20.09.26    Avyakt Bapdada     Odia Murli    30.11.2011     Om Shanti     Madhuban


“ଅମୃତବେଳାରେ ବିଶେଷ କରି ସର୍ବଶକ୍ତିର ଅନୁଭବୀ ସ୍ୱରୂପ ହୋଇ ଯୋଗ ଶକ୍ତିର କିରଣ ବାୟୁମଣ୍ଡଳରେ ଖେଳାଅ, ମନକୁ ସର୍ବଦା ବ୍ୟସ୍ତ ରଖ, ସମୟର ଡାକରା - ତୀବ୍ର ପୁରୁଷାର୍ଥୀ ଭବ ।“


ଆଜି ବାପଦାଦା ଚାରିଆଡର ପିଲାମାନଙ୍କର ମସ୍ତକରେ ଭାଗ୍ୟର ଚମକୁଥିବା ତାରକାକୁ ଦେଖୁଛନ୍ତି । ଗୋଟିଏ ହେଲା ଜନ୍ମର ଭାଗ୍ୟ, ଦ୍ୱିତୀୟରେ ସମ୍ବନ୍ଧର ଭାଗ୍ୟ ଏବଂ ତୃତୀୟରେ ପ୍ରାପ୍ତିଗୁଡିକର ଭାଗ୍ୟ । ଏହି ତିନୋଟିଯାକ ଭାଗ୍ୟକୁ ଦେଖି ହର୍ଷିତ ହେଉଛନ୍ତି । ଜନ୍ମର ଭାଗ୍ୟ ତ ତୁମେମାନେ ଜାଣିଛ ଯେ ତୁମ ସମସ୍ତଙ୍କୁ ଏହି ଦିବ୍ୟ ଜନ୍ମ, ବ୍ରାହ୍ମଣ ଜନ୍ମ ଦେବାବାଲା ସ୍ୱୟଂ ଭାଗ୍ୟ ବିଧାତା ଅଟନ୍ତି । ତେଣୁ ଚିନ୍ତା କର ଏହା କେତେ ବଡ ଭାଗ୍ୟ! ଏହା ସହିତ ସମ୍ବନ୍ଧର ବିଶେଷତାକୁ ମଧ୍ୟ ଜାଣିଛ - ପିତା, ଶିକ୍ଷକ ଏବଂ ସତ୍‌ଗୁରୁ ତିନୋଟିଯାକ ସମ୍ବନ୍ଧ କେବଳ ଜଣଙ୍କ ସହିତ ଅଟେ । ଜଣଙ୍କ ଭିତରେ ହିଁ ତିନୋଟିଯାକ ସମ୍ବନ୍ଧ ରହିଛି । ପ୍ରାପ୍ତିଗୁଡିକୁ ମଧ୍ୟ ଜାଣିଛ, ଯେଉଁଠାରେ ବାବା ଅଛନ୍ତି ସେଠାରେ ପ୍ରାପ୍ତିଗୁଡିକ ମଧ୍ୟ ସର୍ବ ଏବଂ ଅବିନାଶୀ ଅଟେ । ଜଣଙ୍କ ଭିତରେ ତିନୋଟି ଯାକ ସମ୍ବନ୍ଧ ରହିଛି । ଏମିତି ବି ଜୀବନରେ ଏହି ତିନୋଟିଯାକ ସମ୍ବନ୍ଧ ସମସ୍ତଙ୍କର ଆବଶ୍ୟକ ଅଟେ କିନ୍ତୁ ଦୁନିଆର ଲୋକମାନଙ୍କର ପ୍ରତ୍ୟେକ ସମ୍ବନ୍ଧ ଅଲଗା ଅଲଗା ଅଟେ ଏବଂ ତୁମମାନଙ୍କର ତିନୋଟିଯାକ ସମ୍ବନ୍ଧ ଜଣଙ୍କ ସହିତ ଅଟେ । ଏଥିପାଇଁ ମନେ ପକାଇବା ଏବଂ ଅନୁଭବ କରିବା ସହଜ ହେଉଛି । ତେବେ ତୁମେ ସମସ୍ତେ ତିନୋଟିଯାକ ସମ୍ବନ୍ଧର ଅନୁଭବୀ ଅଟ ନା! ତେବେ ପିତାଙ୍କ ଦ୍ୱାରା କ’ଣ ମିଳୁଛି? ସମ୍ପତ୍ତି । ସମ୍ପତ୍ତି ମଧ୍ୟ କେତେ ଉଚ୍ଚ ମିଳୁଛି ଏବଂ ତାହା କେତେ ସମୟ ପର୍ଯ୍ୟନ୍ତ ସାଥୀରେ ରହୁଛି, କାହିଁକି ନା ପରମାତ୍ମା ପିତାଙ୍କ ଦ୍ୱାରା ପ୍ରାପ୍ତ ହେଉଛି । ଦ୍ୱିତୀୟ ସମ୍ବନ୍ଧଟି ହେଲା ଶିକ୍ଷକର ସମ୍ବନ୍ଧ, ଶିକ୍ଷାକୁ ରୋଜଗାରର ପନ୍ଥା କୁହାଯାଏ । ତେବେ ତୁମ ସମସ୍ତଙ୍କୁ ଶିକ୍ଷକଙ୍କ ଦ୍ୱାରା କେତେ ଉଚ୍ଚ ପ୍ରାପ୍ତି ହୋଇଛି ଜାଣିଛ ନା! ଏହିଭଳି ଉଚ୍ଚ ପ୍ରାପ୍ତି ପରମାତ୍ମା ପିତାଙ୍କ ବିନା ଅନ୍ୟ କାହାଠାରୁ ମିଳିପାରିବ ନାହିଁ । ଶିକ୍ଷା ଦ୍ୱାରା ପଦ ପ୍ରାପ୍ତି ହୋଇଥାଏ ଏବଂ ତୁମମାନଙ୍କୁ ସବୁଠାରୁ ଶ୍ରେଷ୍ଠ ପ୍ରାପ୍ତି ହେଉଛି, ଦୁନିଆରେ ମଧ୍ୟ ଶ୍ରେଷ୍ଠ ପ୍ରାପ୍ତି ରାଜ୍ୟପଦକୁ କୁହାଯାଉଛି । ତେଣୁ ତୁମକୁ ମଧ୍ୟ ଶିକ୍ଷକଙ୍କ ଦ୍ୱାରା ରାଜ୍ୟ ପଦର ପ୍ରାପ୍ତି ହେଉଛି । ଏବେ ମଧ୍ୟ ସ୍ୱରାଜ୍ୟର ରାଜା ଅଟ, କାହିଁକି ଜାଣିଛ? ଆତ୍ମା ରାଜଯୋଗୀ ହୋଇଥିବା କାରଣରୁ ସ୍ୱରାଜ୍ୟ ଅଧିକାରୀ ହୋଇଯାଉଛି । ସ୍ୱ ଉପରେ ରାଜ୍ୟ କରୁଛି । କର୍ମେନ୍ଦ୍ରିୟ ମାନଙ୍କର ବଶୀଭୂତ ହେଉ ନାହିଁ, ଆତ୍ମା ମାଲିକ ହୋଇ ଏହି ସବୁ କର୍ମେନ୍ଦ୍ରିୟ ମାନଙ୍କର ରାଜା ହୋଇଯାଉଛି । ତେଣୁ ଏବେକାର ସ୍ୱରାଜ୍ୟ ଏବଂ ଭବିଷ୍ୟତରେ ମଧ୍ୟ ରାଜ୍ୟ ପଦ ପ୍ରାପ୍ତ ହେଉଛି । ତେବେ ଡବଲ ରାଜ୍ୟ, ଏବେ ମଧ୍ୟ ଏବଂ ଭବିଷ୍ୟତରେ ମଧ୍ୟ ପଦର ପ୍ରାପ୍ତି ହେଉଛି । ଏବଂ ତୃତୀୟ ସମ୍ବନ୍ଧଟି ହେଲା ସତ୍‌ଗୁରୁଙ୍କର । ତେବେ ତିନୋଟି ଯାକ ସମ୍ବନ୍ଧ ପ୍ରାପ୍ତ ଅଟେ ନା! କ’ଣ ପ୍ରାପ୍ତ ହୋଇଯାଇଛି ତ? ପିତାଙ୍କର, ଶିକ୍ଷକଙ୍କର ଏବଂ ସତ୍‌ଗୁରୁଙ୍କର । ସତ୍‌ଗୁରୁଙ୍କ ଦ୍ୱାରା ଗୁରୁଙ୍କର ଶ୍ରୀମତ ମିଳୁଛି । କେତେ ଶ୍ରେଷ୍ଠ ମତ ମିଳିଛି? ତେଣୁ ନିଜକୁ ଚେକ୍ କର ଯେ ମୁଁ ସର୍ବଦା ଶ୍ରୀମତ ଅନୁସାରେ ଚାଲୁଛି ନା କେବେ କେବେ ମନମତ, ପରମତ ଆଡକୁ ବୁ୍‌ଦ୍ଧି ଚାଲିଯାଉଛି? ଚେକ୍ କରିଲ? ଯେଉଁମାନେ ଭାବୁଛନ୍ତି ଆମେ ସଦ୍‌ଗୁରୁଙ୍କ ଦ୍ୱାରା ସର୍ବଦା ହିଁ ଶ୍ରୀମତ ଅର୍ଥାତ୍ ଶ୍ରେଷ୍ଠ ମତ ଉପରେ ଚାଲୁଛୁ, ମନମତ ପରମତରେ କେବେ ବି ସ୍ୱପ୍ନରେ ମଧ୍ୟ ଯାଉ ନାହୁଁ, ସେମାନେ ହାତ ଉଠାଅ । ଯେଉଁମାନେ ସଦାସର୍ବଦା ଶ୍ରୀମତ ଅନୁସାରେ ହିଁ ଚାଲୁଛନ୍ତି, ପରମତ ବା ମନମତରେ ନୁହେଁ, ସେମାନେ ହାତ ଉଠାଅ ।

ଦେଖ, ମାତାମାନେ ହାତ ଉଠାଇଛନ୍ତି! ଅଳ୍ପ ଅଳ୍ପ ହାତ ଉଠାଉଛନ୍ତି । କେବେ କେବେ ଚାଲିଯାଉଛି ଏବଂ ପରମତ, ମନମତ ଧୋକା ମଧ୍ୟ ଦେଇଦେଉଛି ଏବଂ ତୁମମାନଙ୍କ ପାଇଁ ବିଶେଷ ଶ୍ରୀମତ କ’ଣ? ନିଜକୁ ଆତ୍ମା ମନେ କରି ମୋତେ ମନେ ପକାଅ । ତେଣୁ ଏହା ସହଜ ଅଟେ ନା କଷ୍ଟକର ଅଟେ? କେବେ କେବେ ମୁଶକିଲ ହୋଇଯାଉଛି କି! କିନ୍ତୁ ବାପଦାଦା ଚାହୁଁଛନ୍ତି ଯେ ସର୍ବଦା ଏହି ତିନୋଟିଯାକ ସମ୍ବନ୍ଧ ଦ୍ୱାରା ପ୍ରତ୍ୟେକ ସନ୍ତାନ ଆଗକୁ ଆଗକୁ ଉଡିଚାଲନ୍ତୁ । ତେବେ ବାପଦାଦା ପଚାରୁଛନ୍ତି ଯେଉଁମାନେ ହାତ ଉଠାଇ ନାହାଁନ୍ତି ସେମାନେ ଏବେଠାରୁ ମନମତ, ପରମତକୁ ତ୍ୟାଗ କରିପାରିବେ? କରିପାରିବେ? ଏବେ ସେମାନେ ହାତ ଉଠାଅ । ଆଚ୍ଛା! କାହିଁକିନା ବାପଦାଦା ବହୁତ ପୂର୍ବରୁ ସମୟର ସଂକେତ ଦେଇସାରିଛନ୍ତି । ଏବେ ସଂଗମର ସମୟ ଅତି ମୂଲ୍ୟବାନ ଅଟେ ଏବଂ ବାପଦାଦା ଏକଥା ମଧ୍ୟ କହିସାରିଛନ୍ତି ଯେ ବର୍ତ୍ତମାନର ସମୟ ଅନୁସାରେ ସବୁ କିଛି ଅଚାନକ ହେବ, ସେଥିପାଇଁ ସର୍ବଦା ଏଭରରେଡି ଅର୍ଥାତ୍ ସଦାପ୍ରସ୍ତୁତ ହୋଇ ରହିବାକୁ ହେବ । ସମସ୍ତେ ସାଥୀ ହୋଇଯିବା, ନା ପଛେ ପଛେ ଆସିବ? ବାପଦାଦାଙ୍କ ସାଥୀରେ ନିଜର ଘରକୁ ଯିବ ନା! ପ୍ରସ୍ତୁତ ଅଟ ନା! କ’ଣ ସାଥୀରେ ଯିବା ପାଇଁ ପ୍ରସ୍ତୁତ ଅଟ? ସଦାପ୍ରସ୍ତୁତ । କେବଳ ପ୍ରସ୍ତୁତ ନୁହେଁ, ସଦାପ୍ରସ୍ତୁତ । ତେଣୁ ବାପଦାଦା ସମୟର ସଂକେତ ଦେଉଛନ୍ତି । ଏହି ଗୋଟିଏ ଜନ୍ମରେ ୨୧ ଜନ୍ମର ପ୍ରାରବ୍ଧ ଜମା କରିବାକୁ ହେବ । ତେଣୁ ଚିନ୍ତା କର କେତେ ଧ୍ୟାନ ଦେବାକୁ ହେବ । ବାବାଙ୍କର ସବୁ ପିଲାଙ୍କ ପ୍ରତି ସ୍ନେହ ଅଛି, ତେଣୁ ବାବା ଏହି କଥା ଚାହୁଁଛନ୍ତି ଯେ ମୋ’ର ପ୍ରତ୍ୟେକ ସନ୍ତାନ ମୋ’ ସାଥୀରେ ଘରକୁ ଯାଆନ୍ତୁ ଏବଂ ସାଥୀ ହୋଇ ରାଜ୍ୟ ଅଧିକାରୀ ହୁଅନ୍ତୁ ।

ତେବେ ତୁମମାନଙ୍କୁ ସାଥୀରେ ଯିବା ପାଇଁ ହେଲେ ପ୍ରଥମେ ପିତାଙ୍କ ସମାନ ସମ୍ପୂର୍ଣ୍ଣ ଏବଂ ସମ୍ପନ୍ନ ହେଲେ ଯାଇ ତ ସାଥୀରେ ଘରକୁ ଯିବ ନା! ବର୍ତ୍ତମାନ ସମୟରେ ଏହି ଛୋଟିଆ ଜନ୍ମରେ ୨୧ ଜନ୍ମର ପ୍ରାପ୍ତି ତ ସୁନିଶ୍ଚିତ ଅଟେ, ତେଣୁ ଚିନ୍ତା କର ସଂଗମର ଏହି ଛୋଟିଆ ଜନ୍ମରେ ଗୋଟିଏ ଗୋଟିଏ ମିନିଟ୍ କେତେ ମହାନ ଅଟେ! ହିସାବ କର, ଯଦି ଏହି ଗୋଟିଏ ଜନ୍ମରେ ୨୧ ଜନ୍ମର ରାଜ୍ୟ ଭାଗ୍ୟ ନେବାର ଅଛି ତେବେ ସଂଗମଯୁଗର ଗୋଟିଏ ଗୋଟିଏ ମିନିଟ୍ ମଧ୍ୟ କେତେ ମୂଲ୍ୟବାନ ଅଟେ । ତେବେ ଏହାର ମୂଲ୍ୟକୁ ଜାଣି କ’ଣ କରିବାକୁ ହେବ?

ବାପଦାଦା ପୂର୍ବରୁ ମଧ୍ୟ ଶୁଣାଇ ସାରିଛନ୍ତି ଯେ ଦୁଇଟି କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ସେହି ଦୁଇଟି କଥା କ’ଣ? ମନେ ଅଛି ତ? ଗୋଟିଏ ହେଲା ସମୟ, ଦ୍ୱିତୀୟଟି ସଂକଳ୍ପ । ସଂକଳ୍ପ ମଧ୍ୟ ବ୍ୟର୍ଥରେ ନ ଯାଉ, ସମୟ ମଧ୍ୟ ବ୍ୟର୍ଥରେ ନ ଯାଉ । ଗୋଟିଏ ଗୋଟିଏ ସେକେଣ୍ଡ ସଫଳ ହେଉ । ତେବେ କୁହ ସେତିକି ଧ୍ୟାନ ଦେବାକୁ ପଡିବ ନା! ବାପଦାଦାଙ୍କର ତ ସବୁ ପିଲାଙ୍କ ପ୍ରତି ସ୍ନେହ ଅଛି । ବାପଦାଦା ଚାହୁଁଛନ୍ତି କେହି ଜଣେ ବି ସାଥୀରେ ଯିବାରୁ ବଞ୍ଚିତ ନ ହେଉ । ସାଥୀରେ ଅଛ, ସାଥୀରେ ଯିବ, ସାଥୀ ହୋଇ ରାଜ୍ୟ ଅଧିକାରୀ ହୋଇ ସର୍ବଦା ଜୀବନରେ ସୁଖ ଶାନ୍ତିର ଅନୁଭବ କରିବ । ତେବେ କୁହ, ସାଥୀରେ ଯିବ ନା! ଯିବା ତ? ରହିଯିବ ନାହିଁ ତ? ଦେଖ ତିନୋଟି ଭାଗ୍ୟ ତ ସମସ୍ତଙ୍କର ମସ୍ତକରେ ଚମକୁଛି । ନିଜର ମସ୍ତକରେ ଏହି ତିନୋଟିଯାକ ଭାଗ୍ୟ ଦେଖାଯାଉଛି ନା! ସଂଗମଯୁଗ ହିଁ ଭାଗ୍ୟବାନ ଯୁଗ ଅଟେ । ଏଥିରେ ଯିଏ ଯେତିକି ଭାଗ୍ୟ ଗଢିବା ପାଇଁ ଚାହିଁବ ଗଢିପାରିବ । କିନ୍ତୁ ଏଥିପାଇଁ ବହୁତ ସମୟ ପର୍ଯ୍ୟନ୍ତ ଧ୍ୟାନ ଦେବାକୁ ପଡିବ । ତେବେ ସବୁ ପିଲା ନିଜ ନିଜର ପୁରୁଷାର୍ଥରେ ଏବେ ତୀବ୍ରତା ଆଣ । ସମସ୍ତେ ପୁରୁଷାର୍ଥୀ ଅଟ, ବାପଦାଦା ଦେଖୁଛନ୍ତି ସମସ୍ତେ ପୁରୁଷାର୍ଥ କରୁଛନ୍ତି କିନ୍ତୁ ଏବେ ସମସ୍ତଙ୍କର ପୁରୁଷାର୍ଥ ତୀବ୍ରଗତିବାଲା ହେବା ଦରକାର । ବାପଦାଦା ପ୍ରତ୍ୟେକ ସନ୍ତାନକୁ ବାଳକ ହିସାବରେ ମାଲିକ ରୂପରେ ଦେଖିବାକୁ ଚାହୁଁଛନ୍ତି । କାହାର ମାଲିକ? ସର୍ବ ସମ୍ପତ୍ତିର ମାଲିକ । କେବେ କେବେ କେହି କେହି ପିଲା ବାପଦାଦାଙ୍କୁ କହୁଛନ୍ତି, ବାବା ଆପଣ ତ ଆମକୁ ସର୍ବଶକ୍ତି ଦେଇଛନ୍ତି ଏବଂ ଆମେମାନେ ମଧ୍ୟ ନିଜକୁ ମାଷ୍ଟର ସର୍ବଶକ୍ତିମାନ ମନେ କରୁଛୁ କିନ୍ତୁ କେହି କେହି ପିଲା ଅଭିଯୋଗ କରୁଛନ୍ତି ଯେ କେବେ କେବେ ଯେଉଁ ସମୟରେ ଯେଉଁ ଶକ୍ତିର ଆବଶ୍ୟକତା ପଡୁଛି ସେହି ଶକ୍ତି ଯଥା ସମୟରେ ଆସୁନାହିଁ । ତେବେ ଏହାର କାରଣ କ’ଣ? ବାବା ତ ସବୁ ପିଲାଙ୍କୁ ସର୍ବଶକ୍ତିଗୁଡିକ ଦେଇଛନ୍ତି । କ’ଣ ସମାନ ଦେଇଛନ୍ତି ନା କାହାକୁ କମ୍ କାହାକୁ ବେଶି ଦେଇଛନ୍ତି? ସର୍ବଶକ୍ତି ମିଳିଛି ତ, ହାତ ଉଠାଅ । ସମସ୍ତଙ୍କୁ ତ ମିଳଛି କିନ୍ତୁ ଯଥା ସମୟରେ କାମରେ କାହିଁକି ଲାଗୁ ନାହିଁ? ଏହାର କାରଣ କ’ଣ? ତେବେ କାରଣକୁ ତ ତୁମେମାନେ ମଧ୍ୟ ଜାଣିଛ କିନ୍ତୁ ସେହି ସମୟରେ ଭୁଲି ଯାଉଛ । ତେବେ ସର୍ବଶକ୍ତି ରୂପକ ସମ୍ପତ୍ତି ପ୍ରତ୍ୟେକ ସନ୍ତାନକୁ ପୈତୃକ ଅଧିକାର ରୂପରେ ମିଳିଛି । ବାବା ସମସ୍ତଙ୍କୁ ସର୍ବଶକ୍ତିର ସମ୍ପତ୍ତି ଦେଇଛନ୍ତି, କାହାକୁ କମ୍ କାହାକୁ ଅଧିକ ଦେଇନାହାଁନ୍ତି । ସର୍ବଶକ୍ତି ପୂରା ଦେଇଛନ୍ତି, ପୁଣି ବି ଯଥା ସମୟରେ କାମରେ କାହିଁକି ଲାଗୁନାହିଁ? ତୁମେ କୁହ ଯଦି କେହି ନିଜର ସ୍ୱମାନର ଆସନ ଉପରେ ନଥାଏ ତେବେ ତାହାର ଆଦେଶକୁ କେହି ମାନନ୍ତି କି? ତେବେ ଯେଉଁ ସମୟରେ ଶକ୍ତିଗୁଡିକ କାମ କରୁନାହାଁନ୍ତି, ତା’ର କାରଣ ହେଲା ତୁମେମାନେ ନିଜର ମାଷ୍ଟର ସର୍ବଶକ୍ତିମାନର ଆସନ ଉପରେ ବସିନାହଁ, ସେଥିପାଇଁ ଆସନ ଉପରେ ବସି ନଥିବା କାରଣରୁ ତୁମର ଆଦେଶ କେହି ମାନୁ ନାହାଁନ୍ତି । ତେଣୁ ସର୍ବଦା ନିଜର ଆସନ ଉପରେ ସ୍ଥିତ ରୁହ । ଯଦି କେତେବେଳେ ବ୍ୟର୍ଥ ସଂକଳ୍ପ ଚାଲୁଛି ବା ଟେନ୍‌ଶନ୍ ଆସୁଛି ତେବେ ତା’ ଦ୍ୱାରା ସ୍ୱମାନର ଆସନରୁ ଅଲଗା ହୋଇଯାଉଛ । ତେବେ ବାପଦାଦା ସମସ୍ତଙ୍କୁ କେତେ ସ୍ୱମାନ ଦେଇଛନ୍ତି । ସ୍ୱମାନର ତାଲିକା କେତେ ବଡ ଅଟେ! ଗଣତି କରିଦେଖ, ବାବା ତୁମମାନଙ୍କୁ କେତେ ସ୍ୱମାନ ଦେଇଛନ୍ତି? ଯଦି ସ୍ୱମାନରେ ସ୍ଥିତ ରହୁ ନାହିଁ, ଯେଉଁଠି ସ୍ୱମାନ ନାହିଁ ସେଠାରେ କ’ଣ ଥାଏ? ଜାଣିଛ ତ, ଦେହ ଅଭିମାନ ଆସିଯାଏ । ହୁଏ ତ ସ୍ୱମାନରେ ରହିଥିବ ନଚେତ୍ ଦେହ ଅଭିମାନରେ ରହିଥିବ । ତେବେ ଦେହ-ଅଭିମାନରର ଆସନ ଉପରେ ବସି ଯଦି ଆଦେଶ ଦେବ ତେବେ ଶକ୍ତିଗୁଡିକ ତୁମ ଆଦେଶକୁ ମାନିବେ ନାହିଁ, ନଚେତ୍ ମାଷ୍ଟର ସର୍ବଶକ୍ତିବାନର ଆଦେଶକୁ ଶକ୍ତିଗୁଡିକ ମାନିବେ ନାହିଁ, ଏହା ଅସମ୍ଭବ ଅଟେ । ତେଣୁ ଆସନ ଉପରେ ସ୍ଥିତ ହେବାର ଅଭ୍ୟାସ ସବୁବେଳେ କରୁଥାଅ । ଚେକ୍ କର, ଚାହେଁ କର୍ମଯୋଗରେ ରହିଥାଅ, ଚାହେଁ ସେବାରେ ରହିଥାଅ, ଚାହେଁ ନିଜର ମନନ-ଚିନ୍ତନରେ ରହିଥାଅ କିନ୍ତୁ ଯଦି ଆସନ ଉପରେ ସ୍ଥିତ ରହିଥିବ ତେବେ ସର୍ବଶକ୍ତିଗୁଡିକ ସମୟ ଅନୁସାରେ ଉପସ୍ଥିତ ରହିବେ ।

ଆଜି ଅମୃତବେଳାରେ ବାପଦାଦା ଦେଶ ବିଦେଶ, ଚାରିଆଡେ ଚକ୍ର ଲଗାଉଥିଲେ, କାହିଁକିନା ବାପଦାଦାଙ୍କୁ ଚକ୍ର ଲଗାଇବା ପାଇଁ ସମୟ ଲାଗେ ନାହିଁ, ତେବେ ବାପଦାଦା କ’ଣ ଦେଖିଥିବେ? କହିବୁ? ଅଧିକାଂଶ ପିଲା ପ୍ରାୟ ସମସ୍ତେ ଯୋଗରେ ତ ବସିଥିଲେ, ନିଦରୁ ଉଠି ନିଜ ନିଜ ସ୍ଥାନରେ ବସିଥିଲେ, ପୁରୁଷାର୍ଥ ମଧ୍ୟ କରୁଥିଲେ ଯେ ସାରା ସମୟ ସମ୍ପୂର୍ଣ୍ଣ ଅନୁଭବୀ ମୂରତ ହୋଇ ବସିବୁ କିନ୍ତୁ କ’ଣ ଦେଖିଲୁ ଜାଣିଛ? ଅନୁଭବୀ ମୂରତ ବହୁତ କମ୍ ଥିଲେ, କାହିଁକିନା ସବୁଠାରୁ ବଡ ଶକ୍ତି ଅନୁଭବ ହିଁ ଅଟେ । ଅନୁଭବୀ ସ୍ୱରୂପ ଅର୍ଥାତ୍ ସର୍ବଶକ୍ତିର ଅନୁଭବୀ ସ୍ୱରୂପ, ମାଷ୍ଟର ନଲେଜଫୁଲ, ମାଷ୍ଟର ସର୍ବଶକ୍ତି ସ୍ୱରୂପର ଅନୁଭବୀ ସ୍ୱରୂପ ହେବାରେ କିଛିଟା କମି ଦେଖାଯାଉଥିଲା । ପୁରୁଷାର୍ଥ ତ କରୁଛନ୍ତି, ବାପଦାଦା ପୁଣି ବି ଅଭିନନ୍ଦନ ଦେଉଛନ୍ତି କାହିଁକିନା ପୁରୁଷାର୍ଥ କରି ଅଧିକାଂଶ ପିଲା ଯୋଗରେ ବସୁଛନ୍ତି କିନ୍ତୁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ଲାଇଟ୍ ମାଇଟ୍ ସ୍ୱରୂପର ଅନୁଭବୀ ମୂରତ ହୋଇ ବସନ୍ତୁ । କାହିଁକିନା ଅମୃତବେଳାରେ ଯୋଗର ସକାଶ ଅର୍ଥାତ୍ ଶକ୍ତିଶାଳୀ ପ୍ରକମ୍ପନ ସାରା ବାୟୁମଣ୍ଡଳରେ ଖେଳିଯାଇଥାଏ । ତେଣୁ ଏହି ଅନୁଭବକୁ ଆହୁରି ଆଗକୁ ବଢାଅ । ଯେପରି ବ୍ରହ୍ମାବାବାଙ୍କୁ ଦେଖିଛ, କେତେ ଶକ୍ତିଶାଳୀ ଫରିସ୍ତା ସ୍ୱରୂପର ସ୍ଥିତିରେ ରହୁଥିଲେ । ସେହିଭଳି ଏହି ଅମୃତବେଳାକୁ ଏବେ ନିଜ ନିଜ ହିସାବରେ ଆହୁରି ଅଧିକ ଅଥକ ହୋଇ ଧ୍ୟାନ ଦିଅ । ବାପଦାଦା ଦେଖିଲେ ଯେ କେତେକ ପିଲା ଲାଇଟ୍ ମାଇଟ୍ ସ୍ୱରୂପରେ ମଧ୍ୟ ବସିଛନ୍ତି, ବସୁ ନାହାଁନ୍ତି ଏମିତି ନୁହେଁ, ବସୁଛନ୍ତି କିନ୍ତୁ ଏହି ସମୟରେ ପୁରୁଷାର୍ଥକୁ ଆହୁରି ଅଧିକ ଧ୍ୟାନ ଦେବାକୁ ପଡିବ ଏବଂ ବାପଦାଦା ପୂର୍ବରୁ ମଧ୍ୟ ସଂକେତ ଦେଇଛନ୍ତି ଯେ ନିଜର ମନକୁ ସର୍ବଦା ବ୍ୟସ୍ତ ରଖ । ଚାହେଁ ମାନସୀକ ସେବା ଦ୍ୱାରା, ଚାହେଁ ବାଣୀର ସେବା ଦ୍ୱାରା, ନଚେତ୍ ମନନ-ଚିନ୍ତନ ଦ୍ୱାରା ବ୍ୟସ୍ତ ରଖ କାହିଁକିନା ମନନ ଶକ୍ତି ମନକୁ ଏକାଗ୍ର କରିଦିଏ । କେହି କେହି ପିଲା ମନନ ମଧ୍ୟ ବହୁତ ଭଲ କରନ୍ତି କିନ୍ତୁ ଏହି ମନନ ଶକ୍ତିକୁ ମଧ୍ୟ ସାରା ଦିନ ଭିତରେ ଆହୁରି ଅଧିକ ବଢାଅ କାହିଁକିନା ବାପଦାଦାଙ୍କର ଶେଷ ନମ୍ବର ପିଲା ପ୍ରତି ମଧ୍ୟ ସ୍ନେହ ଅଛି । ଶେଷ ନମ୍ବର ପିଲା ପାଇଁ ମଧ୍ୟ ବାପଦାଦା ଚାହୁଁଛନ୍ତି ଯେ ସେ ମଧ୍ୟ ସାଥୀରେ ଚାଲୁ, ରହି ନ ଯାଉ । ପଛରେ ଆସିବା ପାଇଁ ନ ରହୁ । ତେଣୁ କ’ଣ କରିବ? ଧ୍ୟାନ ଦିଅ ।

ଆଜି ବାପଦାଦା ସଭାକୁ ଦେଖି ଜାଣିଛନ୍ତି ଯେ ପିଲାମାନଙ୍କର ବୃଦ୍ଧି ନିଶ୍ଚିତ ହେବ । ୭୫ ବର୍ଷର ଜୟନ୍ତୀ ତ ପାଳନ କରିଦେଲ । ସେଥିପାଇଁ ମଧ୍ୟ ବାପଦାଦା ପିଲାମାନଙ୍କୁ ଅଭିନନ୍ଦନ ଦେଉଛନ୍ତି । ବାପଦାଦା ପିଲାମାନଙ୍କର ସେବାର ଲଗନକୁ ମଧ୍ୟ ଦେଖିଲେ, ସବୁ ସ୍ଥାନର ପିଲାମାନଙ୍କ ଭିତରେ ଉମଙ୍ଗ ଉତ୍ସାହ ରହିଛି । ସେବାର ବଳ ଏବଂ ଫଳ ମଧ୍ୟ ଦେଖାଯାଉଛି ବିଶେଷ କରି ବାପଦାଦା ଦେଖିଲେ ଯେଉଁଠି ବି ପିଲାମାନେ ସେବା କରିଛନ୍ତି ସେଠାକୁ ଏଥର ସରକାରଙ୍କ ଦ୍ୱାରା ନିମିତ୍ତ ହୋଇଥିବା ଆତ୍ମାମାନେ ଅଧିକ ଆସିଛନ୍ତି ଏବଂ ମାନୁଛନ୍ତି ଯେ ବର୍ତ୍ତମାନର ସମୟ ଅନୁସାରେ ଯେତେବେଳେ ବି ଦୁଃଖ-ଅଶାନ୍ତି ବଢି ବଢି ଚାଲିଛି ଏଭଳି ସମୟରେ ଆପଣମାନେ ଯେଉଁ ବିଷୟ ବସ୍ତୁ ରଖିଛନ୍ତି ତାହା ଅତି ଆବଶ୍ୟକ ଅଟେ କାହିଁକିନା ଲୋକମାନେ ଯେତେ ଅଧିକ ଶାନ୍ତି ଚାହୁଁଛନ୍ତି ସେତେ ଅଧିକ ଅଶାନ୍ତି ବଢି ଚାଲିଛି । କୌଣସି ନା କୌଣସି କଥା ଅଶାନ୍ତିର କାରଣ ହୋଇଯାଉଛି । ଏଥିପାଇଁ ଚାରିଆଡେ ଟେନ୍‌ଶନ୍ ବଢି ଚାଲିଛି ଏବଂ ସରକାର ମଧ୍ୟ ଚାହୁଁଛନ୍ତି ଯେ ଭାରତ ଟେନ୍‌ଶନ୍ ଫ୍ରି ହୋଇଯାଉ । ତେଣୁ ଯେଉଁମାନେ ବି ସେବା କରିଛନ୍ତି, ସେହି ସମସ୍ତ ପିଲାମାନଙ୍କୁ ବାପଦାଦା ଅଭିନନ୍ଦନ ଦେଉଛନ୍ତି ଏବଂ ଯେଉଁମାନେ କରିବାକୁ ଯାଉଛନ୍ତି, ସେମାନଙ୍କୁ ମଧ୍ୟ ଆଗୁଆ ଅଭିନନ୍ଦନ ଦେଉଛନ୍ତି । ବାପଦାଦା ଏବେ ଏହି କଥା ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ଏବେ ଫଲୋ ଫାଦର କରିବା ସହିତ ବାବାଙ୍କ ସମାନ ସମ୍ପନ୍ନ ନିଶ୍ଚିତ ହୁଅନ୍ତୁ । ବାପଦାଦା ଦେଖିଲେ ଯେ ଏଥିପାଇଁ ପୁରୁଷାର୍ଥ ମଧ୍ୟ ସମସ୍ତେ କରୁଛନ୍ତି । ପୁରୁଷାର୍ଥର ଲଗନ ମଧ୍ୟ ଅଛି, ନିଜ ସହିତ ପ୍ରତିଜ୍ଞା ମଧ୍ୟ ବହୁତ କରୁଛନ୍ତି, ଏବେ ଆଉ କରିବି ନାହିଁ, ଏବେ ଆଉ ଏଭଳି କରିବି ନାହିଁ.... । କିନ୍ତୁ କାରଣ କ’ଣ ହେଉଛି? କାରଣ ହେଲା ପୁରୁଷାର୍ଥରେ ଦୃଢତା କମ୍ ରହୁଛି । ମଝିରେ ମଝିରେ ଅବହେଳା ପଣିଆ ଆସିଯାଉଛି । ହୋଇ ହିଁ ଯିବି.... ହୋଇ ହିଁ ଯିବି ..... ଏହିଭଳି ଅବହେଳାପଣିଆ ପୁରୁଷାର୍ଥକୁ ଢିଲା କରିଦେଉଛି । ତେଣୁ ଏବେ କ’ଣ କରିବ? ଏବେ ନିଜ ଉପରେ ଏହିଭଳି ବିଶେଷ ଧ୍ୟାନ ଦିଅ, ନିଜେ ନିଜେ ନିଜ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କର, ଯେଉଁଥିରେ ସାରା ଦିନ ମନକୁ ବ୍ୟସ୍ତ ରଖ । ନିଜର କାର୍ଯ୍ୟକ୍ରମ ନିଜେ ତ ତିଆରି କର । ନିଜ ପାଇଁ ନିଜେ ଟାଇମ୍ ଟେବୁଲ୍ ତିଆରି କର ଯାହାଦ୍ୱାରା ମନକୁ ବ୍ୟସ୍ତ ରଖିପାରିବ । ଚାହେଁ ମନନ ଚିନ୍ତନ କର, ଚାହେଁ ସେବା କର, ଚାହେଁ ପରସ୍ପରକୁ ସାବଧାନ କରାଅ କିନ୍ତୁ ମନକୁ ବ୍ୟସ୍ତ ରଖ । ଶାରୀରିକ ହିସାବରେ ବ୍ୟସ୍ତ ତ ରହୁଛ କିନ୍ତୁ ଏବେ ମନରେ ବ୍ୟସ୍ତ ରୁହ । ମନରେ ବ୍ୟସ୍ତ ରହୁଥିବା ନମ୍ବରୱାନ ବିଜିନେସ୍ ମ୍ୟାନ ଅର୍ଥାତ୍ ବ୍ୟବସାୟୀ ହୁଅ । କ’ଣ ଏହା କରିପାରିବ? କରିବ? କରିବା? କାହିଁକନା ତୁମେମାନେ ଜାଣିଛ ଯେ ବ୍ରହ୍ମାବାବା ମଧ୍ୟ ତୁମମାନଙ୍କୁ ଅପେକ୍ଷା କରି ରହିଛନ୍ତି ଏବଂ ତୁମର ଆଡଭାନ୍ସ ପାର୍ଟି ମଧ୍ୟ ତୁମମାନଙ୍କୁ ଅପେକ୍ଷା କରିଛନ୍ତି, କେବେ ଏମାନେ ସମୟକୁ ପାଖକୁ ଆଣିବେ କାହିଁକିନା ସମୟକୁ ପାଖକୁ ଆଣିବାର ଦାୟିତ୍ୱ ତୁମମାନଙ୍କର ଅଟେ । ତେବେ ନିଜକୁ ସମ୍ପନ୍ନ କରିବା ଅର୍ଥ ସମୟକୁ ପାଖକୁ ଆଣିବା ।

ତେବେ ବାପଦାଦା ତ ବିଶେଷ ଗୋଟିଏ ମାସ ଦେଇ ସାରିଛନ୍ତି । ଏହି ଗୋଟିଏ ମାସ ଭିତରେ ପ୍ରତ୍ୟେକଙ୍କୁ ତୀବ୍ର ପୁରୁଷାର୍ଥୀ ହୋଇ, ପୁରୁଷାର୍ଥୀ ନୁହେଁ ତୀବ୍ର ପୁରୁଷାର୍ଥୀ ହେବାକୁ ହିଁ ପଡିବ । କ’ଣ ମଞ୍ଜୁର ଅଟେ ତ? ମଞ୍ଜୁର ତ? ହାତ ଉଠାଅ । ଆଚ୍ଛା, ଅଭିନନ୍ଦନ ଏବେ ସମସ୍ତଙ୍କୁ ଦୃଢ ସଂକଳ୍ପ କରି ପ୍ରତିଦିନ ବାପଦାଦାଙ୍କୁ ନିଜର ସାରା ଦିନର କେଉଁ ଭଳି ଚାର୍ଟ ଦେଖାଇବାକୁ ହେବ? ତୀବ୍ର ପୁରୁଷାର୍ଥର । ପୁରୁଷାର୍ଥର ନୁହେଁ, ତୀବ୍ର ପୁରୁଷାର୍ଥର । ଏଥିପାଇଁ ପ୍ରସ୍ତୁତ ଅଟ ତ? ପ୍ରସ୍ତୁତ? ଦୁଇଟିଯାକ ହାତ ଉଠାଅ । ବହୁତ ଭଲ । ବାପଦାଦା କେବେ ବି ଅଚାନକ ଭାବରେ ତୁମମାନଙ୍କର ଫଳାଫଳ ଚେକ୍ କରିବା ପାଇଁ ମାଗିପାରନ୍ତି । ଏହାର ତାରିଖ କୁହାଯିବ ନାହିଁ । ଅଚାନକ ଏକ ମାସ ଭିତରେ କୌଣସି ବି ତାରିଖରେ ଫଳାଫଳ ମଗାଯିବ । ମୋତେ କରିବାକୁ ହିଁ ପଡିବ । ଏହିଭଳି ପ୍ରତିଜ୍ଞା ନିଜେ ନିଜ ସହିତ କର । ବାପଦାଦା ମଧ୍ୟ ସବୁବେଳେ ପ୍ରତିଜ୍ଞା କରାଉଛନ୍ତି ଏବଂ କରାଇବେ ମଧ୍ୟ କିନ୍ତୁ ନିଜେ ନିଜ ସହିତ ଏହି ସଂକଳ୍ପ କର ଏବଂ ବାସ୍ତବିକ ରୂପରେ କରିଦେଖାଅ । ମୋତେ କରିବାକୁ ହିଁ ପଡିବ । କରିବି, ଦେଖିବି... ଏହିଭଳି ଭାବିବା ଠିକ୍ ନୁହେଁ । ସମୟ ଆଗକୁ ବଢି ଚାଲିଛି, ଅତି ଆଡକୁ ଯାଉଛି, ତେବେ ସମୟକୁ ପରିବର୍ତ୍ତନ କରୁଥିବା ପୂର୍ବଜ ଆତ୍ମାମାନଙ୍କୁ କ’ଣ ନିଜର ଦୁଃଖୀ ପରିବାର ଉପରେ ଦୟା ଆସୁନାହିଁ? ତେଣୁ ଦୟାଳୁ ହୁଅ । ଦୁଃଖୀମାନଙ୍କୁ ସୁଖର ରାସ୍ତା ଦେଖାଅ, ଚାହେଁ ସଂକଳ୍ପ ଦ୍ୱାରା, ଚାହେଁ ବାଣୀ ଦ୍ୱାରା, ଚାହେଁ ସମ୍ବନ୍ଧ-ସମ୍ପର୍କ ଦ୍ୱାରା । ତୁମର ନିଜର ପରିବାର ଅଟେ ନା! ତେଣୁ ପରିବାରର ଦୁଃଖ ଦୂର କରିବାକୁ ହେବ । ତେଣୁ ଦୟାଳୁ ହୁଅ । ଆଚ୍ଛା!

ଏବେ ଯିଏବି ଯେଉଁଠି ବସିଛ, ଚାହେଁ ଟିଭି ଦ୍ୱାରା ଦେଖୁଛ, ଚାହେଁ ଏଠାରେ ମଧ୍ୟ ଭିନ୍ନ ଭିନ୍ନ ସ୍ଥାନରେ ବସି ଟିଭି ଦ୍ୱାରା ଦେଖୁଛ, ତୁମ ସମସ୍ତଙ୍କୁ ବାପଦାଦା ଆଜି ତୀବ୍ର ପୁରୁଷାର୍ଥୀର ଉପାଧି ଦେଉଛନ୍ତି । ଏବେ ଏହି ଉପାଧିକୁ ସଦାସର୍ବଦା ମନେ ରଖିଥାଅ । ଯଦି କେହି ପଚାରିବ ତୁମେ କିଏ? ତେବେ କହିବ ତୀବ୍ର ପୁରୁଷାର୍ଥୀ । ଠିକ୍ ଅଛି ତ? ସମସ୍ତଙ୍କୁ ମଞ୍ଜୁର ଅଟେ ତ? କ’ଣ ମଞ୍ଜୁର ତ? ଏବେ ଆଉ ଢିଲା ପୁରୁଷାର୍ଥ ଚଳିବ ନାହିଁ, ସମୟ ଆଗକୁ ଆଗକୁ ଧାଇଁ ଚାଲିଛି, ସେଥିପାଇଁ ଏବେ ତୀବ୍ର ପୁରୁଷାର୍ଥୀ ହେବାକୁ ହିଁ ପଡିବ, ସମୟର ଡାକରା - ତୀବ୍ର ପୁରୁଷାର୍ଥୀ ଭବ । ତେଣୁ ସବୁ ପିଲାଙ୍କୁ ବାପଦାଦା ବହୁତ ବହୁତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ସହିତ ତୀବ୍ର ପୁରୁଷାର୍ଥର ଉପହାର ଦେଉଛନ୍ତି । ଆଚ୍ଛା! ଓମ୍ ଶାନ୍ତି ।

ବରଦାନ:-
ମାୟାର ଜ୍ଞାନରେ ଅନଭିଜ୍ଞ ଏବଂ ଈଶ୍ୱରୀୟ ଜ୍ଞାନରେ ମହାତ୍ମା ହେଉଥିବା ସମ୍ପୂର୍ଣ୍ଣ ପବିତ୍ର ଭବ ।

ଯେପରି ସତ୍ୟଯୁଗୀ ଆତ୍ମାମାନେ ବିକାରଗୁଡିର ଜ୍ଞାନରେ ଅନଭିଜ୍ଞ ହୋଇଥାଆନ୍ତି ଏବେ ସେହି ସଂସ୍କାର ଯଦି ତୁମ ସ୍ମୃତିରେ ସ୍ପଷ୍ଟ ଭାବରେ ରହିବ ତେବେ ମାୟାର ଜ୍ଞାନରେ ମଧ୍ୟ ଅନଭିଜ୍ଞ ହୋଇଯିବ । କିନ୍ତୁ ଭବିଷ୍ୟତର ସଂସ୍କାର ସ୍ମୃତିରେ ସ୍ପଷ୍ଟ ଭାବରେ ସେତେବେଳେ ରହିପାରିବ ଯେତେବେଳେ ଆତ୍ମିକ ସ୍ୱରୂପର ସ୍ମୃତି ସବୁବେଳେ ସ୍ପଷ୍ଟ ଭାବରେ ରହୁଥିବ । ଯେପରି ଦେହ ସ୍ପଷ୍ଟ ରୂପରେ ଦେଖାଯାଉଛି, ସେହିପରି ନିଜର ଆତ୍ମାର ସ୍ୱରୂପ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଉ ଅର୍ଥାତ୍ ଅନୁଭବ ହେଉ, ତେବେ କୁହାଯିବ ମାୟାଠାରୁ ଅନଭିଜ୍ଞ ଏବଂ ଈଶ୍ୱରୀୟ ଜ୍ଞାନରେ ସେଣ୍ଟ ଅର୍ଥାତ୍ ସମ୍ପୂର୍ଣ୍ଣ ପବିତ୍ର ।

ସ୍ଲୋଗାନ:-
ଆନ୍ତରିକ ଅଶୁଦ୍ଧି ହିଁ ସମ୍ପୂର୍ଣ୍ଣ ଶୁଦ୍ଧ ହେବାରେ ବିଘ୍ନ ପକାଇଥାଏ ।

ଅବ୍ୟକ୍ତ ଈଶାରା:- ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର । ତୁମେ ଈଶ୍ୱରୀୟ ସେବାଧାରୀମାନେ ସେବା କରିବାବାଲା ଅଟ, ନୁହେଁ କି ସେବା ନେବାବାଲା ଅଟ । ଯଦି ତୁମେ ସେବା ନେବାବାଲା ହେଉଛ, ତେବେ ନାମ ଅନୁସାରେ କର୍ତ୍ତବ୍ୟ ହେଲା ନାହିଁ । ଈଶ୍ୱରୀୟ ସେବାଧାରୀ କେବେ ବି ସେବା ନେଇ ନଥାଆନ୍ତି ବରଂ ଦେଇଥାଆନ୍ତି । କାହିଁକିନା ଦାତାଙ୍କର ସନ୍ତାନ ଅଟନ୍ତି ନା! ଯେପରି ବାବା କିଛି ବି ନେଇ ନ ଥାଆନ୍ତି, ସବୁବେଳେ ଦେଇଥାଆନ୍ତି, ସେହିପରି ତୁମେମାନେ ମଧ୍ୟ ଦେବାବାଲା ହୁଅ । ଯଦି କେତେବେଳେ ସମସ୍ୟା ସ୍ୱରୂପ ହେଉଛ ତେବେ ବି ସେବା ନେଉଛ । କୌଣସି ପ୍ରକାରର ଅତିରିକ୍ତ ସେବା ନେବାବାଲାଙ୍କୁ କେବେ ବି ଏହି ନିଶା ରହିବ ନାହିଁ ଯେ ଆମେ ଦାତା ଅଟୁ ବା ବରଦାତାଙ୍କର ସନ୍ତାନ ଅଟୁ । ବିଶେଷ ସୂଚନା:- ମାସର ତୃତୀୟ ରବିବାରର ଯୋଗ୍ୟାଭ୍ୟାସ ଆଜି ମାସର ତୃତୀୟ ରବିବାର, ସବୁ ଭାଇ ଭଉଣୀମାନେ ଏକତ୍ରିତ ହୋଇ ସନ୍ଧ୍ୟା ୬.୩୦ ମିନିଟ୍ ଠାରୁ ୭.୩୦ ମିନିଟ୍ ପର୍ଯ୍ୟନ୍ତ ନିଜର ଜ୍ଞାନ ସ୍ୱରୂପ ସ୍ଥିତିରେ ସ୍ଥିତ ହୋଇ, ଜ୍ଞାନର ଲାଇଟ୍ ଏବଂ ଯୋଗର ମାଇଟ୍ ଅର୍ଥାତ୍ ଶକ୍ତି ସର୍ବ ଆତ୍ମାଙ୍କୁ ଦେଇ ସେମାନଙ୍କୁ ସଠିକ୍ ରାସ୍ତା ଦେଖାଇବା ପାଇଁ ବା ସେଥିରେ ଚାଲିବାର ଶକ୍ତି ସମସ୍ତଙ୍କ ନିକଟରେ ପହଞ୍ଚୁ, ଏହିଭଳି ଶୁଭ ସଂକଳ୍ପ ଦ୍ୱାରା ବିଶ୍ୱ କଲ୍ୟାଣର ସେବା କରିବା ହେବେ ।