18.08.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯେପରି
ବାବା ହେଉଛନ୍ତି ଗାଇଡ୍, ଗାଇଡ୍ ହୋଇ ସମସ୍ତଙ୍କୁ ଘରର ରାସ୍ତା ବତାଇବାକୁ ହେବ, ଅନ୍ଧମାନଙ୍କର
ଲାଠି ହେବାକୁ ପଡିବ ।”
ପ୍ରଶ୍ନ:-
ଏହି ପୂର୍ବ
ପ୍ରସ୍ତୁତ ଅନାଦି ଡ୍ରାମାର ରହସ୍ୟ କ’ଣ, ଯାହାକୁ ତୁମେ ସନ୍ତାନମାନେ ହିଁ ଜାଣିଛ?
ଉତ୍ତର:-
ଏହା ପୂର୍ବ ପ୍ରସ୍ତୁତ ଅନାଦି ଡ୍ରାମା । ଏଥିରେ ନା କେହି ଅଧିକ ଅଭିନେତା ଯୋଗ ଦେଇପାରିବେ, ନାଁ
କେହି କମ୍ ହୋଇପାରିବେ । ମୋକ୍ଷ କାହାକୁ ବି ମିଳୁନାହିଁ । ଯଦି କେହି କହିବେ ଆମେ ଏହି ଆବାଗମନ
ବା ଜନ୍ମମରଣ ଚକ୍ରରେ ଆସିବୁ ହିଁ ନାହିଁ । ତେବେ ବାବା କହିବେ ହଁ କିଛି ସମୟ ପାଇଁ ହୋଇପାରେ
କିନ୍ତୁ ନିଜର ପାର୍ଟରୁ କେହି ବିଲ୍କୁଲ୍ ମୁକ୍ତ ହୋଇପାରିବେ ନାହିଁ । ଡ୍ରାମାର ଏହି ରହସ୍ୟକୁ
ତୁମେ ସନ୍ତାନମାନେ ହିଁ ଜାଣିଛ ।
ଓମ୍ ଶାନ୍ତି ।
ମଧୁର
ସନ୍ତାନମାନେ ଏ କଥା ଜାଣିଛନ୍ତି ଯେ ଭୋଳାନାଥ କାହାକୁ କୁହାଯାଉଛି । ଏ କଥା ତୁମେ ସଂଗମଯୁଗୀ
ସନ୍ତାନମାନେ ହିଁ ଜାଣିପାରିବ, କଳିଯୁଗୀ ମନୁଷ୍ୟ ତିଳେମାତ୍ର ବି ଜାଣିନାହାଁନ୍ତି । ଏକମାତ୍ର
ବାବା ହିଁ ହେଉଛନ୍ତି ଜ୍ଞାନର ସାଗର । ସେ ହିଁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ବୁଝାଉଛନ୍ତି ।
ବାବା ନିଜର ପରିଚୟ ଦେଉଛନ୍ତି । ତୁମେ ଏବେ ବୁଝି ପାରିଛ, ଆଗରୁ କିଛି ଜାଣିନଥିଲ । ବାବା
କହୁଛନ୍ତି ମୁଁ ହିଁ ଆସି ଭାରତକୁ ସ୍ୱର୍ଗ କରି, ବେହଦର ସମ୍ପତ୍ତି ଦେଉଛି ଯାହାକୁ ତୁମେ ଏବେ
ନେଉଛ । ଜାଣୁଛ ଆମେ ବେହଦର ବାବାଙ୍କଠାରୁ ବେହଦ ସୁଖର ସମ୍ପତ୍ତି ନେଉଛୁ । ଏହା ପୂର୍ବ
ନିର୍ଦ୍ଧିଷ୍ଟ ଡ୍ରାମା । ଜଣେ ହେଲେ ଅଭିନେତା ଏହି ନାଟକରେ ନା ଅଧିକ ହୋଇପାରିବେ ନା କମ୍
ହୋଇପାରିବେ । ସମସ୍ତଙ୍କୁ ନିଜର ନିଜସ୍ୱ ଅଭିନୟ ମିଳିଛି । ମୋକ୍ଷ କେହି ହେଲେ ବି ପାଇପାରିବେ
ନାହିଁ । ଯିଏ ଯେଉଁ ଧର୍ମର ହୋଇଥିବେ, ପୁଣି ସେହି ଧର୍ମକୁ ଯିବେ । ବୌଦ୍ଧି ଖ୍ରୀଷ୍ଟିୟାନ୍
ଧର୍ମାବଲମ୍ବୀ ସ୍ୱର୍ଗକୁ ଯିବାକୁ ଇଚ୍ଛା କଲେ ମଧ୍ୟ, ଯାଇପାରିବେ ନାହିଁ । ଯେବେ ତାଙ୍କର
ଧର୍ମସ୍ଥାପକ ଆସିଥାନ୍ତି ତେବେ ହିଁ ତାଙ୍କର ଅଭିନୟ ଆରମ୍ଭ ହୋଇଥାଏ । ଏସବୁ ତୁମେ ପିଲାମାନଙ୍କର
ବୁଦ୍ଧିରେ ଅଛି । ସମଗ୍ର ଦୁନିଆର ମନୁଷ୍ୟମାନେ ବର୍ତ୍ତମାନ ନାସ୍ତିକ ହୋଇଯାଇଛନ୍ତି ଅର୍ଥାତ୍
ବେହଦର ବାବାଙ୍କୁ ଜାଣି ନାହାଁନ୍ତି । ମନୁଷ୍ୟ ହିଁ ଏକଥାକୁ ଜାଣିବେ ନା । ଏହି ହେଉଛି
ମନୁଷ୍ୟମାନଙ୍କର ନାଟକଶାଳା । ପ୍ରତ୍ୟେକ ଆତ୍ମା ନିର୍ବାଣଧାମରୁ ଆସୁଛନ୍ତି ଅଭିନୟ କରିବା ପାଇଁ ।
ପରେ ନିର୍ବାଣଧାମ ଯିବା ପାଇଁ ପୁରୁଷାର୍ଥ କରୁଛନ୍ତି । କୁହନ୍ତି ବୁଦ୍ଧ ନିର୍ବାଣ ଗଲେ । ଏବେ
ବୁଦ୍ଧଙ୍କ ଶରୀର ତ ଗଲା ନାହିଁ, ଆତ୍ମା ହିଁ ଗଲା । କିନ୍ତୁ ବାବା ବୁଝାଉଛନ୍ତି, କେହି ହେଲେ
ନିର୍ବାଣକୁ ଯାଉ ନାହାଁନ୍ତି । ନାଟକରୁ କେହି ବାହାରି ପାରିବେ ହିଁ ନାହିଁ । ମୋକ୍ଷ ପାଇ ପାରିବେ
ନାହିଁ । ଏହା ପୂର୍ବ-ନିର୍ଦ୍ଦିଷ୍ଟ ଡ୍ରାମା ଅଟେ ନା । କେତେକ ମନୁଷ୍ୟ ଭାବୁଛନ୍ତି ମୋକ୍ଷ
ମିଳିଥାଏ, ସେଥିପାଇଁ ପୁରୁଷାର୍ଥ କରିଥାଆନ୍ତି । ଯେପରି ଜୈନ ଧର୍ମର ଲୋକେ ପୁରୁଷାର୍ଥ
କରିଥା’ନ୍ତି, ତାଙ୍କର ନିଜସ୍ୱ ନୀତି ପ୍ରଥା ରହିଛି, ତାଙ୍କର ନିଜସ୍ୱ ଗୁରୁ ରହିଛନ୍ତି, ଯାହାଙ୍କୁ
ସେମାନେ ମାନୁଛନ୍ତି । ବାକି ମୋକ୍ଷ କାହାକୁ ବି ମିଳୁନାହିଁ । ତୁମେ ତ ଜାଣୁଛ ଆମେ ହେଉଛି ଏହି
ଡ୍ରାମାର ଅଭିନେତା । ଆମେ କେବେ ଆସିଲୁ, ପୁଣି କିପରି ଯିବୁ, ଏ କଥା କାହାକୁ ହେଲେ ବି ଜଣା ନାହିଁ
। ଜୀବଜନ୍ତୁ ତ ଜାଣିବେ ନାହିଁ । ମନୁଷ୍ୟ ହିଁ କହୁଛନ୍ତି ଆମେ ହେଲୁ ଅଭିନେତା । ଏହା ହେଉଛି
କର୍ମକ୍ଷେତ୍ର । ଯେଉଁଠି ଆତ୍ମାମାନେ ରହୁଛନ୍ତି, ତାକୁ କର୍ମକ୍ଷେତ୍ର କୁହାଯିବ ନାହିଁ । ତାହା ତ
ହେଉଛି ନିରାକାରୀ ଦୁନିଆ । ସେଠାରେ କୌଣସି ଖେଳକୁଦ ହୁଏ ନାହିଁ, ଅଭିନୟ ହେଉ ନାହିଁ । ନିରାକାରୀ
ଦୁନିଆରୁ ସାକାରୀ ଦୁନିଆକୁ ଆସୁଛନ୍ତି ଅଭିନୟ କରିବା ପାଇଁ, ଯାହାର ପୁଣି ପୁନରାବୃତ୍ତି
ହୋଇଚାଲିଛି । ପ୍ରଳୟ କେବେ ହୋଇ ହିଁ ନ ଥାଏ । ଶାସ୍ତ୍ରରେ ଦର୍ଶାଯାଇଛି - ମହାଭାରତ ଲଢେଇରେ
ଯାଦବ ଏବଂ କୌରବ ମରିଗଲେ, ବାକି ୫ ପାଣ୍ଡବ ବଞ୍ଚିଲେ, ସେମାନେ ମଧ୍ୟ ପାହାଡରୁ ଗଳି ପଡି ମରିଗଲେ
। ବାକି କେହି ରହିଲେ ନାହିଁ । ଏଥିରୁ ବୁଝୁଛନ୍ତି ପ୍ରଳୟ ହୋଇଗଲା । ଏ ସବୁ କଥା ଶାସ୍ତ୍ରକାରମାନେ
ବସି ତିଆରି କରିଛନ୍ତି । ପୁଣି ଦେଖାଉଛନ୍ତି ସମୁଦ୍ରରେ ଅଶ୍ୱତ୍ଥ ପତ୍ରରେ ଗୋଟିଏ ପିଲା ଆଙ୍ଗୁଠି
ଚୁଚୁମି ଚୁଚୁମି ଆସିଲା । ଏବେ ତାଙ୍କଠାରୁ ପୁଣି ଦୁନିଆ କିପରି ସୃଷ୍ଟି ହେବ । ମନୁଷ୍ୟ ଯାହା
କିଛି ଶୁଣୁଛନ୍ତି, ସେମାନେ ସତ-ସତ ବୋଲି କହି ଚାଲିଥାଆନ୍ତି । ଏବେ ତୁମେ ଜାଣୁଛ ଯେ ଶାସ୍ତ୍ରରେ
କ’ଣ-କ’ଣ ସବୁ ଲେଖି ଦେଇଛନ୍ତି । ଏସବୁ ହେଉଛି ଭକ୍ତିମାର୍ଗର ଶାସ୍ତ୍ର । ଭକ୍ତଙ୍କୁ ଫଳ କେବଳ ଏକ
ଭଗବାନ ବାବା ହିଁ ଦେଇଥାଆନ୍ତି । କେହି ମୁକ୍ତିକୁ, କେହି ଜୀବନମୁ୍କ୍ତିକୁ ଚାଲିଯାଉଛନ୍ତି ।
ପ୍ରତ୍ୟେକ ଅଭିନେତା ଆତ୍ମାଙ୍କର ଯେବେ ପାର୍ଟ ଆସିବ ସେବେ ପୁଣି ଆସିବେ । ଏହି ଡ୍ରାମାର ରହସ୍ୟକୁ
ତୁମ ସନ୍ତାନମାନଙ୍କ ବ୍ୟତୀତ ଆଉ କେହି ଜାଣିନାହାଁନ୍ତି । କହୁଛନ୍ତି ଆମେ ରଚୟିତା ଏବଂ ରଚନାକୁ
ଜାଣିନାହୁଁ । ଡ୍ରାମାର ଅଭିନେତା ହୋଇ ଯଦି ଡ୍ରାମାର ଆଦି-ମଧ୍ୟ-ଅନ୍ତର ଡ୍ୟୁରେସନ୍ (ଅବଧି) ଆଦିକୁ
ନ ଜାଣିଲେ ତାଙ୍କୁ ଅଜ୍ଞାନ କହିବା ନା । କିନ୍ତୁ ବୁଝାଇଲେ ମଧ୍ୟ ବୁଝୁ ନାହାଁନ୍ତି । ୮୪ ଲକ୍ଷ
ଭାବିନେଇଥିବା କାରଣରୁ ଅବଧି ମଧ୍ୟ ଲକ୍ଷ ଲକ୍ଷ ବର୍ଷ କହି ଦେଉଛନ୍ତି । ଏବେ ତୁମେ ଜାଣୁଛ
ବାବାଙ୍କଠାରୁ ଆମେ କଳ୍ପ-କଳ୍ପ ଆସି ସ୍ୱର୍ଗର ବାଦଶାହୀ ନେଉଛୁ । ଅବିନାଶୀ ସମ୍ପତ୍ତି ନେବା ପାଇଁ
୫ ହଜାର ବର୍ଷ ପୂର୍ବେ ମଧ୍ୟ ଆପଣଙ୍କ ସହିତ ମିଶିଥିଲୁ । ଯଥା ରାଜା ରାଣୀ ତଥା ପ୍ରଜା ସମସ୍ତେ
ବିଶ୍ୱର ମାଲିକ ହେଉଛନ୍ତି । ପ୍ରଜା ମଧ୍ୟ କହିବେ ଆମେ ବିଶ୍ୱର ମାଲିକ ଅଟୁ । ତୁମେ ଯେବେ ବିଶ୍ୱର
ମାଲିକ ହେଉଛ ସେ ସମୟରେ ଚନ୍ଦ୍ରବଂଶୀ ରାଜ୍ୟ ରହିବ ନାହିଁ । ତୁମେ ସନ୍ତାନମାନେ ଡ୍ରାମାର ସାରା
ଆଦି-ମଧ୍ୟ-ଅନ୍ତକୁ ଜାଣିଛ । ମନୁଷ୍ୟ ଭକ୍ତିମାର୍ଗରେ ଯାହାଙ୍କର ପୂଜା କରିଥାନ୍ତି ତାଙ୍କୁ ମଧ୍ୟ
ଜାଣିନାହାଁନ୍ତି । ଯାହାଙ୍କୁ ଭକ୍ତି କରୁଛ ତାଙ୍କର ଜୀବନ କାହାଣୀକୁ ମଧ୍ୟ ଜାଣିବା ଦରକାର ନା ।
ତୁମେ ସନ୍ତାନମାନେ ଏବେ ବାବାଙ୍କ ଦ୍ୱାରା ସମସ୍ତଙ୍କର ଜୀବନ କାହାଣୀକୁ ଜାଣୁଛ । ଏବେ ତୁମେ
ବାବାଙ୍କର ହୋଇଛ । ବାବାଙ୍କର ଜୀବନ କାହାଣୀ ବିଷୟରେ ତୁମକୁ ଜଣା ଅଛି । ସେହି ବାବା ହେଉଛନ୍ତି
ପତିତ-ପାବନ, ମୁକ୍ତିଦାତା ଓ ପଥପ୍ରଦର୍ଶକ ମଧ୍ୟ । ତୁମକୁ ପାଣ୍ଡବ ବୋଲି କୁହାଯାଏ । ତୁମେ
ସମସ୍ତଙ୍କର ଗାଇଡ୍ ହେଉଛ, ସମସ୍ତଙ୍କୁ ରାସ୍ତା ବତାଇବା ପାଇଁ ଅନ୍ଧମାନଙ୍କର ଲାଠି ହେଉଛ ।
ବାବାଙ୍କ ପରି ତୁମକୁ ମଧ୍ୟ ପଥପ୍ରଦର୍ଶକ ହେବାକୁ ପଡିବ । ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ ।
ତୁମେ ଆତ୍ମା, ସେ ହେଉଛନ୍ତି ପରମାତ୍ମା, ତାଙ୍କଠାରୁ ଅବିନାଶୀ ସମ୍ପତ୍ତି ମିଳୁଛି । ଭାରତରେ
ବେହଦର ରାଜ୍ୟ ଥିଲା, ଏବେ ନାହିଁ । ତୁମେ ଜାଣିଛ ଆମେ ଅବିନାଶୀ ପିତାଙ୍କଠାରୁ ଅବିନାଶୀ ସୁଖର
ସମ୍ପତ୍ତି ନେଉଛୁ ଅର୍ଥାତ୍ ମନୁଷ୍ୟରୁ ଦେବତା ହେଉଛୁ । ଆମେ ହିଁ ଦେବତା ଥିଲୁ ପୁଣି ୮୪ ଜନ୍ମ
ନେଇ ଶୂଦ୍ର ହୋଇଛୁ । ବାବା ଆସି ଶୂଦ୍ରରୁ ବ୍ରାହ୍ମଣ କରାଉଛନ୍ତି । ଯଜ୍ଞରେ ବ୍ରାହ୍ମଣ ନିଶ୍ଚୟ
ଆବଶ୍ୟକ । ଏହା ତ ହେଉଛି ଜ୍ଞାନ ଯଜ୍ଞ, ଭାରତରେ ବହୁତ ଯଜ୍ଞ ରଚନା କରୁଛନ୍ତି । ବିଶେଷ ରୂପେ
ଆର୍ଯ୍ୟ ସମାଜୀମାନେ ବହୁତ ଯଜ୍ଞ କରିଥା’ନ୍ତି । ବର୍ତ୍ତମାନ ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ,
ଯେଉଁଥିରେ ସମଗ୍ର ପୁରୁଣା ଦୁନିଆ ସ୍ୱାହା ହେବ । ଏବେ ବୁଦ୍ଧିରେ ବିଚାର କରିବାକୁ ହେବ ।
କଳିଯୁଗରେ ତ ବହୁତ ମନୁଷ୍ୟ ରହିଛନ୍ତି, ସମଗ୍ର ପୁରୁଣା ଦୁନିଆ ବିନାଶ ହୋଇଯିବ । କୌଣସି ବି
ଜିନିଷ କାମରେ ଆସିବ ହିଁ ନାହିଁ । ସତ୍ୟଯୁଗରେ ପୁଣି ସବୁ କିଛି ନୂଆ ହେବ । ଏଠାରେ କେତେ ଆବର୍ଜନା
ରହିଛି । ମନୁଷ୍ୟ କେତେ ଅପରିଷ୍କାର ରହୁଛନ୍ତି । ଧନବାନ୍ ବହୁତ ଭଲ ମହଲରେ ରହୁଛନ୍ତି । ଗରୀବ ତ
ବିଚରା ଆର୍ବଜନାରେ, କୁଡିଆରେ ପଡି ରହୁଛନ୍ତି । ବର୍ତ୍ତମାନ ସରକାର ଏହି କୁଡିଆଗୁଡିକୁ ଭାଙ୍ଗି
ଦେଉଛନ୍ତି । ତାଙ୍କୁ ଅନ୍ୟ ଜାଗା ଦେଇ ଜାଗାକୁ ବିକ୍ରି କରିଦେଉଛନ୍ତି । ନ ଉଠିଲେ ଜବରଦସ୍ତି
ଉଠାଉଛନ୍ତି । ଗରୀବ ବହୁତ ଦୁଃଖୀ ଅଛନ୍ତି, ଯିଏ ସୁଖରେ ଅଛନ୍ତି ସେ ମଧ୍ୟ ସ୍ଥାୟୀ ସୁଖୀ ନୁହଁନ୍ତି
। ଯଦି ସୁଖ ଥାନ୍ତା ତେବେ କାହିଁକି କୁହନ୍ତେ ଏହା କାକ ବିଷ୍ଠା ସମାନ ସୁଖ ।
ଶିବ ଭଗବାନୁବାଚ, ଆମେ
ଏହି ମାତାମାନଙ୍କ ଦ୍ୱାରା ସ୍ୱର୍ଗର ଦ୍ୱାର ଖୋଲୁଛୁ । ମାତାମାନଙ୍କ ଉପରେ କଳସ ରଖାଯାଇଛି ।
ସେମାନେ ପୁଣି ସମସ୍ତଙ୍କୁ ଜ୍ଞାନ ଅମୃତ ପିଆଉଛନ୍ତି । କିନ୍ତୁ ତୁମର ହେଉଛି ପ୍ରବୃତ୍ତି ମାର୍ଗ ।
ତୁମେ ହେଉଛ ପ୍ରକୃତ ବ୍ରାହ୍ମଣ, ତେଣୁ ସମସ୍ତଙ୍କୁ ଜ୍ଞାନ ଚିତା ଉପରେ ବସାଉଛ । ଏବେ ତୁମେ ହେଲ
ଦୈବୀ ସମ୍ପ୍ରଦାୟର । ଆସୁରୀ ସମ୍ପ୍ରଦାୟ ଅର୍ଥାତ୍ ରାବଣ ରାଜ୍ୟ । ଗାନ୍ଧି ମଧ୍ୟ କହୁଥିଲେ
ରାମରାଜ୍ୟ ହେଉ । ଡାକୁଛନ୍ତି ହେ ପତିତ-ପାବନ ଆସ କିନ୍ତୁ କେହି କ’ଣ ନିଜକୁ ପତିତ ବୋଲି
ଭାବୁଛନ୍ତି । ବାବା ପିଲାମାନଙ୍କୁ ଜାଗ୍ରତ କରାଉଛନ୍ତି । ତୁମେ ଘୋର ଅନ୍ଧକାରରୁ ଆଲୋକକୁ ଆସିଛ ।
ମନୁଷ୍ୟମାନେ ତ ଭାବୁଛନ୍ତି ଗଙ୍ଗାସ୍ନାନ କରିବା ଦ୍ୱାରା ପତିତରୁ ପବିତ୍ର ହୋଇଯିବୁ । ଏପରି ତ
ଗଙ୍ଗାରେ ହରିଦ୍ୱାର ଠାରେ ସମସ୍ତ ଆବର୍ଜନା ପଡୁଛି । କେଉଁଠି ସମସ୍ତ ଆବର୍ଜନା ପୁଣି କ୍ଷେତକୁ
ନେଇଯାଉଛନ୍ତି । ସତ୍ୟଯୁଗରେ ଏପରି କାମ ହେବ ନାହିଁ । ସେଠାରେ ତ ଅନେକ ଶସ୍ୟ ରହିବ । ପଇସା
ଖର୍ଚ୍ଚ କରିବାକୁ ପଡି ନ ଥାଏ । ବାବା ଅନୁଭବୀ ଅଟନ୍ତି ନା । ଆଗରୁ ଶସ୍ୟ କେତେ ଶସ୍ତା ଥିଲା ।
ସତ୍ୟଯୁଗରେ ବହୁତ କମ୍ ମନୁଷ୍ୟ ରହିବେ, ତେଣୁ ପ୍ରତ୍ୟେକ ଜିନିଷ ବହୁତ ଶସ୍ତା ରହିବ । ତେଣୁ ବାବା
କହୁଛନ୍ତି - ମଧୁର ସନ୍ତାନମାନେ, ଏବେ ତୁମକୁ ପତିତରୁ ପବିତ୍ର ହେବାକୁ ପଡିବ । ବହୁତ ସହଜ ଉପାୟ
ବତାଉଛନ୍ତି, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଆତ୍ମା ରୂପୀ ସୁନାରେ ହିଁ ଖାଦ ପଡିବାରୁ
ନକଲି ହୋଇଯାଇଛି । ଯେଉଁମାନେ ପାରସ ବୁଦ୍ଧି ଥିଲେ ସେମାନେ ଏବେ ପଥରବୁଦ୍ଧି ହୋଇଯାଇଛନ୍ତି । ତୁମେ
ଏବେ ବାବାଙ୍କ ପାଖକୁ ପଥରନାଥରୁ ପାରସନାଥ ହେବାକୁ ଆସିଛ । ବେହଦର ବାବା ତୁମକୁ ବିଶ୍ୱର ମାଲିକ
କରାଉଛନ୍ତି । ତାହା ପୁଣି ସ୍ୱର୍ଣ୍ଣିମଯୁଗ ବିଶ୍ୱର । ଏହା ହେଉଛି ବିଶ୍ୱର ଲୌହଯୁଗ । ବାବା ବସି
ପିଲାମାନଙ୍କୁ ପାରସପୁରୀର ମାଲିକ କରାଉଛନ୍ତି । ତୁମେ ଜାଣୁଛ ଏଠାକାର ଏତେ କୋଠାବାଡି ଆଦି କୌଣସି
କାମରେ ଆସିବ ନାହିଁ । ସବୁ ସମାପ୍ତ ହୋଇଯିବ । ଏଠାରେ କ’ଣ ଅଛି! ଆମେରିକା ପାଖରେ କେତେ ସୁନା
ରହିଛି । ଏଠାରେ ଅଳ୍ପ ବହୁତ ସୁନା ଯାହା ମାତାମାନଙ୍କ ପାଖରେ ଅଛି, ତାକୁ ମଧ୍ୟ ନେଇଯାଉଛନ୍ତି
କାହିଁକି ନା କରଜ ବଦଳରେ ସୁନା ଦେବାକୁ ପଡୁଛି । ସେଠାରେ ତୁମ ପାଖରେ ସୁନା ହିଁ ସୁନା ରହିବ ।
ଏଠାକାର କଉଡି, ସେଠାରେ ହୀରା ରହିବ । ଏହାକୁ ଲୌହଯୁଗ କୁହାଯାଉଛି । ଭାରତ ହିଁ ଅବିନାଶୀ ଖଣ୍ଡ
ଅଟେ, କେବେ ବିନାଶ ହେଉ ନାହିଁ । ଭାରତ ହେଉଛି ସବୁଠାରୁ ଶ୍ରେଷ୍ଠ ଦେଶ । ତୁମେ ମାତାମାନେ ସାରା
ବିଶ୍ୱର ଉଦ୍ଧାର କରୁଛ । ତୁମ ପାଇଁ ନିଶ୍ଚୟ ନୂଆ ଦୁନିଆ ଦରକାର । ପୁରୁଣା ଦୁନିଆର ବିନାଶ
ହୋଇଯିବ । କେତେ ବୁଝିବାର କଥା । ଶରୀର ନିର୍ବାହ ପାଇଁ ଧନ୍ଦା ଆଦି ମଧ୍ୟ କରିବାକୁ ହେବ । କିଛି
ହେଲେ ଛାଡିବାର ନାହିଁ । ବାବା କହୁଛନ୍ତି ସବୁ କିଛି କରି ମଧ୍ୟ ମୋତେ ମନେ ପକାଅ । ଭକ୍ତିମାର୍ଗରେ
ମଧ୍ୟ ତୁମେ ମୋତେ ମନେ ପକାଇଲେ ଯେ ଆମକୁ ଆସି ଶ୍ୟାମଳରୁ ଗୋରା ବନାଅ । ତାଙ୍କୁ ଯାତ୍ରୀ
କୁହାଯାଉଛି । ତୁମେ ମଧ୍ୟ ଯାତ୍ରୀ ଅଟ ନା । ତୁମର ଘର ହେଉଛି ସେଠାରେ, ଯେଉଁଠି ସବୁ ଆତ୍ମାମାନେ
ରହୁଛନ୍ତି ।
ତୁମେ ସମସ୍ତଙ୍କୁ ଜ୍ଞାନ
ଚିତା ଉପରେ ବସାଉଛ । ସମସ୍ତେ ହିସାବ-କିତାବ ପରିଶୋଧ କରି ଫେରିଯିବେ । ପୁଣି ନୂଆ ରୂପରେ ତୁମେ
ଆସିବ, ଯେତେ ବାବାଙ୍କ ସ୍ମୃତିରେ ରହିବ ସେତେ ପବିତ୍ର ହେବ ଏବଂ ଉଚ୍ଚ ପଦ ପାଇବ । ମାତାମାନଙ୍କ
ପାଖରେ ତ ଫୁରସତ ରହିଥାଏ । ପୁରୁଷମାନଙ୍କର ବୁଦ୍ଧି ଧନ୍ଦା ଆଦିରେ ଘୁରିବୁଲୁଥାଏ । ସେଥିପାଇଁ
ବାବା କଳସ ମାତାମାନଙ୍କ ଉପରେ ରଖିଛନ୍ତି । ଏଠାରେ ସ୍ତ୍ରୀକୁ ତ କହୁଛନ୍ତି ଯେ ପତି ହିଁ ତୁମର
ଈଶ୍ୱର ଗୁରୁ ସବୁ କିଛି । ତୁମେ ତାଙ୍କର ହେଉଛ ଦାସୀ । ଏବେ ପୁଣି ବାବା ତୁମ ମାତାମାନଙ୍କୁ କେତେ
ଶ୍ରେଷ୍ଠ କରାଉଛନ୍ତି । ତୁମେ ନାରୀମାନେ ହିଁ ଭାରତର ଉଦ୍ଧାର କରୁଛ । କେହି-କେହି ବାବାଙ୍କୁ
ପଚାରୁଛନ୍ତି - ଆବାଗମନରୁ କିପରି ମୁକ୍ତ ହେବୁ? ବାବା କହୁଛନ୍ତି - ହଁ, କିଛି ସମୟ ପାଇଁ । ତୁମେ
ପିଲାମାନେ ତ ଆଦିରୁ ଅନ୍ତ ପର୍ଯ୍ୟନ୍ତ ଅଲରାଉଣ୍ଡ ଅଭିନୟ କରୁଛ । ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ
ମୁକ୍ତିଧାମରେ ରହୁଛନ୍ତି । ତାଙ୍କର ଅଳ୍ପ ଅଭିନୟ ରହିଛି । ସେମାନେ ସ୍ୱର୍ଗକୁ ତ ଯିବେ ନାହିଁ ।
ଆବାଗମନରୁ ମୋକ୍ଷ ତାକୁ କୁହାଯିବ ଯିଏ ଶେଷରେ ଆସିବେ ଏବଂ ଚାଲିଯିବେ । ସେମାନେ ଜ୍ଞାନ ଆଦି
ଶୁଣିପାରିବେ ନାହିଁ । ସେହିମାନେ ହିଁ ଶୁଣିବେ ଯେଉଁମାନେ ଆରମ୍ଭରୁ ଅନ୍ତ ପର୍ଯ୍ୟନ୍ତ ଅଭିନୟ
କରୁଛନ୍ତି । କେହି କେହି କହୁଛନ୍ତି - ଆମଙ୍କୁ ଏହା ହିଁ ପସନ୍ଦ । ଆମେ ସେହିଠାରେ ହିଁ ବସି ରହିବୁ
। ଏପରି କ’ଣ ହୋଇପାରିବ । ଡ୍ରାମାରେ ନିଧାର୍ଯ୍ୟ ହୋଇଛି, ଶେଷ ସମୟରେ ହେଲେ ମଧ୍ୟ ଅଭିନୟ କରିବା
ପାଇଁ ନିଶ୍ଚୟ ଆସିବେ । ବାକି ସାରା ସମୟ ଶାନ୍ତିଧାମରେ ରହିଥାଆନ୍ତି । ଏହା ହେଉଛି ଅବିନାଶୀ
ଡ୍ରାମା । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ସଚ୍ଚା-ସଚ୍ଚା ବ୍ରାହ୍ମଣ ହୋଇ ସମସ୍ତଙ୍କୁ ଜ୍ଞାନ ଅମୃତ ପାନ କରାଇବାକୁ ହେବ । ଜ୍ଞାନ ଚିତା ଉପରେ
ବସାଇବାକୁ ହେବ ।
(୨) ଶରୀର ନିର୍ବାହ ପାଇଁ
କର୍ମଧନ୍ଦା ଆଦି ସବୁ କିଛି କରି ପତିତରୁ ପାବନ ହେବା ପାଇଁ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ
ସମସ୍ତଙ୍କୁ ବାବାଙ୍କର ସ୍ମୃତି ଦେବାକୁ ହେବ ।
ବରଦାନ:-
ବିଶେଷତା ଗୁଡିକୁ
ଦାନ କରି ମହାନ ହେଉଥିବା ମହାଦାନୀ ହୁଅ ।
ଜ୍ଞାନଦାନ ତ ସମସ୍ତେ
କରୁଛନ୍ତି କିନ୍ତୁ ତୁମେ ବିଶେଷ ଆତ୍ମାମାନଙ୍କୁ ନିଜର ବିଶେଷତା ଗୁଡିକୁ ଦାନ କରିବାକୁ ହେବ ।
ଯିଏ ବି ତୁମ ସମ୍ମୁଖକୁ ଆସିବ ତାକୁ ତୁମ ଦ୍ୱାରା ବାବାଙ୍କର ସ୍ନେହର ଅନୁଭବ ହେଉ, ତୁମର ଚେହେରା
ଦ୍ୱାରା ବାବାଙ୍କର ଚିତ୍ର ଏବଂ ଚାଲିଚଳନ ଦ୍ୱାରା ବାବାଙ୍କର ଚରିତ୍ର ଦେଖାଯାଉ । ତୁମମାନଙ୍କର
ବିଶେଷତା ଗୁଡିକୁ ଦେଖି ସେ ମଧ୍ୟ ବିଶେଷ ଆତ୍ମା ହେବାର ପ୍ରେରଣା ପ୍ରାପ୍ତ କରୁ ଯଦି ଏହିଭଳି
ମହାଦାନୀ ହୋଇଯିବ ତେବେ ଆଦିଠାରୁ ଅନ୍ତ ପର୍ଯ୍ୟନ୍ତ ପୂଜ୍ୟ ପଣିଆରେ ମଧ୍ୟ ଏବଂ ପୂଜାରୀ ପଣିଆରେ
ମଧ୍ୟ ମହାନ ହୋଇ ରହିବ ।
ସ୍ଲୋଗାନ:-
ସର୍ବଦା ଆତ୍ମ
ଅଭିମାନୀ ସ୍ଥିତିରେ ରହୁଥିବା ଆତ୍ମା ହିଁ ସବୁଠାରୁ ବଡ ଜ୍ଞାନୀ ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।
ଯେଉଁମାନେ ସର୍ବଦା
ବାବାଙ୍କର ସ୍ମୃତିରେ ଲଭଲୀନ ରହି ମୁଁ ପଣିଆର ତ୍ୟାଗ ବୃତ୍ତିରେ ରହିଥାଆନ୍ତି, ସେହିମାନଙ୍କ ଠାରେ
ହିଁ ବାବା ଦେଖାଯାଆନ୍ତି । ତୁମେ ପିଲାମାନେ ଯେବେ ଜ୍ଞାନ ଆଧାରରେ ବାବାଙ୍କର ସ୍ମୃତିରେ
ମଜ୍ଝିଯାଉଛ ତେବେ ଏହିଭଳି ମଜ୍ଝିଯିବା ହିଁ ହେଉଛି ଲଭଲୀନ ସ୍ଥିତି, ଯେତେବେଳେ ତୁମେମାନେ
ବାବାଙ୍କର ଲଭ୍ରେ ଲୀନ ହୋଇଯାଉଛ ଅର୍ଥାତ୍ ଲଗନରେ ମଗନ ହୋଇଯାଉଛ ସେତେବେଳେ ବାବାଙ୍କ ସମାନ
ହୋଇଯାଉଛ ।