18.09.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ପତିତ-ପାବନ ବାବାଙ୍କ ଶ୍ରୀମତରେ ତୁମେ ପାବନ ହେଉଛ, ସେଥିପାଇଁ ତୁମକୁ ପବିତ୍ର ଦୁନିଆର ରାଜତ୍ୱ
ମିଳୁଛି, ନିଜ ମତରେ ଯେଉଁମାନେ ପବିତ୍ର ହେଉଛନ୍ତି ସେମାନଙ୍କୁ କୌଣସି ପ୍ରାପ୍ତି ହେଉ ନାହିଁ ।
ପ୍ରଶ୍ନ:-
ପିଲାମାନଙ୍କୁ
ସେବାରେ ବିଶେଷ କେଉଁ କଥା ପ୍ରତି ଧ୍ୟାନ ରଖିବା ଦରକାର?
ଉତ୍ତର:-
ସେବାରେ ଯିବା ବେଳେ କେବେ ହେଲେ ଛୋଟ ମୋଟ କଥାରେ କେହି କାହା ଉପରେ ଅଭିମାନ କର ନାହିଁ ଅର୍ଥାତ୍
ନାରାଜ ହୁଅ ନାହିଁ । ଯଦି ପରସ୍ପର ମଧ୍ୟରେ ଲୁଣପାଣି ହେଉଛନ୍ତି, କଥାବାର୍ତ୍ତା ହେଉ ନାହାଁନ୍ତି
ତେବେ ଡିସ୍ସର୍ଭିସ୍ ଅର୍ଥାତ୍ ଅପସେବାର ନିମିତ୍ତ ହୋଇଯାଇଥାଆନ୍ତି । କେତେକ ସନ୍ତାନ ତ ବାବାଙ୍କ
ଉପରେ ମଧ୍ୟ ଋଷିଯାଆନ୍ତି । ଓଲଟା କର୍ମ କରିବାରେ ଲାଗିଯାଆନ୍ତି । ତେବେ ଏହିପରି ସନ୍ତାନମାନଙ୍କର
ପୋଷ୍ୟ ହେବା ରଦ୍ଦ ହୋଇଯାଏ ।
ଓମ୍ ଶାନ୍ତି ।
ଯେଉଁ
ସନ୍ତାନମାନେ ପାବନ ହେଉଛନ୍ତି ସେମାନଙ୍କୁ ପତିତ-ପାବନ ବାବା ଆସି ବୁଝାଉଛନ୍ତି । ପତିତ
ସନ୍ତାନମାନେ ହିଁ ପାବନ କର୍ତ୍ତା ବାବାଙ୍କୁ ଡାକୁଛନ୍ତି । ଡ୍ରାମାର ପ୍ଳାନ୍ ମଧ୍ୟ କହୁଛି, ରାବଣ
ରାଜ୍ୟ ହୋଇଥିବା କାରଣରୁ ସବୁ ମନୁଷ୍ୟ ପତିତ ହୋଇଯାଇଛନ୍ତି । ପତିତ ତାଙ୍କୁ କୁହାଯାଏ ଯିଏ
ବିକାରର ଅଧିନ ହୋଇଥାନ୍ତି । ଏହିପରି ଅନେକ ଅଛନ୍ତି ଯିଏକି ବିକାରଗ୍ରସ୍ତ ହେଉ ନାହାଁନ୍ତି ।
ବ୍ରହ୍ମଚାରୀ ହୋଇ ରହିଥାନ୍ତି । ଭାବନ୍ତି ଆମେ ନିର୍ବିକାରୀ ଅଟୁ । ଯେପରି ପାଦ୍ରୀ ଅର୍ଥାତ୍
ଖ୍ରୀଷ୍ଟିୟାନ ଧର୍ମର ଗୁରୁ, ମୁଲ୍ଲେକାଜୀ, ଅର୍ଥାତ୍ ମୁସଲମାନଙ୍କର ଧର୍ମଗୁରୁ, ବୌଦ୍ଧି ମଧ୍ୟ
ଅଛନ୍ତି ଯିଏକି ପବିତ୍ର ରହୁଛନ୍ତି । ସେମାନଙ୍କୁ ପବିତ୍ର କିଏ କରାଇଲା? ସେମାନେ ନିଜେ ନିଜେ
ହୋଇଛନ୍ତି । ଦୁନିଆରେ ଏପରି ବହୁତ ଧର୍ମର ଲୋକ ଅଛନ୍ତି, ଯେଉଁମାନେ କି ବିକାରଗ୍ରସ୍ତ ହୋଇ ନ
ଥାନ୍ତି । କିନ୍ତୁ ସେମାନଙ୍କୁ ପତିତ-ପାବନ ବାବା ତ ପାବନ କରାଉ ନାହାଁନ୍ତି ନା । ସେଥିପାଇଁ
ସେମାନେ ପାବନ ଦୁନିଆର ମାଲିକ ହୋଇପାରିବେ ନାହିଁ । ପବିତ୍ର ଦୁନିଆକୁ ଯାଇପାରିବେ ନାହିଁ ।
ସନ୍ନ୍ୟାସୀ ମଧ୍ୟ ୫ ବିକାରକୁ ତ୍ୟାଗ କରିଥା’ନ୍ତି । କିନ୍ତୁ ତାଙ୍କୁ କିଏ ସନ୍ନ୍ୟାସ କରାଇଲା?
ପତିତ-ପାବନ ପରମପିତା ପରମାତ୍ମା ତ ସନ୍ନ୍ୟାସ କରାଇନାହାଁନ୍ତି ନା । ପତିତ-ପାବନ ବାବାଙ୍କ ବିନା
ସଫଳତା ମିଳିପାରିବ ନାହିଁ । ସେମାନେ ପବିତ୍ର ଦୁନିଆ ଶାନ୍ତିଧାମକୁ ଯାଇପାରିବେ ନାହିଁ । ଏଠାକୁ
ତ ବାବା ଆସି ତୁମକୁ ପବିତ୍ର ହେବାର ଶ୍ରୀମତ ଦେଉଛନ୍ତି । ସତ୍ୟଯୁଗକୁ ନିର୍ବିକାରୀ ଦୁନିଆ ବୋଲି
କୁହାଯାଉଛି । ଏଥିରୁ ସିଦ୍ଧ ହେଉଛି, ଯେଉଁମାନେ ସତ୍ୟଯୁଗରେ ଆସିବେ ସେମାନେ ନିଶ୍ଚିତ ପବିତ୍ର
ହୋଇଥିବେ । ସତ୍ୟଯୁଗରେ ମଧ୍ୟ ପବିତ୍ର ଥିଲେ, ଶାନ୍ତିଧାମରେ ମଧ୍ୟ ଆତ୍ମାମାନେ ପବିତ୍ର ରହୁଛନ୍ତି
। ଏହି ରାବଣ ରାଜ୍ୟରେ ସମସ୍ତେ ପତିତ ହିଁ ଅଟନ୍ତି । ଏଠାରେ ପୁନର୍ଜନ୍ମ ତ ନେବାକୁ ହିଁ ହେବ ।
ସତ୍ୟଯୁଗରେ ମଧ୍ୟ ପୁନର୍ଜନ୍ମ ନେଉଛନ୍ତି, କିନ୍ତୁ ବିକାର ଦ୍ୱାରା ନୁହେଁ । ତାହା ହେଉଛି ହିଁ
ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ । ଯଦିଓ ତ୍ରେତାରେ ୨ କଳା ହୋଇ କମ୍ ଥାଏ କିନ୍ତୁ ତାଙ୍କୁ
ବିକାରୀ କୁହାଯିବ ନାହିଁ । ଭଗବାନ ଶ୍ରୀରାମ, ଭଗବତୀ ଶ୍ରୀ ସୀତା କହିଥାନ୍ତି ନା । ୧୬ କଳା ପୁଣି
୧୪ କଳା କୁହାଯାଏ । ଚନ୍ଦ୍ରମାର ମଧ୍ୟ ଏହିପରି ହୋଇଥାଏ ନା । ତେଣୁ ଏଥିରୁ ସିଦ୍ଧ ହେଉଛି ଯେ
ପର୍ଯ୍ୟନ୍ତ ପତିତ-ପାବନ ବାବା ଆସି ପାବନ ନ କରାଇଛନ୍ତି, ସେ ପର୍ଯ୍ୟନ୍ତ ମୁକ୍ତି-ଜୀବନମୁକ୍ତିକୁ
କେହି ଯାଇପାରିବେ ନାହିଁ । ବାବା ହିଁ ଗାଇଡ୍ ଅଟନ୍ତି । ଏହି ଦୁନିଆରେ ପବିତ୍ର ତ ବହୁତ ଅଛନ୍ତି
। ସନ୍ନ୍ୟାସୀମାନଙ୍କର ମଧ୍ୟ ପବିତ୍ରତା ଯୋଗୁଁ ମାନ୍ୟତା ରହିଛି । କିନ୍ତୁ ସେମାନେ ବାବାଙ୍କ
ଦ୍ୱାରା ପବିତ୍ର ହେଉ ନାହାଁନ୍ତି । ଏବେ ତୁମେ ଜାଣିଛ ଯେ ଆମକୁ ନିରାକାର ପରମପିତା ପରମାତ୍ମା
ପାବନ କରାଉଛନ୍ତି । ସେମାନେ ତ ସ୍ୱତଃ ନିଜ ମତରେ ପବିତ୍ର ହୋଇଥାନ୍ତି । ତୁମେ ବାବାଙ୍କ ଦ୍ୱାରା
ପବିତ୍ର ହେଉଛ । ପତିତ-ପାବନ ବାବାଙ୍କ ଦ୍ୱାରା ହିଁ ପାବନ ଦୁନିଆର ବର୍ସା ମିଳୁଛି । ବାବା
କହୁଛନ୍ତି - ହେ ପିଲାମାନେ କାମ ବିକାର ତୁମର ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କର,
ଏଥିରେ ହିଁ ତଳକୁ ଖସିଥାନ୍ତି । ଏପରି କେବେହେଲେ ଲେଖିବେ ନାହିଁ ଯେ ଆମେ କ୍ରୋଧ କରିବାରୁ ମୁହଁ
କଳା କରିଦେଲୁ । କାମ ବିକାର ପାଇଁ ହିଁ ଲେଖିଥା’ନ୍ତି ଯେ ଆମେ ମୁହଁ କଳା କରିଲୁ । ତଳକୁ ଖସିଗଲୁ
। ଏହି କଥାକୁ ତୁମେ ସନ୍ତାନମାନେ ହିଁ ଜାଣିଛ, ଦୁନିଆ ଜାଣିନାହିଁ । ଡ୍ରାମା ଅନୁସାରେ
ଯେଉଁମାନଙ୍କୁ ଆସି ବ୍ରାହ୍ମଣ ହେବାର ଥିବ, ସେମାନେ ଆସିଯିବେ । ଅନ୍ୟ ସତସଙ୍ଗରେ କୌଣସି ଲକ୍ଷ୍ୟ
ଓ ଉଦ୍ଦେଶ୍ୟ ହିଁ ନାହିଁ । ଶିବାନନ୍ଦ ଆଦିଙ୍କର ବହୁତ ଶିଷ୍ୟ ଅଛନ୍ତି କିନ୍ତୁ ତାଙ୍କ ମଧ୍ୟରେ
ଅଳ୍ପ କେତେକ ସନ୍ନ୍ୟାସ ନେଉଥିବେ । ଗୃହସ୍ଥୀମାନେ ତ ନେଇ ନ ଥାନ୍ତି । ବାକି ଘରଦ୍ୱାର ଛାଡିଥିବା
ସନ୍ନ୍ୟାସୀ ବହୁତ କମ୍ ବାହାରିଥାନ୍ତି । ସନ୍ନ୍ୟାସୀ ହେଲେ ବି ପୁଣି ପୁନର୍ଜନ୍ମ ନେବାକୁ ହିଁ
ପଡିଥାଏ । ଶିବାନନ୍ଦଙ୍କ ପାଇଁ କୁହାଯିବ ନାହିଁ ଯେ ଜ୍ୟୋତି ଜ୍ୟୋତିରେ ମିଶିଗଲା । ତୁମେ ଜାଣିଛ
ଯେ ସମସ୍ତଙ୍କର ସଦ୍ଗତି ଦାତା ବାବା, ସିଏ ହିଁ ଗାଇଡ୍ ଅଟନ୍ତି । ଗାଇଡ୍ ବିନା କେହି ଯାଇପାରିବେ
ନାହିଁ । ତୁମେ ଜାଣିଛ ଆମର ବାବା, ପିତା ସହିତ ଜ୍ଞାନର ସାଗର ମଧ୍ୟ ଅଟନ୍ତି । ମନୁଷ୍ୟ ସୃଷ୍ଟିର
ବୀଜରୂପ ଅଟନ୍ତି । ସାରା ମନୁଷ୍ୟ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ବୀଜରେ ରହିବ ନା । ଫାଦର
ବୋଲି ସମସ୍ତେ କହିଥାନ୍ତି । ପିଲାମାନେ ଜାଣିଛନ୍ତି ଯେ ଆମର ଈଶ୍ୱର ପିତା ଜଣେ, ତେଣୁ ସେହି
ପିତାଙ୍କର ସମସ୍ତଙ୍କ ପ୍ରତି ଦୟା ଆସୁଥିବ ନା । କେତେ ଢେର ମନୁଷ୍ୟ ଅଛନ୍ତି, କେତେ ଜୀବଜନ୍ତୁ
ରହିଛନ୍ତି । ସତ୍ୟଯୁଗରେ ମନୁଷ୍ୟ କମ୍ ଥିବାରୁ ଜୀବଜନ୍ତୁ ମଧ୍ୟ କମ୍ ହୋଇଥା’ନ୍ତି । ସତ୍ୟଯୁଗରେ
ଏପରି ଆବର୍ଜନା ନ ଥାଏ । ଏଠାରେ ତ ଅନେକ ପ୍ରକାରର କେତେ ବେମାରୀ ଆଦି ବାହାରୁଛି, ଯାହା ପାଇଁ
ପୁଣି ନୂଆ ଔଷଧ ବାହାରି ଚାଲିଛି । ଡ୍ରାମାର ପ୍ଲାନ ଅନୁସାରେ ଅନେକ ପ୍ରକାରର କଳା କୌଶଳ ବାହାର
କରୁଛନ୍ତି । ଏସବୁ ହେଲା ମନୁଷ୍ୟମାନଙ୍କର କୌଶଳ । ପାରଲୌକିକ ପିତାଙ୍କର କୌଶଳ କ’ଣ? ବାବାଙ୍କ
ପାଇଁ କହୁଛନ୍ତି ହେ ପତିତ-ପାବନ ଆସି ଆମ ଆତ୍ମାକୁ ଓ ଶରୀରକୁ ମଧ୍ୟ ପାବନ କରାଅ, କହନ୍ତି
ପତିତ-ପାବନ, ଦୁଃଖହର୍ତ୍ତା, ସୁଖକର୍ତ୍ତା, ତେବେ ଜଣଙ୍କୁ ହିଁ ଡାକୁଛନ୍ତି ନା । ନିଜ-ନିଜର
ଭାଷାରେ ୟାଦ ନିଶ୍ଚିତ ଭାବେ କରୁଛନ୍ତି । ମନୁଷ୍ୟ ମୃତ୍ୟୁ ସମୟରେ ମଧ୍ୟ ଭଗବାନଙ୍କୁ ମନେ
ପକାଇଥାନ୍ତି, ଜାଣିଥା’ନ୍ତି ଯେ ଅନ୍ୟ କେହି ସାହାରା ଦେବେ ନାହିଁ, ସେଥିପାଇଁ କହିଥାନ୍ତି -
ଈଶ୍ୱର ପିତାଙ୍କୁ ସ୍ମରଣ କର । ଖ୍ରୀଷ୍ଟିୟାନମାନେ ମଧ୍ୟ କହିଥା’ନ୍ତି ଯେ ଗଡ ଫାଦରଙ୍କୁ ସ୍ମରଣ
କର । ଏପରି କହନ୍ତି ନାହିଁ ଯେ ଖ୍ରୀଷ୍ଟଙ୍କୁ ୟାଦ କର । ଜାଣିଛନ୍ତି ଯେ ଖ୍ରୀଷ୍ଟଙ୍କ ଉପରେ ଗଡ
ଅଛନ୍ତି । ଭଗବାନ ତ ସମସ୍ତଙ୍କର ଜଣେ ହେବେ ନା । ଏବେ ତୁମେ ସନ୍ତାନମାନେ ଜାଣୁଛ ମୃତ୍ୟୁଲୋକ ଓ
ଅମରଲୋକ କଣ! ଏକଥା ଦୁନିଆରେ କେହି ହେଲେ ଜାଣିନାହାଁନ୍ତି । ସେମାନେ ତ କହୁଛନ୍ତି ସ୍ୱର୍ଗ ନର୍କ
ସବୁ ଏହିଠାରେ ଅଛି । କେହି-କେହି ବୁଝୁଛନ୍ତି, ସତ୍ୟଯୁଗ ଦେବତାମାନଙ୍କର ରାଜ୍ୟ ଥିଲା ।
ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କେତେ ନୂଆ-ନୂଆ ମନ୍ଦିର ତିଆରି ଚାଲିଛି । ତୁମେମାନେ ଜାଣିଛ
ବାବାଙ୍କ ବିନା ଆଉ କେହି ମଧ୍ୟ ଆମକୁ ପବିତ୍ର କରାଇ ଘରକୁ ନେଇଯାଇ ପାରିବେ ନାହିଁ । ତୁମ
ବୁଦ୍ଧିରେ ଅଛି ଯେ ଆମେ ନିଜର ଶାନ୍ତିଧାମକୁ ଯାଉଛୁ । ବାବା ଆମକୁ ଘରକୁ ନେଇଯିବା ପାଇଁ ଯୋଗ୍ୟ
କରାଉଛନ୍ତି । ଏହା ସ୍ମୃତିରେ ରହିବା ଦରକାର ।
ବାବା ବୁଝାଉଛନ୍ତି
ପିଲାମାନେ ତୁମେ ଏତେ-ଏତେ ଜନ୍ମ ନେଇଛ । ଏବେ ଆମେ ଆସି ଶୂଦ୍ରରୁ ବ୍ରାହ୍ମଣ ହୋଇଛୁ । ପୁଣି
ବ୍ରାହ୍ମଣରୁ ଦେବତା ହୋଇ ସ୍ୱର୍ଗକୁ ଯିବୁ । ବର୍ତ୍ତମାନ ହେଉଛି ସଂଗମ । ବିରାଟ ରୂପରେ
ବ୍ରାହ୍ମଣଙ୍କର ଚୂଟୀ ପ୍ରସିଦ୍ଧ । ହିନ୍ଦୁ ମାନଙ୍କର ପରିଚୟ ମଧ୍ୟ ଚୂଟି ପରିଚୟ ଅଟେ । ମନୁଷ୍ୟ ତ
ମନୁଷ୍ୟ ହିଁ ଅଟନ୍ତି । କିନ୍ତୁ ଖଲିସ୍ଥାନର ନିବାସୀମାନେ, ମୁସଲମାନମାନେ ଏପରି ବେଶ ହୋଇଯାଉଛନ୍ତି
ଯାହାକି ତୁମେ ଜାଣିପାରିବ ନାହିଁ ଯେ ଏମାନେ କେଉଁ ଧର୍ମର? ବାକି ଚିନ୍ବାସୀ,
ଆଫ୍ରିକାବାସୀମାନଙ୍କର ଚେହେରାରୁ ଜଣାପଡିଯାଇଥାଏ । ସେମାନଙ୍କର ଚେହେରା ହିଁ ଅଲଗା ଅଟେ ।
ଖ୍ରୀଷ୍ଟିୟାନମାନଙ୍କର ଭାରତ ସହିତ ସମ୍ପର୍କ ଥିବାରୁ ଏହା ଶିଖିଛନ୍ତି । କେତେ ଭିନ୍ନ ଭିନ୍ନ
ଧର୍ମ ରହିଛି । ସମସ୍ତଙ୍କର ନୀତି-ନିୟମ ପୋଷାକ-ପରିଚ୍ଛଦ ସବୁ ଅଲଗା ଅଲଗା । ଏବେ ତୁମକୁ ଜ୍ଞାନ
ମିଳିଛି, ଆମେ ସତ୍ୟଯୁଗର ସ୍ଥାପନା କରୁଛୁ । ସେଠାରେ ଆଉ କୌଣସି ଧର୍ମ ନ ଥିଲା । ଏବେ ତ ସବୁ
ଭିନ୍ନ ଭିନ୍ନ ଧର୍ମାବଲମ୍ବୀମାନେ ଉପସ୍ଥିତ ଅଛନ୍ତି । ଏବେ ଅନ୍ତ ସମୟରେ ଆଉ କେଉଁ ଧର୍ମ ସ୍ଥାପନ
କରିବେ । ହଁ, ନୂଆ ଆତ୍ମାମାନେ ପବିତ୍ର ହୋଇଥାନ୍ତି ସେଥିପାଇଁ ଯେଉଁ ନୂଆ ଆତ୍ମା ଆସିଥାନ୍ତି
ସେମାନଙ୍କର କିଛି ନା କିଛି ମହିମା ହୋଇଥାଏ । ବିବେକ କହୁଛି ଯିଏ ପଛରେ ଆସିବେ ତାଙ୍କୁ ପ୍ରଥମେ
ନିଶ୍ଚିତ ସୁଖ ମିଳିବ । ମହିମା ହେବ ପୁଣି ଦୁଃଖ ମଧ୍ୟ ହେବ । ସେମାନେ ଗୋଟିଏ ଜନ୍ମ ହିଁ ନେଉଛନ୍ତି,
ଯେପରି ତୁମେ ସୁଖଧାମରେ ବହୁତ ସମୟ ରହୁଛ । ସେମାନେ ପୁଣି ଶାନ୍ତିଧାମରେ ବହୁତ ସମୟ ରହୁଛନ୍ତି ।
ଅନ୍ତ ପର୍ଯ୍ୟନ୍ତ ବହୁତ ବୃଦ୍ଧି ହୋଇ ଚାଲିବ । ଏହି ବୃକ୍ଷ ବଡ ଅଟେ ନା । ଏହି ସମୟରେ
ମନୁଷ୍ୟମାନଙ୍କର କେତେ ବୃଦ୍ଧି ହୋଇ ଚାଲିଛି ସେଥିପାଇଁ ଏହାକୁ ବନ୍ଦ କରିବାର ଉପାୟ ବାହାର କରି
ଚାଲିଛନ୍ତି କିନ୍ତୁ ଏହା ଦ୍ୱାରା କିଛି ହୋଇପାରିବ ନାହିଁ । ତୁମେ ଜାଣିଛ ଯେ ଡ୍ରାମାର ପ୍ଲାନ
ଅନୁସାରେ ବୃଦ୍ଧି ନିଶ୍ଚୟ ହେବ । ନୂଆ ପତ୍ର ସବୁ ଆସି ଚାଲିବ ପୁଣି ଶାଖା ଆଦି ବାହାରିବ । କେତେ
ଭିନ୍ନ ଭିନ୍ନ ପ୍ରକାରର ରହିଛି । ଏବେ ପିଲାମାନେ ଜାଣିଛନ୍ତି ଆମେ ଆଉ କାହାର ସମ୍ପର୍କରେ ନାହୁଁ
। ବାବା ହିଁ ଆମକୁ ପବିତ୍ର କରାଉଛନ୍ତି ଓ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ସମାଚାର ଶୁଣାଉଛନ୍ତି ।
ତୁମେ ମଧ୍ୟ ତାଙ୍କୁ ହିଁ ଡାକୁଛ ଯେ ହେ ପତିତ-ପାବନ ଆସି ଆମକୁ ପାବନ କରାଅ, ତେବେ ନିଶ୍ଚୟ ପତିତ
ଦୁନିଆର ବିନାଶ ହେବ । ଏହି ହିସାବ ମଧ୍ୟ ରହିଛି । ସତ୍ୟଯୁଗରେ କମ୍ ମନୁଷ୍ୟ ରହିବେ । କଳିଯୁଗରେ
କେତେ ଢେର ମନୁଷ୍ୟ ଅଛନ୍ତି, ତୁମ ସନ୍ତାନମାନଙ୍କୁ ବୁଝାଇବାକୁ ମଧ୍ୟ ପଡିବ । ବାବା ଆମକୁ ପାଠ
ପଢାଉଛନ୍ତି ପୁଣି ଏହି ପୁରୁଣା ଦୁନିଆର ଏବେ ବିନାଶ ହେବ । ସ୍ଥାପନା ବାବା ହିଁ କରିବେ ।
ଭଗବାନୁବାଚ ମୁଁ ସ୍ଥାପନା କରାଉଛି । ବିନାଶ ତ ଡ୍ରାମା ଅନୁସାରେ ହେବ । ଭାରତରେ ହିଁ ଏହି ଚିତ୍ର
ରହିଛି । ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ, ବହ୍ମା ମୁଖ ବଂଶାବଳୀ ଦେଖ କେତେ ଅଛନ୍ତି । ସେମାନେ
ହେଲେ ଦୈହିକ ବଂଶାବଳୀ ବ୍ରାହ୍ମଣ । ସେମାନେ ତ ବାବାଙ୍କୁ ଜାଣି ହିଁ ନାହାଁନ୍ତି । ତୁମର ଏବେ
ଉତ୍ସାହ ଆସିଛି । ତୁମେ ଜାଣିଛ ଏବେ କଳିଯୁଗ ବିନାଶ ହୋଇ ସତ୍ୟଯୁଗ ଆସିବ । ଏହା ହେଉଛି ରାଜସ୍ୱ
ଅଶ୍ୱମେଧ ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞ । ପୁରୁଣା ଦୁନିଆ ଏଥିରେ ଆହୁତି ପଡିବ । ଆଉ ତ କୌଣସି
ଆହୁତି ନାହିଁ । ବାବା କହୁଛନ୍ତି - ମୁଁ ସାରା ସୃଷ୍ଟିରେ ଏହି ରାଜସ୍ୱ ଅଶ୍ୱମେଧ ଯଜ୍ଞ ରଚନା
କରିଛି । ଏହା ସମଗ୍ର ଭୂମି ଉପରେ ରଚନା କରାଯାଇଛି । ଯଜ୍ଞ କୁଣ୍ଡ ରହିଥାଏ ନା । ଏଥିରେ ସାରା
ସୃଷ୍ଟି ସ୍ୱାହା ହୋଇଯିବ । ସେଥିପାଇଁ ଯଜ୍ଞକୁଣ୍ଡ ରଚନା କରିଥାନ୍ତି । ଏହି ସାରା ସୃଷ୍ଟି ଯଜ୍ଞ
କୁଣ୍ଡ ହୋଇଯାଇଛି । ଏହି ଯଜ୍ଞ କୁଣ୍ଡରେ କ’ଣ ହେବ? ସମସ୍ତେ ଏଥିରେ ସ୍ୱାହା ହୋଇଯିବେ । ଏହି
କୁଣ୍ଡ ପବିତ୍ର ନୂଆ ହୋଇଯିବ, ଏଠାକୁ ପୁଣି ଦେବତାମାନେ ଆସିବେ । ଚତୁର୍ଦ୍ଦିଗରେ ସମୁଦ୍ର ହିଁ
ରହିଛି, ସାରା ଦୁନିଆ ନୂଆ ହୋଇଯିବ । ଓଲଟ-ପାଲଟ ତ ବହୁତ ହେବ । ଏପରି କୌଣସି ଜାଗା ନାହିଁ ଯାହା
କାହାର ହୋଇ ନ ଥିବ । ସମସ୍ତେ କହୁଛନ୍ତି ଏହା ମୋର । ଏବେ ମୋର-ମୋର କହୁଥିବା ମନୁଷ୍ୟମାନେ ସବୁ
ବିନାଶ ହୋଇଯିବେ । ବାକି ମୁଁ ଯେଉଁମାନଙ୍କୁ ପବିତ୍ର କରାଉଛି ସେହିମାନେ ଅଳ୍ପ ସଂଖ୍ୟାରେ ଦୁନିଆରେ
ରହିବେ । ପ୍ରଥମେ ଆଦି ସନାତନ ଦେବୀ-ଦେବତା ଧର୍ମ ହେବ । ଯମୁନା ନଦୀ କୂଳରେ ତାଙ୍କର ରାଜ୍ୟ ହେବ
। ଏସବୁ କଥା ତୁମ ବୁଦ୍ଧିରେ ରହିବା ଦରକାର, ଖୁସି ରହିବା ଉଚିତ୍ । ମନୁଷ୍ୟ ପରସ୍ପରକୁ ବସି
କାହାଣୀ ଶୁଣାଉଛନ୍ତି ନା । ଏହା ମଧ୍ୟ ସତ୍ୟ ନାରାୟଣଙ୍କର କାହାଣୀ, ଏହା ହେଉଛି ବେଦହର କଥା ।
ତୁମ ବୁଦ୍ଧିରେ ହିଁ ଏହିସବୁ କଥା ରହିଛି । ତାଙ୍କ ଭିତରେ ଯିଏ ଭଲ ସେବାଧାରୀ ଅଛନ୍ତି, ତାଙ୍କ
ବୁଦ୍ଧିରେ ଧାରଣା ହୋଇଥାଏ, ସେମାନେ ଝୁଲା ଭରି, ଦାନ ଦେଇ ଚାଲିବେ । ସେଥିପାଇଁ କୁହାଯାଏ ଧନ ଦେଲେ
ଧନ ସରିଯିବ ନାହିଁ । ଭାବନ୍ତି ଦାନ ଦେବା ଦ୍ୱାରା ଭଗବାନଙ୍କର କୃପା ଅଧିକ ହେବ । ତୁମର ହେଉଛି
ଅବିନାଶୀ ଧନ । ଏବେ ଧନ ଦେଲେ ଧନ ସରିବ ନାହିଁ, ଯେତେ ଦାନ ଦେବ ସେତେ ଖୁସି ମିଳିବ । ଶୁଣିବା
ସମୟରେ କେହି କେହି ମୁଣ୍ଡ ହଲାଇ ଚାଲିଥାନ୍ତି । କେହି ତ ନିର୍ବୋଧଙ୍କ ଭଳି ରହିଥାନ୍ତି । ବାବା
ଏତେ ଭଲ-ଭଲ ପଏଣ୍ଟସ୍ ଶୁଣାଉଛନ୍ତି । ତେଣୁ ଶୁଣିବା ସମୟରେ ଆପେ ଆପେ କାନ୍ଧ ହଲିବ । ଏଠାକୁ
ପିଲାମାନେ ଆସୁଛନ୍ତି ସମ୍ମୁଖରେ ବାବାଙ୍କଠାରୁ ରିଫ୍ରେସ୍ ବା ସତେଜ ହେବା ପାଇଁ । ବାବା କିପରି
ବସି ଯୁକ୍ତିର ସହିତ ପଏଣ୍ଟ ଶୁଣାଉଛନ୍ତି । ତୁମେ ଜାଣିଛ ଯେ ଭାରତରେ ଦେବୀ-ଦେବତାମାନଙ୍କର ରାଜ୍ୟ
ଥିଲା । ଭାରତକୁ ସ୍ୱର୍ଗ କୁହାଯାଏ । ଏବେ ତ ନର୍କ ହୋଇଯାଇଛି । ନର୍କ ବଦଳି ସ୍ୱର୍ଗ ହେବ ବାକି
ଏତେ ସବୁଙ୍କର ବିନାଶ ହୋଇଯିବ । ତୁମ ପାଇଁ ତ ସ୍ୱର୍ଗ ଯେପରି କାଲିର କଥା । କାଲି ରାଜ୍ୟ କରୁଥିଲୁ,
ଦ୍ୱିତୀୟ ଆଉ କେହି ଏପରି କହିପାରିବେ ନାହିଁ । କହନ୍ତି ମଧ୍ୟ ଖ୍ରୀଷ୍ଟଙ୍କର ଏତେ ବର୍ଷ ପୂର୍ବରୁ
ସ୍ୱର୍ଗ ଥିଲା, ସେତେବେଳେ ଅନ୍ୟ କୌଣସି ଧର୍ମ ନ ଥିଲା । ଦ୍ୱାପରରୁ ସବୁ ଧର୍ମ ଆରମ୍ଭ ହୋଇଛି ।
ଏହା ବଡ ସହଜ କଥା । କିନ୍ତୁ ମନୁଷ୍ୟମାନଙ୍କର ବୁଦ୍ଧି ଏହି କଥାରେ ନାହିଁ ଯାହା ଦ୍ୱାରା କି
ବୁଝିପାରିବେ । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ ତେବେ ଆସି ନିଶ୍ଚୟ ପତିତରୁ ପାବନ କରାଇବେ
ନା! ଏଠାରେ ତ କେହି ପାବନ ହୋଇପାରିବେ ନାହିଁ । ସତ୍ୟଯୁଗକୁ ନିର୍ବିକାରୀ ଦୁନିଆ କୁହାଯାଏ । ଏବେ
ତ ବିକାରୀ ଦୁନିଆ ହୋଇଯାଇଛି । ମୁଖ୍ୟ କଥା ହେଉଛି ପବିତ୍ରତାରେ । ଏଥିପାଇଁ ତୁମକୁ କେତେ
ପରିଶ୍ରମ କରିବାକୁ ପଡୁଛି । ତୁମେ ଜାଣିଛ ଆଜି ପର୍ଯ୍ୟନ୍ତ ଯାହା କିଛି ବିତିଗଲା ତାକୁ ଡ୍ରାମା
ଅନୁସାରେ ହିଁ କୁହାଯିବ । ଏଥିରେ ଆମେ କାହାକୁ ଖରାପ ଭଲ ବୋଲି କହି ପାରିବା ନାହିଁ । ଯାହା କିଛି
ହେଉଛି ଡ୍ରାମାରେ ନିଧାର୍ଯ୍ୟ ରହିଛି । ବାବା ଭବିଷ୍ୟତ ପାଇଁ ବୁଝାଉଛନ୍ତି ଯେ ସେବାରେ ଏପରି
କର୍ମ ସବୁ କର ନାହିଁ । ନଚେତ୍ ଅପସେବା ହୋଇଯିବ । ବାବା ହିଁ ତ କହିବେ ନା । ତୁମେ ପରସ୍ପର
ମଧ୍ୟରେ ଲୁଣପାଣି ହୋଇଯାଇଛ । ଜାଣୁଛନ୍ତି ଆମେ ଲୁଣପାଣି ହୋଇଯାଇଛୁ, ପରସ୍ପର ସହିତ ଭେଟ ହେଲେ କଥା
ହେଉ ନାହୁଁ ପୁଣି କାହାକୁ କିଛି କହିଲେ ଏକଦମ୍ ବିଗିଡି ଯାଇଥାଆନ୍ତି । ଶିବବାବାଙ୍କୁ ଭୁଲି
ଯାଉଛନ୍ତି, ସେଥିପାଇଁ ବୁଝାଯାଉଛି ସର୍ବଦା ଶିବବାବାଙ୍କୁ ୟାଦ କର । ବାବା ପିଲାମାନଙ୍କୁ ସାବଧାନ
କରାଉଛନ୍ତି । ଏହିପରି କାମ ସବୁ କରିବା ଦ୍ୱାରା ଦୁର୍ଗତି ହୋଇଥାଏ । କିନ୍ତୁ ଭାଗ୍ୟରେ ନ ଥିବାରୁ
ବୁଝୁନାହାଁନ୍ତି । ଶିବବାବା, ଯାହାଙ୍କଠାରୁ ବର୍ସା ମିଳୁଛି, ତାଙ୍କ ଉପରେ ମଧ୍ୟ ଋଷି ଯାଉଛନ୍ତି
। ବ୍ରାହ୍ମଣୀ ଉପରେ ଋୁଷୁଛନ୍ତି, ଏହାଙ୍କ ଉପରେ ମଧ୍ୟ ଋଷୁଛନ୍ତି । ପୁଣି କେବେ କେବେ କ୍ଳାସ୍କୁ
ଆସୁ ନାହାଁନ୍ତି । ଶିବବାବାଙ୍କ ଉପରେ ତ କେବେ ବି ଋଷିବା ଉଚିତ୍ ନୁହେଁ । ତାଙ୍କ ମୁରଲୀ ତ
ପଢିବାକୁ ହେବ । ୟାଦ ମଧ୍ୟ ତାଙ୍କୁ କରିବାକୁ ହେବ । ବାବା କହୁଛନ୍ତି ନା - ପିଲାମାନେ ନିଜକୁ
ଆତ୍ମା ଭାବି ମୋତେ ୟାଦ କଲେ ସଦ୍ଗତି ହେବ । ଦେହ-ଅଭିମାନରେ ଆସିବା ଦ୍ୱାରା ଦେହଧାରୀଙ୍କ ଉପରେ
ଋଷି ଯାଉଛନ୍ତି । ବର୍ସା ତ ଦାଦାଙ୍କଠାରୁ ମିଳୁଛି । ବାବାଙ୍କର ହେଲେ ହିଁ ଦାଦାଙ୍କର ବର୍ସା
ମିଳିବ । ବାବାଙ୍କୁ ହିଁ ଛାଡପତ୍ର ଦେଇଦେଲେ ବର୍ସା କିପରି ମିଳିବ । ବ୍ରାହ୍ମଣ କୂଳରୁ ବାହାରି
ଶୂଦ୍ର କୂଳକୁ ଚାଲିଗଲେ ବର୍ସା ସମାପ୍ତ । ବାବାଙ୍କର ପୋଷ୍ୟ ହେବା ରଦ୍ଦ ହୋଇଗଲା । ତଥାପି ବି
ବୁଝୁ ନାହାଁନ୍ତି । ମାୟା ଏପରି ଯେ ଏକଦମ୍ ବରବାଦ କରିଦେଉଛି । ବାବାଙ୍କୁ କେତେ ସ୍ନେହର ସହିତ
ୟାଦ କରିବା ଉଚିତ୍ କିନ୍ତୁ ୟାଦ କରୁ ନାହାଁନ୍ତି । ଆମେ ଶିବବାବାଙ୍କର ସନ୍ତାନ, ଯିଏ ଆମକୁ
ବିଶ୍ୱର ମାଲିକ କରାଉଛନ୍ତି । ସିଏ ନିଶ୍ଚୟ ଭାରତରେ ହିଁ ଜନ୍ମ ନେଉଛନ୍ତି । ଶିବଜୟନ୍ତୀ ପାଳନ
କରୁଛନ୍ତି ନା । ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେଲେ ପ୍ରଥମେ ଶିବବାବା ହିଁ ଆସି
ସ୍ୱର୍ଗର ରଚନା କରିବେ । ତୁମେ ଜାଣିଛ ଯେ ଆମକୁ ସ୍ୱର୍ଗର ବାଦଶାହୀ ମିଳୁଛି । ବାବା ହିଁ ଆସି
ସ୍ୱର୍ଗବାସୀ କରାଉଛନ୍ତି । ନୂଆ ଦୁନିଆ ପାଇଁ ରାଜଯୋଗ ଶିଖାଉଛନ୍ତି । ତୁମେ ଯାଇ ନୂଆ ଦୁନିଆରେ
ରାଜ୍ୟ ଚଲାଇବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବୁଦ୍ଧି
ରୂପୀ ଝୁଲାରେ ଅବିନାଶୀ ଜ୍ଞାନରତ୍ନ ଭରପୂର କରି ପୁଣି ଦାନ କରିବାକୁ ହେବ । ଦାନ କରିବା ଦ୍ୱାରା
ହିଁ ଖୁସି ମିଳିବ । ଜ୍ଞାନ ଧନ ବଢି ଚାଲିବ ।
(୨) କେବେ ବି ପରସ୍ପର
ମଧ୍ୟରେ ବିଗିଡି ଯାଇ ଲୁଣପାଣି ହେବାର ନାହିଁ । ବହୁତ ସ୍ନେହର ସହିତ ବାବାଙ୍କୁ ୟାଦ କରିବାର ଅଛି
ଏବଂ ମୁରଲୀ ଶୁଣିବାର ଅଛି । ଅନ୍ୟମନସ୍କ ହେବାର ନାହିଁ ।
ବରଦାନ:-
ଏକମାତ୍ର
ବାବାଙ୍କ ସହିତ ଯୋଗ ରଖି ସମସ୍ତଙ୍କର ସହଯୋଗ ପ୍ରାପ୍ତ କରୁଥିବା ସଚ୍ଚାଯୋଗୀ ବା ସହଯୋଗୀ ଭବ ।
ଯିଏ ଯେତିକି ଯୋଗୀ ସେହି
ଅନୁସାରେ ତାଙ୍କୁ ସମସ୍ତଙ୍କର ସହଯୋଗ ନିଶ୍ଚିତ ମିଳିଥାଏ । ଯୋଗୀ ଆତ୍ମାର ସମ୍ପର୍କ ଅଥବା ସ୍ନେହ
ବୀଜ ସହିତ ରହିଥିବା କାରଣରୁ ସ୍ନେହର ପ୍ରତିଦାନ ରୂପରେ ତାଙ୍କୁ ସମସ୍ତଙ୍କଠାରୁ ସହଯୋଗ ପ୍ରାପ୍ତ
ହୋଇଯାଇଥାଏ । ତେଣୁ ବୀଜ ସହିତ ଯୋଗ ଲଗାଇବାବାଲା, ବୀଜକୁ ସ୍ନେହ ରୂପକ ପାଣି ଦେବାବାଲା ସର୍ବ
ଆତ୍ମାଙ୍କ ଦ୍ୱାରା ସହଯୋଗ ରୂପକ ଫଳ ପ୍ରାପ୍ତ କରିନେଇଥାଏ କାହିଁକିନା ବୀଜ ସହିତ ଯୋଗ ଥିବା
କାରଣରୁ ପୂରା ବୃକ୍ଷ ସହିତ ସମ୍ପର୍କ ହୋଇଯାଇଥାଏ ।
ସ୍ଲୋଗାନ:-
ପୁରୁଣା
ସଂସ୍କାର ଗୁଡକୁ ମୋ’ର କହିବା ଅର୍ଥ ପୁରୁଷାର୍ଥକୁ ଢିଲା କରିବା ।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।
କେବେ ବି କୌଣସି
ପ୍ରକାରର ସହଯୋଗ ଯଦି କାହାର ଦରକାର ଥାଏ ତେବେ ତୁମେ ଦାତାଙ୍କର ସନ୍ତାନମାନେ ତା’କୁ ସହଯୋଗ ଦିଅ
। କିନ୍ତୁ ସମସ୍ତଙ୍କର ସହଯୋଗୀ ସେତେବେଳେ ହୋଇପାରିବ ଯେତେବେଳେ ସମସ୍ତଙ୍କର ସ୍ନେହୀ ହେବ । ଯଦି
ସ୍ନେହୀ ନାହିଁ ତେବେ ସମସ୍ତଙ୍କର ସହଯୋଗୀ ମଧ୍ୟ ହୋଇପାରିବ ନାହିଁ, ସେଥିପାଇଁ ସଂକଳ୍ପ, ବାଣୀ,
କର୍ମ ଏବଂ ସମ୍ପନ୍ଧରେ ମଧ୍ୟ ସହଯୋଗୀ ହୋଇ ସଫଳତା ମୂରତ ହୁଅ ।