20.11.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସେବା
କରିବା ସହିତ ଯୋଗର ଯାତ୍ରାକୁ କାଏମ ସ୍ଥାୟୀ ରଖିବାକୁ ହେବ, ଏହି ଆତ୍ମିକ ଯାତ୍ରାରେ କେବେ ବି
ଥଣ୍ଡା ଅର୍ଥାତ୍ ଅଳସୁଆ ହେବାର ନାହିଁ ।”
ପ୍ରଶ୍ନ:-
ପିଲାମାନଙ୍କର
ମନ ଯଦି ଆତ୍ମିକ ସେବାରେ ଲାଗୁନାହିଁ, ତେବେ ତା’ର କାରଣ କ’ଣ?
ଉତ୍ତର:-
ଯଦି ଆତ୍ମିକ ସେବା କରିବାରେ ମନ ଲାଗୁନାହିଁ, ତେବେ ନିଶ୍ଚିତ ଭାବରେ ଦେହ-ଅଭିମାନର ଗ୍ରହଦୋଷ
ଲାଗିଛି । ଚାଲୁ ଚାଲୁ ଦେହ-ଅଭିମାନ ଆସିଯିବା କାରଣରୁ ଯେତେବେଳେ ପରସ୍ପର ଉପରେ ଋଷି ଯାଉଛନ୍ତି
ସେତେବେଳେ ସେବା କରିବା ଛାଡି ଦେଉଛନ୍ତି । ପରସ୍ପରର ଚେହେରା ଦେଖିବା ମାତ୍ରକେ ସେବାର ଆଗ୍ରହ
ସମାପ୍ତ ହୋଇଯାଉଛି, ସେଥିପାଇଁ ବାବା କହୁଛନ୍ତି ଏହି ଖରାପ ଗ୍ରହଦୋଷଠାରୁ ନିଜକୁ ଦୂରେଇ ରଖ ।
ଗୀତ:-
ହମାରେ ତୀର୍ଥ
ନ୍ୟାରେ ହେଁ...
ଓମ୍ ଶାନ୍ତି ।
ଏହି ଗୀତର ଧାଡି
ପିଲାମାନଙ୍କୁ ସତର୍କ କରିଦେଲା । କ’ଣ କହିଲେ? ବୁଦ୍ଧିରେ ଏହି କଥା ମନେରଖିବାକୁ ହେବ ଯେ ଆମେ
ତୀର୍ଥ ଯାତ୍ରାରେ ଅଛୁ ଏବଂ ଆମର ଏହି ଯାତ୍ରା ସବୁଠାରୁ ଅଲଗା ଅଟେ । ଏହି ଯାତ୍ରାକୁ ଭୁଲିଯାଅନାହିଁ
। ସମସ୍ତ ଆଧାର ଯୋଗର ଯାତ୍ରା ଉପରେ ରହିଛି । ଅନ୍ୟମାନେ ତ’ ଶାରୀରିକ ଯାତ୍ରା କରି ପୁଣି ଫେରି
ଆସୁଛନ୍ତି ଏବଂ ଜନ୍ମ ଜନ୍ମାନ୍ତର ଏହି ଯାତ୍ରା କରି ହିଁ ଆସୁଛନ୍ତି । ଆମମାନଙ୍କର ତୀର୍ଥ ସେପରି
ନୁହେଁ ଯେ ଅମରନାଥକୁ ଯାଇ ପୁଣି ମୃତ୍ୟୁଲୋକକୁ ଚାଲିଆସିବା । ତୁମମାନଙ୍କର ଯାତ୍ରା ସେପରି ନୁହେଁ
। ସେହି ଯାତ୍ରା ଅନ୍ୟମାନେ କରିଥା’ନ୍ତି । ତୀର୍ଥକୁ ଯାଇ, ଚକ୍ର ଲଗାଇ ପୁଣି ଆସି ପତିତ
ହୋଇଯାଇଥା’ନ୍ତି । ଭିନ୍ନ ଭିନ୍ନ ପ୍ରକାରର ଯାତ୍ରାମାନ ରହିଛି ନା । ଦେବୀମାନଙ୍କର ଅନେକ ମନ୍ଦିର
ବି ରହିଛି । ବିକାରୀମାନଙ୍କ ସହିତ କେତେ ଯାତ୍ରା କରୁଛନ୍ତି । ତୁମେମାନେ ତ’ ପ୍ରତିଜ୍ଞା କରିଛ
ନିର୍ବିକାରୀ ରହିବା ପାଇଁ । ଏହି ଯାତ୍ରା ତୁମ ନିର୍ବିକାରୀମାନଙ୍କର ଅଟେ । ନିର୍ବିକାରୀ ବାବା
ଯିଏକି ସଦା ପବିତ୍ର ଅଟନ୍ତି, ତାଙ୍କୁ ମନେ ପକାଇବାକୁ ହେବ । ପାଣିର ସାଗରକୁ ବିକାରୀ ବା
ନିର୍ବିକାରୀ କହିବା ନାହିଁ । ନା ସେଥିରୁ ବାହାରିଥିବା ଗଙ୍ଗା ମଧ୍ୟ ନିର୍ବିକାରୀ କରାଇବେ ।
ମନୁଷ୍ୟମାନେ ଏତେ ପତିତ ହୋଇଯାଇଛନ୍ତି ଯେ କିଛି ହେଲେ ବୁଝୁନାହାଁନ୍ତି । ତାହା ଶାରୀରିକ ସ୍ଥୂଳ
ଯାତ୍ରୀମାନଙ୍କର ଅଳ୍ପକାଳ କ୍ଷଣଭଙ୍ଗୁର ବା କ୍ଷଣିକ ସମୟର ଯାତ୍ରା । ଏହି ଯାତ୍ରା ବହୁତ ଶ୍ରେଷ୍ଠ
ଅଟେ । ତୁମମାନଙ୍କୁ ଉଠିବା ବସିବା ସମୟରେ ଯାତ୍ରାର ଚିନ୍ତନ କରିବାକୁ ହେବ । ଯାତ୍ରା କରିବା
ସମୟରେ କର୍ମଧନ୍ଦା, ଘର-ଗୃହସ୍ଥ ଆଦି ସବୁ ଭୁଲିବାକୁ ହୋଇଥାଏ । ଅମରନାଥଙ୍କର ଜୟ... ବାସ୍ ଏହିପରି
କହିଚାଲିଥା’ନ୍ତି । ମାସେ ଦୁଇମାସକାଳ ତୀର୍ଥ ଯାତ୍ରା କରି ଆସି ପୁନଃ ବିକାରରେ ଲିପ୍ତ
ହୋଇଯାଆନ୍ତି । ପୁଣି ଯାଇଥା’ନ୍ତି ଗଙ୍ଗାସ୍ନାନ କରିବାକୁ । ସେମାନଙ୍କୁ ଏକଥା ଜାଣିନାହିଁ ଯେ
ସେମାନେ ପ୍ରତ୍ୟେକ ଦିନ ପତିତ ହେଉଛନ୍ତି । ଗଙ୍ଗା ଯମୁନା ନଦୀ କୂଳରେ ରହିଲାବାଲା ବି ପ୍ରତ୍ୟହ
ପତିତ ହୋଇଥା’ନ୍ତି । ପୁଣି ପ୍ରତ୍ୟେକ ଦିନ ଯାଇ ଗଙ୍ଗାରେ ସ୍ନାନ କରିଥା’ନ୍ତି । ପ୍ରଥମତଃ ଏହା
ଅଭ୍ୟାସରେ ପଡିଯାଇଥାଏ, ଦ୍ୱିତୀୟରେ ପୁଣି ବଡ ଦିନମାନଙ୍କରେ ଯାଇଥା’ନ୍ତି, ଭାବନ୍ତି ଯେ ଗଙ୍ଗା
ପତିତ ପାବନୀ ଅଟେ । ଏପରି ନୁହେଁ ଯେ ବିଶେଷ ସେହି ଗୋଟିଏ ଦିନରେ ଗଙ୍ଗା ପତିତ-ପାବନୀ ହୋଇଯାଇଥାଏ,
ଆଉ କେବେ ପାବନ କରି ନ ଥାଏ । ଯେଉଁ ଦିନ ମେଳା ଲାଗିଥାଏ ସେହି ଦିନ ସିଏ ପତିତ ପାବନୀ ହୋଇଯାଇଥାଏ
। ନା । ସିଏ ତ’ ସବୁଦିନ ସେହିପରି ରହିଛି । ସେଠାକୁ ପ୍ରତ୍ୟହ ସ୍ନାନ କରିବାକୁ ଯାଇଥା’ନ୍ତି,
ମେଳାକୁ ମଧ୍ୟ ବିଶେଷ ଦିନମାନଙ୍କରେ ଯାଇଥା’ନ୍ତି । ଏହାର କୌଣସି ଅର୍ଥ ନାହିଁ । ଗଙ୍ଗା ହେଉ ବା
ଯମୁନା ହେଉ ପାଣି ତ’ ସବୁ ସମାନ । ସେଥିରେ ଶବ ମଧ୍ୟ ପକାଇଦେଇଥା’ନ୍ତି ।
ଏବେ ତୁମମାନଙ୍କୁ
ଆତ୍ମିକ ଯାତ୍ରାରେ ସର୍ବଦା ରହିବାକୁ ହେବ । ବାସ୍, ଏବେ ଆମେ ଘରକୁ ଯାଉଛୁ । ଏଥିରେ ଗଙ୍ଗା
ସ୍ନାନ କରିବା ବା ଶାସ୍ତ୍ର ପଢ଼ିବାର କୌଣସି କଥା ହିଁ ନାହିଁ । ବାବା ଥରେମାତ୍ର ହିଁ ଆସୁଛନ୍ତି ।
ସାରା ଦୁନିଆ ମଧ୍ୟ ପତିତରୁ ପାବନ ଥରେମାତ୍ର ହେଉଛି । ଏକଥା ମଧ୍ୟ ଜାଣିଛ ସତ୍ୟଯୁଗ ହେଉଛି ନୂଆ
ଦୁନିଆ, କଳିଯୁଗ ହେଉଛି ପୁରୁଣା ଦୁନିଆ । ତେଣୁ ବାବାଙ୍କୁ ନିଶ୍ଚିତ ନୂଆ ଦୁନିଆର ସ୍ଥାପନା ଏବଂ
ପୁରୁଣା ଦୁନିଆର ବିନାଶ କରିବା ପାଇଁ ଆସିବାକୁ ପଡିବ । ଏହା ତାଙ୍କର ହିଁ କର୍ତ୍ତବ୍ୟ । କିନ୍ତୁ
ମାୟା ଏପରି ତମୋପ୍ରଧାନ ବୁଦ୍ଧି କରିଦେଇଛି ଯେ କିଛି ହେଲେ ବୁଝୁନାହାନ୍ତି । ପ୍ରଦର୍ଶନୀକୁ ଅନେକ
ବିଶିଷ୍ଟ ବ୍ୟକ୍ତି ଆସୁଛନ୍ତି । ସନ୍ନ୍ୟାସୀମାନେ ମଧ୍ୟ ଆସିବେ ତଥାପି ତାଙ୍କ ମଧ୍ୟରୁ କୋଟିକରେ
କେହି ବୁଝିବେ । ତୁମେମାନେ ଲକ୍ଷ ଲକ୍ଷ କୋଟି କୋଟି ଆତ୍ମାମାନଙ୍କୁ ବୁଝାଉଛ, ତେବେ ଯାଇ ବିରଳ
କେହି ଆସୁଛନ୍ତି । ଅନେକଙ୍କୁ ବୁଝାଇବାକୁ ହେବ । ଶେଷରେ ତୁମର ଏହି ଜ୍ଞାନ ଏବଂ ଚିତ୍ର ଆଦି ସବୁ
ଖବରକାଗଜରେ ବାହାରିବ । ସିଢ଼ିର ଚିତ୍ର ମଧ୍ୟ ଖବରକାଗଜରେ ବାହାରିବ । କହିବେ ଏହା ତ’ ଭାରତ ପାଇଁ
ଅଟେ ପୁଣି ଅନ୍ୟ ଧର୍ମର ଆତ୍ମାମାନେ କୁଆଡେ ଯିବେ । ବିନାଶ ସମୟର ମଧ୍ୟ ଗାୟନ ରହିଛି । ବିନାଶ
ଅର୍ଥାତ୍ ଘରକୁ ଫେରିବା । ଯେବେ ପୁରୁଣା ଦୁନିଆର ବିନାଶ ଏବଂ ନୂଆ ଦୁନିଆର ସ୍ଥାପନା ହେବ ତେବେ
ନିଶ୍ଚିତ ସମସ୍ତେ ଘରକୁ ଯିବେ ନା । ସମସ୍ତଙ୍କର ବିନାଶ ହେବ । ବର୍ତ୍ତମାନ ନୂଆ ଦୁନିଆ ସ୍ଥାପନ
ହେଉଛି, ଏକଥା ତୁମମାନଙ୍କ ବ୍ୟତୀତ ଆଉ କେହି ଜାଣିନାହିଁନ୍ତି । ତୁମେମାନେ ଜାଣିଛ ଯେ
ନର୍କବାସୀମାନଙ୍କର ବିନାଶ, ସ୍ୱର୍ଗବାସୀମାନଙ୍କର ସ୍ଥାପନା ହେଉଛି । କଳ୍ପ କଳ୍ପ ଏହିପରି ହିଁ
ହୋଇଥାଏ । ବର୍ତ୍ତମାନ ଯାହା ଅଳ୍ପ ବହୁତ ସମୟ ଅଛି, ସେଥିରେ ମଧ୍ୟ ଅନେକଙ୍କୁ ପରିଚୟ ମିଳିଯିବ ।
ପ୍ରଦର୍ଶନୀ ମେଳା ହୋଇଚାଲିବ । ସବୁ ସେଣ୍ଟରର ପିଲାମାନେ ଲେଖୁଛନ୍ତି ଯେ ଆମେ ମେଳା କରିବୁ,
ପ୍ରଦର୍ଶନୀ କରିବୁ । କିନ୍ତୁ ତା’ ସହିତ ନିଜର ୟାଦର ଯାତ୍ରାକୁ ମଧ୍ୟ ଭୁଲିଯିବା ଉଚିତ୍ ନୁହେଁ ।
ପିଲାମାନେ ସମ୍ପୂର୍ଣ୍ଣ ଥଣ୍ଡା ଅର୍ଥାତ୍ ପୁରୁଷାର୍ଥରେ ଅଳସୁଆ ହୋଇ ଚାଲିଛନ୍ତି । ଯାତ୍ରା ଏପରି
କରୁଛନ୍ତି ଯେପରି ବୃଦ୍ଧ ଅଟନ୍ତି । ଯେପରି ତାଙ୍କ ପାଖରେ କୌଣସି ଶକ୍ତି ହିଁ ନାହିଁ, କିଛି ଖାଇ
ନାହାଁନ୍ତି । ବାବାଙ୍କର କେତେ ବିଚାର ଚାଲୁଛି । ବିଚାର କରି କରି ନିଦ ଭାଙ୍ଗିଯାଉଛି । ବିଚାର
ସାଗର ମନ୍ଥନ ତ’ ସମସ୍ତେ କରିବା ଆବଶ୍ୟକ ନା । ପିଲାମାନେ ଜାଣିଛନ୍ତି ଯେ ଆମକୁ ଅବିନାଶୀ ବାବା
ପାଠ ପଢ଼ାଉଛନ୍ତି । ତେବେ ପିଲାମାନଙ୍କର କେତେ ଅସୀମ ଖୁସି ରହିବା ଦରକାର । ଏହି ପାଠପଢ଼ା ଦ୍ୱାରା
ଆମେ ବିଶ୍ୱର ମାଲିକ ହେଉଛୁ । କାହାର-କାହାର ତ’ ଚାଲିଚଳଣି ଏପରି ଯେମିତି କି କଙ୍କଡା ସଦୃଶ ।
କଙ୍କଡାମାନଙ୍କୁ ବାବା ଆସି ଦେବତା କରୁଛନ୍ତି । ତଥାପି ବହୁତ କଷ୍ଟରେ କାହା କାହାର ଚଳଣି
ସୁଧୁରିଥାଏ । ଏହି ସିଢ଼ିର ଚିତ୍ରରେ ବହୁତ ଭଲ ଜ୍ଞାନ ରହିଛି । କିନ୍ତୁ ପିଲାମାନେ ଏତେ କାମ
କରୁନାହାନ୍ତି । ଯୋଗର ଯାତ୍ରାରେ ରହୁ ରହୁନାହାଁନ୍ତି । ଯଦି ବାବାଙ୍କୁ ମନେ ପକାଇବ, ତେବେ
ବୁଦ୍ଧିର ତାଲା ମଧ୍ୟ ଖୋଲିଯିବ, ବୁଦ୍ଧି ପବିତ୍ର ହୋଇଯିବ । ତୁମମାନଙ୍କର ପାରସବୁଦ୍ଧି ହେବା
ଦରକାର, ବହୁତଙ୍କର କଲ୍ୟାଣ କରିବା ଦରକାର । ତୁମେ ସତୋପ୍ରଧାନରୁ ଏବେ ତମୋପ୍ରଧାନ ହୋଇଯାଇଛ, ପୁଣି
ସତୋପ୍ରଧାନ ହେବାକୁ ପଡିବ । ବାବା କହୁଛନ୍ତି ମୋତେ ମନେ ପକାଅ । କୃଷ୍ଣଙ୍କୁ ଭଗବାନ
କୁହାଯାଇପାରିବ ନାହିଁ । ତାଙ୍କୁ ତ ଶ୍ୟାମ-ସୁନ୍ଦର କହୁଛନ୍ତି । ବାବା ପୁଣି ଶ୍ୟାମଙ୍କର ଆତ୍ମାକୁ
ବସି ବୁଝାଉଛନ୍ତି । ଏହି ଆତ୍ମା ଜାଣିଛି ଯେ ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି, ତେବେ ଖୁସିରେ
ମନ କେତେ ଭରି ରହିବା ଦରକାର । ଏଥିରେ ଅହଂକାରର କୌଣସି କଥା ନାହିଁ । ବାବା କେତେ ନିରହଂକାରୀ
ଅଟନ୍ତି । ବୁଦ୍ଧିରେ କେତେ ଖୁସି ରହୁଛି । କାଲି ଆମେ ହୀରାନୀଳାର ମହଲ ତିଆରି କରିବୁ । ନୂଆ
ଦୁନିଆରେ ରାଜତ୍ୱ କରିବୁ । ଏହା ତ’ ବିଲ୍କୁଲ୍ ପତିତ ଦୁନିଆ ଅଟେ । ଏହି ଦୁନିଆର ମନୁଷ୍ୟମାନେ
ତ’ କୌଣସି କାମର ନୁହଁନ୍ତି, କିଛି ବି ଜାଣିନାହିଁନ୍ତି । ସେମାନଙ୍କୁ ଏକଥା ମଧ୍ୟ ଚିତ୍ରରେ
ଦେଖାଇବା ଦରକାର - ଯେ ଆମର ହୀରାତୁଲ୍ୟ ଜୀବନ ଥିଲା, ପୁଣି ୮୪ ଜନ୍ମ ନେଇ କଉଡିତୁଲ୍ୟ ହୋଇଯାଇଛୁ
। ଏହି ସିଢ଼ିର ଚିତ୍ର ନମ୍ବରୱାନ୍ ଅଟେ । ପୁଣି ଦ୍ୱିତୀୟ ନମ୍ବରରେ ତ୍ରିମୂର୍ତ୍ତିର ଚିତ୍ର ରହିଛି
।
ତୁମେମାନେ କହୁଛ - ନିକଟ
ଭବିଷ୍ୟତରେ ଭାରତ ଶ୍ରେଷ୍ଠାଚାରୀ ହୋଇଯିବ । ଶ୍ରେଷ୍ଠାଚାରୀ ଦୁନିଆରେ ବହୁତ ଅଳ୍ପ ସଂଖ୍ୟକ
ମନୁଷ୍ୟ ରହିବେ, ଏବେ କେତେ ଅସଂଖ୍ୟ ମନୁଷ୍ୟ ଅଛନ୍ତି । ମହାଭାରତ ଲଢ଼େଇ ମଧ୍ୟ ସମ୍ମୁଖରେ ଉପସ୍ଥିତ
। ସବୁ ଆତ୍ମାମାନେ ମଶା ସଦୃଶ ଘରକୁ ଚାଲିଯିବେ । ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି ।
ସୁଧାରିବା ପାଇଁ ଯେତେ ଚେଷ୍ଟା କରୁଛନ୍ତି, ସେତିକି ହିଁ ବିଗିଡି ଚାଲିଛି । ବାବା ପିଲାମାନଙ୍କୁ
ରାଜଯୋଗ ଶିଖାଉଛନ୍ତି, ପିଲାମାନଙ୍କୁ କେତେ ଉତ୍ସାହ ଦେଉଛନ୍ତି । କେହି କେହି ତ’ ଏଠାରୁ ବାହାରକୁ
ଗଲେ, ବୁଦ୍ଧିରୁ ସାରା ଜ୍ଞାନ ଉଡିଯାଉଛି । କିଛି ହେଲେ ବି ସ୍ମୃତିରେ ରହୁନାହିଁ । ନଚେତ୍ ସଉକ
ରହିଥା’ନ୍ତା ଯେ ଆମେ ଯାଇ ସେବା କରିବୁ । ବାବା ମଧ୍ୟ ଗୁଣ ଦେଖି ସେବା କରିବା ପାଇଁ ପଠାଇବେ ନା
। ଏହାଦ୍ୱାରା ସେମାନେ ବହୁତ ହର୍ଷିତ ରହିବେ । ସେବା କରିବା ଦ୍ୱାରା ଖୁସିର ନିଶା ଚଢ଼ିବ । ଭଲ ଭଲ
ପୁରୁଣା ସନ୍ତାନମାନେ ଛୋଟ ଛୋଟ କଥାରେ ଋଷି ଯାଉଛନ୍ତି, ଏମିତି ନୁହେଁ ଯେ ଏହି କଥା ପାଇଁ ତୁମେ
ସେବା କରିବ ନାହିଁ । ସେବା ତ’ ଖୁସିର ସହିତ କରିବା ଉଚିତ୍ । ଯେଉଁ ଆତ୍ମାଙ୍କ ସହ ମନୋମାଳିନ୍ୟ
ରହୁଛି, ତାଙ୍କର ଚେହେରା ଦେଖିବା ଦ୍ୱାରା ହିଁ ସେବା କରିବାର ଆନନ୍ଦ ଉଡି ଯାଉଛି । ଯଦି ସେବା
କରିବାରେ ମନ ଲାଗୁନାହିଁ, ତେବେ ଦୂରେଇ ଯାଉଛନ୍ତି । ତାହେଲେ ତ’ ଜ୍ଞାନୀ ଏବଂ ଅଜ୍ଞାନୀମାନଙ୍କ
ମଧ୍ୟରେ କୌଣସି ପାର୍ଥକ୍ୟ ରହିଲା ନାହିଁ । ତାଙ୍କ ଉପରେ ଦେହ ଅଭିମାନର ଖରାପ ଗ୍ରହ ଆସି ବସିଯାଉଛି
। ଏହା ହେଉଛି ପ୍ରଥମ ନମ୍ବରର ରୋଗ । ବାବା କହୁଛନ୍ତି - ପିଲାମାନେ, ଦେହୀ-ଅଭିମାନୀ ହୁଅ । ଆତ୍ମା
ହିଁ ସବୁକିଛି କରୁଛି ନା । ଆତ୍ମା ହିଁ ବିକାରୀ ଏବଂ ନିର୍ବିକାରୀ ହେଉଛି । ସ୍ୱର୍ଗରେ
ନିର୍ବିକାରୀ ଥିଲେ । ରାବଣ ରାଜ୍ୟରେ ଆତ୍ମା ହିଁ ବିକାରୀ ହୋଇଯାଇଛି । ଏହି ଡ୍ରାମା ମଧ୍ୟ ଏହିପରି
ରଚନା ହୋଇଛି, ସେଥିପାଇଁ ହିଁ ଡାକୁଛନ୍ତି ହେ ପତିତ ପାବନ ଆସ । ଯେଉଁମାନେ ନିର୍ବିକାରୀ ଥିଲେ,
ସେହିମାନେ ହିଁ ପତିତ ବିକାରୀ ହୋଇଛନ୍ତି । ଏକଥା କାହାରି ବୁଦ୍ଧିରେ ନାହିଁ ଯେ ଆମେମାନେ ହିଁ
ନିର୍ବିକାରୀ ଥିଲୁ, ଏବେ ବିକାରୀ ହୋଇଯାଇଛୁ । ଆମେ ଆତ୍ମାମାନେ ମୂଳବତନର ନିବାସୀ ଅଟୁ । ସେଠାରେ
ତ’ ଆମେ ଆତ୍ମାମାନେ ନିର୍ବିକାରୀ ରହିବା । ଏଠାରେ ଅଭିନୟ କରି କରି ବିକାରୀ ହୋଇଯାଇଛୁ । ଏକଥା
ବାବା ଆସି ବୁଝାଉଛନ୍ତି । ଆତ୍ମା ଶାନ୍ତିଧାମରୁ ଆସୁଛି ତେବେ ନିଶ୍ଚିତ ପବିତ୍ର ହିଁ ହୋଇଥିବ,
ପୁଣି ଏବେ ଅପବିତ୍ର ହୋଇଯାଇଛି । ପବିତ୍ର ଦୁନିଆରେ ୯ ଲକ୍ଷ ମନୁଷ୍ୟ ରହିଥା’ନ୍ତି । ପୁଣି ଏତେ
ସବୁ ଆତ୍ମାମାନେ କେଉଁଠୁ ଆସିଲେ? ନିଶ୍ଚୟ ଶାନ୍ତିଧାମରୁ ଆସିଥିବେ । ତାହା ହେଉଛି
ଶାନ୍ତିପୂର୍ଣ୍ଣ ନିରାକାରୀ ଦୁନିଆ । ସେଠାରେ ସବୁ ଆତ୍ମାମାନେ ପବିତ୍ର ରହିଥା’ନ୍ତି ପୁଣି ଅଭିନୟ
କରି କରି, ସତ୍ତ୍ୱ-ରଜୋ-ତମୋ ଅବସ୍ଥାକୁ ଆସନ୍ତି, ସମସ୍ତଙ୍କୁ ପାବନରୁ ପତିତ ହେବାକୁ ପଡିବ । ପୁଣି
ବାବା ଆସି ସମସ୍ତଙ୍କୁ ପାବନ କରିବେ । ଏହି ଡ୍ରାମା ଏହିପରି ଘୂରି ଚାଲିଛି । ଡ୍ରାମାର
ଆଦି-ମଧ୍ୟ-ଅନ୍ତର ରହସ୍ୟ ବାବାଙ୍କ ବିନା ଆଉ କେହି ବତାଇପାରିବେ ନାହିଁ । ସେହି ପିତାଙ୍କୁ କେହି
ଜାଣି ହିଁ ନାହାଁନ୍ତି । ଋଷି ମୁନିମାନେ ମଧ୍ୟ ଆମେ କିଛି ଜାଣିନାହୁଁ ବୋଲି କହିଯାଇଛନ୍ତି । ଆମେ
ଭଗବାନଙ୍କୁ ଏବଂ ତାଙ୍କର ରଚନାକୁ ଜାଣିନାହୁଁ । ପୁଣି ଏକଥା ମଧ୍ୟ କହୁଛନ୍ତି ଈଶ୍ୱର ପିତା
ହେଉଛନ୍ତି ଜ୍ଞାନର ସାଗର । ସେହି ପରମାତ୍ମା ସର୍ବ ଆତ୍ମାଙ୍କର ପିତା, ବୀଜରୂପ ଅଟନ୍ତି । ସିଏ
ହେଉଛନ୍ତି ଆତ୍ମାମାନଙ୍କର ବୀଜରୂପ ଏବଂ ଏହି ପ୍ରଜାପିତା ବ୍ରହ୍ମା ହେଉଛନ୍ତି ମନୁଷ୍ୟ ସୃଷ୍ଟିର
ବୀଜରୂପ । ସେହି ନିରାକାର ବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ମନୁଷ୍ୟମାନଙ୍କୁ, ମନୁଷ୍ୟ
ଦ୍ୱାରା ବୁଝାଉଛନ୍ତି । ତାଙ୍କୁ ମନୁଷ୍ୟ ସୃଷ୍ଟିର ବୀଜରୂପ କୁହାଯିବ ନାହିଁ । ସିଏ ହେଉଛନ୍ତି
ଆତ୍ମାମାନଙ୍କର ପିତା ଏବଂ ଏହି ବ୍ରହ୍ମା ହେଲେ ମନୁଷ୍ୟ ସୃଷ୍ଟିର ପ୍ରଜାପିତା, ଯାହାଙ୍କ ଦ୍ୱାରା
ବାବା ଆସି ଜ୍ଞାନ ଦେଉଛନ୍ତି । ଶରୀର ଅଲଗା, ଆତ୍ମା ଅଲଗା ଅଟେ ନା । ମନ, ବୁଦ୍ଧି ଚିତ୍ତ ଆତ୍ମାରେ
ହିଁ ରହିଛି । ଆତ୍ମା ଆସି ଶରୀରରେ ପ୍ରବେଶ କରିଥାଏ, ଅଭିନୟ କରିବା ପାଇଁ ।
ତୁମେମାନେ ଜାଣିଛ ଯେ ଯଦି
କେହି ଶରୀର ଛାଡୁଛନ୍ତି, ତେବେ ଯାଇ ଅନ୍ୟ ଏକ ଶରୀର ନେଇ ଅଭିନୟ କରିବେ, ଏଥିରେ କାନ୍ଦିଲେ କ’ଣ
ହେବ । ଚାଲିଗଲା ପରେ ପୁଣି କ’ଣ ଆସି ଆମର ମାମୁଁ, କାକା ଆଦି ହେବେ । କାନ୍ଦିଲେ କ’ଣ ଲାଭ ।
ତୁମର ମମ୍ମା ଚାଲିଗଲେ, ଡ୍ରାମା ଅନୁସାରେ ଅଭିନୟ କରୁଛନ୍ତି । ଏହିପରି ବହୁତ ଯାଉଛନ୍ତି । କିଏ
କେଉଁଠି ଯାଇ ଜନ୍ମ ନେଉଛନ୍ତି । ଏକଥା ବୁଦ୍ଧିରେ ଆସୁଛି ଯେ ଯଦି ଆଜ୍ଞାକାରୀ ସନ୍ତାନ ହୋଇଥିବେ
ତେବେ ନିଶ୍ଚୟ ଭଲ ଘରେ ଜନ୍ମ ନେଇଥିବେ । ଏଠାକାର ଆତ୍ମା ନିଶ୍ଚୟ ଭଲ ଘରକୁ ଯାଇ ହିଁ ଜନ୍ମ ନେବେ
। କ୍ରମାନୁସାରେ ତ’ ହୋଇଥା’ନ୍ତି ନା । ଯିଏ ଯେପରି କର୍ମ କରିଥା’ନ୍ତି, ସେହିପରି ପରିବାରରେ
ଜନ୍ମ ନିଅନ୍ତି । ଶେଷରେ ତୁମେମାନେ ଯାଇ ରାଜା ଘରେ ଜନ୍ମ ନେଉଛ । କେଉଁମାନେ ରାଜାଙ୍କ ପାଖରେ
ଯାଇ ଜନ୍ମ ନେବେ, ସେମାନେ ନିଜେ ହିଁ ବୁଝିପାରିବେ ନା । ତଥାପି ଦୈବୀ ସଂସ୍କାର ତ’ ନେଇକରି
ଯାଇଥା’ନ୍ତି ନା । ଏଥିରେ ବହୁତ ବିଶାଳବୁଦ୍ଧି ହୋଇ ବିଚାର ସାଗର ମନ୍ଥନ କରିବାକୁ ହୋଇଥାଏ । ବାବା
ଜ୍ଞାନର ସାଗର ଅଟନ୍ତି । ପିଲାମାନଙ୍କୁ ମଧ୍ୟ ଜ୍ଞାନର ସାଗର ହେବାକୁ ପଡିବ । ତେବେ କ୍ରମାନୁସାରେ
ତ’ ହୋଇଥାଆନ୍ତି । ବୁଝାପଡେ - ଆଗକୁ ଗଲେ ଉନ୍ନତି ହୋଇଚାଲିବ । ଏମିତି ବି ହୋଇପାରେ, ଯିଏ ଆଜି
କିଛି କରିପାରୁନାହାଁନ୍ତି, ସିଏ କାଲି ଅନେକଙ୍କଠାରୁ ତୀବ୍ର ବେଗରେ ଆଗକୁ ଚାଲିଯିବେ । ତାଙ୍କର
ଗ୍ରହଦୋଷ ଓହ୍ଲାଇ ଯାଇଥିବ । ଯଦି କାହା ଉପରେ ରାହୁର ଗ୍ରହ ଦଶା ପଡିଗଲା ତେବେ ସିଏ ଯେପରିକି
ନର୍ଦ୍ଦମାରେ ପଡିଯାଇଥା’ନ୍ତି । ତାଙ୍କର ହାତଗୋଡ ହିଁ ଭାଙ୍ଗିଯାଇଥାଏ । ଯଦି ଅବିନାଶୀ ବାବାଙ୍କ
ପାଖରେ ପ୍ରତିଜ୍ଞା କରି ପୁଣି ବିକାରୀ ହୋଇଥା’ନ୍ତି ତେବେ ଧର୍ମରାଜଙ୍କଦ୍ୱାରା ଦଣ୍ଡ ମଧ୍ୟ ବହୁତ
ମିଳିଥାଏ । ଇଏ ହେଉଛନ୍ତି ବେହଦର ବାବା, ବେହଦର ଧର୍ମରାଜ ମଧ୍ୟ ଅଟନ୍ତି, ପୁଣି ସଜା ମଧ୍ୟ ବେହଦର
ମିଳିଥାଏ । ଯଦି କୌଣସି କଥାରେ ଅମାନିଆ ହେବ ଅଥବା ଓଲଟା କର୍ମ କରିବ, ତେବେ ଦଣ୍ଡ ନିଶ୍ଚୟ ପାଇବ
। ଜାଣିପାରୁ ନାହାଁନ୍ତି ଯେ ଆମେ ଭଗବାନଙ୍କର ଅବଜ୍ଞା କରୁଛୁ । ଏତେ ସବୁ କଥା ବାବା ବୁଝାଉଛନ୍ତି
। ଶ୍ରୀମତ ଅନୁସାରେ ଚାଲ, ସେବାରେ ସହଯୋଗୀ ହୁଅ । ଯୋଗର ଯାତ୍ରାରେ ରୁହ । ଯଦି ଚିତ୍ରଗୁଡିକ ଉପରେ
ବୁଝାଇବାର ଅଭ୍ୟାସ କରିବ ତେବେ ତାହା ଧାରାରେ ପଡିଯିବ । ନଚେତ୍ ଉଚ୍ଚପଦ କିପରି ମିଳିବ । ଅଜ୍ଞାନ
କାଳରେ କେହି ପିଲା ବହୁତ ସୁପୁତ୍ର ହୋଇଥାଏ, କେହି ତ ବହୁତ କୁପୁତ୍ର ବି ହୋଇଥାନ୍ତି । ଏଠାରେ
ମଧ୍ୟ କେହି-କେହି ତ ତୁରନ୍ତ ବାବାଙ୍କର କାର୍ଯ୍ୟ କରି ଦେଖାଇଥାନ୍ତି । ତେଣୁ ପିଲାମାନଙ୍କୁ
ବେହଦର ସେବା କରିବାକୁ ହେବ । ସର୍ବ ଆତ୍ମାମାନଙ୍କର କଲ୍ୟାଣ କରିବାକୁ ହେବ । ସମସ୍ତଙ୍କୁ
ମନମନାଭବର ସନ୍ଦେଶ ଦେବାକୁ ହେବ । ବାବାଙ୍କୁ ମନେ ପକାଇବା ଦ୍ୱାରା ତୁମର ବୁଦ୍ଧି ତମୋପ୍ରଧାନରୁ
ସତୋପ୍ରଧାନ ହୋଇଯିବ । ବର୍ତ୍ତମାନ ହେଉଛି କଳିଯୁଗୀ ତମୋପ୍ରଧାନ ଦୁନିଆର ଅନ୍ତିମ ସମୟ । ଏବେ
ସତୋପ୍ରଧାନ ହେବାକୁ ପଡିବ । ଆତ୍ମାମାନଙ୍କର ମଧ୍ୟ ଶାନ୍ତିଧାମରେ କ୍ରମାନୁସାରେ ସ୍ତର ରହିଛି ନା,
ଯେଉଁମାନେ ପୁଣି କ୍ରମାନ୍ୱୟରେ ଆସି ଅଭିନୟ କରୁଛନ୍ତି । ସମସ୍ତେ ଡ୍ରାମାର କ୍ରମଅନୁସାରେ ବି
ଆସିବେ । ଏବେ ସବୁ ଆତ୍ମାମାନେ ରାବଣ ରାଜ୍ୟରେ ଦୁଃଖୀ ହୋଇଯାଇଛନ୍ତି, ଏକଥା କ’ଣ ସେମାନେ
ବୁଝିପାରୁଛନ୍ତି । ଯଦି କାହାକୁ କହିଦେବ ଯେ ତୁମେ ପତିତ ଅଟ, ତେବେ ବିଗିଡି ଯିବେ । ବାବା
ବୁଝାଉଛନ୍ତି ଏହା ହେଉଛି ବିକାରୀ ଦୁନିଆ । ବାବା କହୁଛନ୍ତି - ତୁମେ ନିଜର ରାଜ୍ୟ-ଭାଗ୍ୟ ନେଇଯିବ
। ଅନ୍ୟ ସମସ୍ତେ ବିନାଶ ହୋଇ ଘରକୁ ଫେରିଯିବେ । ଏହା ତ ଗାୟନ ରହିଛି ଯେ ମହାଭାରତ ଲଢେଇ ଲାଗିବ,
ଯାହା ଦ୍ୱାରା ସବୁ ଧର୍ମ ସମାପ୍ତ ହୋଇ କେବଳ ଗୋଟିଏ ଧର୍ମ ରହିବ । ଏହି ମହାଭାରତ ଲଢେଇ ପରେ
ସ୍ୱର୍ଗର ଦ୍ୱାର ଖୋଲିବ । ବାବା କେତେ ସୁନ୍ଦର ଭାବରେ ପିଲାମାନଙ୍କୁ ବୁଝାଉଛନ୍ତି । ସମୟ କ୍ରମେ
ସମସ୍ତେ ତୁମ କଥା ଶୁଣିବେ ଏବଂ ଏଠାକୁ ଆସିବାକୁ ଲାଗିବେ । ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଯେଉଁମାନେ
କି ପତିତ ହୋଇଯାଇଛନ୍ତି, ସେମାନେ କ୍ରମାନୁସାରେ ଆସି ନିଜର ସମ୍ପତ୍ତିର ଅଧିକାର ନେବେ । ପ୍ରଜା ତ
ଅନେକ ହେବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଭଗବାନଙ୍କର
ଆଜ୍ଞାକୁ କେବେ ହେଲେ ଅବଜ୍ଞା କରିବାର ନାହିଁ । ବାବାଙ୍କର ସୁପୁତ୍ର ହୋଇ ବେହଦର ସେବାରେ ସହଯୋଗ
କରିବାକୁ ହେବ ।
(୨) ଜ୍ଞାନ ଧନର ଗୁପ୍ତ
ଖୁସିରେ ବୁଦ୍ଧିକୁ ଭରପୁର ରଖିବାକୁ ହେବ । ପରସ୍ପର ଉପରେ କେବେ ହେଲେ ରୁଷିବାର ନାହିଁ ।
ବରଦାନ:-
ପ୍ରତି ପାଦରେ
ଆଜ୍ଞାକୁ ପାଳନ କରି ମାୟାକୁ ସ୍ୱାହା କରାଉଥିବା ସହଜଯୋଗୀ ଭବ ।
ଯେଉଁ ପିଲାମାନେ ପ୍ରତି
ପାଦରେ ଆଜ୍ଞାକୁ ପାଳନ କରିଥାଆନ୍ତି, ସେମାନଙ୍କ ନିକଟରେ ସାରା ବିଶ୍ୱ ସ୍ୱାହା ହୋଇଯାଇଥାଏ ଏବଂ
ମାୟା ମଧ୍ୟ ନିଜର ବଂଶ ସହିତ ସ୍ୱାହା ହୋଇଯାଇଥାଏ । ପ୍ରଥମେ ତୁମେମାନେ ବାବାଙ୍କ ଉପରେ ସ୍ୱାହା
ହୋଇଯାଅ, ଯାହାଦ୍ୱାରା ମାୟା ତୁମମାନଙ୍କ ଉପରେ ସ୍ୱାହା ହୋଇଯିବ ଏବଂ ନିଜର ଶ୍ରେଷ୍ଠ ସ୍ୱମାନରେ
ରହିବା ସହିତ ଯଦି ପ୍ରତ୍ୟେକ ଆଜ୍ଞା ଅନୁସାରେ ଚାଲୁଥିବ ତେବେ ଜନ୍ମ ଜନ୍ମାନ୍ତରର ଜଟିଳ
ପରିସ୍ଥିତିରୁ ମୁକୁଳିଯିବ । ଏବେ ସହଜଯୋଗୀ ଏବଂ ଭବିଷ୍ୟତରେ ସହଜ ଜୀବନ ହେବ । ତେଣୁ ଏହିଭଳି ସହଜ
ଜୀବନ ଗଢିନିଅ ।
ସ୍ଲୋଗାନ:-
ନିଜର
ପରିବର୍ତ୍ତନ ଦ୍ୱାରା ଅନ୍ୟ ଆତ୍ମାମାନଙ୍କୁ ପରିବର୍ତ୍ତନ କରିବା ହିଁ ଜୀବନଦାନ ଦେବା ଅଟେ ।
ଅବ୍ୟକ୍ତ ଈଶାରା:-
ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।
ସଂକଳ୍ପ କରିବା ମାତ୍ରକେ
ଯେଉଁ ସ୍ଥିତିରେ ସ୍ଥିତ ହେବାକୁ ଚାହିଁବ ସେଥିରେ ସ୍ଥିତ ହୋଇଯାଉଥିବ, ଏହା ହିଁ ହେଉଛି ବାବାଙ୍କ
ସମାନ ସମ୍ପୂର୍ଣ୍ଣ ଅବସ୍ଥା ବା ଅନ୍ତିମ କର୍ମାତୀତ ସ୍ଥିତି । ଯେତେ ଯେତେ ସମ୍ପୂର୍ଣ୍ଣ ଅବସ୍ଥାର
ପାଖାପାଖି ଥିବ ସେତିକି ହିଁ ବାବାଙ୍କର ପାଖାପାଖିଥିବ, ସେହି ଅନୁସାରେ ଭବିଷ୍ୟତର ପ୍ରାରବ୍ଧ
ପାଇବାରେ ମଧ୍ୟ, ରାଜ୍ୟ ଅଧିକାରୀ ହେବ । ଯେତିକି ନିଶା ରହିଥିବ ସେତିକି ନିଜର କର୍ମାତୀତ ଅବସ୍ଥା
ରୂପକ ଲକ୍ଷ୍ୟ ସ୍ଥଳ ମଧ୍ୟ ପାଖାପାଖି ଦେଖାଯିବ ।