20.05.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ନିଜେ ନିଜକୁ ପଚାର ଯେ ମୁଁ କେତେ ସମୟ ବାବାଙ୍କ ସ୍ମୃତିରେ ରହୁଛି, ଦେହୀ-ଅଭିମାନୀ ସ୍ଥିତି କେତେ ସମୟ ରହୁଛି?”

ପ୍ରଶ୍ନ:-
ଭାଗ୍ୟବାନ ସନ୍ତାନମାନେ ହିଁ ବାବାଙ୍କର କେଉଁ ନିର୍ଦ୍ଦେଶକୁ ପାଳନ କରିଥାନ୍ତି?

ଉତ୍ତର:-
ବାବାଙ୍କର ନିର୍ଦ୍ଦେଶ ହେଉଛି - ମଧୁର ସନ୍ତାନମାନେ, ଆତ୍ମ-ଅଭିମାନୀ ହୁଅ । ତୁମେ ସବୁ ଆତ୍ମାମାନେ ମେଲ ଅର୍ଥାତ୍ ପୁରୁଷ ଅଟ, ଫିମେଲ ନୁହଁ । ଆତ୍ମାରେ ହିଁ ସମସ୍ତ ପାର୍ଟ ଭରି ରହିଛି । ବର୍ତ୍ତମାନ ଏହି ମେହନତ ବା ଅଭ୍ୟାସ କର ଯେ ମୁଁ କିପରି ଦେହୀ-ଅଭିମାନୀ ସ୍ଥିତିରେ ରହିବି । ଏହା ହିଁ ସବୁଠାରୁ ଉଚ୍ଚ ଲକ୍ଷ୍ୟ ଅଟେ ।

ଗୀତ:-
ତକଦୀର ଜଗାକର ଆୟି ହୁଁ...

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ । ଆତ୍ମିକ ସନ୍ତାନ ଅର୍ଥାତ୍ ଜୀବ ଆତ୍ମାମାନେ କହୁଛନ୍ତି ଯେ ଆମେ ନୂଆ ଦୁନିଆର ଭାଗ୍ୟ ଅର୍ଥାତ୍ ସ୍ୱର୍ଗର ଭାଗ୍ୟ ଗଢିବା ପାଇଁ ଆତ୍ମିକ ପିତାଙ୍କ ପାଖରେ ବସିଛୁ । ଏବେ ପିଲାମାନଙ୍କୁ ଆତ୍ମ-ଅଭିମାନୀ ହେବାକୁ ପଡିବ । ଏହା ସବୁଠାରୁ ବଡ ମେହନତ । ନିଜକୁ ଆତ୍ମା ଭାବିବା ସହ ବୁଦ୍ଧିରେ ରଖ ଯେ ମୁଁ ଆତ୍ମା ୮୪ ଜନ୍ମ ନେଇଛି । କେବେ ବାରିଷ୍ଟର, କେବେ କ’ଣ କେବେ କ’ଣ ହୋଇଛି । ଆତ୍ମା ହେଉଛି ପୁରୁଷ, ତେଣୁ ସମସ୍ତେ ଭାଇ-ଭାଇ ଅଟନ୍ତି, ଭଉଣୀ ନୁହନ୍ତିଁ । ଆତ୍ମା କହୁଛି ଏହା ମୋର ଶରୀର ଅଟେ, ସେହି ହିସାବରେ ଆତ୍ମା ପୁରୁଷ ହୋଇଗଲା, ଏହି ଶରୀର ସ୍ତ୍ରୀ ହୋଇଗଲା । ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝିବାକୁ ହେବ । ବାବା ଆମର ବୁଦ୍ଧିକୁ ବହୁତ ବିଶାଳ, ତୀକ୍ଷ୍ମ କରାଉଛନ୍ତି । ଏବେ ତୁମେ ଜାଣୁଛ - ମୁଁ ଆତ୍ମା ୮୪ ଜନ୍ମ ନେଇଛି । ଆତ୍ମାରେ ଭଲ ଅଥବା ମନ୍ଦ ସଂସ୍କାର ରହିଥାଏ । ସଂସ୍କାର ଅନୁସାରେ ସେହିପରି ଶରୀର ମଧ୍ୟ ମିଳିଥାଏ । ସବୁ କିଛି ଆତ୍ମା ଉପରେ ଆଧାରିତ । ଏହା ବହୁତ ବଡ ମେହନତ । ତୁମେ ଜନ୍ମ-ଜନ୍ମାନ୍ତର ଲୌକିକ ପିତାଙ୍କୁ ମନେ ପକାଇ ଆସିଛ ଏବେ ପାରଲୌକିକ ପିତାଙ୍କୁ ମନେ ପକାଇବାକୁ ହେବ । ନିଜକୁ ପ୍ରତ୍ୟେକ ମୂହୁର୍ତ୍ତରେ ଆତ୍ମା ଭାବିବାକୁ ହେବ । ମୁଁ ଆତ୍ମା ଏହି ଶରୀର ଧାରଣ କରିଛି । ବର୍ତ୍ତମାନ ଆମ ଆତ୍ମାମାନଙ୍କୁ ବାବା ପାଠ ପଢାଉଛନ୍ତି । ଏହି ରୁହାନୀ ଜ୍ଞାନ, ରୁହାନୀ ବାବା ହିଁ ଦେଉଛନ୍ତି । ପ୍ରଥମ ମୁଖ୍ୟ କଥା ହେଲା ପିଲାମାନଙ୍କୁ ଦେହୀ-ଅଭିମାନୀ ହୋଇ ରହିବାକୁ ହେବ । ଦେହୀ ଅଭିମାନୀ ହୋଇ ରହିବା ହିଁ ବହୁତ ଶ୍ରେଷ୍ଠ ଲକ୍ଷ୍ୟ ଅଟେ । ଜ୍ଞାନ ଶ୍ରେଷ୍ଠ ନୁହେଁ କାରଣ ଜ୍ଞାନରେ କୌଣସି ମେହନତ ନାହିଁ । ସୃଷ୍ଟିଚକ୍ରକୁ ଜାଣିବା - ଏହା ହେଉଛି ଇତିହାସ-ଭୂଗୋଳ । ସର୍ବୋଚ୍ଚ ହେଉଛନ୍ତି ବାବା, ପୁଣି ସୂକ୍ଷ୍ମବତନର ଦେବତାମାନେ ଅଛନ୍ତି । ବିଶ୍ୱର ଇତିହାସ-ଭୂଗୋଳ ତ ମନୁଷ୍ୟ ସୃଷ୍ଟିରେ ରହିଛି । ମୂଳବତନ, ସୂକ୍ଷ୍ମବତନରେ କୌଣସି ଇତିହାସ-ଭୂଗୋଳ ନାହିଁ । ତାହା ହେଉଛି ଶାନ୍ତିଧାମ । ସତ୍ୟଯୁଗ ହେଉଛି ସୁଖଧାମ, କଳିଯୁଗ ହେଉଛି ଦୁଃଖଧାମ । ଏହି ରାବଣ ରାଜ୍ୟରେ କାହାକୁ ଶାନ୍ତି ମିଳିପାରିବ ନାହିଁ । ଏବେ ତୁମକୁ ଜ୍ଞାନ ମିଳୁଛି - ଆମେ ଆତ୍ମା ଶାନ୍ତିଧାମର ନିବାସୀ ଅଟୁ । କର୍ମ କରିବା ପାଇଁ ଏହି କର୍ମେନ୍ଦ୍ରିୟ ମିଳିଛି । କର୍ମ କର ଅଥବା ନ କର । ଆମେ ତ’ ଆତ୍ମା ଅଟୁ, ଆମର ସ୍ୱଧର୍ମ ହେଉଛି ଶାନ୍ତି । ତୁମେ କର୍ମଯୋଗୀ ଅଟ ନା । କର୍ମ ମଧ୍ୟ ନିଶ୍ଚୟ କରିବାକୁ ହେବ । କର୍ମ ସନ୍ନ୍ୟାସ ତ କେବେ ହୋଇପାରିବ ନାହିଁ । ଏହା ସନ୍ନ୍ୟାସୀମାନଙ୍କର କର୍ତ୍ତବ୍ୟ । ଘରଦ୍ୱାର ଛାଡି ଯାଉଛନ୍ତି, ଖାଦ୍ୟ ରାନ୍ଧୁ ନାହାଁନ୍ତି, ଗୃହସ୍ଥିଙ୍କଠାରୁ ଭିକ୍ଷା କରି ଗୃହସ୍ଥିଙ୍କ ପାଖରେ ହିଁ ଖାଉଛନ୍ତି ନା । ଘରଦ୍ୱାର ଛାଡି, ତଥାପି କର୍ମ ତ କରୁଛନ୍ତି ନା । କର୍ମ-ସନ୍ନ୍ୟାସ ତ ହୋଇପାରିବ ନାହିଁ । ଆତ୍ମା ଶାନ୍ତିଧାମରେ ରହିଲେ କର୍ମ-ସନ୍ନ୍ୟାସ ହେବ । ସେଠାରେ କର୍ମେନ୍ଦ୍ରିୟ ହିଁ ନାହିଁ, ତେବେ କର୍ମ କିପରି କରିବ, ଏହାକୁ କର୍ମକ୍ଷେତ୍ର କୁହାଯାଉଛି । କର୍ମକ୍ଷେତ୍ରକୁ ସମସ୍ତଙ୍କୁ ଆସିବାକୁ ହିଁ ପଡୁଛି । ତାହା ହେଲା ଶାନ୍ତିଧାମ ଅଥବା ମୂଳବତନ । ଏପରି ନୁହେଁ ଯେ ବ୍ରହ୍ମରେ ଆତ୍ମାକୁ ଲୀନ ହେବାକୁ ପଡିବ । ଆତ୍ମାମାନେ ଶାନ୍ତିଧାମର ବାସିନ୍ଦା ଅଟନ୍ତି ପୁଣି କର୍ମକ୍ଷେତ୍ରକୁ ଅଭିନୟ କରିବାକୁ ଆସୁଛନ୍ତି । ଏହା ବିସ୍ତାରର କଥା । ସାରାଂଶରେ ତ କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ସ୍ମରଣ କଲେ ବିକର୍ମ ବିନାଶ ହୋଇଯିବ । ଏହାକୁ ହିଁ ଭାରତର ପ୍ରାଚୀନ ଯୋଗ କୁହାଯାଉଛି । ବାସ୍ତବରେ ଏହାକୁ ଯୋଗ ନୁହେଁ, ୟାଦ କହିବା ଦରକାର, ଏଥିରେ ହିଁ ମେହନତ ରହିଛି । ଯୋଗୀ ବହୁତ କମ୍ ହୋଇଥା’ନ୍ତି । ପ୍ରଥମେ ଯୋଗର ଶିକ୍ଷା ଆବଶ୍ୟକ, ପରେ ଜ୍ଞାନ । ପ୍ରଥମେ ପ୍ରଥମେ ହେଉଛି ବାବାଙ୍କର ସ୍ମୃତି ।

ବାବା କହୁଛନ୍ତି ଦେହୀ-ଅଭିମାନୀ ହୁଅ, ଏହା ହେଉଛି ରୁହାନୀ ଯୋଗର ଯାତ୍ରା । ଜ୍ଞାନର ଯାତ୍ରା ନୁହେଁ, ଏଥିରେ ବହୁତ ମେହନତ କରିବାକୁ ପଡିବ । କେହି ତ ଭଲେ ନିଜକୁ ବ୍ରହ୍ମାକୁମାର-କୁମାରୀ କହୁଛନ୍ତି କିନ୍ତୁ ବାବାଙ୍କୁ ମନେ ପକାଉ ନାହାଁନ୍ତି । ବାବା ଆସି ବ୍ରହ୍ମାଙ୍କ ଦ୍ୱାରା ତୁମକୁ ଦେହୀ-ଅଭିମାନୀ କରାଉଛନ୍ତି । ଇଏ ମଧ୍ୟ ଦେହ-ଅଭିମାନୀ ଥିଲେ । ଏବେ ଦେହୀ-ଅଭିମାନୀ ହେବାର ପୁରୁଷାର୍ଥ କରୁଛନ୍ତି । ବ୍ରହ୍ମା ଭଗବାନ ନୁହଁନ୍ତି । ଏଠାରେ ତ ସବୁ ମନୁଷ୍ୟ ମାତ୍ରକେ ପତିତ ଅଟନ୍ତି । ଜଣେ ହେଲେ ବି ପାବନ ଶ୍ରେଷ୍ଠାଚାରୀ ନାହାଁନ୍ତି । ଆତ୍ମାକୁ ପୁଣ୍ୟ ଆତ୍ମା ଓ ପାପ ଆତ୍ମା କୁହାଯାଏ । ମନୁଷ୍ୟ ମଧ୍ୟ କହନ୍ତି ମୋ ଆତ୍ମାକୁ ହଇରାଣ କର ନାହିଁ । କିନ୍ତୁ ବୁଝୁ ନାହାଁନ୍ତି ଯେ ମୁଁ କିଏ? ପଚରାଯାଉଛି - ହେ ଜୀବାତ୍ମା, ତୁମେ କେଉଁ ଧନ୍ଦା କରୁଛ? କହନ୍ତି ମୁଁ ଆତ୍ମା ଏହି ଶରୀର ଦ୍ୱାରା ଅମୁକ ଧନ୍ଦା କରୁଛି । ତେଣୁ ପ୍ରଥମେ ଏହି ନିଶ୍ଚୟ କରି ବାବାଙ୍କୁ ମନେ ପକାଅ । ଏହି ଆତ୍ମିକ ଜ୍ଞାନ ବାବାଙ୍କ ବିନା କେହି ଦେଇପାରିବେ ନାହିଁ । ବାବା ଆସି ଦେହୀ-ଅଭିମାନୀ କରାଉଛନ୍ତି । ଏପରି ନୁହେଁ ଯେ ଜ୍ଞାନରେ କେହି ତୀକ୍ଷ୍ମ ହେଲେ ସେ ପକ୍କା ଦେହୀ-ଅଭିମାନୀ ହୋଇଯିବେ । ଯିଏ ଦେହୀ-ଅଭିମାନୀ ଅଟନ୍ତି, ସେ ଜ୍ଞାନକୁ ଭଲ ଭାବରେ ଧାରଣ କରିଥାନ୍ତି । ନଚେତ୍ ବହୁତ ଅଛନ୍ତି ଯେଉଁମାନେ ଜ୍ଞାନକୁ ଭଲ ଭାବରେ ବୁଝିଲେ ମଧ୍ୟ ଶିବବାବାଙ୍କୁ ଭୁଲି ଯାଉଛନ୍ତି । ଘଡିକୁ ଘଡି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବା ଉଚିତ୍‌, ଏଥିରେ ଜିନ୍ ସଦୃଶ ହେବାକୁ ପଡିବ । ଜିନ୍‌ର କାହାଣୀ ରହିଛି । ବାବା ମଧ୍ୟ ଏହି କାମ ଦେଉଛନ୍ତି - ମୋତେ ମନେ ପକାଅ, ନଚେତ୍ ମାୟା ତୁମକୁ ଖାଇଯିବ । ମାୟା ହେଉଛି ଜିନ୍ । ଯେତେ ବାବାଙ୍କୁ ମନେ ପକାଇବ ସେତେ ବିକର୍ମ ବିନାଶ ହେବ ଏବଂ ତୁମ ମଧ୍ୟରେ ବହୁତ ଆକର୍ଷଣ ରହିବ । ମାୟା ତୁମକୁ ଓଲଟା କରାଇ ତୁମ ଦ୍ୱାରା ବିକର୍ମ କରାଇ ବହୁତ ବିଘ୍ନ ସୃଷ୍ଟି କରିବ । ବୁଦ୍ଧିରେ ଏହା ମନେ ରହୁ ଯେ ଆମେ ଆତ୍ମା ବାବାଙ୍କର ସନ୍ତାନ । ବାସ୍ ଏହି ଖୁସିରେ ରହିବାକୁ ହେବ ।

ଦେହ-ଅଭିମାନରେ ଆସିବା ଦ୍ୱାରା ମାୟା ଚାପୁଡା ଲଗାଉଛି । ହାତ ମତାଇର ଖେଳ ମଧ୍ୟ ଦେଖାଉଛନ୍ତି । ପାଟିରେ ମୁହଲରା (ଲୁହାମୋହର) ପକାଇବା ଦ୍ୱାରା ଅଦୃଶ୍ୟ ହୋଇଯାଇଥାଆନ୍ତି । ଯଦି ବାବାଙ୍କ ସ୍ମୃତିରେ ରହିବ ତେବେ ତୁମକୁ ମଧ୍ୟ ମାୟା ହଇରାଣ କରିବ ନାହିଁ । ଏହି ବିଷୟରେ ହିଁ ଯୁଦ୍ଧ ଚାଲୁଛି । ତୁମେ ବାବାଙ୍କ ସ୍ମୃତିରେ ରହିବା ପାଇଁ ପୁରୁଷାର୍ଥ କରୁଛ କିନ୍ତୁ ମାୟା ଏପରି ନାକରୁ ଧରୁଛି ଯାହାକି ସ୍ମୃତିରେ ରହିବାକୁ ଦେଉ ନାହିଁ, ତେଣୁ ତୁମେ ବିରକ୍ତ ହୋଇ ଯୋଗ ସମୟରେ ଶୋଇଯାଉଛ । ଏହିପରି ମାୟା ସହିତ ଯୁଦ୍ଧ ଚାଲିବ । ବାକି ବିଶ୍ୱର ଇତିହାସ-ଭୂଗୋଳ ତ ବହୁତ ସହଜ । ତୁମକୁ ଘଡିକୁ ଘଡି କୁହାଯାଉଛି ସର୍ବଦା ଭାବ ଏବେ ଆମର ୮୪ ଜନ୍ମ ପୂରା ହେଲା, ଏବେ ଆମେ ବାବାଙ୍କ ସହିତ ମିଶିବାକୁ ଯାଉଛୁ । ଏହା ସ୍ମୃତିରେ ରହିବା ମଧ୍ୟ ମୁସ୍‌କିଲ୍ । ବାକି କାହାକୁ ବୁଝାଇବା କୌଣସି ମୁସକିଲ୍ ନୁହେଁ । ଏପରି ନୁହେଁ ଆମେ ବହୁତ ଭଲ ବୁଝାଉଛୁ । ନା, ପ୍ରଥମ କଥା ହେଉଛି ବାବାଙ୍କର ସ୍ମୃତି । ପ୍ରଦର୍ଶନୀକୁ ଢେର ଆସୁଛନ୍ତି । ପ୍ରଥମେ ଏହି ପାଠ ଶିଖାଇବାକୁ ହେବ ଯେ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଇଲେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବ । ପ୍ରଥମ ପାଠ ଏହା ହିଁ ପଢାଇବାକୁ ପଡିବ । ଭାରତର ପ୍ରାଚୀନ ଯୋଗ କେହି ଶିଖାଇ ପାରିବେ ନାହିଁ । ଯେବେ ବାବା ଆସି ଶିଖାଇବେ ତେବେ ଶିଖିପାରିବେ । ମନୁଷ୍ୟ, ମନୁଷ୍ୟକୁ ରାଜଯୋଗ ଶିଖାଇପାରିବେ ନାହିଁ, ଏହା ଅସମ୍ଭବ । ସତ୍ୟଯୁଗରେ ସମସ୍ତେ ପବିତ୍ର ଅଟନ୍ତି, ସେଠାରେ ତ ପ୍ରାରବ୍ଧ ଭୋଗୁଛନ୍ତି । ସେଠାରେ ଜ୍ଞାନ-ଅଜ୍ଞାନର କଥା ହିଁ ନାହିଁ । ଭକ୍ତିମାର୍ଗରେ ହିଁ ବାବାଙ୍କୁ ଡାକୁଛନ୍ତି ଆସି ଦୁଃଖ ହରଣ କରି ସୁଖ ଦିଅ । ସତ୍ୟଯୁଗ ତ୍ରେତାରେ କୌଣସି ଗୁରୁ ଗୋସାଇଁ ରହିବେ ନାହିଁ । ସେଠାରେ ସମସ୍ତେ ସଦ୍‌ଗତି ପାଇଥିବେ । ସଦ୍‌ଗତିର ସମ୍ପତ୍ତି ତୁମେ ୨୧ ଜନ୍ମ ପାଇଁ ପାଇପାରିବ । ୨୧ ପିଢିର ବୋଲି କହିଥା’ନ୍ତି । ବ୍ରହ୍ମାକୁମାରୀ ସିଏ ଯିଏ ୨୧ ପିଢିର ଉଦ୍ଧାର କରେ । ଭାରତରେ ହିଁ ଏହାର ଗାୟନ ରହିଛି । ଭାରତରେ ହିଁ ତୁମକୁ ୨୧ ପିଢିର ସମ୍ପତ୍ତି ମିଳୁଛି । ସେଠାରେ ତୁମେ ଏକମାତ୍ର ଦେବୀ-ଦେବତା ଧର୍ମାବଲମ୍ବୀମାନେ ରହିବ, ଅନ୍ୟ କୌଣସି ଧର୍ମ ରହିବ ନାହିଁ । ବାବା ଆସି ତୁମକୁ ମନୁଷ୍ୟରୁ ଦେବତା କରାଉଛନ୍ତି । ପବିତ୍ର ହେବା ବିନା ଆମେ ଫେରି ଯାଇପାରିବା ନାହିଁ । ଏଠାରେ ତ ସମସ୍ତେ ବିକାରୀ ପତିତ ଅଟନ୍ତି । ଯେଉଁ ଧର୍ମସ୍ଥାପକ ଅଛନ୍ତି, ସେମାନେ ପାଳନା କରୁଥିବାରୁ ତାଙ୍କ ଧର୍ମର ବୃଦ୍ଧି ହୋଇ ଚାଲିଛି । କେହି ହେଲେ ଘରକୁ ଯାଇପାରିବେ ନାହିଁ । ଜଣେ ହେଲେ ଅଭିନେତା ଫେରି ଯାଇପାରିବେ ନାହିଁ । ସମସ୍ତଙ୍କୁ ସତ୍ତ୍ୱପ୍ରଧାନ, ସତ୍ତ୍ୱ-ରଜୋ-ତମୋରେ ଆସିବାକୁ ହିଁ ପଡିବ । ବ୍ରହ୍ମାଙ୍କ ନିମନ୍ତେ କୁହାଯାଉଛି ବ୍ରହ୍ମାଙ୍କର ଦିନ ଓ ବ୍ରହ୍ମାଙ୍କର ରାତି । ତେବେ କ’ଣ ସୃଷ୍ଟିରେ ଏକମାତ୍ର ବ୍ରହ୍ମା ରହିବେ? ଏବେ ତୁମେ ବ୍ରାହ୍ମଣ କୁଳର ହେଉଛ । ତୁମେ ରାତିରେ ଥିଲ, ଏବେ ଦିନକୁ ଯାଉଛ ।

ତୁମକୁ ବୁଝାଯାଇଛି ଯେ କେତେ ଜନ୍ମ ପୂଜ୍ୟ ଏବଂ କେତେ ଜନ୍ମ ପୂଜାରୀ ହେଉଛ । ବାବା ନ ଆସିବା ପର୍ଯ୍ୟନ୍ତ କେହି ଭ୍ରଷ୍ଟାଚାରୀରୁ ଶ୍ରେଷ୍ଠାଚାରୀ ହୋଇପାରିବେ ନାହିଁ । ସେହିମାନଙ୍କୁ ଭ୍ରଷ୍ଟାଚାରୀ କୁହାଯାଏ - ଯିଏ ବିକାର ଦ୍ୱାରା ଜନ୍ମ ହୋଇଥା’ନ୍ତି ସେଥିପାଇଁ ଏହାକୁ ନର୍କ କୁହାଯାଉଛି । ଯଦି ନର୍କ ଓ ସ୍ୱର୍ଗ ଉଭୟରେ ଦୁଃଖ ମିଳିବ ତେବେ ତାହାକୁ ସ୍ୱର୍ଗ ହିଁ କୁହାଯିବ ନାହିଁ । ସମ୍ପୂର୍ଣ୍ଣ ଜ୍ଞାନ ନ ବୁଝିବା ପର୍ଯ୍ୟନ୍ତ ଓଲଟା-ସିଧା ପ୍ରଶ୍ନ କରିବେ । ତୁମକୁ ବୁଝାଇବାକୁ ହେବ ଯେ ଭାରତ ବହୁତ ଶ୍ରେଷ୍ଠ ଥିଲା । ଯେପରି ଈଶ୍ୱରଙ୍କ ମହିମା ଅପରମଅପାର ଅଟେ, ସେହିପରି ଭାରତର ମହିମା ମଧ୍ୟ ଅପରମଅପାର ଅଟେ । ଭାରତ କ’ଣ ଥିଲା, ଏପରି କିଏ କରିଥିଲେ? ବାବା, ଯାହାଙ୍କର ମହିମା ଗାନ କରୁଛନ୍ତି । ବାବା ହିଁ ଆସି ପିଲାମାନଙ୍କୁ ବିଶ୍ୱର ମାଲିକ କରାଉଛନ୍ତି, ମନୁଷ୍ୟଙ୍କୁ ଦୁର୍ଗତିରୁ ସଦ୍‌ଗତିକୁ ନେଇଯାଉଛନ୍ତି । ଶାନ୍ତିଧାମକୁ ନେଇଯାଉଛନ୍ତି, ଯେଉଁଠିକୁ ଯିବା ପାଇଁ ହିଁ ମନୁଷ୍ୟ ପୁରୁଷାର୍ଥ କରୁଛନ୍ତି । ତାହାକୁ (ସତ୍ୟଯୁଗକୁ) ଅଟଳ ସୁଖ, ଶାନ୍ତି, ପବିତ୍ରତା କୁହାଯାଉଛି । ସେଠାରେ ତୁମେ ସୁଖ ଓ ଶାନ୍ତିରେ ରହିବ ବାକି ଆତ୍ମାମାନେ ଶାନ୍ତିରେ ରହିବେ । ତୁମେ ସର୍ବାଧିକ ଜନ୍ମ ନେଉଛ । ବାକି କମ୍ ଜନ୍ମ ନେଉଥିବା ଆତ୍ମାମାନେ ପରମଧାମରେ ଶାନ୍ତିରେ ରହିଥା’ନ୍ତି । ସେମାନେ ଯେପରି ମଶା ମାଛି ସଦୃଶ ଆସି, ଗୋଟେ ଅଧେ ଜନ୍ମ ଅଭିନୟ କରିବେ, ଏହା କ’ଣ? ତାଙ୍କର କୌଣସି ମୂଲ୍ୟ ହିଁ ନାହିଁ । ମଶାଙ୍କର କି ମୂଲ୍ୟ ଅଛି । ରାତିରେ ଜନ୍ମ ହୋଇ, ରାତିରେ ହିଁ ମରିଯାଆନ୍ତି । ବର୍ତ୍ତମାନ ସମସ୍ତେ ଶାନ୍ତି ହିଁ ଚାହୁଁଛନ୍ତି କାହିଁକି ନା ବର୍ତ୍ତମାନର ଗୁରୁମାନେ ଶାନ୍ତିଧାମ ଯିବାକୁ ପ୍ରୟାସ କରୁଛନ୍ତି ।

ତୁମେ ଏଠାକୁ ସ୍ୱର୍ଗବାସୀ ହେବା ପାଇଁ ଆସିଛ । ସ୍ୱର୍ଗବାସୀକୁ ଶାନ୍ତିବାସୀ କୁହାଯିବ ନାହିଁ । ଶାନ୍ତିଧାମ ନିରାକାରୀ ଦୁନିଆକୁ କୁହାଯାଉଛି । ଗୁରୁମାନଙ୍କଠାରୁ ହିଁ ମୁକ୍ତି ଅକ୍ଷର ଶିଖିଛନ୍ତି । ମାତାମାନେ ବୈକୁଣ୍ଠ ପୁରୀକୁ ଯିବା ପାଇଁ ବ୍ରତ ରଖିଥାନ୍ତି । କେହି ମଲେ କହନ୍ତି - ସ୍ୱର୍ଗବାସୀ ହେଲା । କିନ୍ତୁ ସ୍ୱର୍ଗବାସୀ କେହି ବି ହେଉ ନାହାଁନ୍ତି କିନ୍ତୁ ଭାରତବାସୀ ସ୍ୱର୍ଗକୁ ହିଁ ମାନୁଛନ୍ତି । ଭାବୁଛନ୍ତି - ଭାରତ ସ୍ୱର୍ଗ ଥିଲା । ଶିବବାବା ଭାରତକୁ ହିଁ ଆସି ସ୍ୱର୍ଗର ରଚନା କରୁଛନ୍ତି ତେବେ ନିଶ୍ଚୟ ଏହିଠାରେ ହିଁ ରଚନା କରିବେ । ସ୍ୱର୍ଗକୁ ତ ଆସିବେ ନାହିଁ । କହୁଛନ୍ତି - ମୁଁ ଆସୁଛି ସ୍ୱର୍ଗ ଓ ନର୍କର ସଂଗମରେ । କଳ୍ପ-କଳ୍ପର ସଂଗମରେ ହିଁ ଆସୁଛନ୍ତି । ସେମାନେ ପୁଣି ଯୁଗେ-ଯୁଗେ ଲେଖି ଦେଇଛନ୍ତି । କଳ୍ପର ଅକ୍ଷର ଭୁଲି ଯାଇଛନ୍ତି । ଏହିପରି ମଧ୍ୟ ଖେଳ କରାଯାଇଛି । ପୁଣି ଏହାର ପୁନରାବୃତ୍ତି ହେବ । ଏହି ଅନ୍ତିମ ଜନ୍ମରେ ତୁମେ ବାବାଙ୍କୁ ଓ ସୃଷ୍ଟିଚକ୍ରକୁ ଜାଣୁଛ । କିପରି କ୍ରମଅନୁସାରେ ସ୍ଥାପନା ହେଉଛି, ତାହା ଏବେ ତୁମେ ଜାଣୁଛ । ଭାରତବାସୀଙ୍କୁ ନେଇ ସମସ୍ତ ଖେଳ କରାଯାଇଛି । ଏବେ ତୁମେ ବାବାଙ୍କ ଦ୍ୱାରା ରାଜଯୋଗ ଶିଖୁଛ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ରାଜ୍ୟ ପାଉଛ । ଚିତ୍ର ମଧ୍ୟ ରହିଛି ନା । ଏହି ସବୁ ଚିତ୍ର କିଏ ତିଆରି କରିଛନ୍ତି ? ବ୍ରହ୍ମାବାବାଙ୍କର ତ କୌଣସି ଗୁରୁ ଗୋସାଇଁ ନାହାଁନ୍ତି । ଯଦି କୌଣସି ଗୁରୁ ଥା’ନ୍ତେ ତେବେ ତାଙ୍କର ଜଣେ ଶିଷ୍ୟ ହୋଇ ନ ଥାନ୍ତେ । ଅନେକ ଶିଷ୍ୟ ରହିଥାନ୍ତେ । ଏହି ଜ୍ଞାନ ବାବାଙ୍କ ବିନା କେହି ଜାଣିପାରିବେ ନାହିଁ । ବହୁତ ଲୋକେ ପଚାରୁଛନ୍ତି ଏହି ଚିତ୍ର କ’ଣ ତୁମର ଦାଦା ତିଆରି କରାଉଛନ୍ତି? ଏହାକୁ ବାବା ଦିବ୍ୟଦୃଷ୍ଟି ଦ୍ୱାରା ସାକ୍ଷାତ୍‌କାର କରାଇଛନ୍ତି । ବୈକୁଣ୍ଠର ସାକ୍ଷାତ୍‌କାର ମଧ୍ୟ କରାଇଛନ୍ତି । ସେଠାରେ କିପରି ସ୍କୁଲ ଚାଲିବ, କେଉଁ ଭାଷା ରହିବ, ସବୁ ସାକ୍ଷାତ୍‌କାର କରିଛନ୍ତି । ଭଟ୍ଟୀରେ ଥିବା ସମୟରେ ସାକ୍ଷାତ୍‌କାର କରାଇ ବାବା ପିଲାମାନଙ୍କୁ ଖୁସି କରାଉଥିଲେ । କରାଚୀରେ କେବଳ ତୁମେ ହିଁ ଅଲଗା ରହୁଥିଲ, ସେଠାରେ ଯେପରି ନିଜର ରାଜତ୍ୱ ଥିଲା । ତୁମର ସେ ସମୟର ଅନୁଭବକୁ ଅନ୍ୟ କେହି ବୁଝିପାରିବେ ନାହିଁ । ଭାବୁଥିଲେ - ଏହା ଖୁଦାପ୍ରସ୍ଥ ଅର୍ଥାତ୍ ଭଗବାନଙ୍କ ଘର ଅଟେ । ବାବା ବୁଝାଉଛନ୍ତି - ତୁମେ ହେଉଛ ନନ୍ସ । ଅନ୍ୟ କାହାକୁ ନୁହେଁ କେବଳ ଜଣଙ୍କୁ ମନେ ପକାଅ । ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କାହାକୁ ମନେ ପକାଅ ନାହିଁ । ଏହି ଦୁନିଆରେ ନନ୍ସ ଖ୍ରୀଷ୍ଟଙ୍କ ବ୍ୟତିତ ଅନ୍ୟ କାହାକୁ ଜାଣନ୍ତି ନାହିଁ ।

ତୁମେ ଜାଣିଛ ଏକମାତ୍ର ଶିବବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ଶିବବାବା ହେଉଛନ୍ତି ବିନ୍ଦୁ । ସେ ମଧ୍ୟ କାହା ଦ୍ୱାରା ବୁଝାଇବେ ନା । ପ୍ରଜାପିତା ବ୍ରହ୍ମା ତ ନିଶ୍ଚିତ ଏହିଠାରେ ରହିବେ । ବାବା କହୁଛନ୍ତି ଏହାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମ ପତିତ ଶରୀରରେ ମୁଁ ପ୍ରବେଶ କରୁଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଜ୍ଞାନକୁ ଭଲ ଭାବରେ ଧାରଣ କରି ଦେହୀ-ଅଭିମାନୀ ହେବାକୁ ପଡିବ । ଏହା ହିଁ ହେଉଛି ମେହନତର କାମ । ଏହା ହିଁ ହେଉଛି ସର୍ବୋଚ୍ଚ ଲକ୍ଷ୍ୟ । ଏହି ମେହନତ ଦ୍ୱାରା ଆତ୍ମାକୁ ସତ୍ତ୍ୱପ୍ରଧାନ କରିବାକୁ ହେବ ।

(୨) ଜିନ୍ନ ଅର୍ଥାତ୍ ବେତାଳର କାହାଣୀ ଭଳି ଯୋଗର ଯାତ୍ରା କରିବାକୁ ହେବ । ମାୟା ଯେତେ ବିଘ୍ନ ପକାଇଲେ ମଧ୍ୟ ମୁଖରେ ମୁହଲରା ପକାଇ ଦେବାକୁ ହେବ ଅର୍ଥାତ୍ ଚୁପ୍ ରହିବାକୁ ହେବ । ମାୟାର ପରୀକ୍ଷାରେ ଅତିଷ୍ଠ ହେବାର ନାହିଁ । ଜଣଙ୍କ ସ୍ମୃତିରେ ରହି ସବୁ ଝଡ-ଝଞ୍ଜାକୁ ପାର କରିବାକୁ ହେବ ।

ବରଦାନ:-
ସାଧନଗୁଡିକୁ ବ୍ୟବହାର କରୁଥିଲେ ମଧ୍ୟ ସାଧନାକୁ ନିଜର ଆଧାର କରୁଥିବା ସିଦ୍ଧି ସ୍ୱରୂପ ହୁଅ ।

ଯଦି ପୁରୁଣା ଦୁନିଆର କୌଣସି ବି ଆକର୍ଷଣମୟ ଦୃଶ୍ୟ ଦେଖୁଛ ବା କୌଣସି ଅଳ୍ପକାଳର ସୁଖର ସାଧନ ଗୁଡିକୁ ବ୍ୟବହାର କରୁଛ ତେବେ ତା’ର ବଶୀଭୂତ ହୋଇଯାଉଛ । ତେବେ ସାଧନଗୁଡିକର ଆଧାର ଉପରେ ନିର୍ଭର କରୁଥିବା ସାଧନା ଏପରି ଅଟେ ଯେପରି ବାଲିର ମୂଳଦୁଆ ଉପରେ ଛିଡା ହୋଇଥିବା ଭବନ, ସେଥିପାଇଁ କୌଣସି ବି ବିନାଶୀ ସାଧନ ଆଧାରରେ ଅବିନାଶୀ ସାଧନା ନ ହେଉ । ସାଧନଗୁଡିକ ନିମିତ୍ତମାତ୍ର ଅଟନ୍ତି କିନ୍ତୁ ସାଧନା ନିର୍ମାଣର ଆଧାର ଅଟେ, ସେଥିପାଇଁ ସାଧନା ଉପରେ ଗୁରୁତ୍ୱ ଦିଅ ଯାହାଦ୍ୱାରା ସାଧନା ସିଦ୍ଧି ପ୍ରାପ୍ତ କରାଇଦେବ ।

ସ୍ଲୋଗାନ:-
ଯଦି କୌଣସି ବି ଦୁର୍ବଳତା ଅଂଶ ରହିଛି ତେବେ ତା’ର ବଂଶ ସୃଷ୍ଟି ହୋଇଯିବ ଏବଂ ତୁମକୁ ପରବଶ କରିଦେବ ।

ଅବ୍ୟକ୍ତ ଈଶାରା:- ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।

ବୁଦ୍ଧିକୁ ଗୋଟିଏ ହିଁ ଲକ୍ଷ୍ୟରେ ସ୍ଥିତ କରିବା ପାଇଁ ତୁମକୁ ଯେଉଁ ବିଧି ବତାଇ ଦିଆଯାଇଛି ତା’କୁ ସର୍ବଦା ସ୍ମୃତିରେ ରଖ, ହଲଚଲ୍ ହେବାକୁ ଦିଅ ନାହିଁ । ଦେହ ଏବଂ ଦେହର ଦୁନିଆଠାରୁ ଅଲଗା ହୋଇ ମନ ବୁଦ୍ଧିର ବିମାନ ଦ୍ୱାରା ଗୋଟିଏ ସେକେଣ୍ଡ ଭିତରେ ଆକାରୀ ଏବଂ ନିରାକାରୀ ସ୍ଥିତିକୁ ଅନୁଭବ କର । ବୁଦ୍ଧିକୁ ହଲଚଲ୍ କର ନାହିଁ, ନଚେତ୍ ଯୁଦ୍ଧ କରିବାରେ ହିଁ ବହୁତ ସମୟ ବିତିଯାଉଛି । ଯେପରି ତପସ୍ୱୀମାନେ ସର୍ବଦା ଆସନ ଉପରେ ବସିଥାଆନ୍ତି ସେହିପରି ତୁମେମାନେ ମଧ୍ୟ ନିଜର ଏକରସ ସ୍ଥିତିର ଆସନ ଉପରେ ବିରାଜମାନ ରୁହ, ତେବେ ଯାଇ ଭବିଷ୍ୟତରେ ସିଂହାସନ ମିଳିବ ।