16.11.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କର ଚାଲି-ଚଳଣ ବହୁତ-ବହୁତ ମିଠା ଏବଂ ରାଜକୀୟ ହେବା ଉଚିତ୍, କ୍ରୋଧର ଭୂତ ବିଲ୍କୁଲ୍
ରହିବା ଉଚିତ୍ ନୁହେଁ ।”
ପ୍ରଶ୍ନ:-
୨୧ ଜନ୍ମର
ପ୍ରାରବ୍ଧ ପାଇବା ପାଇଁ ପିଲାମାନଙ୍କୁ କେଉଁ କଥା ଉପରେ ନିଶ୍ଚିତ ଧ୍ୟାନ ରଖିବାକୁ ହେବ?
ଉତ୍ତର:-
ଏହି ଦୁନିଆରେ ରହି, ସବୁ କିଛି କାର୍ଯ୍ୟ କରି, ବୁଦ୍ଧିର ଯୋଗ ଏକମାତ୍ର ସଚ୍ଚା ପ୍ରେମିକଙ୍କ
ସାଥୀରେ ରହୁ । ତୁମ ଭିତରେ ଏପରି କୌଣସି ଖରାପ ଅଭ୍ୟାସ ନ ରହୁ ଯାହାଦ୍ୱାରା ବାବାଙ୍କର ଇଜ୍ଜତ
ଯିବ । ଘରେ ରହି ମଧ୍ୟ ଏତେ ସ୍ନେହ ସହାନୁଭୂତିର ସହିତ ରୁହ ଯାହାକି ଅନ୍ୟମାନେ ଭାବିବେ ଯେ
ଏହାଙ୍କ ଭିତରେ ତ ବହୁତ ଭଲ ଦୈବୀଗୁଣ ରହିଛି ।
ଗୀତ:-
ଜାଗ ସଜନିଆଁ
ଜାଗ....
ଓମ୍ ଶାନ୍ତି ।
ମିଠା-ମିଠା
ରୁହାନୀ ପିଲାମାନେ ଗୀତ ଶୁଣିଲେ । ଏହାର ଅର୍ଥ ମଧ୍ୟ ନିଶ୍ଚୟ ପିଲାମାନେ ବୁଝିଯାଇଥିବେ । ବାବା
ଆସି ନୂଆ ନୂଆ କଥା ଶୁଣାଉଛନ୍ତି । ନୂଆ ଦୁନିଆର ନୂଆ ଯୁଗ ପାଇଁ ଏହି କଥା ପିଲାମାନେ ୫ ହଜାର
ବର୍ଷ ପୂର୍ବରୁ ଶୁଣିଥିଲେ । ଏବେ ପୁଣି ଥରେ ଶୁଣୁଛନ୍ତି । ବାକି ମଝିରେ କେବଳ ଭକ୍ତିମାର୍ଗର କଥା
ହିଁ ଶୁଣିଛନ୍ତି । ସତ୍ୟଯୁଗରେ ଏସବୁ କଥା ହେବ ନାହିଁ । ସେଠାରେ ହେଉଛି ଜ୍ଞାନର ପ୍ରାରବ୍ଧ । ଏବେ
ତୁମେ ସନ୍ତାନମାନେ ନୂଆ ଦୁନିଆ ପାଇଁ ସଚ୍ଚା ରୋଜଗାର କରୁଛ । ଜ୍ଞାନକୁ ରୋଜଗାରର ଉତ୍ସ ବୋଲି
କୁହାଯାଇଥାଏ । ପାଠ ପଢିବା ଦ୍ୱାରା କେହି ବାରିଷ୍ଟର, ଇଞ୍ଜିନିୟର ଆଦି ହୋଇଥା’ନ୍ତି । ଏହା
ଦ୍ୱାରା ଆମଦାନୀ ବି ହୋଇଥାଏ । ତୁମେ ଏହି ପାଠପଢିବା ଦ୍ୱାରା ରାଜାମାନଙ୍କର ରାଜା ହେଉଛ । ଏହା
କେତେ ଜବରଦସ୍ତ ରୋଜଗାର ଅଟେ । ଏବେ ତୁମମାନଙ୍କର ଏହି ନିଶ୍ଚୟ ଅଛି, ଯଦି ଟିକିଏ ବି ସଂଶୟ ଅଛି
ତେବେ ଆଗକୁ ଗଲେ ନିଶ୍ଚୟ ହୋଇଯିବ । ସେକେଣ୍ଡରେ ଜୀବନମୁକ୍ତିର ଗାୟନ ରହିଛି । ବାବାଙ୍କର ହେଲ ଏବଂ
ବର୍ସାର ମାଲିକ ହୋଇଗଲ । ଯେଉଁ ବାବା ସ୍ୱର୍ଗର ରଚୟିତା ଅଟନ୍ତି ସିଏ ଆସିଛନ୍ତି ଆମକୁ ମାଲିକ
କରିବା ପାଇଁ । ଏହା ତ ପିଲାମାନଙ୍କର ନିଶ୍ଚୟ ହେବା ଦରକାର । ତୁମେମାନେ ଏ କଥା ବି ଜାଣିଛ ଯେ
ଆମର ଦୁଇଜଣ ପିତା ଅଛନ୍ତି । ଜଣେ ହେଲେ ଲୌକିକ ପିତା, ଦ୍ୱିତୀୟ ହେଉଛନ୍ତି ପାରଲୌକିକ, ଯାହାଙ୍କୁ
କହୁଛନ୍ତି ପରମପିତା ପରମାତ୍ମା ବା ଈଶ୍ୱର ପିତା । ଲୌକିକ ପିତାଙ୍କୁ କେବେ ପରମପିତା କହିବେ ନାହିଁ
। ସମସ୍ତଙ୍କର ସୁଖଦାତା, ଶାନ୍ତିଦାତା ସେହି ଜଣେ ହିଁ ପାରଲୌକିକ ପିତା ଅଟନ୍ତି । ସତ୍ୟଯୁଗରେ
ସମସ୍ତେ ସୁଖୀ ରହିଥାନ୍ତି । ବାକି ଆତ୍ମାମାନେ ଶାନ୍ତିଧାମରେ ରହିଥାନ୍ତି । ସତ୍ୟଯୁଗରେ ତୁମ
ପାଖରେ ସୁଖ-ଶାନ୍ତି, ଧନ-ଦୌଲତ, ନିରୋଗୀ ଶରୀର ସବୁ କିଛି ଥିଲା । ତେଣୁ ଏହିପରି ସବୁଠାରୁ ପ୍ରିୟ
ବାବାଙ୍କୁ ସମସ୍ତେ ଡାକୁଛନ୍ତି । ସାଧୁ-ସନ୍ଥ ଲୋକମାନେ ବି ସାଧନା କରୁଛନ୍ତି, କିନ୍ତୁ କାହାର
ସାଧନା କରୁଛନ୍ତି, ଏକଥା ଜାଣିନାହାଁନ୍ତି । ସେମାନେ ବ୍ରହ୍ମର ସାଧନା କରିଥା’ନ୍ତି । କହୁଛନ୍ତି
ଆମେ ବ୍ରହ୍ମରେ ଲୀନ ହୋଇଯିବୁ, କିନ୍ତୁ ବ୍ରହ୍ମରେ କେହି ଲୀନ ହୋଇପାରିବେ ନାହିଁ । ବ୍ରହ୍ମଙ୍କୁ
ୟାଦ କଲେ ପାପ କଟେ ନାହିଁ । ବାବା କହୁଛନ୍ତି ମୋତେ ୟାଦ କର । ସର୍ବଶକ୍ତିମାନ୍ ମୁଁ ନା ବ୍ରହ୍ମ,
ବ୍ରହ୍ମ ତ ରହିବାର ସ୍ଥାନ ଅଟେ? ବ୍ରହ୍ମ ମହତତ୍ତ୍ୱରେ ସବୁ ଆତ୍ମାମାନେ ନିବାସ କରିଥାନ୍ତି, ତେଣୁ
ବ୍ରହ୍ମକୁ ସେମାନେ ଭଗବାନ ବୋଲି ଭାବି ନେଇଛନ୍ତି । ଯେପରି ଭାତରବାସୀମାନେ ହିନ୍ଦୁସ୍ଥାନରେ ରହିବା
କାରଣରୁ ନିଜର ଧର୍ମ ହିନ୍ଦୁ ବୋଲି ଭାବି ନେଇଛନ୍ତି । ସେହିପରି ବ୍ରହ୍ମତତ୍ତ୍ୱ ରହିବାର ସ୍ଥାନକୁ
ପରମାତ୍ମା ବୋଲି ଭାବି ନେଇଛନ୍ତି । ତାହା ହେଉଛି ବ୍ରହ୍ମାଣ୍ଡ । ସେଠାରେ ଆତ୍ମାମାନେ
ଜ୍ୟୋତିର୍ବିନ୍ଦୁ ଅଣ୍ଡା ଆକାରରେ ରହିଥାନ୍ତି, ସେଥିପାଇଁ ତାକୁ ବ୍ରହ୍ମାଣ୍ଡ କହୁଛନ୍ତି । ଏହା
ହେଉଛି ମନୁଷ୍ୟ ସୃଷ୍ଟି । ବ୍ରହ୍ମାଣ୍ଡ ଅଲଗା, ମନୁଷ୍ୟ ସୃଷ୍ଟି ଅଲଗା ଅଟେ । ଆତ୍ମା କ’ଣ - ଏକଥା
କେହି ବି ଜାଣିନାହାଁନ୍ତି । କହୁଛନ୍ତି ମଧ୍ୟ ଭ୍ରୁକୁଟୀ ମଧ୍ୟରେ ଚମକୁଛି ଅଜବ ତାରକା । ପୁଣି
କହୁଛନ୍ତି ଆତ୍ମା ଅଙ୍ଗୁଳି ସଦୃଶ ଅଟେ । କିନ୍ତୁ ବାବା କହୁଛନ୍ତି ଯେ ଆତ୍ମା ବିଲ୍କୁଲ ସୂକ୍ଷ୍ମ
ବିନ୍ଦୁ ଅଟେ, ଯାହାକୁ କି ଏହି ଆଖି ଦ୍ୱାରା ଦେଖିପାରିବ ନାହିଁ, ଆତ୍ମାକୁ ଦେଖିବା ପାଇଁ, ଧରିବା
ପାଇଁ ବହୁତ ଚେଷ୍ଟା କରୁଛନ୍ତି । କିନ୍ତୁ ଆତ୍ମା ବିଷୟରେ କିଛି ଜାଣିପାରୁନାହାଁନ୍ତି ।
ତୁମେ ସନ୍ତାନମାନେ
ଜାଣିଛ ଯେ ଏବେ ତୁମକୁ ଭାରତକୁ ସ୍ୱର୍ଗ କରିବା ପାଇଁ ବାବାଙ୍କର ସହଯୋଗୀ ମଧ୍ୟ ହେବାକୁ ପଡିବ ।
ବାବା ଭାରତକୁ ହିଁ ଆସୁଛନ୍ତି । ଶିବଜୟନ୍ତୀ ଭାରତରେ ହିଁ ପାଳନ କରୁଛନ୍ତି । ଯେପରି ଖ୍ରୀଷ୍ଟ
ଆସିଥିଲେ ତେଣୁ ଖ୍ରୀଷ୍ଟିୟାନମାନେ କ୍ରିସମାସ୍ ବା ବଡଦିନ ପାଳନ କରୁଛନ୍ତି । ଖ୍ରୀଷ୍ଟ କେବେ
ଆସିଥିଲେ ସେକଥା ମଧ୍ୟ ସେମାନେ ଜାଣିଛନ୍ତି । କିନ୍ତୁ ଭାରତବାସୀମାନେ ଏକଥା ଜାଣିନାହାଁନ୍ତି ଯେ
ବାବା କେବେ ଆସିଥିଲେ, କୃଷ୍ଣ କେବେ ଆସିଥିଲେ? କାହା ବିଷୟରେ ବି ସେମାନେ ଜାଣିନାହାଁନ୍ତି । ସାରା
ମହିମା କୃଷ୍ଣଙ୍କର ଗାଉଛନ୍ତି । ତାଙ୍କୁ ଦୋଳିରେ ଝୁଲାଉଥାନ୍ତି, ସ୍ନେହ କରୁଛନ୍ତି କିନ୍ତୁ ଏକଥା
ଜାଣିନାହାଁନ୍ତି ଯେ ତାଙ୍କର ଜନ୍ମ କେବେ ହୋଇଥିଲା । କହିଦେଉଛନ୍ତି ଦ୍ୱାପରରେ କୃଷ୍ଣ ଗୀତା
ଶୁଣାଇଥିଲେ । କିନ୍ତୁ କୃଷ୍ଣ ତ ଦ୍ୱାପରରେ ଆସୁନାହାଁନ୍ତି । ଏକମାତ୍ର ବାବାଙ୍କର ହିଁ ଲୀଳା
ରହିଛି । ତେବେ ତାଙ୍କ ପାଇଁ କହୁଛନ୍ତି ଯେ ତୁମର ଗତି ମତ... କୃଷ୍ଣ ହେଉଛନ୍ତି ସତ୍ୟଯୁଗର
ରାଜକୁମାର । ପ୍ରଥମରୁ ମାତାଙ୍କୁ ସାକ୍ଷାତ୍କାର ହୋଇଯାଇଥାଏ କି ଯୋଗବଳ ଦ୍ୱାରା ପିଲା ଜନ୍ମ
ହେବାର ଅଛି । ସେଠାରେ ଶରୀର ମଧ୍ୟ ଏହିପରି ତ୍ୟାଗ କରିଥା’ନ୍ତି । ଗୋଟିଏ ଶରୀର ଛାଡି ଆଉ ଗୋଟିଏ
ନେଇଥାନ୍ତି । ସେଥିପାଇଁ ସର୍ପର ଉଦାହରଣ ଦିଆଯାଇଛି । ବାସ୍ତବରେ ସନ୍ନ୍ୟାସୀମାନେ ଏହି ଉଦାହରଣ
ଦେଇ ପାରିବେ ନାହିଁ । ତୁମେମାନେ ବିକାରୀ ମନୁଷ୍ୟମାନଙ୍କୁ ବସାଇ ଜ୍ଞାନର ଭୁଁ-ଭୁଁ କରି
ତମୋପ୍ରଧାନରୁ ସତ୍ୱପ୍ରଧାନ କରିଦେଉଛ । ଏହା ତୁମର ଧନ୍ଦା ଅଟେ - ଭୁଁ ଭୁଁ କରି ତୁମେମାନେ
ମନୁଷ୍ୟକୁ ଦେବତା କରି ଦେଉଛ । କଇଁଛ ଆଦିର ଉଦାହରଣ ମଧ୍ୟ ବର୍ତ୍ତମାନ ସମୟର ଅଟେ । କର୍ମ କରି
ପୁଣି ଯେତିକି ସମୟ ମିଳୁଛି ବାବାଙ୍କୁ ୟାଦ କରିବାକୁ ହେବ । ତୁମେମାନେ ଜାଣିଛ ଯେ ଏହା ଆମର
ଅନ୍ତିମ ଜନ୍ମ ଅଟେ । ଏହା ଆମର ପୁରୁଣା ଶରୀର, ଏବେ ନାଟକ ପୂରା ହେବାର ଅଛି । ଏହାର କର୍ମଭୋଗ
ଚୁକ୍ତ କରିବାକୁ ହେବ । ଯେବେ ସତ୍ୱପ୍ରଧାନ ହୋଇଯିବୁ ତେବେ ପୁଣି ତୁମର କର୍ମାତୀତ ଅବସ୍ଥା
ହୋଇଯିବ, ପୁଣି ଆମେ ଏହି ଶରୀରରେ ଆଉ ରହିପାରିବା ନାହିଁ । କର୍ମାତୀତ ଅବସ୍ଥା ହୋଇଗଲା ପରେ ଆମେ
ଶରୀର ଛାଡି ଦେବା, ତା’ପରେ ଲଢେଇ ଆରମ୍ଭ ହୋଇଯିବ । ମଶା ସଦୃଶ ସମସ୍ତଙ୍କର ଶରୀର ବିନାଶ ହୋଇ
ଆତ୍ମାମାନେ ଘରକୁ ଚାଲିଯିବେ । ପବିତ୍ର ନ ହେଲେ ତ କେହି ଘରକୁ ଯାଇପାରିବେ ନାହିଁ । ଏହା ହେଉଛି
ରାବଣ ଦ୍ୱାରା ସ୍ଥାପନ କରାଯାଇଥିବା ଦୁଃଖଧାମ ଏବଂ ତାହା ହେଲା ରାମଙ୍କ ଦ୍ୱାରା ସ୍ଥାପନ
କରାଯାଇଥିବା ଶିବାଳୟ । ବାସ୍ତବରେ ପରମାତ୍ମାଙ୍କ ନାମ ହେଉଛି ଶିବ, ନା କି ରାମ । ସତ୍ୟଯୁଗ
ଶିବାଳୟରେ ସମସ୍ତ ଦେବତାମାନେ ରହିଥାନ୍ତି । ପୁଣି ଭକ୍ତିମାର୍ଗରେ ଶିବଙ୍କର ପ୍ରତିମା ପାଇଁ
ମନ୍ଦିର, ଶିବାଳୟ ଆଦି ତିଆରି କରୁଛନ୍ତି । ବର୍ତ୍ତମାନ ଏହା ଶିବବାବାଙ୍କର ସିଂହାସନ ଅଟେ । ଆତ୍ମା
ଏହି ସିଂହାସନ ଉପରେ ବିରାଜମାନ ଅଛି । ବାବା ମଧ୍ୟ ସେଠାରେ ପାଖରେ ଆସି ବିରାଜମାନ ହେଉଛନ୍ତି ଏବଂ
ପାଠ ପଢାଉଛନ୍ତି । ବାବା ସବୁବେଳେ ତ ରହୁନାହାଁନ୍ତି । ୟାଦ କଲେ ହିଁ ସିଏ ଆସିବେ । ବାବା
କହୁଛନ୍ତି - ମୁଁ ତୁମର ବେହଦର ପିତା ଅଟେ । ମୋଠାରୁ ହିଁ ତୁମମାନଙ୍କୁ ବର୍ସା ମିଳିବ । ବ୍ରହ୍ମା
କ’ଣ ବେହଦର ବାବା ଅଟନ୍ତି କି ଏଣୁ ତୁମେମାନେ ମୋତେ ୟାଦ କର । ମିଠା ପିଲାମାନେ ଜାଣିଛନ୍ତି ଯେ
ବାବା ଜ୍ଞାନର ସାଗର ଅଟନ୍ତି, ସ୍ନେହର ସାଗର ଅଟନ୍ତି । ତେଣୁ ତୁମ ସନ୍ତାନମାନଙ୍କୁ ମଧ୍ୟ ସ୍ନେହର
ସାଗର ହେବାକୁ ପଡିବ । ସ୍ତ୍ରୀ-ପୁରୁଷ ପରସ୍ପରକୁ ସଚ୍ଚା ପ୍ରେମ କରି ନ ଥାନ୍ତି, ସେମାନେ ତ କାମ
ବିକାରକୁ ହିଁ ପ୍ରେମ ବୋଲି ଭାବୁଛନ୍ତି କିନ୍ତୁ ବାବା କହିଛନ୍ତି ଯେ କାମ ମହାଶତ୍ରୁ ଅଟେ । ଏହା
ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଇଥାଏ । ଦେବତାମାନେ ନିର୍ବିକାରୀ ଥିଲେ, ସେଥିପାଇଁ ତ କହୁଛନ୍ତି -
କୃଷ୍ଣଙ୍କ ପରି ସନ୍ତାନ ମିଳୁ, କୃଷ୍ଣଙ୍କ ପରି ସ୍ୱାମୀ ମିଳୁ । କୃଷ୍ଣପୁରୀକୁ ୟାଦ କରୁଛନ୍ତି ନା
। ଏବେ ବାବା କୃଷ୍ଣପୁରୀ ସ୍ଥାପନ କରୁଛନ୍ତି । ତୁମେ ନିଜେ ଶ୍ରୀକୃଷ୍ଣଙ୍କ ପରି ଅଥବା ମୋହନଙ୍କ
ପରି ହୋଇପାରିବ । ଆହୁରି ମଧ୍ୟ ରାଜକୁମାର-ରାଜକୁମାରୀ ହେବେ । ତେବେ ଏ ସବୁ ଏହିଠାରେ ହିଁ
ହେଉଛନ୍ତି । ସେମାନଙ୍କର ମଧ୍ୟ ତାଲିକା ରହିଥାଏ । ମାଳାରେ ୮ ଦାନା ବି ରହିଛି ତ ୧୦୮ ଦାନା ବି
ରହିଛି । ଲୋକମାନେ ୯ ରତ୍ନର ମୁଦି ପିନ୍ଧିଥାନ୍ତି । ତେବେ ଏହି ୮ ଜଣ କିଏ? ମଝିରେ କିଏ ଅଛନ୍ତି?
ଏକଥା ବି ତୁମେମାନେ ଜାଣିଛ ଯେ ମିଠା-ମିଠା ବାବାଙ୍କ ଦ୍ୱାରା ଆମେ ରତ୍ନ ସଦୃଶ ହେଉଛୁ । ବାବା
କହୁଛନ୍ତି - ପିଲାମାନେ ପରସ୍ପର ସହିତ ବହୁତ ସ୍ନେହରେ ଚାଲିବାକୁ ହେବ । ନଚେତ୍ ବାବାଙ୍କର ନାମ
ବଦନାମ କରିଦେବ । ପୁଣି ସତଗୁରୁଙ୍କୁ ନିନ୍ଦା କରିଲାବାଲାଙ୍କୁ ଠାବ ମିଳିବ ନାହିଁ । ସମସ୍ତଙ୍କୁ
ଏହି ମନ୍ତ୍ର ବି ବତାଇବାକୁ ହେବ ଯେ ଏକମାତ୍ର ବାବାଙ୍କୁ ୟାଦ କର ତେବେ ତୁମଠାରେ ଥିବା ଖାଦ
ବାହାରିଯବ । ଘରେ ମଧ୍ୟ ସେତିକି ସ୍ନେହରେ ଚାଲିବା ଦରକାର ଯାହାକି ଅନ୍ୟମାନେ ବୁଝିବେ ଯେ ଏହାଙ୍କ
ପାଖରେ କ୍ରୋଧ ନାହିଁ । ବହୁତ ସ୍ନେହ ରହିଛି । ମଦ, ସିଗାରେଟ୍ ଆଦି ପିଇବା ବହୁତ ଖରାପ ଅଭ୍ୟାସ,
ଏହିପରି ସବୁ ଖରାପ ଅଭ୍ୟାସ ଛାଡି ଦେବା ଦରକାର । ତୁମକୁ ଦୈବୀଗୁଣ ଏହିଠାରେ ହିଁ ଧାରଣ କରିବାକୁ
ହେବ । ରାଜଧାନୀ ସ୍ଥାପନ କରିବା ପାଇଁ ମେହନତ କରିବାକୁ ପଡୁଛି । ଅନ୍ୟ ଧର୍ମର ଆତ୍ମାମାନେ
ରାଜଧାନୀ ସ୍ଥାପନ କରୁନାହାଁନ୍ତି । ସେମାନେ ଉପରୁ ଏକଦମ ପଛରେ ଆସୁଛନ୍ତି । ତୁମେମାନେ ୨୧ ଜନ୍ମ
ପାଇଁ ପ୍ରାରବ୍ଧ ଗଢୁଛ, ଏଥିରେ ମାୟାର ବହୁତ ତୋଫାନ ଆସିବ । ତଥାପି ବି ପୁରୁଷାର୍ଥ କରି ଦୈବୀଗୁଣ
ଧାରଣ କରିବାକୁ ହେବ । ଯଦି କ୍ରୋଧରେ କଥା ହେବ ତ ଲୋକେ କହିବେ ଏହାଙ୍କ ପାଖରେ ଭୂତ ଅଛି । ଏହାର
ଅର୍ଥ ବେହଦ ବାବାଙ୍କର ତୁମେ ନାମ ବଦନାମ କଲ । ପୁଣି ଏପରି ଉଚ୍ଚ ପଦ କିପରି ପାଇପାରିବ? ତୁମକୁ
ବହୁତ ମିଠା ଅନାସକ୍ତ ହେବାକୁ ପଡିବ । ଏଠାରେ ରହି, ସବୁ କିଛି କରି ଯୋଗ ଏକମାତ୍ର ପ୍ରେମିକଙ୍କ
ସହିତ ରହିବା ଦରକାର । ବାବା କହିଛନ୍ତି ଯେ ମୋତେ ୟାଦ କର ତେବେ ପାପ ଭସ୍ମ ହୋଇଯିବ, ଏହାକୁ
ଯୋଗଅଗ୍ନି କୁହାଯାଉଛି । ଏଠାରେ ହଠଯୋଗର ଆବଶ୍ୟକତା ନାହିଁ । ନିଜର ଶରୀର ସୁସ୍ଥ ରଖିବାକୁ ହେବ,
ଏହା ବହୁତ ମୂଲ୍ୟବାନ ଶରୀର ଅଟେ । ଶୁଦ୍ଧ ଭୋଜନ ମଧ୍ୟ ଖାଇବା ଦରକାର । ଦେବତାମାନଙ୍କୁ କିପରି
ଭୋଗ ଲଗାଉଛନ୍ତି । ଶ୍ରୀନାଥ ଦ୍ୱାରକୁ ଯାଇ ଦେଖ, ବଙ୍ଗଳାରେ କାଳୀଙ୍କ ପାଖରେ ଛେଳିକୁ ବଳି ଚଢାଇ
ପ୍ରସାଦ ଅର୍ପଣ କରନ୍ତି । ସେମାନେ ନିଜର ପିତୃପୁରୁଷମାନଙ୍କୁ ମଧ୍ୟ ମାଛ ଖୁଆଇଥାନ୍ତି । ନଚେତ୍
ଭାବନ୍ତି ଯେ ପିତୃପୁରୁଷମାନେ ନାରାଜ ହୋଇଯିବେ । କେହି ଜଣେ ଏହିପରି ନିୟମ କରିଦେଇଛନ୍ତି, ତେଣୁ
ତାହା ହିଁ ହୋଇ ଆସୁଛି । ଦେବୀ-ଦେବତାମାନଙ୍କ ରାଜ୍ୟରେ କୌଣସି ପାପ ହୋଇ ନ ଥାଏ । ତାହା ହେଉଛି
ରାମରାଜ୍ୟ । ଏଠାରେ କର୍ମ-ବିକର୍ମ ହୋଇଥାଏ । ସେଠାରେ କର୍ମ-ଅକର୍ମ ହୋଇଥାଏ । ଏବେ ହରିଦ୍ୱାରରେ
ଯାଇ ରହୁଛନ୍ତି । କୃଷ୍ଣଙ୍କୁ ହରି ବୋଲି କହୁଛନ୍ତି । ତେବେ କୃଷ୍ଣ ତ ସତ୍ୟଯୁଗରେ ଥିଲେ ।
ବାସ୍ତବରେ ହରି ନାମ ଶିବଙ୍କର ଅଟେ । ସିଏ ଦୁଃଖ ହରିଲାବାଲା ଅଟନ୍ତି । କିନ୍ତୁ ଗୀତାରେ
ଶ୍ରୀକୃଷ୍ଣଙ୍କ ନାମ ଲେଖି, ଶ୍ରୀକୃଷ୍ଣଙ୍କୁ ହରି ବୋଲି ଭାବି ନେଇଛନ୍ତି । ବାସ୍ତବରେ ଦୁଃଖ
ହରିଲାବାଲା ହେଉଛନ୍ତି ଶିବବାବା । ସତ୍ୟଯୁଗକୁ ହରିଙ୍କର ଦ୍ୱାର କୁହାଯାଇଥାଏ । ଭକ୍ତମାର୍ଗରେ
ଯାହା ମନକୁ ଆସୁଛି କହିଚାଲିଛନ୍ତି ।
ବାବା କହୁଛନ୍ତି - ମୁଁ
ସଂଗମଯୁଗରେ ଆସୁଛି, ପୁରୁଣା ଦୁନିଆକୁ ନୂଆ କରିବା ପାଇଁ । ରାବଣ ହେଉଛି ଆମର ପୁରୁଣା ଶତ୍ରୁ ।
ପ୍ରତ୍ୟେକ ବର୍ଷ ରାବଣକୁ ଜଳାଉଛନ୍ତି । କେତେ ପଇସା ଖର୍ଚ୍ଚ କରୁଛନ୍ତି । ସମୟ, ପଇସା ସବୁ କିଛି
ନଷ୍ଟ ହେଉଛି । ବଙ୍ଗଳାରେ କେତେ ଦେବୀଙ୍କ ମୂର୍ତ୍ତି ତିଆରି କରୁଛନ୍ତି, ସେମାନଙ୍କୁ ଖୁଆଇ-ପିଆଇ
ପୂଜା କରି ପୁଣି ଯାଇ ବୁଡାଇ ଦେଇ ଆସୁଛନ୍ତି । ଏହା ଉପରେ ଏକ ଗୀତ ମଧ୍ୟ ରହିଛି । ପିଲାମାନଙ୍କୁ
ବହୁତ ମିଠା ହେବାକୁ ପଡିବ । କେବେ ହେଲେ କ୍ରୋଧରେ କଥା ହେବା ଉଚିତ୍ ନୁହେଁ । ବାବାଙ୍କ ଉପରେ
କେବେ ଋଷ ନାହିଁ । ଋଷି କରି ଯଦି ପାଠପଢା ଛାଡି ଦେଲ ତେବେ ନିଜ ଗୋଡରେ କୁରାଢୀ ମାରିଲ । ଏଠାକୁ
ତୁମେ ଆସିଛ ବିଶ୍ୱର ମାଲିକ ହେବା ପାଇଁ । ମହାରାଜା ଶ୍ରୀ ନାରାୟଣ, ମହାରାଣୀ ଶ୍ରୀ ଲକ୍ଷ୍ମୀଙ୍କୁ
କୁହାଯାଇଥାଏ । ବାକି ଶ୍ରୀ ଶ୍ରୀ ହେଉଛି ଶିବବାବାଙ୍କର ଉପାଧି । ଦେବତାମାନଙ୍କୁ ଶ୍ରୀ ବୋଲି
କୁହାଯାଇଥାଏ । ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ ।
ଏବେ ତୁମେ ଚିନ୍ତା କର
ଆମେ କ’ଣ ଥିଲୁ? ମାୟା ଆମର ବୁଦ୍ଧିକୁ ପରିବର୍ତ୍ତନ କରି ଆମକୁ କ’ଣ କରିଦେଇଛି । ଭାରତ କେତେ
ସାହୁକାର ଥିଲା । ପୁଣି କାଙ୍ଗାଳ କିପରି ହେଲା? କ’ଣ ହେଲା? କିଛି ବି ବୁଝୁ ନାହାଁନ୍ତି । ଏବେ
ତୁମେମାନେ ଜାଣୁଛ ଆମେମାନେ ଦେବତା ଥିଲୁ, ପୁଣି କ୍ଷତ୍ରିୟ ହୋଇଛୁ । ସେମାନେ ଆତ୍ମା ହିଁ
ପରମାତ୍ମା ବୋଲି କହିଦେଉଛନ୍ତି । ନଚେତ୍ ହମ ସୋର ଅର୍ଥ କେତେ ସହଜ ଅଟେ । ସେମାନେ କହୁଛନ୍ତି ଥରେ
ମାତ୍ର ମନୁଷ୍ୟ ଜନ୍ମ ହୋଇଥାଏ । କିନ୍ତୁ ବାବା ବୁଝାଉଛନ୍ତି ଯେ ମନୁଷ୍ୟମାନଙ୍କର ୮୪ ଜନ୍ମ
ହୋଇଥାଏ । ସେହି ୮୪ ଜନ୍ମ ମଧ୍ୟରୁ ତୁମର ଏହି ସଂଗମର ଗୋଟିଏ ଜନ୍ମ ଦୁର୍ଲଭ ଅଟେ । ଯେବେକି
ତୁମେମାନେ ବେହଦର ବାବାଙ୍କ ଠାରୁ ସ୍ୱର୍ଗର ବର୍ସା ପାଉଛ । ତୁମେମାନେ ବହୁତ ରୟାଲ ପିତାଙ୍କର
ସନ୍ତାନ ଅଟ, ତେଣୁ ତୁମମାନଙ୍କ ଭିତରେ କେତେ ରାଜକୀୟତା ରହିବା ଦରକାର । ରାଜକୀୟ ଗୁଣଧାରୀ
ମନୁଷ୍ୟ କେବେ ଜୋରରେ କଥା ହୋଇ ନ ଥାନ୍ତି । ଦୁନିଆରେ ଘରେ-ଘରେ କେତେ ଗଣ୍ଡଗୋଳ ହେଉଛି ।
ସ୍ୱର୍ଗରେ ଏପରି କୌଣସି କଥା ନାହିଁ । ଏହି ବାବା ମଧ୍ୟ ବଲ୍ଲଭାଚାରୀ କୂଳର ଥିଲେ । ତଥାପି ବି
କେଉଁଠି ସେହି ସତ୍ୟଯୁଗର ଦେବତାମାନେ ଏବଂ କେଉଁଠି ଆଜିକାଲିର ବୈଷ୍ଣବ ଲୋକେ! ଏପରି ନୁହେଁ ଯେ
ବୈଷ୍ଣବ ଅଟନ୍ତି, ତେବେ ବିକାରଗ୍ରସ୍ତ ହୋଇ ନଥା’ନ୍ତି । ରାବଣ ରାଜ୍ୟରେ ସମସ୍ତେ ବିକାରରୁ ଜନ୍ମ
ନେଇଥାନ୍ତି । ସତ୍ୟଯୁଗରେ ସମ୍ପୂର୍ଣ୍ଣ ନିର୍ବିକାରୀ ହେବେ । ଏବେ ତୁମେମାନେ ସମ୍ପୂର୍ଣ୍ଣ
ନିର୍ବିକାରୀ ହେଉଛ ଏବଂ ଯୋଗବଳ ଦ୍ୱାରା ବିଶ୍ୱର ମାଲିକ ହେଉଛ । ତୁମମାନଙ୍କର ଚଳଣି ବହୁତ ମିଠା
ରାଜକୀୟ ହେବା ଦରକାର । କୌଣସି ଯୁକ୍ତିତର୍କ ଅଥବା ଶାସ୍ତ୍ରବାଦ କରିବାର ନାହିଁ । ସେମାନେ
ଯେତେବେଳେ ଶାସ୍ତ୍ରବାଦ କରିବା ପାଇଁ ବସିଥାଆନ୍ତି, ତେବେ ପରସ୍ପର ଭିତରେ ମାଡଗୋଳ ମଧ୍ୟ
ହୋଇଯାଆନ୍ତି । ବିଚରା ସେମାନଙ୍କର କୌଣସି ଦୋଷ ମଧ୍ୟ ନାହିଁ । ସେମାନେ ଏହି ଜ୍ଞାନକୁ ଜାଣି ହିଁ
ନାହାଁନ୍ତି । ଏହା ହେଉଛି ରୁହାନୀ ଜ୍ଞାନ, ଯାହାକି ରୁହାନୀ ବାବାଙ୍କଠାରୁ ମିଳୁଛି । ସିଏ
ଜ୍ଞାନର ସାଗର ଅଟନ୍ତି । ତାଙ୍କର ଶରୀରର ନାମ ନାହିଁ, ସିଏ ଅବ୍ୟକ୍ତମୂର୍ତ୍ତ ଅଟନ୍ତି । କହୁଛନ୍ତି
ମୋର ନାମ ଶିବ ଅଟେ । ମୁଁ ସ୍ଥୂଳ ଅଥବା ସୂକ୍ଷ୍ମ ଶରୀର ନେଉନାହିଁ । ମୋତେ ହିଁ ଜ୍ଞାନର ସାଗର,
ଆନନ୍ଦର ସାଗର କହୁଛନ୍ତି । ଶାସ୍ତ୍ରରେ କ’ଣ କ’ଣ ସବୁ ଲେଖାଯାଇଛି । ହନୁମାନ ପବନ ପୁତ୍ର ଥିଲେ,
ତେବେ ପବନ ଦ୍ୱାରା କିପରି ପିଲା ଜନ୍ମ ହେବ! ପୁଣି ପରମାତ୍ମାଙ୍କ ପାଇଁ କହୁଛନ୍ତି କଚ୍ଛ ମଚ୍ଛ
ଅବତାର, କେତେ ଗାଳି ଦେଇଛନ୍ତି । ବାବା ଆସି ଉଲୁଗୁଣା ଦେଉଛନ୍ତି ଯେ ତୁମେମାନେ ଆସୁରୀ ମତରେ ମୋତେ
ଏତେ ଗାଳି ଦେଇଛ । ୨୪ ଅବତାରରେ ପେଟ ପୂରିଲା ନାହିଁ ଯେ ପୁଣି କୋଣେ-କୋଣେ ମାଟି-ଗୋଡିରେ କହି
ଦେଲେ । ଏହି ସବୁ ଶାସ୍ତ୍ର ଦ୍ୱାପରରୁ ଲେଖା ହୋଇଛି । ପ୍ରଥମେ-ପ୍ରଥମେ କେବଳ ଶିବଙ୍କର ପୂଜା
ହେଉଥିଲା । ଗୀତା ମଧ୍ୟ ପରେ ରଚନା ହୋଇଛି । ଏବେ ବାବା ବୁଝାଉଛନ୍ତି, ଏସବୁ ଅନାଦି ଖେଳ ଅଟେ ।
ଏବେ ମୁଁ ଆସିଛି ତୁମକୁ ବିଶ୍ୱର ମାଲିକ କରିବା ପାଇଁ, ତେଣୁ ବାବାଙ୍କୁ ପୁରା ଅନୁକରଣ କରିବା
ଉଚିତ୍ । ତୁମର ଲକ୍ଷଣ ମଧ୍ୟ ବହୁତ ଭଲ ହେବା ଦରକାର । ଏହା ମଧ୍ୟ ଆଶ୍ଚର୍ଯ୍ୟ ଅଟେ ନା । କଳିଯୁଗ
ଅନ୍ତରେ କ’ଣ କ’ଣ ଅଛି ପୁଣି ସତ୍ୟଯୁଗରେ କ’ଣ ଦେଖିବ । କଳିଯୁଗରେ ଭାରତ ଦରିଦ୍ର ହୋଇଯାଇଛି,
ସତ୍ୟଯୁଗରେ ଭାରତ ସାହୁକାର ହେବ । ସେହି ସମୟରେ ଆଉ କୌଣସି ରାଷ୍ଟ୍ର ନ ଥାଏ । ଏବେ ଗୀତାର
ଅଧ୍ୟାୟର ପୁନରାବୃତ୍ତି ହେଉଛି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆମେମାନେ
ରୟାଲ ପିତାଙ୍କର ସନ୍ତାନ ଅଟୁ, ତେଣୁ ନିଜର ଚାଲି-ଚଳଣକୁ ବହୁତ ରାଜକୀୟ କରିବାକୁ ହେବ । ଉଚ୍ଚ
ସ୍ୱରରେ କଥାବାର୍ତ୍ତା କରିବାର ନାହିଁ । ବହୁତ ବହୁତ ମଧୁର ସ୍ୱଭାବଯୁକ୍ତ ହେବାକୁ ପଡିବ ।
(୨) କେବେ ବି ବାବାଙ୍କ
ଉପରେ ବା ପରସ୍ପର ମଧ୍ୟରେ ରୁଷିବାର ନାହିଁ । କାହା ଉପରେ ରୁଷି କେବେ ବି ପାଠପଢାକୁ ଛାଡିବାର
ନାହିଁ । ଯାହା ବି ଖରାପ ଅଭ୍ୟାସ ସବୁ ରହିଛି, ସେଗୁଡିକୁ ଛାଡି ଦେବାକୁ ହେବ ।
ବରଦାନ:-
ଫୁଲଷ୍ଟପ୍
ଅର୍ଥାତ୍ ବିନ୍ଦୁ ଲଗାଇବା ଦ୍ୱାରା ଶ୍ରେଷ୍ଠ ସ୍ଥିତି ରୂପକ ପଦକ ପ୍ରାପ୍ତ କରୁଥିବା ମହାବୀର ଭବ ।
ଏହା ଅନାଦି ଡ୍ରାମାରେ
ଆତ୍ମିକ ସେନା ବାହିନୀର ସୈନିକମାନଙ୍କୁ କେହି କୌଣସି ମେଡାଲ ବା ପଦକ ଦିଅନ୍ତି ନାହିଁ କିନ୍ତୁ୍
ଡ୍ରାମା ଅନୁସାରେ ସେମାନଙ୍କୁ ଶ୍ରେଷ୍ଠ ସ୍ଥିତି ରୂପକ ପଦକ ସ୍ୱତଃ ହିଁ ପ୍ରାପ୍ତ ହୋଇଯାଇଥାଏ ।
ଏହି ପଦକ ସେହିମାନଙ୍କୁ ପ୍ରାପ୍ତ ହୋଇଥାଏ ଯେଉଁମାନେ ପ୍ରତ୍ୟେକ ଆତ୍ମାର ପାର୍ଟକୁ ସାକ୍ଷୀ
ସ୍ଥିତିରେ ରହି ଦେଖିବା ସହିତ ଫୁଲଷ୍ଟପର ମାତ୍ରା ସହଜରେ ଲଗାଇ ଦିଅନ୍ତି । ଏହିଭଳି
ଆତ୍ମାମାନଙ୍କର ମୂଳଦୁଆ ଅନୁଭବ ଆଧାରରେ ମଜବୁତ ଥାଏ, ସେଥିପାଇଁ କୌଣସି ବି ସମସ୍ୟା ରୂପକ
ପ୍ରତିବନ୍ଧକ ସେମାନଙ୍କୁ ଅଟକାଇ ପାରେ ନାହିଁ ।
ସ୍ଲୋଗାନ:-
ପ୍ରତ୍ୟେକ
ପରିସ୍ଥିତି ରୂପକ ପାହାଡକୁ ଅତିକ୍ରମ କରି ନିଜର ଲକ୍ଷ୍ୟ ସ୍ଥଳକୁ ପ୍ରାପ୍ତ କରୁଥିବା ଉଡନ୍ତା
ପକ୍ଷୀ ହୁଅ ।
ଅବ୍ୟକ୍ତ ଈଶାରା:-
ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।
ପରସ୍ପରର କଥାକୁ
ସ୍ୱୀକାର କରିବା ଏବଂ ସତ୍କାର ଦେବା, ଯେତେବେଳେ ଏହି ଦୁଇଟି ଯାକ କଥାର ଧାରଣା ହୋଇଯାଏ ସେତେବେଳେ
ସମ୍ପୂର୍ଣ୍ଣତା ଏବଂ ସଫଳତା ଦୁଇଟିଯାକ ପାଖକୁ ଆସିଯାଇଥାଏ କାହିଁକିନା ପରସ୍ପରକୁ ସତ୍କାର ଦେବା
ହିଁ ଭବିଷ୍ୟତର ଅଧିକାର ନେବା ।