18.07.26 Morning Odia Murli Om Shanti BapDada Madhuban
“ମିଠେବଚ୍ଚେ:- ଏହି
ପୁରୁଣା ଦୁନିଆରେ ଯେଉଁ ପ୍ରକାରର ଆଶା ମନୁଷ୍ୟମାନେ ରଖୁଛନ୍ତି, ସେହି ସବୁ ଆଶା ତୁମକୁ ରଖିବାର
ନାହିଁ, କାହିଁକି ନା ଏହି ଦୁନିଆ ବିନାଶ ହୋଇଯିବ ।”
ପ୍ରଶ୍ନ:-
ସଙ୍ଗମଯୁଗରେ
କେଉଁ ଆଶା ରଖିଲେ ତୁମର ସବୁ ଆଶା ଗୁଡ଼ିକ ସବୁବେଳ ପାଇଁ ପୂର୍ଣ୍ଣ ହୋଇଯିବ?
ଉତ୍ତର:-
ଆମକୁ ପବିତ୍ର ହୋଇ, ବାବାଙ୍କୁ ୟାଦ କରି ତାଙ୍କଠାରୁ ପୂରା ସମ୍ପତ୍ତି ନେବାକୁ ହେବ - କେବଳ ଏହି
ଆଶା ରହୁ । ଏହି ଆଶା ରଖିଲେ ସଦାକାଳ ପାଇଁ ସବୁ ଆଶା ପୂର୍ଣ୍ଣ ହୋଇଯିବ । ଆୟୁଷ୍ମାନ ଭବ,
ପୁତ୍ରବାନ ଭବ, ଧନବାନ ଭବ... ସବୁ ବରଦାନ ମିଳିଯିବ । ସତ୍ୟଯୁଗରେ ସବୁ ମନୋକାମନା ପୂର୍ଣ୍ଣ
ହୋଇଯିବ ।
ଗୀତ:-
ତୁହ୍ମି ହୋ ମାତା,
ତୁହ୍ମି ପିତା ହୋ...
ଓମ୍ ଶାନ୍ତି ।
ମିଠା-ମିଠା ରୁହାନୀ ପିଲାମାନଙ୍କ ପ୍ରତି ଅର୍ଥାତ୍ ଆତ୍ମାମାନଙ୍କ ପ୍ରତି ପରମପିତା ପରମାତ୍ମା ଏହା
ବୁଝାଉଛନ୍ତି । ତୁମେ ଜାଣିଛ ବେହଦର ବାବା ଆମକୁ ବରଦାନ ଦେଉଛନ୍ତି । ଲୋକମାନେ ଆଶୀର୍ବାଦ
ଦେଇଥା’ନ୍ତି - ପୁତ୍ରବାନ ଭବ, ଆୟୁଷ୍ମାନ ଭବ, ଧନବାନ ଭବ । ଏବେ ବାବା ତୁମକୁ ବରଦାନ ଦେଉଛନ୍ତି
ଆୟୁଷ୍ମାନ ଭବ । ତୁମର ଆୟୁଷ ବହୁତ ଅଧିକ ହେବ । ସତ୍ୟଯୁଗରେ ପୁତ୍ର ବି ଜନ୍ମ ହେବ ତ ସେ ମଧ୍ୟ
ସୁଖ ଦେବ । ଏଠାରେ ଯେଉଁ ପିଲାମାନେ ଅଛନ୍ତି, ସମସ୍ତେ ଦୁଃଖ ଦେଉଛନ୍ତି । ସତ୍ୟଯୁଗରେ ଯେଉଁ
ପିଲାମାନେ ଜନ୍ମ ହେବେ, ସେମାନେ ସୁଖ ଦେବେ । ଏବେ ତୁମେମାନେ ଜାଣୁଛ ଯେ ବେହଦର ବାବା ବେହଦ ସୁଖର
ବର୍ସା ଦେଉଛନ୍ତି । ବାସ୍ତବରେ ଆମେ ଆୟୁଷ୍ମାନ, ଧନବାନ ମଧ୍ୟ ହେବା । ଏବେ କୌଣସି କାମନା ରଖିବା
ଅନୁଚିତ୍ । ତୁମର ସବୁ ମନୋକାମନାଗୁଡ଼ିକ ସତ୍ୟଯୁଗରେ ପୂରା ହେବ । ଏହି ନର୍କରେ କୌଣସି ବି କାମନା
ରଖିବା ଉଚିତ୍ ନୁହେଁ । ଏଠାରେ ଧନର କାମନା ମଧ୍ୟ ରଖ ନାହିଁ । ବହୁତ ଧନ ହେଉ, ବଡ଼ ଚାକିରି ମିଳୁ
- ଏହିପରି ଅଧିକ ଇଚ୍ଛା ରଖ ନାହିଁ । ପେଟ ତ କେବଳ ଗୋଟିଏ ମୁଠା ଅଟାର ରୁଟି ଖାଇଥାଏ, ତେଣୁ ଅଧିକ
ଲୋଭ କରିବା ଅନୁଚିତ୍ । ଯଦି ଅଧିକ ଧନ ଥିବ ତାହା ବିନାଶ ହୋଇଯିବ । ପିଲାମାନେ ଜାଣିଛନ୍ତି ବାବା
ଆମକୁ ସ୍ୱର୍ଗର ମାଲିକ କରାଉଛନ୍ତି । ଏବେ ବାବା କହୁଛନ୍ତି - ଦାନ ଦିଅ ତେବେ ଗ୍ରହଣ ଛାଡ଼ିଯିବ ।
ତେବେ କେଉଁ ଦାନ ଦେବ? ଏହି ୫ ବିକାର । ଏହାକୁ ଦାନ କରିଦିଅ ତେବେ ଖରାପ ଗ୍ରହ ଚାଲିଯିବ ଏବଂ ତୁମେ
୧୬ କଳା ସଂପୂର୍ଣ୍ଣ ହୋଇଯିବ । ତୁମେ ଜାଣିଛ ଆମକୁ ସର୍ବଗୁଣ ସମ୍ପନ୍ନ, ୧୬ କଳା ସଂପୂର୍ଣ୍ଣ ...
ଏହିଠାରେ ହିଁ ହେବାକୁ ପଡ଼ିବ । ଏଠାରେ ୫ ବିକାରର ଦାନ ଦେବାକୁ ପଡ଼ୁଛି । ପିଲାମାନଙ୍କୁ ବାବା
କହୁଛନ୍ତି- ମିଠା ପିଲାମାନେ କୌଣସି ଆଶା ରଖନାହିଁ, କେବଳ ବେହଦର ବାବାଙ୍କଠାରୁ ବେହଦର ବର୍ସା (
ସମ୍ପତ୍ତି) ନିଅ । ବାକି ଅଳ୍ପ ସମୟ ଅଛି, ଗାୟନ ମଧ୍ୟ କରାଯାଏ - ବହୁତ ଗଲା ଅଳ୍ପ ରହିଲା ।
ବିନାଶ ହେବା ପାଇଁ ଅଳ୍ପ ସମୟ ଅଛି, ସେଥିପାଇଁ ଏହି ପୁରୁଣା ଦୁନିଆରେ କୌଣସି ଆଶା ରଖ ନାହିଁ ।
କେବଳ ବାବାଙ୍କୁ ୟାଦ କରୁଥାଅ, ୟାଦ ଦ୍ୱାରା ପିଲାମାନଙ୍କୁ ସତ୍ତ୍ୱପ୍ରଧାନ ହେବାକୁ ପଡ଼ିବ । ଏହି
ଦୁନିଆରେ ମନୁଷ୍ୟ ଯେଉଁ ଆଶା ରଖୁଛନ୍ତି ସେହିପରି କୌଣସି ଆଶା ରଖ ନାହିଁ । କେବଳ ଗୋଟିଏ ଆଶା
ରଖିବାର ଅଛି ଯେ ମୋତେ ଶିବବାବାଙ୍କଠାରୁ ସ୍ୱର୍ଗର ବର୍ସା ନେବାର ଅଛି । କାହାକୁ ବି କେବେ ଦୁଃଖ
ଦେବାର ନାହିଁ । ପରସ୍ପର ପ୍ରତି କାମ ବିକାରର ଭାବନା ରଖିବା ଏହା ସବୁଠାରୁ ବଡ଼ ଦୁଃଖ, ସେଥିପାଇଁ
ସନ୍ନ୍ୟାସୀମାନେ ସ୍ତ୍ରୀ ଠାରୁ ଅଲଗା ହୋଇଯାଇଥାନ୍ତି । କହିଥାନ୍ତି ଇଏ ଛାଡ଼ି ଦେଇଛି । ଏହି ସମୟରେ
ରାବଣ ରାଜ୍ୟରେ ସମସ୍ତେ ପତିତ, ପାପାତ୍ମା ଅଟନ୍ତି ।
ଏବେ ସମୟ ବହୁତ କମ୍ ଅଛି, ତୁମେ ଯଦି ବାବାଙ୍କ ଶ୍ରୀମତରେ ନ ଚାଲିବ ତେବେ ଶ୍ରେଷ୍ଠ ହୋଇପାରିବ
ନାହିଁ । ପିଲାମାନଙ୍କୁ ଉଚ୍ଚରୁ ଉଚ୍ଚ ହେବାକୁ ପଡ଼ିବ, ସେଥିପାଇଁ ୫ ବିକାରର ଦାନ ଦେବାକୁ ହେବ,
ତେବେ ଯାଇ ଗ୍ରହଣ ଛାଡ଼ିଯିବ । ଏବେ ସମସ୍ତଙ୍କ ଉପରେ ଖରାପ ଗ୍ରହ ପଡିଛି, ସେଥିପାଇଁ ସଂପୂର୍ଣ୍ଣ
କଳା ହୋଇଯାଇଛନ୍ତି । ବାବା କହୁଛନ୍ତି - ଯଦି ମୋଠାରୁ ବର୍ସା ନେବାର ଅଛି ତ ପବିତ୍ର ହୁଅ ।
ଦ୍ୱାପରରୁ ଆରମ୍ଭ କରି ତୁମେ ପତିତ ହୋଇ- ହୋଇ ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଯାଇଛ, ସେଥିପାଇଁ
ତ ଗାୟନ କରୁଛ ପତିତ-ପାବନ ଆସ, ଆସି ଆମକୁ ପବିତ୍ର କରାଅ । ତେଣୁ ବାବା ନିର୍ଦ୍ଦେଶ ଦେଉଛନ୍ତି -
ପିଲାମାନେ ଏବେ ପତିତ ହୁଅ ନାହିଁ, କାମ ମହାଶତ୍ରୁ କୁ ଜିତ, ଏଥିରେ ହିଁ ତୁମେ ଆଦି-ମଧ୍ୟ-ଅନ୍ତ
ଦୁଃଖ ପାଇଛ । ବାବା କହୁଛନ୍ତି-ତୁମେ ସ୍ୱର୍ଗରେ ସଂପୂର୍ଣ୍ଣ ପବିତ୍ର ଥିଲ । ଏବେ ରାବଣ ମତରେ ତୁମେ
ପତିତ ହୋଇଯାଇଛ, ସେଥିପାଇଁ ଦେବତାମାନଙ୍କ ଆଗରେ ତାଙ୍କର ମହିମା ଗାୟନ କରୁଛ ଆପଣ ସର୍ବଗୁଣ
ସମ୍ପନ୍ନ, ସଂପୂର୍ଣ୍ଣ ନିର୍ବିକାରୀ ଏବଂ ଆମେ ବିକାରୀ । ନିର୍ବିକାରୀ ହେବା ଦ୍ୱାରା ସୁଖ ହିଁ
ସୁଖ ମିଳିଥାଏ । ବାବା କହୁଛନ୍ତି - ଏବେ ମୁଁ ଆସିଛି, ପିଲାମାନଙ୍କୁ ନିର୍ବିକାରୀ କରାଇବା ପାଇଁ
। ଏବେ ତୁମକୁ ସବୁ ଇଚ୍ଛା ଛାଡ଼ିବାକୁ ହେବ । ଭଲେ ନିଜର କର୍ମଧନ୍ଦା ଆଦି କର ପରସ୍ପରକୁ ଜ୍ଞାନ
ଅମୃତ ପିଆଅ । ଗାୟନ ମଧ୍ୟ କରାଯାଏ - ଅମୃତ ଛାଡ଼ି ବିଷ କାହିଁକି ପିଇବୁ । ବାବା କହୁଛନ୍ତି ଏଠାରେ
କୌଣସି ବି କାମନା ରଖ ନାହିଁ । ଆମେ ୟାଦର ଯାତ୍ରା ଦ୍ୱାରା ପୂରା ସତ୍ତ୍ୱୋପ୍ରଧାନ ହୋଇଯିବୁ ।
ତୁମେ ୬୩ ଜନ୍ମ ଯେଉଁ ପାପ କରିଛ, ତାହା ୟାଦ ଦ୍ୱାରା ହିଁ କଟିବ । ଏବେ ନିର୍ବିକାରୀ ହେବାକୁ
ପଡ଼ିବ । ଯଦିଓ ମାୟାର ତୁଫାନ ଆସିବ କିନ୍ତୁ ତୁମକୁ ପତିତ ହେବାର ନାହିଁ । ମନୁଷ୍ୟରୁ ଦେବତା
ହେବାକୁ ହିଁ ପଡ଼ିବ । ତୁମେ ହିଁ ସତ୍ତ୍ୱପ୍ରଧାନ ପୂଜ୍ୟ ଦେବତା ଥିଲ ପୁଣି ତୁମେ ହିଁ ପୂଜ୍ୟରୁ
ପୂଜାରୀ ହେଉଛ । ଆମେ ନିରୋଗୀ ଥିଲୁ ପୁଣି ରୋଗୀ ହୋଇଛୁ, ଏବେ ପୁଣି ଥରେ ନିରୋଗୀ ହେବାକୁ ଯାଉଛୁ
। ଯେତେବେଳେ ନିରୋଗୀ ଥିଲୁ ଆମର ଆୟୁଷ ବହୁତ ବଡ଼ ଥିଲା, ଏବେ ଦେଖ ବସୁ-ବସୁ ମନୁଷ୍ୟ ମରିଯାଉଛନ୍ତି
। ତେଣୁ କୌଣସି ବି ଆଶା ରଖିବା ଅନୁଚିତ୍ । ଏସବୁ ବିକାରୀ ଆଶା ଅଟେ । କଣ୍ଟାରୁ ଫୁଲ ହେବା ପାଇଁ
ତ ଗୋଟିଏ ହିଁ ଫାଷ୍ଟ୍କା୍ଳସ ଆଶା ରହିଛି - ବାବା କହୁଛନ୍ତି, ମୋତେ ମନେ ପକାଅ ତେବେ ତୁମେ
ପୁଣ୍ୟ ଆତ୍ମା ହୋଇଯିବ । ଏହି ସମୟରେ ସମସ୍ତଙ୍କର ଉପରେ ରାହୁର ଗ୍ରହଣ ଲାଗିଛି । ସାରା ଭାରତରେ
ରାହୁର ଗ୍ରହଣ ଲାଗିଛି । ପୁଣି ବୃହସ୍ପତିର ଦଶା ହେବା ଦରକାର । ତୁମେ ଜାଣିଛ ଏବେ ଆମ ଉପରେ
ବୃହସ୍ପତିର ଦଶା ପଡ଼ିଛି । ଭାରତ ସ୍ୱର୍ଗ ଥିଲା, ସତ୍ୟଯୁଗରେ ତୁମ ଉପରେ ବୃହସ୍ପତି ଦଶା ପଡିଥିଲା
। ଏବେ ରାହୁର ଦଶା ପଡିଛି । ଏବେ ପୁଣି ବେହଦର ବାବାଙ୍କଠାରୁ ବୃହସ୍ପତିର ଦଶା ମିଳୁଛି ।
ବୃହସ୍ପତିର ଦଶାରେ ୨୧ ଜନ୍ମର ସୁଖ ରହିଛି । ତ୍ରେତା ଯୁଗରେ ଶୁକ୍ରର ଦଶା ହୋଇଥାଏ । ତେଣୁ ଯିଏ
ଯେତେ ବାବାଙ୍କୁ ମନେ ପକାଇବେ ସେତେ ବୃହସ୍ପତିର ଦଶା ହେବ । ଏହି ଜ୍ଞାନ ମଧ୍ୟ ଦିଆଯାଉଛି ଯେ ଏବେ
ସମସ୍ତଙ୍କୁ ଘରକୁ ଫେରିବାକୁ ହେବ, ସେଥିପାଇଁ ବାବାଙ୍କୁ ମନେ ପକାଅ ତେବେ ତୁମର ବିକର୍ମ ବିନାଶ
ହେବ ଏବଂ ତୁମେ ଉଡ଼ିବା ଯୋଗ୍ୟ ହୋଇଯିବ । ମାୟା ତୁମର ଡ଼େଣା କାଟି ଦେଉଛି ।
ଏବେ ତୁମକୁ ଈଶ୍ୱରୀୟ ମତ ମିଳୁଛି, ଯାହା ଦ୍ୱାରା ତୁମେ ସର୍ବଦା ସୁଖୀ ହେଉଛ । ଈଶ୍ୱରୀୟ ମତ
ଦ୍ୱାରା ତୁମେ ସ୍ୱର୍ଗର ମାଲିକ ହେଉଛ । ବିଶ୍ୱର ବାଦଶାହୀ ନେଉଛ । ଈଶ୍ୱରୀୟ ମତ ମିଳୁଛି,
ବାବାଙ୍କୁ ମନେ ପକାଅ ତେବେ ଅନ୍ତ ମତି ସୋ ଗତି ହୋଇଯିବ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ବିକର୍ମ
ବିନାଶ ହେବ ଏବଂ ତୁମେ ପବିତ୍ର ହୋଇଯିବ । ପବିତ୍ର ଆତ୍ମା ହିଁ ସ୍ୱର୍ଗର ମାଲିକ ହେବା ପାଇଁ
ଯୋଗ୍ୟ ହେବେ । ସେଠାରେ ତୁମର ଶରୀର ନିରୋଗୀ ହେବ, ଆୟୁଷ ମଧ୍ୟ ବଡ଼ ହେବ । ଧନ ମଧ୍ୟ ବହୁତ ରହିବ ।
ସେଠାରେ କେବେ ଧର୍ମର ସନ୍ତାନ କରିବେ ନାହିଁ । ବାବା କହୁଛନ୍ତି - ଆୟୁଷ୍ମାନ ଭବ, ସମ୍ପତ୍ତିବାନ
ଭବ । ଗୋଟିଏ ପୁତ୍ର ନିଶ୍ଚୟ ଜନ୍ମ ହେବ । ଏହି ସମୟରେ ବାବା ସମସ୍ତଙ୍କୁ ଧର୍ମର ସନ୍ତାନ
କରାଉଛନ୍ତି । ତେବେ ସତ୍ୟଯୁଗରେ କେହି ଧର୍ମର ସନ୍ତାନ ହେବେ ନାହିଁ । ଯୋଗବଳ ଦ୍ୱାରା ଗୋଟିଏ ପୁଅ,
ଗୋଟିଏ କନ୍ୟା ଜନ୍ମ ହେବେ । ପଚାରୁଛନ୍ତି ସେଠାରେ ପିଲା କିପରି ଜନ୍ମ ହେବେ, ସେଠାରେ ଯୋଗବଳ
ରହିଛି । ଏସବୁ ଡ଼୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ସତ୍ୟଯୁଗରେ ସମସ୍ତେ ଯୋଗୀ ହେବେ ।
ଶ୍ରୀକୃଷ୍ଣଙ୍କୁ ଯୋଗେଶ୍ୱର କୁହାଯାଉଛି । ଏପରି ନୁହେଁ ଯେ ଶ୍ରୀକୃଷ୍ଣ ଯୋଗରେ ରହୁଛନ୍ତି । ସେ ତ
ପୁରା ପବିତ୍ର ଯୋଗୀ ଅଟନ୍ତି । ଈଶ୍ୱର ସମସ୍ତଙ୍କୁ ଯୋଗେଶ୍ୱର କରାଇଛନ୍ତି, ତେଣୁ ତୁମେ ଭବିଷ୍ୟତରେ
ମଧ୍ୟ ଯୋଗୀ ହୋଇ ରହିବ । ବାବା ଯୋଗୀ କରାଉଛନ୍ତି । ଯୋଗୀମାନଙ୍କର ଆୟୁଷ ବଡ଼ ହୋଇଥାଏ । ଭୋଗୀ
ମାନଙ୍କର ଆୟୁଷ ଛୋଟ ହୋଇଥାଏ । ଈଶ୍ୱର ଆସି ପିଲାମାନଙ୍କୁ ପବିତ୍ର କରାଇ ଯୋଗ ଶିଖାଇ ଦେବତା
କରାଉଛନ୍ତି, ଏହାଙ୍କୁ ଯୋଗୀ କୁହାଯାଉଛି । ଯୋଗୀ ଅଥବା ଋଷିମାନେ ପବିତ୍ର ହୋଇଥାନ୍ତି । ତୁମକୁ
ବୁଝାଯାଇଛି - ତୁମେ ହେଉଛ ରାଜଋଷି । ତୁମେ ରାଜଯୋଗ ଶିଖୁଛ, ରାଜ୍ୟ ପଦ ପାଇବା ପାଇଁ । ଏହି ସମୟରେ
ବାବାଙ୍କୁ ୟାଦ କରିବାକୁ ହେବ, ଏଠାରେ ପିଲା ଜନ୍ମ ହେଉ, ଏପରି କୌଣସି ଓଲଟା ଆଶା ରଖିବା ଅନୁଚିତ୍
। ସେଥିପାଇଁ ବିକାରରେ ଯାଇ, କାମ କଟୁରୀ ଚଳାଇବାକୁ ପଡ଼ିବ ନା । ଦେହ-ଅଭିମାନୀ ହିଁ କାମ ବିକାରରେ
ଯାଇଥାନ୍ତି । ଦେହ-ଅଭିମାନୀମାନେ କାମ ବିକାରରେ ଯାଇ ନ ଥା’ନ୍ତି । ବାବା ବୁଝାଉଛନ୍ତି ତୁମେ
ପବିତ୍ର ହୁଅ । ବାବା ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି, ଏବେ କାମ ବିକାରରେ ଯାଅ ନାହିଁ ।
ପବିତ୍ର ହୁଅ ତେବେ ତୁମର ସବୁ ଦୁଃଖ ଦୂର ହୋଇଯିବ । ବାବା ତୁମକୁ ସ୍ୱର୍ଗର ମାଲିକ କରାଉଛନ୍ତି ।
ବାବା କେତେ ସୁଖ ଦେଉଛନ୍ତି । ବାବାଙ୍କଠାରୁ ତ ସଂପୂର୍ଣ୍ଣ ବର୍ସା ନେବା ଦରକାର ।
ବାବା ତ ଦୀନବନ୍ଧୁ ଅଟନ୍ତି । ଗାୟନ ମଧ୍ୟ ରହିଛି ସୁଦାମା ଦୁଇମୁଠା ଚାଉଳ ଦେଲେ ତେବେ ତାଙ୍କୁ
ମହଲ ମିଳିଗଲା । ବାବା ୨୧ ଜନ୍ମ ପାଇଁ ବର୍ସା ଦେଉଛନ୍ତି । ଏକଥା ମଧ୍ୟ ଜାଣିଛ ଏବେ ସମସ୍ତଙ୍କୁ
ଘରକୁ ଫେରିବାକୁ ହେବ । ଶିବବାବାଙ୍କ ସ୍ଥାପନା କାର୍ଯ୍ୟରେ ଯିଏ ଯେତେ ସହଯୋଗ କରିପାରିବେ । ଘରେ
ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଅଥବା ଡ଼ାକ୍ତରଖାନା ଖୋଲ । ବୋର୍ଡ଼ ଉପରେ ଲେଖିଦିଅ, ଭାଇ ଓ ଭଉଣୀମାନେ,
ଯଦି ୨୧ ଜନ୍ମ ପାଇଁ, ସର୍ବଦା ସୁସ୍ଥ ଏବଂ ସମ୍ପତ୍ତିବାନ୍ ହେବାର ଅଛି, ତେବେ ଏଠାକୁ ଆସି ବୁଝ ।
ଆମେ ଗୋଟିଏ ସେକେଣ୍ଡରେ ସଦା ସୁସ୍ଥ, ଧନବାନ ହେବାର ରାସ୍ତା ବତାଉଛୁ । ତୁମେ ଡ଼ାକ୍ତର ଅଟ ନା ।
ଡ଼ାକ୍ତର ବୋର୍ଡ଼ ତ ନିଶ୍ଚିତ ଲଗାଇଥା’ନ୍ତି, ନଚେତ୍ ମନୁଷ୍ୟ ମାନେ କିପରି ଜାଣିବେ । ତୁମେ ମଧ୍ୟ
ନିଜର ଘର ବାହାରେ ବୋର୍ଡ଼ ଲଗାଇଦିଅ । କେହି ଆସିଲେ ତାଙ୍କୁ ଦୁଇ ପିତାଙ୍କର ରହସ୍ୟକୁ ବୁଝାଅ ।
ହଦର ପିତାଙ୍କଠାରୁ ହଦର ବର୍ସା ପାଉଛ । ବେହଦର ବାବା କହୁଛନ୍ତି - ମୋତେ ମନେ ପକାଅ ତେବେ ବେହଦର
ବର୍ସା ମିଳିବ । ପ୍ରୋଜେକ୍ଟର, ପ୍ରଦର୍ଶନୀରେ ପ୍ରଥମେ ଏହା ବୁଝାଅ । ଏହି ପୁରୁଷାର୍ଥ ଦ୍ୱାରା
ତୁମେ ଏହିପରି ହେବ । ବର୍ତ୍ତମାନ ହେଲା ସଙ୍ଗମ । ଏବେ କଳିଯୁଗରୁ ସତ୍ୟଯୁଗକୁ ଯିବାକୁ ହେବ । ତୁମେ
ଭାରତବାସୀ ସତ୍ତ୍ୱପ୍ରଧାନ ଥିଲ, ଏବେ ତମୋପ୍ରଧାନ ହୋଇଯାଇଛ । ଏବେ ବାବା କହୁଛନ୍ତି - ମୋତେ ମନେ
ପକାଅ ତେବେ ତୁମେ ସ୍ୱର୍ଗର ମାଲିକ ହେବ । ଦୁଇଟି ଅକ୍ଷର ହିଁ ରହିଛି । ଅଲଫ (ଈଶ୍ୱରଙ୍କୁ) ମନେ
ପକାଅ ତେବେ ବେ ଅର୍ଥାତ୍ ବାଦଶାହୀ ତୁମର । ଏହା ଦ୍ୱାରା ହିଁ ତୁମେ ଖୁସିରେ ରହିବ । ବିକାରୀ
ଦୁନିଆରେ ତୁମେ କୌଣସି ପ୍ରକାରର ଆଶା ରଖ ନାହିଁ । ଏଠାରେ ତୁମେ ପୁରୁଷାର୍ଥ କରୁଛ - ଜୀବଦଶାରୁ
ମରିବା ପାଇଁ । ସେମାନେ ତ ମରିବା ପରେ କହୁଛନ୍ତି ସ୍ୱର୍ଗବାସୀ ହେଲା । ତୁମେ ସମସ୍ତଙ୍କୁ କହୁଛ
ଆମେ ସ୍ୱର୍ଗବାସୀ ହେବା ପାଇଁ ବାବାଙ୍କୁ ମନେ ପକାଉଛୁ । ତାଙ୍କଠାରୁ ବେହଦର ସୁଖ ମିଳୁଛି ।
ବାବାଙ୍କୁ ମନେ ପକାଇଲେ ତୁମେ କେବେ କନ୍ଦାକଟା କରିବ ନାହିଁ । ତୋଫାନ ଆସିବ, ସେଥିପାଇଁ ଚିନ୍ତା
କର ନାହିଁ । ମାୟାର ତୋଫାନ ତ’ ଆସିବ । ଏହା ହେଉଛି ଯୁଦ୍ଧ । ସଂକଳ୍ପ-ବିକଳ୍ପ ଆସୁଛି, ସେଥିପାଇଁ
ମାଗଣାରେ ସମୟ ନଷ୍ଟ ହେଉଛି । ତୋଫାନ ତ ଚାଲିଯିବ, ସର୍ବଦା ରହିବ ନାହିଁ । ସକାଳୁ ଉଠି ବାବାଙ୍କ
ସ୍ମୃତିରେ ରହିବାକୁ ହେବ, ତାଙ୍କ ଠାରୁ ବର୍ସା ନେବାକୁ ପଡ଼ିବ । ଏହି ନିଶା ମନରେ ରହୁ । ବାବା ଆଉ
କୌଣସି କଷ୍ଟ ଦେଉନାହାଁନ୍ତି । କେବଳ ବାବାଙ୍କୁ ମନେ ପକାଇବାକୁ ହେବ । ଅନ୍ୟ ସମସ୍ତଙ୍କୁ
ଭୁଲିଯାଅ, ଏମାନେ ସମସ୍ତେ ମରିଯାଇଛନ୍ତି । ପରସ୍ପର ସହିତ ଏହି କଥା ହୁଅ । ବାବା ଏବେ ତ କେବଳ
ଆପଣଙ୍କୁ ହିଁ ମନେ ପକାଇବୁ, ଆପଣଙ୍କଠାରୁ ସ୍ୱର୍ଗର ବର୍ସା ନେବୁ । ସମୟ ସ୍ଥିର କରିଦିଅ - ଆମେ
୩-୪ ଟାରେ ନିଶ୍ଚିତ ଉଠି ବାବାଙ୍କ ସ୍ମୃତିରେ ରହିବୁ । ଚକ୍ରକୁ ମଧ୍ୟ ମନେରଖିବାକୁ ହେବ । ବାବା
ଆମକୁ ରଚୟିତା ଏବଂ ରଚନାର ଜ୍ଞାନ ଦେଉଛନ୍ତି । ଆମେ ଏହି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷକୁ ଜାଣିଛୁ
। ଆମେ ୨୧ ଜନ୍ମ କିପରି ନେଉଛୁ ଏକଥା ବି ବୁଦ୍ଧିରେ ଅଛି । ଏବେ ଆମେ ଘରକୁ ଯାଉଛୁ, ପୁଣି
ସ୍ୱର୍ଗକୁ ଆସି ଅଭିନୟ କରିବୁ । ଆମେ ହେଲୁ ଆତ୍ମା, ଆତ୍ମାକୁ ହିଁ ରାଜ୍ୟ ମିଳୁଛି । ଆମେ
ବାବାଙ୍କୁ ମନେ ପକାଇବା ଦ୍ୱାରା ବର୍ସାର ହକଦାର ହୋଇଯାଉଛୁ । ଏହା ରାଜଯୋଗ ଅଟେ । ସମସ୍ତେ
ବାବାଙ୍କୁ ମନେ ପକାଉଛନ୍ତି । ବେହଦର ବାବାଙ୍କ ଦ୍ୱାରା ତୁମେ ଅନେକଥର ବିଶ୍ୱର ମାଲିକ ହୋଇଛ, ପୁଣି
ନର୍କବାସୀ ହୋଇଯାଇଛ । ଏବେ ପୁଣି ସ୍ୱର୍ଗବାସୀ ହେଉଛ ଏକମାତ୍ର ବାବାଙ୍କ ସ୍ମୃତି ଦ୍ୱାରା । ଏହା
ଦ୍ୱାରା ହିଁ ପାପ ଭସ୍ମ ହୋଇଯିବ, ସେଥିପାଇଁ ଏହାକୁ ଯୋଗଅଗ୍ନି କୁହାଯାଉଛି ।
ତୁମେ ବ୍ରାହ୍ମଣ ହେଲ ରାଜଋଷି, ଋଷି ସର୍ବଦା ପବିତ୍ର ହୋଇଥାନ୍ତି । ତୁମେ ବାବାଙ୍କୁ ମନେ ପକାଇ
ରାଜ୍ୟଭାଗ୍ୟର ବର୍ସା ନେଉଛ । ତେଣୁ ଏବେ ବିକାରରେ ଯିବାପାଇଁ ଆଶା ରଖିବା ଅନୁଚିତ୍ । ଏହା ଛି-ଛି
(ବିକାରୀ) ଆଶା । ଏବେ ତ ପାରଲୌକିକ ପିତାଙ୍କଠାରୁ ବର୍ସା ନେବାକୁ ହେବ । ରୋଗରେ ପଡ଼ିଲେ ମଧ୍ୟ ମନେ
ପକାଇ ପାରିବ । ବାବାଙ୍କୁ ମଧ୍ୟ ପିଲାମାନେ ବହୁତ ସ୍ନେହୀ ଲାଗିଥାନ୍ତି । ବାବାଙ୍କୁ ପିଲାମାନଙ୍କୁ
ପତ୍ର ଆଦି ଲେଖିବାକୁ ପଡ଼ୁଛି, ଏହା ଶିବବାବା ହିଁ ଲେଖାଉଛନ୍ତି । ତୁମେ ମଧ୍ୟ ପତ୍ର ଲେଖୁଛ -
ଶିବବାବା ମାର୍ଫତ ବ୍ରହ୍ମା । ଆମେ ସମସ୍ତେ ଶିବବାବାଙ୍କର ସନ୍ତାନ ଭାଇ ଭାଇ ଅଟୁ । ରୁହାନୀ ବାବା
ଆସି ଆମକୁ ପବିତ୍ର କରାଉଛନ୍ତି, ସେଥିପାଇଁ ତାଙ୍କୁ ପତିତ- ପାବନ କୁହାଯାଉଛି । ସିଏ ସବୁ
ଆତ୍ମାମାନଙ୍କୁ ପବିତ୍ର କରାଉଛନ୍ତି । କାହାକୁ ବି ଛାଡ଼ୁନାହିଁ, ପ୍ରକୃତି ବି ପବିତ୍ର ହେଉଛି ।
ତୁମେ ଜାଣିଛ ସତ୍ୟଯୁଗରେ ପ୍ରକୃତି ମଧ୍ୟ ପବିତ୍ର ରହିବ । ଏବେ ଶରୀର ମଧ୍ୟ ପତିତ ହୋଇଯାଇଛି
ସେଥିପାଇଁ ତ ଗଙ୍ଗାରେ ଶରୀରକୁ ଧୋଇବାକୁ ଯାଉଛନ୍ତି, କିନ୍ତୁ ଆତ୍ମା ତ ପବିତ୍ର ହେଉନାହିଁ ।
ଯୋଗର ଅଗ୍ନି ଦ୍ୱାରା ହିଁ ଆତ୍ମା ପବିତ୍ର ହେବ । ଆଚ୍ଛା -
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
( ୧) ଏହି
କଳିଯୁଗୀ ଦୁନିଆରେ କୌଣସି ପ୍ରକାରର ଓଲଟା ଆଶା ରଖିବାର ନାହିଁ । ସଂପୂର୍ଣ୍ଣ ସତ୍ତ୍ୱପ୍ରଧାନ ହେବା
ପାଇଁ ଈଶ୍ୱରୀୟ ମତରେ ଚାଲିବାକୁ ହେବ ।
(୨) ପବିତ୍ର ହୋଇ ଘରକୁ
ଫେରିବାକୁ ହେବ, ଏହି ଗୋଟିଏ ଆଶା ରଖିବାକୁ ହେବ । ଅନ୍ତିମ ମତି (ସଂକଳ୍ପ) ଅନୁସାରେ ଗତି
ପ୍ରାପ୍ତ ହେବ । ମାୟାର ତୋଫାନରେ ସମୟ ନଷ୍ଟ କରିବାର ନାହିଁ ।
ବରଦାନ:-
ସର୍ବଦା ନିଜର
ଶକ୍ତିଶାଳୀ ମନୋବୃତ୍ତି ଦ୍ୱାରା ବେହଦର ସେବାରେ ତତ୍ପର ରହୁଥିବା ହଦ୍ର ସମସ୍ୟାଗୁଡିକରୁ ମୁକ୍ତ
ଭବ ।
ଯେପରି ସାକାର ବାବାଙ୍କୁ
ସେବା ବ୍ୟତୀତ ଅନ୍ୟ କିଛି ବି ଦେଖାଯାଉ ନ ଥିଲା ସେହିପରି ତୁମେମାନେ ମଧ୍ୟ ନିଜର ଶକ୍ତିଶାଳୀ
ମନୋବୃତ୍ତି ଦ୍ୱାରା ବେହଦର ସେବାରେ ସର୍ବଦା ତତ୍ପର ରୁହ ଯାହାଦ୍ୱାରା ହଦର ଅର୍ଥାତ୍ ବିନାଶୀ
ସମସ୍ୟାଗୁଡିକ ଆପେ ଆପେ ସମାପ୍ତ ହୋଇଯିବ । ତେବେ ବିନାଶୀ କଥାରେ ସମୟ ଦେବା - ଏହା ମଧ୍ୟ କଣ୍ଢେଇ
ଖେଳ ଅଟେ, ଯେଉଁଥିରେ ସମୟ ଏବଂ ଶକ୍ତି ନଷ୍ଟ ହୋଇଥାଏ । ସେଥିପାଇଁ ଛୋଟ ଛୋଟ କଥାରେ ସମୟ ବା ଜମା
କରିଥିବା ଶକ୍ତିଗୁଡିକୁ ବ୍ୟର୍ଥରେ ନଷ୍ଟ କର ନାହିଁ ।
ସ୍ଲୋଗାନ:-
ଯଦି ସେବାରେ
ସଫଳତା ପ୍ରାପ୍ତ କରିବାକୁ ଚାହୁଁଛ, ତେବେ ବାଣୀ ଏବଂ ଚାଲିଚଳନ ପ୍ରଭାବଶାଳୀ ହେବା ଦରକାର ।
ଅବ୍ୟକ୍ତ ଈଶାରା -
ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।
ସମୟ ଅନୁସାରେ ଏବେ
ସମସ୍ତ ବ୍ରାହ୍ମଣ ଆତ୍ମାମାନଙ୍କୁ ନିକଟକୁ ଆଣିବା ସହିତ ଜ୍ୱାଳା ସ୍ୱରୂପର ବାୟୁମଣ୍ଡଳ ନିର୍ମାଣ
କରିବାର ସେବା କର, ସେଥିପାଇଁ ଚାହେଁ ଯୋଗ ଭଟ୍ଟୀ କର ବା ପରସ୍ପର ଭିତରେ ସଂଗଠିତ ହୋଇ ଜ୍ଞାନ
ଯୋଗର ବାର୍ତ୍ତାଳାପ କର କିନ୍ତୁ ଜ୍ୱାଳା ସ୍ୱରୂପର ଅନୁଭବ କର ଏବଂ କରାଅ । ଯଦି ଏହି ସେବାରେ
ଲାଗିଯିବ ତେବେ ଛୋଟ ଛୋଟ କଥା ସବୁ ସହଜରେ ପରିବର୍ତ୍ତନ ହୋଇଯିବ ।