭାତୃ
ଭାବ ତଥା ଧର୍ମମାନଙ୍କର ତୁଳନାତ୍ମକ ବିଚାର ରଖୁଥିବା ଏକ ସଂଗଠନ) ରହିଛି, ସେଠାରେ ତୁମେମାନେ
ଭାଷଣ କର । କୃଷ୍ଣ ତ ଦେବତା ଥିଲେ ଯିଏକି, ସତ୍ୟଯୁଗର ରାଜକୁମାର ଥିଲେ । ପ୍ରଥମେ ଶ୍ରୀକୃଷ୍ଣ
ଯିଏକି ପୁଣି ନାରାୟଣ ହେଉଛନ୍ତି । ଆମେ ଆପଣଙ୍କୁ ଶ୍ରୀକୃଷ୍ଣଙ୍କର ୮୪ ଜନ୍ମର କାହାଣୀ ଶୁଣାଇବୁ
ଯାହା ଆଉ କେହି ଶୁଣାଇପାରିବେ ନାହିଁ । ଏହି ବିଷୟ କେତେ ବଡ ଅଟେ । ହୁସିଆରମାନେ ହିଁ ଭାଷଣ କରିବା
ଦରକାର ।
ଏବେ ତୁମମାନଙ୍କ ମନରେ ଆସୁଛି, ଆମେ ବିଶ୍ୱର ମାଲିକ ହେବୁ, ତେବେ କେତେ ଖୁସି ହେବା ଦରକାର ।
ଭିତରେ ଭିତରେ ଏହି ମନ୍ତ୍ର ଜପ କରୁଥାଅ ତେବେ ତୁମକୁ ଏହି ଦୁନିଆର କୌଣସି ଆକର୍ଷଣ ଆକର୍ଷିତ
କରିପାରିବ ନାହିଁ । ତୁମେ ଏଠାକୁ ଆସିଛ - ପରମପିତା ପରମାତ୍ମାଙ୍କ ଦ୍ୱାରା ବିଶ୍ୱର ମାଲିକ ହେବା
ପାଇଁ । ବିଶ୍ୱ ଏହି ଦୁନିଆକୁ କୁହାଯାଉଛି । ବ୍ରହ୍ମଲୋକ ଅଥବା ସୂକ୍ଷ୍ମଲୋକକୁ ବିଶ୍ୱ କୁହାଯିବ
ନାହିଁ । ବାବା କହୁଛନ୍ତି ମୁଁ ବିଶ୍ୱର ମାଲିକ ହେଉ ନାହିଁ । ଏହି ବିଶ୍ୱର ମାଲିକ ତୁମମାନଙ୍କୁ
କରୁଛି । ଏହା କେତେ ରହସ୍ୟଯୁକ୍ତ ଅଟେ । ତୁମକୁ ବିଶ୍ୱର ମାଲିକ କରୁଛି । ପୁଣି ତୁମେ ମାୟାର ଦାସ
ହୋଇଯାଉଛ । ଏଠାରେ ସମ୍ମୁଖରେ ଯୋଗରେ ବସାଇବା ବେଳେ ମଧ୍ୟ ସ୍ମରଣ କରାଇ ଦେବାକୁ ହେବ -
ଆତ୍ମ-ଅଭିମାନୀ ହୋଇ ବସି ବାବାଙ୍କୁ ମନେ ପକାଅ । ୫ ମିନିଟ୍ ପରେ ପୁଣି କୁହ । ତୁମର ଯୋଗର
ପ୍ରୋଗ୍ରାମ ଚାଲୁଛି ନା । ବହୁତଙ୍କର ବୁଦ୍ଧି ବାହାରକୁ ଚାଲିଯାଉଛି ସେଥିପାଇଁ ୫-୧୦ ମିନିଟ୍ ପରେ
ପୁଣି ସାବଧାନ କରିବା ଦରକାର । ନିଜକୁ ଆତ୍ମା ଭାବି ବସିଛ? ବାବାଙ୍କୁ ସ୍ମରଣ କରୁଛ? ତେବେ ନିଜର
ମଧ୍ୟ ଧ୍ୟାନ ରହିବ । ବାବା ଏହି ସବୁ ଯୁକ୍ତି ବତାଉଛନ୍ତି । ଘଡି ଘଡି ନିଜକୁ ସାବଧାନ କର । ନିଜକୁ
ଆତ୍ମା ଭାବି ଶିବବାବାଙ୍କ ସ୍ମୃତିରେ ବସିଛ? ତେଣୁ ଯାହାର ବୁଦ୍ଧିଯୋଗ ଏଣେ ତେଣେ ଘୁରି ବୁଲୁଥିବ
ତାହା ସ୍ଥିର ହୋଇଯିବ । ଘଡି ଘଡି ନିଜକୁ ଏହି ସ୍ମୃତି ଦେବା ଦରକାର । ବାବାଙ୍କ ସ୍ମୃତି ଦ୍ୱାରା
ହିଁ ତୁମେମାନେ ସେ ପାରିକୁ ଚାଲିଯିବ । ଗାୟନ ମଧ୍ୟ କରନ୍ତି, ହେ ନାଉରିଆ, ନାଆକୁ ମୋର ପାରି
କରିଦିଅ । କିନ୍ତୁ ଏହାର ଅର୍ଥକୁ ଜାଣି ନାହାଁନ୍ତି । ମୁକ୍ତିଧାମକୁ ଯିବା ପାଇଁ ଅଧାକଳ୍ପ ଭକ୍ତି
କରିଛ । ଏବେ ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମେମାନେ ମୁକ୍ତିଧାମକୁ ଚାଲିଯିବ । ତୁମେମାନେ
ଏଠାକୁ ଆସିଛ ପାପ ଭସ୍ମ କରିବା ପାଇଁ ତେଣୁ କୌଣସି ପାପ କରିବାର ନାହିଁ । ନଚେତ୍ ପୁଣି ପାପ
ରହିଯିବ । ଏହା ହେଲା ପ୍ରଥମ ନମ୍ବରର ପୁରୁଷାର୍ଥ - ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ
ପକାଅ । ଏହିପରି ନିଜକୁ ସାବଧାନ କରିଲେ ନିଜର ମଧ୍ୟ ଧ୍ୟାନ ରହିବ । ନିଜକୁ ସାବଧାନ କରିବାକୁ
ପଡିବ । ନିଜେ ଯୋଗରେ ବସିଲେ ଅନ୍ୟମାନଙ୍କୁ ମଧ୍ୟ ବସାଇପାରିବ । ଆମେ ଆତ୍ମା, ନିଜ ଘରକୁ ଯାଉଛୁ ।
ପୁଣି ଆସି ରାଜତ୍ୱ କରିବୁ । ନିଜକୁ ଶରୀର ଭାବିବା - ଏହା ମଧ୍ୟ ଏକ କଡା ରୋଗ ସେଥିପାଇଁ ସମସ୍ତେ
ରସାତଳକୁ ଚାଲି ଯାଇଛନ୍ତି । ସେମାନଙ୍କୁ ପୁଣି ଉଦ୍ଧାର କରିବାକୁ ହେବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର ସମୟକୁ
ଆତ୍ମିକ ଧନ୍ଦାରେ ଅର୍ଥାତ୍ ସେବା କରିବାରେ ସଫଳ କରିବାକୁ ହେବ । ଜୀବନକୁ ହୀରାତୁଲ୍ୟ କରିବାକୁ
ହେବ । ନିଜକୁ ସର୍ବଦା ସାବଧାନ ରଖିବାକୁ ହେବ । ନିଜକୁ ଶରୀର ଭାବିବାର କଡା ବେମାରିରୁ ରକ୍ଷା
ପାଇବାର ପୁରୁଷାର୍ଥ କରିବାକୁ ହେବ ।
(୨) କେବେ ବି ମାୟାର
ଦାସ ହେବାର ନାହିଁ, ଭିତରେ-ଭିତରେ ଜପ କରିବାକୁ ହେବ ଯେ ମୁଁ ଆତ୍ମା, ମୁଁ ଆତ୍ମା..... । ସର୍ବଦା
ଖୁସି ରହିଥାଉ ଯେ ମୁଁ ଭିକାରୀରୁ ରାଜକୁମାର ହେଉଛି ।
ବରଦାନ:-
ଗହନ ଅନୁଭବର
ପ୍ରୟୋଗ ଶାଳାରେ ରହି ନୂଆ ନୂଆ ଅନୁସନ୍ଧାନ କରୁଥିବା ଅନ୍ତର୍ମୁଖୀ ଭବ ।
ଯେତେବେଳେ ନିଜ ଭିତରେ
ପ୍ରଥମେ ସବୁ ପ୍ରକାରର ଅନୁଭବ ପ୍ରତ୍ୟକ୍ଷ ହୋଇଯିବ ସେତେବେଳେ ହିଁ ବାବାଙ୍କର ପ୍ରତ୍ୟକ୍ଷତା ହେବ
- ଏଥିପାଇଁ ଅନ୍ତର୍ମୁଖୀ ହୋଇ ଯୋଗର ଯାତ୍ରାର ଅଥବା ସର୍ବ ପ୍ରାପ୍ତିର ଗହନ ଅନୁଭୂତିରେ ରହି
ଅନୁସନ୍ଧାନ କର । ପ୍ରଥମେ ସଂକଳ୍ପ ଧାରଣ କର, ତା’ପରେ ତା’ର ପରିଣାମକୁ ବା ସିଦ୍ଧିକୁ ଦେଖ ଯେ
ମୁଁ ଯେଉଁ ସଂକଳ୍ପ କରିଥିଲି ସେଥିରେ ସିଦ୍ଧି ପ୍ରାପ୍ତ ହେଲା ନା ନାହିଁ? ଏଭଳି ଗହନ ଅନୁଭୂତିର
ପ୍ରୟୋଗଶାଳାରେ ରୁହ ଯାହାକି ସମସ୍ତଙ୍କୁ କୌଣସି ବିଶେଷ ଲଗନରେ ମଗନ ରହୁଥିବାର ବା ଏହି ସଂସାରଠାରୁ
ଉପରାମ ରହୁଥିବାର ଅନୁଭବ ହେଉଥିବ । ଏଥିପାଇଁ କର୍ମ କରିବା ସମୟରେ ଯୋଗର ଶକ୍ତିଶାଳୀ ସ୍ଥିତିରେ
ରହିବାର ଅଭ୍ୟାସକୁ ବଢାଅ । ଯେପରି ବାଣୀରେ ଆସିବାର ଅଭ୍ୟାସ ହୋଇଯାଇଛି ସେହିପରି ଆତ୍ମଅଭିମାନୀ
ସ୍ଥିତିରେ ରହିବାର ଅଭ୍ୟାସ କର ।
ସ୍ଲୋଗାନ:-
ସନ୍ତୁଷ୍ଟତା
ରୂପୀ ଆସନ ଉପରେ ବସି ପରିସ୍ଥିତି ଗୁଡିକର ଖେଳକୁ ଦେଖୁଥିବା ଆତ୍ମା ହିଁ ସନ୍ତୁଷ୍ଟମଣୀ ଅଟେ ।
ଅବ୍ୟକ୍ତ ଈଶାରା:-
ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।
ଯେପରି ହଠଯୋଗୀମାନେ
ନିଜର ଶ୍ୱାସ କ୍ରିୟାକୁ ଯେତେ ସମୟ ଚାହିଁବେ ରୋକି ପାରିବେ ସେହିପରି ତୁମେ ସହଜଯୋଗୀ, ସ୍ୱତଃ ଯୋଗୀ,
ସଦାଯୋଗୀ, କର୍ମଯୋଗୀ, ଶ୍ରେଷ୍ଠ ଯୋଗୀ ଆତ୍ମାମାନେ ନିଜର ସଂକଳ୍ପକୁ, ଶ୍ୱାସକ୍ରିୟାକୁ
ପ୍ରାଣେଶ୍ୱର ବାବାଙ୍କର ଜ୍ଞାନ ଆଧାରରେ ଯେଉଁ ସଂକଳ୍ପ, ଯେପରି ସଂକଳ୍ପ, ଯେତେ ସମୟ ପର୍ଯ୍ୟନ୍ତ
କରିବାକୁ ଚାହିଁବ ସେତିକି ସମୟ ସେହି ସଂକଳ୍ପରେ ସ୍ଥିତ ହୋଇଯାଅ । ଏବେ ଏବେ ଶୁଦ୍ଧ ସଂକଳ୍ପରେ
ରମଣ କର, ପୁଣି ଏବେ ଏବେ ଗୋଟିଏ ହିଁ ଲଗନ ଅର୍ଥାତ୍ ଏକମାତ୍ର ବାବାଙ୍କ ସହିତ ମିଳନ କରିବାର,
ଏକମାତ୍ର ଅଶରୀରୀ ସ୍ଥିତିର ଶୁଦ୍ଧ ସଂକଳ୍ପରେ ସ୍ଥିତ ହୋଇଯାଅ ।