16.05.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସର୍ବଦା ମନେ ରଖ - ବହୁତ ସମୟ ବିତିଗଲାଣି ଆଉ ଅଳ୍ପ ସମୟ ବାକି ଅଛି, ଏବେ ତ ଘରକୁ ଯିବାକୁ ହେବ, ଏହି ଛି-ଛି ଶରୀର ଏବଂ ଦୁନିଆକୁ ଭୁଲିବାକୁ ହେବ ।”

ପ୍ରଶ୍ନ:-
କେଉଁ ନିଶା ଅର୍ଥାତ୍ ଖୁସି ନିରନ୍ତର ରହିଲେ ସ୍ଥିତି ବହୁତ ଫାଷ୍ଟକ୍ଲାସ ରହିବ?

ଉତ୍ତର:-
ନିରନ୍ତର ଏହି ନିଶା ରହୁ ଯେ ମିରୁଆ ମୌତ ମଲୁକା ଶିକାର ଅର୍ଥାତ୍ କାହାର ପୁଷ ମାସ ତ କାହାର ସର୍ବନାଶ । ଆମେ ମଲୁକ ଅର୍ଥାତ୍ ଫରିସ୍ତା ହୋଇ ନିଜର ପ୍ରେମିକଙ୍କ ସହିତ ଘରକୁ ଯିବା, ବାକି ଏଠାରେ ସବୁ କିଛି ସମାପ୍ତ ହୋଇଯିବ । ଏବେ ଆମେ ଏହି ପୁରୁଣା ଶରୀରକୁ ଛାଡି ନୂଆ ଶରୀର ଧାରଣ କରିବା । ଏହି ଜ୍ଞାନ ସାରା ଦିନ ବୁଦ୍ଧିରେ ଚିନ୍ତନ ଚାଲିଲେ ଅପାର ଖୁସି ରହିବ । ସ୍ଥିତି ଫାଷ୍ଟକ୍ଳାସ ହୋଇଯିବ ।

ଗୀତ:-
ୟହ କୌନ ଆଜ ଆୟା...

ଓମ୍ ଶାନ୍ତି ।
ଏହି କଥା କିଏ କହିଲେ? ସନ୍ତାନମାନେ । ଅତିନ୍ଦ୍ରିୟ ସୁଖମୟ ଜୀବନକୁ ଆସି କହୁଛନ୍ତି - ବେହଦର ପିତା ଆସିଯାଇଛନ୍ତି । କ’ଣ ପାଇଁ? ଏହି ପତିତ ଦୁନିଆକୁ ପରିବର୍ତ୍ତନ କରି ପବିତ୍ର ଦୁନିଆ ଗଢିବା ପାଇଁ, ପବିତ୍ର ଦୁନିଆ କେତେ ବଡ ହୋଇଥିବ? ପତିତ ଦୁନିଆ କେତେ ବଡ, ଏହି କଥା ତୁମେ ପିଲାମାନଙ୍କ ବୁଦ୍ଧିରେ ଆସିବା ଉଚିତ୍ । ଏଠାରେ କେତେ କୋଟି-କୋଟି ମନୁଷ୍ୟ ଅଛନ୍ତି । ଏହାକୁ ପତିତ ଭ୍ରଷ୍ଟାଚାରୀ ଦୁନିଆ କୁହାଯାଏ । ମଧୁର ସନ୍ତାନମାନଙ୍କର ମନରେ ଆସିବା ଉଚିତ୍ - ଆମର ନୂଆ ଦୁନିଆ କେତେ ଛୋଟ ହେବ, ଆମେ କିପରି ରାଜତ୍ୱ କରିବୁ । ଆମ ଭାରତ ଭଳି ଆଉ କୌଣସି ଦେଶ ହୋଇପାରିବ ନାହିଁ । ଏହି କଥା କେହି ବୁଝିନାହାଁନ୍ତି ଯେ ଭାରତ ସ୍ୱର୍ଗ ଥିଲା, ତା’ ଭଳି ଆଉ କୌଣସି ଦେଶ ହୋଇପାରିବ ନାହିଁ । ତୁମେ ବୁଝିପାରୁଛ, ଏହି ଭାରତ ତ ଏବେ କୌଣସି କାମର ନୁହେଁ । ଭାରତ ସ୍ୱର୍ଗ ଥିଲା, ଏବେ ନାହିଁ । ଏହି କଥା କାହାର ମନେ ପଡୁନାହିଁ ଯେ ଆମର ଭାରତ ସବୁଠାରୁ ଉଚ୍ଚ ଏବଂ ସବୁଠାରୁ ପ୍ରାଚୀନ । ତୁମ ପିଲାମାନଙ୍କର ବୁଦ୍ଧିକୁ ଆସୁଛି, ତାହା ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ । ତୁମ ମଧ୍ୟରେ ସେତିକି ଖୁସି ଓ ସେତିକି ସମ୍ମାନ ରହୁଛି? ବେହଦର ବାବା ଆସିଯାଇଛନ୍ତି । କଳ୍ପ-କଳ୍ପ ଆସୁଛନ୍ତି, ମାୟା ରାବଣ ଯିଏକି ଆମର ରାଜ୍ୟ-ଭାଗ୍ୟ ଛଡାଇ ନେଇଛି, ସେହି ରାଜ୍ୟ-ଭାଗ୍ୟ ପୁନର୍ବାର ବାବା ଆସି ଆମ ଆତ୍ମାମାନଙ୍କୁ ଦେଉଛନ୍ତି । ଏମିତି ନୁହେଁ ଯେ କୌଣସି ଲଢେଇ ଦ୍ୱାରା ଛଡେଇ ନିଆ ଯାଇଛି । ନା । ରାବଣ ରାଜ୍ୟରେ ଆମର ମତ ଭ୍ରଷ୍ଟାଚାରୀ ହୋଇଯାଇଛି । ଶ୍ରେଷ୍ଠାଚାରୀରୁ ଆମେ ଭ୍ରଷ୍ଟାଚାରୀ ହୋଇଯାଇଥାଉ । ଦୁନିଆକୁ ଦେଖ କେତେ ବିସ୍ତାରିତ ହୋଇଗଲାଣି । ଆମର ଭାରତ ଦେଶ କେତେ ଛୋଟ ଥିଲା । ସ୍ୱର୍ଗରେ ଆମେ କେତେ ସୁଖୀ ରହିବା । ହୀରା ନୀଳାର ମହଲ ହେବ । ସେଠାରେ ରାବଣ ନ ଥାଏ । ତୁମ ପିଲାମାନଙ୍କ ବୁଦ୍ଧିରେ ଖୁସି ରହିବା ଉଚିତ୍‌, ଅତିନ୍ଦ୍ରିୟ ସୁଖ ରହିବା ଉଚିତ୍ । ବାବା କହୁଛନ୍ତି - ଦେହୀ-ଅଭିମାନୀ ହୁଅ । ଦେହର ଅଭିମାନ ତୁଟାଇବା ପାଇଁ ବାବା କହିଥିଲେ - ୧୦୮ ତାଳି ପକାବାଲା କପଡା ପିନ୍ଧ । ଯଦିଓ ବ୍ରହ୍ମାବାବାଙ୍କର ବଡ ବଡ ଲୋକଙ୍କ ସହିତ, ହୀରା-ନୀଳା ବ୍ୟବସାୟୀମାନଙ୍କ ସହିତ ସମ୍ପର୍କ ଥିଲା କିନ୍ତୁ ସେହି ଅଭିମାନ କିପରି ଦୂର ହେବ । ଦେହୀ-ଅଭିମାନୀ ହେବାକୁ ପଡିବ । ମୁଁ ଆତ୍ମା, ଏହା ମୋର ପୁରୁଣା ଶରୀର, ଏହାକୁ ଛାଡି ନୂଆ ଫାଷ୍ଟକ୍ଲାସ ଶରୀର ନେବାର ଅଛି । ସର୍ପ ତ ଗୋଟିଏ କାତି ଛାଡି ଆଉ ଗୋଟିଏ ଧାରଣ କରୁଛି । ତୁମ ପିଲାମାନଙ୍କର ବୁଦ୍ଧିରେ ଜ୍ଞାନ ରହିଛି, ଏହି ପୁରୁଣା ଶରୀରକୁ ଛାଡି, ଆମେ ଆଉ ଗୋଟିଏ ନୂଆ ଶରୀର ନେବୁ । ପୁଣି ଗୋଟିଏ ପରେ ଗୋଟିଏ ଶରୀର ମିଳିବ । ଏହି ସବୁ ଜ୍ଞାନ ତ ପିଲାମାନଙ୍କ ବୁଦ୍ଧିରେ ଚିନ୍ତନ ଚାଲିବା ଦରକାର । ଏହା ତ ଛି ଛି ଦୁନିଆ ଅଟେ, ଏହାକୁ ଦେଖୁଥିଲେ ମଧ୍ୟ ବୁଦ୍ଧିରୁ ଭୁଲିବାକୁ ପଡିବ । ଆମେ ଏବେ ଯାତ୍ରା କରୁଛୁ, ଆମର ବୁଦ୍ଧିର ଯୋଗ ଘର ଆଡକୁ ଯାଉଛି । ଏହି ଅଭ୍ୟାସ ତ କରିବାକୁ ପଡିବ ନା । ଏହି ଶରୀର ବି ପୁରୁଣା, ଦୁନିଆ ମଧ୍ୟ ପୁରୁଣା ଅଟେ । ସାକ୍ଷାତକାର ତ କରିସାରିଛ, ଏବେ ଏହି ଦେହ ଏବଂ ଦେହର ସର୍ବ ସମ୍ବନ୍ଧକୁ ଛାଡି ଘରକୁ ଯିବାକୁ ହେବ । ଭିତରେ ଖୁସି ରହିଛି ଯେ ଏବେ ଆମକୁ ଘରକୁ ଫେରିବାର ଅଛି । ବୁଦ୍ଧିଯୋଗ ସେହିଠାରେ ହିଁ ଲଗାଇବାର ଅଛି । ଜଣେ ଅନ୍ୟ ଜଣଙ୍କୁ ଏହି କଥା ଶୁଣାଇବାକୁ ହେବ - ମନମନାଭବ ଅର୍ଥାତ୍ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ । ଏହା ବହୁତ ଶକ୍ତିଶାଳୀ ମନ୍ତ୍ର ଅଟେ । ଯଦିଓ ଗୀତାକୁ ବହୁତ ଲୋକ ପଢୁଛନ୍ତି କିନ୍ତୁ ଅର୍ଥ କିଛି ବୁଝି ନାହାଁନ୍ତି । ଯେପରି ଅନ୍ୟ ସବୁ ଶାସ୍ତ୍ର ପଢୁଛନ୍ତି, ସେହିପରି ପଢି ନେଉଛନ୍ତି । ଏହି କଥା କେବେ କାହାରି ବୁଦ୍ଧିରେ ଆସିବ ନାହିଁ ଯେ ଆମେ ଭବିଷ୍ୟତ ପାଇଁ ରାଜଯୋଗ ଶିକ୍ଷା କରୁଛୁ । ବହୁତ ସମୟ ଚାଲିଗଲାଣି, ଏବେ ଆଉ ଅଳ୍ପ ସମୟ ବାକି ଅଛି । ଏହିଭଳି ନିଜର ମନୋରଞ୍ଜନ କରି ଖୁସି ହେବା ଉଚିତ୍ । ଏ ସବୁ କିଛି ତ ସମାପ୍ତ ହେବାକୁ ଯାଉଛି । କାହାର ସର୍ବନାଶ ତ କାହାର ପୁଷମାସ । ଆମେ ଫରିସ୍ତା ହୋଇ ନିଜର ପ୍ରେମିକ ବାବାଙ୍କ ସହିତ ଘରକୁ ଯିବା । ଏହି କଥା ଆତ୍ମାମାନଙ୍କର ପିତା ଆସି ଶିକ୍ଷା ଦେଉଛନ୍ତି । ବାବା ପିଲାମାନଙ୍କ ସହ ସାଧାରଣ ଭାବେ ମିଶୁଥିଲେ ମଧ୍ୟ ସର୍ବୋଚ୍ଚ ଅଟନ୍ତି । ବାବା ଆସିଛନ୍ତି - ବେହଦର ସମ୍ପତ୍ତି ଦେବା ପାଇଁ । ଏହିଭଳି କଳ୍ପ କଳ୍ପ ଆସୁଛନ୍ତି । ଏହା ତ ଛି ଛି ଦୁନିଆ ଅଟେ । ଏହିଭଳି କଥାବାର୍ତ୍ତା ନିଜ ସହିତ କରିବାକୁ ପଡିବ । ଏହାକୁ କୁହାଯାଏ ବିଚାର ସାଗର ମନ୍ଥନ । ଏହି ଶାସ୍ତ୍ର ଆଦି ତ ଜନ୍ମ ଜନ୍ମାନ୍ତର ପଢି ଆସିଛୁ । ଏବେ ଜଣାପଡୁଛି ଯେ ଆମେ ଭାରତବାସୀମାନେ ଯେତିକି ଜପ, ତପ ଆଦି କରିଛନ୍ତି ସେତେ ଆଉ କେହି କରିନାହାଁନ୍ତି । ଯେଉଁମାନେ ପ୍ରଥମେ ଆସିଥିବେ ସେହିମାନେ ହିଁ ଅଧିକ ଭକ୍ତି କରିଛନ୍ତି ଏବଂ ସେହିମାନେ ହିଁ ଜ୍ଞାନ ଯୋଗରେ ମଧ୍ୟ ଆଗକୁ ଯିବେ କାହିଁକି ନା ସେମାନଙ୍କୁ ପୁଣି ପ୍ରଥମ ପ୍ରଥମେ ନମ୍ବରରେ ଆସିବାର ଅଛି । ତୁମେ ଦେଖୁଛ, କେହି କେହି ତ ବହୁତ ଭଲ ପୁରୁଷାର୍ଥ କରୁଛନ୍ତି ।

ତୁମେ ପିଲାମାନେ ଯେଉଁମାନେ କି ଏହି ଆତ୍ମିକ ସେବାରେ ଲାଗି ରହିଛ, ସେମାନଙ୍କ ପାଇଁ ତ ବହୁତ ଭଲ । ସେମାନେ ବାସ୍ତବିକ ଯେପରି ଭଟ୍ଟୀରେ ବସିଛନ୍ତି । ସେହି ସମ୍ବନ୍ଧ ଅତୁଟ ହୋଇଯାଇଛି ଏବଂ ଯେଉଁମାନେ ଗୃହସ୍ଥ ବ୍ୟବହାରରେ ରହି, ଏହି ଜ୍ଞାନ ଶୁଣୁଛନ୍ତି ଏବଂ ଶୁଣାଉଛନ୍ତି ସେମାନେ ପୁରୁଣାମାନଙ୍କଠାରୁ ମଧ୍ୟ ତୀବ୍ର ଗତିରେ ଆଗକୁ ଯାଉଛନ୍ତି । ଦେଖାଯାଉଛି ନୂଆ ଭାବେ ଆସିଥିବା ଆତ୍ମାମାନେ ବହୁତ ତୀବ୍ର ବେଗରେ ଆଗକୁ ବଢୁଛନ୍ତି । ତୁମେ ଯଦି ତାଲିକା ବାହାର କରିବ ତେବେ ଜଣା ପଡିଯିବ । ପ୍ରଥମେ ପ୍ରଥମେ ତୁମମାନଙ୍କର ମାଳା ତିଆରି କରାଯାଉଥିଲା ପୁଣି ଦେଖାଗଲା ଯେ କେତେ ଭଲ ଭଲ ପିଲା ଯିଏକି ତିନି-ଚାରି ନମ୍ବରରେ ଥିଲେ ସେମାନେ ମଧ୍ୟ ଚାଲିଗଲେ । ଏକଦମ୍ ପ୍ରଜା ପଦକୁ ଆସିଗଲେ । ଏବେ ତୁମର ଏହା ବିଦ୍ୟାର୍ଥୀ ଜୀବନ ଅଟେ, ଗୃହସ୍ଥ ବ୍ୟବହାରରେ ରହି ଏହି ପାଠ ପଢୁଛ । ବହୁତ ପିଲା ଅଛନ୍ତି ଯେଉଁମାନେ କି ଡବଲ ପାଠ ପଢିଥାନ୍ତି, ଯାହାଦ୍ୱାରା ସହଜରେ ଉପରକୁ ଉଠି ଯାଇଥାଆନ୍ତି । ତୁମର କାମ ହେଲା ଗୃହସ୍ଥ ବ୍ୟବହାରରେ ରହି ଏହି ପାଠ ପଢିବା । ଏଥିରେ ମଧ୍ୟ କନ୍ୟାମାନେ ବହୁତ ତୀବ୍ରବେଗରେ ଯିବା ଉଚିତ୍ । କନ୍ୟାମାନଙ୍କ ନିମନ୍ତେ କହ୍ନେଇ ବା ଗୋପାଳ ନାମର ମଧ୍ୟ ଗାୟନ ହେଉଛି । ଏମିତି ତ ସେମାନେ ମଧ୍ୟ ଗୋପ ଅଟନ୍ତି କାରଣ ଏହା ପ୍ରବୃତ୍ତି ମାର୍ଗ ଅଟେ ନା । ତୁମେ ସତ୍ୟଯୁଗରେ ଦେବୀ-ଦେବତା ଧର୍ମର ଥିଲ । ଏହି ଲକ୍ଷ୍ମୀ-ନାରାୟଣ ପ୍ରବୃତ୍ତିମାର୍ଗରେ ରହି ରାଜତ୍ୱ କରୁଥିଲେ । ଏହି କଥା ତୁମ ବୁଦ୍ଧିରେ ଚିନ୍ତନ ଚାଲିବା ଉଚିତ୍ ଯେ ଆମେ କ’ଣ ହେଉଛୁ । ଦେବତାମାନେ କେତେ ଫାଷ୍ଟକ୍ଲାସ ଚରିତ୍ରବାନ ଥିଲେ । ଭକ୍ତମାନେ ସେମାନଙ୍କ ସମ୍ମୁଖରେ ଯାଇ ମହିମା ଗାନ କରୁଛନ୍ତି - ଆପଣ ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ.... ମୁଁ ପାପୀ, କପଟୀ ଅଟେ । ମୁଁ ନିର୍ଗୁଣ ହାର, ମୋ ଭିତରେ କିଛି ଗୁଣ ନାହିଁ.... ତେବେ ଏଥିରେ ଭଗବାନଙ୍କୁ କରୁଣା ବା କୃପା କରିବାର ନାହିଁ । ବାସ୍ତବରେ କରୁଣା ବା କୃପା ନିଜକୁ ନିଜ ଉପରେ ହିଁ କରିବାକୁ ପଡିଥାଏ । ତୁମେ ହିଁ ଦେବତା ଥିଲ, ଏବେ କ’ଣ ହୋଇଯାଇଛ ନିଜକୁ ଦେଖ, ପୁଣି ପୁରୁଷାର୍ଥ କରି ଦେବତା ହୁଅ । ଶ୍ୟାମରୁ ସୁନ୍ଦର ହେବା ପାଇଁ ପୁରୁଷାର୍ଥ କରିବାକୁ ପଡିଥାଏ । ଏହି କଥା ତ ଭକ୍ତିମାର୍ଗରେ କହିଥାନ୍ତି ଯେ - ମୁଁ ମରିବାକୁ ଯାଉଥିଲି ଅମୁକଙ୍କର କୃପାରୁ ମୁଁ ବଞ୍ଚିଗଲି ବା ତାଙ୍କ ଆଶୀର୍ବାଦରୁ ମୁଁ ବଞ୍ଚିଗଲି । ମହାତ୍ମା ଆଦିଙ୍କର ହାତ ଧରି କହିବେ ଆପଣଙ୍କର ଆଶୀର୍ବାଦ ଦରକାର । ଏଠାରେ ତ ପାଠପଢା ହେଉଛି । କୃପା ଆଦିର କିଛି କଥା ନାହିଁ । ମନମନାଭବର ଅର୍ଥ ରହିଛି ନା । ଦୁନିଆରେ ମନ୍ତ୍ର ତ ବହୁତ ଦେଉଛନ୍ତି । ଅନେକ ପ୍ରକାରର ହଠଯୋଗ ଶିଖାଉଛନ୍ତି । ପ୍ରତ୍ୟେକଙ୍କର ଶିକ୍ଷା ଅଲଗା ଅଲଗା ଅଟେ । ହଠଯୋଗର ନମୁନା ଯଦି ଦେଖିବାର ଅଛି ତେବେ ଜୟପୁର ମ୍ୟୁଜିୟମ୍‌ରେ ଯାଇ ଦେଖ । ଏଠାରେ ତ କେତେ ଆରାମରେ ତୁମେମାନେ ବସିଛ । ବୁଦ୍ଧିରେ ରହିଛି ବାବା ଆମକୁ ପୁନର୍ବାର ରାଜ୍ୟ ଭାଗ୍ୟ ଦେଉଛନ୍ତି । ସେହିଠାରେ ହିଁ ଅଦ୍ୱିତୀୟ ଦେବୀ-ଦେବତା ଧର୍ମ ଥିଲା, ଅନ୍ୟ କୌଣସି ଧର୍ମ ନ ଥିଲା । ଦୁଇ ହାତରେ ହିଁ ତାଳି ବାଜିଥାଏ । ସେଠାରେ ଗୋଟିଏ ଧର୍ମ ଥିଲା, ତେଣୁ କୌଣସି ଝଗଡା ହେଉ ନ ଥିଲା । ଏବେ ହେଉଛି କଳିଯୁଗ । କଳିଯୁଗ ଶେଷ ହେଲେ ଭକ୍ତି ମଧ୍ୟ ପୂର୍ଣ୍ଣ ହେବ । ଏବେ ତ ମନୁଷ୍ୟଙ୍କର କେତେ ବୃଦ୍ଧି ହୋଇ ଚାଲିଛି । ଧରଣୀର ଆୟତନ ତ ବଢୁ ନାହିଁ । ଧରଣୀର ଆୟତ୍ତନ ତ ସେତିକି ରହିଛି । ବାକି ମନୁଷ୍ୟ କମ୍ ବେଶୀ ହେଉଛନ୍ତି । ସେଠାରେ ମନୁଷ୍ୟ ବହୁତ କମ୍ ଥିବେ କିନ୍ତୁ ଏହି ଦୁନିଆ ହିଁ ରହିବ । ଦୁନିଆ ଛୋଟ ହେବ ନାହିଁ । ତେଣୁ ତୁମ ସନ୍ତାନମାନଙ୍କର ବହୁତ ଖୁସି ରହିବା ଉଚିତ୍ । ଆମେ ଯୋଗ ବଳ ଦ୍ୱାରା ବାବାଙ୍କର ଶ୍ରୀମତ ଆଧାରରେ ନିଜର ରାଜ୍ୟ ସ୍ଥାପନ କରୁଛୁ । ବାବା କହୁଛନ୍ତି କେବଳ ମୋତେ ମନେ ପକାଅ, ତେବେ ତୁମର ପାପ ଭସ୍ମ ହୋଇଯିବ । ଆତ୍ମାରେ ହିଁ ବିକାର ରୂପୀ ଖାଦ ମିଶିଯାଇଛି ନା । କେବଳ କହୁଛନ୍ତି - ସତ୍ତ୍ୱ, ରଜୋ, ତମୋ.... ଏ କଥା ଦେଖାଉ ନାହାଁନ୍ତି ଯେ ଆତ୍ମାରେ ହିଁ ବିକାର ରୂପୀ ଖାଦ ମିଶିଯାଇଛି । ପ୍ରଥମେ ସୁବର୍ଣ୍ଣ ଯୁଗ ଥିଲା, ଆତ୍ମା ପବିତ୍ର ସୁନା ଥିଲା ତାପରେ ରୂପାର ଖାଦ ମିଶିବା ପରେ ତାକୁ ରୌପ୍ୟଯୁଗ ବା ଚନ୍ଦ୍ରବଂଶୀ କୁହାଗଲା । ଇଂରାଜୀ ଅକ୍ଷର କେତେ ଭଲ ଲାଗୁଛି । ଗୋଲ୍‌ଡେନ୍‌, ସିଲଭର, କପର ପୁଣି ଆଇରନ୍ ଅର୍ଥାତ୍ ସୁନା, ରୂପା, ତମ୍ବା ପୁଣି ଲୁହା । ବାବା ବୁଝାଉଛନ୍ତି ଆତ୍ମାରେ ବିକାର ରୂପୀ ଖାଦ ମିଶିଯାଇଛି, ତାହା ବାହାରିବ କିପରି । ସତ୍ତ୍ୱରୁ ତମୋ ହୋଇଯାଇଛି, ତେଣୁ ତମୋରୁ ସତ୍ତ୍ୱ କିପରି ହେବ । ଭାବୁଛନ୍ତି ଗଙ୍ଗାରେ ସ୍ନାନ କରିବା ଦ୍ୱାରା ସତ୍ତ୍ୱପ୍ରଧାନ ହୋଇଯିବୁ । କିନ୍ତୁ ଏହା ତ ହୋଇପାରିବ ନାହିଁ । ଗଙ୍ଗା-ସ୍ନାନ ଆଦି ତ ପ୍ରତିଦିନ କରିଚାଲିଛନ୍ତି । କାହାର କାହାର ତ ଅଭ୍ୟାସ ହୋଇଯାଇଛି ଅର୍ଥାତ୍ - ବହୁତ ଓଷା-ବାର, ବ୍ରତ ଇତ୍ୟାଦି କରିଥାଆନ୍ତି, କେନାଲ ଆଦିରେ ଯାଇ ମଧ୍ୟ ସ୍ନାନ କରନ୍ତି । ତୁମକୁ ବାବା କହୁଛନ୍ତି - ବାବାଙ୍କୁ ମନେ ପକାଇବାର ନିୟମକୁ ପକ୍କା କର । ସ୍ମୃତି ରୂପୀ ସ୍ନାନ ବା ଯାତ୍ରା କର । ବାବା ଜ୍ଞାନ ସ୍ନାନ ମଧ୍ୟ କରାଉଛନ୍ତି, ଯୋଗର ଯାତ୍ରା ଶିଖାଉଛନ୍ତି । ବାବା ଜ୍ଞାନ ଦେଉଛନ୍ତି । ଏଥିରେ ଯୋଗ କରିବା ପାଇଁ ଜ୍ଞାନ, ସୃଷ୍ଟିଚକ୍ରର ମଧ୍ୟ ଜ୍ଞାନ ରହିଛି । ବାକି ଶାସ୍ତ୍ରର ଜ୍ଞାନଦାତା ତ ବହୁତ ଅଛନ୍ତି କିନ୍ତୁ ଯୋଗ ବିଷୟରେ କିଛି ଜାଣି ହିଁ ନାହାଁନ୍ତି । ହଠଯୋଗକୁ ଯୋଗ ବୋଲି ଭାବି ନେଇଛନ୍ତି । ଯୋଗାଶ୍ରମ ତ ଅନେକ ଅଛି । ସେମାନେ ମନମନାଭବର ମନ୍ତ୍ର ମଧ୍ୟ ଦେଉଛନ୍ତି କିନ୍ତୁ ବାବାଙ୍କ ବ୍ୟତୀତ କୌଣସି ମନୁଷ୍ୟଙ୍କ ନିକଟରେ ଏହି ଜ୍ଞାନ ନାହିଁ । ଏବେ ୮୪ ଜନ୍ମର ଚକ୍ର ଶେଷ ହେଲା, ପୁଣି ନୂଆ ଦୁନିଆ ଆରମ୍ଭ ହେବ ।

ଏହି ସୃଷ୍ଟି ରୂପୀ ବୃକ୍ଷର ବୃଦ୍ଧି କିପରି ହେଉଛି ସେ କଥା ତୁମମାନଙ୍କ ବୁଦ୍ଧିରେ ରହିଛି । ଏଠାରେ ରାଜତ୍ୱର ସ୍ଥାପନା ହେଉଛି । ସମସ୍ତେ କ’ଣ ଏକାଠି ଫେରିପାରିବେ କି । ବ୍ରାହ୍ମଣମାନଙ୍କର ବୃକ୍ଷ ବହୁତ ବଡ ହେବ । ତେଣୁ ଅଳ୍ପ ଅଳ୍ପ କରିଯିବେ । ପ୍ରଜା ତିଆରି ହୋଇ ଚାଲିବେ । ଯଦି କେହି ଅଳ୍ପ ଜ୍ଞାନ ମଧ୍ୟ ଶୁଣିନେବେ ତେବେ ମଧ୍ୟ ପ୍ରଜାରେ ଆସିଯିବେ । ସେଣ୍ଟର ଗୁଡିକର ସଂଖ୍ୟା ବହୁତ ହୋଇ ଚାଲିବ । ଭିନ୍ନ ଭିନ୍ନ ସ୍ଥାନମାନଙ୍କରେ ପ୍ରଦର୍ଶନୀମାନ ହେବାକୁ ଲାଗିବ । ଯେପରି ମନ୍ଦିର ବା ଦେବୀ ଦେବତାଙ୍କ ପୀଠମାନ ତିଆରି ହୋଇ ଚାଲିଛି ସେହିପରି ତୁମର ପ୍ରଦର୍ଶନୀ ମଧ୍ୟ ଗାଁ-ଗାଁ ମାନଙ୍କରେ ହେବ । ତେଣୁ ଘରେ ଘରେ ପ୍ରଦର୍ଶନୀ ଚିତ୍ର ରଖିବାକୁ ହେବ । ବୃଦ୍ଧି ପ୍ରାପ୍ତ ହୋଇ ଚାଲିବ, ସେଥିପାଇଁ ଏହି ଚିତ୍ର ଗୁଡିକୁ ମଧ୍ୟ ଶେଷରେ ଛପାଇବାକୁ ହେବ । ସମସ୍ତଙ୍କ ନିକଟକୁ ବାବାଙ୍କର ସନ୍ଦେଶ ଯିବାର ଅଛି । ପିଲାମାନଙ୍କୁ ବହୁତ ସେବା କରିବାକୁ ହେବ । ଏବେ ଏହି ସବୁ ପ୍ରୋଜେକ୍ଟର, ପ୍ରଦର୍ଶନୀ ଆଦିର ଫେଶନ ବାହାରିଛି ତେଣୁ ଗାଁ ଗାଁ ମାନଙ୍କରେ ଦେଖାଇବାକୁ ପଡିବ । ସେମାନେ ମଧ୍ୟ ଭଲ ଭାବରେ ବୁଝିବେ । ଶିବଜୟନ୍ତୀର ଗାୟନ ମଧ୍ୟ ଅଛି କିନ୍ତୁ ସିଏ କିପରି ଆସିଥା’ନ୍ତି, ଏହି କଥା କାହାକୁ ବି ଜଣା ନାହିଁ । ଶିବ ପୁରାଣ ଇତ୍ୟାଦିରେ ଏହି ସବୁ କଥା ନାହିଁ । ଏହି ସବୁ କଥା ତୁମେମାନେ ଶୁଣୁଛ । ଶୁଣିବା ସମୟରେ ଭଲ ଲାଗୁଛି ପୁଣି ଭୁଲିଯାଉଛ । ଯଦି ଜ୍ଞାନର ପଏଣ୍ଟ ଭଲ ଭାବରେ ଧାରଣ ହୋଇଥିବ, ତେବେ ସେବା ମଧ୍ୟ ଭଲ ଭାବରେ କରିପାରିବ । କିନ୍ତୁ ସବୁ ଜ୍ଞାନର ପଏଣ୍ଟ କେହି ବି ଧାରଣ କରିପାରୁ ନାହାଁନ୍ତି । ଭାଷଣ କରି ଆସିବା ପରେ ପୁଣି ବିଚାର ଆସୁଛି ଯେ ଅମୁକ ପଏଣ୍ଟ ବୁଝାଇଥିଲେ ଭଲ ହୋଇଥାନ୍ତା । ଯେଉଁମାନଙ୍କର ଦେହ ଅଭିମାନ ନ ଥିବ ସିଏ ତୁରନ୍ତ କରିଦେବେ । ଭାଷଣ କରି ସାରିବା ପରେ ପୁଣି ବିଚାର କରିବେ - ମୁଁ ସବୁ ପଏଣ୍ଟସ୍‌କୁ ଠିକ ଭାବରେ ବୁଝାଇଛି ତ? ଏହି ଏହି ପଏଣ୍ଟ ସବୁ ଭୁଲିଗଲି । ଜ୍ଞାନର ପଏଣ୍ଟ କିଛି ବି ସାଥୀରେ ସତ୍ୟଯୁଗକୁ ଯିବ ନାହିଁ । ଏସବୁ କେବଳ ବର୍ତ୍ତମାନ ପାଇଁ, ପୁଣି ଏ ସବୁ ସମାପ୍ତ ହୋଇଯିବ । ଏହି ଆଖିରେ ଯାହା କିଛି ଏବେ ଦେଖୁଛ ଏସବୁ ସତ୍ୟଯୁଗରେ ରହିବ ନାହିଁ । ଏବେ ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି । ଏବେ ତୁମେ ତ୍ରିନେତ୍ରୀ ହେଉଛ । ବାବା ଆସି ତୁମକୁ ଜ୍ଞାନ ଦେଉଛନ୍ତି, ଯାହାକୁ ଆତ୍ମା ଧାରଣ କରୁଛି । ଆତ୍ମାକୁ ତୃତୀୟ ନେତ୍ର ମିଳୁଛି । ଏହି ଜ୍ଞାନ କାହାରି ନିକଟରେ ନାହିଁ ଯେ ମୁଁ ଆତ୍ମା ଅଟେ, ଏହି ଶରୀର ଦ୍ୱାରା ଏହି କାର୍ଯ୍ୟ କରୁଛି । ବାବା ଆମକୁ ପଢାଉଛନ୍ତି, ଏହି କଥା ବୁଦ୍ଧିରେ ରଖିବା - ଏହିଥିରେ ମେହନତ ରହିଛି । ପିଲାମାନଙ୍କୁ ମେହନତ କରିବା ଉଚିତ୍ ଏବଂ ଖୁସିରେ ରହିବା ଉଚିତ୍ । ବାସ୍‌, ଏବେ ଆମର ରାଜ୍ୟ ଆସିଲା ହିଁ ଆସିଲା । ତୁମେ ଜାଣିଛ ଆମ ରାଜ୍ୟରେ କ’ଣ କ’ଣ ହେବ । ତୁମମାନଙ୍କୁ ତ ବହୁତ ଖୁସି ହେବା ଉଚିତ୍ ଯେ ଆମେ ଏହି ପାଠପଢା ଦ୍ୱାରା ରାଜ୍ୟ ନେଉଛୁ । ବିଦ୍ୟାର୍ଥୀଙ୍କୁ ନିଜର ପଦବୀ ମଧ୍ୟ ମନେ ରଖିବା ଉଚିତ୍ । ଆମେ ଭବିଷ୍ୟତ ପାଇଁ ପାଠ ପଢୁଛୁ । ଯଦି ଭଲ ପଢିବ ତେବେ ରାଜଗାଦି ଉପରେ ବସିବ । ରାଜଗଦିର ଅଧିକାରୀ ତ ନାମୀଗ୍ରାମୀ ହୋଇଯାଇଥାନ୍ତି । ଏବେ ଯଦି ତାଲିକା ବାହାର କରିବା, ମାଳା ତିଆରି କରିବା ତେବେ ସମସ୍ତେ କହିବେ ଅମୁକ କନ୍ୟାଙ୍କୁ ଆମ ସେଣ୍ଟରକୁ ପଠାଅ, ଆମକୁ ଟିକେ ଜ୍ଞାନଯୋଗ ଦ୍ୱାରା ସତେଜ କରିବେ । ଭାଷଣ କରୁଥିବା ଆତ୍ମାଙ୍କୁ ସମସ୍ତେ ଡାକିଥା’ନ୍ତି, ତେବେ ସେମାନଙ୍କର ସମ୍ମାନ ମଧ୍ୟ ରଖିବା ଉଚିତ୍ । ଆମକୁ ଏହାଙ୍କ ଭଳି ଯୋଗ୍ୟ ହେବାର ଅଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଅତିନ୍ଦ୍ରିୟ ସୁଖର ଅନୁଭବ କରିବା ପାଇଁ ଦେହର ଅଭିମାନକୁ ତୁଟାଇବାର ପୁରୁଷାର୍ଥ କରିବାକୁ ହେବ । ଏବେ ଘରକୁ ଫେରିବାର ଅଛି, ସେଥିପାଇଁ ବୁଦ୍ଧିର ଯୋଗ ଘର ସହିତ ଲାଗି ରହିଥାଉ ।

(୨) ଗୃହସ୍ଥ ବ୍ୟବହାର ଭିତରେ ରହି ପାଠ ମଧ୍ୟ ପଢିବାକୁ ହେବ, ଡବଲ କୋର୍ସ କରିବାକୁ ହେବ । ଜ୍ଞାନର ସ୍ନାନ ଏବଂ ଯୋଗର ଯାତ୍ରା ନିଜେ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ ।

ବରଦାନ:-
କୋମଳତାକୁ କମାଲରେ ପରିବର୍ତ୍ତନ କରି ମାୟାଜିତ୍ ହେଉଥିବା ଶକ୍ତି ସ୍ୱରୂପ ଭବ ।

ଶକ୍ତିସ୍ୱରୂପ ହେବା ପାଇଁ କୋମଳତାକୁ କମାଲ ଅର୍ଥାତ୍ ଚମତ୍କାରୀରେ ପରିବର୍ତ୍ତନ କର । କେବଳ ନିଜର ସଂସ୍କାରଗୁଡିକୁ ପରିବର୍ତ୍ତନ କରିବାରେ କୋମଳ ହୁଅ, କର୍ମରେ କେବେ ବି କୋମଳ ହୁଅ ନାହିଁ । ଏଥିରେ ଶକ୍ତି ରୂପ ହୁଅ । ଯେଉଁମାନେ ଶକ୍ତି ରୂପର କବଚକୁ ଧାରଣ କରିନିଅନ୍ତି ସେମାନଙ୍କୁ ମାୟାର କୌଣସି ବି ତୀର ଲାଗିପାରିବ ନାହିଁ । ସେଥିପାଇଁ ତୁମର ଚେହେରାରେ, ଦୃଷ୍ଟିଭଙ୍ଗୀରେ କୋମଳତା ପରିବର୍ତ୍ତେ ଶକ୍ତି ରୂପ ଦେଖାଯାଉ, ତେବେ ଯାଇ ମାୟାଜିତ୍ ହୋଇ ପାସ୍ ୱିଥ୍ ଅନରର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାର ସାର୍ଟିଫିକେଟ୍ ନେଇପାରିବ ।

ସ୍ଲୋଗାନ:-
ଯଦି ତ୍ରିକାଳଦର୍ଶୀର ଆସନ ଉପରେ ସ୍ଥିତ ହୋଇ ପ୍ରତ୍ୟେକ କର୍ମ କରିବ, ତେବେ ମାୟା ଦୂରରୁ ହିଁ ଫେରି ଚାଲିଯିବ ।

ଅବ୍ୟକ୍ତ ଈଶାରା:- ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।

ଯେପରି ସାକାର ବାବା ଅକ୍ଲାନ୍ତ ଏବଂ ଏକରସ ସ୍ଥିତିର ଦୃଷ୍ଟାନ୍ତ ହୋଇ ଦେଖାଇଛନ୍ତି, ସେହିପରି ତୁମମାନଙ୍କୁ ମଧ୍ୟ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ହେବାକୁ ପଡିବ, ଏହା ହିଁ ହେଉଛି ସେବା । ସେବା କେବଳ ବାଣୀ ଦ୍ୱାରା ହୋଇ ନ ଥାଏ, ସ୍ଥିତି ଦ୍ୱାରା ମଧ୍ୟ ସେବା ହୋଇଥାଏ । ତେଣୁ ସମୟ ଅନୁସାରେ ଏବେ ନିଜର ସ୍ଥିତିକୁ ଏକରସ କର ।