16.08.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମମାନଙ୍କ ଲକ୍ଷ୍ୟ ହେଉଛି ଆଶ୍ଚର୍ଯ୍ୟଜନକ ରଙ୍ଗ-ବେରଙ୍ଗୀ ଦୁନିଆ ଅର୍ଥାତ୍ ସ୍ୱର୍ଗ ଦୁନିଆର ମାଲିକ ହେବା, ତେଣୁ ସର୍ବଦା ଏହି ଖୁସିରେ ହର୍ଷିତ ହୋଇ ରୁହ, ଝାଉଁଳିଯାଅ ନାହିଁ ।’’

ପ୍ରଶ୍ନ:-
ଭାଗ୍ୟବାନ୍ ସନ୍ତାନମାନଙ୍କ ଭିତରେ କେଉଁ ଉମଙ୍ଗ ଉତ୍ସାହ ସର୍ବଦା କାୟମ ରହିବ?

ଉତ୍ତର:-
ଆମକୁ ବେହଦର ବାବା ନୂଆ ଦୁନିଆର ରାଜକୁମାର-ରାଜକୁମାରୀ କରାଇବା ପାଇଁ ପାଠ ପଢାଉଛନ୍ତି । ତୁମେ ଏହି ଉମଙ୍ଗରେ ରହି ସମସ୍ତଙ୍କୁ ବୁଝାଇ ପାରିବ ଯେ ଲଢେଇରେ ସ୍ୱର୍ଗ ନିହୀତ ହୋଇ ରହିଛି । ଏହି ଯୁଦ୍ଧ ପରେ ସ୍ୱର୍ଗର ଦ୍ୱାର ଖୋଲିବ - ଏହି ଖୁସିରେ ରହିବାକୁ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସି-ଖୁସିରେ ବୁଝାଇବାକୁ ହେବ ।

ଗୀତ:-
ଦୁନିଆ ରଙ୍ଗ ରଙ୍ଗିଲୀ ବାବା...

ଓମ୍ ଶାନ୍ତି ।
ଏ କଥା ବାବାଙ୍କୁ କିଏ କହିଲା ଯେ ଦୁନିଆ ହେଉଛି ରଙ୍ଗ-ବେରଙ୍ଗୀ? ଏବେ ଏହାର ଅର୍ଥ ଅନ୍ୟ କେହି ବୁଝିପାରିବେ ନାହିଁ । ବାବା ବୁଝାଉଛନ୍ତି ଏହି ଦୁନିଆର ଖେଳ ହେଉଛି ରଙ୍ଗ-ରଙ୍ଗିଲା । କୌଣସି ବି ସିନେମା ଆଦିରେ ବହୁତ ରଙ୍ଗ-ବେରଙ୍ଗୀ ସିନ୍‌-ସିନେରୀ ଆଦି ରହିଥାଏ ନା । ଏହି ବିଶାଳ ଦୁନିଆକୁ କେହି ଯଥାର୍ଥ ଭାବେ ଜାଣି ନାହାଁନ୍ତି । ତୁମମାନଙ୍କ ମଧ୍ୟରେ ବି ପୁରୁଷାର୍ଥର କ୍ରମ ଅନୁସାରେ ସାରା ବିଶ୍ୱର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି । ତୁମେ ଜାଣିଛ ସ୍ୱର୍ଗ କେତେ ରଙ୍ଗ-ବେରଙ୍ଗୀ, ସୌନ୍ଦର୍ଯ୍ୟ ସମ୍ପନ୍ନ ଅଟେ, ଯାହାକୁ କେହି ହେଲେ ବି ଜାଣିନାହାଁନ୍ତି । କାହାର ବୁଦ୍ଧିରେ ନାହିଁ, ତାହା ହେଉଛି ୱାଣ୍ଡରଫୁଲ୍ ରଙ୍ଗ-ବେରଙ୍ଗୀ ଦୁନିଆ । ଗାୟନ କରାଯାଏ ଯେ ବିଶ୍ୱର ଆଶ୍ଚର୍ଯ୍ୟ - ଏହାକୁ କେବଳ ତୁମେ ହିଁ ଜାଣିଛ । ତୁମେ ହିଁ ୱାଣ୍ଡର ଅଫ୍ ୱାର୍ଲଡ୍ ନିମନ୍ତେ ନିଜ-ନିଜର ଭାଗ୍ୟ ଅନୁସାରେ ପୁରୁଷାର୍ଥ କରୁଛ । ଲକ୍ଷ୍ୟ ଉଦ୍ଦେଶ୍ୟ ତ ରହିଛି । ତାହା ହେଉଛି ବଡ ଆଶ୍ଚର୍ଯ୍ୟଜନକ, ବହୁତ ରଙ୍ଗ-ବେରଙ୍ଗୀ ଦୁନିଆ, ଯେଉଁଠି ହୀରା-ନୀଳାର ମହଲ ହୋଇଥାଏ । ତୁମେ ଗୋଟିଏ ସେକେଣ୍ଡରେ ବୈକୁଣ୍ଠକୁ ଚାଲିଯାଉଛ । ସେଠାରେ ଖେଳୁଛ, ରାସ-ବିଳାସ ଆଦି କରୁଛ । ବାସ୍ତବରେ ଦୁନିଆ ବିସ୍ମୟକର ନା । ଏଠାରେ ହେଉଛି ମାୟାର ରାଜ୍ୟ । ଏହା ମଧ୍ୟ କେତେ ବିସ୍ମୟକର ଅଟେ । ମନୁଷ୍ୟ କ’ଣ କ’ଣ ସବୁ କରୁଛନ୍ତି । ଦୁନିଆରେ ଏ କଥା କେହି ବି ବୁଝୁ ନାହାଁନ୍ତି ଯେ ଆମେ ଏହି ନାଟକରେ ଅଭିନୟ କରୁଛୁ । ନାଟକ ବୋଲି ଯଦି ବୁଝିଥାଆନ୍ତେ ତେବେ ନାଟକର ଆଦି-ମଧ୍ୟ-ଅନ୍ତର ଜ୍ଞାନ ମଧ୍ୟ ରହିଥାଆନ୍ତା । ତୁମେ ସନ୍ତାନମାନେ ଜାଣିଛ ଯେ ବାବା ବି କେତେ ହେଉଛନ୍ତି ସାଧାରଣ । ମାୟା ବିଲ୍‌କୁଲ୍ ହିଁ ଭୁଲାଇ ଦେଉଛି । ନାକ ଧରି, ଭୁଲାଇ ଦେଉଛି । ଗୋଟିଏ କ୍ଷଣ ବାବାଙ୍କ ସ୍ମୃତିରେ ରହିଛନ୍ତି, ବହୁତ ହର୍ଷିତ ରହିଛନ୍ତି । ଓହୋ! ଆମେ ଦୁନିଆର ବିସ୍ମୟ ସ୍ୱର୍ଗର ମାଲିକ ହେଉଛୁ, ପୁଣି ଭୁଲିଯାଉଥିବାରୁ ଝାଉଁଳି ପଡୁଛନ୍ତି । ଏପରି ଝାଉଁଳି ପଡୁଛନ୍ତି ଯେ ଶବରମାନେ ମଧ୍ୟ ଏଭଳି ଝାଉଁଳି ପଡୁ ନ ଥିବେ । ଟିକିଏ ହେଲେ ବି ବୁଝୁ ନାହାଁନ୍ତି ଯେ ଆମେ ସ୍ୱର୍ଗକୁ ଯିବୁ । ଆମକୁ ଅବିନାଶୀ ବାବା ପଢାଉଛନ୍ତି । ଯେପରି ଏକଦମ୍ ଶବ ପାଲଟିଯାଉଛନ୍ତି । ସେହି ଖୁସୀ, ନିଶା ରହୁ ନାହିଁ । ଏବେ ବିସ୍ମୟକର ଦୁନିଆ ସ୍ଥାପନା ହେଉଛି । ତାହାର ରାଜକୁମାର ହେଉଛନ୍ତି ଶ୍ରୀକୃଷ୍ଣ । ଏ କଥା ମଧ୍ୟ ତୁମେ ଜାଣିଛ । ଜ୍ଞାନରେ ଯେଉଁମାନେ ହୁସିଆର ଅଟନ୍ତି ସେହିମାନେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ମଧ୍ୟ ବୁଝାଉଥିବେ । ଶ୍ରୀକୃଷ୍ଣ ସ୍ୱର୍ଗର ରାଜକୁମାର ଥିଲେ । ସେହି ସତ୍ୟଯୁଗ ପୁଣି କୁଆଡେ ଗଲା! ସତ୍ୟଯୁଗରୁ ନେଇ ସିଢିରେ କିପରି ଖସିଲେ । ସତ୍ୟଯୁଗରୁ କଳିଯୁଗ କିପରି ହେଲା । ପତନର କଳା କିପରି ହେଲା ଏକଥା ତୁମ ସନ୍ତାନମାନଙ୍କ ବୁଦ୍ଧିରେ ହିଁ ଆସୁଛି । ଏହିଭଳି ଖୁସିରେ ରହି ବୁଝାଇବା ଦରକାର । ଶ୍ରୀକୃଷ୍ଣ ଆସୁଛନ୍ତି । କୃଷ୍ଣଙ୍କ ରାଜ୍ୟ ପୁନର୍ବାର ସ୍ଥାପନ ହେଉଛି । ଏ କଥା ଶୁଣି ଭାରତବାସୀ ମଧ୍ୟ ଖୁସି ହେବା ଉଚିତ୍ । କିନ୍ତୁ ଭାଗ୍ୟବାନ ସନ୍ତାନମାନଙ୍କର ହିଁ ଏହି ଉତ୍ସାହ ରହିବ । ଦୁନିଆର ଲୋକେ ତ ରତ୍ନକୁ ମଧ୍ୟ ପଥର ଭାବି ଫୋପାଡି ଦେବେ । ଏହା ତ ଅବିନାଶୀ ଜ୍ଞାନ ରତ୍ନ ନା । ଏହି ଜ୍ଞାନ ରତ୍ନର ସାଗର ହେଉଛନ୍ତି ବାବା । ଏହି ରତ୍ନଗୁଡିକର ବହୁତ ମୂଲ୍ୟ ରହିଛି । ଏହି ଜ୍ଞାନ ରତ୍ନ ଧାରଣ କରିବାକୁ ହେବ । ଏବେ ତୁମେ ଜ୍ଞାନ ସାଗରଙ୍କଠାରୁ ସିଧାସଳଖ ଶୁଣୁଛ ତେଣୁ ଆଉ କିଛି ଶୁଣିବାର ଆବଶ୍ୟକତା ହିଁ ନାହିଁ । ସତ୍ୟଯୁଗରେ ଏ ସବୁ ରହିବ ନାହିଁ । ନାଁ ସେଠାରେ ଓକିଲାତି ନା ଡାକ୍ତରୀ ଆଦି ହେବାର ଅଛି । ସେଠାରେ ଏହି ଜ୍ଞାନ ହିଁ ନାହିଁ । ସେଠାରେ ତ ତୁମେ ପ୍ରାରବ୍ଧ ଭୋଗ କରିବ । ତେଣୁ ଜନ୍ମାଷ୍ଟମୀ ସମ୍ବନ୍ଧରେ ପିଲାମାନଙ୍କୁ ଭଲ ଭାବରେ ବୁଝାଇବା ଦରକାର । ଏ ବିଷୟରେ ଅନେକ ଥର ମୁରଲୀ ମଧ୍ୟ ଶୁଣାଯାଇଛି । ପିଲାମାନଙ୍କୁ ବିଚାର ସାଗର ମନ୍ଥନ କରିବା ଉଚିତ୍‌, ତେବେ ଯାଇ ପଏଣ୍ଟସ୍ ବାହାରିବ । ଭାଷଣ କରିବାକୁ ହେଲେ ସକାଳୁ ଉଠି ଲେଖି, ପୁଣି ପଢିବା ଦରକାର । ଭୁଲିଯାଇଥିବା ପଏଣ୍ଟସ୍‌କୁ ପୁଣି ଯୋଡିବା ଉଚିତ୍ । ଏହା ଦ୍ୱାରା ଧାରଣା ଭଲ ହେବ ତଥାପି ଲେଖା ସଦୃଶ ସବୁ କହିପାରିବେ ନାହିଁ । କିଛି ନା କିଛି ପଏଣ୍ଟସ୍ ଭୁଲିଯିବେ । ତେଣୁ ବୁଝାଇବାକୁ ହେବ, ଶ୍ରୀକୃଷ୍ଣ କିଏ, ସେ ତ ସ୍ୱର୍ଗର ମାଲିକ ଥିଲେ । ଭାରତ ହିଁ ସ୍ୱର୍ଗ ଥିଲା । ସେହି ସ୍ୱର୍ଗର ମାଲିକ ଶ୍ରୀକୃଷ୍ଣ ଥିଲେ । ଆମେ ତୁମକୁ ସନ୍ଦେଶ ଶୁଣାଉଛୁ ଯେ ଶ୍ରୀକୃଷ୍ଣ ଆସୁଛନ୍ତି । ରାଜଯୋଗ ଭଗବାନ ହିଁ ଶିଖାଇଛନ୍ତି । ଏବେ ମଧ୍ୟ ଶିଖାଉଛନ୍ତି । ପବିତ୍ରତା ପାଇଁ ମଧ୍ୟ ପୁରୁଷାର୍ଥ କରାଉଛନ୍ତି, ଡବଲ ମୁକୁଟଧାରୀ ଦେବତା କରାଇବା ପାଇଁ । ଏସବୁ ପିଲାମାନଙ୍କ ସ୍ମୃତିରେ ଆସିବା ଦରକାର । ଯାହାଙ୍କର ଅଭ୍ୟାସ ଥିବ ସେ ଭଲ ଭାବରେ ବୁଝାଇପାରିବେ । ଶ୍ରୀକୃଷ୍ଣଙ୍କ ଚିତ୍ରରେ ମଧ୍ୟ ଲେଖା ବହୁତ ଫାଷ୍ଟକ୍ଲାସ୍ ରହିଛି । ଏହି ଲଢେଇ ପରେ ସ୍ୱର୍ଗର ଦ୍ୱାର ଖୋଲିବ । ଏହି ଲଢେଇରେ ଯେପରି ସ୍ୱର୍ଗ ନିହୀତ ହୋଇ ରହିଛି । ପିଲାମାନଙ୍କୁ ମଧ୍ୟ ବହୁତ ଖୁସିରେ ରହିବା ଦରକାର, ଜନ୍ମାଷ୍ଟମୀରେ ଲୋକମାନେ ନୂଆ ବସ୍ତ୍ର ଆଦି ପିନ୍ଧିଥାନ୍ତି । କିନ୍ତୁ ତୁମେ ଏବେ ଜାଣିଛ ଯେ ବର୍ତ୍ତମାନ ଆମେ ଏହି ପୁରୁଣା ଶରୀର ଛାଡି ନୂଆ କଞ୍ଚନ ଶରୀର ନେବୁ । କାଞ୍ଚନ କାୟା କୁହାଯାଏ ନା ଅର୍ଥାତ୍ ସୁନା ପରି କାୟା । ଆତ୍ମା ସଦୃଶ ଶରୀର ମଧ୍ୟ ପବିତ୍ର ହେବ । ବର୍ତ୍ତମାନ କାଞ୍ଚନ ହୋଇ ନାହିଁ । କ୍ରମଅନୁସାରେ କଞ୍ଚନ ହେଉଛନ୍ତି । ୟାଦର ଯାତ୍ରା ଦ୍ୱାରା ହିଁ କାଞ୍ଚନ ହେବେ । ବାବା ଜାଣିଛନ୍ତି ବହୁତ ଅଛନ୍ତି ଯେଉଁମାନଙ୍କୁ ବାବାଙ୍କୁ ମନେ ପକାଇବାର ଅକଲ ମଧ୍ୟ ନାହିଁ । ୟାଦ କରିବାର ମେହନତ କଲେ ହିଁ ବାଣୀ ଶକ୍ତିଶାଳୀ ହେବ । ଏବେ ସେ ଶକ୍ତି କେଉଁଠି ଅଛି । ଯୋଗ ହିଁ ନାହିଁ । ଲକ୍ଷ୍ମୀ-ନାରାୟଣ ହେବା ପାଇଁ ଚେହେରା ମଧ୍ୟ ଥିବା ଦରକାର ନା! ପାଠପଢା ମଧ୍ୟ ଆବଶ୍ୟକ । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସମ୍ବନ୍ଧରେ ବୁଝାଇବା ବହୁତ ସହଜ । ଶ୍ରୀକୃଷ୍ଣଙ୍କୁ ଶ୍ୟାମ-ସୁନ୍ଦର କୁହାଯାଏ । ଶ୍ରୀକୃଷ୍ଣଙ୍କୁ, ନାରାୟଣଙ୍କୁ, ରାମଙ୍କୁ ମଧ୍ୟ କଳା କରିଦେଇଛନ୍ତି । ବାବା ନିଜେ କହୁଛନ୍ତି, ମୋର ସନ୍ତାନମାନେ ଯିଏକି ଜ୍ଞାନ ଚିତା ଦ୍ୱାରା ସ୍ୱର୍ଗର ମାଲିକ ହୋଇଥିଲେ ପୁଣି କୁଆଡେ ଚାଲିଗଲେ । କାମ ଚିତାରେ ଜଳି କ୍ରମାନ୍ୱୟରେ ତଳକୁ ଆସିଛନ୍ତି । ସୃଷ୍ଟି ମଧ୍ୟ ସତ୍ତ୍ୱପ୍ରଧାନ ପୁଣି ସତ୍ତ୍ୱ, ରଜଃ, ତମଃ ହେଉଛି । ତେଣୁ ମନୁଷ୍ୟଙ୍କର ଅବସ୍ଥା ମଧ୍ୟ ଏହିପରି ହୋଇଥାଏ । କାମ ଚିତାରେ ବସି ସବୁ ଶ୍ୟାମଳ ଅର୍ଥାତ୍ କଳା ହୋଇ ଯାଇଛନ୍ତି । ଏବେ ମୁଁ ସୁନ୍ଦର କରିବାକୁ ଆସିଛି । ଆତ୍ମାକୁ ସୁନ୍ଦର କରାଯାଏ । ବାବା ପ୍ରତ୍ୟେକଙ୍କର ଚଳଣିରୁ ବୁଝିଯାଉଛନ୍ତି - ମନ୍‌ସା, ବାଚା, କର୍ମଣା କିପରି ଚାଲୁଛନ୍ତି । କିପରି କର୍ମ କରୁଛନ୍ତି, ସେଥିରୁ ସବୁ କିଛି ଜଣାପଡିଯାଉଛି । ପିଲାମାନଙ୍କ ଚଳଣି ତ ବହୁତ-ସୁନ୍ଦର ହେବା ଦରକାର । ମୁଖରୁ ସବର୍ଦା ଜ୍ଞାନ ରତ୍ନ ବାହାରିବା ଉଚିତ୍ । ଶ୍ରୀକୃଷ୍ଣ ଜୟନ୍ତୀ ସମ୍ବନ୍ଧରେ ବୁଝାଇବା ବହୁତ ଭଲ । ଶ୍ୟାମ ଏବଂ ସୁନ୍ଦର ବିଷୟ ବସ୍ତୁ ରହିବା ଦରକାର । ଶ୍ରୀକୃଷ୍ଣଙ୍କ ସଦୃଶ ନାରାୟଣଙ୍କୁ ବି କଳା କରିଛନ୍ତି ତେଣୁ ରାଧାଙ୍କୁ ବି କଳା କାହିଁକି କରୁଛନ୍ତି? କଳା ପଥରର ଶିବଲିଙ୍ଗ ମଧ୍ୟ ରଖୁଛନ୍ତି । ବାସ୍ତବରେ ସେ କ’ଣ ହୋଇଥାଆନ୍ତି କି! ଶିବବାବା ହେଉଛନ୍ତି କିଏ ଆଉ ତାଙ୍କୁ କିଭଳି ରୂପ ଦେଇ ନିର୍ମାଣ କରୁଛନ୍ତି । ଏହି କଥାକୁ ତୁମେ ହିଁ ଜାଣିଛ । କଳା କାହିଁକି କରୁଛନ୍ତି । ତୁମେ ଏହି ବିଷୟରେ ବୁଝାଇପାରିବ । ଏବେ ଦେଖିବା ପିଲାମାନେ କ’ଣ ସେବା କରୁଛନ୍ତି । ବାବା ତ କହୁଛନ୍ତି - ଏହି ଜ୍ଞାନ ସମସ୍ତ ଧର୍ମାବଲମ୍ବୀମାନଙ୍କ ପାଇଁ । ସେମାନଙ୍କୁ ମଧ୍ୟ କହିବାକୁ ହେବ ଯେ ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମର ଜନ୍ମ-ଜନ୍ମାନ୍ତରର ପାପ କଟିଯିବ । ପବିତ୍ର ହେବାକୁ ପଡିବ । କାହାକୁ ବି ତୁମେ ରାକ୍ଷୀ ବାନ୍ଧିପାରିବ । ୟୁରୋପବାସୀମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିପାରିବ । ଯେ କେହି ହୁଅନ୍ତୁ ତାଙ୍କୁ କହିବାକୁ ହେବ - ଭଗବାନୁବାଚ, ନିଶ୍ଚୟ କୌଣସି ଶରୀର ଦ୍ୱାରା ତ କହିବେ ନା । କହୁଛନ୍ତି ମୋତେ ମନେ ପକାଅ । ଦେହର ସବୁ ଧର୍ମକୁ ଛାଡି ନିଜକୁ ଆତ୍ମା ବୋଲି ଭାବ । ବାବା କେତେ ବୁଝାଉଛନ୍ତି, ତଥାପି ଯଦି ନ ବୁଝିଲେ ତେବେ ବାବା ବୁଝିଯାଆନ୍ତି ଯେ ଏହାଙ୍କ ଭାଗ୍ୟରେ ନାହିଁ । ତୁମେ ତ ଏକଥା ବୁଝୁଛ ଯେ ଶିବବାବା ପଢାଉଛନ୍ତି । ରଥ ବିନା ତ ପଢାଇ ପାରିବେ ନାହିଁ, ଈଶାରା ଦେଇଦେବା ହିଁ ଯଥେଷ୍ଟ । କେତେକ ସନ୍ତାନଙ୍କର ବୁଝାଇବାର ଅଭ୍ୟାସ ବହୁତ ଭଲ ରହିଛି । ବାବା ମମ୍ମାଙ୍କ ନିମନ୍ତେ ତ ଜାଣୁଛ ଯେ ଇଏ ଉଚ୍ଚପଦ ପାଇବେ । ମମ୍ମା ମଧ୍ୟ ବହୁତ ସେବା ତ କରୁଥିଲେ ନା । ଏହି କଥାକୁ ମଧ୍ୟ ବୁଝାଇବାକୁ ପଡୁଛି । ମାୟାର ମଧ୍ୟ ଅନେକ ପ୍ରକାର ରୂପ ରହିଛି । ଅନେକ କହୁଛନ୍ତି ଆମ ଶରୀରରେ ମମ୍ମା ଆସୁଛନ୍ତି, ଶିବବାବା ଆସୁଛନ୍ତି କିନ୍ତୁ ନୂଆ-ନୂଆ ପଏଣ୍ଟସ୍ ତ ନିଦ୍ଧିଷ୍ଟ ଶରୀର ବ୍ରହ୍ମାବାବାଙ୍କ ଦ୍ୱାରା ହିଁ ଶୁଣାଇବେ ନା ଅନ୍ୟ କାହା ଦ୍ୱାରା ଶୁଣାଇବେ । ଏକଥା ତ ହୋଇପାରିବ ନାହିଁ । ଏମିତିରେ ତ କନ୍ୟାମାନେ ନିଜସ୍ୱ ବହୁତ ପ୍ରକାରର ପଏଣ୍ଟସ୍ ଶୁଣାଉଛନ୍ତି । ମ୍ୟାଗାଜିନ୍‌ରେ କେତେ କଥା ଛପାଯାଉଛି । ଏପରି ନୁହେଁ କି ଲେଖକଙ୍କ ଶରୀରରେ ମମ୍ମା-ବାବା ଆସି, ଲେଖାଉଛନ୍ତି । ନାଁ, ବାବା ତ ସିଧାସଳଖ ବ୍ରହ୍ମାଙ୍କ ଶରୀରରେ ଏଠାକୁ ଆସୁଛନ୍ତି, ସେଥିପାଇଁ ତ ଏଠାକୁ ଶୁଣିବା ପାଇଁ ଆସୁଛ । ଯଦି ମମ୍ମା-ବାବା କାହା ଶରୀରରେ ଆସୁଛନ୍ତି ତେବେ ସେହିଠାରେ ହିଁ ବସି ତାଙ୍କଠାରୁ ଶୁଣନ୍ତୁ । ନାଁ, ଏଠାକୁ ଆସିବା ପାଇଁ ସମସ୍ତଙ୍କର ଆକର୍ଷଣ ରହିଥାଏ । ଦୂରରେ ରହୁଥିବା ସନ୍ତାନମାନଙ୍କୁ ଆହୁରି ଅଧିକ ଆକର୍ଷଣ ରହୁଛି । ଜନ୍ମାଷ୍ଟମୀରେ ମଧ୍ୟ ପିଲାମାନେ ବହୁତ ସେବା କରିପାରିବେ । ଶ୍ରୀକୃଷ୍ଣଙ୍କର ଜନ୍ମ କେବେ ହେଲା, ଏ କଥା ମଧ୍ୟ କାହାକୁ ଜଣା ନାହିଁ । ତୁମର ବୁଦ୍ଧିରୂପି ଝୁଲା ଏବେ ଭର୍ତ୍ତି ହେଉଥିବାରୁ ଖୁସି ରହିବା ଉଚିତ୍ । କିନ୍ତୁ ବାବା ଦେଖୁଛନ୍ତି କେତେକଙ୍କ ପାଖରେ ବିଲ୍‌କୁଲ୍ ଖୁସି ହିଁ ନାହିଁ । ଶ୍ରୀମତ ପାଳନ ନ କରିବା ପାଇଁ ଯେପରି ପ୍ରତିଜ୍ଞା କରିନେଉଛନ୍ତି । ସେବାଧାରୀ ସନ୍ତାନମାନଙ୍କୁ ତ କେବଳ ସେବା ହିଁ ଭଲ ଲାଗିଥାଏ । ଭାବନ୍ତି ଯେ ବାବାଙ୍କର ସେବା ଯଦି ନ କରିବୁ, କାହାକୁ ରାସ୍ତା ନ ବତାଇବୁ ଅର୍ଥାତ୍ ଅନ୍ଧ ହିଁ ରହିଯିବୁ । ଏହା ବୁଝିବାର କଥା ଅଟେ ନା । ବ୍ୟାଜ୍‌ରେ ମଧ୍ୟ କୃଷ୍ଣଙ୍କର ଚିତ୍ର ରହିଛି, ସେ ବିଷୟରେ ମଧ୍ୟ ତୁମେ ବୁଝାଇପାରିବ । କାହାକୁ ମଧ୍ୟ ପଚାର ଏହାଙ୍କୁ କଳା କାହିଁକି ଦେଖାଇଛନ୍ତି, କହିପାରିବେ ନାହିଁ । ଶାସ୍ତ୍ରରେ ଲେଖିଦେଇଛନ୍ତି ରାମଙ୍କର ସ୍ତ୍ରୀ ଚୋରୀ ହୋଇଗଲା । କିନ୍ତୁ ସେଠାରେ ଏପରି କୌଣସି କଥା ତ ହେବ ନାହିଁ ।

ତୁମେ ଭାରତବାସୀ ହିଁ ପରିସ୍ତାନୀ ଥିଲ, ଏବେ କବରସ୍ତାନୀ ହୋଇଯାଇଛ ପୁଣି ଜ୍ଞାନ ଚିତା ଉପରେ ବସି ଦୈବୀଗୁଣ ଧାରଣ କରି ପରିସ୍ତାନୀ ହେଉଛ । ପିଲାମାନଙ୍କୁ ତ ସେବା କରିବାକୁ ହେବ । ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ । ଏଥିପାଇଁ ବହୁତ ବୁଦ୍ଧି ଦରକାର । ଏତିକି ନିଶା ଥିବା ଦରକାର - ଆମକୁ ଭଗବାନ ପଢାଉଛନ୍ତି । ଭଗବାନଙ୍କ ସାଥିରେ ରହୁଛୁ । ଭଗବାନଙ୍କ ସନ୍ତାନ ହୋଇଛ ତା ସହିତ ପାଠ ପଢୁଛୁ ମଧ୍ୟ । ବୋର୍ଡିଙ୍ଗ୍‌ରେ ରହିଲେ ଆଉ ବାହାର ସଙ୍ଗର ପ୍ରଭାବ ପଡିବ ନାହିଁ । ଇଏ ମଧ୍ୟ ହେଉଛି ସ୍କୁଲ୍ ନା । ସାଧାରଣତଃ ଖ୍ରୀଷ୍ଟିୟାନ୍‌ମାନଙ୍କ ପାଖରେ ଆଚାର ବ୍ୟବହାର ରହିଥାଏ କିନ୍ତୁ ଏବେ ତ ବିଲ୍‌କୁଲ୍ ନାହିଁ, ତମୋପ୍ରଧାନ ପତିତ ହୋଇଯାଇଛନ୍ତି । ଦେବତାମାନଙ୍କ ଆଗରେ ଯାଇ ମୁଣ୍ଡ ନୁଆଇଁଥାନ୍ତି । ତାଙ୍କର କେତେ ମହିମା ରହିଛି । ସତ୍ୟଯୁଗରେ ସମସ୍ତଙ୍କର ଦୈବୀ ଚରିତ୍ର ଥିଲା, ଏବେ ଆସୁରୀ ଚରିତ୍ର ହୋଇଯାଇଛି । ଏହିପରି ଭାବେ ତୁମେ ଭାଷଣ କଲେ ଶୁଣି ବହୁତ ଖୁସି ହୋଇଯିବେ । ଛୋଟ ମୁହଁ ବଡ କଥା - ଏ କଥା ଶ୍ରୀକୃଷ୍ଣଙ୍କ ପାଇଁ କରିଥା’ନ୍ତି । ଏବେ ତୁମେ କେତେ ବଡ କଥା ଶୁଣୁଛ, ଏତେ ବଡ ହେବା ପାଇଁ । ତୁମେ କାହାକୁ ହେଲେ ବି ରାକ୍ଷୀ ବାନ୍ଧିପାରିବ । ବାବାଙ୍କର ଏହି ସନ୍ଦେଶ ତ ସମସ୍ତଙ୍କୁ ଦେବାକୁ ହେବ । ଏହି ଲଢେଇ ହିଁ ସ୍ୱର୍ଗର ଦ୍ୱାରା ଖୋଲିଥାଏ । ଏବେ ପତିତରୁ ପାବନ ହେବାକୁ ପଡିବ । ବାବାଙ୍କୁ ୟାଦ କରିବାକୁ ହେବ । ଦେହଧାରୀଙ୍କୁ ମନେ ପକାଇବା ଉଚିତ୍ ନାହିଁ । ଏକମାତ୍ର ବାବା ହିଁ ସମସ୍ତଙ୍କର ସଦ୍‌ଗତି କରୁଛନ୍ତି । ଏହା ହେଉଛି ହିଁ କଳିଯୁଗୀ ଦୁନିଆ । ତୁମ ପିଲାମାନଙ୍କ ବୁଦ୍ଧିରେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ଧାରଣ ହେଉଛି, ସ୍କୁଲ୍‌ରେ ମଧ୍ୟ ବୃତ୍ତି ନେବା ପାଇଁ ବହୁତ ମେହନତ କରିଥାନ୍ତି । ଏଠାରେ ମଧ୍ୟ କେତେ ବଡ ବୃତ୍ତି ମିଳୁଛି । ସେବା ବହୁତ ରହିଛି । ମାତାମାନେ ମଧ୍ୟ ବହୁତ ସେବା କରିପାରିବେ, ଚିତ୍ର ମଧ୍ୟ ନିଜ ପାଖରେ ସମସ୍ତେ ରଖ । ଶ୍ରୀକୃଷ୍ଣ, ରାମଚନ୍ଦ୍ର, ନାରାୟଣ, ଶିବଙ୍କର ମଧ୍ୟ କଳା ଚିତ୍ର ଧରି... ବୁଝାଅ । ଦେବତାମାନଙ୍କୁ କାହିଁକି କଳା କରିଛନ୍ତି? ଶ୍ୟାମ-ସୁନ୍ଦର । ଶ୍ରୀନାଥ ଦ୍ୱାରକୁ ଯାଅ ସେଠାରେ ବିଲ୍‌କୁଲ୍ କଳା ଚିତ୍ର ରହିଛି । ତେଣୁ ଏହିପରି ଚିତ୍ର ସବୁ ଏକତ୍ର କରିବା ଦରକାର । ନିଜର ଚିତ୍ର ମଧ୍ୟ ଦେଖାଇବା ଦରକାର । ଶ୍ୟାମ-ସୁନ୍ଦରଙ୍କର ଅର୍ଥ ବୁଝାଇ କୁହ ଯେ ତୁମେ ମଧ୍ୟ ଏବେ ରାକ୍ଷୀ ବାନ୍ଧି, କାମ ଚିତାରୁ ଓହ୍ଲାଇ ଆସି ଜ୍ଞାନ ଚିତା ଉପରେ ବସିଲେ ଗୋରା ହୋଇଯିବ । ଏଠାରେ ମଧ୍ୟ ତୁମେ ସେବା କରିପାରିବ । ଏମାନଙ୍କୁ କାହିଁକି କଳା କରାଯାଇଛି ଏହା ଉପରେ ଭଲ ଭାବରେ ଭାଷଣ କରିପାରିବ । ଶିବଲିଙ୍ଗକୁ ମଧ୍ୟ କାହିଁକି କଳା କରିଦେଇଛନ୍ତି ! ସୁନ୍ଦର ଏବଂ ଶ୍ୟାମ କାହିଁକି କହୁଛନ୍ତି, ଆମେ ବୁଝାଇବୁ । ଏଥିରେ କେହି ନାରାଜ ହେବେ ନାହିଁ । ସେବା ତ ବହୁତ ସହଜ । ବାବା ତ ବୁଝାଇଚାଲିଛନ୍ତି - ପିଲାମାନେ, ଭଲ ଗୁଣ ଧାରଣ କରି, କୂଳର ନାମ ପ୍ରସିଦ୍ଧ କର । ତୁମେ ଜାଣିଛ ଏବେ ଆମେ ହେଉଛୁ ଉଚ୍ଚରୁ ଉଚ୍ଚ ବ୍ରାହ୍ମଣ କୂଳର । ପୁଣି ରାକ୍ଷୀ ବନ୍ଧନର ଅର୍ଥ ତୁମେ କାହାକୁ ହେଲେ ବି ବୁଝାଇପାରିବ । ବେଶ୍ୟାମାନଙ୍କୁ ମଧ୍ୟ ବୁଝାଇ ରାକ୍ଷୀ ବାନ୍ଧି ପାରିବ । ଚିତ୍ର ମଧ୍ୟ ସାଥିରେ ରହିବା ଉଚିତ୍ । ବାବା କହୁଛନ୍ତି ମାମେକମ୍ ୟାଦ କର - ଏହି ନିର୍ଦ୍ଦେଶ ମାନିବା ଦ୍ୱାରା ତୁମେ ଗୋରା ହୋଇଯିବ । ବହୁତ ଯୁକ୍ତି ସବୁ ରହିଛି । କେହି ମଧ୍ୟ ବିରକ୍ତ ହେବେ ନାହିଁ । ବାବାଙ୍କ ବ୍ୟତୀତ କୌଣସି ମନୁଷ୍ୟ କାହାର ସଦ୍‌ଗତି କରିପାରିବେ ନାହିଁ । ରାକ୍ଷୀ ବନ୍ଧନର ଦିନ ନ ହୋଇଥିଲେ ମଧ୍ୟ କୌଣସି ଦିନ ବି ରାକ୍ଷୀ ବାନ୍ଧିପାରିବ । ଏହାର ଅର୍ଥ ତ ବୁଝିବା ଦରକାର । ଯେବେ ଚାହିଁବ ସେବେ ରାକ୍ଷୀ ବାନ୍ଧିପାରିବ । ଏହା ହିଁ ତୁମର ଧନ୍ଦା । କୁହ, ବାବାଙ୍କ ପାଖରେ ପ୍ରତିଜ୍ଞା କର । ବାବା କହୁଛନ୍ତି ମୋତେ ମନେ ପକାଇଲେ ପବିତ୍ର ହୋଇଯିବ । ମସ୍‌ଜିଦ୍‌କୁ ଯାଇ ମଧ୍ୟ ତୁମେ ବୁଝାଇପାରିବ । ଆମେ ରାକ୍ଷୀ ବାନ୍ଧିବା ପାଇଁ ଆସିଛୁ । ଏହି କଥା ବୁଝିବାର ହକ ତୁମର ମଧ୍ୟ ରହିଛି । ବାବା କହୁଛନ୍ତି ମୋତେ ମନେ ପକାଇଲେ ତ ପାପ କଟିଯିବ, ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହୋଇଯିବ । ଏହା ପତିତ ଦୁନିଆ ନା । ସତ୍ୟଯୁଗ ଥିଲା ନିଶ୍ଚୟ, ଏବେ କଳିଯୁଗ ହୋଇଯାଇଛି । ତୁମେ କ’ଣ ସତ୍ୟଯୁଗରେ ଭଗବାନଙ୍କ ପାଖକୁ ଯିବ ନାହିଁ? ଏହିପରି ଶୁଣାଇଲେ ତୁରନ୍ତ ଆସି ପାଦ ତଳେ ପଡିଯିବେ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଜ୍ଞାନ ରତ୍ନର ସାଗରଙ୍କଠାରୁ ଯେଉଁ ଅବିନାଶୀ ଜ୍ଞାନ ରତ୍ନ ପ୍ରାପ୍ତ ହେଉଛି, ତାର ମୂଲ୍ୟ ରଖିବାକୁ ହେବ । ବିଚାର ସାଗର ମନ୍ଥନ କରି ନିଜ ଭିତରେ ଜ୍ଞାନ ରତ୍ନକୁ ଧାରଣ କରିବାକୁ ହେବ । ମୁଖରୁ ସର୍ବଦା ରତ୍ନ ବାହାର କରିବାକୁ ହେବ ।

(୨) ଯୋଗର ଯାତ୍ରାରେ ରହି ବାଣୀକୁ ଶକ୍ତିଶାଳୀ କରିବାକୁ ହେବ । ଯୋଗ ଦ୍ୱାରା ହିଁ ଆତ୍ମା ସୁବର୍ଣ୍ଣ ତୁଲ୍ୟ ହୋଇପାରିବ ସେଥିପାଇଁ ଯୋଗ କରିବାର ବିଧି ଶିଖିବାକୁ ହେବ ।

ବରଦାନ:-
ମୋ’ର ପଣିଆର ସୂକ୍ଷ୍ମ ସ୍ୱରୂପର ମଧ୍ୟ ତ୍ୟାଗ କରି ସଦା ନିର୍ଭୟ ଚିନ୍ତାମୁକ୍ତ ସମ୍ରାଟ ହୁଅ ।

ଆଜିକାଲିର ଦୁନିଆରେ ଧନ ଅଛି ତ ଭୟ ମଧ୍ୟ ଅଛି । ଯାହା ପାଖରେ ଯେତେ ଧନ ଅଛି ସେ ସେତିକି ଭୟଭୀତ ଅବସ୍ଥାରେ ରହି ଖାଉଛନ୍ତି, ଶୋଉଛନ୍ତି ଏବଂ ଭୟରେ ହିଁ ସବୁ କିଛି କରୁଛନ୍ତି । ଯେଉଁଠି ମୋ’ର ପଣିଆ ରହିଛି ସେଠାରେ ଭୟ ନିଶ୍ଚିତ ରହିବ । ଯଦି କୌଣସି ସୁନାର ହରିଣ ମଧ୍ୟ ଯଦି ମୋ’ର ହେଲା ତେବେ ଭୟ ନିଶ୍ଚିତ ରହିବ । କିନ୍ତୁ ଯଦି କେବଳ ଏକମାତ୍ର ଶିବବାବା ମୋ’ର ଅଟନ୍ତି ତେବେ ନିର୍ଭୟ ହୋଇଯିବ । ତେଣୁ ସୂକ୍ଷ୍ମ ରୂପରେ ମଧ୍ୟ ମୋ’ର ମୋ’ରକୁ ଚେକ୍ କରି ତାକୁ ତ୍ୟାଗ କର ତାହାହେଲେ ନିର୍ଭୟ ତଥା ଚିନ୍ତାମୁକ୍ତ ସମ୍ରାଟ ହେବାର ବରଦାନ ମିଳିଯିବ ।

ସ୍ଲୋଗାନ:-
ଯଦି ଅନ୍ୟମାନଙ୍କର ବିଚାରକୁ ସମ୍ମାନ ଦେବ ତେବେ ତୁମକୁ ସ୍ୱତଃ ହିଁ ସମ୍ମାନ ପ୍ରାପ୍ତ ହେବ ।

ଅବ୍ୟକ୍ତ ଈଶାରେ - ଯଦି ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।

ଗୋଟିଏ ପଟେ ବେହଦର ବୈରାଗ୍ୟ ରହୁ, ଅନ୍ୟ ପଟେ ବ୍ରହ୍ମାବାବାଙ୍କ ଭଳି ବାବାଙ୍କ ସ୍ନେହରେ ସର୍ବଦା ବୁଡି ରୁହ, ଗୋଟିଏ ସେକେଣ୍ଡ ପାଇଁ ଏବଂ ଗୋଟିଏ ସଂକଳ୍ପରେ ମଧ୍ୟ ଏହି ଲଭଲୀନ ଅବସ୍ଥାରୁ ତଳକୁ ଆସ ନାହିଁ । ତେବେ ଏହିଭଳି ଲଭଲୀନ ରହୁଥିବା ପିଲାମାନଙ୍କର ସଂଗଠନ ହିଁ ବାବାଙ୍କୁ ପ୍ରତ୍ୟକ୍ଷ କରିବ । ତେଣୁ ତୁମେ ନିମିତ୍ତ ହୋଇଥିବା ଆତ୍ମାମାନେ ନିଜର ପବିତ୍ର ପ୍ରେମ ଏବଂ ନିଜର ପ୍ରାପ୍ତିଗୁଡିକ ଦ୍ୱାରା ସମସ୍ତଙ୍କୁ ଶ୍ରେଷ୍ଠ ପାଳନା ଦିଅ ଏବଂ ଯୋଗ୍ୟ କର ଅର୍ଥାତ୍ ଯୋଗୀ କରିଦିଅ ।