16.07.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହା
ପୁରୁଷୋତ୍ତମ ହେବାର ସଂଗମଯୁଗ ଅଟେ, ଏଥିରେ କୌଣସି ପାପ କର୍ମ କର ନାହିଁ ।”
ପ୍ରଶ୍ନ:-
ସଂଗମରେ ତୁମେ
ପିଲାମାନେ ସବୁଠାରୁ କେଉଁ ବଡ ପୁଣ୍ୟ କରୁଛ?
ଉତ୍ତର:-
ନିଜକୁ ବାବାଙ୍କ ନିକଟରେ ସମର୍ପଣ କରିଦେବା ଅର୍ଥାତ୍ ସମ୍ପୂର୍ଣ୍ଣ ସ୍ୱାହା ହୋଇଯିବା, ଏହା ହିଁ
ସବୁଠାରୁ ବଡ ପୁଣ୍ୟ । ଏବେ ତୁମେ ମୋହ ଶୂନ୍ୟ ହେଉଛ । ପିଲାଛୁଆ, ଘର ଦ୍ୱାର ସବୁ ଭୁଲୁଛ, ଏହା
ହିଁ ତୁମର ବ୍ରତ । ଆପ ମୁୟେ ମର ଗୟି ଦୁନିଆ (ନିଜେ ମଲେ ଦୁନିଆ ମରିଗଲା) । ଏବେ ତୁମେ ବିକାରୀ
ସମ୍ବନ୍ଧ ଗୁଡିକରୁ ମୁକ୍ତ ହେଉଛ ।
ଗୀତ:-
ଜଲେ ନ କୁଁୟ
ପରୱାନା....
ଓମ୍ ଶାନ୍ତି ।
ଏମାନେ ସବୁ ଭକ୍ତିମାର୍ଗରେ ବାବାଙ୍କର ମହିମା କରୁଛନ୍ତି । ଏହା ପରୱାନା (ଆତ୍ମା)ମାନଙ୍କର ଶମା (ପରମାତ୍ମାଙ୍କ)
ନିମିତ୍ତ ମହିମା, ଯେବେ ବାବା ଆସିଛନ୍ତି ତେବେ ବଞ୍ଚି ଥାଉ ଥାଉ କାହିଁକି ଆମେ ତାଙ୍କର ନ ହୋଇଯିବୁ
। ଯିଏ ପୋଷ୍ୟ କରନ୍ତି ତାଙ୍କ ପାଇଁ ବଞ୍ଚି ଥାଉ ଥାଉ କୁହାଯାଏ । ପୂର୍ବରୁ ତୁମେ ଆସୁରୀ ପରିବାରର
ଥିଲ, ଏବେ ତୁମେ ଈଶ୍ୱରୀୟ ପରିବାରର ହୋଇଛ । ଏବେ ବଞ୍ଚିଥିବା ସମୟରେ ହିଁ ଈଶ୍ୱର ଆସି ତୁମକୁ
ପୋଷ୍ୟ କରିଛନ୍ତି, ଯାହାକୁ ପୁଣି ଶରଣାଗତି ବୋଲି କୁହାଯାଏ । ଗାୟନ ରହିଛି ନା - ମୁଁ ତୁମର ଶରଣ
ପଶିଲି... ଯେତେବେଳେ ଭଗବାନ ଆସନ୍ତି, ସେତେବେଳେ ଶରଣ ପଶନ୍ତି, ନିଜର ଶକ୍ତି ତଥା ପ୍ରଭାବ
ଦେଖାନ୍ତି । ସେ ହିଁ ଶକ୍ତିମାନ ଅଟନ୍ତି । ବାସ୍ତବରେ ତାଙ୍କର ଆକର୍ଷଣ ରହିଛି ନା । ସବୁ କିଛି
ଛଡାଇ ଦେଇଥା’ନ୍ତି । ଯିଏ ବାସ୍ତବରେ ବାବାଙ୍କର ସନ୍ତାନ ସନ୍ତତି ହୁଅନ୍ତି ସେମାନେ ଆସୁରୀ
ସମ୍ପ୍ରଦାୟର ସମ୍ବନ୍ଧରେ ହଇରାଣ ହୋଇଥାଆନ୍ତି । କହୁଛନ୍ତି - ବାବା ଆମେ କେବେ ଏହି ସମ୍ବନ୍ଧରୁ
ମୁକ୍ତ ହେବୁ । ଏଠାରେ ଏହି ପୁରୁଣା ସମ୍ବନ୍ଧକୁ ଭୁଲିବାକୁ ହୋଇଥାଏ । ଯେତେବେଳେ ଆତ୍ମା ଦେହରୁ
ଅଲଗା ହୋଇଯାଏ, ସେତେବେଳେ ସବୁ ବନ୍ଧନ ସମାପ୍ତ ହୋଇଯାଇଥାଏ । ବର୍ତ୍ତମାନ ସମୟରେ ତୁମେ ଜାଣିଛ
ସମସ୍ତଙ୍କର ମୃତ୍ୟୁ ନିଶ୍ଚିତ ହେବ ଏବଂ ଏସବୁ ହେଲା ବିକାରୀ ବନ୍ଧନ । ଏବେ ପିଲାମାନେ ନିର୍ବିକାରୀ
ସମ୍ବନ୍ଧ ଚାହୁଁଛନ୍ତି । ନିର୍ବିକାରୀ ସମ୍ବନ୍ଧରେ ଥିଲେ, ପୁଣି ବିକାରୀ ସମ୍ବନ୍ଧରେ ପଡିଲେ
ତା’ପରେ ଆମର ନିର୍ବିକାରୀ ସମ୍ବନ୍ଧ ହେବ । ଏହିକଥା ଅନ୍ୟ କାହାର ବୁଦ୍ଧିରେ ନ ଥାଏ । ପିଲାମାନେ
ଜାଣିଛନ୍ତି ଆମେ ଆସୁରୀ ବନ୍ଧନରୁ ମୁକ୍ତ ହେବାର ପୁରୁଷାର୍ଥ କରୁଛୁ । ଏକ ବାବାଙ୍କ ସହିତ ଯୋଗ
ରଖାଯାଏ । ସେପଟେ କେବଳ ରାବଣ, ଏପଟେ କେବଳ ରାମ । ଏସବୁ କଥା ଦୁନିଆ ଜାଣି ନାହିଁ । କହୁଛନ୍ତି
ମଧ୍ୟ ରାମରାଜ୍ୟ ଦରକାର, ପରନ୍ତୁ ସାରା ଦୁନିଆ ରାବଣ ରାଜ୍ୟରେ ଅଛି, ଏହା କେହି ବୁଝୁ ନାହାଁନ୍ତି
। ରାମରାଜ୍ୟରେ ତ ପବିତ୍ରତା-ସୁଖ-ଶାନ୍ତି ଥିଲା, ତାହା ଏବେ ନାହିଁ । ପରନ୍ତୁ ଯାହା କହୁଛନ୍ତି
ତାକୁ ଅନୁଭବ କରୁ ନାହାଁନ୍ତି । ଗାୟନ ମଧ୍ୟ କରନ୍ତି ଏହି ଆତ୍ମାମାନେ ସବୁ ସୀତା ଅଟନ୍ତି । କେବଳ
ଜଣେ ସୀତାର କଥା ନୁହେଁ । ନା କେବଳ ଜଣେ ଅର୍ଜୁନଙ୍କର ନା ଜଣେ ଦ୍ରୌପଦୀଙ୍କର କଥା । ଏହା ତ
ଅନେକଙ୍କ କଥା ଅଟେ । ଜଣଙ୍କର ଦୃଷ୍ଟାନ୍ତ ଦିଆଯାଏ । ତୁମକୁ ବି କୁହାଯାଏ ତୁମେ ସମସ୍ତେ
ଅର୍ଜୁନଙ୍କ ପରି । ତୁମେ କହିବ ଅର୍ଜୁନ ତ ଏହି ଭାଗୀରଥ ହୋଇଗଲେ । ବାବା କହୁଛନ୍ତି - ମୁଁ
ସାଧାରଣ ବୃଦ୍ଧ ଶରୀରର ରଥ ଆରୋହଣ କରୁଛି । ଦୁନିଆରେ ପୁଣି ଚିତ୍ରରେ ଘୋଡାଗାଡି ଦେଖାଇଛନ୍ତି,
ଏହାକୁ ଅଜ୍ଞାନ କୁହାଯାଏ । ପିଲାମାନେ ବୁଝୁଛନ୍ତି ଏହି ଶାସ୍ତ୍ର ଆଦି ସବୁ ଭକ୍ତିମାର୍ଗର ଅଟେ ।
ଏସବୁ କଥା ଯେ ପର୍ଯ୍ୟନ୍ତ ୭ ଦିନର କୋର୍ସ ନ ନେଇଛନ୍ତି ସେ ପର୍ଯ୍ୟନ୍ତ ବୁଝିପାରିବେ ନାହିଁ ।
ଭକ୍ତି ଅଲଗା । ଜ୍ଞାନ, ଭକ୍ତି ଓ ବୈରାଗ୍ୟ କୁହାଯାଏ । ବାସ୍ତବରେ ସନ୍ନ୍ୟାସୀମାନଙ୍କର ବୈରାଗ୍ୟ
ସଚ୍ଚା ନୁହେଁ । ସେମାନେ ତ ଜଙ୍ଗଲକୁ ଯାଇ ପୁଣି ସହରକୁ ଫେରି ସେଠାରେ ଅବସ୍ଥାନ କରି ବଡ ବଡ
କୋଠାମାନ ତିଆରି କରୁଛନ୍ତି । କେବଳ କହୁଛନ୍ତି ଆମେ ଘରଦ୍ୱାର ଛାଡି ଦେଇଛୁ, ତୁମର ହେଲା ସାରା
ପୁରୁଣା ଦୁନିଆରୁ ବୈରାଗ୍ୟ । ଏହା ହିଁ ଯଥାର୍ଥ କଥା, ତାହା ହେଲା ହଦର କଥା (ସୀମିତ କଥା)
ସେଥିପାଇଁ ତାକୁ ହଠଯୋଗ, ହଦର ବୈରାଗ୍ୟ କୁହାଯାଏ ।
ତୁମେମାନେ ଜାଣିଛ ଏହି ପୁରୁଣା ଦୁନିଆ ଏବେ ସମାପ୍ତ ହେବ, ସେଥିପାଇଁ ଏଥିରୁ ନିଶ୍ଚିତ ବୈରାଗ୍ୟ
ଆସିବା ଦରକାର । ବୁଦ୍ଧି ମଧ୍ୟ କହୁଛି ନୂଆ ଘର ତିଆରି ହେଲେ ପୁରୁଣାକୁ ଭଙ୍ଗାଯାଏ । ତୁମେ ଜାଣିଛ
ଏବେ ପ୍ରସ୍ତୁତି ଚାଲିଛି । କଳିଯୁଗ ପରେ ପୁଣି ସତ୍ୟଯୁଗ ନିଶ୍ଚିତ ଆସିବ । ଏବେ ଏହା ହେଉଛି
ପୁରୁଷୋତ୍ତମ ସଂଗମଯୁଗ । ପୁରୁଷୋତ୍ତମ ମାସ ମଧ୍ୟ ହୋଇଥାଏ । ତୁମର ହେଲା ପୁରୁଷୋତ୍ତମ ଯୁଗ ।
ପୁରୁଷୋତ୍ତମ ମାସରେ ଦାନ-ପୁଣ୍ୟ ଆଦି କରିଥା’ନ୍ତି । ତୁମେ ଏହି ପୁରୁଷୋତ୍ତମ ଯୁଗରେ ନିଜର ସର୍ବସ୍ୱ
ସ୍ୱାହା କରୁଛ । ଜାଣିଛ - ଏହି ସାରା ଦୁନିଆ ହିଁ ସ୍ୱାହା ହୋଇଯିବ । ତେବେ ସାରା ଦୁନିଆର ସର୍ବସ୍ୱ
ସ୍ୱାହା ହେବା ପୂର୍ବରୁ ଆମେ କାହିଁକି ନିଜକୁ ସ୍ୱାହା ନ କରିଦେବୁ । ତୁମକୁ ଏହାର କେତେ ପୁଣ୍ୟ ନ
ମିଳିବ । ତାହା ହେଲା ହଦର ପୁରୁଷୋତ୍ତମ ମାସ, ଏହା ତ ବେହଦର କଥା । ପୁରୁଷୋତ୍ତମ ମାସରେ ବହୁତ
ଶାସ୍ତ୍ର ଆଦିର କଥା ଶୁଣିଥା’ନ୍ତି । ବ୍ରତ, ନିୟମ ଆଦି ପାଳନ କରିଥା’ନ୍ତି । ତୁମର ବ୍ରତ ବହୁତ
ବଡ । ତୁମର ଭଲେ ପିଲାଛୁଆ, ଘରଦ୍ୱାର ଆଦି ସବୁକିଛି ଅଛି, ପରନ୍ତୁ ହୃଦୟରୁ ମୋହ ତୁଟିଯାଇଛି । ଆପ
ମୁଏ ମରଗୟି ଦୁନିଆ । ତୁମେ ଜାଣିଛ ଏ ସବୁ ସମାପ୍ତ ହୋଇଯିବ । ଆମେ ବାବାଙ୍କର ହୋଇଛୁ -
ପୁରୁଷୋତ୍ତମ ହେବା ପାଇଁ । ସବୁ ପୁରୁଷମାନଙ୍କ ମଧ୍ୟରେ ଅର୍ଥାତ୍ ମନୁଷ୍ୟମାନଙ୍କ ମଧ୍ୟରେ ଉତ୍ତମ
ପୁରୁଷ ଏହି ଲକ୍ଷ୍ମୀ-ନାରାୟଣ ସମ୍ମୁଖରେ ଦଣ୍ଡାୟମାନ ଅଛନ୍ତି । ଏହାଙ୍କଠାରୁ ଉତ୍ତମ କୌଣସି
ମନୁଷ୍ୟ ହୋଇ ପାରିବ ନାହିଁ । ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ । ତୁମେ ଆସିଛ ଏହିପରି
ପୁରୁଷୋତ୍ତମ ହେବା ପାଇଁ । ସବୁ ମନୁଷ୍ୟ ମାତ୍ର ସଦ୍ଗତି ପ୍ରାପ୍ତ କରିଥା’ନ୍ତି । ମନୁଷ୍ୟଙ୍କ
ଆତ୍ମା ପୁରୁଷୋତ୍ତମ ହେଉଛନ୍ତି, ତେବେ ସେମାନଙ୍କର ନିବାସ ସ୍ଥାନ ମଧ୍ୟ ସେହିପରି ଉତ୍ତମ ହେବା
ଦରକାର । ଯେପରି ପ୍ରେସିଡେଣ୍ଟ୍ ସବୁଠାରୁ ଉଚ୍ଚ ପଦବୀରେ ଅଛନ୍ତି ତେଣୁ ତାଙ୍କୁ ରହିବା ପାଇଁ
ରାଷ୍ଟ୍ରପତି ଭବନ ମିଳିଛି । କେତେ ବଡ ମହଲ, ବଗିଚା ଆଦି ରହିଛି । ଏହା ହେଲା ଏଠିକାର କଥା । ତୁମେ
ରାମରାଜ୍ୟକୁ ତ ଜାଣିଛ । ତୁମେ ସତ୍ୟଯୁଗୀ ପୁରୁଷୋତ୍ତମ ହେଉଛ ତା’ପରେ ଏହି କଳିଯୁଗୀ ପୁରୁଷୋତ୍ତମ
ରହିବେ ନାହିଁ । ତୁମେ ସତ୍ୟଯୁଗୀ ପୁରୁଷୋତ୍ତମ ହେବା ପାଇଁ ପୁରୁଷାର୍ଥ କରୁଛ । ତୁମେ ଜାଣିଛ ଆମ
ମହଲ କିପରି ହୋଇଥିବ । କାଲି ରାମରାଜ୍ୟ ହେବ, ତୁମେ ରାମରାଜ୍ୟରେ ପୁରୁଷୋତ୍ତମ ହେବ । ତୁମେ ବାଜି
ମାରୁଛ ଆମେ ରାବଣ ରାଜ୍ୟକୁ ବଦଳାଇ ରାମରାଜ୍ୟର ସ୍ଥାପନା କରିବୁ । ଏବେ ଯଦି ବାଜି ମାରୁଛ ତେବେ
ଜଣେ ଦୁଇ ଜଣଙ୍କୁ ପୁରୁଷୋତ୍ତମ କରିବାର ଅଛି - ଭବିଷ୍ୟ ୨୧ ଜନ୍ମ ପାଇଁ । ଦେବତାମାନଙ୍କର ମହିମା
ଗାନ କରନ୍ତି.... ସର୍ବଗୁଣ ସମ୍ପନ୍ନ... ଅହିଂସା ପରମୋ ଦେବୀ-ଦେବତା ଧର୍ମ । ଏହା ତୁମେ ଜାଣିଛ,
ଅନ୍ୟ କେହି ମନୁଷ୍ୟ ଜାଣି ନାହାଁନ୍ତି । ତୁମେ ପର ଜନ୍ମରେ ପୁରୁଷୋତ୍ତମ ହେବ ତା’ପରେ ଏହି ରାବଣ
ରାଜ୍ୟରେ କେହି ରହିବେ ନାହିଁ । ଏବେ ତୁମକୁ ସାରା ଜ୍ଞାନ ମିଳିଛି । ଏବେ ରାବଣ ରାଜ୍ୟ ସମାପ୍ତ
ହେବ ।
ଆଜିକାଲି ତ ସମୟର କିଛି ଭରସା ନାହିଁ, ଅକାଳମୃତ୍ୟୁ ହୋଇଯାଏ ଅଥବା କାହାର ଶତ୍ରୁତା ଥିଲେ ତାକୁ
ଉଡାଇ ଦେଇଥାଆନ୍ତି । ତୁମକୁ ତ କେହି ମାରିପାରିବେ ନାହିଁ । ତୁମେ ଅବିନାଶୀ ପୁରୁଷୋତ୍ତମ ଅଟ, ଏହା
ହେଲା ବିନାଶୀ, ତାହା ବି ରାବଣ ରାଜ୍ୟରେ । ଏମାନଙ୍କୁ ତୁମ ଦୈବୀ-ରାଜ୍ୟ ବିଷୟରେ ଜଣା ହିଁ ନାହିଁ
। ତୁମେ ଜାଣିଛ - ଆମେ ଶ୍ରୀମତ ଅନୁସାରେ ନିଜର ଦେବୀ ସ୍ୱରାଜ୍ୟ ସ୍ଥାପନ କରୁଛୁ । ଯିଏ ଭଲ
କର୍ତ୍ତବ୍ୟ କରି ଯାଇଛନ୍ତି ତାଙ୍କର ପୂଜା ହେଉଛି । ଏହା ତୁମେ ଜାଣିଛ । ଦେଖ ଜଗଦମ୍ବାଙ୍କର କେତେ
ପୂଜା ହେଉଛି । ଏବେ ଇଏ ହେଉଛନ୍ତି ଜ୍ଞାନ-ଜ୍ଞାନେଶ୍ୱରୀ । ତୁମେ ଜଗତ ଅମ୍ବାଙ୍କ ସନ୍ତାନ ହେଉଛ
ଜ୍ଞାନ-ଜ୍ଞାନେଶ୍ୱରୀ ଓ ରାଜ-ରାଜେଶ୍ୱରୀ । ଦୁହିଁଙ୍କ ମଧ୍ୟରେ ଉତ୍ତମ କିଏ?
ଜ୍ଞାନ-ଜ୍ଞାନେଶ୍ୱରୀଙ୍କ ପାଖକୁ ଯାଇ ଅନେକ ପ୍ରକାରର ମନୋକାମନା ଶୁଣାଇଥା’ନ୍ତି । ଅନେକ ଜିନିଷ
ମାଗିଥାଆନ୍ତି । ଜଗଦମ୍ବାଙ୍କ ମନ୍ଦିର ଓ ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିର ମଧ୍ୟରେ ବହୁତ ଫରକ ରହିଛି
। ଜଗଦମ୍ବାଙ୍କ ମନ୍ଦିର ବହୁତ ଛୋଟ ହୋଇଥାଏ । ଛୋଟ ସ୍ଥାନରେ ହେଉଥିବା ଭିଡକୁ ମନୁଷ୍ୟମାନେ ପସନ୍ଦ
କରିଥା’ନ୍ତି, ଶ୍ରୀନାଥଙ୍କ ମନ୍ଦିରରେ ବହୁତ ଭିଡ ହୁଏ, କପଡାରେ ବାଡେଇ ବାଡେଇ ଭିଡକୁ କମ୍
କରାଯାଏ ଅର୍ଥାତ୍ ସ୍ଥାନ ଖାଲି କରିବାକୁ କୁହାଯାଏ । କଲିକତାରେ କାଳୀ ମନ୍ଦିର କେତେ ଛୋଟ, ଭିତରେ
ବହୁତ ତେଲ ଓ ପାଣି (ତୈଳାକ୍ତ) ରହିଥାଏ । ଭିତରକୁ ବହୁତ ସାବଧାନ ହୋଇ ଯିବାକୁ ପଡେ । ବହୁତ ଭିଡ
ହୋଇଥାଏ । ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ତ ବହୁତ ବଡ ହୋଇଥାଏ । ଜଗଦମ୍ବାଙ୍କ ମନ୍ଦିର ବହୁତ ଛୋଟ
କାହିଁକି? ଗରୀବ ଅଟନ୍ତି ନା । ତେଣୁ ମନ୍ଦିର ମଧ୍ୟ ଗରୀବ ଭଳି ହୋଇଥାଏ । ଲକ୍ଷ୍ମୀ-ନାରାୟଣ
ସାହୁକାର ଅଟନ୍ତି, ତେଣୁ ମନ୍ଦିରରେ କେବେ ବି ମେଳା ଲାଗେ ନାହିଁ । ଜଗଦମ୍ବାଙ୍କ ମନ୍ଦିରରେ ବହୁତ
ମେଳା ଲାଗେ । ବାହାରୁ ବହୁତ ଲୋକ ଆସନ୍ତି । ମହାଲକ୍ଷ୍ମୀଙ୍କର ମଧ୍ୟ ମନ୍ଦିର ଅଛି, ଏକଥା ମଧ୍ୟ
ତୁମେ ଜାଣିଛ ଯେ ସେଠାରେ ଲକ୍ଷ୍ମୀ-ନାରାୟଣ ଉଭୟ ଅଛନ୍ତି । ତାଙ୍କୁ (ଲକ୍ଷ୍ମୀଙ୍କ) ଠାରୁ କେବଳ
ଧନ ମାଗନ୍ତି କାରଣ ସେ ଧନବାନ ହୋଇଛନ୍ତି ନା । ଏଠାରେ ତ ଅବିନାଶୀ ଜ୍ଞାନ ରତ୍ନ ରହିଛି । ଧନ ପାଇଁ
ଲକ୍ଷ୍ମୀଙ୍କ ପାଖକୁ ଯାଇଥାଆନ୍ତି, ବାକି ଅନେକ ସବୁ ଆଶାମାନ ରଖି ଜଗଦମ୍ବାଙ୍କ ପାଖକୁ ଯାଇଥାଆନ୍ତି
। ତୁମେ ଜଗତଅମ୍ବାଙ୍କର ସନ୍ତାନ ଅଟ । ୨୧ ଜନ୍ମ ପାଇଁ ତୁମେ ସମସ୍ତଙ୍କର ମନୋକାମନା ପୁରା କରୁଛ ।
ଗୋଟିଏ ମହାମନ୍ତ୍ର ଦ୍ୱାରା ୨୧ ଜନ୍ମ ପାଇଁ ସବୁ ମନୋକାମନା ପୁରା ହେଉଛି । ଅନ୍ୟ ସବୁ ମନ୍ତ୍ର ଆଦି
ନିରର୍ଥକ । ବାବା ବୁଝାଉଛନ୍ତି ତୁମେ ପତିତ ହେବା କାରଣରୁ ଏହି ମନ୍ତ୍ର ମୁଁ ତୁମକୁ ଦେଉଛି । ଯଦି
ମାମେକମ୍ ୟାଦ କରିବ ତେବେ ପାବନ ହେବ । ଏହା ବାବାଙ୍କ ବ୍ୟତୀତ ଆଉ କେହି ଆତ୍ମାମାନଙ୍କୁ
କହିପାରିବେ ନାହିଁ । ଏଥିରୁ ସିଦ୍ଧ ହେଉଛି ଏହି ସହଜ ରାଜଯୋଗ ବାବା ହିଁ ଶିଖାଉଛନ୍ତି । ସିଏ ହିଁ
ମନ୍ତ୍ର ମଧ୍ୟ ଦେଉଛନ୍ତି । ପାଞ୍ଚ ହଜାର ବର୍ଷ ପୂର୍ବରୁ ମଧ୍ୟ ମନ୍ତ୍ର ଦେଇଥିଲେ । ଏହା ମନେ
ପଡୁଛି । ଏବେ ତୁମେ ସମ୍ମୁଖରେ ବସିଛ । ଖ୍ରୀଷ୍ଟ ଆସିକରି ଯାଇଛନ୍ତି ତେଣୁ ତାଙ୍କର ବାଇବେଲ୍ ଆଦି
ପଢୁଛନ୍ତି । ସେ କ’ଣ କରିଯାଇଛନ୍ତି? ଧର୍ମସ୍ଥାପନା କରିଯାଇଛନ୍ତି । ତୁମେ ଜାଣିଛ ଶିବବାବା କ’ଣ
କରିଯାଇଛନ୍ତି । ଶ୍ରୀକୃଷ୍ଣ କ’ଣ କରିଯାଇଛନ୍ତି? ଶ୍ରୀକୃଷ୍ଣ ତ’ ସତ୍ୟଯୁଗର ରାଜକୁମାର ଥିଲେ,
ଯିଏକି ପୁଣି ନାରାୟଣ ହେଲେ, ପୁଣି ପୁର୍ନଜନ୍ମ ନେଇ ଆସିଛନ୍ତି । ଶିବବାବା ମଧ୍ୟ କିଛି କରିକରି
ଯାଇଛନ୍ତି ତେବେ ତ ତାଙ୍କର ଏତେ ପୂଜା ଆଦି ହେଉଛି । ଏବେ ତୁମେ ଜାଣୁଛ ସେ ରାଜଯୋଗ ଶିଖାଇ,
ଭାରତକୁ ସ୍ୱର୍ଗ କରି ଯାଇଛନ୍ତି, ଯେଉଁ ସ୍ୱର୍ଗର ପ୍ରଥମ ନମ୍ବରର ମାଲିକ ନିଜେ ହୋଇ ନାହାଁନ୍ତି,
ତାହା ତ ଶ୍ରୀକୃଷ୍ଣ ହେଲେ । ତୁମେ ବୁଝିଯାଇଛ ନିଶ୍ଚିତ କୃଷ୍ଣଙ୍କର ଆତ୍ମାକୁ ପଢାଇଲେ । ତୁମେ
ଶ୍ରୀକୃଷ୍ଣଙ୍କର ବଂଶାବଳୀ ବସିଛ । ରାଜା-ରାଣୀଙ୍କୁ ମାତା-ପିତା ଅନ୍ନଦାତା ବୋଲି କୁହାଯାଏ ।
ରାଜସ୍ଥାନରେ ମଧ୍ୟ ରାଜାଙ୍କୁ ଅନ୍ନଦାତା ବୋଲି କୁହାଯାଏ । ରାଜାମାନଙ୍କର କେତେ ମାନ୍ୟତା ରହିଛି
। ପୂର୍ବରୁ ସମସ୍ତେ ଅଭିଯୋଗ ନେଇ ରାଜାଙ୍କ ପାଖକୁ ଆସୁଥିଲେ, ଦରବାର ବସୁଥିଲା । କେହି ଭୁଲ୍
କରିଥିଲେ ବହୁତ ପଶ୍ଚାତାପ କରୁଥିଲେ । ଆଜିକାଲି ତ ଜେଲ୍ ବାର୍ଡସ୍ (ରୀତିମତ ଜେଲ୍ରେ ରହୁଥିବା
କଏଦୀ) ବହୁତ ଅଛନ୍ତି । ବାରମ୍ବାର ଜେଲ୍କୁ ଯାଉଛନ୍ତି । ଏବେ ତୁମ ସନ୍ତାନମାନଙ୍କୁ ଗର୍ଭଜେଲ୍କୁ
ଯିବାର ନାହିଁ । ତୁମକୁ ଗର୍ଭ ମହଲରେ ଆସିବାର ଅଛି, ସେଥିପାଇଁ ବାବାଙ୍କୁ ୟାଦ କର, ତେବେ ବିକର୍ମ
ବିନାଶ ହେବ ଆଉ କେବେ ଗର୍ଭଜେଲ୍କୁ ଯିବ ନାହିଁ । ସେଠାରେ (ସତ୍ୟଯୁଗରେ) ପାପ ହୁଏ ନାହିଁ ।
ସମସ୍ତେ ଗର୍ଭମହଲରେ ରୁହନ୍ତି, କେବଳ କମ୍ ପୁରୁଷାର୍ଥ କାରଣରୁ କମ ପଦ ପ୍ରାପ୍ତ କରିଥା’ନ୍ତି ।
ଉଚ୍ଚ ପଦଧାରୀମାନଙ୍କୁ ବହୁତ ସୁଖ ପ୍ରାପ୍ତ ମଧ୍ୟ ହୋଇଥାଏ । ଏଠାରେ ତ କେବଳ ୫ ବର୍ଷ ପାଇଁ
ଗଭର୍ଣ୍ଣର, ପ୍ରେସିଡେଣ୍ଟ ନିର୍ଦ୍ଧାରିତ କରାଯାଏ । ତୁମେ ବୁଝାଇ ପାରିବ ଭାରତ ହିଁ ଦୈବୀ
ରାଜସ୍ଥାନ ହୋଇଛି । ଏବେ ତ ନା ରାଜସ୍ଥାନ ଅଛି ନା ରାଜା ରାଣୀ ଅଛନ୍ତି । ପୂର୍ବରୁ କେହି
ସରକାରଙ୍କୁ ଟଙ୍କା ଦେଲେ ମହାରାଜା-ମହାରାଣୀର ଟାଇଟେଲ୍ ମିଳିଯାଉଥିଲା । ଏଠାରେ ତୁମେ ପାଠ ପଢୁଛ
। ପାଠପଢା ଦ୍ୱାରା କେହି ରାଜା ରାଣୀ ହୁଅନ୍ତି ନାହିଁ । ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ରହିଛି, ଏହି
ପାଠପଢା ଦ୍ୱାରା ତୁମେ ବିଶ୍ୱର ମହାରାଜା-ମହାରାଣୀ ହେଉଛ । ରାଜା ରାଣୀ ମଧ୍ୟ ନୁହଁନ୍ତି ।
ରାଜା-ରାଣୀର ଟାଇଟେଲ୍ ତ୍ରେତାରୁ ଆରମ୍ଭ ହୋଇଥାଏ ।
ତୁମେ ଏବେ ଜ୍ଞାନ-ଜ୍ଞାନେଶ୍ୱରୀ ହେଉଛ ପୁଣି ରାଜ-ରାଜେଶ୍ୱରୀ ହେବ । କିଏ କରିବେ? ଈଶ୍ୱର । କିପରି?
ରାଜଯୋଗ ଓ ଜ୍ଞାନ ଦ୍ୱାରା, ରାଜତ୍ୱ ପାଇବା ପାଇଁ ବାବାଙ୍କୁ ୟାଦ କରିବାକୁ ହେବ । ବାବା ତୁମକୁ
ସ୍ୱର୍ଗର ମାଲିକ କରୁଛନ୍ତି, ଏହା ତ ବହୁତ ସହଜ ଅଟେ ନା । ସ୍ୱର୍ଗର ସ୍ଥାପନା ଈଶ୍ୱର ପିତା (ଗଡ୍
ଫାଦର) ହିଁ କରୁଛନ୍ତି । ସ୍ୱର୍ଗରେ ତ ସ୍ୱର୍ଗର ସ୍ଥାପନା କରିବେ ନାହିଁ । ସେମାନଙ୍କୁ ନିଶ୍ଚିତ
ସଂଗମରେ ପଦ ପ୍ରାପ୍ତ ହେଉଛି, ସେଥିପାଇଁ ଏହାକୁ ସୁହାବନା କଲ୍ୟାଣକାରୀ ସଂଗମଯୁଗ କୁହାଯାଉଛି ।
ବାବା ପିଲାମାନଙ୍କର କେତେ କଲ୍ୟାଣ କରୁଛନ୍ତି, ସ୍ୱର୍ଗର ମାଲିକ କରିଦେଉଛନ୍ତି । କହୁଛନ୍ତି
ପରମପିତା ପରମାତ୍ମା ନୂଆ ଦୁନିଆ ରଚନା କରୁଛନ୍ତି, ପରନ୍ତୁ ସେଠାରେ କିଏ ରାଜ୍ୟ କରୁଛନ୍ତି, ଏହା
କାହାକୁ ଜଣାନାହିଁ । ତୁମେ ବୁଝୁଛ ରାମରାଜ୍ୟ କାହାକୁ କୁହାଯାଏ । ସେମାନେ ତ ରାମରାଜ୍ୟକୁ ଲକ୍ଷେ
ବର୍ଷ ଦେଇ ଦେଇଛନ୍ତି । କଳିଯୁଗକୁ ୪୦ ହଜାର ବର୍ଷ ଦେଇ ଦେଇଛନ୍ତି । ବାବା କହୁଛନ୍ତି - ମୁଁ
ସଂଗମରେ ହିଁ ଆସୁଛି । ମୁଁ ଆସି ବ୍ରହ୍ମା ଦ୍ୱାରା ବିଷ୍ଣୁପୁରୀର ସ୍ଥାପନା କରୁଛି । ଏହା ହିଁ
ସତ୍ୟ-ନାରାୟଣଙ୍କ କଥା । ସତ୍ୟଯୁଗରେ ତୁମେ ଲକ୍ଷ୍ମୀ-ନାରାୟଣ ସର୍ବଗୁଣ ସମ୍ପନ୍ନ.... ହେଉଛ ।
ତା’ ପରେ କଳା କମ୍ ହୋଇଯାଉଛି । ନୂଆ ବୃକ୍ଷ ସେତେବେଳେ କୁହାଯାଏ ଯେତେବେଳେ ସ୍ଥାପନା ହୋଇଥାଏ ।
ନୂଆ ଘର ତିଆରି ହେଲେ ତାକୁ ନୂଆ କୁହାଯିବ । ତୁମେ ସତ୍ୟଯୁଗରେ ଆସିଲେ ନୂଆ ରାଜଧାନୀ ହେବ ପୁଣି
କଳା କମ୍ ହୋଇଯାଇଥାଏ । ଏଠାରେ ସ୍ଥାପନା ହେଉଛି । ଏହି ଆଶ୍ଚର୍ଯ୍ୟର କଥା କାହାରି ବି ବୁଦ୍ଧିରେ
ନାହିଁ । ବାବା ବୁଝାଉଛନ୍ତି ସବୁ ଆତ୍ମାମାନଙ୍କ ପାଇଁ ଏହା ପୁରୁଷୋତ୍ତମ ହେବାର ଯୁଗ ।
ଜୀବନମୁକ୍ତକୁ ପୁରୁଷୋତ୍ତମ କୁହାଯାଏ । ଜୀବନବନ୍ଧନକୁ ପୁରୁଷୋତ୍ତମ କୁହାଯିବ ନାହିଁ ।
ବର୍ତ୍ତମାନ ସମୟରେ ସମସ୍ତେ ଜୀବନ ବନ୍ଧନରେ ଅଛନ୍ତି । ବାବା ଆସି ସମସ୍ତଙ୍କୁ ଜୀବନମୁକ୍ତ
କରୁଛନ୍ତି । ତୁମେ ଅଧାକଳ୍ପ ଜୀବନମୁକ୍ତ ହେବ ପୁଣି ଜୀବନବନ୍ଧନରେ ରହିବ । ଏହା ତୁମେ ବୁଝୁଛ ।
ତୁମର ବ୍ରତ ନିୟମ କ’ଣ? ବାବା ଆସି ବ୍ରତ ରଖାଇଛନ୍ତି, ଖାଦ୍ୟ ପାନୀୟ କଥା ନୁହେଁ । ସବୁକିଛି କରି
ପ୍ରଥମରେ ବାବାଙ୍କୁ ୟାଦ କର ଏବଂ ପବିତ୍ର ହୁଅ । ପୁରୁଷୋତ୍ତମ ମାସରେ ଅଧିକାଂଶ ପବିତ୍ର ରହୁଥିବେ
। ବାସ୍ତବରେ ଏହି ପୁରୁଷୋତ୍ତମ ଯୁଗର ମହତ୍ତ୍ୱ ରହିଛି, ତେଣୁ ତୁମକୁ କେତେ ଖୁସି, କେତେ ନିଶା
ରହିବା ଦରକାର । ବର୍ତ୍ତମାନ ତୁମ ଦ୍ୱାରା କୌଣସି ପାପ କର୍ମ ହେବା ଅନୁଚିତ୍ କାହିଁକି ନା ତୁମେ
ପୁରୁଷୋତ୍ତମ ହେଉଛ । ଆଚ୍ଛା!
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି
ପୁରୁଷୋତ୍ତମ ଯୁଗରେ ଜୀବନମୁକ୍ତ ହେବା ପାଇଁ ପୁଣ୍ୟ କର୍ମ କରିବା ଉଚିତ୍ । ପବିତ୍ର ହୋଇ ନିଶ୍ଚିତ
ରହିବାର ଅଛି । ଘରଦ୍ୱାର ଆଦି ସବୁ ଥାଇ ହୃଦୟରୁ ମମତ୍ୱ ତୁଟାଇ ଦିଅ ।
(୨) ଶ୍ରୀମତ ଅନୁସାରେ
ନିଜର ତନ-ମନ-ଧନ ଦ୍ୱାରା ଦୈବୀ ରାଜ୍ୟ ସ୍ଥାପନ କରିବାକୁ ହେବ । ପୁରୁଷୋତ୍ତମ କରିବାର ସେବା
କରିବାକୁ ହେବ ।
ବରଦାନ:-
ସହଯୋଗ ଦ୍ୱାରା
ନିଜକୁ ସହଜଯୋଗୀ କରୁଥିବା ନିରନ୍ତର ଯୋଗୀ ଭବ ।
ସଂଗମଯୁଗରେ ବାବାଙ୍କର
ସହଯୋଗୀ ହୋଇଯିବା - ଏହା ହିଁ ହେଉଛି ସହଜଯୋଗୀ ହେବାର ବିଧି । ଯେଉଁମାନଙ୍କର ପ୍ରତ୍ୟେକ ସଂକଳ୍ପ,
ପ୍ରତ୍ୟେକ ଶବ୍ଦ ଏବଂ କର୍ମ ବାବାଙ୍କର ବା ନିଜର ରାଜ୍ୟର ସ୍ଥାପନାର କର୍ତ୍ତବ୍ୟରେ ସହଯୋଗୀ ହେବାର
ଅଟେ, ସେମାନଙ୍କୁ ହିଁ ଜ୍ଞାନୀ, ଯୋଗୀ ତୁ ଆତ୍ମା ନିରନ୍ତର ସେବାଧାରୀ କୁହାଯାଏ । ତେଣୁ ମନ
ଦ୍ୱାରା ନୁହେଁ ତ ଶରୀର ଦ୍ୱାରା, ଶରୀର ଦ୍ୱାରା ନୁହେଁ ତ ଧନ ଦ୍ୱାରା, ଧନ ଦ୍ୱାରା ନୁହେଁ ତ
ଯେଉଁଥିରେ ସହଯୋଗୀ ହୋଇପାରୁଛ ସେଥିରେ ସହଯୋଗୀ ହୁଅ, ତେବେ ଏହା ମଧ୍ୟ ଯୋଗ ଅଟେ । ଯଦି ବାବାଙ୍କର
ହିଁ ଅଟ, ତେବେ ବାବା ଏବଂ ତୁମ ବ୍ୟତୀତ ତୃତୀୟ କେହି ସ୍ମୃତିରେ ନ ଆସନ୍ତୁ - ଏହା ଦ୍ୱାରା
ନିରନ୍ତର ଯୋଗୀ ହୋଇଯିବ ।
ସ୍ଲୋଗାନ:-
ସଂଗମଯୁଗରେ ସହନ
କରିବା ଅର୍ଥାତ୍ ମରିବା ହିଁ ସ୍ୱର୍ଗର ରାଜ୍ୟ ନେବା ।
ଅବ୍ୟକ୍ତ ଈଶାରା -
ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।
ବର୍ତ୍ତମାନ ସମୟ ଅନୁସାରେ
ମନର ବା ସମ୍ବନ୍ଧ-ସମ୍ପର୍କର ଯାହା ସବୁ ହିସାବ-କିତାବ ବାକି ରହିଛି ସେଗୁଡିକୁ ଜ୍ୱାଳା ସ୍ୱରୂପର
ଯୋଗରେ ଭସ୍ମ କର । ସମସ୍ତଙ୍କ ଭିତରେ ଲଗନ ରହିଛି, ଏଥିରେ ବାପଦାଦା ମଧ୍ୟ ସମସ୍ତଙ୍କୁ ପାସ୍ ବୋଲି
କହୁଛନ୍ତି କିନ୍ତୁ ଏବେ ନିଜର ଲଗନକୁ ଅଗ୍ନି ରୂପକୁ ଆଣ । ବିଶ୍ୱର ଚାରିଆଡେ ଯେଉଁସବୁ
ଭ୍ରଷ୍ଟାଚାର, ଅତ୍ୟାଚାରର ଅଗ୍ନି ଜଳୁଛି, ସେଗୁଡିକ ତୁମମାନଙ୍କର ଯୋଗ ଅଗ୍ନି ଦ୍ୱାରା, ଜ୍ୱାଳା
ସ୍ୱରୂପର ଯୋଗ ଦ୍ୱାରା ସମାପ୍ତ ହୋଇଯିବ ।