17.07.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ଭାରତ ଭୂମି ନିରାକାର ବାବାଙ୍କର ଜନ୍ମଭୂମି ଅଟେ, ଏଠାକୁ ହିଁ ବାବା ଆସୁଛନ୍ତି ତୁମକୁ ରାଜଯୋଗ
ଶିଖାଇ ରାଜତ୍ୱ ଦେବା ପାଇଁ, ତୁମର ସେବା କରିବା ପାଇଁ ।”
ପ୍ରଶ୍ନ:-
ଶିବବାବା ନିଜର
ପ୍ରତ୍ୟେକ ପିଲାମାନଙ୍କୁ କେଉଁ ପ୍ରତିଜ୍ଞା କରାଉଛନ୍ତି?
ଉତ୍ତର:-
ମିଠେ ବଚ୍ଚେ - ପ୍ରତିଜ୍ଞା କର ଯେ ବାବା ମୁଁ କୌଣସି ବି ବିକର୍ମ କରିବି ନାହିଁ । ମୁଁ ୫ ବିକାରର
ଦାନ ଦେଉଛି । ମନରେ ଡର ରହିବା ଦରକାର - ଯଦି ମୁଁ ଦାନ ଦେଇ ପୁଣି ଫେରାଇନେବି, ତେବେ ବହୁତ ପାପ
ହୋଇଯିବ, ଯାହା ପାଇଁ କଠୋର ଦଣ୍ଡ ଭୋଗ କରିବାକୁ ପଡିବ । ରାଜା ହରିଶ୍ଚନ୍ଦ୍ରଙ୍କର କାହାଣୀ ମଧ୍ୟ
ଏହା ଉପରେ ଆଧାରିତ ।
ଓମ୍ ଶାନ୍ତି ।
ଏହା ହେଉଛି ପିଲାମାନଙ୍କର ଈଶ୍ୱରୀୟ ଛାତ୍ର ଜୀବନ । ପିଲାମାନେ ଜାଣିଛନ୍ତି ଯେ ଆମେ ତାଙ୍କ ପାଖକୁ
ଆସିଛୁ । ସିଏ ହିଁ କଳ୍ପ କଳ୍ପ ଆସି ଭାରତବାସୀ ପିଲାମାନଙ୍କୁ ରାଜ୍ୟ ଭାଗ୍ୟ ଦେଇଥାଆନ୍ତି । ବାବା
ଭାରତକୁ ହିଁ ଆସୁଛନ୍ତି ନା । ଏହା ଭାରତ ଭୂମି ଅଟେ । ନିଜର ଭୂମି ପ୍ରତି ବହୁତ ସ୍ନେହ ସମ୍ମାନ
ରହିଥାଏ । ଯେପରି ବିଦେଶର କେହି ବଡ ଲୋକ ଏଠାରେ ମରିଗଲେ ତାଙ୍କୁ ବିଦେଶକୁ ନେଇଯାଆନ୍ତି । ଅଥବା
ଏଠାକାର କେହି ବଡ ଲୋକ ବିଦେଶରେ ମରିଗଲେ ତାଙ୍କୁ ଏଠାକୁ ନେଇଆସିଥାନ୍ତି । କାହିଁକିନା ନିଜ
ଭୂମିର ମାନ ରଖିଥାନ୍ତି । ଭାରତକୁ ଭଗବାନଙ୍କର ଜନ୍ମଭୂମି ବୋଲି କୁହାଯାଏ । ଏକଥା ମଧ୍ୟ ତୁମେ
ଜାଣିଛ ଯାହାକୁ ଭଗବାନ ଅଥବା ଆଲ୍ଲା, ପରମାତ୍ମା କହୁଛନ୍ତି ତାଙ୍କ ସମ୍ମୁଖରେ ଏବେ ତୁମେ ବସିଛ ।
ନାମ ତ ନିଶ୍ଚୟ ଦରକାର ନା । ଆଲ୍ଲା କହୁଛନ୍ତି ତଥାପି ବି ଲିଙ୍ଗର ପୂଜା କରୁଛନ୍ତି । ଈଶ୍ୱର ଅଥବା
ଖୁଦା କହୁଛନ୍ତି ତେବେ ନିଶ୍ଚୟ ତାଙ୍କର ଚିହ୍ନ ଥିବା ଦରକାର ନା । ଲିଙ୍ଗକୁ ସବୁଆଡେ ପୂଜା
କରିଥାନ୍ତି । ଆଜିକାଲି ଚିତ୍ର ଗୁଡିକରେ ମଧ୍ୟ ଦେବତାମାନଙ୍କ ଆଗରେ ପରମପିତା ପରମାତ୍ମାଙ୍କର
ଚିତ୍ର ଲିଙ୍ଗ ରୂପେ ଦେଖାଉଛନ୍ତି । ସେ ହେଲେ ସବୁଠାରୁ ଉଚ୍ଚ, ତାଙ୍କର ନିଜର ଶରୀର ନାହିଁ,
ସେଥିପାଇଁ ନିରାକାର କୁହାଯାଉଛି । ସାକାର ନୁହଁନ୍ତି । ଏବେ ତୁମେମାନେ ଜାଣୁଛ ଆମେ ତାଙ୍କ
ସମ୍ମୁଖରେ କଳ୍ପ କଳ୍ପ ଉପସ୍ଥିତ ହେଉଛୁ - ଶିକ୍ଷା ନେବା ପାଇଁ । ଭଗବାନୁବାଚ ଅଟେ ତେବେ ନିଶ୍ଚୟ
ରାଜଯୋଗ ଶିଖାଉଥିବେ । ବିଦ୍ୟାର୍ଥମାନଙ୍କୁ ରାଜଯୋଗ ଶିଖାଇଥିଲେ ଏବଂ ସେମାନେ ରାଜା-ରାଣୀ ହୋଇଥିଲେ
। ଲଢେଇ ଆଦିର କୌଣସି କଥା ହିଁ ନାହିଁ । ଏହି ଲକ୍ଷ୍ମୀ-ନାରାୟଣ ଆଦି ଲଢେଇ ଦ୍ୱାରା ରାଜତ୍ୱ
ପ୍ରାପ୍ତ କରିଛନ୍ତି କି! ବିଲ୍କୁଲ୍ ନୁହେଁ । ଦୁନିଆ ଜାଣି ନାହିଁ ଯେ ଏମାନେ ସତ୍ୟଯୁଗରେ କିପରି
ରାଜ୍ୟ ପାଇଲେ । ଏବେ ତୁମେମାନେ ଜାଣୁଛ ଆମେ ବାବାଙ୍କଠାରୁ ରାଜ୍ୟ ନେଉଛୁ । ଆମେ ତାଙ୍କ ସମ୍ମୁଖରେ
ବସିଛୁ । ସିଏ ହିଁ ବାବା ଅଟନ୍ତି, ଶ୍ରୀକୃଷ୍ଣ ନୁହଁନ୍ତି । ଶ୍ରୀକୃଷ୍ଣ ତ ଛୋଟ ପିଲା, ସେ ହେଲେ
ରଚନା । ବାସ୍ତବରେ ଏବେ ଶ୍ରୀକୃଷ୍ଣ ନିଜର ପଦବୀ ନେଉଛନ୍ତି ଯିଏ ପୁଣି ଭବିଷ୍ୟତରେ ଶ୍ରୀକୃଷ୍ଣ
ବୋଲାଇବେ । ଏସବୁ ପାଠପଢାର କଥା ।
ତୁମେ ଜାଣିଛ ବାବା ଆମକୁ ରାଜଯୋଗ ଶିଖାଉଛନ୍ତି । ଯେପରି ମନୁଷ୍ୟ, ମନୁଷ୍ୟକୁ ବାରିଷ୍ଟର,
ଇଞ୍ଜିନିୟର ଆଦି କରାଇଥାନ୍ତି । ସମସ୍ତେ ତ ମନୁଷ୍ୟ ଅଟନ୍ତି ନା । ତୁମେ ବୁଝିଛ ଆମେ ବି ମନୁଷ୍ୟ,
କିନ୍ତୁ ଆମେ ପତିତ ଅଟୁ । ଏବେ ବାବା ଆମକୁ ପବିତ୍ର କରାଉଛନ୍ତି ଏବଂ ବର୍ସା ମଧ୍ୟ ଦେଉଛନ୍ତି ।
ନୂଆ ଦୁନିଆ ହିଁ ପବିତ୍ର ଦୁନିଆ ହେବ । ନୂଆ ଦୁନିଆରେ ରାଜତ୍ୱ ହୋଇଥାଏ । ଏବେ ତୁମେ ବାବାଙ୍କ
ସମ୍ମୁଖରେ ବସିଛ । ଯେପରି ଲୌକିକ ପିତା ପିଲାମାନଙ୍କୁ ସ୍ନେହର ସହିତ ବସି ବୁଝାଇଥାନ୍ତି, ଇଏ
ହେଉଛନ୍ତି ପାରଲୌକିକ ବିଚିତ୍ର ବାବା । ଯାହାଙ୍କ ପାଇଁ ତୁମେ ଗାୟନ କରି ଆସିଛ ତ୍ୱମେବ ମାତାଶ୍ଚ
ପିତା.... ତୁମେ ଜାଣୁଛ ଏହି ସମୟରେ ବାବା ନିଜର ଅଭିନୟ କରୁଛନ୍ତି, ଯାହାର ଭକ୍ତିମାର୍ଗରେ ଆମେ
ଗାୟନ କରୁଥିଲୁ । ତୁମେ କହୁଛ ଆମେ ଶିବବାବାଙ୍କ ପାଖକୁ ଆସିଛୁ । ଚିଠି ମଧ୍ୟ ଲେଖୁଛ - ଶିବବାବା
ମାର୍ଫତ ବ୍ରହ୍ମା । କାହାକୁ ତୁମେ ଡାକ ଦେଖାଇଲେ ଆଶ୍ଚର୍ଯ୍ୟ ହେବେ ଶିବବାବା ମାର୍ଫତ୍ ବ୍ରହ୍ମା
ଏପରି ତ କେବେ ଶୁଣିନାହୁଁ । ଶିବବାବା ବ୍ରହ୍ମାଙ୍କ ଶରୀରରେ ଆସି ବିଷ୍ଣୁପୁରୀର ସ୍ଥାପନା
କରୁଛନ୍ତି, ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି । ଉପରେ ଅଛନ୍ତି ଶିବବାବା । ଶିବବାବା ବ୍ରହ୍ମାଙ୍କ
ଦ୍ୱାରା ସ୍ଥାପନା କରିଥିଲେ, ଏବେ ପୁଣି ଥରେ କରୁଛନ୍ତି । ଏହା ହେଉଛି ପ୍ରବୃତ୍ତି ମାର୍ଗ ।
ରାଜବିଦ୍ୟାରେ ମଧ୍ୟ ବାରିଷ୍ଟରି ପଢାଇଲେ ପୁଅ ଝିଅ ଉଭୟ ପଢିଥାନ୍ତି । ଝିଅମାନେ ମଧ୍ୟ ଜଜ୍,
ବାରିଷ୍ଟର, ଡାକ୍ତର ଆଦି ହେଉଛନ୍ତି । ଏହା ମଧ୍ୟ ପ୍ରବୃତ୍ତି ମାର୍ଗ ଅଟେ । ସନ୍ନ୍ୟାସୀମାନେ
ହେଉଛନ୍ତି ନିବୃତ୍ତିମାର୍ଗର, ସେମାନେ ଅଲଗା ଅଟନ୍ତି । ଏକଥା ମଧ୍ୟ ବାବା ବୁଝାଉଛନ୍ତି -
ଶଙ୍କରାଚାର୍ଯ୍ୟ ଯଦି ନ ଆସିଥାନ୍ତେ ତେବେ ପବିତ୍ରତାର ଅଂଶ ରହି ନ ଥାନ୍ତା । ଭାରତ ବିଲ୍କୁଲ୍
ହିଁ ବିକାରରେ ଜଳି ମରିଥାନ୍ତା । ଭାରତକୁ ରୋକିବା ପାଇଁ ଏହା ନିର୍ଦ୍ଧାରିତ ହୋଇ ରହିଛି । ଭାରତ
ବହୁତ ପବିତ୍ର ଥିଲା ଏବେ ପୁଣି ଅପବିତ୍ର ହୋଇଯାଇଛି । ଏବେ ଭାରତ କେତେ କାଙ୍ଗାଳ ହୋଇଯାଇଛି ।
କହୁଛନ୍ତି ସୁନାର ଲଙ୍କା ସମୁଦ୍ର ତଳକୁ ଚାଲିଯାଇଛି । ଲଙ୍କା ତ ସୁନାର ହୋଇପାରିବ ନାହିଁ । ଏସବୁ
କାହାଣୀ ବସି ଲେଖିଛନ୍ତି ଯାହାଦ୍ୱାରା କିଛି ବି ଲାଭ ହେବ ନାହିଁ ।
ତୁମେ ଜାଣିଛ ବାସ୍ତବରେ ବାବା ଆମକୁ ବିଲ୍କୁଲ୍ ସହଜ ଯୋଗର ବଳ ଦ୍ୱାରା କେତେ ଉଚ୍ଚ କରାଉଛନ୍ତି ।
ବାବା ପ୍ରତିଜ୍ଞା କରୁଛନ୍ତି, ଯଦି ନିରନ୍ତର ୟାଦ କରିବାର ପୁରୁଷାର୍ଥ କରିବ ତେବେ ବିକର୍ମ ବିନାଶ
ହୋଇଯିବ । ଭକ୍ତିମାର୍ଗରେ ମଧ୍ୟ ୟାଦ କରିବାର ପୁରୁଷାର୍ଥ କରିଛ ନା । କାହିଁକି ୟାଦ କରୁଛନ୍ତି?
ଆମକୁ ସାକ୍ଷାତ୍କାର ହେଉ । ଏପରି ନୁହେଁ ଯେ ଏଥିପାଇଁ ୟାଦ କରୁଛନ୍ତି କି ଆମକୁ ବାଦଶାହୀ
ମିଳିଯାଉ ଅଥବା ଆମେ ନରରୁ ନାରାୟଣ ହୋଇଯାଉ, ନା । ତୁମର ମଧ୍ୟ ଏହି ଆଶା ନ ଥିଲା ଯେ ଆମେ
ମନୁଷ୍ୟରୁ ଦେବତା ହେବୁ । ଗାୟନ ମଧ୍ୟ କରୁଛନ୍ତି ମନୁଷ୍ୟ ସେ ଦେବତା ... ତୁମେ ଦେଖୁଛ ବାସ୍ତବରେ
କଳିଯୁଗ ପରେ ସତ୍ୟଯୁଗ ଆସିବ । କଳିଯୁଗରେ ଏତେ ମନୁଷ୍ୟ ଅଛନ୍ତି । ସତ୍ୟଯୁଗରେ ଗୋଟିଏ ଧର୍ମ ରହିବ
। ଏବେ ତୁମକୁ ଆତ୍ମା ଓ ପରମାତ୍ମାଙ୍କର ଜ୍ଞାନ ମିଳିଛି, ଦୁନିଆରେ ଜଣେ ହେଲେ ବି ମନୁଷ୍ୟ
ନାହାଁନ୍ତି ଯାହାଙ୍କ ପାଖରେ ଆତ୍ମାର ଜ୍ଞାନ ରହିଛି । ଆତ୍ମାରେ ୮୪ ଜନ୍ମର ଅଭିନୟ କିପରି
ନିର୍ଦ୍ଧାରିତ ହୋଇ ରହିଛି, ଏକଥା କେହି ଜାଣିନାହାଁନ୍ତି । ଏହି ଅକ୍ଷର ମଧ୍ୟ କେବେ କାହାଠାରୁ
ଶୁଣିନାହଁ । ବାବା ତ ହେଉଛନ୍ତି ଜ୍ଞାନର ସାଗର, ପତିତ-ପାବନ, ନିରାକାରୀ । ତୁମେ ଜାଣିଛ ଆମର
ଆତ୍ମା ଏବେ ପାପ ଆତ୍ମାରୁ ପୁଣ୍ୟ ଆତ୍ମା ହେଉଛି । ସତ୍ୟଯୁଗରେ ତ ପୁଣ୍ୟ ଆତ୍ମାମାନେ ରହିବେ ।
ଏଠାରେ ସବୁ ପାପ ଆତ୍ମାମାନେ ଅଛନ୍ତି । ଏପରି ନୁହେଁ ଯେ ଯିଏ ବହୁତ ଦାନ-ପୁଣ୍ୟ କରିଥା’ନ୍ତି ତାକୁ
ପୁଣ୍ୟ ଆତ୍ମା କୁହାଯାଏ । ନା ପୁଣ୍ୟ ଆତ୍ମା ସତ୍ୟଯୁଗରେ ହିଁ ଥାଆନ୍ତି । ଏଠାରେ ଯେଉଁ ମନୁଷ୍ୟ
ଦାନ ପୁଣ୍ୟ କରୁଛନ୍ତି, ସେମାନଙ୍କୁ ପୁଣ୍ୟ ଆତ୍ମା ବୋଲି ଭାବୁଛନ୍ତି । ସେଠାରେ ତୁମକୁ ଦାନ
ପୁଣ୍ୟ ଆଦି କରିବାର ଆବଶ୍ୟକତା ନାହିଁ । ସେଠାରେ କେହି ଗରୀବ ରହିବେ ହିଁ ନାହିଁ । ତୁମେ ସେଠାରେ
ସବୁବେଳ ପାଇଁ ପୁଣ୍ୟ ଆତ୍ମା ହୋଇ ରହିବ । ତୁମେ ଶରୀର-ମନ-ଧନ ସବୁ କିଛି ବେହଦ ବାବାଙ୍କ ଅର୍ଥେ
ଦେଉଛ, ଯାହାକୁ ବଲିହାର ଯିବା ବା ସମର୍ପଣ ହେବା କୁହାଯାଉଛି । ବାବା କହୁଛନ୍ତି ପ୍ରଥମେ ମୁଁ
ସମର୍ପଣ ହେଉଛି ନା ତୁମେ ହେଉଛ? ବାବା କହୁଛନ୍ତି - ପ୍ରଥମେ ତୁମେ ସମର୍ପଣ ହେଉଛ, ତେବେ ଯାଇ ପୁଣି
୨୧ ଜନ୍ମ ପାଇଁ ସମର୍ପଣମୟତା ମିଳିବ । ଏହି କଥାସବୁ ଏବେ ତୁମେ ଭଲ ଭାବରେ ବୁଝୁଛ, ସିଧାସଳଖ
ଶୁଣୁଛ । ଘରେ ରହୁଛ ଓ ସେଠାକୁ ମୁରଲୀ ଆସୁଛି । ଦୂରରୁ ଶୁଣୁଛ । ଏବେ ତ ବାବାଙ୍କ ସମ୍ମୁଖରେ
ବସିଛ । ବାବା କହୁଛନ୍ତି - ପିଲାମାନେ, ମୁଁ ତୁମର ପିତା ମଧ୍ୟ ଅଟେ । ଏଠାରେ ଅନ୍ଧଶ୍ରଦ୍ଧାର
କୌଣସି କଥା ନାହିଁ । ସେ ପିତା ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି । ବାବାଙ୍କର ହେବା ଦ୍ୱାରା ସେ
ଶିକ୍ଷା ଦେଇଥାନ୍ତି, ତୁମ ବୁଦ୍ଧିରେ ଏବେ ସମସ୍ତ ଜ୍ଞାନ ରହିଛି । ୮୪ ଜନ୍ମର ଚକ୍ର ମଧ୍ୟ ତୁମକୁ
ବୁଝାଯାଉଛି । ଯେଉଁମାନେ ୮୪ ଜନ୍ମ ନେବେ ନାହିଁ ସେମାନେ ବୁଝିବେ ନାହିଁ । ତୁମେ ଜାଣିଛ ଯେ
ବାସ୍ତବରେ ଆମେ ୮୪ ଜନ୍ମର ଚକ୍ର ଲଗାଇ ଏବେ ଘରକୁ ଯାଉଛୁ । ବାବା କହୁଛନ୍ତି - ତୁମେ ଆତ୍ମା
ଅଶରୀରୀ ହୋଇ ଆସିଥିଲ, ପୁଣି ତୁମକୁ ଅଶରୀରୀ ହୋଇ ଘରକୁ ଫେରିବାକୁ ହେବ । ତୁମେ ପବିତ୍ର ଆତ୍ମା
ହୋଇ କରି ଯାଉଛ । ପବ୍ରିତ ହେବା ପାଇଁ ତୁମେ ପୁରୁଷାର୍ଥ କରୁଛ । ଯୋଗବଳ ଅର୍ଥାତ୍ ୟାଦର ବଳ
ଦ୍ୱାରା ତୁମେ ପବିତ୍ର ହୋଇଯିବ । ଯୋଗ ଶବ୍ଦ ଶାସ୍ତ୍ରର ଅଟେ । ଏହାର ସଠିକ୍ ଶବ୍ଦ ହେଲା ୟାଦ ।
ସ୍ତ୍ରୀକୁ ସ୍ୱାମୀର ଅଥବା ପୁରୁଷକୁ ପତ୍ନୀର ୟାଦ ରହିଥାଏ ନା । ଯୋଗର ଅର୍ଥ ହିଁ ହେଉଛି ୟାଦ ।
ବାବା ମଧ୍ୟ କହୁଛନ୍ତି- ମୋତେ ୟାଦ କର ଏବଂ ଅନ୍ୟମାନଙ୍କ ସଙ୍ଗରୁ ବୁଦ୍ଧିଯୋଗ ତୁଟାଇ ନିଜ
ପିତାଙ୍କ ସହିତ ବୁଦ୍ଧିଯୋଗ ଯୋଡ । ୟାଦ କର । ଯେତେ ୟାଦ କରିବ ସେତେ ତୁମର ବିକର୍ମ ବିନାଶ ହେବ ।
ବାସ୍ତବରେ ଭାରତକୁ କଳ୍ପ କଳ୍ପ ବର୍ସା ମିଳୁଛି । ଶିବଜୟନ୍ତୀ ମଧ୍ୟ ପ୍ରସିଦ୍ଧ ଅଟେ । ଯେପରି
ବୁଦ୍ଧ, ଖ୍ରୀଷ୍ଟ ଆଦିଙ୍କର ଜୟନ୍ତୀ ହେଉଛି ସେହିପରି ନିରାକାର ଶିବଙ୍କର ମଧ୍ୟ ଜୟନ୍ତୀ ହେଉଛି ।
ସେ ହେଲେ ଉଚ୍ଚରୁ ଉଚ୍ଚ । କୃଷ୍ଣଜୟନ୍ତୀ ମଧ୍ୟ ପ୍ରସିଦ୍ଧ ଅଟେ । କିନ୍ତୁ ସେ ଆସି କ’ଣ କରୁଛନ୍ତି,
ଏକଥା କେହି ଜାଣିନାହାଁନ୍ତି । ଶ୍ରୀକୃଷ୍ଣ ସତ୍ୟଯୁଗର ରାଜକୁମାର ଥିଲେ । ନିଶ୍ଚୟ ତାଙ୍କୁ କେହି
ଏପରି କର୍ମ ଶିଖାଇଥିବେ, ଯାହା ଫଳରେ ସତ୍ୟଯୁଗର ରାଜକୁମାର ହୋଇଛନ୍ତି । ଛୋଟ ପିଲା ତ ପବିତ୍ର
ହିଁ ଅଟନ୍ତି । ସେଠାରେ ବିକାରର କୌଣସି କଥା ରହିବ ନାହିଁ । ଛୋଟ ପିଲା ତ ଶୁଦ୍ଧ ପବିତ୍ର ହୋଇ
ହିଁ ଥାଏ । ଭଗବାନ ତ ଏକ ହିଁ ନିରାକାର ଅଟନ୍ତି, ଭଗବାନ ହେଉଛନ୍ତି ଜଣେ । ବାକି ସବୁ ହେଲା
ତାଙ୍କର ରଚନା । ରଚନାଠାରୁ କେବେ ରଚନାକୁ ବର୍ସା ମିଳିପାରିବ ନାହିଁ । ବର୍ସା ବା ସମ୍ପତ୍ତି
ବାବାଙ୍କଠାରୁ ମିଳିବ । ଭାଇକୁ ଭାଇଠାରୁ ବର୍ସା ମିଳିପାରିବ ନାହିଁ । ତୁମେ ସବୁ ଭାଇ-ଭାଇ ଅଟ ।
ଭାଇ ଭାଇ ବୋଲି କହିଥାନ୍ତି ନା । ବାବା ତ ଜଣେ ଅଟନ୍ତି, ବର୍ସା ତାଙ୍କଠାରୁ ମିଳିବ । ସମସ୍ତ
ଭାଇମାନଙ୍କର ସଦ୍ଗତି ଦାତା ଏକମାତ୍ର ବାବା ଅଟନ୍ତି । ସବୁ ଆତ୍ମାମାନଙ୍କୁ ବାବାଙ୍କଠାରୁ ବର୍ସା
ମିଳୁଛି । ବାବା କହୁଛନ୍ତି - ମୁଁ ଆତ୍ମାମାନଙ୍କୁ ଆସି ପାଠ ପଢାଉଛି, ଆତ୍ମାମାନଙ୍କୁ ସଦ୍ଗତି
ଦେଉଛି । ବାବା ବସି ରାଜଯୋଗ ଶିଖାଉଛନ୍ତି । ଏହି ପାଠପଢାର ପଦବୀ ତୁମକୁ ଏଠାରେ ମିଳିବ ନାହିଁ ।
ସେମାନେ ବାରିଷ୍ଟର ଆଦି ଏହି ଜନ୍ମରେ ହେଉଛନ୍ତି ପୁଣି ପର ଜନ୍ମରେ ଆଉ ଥରେ ପାଠ ପଢିବେ ।
ତୁମେ ଜାଣିଛ ଏହି ପାଠପଢା ଦ୍ୱାରା ଆମେ ୨୧ ଜନ୍ମ ପାଇଁ ପ୍ରାଲବ୍ଧ ପାଉଛୁ । ସତ୍ୟଯୁଗରେ ଡାକ୍ତର
ଆଦି କେହି ରହିବେ ନାହିଁ । ସେଠାରେ ରୋଗ ହିଁ ହେବ ନାହିଁ । ତୁମେ ସେଠାରେ ଗର୍ଭ ମହଲରେ ରହିବ ।
ଏଠାରେ ଗର୍ଭଜେଲରେ ରହୁଛ ଯେଉଁଠାରେ ବହୁତ ଦଣ୍ଡ ମିଳିଥାଏ, ସେଥିପାଇଁ ଡାକୁଛନ୍ତି ଏହି ଜେଲ୍ରୁ
ବାହାର କର, ଆମେ ଆଉ କୌଣସି ଭୁଲ୍ କରିବୁ ନାହିଁ । ଧର୍ମରାଜଙ୍କ ସହିତ ପ୍ରତିଜ୍ଞା କରୁଛନ୍ତି ।
ଏଠାରେ ତୁମକୁ ଶିବବାବାଙ୍କ ପାଖରେ ପ୍ରତିଜ୍ଞା କରିବାକୁ ହେବ । ବାବା ଆମେ କେବେହେଲେ ବିକର୍ମ
କରିବୁ ନାହିଁ । ୫ ବିକାର ଆମେ ଆପଣଙ୍କୁ ଦେଇ ଦେଉଛୁ । ଏକଥା ମଧ୍ୟ ବାବା ଜାଣିଛନ୍ତି ଯେ ବିକାର
ତୁରନ୍ତ ଛାଡି ହେବ ନାହିଁ । ଭିତରେ ଡର ରହିବା ଦରକାର, ଯଦି ଆମେ ବିକାରର ଦାନ ଦେଇ ପୁଣି ନେବୁ
ତେବେ ବହୁତ ବଡ ପାପ ହୋଇଯିବ । ଯେପରି ରାଜା ହରିଶ୍ଚନ୍ଦ୍ରଙ୍କର ଉଦାହରଣ ରହିଛି । ବାବା
ଜାଣିଛନ୍ତି ଏପରି ନୁହେଁ ଯେ ୫ ବିକାର ତୁରନ୍ତ ଛାଡି ପଳାଇବ । ନା, ସେଥିପାଇଁ ସମୟ ଲାଗିବ ।
ତୁମର କର୍ମାତୀତ ଅବସ୍ଥା ହେବ ତେବେ ଯାଇ ଲଢେଇ ଲାଗିବ । ଏହି ୫ ବିକାର ହେଉଛି ବହୁତ ବଡ ଶତ୍ରୁ ।
ସେଥିରେ ମଧ୍ୟ ମୁଖ୍ୟ ହେଉଛି ଦେହ-ଅଭିମାନ । ଏହାର ଦାନ ଦେବା କେତେ ମୁସକିଲ । ଘଡିକୁ ଘଡି ବାବା
କହୁଛନ୍ତି - ନିଜକୁ ଆତ୍ମା ମନେ କରି ମୋତେ ମନେ ପକାଅ । କିନ୍ତୁ ଏପରି ହେଉନାହିଁ । ଦେହ-ଅଭିମାନୀ
ହେବା ଦ୍ୱାରା ପୁଣି କାମର ଚୋଟ ପଡୁଛି । ଦେହ ଅଭିମାନ ସବୁଠାରୁ ତୀକ୍ଷ୍ମ ଅଟେ । ଦେହୀ-ଅଭିମାନୀ
ହେବା ପାଇଁ ମେହନତ କରିବାକୁ ପଡିବ । ମୁଖ୍ୟ ଦେହ-ଅଭିମାନ ଆସିବା ଦ୍ୱାରା ହିଁ ପାପ ହୋଇଥାଏ ।
ସେଥିପାଇଁ ୫ ବିକାରକୁ ଦାନରେ ଦେବାକୁ ପଡିବ, ଏଥିରେ ସମୟ ଲାଗୁଛି । ସାଜନଙ୍କ ବିନା ସଜନୀମାନେ ତ
ଯାଇପାରିବେ ନାହିଁ । ପ୍ରଥମେ ସାଜନଙ୍କୁ ଯିବାକୁ ହେବ ପରେ ସଜନୀମାନେ ଯିବେ । ସାଜନଙ୍କୁ ଆସି ସବୁ
ଆତ୍ମାମାନଙ୍କୁ ନେଇଯିବାକୁ ହେବ । ଯେ ପର୍ଯ୍ୟନ୍ତ କର୍ମାତୀତ ଅବସ୍ଥା ନ ହୋଇଛି ସେ ପର୍ଯ୍ୟନ୍ତ
ପୁରୁଷାର୍ଥ କରିବାକୁ ପଡିବ । ଦେହ-ଅଭିମାନ ଆସିବା ଦ୍ୱାରା ହିଁ ପୁଣି ଭୁଲ୍ ହେଉଛି । କହୁଛନ୍ତି
ବାବା ଦେହ-ଅଭିମାନରେ ଆସିବା ଦ୍ୱାରା ବିକାରରେ ପଡିଛୁ । ତୋଫାନ ତ ବହୁତ ଆସିବ । ବିକାରର ସଂକଳ୍ପ
ଆସିଲେ ମଧ୍ୟ କର୍ମେନ୍ଦ୍ରିୟ ଦ୍ୱାରା କେବେ କୌଣସି ପାପ କର ନାହିଁ । ମାୟାକୁ ଜିତିବା ପାଇଁ କେତେ
ମେହନତ କରିବାକୁ ପଡୁଛି । ବାବା କହୁଛନ୍ତି - ଯଦି ବିବାହ କରିଛ ତେବେ ପବିତ୍ର ରହି ଦେଖାଅ, ତେବେ
ସନ୍ନ୍ୟାସୀମାନେ ମଧ୍ୟ ଦେଖିବେ । ତୁମର ରୋଜଗାର ଦେଖ କେତେ ଉଚ୍ଚ । ପବିତ୍ର ରହି ଦେଖାଅ ତେବେ
ବହୁତ ଉଚ୍ଚ ପଦ ପାଇବ । ତୁମ ନିକଟରେ ସମସ୍ତେ ନତମସ୍ତକ ହୋଇଯିବେ । ବାବା ମଧ୍ୟ ମହିମା କରୁଛନ୍ତି
। ଯଦିଓ ପବିତ୍ର ରହୁଛନ୍ତି ପୁଣି ଯୋଗ ମଧ୍ୟ କରିବା ଦରକାର । ଯୋଗରେ ହିଁ ଘଡିକୁ ଘଡି ବିଘ୍ନ
ପଡୁଛି । ଦେହ-ଅଭିମାନ ଆସିଯାଉଛି । ପବିତ୍ର ରହୁଛନ୍ତି ତାହା ତ ଠିକ୍, ପବିତ୍ରତା ଦ୍ୱାରା ହିଁ
ପବିତ୍ର ଦୁନିଆରେ ବର୍ସା ପାଇବ । କିନ୍ତୁ ମାୟା ମଧ୍ୟ ନିଜର ପ୍ରଭାବ ଦେଖାଇବ । ମାୟା ବହୁତ
ବିଘ୍ନ ପକାଇଥାଏ । ବାବା ବୁଝାଉଛନ୍ତି ଏସବୁ ହେବ । ବାହାଦୂରୀ ଦେଖାଉଛନ୍ତି କିନ୍ତୁ ତା ସହିତ
ନିରନ୍ତର ୟାଦ ମଧ୍ୟ ରହିବା ଉଚିତ୍, ତେବେ ଯାଇ ବିକର୍ମ ବିନାଶ ହେବ । ଯେଉଁମାନେ ଶକ୍ତିଶାଳୀ
ଯୋଦ୍ଧା ହୋଇଥା’ନ୍ତି ତାଙ୍କୁ ମାୟା ମଧ୍ୟ ବହୁତ ହଇରାଣ କରିଥାଏ । ସେମାନେ ୟାଦରେ ମୁସ୍କିଲ୍
ରହିପାରିବେ । ଯିଏ ରହିପାରିବେ ତାଙ୍କୁ ଅନୁଭବ ପଚାରିବା ଦରକାର । କ’ଣ ଭାବୁଛନ୍ତି, କିପରି
ରହୁଛନ୍ତି । ୟାଦରେ ରହିବା ଦ୍ୱାରା ବିକର୍ମ ବିନାଶ ହେବ । ଏହି କଥା ହିଁ ବିଲ୍କୁଲ ଅଲଗା ଓ ନୂଆ
ଅଟେ । ଏଠାରେ ବସିଥିବାରୁ ନିଶା ଚଢି ଯାଇଛି । ଏକଥା ମଧ୍ୟ ବୁଝୁଛ ଯେ ଭଗବାନ ଏକ ହିଁ ନିରାକାର
ଅଟନ୍ତି, ନାଁ କି ଶ୍ରୀକୃଷ୍ଣ । ବାସ୍ତବରେ ଶ୍ରୀକୃଷ୍ଣଙ୍କ ପାଇଁ ଶାସ୍ତ୍ରରେ ଅନେକ କଥା ଲେଖି
ଦେଇଛନ୍ତି - ଉଖରୀ ବା ଉଦଖଳାରେ ବାନ୍ଧିଲେ, ଏପରି କଲେ ... ଏଭଳି କୌଣସି କଥା ନାହିଁ । ଏପରି କହି
ତାଙ୍କର ଗ୍ଲାନି କରୁଛନ୍ତି, ଅପମାନ କରୁଛନ୍ତି । ଶ୍ରୀକୃଷ୍ଣଙ୍କ ପାଖରେ ତ କୌଣସି ବି ଅବଗୁଣ
ନଥିଲା । ଚଞ୍ଚଳତା କରିବା ଏହା ମଧ୍ୟ ଅବଗୁଣ ଅଟେ ନା । ଶ୍ରୀକୃଷ୍ଣ ତ ସମ୍ପୂର୍ଣ୍ଣ ମର୍ଯ୍ୟାଦା
ପୁରୁଷୋତ୍ତମ ଅଟନ୍ତି । ତାଙ୍କର ମହିମା ଗାନ କରୁଛନ୍ତି - ସର୍ବଗୁଣ ସମ୍ପନ୍ନ... ଗାୟନ କରାଯାଏ
ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ... କୁହ, ଆମର ତ ଗୁରୁ ନାହାଁନ୍ତି । ଆମେ ଏହାଙ୍କୁ ନା ଗୁରୁ, ନା
ଈଶ୍ୱର ବୋଲି ମାନୁଛୁ । ପତିତ-ପାବନ ତ ଜଣେ ହିଁ ନିରାକାର ଅଟନ୍ତି ନା । ସାକାର ଗୁରୁ କେହି
ପତିତ-ପାବନ ହୋଇପାରିବେ ନାହିଁ । ଏହି ସମୟରେ ତୁମେ ପରମପିତା ପରମାତ୍ମାଙ୍କର ସମସ୍ତ ଜୀବନ
କାହାଣୀକୁ ଜାଣୁଛ । ୫ ହଜାର ବର୍ଷରେ ଶିବାବାବଙ୍କର କ’ଣ ପାର୍ଟ ଚାଲୁଛି - ଏହା ତୁମେ ବାବାଙ୍କ
ଦ୍ୱାରା ଜାଣୁଛ । ସିଏ ତ ଜ୍ଞାନର ସାଗର ଅଟନ୍ତି ନା । ସୁଖ-ଶାନ୍ତି, ଆନନ୍ଦର ସାଗର..... ଏହି
ମହିମା ତାଙ୍କର ଅଟେ । ବାବାଙ୍କ ପାଖରେ ସମ୍ପତ୍ତି ଅଛି, ତେଣୁ ନିଶ୍ଚୟ ପିଲାମାନଙ୍କୁ ମଧ୍ୟ
ଦେଉଥିବେ ନା । ଆଚ୍ଛା —
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କର୍ମାତୀତ
ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ ଏହି କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କୌଣସି ବି ଭୁଲ୍ କରିବାର
ନାହିଁ । ପବିତ୍ର ରହିବା ସହିତ ୟାଦର ଯାତ୍ରାରେ ମଧ୍ୟ ମଜ୍ବୁତ୍ ହେବାକୁ ପଡିବ ।
(୨) ସର୍ବଦା ପୁଣ୍ୟ
ଆତ୍ମା ହେବା ପାଇଁ ଶରୀର-ମନ-ଧନ ଦ୍ୱାରା ବାବାଙ୍କ ପାଖରେ ସମର୍ପଣ ହେବାକୁ ପଡିବ । ଥରେ ମାତ୍ର
ସମର୍ପଣ ହେଲେ ୨୧ ଜନ୍ମ ପାଇଁ ପୁଣ୍ୟ ଆତ୍ମା ହୋଇଯିବ ।
ବରଦାନ:-
ସହଜଯୋଗକୁ ନିଜର
ସ୍ୱଭାବ ଏବଂ ସ୍ୱାଭାବିକ କରୁଥିବା ପ୍ରତ୍ୟେକ ବିଷୟରେ ନିପୁଣ ହୁଅ ।
ଯେପରି ବାବାଙ୍କର
ସନ୍ତାନ ଅଟ - ଏଥିରେ କୌଣସି କମ୍ ବେଶି ନାହିଁ, ସେହିପରି ନିରନ୍ତର ସହଜଯୋଗୀ ବା ଯୋଗୀ ହୋଇ
ରହିବାର ସ୍ଥିତିରେ ଏବେ କମୀ ସମାପ୍ତ ହୋଇଯିବା ଦରକାର । ନିରନ୍ତର ଯୋଗ ତୁମର ସ୍ୱାଭାବିକ ନେଚରରେ
ପରିଣତ ହୋଇଯିବା ଦରକାର । ଯେପରି କାହାର ଯଦି କୌଣସି ବିଶେଷ ନେଚର ଥାଏ, ନ ଚାହିଁଲେ ମଧ୍ୟ ସେହି
ନେଚରର ବଶୀଭୂତ ହୋଇ କାର୍ଯ୍ୟ କରିଥାଆନ୍ତି । ସେହିପରି ଏହା ମଧ୍ୟ ତୁମର ନେଚର ହୋଇଯାଉ । କ’ଣ
କରିବି, କିପରି ଯୋଗ ଲଗାଇବି - ଏଭଳି କଥା ସମାପ୍ତ ହୋଇଯାଉ, ତାହା ହେଲେ ସବୁ ବିଷୟରେ ପରଫେକ୍ଟ
ଅର୍ଥାତ୍ ସମ୍ପୂର୍ଣ୍ଣ ହୋଇଯିବ । ସମ୍ପୂର୍ଣ୍ଣତା ଅର୍ଥାତ୍ କୌଣସି ପ୍ରକାରର ପ୍ରଭାବରୁ ମୁକ୍ତ ଏବଂ
ତ୍ରୃଟି ଶୁନ୍ୟ ଅବସ୍ଥା ।
ସ୍ଲୋଗାନ:-
ଯଦି ସହନ
କରିବାର ଅଛି ତେବେ ଖୁସି ଖୁସିରେ କର, ବାଧ୍ୟ-ବାଧ୍ୟକତାରେ ନୁହେଁ ।
ଅବ୍ୟକ୍ତ ଈଶାରା -
ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।
ଶକ୍ତିଶାଳୀ ଯୋଗ ଅର୍ଥାତ୍
ଲଗନର ଅଗ୍ନି ଏବଂ ଜ୍ୱାଳା ସ୍ୱରୂପର ୟାଦ ହିଁ ଭ୍ରଷ୍ଟାଚାର, ଅତ୍ୟାଚାରର ଅଗ୍ନିକୁ ସମାପ୍ତ କରିବ
ଏବଂ ସର୍ବ ଆତ୍ମାଙ୍କୁ ସହଯୋଗ ଦେବ, ଏହିଥିରୁ ହିଁ ବେହଦର ବୈରାଗ୍ୟ ବୃତ୍ତି ପ୍ରଜ୍ୱଳିତ ହେବ ।
ଯୋଗର ଅଗ୍ନି ଗୋଟିଏ ପଟେ ସେହି ଅଗ୍ନିକୁ ସମାପ୍ତ କରିବ ଅନ୍ୟ ପଟେ ଆତ୍ମାମାନଙ୍କୁ ପରମାତ୍ମ
ସନ୍ଦେଶର, ଶୀତଳ ସ୍ୱରୂପର ଅନୁଭୂତି କରାଇବ, ଏହା ଦ୍ୱାରା ହିଁ ଆତ୍ମାମାନେ ପାପର ଅଗ୍ନିରୁ ମୁକ୍ତ
ହୋଇପାରିବେ ।