20.04.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଈଶ୍ୱରୀୟ ସେଲ୍‌ବେସନ୍ ଆର୍ମି ଅର୍ଥାତ୍ ଆଧ୍ୟାତ୍ମିକ ସୁରକ୍ଷା ପ୍ରଦାନକାରୀ ସେନା ଅଟ, ତୁମକୁ ହିଁ ସମସ୍ତଙ୍କୁ ସଦ୍‌ଗତି ଦେବାକୁ ହେବ, ସମସ୍ତଙ୍କର ପ୍ରୀତି ଏକମାତ୍ର ବାବାଙ୍କ ସହିତ ଯୋଡିବାକୁ ହେବ । ’’

ପ୍ରଶ୍ନ:-
ମନୁଷ୍ୟ ନିଜର ବୁଦ୍ଧି କେଉଁ କଥାରେ ଲଗାଉଛନ୍ତି ଏବଂ ତୁମକୁ ନିଜର ବୁଦ୍ଧି କେଉଁ କଥାରେ ଲଗାଇବାକୁ ହେବ?

ଉତ୍ତର:-
ମନୁଷ୍ୟ ତ ନିଜର ବୁଦ୍ଧି ଆକାଶ ଓ ସୃଷ୍ଟିର ଅନ୍ତ ପାଇବାରେ ଲଗାଉଛନ୍ତି କିନ୍ତୁ ଏହା ଦ୍ୱାରା ତ କୌଣସି ଲାଭ ହେଉ ନାହିଁ । ଏହାର ଅନ୍ତ ମିଳି ପାରିବ ନାହିଁ । ତୁମେ ସନ୍ତାନମାନେ ନିଜର ବୁଦ୍ଧି ଲଗାଉଛ ପୂଜ୍ୟ ହେବା ପାଇଁ । ତାଙ୍କୁ ଦୁନିଆ ପୂଜା କରିବ ନାହିଁ । ତୁମେ ସନ୍ତାନମାନେ ତ ପୂଜ୍ୟ ଦେବତା ହେଉଛ ।

ଗୀତ:-
ତୁହ୍ମେ ପାକେ ହମନେ...

ଓମ୍ ଶାନ୍ତି ।
ପିଲାମାନେ ଜାଣିଗଲେଣି ଯେ ଏହା ହେଉଛି ଜ୍ଞାନ ମାର୍ଗ । ତାହା ହେଉଛି ଭକ୍ତିମାର୍ଗ । ଏବେ ପ୍ରଶ୍ନ ଉଠୁଛି ଯେ ଭକ୍ତିମାର୍ଗ ଭଲ ନା ଜ୍ଞାନମାର୍ଗ ଭଲ? ଦୁଇଟି ଜିନିଷ ହେଲା ନା । କୁହାଯାଏ ଜ୍ଞାନ ଦ୍ୱାରା ସଦ୍‌ଗତି ହୋଇଥାଏ । ତେବେ ନିଶ୍ଚୟ କୁହାଯିବ ଯେ ଭକ୍ତି ଓ ଜ୍ଞାନ ଦୁଇଟି ଯାକ ଭିନ୍ନ ଭିନ୍ନ ଅଟେ । ମନୁଷ୍ୟମାନେ ଭାବୁଛନ୍ତି ଭକ୍ତି କରିବା ଦ୍ୱାରା ଜ୍ଞାନ ମିଳିବ ତେବେ ଯାଇ ସଦ୍‌ଗତି ହେବ । ଭକ୍ତି ମଝିରେ ଜ୍ଞାନ ଆସିପାରିବ ନାହିଁ । ଭକ୍ତି ସମସ୍ତଙ୍କ ପାଇଁ ଏବଂ ଜ୍ଞାନ ମଧ୍ୟ ସମସ୍ତଙ୍କ ପାଇଁ ରହିଛି । ବର୍ତ୍ତମାନ ହେଉଛି କଳିଯୁଗର ଅନ୍ତିମ ସମୟ ତେବେ ନିଶ୍ଚୟ ସମସ୍ତଙ୍କର ଦୁର୍ଗତି ହେବ ସେଥିପାଇଁ ଡାକୁଛନ୍ତି ଏବଂ ଗାନ ମଧ୍ୟ କରୁଛନ୍ତି ଯେ ଅନ୍ୟ ସଙ୍ଗ ଛାଡି ତୁମରି ସଙ୍ଗ କରିବୁ । ତେବେ ସେ କିଏ? କାହା ସହିତ ସଙ୍ଗ କରିବ? ଏକଥା ତ ବୁଝୁ ନାହାଁନ୍ତି । ପ୍ରାୟତଃ ସମସ୍ତଙ୍କର ବୁଦ୍ଧି ଶ୍ରୀକୃଷ୍ଣଙ୍କ ଆଡକୁ ଚାଲିଯାଉଛି । ଆମେ ସଚ୍ଚା ପ୍ରୀତି ତୁମ ସହିତ ଯୋଡିବୁ । ତେଣୁ ଯେବେ ଶ୍ରୀକୃଷ୍ଣଙ୍କ ସହିତ ହିଁ ପ୍ରୀତି ଯୋଡୁଛନ୍ତି ତେବେ ଗୁରୁ ଗୋସାଇଁ ଆଉ କାହାର ଆବଶ୍ୟକତା ହିଁ ନାହିଁ । ଶ୍ରୀକୃଷ୍ଣଙ୍କୁ ହିଁ ସ୍ମରଣ କରିବାକୁ ହେବ । ଶ୍ରୀକୃଷ୍ଣଙ୍କ ଚିତ୍ର ତ ସମସ୍ତଙ୍କ ପାଖରେ ଅଛି । ଶ୍ରୀକୃଷ୍ଣ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି ପୁଣି ଆଉ କାହା ପାଖକୁ ଯିବାର ଆବଶ୍ୟକତା ହିଁ ନାହିଁ । ଯେପରି ମୀରା ଜଣଙ୍କ ସହିତ ସଙ୍ଗ କରିଥିଲେ । କର୍ମଧନ୍ଦା କରିବା ସମୟରେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ହିଁ ସ୍ମରଣ କରୁଥିଲେ । ଘରେ ଖାଇବା-ପିଇବା ରହିବା ତ ହୋଇଥାଏ । କିନ୍ତୁ ସତ୍ୟ ପ୍ରୀତି ଏକମାତ୍ର କୃଷ୍ଣଙ୍କ ସହିତ ଯୋଡିଥିଲେ । ଯେପରି ସେ ପ୍ରେମିକ ଇଏ ପ୍ରେମିକା ହୋଇଯାଇଥିଲେ । ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବା ଦ୍ୱାରା ଫଳ ମଧ୍ୟ ମିଳିଥାଏ । ଶ୍ରୀକୃଷ୍ଣଙ୍କୁ ତ ସମସ୍ତେ ଜାଣିଛନ୍ତି । ଗାୟନ ମଧ୍ୟ କରୁଛନ୍ତି ସତ୍ୟ ପ୍ରୀତି ଆମେ ତୁମ ସହିତ ଯୋଡିଲୁ ଅନ୍ୟ ସଙ୍ଗ ଛାଡିଲ । ସର୍ବୋଚ୍ଚ ସତ୍ୟ ତ ପରମପିତା ହିଁ ଅଟନ୍ତି । ସମସ୍ତଙ୍କୁ ଏକମାତ୍ର ବାବା ହିଁ ସମ୍ପତ୍ତି ଦେଇଥା’ନ୍ତି । ତାଙ୍କୁ କେହି ବି ଜାଣି ନାହାଁନ୍ତି । ଯଦିଓ କହୁଛନ୍ତି - ପରମପିତା ପରମାତ୍ମା ଶିବ, କିନ୍ତୁ ସିଏ କେବେ ଆସୁଛନ୍ତି, ଏକଥା ଜାଣି ନାହାଁନ୍ତି । ଶିବଜୟନ୍ତୀ ପାଳନ କରୁଛନ୍ତି, ତେବେ ସେ ନିଶ୍ଚୟ ଆସିଥା’ନ୍ତି । କେବେ, କିପରି ଆସୁଛନ୍ତି, କ’ଣ ଆସି କରୁଛନ୍ତି? କାହାକୁ ହେଲେ ଜଣାନାହିଁ । କେହି ବି ମନୁଷ୍ୟ ମାତ୍ରକେ ଜାଣିନାହାଁନ୍ତି ଯେ ସେ ସମସ୍ତଙ୍କର ସଦ୍‌ଗତି କରିଥା’ନ୍ତି । କିନ୍ତୁ କିପରି କରିଥା’ନ୍ତି? ସଦ୍‌ଗତିର ଅର୍ଥ କ’ଣ! କିଛି ହେଲେ ବି ବୁଝୁ ନାହାଁନ୍ତି । ଶିବବାବା ତ ନିଶ୍ଚୟ ସ୍ୱର୍ଗର ରାଜତ୍ୱ ଦେଇଥିବେ ନା । ତୁମେ ସନ୍ତାନମାନେ ସେହି ଧର୍ମର ହୋଇ ମଧ୍ୟ, ଜାଣିନଥିଲ, ଭୁଲିଯାଇଥିଲ, ତେଣୁ ଅନ୍ୟମାନେ କିପରି ଜାଣିପାରିବେ । ଏବେ ଶିବବାବାଙ୍କ ଦ୍ୱାରା ତୁମେ ଜାଣୁଛ ଓ ଅନ୍ୟକୁ କହୁଛ । ତୁମେ ଈଶ୍ୱରୀୟ ସୁରକ୍ଷା ପ୍ରଦାନକାରୀ ସେନା । ସୁରକ୍ଷା ପ୍ରଦାନକାରୀ କୁହ ଅଥବା ସଦ୍‌ଗତିର ମାର୍ଗଦର୍ଶକ ସେନା କୁହ । ଏବେ ତୁମ ସନ୍ତାନମାନଙ୍କ ଉପରେ ବହୁତ ବଡ ଦାୟିତ୍ୱ ରହିଛି । ତୁମେ ଚିତ୍ର ସମ୍ବନ୍ଧରେ ମଧ୍ୟ ବୁଝାଇପାରିବ । ଭାଷା ତ ଅନେକ ରହିଛି । ମୁଖ୍ୟ ମୁଖ୍ୟ ଭାଷାରେ ଚିତ୍ର ତିଆରି କରିବାକୁ ପଡୁଛି । ଭାଷାର ମଧ୍ୟ ବହୁତ ଝମେଲା ରହିଛି, ସେଥିପାଇଁ ପ୍ରଦର୍ଶନୀ ମଧ୍ୟ କରିବାକୁ ପଡିବ । ଚିତ୍ର ମାଧ୍ୟମରେ ବୁଝାଇବା ବହୁତ ସହଜ ହୋଇଥାଏ । ସୃଷ୍ଟିଚକ୍ର ଚିତ୍ରରେ ମଧ୍ୟ ସମସ୍ତ ଜ୍ଞାନ ରହିଛି, ସିଢି ଚିତ୍ର କେବଳ ଭାରତବାସୀଙ୍କ ପାଇଁ । ଏଥିରେ ଆଉ କୌଣସି ଧର୍ମ ହିଁ ନାହିଁ । ଏପରି ନୁହେଁ ଯେ ଭାରତ ତମୋପ୍ରଧାନ ହେଉଛି ଆଉ ଅନ୍ୟମାନେ ହେଉନାହାଁନ୍ତି । ତମୋପ୍ରଧାନ ତ ସମସ୍ତେ ହେଉଛନ୍ତି । ତେଣୁ ତାଙ୍କ ପାଇଁ ମଧ୍ୟ ହେବା ଦରକାର । ଏହି ସବୁ ସେବାର ଖିଆଲ ବୁଦ୍ଧିରେ ଆସିବା ଉଚିତ୍ । ଦୁଇ ପିତାଙ୍କର ରହସ୍ୟ ମଧ୍ୟ ବୁଝାଇବାକୁ ହେବ । ସମ୍ପତ୍ତି ରଚୟିତାଙ୍କଠାରୁ ମିଳିଥାଏ । ଏକଥା ମଧ୍ୟ ସବୁ ଧର୍ମାବଲମ୍ବୀମାନେ ଜାଣିଛନ୍ତି ଯେ ଲକ୍ଷ୍ମୀ-ନାରାୟଣ ଭାରତର ପ୍ରଥମ ମହାରାଜା-ମହାରାଣୀ ଅଥବା ଭଗବାନ-ଭଗବତୀ ଥିଲେ । ଆଚ୍ଛା ତାଙ୍କୁ ଏହି ସ୍ୱର୍ଗର ରାଜ୍ୟ କିପରି ମିଳିଲା? ନିଶ୍ଚୟ ଭଗବାନଙ୍କ ଦ୍ୱାରା ମିଳିଲା । କିପରି କେବେ ମିଳିଲା, ଏକଥା କାହାକୁ ବି ଜଣାନାହିଁ । ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖି ପୁଣି ପ୍ରଳୟ ଦେଖାଇ ଦେଇଛନ୍ତି କିନ୍ତୁ ଏହାର ଫଳାଫଳ କିଛି ହେଲେ ବି ନାହିଁ । ଏ କଥା ତୁମ ସନ୍ତାନମାନଙ୍କୁ ବୁଝାଇବାକୁ ହେବ । ଚିତ୍ର ତ ସବୁଆଡେ ରହିଛି । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ମଧ୍ୟ ଥିବ । ଯଦିଓ ପୋଷାକ, ଚେହେରା ଆଦି ଅଲଗା ହୋଇଥିବ । ଯାହାକୁ ଯାହା ଆସିଲା ବସି ତିଆରି କରିଦେଲେ । ଶ୍ରୀନାଥ-ଶ୍ରୀନାଥିନୀ, ଏହି ରାଧା-କୃଷ୍ଣ ଅଟନ୍ତି ନା । ଶ୍ରୀରାଧା, ଶ୍ରୀକୃଷ୍ଣ ତ ତାଜଧାରୀ ନୁହଁନ୍ତି । ସେ ଦେଖିବାକୁ କଳା ମଧ୍ୟ ନୁହଁନ୍ତି । ରାଜଧାନୀ ଲକ୍ଷ୍ମୀ-ନାରାୟଣଙ୍କର ଅଟେ, ରାଧା-କୃଷ୍ଣଙ୍କର ନୁହେଁ । ମନ୍ଦିର ତ ଅନେକ ପ୍ରକାରର ତିଆରି କରିଛନ୍ତି । ନାମ ତ ଗୋଟିଏ ରଖିବେ ଲକ୍ଷ୍ମୀ-ନାରାୟଣ । ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀ ବୋଲି କୁହାଯିବ । ରାମ-ସୀତାଙ୍କର ବଂଶ, ଲକ୍ଷ୍ମୀ-ନାରାୟଣଙ୍କର ବଂଶ, ରାଧା-କୃଷ୍ଣଙ୍କର ବଂଶ ନ ଥାଏ । ଏହି କଥା ମନୁଷ୍ୟଙ୍କର ଖିଆଲରେ ହିଁ ନାହିଁ । ତୁମେ ସନ୍ତାନମାନେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛ । ଯାହାଙ୍କର ସେବାର ସଉକ ରହିଛି - ସେ ତ’ ବ୍ୟାକୁଳ ହୋଇ ସେବା କରନ୍ତି । କେହି କେହି କହୁଛନ୍ତି ଆମେ ବୁଝୁଛୁ କିନ୍ତୁ ଧିରେ ଧିରେ ମୁଖ ଖୋଲିବା ପାଇଁ ଯୁକ୍ତି ରଚନା କରିବାକୁ ପଡୁଛି । ଅନେକ ଭାବୁଛନ୍ତି ବେଦ-ଶାସ୍ତ୍ରର ଅଧ୍ୟୟନ ଦ୍ୱାରା ଯଜ୍ଞ, ତପ, ଆଦି କରିବା ଦ୍ୱାରା, ତୀର୍ଥ ଆଦି କରିବା ଦ୍ୱାରା ପରମାତ୍ମାଙ୍କୁ ପାଇପାରିବୁ । କିନ୍ତୁ ଭଗବାନ କହୁଛନ୍ତି ଏସବୁ ମୋଠାରୁ ଦୂର କରିବାର ରାସ୍ତା । ଡ୍ରାମାରେ ସମସ୍ତଙ୍କୁ ଦୁର୍ଗତି ପ୍ରାପ୍ତ କରିବାର ଅଛି, ସେଥିପାଇଁ ଏହିପରି କଥା କହୁଛନ୍ତି । ପୂର୍ବରୁ ଆମେ ମଧ୍ୟ କହୁଥିଲୁ ଯେ ଭଗବାନ ହେଉଛନ୍ତି ସର୍ବୋଚ୍ଚ, ଯିଏ ଯେଉଁ ପ୍ରକାରେ ବି ଯାଇପାରିବେ, ତେଣୁ ମନୁଷ୍ୟମାନେ ଅନେକ ପ୍ରକାରର ରାସ୍ତା ଧରିଛନ୍ତି । ଭକ୍ତିମାର୍ଗର ରାସ୍ତା ଧରି-ଧରି ଥକିଗଲେ ଭଗବାନଙ୍କୁ ହିଁ ଡାକୁଛନ୍ତି, ହେ ପତିତ-ପାବନ, ଆପଣ ଆସି ପାବନ ହେବାର ରାସ୍ତା ବତାନ୍ତୁ । ଆପଣଙ୍କ ବିନା ପାବନ ହୋଇପାରିବୁ ନାହିଁ, ଥକିଯାଇଛୁ । ଭକ୍ତି ଦିନକୁ ଦିନ କ୍ଳାନ୍ତ କରାଇ ଦେଉଛି । ବର୍ତ୍ତମାନ ତ ମେଳା ଆଦିରେ ଲକ୍ଷ-ଲକ୍ଷ ଆତ୍ମା ଏକତ୍ର ହେଉଛନ୍ତି, କେତେ ଅପରିଷ୍କାର କରୁଛନ୍ତି । ଏବେ ତ ଅନ୍ତିମ ସମୟ । ଏହି ଦୁନିଆକୁ ବଦଳିବାକୁ ହେବ । ବାସ୍ତବରେ ଦୁନିଆ ହିଁ ଗୋଟିଏ । ତାକୁ ଦୁଇ ଭାଗ କରିଦେଇଛନ୍ତି । ତେଣୁ ମନୁଷ୍ୟ ଭାବୁଛନ୍ତି ସ୍ୱର୍ଗ, ନର୍କ ଅଲଗା-ଅଲଗା ଦୁନିଆ କିନ୍ତୁ ଏହା ଅଧା-ଅଧା ଅଟେ । ଉପରେ ସତ୍ୟଯୁଗ ପୁଣି ତ୍ରେତାଯୁଗ ତା’ପରେ ଦ୍ୱାପରଯୁଗ, କଳିଯୁଗ ରହିଛି । କଳିଯୁଗରେ ତମୋପ୍ରଧାନ ହେବାକୁ ହିଁ ପଡିବ । ସୃଷ୍ଟି ପୁରୁଣା ହେଉଛି, ଏହି କଥାକୁ କେହି ବୁଝୁନାହାଁନ୍ତି, ଦ୍ୱନ୍ଦ୍ୱରେ ପଡୁଛନ୍ତି । କେହି ଶ୍ରୀକୃଷ୍ଣଙ୍କୁ ଭଗବାନ ତ, କେହି ରାମଙ୍କୁ ଭଗବାନ କହିଦେଉଛନ୍ତି । ଆଜିକାଲି ତ ମନୁଷ୍ୟ ନିଜକୁ ମଧ୍ୟ ଭଗବାନ ବୋଲି କହିଦେଉଛନ୍ତି । କହୁଛନ୍ତି ଆମେ ଈଶ୍ୱରଙ୍କର ଅବତାର ଅଟୁ । ଦେବତାମାନଙ୍କଠାରୁ ମଧ୍ୟ ମନୁଷ୍ୟ ତୀକ୍ଷ୍‌ଣ ହୋଇଗଲେଣି । ତଥାପି ଦେବତାମାନଙ୍କୁ ଦେବତା ହିଁ କୁହାଯିବ । ଏମାନେ ତ ପୁଣି ମନୁଷ୍ୟକୁ ଭଗବାନ ବୋଲି କହିଦେଉଛନ୍ତି । ଏହା ହେଉଛି ଭକ୍ତିମାର୍ଗ । ଦେବତାମାନେ ତ ସ୍ୱର୍ଗର ବାସିନ୍ଦା ଅଟନ୍ତି । ଏବେ କଳିଯୁଗୀ ଲୌହ ଯୁଗରେ ପୁଣି ମନୁଷ୍ୟ ଭଗବାନ କିପରି ହୋଇପାରିବେ? ବାବା କହୁଛନ୍ତି - ମୁଁ ସଂଗମଯୁଗରେ ହିଁ ଆସୁଛି, ଯେତେବେଳେ କି ମୋତେ ଆସି ଦୁନିଆକୁ ପରିବର୍ତ୍ତନ କରିବାକୁ ପଡୁଛି । କଳିଯୁଗରୁ ସତ୍ୟଯୁଗ ହେବ ବାକି ସବୁ ଶାନ୍ତିଧାମକୁ ଚାଲିଯିବେ । ତାହା ହେଉଛି ନିରାକାରୀ ଦୁନିଆ । ଏହା ହେଉଛି ସାକାରୀ ଦୁନିଆ । ବୁଝାଇବା ପାଇଁ ନିରାକାରୀ ବୃକ୍ଷକୁ ମଧ୍ୟ ବଡ କରିବା ଉଚିତ୍ । ଆକାଶ ପରି ବ୍ରହ୍ମ ମହତତ୍ତ୍ୱ ମଧ୍ୟ ବଡ ଅଟେ । ଉଭୟର ଅନ୍ତ ପାଇପାରିବ ନାହିଁ । ଯଦିଓ ଚେଷ୍ଟା କରୁଛନ୍ତି - ଉଡାଜାହାଜ ଆଦିରେ ଯିବେ କିନ୍ତୁ ଏହାର ଅନ୍ତ ପାଇପାରିବେ ନାହିଁ । ସମୁଦ୍ର ହିଁ ସମୁଦ୍ର... ଆକାଶ ହିଁ ଆକାଶ ରହିଛି । ସେଠାରେ ତ କିଛି ହେଲେ ବି ନାହିଁ । ବହୁତ ଚେଷ୍ଟା କଲେ ମଧ୍ୟ ଏସବୁ କଥାରେ ଫାଇଦା କ’ଣ ଅଛି । ଭାବୁଛନ୍ତି ଆମେ ନିଜର ବୁଦ୍ଧି ଖଟାଉଛୁ । ଏହା ମନୁଷ୍ୟଙ୍କର ବୁଦ୍ଧି । ବିଜ୍ଞାନର ଗର୍ବ ମଧ୍ୟ ମନୁଷ୍ୟଙ୍କ ପାଖରେ ରହିଛି । କେହି ଏ ସବୁର କେତେ ବି ଅନ୍ତ ପାଇଲେ ମଧ୍ୟ ସାରା ଦୁନିଆ ତାଙ୍କୁ ପୂଜା ତ କରିବ ନାହିଁ । ଦେବତାମାନଙ୍କର ତ ପୂଜା ହୋଇଥାଏ । ତୁମ ସନ୍ତାନମାନଙ୍କୁ ବାବା କେତେ ଉଚ୍ଚ କରୁଛନ୍ତି । ସମସ୍ତଙ୍କୁ ଶାନ୍ତିଧାମ ନେଇଯାଉଛନ୍ତି । ଏକଥା ଭଲେ ସମସ୍ତେ ଜାଣିଛନ୍ତି ଯେ ଆମେ ମୂଳବତନରୁ ଆସିଛୁ କିନ୍ତୁ ତୁମମାନଙ୍କ ପରି ଦୁନିଆର ମନୁଷ୍ୟମାନଙ୍କୁ ଏକଥା ଜଣା ନାହିଁ ଯେ ଶାନ୍ତିଧାମ କ’ଣ, ଆତ୍ମାମାନେ ସେଠାରେ କିପରି ରହୁଛନ୍ତି, ପୁଣି କିପରି କ୍ରମାନୁସାରେ ଆସୁଛନ୍ତି । ଏକଥା କେହି ବି ଜାଣି ନାହାଁନ୍ତି । ବ୍ରହ୍ମ ମହତତ୍ତ୍ୱରେ ନିରାକାରୀ ବୃକ୍ଷ ରହିଛି । ଏକଥା ବୁଝୁ ନାହାଁନ୍ତି ଯେ ସତ୍ୟଯୁଗରେ ଅଳ୍ପ ସଂଖ୍ୟକ ରହିବେ । ବାକି ସବୁ ଆତ୍ମାମାନେ ବ୍ରହ୍ମମହତତ୍ତ୍ୱରେ ରହିବେ । ଯେପରି ଏହି ସାକାରୀ ବତନ ରହିଛି ସେହିପରି ମୂଳବତନ ଅଟେ । ବତନ କେବେ ଖାଲି ହୁଏ ନାହିଁ, ନା ଏଠାରେ ନା ସେଠାରେ । ଯେତେବେଳେ ଅନ୍ତ ହେଉଛି ସେତେବେଳେ ତ ଟ୍ରାନ୍ସଫର (ସ୍ଥାନାନ୍ତରିତ) ହୋଇଯାଉଛନ୍ତି । କିଛି ତ ଏହି ବତନରେ ରହିବେ । ଯଦି ସାରା ବତନ ଖାଲି ହୋଇଯିବ ତେବେ ତ ପ୍ରଳୟ ହୋଇଯିବ । କିନ୍ତୁ ପ୍ରଳୟ ହୁଏ ନାହିଁ । ଏହା ଅବିନାଶୀ ଖଣ୍ଡ ଅଟେ ନା । ଏହି ସବୁ କଥା ବୁଦ୍ଧିରେ ରଖିବାକୁ ହେବ । ସାରା ଦିନ ଏହି ଖିଆଲ ରହୁ ଯେ ଆମେ କିପରି କାହାର କଲ୍ୟାଣ କରିବୁ । ତୁମ ସହିତ ପ୍ରୀତି ହୋଇଗଲା ତେବେ ତାଙ୍କର ପରିଚୟ ତ ଦେବାକୁ ହେବ ନା । ସେ ବାବା ଅଟନ୍ତି, ତାଙ୍କଠାରୁ ସମ୍ପତ୍ତି ମିଳୁଛି । କିପରି ମିଳୁଛି, ତାହା ଆମେ କହିପାରିବୁ । ବୁଝାଇବାରେ ମଧ୍ୟ କ୍ରମାନୁସାରେ ରହିଛନ୍ତି । କେହି ତ ବହୁତ ଭଲ ଭାବରେ ଭାଷଣ କରୁଛନ୍ତି, କେହି ନ କରିପାରୁଛନ୍ତି ତ ଶିଖିବାକୁ ପଡିବ । ପ୍ରତ୍ୟେକ ପିଲାଙ୍କୁ ନିଜର କଲ୍ୟାଣ କରିବା ଦରକାର । ବର୍ତ୍ତମାନ ଯେତେବେଳେ କି ରାସ୍ତା ମିଳିଛି, ତେଣୁ ପରସ୍ପରର କଲ୍ୟାଣ କରିବାକୁ ହେବ । ମନ ହେଉଛି ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କର ବର୍ସା ପ୍ରାପ୍ତ କରାଇବୁ, ରୁହାନୀ ସେବା କରିବୁ । ସମସ୍ତେ ପରସ୍ପରର ସେବା କରୁଛନ୍ତି ।

ବାବା ଆସି ରୁହାନୀ ସେବା ଶିଖାଉଛନ୍ତି ଆଉ କେହି ବି ରୁହାନୀ ସେବା ଜାଣି ନାହାଁନ୍ତି । ରୁହାନୀ ବାବା ହିଁ ଆତ୍ମାମାନଙ୍କର ସେବା କରୁଛନ୍ତି । ଶାରୀରିକ ସେବା ତ ଜନ୍ମ-ଜନ୍ମାନ୍ତର ବହୁତ କରିଛ, ଏବେ ଅନ୍ତିମ ଜନ୍ମରେ ରୁହାନୀ ସେବା କରିବାକୁ ହେବ, ଯାହା ବାବା ହିଁ ଶିଖାଉଛନ୍ତି । ଏଥିରେ ହିଁ କଲ୍ୟାଣ ରହିଛି ଆଉ କେଉଁଥିରେ ଫାଇଦା ନାହିଁ । ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ସମ୍ପର୍କ ରକ୍ଷା କରିବାକୁ ହେବ । ତାଙ୍କୁ ମଧ୍ୟ ଏହି କଥା ବୁଝାଇ ତାଙ୍କର କଲ୍ୟାଣ କରିବାକୁ ହେବ । ଯଦି ପ୍ରୀତି ଥିବ ତେବେ କିଛି ଶୁଣିବେ । କେହି କେହି ତ ଡରୁଛନ୍ତି, ଜଣାନାହିଁ ଆମକୁ ମଧ୍ୟ ସନ୍ନ୍ୟାସ କରିବାକୁ ପଡିବ । ଆଜିକାଲି ତ ବହୁତ ସନ୍ନ୍ୟାସୀ ଅଛନ୍ତି ନା । କୌପିନୀ ପିନ୍ଧି ଦେଲେ ଦୁଇ ଅକ୍ଷର ଶୁଣାଇଦେଲେ, କେଉଁଠୁ ନା କେଉଁଠୁ ଖାଇବାକୁ ତ ମିଳିଯାଉଛି । କୌଣସି ଦୋକାନକୁ ଗଲେ ଦୁଇଟି ପୁରୀ ଦେଇ ଦେବେ । ପୁଣି ଅନ୍ୟ କାହା ପାଖକୁ ଗଲେ, ଏହିପରି ଭାବେ ତାଙ୍କର ପେଟ ପୂଜା ହୋଇଯାଏ । ଭିକାରୀ ମଧ୍ୟ ଅନେକ ପ୍ରକାରର ରହିଛନ୍ତି । ଏହି ବାବାଙ୍କଠାରୁ ତ ଗୋଟିଏ ପ୍ରକାରର ସମ୍ପତ୍ତି ମିଳୁଛି । ବେହଦର ବାଦଶାହୀ ମିଳୁଛି, ସଦା ନିରୋଗୀ ହେଉଛନ୍ତି । ସାହୁକାର ମୁସକିଲରେ ଧାରଣ କରୁଛନ୍ତି । ଗରୀବମାନଙ୍କର ମଧ୍ୟ କଲ୍ୟାଣ କରିବା ଉଚିତ୍ । ବାବା ବହୁତ ପ୍ରଦର୍ଶନୀ କରାଉଛନ୍ତି କାହିଁକି ନା ଅନେକ ଗାଁ ରହିଛି ନା । ମିନିଷ୍ଟରମାନେ ଯଦି ଏହି ଜ୍ଞାନକୁ ଭଲ ବୋଲି ବୁଝିବେ ତେବେ ସମସ୍ତେ ଶୁଣିବାରେ ଲାଗି ପଡିବେ । ହଁ, ଆଗକୁ ଗଲେ ତୁମର ନାମ ବିଖ୍ୟାତ ହେବ, ପୁଣି ବହୁତ ଆସିବେ । ପାପ କଟିବାରେ ସମୟ ଲାଗୁଛି । ରାତି-ଦିନ କେହି ଯୋଗଯୁକ୍ତ ହୋଇ ରହିଲେ ପାପ କଟିଯାଇପାରେ । ଆତ୍ମା ପବିତ୍ର ହୋଇଗଲେ, ପୁଣି ଏହି ଶରୀର ମଧ୍ୟ ତ୍ୟାଗ କରିବ । ଏ ସବୁ ବୁଝିବାର କଥା । ପ୍ରଦର୍ଶନୀରେ ମଧ୍ୟ ବୁଝାଇବାକୁ ହେବ । ମୁଖ୍ୟ ହେଉଛି ସାରା ଭାରତର କଥା । ଭାରତର ଭାଗ୍ୟ ଉଦୟ ହେଲେ ସମସ୍ତଙ୍କର ଉଦୟ ହୋଇଯିବ । ପ୍ରୋଜେକ୍ଟର ଠାରୁ ମଧ୍ୟ ପ୍ରଦର୍ଶନୀରେ ଅଧିକ ସେବା ହୋଇପାରିବ । ଧିରେ-ଧିରେ ବୃଦ୍ଧି ହୋଇ ଚାଲିବ । ଦିନକୁ ଦିନ ତୁମର ନାମ ବିଖ୍ୟତ ହୋଇଯିବ । ଏହା ମଧ୍ୟ ଲେଖିବା ଉଚିତ ଯେ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା । ଏହା ତ ବହୁତ ବିଚିତ୍ର କଥା । ବାବା ଈଶାରା ଦେଉଛନ୍ତି । କିନ୍ତୁ ପିଲାମାନେ ବହୁତ କଥା ଭୁଲି ଯାଉଛନ୍ତି । କିଛି ବି ହେଲେ କହିଦେଉଛନ୍ତି ଆଜିଠାରୁ ୫ ହଜାର ବର୍ଷ ପୂର୍ବେ ମଧ୍ୟ ଏହିପରି ହୋଇଥିଲା । ଏହା ତ ବହୁତ ସ୍ପଷ୍ଟ କଥା । କିନ୍ତୁ ଏକଥା କାହାରି ବୁଦ୍ଧିରେ ରହିଲେ ହେଲା । ଯଦି ଖବରକାଗଜରେ ବାହାର କରିପାରିବ ତେବେ କିଛି ତ ବୁଝିପାରିବେ । ଜ୍ଞାନମାର୍ଗରେ ବହୁତ ଫାଷ୍ଟକ୍ଲାସ ଅବସ୍ଥା ଦରକାର । ଏହିପରି କଥାକୁ ମନେ ପକାଇ ହର୍ଷିତ ହୋଇ ରହିବାକୁ ପଡିଥାଏ । ଅଭ୍ୟାସ ହୋଇ ଗଲେ, ଅବସ୍ଥା ବହୁତ ଖୁସମିଜାଜ ହୋଇଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଅନ୍ୟ ସମସ୍ତଙ୍କଠାରୁ ବୁଦ୍ଧିର ସଙ୍ଗ ତୁଟାଇ ଏକ ବାବାଙ୍କ ସହିତ ଯୋଡିବା ଉଚିତ୍ ଏବଂ ସମସ୍ତଙ୍କର ପ୍ରୀତି ଏକମାତ୍ର ବାବାଙ୍କ ସହ ଯୋଡିବାର ସେବା କରିବା ଉଚିତ୍ ।

(୨) ସତ୍ୟ-ସତ୍ୟ ରୁହାନୀ ଈଶ୍ୱରୀୟ ସହଯୋଗୀ ହେବାକୁ ପଡିବ । ନିଜର କଲ୍ୟାଣ କରି ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇବାକୁ ହେବ । ଅବସ୍ଥା ବହୁତ ଖୁସମିଜାଜ କରିବାକୁ ହେବ ।

ବରଦାନ:-
ନିଜର ଶ୍ରେଷ୍ଠ ବ୍ୟବହାର ଦ୍ୱାରା ସର୍ବ ଆତ୍ମାଙ୍କୁ ସୁଖ ଦେଉଥିବା ମହାନ ଆତ୍ମା ଭବ ।

ଯେଉଁମାନେ ମହାନ ଆତ୍ମା ଅଟନ୍ତି ସେମାନଙ୍କର ପ୍ରତ୍ୟେକ ବ୍ୟବହାର ଦ୍ୱାରା ସର୍ବ ଆତ୍ମାମାନଙ୍କୁ ସୁଖର ଦାନ ମିଳିଥାଏ । ସେମାନେ ସର୍ବଦା ସୁଖ ଦେଇଥାଆନ୍ତି ଏବଂ ସୁଖ ନେଇଥାଆନ୍ତି । ତେଣୁ ଚେକ୍ କର ଯେ ମହାନ ଆତ୍ମାର ଲକ୍ଷଣ ହିସାବରେ ସାରା ଦିନ ସମସ୍ତଙ୍କୁ ସୁଖ ଦେଇଛି ତ, ପୂଣ୍ୟର କାମ କରିଛି ତ? ପୂଣ୍ୟର ଅର୍ଥ ହେଲା କାହାକୁ ଏଭଳି ଜିନିଷ ହେବା ଯାହା ଦ୍ୱାରା ସେହି ଆତ୍ମାଠାରୁ ଆଶୀର୍ବାଦ ବାହାରିବ । ତେଣୁ ଚେକ୍ କର ଯେ ସବୁ ଆତ୍ମାଙ୍କଠାରୁ ମୋତେ ଆଶୀର୍ବାଦ ମିଳୁଛି ତ? କାହାକୁ ବି ଦୁଃଖ ଦେବା ବା ନେବା ହୋଇନାହିଁ ତ! ତେବେ କୁହାଯିବ ମହାନ ଆତ୍ମା ।

ସ୍ଲୋଗାନ:-
କରିସାରିବା ପରେ ଭାବିବା ହିଁ ପଶ୍ଚାତାପର ରୂପ ଅଟେ ।

ଅବ୍ୟକ୍ତ ଈଶାରା:- ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।

ସଂସ୍କାର ବା ନେଚର ତ ସମସ୍ତଙ୍କର ଅଲଗା ଅଲଗା ଅଟେ କିନ୍ତୁ ସମସ୍ତଙ୍କର ସ୍ନେହୀ ବା ସବୁ କଥାରେ ବିଜୟୀ ଅର୍ଥାତ୍ ସମ୍ବନ୍ଧରେ ସଫଳତା, ମାନସୀକ ସ୍ଥିତିରେ ବିଜୟୀ ଏବଂ ବାଣୀରେ ମଧୁରତା ସେତେବେଳେ ଆସିପାରିବ ଯେତେବେଳେ ତୁମର ସ୍ୱଭାବ ସରଳ ହୋଇଯିବ । ତେବେ ସରଳ ସ୍ୱଭାବର ଅର୍ଥ ହେଲା ଯେପରି ସମୟ, ଯେପରି ବ୍ୟକ୍ତି, ଯେପରି ପରିସ୍ଥିତି ତା’କୁ ପରଖି ନେଇ ନିଜକୁ ସରଳ କରିଦେବା । ତେଣୁ ସରଳ ସ୍ୱଭାବ ଅର୍ଥାତ୍ ମେଳାପି ବା ସବୁ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ନେଉଥିବା । ସରଳର ଅର୍ଥ ଅବହେଳାପଣିଆ ନୁହେଁ ।