18.05.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ଆତ୍ମିକ ନିଶାରେ ରୁହ ଯେ ଆମେ ଈଶ୍ୱରୀୟ ପରିବାରର ଅଟୁ, ଆମେମାନେ ନିଜର ଗୁପ୍ତ ଦୈବୀ ରାଜଧାନୀ ସ୍ଥାପନ କରୁଛୁ ।”

ପ୍ରଶ୍ନ:-
ପିଲାମାନଙ୍କର କେଉଁ ଅଭ୍ୟାସ ପକ୍କା ହୋଇଗଲେ ସାରା ଦିନ ଖୁସି ବଜାୟ ରହିବ?

ଉତ୍ତର:-
ଯଦି ସକାଳୁ ସକାଳୁ ଉଠି ବିଚାର ସାଗର ମନ୍ଥନ କରିବାର ଅଭ୍ୟାସ ହୋଇଯିବ ତେବେ ସାରାଦିନ ମନ ବହୁତ ଖୁସି ରହିବ । ବାବାଙ୍କର ଶ୍ରୀମତ ହେଲା ପିଲାମାନେ, ଅମୃତବେଳାରେ ଉଠି ନିଜର ପିତାଙ୍କ ସହିତ ମିଠା-ମିଠା କଥା ହୁଅ । ବିଚାର କର ଆମେ ଏବେ କେଉଁ ପରିବାରର ଅଟୁ । ଆମର କର୍ତ୍ତବ୍ୟ କ’ଣ, ଯଦି ବୁଦ୍ଧିରେ ରହିବ ଯେ ଆମର ଏହା ଈଶ୍ୱରୀୟ ପରିବାର, ଆମେ ନିଜର ନୂଆ ରାଜଧାନୀ ସ୍ଥାପନ କରୁଛୁ ତେବେ ସାରା ଦିନ ଖୁସି ବଜାୟ ରହିବ ।

ଓମ୍ ଶାନ୍ତି ।
ପିଲାମାନେ ଜାଣିଛନ୍ତି ଯେ ଏହା ରୁହାନୀ ଅର୍ଥାତ୍ ଅଲୌକିକ ପରିବାର ଅଟେ, ଆଉ ସବୁ ହେଉଛି ଜିସ୍ମାନୀ ଅର୍ଥାତ୍ ଲୌକିକ ପରିବାର । ଏହା ହେଉଛି ରୁହାନୀ ପରିବାର । ଏହା ହେଉଛି ରୁହାନୀ ବାବାଙ୍କର ପରିବାର, ଯେପରି ଲୌକିକ ଘରେ ବାପ-ମା, ପିଲାମାନେ ରହିଥା’ନ୍ତି, ତେବେ ତାହା ହେଲା ହଦର ପରିବାର, ତୁମେ ବର୍ତ୍ତମାନ ବେହଦ ପରିବାରର ସଦସ୍ୟ ହୋଇଛ । ପିଲାମାନେ ଗାୟନ ମଧ୍ୟ କରୁଛନ୍ତି ତୁମେ ମାତା-ପିତା ଆମେ ତୁମର ବାଳକ.... ତେଣୁ ଏହା ଯେପରି ପରିବାର ହୋଇଗଲା । ରଚୟିତାଙ୍କର ରଚନା ହୋଇଗଲେ । ଏପରି ଭାବରେ ତ ପିଲାମାନେ ସମସ୍ତେ ତାଙ୍କର ହିଁ ସୃଷ୍ଟି ଅଟନ୍ତି, କିନ୍ତୁ ଜାଣିନାହାଁନ୍ତି । ତୁମେ ସନ୍ତାନମାନେ ଏବେ ଜାଣୁଛ, ବାସ୍ତବରେ ଏହା ବେହଦ ପିତାଙ୍କର ପରିବାର ଅଟେ । ଏହା ହେଉଛି ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ । ଏଇଥିପାଇଁ ଗାୟନ ରହିଛି ବିନାଶ କାଳେ ପ୍ରୀତ ବୁଦ୍ଧି ବିଜୟନ୍ତୀ । ଏପରି ପରିବାରର କଥା କେବେ ହେଲେ ଗୀତାରେ ଗାୟନ କରାଯାଇ ନାହିଁ । ତୁମେ ଈଶ୍ୱରୀୟ ପରିବାର, ଗୁପ୍ତ ଦୈବୀ ରାଜଧାନୀ ସ୍ଥାପନ କରୁଛ । ଏକଥା କାହାକୁ ହେଲେ ଜଣାପଡୁନାହିଁ । ତୁମର ନିଶା ରହିଛି, ଯିଏ-ଯିଏ ବାବାଙ୍କୁ ମନେ ପକାଇବେ, ତାଙ୍କର ନିଶା ରହିବ । ଦେହ-ଅଭିମାନରେ ଆସିଲେ ସେହି ନିଶା ଓହ୍ଲାଇଯିବ । ଏହା ହେଉଛି ଈଶ୍ୱରୀୟ ପରିବାର । ଆମକୁ ଘରକୁ ଯିବାକୁ ହେବ, ପୁଣି ଆମେ ଦୈବୀ ରାଜଧାନୀକୁ ଆସିବୁ । ସେଠାରେ ଦୈବୀ ପରିବାର ରହିବ । ଦୁନିଆବାଲାଙ୍କର ହେଉଛି ଆସୁରୀ ପରିବାର, ଏହା ହେଉଛି ତୁମର ଈଶ୍ୱରୀୟ ପରିବାର । ରୁହାନୀ ବାପଦାଦାଙ୍କର ପିଲାମାନେ ଭାଇ-ଭଉଣୀ ଅଟନ୍ତି । ବାସ୍ ଏହା ହେଉଛି ରୁହାନୀ ପ୍ରବୃତ୍ତିମାର୍ଗ । ସତ୍ୟଯୁଗରେ ଈଶ୍ୱରୀୟ ପରିବାର ବୋଲି କୁହାଯିବ ନାହିଁ । ସେଠାରେ ଦୈବୀ ପରିବାର ହୋଇଯିବ । ଏହି ଈଶ୍ୱରୀୟ ପରିବାର ବହୁତ ଶୋଭନୀୟ ଅଟେ । ତୁମେ ଜାଣିଛ ଯେ ଏବେ ଆମେ ଈଶ୍ୱରୀୟ ପରିବାର, ଦୈବୀରାଜ୍ୟ ସ୍ଥାପନ କରୁଛୁ । ଏହିପରି ନିଜ ସହିତ କଥା ହୋଇ, ବିଚାର ସାଗର ମନ୍ଥନ କରିବା ଉଚିତ୍ । ସକାଳୁ ସକାଳୁ ଉଠି ବାବାଙ୍କ ସ୍ମୃତିରେ ବସ, ତେବେ ବିଚାର ସାଗର ମନ୍ଥନ କରିବାର ଅଭ୍ୟାସ ହୋଇଯିବ । ଏହା ଦ୍ୱାରା ଉମଙ୍ଗ-ଉତ୍ସାହ ବଢିବ । ଯେତେବେଳେ ଅନ୍ୟ ସବୁ ମନୁଷ୍ୟମାନେ ନିଦରେ ଶୋଇଥାନ୍ତି, ସେ ସମୟରେ ତୁମେ ଜାଗ୍ରତ ରହିଥାଅ । ତୁମକୁ ସକାଳୁ-ସକାଳୁ ଉଠି ଏହିପରି ବିଚାର କରିବା ଉଚିତ୍ ତେବେ ଦେଖିବ ତୁମର କେତେ ଖୁସି ରହୁଛି । ଯାହା ବି ଶ୍ରୀମତ ମିଳୁଛି ଯଦି ସେହି ଅନୁଯାୟୀ ଚାଲିବ ତେବେ ତୁମେ ବହୁତ ଖୁସିରେ ରହିବ, ଈଶ୍ୱରୀୟ ପରିବାରର ସ୍ମ୍ମୃତି ଆସିବ ଏବଂ ଆସୁରୀ ପରିବାରରୁ ମନ ହଟିଯିବ । ଯେତେବେଳେ ନୂଆ ଘର ସମ୍ପୂର୍ଣ୍ଣ ତିଆରି ହୋଇଯାଇଥାଏ, ସେତେବେଳେ ପୁରୁଣାରୁ ଆସକ୍ତି ତୁଟିଯାଇଥାଏ । ଯେ ପର୍ଯ୍ୟନ୍ତ ନୂଆ ତିଆରି ନ ହୋଇଛି ସେ ପର୍ଯ୍ୟନ୍ତ କିଛି ନା କିଛି ମରାମତି ଆଦି କରି ଚାଲିଥାନ୍ତି । ଏହା ପରେ ପୁରୁଣା ଘରୁ ମନ ହଟିଯାଇଥାଏ । ଏହି ପୁରୁଣା ଦୁନିଆ ମଧ୍ୟ ସେହିପରି ।

ଏବେ ତୁମେ ଜାଣୁଛ ଯେ ଏହା ହେଉଛି ପୁରୁଣା ଘର, ଏବେ ଆମେ ନୂଆ ଘରକୁ ଯିବୁ । ପୁଣି ନୂଆ ଶରୀର ଧାରଣ କରିବୁ । ଏହି ଦେହ ମଧ୍ୟ ପୁରୁଣା ଅଟେ । ଏବେ ତୁମେ ଭବିଷ୍ୟତ ୨୧ ଜନ୍ମ ପାଇଁ ରାଜ୍ୟ ଭାଗ୍ୟ ନେଉଛ । ଏଠାରେ ତୁମକୁ ରାଜ୍ୟ କରିବାର ନାହିଁ । ଏଠାରେ ସ୍ଥାପନା ହେଉଛି । ଏକଥା କେବଳ ତୁମେ ହିଁ ଜାଣିଛ । ଏହା ମଧ୍ୟ ଗୀତା ଅଟେ, ତୁମେ ଏବେ ରାଜଯୋଗ ଶିଖୁଛ ନା । ଏହାକୁ ସହଜ ରାଜଯୋଗ କୁହାଯାଏ । ଅନେକ ଥର ତୁମେ ଏହି ରାଜଯୋଗର ଅଭ୍ୟାସ ଦ୍ୱାରା ଦୈବୀ ରାଜ୍ୟ ସ୍ଥାପନ କରୁଛ । ସେଠାରେ ଏସବୁ କଥା ମନେ ରହିବ ନାହିଁ । ଯଦି ସେଠାରେ ମଧ୍ୟ ଏହି କଥା ମନେ ରହିବ, ତେବେ ପୁଣି ସୁଖର ଅନୁଭବ କରିପାରିବ ନାହିଁ । ଚିନ୍ତା ଲାଗି ରହିବ । ବର୍ତ୍ତମାନ ତୁମର ଗୁପ୍ତ ନିଶା ରହିଛି । ଉଚ୍ଚରୁ ଉଚ୍ଚ ବାବାଙ୍କର ଏହା ପରିବାର ଅଟେ । ଏହାକୁ ଈଶ୍ୱରୀୟ ଗୁପ୍ତ ପରିବାର ଟାଇପ୍ ବୋଲି କୁହାଯାଏ । ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଈଶ୍ୱରୀୟ ଯଜ୍ଞ ମଧ୍ୟ କୁହାଯାଏ । ଏହା ଆମର ପରିବାର, ତେଣୁ ଆମକୁ ବହୁତ ସ୍ନେହୀ ହେବାକୁ ପଡିବ । ଭବିଷ୍ୟତରେ ତୁମେ ବହୁତ ସ୍ନେହୀ ହେବ । ତୁମେ ହେଉଛ ରୂପ-ବସନ୍ତ । ଆତ୍ମା ରୂପ ଏବଂ ବସନ୍ତ ମଧ୍ୟ ଅଟେ । ଏତେ ଛୋଟ ଆତ୍ମା ଅବିନାଶୀ ଅଭିନୟ କରୁଛି । ବର୍ତ୍ତମାନ ତୁମେ ରୂପ-ବସନ୍ତ ହୋଇଛ । ବାବା ଜ୍ଞାନର ସାଗର ଅଟନ୍ତି । ଯେତେବେଳେ ଏହି ଶରୀରରେ ଆସିବେ ସେତେବେଳେ ଜ୍ଞାନ ନିଶ୍ଚିତ ଦେବେ । ତୁମେ ଜାଣିଛ ସେ ଜ୍ଞାନର ବର୍ଷା କରୁଛନ୍ତି । ତାଙ୍କର ଗୋଟିଏ-ଗୋଟିଏ ଜ୍ଞାନ ରତ୍ନ ଲକ୍ଷ ଲକ୍ଷ ଟଙ୍କାର ଅଟେ । ଏବେ ତୁମ ଆତ୍ମାମାନଙ୍କୁ ବାବାଙ୍କର ପରିଚୟ ମିଳିଛି । ବାବା ମନେ ପକାଇ ଦେଉଛନ୍ତି । ଏହି ୮୪ ଜନ୍ମର ଚକ୍ର କିପରି ଘୂରୁଛି ଏହା ତୁମମାନଙ୍କ ବୁଦ୍ଧିରେ ଅଛି ସେଥିପାଇଁ ତୁମର ନାମ ସ୍ୱଦର୍ଶନ ଚକ୍ରଧାରୀ ହୋଇଛି । ବିଷ୍ଣୁ ଅଥବା ଲକ୍ଷ୍ମୀ-ନାରାୟଣ ସ୍ୱଦର୍ଶନ ଚକ୍ରଧାରୀ ନ ଥିଲେ, ତାଙ୍କ ପାଖରେ ଏହି ଜ୍ଞାନ ନ ଥିଲା । ସୃଷ୍ଟିର ଚକ୍ର କିପରି ଘୂରୁଛି ଏହି ଜ୍ଞାନ ଏବେ ଆତ୍ମାକୁ ମିଳୁଛି । ଯଦିଓ ତ୍ରିମୂର୍ତ୍ତି ବୋଲି କହୁଛନ୍ତି କିନ୍ତୁ ସେଥିରେ ଶିବଙ୍କୁ ଦେଖାଉନାହାଁନ୍ତି । ତ୍ରିମୂର୍ତ୍ତିର ଚିତ୍ର ଅନେକ ଦେଖିଥିବେ । ସାକାରରେ ପ୍ରଜାପିତା ବ୍ରହ୍ମା ତ ଏହିଠାରେ ଅଛନ୍ତି ନା । ଇଏ ହୋଇଗଲେ ବହୁତ ପୁରୁଣା ଅର୍ଥାତ୍ ଗ୍ରେଟ୍‌-ଗ୍ରେଟ୍ ଗ୍ରାଣ୍ଡ ଫାଦର । ତେଣୁ ଏହା ହେଉଛି ପ୍ରଜାପିତା ବ୍ରହ୍ମାଙ୍କର ବଂଶାବଳୀ । ବାବା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କରୁଛନ୍ତି । ତେବେ ବ୍ରହ୍ମା ବଡ ହେଲେ ନା । ତାଙ୍କୁ ବୁଢା ରୂପେ ମଧ୍ୟ ଦେଖାଉଛନ୍ତି । ଇଏ ସମ୍ପୂର୍ଣ୍ଣ ୮୪ ଜନ୍ମର ଚକ୍ର ଲଗାଇଛନ୍ତି । ଏବେ ତୁମେ ଏହି କଥାକୁ ଜାଣିଗଲଣି ଯେ ସମସ୍ତେ ବାବାଙ୍କର ସନ୍ତାନ ଅଟନ୍ତି । ତେଣୁ ସବୁ ଆତ୍ମାମାନଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ଏବେ ଭାରତର ବହୁତ ବଡ କଲ୍ୟାଣ ହେଉଛି । ସବୁ ଆତ୍ମାମାନେ ପବିତ୍ର ହୋଇ ମୁକ୍ତିଧାମକୁ ଚାଲିଯିବେ । ତୁମେ ଏବେ ଭାରତର ସେବା କରୁଛ । ସ୍ୱତନ୍ତ୍ର ରୂପେ ଭାରତର ସାଧାରଣ ଭାବେ ସାରା ଦୁନିଆର ସେବା କରୁଛ । ତୁମର ସଂଖ୍ୟା ଏବେ କମ୍ ଅଛି, ଯେଉଁମାନେ କି ଏହି କଥାକୁ ବୁଝୁଛ । ଏହାକୁ ପୁଣି ସଂକ୍ଷେପରେ ବୁଝାଯାଏ, ପିଲାମାନେ ମନମନାଭବ । ଅଲଗା ଭାବେ ମଧ୍ୟ ବୁଝାଯାଏ, ତେଣୁ ଯାହା କିଛି ଅଛି, ସବୁ ଦୈବୀ ରାଜଧାନୀ ସ୍ଥାପନ କରିବାରେ ଲଗାଅ । ବାପୁ ଗାନ୍ଧୀ କ’ଣ କରୁଥିଲେ! ସେ ମଧ୍ୟ ରାମରାଜ୍ୟ ଚାହୁଁଥିଲେ । କିପରି ଆଶ୍ଚର୍ଯ୍ୟଜନକ ଖେଳ ଅଟେ ନା! ଏବେ ତୁମେ ସାକ୍ଷୀ ହୋଇ ଖେଳ ଦେଖୁଛ । ତୁମକୁ ହସ ମଧ୍ୟ ଲାଗୁଛି ଯେ କେଉଁଠାର କଥା ପୁଣି କେଉଁଠାକୁ ନେଇଯାଇଛନ୍ତି ।

ବାବା କହୁଛନ୍ତି - ଡ୍ରାମା ଅନୁସାରେ ଦୁନିଆର ଗତି ଖରାପ ହୋଇଗଲାଣି, ତେଣୁ ବାବା ଆସି ସଦ୍‌ଗତି କରୁଛନ୍ତି । ତୁମ ସନ୍ତାନମାନଙ୍କର ନିଶା ଚଢିଛି । ଇଏ ସାରା ବିଶ୍ୱର ନିରାକାର ବାପୁଜୀ ଅଟନ୍ତି । ଏହି ବ୍ରହ୍ମା ମଧ୍ୟ କାହାର ସନ୍ତାନ ଅଟନ୍ତି? ଶିବବାବାଙ୍କର । ଶିବବାବା ପୁଣି କାହାର ସନ୍ତାନ? ଏହି ମାତାମାନେ କହୁଛନ୍ତି ଶିବବାବା ଆମର ସନ୍ତାନ । ଏହା ହେଉଛି ଶିବବାବାଙ୍କର ଖେଳ । ବାକି ଧ୍ୟାନ-ସାକ୍ଷାତ୍‌କାର ଆଦିରେ ତ ମାୟାର ବହୁତ ପ୍ରବେଶତା ହୋଇଥାଏ । ଯେଉଁମାନେ କହୁଛନ୍ତି ଯେ - ମୋ ଶରୀରରେ ଶିବବାବା ଆସୁଛନ୍ତି, ଶିବବାବା ଏହି କଥା କହୁଛନ୍ତି, ଏ ସବୁ ଭୂତର ପ୍ରବେଶତା ଅଟେ । ତୁମ ସନ୍ତାନମାନଙ୍କୁ ସାବଧାନ ରହିବାକୁ ହେବ । ଏହି ଭୂତର ବେମାରୀ ଏଭଳି ଯାହାକି ସେ କେଉଁ କୂଳର ହେବାକୁ ଦେବ ନାହିଁ । ଏ କଥା କେବେ ବି ଖିଆଲରେ ମଧ୍ୟ ଆସିବା ଅନୁଚିତ୍ ଯେ ମୋତେ ବାବାଙ୍କର ସାକ୍ଷାତ୍‌କାର ହୋଇଯାଉ । ଏସବୁ ଭକ୍ତିର ଚିନ୍ତାଧାରା । ତେଣୁ ଜ୍ଞାନମାର୍ଗକୁ ଭଲ ଭାବରେ ବୁଝିବାକୁ ହେବ । ମାୟା ଅନେକ ପ୍ରକାରରେ ଧୋକା ଦେଇଥାଏ । ସାକ୍ଷତ୍‌କାର ଆଦିରେ କୌଣସି ଫାଇଦା ନାହିଁ । ବାବା କହୁଛନ୍ତି ମୁଁ ବ୍ରହ୍ମାଙ୍କ ଦ୍ୱାରା ତୁମ ସହିତ ନିର୍ବନ୍ଧ କରାଉଛି । ବାବାଙ୍କର ନିର୍ଦ୍ଦେଶ ହେଲା - ତୁମେ କୌଣସି ଦେହଧାରୀଙ୍କୁ ମନେ ପକାଅ ନାହିଁ । ତୁମେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ନିଜର କଲ୍ୟାଣ ନିମନ୍ତେ ହିଁ ବାବାଙ୍କୁ ମନେ ପକାଇବାକୁ ହେବ । ଏହା ତ ବହୁତ ବୁଝିବାର କଥା ଅଟେ । ତୁମେ ବାବାଙ୍କ ପାଖକୁ ଯେ କୌଣସି ସମାଚାର ଲେଖିପାରିବ । କେତେକ ପିଲାଙ୍କର ତ ଏତିକି ବି ବୁଦ୍ଧି ନାହିଁ ଯେ ବେହଦ ବାବାଙ୍କ ପାଖକୁ ଚିଠିରେ ନିଜର ଖୁସୀ ସମାଚାର କିପରି ଲେଖିବୁ । ଯେପରି ଲୌକିକ ପିତାଙ୍କୁ ଚିଠି ନ ଲେଖିଲେ ଆରାମ ମିଳି ନ ଥାଏ, ସେହିପରି ଇଏ ମଧ୍ୟ ବେହଦର ପିତା ଅଟନ୍ତି । ବାବା ଦେଖନ୍ତି ଯେତେବେଳେ ମାସେ ଦେଢ ମାସ ଚିଠି ନ ଆସୁଛି ତେବେ ଭାବନ୍ତି, ବୋଧେ ମାୟା ଖାଇଗଲା, ଯାହା ଫଳରେ ଏପରି ପାରଲୌକିକ ବାବାଙ୍କୁ ଚିଠି ଲେଖୁନାହାଁନ୍ତି । ଏତିକି ତ ଲେଖିବା ଦରକାର - ବାବା, ମୁଁ ନାରାୟଣୀ ନିଶାରେ ସର୍ବଦା ରହୁଛି । ଆପଣଙ୍କ ଦ୍ୱାରା ଦିଆଯାଇଥିବା ଯୁକ୍ତିରେ ହିଁ ମୁଁ ତତ୍ପର ରହିଛି । ତେବେ ବାବା ବୁଝିବେ ଯେ ରାଜି-ଖୁସି ଅଛି । ଚିଠି ନ ଲେଖିବ ତ ଭାବିବେ ଇଏ ବେମାର ଅଛି । ବାବାଙ୍କ ସ୍ମୃତିରେ ହିଁ ରହୁନାହିଁ । ନଚେତ୍ ବାବାଙ୍କୁ ସମାଚାର ଦେବାକୁ ହେବ, ବାବା ମୁଁ ଏହି ସେବା କରିଛି, ଏହାଙ୍କୁ ବୁଝାଇଲି, ଏହାଙ୍କର ବୁଦ୍ଧିରେ ସମ୍ପୂର୍ଣ୍ଣ ଜ୍ଞାନ ରହିଲା ନାହିଁ । ତେବେ ବାବା ବି ବୁଝାଇବେ କି ଏହି ଶୈଳୀରେ ବୁଝାଅ ।

ଭକ୍ତିମାର୍ଗରେ ଯାହା କିଛି କହୁଛନ୍ତି ତାକୁ କିଛି ବି ବୁଝୁନାହାଁନ୍ତି । ମୁଖ୍ୟ କଥା ହେଲା ବାବାଙ୍କୁ ହିଁ ଜାଣିନାହାଁନ୍ତି । ବାବାଙ୍କୁ ଜାଣିବା ଦ୍ୱାରା ଭାରତ ସଦ୍‌ଗତି ପ୍ରାପ୍ତ କରିଥାଏ । ବାବାଙ୍କୁ ନ ଜାଣିବା କାରଣରୁ ଭାରତ ବିଲ୍‌କୁଲ୍ ଦୁର୍ଗତିକୁ ପ୍ରାପ୍ତ କରିଥାଏ । ଏବେ ବାବା ତୁମକୁ ବୁଝାଉଛନ୍ତି - ମୁଁ ତୁମକୁ ସଦ୍‌ଗତିକୁ ନେଇଯିବି, ବାକି ସମସ୍ତେ ମୁକ୍ତିଧାମକୁ ଯିବେ । ଭାରତ ଜୀବନ ମୁକ୍ତିରେ ଥିବା ସମୟରେ ବାକି ସମସ୍ତେ ମୁକ୍ତିଧାମରେ ରହିବେ । ଏହି ପରିବର୍ତ୍ତନ ବାବାଙ୍କ ବିନା ଆଉ କେହି କରିପାରିବେ ନାହିଁ । ସମସ୍ତଙ୍କର ସଦ୍‌ଗତିଦାତା ଏକମାତ୍ର ବାବା ହିଁ ଅଟନ୍ତି । ତେବେ ସମସ୍ତଙ୍କର ସଦ୍‌ଗତି ନିଶ୍ଚିତ କଳ୍ପ-କଳ୍ପ ସଂଗମରେ ହିଁ ହେବ ।

ତୁମେ ଜାଣିଛ ଯେ ଆମ ଆତ୍ମାମାନଙ୍କର ରୁହାନୀ ପିତା ଜଣେ ଅଟନ୍ତି । ତାଙ୍କୁ ଆତ୍ମା ହିଁ ମନେ ପକାଇଥାଏ । ଭକ୍ତିମାର୍ଗରେ ତୁମର ଦୁଇ ଜଣ ପିତା ଅଛନ୍ତି । ସତ୍ୟଯୁଗରେ ଜଣେ ପିତା ରହିବେ । କିନ୍ତୁ ସଂଗମରେ ତୁମର ୩ ଜଣ ପିତା ଅଛନ୍ତି । ପ୍ରଜାପିତା ବ୍ରହ୍ମା ମଧ୍ୟ ପିତା ଅଟନ୍ତି ନା । ଶିବ ମଧ୍ୟ ପିତା ଅଟନ୍ତି । ସେ ସର୍ବ ଆତ୍ମାଙ୍କର ପିତା ଅଟନ୍ତି, ତାଙ୍କଠାରୁ ହିଁ ସମ୍ପତ୍ତି ନେବାକୁ ହେବ । ତାଙ୍କୁ ମନେ ପକାଇବା ଦ୍ୱାରା ହିଁ ବିକର୍ମ ବିନାଶ ହେବ । ବ୍ରହ୍ମାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ ନାହିଁ, ସେଥିପାଇଁ ଶିବବାବାଙ୍କୁ ହିଁ ମନେ ପକାଇବାକୁ ହେବ । ଆମେ ତାଙ୍କର ସନ୍ତାନ ହୋଇଛୁ, ରୁହାନୀ ବାବାଙ୍କର ରୁହାନୀ ସନ୍ତାନମାନଙ୍କ ପ୍ରତି ଏହା ସଚ୍ଚା ସଚ୍ଚା ସତ୍ୟ ଜ୍ଞାନ ଅଟେ । ବାକି ସମସ୍ତେ ହେଲେ ଦେହ ଅଭିମାନୀ । ଦେହ ଅଭିମାନୀ ପତିତ ମନୁଷ୍ୟମାନେ ଯେଉଁ କର୍ତ୍ତବ୍ୟ କରିଥାନ୍ତି ତାହା ପତିତ କର୍ମ ହିଁ ହୋଇଥାଏ । ଦାନ-ପୁଣ୍ୟ ଆଦି ଯାହା ବି କରିଥାନ୍ତି, ସେ ସବୁ ମନୁଷ୍ୟକୁ ପତିତ ହିଁ କରାଇଥାଏ । ରାବଣ ରାଜ୍ୟରେ ହିଁ ଏସବୁ ହୋଇଥାଏ । ଏବେ ବାବା ଆସି ଅଧ୍ୟାଦେଶ ଜାରି କରୁଛନ୍ତି । କହୁଛନ୍ତି - ପିଲେ ଖବରଦାର, ବିକାରରେ ଯାଅ ନାହିଁ କାମବିକାରଗ୍ରସ୍ତ ହୁଅ ନାହିଁ, କାମ ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ତୋଫାନ ଆଦି ତ ବହୁତ ଆସିବ । ଏଥିରେ ହତାଶ ହେବା ଅନୁଚିତ୍ । ମାୟାର ଏତେ ବିକଳ୍ପ ଆସିବ ଯାହାକି ଅଜ୍ଞାନ କାଳରେ ମଧ୍ୟ ଆସି ନ ଥିବ, ଏପରି ମଧ୍ୟ ବିକଳ୍ପ ଆସିବ । କହନ୍ତି - ଭକ୍ତିମାର୍ଗରେ ତ ବହୁତ ଖୁସି ରହିଥାଏ । ଏବେ ଆପଣଙ୍କୁ ମନେ ପକାଇବାକୁ ଚାହିଁଲେ ମଧ୍ୟ ମନେ ପକାଇ ପାରୁ ନାହୁଁ । ବିନ୍ଦୁ ମନେ ପଡୁନାହିଁ, କୌଣସି ବଡ ଜିନିଷ ହୋଇଥିଲେ ତ ମନେ ପକାଇ ପାରିଥାନ୍ତୁ ।

ବାବା କହୁଛନ୍ତି ଯେ ତୁମେ ଶିବବାବା କହି ମନେ ପକାଅ, ଏହି ପୁରୁଣା ଦୁନିଆକୁ ଭୁଲିଯାଅ । ତୁମେ ମୋତେ ଶାନ୍ତିଧାମରେ ମନେ ପକାଅ । କେବଳ ଶାନ୍ତିଧାମକୁ ମନେ ପକାଅ ନାହିଁ, ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ବିକର୍ମ ବିନାଶ ହେବ । ଆତ୍ମାର ମିଠା ବାବାଙ୍କ ସହିତ ସ୍ନେହ ରହିବା ଉଚିତ୍ । ସେ ଅଧାକଳ୍ପର ପ୍ରେମିକ ଅଟନ୍ତି । ଆତ୍ମା କହୁଛି - ମୁଁ ଅଧାକଳ୍ପ ଆପଣଙ୍କୁ ଭୁଲି ଯାଇଥିଲି । ଏଠାକୁ ବ୍ରାହ୍ମଣୀମାନେ ଯେଉଁମାନଙ୍କୁ ନେଇ ଆସୁଛନ୍ତି, ବହୁତ ସାବଧାନତାର ସହିତ ନିଶ୍ଚୟ ବୁଦ୍ଧି ସମ୍ପନ୍ନ ଆତ୍ମାମାନଙ୍କୁ ହିଁ ଆଣିବା ଉଚିତ୍ । ଯଦି ଏଠାକୁ ଆସି ପୁଣି ଯାଇ କେହି ପତିତ ହେଲେ ତେବେ ବ୍ରାହ୍ମଣୀକୁ ଦଣ୍ଡ ଭୋଗ କରିବାକୁ ହେବ, ସେଥିପାଇଁ ବ୍ରାହ୍ମଣୀ ଉପରେ ବହୁତ ଦାୟିତ୍ୱ ରହିଛି । ବାବା ଏହି ରଥ ଧାରଣ କରିଛନ୍ତି । ଇଏ ସବୁ କଥାର ଅନୁଭବୀ ଅଟନ୍ତି । ଏଠାରେ ତ ବିକାରର କୌଣସି କଥା ହିଁ ନାହିଁ । ପରସ୍ପର ମଧ୍ୟରେ ହସିବା, ଖେଳିବା, କଥାବାର୍ତ୍ତା ହେବା ଏଥିପାଇଁ ମନା କରାଯାଉନାହିଁ । ବାକି ଯଦି କୌଣସି ଆତ୍ମା ସହିତ ଟିକିଏ ବି ସ୍ନେହ ରହିବ ତେବେ ତାହା ପୁଣି ବଢି ଚାଲିବ । କେବଳ ତାଙ୍କର ହିଁ ସ୍ମୃତି ରହିବ, ସେଥିପାଇଁ ଏଥିରୁ ମଧ୍ୟ ଉର୍ଦ୍ଧ୍ୱକୁ ଯିବାକୁ ହେବ ।

ଏବେ ତୁମେ ଘରେ ବସିଛ ନା ସତ୍ୟଯୁଗରେ ବସିଛ? (ଘରେ ବସିଛୁ) ବାବା ପିଲାମାନଙ୍କୁ ଘରେ ପଢାଉଛନ୍ତି । ଏହି ମଧୁବନ ତୁମ ସମସ୍ତଙ୍କର ଘର ଅଟେ । ଏଠାରୁ ବାହାରକୁ ଗଲେ ଏଭଳି କୁହାଯିବ ନାହିଁ । ଏଠାରେ ବହୁତ ଭଲ ନିଶା ରହିବ । ଦେହର ଅଭିମାନକୁ ଛାଡିବାକୁ ହେବ । ଦେହୀ-ଅଭିମାନୀ ହେଲେ ଜାତି ଧର୍ମର ଭେଦ ସବୁ ସମାପ୍ତ ହୋଇଯିବ । ଏହି ପୁରୁଣା ଦୁନିଆ ତମୋପ୍ରଧାନ ଅଟେ, ଏଠାରେ ପରସ୍ପର ମଧ୍ୟରେ ଭେଦଭାବ ଆହୁରି ହିଁ ବଢିଚାଲିଛି । ଆଗରୁ ବ୍ରିଟିଶ ସରକାର ସମୟରେ ଭାଷାର କୌଣସି ଖିଟ୍‌ପିଟ୍ ନ ଥିଲା, ଏବେ ଦିନକୁ ଦିନ ବିବାଦ ବଢି ଚାଲିଛି । ପୁଣି ସତ୍ୟଯୁଗରେ ଗୋଟିଏ ହିଁ ଭାଷା ହେବ । କୌଣସି ଭେଦଭାବ ରହିବ ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କୌଣସି ବି ଦେହଧାରୀଙ୍କର ସ୍ମୃତି ନ ଆସୁ, ଏଥିପାଇଁ ଅନ୍ୟ କାହାକୁ ବି ସ୍ନେହ କରିବାର ନାହିଁ । ଏହାଠାରୁ ମଧ୍ୟ ଉର୍ଦ୍ଧ୍ୱକୁ ଯିବାକୁ ହେବ । ବହୁତ ସାବଧାନ ରହିବାକୁ ହେବ । ମାୟାର ବିକଳ୍ପରେ ବିଚଳିତ ନ ହୋଇ, ବିଜୟୀ ହେବାକୁ ପଡିବ ।

(୨) ଧ୍ୟାନ ବା ସାକ୍ଷାତ୍‌କାର ଆଦିରେ ମାୟାର ବହୁତ ପ୍ରବେଶତା ହୋଇଥାଏ, ସେଥିପାଇଁ ଏହି ଭୂତର ପ୍ରବେଶତାଠାରୁ ନିଜକୁ ବଞ୍ଚାଇବାକୁ ହେବ । ବାବାଙ୍କୁ ନିଜର ସଚ୍ଚା-ସଚ୍ଚା ସମାଚାର ଦେବାକୁ ହେବ ।

ବରଦାନ:-
ସବୁ କଥାର ସାରକୁ ଗ୍ରହଣ କରି ଅଲରାଉଣ୍ଡ ଅର୍ଥାତ୍ ସବୁଥିରେ ପାରଙ୍ଗମ ହେଉଥିବା ସରଳ ପୁରୁଷାର୍ଥୀ ଭବ ।

ଯାହା ବି ସବୁ ଦେଖୁଛ ବା ଶୁଣୁଛ ତା’ର ସାର ମର୍ମକୁ ବୁଝିନିଅ ଏବଂ ଯାହା କହୁଛ ବା କର୍ମ କରୁଛ ସେଥିରେ ସାର ମର୍ମ ଭରି ରହୁ, ତେବେ ତୁମର ପୁରୁଷାର୍ଥ ସରଳ ହୋଇଯିବ । ଏହିଭଳି ସରଳ ପୁରୁଷାର୍ଥୀ ସବୁ କଥାରେ ପାରଙ୍ଗମ ହୋଇଥାଏ । ତା’ ଭିତରେ କୌଣସି ବି କମୀ ଦେଖାଯାଏ ନାହିଁ । କୌଣସି ବି କଥାରେ ତା’ର ସାହସ କମ୍ ହୋଇ ନ ଥାଏ, ତାଙ୍କ ମୁଖରୁ ଏଭଳି ବାଣୀ ବାହାରେ ନାହିଁ ଯେ ମୁଁ ଏହା କରିପାରିବି ନାହିଁ । ଏହିଭଳି ସରଳ ପୁରୁଷାର୍ଥୀ ନିଜେ ମଧ୍ୟ ସରଳଚିତ୍ତ ରହିଥାଆନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସରଳଚିତ୍ତ କରିଦିଅନ୍ତି ।

ସ୍ଲୋଗାନ:-
ସାଧନଗୁଡିକୁ ବ୍ୟବହାର କରୁଥିଲେ ମଧ୍ୟ ସେଗୁଡିକର ପ୍ରଭାବରୁ ମୁକ୍ତ ଏବଂ ବାବାଙ୍କର ପ୍ରିୟ ହୁଅ ।

ଅବ୍ୟକ୍ତ ଈଶାରା:- ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।

ନିଜର ସ୍ଥିତିକୁ ଏକରସ କରିବା ପାଇଁ ବାବାଙ୍କ ବ୍ୟତୀତ ଅନ୍ୟ କିଛି ବି ଦେଖୁଥିଲେ ମଧ୍ୟ ଦେଖ ନାହିଁ । ଏସବୁ ଯାହାବି ଦେଖୁଛ ତାହା କିଛି ବି ରହିବ ନାହିଁ । ତେଣୁ ଏକରସ ବା ସ୍ଥିର ଅବସ୍ଥାରେ ସେତେବେଳେ ରହିପାରିବ ଯେତେବେଳେ କୌଣସି ବି ଦୃଶ୍ୟକୁ ଦେଖି କାହିଁକି, କ’ଣ ଶବ୍ଦର ଉତ୍ପତ୍ତି ନ ହେବ, ଏହା ହିଁ ହେଉଛି ବ୍ୟର୍ଥ ସଂକଳ୍ପର ହଲଚଲ୍‌ର କାରଣ । ଏହିଭଳି କାହିଁକି, କ’ଣର ଧାଡି ସମାପ୍ତ ହେବା ପରେ ଯାଇ ସମ୍ପୂର୍ଣ୍ଣତା ଆସିବ ।