18.11.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମମାନଙ୍କୁ ମନ-ବଚନ-କର୍ମରେ ସମ୍ପୂର୍ଣ୍ଣ ନିର୍ଭୁଲ ହେବାକୁ ପଡିବ, କାହିଁକି ନା ତୁମେମାନେ ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ ବ୍ରାହ୍ମଣ ଚୋଟୀ ଅର୍ଥାତ୍ ସର୍ବୋଚ୍ଚ ଅଟ ।”

ପ୍ରଶ୍ନ:-
ସବୁଠାରୁ ଗୁପ୍ତ ଏବଂ ସୂକ୍ଷ୍ମ କଥା କ’ଣ ଯାହାକୁ ସନ୍ତାନମାନେ ମଧ୍ୟ ବଡ ମୁସ୍‌କିଲ୍‌ରେ ହିଁ ବୁଝିଥାଆନ୍ତି?

ଉତ୍ତର:-
ଶିବବାବା ଏବଂ ବ୍ରହ୍ମାବାବାଙ୍କର ଭେଦ ଅର୍ଥାତ୍ ରହସ୍ୟକୁ ବୁଝିବା - ଏହା ସବୁଠାରୁ ଗୁପ୍ତ ଏବଂ ସୂକ୍ଷ୍ମ କଥା ଅଟେ । ଏଥିରେ ଅନେକ ସନ୍ତାନ ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି । ଏହି ରହସ୍ୟ ନିଜେ ବାବା ହିଁ ବତାଉଛନ୍ତି କି ମୁଁ ସକାଳୁ-ସକାଳୁ ଏହି ଶରୀର ଦ୍ୱାରା ତୁମମାନଙ୍କୁ ପାଠ ପଢାଉଛି, ବାକି ଏମିତି ନୁହେଁ ଯେ ମୁଁ ସାରା ଦିନ ଏହାଙ୍କ ଶରୀରରେ ବସି ରହୁଛି ।

ଓମ୍ ଶାନ୍ତି ।
ରୁହାନୀ ବାବା ରୁହାନୀ ସନ୍ତାନମାନଙ୍କୁ ବୁଝାଉଛନ୍ତି । ପିଲାମାନେ କିଏ ଅଟନ୍ତି? ବ୍ରାହ୍ମଣ । ଏକଥା କେବେ ବି ଭୁଲିଯାଅ ନାହିଁ ଯେ ଆମେମାନେ ବ୍ରାହ୍ମଣ ଅଟୁ, ପୁଣି ଦେବତା ହେବାକୁ ଯାଉଛୁ । ବର୍ଣ୍ଣକୁ ମଧ୍ୟ ୟାଦ କରିବାକୁ ହୋଇଥାଏ । ଏଠାରେ ତୁମେ ପରସ୍ପର ମଧ୍ୟରେ ବ୍ରାହ୍ମଣ ହିଁ ବ୍ରାହ୍ମଣ ଅଟ । ବ୍ରାହ୍ମଣମାନଙ୍କୁ ବେହଦର ପିତା ପାଠ ପଢାଉଛନ୍ତି । ଏହି ବ୍ରହ୍ମା ପାଠ ପଢାଉ ନାହାଁନ୍ତି । ଶିବବାବା ପଢାଉଛନ୍ତି । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣମାନଙ୍କୁ ହିଁ ପାଠ ପଢାଉଛନ୍ତି । ଶୂଦ୍ରରୁ ବ୍ରାହ୍ମଣ ନ ହେଲେ ତୁମେମାନେ ଦେବତା ହୋଇପାରିବ ନାହିଁ । ବର୍ସା ତ ଶିବବାବାଙ୍କଠାରୁ ମିଳିଥାଏ । ଶିବବାବା ତ ସମସ୍ତଙ୍କର ପିତା ଅଟନ୍ତି । ଏହି ବ୍ରହ୍ମାଙ୍କୁ ଆଦିପିତା କୁହାଯାଉଛି । ଲୌକିକ ପିତା ତ ସମସ୍ତଙ୍କର ଅଛନ୍ତି । ପାରଲୌକିକ ପିତାଙ୍କୁ ଭକ୍ତିମାର୍ଗରେ ୟାଦ କରୁଛନ୍ତି । ଏବେ ତୁମେମାନେ ବୁଝୁଛ ଯେ - ଇଏ ଅଲୌକିକ ପିତା ଅଟନ୍ତି, ଯାହାଙ୍କୁ କେହି ଜାଣିନାହାଁନ୍ତ, ଯଦିଓ ବ୍ରହ୍ମାଙ୍କର ମନ୍ଦିର ଅଛି । ଏଠାରେ ବି ପ୍ରଜାପିତା ଆଦିଦେବଙ୍କର ମନ୍ଦିର ରହିଛି । ତାଙ୍କୁ ମହାବୀର ବି କହୁଛନ୍ତି, କେହି କେହି ଦିଲବାଲା ବି କହୁଛନ୍ତି । କିନ୍ତୁ ବାସ୍ତବରେ ଦିଲ୍ ନେଲାବାଲା ହେଉଛନ୍ତି ଶିବବାବା, ନା କି ବ୍ରହ୍ମା । ସବୁ ଆତ୍ମାମାନଙ୍କୁ ସର୍ବଦା ସୁଖୀ କରିଲାବାଲା, ଖୁସୀ ଦେଲାବାଲା ଏକମାତ୍ର ବାବା ହିଁ ଅଟନ୍ତି । ଏକଥା ବି କେବଳ ତୁମେ ପିଲାମାନେ ହିଁ ଜାଣିଛ । ଦୁନିଆରେ ତ ମନୁଷ୍ୟମାନେ କିଛି ବି ଜାଣିନାହାଁନ୍ତି । ଆମେ ବ୍ରାହ୍ମଣମାନେ ହିଁ ଶିବବାବାଙ୍କଠାରୁ ବର୍ସା ନେଉଛୁ । ଏକଥା ତୁମେମାନେ ମଧ୍ୟ ଘଡି ଘଡି ଭୁଲି ଯାଉଛ । ୟାଦ କରିବା ବହୁତ ସହଜ । ଯୋଗ ଅକ୍ଷର ସନ୍ନ୍ୟାସୀମାନେ ରଖିଦେଇଛନ୍ତି । ତୁମେମାନେ ତ ବାବାଙ୍କୁ ୟାଦ କରୁଛ । ଯୋଗ ତ ସାଧାରଣ ଅକ୍ଷର ଅଟେ, ଏହାକୁ ଯୋଗ ଆଶ୍ରମ ମଧ୍ୟ କୁହାଯିବ ନାହିଁ । ଏଠାରେ ପିଲାମାନେ ଏବଂ ବାବା ବସିଛନ୍ତି । ପିଲାମାନଙ୍କର କର୍ତ୍ତବ୍ୟ ହେଉଛି - ବେହଦର ବାବାଙ୍କୁ ୟାଦ କରିବା । ଆମେମାନେ ବ୍ରାହ୍ମଣ ଅଟୁ, ବ୍ରହ୍ମାଙ୍କ ଦ୍ୱାରା ଦାଦାଙ୍କ ଠାରୁ ବର୍ସା ନେଉଛୁ ଏଣୁ ଶିବବାବା କହୁଛନ୍ତି - ଯେତେ ଦୂର ସମ୍ଭବ ୟାଦ କରିଚାଲ । ଭଲେ ଚିତ୍ରକୁ ବି ମନେ ରଖ । ଏକଥା ତ ମନେ ରହିବ, ଆମେ ବ୍ରାହ୍ମଣ ଅଟୁ, ବାବାଙ୍କଠାରୁ ବର୍ସା ନେଉଛୁ । ବ୍ରାହ୍ମଣମାନେ କ’ଣ କେବେ ନିଜର ଜାତିକୁ ଭୁଲିଥାନ୍ତି କି? ତୁମେ ଶୂଦ୍ରମାନଙ୍କର ସଙ୍ଗରେ ଆସିବା ଦ୍ୱାରା ନିଜର ବ୍ରାହ୍ମଣ ପଣିଆକୁ ଭୁଲିଯାଉଛ । ବ୍ରାହ୍ମଣମାନେ ତ ଦେବତାମାନଙ୍କଠାରୁ ବି ଉଚ୍ଚ ଅଟନ୍ତି କାହିଁକି ନା ତୁମେ ବ୍ରାହ୍ମଣମାନେ ଜ୍ଞାନବାନ୍ ଅଟ । ଭଗବାନଙ୍କୁ ଜାନୀ-ଜାନନହାର ଅର୍ଥାତ୍ ସର୍ବଜ୍ଞ କହିଥା’ନ୍ତି ନା । ଏହାର ଅର୍ଥ ନୁହେଁ ଯେ ସମସ୍ତଙ୍କ ମନରେ କ’ଣ ଅଛି - ସେ ଜାଣୁଛନ୍ତି । ନାଁ, ତାଙ୍କ ପାଖରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି । ସିଏ ବୀଜରୂପ ଅଟନ୍ତି । ବୀଜ ବୃକ୍ଷର ଆଦି ମଧ୍ୟ ଅନ୍ତକୁ ଜାଣିଥାଏ । ତେବେ ଏପରି ବାବାଙ୍କୁ ବହୁତ-ବହୁତ ୟାଦ କରିବାକୁ ହେବ । ବ୍ରହ୍ମାଙ୍କର ଆତ୍ମା ମଧ୍ୟ ସେହି ବାବାଙ୍କୁ ୟାଦ କରୁଛି । ଶିବବାବା କହୁଛନ୍ତି - ଏହି ବ୍ରହ୍ମା ମଧ୍ୟ ମୋତେ ୟାଦ କଲେଯାଇ ଏହି ପଦ ପାଇବେ । ଯଦି ତୁମେମାନେ ବି ୟାଦ କରିବ ତେବେ ଏ ପଦ ପାଇବ । ପ୍ରଥମେ ପ୍ରଥମେ ତୁମେମାନେ ଅଶରୀରୀ ହୋଇ ଆସିଥିଲ । ପୁଣି ଅଶରୀରୀ ହୋଇ ଘରକୁ ଫେରିବାକୁ ହେବ । ଆଉ ସବୁ ଦେହର ସମ୍ବନ୍ଧୀ ତୁମକୁ ଦୁଃଖ ଦେଲାବାଲା ଅଟନ୍ତି, ସେମାନଙ୍କୁ ତୁମେ କାହିଁକି ୟାଦ କରୁଛ! ଯେତେବେଳେ କି ମୁଁ ତୁମକୁ ମିଳିଛି । ମୁଁ ତୁମମାନଙ୍କୁ ନୂଆ ଦୁନିଆକୁ ନେଇଯିବା ପାଇଁ ଆସିଛି । ସେଠାରେ କୌଣସି ଦୁଃଖ ନାହିଁ । ତାହା ହେଉଛି ଦୈବୀ ସମ୍ବନ୍ଧ । ଏଠାରେ ପ୍ରଥମେ ଦୁଃଖ ହୋଇଥାଏ - ସ୍ତ୍ରୀ ଏବଂ ପୁରୁଷର ସମ୍ବନ୍ଧରେ, କାହିଁକି ନା ଏହି ସମ୍ବନ୍ଧ ଦ୍ୱାରା ବିକାରୀ ହୋଇଥାନ୍ତି । ତୁମମାନଙ୍କୁ ମୁଁ ଏବେ ସେହି ଦୁନିଆର ଯୋଗ୍ୟ କରୁଛି, ଯେଉଁଠାରେ ବିକାରର କଥା ହିଁ ରହି ନ ଥାଏ । ସେହି କାମ, ମହାଶତ୍ରୁ ବୋଲି ଗାୟନ ରହିଛି, ଯିଏକି ଆଦି ମଧ୍ୟ ଅନ୍ତ ଦୁଃଖ ଦେଇଥାଏ । କ୍ରୋଧ ପାଇଁ ଏପରି କୁହାଯିବ ନାହିଁ ଯେ ଇଏ ଆଦି ମଧ୍ୟ ଅନ୍ତ ଦୁଃଖ ଦେଇଥାଏ । ନା, କାମ ବିକାରକୁ ଜିତିବାକୁ ହେବ, ତାହା ହିଁ ଆଦି ମଧ୍ୟ ଅନ୍ତ ଦୁଃଖ ଦେଉଛି । ପତିତ କରିଦେଉଛି । ପତିତ ଶବ୍ଦ କାମ ବିକାର ପାଇଁ ଲାଗୁ ହେଉଛି । ଏହି ଶତ୍ରୁ ଉପରେ ବିଜୟ ପାଇବାକୁ ହେବ । ତୁମେମାନେ ଜାଣିଛ ଯେ ଆମେ ସତ୍ୟଯୁଗର ଦେବୀ-ଦେବତା ହେବାକୁ ଯାଉଛୁ । ଯେତେବେଳେ ପର୍ଯ୍ୟନ୍ତ ଏହି ନିଶ୍ଚୟ ହୋଇନାହିଁ ସେତେବେଳେ ପର୍ଯ୍ୟନ୍ତ କିଛି ପାଇପାରିବ ନାହିଁ ।

ବାବା ବୁଝାଉଛନ୍ତି - ପିଲାମାନଙ୍କୁ ମନ-ବଚନ-କର୍ମରେ ଆକ୍ୟୁରେଟ୍ (ସଠିକ୍‌) ହେବାକୁ ପଡିବ । ଏଥିରେ ପରିଶ୍ରମ ରହିଛି । ଦୁନିଆରେ ଏହି କଥା କେହି ବି ଜାଣିନାହାଁନ୍ତି ଯେ ତୁମେମାନେ ଭାରତକୁ ସ୍ୱର୍ଗ କରୁଛ । ଆଗକୁ ଗଲେ ବୁଝିପାରିବେ, ଚାହୁଁଛନ୍ତି ମଧ୍ୟ ଗୋଟିଏ ବିଶ୍ୱ, ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ, ଗୋଟିଏ ଭାଷା ହେଉ । ତୁମେ ସେମାନଙ୍କୁ ବୁଝାଇ ପାରିବ - ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ ଥିଲା, ଯାହାକୁ ସ୍ୱର୍ଗ କୁହାଯାଏ । ରାମରାଜ୍ୟ, ରାବଣ ରାଜ୍ୟକୁ ମଧ୍ୟ କେହି ଜାଣିନାହାଁନ୍ତି । ଆଗରୁ ତୁମେମାନେ ବି ଜାଣିନଥିଲ । ଏବେ ତୁମେମାନେ ପୁରୁଷାର୍ଥର କ୍ରମଅନୁସାରେ ସ୍ୱଚ୍ଛ ବୁଦ୍ଧି ହୋଇଛ । ବାବା ବସି ତୁମମାନଙ୍କୁ ବୁଝାଉଛନ୍ତି ତେଣୁ ନିଶ୍ଚିତ ତୁମେମାନେ ବାବାଙ୍କର ମତ ଅନୁସାରେ ଚାଲ । ବାବା କହୁଛନ୍ତି - ପୁରୁଣା ଦୁନିଆରେ ରହି ପଦ୍ମ ଫୁଲ ସମାନ ପବିତ୍ର ହୋଇ ରୁହ । ମୋତେ ୟାଦ ମଧ୍ୟ କରୁଥାଅ । ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି । ବାବା କହୁଛନ୍ତି ମୁଁ ଏହି କର୍ମେନ୍ଦ୍ରିୟ ଦ୍ୱାରା ଆତ୍ମାମାନଙ୍କୁ ହିଁ ପାଠ ପଢାଇବାକୁ ଆସିଛି । ଏହା ତ ପୁରୁଣା ଛି-ଛି ଦୁନିଆ, ଛି-ଛି ଶରୀର ଅଟେ । ତୁମେ ବ୍ରାହ୍ମଣମାନେ ପୂଜାର ଯୋଗ୍ୟ ନୁହେଁ, ଗାୟନ ଯୋଗ୍ୟ ଅଟ । ଦେବତାମାନେ ପୂଜା ଯୋଗ୍ୟ ଅଟନ୍ତି । ତୁମେମାନେ ଶ୍ରୀମତ ଆଧାରରେ ଏହି ବିଶ୍ୱକୁ ସ୍ୱର୍ଗ କରୁଛ, ସେଥିପାଇଁ ତୁମର ଗାୟନ ହେଉଛି, ତୁମର ପୂଜା ହୋଇପାରିବ ନାହିଁ । ଗାୟନ ନିଶ୍ଚିତ ତୁମ ବ୍ରାହ୍ମଣମାନଙ୍କର ହେଉଛି, ନା କି ଦେବତାମାନଙ୍କର । ବାବା ତୁମମାନଙ୍କୁ ହିଁ ଶୂଦ୍ରରୁ ବ୍ରାହ୍ମଣ କରୁଛନ୍ତି । ଦେବତାମାନଙ୍କର ଆତ୍ମା ଏବଂ ଶରୀର ଉଭୟ ପବିତ୍ର ଅଟେ । ଏବେ ତୁମମାନଙ୍କର ଆତ୍ମା ପବିତ୍ର ହୋଇ ଚାଲିଛି । ତୁମମାନଙ୍କର ଶରୀର ପବିତ୍ର ନୁହେଁ । ଏବେ ତୁମେମାନେ ଈଶ୍ୱରଙ୍କ ମତରେ ଭାରତକୁ ସ୍ୱର୍ଗ କରୁଛ । ତୁମେମାନେ ମଧ୍ୟ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ ହେଉଛ । ତେଣୁ ତୁମମାନଙ୍କୁ ସତ୍ତ୍ୱପ୍ରଧାନ ନିଶ୍ଚୟ ହେବାକୁ ପଡିବ । କେବଳ ତୁମେ ବ୍ରାହ୍ମଣମାନେ ହିଁ ଅଟ, ଯେଉଁମାନଙ୍କୁ ବାବା ବସି ପାଠ ପଢାଉଛନ୍ତି । ବ୍ରାହ୍ମଣମାନଙ୍କର ବୃକ୍ଷ ଦିନକୁ ଦିନ ବୃଦ୍ଧି ହୋଇ ଚାଲିବ । ଯେଉଁ ବ୍ରାହ୍ମଣମାନେ ପକ୍କା ହୋଇଯିବେ, ସେହିମାନେ ଯାଇ ଦେବତା ହେବେ । ଏହା ନୂଆ ବୃକ୍ଷ ଅଟେ, ଏଥିରେ ମାୟାର ତୋଫାନ ମଧ୍ୟ ଲାଗିଥାଏ । ସତ୍ୟଯୁଗରେ କୌଣସି ତୋଫାନ ଆଦି ଆସିବ ନାହିଁ । ଏଠାରେ ମାୟା ବାବାଙ୍କର ୟାଦରେ ରହିବାକୁ ଦେଉନାହିଁ । ଆମେମାନେ ଜାଣିଛୁ ଯେ ବାବାଙ୍କ ୟାଦ ଦ୍ୱାରା ହିଁ ଆମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଛୁ । ୟାଦ ହିଁ ସବୁର ଆଧାର । ଭାରତର ପ୍ରାଚୀନ ଯୋଗ ମଧ୍ୟ ପ୍ରସିଦ୍ଧ ଅଟେ ନା । ବିଦେଶୀମାନେ ଚାହୁଁଛନ୍ତି, କେହି ଆସି ଆମକୁ ପ୍ରାଚୀନ ଯୋଗ ଶିଖାନ୍ତୁ ।

ଯୋଗ ଦୁଇ ପ୍ରକାରର ଅଟେ - ଗୋଟିଏ ହେଉଛି ହଠଯୋଗ । ଅନ୍ୟଟି ରାଜଯୋଗ । ତୁମେମାନେ ହେଉଛ ରାଜଯୋଗୀ । ସେମାନେ ତ ବହୁତ ଦିନରୁ ହଠଯୋଗ କରିଆସୁଛନ୍ତି । ରାଜଯୋଗ ବିଷୟରେ ଏବେ ତୁମେମାନେ ଜାଣୁଛ । ସନ୍ନ୍ୟାସୀମାନେ ରାଜଯୋଗରୁ କ’ଣ ଜାଣିବେ । ବାବା ଆସି କହୁଛନ୍ତି - ମୁଁ ହିଁ ଆସି ରାଜଯୋଗ ଶିଖାଉଛି, କୃଷ୍ଣ ତ ଶିଖାଇ ପାରିବେ ନାହିଁ । ଏହା ଭାରତର ହିଁ ପ୍ରାଚୀନ ଯୋଗ ଅଟେ, କେବଳ ଗୀତାରେ ମୋ ବଦଳରେ କୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି । ଏଥିରେ କେତେ ଫରକ ଆସିଯାଉଛି । ଯେବେ ଶିବବାବାଙ୍କର ଜୟନ୍ତୀ ହୋଇଥାଏ, ସେତେବେଳେ ତୁମମାନଙ୍କର ଓ ବୈକୁଣ୍ଠର ମଧ୍ୟ ଜୟନ୍ତୀ ହୋଇଥାଏ, ଯେଉଁଠାରେ କୃଷ୍ଣଙ୍କର ରାଜ୍ୟ ରହିଥାଏ । ତୁମେମାନେ ଜାଣିଛ ଯେ ଯଦି ଶିବବାବାଙ୍କର ଜୟନ୍ତୀ ଅଛି, ତେବେ ଗୀତାର ମଧ୍ୟ ଜୟନ୍ତୀ ରହିଛି, ବୈକୁଣ୍ଠର ମଧ୍ୟ ଜୟନ୍ତୀ ହେଉଛି । ତୁମେମାନେ ପବିତ୍ର ହୋଇଯିବ, କଳ୍ପ ପୂର୍ବ ସଦୃଶ ସ୍ଥାପନା ହେଉଛି, ତେବେ ଶିବବାବାଙ୍କର ଜୟନ୍ତୀ ଅର୍ଥାତ୍ ସ୍ୱର୍ଗର ଜୟନ୍ତୀ, ବାବା ହିଁ ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି । ବର୍ତ୍ତମାନ ବାବା କହୁଛନ୍ତି ମୋତେ ୟାଦ କର । ୟାଦ ନ କରିବା ଦ୍ୱାରା ମାୟା କିଛି ନା କିଛି ବିକର୍ମ କରାଇ ଦେଇଥାଏ । ଯଦି ୟାଦ ନ କରିବ ତେବେ ମାୟାର ଚାପୁଡା ଲାଗିଯିବ । ୟାଦରେ ରହିବା ଦ୍ୱାରା ମାୟାର ଚାପୁଡା ଖାଇବ ନାହିଁ । ଏଠାରେ ବକ୍‌ସିଙ୍ଗ୍ ହେଉଛି । ତୁମେମାନେ ଜାଣିଛ ଆମର ଶତ୍ରୁ କୌଣସି ମନୁଷ୍ୟ ନୁହେଁ, ରାବଣ ଆମର ଶତ୍ରୁ ଅଟେ । କୁମାର-କୁମାରୀମାନେ ମଧ୍ୟ ବିବାହ କରିବା ପରେ ପତିତ ହେବା ଦ୍ୱାରା ପରସ୍ପରର ଶତ୍ରୁ ହୋଇଯାଇଥାନ୍ତି । ବିବାହରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ବାବା କହୁଛନ୍ତି - ବିବାହ ହେଉଛି ବରବାଦୀର କାରଣ । ଏବେ ପାରଲୌକିକ ପିତା ଏହି ଅଧ୍ୟାଦେଶ ଜାରି କରିଛନ୍ତି ଯେ ପିଲାମାନେ ଏହି କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟୀ ହୁଅ ଏବଂ ପବିତ୍ରତାର ପ୍ରତିଜ୍ଞା କର । କେହି ବି ପତିତ ହୁଅ ନାହିଁ । ଏହି ବିକାର ଦ୍ୱାରା ତୁମେମାନେ ଜନ୍ମ-ଜନ୍ମାନ୍ତର ପତିତ ହୋଇଛ, ସେଥିପାଇଁ କାମ ମହାଶତ୍ରୁ କୁହାଯାଉଛି । ବାବା ତ ବହୁତ ଭଲ ଭାବରେ ବୁଝାଉଛନ୍ତି । ତୁମେମାନେ ୮୪ ଜନ୍ମ କିପରି ନେଇଛ । ଏବେ ଘରକୁ ଫେରିବାକୁ ହେବ । ତୁମମାନଙ୍କର ତ ବହୁତ ଶୁଦ୍ଧ ଅହଂକାର ରହିବା ଦରକାର । ଆମେ ଆତ୍ମାମାନେ ବାବାଙ୍କର ମତରେ ଚାଲି ଭାରତକୁ ସ୍ୱର୍ଗ କରୁଛୁ । ଆମେମାନେ ହିଁ ପୁଣି ସ୍ୱର୍ଗରେ ରାଜତ୍ୱ କରିବୁ । ଯେତେ ମେହନତ କରିବୁ ସେତେ ଉଚ୍ଚ ପଦ ପାଇବୁ । ତେଣୁ ଚାହେଁ ରାଜା-ରାଣୀ ହୁଅ, ଅଥବା ପ୍ରଜା ହୁଅ । ରାଜାରାଣୀ କିପରି ହୋଇଥା’ନ୍ତି ତାହା ମଧ୍ୟ ଦେଖୁଛ । ଫଲୋ ଫାଦର ଅର୍ଥାତ୍ ପିତାଙ୍କୁ ଅନୁକରଣ କରିବାର ଗାୟନ କରାଯାଇଥାଏ ନା । ତାହା ବର୍ତ୍ତମାନର କଥା । ଏହା ଲୌକିକ ସମ୍ବନ୍ଧ ପାଇଁ କୁହାଯାଏ ନାହିଁ । ଏହି ମତ ବାବା ଦେଉଛନ୍ତି, ମୋତେ ୟାଦ କର ତେବେ ତୁମମାନଙ୍କର ବିକର୍ମ ବିନାଶ ହୋଇଯିବ । ତୁମେମାନେ ଜାଣୁଛ ଯେ ଆମେ ସଠିକ୍ ମତରେ ଚାଲୁଛୁ, ଅନେକଙ୍କର ସେବା କରୁଛୁ । ପିଲାମାନେ ଯେତେବେଳେ ବାବାଙ୍କ ପାଖକୁ ଆସୁଛନ୍ତି ତେବେ ଶିବବାବା ମଧ୍ୟ ରିଫ୍ରେସ୍ (ସତେଜ) କରୁଛନ୍ତି ତ ଇଏ ମଧ୍ୟ ରିଫ୍ରେସ କରୁଛନ୍ତି । ଇଏ ବି ତ ଶିଖୁଛନ୍ତି ନା । ଶିବବାବା କହୁଛନ୍ତି ମୁଁ ପ୍ରାତଃ କାଳରେ ଆସିଥାଏ । ଆଚ୍ଛା ପୁଣି ଯଦି କେହି ମିଶିବା ପାଇଁ ଆସୁଛନ୍ତି ତେବେ କ’ଣ ଏହି ବ୍ରହ୍ମା ବୁଝାଇବେ ନାହିଁ । କ’ଣ ଏପରି କହିବେ ଯେ ବାବା ଆପଣ ଆସି ବୁଝାନ୍ତୁ ମୁଁ ବୁଝାଇବି ନାହିଁ । ଏହା ବହୁତ ବଡ ଗୁପ୍ତ ଗୁହ୍ୟ କଥା ଅଟେ ନା । ମୁଁ ତ ସବୁଠାରୁ ଭଲ ଭାବେ ବୁଝାଇପାରିବି । ତୁମେମାନେ ଏପରି କାହିଁକି ଭାବୁଛ ଯେ ଶିବବାବା ହିଁ ବୁଝାଉଛନ୍ତି । ଇଏ (ବ୍ରହ୍ମା) ବୁଝାଉ ନ ଥିବେ । ଏକଥା ମଧ୍ୟ ଜାଣିଛ ଯେ କଳ୍ପ ପୂର୍ବରୁ ଇଏ ବୁଝାଇଥିଲେ ସେଥିପାଇଁ ତ ଏହି ପଦ ପାଇଛନ୍ତି । ମମ୍ମା ମଧ୍ୟ ବୁଝାଉଥିଲେ ନା । ସିଏ ବି ଉଚ୍ଚପଦ ପାଉଛନ୍ତି । ସେଠାରେ ବାବାଙ୍କୁ ସୂକ୍ଷ୍ମବତନରେ ଦେଖୁଛନ୍ତି, ତେଣୁ ପିଲାମାନଙ୍କୁ ଅନୁକରଣ କରିବାକୁ ହେବ । ଗରୀବମାନେ ହିଁ ସମର୍ପଣ ହୋଇଥାନ୍ତି । ସାହୁକାର ମାନେ ତ ସମର୍ପଣ ହୋଇପାରିବେ ନାହିଁ । ଗରୀବମାନେ ହିଁ କହୁଛନ୍ତି - ବାବା ଏ ସବୁ କିଛି ଆପଣଙ୍କର ଅଟେ । ଶିବବାବା ତ ଦାତା ଅଟନ୍ତି, ସିଏ କେବେ କିଛି ନିଅନ୍ତି ନାହିଁ । ପିଲାମାନଙ୍କୁ କହୁଛନ୍ତି ଏସବୁ କିଛି ତୁମର ଅଟେ । ମୁଁ ନିଜ ପାଇଁ ଏଠାରେ ଅବା ସେଠାରେ ମହଲ ତିଆରି କରୁନାହିଁ । ମୁଁ ତୁମକୁ ହିଁ ସ୍ୱର୍ଗର ମାଲିକ କରାଉଛି । ଏବେ ଏହି ଜ୍ଞାନରତ୍ନ ଦ୍ୱାରା ନିଜର ଝୁଲା ଭରିବାକୁ ହେବ । ମନ୍ଦିରକୁ ଯାଇ କହିଥାନ୍ତି ମୋର ଝୁଲା ଭରିଦିଅ । କିନ୍ତୁ କେଉଁ ପ୍ରକାରରେ, କେଉଁ ଜିନିଷରେ ଝୁଲା ଭରି ଦେବେ? ଏବେ ଝୁଲା ଭରିଲାବାଲା ତ ଲକ୍ଷ୍ମୀ ଅଟନ୍ତି ଯିଏକି ପଇସା ଦେଇଥାନ୍ତି । ଶିବଙ୍କ ପାଖକୁ ତ କେହି ଯାଆନ୍ତି ନାହିଁ । କୃଷ୍ଣଙ୍କ ପାଇଁ କୁହାଯାଏ କି ସିଏ ଗୀତା ଶୁଣାଇ ଥିଲେ । କିନ୍ତୁ କୃଷ୍ଣଙ୍କ ପାଇଁ କହୁନାହାଁନ୍ତି ଯେ ଝୁଲା ଭରିଦିଅ । ଶଙ୍କରଙ୍କ ପାଖକୁ ଯାଇ କହୁଛନ୍ତି । ଭାବୁଛନ୍ତି ଶିବ ଏବଂ ଶଙ୍କର ଏକ ଅଟନ୍ତି । ଶଙ୍କର ତ ଝୁଲା ଖାଲି କରିଲାବାଲା ଅଟନ୍ତି, ଆମର ଝୁଲା ତ କେହି ଖାଲି କରିପାରିବେ ନାହିଁ । ବିନାଶ ତ ନିଶ୍ଚିତ ହେବ । ଗାୟନ ମଧ୍ୟ ରହିଛି ଯେ ରୁଦ୍ର ଜ୍ଞାନ ଯଜ୍ଞରୁ ବିନାଶ ଜ୍ୱାଳା ବାହାରି ଥିଲା । କିନ୍ତୁ ଏପରି କଥା କେହି କିଛି ବୁଝୁ ନାହାଁନ୍ତି ।

ତୁମମାନଙ୍କୁ ଗୃହସ୍ଥ ବ୍ୟବହାରରେ ମଧ୍ୟ ରହିବାକୁ ହେବ । ଧନ୍ଦା ବି କରିବାକୁ ପଡିବ । ବାବା ପ୍ରତ୍ୟେକଙ୍କର ନାଡି ଦେଖି ରାୟ ଦେଇଥାନ୍ତି କାହିଁକି ନା ବାବା ଜାଣିଛନ୍ତି ଯେ ଯଦି ମୁଁ କହିବି ଏବଂ ତୁମେ କରିପାରିବ ନାହିଁ, ତେବେ ଏପରି ରାୟ ହିଁ କାହିଁକି ଦେବି । ତେଣୁ ନାଡି ଦେଖିକରି ହିଁ ରାୟ ଦେଉଛନ୍ତି । ଏହାଙ୍କ ପାଖକୁ ତ ଆସିବାକୁ ପଡିବ । ଇଏ ପୁରା ରାୟ ଦେବେ । ସମସ୍ତଙ୍କୁ ପଚାରିବା ଦରକାର - ବାବା ଏ ଅବସ୍ଥାରେ ଆମକୁ କ’ଣ କରିବାକୁ ହେବ! ଏବେ କ’ଣ କରିବୁ? ବାବା ସ୍ୱର୍ଗକୁ ତ ନେଇଯାଉଛନ୍ତି । ତୁମେମାନେ ଜାଣିଛ ଯେ ଆମେ ସ୍ୱର୍ଗବାସୀ ତ ହେବୁ, ଏବେ ଆମେ ନର୍କବାସୀ ଅଟୁ । ଏବେ ତୁମେମାନେ ନା ନର୍କରେ ଅଛ, ନା ସ୍ୱର୍ଗରେ ଅଛ । ଯେଉଁ-ଯେଉଁମାନେ ବ୍ରାହ୍ମଣ ହେଉଛନ୍ତି, ସେମାନଙ୍କର ଲଙ୍ଗର ଏହି ଛି-ଛି ଦୁନିଆରୁ ଉଠି ସାରିଛି । ତୁମେମାନେ ଏବେ କଳିଯୁଗୀ ଦୁନିଆର କୂଳ ଛାଡି ସାରିଛ । କେହି-କେହି ବ୍ରାହ୍ମଣ ୟାଦରେ ବହୁତ ତୀବ୍ର ବେଗରେ ଆଗକୁ ଯାଉଛନ୍ତି, କେହି ପୁଣି ୟାଦର ଯାତ୍ରାରେ କମ୍ ଅଛନ୍ତି । ଯଦି କେହି ପୁଣି ହାତ ଛାଡି ଦେଉଛନ୍ତି ତ ଅଣନିଶ୍ୱାସୀ ହୋଇ ବୁଡି ମରୁଛନ୍ତି ଅର୍ଥାତ୍ ପୁଣି କଳିଯୁଗକୁ ଚାଲିଯାଉଛନ୍ତି । ତୁମେମାନେ ଜାଣିଛ ଯେ ଏବେ ନାଉରିଆ ଆମମାନଙ୍କୁ ନେଇଯାଉଛନ୍ତି । ହଦର ଯାତ୍ରା ତ ଅନେକ ପ୍ରକାରର ରହିଛି । ତୁମର ଯାତ୍ରା ଗୋଟିଏ ହିଁ ଅଟେ, ଏହା ବିଲ୍‌କୁଲ୍ ହିଁ ଅଲଗା ଯାତ୍ରା ଅଟେ । ହଁ, ତୋଫାନ ଆସିଥାଏ ଯାହାକି ସ୍ମୃତି ଭୁଲାଇ ଦେଇଥାଏ, ତେଣୁ ଏହି ସ୍ମୃତିର ଯାତ୍ରାକୁ ଭଲ ଭାବରେ ପକ୍କା କର, ମେହନତ କର । ତୁମେମାନେ କର୍ମଯୋଗୀ ଅଟ । ଯେତେ ଦୂର ସମ୍ଭବ ହାତ ଦ୍ୱାରା କର୍ମ କରି, ବୁଦ୍ଧିରେ ବାବାଙ୍କୁ ୟାଦ କର । ଅଧାକଳ୍ପରୁ ତୁମେମାନେ ପ୍ରେମିକା ହୋଇ ପ୍ରେମିକଙ୍କୁ ୟାଦ କରି ଆସୁଛ । ବାବା ଏଠାରେ ଆମକୁ ବହୁତ ଦୁଃଖ ହେଉଛି, ଏବେ ଆମକୁ ସୁଖଧାମର ମାଲିକ କରାଅ । ଯଦି ତୁମେ ୟାଦର ଯାତ୍ରାରେ ରହିବ ତେବେ ତୁମମାନଙ୍କର ପାପ ସମାପ୍ତ ହୋଇଯିବ । ତୁମେମାନେ ହିଁ ସ୍ୱର୍ଗର ବର୍ସା ପାଇଥିଲ, ଏବେ ହରାଇ ଦେଇଛ । ଏହି ଭାରତ ସ୍ୱର୍ଗ ଥିଲା ସେଥିପାଇଁ ଏହାକୁ ପ୍ରାଚୀନ ଭାରତ ବୋଲି କହୁଛନ୍ତି । ସମସ୍ତେ ଭାରତକୁ ବହୁତ ସମ୍ମାନ ଦେଉଛନ୍ତି । ଏହା ସବୁଠାରୁ ଶ୍ରେଷ୍ଠ ଓ ସବୁଠାରୁ ପୁରୁଣା ମଧ୍ୟ ଅଟେ । ଏକଥା ତ ତୁମେମାନେ ଜାଣିଛ ଯେ ବିନାଶ ସମ୍ମୁଖରେ ଉପସ୍ଥିତ । ଯେଉଁମାନେ ଭଲ ଭାବରେ ବୁଝୁଛନ୍ତି ସେମାନଙ୍କ ଭିତରେ ବହୁତ ଖୁସି ରହିଥାଏ । ପ୍ରଦର୍ଶନୀକୁ କେତେ ଆସୁଛନ୍ତି । ଅହମଦାବାଦରେ ଦେଖ କେତେ ବିଭିନ୍ନ ପ୍ରକାରର ସାଧୁ-ସନ୍ଥ ଆଦି ଆସିଥିଲେ । ସେମାନେ କହୁଛନ୍ତି ତୁମେମାନେ ତ ସତ୍ୟ କହୁଛ । କିନ୍ତୁ ଆମକୁ ବାବାଙ୍କଠାରୁ ବର୍ସା ନେବାକୁ ହେବ, ଏକଥା କ’ଣ ସେମାନଙ୍କ ବୁଦ୍ଧିରେ ରହୁଛି । ଏଠାରୁ ବାହାରକୁ ଗଲେ ସବୁ ଭୁଲି ଯାଉଛନ୍ତି । ଏବେ ତୁମେମାନେ ଜାଣୁଛ ଯେ ବାବା ଆମକୁ ସ୍ୱର୍ଗକୁ ନେଇଯାଉଛନ୍ତି । ସେଠାରେ ନା ଗର୍ଭଜେଲ ନା ହଦର ଜେଲ ରହିବ । ପୁଣି କେବେ ତୁମମାନଙ୍କୁ ଜେଲର ମୁହଁ ଦେଖିବାକୁ ମିଳିବ ନାହିଁ । ସେଠାରେ ଦୁଇଟିଯାକ ଜେଲ ରହିବ ନାହିଁ । ଏଠାରେ ଏ ସବୁ ହେଉଛି ମାୟାର ଆଡମ୍ବର । ଆଜିକାଲି ପ୍ରତ୍ୟେକ କଥା ବହୁତ ଶୀଘ୍ର ହୋଇଯାଉଛି । ମୃତ୍ୟୁ ମଧ୍ୟ ବହୁତ ଶୀଘ୍ର ହୋଇ ଚାଲିଛି । ସତ୍ୟଯୁଗରେ ଏପରି କୌଣସି ଉପଦ୍ରବ ହୋଇ ହିଁ ନ ଥାଏ । ଏଠାରେ ମୃତ୍ୟୁ ମଧ୍ୟ ଜଲଦି ହେଉଛି, ତେବେ ଦୁଃଖ ବି ବହୁତ ହେବ । ସବୁ ଶେଷ ହୋଇଯିବ । ସାରା ଧରିତ୍ରୀ ପୁଣି ନୂଆ ହୋଇଯିବ । ସତ୍ୟଯୁଗରେ ଦେବୀ-ଦେବତାମାନଙ୍କର ରାଜଧାନୀ ଥିଲା, ତାହା ପୁଣି ନିଶ୍ଚୟ ହେବ । ଆଗକୁ ଗଲେ ଦେଖିବ କ’ଣ ସବୁ ହେଉଛି! ବହୁତ ଭୟଙ୍କର ଦୃଶ୍ୟ ରହିଛି । ତୁମେ ସନ୍ତାନମାନେ ସାକ୍ଷାତ୍‌କାର କରିଛ । ପିଲାମାନଙ୍କ ପାଇଁ ମୁଖ୍ୟ କଥା ହେଉଛି ୟାଦର ଯାତ୍ରା । ଏହା ହେଉଛି ଉନ୍ନତି କଳାର ଯାତ୍ରା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସର୍ବଦା ଏହି ସ୍ମୃତିରେ ରହିବାକୁ ହେବ ଯେ ଆମେମାନେ ବ୍ରାହ୍ମଣ ଅଟୁ । ଆମ ବ୍ରାହ୍ମଣମାନଙ୍କୁ ହିଁ ଭଗବାନ ପାଠ ପଢାଉଛନ୍ତି । ଆମେମାନେ ବର୍ତ୍ତମାନ ବ୍ରାହ୍ମଣରୁ ଦେବତା ହେଉଛୁ ।

(୨) ଜ୍ଞାନ ରତ୍ନ ଦ୍ୱାରା ନିଜର ବୁଦ୍ଧିରୂପୀ ଝୁଲା ମୁଣିକୁ ଭରପୁର କରି ଦାନ କରିବାକୁ ହେବ । ଏହି କଳିଯୁଗୀ ପତିତ ଦୁନିଆର କୂଳ ଛାଡି ଦେବାକୁ ହେବ । ମାୟାର ତୋଫାନକୁ ଡରିବାର ନାହିଁ ।

ବରଦାନ:-
ଜନ୍ମ ସିଦ୍ଧ ଅଧିକାରର ନିଶା ଦ୍ୱାରା ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କରୁଥିବା ଶ୍ରେଷ୍ଠ ଭାଗ୍ୟବାନ ଭବ ।

ଯେପରି ଲୌକିକ ଜନ୍ମଧାରୀମାନଙ୍କ ପାଇଁ ସ୍ଥୂଳ ସମ୍ପତ୍ତି ଜନ୍ମ ସିଦ୍ଧ ଅଧିକାର ହୋଇଥାଏ, ସେହିପରି ବ୍ରାହ୍ମଣ ଜନ୍ମରେ ଦିବ୍ୟଗୁଣ ରୂପକ ସମ୍ପତ୍ତି, ଈଶ୍ୱରୀୟ ସୁଖ ଏବଂ ଶକ୍ତିରୂପକ ସମ୍ପତ୍ତି ଜନ୍ମ ସିଦ୍ଧ ଅଧିକାର ଅଟେ । ଯଦି ଏହି ଜନ୍ମ ସିଦ୍ଧ ଅଧିକାରର ନିଶା ସ୍ୱାଭାବିକ ଭାବରେ ରହିବ, ତେବେ ମେହନତ କରିବାର ଆବଶ୍ୟକତା ରହିବ ନାହିଁ । ତେବେ ଏହି ନିଶାରେ ରହିବା ଦ୍ୱାରା ଲକ୍ଷ୍ୟ ଏବଂ ଲକ୍ଷଣ ସମାନ ହୋଇଯିବ । ତେଣୁ ନିଜକୁ ଯିଏ ଅଟେ, ଯେଉଁ ଶ୍ରେଷ୍ଠ ପିତାଙ୍କର ଏବଂ ଶ୍ରେଷ୍ଠ ପରିବାରର ଅଟେ ସେହିଭଳି ଜାଣି ଏବଂ ମାନି ଶ୍ରେଷ୍ଠ ଭାଗ୍ୟବାନ ହୁଅ ।

ସ୍ଲୋଗାନ:-
ପ୍ରତ୍ୟେକ କର୍ମ ନିଜର ସ୍ୱସ୍ଥିତିରେ ସ୍ଥିତ ହୋଇ କର ଯାହାଦ୍ୱାରା ସହଜରେ ସଫଳତାର ତାରକା ହୋଇଯିବ ।

ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।

ଗୋଟିଏ ସେକେଣ୍ଡରେ ବାଣୀର ଦୁନିଆକୁ ଆସ ଏବଂ ଗୋଟିଏ ସେକେଣ୍ଡ ଭିତରେ ବାଣୀଠାରୁ ଉର୍ଦ୍ଧ୍ୱକୁ ଚାଲିଯାଅ, ଏବେ ଏବେ କଥା କହୁଥିବ, ଏବେ ଏବେ ସମ୍ପୂର୍ଣ୍ଣ ନିରବତା... ଯେତେବେଳେ ଏହି ଅଭ୍ୟାସ ସହଜ ଏବଂ ସରଳ ହୋଇଯିବ ତେବେ ଜାଣିନିଅ ସମ୍ପୂର୍ଣ୍ଣତା ପାଖାପାଖି ଅଟେ । ଏବେ ତୁମମାନଙ୍କର ପ୍ରତ୍ୟେକ କର୍ମେନ୍ଦ୍ରିୟ “ଜୀ ହଦୁର, ଜୀ ହଜୁର” କରି କରି ଚାଲନ୍ତୁ । ଏହିଭଳି କର୍ମେନ୍ଦ୍ରିୟ ଗୁଡିକ ଯେତେବେଳେ ତୁମ ରାଜ୍ୟଅଧିକାରୀମାନଙ୍କୁ ସ୍ୱାଗତ ଅର୍ଥାତ୍ ନମସ୍କାର କରିବେ, ସେତେବେଳେ ଯାଇ ସମ୍ପନ୍ନ ବା ସମ୍ପୂର୍ଣ୍ଣ କର୍ମାତୀତ ହୋଇପାରିବ ।