19.09.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟ, ତୁମକୁ ସଚ୍ଚା-ସଚ୍ଚା ରୂପ-ବସନ୍ତ ଅର୍ଥାତ୍ ଯୋଗୀ-ଜ୍ଞାନୀ
ହୋଇ ନିଜ ମୁଖରୁ ସର୍ବଦା ଜ୍ଞାନ ରତ୍ନ ହିଁ ବାହାର କରିବାକୁ ହେବ ।”
ପ୍ରଶ୍ନ:-
ବାବା
ପିଲାମାନଙ୍କୁ ସୁରଜିତ୍ (ମୁର୍ଚ୍ଛିତ ଅବସ୍ଥାରୁ ସତେଜ) କରିବା ପାଇଁ କେଉଁ ସଞ୍ଜିବନୀ ବୁଟୀ
ଦେଉଛନ୍ତି?
ଉତ୍ତର:-
ମନମନାଭବ ଅର୍ଥାତ୍ ବାବାଙ୍କୁ ମନେ ପକାଅ । ନିଶା ରହିବା ଦରକାର ଯେ ପରମାତ୍ମାଙ୍କ ଦ୍ୱାରା ଆମେ
ଦେବତା ହେବା ପାଇଁ ଅଥବା ରାଜ୍ୟ ପଦ ପ୍ରାପ୍ତ କରିବା ପାଇଁ ଏହି ଶିକ୍ଷା ଗ୍ରହଣ କରୁଛୁ । ଏହି
ସ୍ମୃତି ହିଁ ସଞ୍ଜିବନୀ ବୁଟୀ ଅଟେ ଯାହାକି ସୁରଜିତ୍ (ଆତ୍ମାମାନଙ୍କୁ ସତେଜ) କରିଦେଉଛି । ସେମାନେ
କେବେ ବି ଝାଉଁଳି ପଡିବେ ନାହିଁ । ସେମାନେ ସର୍ବଦା ନିଜର ଚେକିଙ୍ଗ୍ କରିବା ସହିତ ଅନ୍ୟମାନଙ୍କୁ
ମଧ୍ୟ ସାବଧାନ କରିଚାଲିବେ ।
ଓମ୍ ଶାନ୍ତି ।
ଏହା କଲେଜ ଅଟେ
ନା । ଯେପରି ସ୍କୁଲରେ ବିଦ୍ୟାର୍ଥୀମାନେ ବସିବା ସମୟରେ ଜାଣିଥା’ନ୍ତି ଯେ ଆମେ ଶିକ୍ଷକଙ୍କ ଆଗରେ
ବସିଛୁ । କେଉଁ ପରୀକ୍ଷାରେ ପାସ୍ କରିବାକୁ ବସିଛୁ, ତାହା ମଧ୍ୟ ବୁଦ୍ଧିରେ ଅଛି । ସତ୍ସଙ୍ଗ
ଆଦିରେ ଯେଉଁଠାରେ କି ବେଦ, ଶାସ୍ତ୍ର ଆଦି ଶୁଣାଇଥାନ୍ତି, ସେଠାରେ କୌଣସି ଲକ୍ଷ୍ୟ ନ ଥାଏ । ସେହି
ଶାସ୍ତ୍ର ଆଦି ତୁମ ବୁଦ୍ଧିରୁ ବାହାରି ଗଲାଣି । ତୁମେ ଜାଣିଛ ଯେ ଆମେ ଭବିଷ୍ୟତ ୨୧ ଜନ୍ମ ପାଇଁ
ମନୁଷ୍ୟରୁ ଦେବତା ହେଉଛୁ । ବିଦ୍ୟାର୍ଥୀ ଘରେ ରହିଲେ ଅଥବା ଯେଉଁଆଡେ ଗଲେ ମଧ୍ୟ, ତା ବୁଦ୍ଧିରେ
ରହିଥାଏ ଯେ ମୁଁ ଅମୁକ ପରୀକ୍ଷାରେ ପାସ୍ କରିବି । ତୁମେ ସନ୍ତାନମାନେ କ୍ଳାସ୍ରେ ବସିବା ସହିତ
ଏକଥା ମଧ୍ୟ ଜାଣିଛ ଯେ ଆମେ ଦେବତା ହେଉଛୁ । ତୁମେମାନେ ମଧ୍ୟ ନିଜକୁ ବିଦ୍ୟାର୍ଥୀ ବୋଲି ଭାବୁଛ
ନା । ଆମେ ଆତ୍ମା, ଏହି ଶରୀର ଦ୍ୱାରା ପାଠ ପଢୁଛୁ । ଆତ୍ମା ଜାଣିଛି ଯେ ଏହି ଶରୀର ଛାଡି ମୁଁ
ଭବିଷ୍ୟତରେ ନୂଆ ଶରୀର ନେବି, ତାକୁ ଦେବତା କୁହାଯିବ । ଏହା ତ ବିକାରୀ ପତିତ ଶରୀର ଅଟେ, ମୋତେ
ପୁଣି ନୂଆ ଶରୀର ମିଳିବ । ଏହି ଜ୍ଞାନ ଏବେ ମିଳିଛି । ମୁଁ ଆତ୍ମା ପାଠ ପଢୁଛି, ଜ୍ଞାନର ସାଗର
ପାଠ ପଢାଉଛନ୍ତି । ଏଠାରେ ତୁମର ଘର ସଂସାରର ଚିନ୍ତା ନାହିଁ, ବୁଦ୍ଧିରେ ରହିଛି ଯେ ଆମେ ଭବିଷ୍ୟତ
ପାଇଁ ମନୁଷ୍ୟରୁ ଦେବତା ହେଉଛୁ । ଦେବତାମାନେ ସ୍ୱର୍ଗରେ ରହିଥା’ନ୍ତି । ଏହିକଥା ବାରମ୍ବାର
ଚିନ୍ତା କରିବା ଦ୍ୱାରା ପିଲାମାନଙ୍କ ଭିତରେ ଖୁସି ରହିବ ଏବଂ ପୁରୁଷାର୍ଥ ମଧ୍ୟ କରିବେ ।
ମନ-ବଚନ-କର୍ମରେ ପବିତ୍ର ମଧ୍ୟ ରହିବେ । ସମସ୍ତଙ୍କୁ ଖୁସିର ସନ୍ଦେଶ ଶୁଣାଇ ଚାଲିବେ ।
ବ୍ରହ୍ମାକୁମାର ତ ବହୁତ ଅଛନ୍ତି ନା । ସମସ୍ତେ ବିଦ୍ୟାର୍ଥୀ ଜୀବନରେ ଅଛନ୍ତି । ଏପରି ନୁହେଁ ଯେ
ଧନ୍ଦା ଆଦି କଲାବେଳେ ଏହି କଥା ଭୁଲିଯିବ । ଯେପରି ଇଏ ଜଣେ ମିଠେଇ ଦୋକାନୀ ଅଟନ୍ତି, ଭାବୁଛନ୍ତି
ନା ମୁଁ ଛାତ୍ର ଅଟେ । ଛାତ୍ରକୁ କ’ଣ କେବେ ମିଠେଇ ତିଆରି କରିବାକୁ ପଡିଥାଏ? ଏଠାରେ ତ ତୁମର କଥା
ହିଁ ଅଲଗା । ଶରୀର ନିର୍ବାହ ଅର୍ଥେ ଧନ୍ଦା ମଧ୍ୟ କରିବାକୁ ହେବ । ତା’ ସହିତ ବୁଦ୍ଧିରେ ଏହି କଥା
ମନେ ରହୁ ଯେ ମୁଁ ପରମପିତା ପରମାତ୍ମାଙ୍କ ପାଖରେ ପାଠ ପଢୁଛି । ତୁମ ବୁଦ୍ଧିରେ ରହୁଛି ଯେ
ବର୍ତ୍ତମାନ ସାରା ଦୁନିଆ ନର୍କବାସୀ ହୋଇଯାଇଛି । କିନ୍ତୁ ଏକଥା କେହି ବୁଝୁନାହାଁନ୍ତି ଯେ ଆମେ
ଭାରତବାସୀ ନର୍କବାସୀ ହୋଇଯାଇଛୁ, ଆମେ ଭାରତବାସୀ ସ୍ୱର୍ଗବାସୀ ଥିଲୁ । ତୁମମାନଙ୍କ ଭିତରେ ମଧ୍ୟ
ସାରା ଦିନ ଏହି ନିଶା ରହୁ ନାହିଁ । ବାରମ୍ବାର ଭୁଲିଯାଉଛ । ଯଦିଓ ତୁମେ ବି.କେ. ଅଟ, ଟିଚର୍ସ ଅଟ,
ଶିକ୍ଷା ଦେଉଛ, ମନୁଷ୍ୟରୁ ଦେବତା, ନର୍କବାସୀରୁ ସ୍ୱର୍ଗବାସୀ କରୁଛ, ତଥାପି ବି ଭୁଲି ଯାଉଛ ।
ତୁମେମାନେ ଜାଣିଛ ବର୍ତ୍ତମାନ ସାରା ଦୁନିଆ ଆସୁରୀ ସମ୍ପ୍ରଦାୟ ହୋଇଯାଇଛି । ଆତ୍ମା ସହିତ ଶରୀର
ମଧ୍ୟ ପତିତ ହୋଇଯାଇଛି । ଏବେ ତୁମ ସନ୍ତାନମାନଙ୍କର ଏହି ବିକାର ଗୁଡିକ ପ୍ରତି ଘୃଣା ଆସୁଛି ।
କାମ, କ୍ରୋଧ ଆଦି ସବୁ ହେଲା ନିନ୍ଦନୀୟ କାମ । ସବୁଠାରୁ ଗ୍ଳାନିର ଜିନିଷ ହେଉଛି କାମ ବିକାର ।
ସନ୍ନ୍ୟାସୀମାନଙ୍କ ଭିତରେ ମଧ୍ୟ ଟିକେ କ୍ରୋଧ ରହିଥାଏ କାହିଁକି ନା ଯେପରି ଅନ୍ନ ସେହିପରି ମନ,
ସେମାନେ ଗୃହସି୍ଥମାନଙ୍କର ଅନ୍ନ ହିଁ ଖାଇଥା’ନ୍ତି । କେହି-କେହି ଖାଦ୍ୟ ଖାଉ ନାହାଁନ୍ତି କିନ୍ତୁ
ପଇସା ତ ନେଉଛନ୍ତି ନା । ପତିତମାନଙ୍କର ସେହି ଧନ ଉପରେ ପ୍ରଭାବ ତ ରହିଥାଏ ନା । ପତିତଙ୍କର ଅନ୍ନ
ପତିତ ହିଁ କରିବ । ପବିତ୍ରତା ଉପରେ ତୁମେମାନେ ବିଶେଷ ଗୁରୁତ୍ୱ ଦେଉଛ । ଦିନକୁ ଦିନ ତୁମର ଏହି
ପ୍ରଚାର ବଢି ଚାଲିବ । ସମସ୍ତେ ଚାହିଁବେ ଆମେ ପବିତ୍ର ହେବୁ, ଏହି କଥା ସମସ୍ତଙ୍କର ହୃଦୟକୁ
ସ୍ପର୍ଶ କରିବ କାହିଁକି ନା ପବିତ୍ରତା ବିନା ସ୍ୱର୍ଗର ମାଲିକ ହୋଇପାରିବେ ନାହିଁ । ଧିରେ ଧିରେ
ସମସ୍ତଙ୍କ ବୁଦ୍ଧିରେ ଆସିଯିବ, ଯେଉଁମାନଙ୍କୁ ସ୍ୱର୍ଗବାସୀ ହେବାର ଥିବ ସେହିମାନେ ହିଁ ହେବେ ।
କହିବେ ଆମେ ତ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ନିଶ୍ଚୟ ହେବୁ । ଏହା ହେଉଛି କଲ୍ୟାଣକାରୀ
ସଂଗମଯୁଗ ଯେତେବେଳେ କି ପତିତ ଦୁନିଆ ପାବନ ହେଉଛି, ସେଥିପାଇଁ ଏହାକୁ ପୁରୁଷୋତ୍ତମ ଯୁଗ
କୁହାଯାଉଛି । ଏହା କଲ୍ୟାଣକାରୀ ଅଟେ । ଏହାଦ୍ୱାରା ମନୁଷ୍ୟ ସୃଷ୍ଟିର କଲ୍ୟାଣ ହେଉଛି । ବାବା
କଲ୍ୟାଣକାରୀ ଅଟନ୍ତି, ତେଣୁ ପିଲାମାନଙ୍କୁ ମଧ୍ୟ ସେହିଭଳି କରିବେ ନା । ବାବା ଆସି ଯୋଗ ଶିଖାଇ
ମନୁଷ୍ୟରୁ ଦେବତା କରୁଛନ୍ତି ।
ତୁମେ ଜାଣିଛ ଯେ ଏହି
ମଧୁବନ ହେଉଛି ଆମର ହେଡ୍ ସ୍କୁଲ (ମୁଖ୍ୟ ବିଦ୍ୟାଳୟ) । ଏଠାରେ କାହାର କୌଣସି କର୍ମଧନ୍ଦାର ଚିନ୍ତା
ନାହିଁ । ବାହାରକୁ ଗଲେ କର୍ମଧନ୍ଦାରେ ଲାଗିଯିବା କାରଣରୁ ଏକଥା ମନେ ରହୁ ନାହିଁ ଯେ ମୁଁ
ଈଶ୍ୱରୀୟ ବିଦ୍ୟାର୍ଥୀ ଅଟେ । ମୁଁ ନର୍କବାସୀରୁ ସ୍ୱର୍ଗବାସୀ ହେଉଛି । ଏହି ଚିନ୍ତନ ବୁଦ୍ଧିରେ
ସେତେବେଳେ ଚାଲୁଛି ଯେତେବେଳେ ତୁମକୁ ଫୁରସତ୍ ଥିବ, ସେଥିପାଇଁ ଚେଷ୍ଟା କରି ସମୟ ବାହାର କରିବା
ଉଚିତ୍ । ବୁଦ୍ଧିରେ ମନେ ରହିବା ଉଚିତ୍ ଯେ ଆମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛୁ । କେବଳ
ଏକମାତ୍ର ବାବାଙ୍କୁ ହିଁ ୟାଦ କରିବାକୁ ହେବ । ଧନ୍ଦା ଆଦିରେ ମଧ୍ୟ ଫୁରସତ ମିଳିଥାଏ । ଚେଷ୍ଟା
କରି ବୁଦ୍ଧିରେ ମନେ ପକାଇବା ଉଚିତ୍ ଯେ ମୁଁ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟେ । ଆଜୀବିକା ଅର୍ଥାତ୍
ପେଟ ପୋଷିବା ପାଇଁ ଏହି ବ୍ୟବସାୟ ଆଦି କରୁଛି । ତାହା ହେଲା ମାୟାବୀ ଧନ୍ଦା, ଏହା ମଧ୍ୟ ତୁମର
ଆଜିବୀକା ଅର୍ଥାତ୍ ଧନ୍ଦା ଅଟେ । ଏହା ହେଉଛି ଭବିଷ୍ୟତ ପାଇଁ ସଚ୍ଚା ରୋଜଗାର । ଏହି ରୋଜଗାର ପାଇଁ
ବହୁତ ଭଲ ବୁଦ୍ଧି ଆବଶ୍ୟକ । ନିଜକୁ ଆତ୍ମା ଭାବି ପରମପିତା ପରମାତ୍ମାଙ୍କୁ ୟାଦ କରିବାକୁ ହେବ ।
ଅନ୍ୟମାନଙ୍କୁ ବୁଝାଇବାକୁ ହେବ ଯେ, ଏବେ ଆମ ଆତ୍ମାମାନଙ୍କୁ ଘରକୁ ଫେରିବାକୁ ହେବ । ବାବା ଆମକୁ
ନେବା ପାଇଁ ଆସିଛନ୍ତି । ସାରା ଦିନ ବୁଦ୍ଧିରେ ବିଚାର ସାଗର ମନ୍ଥନ ଚାଲିବା ଉଚିତ୍ । ଗାଈ
ଖାଦ୍ୟକୁ ଯେପରି ପାକୁଳି କରିଥାଏ ସେହିପରି ଜ୍ଞାନକୁ ଚିନ୍ତନ-ମନ୍ଥନ କରିବାକୁ ହେବ ।
ପିଲାମାନଙ୍କୁ ଅବିନାଶୀ ସମ୍ପତ୍ତି ମିଳୁଛି । ଏହା ହେଉଛି ଆତ୍ମାମାନଙ୍କ ପାଇଁ ଭୋଜନ । ଏକଥା ମନେ
ରହିବା ଉଚିତ୍ ଯେ ମୁଁ ପରମପିତା ପରମାତ୍ମାଙ୍କ ଦ୍ୱାରା ପାଠ ପଢୁଛି - ଦେବତା ହେବା ପାଇଁ, ଅଥବା
ରାଜ୍ୟପଦ ପାଇବା ପାଇଁ । ଏହାକୁ ମନେ ପକାଇବାକୁ ହେବ । ଏକଥା ବାରମ୍ବାର ଭୁଲିଯାଉଛନ୍ତି, ତେଣୁ
ଖୁସି ବଦଳରେ ଅବସ୍ଥା ଆହୁରି ଝାଉଁଳି ପଡୁଛି । ସୁରଜିତ୍ ଅର୍ଥାତ୍ ସତେଜ କରିବା ପାଇଁ ଏହି
ସଞ୍ଜିବନୀ ବୁଟୀକୁ ନିଜ ପାଖରେ ରଖି, ଅନ୍ୟମାନଙ୍କୁ ସୁରଜିତ (ସଚେତ) କରିବା ପାଇଁ ମଧ୍ୟ ଦେବାକୁ
ହେବ । ଶାସ୍ତ୍ରରେ ତ ଲମ୍ବା ଚଉଡା କାହାଣୀ ସବୁ ଲେଖିଦେଇଛନ୍ତି । ବାବା ଆସି ଏ ସବୁର ରହସ୍ୟ
ବତାଉଛନ୍ତି । ମନମନାଭବ ଅର୍ଥାତ୍ ବାବାଙ୍କୁ ମନେ ପକାଇଲେ ତୁମେ ସ୍ୱର୍ଗର ମାଲିକ ହୋଇଯିବ । ନିଜ
ମନକୁ ପଚାରୁଥାଅ, ଚେକ୍ କରୁଥାଅ, ପରସ୍ପରକୁ ସାବଧାନ କରୁଥାଅ । ଯଦି କୌଣସି ଖିଟ୍ପିଟ୍ ବା ଝଗଡା
ହୋଇଯାଏ ତେବେ ବୁଦ୍ଧି ସେଥିରେ ଲାଗି ରହିବା କାରଣରୁ କାହାରି କଥା ମିଠା ଲାଗି ନ ଥାଏ । ମାୟା
ସହିତ ବୁଦ୍ଧି ଲାଗିଯିବା ଦ୍ୱାରା ପୁଣି ସେହି ଚିନ୍ତା ଲାଗି ରହିଥାଏ । ତୁମ ସନ୍ତାନମାନଙ୍କ ଭିତରେ
ତ ଖୁସି ରହିବା ଉଚିତ୍ । ତୁମେ ବାବାଙ୍କୁ ୟାଦ କର, ଯଦି ନିଜର ଅଡୁଆ ବା ଜଟିଳତା ଭିତରେ ରହିବ
ତେବେ ଏହି ଔଷଧ କାମ ଦେବ ନାହିଁ, ଅଣନିଶ୍ୱାସୀ ହୋଇଯିବ । ତେଣୁ ଏପରି କରିବା ଅନୁଚିତ୍ ।
ଛାତ୍ରମାନେ କ’ଣ ପାଠପଢାକୁ ଛାଡି ଚାଲିଯାଇଥାନ୍ତି କି? ତୁମେମାନେ ଜାଣିଛ ଆମେ ଭବିଷ୍ୟତ ପାଇଁ
ପାଠ ପଢୁଛୁ, ଏହିଥିରେ ହିଁ ଆମର କଲ୍ୟାଣ ରହିଛି । କର୍ମଧନ୍ଦା ଆଦି କରି ମଧ୍ୟ ଏହି କୋର୍ସ
କରିବାକୁ ହେବ । ଏହି ସୃଷ୍ଟି ଚକ୍ର କିପରି ଘୂରୁଛି, ତାହାର ଜ୍ଞାନ ମଧ୍ୟ ବୁଦ୍ଧିରେ ରଖିବାକୁ
ହେବ । ୟାଦ ହିଁ ସଞ୍ଜିବନୀ ବୁଟୀ ଅଟେ । ବାବାଙ୍କୁ ସ୍ମରଣ କରିବା ପାଇଁ ପରସ୍ପରକୁ ମନେ ପକାଇଦେବା
ଦରକାର । ସ୍ତ୍ରୀ-ପୁରୁଷ ପରସ୍ପରକୁ ୟାଦ କରାଇ ଦେବା ଦରକାର । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ଏହି
ପାଠ ପଢାଉଛନ୍ତି । ଶିବବାବାଙ୍କର ରଥକୁ ସଜାଉଛି ତେଣୁ ଶିବବାବା ୟାଦ ରହିବା ଉଚିତ୍ । ସାରା ଦିନ
ବାବାଙ୍କର ସ୍ମରଣ ରହିବା ତ କଷ୍ଟସାଧ୍ୟ । ଏହି ଅବସ୍ଥା ତ ଅନ୍ତ ସମୟରେ ହିଁ ହେବ । କର୍ମାତୀତ
ଅବସ୍ଥା ହେବା ପର୍ଯ୍ୟନ୍ତ ଶକ୍ତିଶାଳୀ ଯୋଦ୍ଧାମାନଙ୍କ ସହିତ ମାୟା ଲଢେଇ କରିଚାଲିବ । ଗାୟନ ମଧ୍ୟ
ରହିଛି ଜଣେ ଜଣଙ୍କୁ ସାବଧାନ କରି ଉନ୍ନତି କରିଚାଲ । ଅଫିସରମାନେ ଚାକରକୁ ମଧ୍ୟ କହିଥାନ୍ତି ଯେ
ମୋତେ ଏହି କଥା ମନେ ପକାଇ ଦେବୁ । ତୁମେ ମଧ୍ୟ ପରସ୍ପରକୁ ମନେ ପକାଇଦିଅ । ଏହା ସର୍ବୋଚ୍ଚ
ଲକ୍ଷ୍ୟ ଅଟେ । ବାବା କହୁଛନ୍ତି - ମୋତେ ମନେ ପକାଇବା ଦ୍ୱାରା ତୁମେ ପାବନ ହୋଇଯିବ । ଏହି ବାବା
କୌଣସି ନୂଆ କଥା ଶୁଣାଉ ନାହାଁନ୍ତି । ତୁମେମାନେ ଲକ୍ଷ-ଲକ୍ଷ, କୋଟି-କୋଟି ଥର ଏହି ଜ୍ଞାନ ଶୁଣିଛ,
ପୁଣି ବି ଏହା ଶୁଣିବ । କୌଣସି ସତସଙ୍ଗରେ ଏପରି କେହି କହିବାବାଲା ନ ଥିବେ କି କହିପାରିବେ ଯେ,
କଳ୍ପ-କଳ୍ପ ଏହା ଶୁଣିଛି । ଏବେ ଶୁଣୁଛି ପୁଣି ବି ଆଗକୁ ଶୁଣିବି । କଳ୍ପ-କଳ୍ପ ଶୁଣି ଆସିଛି,
ଏପରି କେହି କହିପାରିବେ ନାହିଁ । ବାବା ବୁଝାଉଛନ୍ତି ତୁମେ ଅଧାକଳ୍ପ ଭକ୍ତି କରିଛ । ଏବେ ପୁଣି
ତୁମକୁ ଜ୍ଞାନ ମିଳିଛି, ଯାହା ଦ୍ୱାରା ତୁମର ସଦ୍ଗତି ହେଉଛି । ବାବାଙ୍କୁ ୟାଦ କରିବା ଦ୍ୱାରା
ପାପ କଟିଯିବ । ଏହା ତ ବୁଝିବାର କଥା ନା । ତୁମକୁ ପୁରୁଷାର୍ଥ କରିବାକୁ ହେବ । ଜଜ୍ ଅଥବା କୌଣସି
ବଡ ଲୋକର ପିଲା ଯଦି କୌଣସି ଓଲଟା କାମ କରେ, ତେବେ ନାମ ବଦନାମ ହୋଇଯାଇଥାଏ । ଏଠାରେ ମଧ୍ୟ ତୁମେ
ବାବାଙ୍କର ହୋଇଛ, ତେଣୁ ତୁମକୁ ଏପରି କୌଣସି କର୍ମ କରିବା ଅନୁଚିତ୍, ନଚେତ୍ ବାବାଙ୍କର ନିନ୍ଦା
କରାଇବ । ସତଗୁରୁ କେ ନିନ୍ଦକ ଠୋର ନ ପାୟେ ଅର୍ଥାତ୍ ସତଗୁରୁଙ୍କର ନିନ୍ଦୁକ ଉଚ୍ଚ ପଦ ପାଇପାରିବ
ନାହିଁ । ଈଶ୍ୱରଙ୍କର ସନ୍ତାନ ହୋଇ ଆସୁରୀ କର୍ମ କରିବା ପାଇଁ ଡର ରହିବା ଉଚିତ୍ । ଶ୍ରୀମତରେ
ଚାଲିବା ଉଚିତ୍ । ନିଜ ମତରେ ଚାଲିଲେ ଧୋକା ଖାଇବ, ପଦ ଭ୍ରଷ୍ଟ ହୋଇଯିବ । ତୁମେ ବାବାଙ୍କୁ ମଧ୍ୟ
ପଚାରି ପାରିବ, ଆପଣଙ୍କ ମତରେ ମୁଁ ଠିକ୍ ଭାବରେ ଚାଲୁଛି । ବାବାଙ୍କର ପ୍ରଥମ-ପ୍ରଥମ ମତ ହେଉଛି
ବାବାଙ୍କୁ ୟାଦ କର । କୌଣସି ବି ବିକର୍ମ କର ନାହିଁ । ବାବା ମୁଁ କେଉଁ ବିକର୍ମ କରୁଛି, ଆପଣ କିଛି
ଜାଣିଥିଲେ କୁହନ୍ତୁ । ବାବା କହୁଛନ୍ତି ଜାଣିଲେ ତୁମକୁ କହିଦେବି । ତୁମ ଦ୍ୱାରା ଏହି-ଏହି ଭୁଲ
ହେଉଛି, ଏହାକୁ ବିକର୍ମ କୁହାଯାଉଛି । ସବୁଠାରୁ ବଡ ବିକର୍ମ ହେଉଛି କାମ ବିକାରର, ଅଧିକ ଝଗଡା
ଏଇଥିପାଇଁ ହେଉଛି । ପିଲାମାନଙ୍କର ସାହସ ରହିବା ଦରକାର, ବିଚାର କରିବା ଦରକାର । କୁମାରୀମାନଙ୍କର
ଏକ ସଂଗଠନ ହେବା ଦରକାର । ଯେଉଁମାନେ କହିବେ କି ଆମେ ବିବାହ କରିବୁ ନାହିଁ । ବର୍ତ୍ତମାନ ହେଉଛି
କଳ୍ପର ସଂଗମଯୁଗ, ଏହି ସଂଗମଯୁଗରେ ହିଁ ପୁରୁଷୋତ୍ତମ ହେବାକୁ ପଡିବ । ଏହି ଲକ୍ଷ୍ମୀ-ନାରାୟଣଙ୍କୁ
ପୁରୁଷୋତ୍ତମ କୁହାଯାଉଛି । ବିକାରୀକୁ କ’ଣ ପୁରୁଷୋତ୍ତମ କୁହାଯିବ? ଏବେ ତୁମେ ପୁରୁଷୋତ୍ତମ ହେଉଛ
। ପୁରୁଷୋତ୍ତମ ହେବା ପାଇଁ ସମସ୍ତଙ୍କର ଅଧିକାର ରହିଛି । ପୁରୁଷୋତ୍ତମ ମାସରେ ତୁମେ ବହୁତ ସେବା
କରିପାରିବ । ସେବା ବହୁତ ଧୂମ୍ଧାମ୍ରେ କରିବା ଉଚିତ୍ । ଏହି ପୁରୁଷୋତ୍ତମ ଯୁଗ ହିଁ ଉତ୍ତମଯୁଗ
ଅଟେ, ଯେତେବେଳେ କି ମନୁଷ୍ୟ ନର୍କବାସୀରୁ ସ୍ୱର୍ଗବାସୀ ହେଉଛନ୍ତି । ଏହା ଅତି ସାଧାରଣ କଥା ଅଟେ
। ତୁମ ସନ୍ତାନମାନଙ୍କୁ ଭଲ ଭାବରେ ବୁଝାଇବାକୁ ହେବ । ସତ୍ୟଯୁଗରେ ପୁରୁଷୋତ୍ତମ ହେବ । କଳିଯୁଗରେ
କେହି ଉତ୍ତମ ପୁରୁଷ ନାହାଁନ୍ତି । ଏହା ହେଉଛି ପତିତ ଦୁନିଆ । ସେଠାରେ ତ ପବିତ୍ର ହିଁ ପବିତ୍ର
ଆତ୍ମାମାନେ ଥାନ୍ତି । ଏସବୁ କଥା ବାବା ତୁମ ପିଲାମାନଙ୍କୁ ବୁଝାଉଛନ୍ତି, ଅନ୍ୟମାନଙ୍କୁ ବୁଝାଇବା
ପାଇଁ । ସୁଯୋଗ ଦେଖି ବୁଝାଇବା ଉଚିତ୍ । ତୁମେ ଏଠାରେ ବସିଛ, ଜାଣିଛ ଆମକୁ ନିରାକାର ପରମପିତା
ପରମାତ୍ମା ରାଜଯୋଗ ଶିଖାଉଛନ୍ତି, ଆମେମାନେ ବିଦ୍ୟାର୍ଥୀ ଅଟୁ । ଏହି ପାଠପଢା ଦ୍ୱାରା ତୁମେ
ସ୍ୱର୍ଗର ଦେବୀ-ଦେବତା ହେଉଛ । ସବୁଠାରୁ ବଡ ପରୀକ୍ଷା ହେଉଛି, ଏହି ରାଜତ୍ୱ ପ୍ରାପ୍ତ କରିବାର
ପରୀକ୍ଷା, ଯାହାକୁ ପରମାତ୍ମାଙ୍କ ବ୍ୟତୀତ କେହି ପଢାଇ ପାରିବେ ନାହିଁ । ବାବା ସ୍ୱୟଂ ପରୋପକାରୀ
ଅଟନ୍ତି, ନିଜେ ସ୍ୱର୍ଗର ମାଲିକ ହେଉନାହାଁନ୍ତି । ସ୍ୱର୍ଗର ରାଜକୁମାର ଶ୍ରୀକୃଷ୍ଣ ହିଁ ହେଉଛନ୍ତି
। ନିଷ୍କାମ ସେବା ବାବା ହିଁ କରୁଛନ୍ତି । କହୁଛନ୍ତି ମୁଁ ରାଜା ହେଉ ନାହିଁ । ତୁମକୁ
ରାଜାମାନଙ୍କର ରାଜା କରାଉଛି । ଏହିକଥା କାହାରି ବୁଦ୍ଧିରେ ନାହିଁ । ଏପରି ବହୁତ ଅଛନ୍ତି,
ଯେଉଁମାନେ କି ଏହି ଦୁନିଆରେ ଧନବାନ ଅଟନ୍ତି ସତ୍ୟଯୁଗରେ ସେମାନେ ଗରୀବ ହୋଇଯିବେ ଏବଂ ଯିଏ ଏବେ
ଗରୀବ ଅଛନ୍ତି, ସେମାନେ ସେଠାରେ ବହୁତ ସାହୁକାର ହୋଇଯିବେ । ବିଶ୍ୱର ମାଲିକ ହେବେ, ଏହା ଅବିନାଶୀ
କଥା ନା । ଗାୟନ ମଧ୍ୟ ରହିଛି - ମୁଁ ତୁମକୁ ରାଜାମାନଙ୍କର ରାଜା କରୁଛି । ଅର୍ଥାତ୍ ସ୍ୱର୍ଗର
ମାଲିକ ହିଁ କରିବି । ତୁମେ ଜାଣିଛ ଆମେ ସ୍ୱର୍ଗର ମାଲିକ ହେଉଛୁ, ତେଣୁ ତୁମକୁ କେତେ ନିଶା ରହିବା
ଦରକାର । ଆମକୁ ପରମପିତା ପରମାତ୍ମା ପାଠ ପଢାଉଛନ୍ତି । ଆମେ ଏବେ ନର୍କବାସୀରୁ ସ୍ୱର୍ଗବାସୀ ଦେବତା
ହେଉଛୁ, ଏକଥା ମଧ୍ୟ ମନେ ରହିଲେ ଖୁସିର ନିଶା ଚଢି ରହିବ । ଛାତ୍ର ଜୀବନ ସବୁଠାରୁ ଉତ୍ତମ ।
ପୁରୁଷାର୍ଥ କରି ରାଜାରାଣୀ ତ ହେବା ଦରକାର ନା । ଏପରି ଶୁଣାଇବା ଉଚିତ୍ ନୁହେଁ ଯେ ଆମେ ରାଜା
ହୋଇ ପୁଣି ରଙ୍କ ବା ଗରୀବ ହେବୁ । ଏଭଳି କୁହାଯାଏ ନାହିଁ । ପଚାରିବାକୁ ହେବ, କ’ଣ ହେବାକୁ
ଚାହୁଁଛ? ସମସ୍ତେ କହିବେ ଆମେ ବିଶ୍ୱର ମାଲିକ ହେବୁ । ତାହା ତ କେବଳ ଭଗବାନ ବାବା ହିଁ
କରାଇପାରିବେ । ସିଏ କହୁଛନ୍ତି ମୋତେ ୟାଦ କର ତେବେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ, କେତେ
ସହଜ କଥା । ଯେ କେହି ବି ହୋଇପାରିବେ । ଯେତେ ବି ଗରୀବ ହେଲେ ମଧ୍ୟ ଏଥିରେ ପଇସା ପତ୍ରର କୌଣସି
କଥା ନାହିଁ ସେଥିପାଇଁ ବାବାଙ୍କୁ କହୁଛନ୍ତି - ଦୀନବନ୍ଧୁ ।
ବାବାଙ୍କୁ ୟାଦ କରି
ପାପର ଘଡି ବା କଳସୀକୁ ଖାଲି କରିବାକୁ ହେବ, ଯିଏ ଯେତେ ପରିଶ୍ରମ କରିବେ ସିଏ ସେହିଭଳି ପାଇବେ ।
ସିଡି ଚିତ୍ରରେ ଦେଖୁଛ, କେତେ ଉଚ୍ଚକୁ ଚଢୁଛନ୍ତି । ଚଢେ ତୋ ଚାଖେ ରାଜାଇ ରସ, ଗୀରେ ତୋ ଚକନା
ଚୂର ଅର୍ଥାତ୍ ଚଢିଲେ ରାଜା ହେବାର ରସ ଚାଖିବ, ଖସି ପଡିଲେ ଖଣ୍ଡବିଖଣ୍ଡିତ ହୋଇଯିବ । ବିକାରରେ
ଯାଇ ବାବାଙ୍କୁ ଛାଡପତ୍ର ଦେଇଦେଲେ, ବାବା କହୁଛନ୍ତି ଏକଦମ୍ ସ୍ଥିତି ତଳେ ପଡିଯିବ ଅର୍ଥାତ୍ ଏକଦମ୍
ଖରାପ ହୋଇଯିବ । ସୁପୁତ୍ର ସନ୍ତାନମାନେ ତ ପୁରୁଷାର୍ଥ କରି ନିଜର ଜନ୍ମକୁ ହୀରାତୁଲ୍ୟ କରି ଗଢିବେ
। ପିଲାମାନଙ୍କୁ ବହୁତ ପୁରୁଷାର୍ଥ କରିବାକୁ ହେବ । ତେବେ ଯିଏ କରିବ, ସିଏ ପାଇବ, ସମସ୍ତଙ୍କୁ
କହୁଛନ୍ତି ପିତା-ମାତାଙ୍କୁ ଅନୁସରଣ କର । ଅନ୍ୟମାନଙ୍କୁ ନିଜ ସମାନ କର । ଯେତେ-ଯେତେ ତୁମେ
ଦୟାଶୀଳ ହେବ ସେତେ ତୁମର ହିଁ ଫାଇଦା ହେବ । କେବେ ବି ସମୟ ନଷ୍ଟ କର ନାହିଁ । ଅନ୍ୟମାନଙ୍କୁ
ଉପାୟ ବତାଇଚାଲ । ନଚେତ୍ ଏତେ ଉଚ୍ଚ ପଦ ପାଇପାରିବ ନାହିଁ । ଶେଷ ବେଳକୁ ତୁମକୁ ବହୁତ ସାକ୍ଷାତ୍କାର
ହେବ କିନ୍ତୁ ସେ ସମୟରେ ତୁମେ କିଛି କରିପାରିବ ନାହିଁ । ଯଦି ପରୀକ୍ଷାରେ ଫେଲ୍ ହୋଇଗଲ ତେବେ
କଳ୍ପ କଳ୍ପ ପାଇଁ ଫେଲ୍ ହୋଇଯିବ । ଏପରି ନ ହେଉ ଯାହାକି ଅନ୍ତିମ ସମୟରେ ପଶ୍ଚାତାପ କରିବାକୁ
ପଡିବ । ଆଉ ତ ପୁରୁଷାର୍ଥ କରି ପାରିବ ନାହିଁ ସେଥିପାଇଁ ଯେତିକି ନିଜର ଓ ଅନ୍ୟର କଲ୍ୟାଣ କରିବାକୁ
ଚାହୁଁଛ କରିନିଅ । ଅନ୍ଧମାନଙ୍କର ଲାଠି ହୁଅ । ତୁମେ କଳ୍ପ-କଳ୍ପାନ୍ତର ସ୍ୱର୍ଗର ସ୍ଥାପନା କରି
ଆସିଛ, ଏବେ ପୁଣି ନିଶ୍ଚୟ କରିବ । ଡ୍ରାମାରେ ନିଧାର୍ଯ୍ୟ ରହିଛି, ଯିଏ କରିବ ସିଏ ପାଇବ ।
ବାବାଙ୍କର ଗେହ୍ଲା ସନ୍ତାନମାନେ କେବେ ଗୁପ୍ତ ହୋଇ ରହିପାରିବେ ନାହିଁ । ରୂପ-ବସନ୍ତ ସଦୃଶ ତାଙ୍କ
ମୁଖରୁ ଜ୍ଞାନ ରତ୍ନ ହିଁ ବାହାରିବ । ଚୁଗୁଲିଆ କର୍ମ କରି ଅନ୍ୟର କ୍ଷତି କରିବାର ନାହିଁ । ତୁମକୁ
କେହି ଓଲଟା-ସିଧା କଥା ଶୁଣାଇଲେ ଭାବ ଇଏ ବହୁତ ଚୁଗୁଲିଆ ଅଟନ୍ତି, ତାଙ୍କଠାରୁ ସତର୍କ ହୋଇ ରୁହ ।
ବାବାଙ୍କଠାରୁ ନିଜର ଅବିନାଶୀ ସମ୍ପତ୍ତି ନେବାରେ ପୂରା ତତ୍ପର ହୋଇ ରୁହ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର ଏବଂ
ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ । ଅନ୍ଧମାନଙ୍କର ଲାଠି ହେବାକୁ ପଡିବ । ଯଦି କେହି କୌଣସି
ଓଲଟା କଥା ଶୁଣାଉଛି, ତେବେ ତାହାଠାରୁ ସାବଧାନ ରହିବାକୁ ହେବ ।
(୨) ମନ-ବଚନ-କର୍ମରେ
ପବିତ୍ର ରହିବାକୁ ହେବ । ଆମେ ସମସ୍ତେ ବିଦ୍ୟାର୍ଥୀ ଅଟୁ, ଭଗବାନ ଆମକୁ ଦେବତା ହେବାର ପାଠ
ପଢାଉଛନ୍ତି, ଏହି ଖୁସିରେ ରହିବାକୁ ହେବ ।
ବରଦାନ:-
ସାଥୀ ଏବଂ
ସାକ୍ଷୀ ପଣିଆର ସ୍ମୃତି ଦ୍ୱାରା ସର୍ବବନ୍ଧନଗୁଡିକରୁ ମୁକ୍ତ ହେଉଥିବା ସର୍ବଶକ୍ତି ସମ୍ପନ୍ନ ଭବ ।
ସର୍ବଶକ୍ତିଗୁଡିକରେ
ସମ୍ପନ୍ନ ହୋଇ ଅଧୀନତା ଠାରୁ ଉର୍ଦ୍ଧ୍ୱରେ ରହିବା ପାଇଁ ଦୁଇଟି ଶବ୍ଦ ସର୍ବଦା ମନେ ରହିବା ଦରକାର
- ଗୋଟିଏ ହେଲା ସାକ୍ଷୀ, ଦ୍ୱିତୀୟଟି ସାଥୀ । ଏହାଦ୍ୱାରା ବନ୍ଧନମୁକ୍ତ ଅବସ୍ଥା ଶୀଘ୍ର ହୋଇପାରିବ
। ସର୍ବଶକ୍ତିବାନ ବାବା ଯଦି ସାଥୀରେ ଅଛନ୍ତି, ତେବେ ସର୍ବଶକ୍ତିଗୁଡିକ ସ୍ୱତଃ ହିଁ ପ୍ରାପ୍ତି
ହୋଇଥାଏ ଏବଂ ସାକ୍ଷୀ ସ୍ଥିତିରେ ରହି ଚାଲିବା ଦ୍ୱାରା କୌଣସି ପ୍ରକାରର ବନ୍ଧନରେ ବାନ୍ଧି ହେବ
ନାହିଁ । ନିମିତ୍ତ ମାତ୍ର ଏହି ଶରୀରରେ ରହି କର୍ତ୍ତବ୍ୟ କରିଲ ତା’ପରେ ସାକ୍ଷୀ ହୋଇଗଲ - ଏହି
ଅଭ୍ୟାସକୁ ବିଶେଷ ଭାବରେ ବୃଦ୍ଧି କରିଚାଲ ।
ସ୍ଲୋଗାନ:-
ଯଦି ଅଶୁଦ୍ଧ ଏବଂ
ଶୁଦ୍ଧ ଭିତରେ ଯୁଦ୍ଧ ଚାଲିଛି, ତେବେ ବ୍ରାହ୍ମଣ ପରିବର୍ତ୍ତେ କ୍ଷତ୍ରିୟ ଅଟ ।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।
ଡହଳ-ବିକଳ ହେଉଥିବା ବା
ଭିକାରୀ, ତୃଷାର୍ତ୍ତ ଆତ୍ମାମାନଙ୍କର ତୃଷା ନିବାରଣ କରିବା ପାଇଁ ନିଜକୁ ଅତୀନ୍ଦ୍ରିୟ ସୁଖ ବା
ସର୍ବ ଶକ୍ତିରେ ଭରପୂର କର । ଯେତେଯେତେ ସର୍ବ ଶକ୍ତିରୂପକ ସମ୍ପତ୍ତି, ଅତୀନ୍ଦ୍ରିୟ ସୁଖର
ସମ୍ପତ୍ତି ଏକାଠି କରିଥିବ, ସେହି ଅନୁସାରେ ନିଜର ସ୍ଥିତି ମଧ୍ୟ କାୟମ ରହିବ ଏବଂ ଅନ୍ୟ
ଆତ୍ମାମାନଙ୍କୁ ମଧ୍ୟ ସମ୍ପନ୍ନ କରିପାରିବ । ତୁମେମାନେ ସମସ୍ତଙ୍କର ଅଣ୍ଟି ଭରୁଥିବା ଦାତାଙ୍କର
ସନ୍ତାନ ଅଟ, ତୁମକୁ ସମସ୍ତଙ୍କୁ ଦେବାକୁ ହେବ । ଏହିଭଳି ଦେବାର ଦୃଶ୍ୟ ବହୁତ ଶୀଘ୍ର ତୁମ
ସମ୍ମୁଖକୁ ଆସିବ ।