17.07.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ଭାରତ ଭୂମି ନିରାକାର ବାବାଙ୍କର ଜନ୍ମଭୂମି ଅଟେ, ଏଠାକୁ ହିଁ ବାବା ଆସୁଛନ୍ତି ତୁମକୁ ରାଜଯୋଗ ଶିଖାଇ ରାଜତ୍ୱ ଦେବା ପାଇଁ, ତୁମର ସେବା କରିବା ପାଇଁ ।”

ପ୍ରଶ୍ନ:-
ଶିବବାବା ନିଜର ପ୍ରତ୍ୟେକ ପିଲାମାନଙ୍କୁ କେଉଁ ପ୍ରତିଜ୍ଞା କରାଉଛନ୍ତି?

ଉତ୍ତର:-
ମିଠେ ବଚ୍ଚେ - ପ୍ରତିଜ୍ଞା କର ଯେ ବାବା ମୁଁ କୌଣସି ବି ବିକର୍ମ କରିବି ନାହିଁ । ମୁଁ ୫ ବିକାରର ଦାନ ଦେଉଛି । ମନରେ ଡର ରହିବା ଦରକାର - ଯଦି ମୁଁ ଦାନ ଦେଇ ପୁଣି ଫେରାଇନେବି, ତେବେ ବହୁତ ପାପ ହୋଇଯିବ, ଯାହା ପାଇଁ କଠୋର ଦଣ୍ଡ ଭୋଗ କରିବାକୁ ପଡିବ । ରାଜା ହରିଶ୍ଚନ୍ଦ୍ରଙ୍କର କାହାଣୀ ମଧ୍ୟ ଏହା ଉପରେ ଆଧାରିତ ।

ଓମ୍ ଶାନ୍ତି ।
ଏହା ହେଉଛି ପିଲାମାନଙ୍କର ଈଶ୍ୱରୀୟ ଛାତ୍ର ଜୀବନ । ପିଲାମାନେ ଜାଣିଛନ୍ତି ଯେ ଆମେ ତାଙ୍କ ପାଖକୁ ଆସିଛୁ । ସିଏ ହିଁ କଳ୍ପ କଳ୍ପ ଆସି ଭାରତବାସୀ ପିଲାମାନଙ୍କୁ ରାଜ୍ୟ ଭାଗ୍ୟ ଦେଇଥାଆନ୍ତି । ବାବା ଭାରତକୁ ହିଁ ଆସୁଛନ୍ତି ନା । ଏହା ଭାରତ ଭୂମି ଅଟେ । ନିଜର ଭୂମି ପ୍ରତି ବହୁତ ସ୍ନେହ ସମ୍ମାନ ରହିଥାଏ । ଯେପରି ବିଦେଶର କେହି ବଡ ଲୋକ ଏଠାରେ ମରିଗଲେ ତାଙ୍କୁ ବିଦେଶକୁ ନେଇଯାଆନ୍ତି । ଅଥବା ଏଠାକାର କେହି ବଡ ଲୋକ ବିଦେଶରେ ମରିଗଲେ ତାଙ୍କୁ ଏଠାକୁ ନେଇଆସିଥାନ୍ତି । କାହିଁକିନା ନିଜ ଭୂମିର ମାନ ରଖିଥାନ୍ତି । ଭାରତକୁ ଭଗବାନଙ୍କର ଜନ୍ମଭୂମି ବୋଲି କୁହାଯାଏ । ଏକଥା ମଧ୍ୟ ତୁମେ ଜାଣିଛ ଯାହାକୁ ଭଗବାନ ଅଥବା ଆଲ୍ଲା, ପରମାତ୍ମା କହୁଛନ୍ତି ତାଙ୍କ ସମ୍ମୁଖରେ ଏବେ ତୁମେ ବସିଛ । ନାମ ତ ନିଶ୍ଚୟ ଦରକାର ନା । ଆଲ୍ଲା କହୁଛନ୍ତି ତଥାପି ବି ଲିଙ୍ଗର ପୂଜା କରୁଛନ୍ତି । ଈଶ୍ୱର ଅଥବା ଖୁଦା କହୁଛନ୍ତି ତେବେ ନିଶ୍ଚୟ ତାଙ୍କର ଚିହ୍ନ ଥିବା ଦରକାର ନା । ଲିଙ୍ଗକୁ ସବୁଆଡେ ପୂଜା କରିଥାନ୍ତି । ଆଜିକାଲି ଚିତ୍ର ଗୁଡିକରେ ମଧ୍ୟ ଦେବତାମାନଙ୍କ ଆଗରେ ପରମପିତା ପରମାତ୍ମାଙ୍କର ଚିତ୍ର ଲିଙ୍ଗ ରୂପେ ଦେଖାଉଛନ୍ତି । ସେ ହେଲେ ସବୁଠାରୁ ଉଚ୍ଚ, ତାଙ୍କର ନିଜର ଶରୀର ନାହିଁ, ସେଥିପାଇଁ ନିରାକାର କୁହାଯାଉଛି । ସାକାର ନୁହଁନ୍ତି । ଏବେ ତୁମେମାନେ ଜାଣୁଛ ଆମେ ତାଙ୍କ ସମ୍ମୁଖରେ କଳ୍ପ କଳ୍ପ ଉପସ୍ଥିତ ହେଉଛୁ - ଶିକ୍ଷା ନେବା ପାଇଁ । ଭଗବାନୁବାଚ ଅଟେ ତେବେ ନିଶ୍ଚୟ ରାଜଯୋଗ ଶିଖାଉଥିବେ । ବିଦ୍ୟାର୍ଥମାନଙ୍କୁ ରାଜଯୋଗ ଶିଖାଇଥିଲେ ଏବଂ ସେମାନେ ରାଜା-ରାଣୀ ହୋଇଥିଲେ । ଲଢେଇ ଆଦିର କୌଣସି କଥା ହିଁ ନାହିଁ । ଏହି ଲକ୍ଷ୍ମୀ-ନାରାୟଣ ଆଦି ଲଢେଇ ଦ୍ୱାରା ରାଜତ୍ୱ ପ୍ରାପ୍ତ କରିଛନ୍ତି କି! ବିଲ୍‌କୁଲ୍ ନୁହେଁ । ଦୁନିଆ ଜାଣି ନାହିଁ ଯେ ଏମାନେ ସତ୍ୟଯୁଗରେ କିପରି ରାଜ୍ୟ ପାଇଲେ । ଏବେ ତୁମେମାନେ ଜାଣୁଛ ଆମେ ବାବାଙ୍କଠାରୁ ରାଜ୍ୟ ନେଉଛୁ । ଆମେ ତାଙ୍କ ସମ୍ମୁଖରେ ବସିଛୁ । ସିଏ ହିଁ ବାବା ଅଟନ୍ତି, ଶ୍ରୀକୃଷ୍ଣ ନୁହଁନ୍ତି । ଶ୍ରୀକୃଷ୍ଣ ତ ଛୋଟ ପିଲା, ସେ ହେଲେ ରଚନା । ବାସ୍ତବରେ ଏବେ ଶ୍ରୀକୃଷ୍ଣ ନିଜର ପଦବୀ ନେଉଛନ୍ତି ଯିଏ ପୁଣି ଭବିଷ୍ୟତରେ ଶ୍ରୀକୃଷ୍ଣ ବୋଲାଇବେ । ଏସବୁ ପାଠପଢାର କଥା ।

ତୁମେ ଜାଣିଛ ବାବା ଆମକୁ ରାଜଯୋଗ ଶିଖାଉଛନ୍ତି । ଯେପରି ମନୁଷ୍ୟ, ମନୁଷ୍ୟକୁ ବାରିଷ୍ଟର, ଇଞ୍ଜିନିୟର ଆଦି କରାଇଥାନ୍ତି । ସମସ୍ତେ ତ ମନୁଷ୍ୟ ଅଟନ୍ତି ନା । ତୁମେ ବୁଝିଛ ଆମେ ବି ମନୁଷ୍ୟ, କିନ୍ତୁ ଆମେ ପତିତ ଅଟୁ । ଏବେ ବାବା ଆମକୁ ପବିତ୍ର କରାଉଛନ୍ତି ଏବଂ ବର୍ସା ମଧ୍ୟ ଦେଉଛନ୍ତି । ନୂଆ ଦୁନିଆ ହିଁ ପବିତ୍ର ଦୁନିଆ ହେବ । ନୂଆ ଦୁନିଆରେ ରାଜତ୍ୱ ହୋଇଥାଏ । ଏବେ ତୁମେ ବାବାଙ୍କ ସମ୍ମୁଖରେ ବସିଛ । ଯେପରି ଲୌକିକ ପିତା ପିଲାମାନଙ୍କୁ ସ୍ନେହର ସହିତ ବସି ବୁଝାଇଥାନ୍ତି, ଇଏ ହେଉଛନ୍ତି ପାରଲୌକିକ ବିଚିତ୍ର ବାବା । ଯାହାଙ୍କ ପାଇଁ ତୁମେ ଗାୟନ କରି ଆସିଛ ତ୍ୱମେବ ମାତାଶ୍ଚ ପିତା.... ତୁମେ ଜାଣୁଛ ଏହି ସମୟରେ ବାବା ନିଜର ଅଭିନୟ କରୁଛନ୍ତି, ଯାହାର ଭକ୍ତିମାର୍ଗରେ ଆମେ ଗାୟନ କରୁଥିଲୁ । ତୁମେ କହୁଛ ଆମେ ଶିବବାବାଙ୍କ ପାଖକୁ ଆସିଛୁ । ଚିଠି ମଧ୍ୟ ଲେଖୁଛ - ଶିବବାବା ମାର୍ଫତ ବ୍ରହ୍ମା । କାହାକୁ ତୁମେ ଡାକ ଦେଖାଇଲେ ଆଶ୍ଚର୍ଯ୍ୟ ହେବେ ଶିବବାବା ମାର୍ଫତ୍ ବ୍ରହ୍ମା ଏପରି ତ କେବେ ଶୁଣିନାହୁଁ । ଶିବବାବା ବ୍ରହ୍ମାଙ୍କ ଶରୀରରେ ଆସି ବିଷ୍ଣୁପୁରୀର ସ୍ଥାପନା କରୁଛନ୍ତି, ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି । ଉପରେ ଅଛନ୍ତି ଶିବବାବା । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରିଥିଲେ, ଏବେ ପୁଣି ଥରେ କରୁଛନ୍ତି । ଏହା ହେଉଛି ପ୍ରବୃତ୍ତି ମାର୍ଗ । ରାଜବିଦ୍ୟାରେ ମଧ୍ୟ ବାରିଷ୍ଟରି ପଢାଇଲେ ପୁଅ ଝିଅ ଉଭୟ ପଢିଥାନ୍ତି । ଝିଅମାନେ ମଧ୍ୟ ଜଜ୍‌, ବାରିଷ୍ଟର, ଡାକ୍ତର ଆଦି ହେଉଛନ୍ତି । ଏହା ମଧ୍ୟ ପ୍ରବୃତ୍ତି ମାର୍ଗ ଅଟେ । ସନ୍ନ୍ୟାସୀମାନେ ହେଉଛନ୍ତି ନିବୃତ୍ତିମାର୍ଗର, ସେମାନେ ଅଲଗା ଅଟନ୍ତି । ଏକଥା ମଧ୍ୟ ବାବା ବୁଝାଉଛନ୍ତି - ଶଙ୍କରାଚାର୍ଯ୍ୟ ଯଦି ନ ଆସିଥାନ୍ତେ ତେବେ ପବିତ୍ରତାର ଅଂଶ ରହି ନ ଥାନ୍ତା । ଭାରତ ବିଲ୍‌କୁଲ୍ ହିଁ ବିକାରରେ ଜଳି ମରିଥାନ୍ତା । ଭାରତକୁ ରୋକିବା ପାଇଁ ଏହା ନିର୍ଦ୍ଧାରିତ ହୋଇ ରହିଛି । ଭାରତ ବହୁତ ପବିତ୍ର ଥିଲା ଏବେ ପୁଣି ଅପବିତ୍ର ହୋଇଯାଇଛି । ଏବେ ଭାରତ କେତେ କାଙ୍ଗାଳ ହୋଇଯାଇଛି । କହୁଛନ୍ତି ସୁନାର ଲଙ୍କା ସମୁଦ୍ର ତଳକୁ ଚାଲିଯାଇଛି । ଲଙ୍କା ତ ସୁନାର ହୋଇପାରିବ ନାହିଁ । ଏସବୁ କାହାଣୀ ବସି ଲେଖିଛନ୍ତି ଯାହାଦ୍ୱାରା କିଛି ବି ଲାଭ ହେବ ନାହିଁ ।

ତୁମେ ଜାଣିଛ ବାସ୍ତବରେ ବାବା ଆମକୁ ବିଲ୍‌କୁଲ୍ ସହଜ ଯୋଗର ବଳ ଦ୍ୱାରା କେତେ ଉଚ୍ଚ କରାଉଛନ୍ତି । ବାବା ପ୍ରତିଜ୍ଞା କରୁଛନ୍ତି, ଯଦି ନିରନ୍ତର ୟାଦ କରିବାର ପୁରୁଷାର୍ଥ କରିବ ତେବେ ବିକର୍ମ ବିନାଶ ହୋଇଯିବ । ଭକ୍ତିମାର୍ଗରେ ମଧ୍ୟ ୟାଦ କରିବାର ପୁରୁଷାର୍ଥ କରିଛ ନା । କାହିଁକି ୟାଦ କରୁଛନ୍ତି? ଆମକୁ ସାକ୍ଷାତ୍‌‌କାର ହେଉ । ଏପରି ନୁହେଁ ଯେ ଏଥିପାଇଁ ୟାଦ କରୁଛନ୍ତି କି ଆମକୁ ବାଦଶାହୀ ମିଳିଯାଉ ଅଥବା ଆମେ ନରରୁ ନାରାୟଣ ହୋଇଯାଉ, ନା । ତୁମର ମଧ୍ୟ ଏହି ଆଶା ନ ଥିଲା ଯେ ଆମେ ମନୁଷ୍ୟରୁ ଦେବତା ହେବୁ । ଗାୟନ ମଧ୍ୟ କରୁଛନ୍ତି ମନୁଷ୍ୟ ସେ ଦେବତା ... ତୁମେ ଦେଖୁଛ ବାସ୍ତବରେ କଳିଯୁଗ ପରେ ସତ୍ୟଯୁଗ ଆସିବ । କଳିଯୁଗରେ ଏତେ ମନୁଷ୍ୟ ଅଛନ୍ତି । ସତ୍ୟଯୁଗରେ ଗୋଟିଏ ଧର୍ମ ରହିବ । ଏବେ ତୁମକୁ ଆତ୍ମା ଓ ପରମାତ୍ମାଙ୍କର ଜ୍ଞାନ ମିଳିଛି, ଦୁନିଆରେ ଜଣେ ହେଲେ ବି ମନୁଷ୍ୟ ନାହାଁନ୍ତି ଯାହାଙ୍କ ପାଖରେ ଆତ୍ମାର ଜ୍ଞାନ ରହିଛି । ଆତ୍ମାରେ ୮୪ ଜନ୍ମର ଅଭିନୟ କିପରି ନିର୍ଦ୍ଧାରିତ ହୋଇ ରହିଛି, ଏକଥା କେହି ଜାଣିନାହାଁନ୍ତି । ଏହି ଅକ୍ଷର ମଧ୍ୟ କେବେ କାହାଠାରୁ ଶୁଣିନାହଁ । ବାବା ତ ହେଉଛନ୍ତି ଜ୍ଞାନର ସାଗର, ପତିତ-ପାବନ, ନିରାକାରୀ । ତୁମେ ଜାଣିଛ ଆମର ଆତ୍ମା ଏବେ ପାପ ଆତ୍ମାରୁ ପୁଣ୍ୟ ଆତ୍ମା ହେଉଛି । ସତ୍ୟଯୁଗରେ ତ ପୁଣ୍ୟ ଆତ୍ମାମାନେ ରହିବେ । ଏଠାରେ ସବୁ ପାପ ଆତ୍ମାମାନେ ଅଛନ୍ତି । ଏପରି ନୁହେଁ ଯେ ଯିଏ ବହୁତ ଦାନ-ପୁଣ୍ୟ କରିଥା’ନ୍ତି ତାକୁ ପୁଣ୍ୟ ଆତ୍ମା କୁହାଯାଏ । ନା ପୁଣ୍ୟ ଆତ୍ମା ସତ୍ୟଯୁଗରେ ହିଁ ଥାଆନ୍ତି । ଏଠାରେ ଯେଉଁ ମନୁଷ୍ୟ ଦାନ ପୁଣ୍ୟ କରୁଛନ୍ତି, ସେମାନଙ୍କୁ ପୁଣ୍ୟ ଆତ୍ମା ବୋଲି ଭାବୁଛନ୍ତି । ସେଠାରେ ତୁମକୁ ଦାନ ପୁଣ୍ୟ ଆଦି କରିବାର ଆବଶ୍ୟକତା ନାହିଁ । ସେଠାରେ କେହି ଗରୀବ ରହିବେ ହିଁ ନାହିଁ । ତୁମେ ସେଠାରେ ସବୁବେଳ ପାଇଁ ପୁଣ୍ୟ ଆତ୍ମା ହୋଇ ରହିବ । ତୁମେ ଶରୀର-ମନ-ଧନ ସବୁ କିଛି ବେହଦ ବାବାଙ୍କ ଅର୍ଥେ ଦେଉଛ, ଯାହାକୁ ବଲିହାର ଯିବା ବା ସମର୍ପଣ ହେବା କୁହାଯାଉଛି । ବାବା କହୁଛନ୍ତି ପ୍ରଥମେ ମୁଁ ସମର୍ପଣ ହେଉଛି ନା ତୁମେ ହେଉଛ? ବାବା କହୁଛନ୍ତି - ପ୍ରଥମେ ତୁମେ ସମର୍ପଣ ହେଉଛ, ତେବେ ଯାଇ ପୁଣି ୨୧ ଜନ୍ମ ପାଇଁ ସମର୍ପଣମୟତା ମିଳିବ । ଏହି କଥାସବୁ ଏବେ ତୁମେ ଭଲ ଭାବରେ ବୁଝୁଛ, ସିଧାସଳଖ ଶୁଣୁଛ । ଘରେ ରହୁଛ ଓ ସେଠାକୁ ମୁରଲୀ ଆସୁଛି । ଦୂରରୁ ଶୁଣୁଛ । ଏବେ ତ ବାବାଙ୍କ ସମ୍ମୁଖରେ ବସିଛ । ବାବା କହୁଛନ୍ତି - ପିଲାମାନେ, ମୁଁ ତୁମର ପିତା ମଧ୍ୟ ଅଟେ । ଏଠାରେ ଅନ୍ଧଶ୍ରଦ୍ଧାର କୌଣସି କଥା ନାହିଁ । ସେ ପିତା ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି । ବାବାଙ୍କର ହେବା ଦ୍ୱାରା ସେ ଶିକ୍ଷା ଦେଇଥାନ୍ତି, ତୁମ ବୁଦ୍ଧିରେ ଏବେ ସମସ୍ତ ଜ୍ଞାନ ରହିଛି । ୮୪ ଜନ୍ମର ଚକ୍ର ମଧ୍ୟ ତୁମକୁ ବୁଝାଯାଉଛି । ଯେଉଁମାନେ ୮୪ ଜନ୍ମ ନେବେ ନାହିଁ ସେମାନେ ବୁଝିବେ ନାହିଁ । ତୁମେ ଜାଣିଛ ଯେ ବାସ୍ତବରେ ଆମେ ୮୪ ଜନ୍ମର ଚକ୍ର ଲଗାଇ ଏବେ ଘରକୁ ଯାଉଛୁ । ବାବା କହୁଛନ୍ତି - ତୁମେ ଆତ୍ମା ଅଶରୀରୀ ହୋଇ ଆସିଥିଲ, ପୁଣି ତୁମକୁ ଅଶରୀରୀ ହୋଇ ଘରକୁ ଫେରିବାକୁ ହେବ । ତୁମେ ପବିତ୍ର ଆତ୍ମା ହୋଇ କରି ଯାଉଛ । ପବ୍ରିତ ହେବା ପାଇଁ ତୁମେ ପୁରୁଷାର୍ଥ କରୁଛ । ଯୋଗବଳ ଅର୍ଥାତ୍ ୟାଦର ବଳ ଦ୍ୱାରା ତୁମେ ପବିତ୍ର ହୋଇଯିବ । ଯୋଗ ଶବ୍ଦ ଶାସ୍ତ୍ରର ଅଟେ । ଏହାର ସଠିକ୍ ଶବ୍ଦ ହେଲା ୟାଦ । ସ୍ତ୍ରୀକୁ ସ୍ୱାମୀର ଅଥବା ପୁରୁଷକୁ ପତ୍ନୀର ୟାଦ ରହିଥାଏ ନା । ଯୋଗର ଅର୍ଥ ହିଁ ହେଉଛି ୟାଦ । ବାବା ମଧ୍ୟ କହୁଛନ୍ତି- ମୋତେ ୟାଦ କର ଏବଂ ଅନ୍ୟମାନଙ୍କ ସଙ୍ଗରୁ ବୁଦ୍ଧିଯୋଗ ତୁଟାଇ ନିଜ ପିତାଙ୍କ ସହିତ ବୁଦ୍ଧିଯୋଗ ଯୋଡ । ୟାଦ କର । ଯେତେ ୟାଦ କରିବ ସେତେ ତୁମର ବିକର୍ମ ବିନାଶ ହେବ । ବାସ୍ତବରେ ଭାରତକୁ କଳ୍ପ କଳ୍ପ ବର୍ସା ମିଳୁଛି । ଶିବଜୟନ୍ତୀ ମଧ୍ୟ ପ୍ରସିଦ୍ଧ ଅଟେ । ଯେପରି ବୁଦ୍ଧ, ଖ୍ରୀଷ୍ଟ ଆଦିଙ୍କର ଜୟନ୍ତୀ ହେଉଛି ସେହିପରି ନିରାକାର ଶିବଙ୍କର ମଧ୍ୟ ଜୟନ୍ତୀ ହେଉଛି । ସେ ହେଲେ ଉଚ୍ଚରୁ ଉଚ୍ଚ । କୃଷ୍ଣଜୟନ୍ତୀ ମଧ୍ୟ ପ୍ରସିଦ୍ଧ ଅଟେ । କିନ୍ତୁ ସେ ଆସି କ’ଣ କରୁଛନ୍ତି, ଏକଥା କେହି ଜାଣିନାହାଁନ୍ତି । ଶ୍ରୀକୃଷ୍ଣ ସତ୍ୟଯୁଗର ରାଜକୁମାର ଥିଲେ । ନିଶ୍ଚୟ ତାଙ୍କୁ କେହି ଏପରି କର୍ମ ଶିଖାଇଥିବେ, ଯାହା ଫଳରେ ସତ୍ୟଯୁଗର ରାଜକୁମାର ହୋଇଛନ୍ତି । ଛୋଟ ପିଲା ତ ପବିତ୍ର ହିଁ ଅଟନ୍ତି । ସେଠାରେ ବିକାରର କୌଣସି କଥା ରହିବ ନାହିଁ । ଛୋଟ ପିଲା ତ ଶୁଦ୍ଧ ପବିତ୍ର ହୋଇ ହିଁ ଥାଏ । ଭଗବାନ ତ ଏକ ହିଁ ନିରାକାର ଅଟନ୍ତି, ଭଗବାନ ହେଉଛନ୍ତି ଜଣେ । ବାକି ସବୁ ହେଲା ତାଙ୍କର ରଚନା । ରଚନାଠାରୁ କେବେ ରଚନାକୁ ବର୍ସା ମିଳିପାରିବ ନାହିଁ । ବର୍ସା ବା ସମ୍ପତ୍ତି ବାବାଙ୍କଠାରୁ ମିଳିବ । ଭାଇକୁ ଭାଇଠାରୁ ବର୍ସା ମିଳିପାରିବ ନାହିଁ । ତୁମେ ସବୁ ଭାଇ-ଭାଇ ଅଟ । ଭାଇ ଭାଇ ବୋଲି କହିଥାନ୍ତି ନା । ବାବା ତ ଜଣେ ଅଟନ୍ତି, ବର୍ସା ତାଙ୍କଠାରୁ ମିଳିବ । ସମସ୍ତ ଭାଇମାନଙ୍କର ସଦ୍‌ଗତି ଦାତା ଏକମାତ୍ର ବାବା ଅଟନ୍ତି । ସବୁ ଆତ୍ମାମାନଙ୍କୁ ବାବାଙ୍କଠାରୁ ବର୍ସା ମିଳୁଛି । ବାବା କହୁଛନ୍ତି - ମୁଁ ଆତ୍ମାମାନଙ୍କୁ ଆସି ପାଠ ପଢାଉଛି, ଆତ୍ମାମାନଙ୍କୁ ସଦ୍‌ଗତି ଦେଉଛି । ବାବା ବସି ରାଜଯୋଗ ଶିଖାଉଛନ୍ତି । ଏହି ପାଠପଢାର ପଦବୀ ତୁମକୁ ଏଠାରେ ମିଳିବ ନାହିଁ । ସେମାନେ ବାରିଷ୍ଟର ଆଦି ଏହି ଜନ୍ମରେ ହେଉଛନ୍ତି ପୁଣି ପର ଜନ୍ମରେ ଆଉ ଥରେ ପାଠ ପଢିବେ ।

ତୁମେ ଜାଣିଛ ଏହି ପାଠପଢା ଦ୍ୱାରା ଆମେ ୨୧ ଜନ୍ମ ପାଇଁ ପ୍ରାଲବ୍ଧ ପାଉଛୁ । ସତ୍ୟଯୁଗରେ ଡାକ୍ତର ଆଦି କେହି ରହିବେ ନାହିଁ । ସେଠାରେ ରୋଗ ହିଁ ହେବ ନାହିଁ । ତୁମେ ସେଠାରେ ଗର୍ଭ ମହଲରେ ରହିବ । ଏଠାରେ ଗର୍ଭଜେଲରେ ରହୁଛ ଯେଉଁଠାରେ ବହୁତ ଦଣ୍ଡ ମିଳିଥାଏ, ସେଥିପାଇଁ ଡାକୁଛନ୍ତି ଏହି ଜେଲ୍‌ରୁ ବାହାର କର, ଆମେ ଆଉ କୌଣସି ଭୁଲ୍ କରିବୁ ନାହିଁ । ଧର୍ମରାଜଙ୍କ ସହିତ ପ୍ରତିଜ୍ଞା କରୁଛନ୍ତି । ଏଠାରେ ତୁମକୁ ଶିବବାବାଙ୍କ ପାଖରେ ପ୍ରତିଜ୍ଞା କରିବାକୁ ହେବ । ବାବା ଆମେ କେବେହେଲେ ବିକର୍ମ କରିବୁ ନାହିଁ । ୫ ବିକାର ଆମେ ଆପଣଙ୍କୁ ଦେଇ ଦେଉଛୁ । ଏକଥା ମଧ୍ୟ ବାବା ଜାଣିଛନ୍ତି ଯେ ବିକାର ତୁରନ୍ତ ଛାଡି ହେବ ନାହିଁ । ଭିତରେ ଡର ରହିବା ଦରକାର, ଯଦି ଆମେ ବିକାରର ଦାନ ଦେଇ ପୁଣି ନେବୁ ତେବେ ବହୁତ ବଡ ପାପ ହୋଇଯିବ । ଯେପରି ରାଜା ହରିଶ୍ଚନ୍ଦ୍ରଙ୍କର ଉଦାହରଣ ରହିଛି । ବାବା ଜାଣିଛନ୍ତି ଏପରି ନୁହେଁ ଯେ ୫ ବିକାର ତୁରନ୍ତ ଛାଡି ପଳାଇବ । ନା, ସେଥିପାଇଁ ସମୟ ଲାଗିବ । ତୁମର କର୍ମାତୀତ ଅବସ୍ଥା ହେବ ତେବେ ଯାଇ ଲଢେଇ ଲାଗିବ । ଏହି ୫ ବିକାର ହେଉଛି ବହୁତ ବଡ ଶତ୍ରୁ । ସେଥିରେ ମଧ୍ୟ ମୁଖ୍ୟ ହେଉଛି ଦେହ-ଅଭିମାନ । ଏହାର ଦାନ ଦେବା କେତେ ମୁସକିଲ । ଘଡିକୁ ଘଡି ବାବା କହୁଛନ୍ତି - ନିଜକୁ ଆତ୍ମା ମନେ କରି ମୋତେ ମନେ ପକାଅ । କିନ୍ତୁ ଏପରି ହେଉନାହିଁ । ଦେହ-ଅଭିମାନୀ ହେବା ଦ୍ୱାରା ପୁଣି କାମର ଚୋଟ ପଡୁଛି । ଦେହ ଅଭିମାନ ସବୁଠାରୁ ତୀକ୍ଷ୍ମ ଅଟେ । ଦେହୀ-ଅଭିମାନୀ ହେବା ପାଇଁ ମେହନତ କରିବାକୁ ପଡିବ । ମୁଖ୍ୟ ଦେହ-ଅଭିମାନ ଆସିବା ଦ୍ୱାରା ହିଁ ପାପ ହୋଇଥାଏ । ସେଥିପାଇଁ ୫ ବିକାରକୁ ଦାନରେ ଦେବାକୁ ପଡିବ, ଏଥିରେ ସମୟ ଲାଗୁଛି । ସାଜନଙ୍କ ବିନା ସଜନୀମାନେ ତ ଯାଇପାରିବେ ନାହିଁ । ପ୍ରଥମେ ସାଜନଙ୍କୁ ଯିବାକୁ ହେବ ପରେ ସଜନୀମାନେ ଯିବେ । ସାଜନଙ୍କୁ ଆସି ସବୁ ଆତ୍ମାମାନଙ୍କୁ ନେଇଯିବାକୁ ହେବ । ଯେ ପର୍ଯ୍ୟନ୍ତ କର୍ମାତୀତ ଅବସ୍ଥା ନ ହୋଇଛି ସେ ପର୍ଯ୍ୟନ୍ତ ପୁରୁଷାର୍ଥ କରିବାକୁ ପଡିବ । ଦେହ-ଅଭିମାନ ଆସିବା ଦ୍ୱାରା ହିଁ ପୁଣି ଭୁଲ୍ ହେଉଛି । କହୁଛନ୍ତି ବାବା ଦେହ-ଅଭିମାନରେ ଆସିବା ଦ୍ୱାରା ବିକାରରେ ପଡିଛୁ । ତୋଫାନ ତ ବହୁତ ଆସିବ । ବିକାରର ସଂକଳ୍ପ ଆସିଲେ ମଧ୍ୟ କର୍ମେନ୍ଦ୍ରିୟ ଦ୍ୱାରା କେବେ କୌଣସି ପାପ କର ନାହିଁ । ମାୟାକୁ ଜିତିବା ପାଇଁ କେତେ ମେହନତ କରିବାକୁ ପଡୁଛି । ବାବା କହୁଛନ୍ତି - ଯଦି ବିବାହ କରିଛ ତେବେ ପବିତ୍ର ରହି ଦେଖାଅ, ତେବେ ସନ୍ନ୍ୟାସୀମାନେ ମଧ୍ୟ ଦେଖିବେ । ତୁମର ରୋଜଗାର ଦେଖ କେତେ ଉଚ୍ଚ । ପବିତ୍ର ରହି ଦେଖାଅ ତେବେ ବହୁତ ଉଚ୍ଚ ପଦ ପାଇବ । ତୁମ ନିକଟରେ ସମସ୍ତେ ନତମସ୍ତକ ହୋଇଯିବେ । ବାବା ମଧ୍ୟ ମହିମା କରୁଛନ୍ତି । ଯଦିଓ ପବିତ୍ର ରହୁଛନ୍ତି ପୁଣି ଯୋଗ ମଧ୍ୟ କରିବା ଦରକାର । ଯୋଗରେ ହିଁ ଘଡିକୁ ଘଡି ବିଘ୍ନ ପଡୁଛି । ଦେହ-ଅଭିମାନ ଆସିଯାଉଛି । ପବିତ୍ର ରହୁଛନ୍ତି ତାହା ତ ଠିକ୍‌, ପବିତ୍ରତା ଦ୍ୱାରା ହିଁ ପବିତ୍ର ଦୁନିଆରେ ବର୍ସା ପାଇବ । କିନ୍ତୁ ମାୟା ମଧ୍ୟ ନିଜର ପ୍ରଭାବ ଦେଖାଇବ । ମାୟା ବହୁତ ବିଘ୍ନ ପକାଇଥାଏ । ବାବା ବୁଝାଉଛନ୍ତି ଏସବୁ ହେବ । ବାହାଦୂରୀ ଦେଖାଉଛନ୍ତି କିନ୍ତୁ ତା ସହିତ ନିରନ୍ତର ୟାଦ ମଧ୍ୟ ରହିବା ଉଚିତ୍, ତେବେ ଯାଇ ବିକର୍ମ ବିନାଶ ହେବ । ଯେଉଁମାନେ ଶକ୍ତିଶାଳୀ ଯୋଦ୍ଧା ହୋଇଥା’ନ୍ତି ତାଙ୍କୁ ମାୟା ମଧ୍ୟ ବହୁତ ହଇରାଣ କରିଥାଏ । ସେମାନେ ୟାଦରେ ମୁସ୍‌କିଲ୍ ରହିପାରିବେ । ଯିଏ ରହିପାରିବେ ତାଙ୍କୁ ଅନୁଭବ ପଚାରିବା ଦରକାର । କ’ଣ ଭାବୁଛନ୍ତି, କିପରି ରହୁଛନ୍ତି । ୟାଦରେ ରହିବା ଦ୍ୱାରା ବିକର୍ମ ବିନାଶ ହେବ । ଏହି କଥା ହିଁ ବିଲ୍‌କୁଲ ଅଲଗା ଓ ନୂଆ ଅଟେ । ଏଠାରେ ବସିଥିବାରୁ ନିଶା ଚଢି ଯାଇଛି । ଏକଥା ମଧ୍ୟ ବୁଝୁଛ ଯେ ଭଗବାନ ଏକ ହିଁ ନିରାକାର ଅଟନ୍ତି, ନାଁ କି ଶ୍ରୀକୃଷ୍ଣ । ବାସ୍ତବରେ ଶ୍ରୀକୃଷ୍ଣଙ୍କ ପାଇଁ ଶାସ୍ତ୍ରରେ ଅନେକ କଥା ଲେଖି ଦେଇଛନ୍ତି - ଉଖରୀ ବା ଉଦଖଳାରେ ବାନ୍ଧିଲେ, ଏପରି କଲେ ... ଏଭଳି କୌଣସି କଥା ନାହିଁ । ଏପରି କହି ତାଙ୍କର ଗ୍ଲାନି କରୁଛନ୍ତି, ଅପମାନ କରୁଛନ୍ତି । ଶ୍ରୀକୃଷ୍ଣଙ୍କ ପାଖରେ ତ କୌଣସି ବି ଅବଗୁଣ ନଥିଲା । ଚଞ୍ଚଳତା କରିବା ଏହା ମଧ୍ୟ ଅବଗୁଣ ଅଟେ ନା । ଶ୍ରୀକୃଷ୍ଣ ତ ସମ୍ପୂର୍ଣ୍ଣ ମର୍ଯ୍ୟାଦା ପୁରୁଷୋତ୍ତମ ଅଟନ୍ତି । ତାଙ୍କର ମହିମା ଗାନ କରୁଛନ୍ତି - ସର୍ବଗୁଣ ସମ୍ପନ୍ନ... ଗାୟନ କରାଯାଏ ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ... କୁହ, ଆମର ତ ଗୁରୁ ନାହାଁନ୍ତି । ଆମେ ଏହାଙ୍କୁ ନା ଗୁରୁ, ନା ଈଶ୍ୱର ବୋଲି ମାନୁଛୁ । ପତିତ-ପାବନ ତ ଜଣେ ହିଁ ନିରାକାର ଅଟନ୍ତି ନା । ସାକାର ଗୁରୁ କେହି ପତିତ-ପାବନ ହୋଇପାରିବେ ନାହିଁ । ଏହି ସମୟରେ ତୁମେ ପରମପିତା ପରମାତ୍ମାଙ୍କର ସମସ୍ତ ଜୀବନ କାହାଣୀକୁ ଜାଣୁଛ । ୫ ହଜାର ବର୍ଷରେ ଶିବାବାବଙ୍କର କ’ଣ ପାର୍ଟ ଚାଲୁଛି - ଏହା ତୁମେ ବାବାଙ୍କ ଦ୍ୱାରା ଜାଣୁଛ । ସିଏ ତ ଜ୍ଞାନର ସାଗର ଅଟନ୍ତି ନା । ସୁଖ-ଶାନ୍ତି, ଆନନ୍ଦର ସାଗର..... ଏହି ମହିମା ତାଙ୍କର ଅଟେ । ବାବାଙ୍କ ପାଖରେ ସମ୍ପତ୍ତି ଅଛି, ତେଣୁ ନିଶ୍ଚୟ ପିଲାମାନଙ୍କୁ ମଧ୍ୟ ଦେଉଥିବେ ନା । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ ଏହି କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କୌଣସି ବି ଭୁଲ୍ କରିବାର ନାହିଁ । ପବିତ୍ର ରହିବା ସହିତ ୟାଦର ଯାତ୍ରାରେ ମଧ୍ୟ ମଜ୍‌ବୁତ୍ ହେବାକୁ ପଡିବ ।

(୨) ସର୍ବଦା ପୁଣ୍ୟ ଆତ୍ମା ହେବା ପାଇଁ ଶରୀର-ମନ-ଧନ ଦ୍ୱାରା ବାବାଙ୍କ ପାଖରେ ସମର୍ପଣ ହେବାକୁ ପଡିବ । ଥରେ ମାତ୍ର ସମର୍ପଣ ହେଲେ ୨୧ ଜନ୍ମ ପାଇଁ ପୁଣ୍ୟ ଆତ୍ମା ହୋଇଯିବ ।

ବରଦାନ:-
ସହଜଯୋଗକୁ ନିଜର ସ୍ୱଭାବ ଏବଂ ସ୍ୱାଭାବିକ କରୁଥିବା ପ୍ରତ୍ୟେକ ବିଷୟରେ ନିପୁଣ ହୁଅ ।

ଯେପରି ବାବାଙ୍କର ସନ୍ତାନ ଅଟ - ଏଥିରେ କୌଣସି କମ୍ ବେଶି ନାହିଁ, ସେହିପରି ନିରନ୍ତର ସହଜଯୋଗୀ ବା ଯୋଗୀ ହୋଇ ରହିବାର ସ୍ଥିତିରେ ଏବେ କମୀ ସମାପ୍ତ ହୋଇଯିବା ଦରକାର । ନିରନ୍ତର ଯୋଗ ତୁମର ସ୍ୱାଭାବିକ ନେଚରରେ ପରିଣତ ହୋଇଯିବା ଦରକାର । ଯେପରି କାହାର ଯଦି କୌଣସି ବିଶେଷ ନେଚର ଥାଏ, ନ ଚାହିଁଲେ ମଧ୍ୟ ସେହି ନେଚରର ବଶୀଭୂତ ହୋଇ କାର୍ଯ୍ୟ କରିଥାଆନ୍ତି । ସେହିପରି ଏହା ମଧ୍ୟ ତୁମର ନେଚର ହୋଇଯାଉ । କ’ଣ କରିବି, କିପରି ଯୋଗ ଲଗାଇବି - ଏଭଳି କଥା ସମାପ୍ତ ହୋଇଯାଉ, ତାହା ହେଲେ ସବୁ ବିଷୟରେ ପରଫେକ୍ଟ ଅର୍ଥାତ୍ ସମ୍ପୂର୍ଣ୍ଣ ହୋଇଯିବ । ସମ୍ପୂର୍ଣ୍ଣତା ଅର୍ଥାତ୍ କୌଣସି ପ୍ରକାରର ପ୍ରଭାବରୁ ମୁକ୍ତ ଏବଂ ତ୍ରୃଟି ଶୁନ୍ୟ ଅବସ୍ଥା ।

ସ୍ଲୋଗାନ:-
ଯଦି ସହନ କରିବାର ଅଛି ତେବେ ଖୁସି ଖୁସିରେ କର, ବାଧ୍ୟ-ବାଧ୍ୟକତାରେ ନୁହେଁ ।

ଅବ୍ୟକ୍ତ ଈଶାରା - ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।

ଶକ୍ତିଶାଳୀ ଯୋଗ ଅର୍ଥାତ୍ ଲଗନର ଅଗ୍ନି ଏବଂ ଜ୍ୱାଳା ସ୍ୱରୂପର ୟାଦ ହିଁ ଭ୍ରଷ୍ଟାଚାର, ଅତ୍ୟାଚାରର ଅଗ୍ନିକୁ ସମାପ୍ତ କରିବ ଏବଂ ସର୍ବ ଆତ୍ମାଙ୍କୁ ସହଯୋଗ ଦେବ, ଏହିଥିରୁ ହିଁ ବେହଦର ବୈରାଗ୍ୟ ବୃତ୍ତି ପ୍ରଜ୍ୱଳିତ ହେବ । ଯୋଗର ଅଗ୍ନି ଗୋଟିଏ ପଟେ ସେହି ଅଗ୍ନିକୁ ସମାପ୍ତ କରିବ ଅନ୍ୟ ପଟେ ଆତ୍ମାମାନଙ୍କୁ ପରମାତ୍ମ ସନ୍ଦେଶର, ଶୀତଳ ସ୍ୱରୂପର ଅନୁଭୂତି କରାଇବ, ଏହା ଦ୍ୱାରା ହିଁ ଆତ୍ମାମାନେ ପାପର ଅଗ୍ନିରୁ ମୁକ୍ତ ହୋଇପାରିବେ ।