17.11.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ମୁଁ
ତୁମମାନଙ୍କ ପାଇଁ ସ୍ୱର୍ଗ ଦୁନିଆ ହାତରେ ଧରି ଆସିଛି, ତୁମେମାନେ ମୋତେ ମନେ ପକାଅ ତେବେ ସ୍ୱର୍ଗର
ରାଜତ୍ୱ ମିଳିଯିବ ।”
ପ୍ରଶ୍ନ:-
ଅବିନାଶୀ ଖୁସି
କେଉଁ ପିଲାମାନଙ୍କ ଭିତରେ ନିରନ୍ତର ରହିପାରିବ?
ଉତ୍ତର:-
ଯେଉଁମାନେ ବେହଦର ସନ୍ନ୍ୟାସ କରିଛନ୍ତି, ଅନ୍ୟ ସବୁ ସଙ୍ଗ ତୁଟାଇ ଜଣଙ୍କ ସହିତ ସମ୍ବନ୍ଧ
ଯୋଡିଛନ୍ତି, ସେହିମାନେ ହିଁ ନିରନ୍ତର ଖୁସିରେ ରହିପାରିବେ । (୨) ଯିଏ ପିତାଙ୍କୁ ଅନୁକରଣ
କରୁଛନ୍ତି, ଯାହାଙ୍କ ଭିତରେ ସେବାର ସଉକ ରହିଛି ତାଙ୍କର ଖୁସି କେବେ ହଜି ଯାଇପାରିବ ନାହିଁ ।
ଗୀତ:-
ଛୋଡ ଭି ଦେ
ଆକାଶ ସିଂହାସନ....
ଓମ୍ ଶାନ୍ତି ।
ମଧୁର ଆତ୍ମିକ
ସନ୍ତାନଗଣ ଗୀତ ଶୁଣିଲେ । ଏକଥା କିଏ କହୁଛନ୍ତି? ବାବା ପିଲାମାନଙ୍କୁ କହୁଛନ୍ତି ଯେ ଗୀତ ଶୁଣିଲ?
ଯେତେବେଳେ ଅତି ଦୁଃଖ ହୋଇଥାଏ ସେତେବେଳେ ହିଁ ବାବାଙ୍କୁ ଡାକିଥା’ନ୍ତି । ପିଲାମାନେ ଜାଣିଛନ୍ତି
ଯେ ବାବା ହିଁ ସୁଖଧାମ ବା ପାବନ ଦୁନିଆ ରଚନା କରୁଛନ୍ତି ଅଥବା ଭଗବାନ ଭଗବତୀଙ୍କର ରାଜ୍ୟ ସ୍ଥାପନ
କରୁଛନ୍ତି । ଭଗବାନ ଏବଂ ଭଗବତୀ ଯେପରି ସ୍ୱର୍ଗର ମାଲିକ ଅଟନ୍ତି । ତୁମେମାନେ ଦେଖୁଛ ଯେ
ଲକ୍ଷ୍ମୀ-ନାରାୟଣ କେତେ ଧନବାନ୍ ଥିଲେ, ତାଙ୍କର କେତେ ବଡ ରାଜଧାନୀ ଥିଲା । ସେମାନଙ୍କର
ରାଜଧାନୀରେ କେବେ କୌଣସି ଉପଦ୍ରବ ହେଉ ନ ଥିଲା । ବାବା ପିଲାମାନଙ୍କୁ ଏହିପରି ସୁନ୍ଦର ବର୍ସା
ଦେଉଛନ୍ତି ତେଣୁ ପିଲାମାନେ କେତେ ଖୁସିରେ ରହିବା ଉଚିତ୍ । କିନ୍ତୁ ପୁରୁଷାର୍ଥର କ୍ରମଅନୁସାରେ ତ
ଖୁସିରେ ରହିବେ । କେହି-କେହି ତ ସମ୍ପୂର୍ଣ୍ଣ ଜ୍ଞାନ ଧାରଣ ନ କରିବା ଯୋଗୁଁ ନା ଲୌକିକରେ ଖୁସିରେ
ରହୁଛନ୍ତି ନା ଅଲୌକିକ ଜୀବନରେ ଖୁସିରେ ରହୁଛନ୍ତି । ସେମାନଙ୍କୁ କୁହାଯାଏ ଦୁଇ କୂଳରୁ ଗଲେ
କାହିଁକି ନା ବାବାଙ୍କଠାରୁ ବର୍ସା ନେଉ ନେଉ ଉନ୍ନତି ବଦଳରେ ଅବନତି କରୁଛନ୍ତି । ଦୁନିଆରେ ଏକଥା
କେହି ଜାଣିନାହାଁନ୍ତି ଯେ ଭଗବାନ ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି କାହିଁକି ନା ସିଏ ଗୁପ୍ତ
ରୂପରେ ଆସୁଛନ୍ତି । କହୁଛନ୍ତି ନିଶ୍ଚୟ ଭଗବାନ ଏହି ସମୟରେ ଆସିବା ଦରକାର କାହିଁକି ନା ସମସ୍ତେ
ଘୋର ଅନ୍ଧକାରରେ ଅଛନ୍ତି । ରାତ୍ରି ୧୨ଟା ବାଜିଲେ ଘୋର ଅନ୍ଧକାର କୁହାଯାଇଥାଏ । ରାତିରେ ଘୋର
ଅନ୍ଧକାର, ଦିନରେ ଘୋର ଆଲୋକ ହୋଇଥାଏ । ପିଲାମାନେ ଜାଣିଛନ୍ତି ଯେ ଏବେ ଭକ୍ତିମାର୍ଗର ରାତ୍ରି
ଶେଷ ହେଉଛି, ଯେଉଁଥିରେ ଦୁଃଖ ହିଁ ଦୁଃଖ ରହିଛି । ମନୁଷ୍ୟମାନେ ଭାବୁଛନ୍ତି ଯେ ଭକ୍ତି ପରେ
ଭଗବାନ ମିଳିଥା’ନ୍ତି । ତୁମେମାନେ ଜାଣିଛ ଯେ - ବାବା ହିଁ ଆସି ଆମ ସମସ୍ତଙ୍କର ସଦ୍ଗତି
କରୁଛନ୍ତି । ତୁମ ସନ୍ତାନମାନଙ୍କ ଭିତରେ ବି କ୍ରମାନୁସାରେ ନିଶ୍ଚୟ ଅଛନ୍ତି । କାହା କାହାର ତ
ଖୁସିର ନିଶା ଚଢି ରହିଥାଏ । ଖୁସୀରେ ମେହନତ ମଧ୍ୟ କରିଥା’ନ୍ତି । ସେମାନଙ୍କର ସେବାର ସଉକ
ରହିଥାଏ ଯେ କାହାକୁ ଯାଇ ବୁଝାଇବୁ, ସେଥିପାଇଁ ବାବା ପ୍ରଦର୍ଶନୀ, ମେଳାର ମଧ୍ୟ ବ୍ୟବସ୍ଥା
କରୁଛନ୍ତି ଯେ ଅନ୍ୟମାନଙ୍କୁ ବୁଝାଇବା ଦ୍ୱାରା ଖୁସିର ନିଶା ଚଢିଯିବ । ଏଠାରେ ଯାହାଙ୍କ ପାଖରେ
ଧନ ଅଛି ସିଏ ଭାବୁଛନ୍ତି ଯେ ଆମେ ସ୍ୱର୍ଗରେ ବସିଛୁ । ସେମାନଙ୍କ ପାଇଁ ଜ୍ଞାନ ଧାରଣ କରିବା
ମୁସକିଲ୍ ଅଟେ । ସେଥିପାଇଁ ଗାୟନ ରହିଛି କୋଟିକରେ ଗୋଟିଏ ହିଁ ଏତେ ବୁଦ୍ଧିମାନ ହୋଇ ବାବାଙ୍କ
ବର୍ସାର ଅଧିକାରୀ ହୋଇଥାନ୍ତି । ଫଲୋ ଫାଦର ଅର୍ଥାତ୍ ବାବାଙ୍କୁ ଅନୁକରଣ କରିବାର ଗାୟନ ରହିଛି ।
ତେଣୁ ବାବାଙ୍କର ଶ୍ରୀମତ ପାଳନ କରିବାକୁ ପଡିବ । ଯେଉଁମାନେ ଭଲ ଭାବରେ ଶ୍ରୀମତ ଆଧାରରେ
ଚାଲୁଛନ୍ତି ସେମାନଙ୍କୁ ଅନୁସରଣ କରିବା ଦରକାର । ଯେପରି ଏହି ବ୍ରହ୍ମାବାବା ଭଲ ଭାବରେ ଚାଲୁଛନ୍ତି
। ଲୌକିକ ସନ୍ତାନ ଆଜ୍ଞା ଅନୁସାରେ ନ ଚାଲିବାରୁ ବ୍ରହ୍ମାବାବା ତାଙ୍କୁ କହିଦେଲେ ତୁମେ ନିଜର
ରାସ୍ତା ଦେଖ । ରାବଣର ମତରେ ଚାଲିଲାବାଲା ଏବଂ ରାମଙ୍କର ମତରେ ଚାଲିଲାବାଲା ଏକତ୍ର ରହିପାରିବେ
ନାହିଁ ।
ତୁମେ ସନ୍ତାନମାନେ
ବୁଝୁଛ ଯେ ଭାରତରେ ହିଁ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା । ସେମାନେ ୮୪ ଜନ୍ମ ନେଇ ପତିତ
ହୋଇଯାଇଛନ୍ତି, ସେଥିପାଇଁ ଡାକୁଛନ୍ତି ହେ ପତିତ-ପାବନ ଆସ । ଏବେ ତୁମେ ସନ୍ତାନମାନେ ଜାଣୁଛ ଯେ
ବାକି ଅଳ୍ପ ଦିନ ଅଛି । ଦୈବୀ ରାଜଧାନୀ ସ୍ଥାପନ କରିବାରେ ସମୟ ତ ଲାଗିଥାଏ । ଏହା ହେଉଛି ଗୁପ୍ତ
। ଏଥିରେ ଲଢେଇର କୌଣସି କଥା ନାହିଁ । ଏମିତି ନୁହେଁ ଯେ ଯୁଦ୍ଧ କରି କାହାଠାରୁ ରାଜ୍ୟ ନେଉଛନ୍ତି
। ନାଁ, ଏଠାରେ ତ ବାବା ଆସି ରାଜାମାନଙ୍କର ରାଜା କରୁଛନ୍ତି । ଯେଉଁ ବାବାଙ୍କୁ ତୁମେ ୟାଦ
କରୁଥିଲ ଯେ ହେ ଦୁଃଖହର୍ତ୍ତା ସୁଖକର୍ତ୍ତା ଆସ । ସନ୍ନ୍ୟାସୀ ଗୁରୁମାନେ କ’ଣ ଦୁଃଖହର୍ତ୍ତା
ହୋଇପାରିବେ? ସେମାନଙ୍କର ହଦର ସନ୍ନ୍ୟାସ । ତୁମମାନଙ୍କର ହେଉଛି ବେହଦର ସନ୍ନ୍ୟାସ । ଏଥିରେ
ବେହଦର ଖୁସି ରହିଥାଏ । ଏହି ଲକ୍ଷ୍ମୀ-ନାରାୟଣ ଭଗବତୀ-ଭଗବାନଙ୍କର ମଧ୍ୟ ବେହଦର ଖୁସି ରହିଛି ନା
। ପତିତ ମନୁଷ୍ୟମାନଙ୍କୁ ତ ଯାହା ଆସିଲା ତାହା କହିଦେଉଛନ୍ତି । ତୁମେମାନେ ତ ଗୋଟିଏ-ଗୋଟିଏ
ଅକ୍ଷର ଅର୍ଥ ସହିତ କହୁଛ । ନୂଆ ଦୁନିଆରେ ଗୋଟିଏ ହିଁ ଧର୍ମ ରହିବ । ତା’ର କାହା ସହିତ ବି ତୁଳନା
କରାଯାଇ ପାରିବ ନାହିଁ । ପୁରୁଣା ଦୁନିଆରେ ତୁଳନା କରାଯାଇଥାଏ । ନୂଆ ଦୁନିଆରେ ଏକଥା ଜାଣି ନ
ଥାନ୍ତି ଯେ ପୁରୁଣା ଦୁନିଆରେ କ’ଣ ହେବ । ସେଠାରେ ସବୁ କିଛି ଭୁଲିଯାଇଥାନ୍ତି । ଏଠାରେ ତୁମକୁ
ସବୁ କିଛି ବତାଇ ଦିଆଯାଉଛି ଯେ ନୂଆ ଦୁନିଆ କେବେ ସ୍ଥାପନ ହେବ! ପୁରୁଣା ଦୁନିଆ କେବେ ବିନାଶ ହେବ!
ତୁମ ପାଖରେ ସବୁ ଜ୍ଞାନ ରହିଛି । ଏବେ ତୁମମାନଙ୍କୁ ସ୍ୱର୍ଗ ସ୍ଥାପନା କରିଲାବାଲା ବାବା
ମିଳିଛନ୍ତି । ତେଣୁ ତାଙ୍କଠାରୁ ଭଲ ଭାବରେ ବର୍ସା ନେବା ଦରକାର । ବର୍ସା ମଧ୍ୟ ସେହିମାନଙ୍କୁ
ମିଳିବ ଯେଉଁମାନେ କଳ୍ପ ପୂର୍ବରୁ ଭଲ ଭାବରେ ପୁରୁଷାର୍ଥ କରିଥିଲେ । ସେମାନଙ୍କ ମଧ୍ୟରେ ବି
କ୍ରମାନୁସାରେ ରହିଛନ୍ତି । ଏହା ହେଉଛି କଣ୍ଟାର ଦୁନିଆ । ପ୍ରଥମ ନମ୍ବର କଣ୍ଟା ତ ସମସ୍ତଙ୍କ
ଭିତରେ ହିଁ ରହିଛି । ପୁରୁଣା ଦୁନିଆ ବିକାରୀ, ନୂଆ ଦୁନିଆ ନିର୍ବିକାରୀ ହୋଇଥାଏ । ସ୍ୱର୍ଗ
କାହାକୁ କୁହାଯାଏ, ଏକଥା ବି କେହି ଜାଣିନାହାଁନ୍ତି । ଏହିପରି ଭାବେ ହିଁ କହିଦେଇଥାନ୍ତି ଯେ
ଅମୁକ ସ୍ୱର୍ଗବାସୀ ହେଲା । ଏଠାରେ ସ୍ୱର୍ଗ କେଉଁଠି ଅଛି ଯେ ସ୍ୱର୍ଗବାସୀ ହେଲେ ।
ତୁମେମାନେ ଜାଣିଛ ଯେ
ସ୍ୱର୍ଗ ମଧ୍ୟ ଏହି ଭାରତରେ ଥିଲା । ନର୍କ ବି ଭାରତରେ ଅଛି । ତେବେ ଏହି କଥାକୁ ଧରି କହୁଛନ୍ତି
ଯେ ସ୍ୱର୍ଗ ନର୍କ ଏହିଠାରେ ହିଁ ଅଛି । ଯାହାଙ୍କ ପାଖରେ ବହୁତ ଧନ ଅଛି ସିଏ ସ୍ୱର୍ଗରେ ଅଛନ୍ତି ।
କିନ୍ତୁ ଏହିପରି ନୁହେଁ । ଭାରତ ଯେବେ ନୂଆ ଥିଲା ତେବେ ସତ୍ୟଯୁଗ ଥିଲା, ଯାହାକୁ ସ୍ୱର୍ଗ
କୁହାଯାଇଥାଏ । ଏବେ ଏହା ପତିତ ଦୁନିଆ ନର୍କ ଅଟେ । ଦୁନିଆ ତ ଗୋଟିଏ ହିଁ ଅଟେ । ନୂଆ ଦୁନିଆରେ
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ପୁରୁଣା ଦୁନିଆରେ ରାବଣର ରାଜ୍ୟ ରହିଛି । ଭଗବାନୁବାଚ,
ମୁଁ ତୁମମାନଙ୍କୁ ୮୪ ଜନ୍ମର ରହସ୍ୟ ବତାଉଛି । ଏହି ରାଜଯୋଗ ଦ୍ୱାରା ତୁମକୁ ରାଜାମାନଙ୍କର ରାଜା
ସ୍ୱର୍ଗର ମାଲିକ କରୁଛି । ତେବେ ନର୍କର ନିଶ୍ଚୟ ବିନାଶ ହେବା ଦରକାର । ଶାସ୍ତ୍ର ଗୁଡିକରେ
କୃଷ୍ଣଙ୍କର ନାମ ଲେଖି ଲଢେଇ ଆଦି ଦେଖାଇ ଦେଇଛନ୍ତି । ପାଣ୍ଡବମାନଙ୍କର ତ କୌଣସି ସେନା ନାହିଁ ।
ଆଜିକାଲି କନ୍ୟା, ମାତାମାନଙ୍କର ଦଳ ଗଢି ସେମାନଙ୍କୁ ବନ୍ଧୁକ ଚାଳନା ଆଦି ଶିଖାଉଛନ୍ତି । ଏଠାରେ
ତୁମ ହାତରେ ବନ୍ଧୁକ ଆଦି କିଛି ନାହିଁ । ସେମାନଙ୍କୁ କ’ଣ ଜଣା ଯେ ଶିବଶକ୍ତି ସେନା କିଏ? ଶିବବାବା
ତ କେବେ ହିଂସା କରାଇପାରିବେ ନାହିଁ । ଏଠାରେ ଲଢେଇର କୌଣସି କଥା ହିଁ ନାହିଁ । ତୁମେମାନେ ଜାଣିଛ
ଯେ ଏହା ଶିବବାବାଙ୍କର ରୁହାନୀ ସେନା ଅଟେ । ଶିବବାବା ଆମମାନଙ୍କୁ ଡବଲ ଅହିଂସକ କରାଉଛନ୍ତି ।
ସେମାନଙ୍କୁ ୧୦୦ ଶତକଡା ଅହିଂସକ କୁହାଯାଉଛି । ଏଠାରେ ୧୦୦ ଶତକଡା ହିଂସା ରହିଛି । ଗୋଟିଏ ହିଁ
ବମ୍ ଦ୍ୱାରା କେତେ ଲୋକଙ୍କର ବିନାଶ କରି ଦେଉଛନ୍ତି । ବେହଦର ଅହିଂସା ଏବଂ ହିଂସା ମଧ୍ୟରେ କେତେ
ଫରକ ରହିଛି । ତୁମେ ବର୍ତ୍ତମାନ ବେହଦର ସାଇଲେନ୍ସରେ ରହିଛ । ସେପଟେ ଯେତିକି ଲଢେଇର ପ୍ରସ୍ତୁତି
ହୋଇ ଚାଲିଛି, ସେତିକି ଆବାଜ ବଢି ଚାଲିଛି । ବିନାଶ ସମୟରେ କେତେ ହଙ୍ଗାମା ହୋଇଥାଏ । ସ୍ଥାପନା
ପାଇଁ ତୁମେମାନେ କେତେ ସାଇଲେନ୍ସରେ ବସିଛ । ଏଠାରେ ହିଂସାର କୌଣସି କଥା ହିଁ ନାହିଁ । ଏହା ତୁମର
ବାସ୍ତବ ଜୀବନ ଅଟେ । ଯୋଗବଳ ଦ୍ୱାରା ତୁମେମାନେ ବାବାଙ୍କଠାରୁ ବର୍ସା ପାଉଛ । ବାବା ଅଲଫଙ୍କୁ
ୟାଦ କରିବା ଦ୍ୱାରା ସ୍ୱର୍ଗର ବାଦଶାହୀ ମିଳିଥାଏ, ଏହା କେତେ ସହଜ ଉପାୟ ଅଟେ । ବାବା କେତେ
ପ୍ରିୟ ଅଟନ୍ତି । କେତେ ଦୂର ଦେଶରୁ ଆସୁଛନ୍ତି । ଯେପରି ବିଦେଶରୁ କାହାର ବାପା ଆସିଲେ ପିଲାମାନେ
ବହୁତ ଖୁସି ହୋଇଥାନ୍ତି । ଜାଣିଥାନ୍ତି ଯେ ବାପା ଆମ ପାଇଁ ବିଦେଶରୁ ଭଲ-ଭଲ ଉପହାରମାନ ଆଣିଥିବେ
। ଏହି ବେହଦର ବାବା ତ ଥରେ ମାତ୍ର ଆସୁଛନ୍ତି । କେଉଁ ପ୍ରକାରର ଉପହାର ନେଇ ଆସୁଛନ୍ତି? କହୁଛନ୍ତି
ମୁଁ ତୁମ ପାଇଁ ହାତରେ ସ୍ୱର୍ଗ ନେଇ ଆସୁଛି । ଯେପରି କହିଥା’ନ୍ତି ହନୁମାନ ସଞ୍ଜିବନୀ ବୁଟୀର
ପାହାଡ ନେଇ ଆସିଥିଲେ । ଏବେ ପାହାଡ ତ କେହି ଉଠାଇ ପାରିବେ ନାହିଁ । ସେହିପରି ବାବା କହୁଛନ୍ତି
ମୁଁ ହାତରେ ସ୍ୱର୍ଗ ନେଇକରି ଆସିଛି । ସ୍ୱର୍ଗକୁ କ’ଣ କେହି ହାତରେ ଉଠାଇପାରିବେ । ଏହା ତ
ବୁଝିବାର କଥା । ପିଲାମାନେ ତ ଜାଣିଛନ୍ତି ଯେ ବାବା ଆମମାନଙ୍କ ପାଇଁ ନମ୍ବରୱାନ ଉପହାର ଆଣିଛନ୍ତି
। ବାବା କହୁଛନ୍ତି - ମୁଁ ଆସିଛି ତୁମମାନଙ୍କୁ ପବିତ୍ର ଦୁନିଆର ମାଲିକ କରିବା ପାଇଁ, ତେବେ
ସେଥିପାଇଁ ପବିତ୍ର ହେବାକୁ ପଡିବ । ଏହା ରାଜଯୋଗ ଅଟେ ନା । ଭାରତର ପ୍ରାଚୀନ ରାଜଯୋଗ ଗୀତାର
ଭଗବାନ ହିଁ ଶିଖାଇଥିଲେ ଏବଂ ରାଜତ୍ୱ ଦେଇଥିଲେ । ଏବେ ପୁଣି ରାଜଯୋଗ ଶିଖାଉଛନ୍ତି । ତୁମେମାନେ
କହୁଛ ଆମେ ସ୍ୱର୍ଗର ସ୍ଥାପନା କରିଲାବାଲା ବାବାଙ୍କର ସନ୍ତାନ ଅଟୁ, ବାବା ନୂଆ ଦୁନିଆ ସ୍ଥାପନ
କରୁଛନ୍ତି, ତେବେ ନିଶ୍ଚୟ କାହାକୁ ତ ବାଦଶାହୀ ମିଳିଥିବ ନା । ଏପରି ନୁହେଁ ଯେ କେବଳ ସ୍ୱର୍ଗରେ
ରହିଲାବାଲାଙ୍କୁ ହିଁ ବାବା ଦେଇଥିବେ । ଅନ୍ୟ ସମସ୍ତଙ୍କୁ ବି ତ ବାବା ଦେଉଛନ୍ତି ନା । ବାକି
ସମସ୍ତଙ୍କୁ ଡ୍ରାମା ଅନୁସାରେ ମୁକ୍ତିର ପାର୍ଟ ମିଳିଛି । ସମସ୍ତେ ମୁକ୍ତ ହୋଇଯାଉଛନ୍ତି ।
ଏକମାତ୍ର ବାବା ହିଁ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି, ଦ୍ୱିତୀୟ କେହି ନୁହେଁ । ତୁମ ପାଖକୁ
ପ୍ରଦର୍ଶନୀକୁ ଯେଉଁ ବଡ-ବଡ ଲୋକମାନେ ଆସୁଛନ୍ତି, ଯେଉଁମାନେ ମାନୁଛନ୍ତି କି ବାସ୍ତବରେ ଗୀତାର
ଭଗବାନ ଶ୍ରୀକୃଷ୍ଣ ନୁହଁନ୍ତି, ଶିବ ଅଟନ୍ତି, ତେବେ ତାଙ୍କଠାରୁ ଲେଖାଇ ନେବା ଉଚିତ୍ । ବଡ
ଲୋକମାନଙ୍କର କଥାକୁ ହିଁ ସମସ୍ତେ ଶୁଣିବେ । ଗରୀବମାନଙ୍କ କଥା ତ କେହି ଶୁଣିନଥା’ନ୍ତି ।
ସେଥିପାଇଁ ପ୍ରଦର୍ଶନୀରେ ଚେଷ୍ଟା କରି ଏହି କଥା ଲେଖାଇ ନିଅ ଯେ ଗୀତାର ଭଗବାନ ଏକ ହିଁ ଅଟନ୍ତି ।
ସିଏ ହେଲେ ସମସ୍ତଙ୍କର ପିତା । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା, ସେହିଠାରେ
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏବେ ତ ସାରା ବିଶ୍ୱ ଉପରେ ରାବଣର ରାଜ୍ୟ ଚାଲିଛି, ସିଏ
ହିଁ ସମସ୍ତଙ୍କର ଶତ୍ରୁ ଅଟେ, ଯାହାକୁ ବର୍ଷ-ବର୍ଷ ଧରି ଜଳାଇ ଆସୁଛନ୍ତି । ତଥାପି ବି ସିଏ
ମରୁନାହିଁ । ଏବେ ଭାରତର ସବୁଠାରୁ ବଡ ଶତ୍ରୁ ଏହି ରାବଣ ଅଟେ, ଏହି କଥା କେବଳ ତୁମେମାନେ ହିଁ
ଜାଣିଛ । ଏବେ ପରମପିତା ପରମାତ୍ମା ରାମ ଆମକୁ ରାବଣ ଉପରେ ବିଜୟୀ କରାଉଛନ୍ତି । କହୁଛନ୍ତି ଯେ
ମୋତେ ୟାଦ କର, ତେବେ ତୁମର ପାପ ନାଶ ହୋଇଯିବ । ତୁମେ ଯୋଗ୍ୟ ହୋଇଗଲେ ପୁଣି ତୁମ ପାଇଁ ନୂଆ
ଦୁନିଆ ଦରକାର ନା । ନିଶ୍ଚୟ ଏହି ପୁରୁଣା ଦୁନିଆର ବିନାଶ ମଧ୍ୟ ହୋଇଥିଲା, ତାହା ପୁଣି ହେବ ।
ମହାଭାରତ ଲଢେଇ ସେତେବେଳେ ହିଁ ଲାଗିଥାଏ, ଯେତେବେଳେ ରାବଣ ରାଜ୍ୟର ବିନାଶ ହୋଇ ରାମରାଜ୍ୟର
ସ୍ଥାପନା ହୋଇଥାଏ । ରାବଣ ରାଜ୍ୟରେ ହିଁ ହାହାକାର ଆରମ୍ଭ ହୋଇଥାଏ । ହାହାକାର ପରେ ଜୟଜୟକାର
ହୋଇଥାଏ, ପୁଣି ଏହି ଦୁନିଆ ବଦଳିଥାଏ । ଯେପରି ପୁରୁଣା ଘର ଭାଙ୍ଗି ନୂଆ କରାଯାଇଥାଏ, ପୁଣି ତାକୁ
ଭଙ୍ଗା ଯାଇଥାଏ, ସେହିପରି ଏହି ସ୍ଥାପନା ମଧ୍ୟ ହେଉଛି । ବମ୍ ଆଦି ତିଆରି କରି ହିଁ ଚାଲିଛନ୍ତି ।
ପ୍ରସ୍ତୁତି ହୋଇଚାଲିଛି । ଏବେ ଦଶହରା ଆସିଲା ତେବେ ରାବଣର ପିତୁଳା ମଧ୍ୟ ତିଆରି କଲେ । ତୁମର
ହେଉଛି ବେହଦର କଥା । ତୁମର ବୁଦ୍ଧିରେ ଆସୁଛି ଯେ ଏମାନେ କ’ଣ କରୁଛନ୍ତି । ତୁମେ ଯେବେ ତାଙ୍କୁ
ବୁଝାଇବ ତେବେ ସେମାନେ ବୁଝିବେ ଯେ ଆମେ ଏହା କ’ଣ କରୁଛୁ । ହସ ମଧ୍ୟ ଲାଗିବ । ତୁମେ କାହାକୁ ବି
ବୁଝାଇପାରିବ - ଏତେ ବଡ ଆକୃତିର ରାବଣ ତ ହୋଇ ନ ଥାଏ । ଏବେ ବାବା କହୁଛନ୍ତି ତୁମେ ରାମରାଜ୍ୟ
ନିଅ । ୫ ବିକାରର ଦାନ ଦେଇଦିଅ ତେବେ ଗ୍ରହଣ ଛାଡିଯିବ । ବାବା ଆସି ବୁଝାଉଛନ୍ତି ଯେ ଏହି ୫
ବିକାରର ଗ୍ରହଣ ସାରା ଦୁନିଆରେ ଲାଗିଛି । ବିଲ୍କୁଲ୍ ହିଁ କଳା ହୋଇଯାଇଛନ୍ତି । ତୁମେମାନେ ତ
ଅସରନ୍ତି ଖୁସିରେ ରହିବା ଦରକାର । ବାକି ଆଉ ଅଳ୍ପ ଦିନ ଅଛି ।
ତୁମେମାନେ ଏବେ ସ୍ରଷ୍ଟା,
ନିର୍ଦ୍ଦେଶକ, ମୁଖ୍ୟ ଅଭିନେତା, ଡ୍ରାମାର ଆଦି ମଧ୍ୟ ଅନ୍ତକୁ ଜାଣିଛ, ଆଉ କେହି ଏହା
ଜାଣିନାହାଁନ୍ତି । ତୁମର ଏବେ ସ୍ୱଚ୍ଛ ବୁଦ୍ଧି ହୋଇଛି । ତୁମେ ବର୍ତ୍ତମାନ ବାବାଙ୍କର ହୋଇଛ ତେବେ
ନିଶ୍ଚୟ ତୁମକୁ ସ୍ୱର୍ଗକୁ ପଠାଇଦେବେ । ଜ୍ଞାନକୁ ରୋଜଗାରର ଉତ୍ସ ବୋଲି କୁହାଯାଇଥାଏ । ଏହା ହେଉଛି
ରୁହାନୀ ଜ୍ଞାନ, ଯାହାକି ବାବା ହିଁ ଦେଉଛନ୍ତି । ମନୁଷ୍ୟ, ମନୁଷ୍ୟକୁ ଏହି ଜ୍ଞାନ ଦେଇ ପାରିବେ
ନାହିଁ । ଦୁନିଆରେ ସବୁ ମନୁଷ୍ୟ, ମନୁଷ୍ୟମାନଙ୍କୁ ହିଁ ଜ୍ଞାନ ଦେଇଥାନ୍ତି । ତୁମକୁ ତ ପରମପିତା
ପରମାତ୍ମା ଆସି ଜ୍ଞାନ ଦେଉଛନ୍ତି । ବାକି ସବୁ ହେଉଛି ଭକ୍ତିମାର୍ଗର ମନଗଢାକଥା । ସତ୍ୟ
ନାରାୟଣଙ୍କର କଥା, ରାମାୟଣର କଥା.... ଯାହା ସବୁ ଅତୀତ ହୋଇଯାଇଛି ସେଥିରୁ କିଛି ନା କିଛି ତିଆରି
କରିଚାଲିଛନ୍ତି । ଏହା ତ ହେଉଛି ପାଠପଢା । ପାଠପଢାରେ ଇତିହାସ-ଭୂଗୋଳ ପଢାଯାଇଥାଏ । ଏହା ବେହଦ
ବିଶ୍ୱର ଇତିହାସ ଭୂଗୋଳ ଅଟେ । ତୁମେ ବୁଝାଉଛ ଯେ ବାବା ୫ ହଜାର ବର୍ଷ ପୂର୍ବରୁ ମଧ୍ୟ କହିଥିଲେ
କିନ୍ତୁ ସେହି ଗୀତା ପଢିଲାବାଲା କିଛି ହେଲେ ବୁଝୁ ନାହାଁନ୍ତି । ଯାଦବ, କୌରବ, ପାଣ୍ଡବ
କେଉଁମାନଙ୍କୁ କୁହାଯାଉଛି - ଏହା ବାସ୍ତବରେ ତୁମେ ଦେଖୁଛ । ୟୁରୋପବାସୀ ଯାଦବମାନେ ପରମାଣୁ
ଅସ୍ତ୍ର ବାହାର କରିଥିଲେ, ତା’ପରେ ବିନାଶ ହେଲା । ବିନାଶ ପରେ କ’ଣ ହେଲା, ସେସବୁ କିଛି ଦେଖାଉ
ନାହାଁନ୍ତି । ସେମାନେ ଭାବୁଛନ୍ତି ପ୍ରଳୟ ହୋଇଗଲା । ସେମାନେ ପଚାରୁଛନ୍ତି ତୁମେମାନେ ଶାସ୍ତ୍ରକୁ
ମାନୁଛ? କୁହ ହଁ, କୁହ ଆମେ ଶାସ୍ତ୍ରକୁ ଜାଣିଛୁ, ମାନୁଛୁ - ଏସବୁ ଭକ୍ତିର୍ମାଗର କଥା ଅଟେ ।
ଜ୍ଞାନ ତ ଏକମାତ୍ର ବାବା ହିଁ ଶୁଣାଉଛନ୍ତି, ଯିଏକି ଜ୍ଞାନର ସାଗର ଅଟନ୍ତି । ଏବେ ଭକ୍ତି ଶେଷ
ହୋଇ ଜ୍ଞାନ ଜିନ୍ଦାବାଦ ହେଉଛି । ପୁରୁଣା ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ, ନଥିଙ୍ଗ୍ ନ୍ୟୁ
ଅର୍ଥାତ୍ ଏସବୁ କିଛି ନୂଆ କଥା ନୁହେଁ । ଆମର ପ୍ରୀତି ବାବାଙ୍କ ସହିତ ରହିଛି । ଆମେ ସବୁ ସଙ୍ଗ
ତୁଟାଇ ଜଣଙ୍କ ସହିତ ସମ୍ବନ୍ଧ ଯୋଡୁଛୁ । ବାବା କହୁଛନ୍ତି - ନିଜକୁ ଆତ୍ମା ମନେ କରି ମୋ ସହିତ
ଯୋଗ ଲଗାଅ - ଏହାକୁ ହିଁ ଭାରତର ପ୍ରାଚୀନ ଯୋଗ କୁହାଯାଇଥାଏ, ଯାହାକୁ ବାବା ହିଁ ଶିଖାଉଛନ୍ତି ।
କୃଷ୍ଣଙ୍କର ଆତ୍ମା ମଧ୍ୟ ବର୍ତ୍ତମାନ ସମୟରେ ଅନ୍ତିମ ଜନ୍ମରେ ଅଛନ୍ତି, ଏହା ତୁମର ବହୁତ ଜନ୍ମର
ଅନ୍ତିମ ଜନ୍ମ ଅଟେ । ସେଥିପାଇଁ ମୁଁ ଏହାଙ୍କ ଶରୀରରେ ପ୍ରବେଶ କରିଛି । ମୁଁ ଏହାଙ୍କର ଶରୀରରେ
ବସି ତୁମମାନଙ୍କୁ ବ୍ରହ୍ମା ମୁଖବଂଶାବଳୀ କରି ରାଜ୍ୟ ଭାଗ୍ୟ ଦେଉଛି । ଏକଥା ବାବାଙ୍କ ବିନା ଆଉ
କେହି କହିପାରିବେ ନାହିଁ । ଏକଥା ତ ବାବା ନିଜେ ଏହି ମୁଖ ଦ୍ୱାରା ଶୁଣାଉଛନ୍ତି । ଏହି
ବ୍ରହ୍ମାବାବା ମଧ୍ୟ ଆଗରୁ କିଛି ଜାଣି ନ ଥିଲେ, ତୁମେମାନେ ବି କିଛି ଜାଣି ନ ଥିଲ । ଏକଥା
ଭାରତବାସୀମାନଙ୍କୁ ହିଁ ବୁଝାଇବାକୁ ହେବ । ୮୪ ଜନ୍ମର ଚକ୍ର କିପରି ଘୂରୁଛି, ଏହା ସେହି ଲଢେଇ
ଯାହାକି ସମ୍ମୁଖରେ ଉପସ୍ଥିତ ଅଛି, ଯାହା ଦ୍ୱାରା ସ୍ୱର୍ଗର ଦ୍ୱାର ଖୋଲିଥିଲା । ଯେତେବେଳେ କି
ବାବା ଆସି ରାଜଯୋଗ ଶିଖାଇ ମନୁଷ୍ୟମାନଙ୍କୁ ଦେବତା କରିଥିଲେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯେଉଁମାନେ
ଠିକ୍ ଭାବରେ ଶ୍ରୀମତରେ ଚାଲୁଛନ୍ତି, ସେମାନଙ୍କୁ ଅନୁକରଣ କରିବାକୁ ହେବ । ବେହଦର ଖୁସିରେ ରହିବା
ପାଇଁ ନିଜ ସମାନ କରିବାର ସେବା କରିବାକୁ ହେବ ।
(୨) ପ୍ରୀତି ବୁଦ୍ଧି
ହୋଇ ଅନ୍ୟ ସବୁ ସଙ୍ଗ ତୁଟାଇ ବୁଦ୍ଧିକୁ ଏକମାତ୍ର ବାବାଙ୍କ ସହିତ ଯୋଡିବାକୁ ହେବ । ଡବଲ ଅହିଂସକ
ହୋଇ ଶାନ୍ତିରେ ରହି ନିଜ ପାଇଁ ରାଜତ୍ୱ ସ୍ଥାପନ କରିବାକୁ ହେବ ।
ବରଦାନ:-
ତ୍ୟାଗ ଏବଂ
ତପସ୍ୟା ଦ୍ୱାରା ସେବାରେ ସଫଳତା ପ୍ରାପ୍ତ କରୁଥିବା ସଚ୍ଚା ସେବାଧାରୀ ଭବ ।
ସେବାରେ ସଫଳତା ପ୍ରାପ୍ତ
କରିବାର ମୁଖ୍ୟ ଆଧାର ହେଲା ତ୍ୟାଗ ଏବଂ ତପସ୍ୟା । ତ୍ୟାଗ ଅର୍ଥାତ୍ ମନର ସଂକଳ୍ପ ଦ୍ୱାରା ମଧ୍ୟ
ତ୍ୟାଗ, କୌଣସି ବି ପରିସ୍ଥିତି କାରଣରୁ, ମର୍ଯ୍ୟାଦା କାରଣରୁ, ବାଧ୍ୟ ହୋଇ ତ୍ୟାଗ କରିବା - ଏହା
ପ୍ରକୃତ ତ୍ୟାଗ ନୁହେଁ କିନ୍ତୁ ଜ୍ଞାନ ସ୍ୱରୂପ ସ୍ଥିତି ଦ୍ୱାରା, ସଂକଳ୍ପରେ ମଧ୍ୟ ତ୍ୟାଗୀ ହୁଅ
ଏବଂ ତପସ୍ୱୀ ଅର୍ଥାତ୍ ସର୍ବଦା ବାବାଙ୍କର ଲଗନରେ ଲବଲୀନ ଅବସ୍ଥା । ଜ୍ଞାନ, ପ୍ରେମ, ଆନନ୍ଦ, ସୁଖ
ଏବଂ ଶାନ୍ତିର ସାଗରରେ ବୁଡି ରହିବାର ଅବସ୍ଥା । ଏହିଭଳି ତ୍ୟାଗୀ ତପସ୍ୱୀ ଆତ୍ମାମାନେ ହିଁ ସେବାରେ
ସଫଳତା ପ୍ରାପ୍ତ କରୁଥିବା ସଚ୍ଚା ସେବାଧାରୀ ଅଟନ୍ତି ।
ସ୍ଲୋଗାନ:-
ନିଜର ତପସ୍ୟା
ଦ୍ୱାରା ଶାନ୍ତିର ପ୍ରକମ୍ପନ ବିଚ୍ଛୁରିତ କରିବା ହିଁ ବିଶ୍ୱ ସେବାଧାରୀ ହେବା ।
ଅବ୍ୟକ୍ତ ଈଶାରା:-
ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।
ତୁମଭଳି ସମ୍ପୂର୍ଣ୍ଣ
ଆତ୍ମାମାନଙ୍କର ଅନ୍ତିମ ବାହନ ହେଲା କର୍ମ ବନ୍ଧନମୁକ୍ତ, କର୍ମାତୀତ ସ୍ଥିତି । ଏହିଭଳି ସ୍ଥିତି
ତିଆରି କରିବା ପାଇଁ ହେଲେ ବ୍ରହ୍ମାବାବାଙ୍କ ସମାନ ସବୁ ପ୍ରକାରର ସୀମା ବା ବନ୍ଧନ ଉପରେ ବିଜୟ
ପ୍ରାପ୍ତ କରୁଥିବା ବିଜୟୀ ରତ୍ନ ହୁଅ, ତେବେ ଯାଇ ଅନ୍ତିମ କର୍ମାତୀତ ସ୍ୱରୂପର ଅନୁଭବୀ ହୋଇପାରିବ
। ଅନେକ ପ୍ରକାରର ବନ୍ଧନ ଅର୍ଥାତ୍ ଅନେକ ମୋ’ର ମୋ’ର । ଯେତେବେଳେ ମୁଁ ଏବଂ ମୋ’ର, ତୁ ଏବଂ ତୋ’ର...
ଏହି ଚାରୋଟି ଶବ୍ଦ ଏକମାତ୍ର ବାବା ଶବ୍ଦ ଭିତରେ ସମାହିତ ହୋଇଯିବ ସେତେବେଳେ ଯାଇ ସମ୍ପୂର୍ଣ୍ଣତା
ପାଖକୁ ଆସିବ ।