16.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମେ
ହେଉଛ ରୁହାନୀ ପଣ୍ଡା, ତୁମକୁ ସମସ୍ତଙ୍କୁ ଶାନ୍ତିଧାମ ଅର୍ଥାତ୍ ଅମରପୁରୀର ରାସ୍ତା ଦେଖାଇବାକୁ
ହେବ ।”
ପ୍ରଶ୍ନ:-
ତୁମମାନଙ୍କ
ଭିତରେ କେଉଁ ନିଶା ରହିଛି ଏବଂ ସେହି ନିଶା ଆଧାରରେ ତୁମେମାନେ କେଉଁ ନିଶ୍ଚୟର ବାଣୀ ଶୁଣାଉଛ?
ଉତ୍ତର:-
ତୁମ ଭିତରେ ଏହି ନିଶା ରହିଛି ଯେ ଆମେ ବାବାଙ୍କୁ ମନେ ପକାଇ ଜନ୍ମ ଜନ୍ମାନ୍ତର ପାଇଁ ପବିତ୍ର
ହେଉଛୁ । ତୁମେମାନେ ନିଶ୍ଚୟର ସହିତ କହୁଛ ଯେ ଯେତେ ବି ବିଘ୍ନ ପଡୁ କିନ୍ତୁ ସ୍ୱର୍ଗର ସ୍ଥାପନା
ନିଶ୍ଚିତ ହେବ । ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ହେବ ହିଁ ହେବ କାରଣ ଏହା
ପୂର୍ବ ପ୍ରସ୍ତୁତ ଡ୍ରାମା, ଏଥିରେ ସଂଶୟର କୌଣସି କଥା ହିଁ ନାହିଁ ।
ଓମ୍ ଶାନ୍ତି ।
ଆତ୍ମିକ
ସନ୍ତାନମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି । ତୁମେ ଜାଣିଛ ଯେ ଆମେ ହେଉଛୁ ଆତ୍ମା । ବର୍ତ୍ତମାନ
ଆମେ ଆତ୍ମିକ ପଣ୍ଡା ହୋଇଛୁ ଏବଂ ଅନ୍ୟମାନଙ୍କୁ ଆତ୍ମିକ ଯାତ୍ରା କରାଉଛୁ ମଧ୍ୟ । ଏହି କଥାକୁ ଭଲ
ଭାବରେ ଧାରଣ କର । ମାୟାର ତୋଫାନ ଭୁଲାଇ ଦେଉଛି । ପ୍ରତ୍ୟହ ସକାଳ, ସନ୍ଧ୍ୟାରେ ଏହି ବିଚାର କରିବା
ଦରକାର - ଏହି ଅମୂଲ୍ୟ ଜୀବନ ପାଇଁ ଅମୂଲ୍ୟରତ୍ନ ଆତ୍ମିକ ବାବାଙ୍କଠାରୁ ମିଳୁଛି । ତେଣୁ ଆତ୍ମିକ
ବାବା ବୁଝାଉଛନ୍ତି - ପିଲାମାନେ, ତୁମେ ଏବେ ଆତ୍ମିକ ପଣ୍ଡା ଅଥବା ଗାଇଡ୍ସ ଅଟ - ମୁକ୍ତିଧାମର
ରାସ୍ତା ବତାଇବା ପାଇଁ । ଏହା ହେଉଛି ସତ୍ୟ ସତ୍ୟ ଅମରକଥା, ଅମରପୁରୀକୁ ଯିବାପାଇଁ । ଅମରପୁରୀକୁ
ଯିବାପାଇଁ ତୁମେ ପବିତ୍ର ହେଉଛ । ଅପବିତ୍ର ଭ୍ରଷ୍ଟାଚାରୀ ଆତ୍ମା ଅମରପୁରୀକୁ କିପରି ଯିବେ?
ମନୁଷ୍ୟ ଅମରନାଥ ଯାତ୍ରାକୁ ଯାଆନ୍ତି, ସ୍ୱର୍ଗକୁ ମଧ୍ୟ ଅମରନାଥ ପୁରୀ କୁହାଯିବ । ଅମରନାଥ
ଏକୁଟିଆ କ’ଣ ଥିଲେ କି । ତୁମେ ସବୁ ଆତ୍ମାମାନେ ଅମରପୁରୀକୁ ଯାଉଛ । ତାହା ହେଉଛି ଆତ୍ମାମାନଙ୍କର
ଅମରପୁରୀ ପରମଧାମ । ଏହା ପରେ ଆସୁଛ ଶରୀର ସହିତ ଅମରପୁରୀକୁ । ସେଠାକୁ କିଏ ନେଇଯାଉଛନ୍ତି?
ପରମପିତା ପରମାତ୍ମା ସମସ୍ତ ଆତ୍ମାମାନଙ୍କୁ ନେଇଯାଉଛନ୍ତି । ତାକୁ ଅମରପୁରୀ ମଧ୍ୟ କହିପାରିବା ।
କିନ୍ତୁ ସଠିକ୍ ନାମ ହେଉଛି ଶାନ୍ତିଧାମ । ସେଠାକୁ ତ’ ସମସ୍ତଙ୍କୁ ଯିବାକୁ ହିଁ ହେବ । ଡ୍ରାମାର
ବିଧାନ ଟାଳିଲେ ମଧ୍ୟ ଟାଳି ହେବ ନାହିଁ । ଏହାକୁ ଭଲ ଭାବରେ ବୁଦ୍ଧିରେ ଧାରଣ କର । ପ୍ରଥମେ ତ’
ନିଜକୁ ଆତ୍ମା ବୋଲି ବୁଝ । ପରମପିତା ପରମାତ୍ମା ମଧ୍ୟ ହେଉଛନ୍ତି ଆତ୍ମା । କେବଳ ତାଙ୍କୁ ପରମପିତା
ପରମାତ୍ମା କୁହାଯାଉଛି, ସେ ଆମକୁ ବୁଝାଉଛନ୍ତି । ସେ ହିଁ ଜ୍ଞାନର ସାଗର ଏବଂ ପବିତ୍ରତାର ସାଗର
ଅଟନ୍ତି । ଏବେ ପିଲାମାନଙ୍କୁ ପବିତ୍ର କରିବା ପାଇଁ ଶ୍ରୀମତ ଦେଉଛନ୍ତି ଯେ ମୋତେ ମନେ ପକାଇଲେ
ତୁମର ଜନ୍ମ ଜନ୍ମାନ୍ତରର ପାପ କଟିଯିବ । ବାବାଙ୍କୁ ମନେ ପକାଇବାକୁ ହିଁ ଯୋଗ ବୋଲି କୁହାଯାଉଛି ।
ତୁମେ ତ’ ହେଲ ସନ୍ତାନ । ବାବାଙ୍କୁ ମନେ ପକାଇବାକୁ ହେବ । ଏହାଦ୍ୱାରା ହିଁ ନାବ ପାର ହେବ । ଏହି
ବିଷୟ ନଗରୀରୁ ତୁମେ ଶିବ ନଗରୀକୁ ଯିବ ପୁଣି ବିଷ୍ଣୁପୁରୀକୁ ଆସିବ । ଆମେ ସତ୍ୟଯୁଗ ପାଇଁ ହିଁ
ପଢ଼ୁଛୁ, ଏଠିକା ପାଇଁ ନୁହେଁ । ଏଠାରେ ଯେଉଁମାନେ ରାଜା ହେଉଛନ୍ତି, ସେମାନେ ଧନ ଦାନ କରିବା
ଦ୍ୱାରା ହୋଇଥା’ନ୍ତି । କେତେକ ଅଛନ୍ତି ଯେଉଁମାନେ କି ଗରିବମାନଙ୍କୁ ବହୁତ ସମ୍ଭାଳିଥା’ନ୍ତି,
କେହି ଡାକ୍ତରଖାନା, ଧର୍ମଶାଳା ଆଦି କରୁଛନ୍ତି, କେହି ଧନ ଦାନ କରୁଛନ୍ତି । ଯେପରି ସିନ୍ଧରେ
ମୂଲଚନ୍ଦ ନାମକ ଜଣେ ବ୍ୟକ୍ତି ଥିଲେ, ଗରିବମାନଙ୍କୁ ଦାନ କରୁଥିଲେ । ଗରିବମାନଙ୍କର ବହୁତ ଦାୟିତ୍ୱ
ସମ୍ଭାଳୁଥିଲେ । ଏହିପରି ବହୁତ ଦାନୀ ଅଛନ୍ତି । ସକାଳୁ ଉଠି ଚାଉଳମୁଠି ରଖନ୍ତି ଏବଂ ଗରୀବଙ୍କୁ
ଦାନ କରିଥା’ନ୍ତି । ଆଜିକାଲି ତ’ ବହୁତ ଠକାମି ଚାଲିଛି । ପାତ୍ରକୁ ଦାନ ଦେବା ଉଚିତ୍ । ଏହି
ବୁଦ୍ଧି ତ’ ନାହିଁ । ବାହାରେ ଯେଉଁ ଭିକାରୀମାନେ ବସିଥା’ନ୍ତି ତାଙ୍କୁ ଦେବା, ଏହା କୌଣସି ଦାନ
ନୁହେଁ । ଏହା ତ ସେମାନଙ୍କର ନିୟମିତ ଧନ୍ଦା ଅଟେ । ଗରିବଙ୍କୁ ଦାନ କଲାବାଲା ଭଲ ପଦ ପାଇଥା’ନ୍ତି
।
ଏବେ ତୁମେ ସମସ୍ତେ ହେଉଛ
ଆତ୍ମିକ ପଣ୍ଡା । ତୁମେ ପ୍ରଦର୍ଶନୀ ଅଥବା ମ୍ୟୁଜିୟମ୍ ଖୋଲିଲେ ଏହିପରି ନାମ ଲେଖ ଯେପରି ସିଦ୍ଧ
ହୋଇଯିବ, ଏମାନେ ହେଉଛନ୍ତି ନୂଆ ବିଶ୍ୱ ରାଜଧାନୀର ଗାଇଡ୍ । କିନ୍ତୁ ମନୁଷ୍ୟ କିଛି ହେଲେ
ବୁଝୁନାହାଁନ୍ତି । ଏହା ହେଉଛି କଣ୍ଟାର ଜଙ୍ଗଲ । ସ୍ୱର୍ଗ ହେଉଛି ଫୁଲର ବଗିଚା, ଯେଉଁଠି
ଦେବତାମାନେ ରୁହନ୍ତି । ତୁମମାନଙ୍କର ଏହି ନିଶା ରହିବା ଉଚିତ୍ ଯେ ଆମେ ବାବାଙ୍କୁ ମନେ ପକାଇ
ଜନ୍ମ ଜନ୍ମାନ୍ତର ପାଇଁ ପବିତ୍ର ହେଉଛୁ । ତୁମେ ଜାଣିଛ ଯେତେ ବିଘ୍ନ ପଡିଲେ ମଧ୍ୟ ସ୍ୱର୍ଗର
ସ୍ଥାପନା ତ’ ନିଶ୍ଚୟ ହେବ । ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ନିଶ୍ଚିତ ହେବ ।
ଏହା ପୂର୍ବ ପ୍ରସ୍ତୁତ ଡ୍ରାମା, ଏଥିରେ ସନ୍ଦେହର କୌଣସି କଥା ହିଁ ନାହିଁ । ଟିକିଏ ହେଲେ ସଂଶୟ
ଆଣିବା ଅନୁଚିତ୍ । ପତିତ-ପାବନ ବୋଲି ତ ସମସ୍ତେ କହିଥାନ୍ତି । ଇଂରାଜୀରେ ମଧ୍ୟ କହନ୍ତି ହେ ପ୍ରଭୁ
ଆସି ଦୁଃଖରୁ ମୁକ୍ତ କର । ୫ ବିକାର ଦ୍ୱାରା ହିଁ ଦୁଃଖ ମିଳେ । ସତ୍ୟଯୁଗ ହେଉଛି ନିର୍ବିକାରୀ
ଦୁନିଆ, ସୁଖଧାମ । ଏବେ ତୁମ ପିଲାମାନଙ୍କୁ ସ୍ୱର୍ଗକୁ ଯିବାକୁ ହେବ । ମନୁଷ୍ୟ ଭାବୁଛନ୍ତି
ସ୍ୱର୍ଗ ଉପରେ ଅଛି, ତାଙ୍କୁ ଜଣାନାହିଁ ଯେ ଉପରେ ମୁକ୍ତିଧାମ ଅଛି । ଜୀବନମୁକ୍ତି ପାଇବା ପାଇଁ ତ
ଏହିଠାକୁ ହିଁ ଆସିବାକୁ ହେବ । ଏ କଥା ବାବା ତୁମକୁ ବୁଝାଉଛନ୍ତି, ତାକୁ ଭଲ ଭାବରେ ଧାରଣ କରି
ଜ୍ଞାନର ହିଁ ମନ୍ଥନ କରିବାକୁ ହେବ । ଛାତ୍ରମାନେ ମଧ୍ୟ ଘରେ ଏହି ଖିଆଲ୍ କରିଥା’ନ୍ତି - ଏହି
ପେପର ଭରିକରି ଦେବାକୁ ହେବ, ଆଜି ଏହା କରିବାକୁ ପଡିବ । ଏଣୁ ତୁମ ପିଲାମାନଙ୍କୁ ନିଜର କଲ୍ୟାଣ
କରିବା ପାଇଁ ଆତ୍ମାକୁ ସତ୍ତ୍ୱପ୍ରଧାନ କରିବାକୁ ହେବ । ପବିତ୍ର ହୋଇ ମୁକ୍ତିଧାମ ଯିବାକୁ ହେବା
ପୁଣି ଜ୍ଞାନ ଦ୍ୱାରା ଦେବତା ହେଉଛନ୍ତି । ଆତ୍ମା କହୁଛି ନା ମୁଁ ପାଠପଢି ବାରିଷ୍ଟର ହେଉଛି ।
ମୁଁ ଆତ୍ମା ଗଭର୍ଣ୍ଣର ହେଉଛି । ଆତ୍ମା ଶରୀର ସହିତ ହେଉଛି । ଶରୀର ବିନାଶ ହୋଇଗଲେ ପୁଣି ନୂଆକରି
ପଢ଼ିବାକୁ ପଡିଥାଏ । ଆତ୍ମା ହିଁ ପୁରୁଷାର୍ଥ କରୁଛି ବିଶ୍ୱର ମାଲିକ ହେବା ପାଇଁ । ବାବା କହୁଛନ୍ତି
ଏହା ପକ୍କା ମନେ ରଖ ଯେ ମୁଁ ଆତ୍ମା ଅଟେ, ଦେବତାମାନଙ୍କୁ ଏହିପରି କହିବାକୁ ପଡେନାହିଁ, ମନେ
ପକାଇବାକୁ ପଡେନାହିଁ କାହିଁକିନା ସେମାନେ ପବିତ୍ର ହିଁ ଥା’ନ୍ତି । ପ୍ରାରବ୍ଧ ଭୋଗ କରୁଥା’ନ୍ତି,
ସେମାନେ କ’ଣ ପତିତ ଥା’ନ୍ତି ଯେ ବାବାଙ୍କୁ ମନେ ପକାଇବେ । ତୁମେ ଆତ୍ମା ପତିତ ହୋଇଥିବାରୁ
ବାବାଙ୍କୁ ମନେ ପକାଇବାକୁ ପଡୁଛି । ସେମାନଙ୍କୁ ତ ମନେ ପକାଇବାର ଆବଶ୍ୟକତା ନାହିଁ । ଏହା ଡ଼୍ରାମା
ଅଟେ ନା । ଗୋଟିଏ ଦିନ ମଧ୍ୟ ଏକାଭଳି ହୋଇ ନ ଥାଏ । ଏହି ଡ଼୍ରାମା କ୍ରମାଗତ ଚାଲିଥାଏ । ସାରା
ଦିନର ପାର୍ଟ ସେକେଣ୍ଡକୁ ସେକେଣ୍ଡ ବଦଳୁଥାଏ । ଶୁଟିଙ୍ଗ୍ ହୋଇ ଚାଲିଥାଏ । ତେଣୁ ବାବା
ସନ୍ତାନମାନଙ୍କୁ ବୁଝାଉଛନ୍ତି, କୌଣସି କଥାରେ ହାର୍ଟ ଫେଲ୍ ହୁଅ ନାହିଁ ଅର୍ଥାତ୍ ଝାଉଁଳି ପଡ ନାହିଁ
। ଏହା ଜ୍ଞାନର କଥା । ଭଲେ ନିଜର ଧନ୍ଦା ଆଦି କର କିନ୍ତୁ ଭବିଷ୍ୟତରେ ଉଚ୍ଚ ପଦ ପାଇବା ପାଇଁ ପୂରା
ପୁରୁଷାର୍ଥ କର । ଗୃହସ୍ଥ ବ୍ୟବହାରରେ ମଧ୍ୟ ରହିବାକୁ ପଡିବ । କୁମାରୀମାନେ ତ’ ଗୃହସ୍ଥକୁ
ଯାଇନାହାଁନ୍ତି । ଯାହାଙ୍କର ପିଲାଛୁଆ ଅଛନ୍ତି ତାଙ୍କୁ ଗୃହସ୍ଥୀ ବୋଲି କୁହାଯାଏ । ବାବା ତ’
ଅଧରକୁମାର ଏବଂ କୁମାରୀ ସମସ୍ତଙ୍କୁ ପଢାଉଛନ୍ତି । ଅଧରକୁମାରୀର ଅର୍ଥ ମଧ୍ୟ ବୁଝୁନାହାଁନ୍ତି ।
କ’ଣ ଅଧା ଶରୀର ରହିଛି? ଏବେ ତୁମେ ଜାଣୁଛ କନ୍ୟା ହେଉଛି ପବିତ୍ର ଏବଂ ଅଧରକନ୍ୟା ତାଙ୍କୁ
କୁହାଯାଏ ଯିଏ ଅପବିତ୍ର ହେବା ପରେ ପୁଣି ପବିତ୍ର ହୋଇଥାନ୍ତି । ତୁମର ହିଁ ସ୍ମୃତି ଚିହ୍ନ ରହିଛି
। ବାବା ହିଁ ତୁମମାନଙ୍କୁ ବୁଝାଉଛନ୍ତି । ବାବା ତୁମକୁ ପଢାଉଛନ୍ତି । ତୁମେ ଜାଣିଛ ଆମେ ଆତ୍ମା
ମୂଳବତନକୁ ମଧ୍ୟ ଜାଣିଛୁ, ପୁଣି ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ କିପରି ରାଜ୍ୟ କରୁଛନ୍ତି,
କ୍ଷତ୍ରିୟପଣିଆର ଚିହ୍ନ, ଧନୁତୀର କାହିଁକି ଦେଇଛନ୍ତି, ଏକଥା ମଧ୍ୟ ତୁମେ ଜାଣିଛ । ଲଢେଇ ଆଦିର ତ
କୌଣସି କଥା ହିଁ ନାହିଁ । ନା ଅସୁରଙ୍କ କଥା ଅଛି, ନା ଚୋରୀ କଥା ସିଦ୍ଧ ହେଉଛି । ଏପରି ତ’ କେହି
ରାବଣ ନାହାଁନ୍ତି ଯିଏକି ସୀତାକୁ ନେଇଯିବେ । ତେଣୁ ବାବା ବୁଝାଉଛନ୍ତି ମିଠା ମିଠା ସନ୍ତାନମାନେ,
ତୁମେ ଜାଣୁଛ ଯେ ଆମେ ସ୍ୱର୍ଗର, ମୁକ୍ତି-ଜୀବନ ମୁକ୍ତିର ପଣ୍ଡା ଅଟୁ । ସେମାନେ ହେଲେ ଶାରୀରିକ
ପଣ୍ଡା । ଆମେ ହେଉଛୁ ଆତ୍ମିକ ପଣ୍ଡା । ସେମାନେ ହେଲେ କଳିଯୁଗୀ ବ୍ରାହ୍ମଣ । ତୁମେ ହେଲ ସଂଗମଯୁଗୀ
ବ୍ରାହ୍ମଣ ଏବେ ପୁରୁଷୋତ୍ତମ ହେବା ପାଇଁ ପଢୁଛ । ବାବା ଅନେକ ପ୍ରକାରରେ ବୁଝାଉଛନ୍ତି । ତଥାପି
ମଧ୍ୟ ଦେହ- ଅଭିମାନରେ ଆସିବା ଦ୍ୱାରା ଭୁଲି ଯାଉଛନ୍ତି । ମୁଁ ଆତ୍ମା, ବାବାଙ୍କର ସନ୍ତାନ, ଏହି
ନିଶା ରହୁନାହିଁ । ଯେତେ ଯୋଗଯୁକ୍ତ ହେବ ସେତେ ଦେହ-ଅଭିମାନ ଦୂରେଇଯିବ । ନିଜକୁ ସମ୍ଭାଳି ରଖ ।
ଦେଖ, ମୋର ଦେହ-ଅଭିମାନ ଦୂର ହେଲାଣି? ଆମେ ଏବେ ଯାଇଛୁ ପୁଣି ବିଶ୍ୱର ମାଲିକ ହେବୁ । ଆମର ହିଁ
ହିରୋ ହିରୋଇନ୍ର ପାର୍ଟ ରହିଛି । କେହି ବିଜୟ ପ୍ରାପ୍ତ କଲେ ହିରୋ-ହିରୋଇନ୍ ନାମ ରଖାଯାଇଥାଏ ।
ଏହି ସମୟରେ ତୁମେ ବିଜୟ ପ୍ରାପ୍ତ କରୁଥିବାରୁ ତୁମର ନାମ ହିରୋ ହିରୋଇନ୍ ରଖାଯାଉଛି, ଏହା ପୂର୍ବରୁ
ନ ଥିଲା । ଯିଏ ହାରିଯାଏ ତାଙ୍କୁ ହିରୋ ହିରୋଇନ୍ କୁହାଯାଏ ନାହିଁ । ତୁମେ ଜାଣିଛ ଆମେ ଏବେ ଯାଇ
ହିରୋ-ହିରୋଇନ୍ ହେବୁ । ତୁମର ଅଭିନୟ ସବୁଠାରୁ ଉଚ୍ଚ ଅଟେ । କଉଡ଼ି ଏବଂ ହୀରା ମଧ୍ୟରେ ବହୁତ ଫରକ
ରହିଛି । କେହି କେତେ ଲକ୍ଷପତି କୋଟିପତି ହୋଇଥିଲେ ମଧ୍ୟ ତୁମେ ଜାଣିଛ ଏ ସବୁ ବିନାଶ ହୋଇଯିବ ।
ତୁମେମାନେ ଧନବାନ୍
ହେବାକୁ ଯାଉଛ । ବାକି ସମସ୍ତେ ଦେବାଳିଆ ହୋଇଯାଉଛନ୍ତି । ଏସବୁ କଥା ଧାରଣ କରିବାକୁ ହେବ ।
ନିଶ୍ଚୟ ରହିବା ଉଚିତ୍ । ଏଠାରେ ନିଶା ଚଢୁଛି, ବାହାରକୁ ଗଲେ ଖସିଯାଉଛି । ଏଠାକାର କଥା ଏହିଠାରେ
ହିଁ ରହିଯାଉଛି । ବାବା କହୁଛନ୍ତି ବୁଦ୍ଧିରେ ରହୁ - ବାବା ଆମକୁ ପଢାଉଛନ୍ତି, ଯେଉଁ ପାଠପଢା
ଦ୍ୱାରା ଆମେ ମନୁଷ୍ୟରୁ ଦେବତା ହୋଇଯିବୁ । ଏଥିରେ ଅସୁବିଧାର କୌଣସି କଥା ହିଁ ନାହିଁ । ଧନ୍ଦା
ଆଦିରୁ ମଧ୍ୟ କିଛି ସମୟ ବାହାର କରି ମନେ ପକାଇ ପାରିବ । ଏହା ମଧ୍ୟ ନିଜ ପାଇଁ ଧନ୍ଦା ଅଟେ ନା ।
ଛୁଟି ନେଇ ବାବାଙ୍କୁ ମନେ ପକାଅ । ଏହାକୁ ମିଛ କହିବା କୁହାଯିବ ନାହିଁ । ସାରାଦିନ କ’ଣ ଏହିପରି
ନଷ୍ଟ କରିବୁ ଆମକୁ ଭବିଷ୍ୟତ ପାଇଁ କିଛି ଖିଆଲ ତ’ ରଖିବାକୁ ପଡିବ । ବହୁତ ଯୁକ୍ତି ରହିଛି । ଯେତେ
ସମ୍ଭବ ସମୟ ବାହାର କରି ବାବାଙ୍କୁ ମନେ ପକାଅ । ଶରୀର ନିର୍ବାହ ଅର୍ଥେ ଧନ୍ଦା ଆଦି ମଧ୍ୟ କର ।
ମୁଁ ତୁମକୁ ବିଶ୍ୱର ମାଲିକ ହେବା ପାଇଁ ବହୁତ ଭଲ ରାୟ ଦେଉଛି । ତୁମେ ପିଲାମାନେ ମଧ୍ୟ ସମସ୍ତଙ୍କୁ
ରାୟ ଦେଉଛ । ରାୟ ଦେବା ପାଇଁ ମନ୍ତ୍ରୀ ରହିଥାନ୍ତି ନା । ତୁମେ ହେଉଛ ପରାମର୍ଶଦାତା । ଏହି
ଜନ୍ମରେ ସମସ୍ତଙ୍କୁ ମୁକ୍ତି-ଜୀବନମୁକ୍ତି କିପରି ମିଳିବ, ସେହି ରାସ୍ତା ବତାଉଛ । ମନୁଷ୍ୟ
ସ୍ଲୋଗାନ ଆଦି କାନ୍ଥ ଉପରେ ଲଗାଇ ଦେଇଥାନ୍ତି । ଯେପରି ତୁମେ ଲେଖୁଛ “ବି ହୋଲି ଏଣ୍ଡ୍ ରାଜଯୋଗୀ
ଅର୍ଥାତ୍ ପବିତ୍ର ହୁଅ ଏବଂ ରାଜଯୋଗୀ ହୁଅ ।” କିନ୍ତୁ ଏହା ଦ୍ୱାରା ବୁଝିବେ ନାହିଁ । ଏବେ ତୁମେ
ବୁଝୁଛ ଯେ ଆମକୁ ବାବାଙ୍କଠାରୁ ଏହି ସମ୍ପତ୍ତି ମିଳୁଛି, ମୁକ୍ତିଧାମର ମଧ୍ୟ ସମ୍ପତ୍ତି ରହିଛି ।
ମୋତେ ତୁମେ ପତିତ-ପାବନ କହୁଥିବାରୁ ମୁଁ ଆସି ପବିତ୍ର ହେବା ପାଇଁ ରାୟ ଦେଉଛି । ତୁମେ ମଧ୍ୟ
ହେଉଛ ପରାମର୍ଶଦାତା । ମୁକ୍ତିଧାମକୁ କେହି ବି ଯାଇପାରିବେ ନାହିଁ, ଯେ ପର୍ଯ୍ୟନ୍ତ ବାବା
ପରାମର୍ଶ ବା ଶ୍ରୀମତ ନ ଦେଇଛନ୍ତି । ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ ମତ ହେଉଛି ଶିବ ବାବାଙ୍କର ।
ଆତ୍ମାମାନଙ୍କୁ ଶିବବାବାଙ୍କର ଶ୍ରୀମତ ମିଳୁଛି । ପାପ ଆତ୍ମା, ପୁଣ୍ୟ ଆତ୍ମା ବୋଲି କୁହାଯାଏ ।
ପାପ ଶରୀର ତ କୁହାଯିବ ନାହିଁ । ଆତ୍ମା ଶରୀର ଦ୍ୱାରା ପାପ କରୁଥିବାରୁ ପାପ ଆତ୍ମା କୁହାଯାଉଛି ।
ଶରୀର ବିନା ଆତ୍ମା ପାପ କିମ୍ବା ପୁଣ୍ୟ କରିପାରିବ ନାହିଁ । ତେଣୁ ଯେତେ ସମ୍ଭବ ବିଚାର ସାଗର
ମନ୍ଥନ କର । ସମୟ ତ ବହୁତ ରହିଛି । ଶିକ୍ଷକ ଅଥବା ପ୍ରଫେସର ହୋଇଥିଲେ ତାଙ୍କୁ ମଧ୍ୟ ଯୁକ୍ତି
ଦ୍ୱାରା ଏହି ରୁହାନୀ ପାଠ ପଢାଇବା ଉଚିତ୍, ଯାହା ଦ୍ୱାରା କଲ୍ୟାଣ ହେବ । ବାକି ଏହି ଶାରୀରିକ
ପାଠ ଦ୍ୱାରା କ’ଣ ହେବ । ଆମେ ଏହି ପାଠ ପଢାଉଛୁ । ବାକି ଅଳ୍ପ ଦିନ ଅଛି, ବିନାଶ ସମ୍ମୁଖରେ
ଦଣ୍ଡାୟମାନ । ମନ ଭିତରେ ଉତ୍ସାହିତ ହେବେ - କିପରି ମନୁଷ୍ୟମାନଙ୍କୁ ରାସ୍ତା ବତାଇବୁ ।
ଜଣେ କନ୍ୟା ପରୀକ୍ଷାର
ସମ୍ମୁଖୀନ ହୋଇଥିଲେ ଯେଉଁଥିରେ ଗୀତାର ଭଗବାନଙ୍କର କଥା ପଚରାଯାଇଥିଲା । ସେ ଲେଖିଦେଲେ ଗୀତାର
ଭଗବାନ ଶିବ ଅଟନ୍ତି, ତେଣୁ ତାକୁ ଫେଲ କରିଦେଲେ । ଭାବୁଥିଲେ ଯେ ମୁଁ ବାବାଙ୍କର ମହିମା ଲେଖୁଛି
- ଗୀତାର ଭଗବାନ ହେଉଛନ୍ତି ଶିବ । ସେ ଜ୍ଞାନର ସାଗର, ପ୍ରେମର ସାଗର ଅଟନ୍ତି । ଶ୍ରୀକୃଷ୍ଣଙ୍କ
ଆତ୍ମା ମଧ୍ୟ ଜ୍ଞାନ ପ୍ରାପ୍ତ କରୁଛନ୍ତି । ଏହାକୁ ବସି ଲେଖିଥିବାରୁ ଫେଲ୍ ହୋଇଗଲେ । ମାତା
ପିତାଙ୍କୁ କହିଲେ - ମୁଁ ଏସବୁ ପଢ଼ିବି ନାହିଁ । ଏବେ ଏହି ଆତ୍ମିକ ପାଠପଢାରେ ଲାଗିଯିବି । କନ୍ୟା
ମଧ୍ୟ ବହୁତ ଫାଷ୍ଟକ୍ଲାସ ଥିଲେ । ପୂର୍ବରୁ ହିଁ କହୁଥିଲେ ମୁଁ ଏହିପରି ଲେଖିବି, ଫେଲ୍ ହୋଇଯିବି
। କିନ୍ତୁ ସତ୍ୟ ତ’ ଲେଖିବାକୁ ହେବ ନା । ଆଗକୁ ଗଲେ ବୁଝିବେ ବାସ୍ତବରେ ଏହି କନ୍ୟା ଯାହା
ଲେଖିଥିଲା ତାହା ସତ୍ୟ ଅଟେ । ଯେବେ ପ୍ରଭାବ ବିସ୍ତାର ହେବ ପ୍ରଦର୍ଶନୀ ବା ମ୍ୟୁଜିୟମରେ ତାଙ୍କୁ
ଡ଼ାକିଲେ ଜାଣିବେ ଏବଂ ତାଙ୍କ ବୁଦ୍ଧିରେ ଆସିବ ଯେ ଏହା ତ’ ସତ୍ୟ ଅଟେ । ବହୁତ ମନୁଷ୍ୟ ଆସୁଥିବାରୁ
ବିଚାର କରିବା ଦରକାର ଯେ ଏପରି କରିବୁ ଯେପରି ମନୁଷ୍ୟମାନେ ତୁରନ୍ତ ବୁଝିଯିବେ ଏହା କୌଣସି ନୂଆ
କଥା ଅଟେ । କେହି ନା କେହି ନିଶ୍ଚୟ ବୁଝିବେ ଯିଏକି ଏଠାକାର ହୋଇଥିବେ । ତୁମେ ସମସ୍ତଙ୍କୁ ରୁହାନୀ
ରାସ୍ତା ବତାଉଛ । ବିଚରା କେତେ ଦୁଃଖୀ ଅଟନ୍ତି, ସେମାନଙ୍କର ଦୁଃଖ କିପରି ଦୂର କରିବୁ । ଖିଟ୍ପିଟ୍
ତ’ ବହୁତ ରହିଛି ନା । ପରସ୍ପରର ଶତ୍ରୁ ହୋଇ କିପରି ହତ୍ୟା କରିଦେଉଛନ୍ତି । ଏବେ ବାବା
ସନ୍ତାନମାନଙ୍କୁ ଭଲ ଭାବରେ ବୁଝାଉଛନ୍ତି । ମାତାମାନେ ତ ବିଚରା ଅବୋଧ ଅଟନ୍ତି । କହୁଛନ୍ତି ଆମେ
ଲେଖା ପଢା ଜାଣିନାହୁଁ । ବାବା କହୁଛନ୍ତି ନ ପଢିଛ ଭଲ । ବେଦ ଶାସ୍ତ୍ର ଯାହା କିଛି ପଢିଛ ସବୁ
ଏହିଠାରେ ଭୁଲିବାକୁ ହେବ । ଏବେ ମୁଁ ଯାହା ଶୁଣାଉଛି, ତାକୁ ଶୁଣ । ବୁଝାଇବା ଦରକାର - ସଦ୍ଗତି
ତ ନିରାକାର ପରମପିତା ପରମାତ୍ମାଙ୍କ ବିନା କେହି କରିପାରିବେ ନାହିଁ । ମନୁଷ୍ୟମାନଙ୍କ ପାଖରେ
ଜ୍ଞାନ ହିଁ ନାହିଁ ତେବେ ପୁଣି ସେ ସଦ୍ଗତି କିପରି କରିପାରିବେ । ସଦ୍ଗତି ଦାତା ଜ୍ଞାନର ସାଗର
ହେଉଛନ୍ତି ହିଁ ଜଣେ । ମନୁଷ୍ୟ ଏପରି କହିବେ ନାହିଁ, ଯିଏ ଏଠାକାର ହୋଇଥିବେ ସେ ବୁଝିବା ପାଇଁ
ଚେଷ୍ଟା କରିବେ । ଜଣେ କେହି ବିଶିଷ୍ଟ ବ୍ୟକ୍ତି ବାହାରିଲେ ପ୍ରସିଦ୍ଧି ହେବ । ଗାୟନ ରହିଛି ଗରୀବ
ତୁଳସୀଦାସଙ୍କର କେହି କଥା ଶୁଣିଲେ ନାହିଁ । ସେବାର ଯୁକ୍ତି ତ ବାବା ବହୁତ ବତାଉଛନ୍ତି, ପିଲାମାନେ
ପ୍ରତ୍ୟକ୍ଷ ରୂପେ ପ୍ରୟୋଗ କରିବା ଉଚିତ୍ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କର୍ମଧନ୍ଦା
କରି ମଧ୍ୟ ଭବିଷ୍ୟତରେ ଉଚ୍ଚପଦ ପାଇବା ପାଇଁ ବାବାଙ୍କ ସ୍ମୃତିରେ ରହିବାର ପୂରା-ପୂରା ପୁରୁଷାର୍ଥ
କରିବାକୁ ହେବ । ଏହି ଡ଼୍ରାମାର ଦୃଶ୍ୟ ପ୍ରତି ମୂହୁର୍ତ୍ତରେ ବଦଳୁଛି, ସେଥିପାଇଁ କେବେ ବି କୌଣସି
ଦୃଶ୍ୟକୁ ଦେଖି ହାର୍ଟଫେଲ୍ ହେବା ଉଚିତ୍ ନୁହେଁ ।
(୨) ଏହି ଆତ୍ମିକ ପାଠପଢା
ନିଜେ ପଢିବା ସହିତ ଅନ୍ୟମାନଙ୍କୁ ପଢାଇବାକୁ ହେବ । ସମସ୍ତଙ୍କର କଲ୍ୟାଣ କରିବାକୁ ହେବ । ମନ
ଭିତରେ ଏହିଭଳି ଉମଙ୍ଗ-ଉତ୍ସାହ ଆସିବା ଦରକାର ଯେ ମୁଁ କିପରି ସମସ୍ତଙ୍କୁ ପବିତ୍ର କରିବି ତଥା
ଘରକୁ ଯିବାର ରାସ୍ତା ଦେଖାଇବି ।
ବରଦାନ:-
ସର୍ବ ସମ୍ବନ୍ଧର
ସହଯୋଗର ଅନୁଭୂତି ଦ୍ୱାରା ନିରନ୍ତର ଯୋଗୀ ସହଜଯୋଗୀ ହୁଅ ।
ସବୁ ସମୟରେ ବାବାଙ୍କର
ଭିନ୍ନ ଭିନ୍ନ ସମ୍ବନ୍ଧର ସହଯୋଗ ନେବା ଅର୍ଥାତ୍ ଅନୁଭବ କରିବା ହିଁ ସହଜଯୋଗ ଅଟେ । ବାବା ତ
ଯେକୌଣସି ସମୟରେ ସମ୍ବନ୍ଧ ରକ୍ଷା କରିବା ପାଇଁ ବନ୍ଧାୟମାନ ଅଟନ୍ତି । ସାରା କଳ୍ପ ଭିତରେ କେବଳ
ଏବେ ହିଁ ସର୍ବ ଅନୁଭବର ଖଣି ପ୍ରାପ୍ତ ହେଉଛି ସେଥିପାଇଁ ସର୍ବଦା ସର୍ବ ସମ୍ବନ୍ଧର ସହଯୋଗ ନିଅ ଏବଂ
ନିରନ୍ତର ଯୋଗୀ, ସହଜଯୋଗୀ ହୁଅ, କାହିଁକି ନା ଯିଏ ବି ସର୍ବସମ୍ବନ୍ଧର ଅନୁଭୂତିରେ ବା ପ୍ରାପ୍ତିରେ
ମଗନ ରହିଥାଏ, ସେ ପୁରୁଣା ଦୁନିଆର ବାତାବରଣ ଠାରୁ ସହଜରେ ଉପରାମ ହୋଇଯାଏ ।
ସ୍ଲୋଗାନ:-
ସର୍ବ ଶକ୍ତିରେ
ସମ୍ପନ୍ନ ରହିବା ହିଁ ବ୍ରାହ୍ମଣ ସ୍ୱରୂପର ବିଶେଷତା ଅଟେ ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ତପସ୍ୱୀମୂରତର ଅର୍ଥ ହେଲା
- ତପସ୍ୟା ଦ୍ୱାରା ଶକ୍ତିର କିରଣ ଚାରିଆଡେ ବିଚ୍ଛୁରିତ ହେଉଥିବାର ଅନୁଭବ ହେଉଥିବ । ଏହି ତପସ୍ୱୀ
ସ୍ୱରୂପ ଅନ୍ୟମାନଙ୍କୁ ଦେବାର ସ୍ୱରୂପ ଅଟେ । ଯେପରି ସୂର୍ଯ୍ୟ ସାରା ବିଶ୍ୱକୁ ଆଲୋକ ତଥା ଅନେକ
ଗୁଡିଏ ବିନାଶୀ ପ୍ରାପ୍ତିର ଅନୁଭୂତି କରାଉଛି, ସେହିପରି ମହାନ ତପସ୍ୱୀ ଆତ୍ମାମାନେ ନିଜର
ଜ୍ୱାଳାରୂପର ଶକ୍ତିଶାଳୀ ଯୋଗ ଦ୍ୱାରା ପ୍ରାପ୍ତିର କିରଣର ଅନୁଭୂତି କରାଇଥାଆନ୍ତି ।