19.07.26    Avyakt Bapdada     Odia Murli    18.01.2011     Om Shanti     Madhuban


“ବ୍ରହ୍ମାବାବାଙ୍କ ଭଳି ଜୀବନରେ ରହି ଜୀବନମୁକ୍ତ ସ୍ଥିତିର ମଜା ନିଅ, ମନଜିତ୍‌, ଜଗତଜିତ୍ ହୋଇ ସ୍ନେହ ରୂପକ ଉପହାର ଦିଅ”


ଆଜିର ଦିନଟି ବିଶେଷ କରି ବ୍ରହ୍ମାବାବାଙ୍କର ଅବ୍ୟକ୍ତ ହେବାର ସ୍ମୃତି ଦିବସ ଅଟେ । ସବୁ ପିଲାଙ୍କର ନୟନ ଭିତରେ ବ୍ରହ୍ମାବାବାଙ୍କର ସ୍ନେହ ସମାହିତ ହୋଇ ରହିଛି । ଆଜି ଅମୃତବେଳା ଚାରିଟା ପୂର୍ବରୁ ମଧ୍ୟ ପିଲାମାନଙ୍କର ସ୍ନେହ ବତନରେ ପହଞ୍ଚିଯାଇଥିଲା । ବ୍ରହ୍ମାବାବାଙ୍କ ସହିତ ମିଳନ କରିବା ପାଇଁ ଏବଂ ନିଜର ଆନ୍ତରିକ ସ୍ନେହର ସଂକେତ ସ୍ୱରୂପ ମାଳାଗୁଡିକ ମଧ୍ୟ ବ୍ରହ୍ମାବାବାଙ୍କ ପାଖରେ ପହଞ୍ଚିଯାଇଥିଲା । ପ୍ରତ୍ୟେକ ମାଳାର ସୁଗନ୍ଧ ଭିତରେ ପିଲାମାନଙ୍କର ସ୍ନେହ ସମାହିତ ଥିଲା । ପ୍ରତ୍ୟେକ ସନ୍ତାନର ନୟନ ଏବଂ ସ୍ମିତହାସ୍ୟ ଚେହେରା ତାଙ୍କର ହୃଦୟର ଭାଷା ଶୁଣାଉଥିଲା । ବ୍ରହ୍ମାବାବା ମଧ୍ୟ ସମସ୍ତଙ୍କୁ ସ୍ନେହର ପ୍ରତିଦାନ ଦେଉଥିଲେ । ବାବା କହୁଛନ୍ତି ଏବେ ବି ପ୍ରତ୍ୟେକ ସନ୍ତାନ ନିଜର ନୟନର ଭାଷାରେ ନିଜର ଦିଲ୍‌ର ସ୍ନେହକୁ ପ୍ରକାଶିତ କରୁଛନ୍ତି କାହିଁକିନା ଏହି ପରମାତ୍ମ ସ୍ନେହ ହିଁ ସବୁ ପିଲାଙ୍କୁ ବାବାଙ୍କର କରିଦେଇଛି । ଏହି ଅଲୌକିକ ସ୍ନେହ “ମେରା ବାବା” ଶବ୍ଦର ଅନୁଭବ ଦ୍ୱାରା ନିଜର କରିଦେଇଥାଏ । ଏହି ସ୍ନେହ ବାବାଙ୍କର ସମ୍ପତ୍ତିର ମାଲିକ କରିଦେଇଥାଏ କାହିଁକିନା ପିଲାମାନେ କହିଲେ ମେରା ବାବା, ତେଣୁ ମେରା ବାବା କହିବା ଅର୍ଥ ସର୍ବ ସମ୍ପତ୍ତିର ମାଲିକ ହେବା । ଏହି ସ୍ନେହ ଗୋଟିଏ ସେକେଣ୍ଡ ଭିତରେ ଦୈହିକ ସ୍ମୃତିକୁ ଭୁଲାଇ ଦେହୀ-ଅଭିମାନୀ କରିଦିଏ ଯାହାଦ୍ୱାରା ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କିଛି ବି ଆତ୍ମାକୁ ଆକର୍ଷିତ କରି ନ ଥାଏ । ତେଣୁ ଏହି ଦିନର ବହୁତ ବଡ ମହତ୍ୱ ରହିଛି । ଏହା କେବଳ ସ୍ମୃତିର ଦିବସ ନୁହେଁ ସମର୍ଥୀ ଦିବସ ମଧ୍ୟ ଅଟେ । କାହିଁକିନା ଏହି ଦିନ ବାବା ପିଲାମାନଙ୍କୁ ବିଶ୍ୱ ସେବା କରିବା ପାଇଁ ନିଜେ ନିର୍ଦ୍ଦେଶକର୍ତ୍ତା ହୋଇ ପିଲାମାନଙ୍କୁ କର୍ମକର୍ତ୍ତା ହେବାର ତିଳକ ଦେଇଥିଲେ । ପୁତ୍ର ଦ୍ୱାରା ପିତାଙ୍କର ପ୍ରତ୍ୟକ୍ଷତାର ପିଲାମାନଙ୍କୁ ନିମିତ୍ତ କରିଥିଲେ । ସେବାର ସଫଳତାର ସାଧନ ରୂପରେ ନିଜେ ନିର୍ଦ୍ଦେଶକର୍ତ୍ତା ହେଲେ ଏବଂ ପିଲାମାନଙ୍କୁ କର୍ମକର୍ତ୍ତା କରିଲେ କାହିଁକିନା ସେବାରେ ସଫଳତାର ସାଧନ ହେଲା ମୁଁ କର୍ମକର୍ତ୍ତା ଅଟେ, ନିର୍ଦ୍ଦେଶକର୍ତ୍ତା ବାବା ମୋ ଦ୍ୱାରା କରାଉଛନ୍ତି, ଏହି ସ୍ମୃତି ବା ଏହି ସ୍ଥିତି ବହୁତ ଆବଶ୍ୟକ ଅଟେ କାହିଁକିନା ୬୩ ଜନ୍ମର ସ୍ମୃତି ମୁଁ ପଣିଆ ଦେହ-ଅଭିମାନକୁ ନେଇ ଆସିଥାଏ । ନିର୍ଦ୍ଦେଶକର୍ତ୍ତା ବାବା କରାଉଛନ୍ତି, ମୁଁ ନିମିତ୍ତ କର୍ମକର୍ତ୍ତା ଅଟେ ଏହି ସ୍ମୃତି ଦ୍ୱାରା ନିଜକୁ ନିମିତ୍ତ ମନେ କରିବା ଦ୍ୱାରା ଦେହ-ଅଭିମାନ ସମାପ୍ତ ହୋଇଥାଏ । ତେଣୁ ପିଲାମାନଙ୍କୁ ଏଥିପାଇଁ ହିଁ କର୍ମକର୍ତ୍ତା କରି ନିଜେ ନିର୍ଦ୍ଦେଶକର୍ତ୍ତା ହୋଇଗଲେ । କର୍ମକର୍ତ୍ତା ହେବା ଦ୍ୱାରା ସ୍ୱତଃ ହିଁ ନିମିତ୍ତ ହୋଇଥାଅ ଏବଂ ନମ୍ରତା ମଧ୍ୟ ଆସିଥାଏ । ଏବେ ମଧ୍ୟ ବାପଦାଦା ଦେଖୁଛନ୍ତି ଯେ ପିଲାମାନେ ନିମିତ୍ତ ହୋଇ ସେବା କରୁଛନ୍ତି, ତେବେ ନିମିତ୍ତ ହୋଇ ସେବା କରୁଥିବା ସେବାଧାରୀମାନଙ୍କର ମସ୍ତକରେ ସେବାର ଫଳ ସ୍ୱରୂପ ତାରକା ଚମକୁଛି । ଅଧିକାଂଶ ପିଲାଙ୍କର ସେବାକୁ ଦେଖି ବାପଦାଦା ଖୁସି ହେଉଛନ୍ତି, ସେଥିପାଇଁ ଏହିଭଳି ପିଲାମାନଙ୍କୁ ବିଶେଷ କରି ବ୍ରହ୍ମାବାବା ବାଃ ପିଲାମାନେ ବାଃ କହି ଅଭିନନ୍ଦନ ଦେଉଛନ୍ତି ।

ବ୍ରହ୍ମାବାବା ବିଶେଷ ଖୁସି ମଧ୍ୟ ହେଉଛନ୍ତି ଏବଂ ପିଲାମାନଙ୍କୁ ନିମିତ୍ତ ହୋଇ ସେବାକୁ ଆଗକୁ ବଢାଇବା ପାଇଁ ଅଭିନନ୍ଦନ ମଧ୍ୟ ଦେଉଛନ୍ତି । ଏବେ ବି ବ୍ରହ୍ମାବାବା ପିଲାମାନଙ୍କୁ ପିତାଙ୍କ ସମାନ ଫରିସ୍ତା ସ୍ଥିତିରେ ରହିବା ପାଇଁ ଇଙ୍ଗିତ କରୁଛନ୍ତି । ବାପଦାଦା ଦେଖୁଛନ୍ତି ଯେ ପିଲାମାନଙ୍କର ଧ୍ୟାନ ମଧ୍ୟ ରହିଛି ଯେ ବ୍ରହ୍ମାବାବା ଯେପରି ସର୍ବଦା ଜୀବନରେ ରହି ମଧ୍ୟ ଜୀବନମୁକ୍ତ ଥିଲେ, ଏତେ ଗୁଡିଏ ଦାୟିତ୍ୱର ବୋଝ ଥିଲେ ମଧ୍ୟ, ଏତେ ବଡ ପରିବାରକୁ ସମ୍ଭାଳିବା, ସମସ୍ତଙ୍କୁ ଯୋଗୀ ଜୀବନବାଲା କରିବା, ଏତେ ସବୁ ସେବାର ଦାୟିତ୍ୱ ସମ୍ଭାଳିବା, ସେବାରେ ସର୍ବଦା ଆଗକୁ ବଢିଚାଲିବା, ସବୁ କିଛି ଦାୟିତ୍ୱ ଥିଲେ ମଧ୍ୟ ଜୀବନମୁକ୍ତ ସ୍ଥିତିରେ ସହଜରେ ରହୁଥିଲେ । ସେଥିପାଇଁ ଭକ୍ତିମାର୍ଗରେ ବ୍ରହ୍ମାଙ୍କର ଆସନକୁ କମଳ ଆସନ ଦେଖାଇଛନ୍ତି । ଜୀବନମୁକ୍ତ ହୋଇ ଏବେ ହିଁ ଜୀବନମୁକ୍ତ ସ୍ଥିତିର ମଜା ନେଇଥିଲେ ଏବଂ ତୁମମାନଙ୍କୁ ମଧ୍ୟ ସେହିଭଳି କରିଛନ୍ତି । ଏବେ ମଧ୍ୟ ତୁମମାନଙ୍କୁ ଫରିସ୍ତା ହେବାର ଭିନ୍ନ ଭିନ୍ନ ଉପାୟ ସବୁ ଶୁଣାଇ ନିଜ ସମାନ କରିବାକୁ ଚାହୁଁଛନ୍ତି ।

ବାପଦାଦା ଦେଖୁଛନ୍ତି ଯେ ପ୍ରତ୍ୟେକ ସନ୍ତାନର ଲକ୍ଷ୍ୟ ବହୁତ ଶ୍ରେଷ୍ଠ ଅଟେ, କାହାକୁ ବି ଯଦି ପଚରାଯାଉଛି ତୁମର ଲକ୍ଷ୍ୟ କ’ଣ ତେବେ କ’ଣ କହୁଛନ୍ତି? ମନେ ଅଛି କ’ଣ କହୁଛନ୍ତି - ବାବାଙ୍କ ସମାନ ନିଶ୍ଚିତ ହେବି । ତେବେ ବାବାଙ୍କ ସମାନ କ’ଣ ହେବ? ଏହି ଜୀବନରେ ଜୀବନମୁକ୍ତ ଜୀବନର ନମୁନା ହେବ । ବାପଦାଦା ଦେଖୁଛନ୍ତି ଯାହା ବି ହୋମ୍‌ୱାର୍କ ସବୁ ଦିଆଯାଉଛି, ସେଥିପ୍ରତି ଧ୍ୟାନ ମଧ୍ୟ ଦେଉଛନ୍ତି, ଅନୁଭବ ମଧ୍ୟ କରୁଛନ୍ତି କିନ୍ତୁ ସବୁବେଳେ କରୁ ନାହାଁନ୍ତି । ଏବେ ବି ଯେଉଁ କାମ ଦିଆଯାଇଥିଲା ତା’ର ଫଳାଫଳରରେ ଅନେକ ପିଲା ପୁରୁଷାର୍ଥ କରି ଏକ-ଏକ ମାସ ପର୍ଯ୍ୟନ୍ତ ଧ୍ୟାନ ଦେଇଛନ୍ତି । କେତେକ ଜୋନ୍‌ର ମାସକର ରିପୋର୍ଟ ମଧ୍ୟ ଭଲ ଆସିଛି । ଯେଉଁମାନେ ବି ରିପୋର୍ଟ ପଠାଇଛନ୍ତି, ଯେଉଁ ଜୋନ୍‌ବାଲା ପଠାଇଛନ୍ତି, ସେମାନଙ୍କୁ ବାପଦାଦା ବାଃ ପିଲାମାନେ ବାଃ କହି ଅଭିନନ୍ଦନ ଦେଉଛନ୍ତି କିନ୍ତୁ ବାପଦାଦା ଏବେ କ’ଣ ଚାହୁଁଛନ୍ତି? ଏବେ ବାପଦାଦା ପ୍ରତ୍ୟେକ ସନ୍ତାନଠାରୁ ଏହି କଥା ଚାହୁଁଛନ୍ତି ଯେ ଏବେ ତ କେବେ କେବେ ଠିକ୍ ରହୁଛ କିନ୍ତୁ ବାପଦାଦା ସବୁଦିନ ପାଇଁ ଚାହୁଁଛନ୍ତି । ଭଲ ଯୋଗୀ ମଧ୍ୟ ଅଟ କିନ୍ତୁ ସଦାକାଳର ଯୋଗୀ କରିବାକୁ ଚାହୁଁଛନ୍ତି । ଆଜିକାଲି ବାପଦାଦା ପିଲାମାନଙ୍କୁ କାମ ମଧ୍ୟ ଦେଇଥିଲେ, ସର୍ବଦା ଯୋଗଯୁକ୍ତ ସ୍ଥିତିରେ ରହିବା ପାଇଁ ପ୍ରତି ଘଣ୍ଟାରେ ନିଜ ପାଇଁ କୌଣସି ନା କୌଣସି ଉପାୟ ରଚନା କର, ଯାହାଦ୍ୱାରା କେବେ କେବେ ଶବ୍ଦ ପରିବର୍ତ୍ତନ ହୋଇ ସଦା ଶବ୍ଦ ଆସିଯିବ । ଏବେ ବାପଦାଦା ଏହି କଥା ଚାହୁଁଛନ୍ତି ଯେପରି ଗାୟନ ଅଛି ମନକୁ ଜିତିଲେ ଜଗତକୁ ଜିତିବ ଅର୍ଥାତ୍ ମନକୁ ଯେଉଁ ସଂକଳ୍ପ ଦିଆଯିବ ତାହା ହିଁ କରିବ । କାହିଁକି ଜାଣିଛ? ଯେପରି ଅନ୍ୟ ସବୁ କର୍ମେନ୍ଦ୍ରିୟ ଗୁଡିକ ଯେବେ ଇଚ୍ଛା ଯେପରି ଇଚ୍ଛା ସେହପରି କରୁଛନ୍ତି ନା! ସେହିପରି ମନକୁ ମଧ୍ୟ ଯେଉଁ ଆଦେଶ ଦେବ ତାହା ହିଁ କରିବ । ଏହାର ଅଭ୍ୟାସ ମଧ୍ୟ କରୁଛ କିନ୍ତୁ ସବୁବେଳେ କରୁନାହିଁ । ବାପଦାଦା ଏବେ ଏହି କଥା ଚାହୁଁଛନ୍ତି ଯେ ମନକୁ ଶକ୍ତିର ଲଗାମ ଦ୍ୱାର ଯେପରି ଚଲାଇବାକୁ ଚାହିଁବ ସେହିପରି ଚଲାଅ । ଯେଉଁଭଳି ଗାୟନ ରହିଛି, ମନକୁ ଜିତିଲେ ଜଗତକୁ ଜିତିବ, ସେହି ଗାୟନ କାହାର ଅଟେ? ତୁମମାନଙ୍କର ହିଁ ତ ଗାୟନ ଅଟେ ନା! ସବୁ କଳ୍ପରେ କରୁଛ ସେଥିପାଇଁ ତ ଗାୟନ ହେଉଛି, କାହିଁକିନା, ଯେପରି ଅନ୍ୟ ସବୁ କର୍ମେନ୍ଦ୍ରିୟ ଗୁଡିକୁ ମୋ’ର ବୋଲି କହୁଛ ସେହିପରି ମନକୁ ମଧ୍ୟ ମୋ’ର କହୁଛ । ମୋ’ର କହିବା ଅର୍ଥ ମାଲିକ ଅଟ । ମନ ଦ୍ୱାରା ଯେଉଁ ସଂକଳ୍ପ କରିବାକୁ ଚାହିଁବ ଏବଂ ଯେତେ ସମୟ କରିବାକୁ ଚାହିଁବ ସେଥିପାଇଁ ସେ ବାଧ୍ୟ ଅଟେ କାହିଁକିନା ମୋର ଅଟେ ନା! ତେଣୁ ବାପଦାଦା ଏହି ସ୍ନେହ ଦିବସରେ ଏହି ହୋମ୍‌ୱାର୍କ ଦେବା ପାଇଁ ଚାହୁଁଛନ୍ତି ଯେ ଯେଉଁ ସଂକଳ୍ପ କରିବାକୁ ଚାହିଁବ ସେହି ସଂକଳ୍ପ ଚାଲୁଥିବ, ଯଦି ତୁମେ ଶୁଦ୍ଧ ସଂକଳ୍ପ କରିବାକୁ ଚାହୁଁଛ ତେବେ ସେହି ଶୁଦ୍ଧ ସଂକଳ୍ପ ବ୍ୟର୍ଥ ସଂକଳ୍ପକୁ ସମାପ୍ତ କରି ଦେଇପାରୁଥିବ । ଚାହୁଁଥିବ ଯୋଗ ଲଗାଇବା ପାଇଁ କିନ୍ତୁ ସଂସ୍କାରର ବଶୀଭୂତ ହୋଇ ବ୍ୟର୍ଥ ସଂକଳ୍ପ ଚାଲୁଥିବ, ବା ଯୋଗର ସିଦ୍ଧି ମିଳୁ ନ ଥିବ, ଏସବୁ କଣ୍ଟ୍ରୋଲ ହେବା ଦରକାର । ଯଦି ଗୋଟିଏ ଘଣ୍ଟା ଯୋଗ ଲଗାଇବାକୁ ଚାହୁଁଛ ତେବେ ମନ ତୁମକୁ ହଲଚଲ୍ ନ କରୁ । ଆତ୍ମା ମାଲିକ ଅଟେ, ମନ ମାଲିକ ନୁହେଁ, ମନ ତ ଆତ୍ମାର ସାଥୀ ଅଟେ । ତେଣୁ ସାଥୀକୁ ସ୍ନେହର ସହିତ ଆଦେଶ ଦିଅ, ମନଜିତ୍ ହୁଅ, କାହିଁକିନା ବାପଦାଦାଙ୍କ ପାଖକୁ ବହୁତ ପିଲାଙ୍କର ସମାଚାର ଆସୁଛି - ବ୍ୟର୍ଥ ସଂକଳ୍ପ ବହୁତ ସମୟ ଆସୁଛି । ନ ଚାହିଁଲେ ମଧ୍ୟ ଆସୁଛି । ତେବେ କ’ଣ ଏହାକୁ ମାଲିକ କୁହାଯିବ? ତେବେ ବ୍ରହ୍ମାବାବାଙ୍କ ସହିତ ସ୍ନେହ ଅଛି ନା, ତେଣୁ ଆଜି ବାବା ସ୍ନେହର ସହିତ ନିଜର ଦିଲ୍‌ର ଆଶା ପିଲାମାନଙ୍କୁ ଶୁଣାଉଛନ୍ତି ଯେ ଏବେ ମନଜିତ୍‌, ଜଗତଜିତ୍ ହେବାକୁ ହିଁ ପଡିବ । ତେବେ ବ୍ରହ୍ମାବାବାଙ୍କୁ ଏହି ସ୍ନେହପୂର୍ଣ୍ଣ ଉପହାର ଦେବ ନା! ସେହ୍ନରେ କ’ଣ ସବୁ ଦେଇଥାଆନ୍ତି? ଉପହାର ଦେଇଥାଆନ୍ତି ନା! ତେଣୁ ଆଜି ବ୍ରହ୍ମାବାବା ପିଲାମାନଙ୍କୁ ଏହି ଉପହାର ଦେବା ପାଇଁ କହୁଛନ୍ତି । ପ୍ରସ୍ତୁତ ଅଛ ତ? କ’ଣ ପ୍ରସ୍ତୁତ ଅଛ ତ? ହାତ ଉଠାଅ । ତେଣୁ ଏବେ ଯେତେବେଳେ ବି ଆଦେଶ ଦିଆଯିବ, ଆଜି ଦିନ ଠାରୁ ବ୍ୟର୍ଥ ସଂକଳ୍ପକୁ ଆସିବାକୁ ଦେବ ନାହିଁ, କରିପାରିବ? ଆଜି ଦୁଇଘଣ୍ଟା, କାଲି ଚାରିଘଣ୍ଟା ଯୋଗ ସ୍ଥିତିରେ ରହି କର୍ମ ମଧ୍ୟ କର, ଯୋଗ ମଧ୍ୟ ଲଗାଅ, କରିପାରିବ? କରିପାରିବ? କରିବ? ଚାଲ ଏବେ ଯାହା ବିତିଯାଇଛି ତାକୁ ବିନ୍ଦୁ ଲଗାଇଦିଅ କିନ୍ତୁ ଏବେ ଯଦି ଆଦେଶ ମିଳିବ ଯେ ଆଜି ଦିନଟି ବ୍ୟର୍ଥ ସଂକଳ୍ପକୁ ଫୁଲଷ୍ଟପ୍ ଲଗାଅ, ତେବେ କରିବାକୁ ତ ପଡିବ ନା । ଆଜି ଯୋଗରେ ଏହି ଲକ୍ଷ୍ୟ ରଖ, ସେହି ଅନୁସାରେ ସାରା ଦିନର ପୁରୁଷାର୍ଥ କରିବାକୁ ପଡିବ ନା! ବାବାଙ୍କ ପ୍ରତି ସ୍ନେହଥିବା କାରଣରୁ ଯାହା ବାବା କହିବେ ତାହା କରିବାକୁ ହେବ । ଏବେ ବ୍ୟର୍ଥ ସଂକଳ୍ପକୁ ପୂରା ବନ୍ଦ କର, ତା’ର ଉପାୟ ହେଲା ବ୍ରହ୍ମାବାବାଙ୍କର ସ୍ନେହକୁ ଦିଲ୍‌ରେ ମନେ ପକାଅ । ଚାହେଁ ସାକାରରେ ଦେଖିଥାଅ କି ନ ଦେଖିଥାଅ କିନ୍ତୁ ବୁଦ୍ଧିବଳ ଦ୍ୱାରା ତ ସମସ୍ତେ ଦେଖିଛ ନା! ଦେଖିଛ ନା ଦେଖି ନାହଁ? ଯେଉଁମାନେ କହୁଛନ୍ତି ମୁଁ ବାବାଙ୍କର ସ୍ନେହ ଦେଖିଛି, ବ୍ରହ୍ମାବାବାଙ୍କର ପାଳନକୁ ଦେଖିଛି ତେବେ କ’ଣ ସେହି ଆଧାରରେ ଚାଲିଛି ତ... ସେମାନେ ହାତ ଉଠାଅ । ଆଚ୍ଛା ହାତ ଉଠାଇ ଖୁସି ତ କରିଦେଲ, ବାପଦାଦା ଖୁସି ହେଉଛନ୍ତି, ପିଲାମାନେ ସାହତ ତ କରୁଛନ୍ତି ନା! କିନ୍ତୁ ଯେତେବେଳେ ବି କୌଣସି ଶକ୍ତି କମ ହୋଇଯାଉଛି ନା ସେତେବେଳେ ସର୍ବଦା ବାବାଙ୍କର ସମ୍ବନ୍ଧଗୁଡିକୁ ମନେ ପକାଅ । କେତେ ସବୁ ସମ୍ବନ୍ଧ ରହିଛି, କେବେ ପିତା, କେବେ ପୁତ୍ର ମଧ୍ୟ ହୋଇଯାଉଛନ୍ତି । ପୁଣି କେବେ ସଖା ମଧ୍ୟ ହୋଇଯାଉଛନ୍ତି, ସେଥିପାଇଁ ହୁଏତ ସମ୍ବନ୍ଧକୁ ମନେ ପକାଅ ନଚେତ୍ ପ୍ରାପ୍ତିଗୁଡିକୁ ମନେ ପକାଅ, ପ୍ରାପ୍ତିକୁ ଏବଂ ସମ୍ବନ୍ଧକୁ । ଯେପରି ଆଜି ଦିଲ୍‌ର ସହିତ ମନେ ପକାଉଛ ନା! ଏହିଭଳି ମନେ ପକାଇଲେ ମଧ୍ୟ ସ୍ନେହ ଉତ୍ପନ୍ନ ହୋଇଯିବ । ଆଜି ମଧ୍ୟ ସମସ୍ତଙ୍କ ଦିଲ୍ ଭିତରେ ବ୍ରହ୍ମାବାବାଙ୍କର ସ୍ନେହ ମନେ ପଡିଯାଉଛି ନା! ତେଣୁ ଯେତେବେଳେ କିଛି ବି ତଳ ଉପର ହୋଇଯାଉଛି ସେତେବେଳେ ସମ୍ବନ୍ଧକୁ ଏବଂ ପ୍ରାପ୍ତିଗୁଡିକୁ ମନେ ପକାଅ । ବାବା ସବୁ ପିଲାଙ୍କର ସହଯୋଗୀ ଅଟନ୍ତି, ତୁମେ କେବଳ ମନେ ପକାଅ । ତେଣୁ ବୁଝିପାରିଲ ଆଜି କ’ଣ କରିବ? ମନକୁ ଜିତିଲେ ଜଗତକୁ ଜିତିବ, ଯେଉଁ ଗାୟନ ରହିଛି ସେହି ସ୍ୱରୂପକୁ ଧାରଣ କରିବାକୁ ହେବ । ମନକୁ ଆଦେଶ ମୁତାବକ ଚଲାଅ । ଏବେ ଟିକିଏ ଖୋଲା ଛାଡି ଦେଇଛ ନା, ତେଣୁ ସେ ନିଜ ହିସାବରେ କାମ କରୁଛି । ଏବେ ତା’ ଉପରେ ଧ୍ୟାନ ଦିଅ । ମନ ତୁମ ଆଦେଶରେ ଚାଲୁ, ନୁହେଁ କି ତୁମେ ମନର ଆଦେଶ ଅନୁସାରେ ଚାଲିବ । ଚାହୁଁଛ ଜ୍ଞାନର ପଏଣ୍ଟ ଗୁଡିକରେ ରମଣ କରିବା ପାଇଁ କିନ୍ତୁ ଆସିଯାଉଛି ଫାଲତୁ ସଂକଳ୍ପ । ତେବେ କ’ଣ ହେଲା? ମନ ମାଲିକ ହେଲା ନା ତୁମେ ମାଲିକ ହେଲ? ତେଣୁ ସମସ୍ତେ ଏହି ହୋମୱାର୍କକୁ ବୁଝିପାରିଲ ତ! ମନଜିତ୍ ହେବାକୁ ପଡିବ । ଯାହା ଆଦେଶ ଦେବ, ସେ ମାନିବ ନିଶ୍ଚିତ ମାନିବ । ଟିକିଏ ଧ୍ୟାନ ଦେବାକୁ ପଡିବ, ବାସ୍ । ମାତାମାନେ ବା ଟୀଚରମାନେ କୁହ ହୋଇପାରିବ? ହୋଇପାରିବ? ଟୀଚରମାନେ ହାତ ଉଠାଅ । ଟୀଚରମାନେ ହାତ ଉଠାଉଛନ୍ତି । ଯଦି ଭାବୁଛ ହୋଇପାରିବ, ତେବେ ହାତ ଉଠାଅ । ପ୍ରଥମ ଧାଡିବାଲା ହାତ ତ ହଲାଅ । ଭାଇମାନେ ହାତ ହଲାଅ । ବାଃ, ତେବେ ତ ବ୍ରହ୍ମାବାବାଙ୍କୁ ସ୍ନେହର ଉପହାର ଦେଇଦେଲ । ଏଥିପାଇଁ ଅଭିନ୍ଦନ, ଅଭିନନ୍ଦନ ।

ଭଲ କଥା, ବାପଦାଦାଙ୍କ ପ୍ରତି ସ୍ନେହ ମଧ୍ୟ ବହୁତ ସହଯୋଗ ଦେଇଛି, ଦିଲ୍‌ର ସହିତ କହିଲ ମେରା ବାବା, ତେବେ ମୁଁ କିଏ? ବାବାଙ୍କର ଗେହ୍ଲା ସନ୍ତାନ । ସମସ୍ତେ କେତେ ଥର କହୁଛ, ମେରା ବାବା, ମେରା ବାବା, କେତେ ଥର କହୁଛ? ବାବା ଶୁଣିଛନ୍ତି ନା, ସବୁ ନୋଟ୍ କରୁଛନ୍ତି । ଡବଲ ବିଦେଶୀମାନେ ମଧ୍ୟ ଶୁଣୁଛନ୍ତି ନା । ବାପଦାଦା ଦେଖୁଛନ୍ତି ସାରା ସିଜିନ୍ ଡବଲ ବିଦେଶୀମାନେ ନିଶ୍ଚିତ ଉପସ୍ଥିତ ଅଛନ୍ତି । ସବୁ ସମୟରେ ମଧୁବନରେ ହାଜିର ଅଛନ୍ତି । ଏବେ ମଧ୍ୟ ୩୫୦ ଜଣ ଅଛନ୍ତି । ନିଜ ପାଳିରେ ମଧ୍ୟ ଆସୁଛନ୍ତି କିନ୍ତୁ ସବୁ ପାଳିରେ କେଉଁଠୁ ନା କେଉଁଠୁ କିଛି କିଛି ଆସିଯାଉଛନ୍ତି । ତେବେ ବର୍ତ୍ତମାନ ଏହାର ଫଳାଫଳ ବାପଦାଦା ମଧ୍ୟ ଦେଖିବେ ଏବଂ ତୁମେମାନେ ମଧ୍ୟ ସାକ୍ଷୀ ହୋଇ ନିଜେ ନିଜର ଫଳାଫଳକୁ ଦେଖୁଥାଅ ଏବଂ ଏହି କଥା ମନେ ରଖିଥାଅ ଯେ ମନର ମାଲିକ ହେବାର ପ୍ରତିଶ୍ରୃତି ବାପଦାଦାଙ୍କୁ ଦେଇଛି । ବାପଦାଦା ଏବେ ପିଲାମାନଙ୍କୁ ଅତି କମ୍‌ରେ ଗୋଟିଏ ଗୋଟିଏ ଜୋନ୍‌କୁ ତ ଏହି କାର୍ଯ୍ୟ ଦେଇପାରିବେ ଯେ ଏହି ଜୋନ୍ ଏହି ସପ୍ତାହ ବା ୧୫ ଦିନରେ ଫଳାଫଳର ସମାଚାର ଦେଉ ଯେ ବ୍ୟର୍ଥ ସଂକଳ୍ପ ନୁହେଁ କିନ୍ତୁ ଯେଉଁ ବିଷୟ ମନକୁ ଦିଆଗଲା ସେ ତା’କୁ କରିଲା ନା ନାହିଁ? କ’ଣ ଟୀଚରମାନଙ୍କୁ ମଞ୍ଜୁର ଅଟେ ତ? ମଞ୍ଜୁର ତ? ଜୋନ୍‌କୁ କାର୍ଯ୍ୟ ଦିଆଯିବ ତ? ଟୀଚରମାନେ ହାତ ଉଠାଅ ।

ମହାରାଷ୍ଟ୍ର ଆସିଛି ନା । ତେବେ ମହାରାଷ୍ଟ୍ରକୁ ତ ମହାନ କାମ ଦିଆଯିବ ନା । ବାପଦାଦାଙ୍କ ଭିତରେ ପ୍ରତ୍ୟେକ ଜୋନ୍ ପାଇଁ ସ୍ନେହ ରହିଛି, ଏବଂ ସର୍ବଦା ଏହି ନିଶ୍ଚୟ ମଧ୍ୟ ରହୁଛି ଯେ ଏହି ପିଲାମାନେ, ପିତାଙ୍କର ଆଦେଶକୁ ନିଶ୍ଚିତ ମାନିବେ । କ’ଣ ଏହା ଠିକ୍ କଥା ନା? କ’ଣ କହୁଛ ମହାରାଷ୍ଟ୍ରବାଲା ବାବା ଯାହା ଯାହା କହିବେ ତାହା କରିବୁ, ଏଇଆ ନା? ମହାରାଷ୍ଟ୍ରବାଲା ହାତ ଉଠାଅ । ବହୁତ ଅଛନ୍ତି । ତିନିଭାଗ ଅଛନ୍ତି । ତେବେ ସବୁ ଜୋନ୍ ବାବାଙ୍କର ଆଜ୍ଞାକାରୀ ଅଟନ୍ତି, ସମସ୍ତେ ମୁଣ୍ଡ ହଲାଉଛନ୍ତି । ବାବାଙ୍କର ମଧ୍ୟ ନିଶ୍ଚୟ ରହିଛି ଯେ ମୋର ସବୁ ପିଲାମାନେ ନିଶ୍ଚୟ ବୁଦ୍ଧି ହିଁ ଅଟନ୍ତି ।

ବାପଦାଦା କହୁଛନ୍ତି ପ୍ରତିଦିନ ତୁମେମାନେ ଯେଉଁ ମହାବାକ୍ୟ ଶୁଣୁଛ ତାହା ହିଁ ତୁମ ପାଇଁ ହୋମ୍‌ୱାର୍କ ଅଟେ । ଯଦି ପ୍ରତିଦିନର ମୁରଲୀରେ ବାବା ଯାହା ସବୁ କହିଲେ ଏବଂ ପିଲାମାନେ କରିଦେଲେ ତେବେ ତାଙ୍କୁ କୁହାଯିବ ସିକିଲଧେ ସନ୍ତାନ ବା ଆଜ୍ଞାକାରୀ ସନ୍ତାନ । କ’ଣ କରିବାକୁ ହେବ, ତାହା ପ୍ରତିଦିନର ମୁରଲୀରୁ ପଢିନିଅ କାହିଁକିନା ବାପଦାଦା ଦେଖୁଛନ୍ତି ଅଧିକାଂଶ ପିଲା ମୁରଲୀ ସହିତ ସ୍ନେହ ରଖୁଛନ୍ତି । ଯଦି କାହାର ମୁରଲୀ ପ୍ରତି ସେତିକି ସ୍ନେହ ନାହିଁ କିନ୍ତୁ କହୁଛି ବାବା ମୋ’ର ଆପଣଙ୍କ ସହିତ ବହୁତ ସ୍ନେହ ଅଛି, ତେବେ ବାବାଙ୍କର ସ୍ନେହ କାହା ସହିତ ଅଛି? ମୁରଲୀ ସହିତ । ମୁରଲୀ ଶୁଣାଇବା ପାଇଁ କେତେ ଦୂରରୁ ଆସୁଛନ୍ତି । ଏଭଳି କେହି ଟୀଚର ଥିବ ଯିଏକି ଏତେ ଦୂରରୁ ପାଠ ପଢାଇବା ପାଇଁ ଆସୁଥିବ । ତେଣୁ ଯଦି ବାବାଙ୍କର ସ୍ନେହ ମୁରଲୀ ସହିତ ଅଛି, ଯେଉଁମାନେ ମେରା ବାବା କହୁଛନ୍ତି ସେମାନଙ୍କର ପ୍ରଥମ ସ୍ନେହ ବାବାଙ୍କ ସହିତ ବାବାଙ୍କର ମୁରଲୀ ପ୍ରତି ମଧ୍ୟ ରହିବା ଦରକାର । ଦେଖ ବ୍ରହ୍ମାବାବା ଗୋଟିଏ ଦିନ ବି ମୁରଲୀ ବନ୍ଦ କରିନାହାଁନ୍ତି । ଚାହେଁ କୌଣସି କାରଣରୁ ବମ୍ବେ ମଧ୍ୟ ଯିବାକୁ ପଡୁଥିଲା କିନ୍ତୁ ମୁରଲୀ ପଠାଉଥିଲେ ଏବଂ ମାତେଶ୍ୱରୀ ପଢି ଶୁଣାଉଥିଲେ । ଶେଷ ଦିନ ଦେହ ଟିକିଏ ଖରାପ ଥିଲା ସେଥିପାଇଁ ସକାଳର କ୍ଲାସ କରାଇ ନଥିଲେ କିନ୍ତୁ ସନ୍ଧ୍ୟା ବେଳେ କ୍ଲାସ କରାଇବା ପରେ ଯାଇ ଅବ୍ୟକ୍ତ ହୋଇଥିଲେ । ତେଣୁ ବ୍ରହ୍ମାବାବାଙ୍କର ସ୍ନେହ କାହା ସହିତ ହେଲା? ମୁରଲୀ ସହିତ । ଯଦି କେହି ଭାବୁଛି ମୋ’ର ବାବାଙ୍କ ସହିତ ସ୍ନେହ ଅଛି, ତେବେ ବାବାଙ୍କର ଯାହା ପ୍ରତି ସ୍ନେହ ଥିଲା, ପିଲାମାନଙ୍କର ମଧ୍ୟ ରହିବା ଦରକାର ନା! ତେଣୁ ମୁରଲୀ ପ୍ରତିଦିନ କ୍ଳାସ୍‌ରେ ହିଁ ପଢିବା ବା ଶୁଣିବା ଦରକାର । ଯଦି କୌଣସି ଅସୁବିଧା ଅଛି, ବାହାନା କରୁନାହିଁ, କାରଣ ଯଥାର୍ଥ ଅଛି ତେବେ କାହାଠାରୁ ଣୁଣିନିଅ । ତେବେ ଯେଉଁମାନେ ଭାବୁଛନ୍ତି ଯେ ମୁଁ ମୁରଲୀର ସେତିକି ମହତ୍ୱ ରଖିବି ସେମାନେ ହାତ ଉଠାଅ । ଆଚ୍ଛା, ଏଠାକୁ ତ ସବୁ ଦେଖାଯାଉଛି । ବାବା ତ ପଛବାଲାଙ୍କୁ ମଧ୍ୟ ଦେଖୁଛନ୍ତି । ଭଲ, ବହୁତ ଭଲ । ବାବା ମଧ୍ୟ ମଝିରେ ମଝିରେ ପରୀକ୍ଷା ନେବେ ଯେ ଆଜି କେଉଁମାନେ ମୁରଲୀ ଶୁଣି ନାହାଁନ୍ତି, ତାଙ୍କ ନାମ ଟୀଚର ଲେଖି ପଠାନ୍ତୁ । କ’ଣ ପସନ୍ଦ ତ! ଆଚ୍ଛା! ଆଜି ବ୍ରହ୍ମାବାବା ପ୍ରତ୍ୟେକ ପିଲା ସହିତ ମିଶି ବହୁତ ବହୁତ ସ୍ନେହର ସହିତ ପ୍ରତ୍ୟେକ ସନ୍ତାନଙ୍କୁ ନୟନ ଦ୍ୱାରା ସ୍ନେହ ଦେଉଛନ୍ତି । ଆଚ୍ଛା!

ଡବଲ ବିଦେଶୀ ଭାଉ ଭଉଣୀଙ୍କ ସହିତ:- ବିଦେଶ ବାଲାଙ୍କ ଭିତରେ ସେବାର ଉମଙ୍ଗ-ଉତ୍ସାହ ବହୁତ ଭଲ ଅଛି । ବାପଦାଦା ସବୁ ପିଲାଙ୍କୁ ଏହି କଥା କହୁଛନ୍ତି ଯେ ସେବା ଖୁବ୍ କର କାହିଁକିନା ସମୟ କେତେବେଳେ ବି ବଦଳି ଯାଇପାରେ, ଯାହାକି ସବୁ ସେବା କରିବାକୁ ଚାହିଁଲେ ମଧ୍ୟ କରିପାରିବି ନାହିଁ, ଏଭଳି ସମୟ ମଧ୍ୟ ଆସିବ, ସେଥିପାଇଁ ଯାହା କରିବାର ଅଛି ତାକୁ ଏବେ କର । କେବେ ନୁହେଁ, ଏବେ । ବାପଦାଦା ସବୁବେଳେ କହୁଛନ୍ତି ଯେ କାଲି ଉପରେ ଛାଡ ନାହିଁ । ଆଜି ଉପରେ ମଧ୍ୟ ନୁହେଁ, ଏବେ, କାହିଁକିନା ସମୟ ଏବଂ ପାଞ୍ଚ ତତ୍ୱ ବାବାଙ୍କୁ ପାଖକୁ ଆସୁଛନ୍ତି, ପଚାରୁଛନ୍ତି ଆମକୁ କୁହ ଏହିଭଳି ଦୁଃଖର ସୀନ୍ ଆଉ କେତେ ଦିନ ଚାଲିବ! ଯେହେତୁ ନିଜେ ଦୁଃଖୀ ହେଉଛନ୍ତି ତେବେ କ’ଣ କରିବେ? ମନୁଷ୍ୟ ଆତ୍ମାମାନଙ୍କୁ ମଧ୍ୟ ଦୁଃଖୀ କରିବେ ନା, ସେଥିପାଇଁ ଯେଉଁମାନେ ବି ଆସିଛ ସମସ୍ତଙ୍କୁ ସଂକଳ୍ପ କରିବାକୁ ହେବ ଯେ ବ୍ରାହ୍ମଣ ଜୀବନ ଯେପରି ଆବଶ୍ୟକ ଅଟେ ସେହିପରି ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ସେବା କରିବା ମଧ୍ୟ ଜରୁରୀ ଅଟେ । ନିଜେ କର ନଚେତ୍ କରାଅ । ବାକି ବାପଦାଦା ଯେଉଁ ହୋମ୍‌ୱାର୍କ ଦେଇଛନ୍ତି, ମନକୁ ଜିତି ଜଗତକୁ ଜିତିବାକୁ ହିଁ ପଡିବ । ଏହା ତୁମମାନଙ୍କର ହିଁ ଗାୟନ ଅଟେ, ତାକୁ କେବଳ ଦୋହରାଇବାକୁ ହେବ । ଆଚ୍ଛା!

ଚାରିଆଡୁ ପିଲାମାନଙ୍କ ଦ୍ୱାରା ସନ୍ଦେଶ ସବୁ ଆସିଛି । ଚାରିଆଡୁ ଆସିଥିବା ସ୍ନେହଯୁକ୍ତ ମିଠା ମିଠା ଭାବ ବା ଭିନ୍ନ ଭିନ୍ନ ଶବ୍ଦ ଗୁଡିକ ଦ୍ୱାରା ସ୍ମୃତି, ଚାରିଆଡୁ ଭିନ୍ନ ଭିନ୍ନ ପତ୍ରଗୁଡିକ ମଧ୍ୟ ଆସିଛି, ସମସ୍ତଙ୍କୁ ବାପଦାଦା ପ୍ରତ୍ୟୁତ୍ତର ଦେଉଛନ୍ତି, ପ୍ରତ୍ୟେକ ସନ୍ତାନ ବାବାଙ୍କର ହୃଦୟରେ ସ୍ନେହର ସହିତ ସମାହିତ ଅଟେ ଏବଂ ଏହି ଅବିନାଶୀ ସ୍ନେହ ସର୍ବଦା ବାବାଙ୍କର ଏବଂ ପିଲାମାନଙ୍କର ଅନାଦି ଏବଂ ଅବିନାଶୀ ଅଟେ ଏବଂ ସାରା ସଂଗମଯୁଗ ଏହିଭଳି ବାବା ଏବଂ ପିଲାମାନଙ୍କର ମିଳନ ସୁନିଶ୍ଚିତ ଅଟେ । ଆଚ୍ଛା!

ଏବେ ଯେଉଁ ପିଲାମାନେ ସମ୍ମୁଖରେ ଅଛନ୍ତି ବା ଦୂରରେ ବସି ମଧ୍ୟ ଦେଖୁଛନ୍ତି, ବାପଦାଦା ଶୁଣୁଛନ୍ତି ଯେ ଏବେ ତ ଚାରିଆଡେ ଚେଷ୍ଟା କରୁଛନ୍ତି ଯେ ସବୁ ଦେଶରେ ସେବାକେନ୍ଦ୍ରକୁ ଯାଇ ମଧ୍ୟ ଦେଖୁଛନ୍ତି ବା ଶୁଣୁଛନ୍ତି । ଚାହେଁ ରାତି ଯେତେ ବି ହୋଇଥାଉ ପୁଣି ବି ଦେଖୁଛନ୍ତି, ଏହା ମଧ୍ୟ ବିଜ୍ଞାନର ସାଧନଗୁଡିକ ତୁମ ପାଇଁ ହିଁ ବାହାରିଛି ଏବଂ ତୁମମାନଙ୍କୁ ହିଁ ଲାଭ ମିଳୁଛି । ଯଦି ବିଜ୍ଞାନ ଦ୍ୱାରା ମଧ୍ୟ ବିନାଶ ହେବ ତେବେ ବି ତୁମର ରାଜ୍ୟ ଆଣିବା ପାଇଁ ହିଁ କରୁଛନ୍ତି । ତେବେ ଚାରିଆଡର ସ୍ନେହୀ ପିଲାମାନଙ୍କୁ ବିଶେଷ କରି ବ୍ରହ୍ମାବାବାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଏବଂ ଦିଲ୍‌ର ପ୍ୟାର ସ୍ୱୀକାର ହେଉ ।

ବରଦାନ:-
ସତ୍ୟତା ଏବଂ ସ୍ୱଚ୍ଛତାର ଧାରଣା ଦ୍ୱାରା ସମୀପତାର ଅନୁଭବ କରୁଥିବା ସମ୍ପୂର୍ଣ୍ଣ ମୂରତ ଭବ ।

ସବୁ ଧାରଣା ଭିତରେ ମୁଖ୍ୟ ଧାରଣା ହେଲା ସତ୍ୟତା ଏବଂ ସ୍ୱଚ୍ଛତା । ପରସ୍ପର ପ୍ରତି ମନ ଭିତରେ ସମ୍ପୂର୍ଣ୍ଣ ସ୍ୱଚ୍ଛ ମନୋଭାବ ରହିବା ଦରକାର । ଯେପରି ସ୍ୱଚ୍ଛ ଜିନିଷରେ ସବୁ କିଛି ସ୍ପଷ୍ଟ ଭାବରେ ଦେଖାଯାଇଥାଏ, ସେହିପରି ପରସ୍ପର ପ୍ରତି ଭାବନା, ଭାବ-ସ୍ୱଭାବ ମଧ୍ୟ ସ୍ପଷ୍ଟ ଦେଖାଯାଉ । ଯେଉଁଠି ସତ୍ୟତା ଏବଂ ସ୍ୱଚ୍ଛତା ରହିଛି ସେଠାରେ ସମୀପତା ଅର୍ଥାତ୍ ସମ୍ପର୍କରେ ନିକଟତା ମଧ୍ୟ ଅଛି । ଯେପରି ବାପଦାଦାଙ୍କର ପାଖାପାଖି ଅଛ ସେହିପରି ପରସ୍ପର ଭିତରେ ମଧ୍ୟ ଆନ୍ତରିକ ସମୀପତା ରହୁ । ସ୍ୱଭାବ-ସଂସ୍କାରର ଭିନ୍ନତା ସମାପ୍ତ ହୋଇଯାଉ, ଏଥିପାଇଁ ମନର ଭାବ ଏବଂ ସ୍ୱଭାବକୁ ମିଶାଇବାକୁ ହେବ । ଯେତେବେଳେ ସ୍ୱଭାବରେ କୌଣସି ଫରକ ଦେଖା ନ ଯିବ ସେତେବେଳେ କୁହାଯିବ ସମ୍ପୂର୍ଣ୍ଣ ମୂରତ ।

ସ୍ଲୋଗାନ:-
ବିଗିଡି ଯାଇଥିବା ଆତ୍ମାକୁ ସୁଧାରିବା ବହୁତ ବଡ ସେବା ଅଟେ ।

ଅବ୍ୟକ୍ତ ଈଶାରା - ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର । ଯୋଗକୁ ଜ୍ୱାଳା ସ୍ୱରୂପ କରିବା ପାଇଁ ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ସ୍ୱରୂପ ହୋଇ ମନ-ବୁଦ୍ଧିକୁ ଏକାଗ୍ର କରିବାର ଅଭ୍ୟାସ ବାରମ୍ବାର କର । ଷ୍ଟପ୍ କହିବା ମାତ୍ରକେ ଗୋଟିଏ ସେକେଣ୍ଡ ଭିତରେ ବ୍ୟର୍ଥ ଦେହଭାନଠାରୁ ମନ-ବୁଦ୍ଧି ଏକାଗ୍ର ହୋଇଯାଉଥିବ । ଏହିଭଳି ନିୟନ୍ତ୍ରଣ କରିବାର ଶକ୍ତିକୁ ସାରା ଦିନ ବ୍ୟବହାର କର । ଶକ୍ତିଶାଳୀ ବ୍ରେକ୍ ଦ୍ୱାରା ମନବୁଦ୍ଧିକୁ ନିୟନ୍ତ୍ରଣ କର, ମନ-ବୁଦ୍ଧିକୁ ଯେଉଁଠି ଲଗାଇବାକୁ ଚାହିଁବ ଗୋଟିଏ ସେକେଣ୍ଡ ଭିତରେ ସେଠାରେ ଲାଗିଯାଉଥିବ । ବିଶେଷ ସୂଚନା: ମାସର ତୃତୀୟ ରବିବାରର ଯୋଗ୍ୟାଭ୍ୟାସ ଆଜି ମାସର ତୃତୀୟ ରବିବାର, ସମସ୍ତ ଭାଇଭଉଣୀମାନେ ସଂଗଠିତ ରୂପରେ ଏକତ୍ରିତ ହୋଇ ସନ୍ଧ୍ୟା ୬.୩୦ ମି, ଠାରୁ ୭.୩୦ ମି, ପର୍ଯ୍ୟନ୍ତ ନିଜର ଫରିସ୍ତା ସ୍ୱରୂପ ଦ୍ୱାରା ଭଟକୁଥିବା ଦୁଃଖୀ ଅଶାନ୍ତ ଆତ୍ମାମାନଙ୍କୁ ସୁଖ ଶାନ୍ତିର ପବିତ୍ର କିରଣ ଦେଇ ସେମାନଙ୍କୁ ସାହାରା ଦାତା ପରମାତ୍ମା ପିତାଙ୍କର ସ୍ମୃତି ଦେବାର ସେବା କରିବା ହେବେ ।