20.07.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଭିକାରୀରୁ ରାଜକୁମାର ହେବାର ଆଧାର ହେଲା ପବିତ୍ରତା, ପବିତ୍ର ହେଲେ ହିଁ ପବିତ୍ର ଦୁନିଆର ରାଜ୍ୟ
ଭାଗ୍ୟ ମିଳିଥାଏ ।”
ପ୍ରଶ୍ନ:-
ଏହି ପାଠଶାଳାର
କେଉଁ ପାଠ ତୁମକୁ ମନୁଷ୍ୟରୁ ଦେବତା କରିଦେଉଛି?
ଉତ୍ତର:-
ତୁମେ ଏହି ପାଠଶାଳାରେ ପ୍ରତ୍ୟହ ପାଠ ପଢୁଛ ଯେ ମୁଁ ଶରୀର ନୁହେଁ ଆତ୍ମା । ଆତ୍ମ-ଅଭିମାନୀ ହେଲେ
ହିଁ ତୁମେ ମନୁଷ୍ୟରୁ ଦେବତା, ନରରୁ ନାରାୟଣ ହୋଇଯାଉଛ । ବର୍ତ୍ତମାନ ମନୁଷ୍ୟ ସମସ୍ତେ ପୂଜାରୀ
ଅର୍ଥାତ୍ ପତିତ ଦେହ-ଅଭିମାନୀ ଅଟନ୍ତି, ସେଥିପାଇଁ ପତିତ-ପାବନ ବାବାଙ୍କୁ ଡାକିବାରେ ଲାଗିଛନ୍ତି
।
ଗୀତ:-
ଛୋଡ ଭି ଦେ
ଆକାଶ ସିଂହାସନ....
ଓମ୍ ଶାନ୍ତି ।
ପିଲାମାନେ ଜାଣିଛନ୍ତି ଓମ୍ ଶାନ୍ତି କିଏ କହିଲେ? କେଉଁ ପିଲାମାନେ? ଆତ୍ମାମାନେ ଜାଣିଛନ୍ତି ଯେ
ଓମ୍ ଶାନ୍ତି କାହାର ଆତ୍ମା କହିଲା? ପରମପିତା ପରମାତ୍ମା କହିଲେ । ପିଲାମାନେ ଜାଣିଛନ୍ତି ଯେ ଏହା
ମନୁଷ୍ୟର ଆତ୍ମା କହି ନାହିଁ, ଏହା ପରମପିତା ପରମାତ୍ମା ଶିବ କହିଛନ୍ତି । ସେ ସମସ୍ତଙ୍କର ପିତା
ଉଚ୍ଚରୁ ଉଚ୍ଚ ଅଟନ୍ତି । ଏବେ ଗୀତରେ ଶୁଣିଲ ଯେ ଭାରତ ଉପରେ ବହୁତ ମାୟାର ପରଛାୟା ପଡୁଛି ।
ସମସ୍ତେ ବହୁତ ପତିତ ହୋଇଯାଇଛନ୍ତି, ସେଥିପାଇଁ ଡାକୁଛନ୍ତି, ହେ ପତିତ-ପାବନ ପୁଣି ଥରେ, ପବିତ୍ର
କରାଇବା ପାଇଁ ଆସ । ଆତ୍ମା ହିଁ ନିଜର ପିତାଙ୍କୁ ଡାକୁଛି, ଯାହାଙ୍କୁ ଭଗବାନ କହୁଛନ୍ତି ।
କହୁଛନ୍ତି ସେ ହିଁ ପତିତ-ପାବନ ଅଟନ୍ତି । ଜଣଙ୍କର ହିଁ ମହିମା ହୋଇଥାଏ । ସେ ହେଉଛନ୍ତି ସମସ୍ତ
ଆତ୍ମାମାନଙ୍କର ବେହଦର ପିତା । ଏଠାରେ ସମସ୍ତେ ପତିତ ହୋଇଯାଇଛନ୍ତି, ସେଥିପାଇଁ ଡାକୁଛନ୍ତି - ହେ
ପରମପିତା ପରମାତ୍ମା । ସେ ହିଁ ଜ୍ଞାନର ସାଗର, ପତିତ-ପାବନ ଅଟନ୍ତି । ସେ ପିତା ଓ ଶିକ୍ଷକ ଉଭୟ
ଅଟନ୍ତି କାହିଁକି ନା ଜ୍ଞାନର ସାଗର ଅଟନ୍ତି, ବିଶ୍ୱର ଅଧିକାରୀ ମଧ୍ୟ ଅଟନ୍ତି । ସମସ୍ତ ବେଦ,
ଶାସ୍ତ୍ର, ଗ୍ରନ୍ଥକୁ ଜାଣିଲାବାଲା ମଧ୍ୟ ଅଟନ୍ତି । ତାଙ୍କୁ ଜ୍ଞାନର ସାଗର ହିଁ କୁହାଯାଉଛି । ଏହି
ସମୟରେ ସମସ୍ତେ ପାରଲୌକିକ ପିତାଙ୍କୁ ଡାକୁଛନ୍ତି କାହିଁକି ନା ଦୁଃଖୀ ହୋଇଯାଇଛନ୍ତି । କହୁଛନ୍ତି
- ଈଶ୍ୱର ପିତା । ତାଙ୍କର ନାମ ମଧ୍ୟ ଦରକାର ନା । ତାଙ୍କର ନାମର ଗାୟନ ହେଉଛି ଶିବବାବା । ସିଏ
ହିଁ ଉଚ୍ଚରୁ ଉଚ୍ଚ ଜ୍ଞାନର ସାଗର, ସୁଖର ସାଗର, ଶାନ୍ତିର ସାଗର ଅଟନ୍ତି । ଏହି ମନୁଷ୍ୟର ଆତ୍ମା
ନିଜ ପିତାର ମହିମା କରୁଛି । ଉଚ୍ଚରୁ ଉଚ୍ଚ ଆତ୍ମା କାହାର? ପରମପିତା ପରମାତ୍ମାଙ୍କର । ସେ
ହେଉଛନ୍ତି ପରମଆତ୍ମା, ପତିତ ମନୁଷ୍ୟମାନେ ତାଙ୍କୁ ୟାଦ କରୁଛନ୍ତି । ସତ୍ୟଯୁଗରେ ଯେବେ ପବିତ୍ର
ଭାରତ ଥିଲା, ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା ସେତେବେଳେ କେହି ପତିତ ନଥିଲେ । ଏହା ହେଉଛି
ତମୋପ୍ରଧାନ ଦୁନିଆ ଅର୍ଥାତ୍ ଏହି ଦୁନିଆରେ ଯେଉଁ ମନୁଷ୍ୟମାନେ ରହୁଛନ୍ତି ସବୁ ପାପ ଆତ୍ମା ଅଟନ୍ତି
। ଏହି ଭାରତ ପାବନ ଥିଲା ପୁଣି ପତିତ ହୋଇଯାଇଛି । କଳିଯୁଗରେ ସମସ୍ତେ ପତିତ ଅଟନ୍ତି । ତୁମେ
ଜାଣିଛ ଜ୍ଞାନର ସାଗର,ପତିତ ପାବନ ପରମପିତା ପରମାତ୍ମା ପରମଧାମରୁ ଆସି ଆମକୁ ବ୍ରହ୍ମାଙ୍କ ଦ୍ୱାରା
ପାଠ ପଢାଉଛନ୍ତି, ତେବେ ତାଙ୍କୁ ଶରୀର ତ ନିଶ୍ଚୟ ଦରକାର ନା । ଏହି କଥା କୌଣସି ଶାସ୍ତ୍ରରେ ନାହିଁ
। ଜ୍ଞାନର ସାଗର ଯିଏକି ବିଶ୍ୱର ଅଧିକାରୀ ଅଟନ୍ତି, ସିଏ ହିଁ ସବୁ କିଛି ଜାଣିଛନ୍ତି । ଭାରତରେ
ଚିତ୍ର ମଧ୍ୟ ରହିଛି ଯେ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ, ତାଙ୍କ ହାତରେ ଶାସ୍ତ୍ର
ଦିଆଯାଇଛି । ବର୍ତ୍ତମାନ ବିଷ୍ଣୁ କୌଣସି ଶାସ୍ତ୍ରର ସାର ଶୁଣାଉନାହାଁନ୍ତି । ପରମପିତା ପରମାତ୍ମା
ଜ୍ଞାନର ସାଗର ବ୍ରହ୍ମାଙ୍କ ଦ୍ୱାରା ସବୁ ଶାସ୍ତ୍ରଗୁଡିକର ସାର ବୁଝାଉଛନ୍ତି । ବ୍ରହ୍ମା, ବିଷ୍ଣୁ,
ଶଙ୍କରଙ୍କର ମଧ୍ୟ ସେ ରଚୟିତା ଅଟନ୍ତି । ବ୍ରହ୍ମାଙ୍କୁ ଅଥବା ବିଷ୍ଣୁଙ୍କୁ ଜ୍ଞାନର ସାଗର
କୁହାଯିବନାହିଁ । ଶଙ୍କରଙ୍କର କଥା ତ ଛାଡିଦିଅ । ଏବେ ଜ୍ଞାନର ସାଗର କିଏ? ନିରାକାର ଉଚ୍ଚରୁ
ଉଚ୍ଚ ପରମାତ୍ମା ହିଁ ପତିତ-ପାବନ ଅଟନ୍ତି । ଏହି ମହିମା ହେଉଛି ସେହି ପରମପିତା ପରମାତ୍ମାଙ୍କର ।
ଏଠାରେ ବି ଆତ୍ମାର ହିଁ ମହିମା ହେଉଛି । ଆତ୍ମା ହିଁ ଶରୀର ଦ୍ୱାରା କହୁଛି - ମୁଁ ରାଷ୍ଟ୍ରପତି,
ମୁଁ ବାରିଷ୍ଟର, ମୁଁ ଅମୁକ ମନ୍ତ୍ରୀ । ଆତ୍ମା ହିଁ ପଦବୀ ନେଇଥାଏ । ଶରୀର ଦ୍ୱାରା ଆତ୍ମା
କହିଥାଏ ମୁଁ ଗୋଟିଏ ଶରୀର ଛାଡି ଅନ୍ୟ ଶରୀର ନେଉଛି । ଏହି ସମୟରେ ବାବା ଆସି, କହୁଛନ୍ତି
ପିଲାମାନେ ଆତ୍ମ-ଅଭିମାନୀ ହୁଅ । ମୁଁ ତୁମର ପିତା ଆସିଛି - ତୁମକୁ ପାଠ ପଢାଇବା ପାଇଁ । ଏହା
ପାଠଶାଳା ଅଟେ - ମନୁଷ୍ୟରୁ ଦେବତା, ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବା ପାଇଁ । ବାବାଙ୍କୁ
ସବୁ ଆତ୍ମାମାନେ ଡାକୁଛନ୍ତି, ହେ ପରମପିତା ପରମାତ୍ମା... ଏବେ ନିରାକାରୀ ଦୁନିଆରୁ ସାକାରୀ
ଦୁନିଆକୁ ଆସ । ରୂପ ବଦଳାଅ । ତୁମେ ନିରାକାରୀ ଆତ୍ମାମାନେ ଯେବେ ଶରୀରରେ ଆସୁଛ ତେବେ ଗର୍ଭରେ
ଆସୁଛ, ପୁନର୍ଜନ୍ମ ନେଉଛ । ବାବା ବୁଝାଉଛନ୍ତି - ତୁମେ ୮୪ ଜନ୍ମ ଗର୍ଭରୁ ନେଇଛ । ଗୋଟିଏ ଶରୀର
ଛାଡି ପୁଣି ଗର୍ଭକୁ ଯାଉଛ, ଏହିପରି ୮୪ ଜନ୍ମ ନେଉଛ । ମୁଁ ତ ଗର୍ଭରେ ଆସୁନାହିଁ । ଭାରତବାସୀ
ଅସଲରେ ଦେବୀ-ଦେବତା ଧର୍ମର ଥିଲେ । ପୁଣି ସିଢିରେ ତଳକୁ ଓହ୍ଲାଇଲେ, କ୍ଷତ୍ରିୟ ବର୍ଣ୍ଣରେ ପୁଣି
ବୈଶ୍ୟ, ଶୂଦ୍ର ବର୍ଣ୍ଣରେ ଏହିପରି କଳା କମ୍ ହୋଇଯାଇଛି । ଭାରତ ୧୬ କଳା ସଂପୂର୍ଣ୍ଣ ଥିଲା ପୁଣି
୧୪ କଳା ହେଲା । ଭାରତବାସୀ ନିଜର ଜନ୍ମକୁ ଜାଣିନାହାଁନ୍ତି । ୮୪ଜନ୍ମ ଭାରତବାସୀ ହିଁ ନେଉଛନ୍ତି
। ଅନ୍ୟ କୌଣସି ଧର୍ମାବଲମ୍ବୀ ୮୪ ଜନ୍ମ ନେଉନାହାଁନ୍ତି । ତୁମେ ସ୍ୱଦର୍ଶନ ଚକ୍ରଧାରୀ ହୋଇଛ, ଏହା
ଜ୍ଞାନର କଥା । ସ୍ୱଦର୍ଶନ ଚକ୍ରଧାରୀ ହେବା ଦ୍ୱାରା ତୁମେ ସ୍ୱର୍ଗର ଚକ୍ରବର୍ତ୍ତୀ ମହାରାଜା ହେଉଛ
। ତୁମେ ଭଲ ଭାବରେ ଜାଣିଛ ଆମେ ଏଠାକୁ ପତିତରୁ ପବିତ୍ର ହେବା ପାଇଁ ଆସିଛୁ । ଏହା ହେଲା ପତିତ
ଦୁନିଆ । ପତିତ-ପାବନ, ସମସ୍ତଙ୍କର ସଦ୍ଗତି ଦାତା ତ ଏକମାତ୍ର ବାବା ହିଁ ଅଟନ୍ତି । ତାଙ୍କୁ ହିଁ
ସମସ୍ତେ ଡାକୁଛନ୍ତି । ସମସ୍ତେ ବାବାଙ୍କୁ ୟାଦ କରୁଛନ୍ତି, ଶ୍ରୀକୃଷ୍ଣଙ୍କୁ ନୁହେଁ । ଶ୍ରୀକୃଷ୍ଣ
ଗୀତା ଶୁଣାଇ ନ ଥିଲେ । ଗୀତା ହେଉଛି ସର୍ବ ଶାସ୍ତ୍ର ଶିରୋମଣୀ । ଭାରତର ଗୀତା କେଉଁ ଧର୍ମର
ଶାସ୍ତ୍ର ଅଟେ? ଆଦି ସନାତନ ଦେବୀ-ଦେବତା ଧର୍ମର । କିଏ ଗୀତା ଶୁଣାଇଥିଲେ? ରାଜଯୋଗ କିଏ
ଶିଖାଇଥିଲେ? ପରମପିତା ପରମାତ୍ମା ପତିତ-ପାବନ ବାବା । ତୁମର ଆତ୍ମା ଯିଏକି ନିରାକାର ଥିଲା, ସେ
ଏବେ ସାକାର ଶରୀର ଧାରଣ କରିଛି । ସାକାର ମନୁଷ୍ୟକୁ କେବେ ଭଗବାନ କୁହାଯିବ ନାହିଁ । ଯଦିଓ
ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣ ଅଛନ୍ତି, ତେବେ ମଧ୍ୟ ତାଙ୍କୁ ଭଗବାନ କୁହାଯିବ ନାହିଁ । ଏହା ତ
ଉପାଧି ଦିଆଯାଉଛି । କାଇଦା ଅନୁସାରେ ଭଗବାନ ଜଣେ । ସୃଷ୍ଟିକର୍ତ୍ତା ହେଉଛନ୍ତି ଜଣେ । ବାକି
ସେମାନେ ହେଉଛନ୍ତି ଦେବତା । ଏହା ୫ ହଜାର ବର୍ଷର କଥା । ଏହି ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ଥିଲା,
ତାଙ୍କୁ ମହାରାଜା ମହାରାଣୀ କୁହାଯାଉଥିଲା । ଭଗବାନ ମହାରାଜା ହେଉ ନାହାଁନ୍ତି । ସିଏ ହିଁ ଆସି
ଭାରତବାସୀମାନଙ୍କୁ ଏହିପରି ଦେବୀ ଦେବତା କରାଉଛନ୍ତି । ଏବେ ତ ଦେବୀ-ଦେବତା ଧର୍ମର କେହି ହେଲେ
ନାହାଁନ୍ତି । ଏହାକୁ ରାବଣ ସମ୍ପ୍ରଦାୟ କୁହାଯାଉଛି କାହିଁକି ନା ଏହା ରାବଣ ରାଜ୍ୟ ଅଟେ । ରାବଣକୁ
ବର୍ଷ ବର୍ଷ ଧରି ଜଳାଇ ଆସୁଛନ୍ତି କାହିଁକି ନା ସେ ପୁରୁଣା ଶତ୍ରୁ କିନ୍ତୁ ଏକଥା ଭାରତବାସୀମାନେ
ଜାଣିନାହାଁନ୍ତି । ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା ନାହିଁ ଯେ ରାବଣ କିଏ । ରାବଣର ୧୦ଟି ମୁଣ୍ଡ
କାହିଁକି ଦେଖାଉଛନ୍ତି । ଏହି କଥାକୁ ଭଲ ଭାବରେ ବୁଝିବାକୁ ହେବ । ମନୁଷ୍ୟମାନେ ତ ବିଲ୍କୁଲ୍
ପଥରବୁଦ୍ଧି ହୋଇଯାଇଛନ୍ତି । ପାରସବୁଦ୍ଧି ଏହି ଲକ୍ଷ୍ମୀ-ନାରାୟଣ ଆଦିଙ୍କୁ କୁହାଯିବ । ସେଠାରେ
ପାରସନାଥ, ପାରସନାଥିନୀଙ୍କର ରାଜ୍ୟ ଥିଲା । ଯଥା ରାଜା-ରାଣୀ ତଥା ପ୍ରଜା ଥିଲେ । ଭାରତ ପରି
ସୁଖଧାମ ଆଉ କୌଣସି ରାଷ୍ଟ୍ର ହେବ ନାହିଁ । ଯେବେ ଭାରତ ସ୍ୱର୍ଗ ଥିଲା, ସେତେବେଳେ କୌଣସି ରୋଗ,
ଦୁଃଖ ନଥିଲା । ତେଣୁ ସଂପୂର୍ଣ୍ଣ ସୁଖ ଥିଲା । ଗାୟନ କରାଯାଏ - ଈଶ୍ୱରଙ୍କର ମହିମା ଅପରମଅପାର ।
ସେହିପରି ଭାରତର ମହିମା ମଧ୍ୟ ଅପରମଅପାର ଅଟେ । ତେଣୁ ସମସ୍ତର ଆଧାର ପବିତ୍ରତା ଉପରେ ରହିଛି ।
ସେଥିପାଇଁ ଡାକୁଛନ୍ତି ମଧ୍ୟ, କାହିଁକି ନା ସମସ୍ତେ ପତିତ ଅଟନ୍ତି । ଏଠାରେ ଶାନ୍ତି ନାହିଁ କି
ସମୃଦ୍ଧି ମଧ୍ୟ ନାହିଁ । ଏବେ ତୁମେ ବୁଝୁଛ - ଆମେ ଭାରତବାସୀ ସୂର୍ଯ୍ୟବଂଶୀ ଦେବୀ-ଦେବତା ଥିଲେ,
ପୁଣି ଧିରେ ଧିରେ ପତିତ ହୋଇଯାଇଛୁ । ଏହାକୁ ମୃତ୍ୟୁଲୋକ କୁହାଯାଏ । ଏଥିରେ ନିଆଁ ଲାଗିଯିବ । ଏହା
ହେଉଛି ଶିବ ଜ୍ଞାନ ଯଜ୍ଞ । ରୁଦ୍ର ଜ୍ଞାନ ଯଜ୍ଞ ମଧ୍ୟ କୁହାଯାଏ । ମନୁଷ୍ୟମାନେ ତ ବହୁତ ନାମ
ରଖିଦେଇଛନ୍ତି । ଯେଉଁଠାରେ ଶିବଙ୍କ ମୂର୍ତ୍ତି ଦେଖୁଛନ୍ତି, ଅନେକ ଭିନ୍ନ ଭିନ୍ନ ନାମ
ରଖିଦେଇଛନ୍ତି । ଜଣଙ୍କର ହିଁ ଅନେକ ନାମରେ ମନ୍ଦିର ତିଆରି କରୁଛନ୍ତି । ତେଣୁ ବାବା ବସି
ବୁଝାଉଛନ୍ତି - ଜ୍ଞାନ, ଭକ୍ତି, ବୈରାଗ୍ୟ । ଏବେ ଭକ୍ତି ପୂରା ହେଉଛି, ତୁମର ଭକ୍ତିରୁ ବୈରାଗ୍ୟ
ଆସୁଛି ଅର୍ଥାତ୍ ଏହି ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସୁଛି । ଏହି ପୁରୁଣା ଦୁନିଆ ବିନାଶ
ହୋଇଯିବ ।
ପିଲାମାନେ ପଚାରୁଛନ୍ତି ବାବା ଆମେ ପତିତରୁ ପବିତ୍ର କିପରି ହେବୁ । ଅନେକ ନୂଆ ଆତ୍ମା ଆସିଲେ
ତାଙ୍କୁ କ୍ଲାସରେ ବସିବାକୁ ଅନୁମତି ଦିଆଯାଏନାହିଁ । ଯେପରି କଲେଜରେ କେହି ନୂଆ ଯାଇ ବସିଲେ କିଛି
ବି ପାଠ ବୁଝିପାରିବେନାହିଁ । ସେହିପରି କେହି ହେଲେ ଜାଣିନାହାଁନ୍ତି - ମନୁଷ୍ୟରୁ ଦେବତା କିପରି
ହେଉଛନ୍ତି । ଯେଉଁ ମନୁଷ୍ୟମାନେ ପତିତ ହୋଇଯାଇଛନ୍ତି, ସେହିମାନେ ହିଁ ପବିତ୍ର ହେଉଛନ୍ତି । ଏହି
ସମୟରେ ଭାରତ ମଧ୍ୟ ଗରୀବ ହୋଇଯାଇଛି । ସତ୍ୟଯୁଗରେ ଭାରତ ରାଜକୁମାର ଅର୍ଥାତ୍ ଧନବାନ୍ ଥିଲା ।
ଶ୍ରୀକୃଷ୍ଣ ସତ୍ୟଯୁଗର ପ୍ରଥମ ନମ୍ବର ରାଜକୁମାର ଥିଲେ । ତାଙ୍କ ପାଖରେ ସବୁ ଗୁଣ ରହିଥାଏ । ସେହି
ରାଜ୍ୟକୁ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ କୁହାଯିବ । ଶ୍ରୀକୃଷ୍ଣ ରାଜକୁମାର ଏବଂ ରାଧା ରାଜକୁମାରୀ
ଥିଲେ । ରାଜକୁମାର ଶ୍ରୀକୃଷ୍ଣଙ୍କର ହିଁ ମହିମା ଗାୟନ କରାଯାଉଛି - ସର୍ବଗୁଣ ସମ୍ପନ୍ନ, ୧୬ କଳା
ସଂପୂର୍ଣ୍ଣ.... । ସିଏ କୌଣସି ଗୀତା ଶୁଣାଇ ନ ଥିଲେ । ସିଏ ତ ସତ୍ୟଯୁଗର ରାଜକୁମାର ଥିଲେ । ସେ
ପତିତ ମନୁଷ୍ୟମାନଙ୍କୁ ପବିତ୍ର କରାଇବା ପାଇଁ ଗୀତା ପାଠ ଶୁଣାଇବେ, ଏକଥା ହୋଇପାରିବ ନାହିଁ । ଏହି
ସବୁ ଶାସ୍ତ୍ର ହେଲା ଭକ୍ତିମାର୍ଗର । ଶାସ୍ତ୍ରଗୁଡିକର କେତେ ମହିମା ରହିଛି । ଭକ୍ତିମାର୍ଗର କୌଣସି
ଶାସ୍ତ୍ର, ଚିତ୍ର ଆଦି ସତ୍ୟଯୁଗରେ ରହିବ ନାହିଁ । ସେଠାରେ ତ ୨୧ ଜନ୍ମ ପାଇଁ ଜ୍ଞାନର ପ୍ରାଲବ୍ଧ
ରହିଛି । ପୁଣି ଥରେ ଆମେ ସତ୍ୟଯୁଗର ରାଜଭାଗ୍ୟ ନେଉଛୁ । ଭାରତବାସୀ ୫ ହଜାର ବର୍ଷ ପୂର୍ବରୁ
ସତ୍ୟଯୁଗରେ ବିଶ୍ୱର ମାଲିକ ଥିଲେ ଆଉ କୌଣସି ବିଭାଜନ ଆଦି ନଥିଲା । ଏହା ୫ ହଜାର ବର୍ଷର କଥା ।
ଏବେ କଳିଯୁଗର ଶେଷ ସମୟ ଅଟେ ନା । ବିନାଶ ସମ୍ମୁଖରେ ଦଣ୍ଡାୟମାନ । ଭଗବାନ ଏହି ଜ୍ଞାନ ଯଜ୍ଞ ରଚନା
କରିଛନ୍ତି । ପତିତ କଳିଯୁଗକୁ ପବିତ୍ର ସତ୍ୟଯୁଗ କରିବା ପାଇଁ, ତେବେ ନିଶ୍ଚୟ ପତିତ ଦୁନିଆର
ବିନାଶ ହେବ । ଗାୟନ ମଧ୍ୟ ରହିଛି ଯେ ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ-ଦେବତା ଧର୍ମର
ସ୍ଥାପନା, ତାହା ଏବେ ଶିବବାବା ବ୍ରହ୍ମାଙ୍କ ଦ୍ୱାରା କରାଉଛନ୍ତି । ତୁମେ ଏବେ ମନୁଷ୍ୟରୁ ଦେବତା
ହେଉଛ । ଗାୟନ ମଧ୍ୟ କରୁଛନ୍ତି ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରାଉଛନ୍ତି ।
ସେ ତ ହେଲେ ପ୍ରଜାପିତା, ତାଙ୍କର ହିଁ ସମସ୍ତେ ସନ୍ତାନ । ବାସ୍ତବରେ ବ୍ରହ୍ମାଙ୍କ ଦ୍ୱାରା ହିଁ
ସ୍ୱର୍ଗର ସ୍ଥାପନ ହୋଇଥିଲା । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ମୁଁ ସଂଗମଯୁଗରେ ଆସିଥିଲି
- ତୁମକୁ ଏହି ରାଜଯୋଗ ଶିଖାଇବା ପାଇଁ । ଶ୍ରୀକୃଷ୍ଣ ନୁହଁନ୍ତି, ମୁଁ ଆସିଥିଲି । ଶ୍ରୀକୃଷ୍ଣ
ପତିତ ଦୁନିଆକୁ ଆସିପାରିବେ ନାହିଁ । ବାବା ହିଁ ଆସୁଛନ୍ତି । ସିଏ ହିଁ ସମସ୍ତଙ୍କର ସଦ୍ଗତି ଦାତା
। ମନୁଷ୍ୟ, ମନୁଷ୍ୟକୁ ସଦ୍ଗତି ଦେଇପାରିବେ ନାହିଁ । ସମସ୍ତେ ଜଣଙ୍କୁ ହିଁ ୟାଦ କରୁଛନ୍ତି ।
ପରମପିତା ପରମାତ୍ମା କେଉଁଠି ରହୁଛନ୍ତି? ତୁମେମାନେ ଜାଣିଛ ସେ ପରମଧାମରେ ରହୁଛନ୍ତି । ତାହା ହେଲା
ବ୍ରହ୍ମମହତତ୍ତ୍ୱ । ସେଠାରେ ଆତ୍ମାମାନେ ପବିତ୍ର ରହିଥା’ନ୍ତି, ଯେପରି ମହାତ୍ମାମାନେ ଅଟନ୍ତି ।
ଏଠାରେ ମଧ୍ୟ ମହାନ ଆତ୍ମା, ପତିତ ଆତ୍ମା ବୋଲି କହିଥାନ୍ତି ନା । ବାସ୍ତବରେ ଏଠାରେ ମହାନ୍ ଆତ୍ମା
ଜଣେ ହେଲେ ବି ନାହାଁନ୍ତି । ଆତ୍ମାକୁ ହିଁ ଜ୍ଞାନ ଏବଂ ଯୋଗ ଦ୍ୱାରା ପବିତ୍ର ସତ୍ତ୍ୱପ୍ରଧାନ
ହେବାକୁ ପଡିବ, ପାଣି ଦ୍ୱାରା ନୁହେଁ । ଆତ୍ମା ହିଁ ପତିତ ହୋଇଯାଇଛି । ଆତ୍ମାରେ ହିଁ ଖାଦ ମିଶିଛି
। ଆତ୍ମା ହିଁ ସୁନା, ରୂପା, ତମ୍ବା, ଲୁହା ହେଉଛି । ଏବେ ଆତ୍ମାମାନେ ଯାହାକି ପତିତ ହୋଇଯାଇଛନ୍ତି
ତାଙ୍କୁ ପବିତ୍ର କିଏ କରାଇବ! ପରମପିତା ପରମାତ୍ମାଙ୍କ ବିନା ଆଉ କେହି କରିପାରିବେ ନାହିଁ । ବାବା
ହିଁ ବସି ବୁଝାଉଛନ୍ତି ମୋତେ ମନେ ପକାଅ, ତେବେ ତୁମର ପାପ ଭସ୍ମ ହୋଇଯିବ । ଯେତେ ମନେ ପକାଇବ ସେତେ
ପତିତରୁ ପବିତ୍ର ହୋଇଯିବ । ଏଥିରେ ହିଁ ପରିଶ୍ରମ କରିବାକୁ ହେବ । ବୁଦ୍ଧିରେ ତ ସମସ୍ତ ଜ୍ଞାନ
ରହିଛି । ଏହି ଚକ୍ର କିପରି ଘୂରୁଛି, ଆମେ ୮୪ ଜନ୍ମ କିପରି ନେଉଛୁ । ସତ୍ୟଯୁଗରେ କେତେ ସମୟ
ରାଜ୍ୟ ଚାଲୁଛି, ପୁଣି ରାବଣ କିପରି ଆସୁଛି! ରାବଣ କିଏ! ଏକଥା ମଧ୍ୟ କେହି ଜାଣିନାହାଁନ୍ତି ।
କେବେଠାରୁ ରାବଣକୁ ଜଳାଇ ଆସୁଛନ୍ତି, ଏକଥା ମଧ୍ୟ କେହି ଜାଣିନାହାଁନ୍ତି । ପ୍ରତ୍ୟେକ ବର୍ଷ
ଜଳାଉଛନ୍ତି । ସତ୍ୟଯୁଗରେ ଜଳାଇବେ ନାହିଁ । ବର୍ତ୍ତମାନ ହିଁ ରାବଣ ରାଜ୍ୟ ଚାଲିଛି । ରାମରାଜ୍ୟ
ତ କେହି ସ୍ଥାପନ କରିପାରିବେ ନାହିଁ । ଏହା ତ ବାବାଙ୍କର ହିଁ କାମ । ପତିତ ମନୁଷ୍ୟ ତ କରିପାରିବେ
ନାହିଁ । ସେମାନେ ସବୁ ବିନାଶ ହୋଇଯିବେ । ଏହି ପତିତ ଦୁନିଆ ହିଁ ବିନାଶ ହୋଇଯିବ । ସତ୍ୟଯୁଗରେ
ଜଣେ ହେଲେ ବି ଡାକିବେ ନାହିଁ ଯେ ହେ ପତିତ-ପାବନ ଆସ । ତାହା ତ ପବିତ୍ର ଦୁନିଆ ଅଟେ ନା । ତୁମେ
ଏବେ ଜାଣୁଛ ଏହି ଲକ୍ଷ୍ମୀ-ନାରାୟଣଙ୍କୁ ସ୍ୱର୍ଗର ମାଲିକ କିଏ କରାଇଲେ । ପୁଣି ଏମାନେ ୮୪ ଜନ୍ମ
କିପରି ନେଲେ । ଆଦି ସନାତନ ଦେବୀ-ଦେବତା ଧର୍ମର ଆତ୍ମାମାନେ ହିଁ ୮୪ ଜନ୍ମ ନେଉଛନ୍ତି । ସେହିମାନେ
ହିଁ ବର୍ତ୍ତମାନ ଶୂଦ୍ରବଂଶୀ ହୋଇଯାଇଛନ୍ତି । ଏବେ ପୁଣି ତୁମେ ବ୍ରାହ୍ମଣ ବଂଶୀ ହେଉଛ । ଏବେ ତୁମେ
ହେଲ ବ୍ରାହ୍ମଣ ଚୁଟୀ (ସର୍ବୋଚ୍ଚ) । ଏହା ହେଉଛି ଉଚ୍ଚରୁ ଉଚ୍ଚ ଚୁଟୀ । ବ୍ରହ୍ମା ମୁଖ ବଂଶାବଳୀ
ବ୍ରାହ୍ମଣ କୁଳ ଭୂଷଣ । ଏବେ ତୁମେ ଶିବବାବାଙ୍କର ସନ୍ତାନ ମଧ୍ୟ ଅଟ । ପୌତ୍ର-ପୌତ୍ରୀ (ନାତି-ନାତୁଣୀ)
ମଧ୍ୟ ଅଟ । ଶିବବଂଶୀ ପୁଣି ବ୍ରହ୍ମାକୁମାର-କୁମାରୀ ଅଟ । ତୁମକୁ ଜେଜେବାପାଙ୍କ ଠାରୁ ବର୍ସା
ମିଳୁଛି । ବାବା କହୁଛନ୍ତି - ମୋତେ ନିରନ୍ତର ସ୍ମରଣ କର । ପବିତ୍ର ହେଲେ ତ ତୁମେ ମୋ ପାଖକୁ
ମୁକ୍ତିଧାମକୁ ଆସିଯିବ । ଯେଉଁମାନେ କଳ୍ପ ପୂର୍ବରୁ ବୁଝିଥିଲେ, ସେହିମାନେ ହିଁ ଏହି କଥାକୁ
ବୁଝିପାରିବେ । ଏମାନଙ୍କର ସଂଖ୍ୟା ତ ହଜାର ହଜାର ଅଟେ । କେହି କେହି ପଚାରୁଛନ୍ତି, କେତେ ବି.କେ.
ଅଛନ୍ତି? କୁହ, ହଜାର ହଜାର ସଂଖ୍ୟାରେ ଅଛନ୍ତି । ଏହି ଦୈବୀ ବୃକ୍ଷର ବୃଦ୍ଧି ହୋଇ ଚାଲିଛି । ଏବେ
ପୁନର୍ବାର ଆଦି ସନାତନ ଦେବୀ ଦେବତା ଧର୍ମର ଚାରା ଲାଗୁଛି । କାହିଁକି ନା ଦେବତା ଧର୍ମ ନାହିଁ ।
ସମସ୍ତେ ନିଜକୁ ହିନ୍ଦୁ ବୋଲାଉଛନ୍ତି । ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇଯାଇଛନ୍ତି । ପୁଣି
ସମସ୍ତେ ବାହାରି ଆସିବେ, ଆସି ବାବାଙ୍କଠାରୁ ସମ୍ପତ୍ତି (ବର୍ସା) ନେବେ । ତୁମେ ଆସିଛ ବେହଦ
ବାବାଙ୍କଠାରୁ ବେହଦ ସୁଖର ବର୍ସା ପାଇବା ପାଇଁ ଅର୍ଥାତ୍ ମନୁଷ୍ୟରୁ ଦେବତା ହେବା ପାଇଁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପତିତରୁ
ପବିତ୍ର ହେବା ପାଇଁ ଜ୍ଞାନ ଏବଂ ଯୋଗରେ ମଜବୁତ ହେବାକୁ ପଡିବ । ଆତ୍ମାରେ ଯେଉଁ ବିକାରର ଖାଦ
ମିଶିଛି, ତାକୁ ୟାଦର ମେହନତ ଦ୍ୱାରା ବାହାର କରିବାକୁ ହେବ ।
(୨) ଆମେ ବ୍ରହ୍ମା ମୁଖ
ବଂଶାବଳୀ ବ୍ରାହ୍ମଣ ଚୁଟୀ (ଶ୍ରେଷ୍ଠ) ଏହି ନିଶାରେ ରହିବାକୁ ହେବ । ବ୍ରାହ୍ମଣ ହିଁ ବର୍ସାର
ଅଧିକାରୀ ଅଟନ୍ତି କାହିଁକି ନା ଶିବବାବାଙ୍କର ପୌତ୍ର (ନାତି) ଅଟନ୍ତି ।
ବରଦାନ:-
ନିଜର ଶକ୍ତିଶାଳୀ
ମନୋବୃତ୍ତି ଦ୍ୱାରା ପତିତ ବାତାବରଣକୁ ପରିବର୍ତ୍ତନ କରୁଥିବା ମାଷ୍ଟର ପତିତପାବନୀ ଭବ ।
ବାତାବରଣ କିପରି ବି
ହୋଇଥାଉ କିନ୍ତୁ ନିଜର ଶକ୍ତିଶାଳୀ ମନୋବୃତ୍ତି ବାତାବରଣକୁ ପରିବର୍ତ୍ତନ କରିଦେଇପାରିବ ।
ବାୟୁମଣ୍ଡଳ ବିକାରୀ ହୋଇଥିବ । କିନ୍ତୁ ନିଜର ମନୋବୃତ୍ତି ନିର୍ବିକାରୀ ହୋଇଥିବ । ଯେଉଁମାନେ
ପତିତମାନଙ୍କୁ ପବିତ୍ର କରିବାବାଲା ଅଟନ୍ତି, ସେମାନେ ପତିତ ବାୟୁମଣ୍ଡଳର ଅଧିନ ହୋଇ ପାରିବେ ନାହିଁ
। ତେଣୁ ମାଷ୍ଟର ପତିତ-ପାବନୀ ହୋଇ ନିଜର ଶକ୍ତିଶାଳୀ ମନୋବୃତ୍ତି ଦ୍ୱାରା ଅପବିତ୍ର ବା ଦୁର୍ବଳ
ବାତାବରଣକୁ ସମାପ୍ତ କର, ତା’ର ବର୍ଣ୍ଣନା କରି ବାତାବରଣ ସୃଷ୍ଟି କର ନାହିଁ । ଦୁର୍ବଳ ବା ପତିତ
ବାତାବରଣର ବର୍ଣ୍ଣନା କରିବା ମଧ୍ୟ ପାପ ଅଟେ ।
ସ୍ଲୋଗାନ:-
ଏବେ ଧରଣୀରେ
ପରମାତ୍ମ ପରିଚୟର ବୀଜ ବପନ କର ଯାହାଦ୍ୱାରା ପ୍ରତ୍ୟକ୍ଷତା ହେବ ।
ଅବ୍ୟକ୍ତ ଈଶାରା -
ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।
ଯୋଗ ଅର୍ଥାତ୍ ଶାନ୍ତିର
ଶକ୍ତି । ଏହି ଶାନ୍ତିର ଶକ୍ତି ବହୁତ ସହଜରେ ନିଜକୁ ଏବଂ ଅନ୍ୟମାନଙ୍କୁ ପରିବର୍ତ୍ତନ କରିଥାଏ, ଏହା
ଦ୍ୱାରା ବ୍ୟକ୍ତି ମଧ୍ୟ ପରିବର୍ତ୍ତନ ହୋଇଯିବେ ପ୍ରକୃତି ମଧ୍ୟ ପରିବର୍ତ୍ତନ ହୋଇଯିବ ।
ବ୍ୟକ୍ତିମାନଙ୍କୁ ତ ମୁଖ ଦ୍ୱାରା କୋର୍ସ କରାଇ ଦେଉଛ କିନ୍ତୁ ପ୍ରକୃତିକୁ ପରିବର୍ତ୍ତନ କରିବା
ପାଇଁ ଶାନ୍ତିର ଶକ୍ତି ଅର୍ଥାତ୍ ଯୋଗବଳ ହିଁ ଆବଶ୍ୟକ । ଯୋଗ କରିବା ସମୟରେ ଯେତେବେଳେ ଅନ୍ୟ ସବୁ
ସଂକଳ୍ପ ଶାନ୍ତ ହୋଇଯାଉଛି ଏବଂ ଗୋଟିଏ ହିଁ ସଂକଳ୍ପ ରହୁଛି “ବାବା ଏବଂ ମୁଁ” ଏହାକୁ ହିଁ
ଶକ୍ତିଶାଳୀ ଯୋଗ କୁହାଯାଉଛି । ବାବାଙ୍କ ସହିତ ମିଳନର ଅନୁଭୂତି ବ୍ୟତୀତ ଅନ୍ୟ ସବୁ ସଂକଳ୍ପ ବନ୍ଦ
ହୋଇଯାଉ, ତେବେ କୁହାଯିବ ଜ୍ୱାଳା ସ୍ୱରୂପ ଯୋଗ, ଯାହା ଦ୍ୱାରା ପରିବର୍ତ୍ତନ ହୋଇଥାଏ ।