17.09.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବର୍ତ୍ତମାନ ଏହି ଦୁନିଆର ହୋପଲେସ୍ କେସ୍ ଅର୍ଥାତ୍ ସୁଧୁରିବାର କୌଣସି ଆଶା ନାହିଁ, ସମସ୍ତେ
ମରିଯିବେ ସେଥିପାଇଁ ଏଥିରୁ ମୋହ ତୁଟାଅ, କେବଳ ମୋତେ ମନେ ପକାଅ ।”
ପ୍ରଶ୍ନ:-
ସେବାରେ ଉତ୍ସାହ
ନ ଆସିବାର କାରଣ କ’ଣ?
ଉତ୍ତର:-
୧- ଯଦି ଲକ୍ଷଣ ଠିକ୍ ନାହିଁ, ବାବାଙ୍କୁ ୟାଦ କରୁନାହାଁନ୍ତି ତେବେ ସେବାରେ ଉତ୍ସାହ ଆସିପାରିବ
ନାହିଁ । କୌଣସି ନା କୌଣସି ଓଲଟା କର୍ମ ହୋଇଯାଉଛି, ସେଥିପାଇଁ ମଧ୍ୟ ସେବା କରିପାରୁ ନାହାଁନ୍ତି
। ୨- ବାବାଙ୍କର ଯେଉଁ ପ୍ରଥମ ନିର୍ଦ୍ଦେଶ ରହିଛି - ଆପ ମୁୟେ ମର ଗୟି ଦୁନିଆ ଅର୍ଥାତ୍ ନିଜେ ମଲେ
ତୁମ ପାଇଁ ଦୁନିଆ ମରିଗଲା ଏହାକୁ କାର୍ଯ୍ୟକାରୀ କରୁନାହାଁନ୍ତି । ଯଦି ବୁଦ୍ଧି ଦେହ ଏବଂ ଦେହର
ସମ୍ବନ୍ଧିମାନଙ୍କ ସହିତ ବାନ୍ଧି ହୋଇ ରହିଛି, ତେବେ ସେବା କରିପାରିବେ ନାହିଁ ।
ଗୀତ:-
ଓମ୍ ନମୋ ଶିବାୟ...
ଓମ୍ ଶାନ୍ତି ।
ଏବେ ଏହି
ଭକ୍ତିମାର୍ଗର ଗୀତ ଶୁଣିଲ । ଶିବାୟ ନମଃ କହିଥାନ୍ତି ନା । ଶିବଙ୍କର ନାମ ବାରମ୍ବାର ନେଇଥା’ନ୍ତି
। ପ୍ରତ୍ୟହ ଶିବଙ୍କର ମନ୍ଦିରକୁ ଯାଉଛନ୍ତି ଓ ଯେଉଁ ପର୍ବ ପର୍ବାଣୀ ରହିଛି ତାକୁ ପ୍ରତିବର୍ଷ
ପାଳନ କରିଥା’ନ୍ତି । ପୁରୁଷୋତ୍ତମ ମାସ ବି ହୋଇଥାଏ ଓ ପୁରୁଷୋତ୍ତମ ବର୍ଷ ମଧ୍ୟ ହୋଇଥାଏ । ଶିବାୟ
ନମଃ ତ ପ୍ରତିଦିନ କହୁଛନ୍ତି । ଶିବଙ୍କର ପୂଜାରୀ ବହୁତ ଅଛନ୍ତି । ରଚୟିତା ହେଲେ ଶିବ ଉଚ୍ଚରୁ
ଉଚ୍ଚ ଭଗବାନ ଅଟନ୍ତି । କହୁଛନ୍ତି ମଧ୍ୟ ପତିତ-ପାବନ ପରମପିତା ପରମାତ୍ମା ଶିବ ଅଟନ୍ତି ।
ପ୍ରତ୍ୟହ ତାଙ୍କର ପୂଜା ମଧ୍ୟ କରିଥାନ୍ତି । ତୁମେ ସନ୍ତାନମାନେ ଜାଣିଛ ଏହି ସଂଗମଯୁଗ ହେଉଛି -
ପୁରୁଷୋତ୍ତମ ହେବାର ଯୁଗ । ଯେପରି ଲୌକିକ ଶିକ୍ଷା ଦ୍ୱାରା କୌଣସି ନା କୌଣସି ଉଚ୍ଚ ପଦ ପାଇଥାନ୍ତି
ନା । ଲକ୍ଷ୍ମୀ-ନାରାୟଣ ଏହି ପଦ କିପରି ପାଇଲେ, ବିଶ୍ୱର ମାଲିକ କିପରି ହେଲେ । ଏକଥା କେହି ଜାଣି
ନାହାଁନ୍ତି । ଶିବାୟ ନମଃ ମଧ୍ୟ କହିଥାନ୍ତି । ତୁମେ ମାତ-ପିତା... ପ୍ରତ୍ୟହ ମହିମା ଗାନ
କରିଥାନ୍ତି କିନ୍ତୁ ଏକଥା ଜାଣି ନାହାଁନ୍ତି ଯେ ସେ କେବେ ଆସି ମାତା-ପିତା ହୋଇ ସଂପତ୍ତି
ଦେଉଛନ୍ତି । ତୁମେମାନେ ଜାଣିଛ ଯେ ଦୁନିଆର ମନୁଷ୍ୟମାନେ ତ କିଛି ହେଲେ ଜାଣିନାହାଁନ୍ତି ।
ଭକ୍ତିମାର୍ଗରେ କେତେ ଧକ୍କା ଖାଉଛନ୍ତି । ଅମରନାଥକୁ କେତେ ଦଳ ଦଳ ହୋଇ ଯାଇଥାନ୍ତି । କେତେ ଧକ୍କା
ଖାଉଛନ୍ତି, କାହାକୁ ଏପରି କହିଲେ ବିଗିଡି ଯିବେ । ତୁମେ ସନ୍ତାନମାନେ କମ୍ ସଂଖ୍ୟାରେ ଅଛ
ଯେଉଁମାନଙ୍କ ଭିତରେ କେତେ ଖୁସି ରହିଛି । ଲେଖୁଛନ୍ତି ମଧ୍ୟ ବାବା ଯେବେଠାରୁ ତୁମକୁ ଚିହ୍ନିଲୁ,
ଆମ ଖୁସିର ସୀମା ନାହିଁ । କିଛି ଅସୁବିଧା ହେଲେ ମଧ୍ୟ ଖୁସିରେ ରହିବା ଦରକାର । ଆମେ ବାବାଙ୍କର
ହୋଇଛୁ, ଏହା କେବେ ଭୁଲିବା ଅନୁଚିତ୍ । ତୁମେ ଜାଣିଛ ଯେ ଆମେ ଶିବବାବାଙ୍କୁ ପାଇଛୁ, ତେଣୁ ଅସୀମ
ଖୁସି ରହିବା ଦରକାର । ମାୟା ଘଡିକୁ ଘଡି ଭୁଲାଇ ଦେଉଛି । ଯଦିଓ ଲେଖୁଛନ୍ତି ଆମର ନିଶ୍ଚୟ ଅଛି,
ବାବାଙ୍କୁ ଆମେ ଜାଣିଛୁ ପୁଣି ବି ଚାଲୁ-ଚାଲୁ ଥଣ୍ଡା ପଡିଯାଉଛନ୍ତି । ୬-୮ ମାସ, ୨-୩ ବର୍ଷ ନ
ଆସିଲେ ବାବା ବୁଝିଯାଆନ୍ତି ଯେ ଇଏ ପୂରା ନିଶ୍ଚୟ ବୁଦ୍ଧି ହୋଇ ନାହାଁନ୍ତି । ପୂରା ନିଶା ଚଢିନାହିଁ
। ଏପରି ବେହଦର ବାବା ଅଟନ୍ତି, ଯାହାଙ୍କଠାରୁ ଆମକୁ ୨୧ ଜନ୍ମର ବର୍ସା ମିଳୁଛି । ଏହି ନିଶ୍ଚୟ
ହୋଇଗଲେ ବହୁତ ଖୁସିର ନିଶା ରହିବା ଦରକାର । ଯେପରି କାହାର ପିଲାକୁ ରାଜା କୋଳକୁ ନେବାକୁ
ଚାହୁଁଛନ୍ତି । ପିଲାଟିକୁ ଯଦି ଜଣାପଡିଯାଏ ଯେ ମୋ ପାଇଁ ଏପରି କଥାବାର୍ତ୍ତା ଚାଲିଛି, ଯେ ରାଜା
ଚାହୁଁଛନ୍ତି - ଏହି ପିଲାକୁ ମୁଁ ଉତ୍ତରାଧିକାରୀ କରିବୁ । ତାହା ହେଲେ ପିଲାଟି ବହୁତ ଖୁସି ହେବ
ଯେ ମୁଁ ରାଜାଙ୍କର ସନ୍ତାନ ହେଉଛି । ଗରୀବ ପିଲା ସାହୁକାର କୋଳକୁ ଗଲେ ବହୁତ ଖୁସି ହୋଇଥାଏ ନା ।
ଜାଣିଥାନ୍ତି ଯେ ମୋତେ ଅମୁକ ପୋଷ୍ୟ ରୂପେ ଗ୍ରହଣ କରୁଛନ୍ତି ତେଣୁ ସିଏ ଦାରିଦ୍ର୍ୟତା ଦୁଃଖ ଭୁଲି
ଯାଇଥାଏ । ତାହା ତ ହେଉଛି ଗୋଟିଏ ଜନ୍ମର କଥା । ଏଠାରେ ପିଲାମାନଙ୍କୁ ୨୧ ଜନ୍ମ ବର୍ସା ନେବାର
ଖୁସି ରହିଛି । ବେହଦର ବାବାଙ୍କୁ ୟାଦ କରିବାକୁ ପୁଣି ଅନ୍ୟମାନଙ୍କୁ ରାସ୍ତା ବତାଇବାକୁ ହେବ ।
ଶିବବାବା ପତିତ-ପାବନ ଆସି ଯାଇଛନ୍ତି । ବୁଝାଉଛନ୍ତି, ମୁଁ ତୁମର ପିତା ଅଟେ । ଏପରି କୌଣସି
ମନୁଷ୍ୟ କହିପାରିବେ ନାହିଁ ଯେ ମୁଁ ତୁମର ବେହଦର ପିତା ଅଟେ । ବାବା ହିଁ ବୁଝାଉଛନ୍ତି ମୁଁ ୫
ହଜାର ବର୍ଷ ପୂର୍ବରୁ ଆସିଥିଲି । ତୁମକୁ ଏହି ଅକ୍ଷର କହିଥିଲି ଯେ ମୋତେ ମନେ ପକାଅ । ମୁଁ
ପତିତ-ପାବନ ବାବା ମୋତେ ୟାଦ କରିବା ଦ୍ୱାରା ହିଁ ତୁମେ ପତିତରୁ ପାବନ ହେବ ଓ ଆଉ କୌଣସି ବି ଉପାୟ
ନାହିଁ - ପତିତରୁ ପାବନ ହେବା ପାଇଁ । ପତିତ-ପାବନ ଏକମାତ୍ର ବାବା ହିଁ ଅଟନ୍ତି । କୃଷ୍ଣଙ୍କୁ
ଭଗବାନ କୁହାଯାଇପାରିବ ନାହିଁ । ଗୀତାର ଭଗବାନ ଏକ ପତିତ-ପାବନ ପୁନର୍ଜନ୍ମ ରହିତ ଅଟନ୍ତି ।
ପ୍ରଥମେ-ପ୍ରଥମେ ଏହି କଥା ଲେଖାଇ ନିଅ । ବଡ-ବଡ ଲୋକଙ୍କ ଲେଖା ଦେଖିଲେ ବୁଝିବେ ଏହା ଠିକ୍ କଥା
ଅଟେ । କୌଣସି ସାଧାରଣ ଲୋକଙ୍କର ଲେଖା ଦେଖିଲେ କହିବେ ଯେ ବ୍ରହ୍ମାକୁମାରୀମାନେ ଏହାଙ୍କୁ ଯାଦୁ
ଲଗାଇ ଦେଇଛନ୍ତି, ସେଥିପାଇଁ ଏପରି ଲେଖିଛନ୍ତି, ବଡ ଲୋକଙ୍କ ପାଇଁ ଏଭଳି କହିବେ ନାହିଁ । ତୁମେ
କିଛି କହିଲେ କହୁଛନ୍ତି ଛୋଟ ମୁହଁରେ ବଡ କଥା କହୁଛନ୍ତି ଯେ ଭଗବାନ ଆସିଛନ୍ତି । ତେଣୁ ଏପରି
ତୁମେମାନେ କେବଳ କହିବା ଅନୁଚିତ୍ ଯେ ଭଗବାନ ଆସିଛନ୍ତି, ଏହା ଦ୍ୱାରା ତ କେହି ବୁଝିବେ ନାହିଁ ବରଂ
ଆହୁରି ଥଟ୍ଟା କରିବେ । ଏକଥା ତ ବୁଝାଇବାକୁ ହେବ ଯେ ଦୁଇଜଣ ପିତା ଅଛନ୍ତି । ପ୍ରଥମରୁ ତୁରନ୍ତ
ସିଧାସଳଖ କହିବା ଅନୁଚିତ୍ ଯେ ଭଗବାନ ଆସିଛନ୍ତି କାହିଁକି ନା ଆଜିକାଲି ଦୁନିଆରେ ନିଜକୁ ଭଗବାନ
ବୋଲାଉଥିବା ବହୁତ ହୋଇଗଲେଣି । ସମସ୍ତେ ନିଜକୁ ଭଗବାନଙ୍କର ଅବତାର ଭାବୁଥିବାରୁ କୌଶଳ କ୍ରମେ ଦୁଇ
ଜଣ ପିତାଙ୍କର ରହସ୍ୟ ବୁଝାଇବାକୁ ହେବ । ଜଣେ ହେଲେ ଲୌକିକ ପିତା ଓ ଆଉ ଜଣେ ହେଲେ ପାରଲୌକିକ ପିତା
। ବାବାଙ୍କର ନାମ ହେଉଛି ଶିବ । ସିଏ ସବୁ ଆତ୍ମମାନଙ୍କର ପିତା ତେଣୁ ନିଶ୍ଚୟ ପିଲାମାନଙ୍କୁ ବର୍ସା
ଦେବେ । ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି । ସିଏ ହିଁ ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି, ତେବେ
ନିଶ୍ଚିତ ନର୍କର ବିନାଶ ହେବ । ଏହାର ସ୍ମୃତି ମଧ୍ୟ - ଏହି ମହାଭାରତ ଲଢେଇ ରହିଛି । ବାକି କେବଳ
ଭଗବାନ ଆସିଛନ୍ତି, ଏକଥା କହିବା ଦ୍ୱାରା କେହି ବୁଝିବେ ନାହିଁ । ଡେଙ୍ଗୁରା ପିଟି ଚାଲିଛନ୍ତି ।
ଏଭଳି ଓଲଟା ସେବା କରିବା ଦ୍ୱାରା ଆହୁରି ହିଁ ସେବାରେ ଢିଲାପଣ ଆସିଯାଉଛି । ଗୋଟିଏ ପଟେ କହୁଛନ୍ତି
ଭଗବାନ ଆସିଛନ୍ତି, ଭଗବାନ ପାଠ ପଢାଉଛନ୍ତି, ପୁଣି ଯାଇ ବିବାହ କରୁଛନ୍ତି । ତେବେ ଲୋକମାନେ କହିବେ
ତୁମର ପୁଣି କ’ଣ ହେଲା । ତୁମେ ତ କହୁଥିଲ କି ଭଗବାନ ପାଠ ପଢାଉଛନ୍ତି । କହନ୍ତି ଆମେ ଯାହା
ଶୁଣିଥିଲୁ ତାହା କହିଦେଲୁ । ନିଜର ସନ୍ତାନମାନଙ୍କଠାରୁ ଅନେକ ପ୍ରକାରର ବିଘ୍ନ ମଧ୍ୟ ପଡିଥାଏ,
ଯେପରି ହିନ୍ଦୁ ଧର୍ମାବଲମ୍ବୀ ସ୍ୱତଃ ନିଜକୁ ନିଜେ ଚାପୁଡା ମାରିଛନ୍ତି ନା । ବାସ୍ତବରେ ସେମାନେ
ଦେବୀ-ଦେବତା ଧର୍ମର ଅଟନ୍ତି କିନ୍ତୁ କହିଦେଉଛନ୍ତି ଯେ ଆମେ ହିନ୍ଦୁ ଅଟୁ । ତେବେ ନିଜକୁ ଚାପୁଡା
ମାରିଛନ୍ତି ନା । ଏବେ ତୁମେ ଜାଣୁଛ ଆମେ ପୂଜ୍ୟ ଥିବା ସମୟରେ ଶ୍ରେଷ୍ଠ କର୍ମ, ଶ୍ରେଷ୍ଠ ଧର୍ମ
ଥିଲା । ଆସୁରୀ ମତରେ ଧର୍ମ ଭ୍ରଷ୍ଟ, କର୍ମଭ୍ରଷ୍ଟ ହୋଇଯାଇଛୁ । ଆସୁରୀ ମାୟାର ମତରେ ଆମେ ହିଁ
ନିଜ ଧର୍ମର ଗ୍ଳାନି କରିବା ଆରମ୍ଭ କରିଛୁ, ସେଥିପାଇଁ ବାବା ସ୍ୱୟଂ କହୁଛନ୍ତି - ତାହା ହେଉଛି
ଆସୁରୀ ସମ୍ପ୍ରଦାୟ । ଏହା ଦୈବୀ ସମ୍ପ୍ରଦାୟ, ଯାହାଙ୍କୁ ମୁଁ ରାଜଯୋଗ ଶିଖାଉଛି । ବର୍ତ୍ତମାନ
ହେଉଛି କଳିଯୁଗ । ଯିଏ ଏହି ଜ୍ଞାନ ଆସି ଶୁଣୁଛନ୍ତି, ସେ ଅସୁରରୁ ବଦଳି ଦେବତା ହେଉଛନ୍ତି । ଏହି
ଜ୍ଞାନ ଦେବତା ହେବା ପାଇଁ ଉଦ୍ଧିଷ୍ଟ । ୫ ବିକାର ଉପରେ ବିଜୟ ପ୍ରାପ୍ତ କରିଥିବାରୁ ଦେବତା
ହେଉଛନ୍ତି, ବାକି ଅସୁର ଓ ଦେବତାମାନଙ୍କର କୌଣସି ଲଢେଇ ଲାଗି ନ ଥିଲା । ଏହା ମଧ୍ୟ ଭୁଲ୍
କରିଦେଇଛନ୍ତି ପୁଣି ଦେଖାଉଛନ୍ତି, ଯାହାଙ୍କ ସପକ୍ଷରେ ସାକ୍ଷାତ୍ ଭଗବାନ ଅଛନ୍ତି ତାଙ୍କର ବିଜୟ
ହେଲା, ସେଥିରେ କୃଷ୍ଣଙ୍କର ନାମ ଦେଇଛନ୍ତି । ବାସ୍ତବରେ ତୁମର ମାୟା ସହିତ ଯୁଦ୍ଧ ହେଉଛି । ବାବା
କେତେ କଥା ବସି ବୁଝାଉଛନ୍ତି କିନ୍ତୁ ସେମାନେ ଏପରି ତମୋପ୍ରଧାନ ଅଟନ୍ତି ଯେ ବିଲ୍କୁଲ୍ ବୁଝୁ
ନାହାଁନ୍ତି । ବାବାଙ୍କୁ ୟାଦ କରିପାରୁ ନାହାଁନ୍ତି । ଜାଣୁଛନ୍ତି ଯେ ଆମର ଏପରି ତମୋପ୍ରଧାନ
ବୁଦ୍ଧି ହୋଇଯାଇଛି ତେଣୁ ୟାଦ ହିଁ ରହୁ ନାହିଁ, ସେଥିପାଇଁ ଓଲଟା କାମ କରୁଛୁ । ଭଲ-ଭଲ
ସନ୍ତାନମାନେ ମଧ୍ୟ ୟାଦ ବିଲ୍କୁଲ୍ କରୁନାହାଁନ୍ତି । ନିଜର ଲକ୍ଷଣ ସୁଧାରୁ ହିଁ ନାହାଁନ୍ତି,
ସେଥିପାଇଁ ସେବାର ଉତ୍ସାହ ଆସୁନାହିଁ । ବାବା କହୁଛନ୍ତି - ଦେହ ସହିତ ଦେହର ଯାହା ବି ସମ୍ବନ୍ଧ
ରହିଛି, ତାକୁ ମାର ଅଥବା ଭୁଲ । ବାସ୍ତବରେ ଏଥିରେ ମାରିବା କଥା ହିଁ ନାହିଁ । କହନ୍ତି ନିଜେ ମଲେ
ଦୁନିଆ ମରିଗଲା । ଏକଥା ବାବା ବସି ବୁଝାଉଛନ୍ତି । ବୁଦ୍ଧିରୁ ଭୁଲିଯିବାକୁ ହେବ ଯଦି ତୁମେ ମୋର
ହୋଇଛ, ତେଣୁ ଏ ସମସ୍ତଙ୍କୁ ଭୁଲ, କେବଳ ବାବାଙ୍କୁ ୟାଦ କର । ଯେମିତି କୌଣସି ରୋଗୀର ସୁଧୁରିବାର
ଆଶା ଦେଖା ନ ଗଲେ ତାଙ୍କଠାରୁ ମୋହ ତୁଟାଇବାକୁ ହୋଇଥାଏ । ପୁଣି ତାଙ୍କୁ କହିଥା’ନ୍ତି ରାମ-ରାମ
କୁହ, ବାବା ମଧ୍ୟ କହୁଛନ୍ତି ଏହି ଦୁନିଆରେ ଅବସ୍ଥା ବହୁତ ଆଶାହୀନ ହୋଇ ପଡିଛି । ଏହା ନିଶ୍ଚୟ
ଶେଷ ହୋଇଯିବ, ସମସ୍ତେ ମରିଯିବେ, ସେଥିପାଇଁ ଏଥିରୁ ମୋହ ତୁଟାଅ । ସେମାନେ ତ ରାମ-ରାମର ଅନବରତ
ଜପ କରିଥା’ନ୍ତି । ଏଠାରେ ତ ଜଣଙ୍କର କଥା ନୁହେଁ । ସାରା ଦୁନିଆ ବିନାଶ ହେବ, ସେଥିପାଇଁ ତୁମକୁ
ଏକମାତ୍ର ମନ୍ତ୍ର ଦେଉଛି ମୋତେ ମନେ ପକାଅ । ଭିନ୍ନ ଭିନ୍ନ ପ୍ରକାରେ କେତେ ବୁଝାଉଛନ୍ତି । ଏବେ
ପୁରୁଷୋତ୍ତମ ମାସ ଆସିଥିବାରୁ ପୁରୁଷୋତ୍ତମ ଯୁଗ ବିଷୟରେ ମଧ୍ୟ ବୁଝାଇ ଚାଲିଛନ୍ତି । ବୁଝାଇବା
ପାଇଁ ବହୁତ ହୋସିଆର ହେବା ଦରକାର, ଧାରଣା ଭଲ ହେବା ଉଚିତ୍ । କୌଣସି ପାପ କର୍ମ କରିବା ଅନୁଚିତ୍
। ନ ପଚାରି କୌଣସି ଜିନିଷ ଉଠାଇବା, ଖାଇବା ଏହା ମଧ୍ୟ ବହୁତ ଗୁପ୍ତ ପାପ ଅଟେ । କାଇଦା ବହୁତ କଡା
ଅଟେ, ପାପ କରି ମଧ୍ୟ କହୁ ନାହାଁନ୍ତି, ପୁଣି ପାପ ବୃଦ୍ଧି ହୋଇ ଚାଲୁଛି । ଏଠାରେ ତ ତୁମ
ସନ୍ତାନମାନଙ୍କୁ ପୁଣ୍ୟ ଆତ୍ମା ହେବାକୁ ପଡିବ । ଆମର ପୁଣ୍ୟ ଆତ୍ମା ପ୍ରତି ସ୍ନେହ ଓ ପାପ ଆତ୍ମା
ପ୍ରତି ବିରୋଧୀ ଭାବନା ରହିଛି । ଭକ୍ତିମାର୍ଗରେ ମଧ୍ୟ ଜାଣିଥା’ନ୍ତି ଯେ ଭଲ କର୍ମ କରିବା ଦ୍ୱାରା
ଭଲ ଫଳ ମିଳିବ ସେଥିପାଇଁ ଦାନ-ପୁଣ୍ୟ ଆଦି ଭଲ କର୍ମ କରିଥାନ୍ତି ନା । ଏହା ହେଉଛି ଡ୍ରାମା ତଥାପି
ମଧ୍ୟ କହୁଛନ୍ତି ଭଗବାନ ଭଲ କର୍ମର ଭଲ ଫଳ ଦେଇଥାନ୍ତି । ବାବା କହୁଛନ୍ତି - ମୁଁ କ’ଣ କେବଳ ବସି
ଏହି ଧନ୍ଦା କରୁଛି । ଏସବୁ ତ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଡ୍ରାମା ଅନୁସାରେ ବାବାଙ୍କୁ
ନିଶ୍ଚୟ ଆସିବାକୁ ପଡିବ ।
ବାବା କହୁଛନ୍ତି - ମୋତେ
ଆସି ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ । ବାକି ଏଥିରେ କୃପା ଆଦିର କୌଣସି କଥା ହିଁ ନାହିଁ ।
କେହି-କେହି ଲେଖୁଛନ୍ତି ବାବା ଆପଣଙ୍କର କୃପା ହେଲେ ଆମେ ଆପଣଙ୍କୁ କେବେହେଲେ ଭୁଲିବୁ ନାହିଁ ।
ବାବା କହୁଛନ୍ତି - ମୁଁ କେବେହେଲେ କୃପା ଆଦି କରୁନାହିଁ, ଏହା ତ ଭକ୍ତିମାର୍ଗର କଥା । ତୁମକୁ
ନିଜ ଉପରେ କୃପା କରିବାକୁ ହେବ । ବାବାଙ୍କୁ ୟାଦ କଲେ ବିକର୍ମ ବିନାଶ ହେବ । ଭକ୍ତିମାର୍ଗର କଥା
ଜ୍ଞାନମାର୍ଗରେ ହୁଏ ନାହିଁ । ଜ୍ଞାନମାର୍ଗ ହେଉଛି ପାଠପଢା । ଶିକ୍ଷକ କ’ଣ କାହା ଉପରେ କୃପା
କରିବେ । ପ୍ରତ୍ୟେକଙ୍କୁ ପାଠ ପଢିବାକୁ ହେବ । ବାବା ଶ୍ରୀମତ ଦେଉଛନ୍ତି ସେହି ଅନୁସାରେ ଚାଲିବାକୁ
ହେବ । କିନ୍ତୁ ନିଜ ମତରେ ଚାଲିବା କାରଣରୁ କିଛି ହେଲେ ବି ସେବା କରୁନାହାଁନ୍ତି । ପିଲାମାନଙ୍କୁ
ବିଲ୍କୁଲ୍ ପୁଣ୍ୟ ଆତ୍ମା ହେବାକୁ ପଡିବ । ଟିକିଏ ହେଲେ ବି କୌଣସି ପାପ ନ ହେଉ । କେତେକ ସନ୍ତାନ
ନିଜର ପାପ କେବେ ହେଲେ କହି ନ ଥା’ନ୍ତି । ବାବା ମଧ୍ୟ କହୁଛନ୍ତି ସେମାନେ କେବେହେଲେ ଉଚ୍ଚ ପଦ
ପାଇବେ ନାହିଁ । ଗାୟନ ରହିଛି ଚଢିଲେ ଚାଖିବ... ପିଲାମାନେ ଜାଣିଛନ୍ତି ବହୁତ ଉଚ୍ଚପଦ ରହିଛି ।
ତଳକୁ ଖସିଗଲେ କୌଣସି କାମର ରହୁ ନାହାଁନ୍ତି । ଅଶୁଦ୍ଧ ଅହଂକାର ହେଉଛି ପ୍ରଥମ ନମ୍ବର, ପୁଣି କାମ,
କ୍ରୋଧ, ଲୋଭ, ମୋହ ମଧ୍ୟ କମ୍ ନୁହେଁ । ଲୋଭ, ମୋହ ମଧ୍ୟ ସତ୍ୟାନାଶ କରିଦେଇଥାଏ । ପିଲାଙ୍କଠାରେ
ମୋହ ଥିଲେ ସେମାନେ ମନେ ପଡିଥା’ନ୍ତି । ଆତ୍ମା ତ କହୁଛି - ମୋର ତ ଏକମାତ୍ର ଜଣେ ଶିବବାବା,
ଦ୍ୱିତୀୟ କେହି ନାହିଁ ଆଉ କେହି ବି ମନେ ନ ପଡନ୍ତୁ - ଏହିପରି ପୁରୁଷାର୍ଥ କରିବାକୁ ହେବ । ଏସବୁ
ତ ବିନାଶ ହୋଇଯିବ । ବିନାଶ ସମ୍ମୁଖରେ ରହିଛି, ବର୍ସା ତ ନେଇ ପାରିବ ନାହିଁ, ଏଥିରେ କ’ଣ ମୋହ
ରଖିବ । ଏହିପରି ନିଜ ସହିତ କଥା ହେବା ଉଚିତ୍ । ସାରା ଦୁନିଆକୁ ବୁଦ୍ଧିରୁ ଭୁଲିବାକୁ ହେବ । ଏସବୁ
କିଛି ବିନାଶ ହୋଇ ହିଁ ଯିବ । ଏପରି ତୋଫାନ ଆସିବ ଯେ ଏକଦମ୍ ବିନାଶ ହୋଇଯିବ । କେଉଁଠି ନିଆଁ
ଲାଗିଲେ ଯଦି ଜୋରରେ ପବନ ହେବେ ତେବେ ତୁରନ୍ତ ସବୁ କିଛି ନଷ୍ଟ କରିଦେଇଥାଏ । ଅଧ ଘଣ୍ଟାରେ
୧୦୦-୧୫୦ କୁଡିଆ ଘର ନଷ୍ଟ କରିଦେଇଥାଏ । ତୁମେ ଜାଣିଛ ଯେ ସାରା ଦୁନିଆରେ ନିଆଁ ଲାଗିବ, ନଚେତ୍
ଏତେ ସବୁ ମନୁଷ୍ୟମାନେ କିପରି ମରିବେ । ଭଲ ସନ୍ତାନମାନଙ୍କର ଲକ୍ଷଣ ଭଲ, ସେମାନେ ସେବା ମଧ୍ୟ ଭଲ
କରିଥାନ୍ତି । ତୁମର ନିଶା ରହିବା ଉଚିତ୍ । ସମ୍ପୂର୍ଣ୍ଣ ନିଶା ତ ଅନ୍ତ ସମୟରେ ରହିବ, ଯେବେ
କର୍ମାତୀତ ଅବସ୍ଥା ହେବ, ତଥାପି ବି ପୁରୁଷାର୍ଥ କରିଚାଲୁଛନ୍ତି । ବନାରସରେ ଶିବଙ୍କର ମନ୍ଦିରକୁ
ତ ବହୁତ ଯାଇଥାନ୍ତି କାହିଁକି ନା ସିଏ ହେଉଛନ୍ତି ସର୍ବୋଚ୍ଚ ଭଗବାନ । ସେଠାରେ ଶିବଙ୍କର ଭକ୍ତି
ବହୁତ କରିଥା’ନ୍ତି । ବାବା କହିଚାଲିଛନ୍ତି ସେଠାକୁ ଯାଇ ତାଙ୍କୁ ବୁଝାଅ । ଏହି ଶିବ ଭଗବାନ
ଲକ୍ଷ୍ମୀ-ନାରାୟଣଙ୍କୁ ଏହି ବର୍ସା ଦେଇଥା’ନ୍ତି । ସଂଗମରେ ହିଁ ଏହି ବର୍ସା ତାଙ୍କୁ ମିଳିଛି ।
ଏକଥା ବୁଝାଇବା ପରେ ପୁଣି ବ୍ରହ୍ମା-ସରସ୍ୱତୀଙ୍କର କଥା ଆସୁଛି । ଚିତ୍ର ଉପରେ ବହୁତ ସ୍ପଷ୍ଟ
ଭାବରେ ବୁଝାଇପାରିବ । ଏହାଙ୍କୁ ଏହି ରାଜ୍ୟ କିପରି ମିଳିଲା । ଏହି ଲକ୍ଷ୍ମୀ-ନାରାୟଣଙ୍କର
ରାଜ୍ୟରେ ଭକ୍ତିମାର୍ଗ ହିଁ ନ ଥିଲା । କହନ୍ତି ଭକ୍ତି ତ ଅନାଦି ହିଁ ଅଟେ । ଏବେ ତୁମକୁ କେତେ
ଜ୍ଞାନ ମିଳୁଛି, ତେଣୁ ନିଶା ଚଢିବା ଦରକାର ନା । ଆମକୁ ଭଗବାନ ପାଠ ପଢାଉଛନ୍ତି, ୨୧ ଜନ୍ମର
ରାଜ୍ୟ-ଭାଗ୍ୟ ଦେବା ପାଇଁ । ତୁମେମାନେ ଛାତ୍ର ଅଟ ନା । ଯାହାର ନିଶ୍ଚୟ ଥିବ କହିବେ ଏହି
ବ୍ରହ୍ମାକୁମାରୀମାନେ ଯାହାଙ୍କ ଦ୍ୱାରା ଶୁଣି ଆମକୁ ନିଶ୍ଚୟ କରାଉଛନ୍ତି, ସେ ନିଜେ କିପରି
ହୋଇଥିବେ । ଏପରି ବାବାଙ୍କ ସହିତ ପ୍ରଥମେ ମିଶିବା ଉଚିତ୍ । ଯେ ପର୍ଯ୍ୟନ୍ତ ପୂରା ନିଶ୍ଚୟ ନ
ହୋଇଛି ଆଗକୁ ବଢିବେ ନାହିଁ । ନିଶ୍ଚୟ ଥିଲେ ତୁରନ୍ତ ଆସିବେ । ଏପରି ବାବାଙ୍କ ସହିତ ଆମେ ଯାଇ
ମିଶିବୁ, ଛାଡିବୁ ନାହିଁ । ବାସ୍ ବାବା ଆମେ ତ ଆପଣଙ୍କର ହୋଇଗଲୁ, ଆମେ ଯିବୁ ନାହିଁ । ଗୀତ ମଧ୍ୟ
ରହିଛି ନା ସ୍ନେହ କର ଅଥବା ଠୋକର ମାର । ଏହି ସ୍ନେହୀ ତୁମ ଦ୍ୱାର ଛାଡିବ ନାହିଁ । ତଥାପି ବି
ସମସ୍ତଙ୍କୁ ତ ମଧୁବନରେ ରଖାଯାଇ ପାରିବ ନାହିଁ । ସେବାରେ ପଠାଇବାକୁ ପଡୁଛି । ଘର ସଂସାରରେ ରହି
ପଦ୍ମଫୁଲ ସମାନ ହେବାକୁ ପଡିବ । ଏହିପରି ଲେଖିକରି ମଧ୍ୟ ଦେଉଛନ୍ତି ପୁଣି ବାହାରକୁ ଗଲେ ମାୟାର
ଚକ୍ରରେ ପଡିଯାଉଛନ୍ତି । ମାୟା ଏତେ ପ୍ରବଳ ଅଟେ । ମାୟାର ବହୁତ ବିଘ୍ନ ପଡୁଛି । ଛୋଟିଆ ଦୀପଟି
ପ୍ରତି ମାୟାର କେତେ ତୋଫାନ ଆସିଥାଏ । ଏହି ଗୀତର ମଧ୍ୟ ସାରାଂଶ ବାବା ଆସି ବୁଝାଉଛନ୍ତି । ଏବେ
ତୁମମାନଙ୍କର ପୁରୁଷୋତ୍ତମ ଯୁଗ ଚାଲୁଛି । ଭକ୍ତମାନଙ୍କର ପୁରୁଷୋତ୍ତମ ମାସ ଚାଲିଗଲା । ବାବା
କହୁଛନ୍ତି - ଏହି ସଂଗମଯୁଗରେ ହିଁ ମୁଁ ଆସୁଛି, ପତିତଙ୍କୁ ପାବନ କରିବା ପାଇଁ । କେତେ ସୁନ୍ଦର
ଭାବରେ ବୁଝାଯାଉଛି ।
ଆଚ୍ଛା - ଦିନକୁ ଦିନ
ସେବାର ବୃଦ୍ଧି ପାଇଁ ନୁଆ-ନୂଆ ଉପାୟମାନ ବାହାରି ଚାଲିବ । ଭଲ-ଭଲ ଚିତ୍ର ତିଆରି କରିଚାଲିବେ ।
କହନ୍ତି ନା - ଧୀର ପାଣି ପଥର କାଟେ । ପ୍ରସ୍ତୁତି ଜିନିଷ ମିଳୁଛି, ଯାହା ଦ୍ୱାରା ତୁରନ୍ତ କେହି
ବୁଝିଯିବେ । ସିଡିର ଚିତ୍ର ବହୁତ ଭଲ । ବର୍ତ୍ତମାନ ସମୟରେ କେହି ଏକଥା କହିପାରିବେ ନାହିଁ ଯେ ଆମେ
ପାବନ ଅଟୁ । ପାବନ ଦୁନିଆ ସତ୍ୟଯୁଗକୁ ହିଁ କୁହାଯାଉଛି । ପବିତ୍ର ଦୁନିଆର ମାଲିକ ଏହି
ଲକ୍ଷ୍ମୀ-ନାରାୟଣ ଅଟନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ତୁମ ଦ୍ୱାରା
ତିଳେ ମାତ୍ର କୌଣସି ବଡ ଅଥବା ସୂକ୍ଷ୍ମ ପାପ ନ ହେଉ, ସେଥିପ୍ରତି ବହୁତ-ବହୁତ ଧ୍ୟାନ ଦେବାକୁ ହେବ
। କେବେ କୌଣସି ଜିନିଷ ଲୁଚାଇ କରି ନେବା ଅନୁଚିତ୍ । ଲୋଭ ମୋହ ପ୍ରତି ମଧ୍ୟ ସାବଧାନ ରହିବାକୁ
ହେବ ।
(୨) ଅଶୁଦ୍ଧ ଅହଂକାର
ଯାହାକି ସତ୍ୟାନାଶ କରିଥାଏ, ତାକୁ ତ୍ୟାଗ କରିବାକୁ ହେବ । କେବଳ ଏକ ବାବାଙ୍କ ବିନା ଅନ୍ୟ କେହି
ବି ମନେ ନ ପଡନ୍ତୁ, ଏହିଭଳି ପୁରୁଷାର୍ଥ କରିବାକୁ ହେବ ।
ବରଦାନ:-
ଦୈହିକ ଚେତନାକୁ
ଅର୍ପଣ କରି ସମର୍ପଣ ହେଉଥିବା ଯୋଗଯୁକ୍ତ, ବନ୍ଧନମୁକ୍ତ ଭବ ।
ଯେଉଁମାନେ ଦେହର ରଚନାକୁ
ଅଭିମାନକୁ ଅର୍ପଣ କରି ଦିଅନ୍ତି ସେମାନଙ୍କର ପ୍ରତ୍ୟେକ କର୍ମ ଦର୍ପଣ ଭଳି ହୋଇଯାଏ । ଯେପରି କୌଣସି
ଜିନିଷକୁ ଯେତେବେଳେ ଅର୍ପଣ କରିଦିଅନ୍ତି, ସେତେବେଳେ ସେହି ଜିନିଷକୁ ଆଉ ନିଜର ଭାବନ୍ତି ନାହିଁ ।
ସେହିପରି ଦୈହିକ ଚେତନାକୁ ମଧ୍ୟ ଅର୍ପଣ କରିଦେବା ଦ୍ୱାରା ସେଥିରୁ ଯେତେବେଳେ ଆପଣାର ପଣିଆ
ସମାପ୍ତ ହୋଇଯାଏ, ସେତେବେଳେ ତା’ପ୍ରତି ଆକର୍ଷଣ ମଧ୍ୟ ସମାପ୍ତ ହୋଇଯାଏ । ସେହିମାନଙ୍କୁ ହିଁ
ସମ୍ପୂର୍ଣ୍ଣ ସମର୍ପଣ କୁହାଯାଏ । ଏହିପରି ସମର୍ପଣ ହେଉଥିବା ଆତ୍ମାମାନେ ସର୍ବଦା ଯୋଗଯୁକ୍ତ ଏବଂ
ବନ୍ଧନମୁକ୍ତ ହୋଇଥାଆନ୍ତି । ସେମାନଙ୍କର ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ କର୍ମ ଯୁକ୍ତିଯୁକ୍ତ
ହୋଇଥାଏ ।
ସ୍ଲୋଗାନ:-
ସର୍ବ
ସର୍ବଶକ୍ତିମାନ ବାବାଙ୍କୁ ନିଜର ସାଥୀ କରିଦେବ, ତେବେ ସଫଳତା ତୁମର ପାଦ ତଳକୁ ଆସିଯିବ ।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।
ନିଜକୁ ସର୍ବଦା ଦାତା
ଅଥବା ମହାଦାନୀ ଭାବିବାକୁ ହେବ । ପ୍ରଥମେ ମହାଜ୍ଞାନୀ ହେବା ପରେ ମହାଦାନୀର କର୍ତ୍ତବ୍ୟ ହୋଇଥାଏ
। କାରଣ ମହାଜ୍ଞାନୀର ଲକ୍ଷଣ ମହାଦାନୀ ହେବାରୁ ହିଁ ଜଣା ପଡିଥାଏ । ଏବେ ତୁମମାନଙ୍କର ମୂରତରେ
ଏହିଭଳି ଝଲକ ଦେଖାଯିବା ଦରକାର ଯାହାଦ୍ୱାରା କେହି ବି ନିଜର ସମ୍ପତ୍ତି ନେବାରୁ ବଞ୍ଚିତ ହେବେ
ନାହିଁ । ଏହିଭଳି ନିଜକୁ ଦାତାଙ୍କର ସନ୍ତାନ ଦାତା ମନେ କରିବାକୁ ହେବ । ଦାତାମାନଙ୍କ ଭିତରେ ଯେଉଁ
ଭଳି ଫଲକ ଅର୍ଥାତ୍ ନିଶା ଏବଂ ଝଲକ ଅର୍ଥାତ୍ ଚମକ ରହିଥାଏ, ଏବେ ସେହିଭଳି ସଂସ୍କାରଗୁଡିକୁ
ଜାଗ୍ରତ କର ।