16.09.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ପରସ୍ପର
ମଧ୍ୟରେ ଜଣେ ଅନ୍ୟ ଜଣକୁ ୟାଦରେ ରହିବାର ଈଶାରା ଦେଇ ସାବଧାନ କରି, ଉନ୍ନତିକୁ ପ୍ରାପ୍ତ କର ।”
ପ୍ରଶ୍ନ:-
ବାପ ସମାନ
ନଲେଜଫୁଲ ହୋଇଥିବା ସନ୍ତାନମାନଙ୍କ ଜୀବନର ମୁଖ୍ୟ ଧାରଣା ଶୁଣାଅ?
ଉତ୍ତର:-
ସେମାନେ ସର୍ବଦା ହର୍ଷିତମୁଖ ରହିଥାନ୍ତି, କେବେ ହେଲେ ବି କୌଣସି କଥାରେ ସେମାନେ କାନ୍ଦି ନ
ଥାନ୍ତି । ଯାହା କିଛି ବି ହେଲେ କିଛି ନୂଆ କଥା ନୁହେଁ ନଥିଙ୍ଗ୍ ନ୍ୟୁ । ଏହିଭଳି ଯେଉଁମାନେ
ବର୍ତ୍ତମାନ ଜ୍ଞାନବାନ୍ ଅର୍ଥାତ୍ କାନ୍ଦିବାରୁ ମୁକ୍ତ ହେଉଛନ୍ତି, କେବେ ବି କୌଣସି କଥାରେ
ଅଶାନ୍ତ ହେଉନାହାଁନ୍ତି, ସେହିମାନଙ୍କୁ ହିଁ ସ୍ୱର୍ଗର ବାଦଶାହୀ ମିଳିଥାଏ । ଯିଏ କାନ୍ଦିବ ସିଏ
ହରାଇବ, କାନ୍ଦିଲାବାଲା ନିଜର ପଦ ହରାଇଥାନ୍ତି ।
ଗୀତ:-
ତୁହ୍ମେ ପାକେ
ହମନେ...
ଓମ୍ ଶାନ୍ତି ।
ମିଠା-ମିଠା
ସନ୍ତାନମାନେ ନିଜ ଦ୍ୱାରା ଗାଇଥିବା ଗୀତ ଶୁଣିଲେ । ପିଲାମାନେ ଜାଣିଛନ୍ତି ଯେ ଆମେ ବେହଦ
ବାବାଙ୍କ ସମ୍ମୁଖରେ ବସିଛୁ, ତେବେ ପିଲାମାନେ କହୁଛନ୍ତି ଯେ ବାବା ଆପଣଙ୍କଠାରୁ ଯେଉଁ ବିଶ୍ୱର
ବାଦଶାହୀ ପାଇଥିଲୁ, ତାହା ଏବେ ପୁନର୍ବାର ପାଉଛୁ । ସତ୍ୟଯୁଗରେ ଏପରି ଗାୟନ କରିବେ ନାହିଁ । ଏହି
ସଂଗମଯୁଗରେ ହିଁ ତୁମେ ଗାୟନ କରିପାରିବ । ଘରେ ବସି ଅଥବା ଚାକିରୀ କରି ତୁମେମାନେ ଜାଣିଛ ଯେ ଆମେ
ବେହଦ ବାବାଙ୍କଠାରୁ ଅସୀମ ସମ୍ପତ୍ତି ବା ବେହଦର ବର୍ସା ନେଉଛୁ । ସେଣ୍ଟରରେ ମଧ୍ୟ ସାବଧାନୀ
ମିଳୁଛି ଯେ ବାବାଙ୍କୁ ୟାଦ କର ଏବଂ ଆମେ ବିଶ୍ୱର ମାଲିକ ହେଉଛୁ, ଏହି କଥା ମନେ ରଖ । ଏହା କୌଣସି
ନୂଆ କଥା ନୁହେଁ । ଆମେ କଳ୍ପ-କଳ୍ପ ବାବାଙ୍କଠାରୁ ବିଶ୍ୱର ବାଦଶାହୀ ନେଉଛୁ । ନୂଆ କେହି ଶୁଣିଲେ
ଭାବିବେ ଯେ ଏକଥା ବ୍ରହ୍ମାଙ୍କୁ ଶିବବାବା କହୁଛନ୍ତି । ତେବେ ସିଏ ତ ନିରାକାର ଆତ୍ମାମାନଙ୍କର
ପିତା ଅଟନ୍ତି । ଆତ୍ମା ନିରାକାର ଅଟେ, ତେଣୁ ପରମାତ୍ମା ବାବା ମଧ୍ୟ ନିରାକାର ଅଟନ୍ତି । ଆତ୍ମାକୁ
ସେ ପର୍ଯ୍ୟନ୍ତ ନିରାକାର ବୋଲି କୁହାଯିବ ଯେ ପର୍ଯ୍ୟନ୍ତ ସାକାରୀ ରୂପ ନ ନେଇଛି । ତେବେ ପିଲାମାନେ
ଜାଣିଗଲେଣି ଯେ ଆମେ ବେହଦର ବାବାଙ୍କଠାରୁ ଏହି ଜ୍ଞାନ ଶୁଣୁଛୁ । ରୁହାନୀ ଶିକ୍ଷକ ଆମକୁ ପାଠ
ପଢାଉଛନ୍ତି, ପରସ୍ପରକୁ ସାବଧାନ କରିବା ପାଇଁ । ପ୍ରଥମେ ଏହି ରୁହାନୀ ସାବଧାନୀ ମିଳୁଛି । ସମସ୍ତେ
ବେହଦର ବାବାଙ୍କ ୟାଦରେ ରହି ଈଶାରା ଦେଉଛନ୍ତି - ବାବାଙ୍କର ୟାଦରେ ରୁହ ଆଉ କେଉଁ ଆଡେ ବୁଦ୍ଧି
ଯିବା ଅନୁଚିତ୍ । ସେଥିପାଇଁ କୁହାଯାଉଛି - ଆତ୍ମ-ଅଭିମାନୀ ହୋଇ ବାବାଙ୍କୁ ୟାଦ କର । ସିଏ
ହେଉଛନ୍ତି ପତିତ-ପାବନ ବାବା । ଏବେ ସିଏ ସମ୍ମୁଖରେ ବସି କହୁଛନ୍ତି ମୋତେ ୟାଦ କର । ଏହା କେତେ
ସହଜ ଉପାୟ ଅଟେ - ମନମନାଭବ ଅକ୍ଷର ମଧ୍ୟ ରହିଛି, କିନ୍ତୁ କେହି ବୁଝିଲେ ତ । ୟାଦର ଯାତ୍ରା କେବଳ
ବାବା ହିଁ ଶିଖାଉଛନ୍ତି । ତୁମେ ସନ୍ତାନମାନେ ହିଁ ଜାଣିଛ ଯେ ଆମେ ରୁହାନୀ ଯାତ୍ରାରେ ଅଛୁ । ତାହା
ହେଉଛି ଶାରୀରିକ ଯାତ୍ରା, ବର୍ତ୍ତମାନ ଆମେ ଶାରୀରିକ ଯାତ୍ରୀ ନୁହଁନ୍ତି । ଆମେ ହେଲୁ ରୁହାନୀ
ଯାତ୍ରୀ । ଏହି ୟାଦ ଦ୍ୱାରା ହିଁ ବିକର୍ମ ବିନାଶ ହେବ । ତୁମେମାନେ ବିକର୍ମାଜିତ୍ ହୋଇଯିବ ।
ତୁମେମାନେ ବିକର୍ମାଜିତ୍ ହେବାର ଆଉ କୌଣସି ଉପାୟ ନାହିଁ । ଗୋଟିଏ ହେଲା ବିକର୍ମାଜିତ୍ ସଂବତ,
ଅନ୍ୟଟି ହେଲା ବିକ୍ରମ ସଂବତ, ପୁଣି ବିକର୍ମ ଆରମ୍ଭ ହୁଏ । ରାବଣ ରାଜ୍ୟ ଆରମ୍ଭ ହେଲେ ବିକାର
ଆରମ୍ଭ ହୁଏ । ଏବେ ତୁମେମାନେ ବିକର୍ମାଜିତ୍ ହେବାର ପୁରୁଷାର୍ଥ କରୁଛ । ସେଠାରେ କୌଣସି ବିକର୍ମ
ହୁଏ ନାହିଁ, ସେଠାରେ ରାବଣ ହିଁ ନାହିଁ । ଦୁନିଆରେ ଏକଥା କେହି ଜାଣିନାହାଁନ୍ତି । ତୁମେମାନେ
ବାବାଙ୍କ ଦ୍ୱାରା ସବୁ କିଛି ଜାଣିଗଲଣି । ବାବାଙ୍କୁ ହିଁ ନଲେଜଫୁଲ କୁହାଯାଉଛି, ତେବେ ସିଏ
ପିଲାମାନଙ୍କୁ ହିଁ ଜ୍ଞାନ ଦେବେ ନା । ଗଡ୍ ଫାଦରଙ୍କ ନାମ ମଧ୍ୟ ଦରକାର । ସିଏ ନାମ ରୂପରୁ ନ୍ୟାରା
ନୁହଁନ୍ତି । ସମସ୍ତେ ତାଙ୍କୁ ପୂଜା କରୁଛନ୍ତି, ତାଙ୍କର ନାମ ହେଉଛି ଶିବ । ସିଏ ହିଁ ପତିତ-ପାବନ,
ଜ୍ଞାନର ସାଗର ଅଟନ୍ତି । ଆତ୍ମା ୟାଦ କରୁଛି, ସେହି ପରମପିତା, ପରମାତ୍ମା ବାବାଙ୍କୁ । ଆତ୍ମା
ବାବାଙ୍କର ମହିମା କରୁଛି । ସିଏ ସୁଖ-ଶାନ୍ତିର ସାଗର ଅଟନ୍ତି । ବାବା ତ ପିଲାମାନଙ୍କୁ ନିଶ୍ଚୟ
ବର୍ସା ହିଁ ଦେବେ । ଯିଏ ସଂସାରକୁ ଆସି କରି ଯାଇସାରିଲେଣି, ତାଙ୍କର ସ୍ମାରକୀ ତିଆରି କରିଥାଆନ୍ତି
। କେବଳ ଶିବବାବାଙ୍କର ଗାୟନ ହୋଇଥାଏ ଓ ପୂଜନ ମଧ୍ୟ ହୋଇଥାଏ । ନିଶ୍ଚୟ ସେ ଶରୀର ଦ୍ୱାରା
କର୍ତ୍ତବ୍ୟ କରିଥା’ନ୍ତି, ସେଥିପାଇଁ ତ ତାଙ୍କର ଗାୟନ ରହିଛି । ସିଏ ସଦା ପବିତ୍ର ଅଟନ୍ତି । ବାବା
କେବେହେଲେ ପୂଜାରୀ ହୁଅନ୍ତି ନାହିଁ, ସିଏ ସର୍ବଦା ପୂଜ୍ୟ ଅଟନ୍ତି । ବାବା କହୁଛନ୍ତି ମୁଁ କେବେ
ବି ପୂଜାରୀ ହୁଏ ନାହିଁ । ମୋତେ ପୂଜା କରାଯାଏ । ପୂଜାରୀମାନେ ମୋର ପୂଜା କରିଥା’ନ୍ତି ।
ସତ୍ୟଯୁଗରେ ତ ତୁମେମାନେ ମୋର ପୂଜା କରୁନାହଁ । ଭକ୍ତିମାର୍ଗରେ ମୋତେ ଅର୍ଥାତ ପତିତ-ପାବନ
ବାବାଙ୍କୁ ସମସ୍ତେ ୟାଦ କରୁଛନ୍ତି । ପ୍ରଥମେ-ପ୍ରଥମେ ତାଙ୍କର ହିଁ ଅବ୍ୟଭିଚାରୀ ଭକ୍ତି ହେଉଛି
ପୁଣି ବ୍ୟଭିଚାରୀ ଭକ୍ତି ହୋଇଯାଉଛି । ବ୍ରହ୍ମା ସରସ୍ୱତୀଙ୍କୁ ମଧ୍ୟ ସେହି ଶିବବାବା ବିଶ୍ୱର
ମାଲିକ କରାଉଛନ୍ତି । ଭକ୍ତିର କେତେ ବିସ୍ତାର ରହିଛି । ବୀଜର କୌଣସି ବିସ୍ତାର ନାହିଁ ।
ବାବା କହୁଛନ୍ତି - ମୋତେ ଏବଂ ବର୍ସାକୁ ମନେ ପକାଅ । ବାସ୍, ବୃକ୍ଷର ବିସ୍ତାର ହେବା ପରି
ଭକ୍ତିର ମଧ୍ୟ ବହୁତ ବିସ୍ତାର ରହିଛି । ଜ୍ଞାନ ହେଉଛି ବୀଜ । ତୁମକୁ ଜ୍ଞାନ ମିଳିଲେ ସଦ୍ଗତି
ପ୍ରାପ୍ତ କରୁଛ । ତୁମକୁ ମୁଣ୍ଡ ପିଟିବାକୁ ପଡୁ ନାହିଁ । ଏହା ଜ୍ଞାନ ଓ ଭକ୍ତି ଅଟେ ନା ।
ସତ୍ୟଯୁଗ ତ୍ରେତାରେ ଭକ୍ତିର ବୃକ୍ଷ ରହିବ ନାହିଁ । ଅଧାକଳ୍ପ ଏହି ଭକ୍ତିର ବୃକ୍ଷ ରହୁଛି । ସର୍ବ
ଧର୍ମାବଲମ୍ବୀମାନଙ୍କର ନିଜସ୍ୱ ନୀତି-ପ୍ରଥା ରହିଛି । ଭକ୍ତି ତ କେତେ ବଡ ଅଟେ । ଜ୍ଞାନ ତ
ସମସ୍ତଙ୍କ ନିମନ୍ତେ ଏକ - ମନମନାଭବ । ବାବାଙ୍କୁ ୟାଦ କର । ବାବାଙ୍କୁ ୟାଦ କଲେ ବର୍ସା ନିଶ୍ଚୟ
ମନେ ପଡିବ । ବର୍ସାର ବିସ୍ତାର ହୋଇଯାଇଥାଏ ନା । ତାହା ହେଲା ଲୌକିକ ସମ୍ପତ୍ତି । ଏଠାରେ ତୁମର
ପାରଲୌକିକ ସମ୍ପତ୍ତି ମନେ ପଡୁଛି । ବେହଦର ବାବା ଆସି ବେହଦର ବର୍ସା ଭାରତବାସୀମାନଙ୍କୁ ଦେଉଛନ୍ତି
। ଜନ୍ମ ମଧ୍ୟ ତାଙ୍କର ଏହିଠାରେ ବୋଲି ଗାୟନ ରହିଛି । ଏସବୁ ଏହି ଡ୍ରାମାରେ ଅନାଦି ଭାବେ
ନିଧାର୍ଯ୍ୟ ହୋଇ ରହିଛି । ଯେପରି ଭଗବାନ ସର୍ବୋଚ୍ଚ ଅଟନ୍ତି, ସେହିପରି ଭାରତ ରାଷ୍ଟ୍ର ମଧ୍ୟ
ସର୍ବୋଚ୍ଚ ଅଟେ, ଯେଉଁଠି ବାବା ଆସି ସାରା ଦୁନିଆର ସଦ୍ଗତି କରୁଛନ୍ତି । ତେଣୁ ଏହା ସବୁଠାରୁ
ବଡ ତୀର୍ଥ ହେଲା ନା । କହୁଛନ୍ତି ହେ ଗଡ୍ ଫାଦର (ପରମପିତା) ଆମକୁ ନିଜ ଘରକୁ ନେଇଚାଲ । ଭାରତ
ଉପରେ ସମସ୍ତଙ୍କର ସ୍ନେହ ରହିଛି । ବାବା ମଧ୍ୟ ଭାରତକୁ ହିଁ ଆସୁଛନ୍ତି । ଏବେ ତୁମେମାନେ ମେହନତ
କରୁଛ । ତୁମେମାନେ ହିଁ ଗୋପୀ-ବଲ୍ଲଭଙ୍କର ଗୋପ ଗୋପୀ ଅଟ । ସତ୍ୟଯୁଗରେ ଗୋପ ଗୋପୀମାନଙ୍କର କଥା
ରହିବ ନାହିଁ । ସେଠାରେ ତ କାଇଦା ଅନୁସାରେ ରାଜତ୍ୱ ଚାଲିବ । ଚରିତ୍ର କୃଷ୍ଣଙ୍କର ନୁହେଁ,
ଚରିତ୍ର କେବଳ ଏକମାତ୍ର ବାବାଙ୍କର ରହିଛି । ତାଙ୍କର ଚରିତ୍ର କେତେ ବଡ । ସିଏ ସାରା ପତିତ
ସୃଷ୍ଟିକୁ ପାବନ କରୁଛନ୍ତି । ଏହା କେତେ ଚତୁରତା ଅଟେ । ବର୍ତ୍ତମାନ ସବୁ ମନୁଷ୍ୟ ମାତ୍ରକେ
ଅଜାମିଳ ସଦୃଶ ପାପୀ ହୋଇଯାଇଛନ୍ତି । ମନୁଷ୍ୟମାନେ ଭାବୁଛନ୍ତି ଏହି ସାଧୁମାନେ ଶ୍ରେଷ୍ଠାଚାରୀ
ଅଟନ୍ତି । ବାବା କହୁଛନ୍ତି ସେମାନଙ୍କୁ ଉଦ୍ଧାର ମଧ୍ୟ ମୋତେ କରିବାକୁ ହେବ । ତୁମ ପରି ବାବା
ମଧ୍ୟ ଅଭିନେତା ଅଟନ୍ତି ନା । ତୁମେ ୮୪ ଜନ୍ମ ନେଇ ପାର୍ଟ କରୁଛ । ସିଏ ମଧ୍ୟ ରଚୟିତା,
ନିର୍ଦ୍ଦେଶକ, ମୁଖ୍ୟ ଅଭିନେତା ଏବଂ ସବୁକିଛି କରିକରାଉଛନ୍ତି ନା । କ’ଣ କରୁଛନ୍ତି? ପତିତମାନଙ୍କୁ
ପାବନ କରୁଛନ୍ତି । ବାବା କହୁଛନ୍ତି - ତୁମେ ମୋତେ ଡାକୁଛ ଆସି ଆମକୁ ପାବନ କର । ମୁଁ ମଧ୍ୟ ଏହି
ପାର୍ଟରେ ବନ୍ଧା ହୋଇଛି । ଏପରି କେହି କହିପାରିବେ ନାହିଁ, ଏହା କାହିଁକି ହୋଇଛି? କେବେ ହୋଇଛି?
ଏହା ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ଏହାର ଆଦି-ମଧ୍ୟ-ଅନ୍ତ ନାହିଁ, ପ୍ରଳୟ ହୁଏ ନାହିଁ
। ଆତ୍ମା ଅବିନାଶୀ ଅଟେ, କେବେ ବିନାଶ ହୋଇପାରିବ ନାହିଁ । ଏହାଙ୍କୁ ଅବିନାଶୀ ପାର୍ଟ ମଧ୍ୟ
ମିଳିଛି । ଏହା ବେହଦର ଡ୍ରାମା ଅଟେ ନା । ସାରାଂଶରେ ବାବା ବସି ବୁଝାଉଛନ୍ତି ଯେ ଏହି ଡ୍ରାମାର
ପାର୍ଟ କିପରି ଚାଲୁଛି । ବାକି ଏପରି ନୁହେଁ ଯେ ପରମାତ୍ମା ମୁର୍ଦ୍ଦାରକୁ ମଧ୍ୟ ବଞ୍ଚାଇ ଦେବେ ।
ଏହି ଅନ୍ଧଶ୍ରଦ୍ଧାର, ରିଦ୍ଧି-ସିଦ୍ଧିର କଥା ଏଠାରେ ନାହିଁ । ମୋତେ ଡାକୁଛନ୍ତି ହେ ପତିତ-ପାବନ
ଆସ । ଆସି ଆମକୁ ପତିତରୁ ପାବନ କରାଅ, ତେଣୁ ସିଏ ବାସ୍ତବରେ ଆସୁଛନ୍ତି । ଗୀତା ସର୍ବ ଶାସ୍ତ୍ରମୟୀ
ଶିରୋମଣୀ ଅଟେ । ଭଗବାନ ହିଁ ଗୀତା ଶୁଣାଇଛନ୍ତି । ଆଚ୍ଛା ସହଜ ରାଜଯୋଗ କେବେ ଶିଖାଇଲେ? ଏକଥା
ମଧ୍ୟ ତୁମେ ଜାଣିଛ । ବାବା ଆସୁଛନ୍ତି ହିଁ କଳ୍ପର ସଂଗମ ଯୁଗରେ । ଯେତେବେଳେ କି ଆସି ପାବନ
ଦୁନିଆ ନୂଆ ରାଜଧାନୀର ସ୍ଥାପନ କରୁଛନ୍ତି । ସତ୍ୟଯୁଗରେ ତ ସ୍ଥାପନ କରିବେ ନାହିଁ ନା! ସେଠାରେ ତ
ପାବନ ଦୁନିଆ ହିଁ ଥିବ । କଳ୍ପର ସଂଗମଯୁଗରେ ହିଁ କୁମ୍ଭମେଳା ଲାଗିଥାଏ । ହଦର କୁମ୍ଭମେଳା ୧୨
ବର୍ଷ ପରେ ଲାଗିଥାଏ । ଏହି ବଡ କୁମ୍ଭମେଳା ୫ ହଜାର ବର୍ଷ ପରେ ଲାଗିଥାଏ । ଏହା ହେଉଛି ଆତ୍ମା ଓ
ପରମାତ୍ମାଙ୍କର ମେଳା । ଯେତେବେଳେ କି ପରମପିତା ପରମାତ୍ମା ଆସି ସବୁ ଆତ୍ମାମାନଙ୍କୁ ପାବନ କରାଇ
ଘରକୁ ନେଇଯାଉଛନ୍ତି । କଳ୍ପର ଆୟୁ ଲମ୍ବା କରିବା ଦ୍ୱାରା ମନୁଷ୍ୟ ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି ।
ଏବେ ତୁମେ ବୁଝୁଛ । ତୁମର ପ୍ରକାଶିତ ପତ୍ରିକାକୁ ମଧ୍ୟ ତୁମେମାନେ ହିଁ ବୁଝିପାରିବ ଆଉ କେହି
ବୁଝିପାରିବେ ନାହିଁ । ବାବା କହୁଛନ୍ତି ଲେଖିଦିଅ ଯାହା କିଛି ହେଉଛି ୫ ହଜାର ବର୍ଷ ପୂର୍ବ ସଦୃଶ,
କିଛି ନୁଆ ନୁହେଁ । ଯାହା ୫ ହଜାର ବର୍ଷ ପୂର୍ବରୁ ହୋଇଥିଲା ତାହାର ଏବେ ପୁନରାବୃତ୍ତି ହେଉଛି ।
କାହାର ଯଦି ବୁଝିବାର ଅଛି ତେବେ ଆସି ବୁଝିପାରିବେ । ଏହିପରି ଉପାୟ ସବୁ କରିବା ଉଚିତ୍ । ଆମେ
ଖବର କାଗଜରେ କ’ଣ ବାହାର କରିବୁ! ଏହା ମଧ୍ୟ ତୁମେ ଲେଖିପାରିବ - ଏହି ମହାଭାରତ ଲଢେଇ କିପରି
ପବିତ୍ର ଦୁନିଆର ଦ୍ୱାର ଖୋଲୁଛି । କଳ୍ପପୂର୍ବ ସଦୃଶ । ଏବେ ମହାଭାରତ ଲଢେଇ ଦ୍ୱାରା ସତ୍ୟଯୁଗର
ସ୍ଥାପନା କିପରି ହେଉଛି ଦେବୀ ଦେବତାମାନଙ୍କର ରାଜଧାନୀ କିପରି ସ୍ଥାପନା ହେଉଛି, ଆସି ବୁଝ ।
ଈଶ୍ୱର ପିତାଙ୍କଠାରୁ ଅଧିକାର ନେବାକୁ ହେଲେ ଆସି ନିଅ । ଏହିପରି ବିଚାର ସାଗର ମନ୍ଥନ କରିବା
ଉଚିତ୍ । ସେମାନେ କାହାଣୀ ଆଦି ତିଆରି କରୁଛନ୍ତି ତାହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି,
ସେହିଭଳି ଅଭିନୟ କରୁଛନ୍ତି । ବ୍ୟାସ ମଧ୍ୟ ଡ୍ରାମାର ପ୍ଲାନ ଅନୁସାରେ ଶାସ୍ତ୍ର ତିଆରି କରିଛନ୍ତି
। ଏହିପରି ହିଁ ପାର୍ଟ ମିଳିଛି । ଏବେ ତୁମେମାନେ ଡ୍ରାମାକୁ ବୁଝିଗଲଣି ପୁଣି ଏହି ଡ୍ରାମାର
ପୁନରାବୃତ୍ତି ହେବ । ଏବେ ତୁମେମାନେ ଆସି ପୁନର୍ବାର ଜ୍ଞାନ ଶୁଣୁଛ । ତୁମେ ଜାଣୁଛ ପୁନର୍ବାର ଏହି
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ହେବ । ବାକି ସବୁ ଧର୍ମ ସମାପ୍ତ ହୋଇଯିବ । ଏବେ ତୁମେ ନଲେଜଫୁଲ
ହେଉଛ । ବାବା ତୁମକୁ ନିଜ ସମାନ ଜ୍ଞାନର ସାଗର କରାଉଛନ୍ତି । ତୁମେ ଜାଣିଛ ଅଧାକଳ୍ପ ଆମେ
ଶାନ୍ତିରେ ରହିବୁ । କୌଣସି ପ୍ରକାରର ଅଶାନ୍ତି ରହିବ ନାହିଁ । ସେଠାରେ ପିଲାମାନେ କେବେ କାନ୍ଦିବେ
ନାହିଁ, ସର୍ବଦା ହସୁଥିବେ । ଏଠାରେ ମଧ୍ୟ ତୁମେ କାନ୍ଦିବା ଅନୁଚିତ୍ । ଗାୟନ ମଧ୍ୟ ରହିଛି ମାଆ
ମଲେ ମଧ୍ୟ ହାଲୁଆ ଖାଅ... କାନ୍ଦିଲେ ରାଜତ୍ୱ ହରାଇବ । ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ତୁମକୁ
ପତିମାନଙ୍କର ପତି ମିଳିଛନ୍ତି ଯିଏ ସ୍ୱର୍ଗର ବାଦଶାହୀ ଦେଉଛନ୍ତି । ସେ ତ କେବେ ମରୁ ହିଁ
ନାହାଁନ୍ତି, ପୁଣି କାନ୍ଦିବାର କି ଆବଶ୍ୟକତା ରହିଛି, ଯିଏ କ୍ରନ୍ଦନ ପ୍ରୁଫ୍ ହୋଇଥା’ନ୍ତି ସେ
ବାଦଶାହୀ ନେଇଥାଆନ୍ତି । ବାକି ସମସ୍ତେ ପ୍ରଜା ହେବେ । ବାବାଙ୍କୁ ଯଦି କେହି ପଚାରନ୍ତି ଯେ ଏହି
ଅବସ୍ଥାରେ ଆମେ କ’ଣ ହେବୁ? ତେବେ ବାବା କହିଦେବେ । ପିଲାମାନଙ୍କୁ ପଛରେ ସବୁ ସାକ୍ଷାତ୍କାର ହେବ
। ଯେପରି ସ୍କୁଲରେ ସମସ୍ତଙ୍କୁ ଜଣାପଡିଯାଏ ନା । ରୁଦ୍ରମାଳା କାହାର ହେଉଛି - ତାହା ତୁମେ ପଛରେ
ଜାଣିପାରିବ । ଶେଷ ସମୟରେ ବହୁତ ପୁରୁଷାର୍ଥ କରିଥାନ୍ତି । ଭାବନ୍ତି ଆମେ ଅମୁକ ବିଷୟରେ ଫେଲ୍
ହୋଇଯିବୁ । ସେହିଭଳି ତୁମେ ମଧ୍ୟ ଜାଣିପାରିବ । ଅନେକ କହୁଛନ୍ତି ଆମର ପିଲାମାନଙ୍କ ଠାରେ ମୋହ
ରହିଛି । ମୋହକୁ ତ ଛାଡିବାକୁ ହେବ । ଜଣଙ୍କଠାରେ ମୋହ ରଖିବାକୁ ହେବ, ବାକି ଟ୍ରଷ୍ଟି (ନିମିତ୍ତ)
ହୋଇ ସମ୍ଭାଳିବାକୁ ହେବ । କହୁଛନ୍ତି ମଧ୍ୟ - ଏସବୁ କିଛି ବାବା ଦେଇଛନ୍ତି ତେଣୁ ନିମିତ୍ତ
ହୋଇଚାଲ । ମମତ୍ୱ ତୁଟାଇ ଦିଅ । ବାବା ସ୍ୱୟଂ ଆସି କହୁଛନ୍ତି ଏସବୁଥିରୁ ମମତ୍ତ୍ୱ ତୁଟାଇ ଦିଅ ।
ଭାବିନିଅ ଏସବୁ ତାଙ୍କର, ତାଙ୍କରି ମତରେ ହିଁ ଚାଲ । ତାଙ୍କ କାର୍ଯ୍ୟରେ ହିଁ ଲାଗିଯାଅ । ଅବିନାଶୀ
ଜ୍ଞାନ ରତ୍ନର ଦାନ କରିଚାଲ । ବାବାଙ୍କ ପାଖରେ କନ୍ୟାମାନଙ୍କ ପାଇଁ ସବୁଠାରୁ ଅଧିକ ସମ୍ମାନ ରହିଛି
। କନ୍ୟା କର୍ମବନ୍ଧନରୁ ମୁକ୍ତ ରହିଥାଏ । ପୁତ୍ରମାନଙ୍କର ତ ଲୌକିକ ପିତାଙ୍କଠାରୁ ବର୍ସା ପାଇବାର
ନିଶା ରହିଥାଏ । କନ୍ୟା ଲୌକିକ ପିତାଙ୍କର ବର୍ସା ପାଇ ନ ଥାଏ । ଏଠାରେ ଏହି ବାବାଙ୍କ ପାଖରେ ମେଲ୍-ଫିମେଲର
ଭେଦଭାବ ନାହିଁ । ବାବା ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି । ତୁମେମାନେ ଜାଣିଛ ଆମେ ସମସ୍ତେ
ଭାଇ-ଭାଇ, ବାବାଙ୍କଠାରୁ ବର୍ସା ନେଉଛୁ । ଆତ୍ମା ପାଠପଢୁଛନ୍ତି, ବାବାଙ୍କଠାରୁ ବର୍ସା ନେଉଛି ।
ଯେତେ ଅଧିକ ବର୍ସା ନେବ, ସେତେ ଉଚ୍ଚପଦ ପାଇବ । ବାବା ଆସି ସବୁ କଥା ବୁଝାଉଛନ୍ତି । ଶିବବାବା
ହେଲେ ନିରାକାର, ତାଙ୍କର ପୂଜା ମଧ୍ୟ କରୁଛନ୍ତି । ସୋମନାଥଙ୍କର ମନ୍ଦିର ତିଆରି କରିଛନ୍ତି । ଏକଥା
ବର୍ତ୍ତମାନ ତୁମେ ଜାଣିଛ ଶିବବାବା ଆସି କ’ଣ କରିଛନ୍ତି! କାହିଁକି ତାଙ୍କର ସ୍ମୃତିଚିହ୍ନ ଭାବେ
ମନ୍ଦିର ତିଆରି କରାଯାଇଛି? ଏକଥା ମଧ୍ୟ ତୁମେମାନେ ଜାଣିଛ । କଳ୍ପ-କଳ୍ପ ଏହିପରି ହିଁ ହେବ ।
ଡ୍ରାମାରେ ନିଧାର୍ଯ୍ୟ ଅଛି, ଯାହାର ପୁନରାବୃତ୍ତି ହେଉଛି । ବାବାଙ୍କୁ ଆସିବାକୁ ହିଁ ହେବ ।
ପୁରୁଣା ଦୁନିଆର ବିନାଶ ହେବ । ଏଥିରେ କୌଣସି ଅବଶୋଷର କଥା ନାହିଁ । ଏହା ଖୁନେନାହେକ (ରକ୍ତର)
ଖେଳ ଅଟେ । ଅକାରଣେ ସମସ୍ତଙ୍କର ରକ୍ତପାତ ହେବ । ନଚେତ୍ କେହି କାହାକୁ ହତ୍ୟା କଲେ ତାଙ୍କୁ ଫାଶୀ
ଦଣ୍ଡ ମିଳିଥାଏ । ଏବେ କାହାକୁ ଧରିବେ । ପ୍ରାକୃତିକ ବିପର୍ଯ୍ୟୟ ତ ନିଶ୍ଚୟ ଆସିବ । ବିନାଶ ତ
ନିଶ୍ଚିତ ହେବ । ଅମରଲୋକ, ମୃତ୍ୟୁଲୋକର ଅର୍ଥକୁ ମଧ୍ୟ କେହି ଜାଣି ନାହାଁନ୍ତି । ତୁମେ ଜାଣିଛ ଆଜି
ଆମେ ମୃତ୍ୟୁଲୋକରେ ଅଛୁ, କାଲି ଅମରଲୋକରେ ଥିବୁ, ସେଥିପାଇଁ ଆମେ ପାଠ ପଢୁଛୁ । ମନୁଷ୍ୟମାନେ ତ
ଘୋର ଅନ୍ଧକାରରେ ଅଛନ୍ତି । ତୁମେମାନେ ଜ୍ଞାନ ଅମୃତ ପିଆଉଛ, ହଁ-ହଁ କରି ପୁଣି ନିଦରେ
ଶୋଇଯାଉଛନ୍ତି । ଶୁଣୁଛନ୍ତି ମଧ୍ୟ ବେହଦର ବାବା ବର୍ସା ଦେଉଛନ୍ତି । ଏହା ସେହି ମହାଭାରତ ଲଢେଇ
ଯାହା ଦ୍ୱାରା ସ୍ୱର୍ଗର ଦ୍ୱାର ଖୋଲିବ । ଲେଖୁଛନ୍ତି ମଧ୍ୟ ଏହା ବହୁତ ଭଲ, ଏହି ଜ୍ଞାନ କେହି
ଦେଇପାରିବେ ନାହିଁ । ଆମେ ମାନୁଛୁ, ବାସ୍ । ନିଜେ କିଛି ବି ଜ୍ଞାନ ଧାରଣ କରୁନାହାଁନ୍ତି ପୁଣି
ଶୋଇଯାଉଛନ୍ତି, ଏମାନଙ୍କୁ କୁମ୍ଭକର୍ଣ୍ଣ କୁହାଯାଉଛି । ତୁମେ ତାଙ୍କୁ କହିପାରିବ ଯେ ଲେଖିକରି ତ
ଦେଉଛ କିନ୍ତୁ ଏପରି ନୁହେଁ ଯେ ପୁଣି ଯାଇ ଘରେ ଶୋଇପଡିବ । ତାଙ୍କୁ କୁମ୍ଭକର୍ଣ୍ଣର ଚିତ୍ର ପାଖକୁ
ନେଇଯିବା ଉଚିତ୍, ଏହାଙ୍କ ସଦୃଶ ଶୋଇଯାଅ ନାହିଁ । ବୁଝାଇବା ପାଇଁ ଯୁକ୍ତି ଦରକାର ନା ।
ବାବା କହୁଛନ୍ତି ପିଲାମାନେ, ନିଜ ଦୋକାନରେ ମଧ୍ୟ ମୁଖ୍ୟ-ମୁଖ୍ୟ ଚିତ୍ର ରଖ । ଯିଏ କେହି ଆସିଲେ
ଚିତ୍ର ଉପରେ ବୁଝାଅ । ହଦର ସୌଦା ମଧ୍ୟ କରାଅ, ଏହା ମଧ୍ୟ ଖାଣ୍ଟି ସୌଦା ଅଟେ । ଏହା ଦ୍ୱାରା ତୁମେ
ବହୁତଙ୍କର କଲ୍ୟାଣ କରିପାରିବ । ଏଥିରେ ଲଜ୍ୟାର କୌଣସି କଥା ହିଁ ନାହିଁ । କେହି କହୁଛନ୍ତି ତୁମେ
ବି.କେ. ହୋଇଛ । ତାଙ୍କୁ କୁହ, ଆରେ ପ୍ରଜାପିତା ବ୍ରହ୍ମାଙ୍କର କୁମାର-କୁମାରୀ ତ ତୁମେ ମଧ୍ୟ ଅଟ
ନା । ବାବା ନୂଆ ସୃଷ୍ଟି ରଚନା କରୁଛନ୍ତି । ପୁରୁଣା ଦୁନିଆରେ ନିଆଁ ଲାଗିଯିବ । ତୁମେ ମଧ୍ୟ
ବି.କେ. ନ ହେବା ପର୍ଯ୍ୟନ୍ତ ସ୍ୱର୍ଗକୁ ଯାଇପାରିବ ନାହିଁ । ଏହିପରି ଭାବେ ଦୋକାନରେ ସେବା କଲେ
କେତେ ବେହଦର ସେବା ହୋଇଯିବ । ପରସ୍ପର ମଧ୍ୟରେ ରାୟ କର, ଦୋକାନ ଛୋଟ ହୋଇଥିଲେ ମଧ୍ୟ କାନ୍ଥରେ
ଚିତ୍ର ଲଗାଇପାରିବ । ଦାନପୁଣ୍ୟ ପ୍ରଥମେ ଘରୁ ଆରମ୍ଭ କରାଯାଇଥାଏ । ପ୍ରଥମେ-ପ୍ରଥମେ ତାଙ୍କର
କଲ୍ୟାଣ କରିବାକୁ ହେବ । ବାବା କହୁଛନ୍ତି - ଏବେ କୌଣସି ଦେହଧାରୀକୁ ୟାଦ କର ନାହିଁ ।
ଶିବବାବାଙ୍କୁ ୟାଦ କର, ଯାହାଙ୍କଠାରୁ ବର୍ସା ମିଳୁଛି । ମନୁଷ୍ୟ ତ ବିଚରା ଦ୍ୱନ୍ଦ୍ୱରେ ପଡିଛନ୍ତି
। କହିବାକୁ ହେବ - ଦୈବୀ ବିଶ୍ୱ ରାଜ୍ୟ ପାଇବାକୁ ହେଲେ, ନରରୁ ନାରାୟଣ ହେବାକୁ ହେଲେ ଆସି କରି
ହୁଅ । ଆଚ୍ଛା -
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କେବଳ
ବାବାଙ୍କ ସହିତ ହିଁ ଶୁଦ୍ଧ ଏବଂ ସଚ୍ଚା ମୋହ ରଖିବାକୁ ହେବ, ତାଙ୍କୁ ହିଁ ୟାଦ କରିବାକୁ ହେବ ।
ଦେହଧାରୀମାନଙ୍କଠାରୁ ମମତ୍ୱ ତୁଟାଇ ଦେବାକୁ ହେବ । ଟ୍ରଷ୍ଟି ବା ନିମିତ୍ତ ହୋଇ ସମ୍ଭାଳିବାକୁ
ହେବ ।
(୨) ବିକର୍ମାଜିତ୍
ହେବାକୁ ପଡିବ, ସେଥିପାଇଁ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କୌଣସି ପ୍ରକାରର ବିକର୍ମ ନ ହେଉ,
ଏଥିପ୍ରତି ବହୁତ-ବହୁତ ଧ୍ୟାନ ରଖିବାକୁ ହେବ ।
ବରଦାନ:-
ନିଜର ଶ୍ରେଷ୍ଠ
ସ୍ୱରୂପରେ ବା ଶ୍ରେଷ୍ଠ ନିଶାରେ ସ୍ଥିତ ରହି ଅଲୌକିକତାର ଅନୁଭବ କରୁଥିବା ଅନ୍ତର୍ମୁଖୀ ଭବ ।
ଯେପରି ତାରାମାନଙ୍କର
ସଂଗଠନ ଭିତରେ ବିଶେଷ ତାରାମାନଙ୍କର ଚମକ ଦୂରରୁ ହିଁ ନ୍ୟାରା ପ୍ୟାରା ଅର୍ଥାତ୍ ବିଶେଷ ଉଜ୍ୱଳ
ଦେଖାଯାଉଥାଏ, ସେହିପରି ତୁମେ ତାରକାମାନେ ମଧ୍ୟ ସାଧାରଣ ଆତ୍ମାମାନଙ୍କ ଭିତରେ ଏକ ବିଶେଷ ଆତ୍ମା
ଦେଖାଯାଅ, ସାଧାରଣ ରୂପରେ ରହୁଥିଲେ ମଧ୍ୟ ଆସାଧାରଣ ବା ଅଲୌକିକ ସ୍ଥିତି ରହୁ, ତାହା ହେଲେ
ଦୁନିଆର ଆତ୍ମାମାନଙ୍କ ଭିତରେ ତୁମେ ଈଶ୍ୱରଙ୍କର ସନ୍ତାନମାନେ ଅଲଗା ଦେଖାଯିବ । ଏଥିପାଇଁ ପ୍ରଥମେ
ଅନ୍ତର୍ମୁଖୀ ହୋଇ ତା’ପରେ ବାହ୍ୟମୁଖତାରେ ଆସିବାର ଅଭ୍ୟାସ ହେବା ଦରକାର । ସର୍ବଦା ନିଜର
ଶ୍ରେଷ୍ଠ ସ୍ୱରୂପରେ ବା ନିଶାରେ ସ୍ଥିତ ହୋଇ ଜ୍ଞାନବାନ ହେବା ସହିତ ଶକ୍ତିଶାଳୀ ଆତ୍ମା ହୋଇ
ଜ୍ଞାନ ଶୁଣାଅ, ତେବେ ଯାଇ ଅନେକ ଆତ୍ମାଙ୍କୁ ଅନୁଭବୀ କରିପାରିବ ।
ସ୍ଲୋଗାନ:-
ଯଦି ରାବଣର
ସମ୍ପତ୍ତିକୁ ପାଖରେ ରଖିଥିବ ତେବେ ଦିଲ୍ରେ ଦିଲାରାମ ରହିପାରିବ ନାହିଁ ।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।
ୁମେ ଦାତାଙ୍କର
ସନ୍ତାନମାନେ ସମସ୍ତଙ୍କୁ ଦାନ ଦେବାବାଲା ମାଷ୍ଟର ଦାତା ଅଟ । ତୁମେମାନେ ନିଜର ଗୋଟିଏ ସେକେଣ୍ଡର
ଦୃଷ୍ଟି ଦ୍ୱାରା, ଅମୂଲ୍ୟ ବାଣୀ ଦ୍ୱାରା ତୃଷାର୍ତ୍ତ ଆତ୍ମାମାନଙ୍କର ତୃଷ୍ଣା ନିବାରଣ କର । ତୁମ
ଦ୍ୱାରକୁ ଆସିଥିବା କୌଣସି ବି ଭୋକିଲା ଆତ୍ମା ଖାଲି ହାତରେ ନ ଯାଉ । ସାକାର ବାବା ଯେପରି କରି
ଦେଖାଇଛନ୍ତି, କୌଣସି ବି ଆତ୍ମା ଅସନ୍ତୁଷ୍ଟ ହୋଇ ଫେରୁ ନଥିଲା, ସେହିପରି ଯିଏ ଯେଉଁଭଳି ବି
ହୋଇଥାଉ କିନ୍ତୁ ସନ୍ତୁଷ୍ଟ ହୋଇ କରି ହିଁ ଯାଉ ।