21.04.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ଜ୍ଞାନର ସାଗର ବାବା ଆସିଛନ୍ତି - ତୁମ ପିଲାମାନଙ୍କ ସମ୍ମୁଖରେ ଜ୍ଞାନର ନୃତ୍ୟ କରିବା ପାଇଁ, ତୁମେମାନେ ଯେତେ ଯେତେ ବୁଦ୍ଧିମାନ ଏବଂ ଯୋଗ୍ୟ ସେବାଧାରୀ ହେବ ସେହି ଅନୁସାରେ ଜ୍ଞାନର ନୃତ୍ୟ ମଧ୍ୟ ଭଲ ହେବ ।’’

ପ୍ରଶ୍ନ:-
ସଂଗମଯୁଗରେ ତୁମେ ସନ୍ତାନମାନେ ନିଜ ଭିତରେ କେଉଁ ଅଭ୍ୟାସ ପକ୍କା କରୁଛ?

ଉତ୍ତର:-
ୟାଦରେ ରହିବାର । ଏହା ହିଁ ହେଉଛି ରୁହାନୀ ଅଭ୍ୟାସ । ଏହି ଅଭ୍ୟାସ ସହିତ ତୁମକୁ ଦିବ୍ୟ ଓ ଅଲୌକିକ କର୍ମ ମଧ୍ୟ କରିବାକୁ ହେବ । ତୁମେ ହେଲ ବ୍ରାହ୍ମଣ, ତୁମେ ସମସ୍ତଙ୍କୁ ସତ୍ୟ-ସତ୍ୟ କଥା ନିଶ୍ଚୟ ଶୁଣାଇବା ଉଚିତ୍ । ସେବା କରିବାର ଅଭ୍ୟାସ ମଧ୍ୟ ତୁମ ସନ୍ତାନମାନଙ୍କର ରହିବା ଦରକାର ।

ଗୀତ:-
ଧୀରଜ ଧର ମନୁଆ...

ଓମ୍ ଶାନ୍ତି ।
ଯେପରି ଡାକ୍ତରଖାନାରେ କେହି ରୋଗୀ ଥିଲେ ସେ ଦୁଃଖରୁ ମୁକ୍ତ ହେବାର ଆଶା ରଖିଥାନ୍ତି । ଡାକ୍ତରଙ୍କୁ ପଚାରିଥାନ୍ତି ଯେ ଅବସ୍ଥା କିପରି ଅଛି, କେବେ ଏହି ରୋଗରୁ ମୁକ୍ତ ହେବି? ଏ ସବୁ ତ ହେଲା ଶାରୀରିକ କଥା । ଏହା ହେଉଛି ଅଲୌକିକ କଥା । ବାବା ଆସି ପିଲାମାନଙ୍କୁ ରାୟ ଦେଉଛନ୍ତି । ଏ କଥା ତ ପିଲାମାନେ ଜାଣିଗଲେଣି ଯେ ବାସ୍ତବରେ ଏହା ସୁଖ ଏବଂ ଦୁଃଖର ଖେଳ ଅଟେ । ଏମିତିରେ ତ ତୁମକୁ ସତ୍ୟଯୁଗଠାରୁ ଏଠାରେ ଅଧିକ ଫାଇଦା ମିଳୁଛି କାହିଁକି ନା ତୁମେ ଜାଣିଛ ଯେ ଆମେ ବର୍ତ୍ତମାନ ଈଶ୍ୱରୀୟ କୋଳରେ ଅଛୁ, ଈଶ୍ୱରଙ୍କର ସନ୍ତାନ ହୋଇଛୁ । ବର୍ତ୍ତମାନ ସମୟରେ ଆମର ମହିମା ସର୍ବୋଚ୍ଚ ଓ ଗୁପ୍ତ ଅଟେ । ମନୁଷ୍ୟ ମାତ୍ରକେ ବାବାଙ୍କୁ ଶିବ, ଈଶ୍ୱର, ଭଗବାନ ମଧ୍ୟ କହୁଛନ୍ତି, କିନ୍ତୁ ତାଙ୍କୁ ଜାଣି ନାହାଁନ୍ତି । କେବଳ ଡାକି ଚାଲିଛନ୍ତି । ଡ୍ରାମା ଅନୁସାରେ ହିଁ ଏହିପରି ହୋଇଛି । ଜ୍ଞାନ ଏବଂ ଅଜ୍ଞାନ, ଦିନ ଏବଂ ରାତି । ଗାୟନ ମଧ୍ୟ କରି ଆସୁଛନ୍ତି କିନ୍ତୁ ଏପରି ତମୋପ୍ରଧାନ ବୁଦ୍ଧି ହୋଇଗଲେଣି ଯାହାକି ନିଜକୁ ତମୋପ୍ରଧାନ ବୋଲି ଭାବୁ ହିଁ ନାହାଁନ୍ତି । ଯଦି କାହା ଭାଗ୍ୟରେ ବାବାଙ୍କର ସମ୍ପତ୍ତି ପାଇବାର ଥିବ ତେବେ ତ ତାଙ୍କ ବୁଦ୍ଧିରେ ରହିବ ନା । ପିଲାମାନେ ଜାଣିଛନ୍ତି ଯେ ଆମେ ବିଲକୁଲ ହିଁ ଘୋର ଅନ୍ଧକାରରେ ଥିଲୁ । ଏବେ ବାବା ଆସିଛନ୍ତି ତେଣୁ କେତେ ଆଲୋକ ମିଳୁଛି । ବାବା ବୁଝାଉଥିବା ଜ୍ଞାନ କୌଣସି ବେଦ, ଶାସ୍ତ୍ର, ଗ୍ରନ୍ଥ ଆଦିରେ ନାହିଁ । ଏହା ମଧ୍ୟ ବାବା ସିଦ୍ଧ କରି ବତାଉଛନ୍ତି । ତୁମ ସନ୍ତାନମାନଙ୍କୁ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଉଛନ୍ତି, ଏହା ପୁଣି ପ୍ରାୟଃ ଲୋପ ହୋଇଯାଉଛି । ମୋ ବିନା ପୁଣି ଏହି ଜ୍ଞାନ କାହାକୁ ମିଳିପାରିବ ନାହିଁ, ପୁଣି ଏହି ଜ୍ଞାନ ପ୍ରାୟତଃ ଲୋପ ହୋଇଯାଇଥାଏ । ବୁଦ୍ଧିରେ ଆସୁଛି ଯେ କଳିଯୁଗ ଚାଲିଗଲା ପୁଣି ୫ ହଜାର ବର୍ଷ ପରେ ଏହାର ପୁନରାବୃତ୍ତି ହେବ । ଏହା ହେଉଛି ନୂଆ କଥା । ଏ କଥା ତ ଶାସ୍ତ୍ରରେ ନାହିଁ ।

ବାବା ତ ଏହି ଜ୍ଞାନ ସମସ୍ତଙ୍କୁ ଏକାପରି ପଢାଉଛନ୍ତି, କିନ୍ତୁ ଧାରଣା କ୍ରମାନ୍ୱୟରେ ହେଉଛି । ଯଦି ଭଲ ସେବାଧାରୀ ସନ୍ତାନମାନେ ଆସିଯାଆନ୍ତି ତେବେ ବାବାଙ୍କର ଜ୍ଞାନର ନୃତ୍ୟ ମଧ୍ୟ ସେହିପରି ଚାଲିଥାଏ । ଡ୍ୟାନ୍‌ସିଙ୍ଗ୍ ଗାର୍ଲ ଆଗରେ ସୌଖୀନ ଦେଖଣାହାରୀ ଥିଲେ ସେ ମଧ୍ୟ ଖୁସିରେ ବହୁତ ଭଲ ନୃତ୍ୟ କରିଥାଏ । ଅଳ୍ପ ସଂଖ୍ୟାରେ ବସିଥିଲେ ସାଧାରଣ ଭାବରେ ଅଳ୍ପ ନୃତ୍ୟ କରିଥାଏ । ବହୁତ ପ୍ରଶଂସକ ଥିଲେ ତା’ର ମଧ୍ୟ ଉଲ୍ଲାସ ବଢିଥାଏ । ତେବେ ଏଠାରେ ମଧ୍ୟ ସେହିପରି ହୋଇଥାଏ । ମୁରଲୀ ସବୁ ସନ୍ତାନମାନେ ଶୁଣୁଛନ୍ତି, କିନ୍ତୁ ସମ୍ମୁଖରେ ଶୁଣିବାର କଥା ଅଲଗା ନା । ଏହା ମଧ୍ୟ ଦେଖାଉଛନ୍ତି ଯେ ଶ୍ରୀକୃଷ୍ଣ ନୃତ୍ୟ କରୁଥିଲେ । ତାହା କୌଣସି ଶାରୀରିକ ନୃତ୍ୟ ନୁହେଁ । ବାସ୍ତବରେ ଏହା ଜ୍ଞାନ ନୃତ୍ୟ ଅଟେ । ଶିବବାବା ନିଜେ କହୁଛନ୍ତି ଯେ, ମୁଁ ଜ୍ଞାନର ନୃତ୍ୟ କରିବାକୁ ଆସୁଛି, ମୁଁ ହେଉଛି ଜ୍ଞାନର ସାଗର । ତେଣୁ ଭଲ-ଭଲ ପଏଣ୍ଟସ୍ ବାହାରୁଛି । ଏହା ହେଲା ଜ୍ଞାନର ମୁରଲୀ । କାଠର ମୁରଲୀ ନୁହେଁ । ପତିତ-ପାବନ ବାବା ଆସି ସହଜ ରାଜଯୋଗ ଶିଖାଇବେ ନା କାଠର ମୁରଲୀ ବଜାଇବେ? ଏକଥା କାହାରି ଖିଆଲରେ ନ ଥିବ ଯେ ବାବା ଆସି ଏହିପରି ରାଜଯୋଗ ଶିଖାଇଥାନ୍ତି । ଏବେ ତୁମେ ପିଲାମାନେ ହିଁ ଜାଣୁଛ, ବାକି କୌଣସି ମନୁଷ୍ୟଙ୍କ ବୁଦ୍ଧିରେ ଏକଥା ଆସିପାରିବ ନାହିଁ । ଏଠାକୁ ଆସିଲାବାଲା ମଧ୍ୟ କ୍ରମାନୁସାରେ ପଦ ପାଇବେ । କଳ୍ପ ପୂର୍ବରୁ ଯେପରି ପୁରୁଷାର୍ଥ କରିଥିଲେ ସେହିପରି ପୁରୁଷାର୍ଥ କରି ଚାଲିଛନ୍ତି । ତୁମେ ଜାଣିଛ ଯେ କଳ୍ପ ପୂର୍ବ ପରି ବାବା ଆସୁଛନ୍ତି, ଏଠାକୁ ଆସି ପିଲାମାନଙ୍କୁ ସବୁ ରହସ୍ୟ ସ୍ପଷ୍ଟ ଭାବରେ ଶୁଣାଉଛନ୍ତି । କହୁଛନ୍ତି କି ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି । ପ୍ରତ୍ୟେକ ଏହି ଡ୍ରାମାର ବନ୍ଧନରେ ବନ୍ଧା ହୋଇଛନ୍ତି । ଯାହା କିଛି ସତ୍ୟଯୁଗରେ ହୋଇଥିଲା, ତାହା ପୁଣି ହେବ । ଅନେକ ପ୍ରକାରର ଯୋନି ଅର୍ଥାତ୍ ପ୍ରାଣୀ ଅଛନ୍ତି । ସତ୍ୟଯୁଗରେ ଏତେ ଯୋନି ରହିବ ନାହିଁ । ସେଠାରେ ତ ଅଳ୍ପ ପ୍ରକାରର ପ୍ରାଣୀ ରହିବେ । ପୁଣି ବୃଦ୍ଧି ହୋଇ ଚାଲିବ । ଯେପରି ଅନେକ ଧର୍ମ ମଧ୍ୟ ବଢି ଚାଲିଛି ନା । ସତ୍ୟଯୁଗରେ ତ ଏତେ ଧର୍ମ ନ ଥିଲା । ଯାହାସବୁ ସତ୍ୟଯୁଗରେ ଥିଲା ସେସବୁ ପୁଣି ସତ୍ୟଯୁଗରେ ହିଁ ଦେଖିବ । ସତ୍ୟଯୁଗରେ କୌଣସି ଛି-ଛି ଦୁର୍ଗନ୍ଧ କରୁଥିବା ଆବର୍ଜନା ରହିବ ନାହିଁ । ସେହି ଦେବୀ-ଦେବତାମାନଙ୍କୁ ଭଗବାନ-ଭଗବତୀ ବୋଲି କହୁଛନ୍ତି । ଅନ୍ୟ କୌଣସି ଖଣ୍ଡ (ରାଷ୍ଟ୍ର)ରେ କେବେ ବି କାହାକୁ ଦେବୀ-ଦେବତା କୁହାଯାଏ ନାହିଁ । ଏହି ଦେବତାମାନେ ନିଶ୍ଚିତ ସ୍ୱର୍ଗରେ ରାଜ୍ୟ କରୁଥିଲେ । ତାଙ୍କର ଦେଖ କେତେ ଗାୟନ ରହିଛି ।

ତୁମେ ସନ୍ତାନମାନଙ୍କର ଏବେ ଧୈର୍ଯ୍ୟ ଆସିଗଲଣି । ତୁମେ ଜାଣିଛ ଯେ ଆମର ପଦ କେତେ ଉଚ୍ଚ ବା କମ୍ ଅଟେ । ଆମେ ଏତେ ନମ୍ବର ରଖି ପାସ୍ ହେବୁ । ପ୍ରତ୍ୟେକ ନିଜକୁ ତ ବୁଝିପାରୁଛନ୍ତି ନା କି ଅମୁକ କେତେ ଭଲ ସେବା କରୁଛି । ହଁ, ଚାଲୁ-ଚାଲୁ ତୋଫାନ ମଧ୍ୟ ଆସିଯାଉଛି । ବାବା ତ କହୁଛନ୍ତି କି ପିଲାମାନଙ୍କ ସମ୍ମୁଖକୁ କୌଣସି ଖରାପଗ୍ରହ, ତୋଫାନ ଆଦି ନ ଆସୁ । ମାୟା ଭଲ-ଭଲ ସନ୍ତାନମାନଙ୍କୁ ମଧ୍ୟ ତଳକୁ ଖସାଇ ଦେଉଛି । ତେଣୁ ବାବା ଧୈର୍ଯ୍ୟ ଦେଉଛନ୍ତି, କହୁଛନ୍ତି - ବାକି ଆଉ କମ୍ ସମୟ ବାକି ଅଛି । ତୁମକୁ ସେବା ମଧ୍ୟ କରିବାକୁ ହେବ । ସ୍ଥାପନା ହୋଇଗଲେ ପୁଣି ତ ଯିବାକୁ ପଡିବ । ଏଥିରେ ଗୋଟିଏ ସେକେଣ୍ଡ ମଧ୍ୟ ଆଗ-ପଛ ହୋଇପାରିବ ନାହିଁ । ଏହି ରହସ୍ୟ ପିଲାମାନେ ହିଁ ବୁଝିପାରିବେ । ଆମେମାନେ ଡ୍ରାମାର ଅଭିନେତା ଅଟୁ, ଏଥିରେ ଆମର ମୁଖ୍ୟ ପାର୍ଟ ରହିଛି । ଭାରତକୁ ନେଇ ହାରଜିତ୍‌ର ଖେଳ ତିଆରି ହୋଇଛି । ଭାରତ ହିଁ ପବିତ୍ର ଥିଲା । କେତେ ଶାନ୍ତି, ପବିତ୍ରତା ଥିଲା । ଏହା କାଲିର ହିଁ କଥା । କାଲି ଆମେ ହିଁ ଅଭିନୟ କରିଥିଲୁ । ୫ ହଜାର ବର୍ଷର ସାରା ପାର୍ଟ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ଆମେ ଚକ୍ର ଲଗାଇ ଆସିଛୁ । ଏବେ ପୁଣି ବାବାଙ୍କ ସହିତ ଯୋଗ ଲଗାଉଛୁ, ଏହା ଦ୍ୱାରା ହିଁ ଖାଦ ବାହାରିବ । ବାବା ମନେ ପଡିଲେ ବର୍ସା ମଧ୍ୟ ନିଶ୍ଚୟ ମନେ ପଡିବ । ପ୍ରଥମେ-ପ୍ରଥମେ ବାବାଙ୍କୁ ଜାଣିବାକୁ ହେବ । ବାବା କହୁଛନ୍ତି, ତୁମେ ମୋତେ ଜାଣିଗଲେ ମୋ ଦ୍ୱାରା ସବୁ କିଛି ଜାଣିଯିବ । ଜ୍ଞାନ ତ ବହୁତ ସହଜ, ଏହା ଗୋଟିଏ ସେକେଣ୍ଡର କଥା । ତଥାପି ମଧ୍ୟ ବୁଝାଇ ଚାଲିଛନ୍ତି । ଜ୍ଞାନର ପଏଣ୍ଟସ୍ ଦେଇଚାଲିଛନ୍ତି । ମୁଖ୍ୟ ପଏଣ୍ଟ ଅର୍ଥାତ୍ ମନ୍ତ୍ର ହେଲା ମନମନାଭବ, ଏଥିରେ ହିଁ ବିଘ୍ନ ପଡୁଛି । ଦେହ-ଅଭିମାନ ଆସିବା ଦ୍ୱାରା ଅନେକ ପ୍ରକାରର ବିଘ୍ନ ଆସିଯାଉଛି, ପୁଣି ଯୋଗଯୁକ୍ତ ହୋଇ ରହିବାରେ ବିଘ୍ନ ଆସୁଛି । ଯେପରି ଭକ୍ତିମାର୍ଗରେ ଶ୍ରୀକୃଷ୍ଣଙ୍କ ସ୍ମୃତିରେ ବସିଲେ ବୁଦ୍ଧି କୁଆଡେ କୁଆଡେ ଚାଲିଯାଇଥାଏ । ଭକ୍ତିର ଅନୁଭବ ତ ସମସ୍ତଙ୍କର ରହିଛି । ଏହି ଜନ୍ମର ହିଁ କଥା । ଏହି ଜନ୍ମକୁ ଜାଣିଗଲେ କିଛି ନା କିଛି ଅତୀତ ଜନ୍ମକୁ ମଧ୍ୟ ବୁଝିପାରିବ । ବାବାଙ୍କୁ ମନେ ପକାଇବାର ଅଭ୍ୟାସ ପିଲାମାନଙ୍କର ହୋଇଗଲାଣି । ଯେତେ ତାଙ୍କର ସ୍ମୃତିରେ ରହିବ ସେତେ ଖୁସି ବଢିବ । ତା’ ସହିତ ଦିବ୍ୟ ଅଲୌକିକ କର୍ମ ମଧ୍ୟ କରିବାକୁ ହେବ । ତୁମେ ହେଉଛ ବ୍ରାହ୍ମଣ । ତୁମେ ସତ୍ୟ ନାରାୟଣ କଥା, ଅମର କଥା ଶୁଣାଉଛ । ମୂଳ କଥା ହେଲା ଗୋଟିଏ - ଯେଉଁଥିରେ ସବୁ କିଛି ଆସିଯାଉଛି । ଯୋଗ ଦ୍ୱାରା ହିଁ ବିକର୍ମ ବିନାଶ ହେଉଛି । ଏହା ଗୋଟିଏ ମାତ୍ର ରୁହାନୀ ସଉକ ଅଟେ । ବାବା ବୁଝାଉଛନ୍ତି ଯେ ଜ୍ଞାନ ତ ବହୁତ ସହଜ । କନ୍ୟାମାନଙ୍କ ନାମର ଗାୟନ ମଧ୍ୟ ରହିଛି । ଅଧରକୁମାରୀ, କୁମାରୀ କନ୍ୟା, କୁମାରୀମାନଙ୍କ ନାମ ସବୁଠାରୁ ଅଧିକ ପ୍ରସିଦ୍ଧ ହୋଇ ଯାଇଛି । ତାଙ୍କର କୌଣସି ବନ୍ଧନ ନାହିଁ । ଦୁନିଆର ସ୍ୱାମୀ ତ ବିକାରଗ୍ରସ୍ତ କରିଦେଇଥା’ନ୍ତି । ଏହି ବାବା ତ ସ୍ୱର୍ଗକୁ ନେଇଯିବା ପାଇଁ ସଜାଉଛନ୍ତି । ମଧୁର ସାଗରକୁ ନେଇଯାଉଛନ୍ତି । ବାବା କହୁଛନ୍ତି ଏହି ପୁରୁଣା ଦୁନିଆକୁ ପୁରୁଣା ଦେହ ସହିତ ବିଲକୁଲ ଭୁଲିଯାଅ । ଆତ୍ମା କହୁଛି ଯେ ମୁଁ ତ ୮୪ ଜନ୍ମ ପୂରା କରିଛି । ଏବେ ପୁନର୍ବାର ଆମେ ବାବାଙ୍କଠାରୁ ପୂରା ବର୍ସା ନେବୁ । ସାହାସ ରଖୁଛନ୍ତି, ତଥାପି ବି ମାୟା ସହିତ ଲଢେଇ ତ ହେବ । ଆଗରେ ତ ଏହି ବ୍ରହ୍ମାବାବା ଅଛନ୍ତି । ମାୟାର ତୋଫାନ ଏହାଙ୍କ ପାଖକୁ ଅଧିକ ଆସୁଛି । ବହୁତ ଆସି କହୁଛନ୍ତି ଯେ ବାବା ଆମର ଏପରି ହେଉଛି । ବାବା କହୁଛନ୍ତି ପିଲାମାନେ - ହଁ, ଏହିପରି ତୋଫାନ ନିଶ୍ଚୟ ଆସିବ । ପ୍ରଥମେ ତ ମୋ ପାଖକୁ ଆସୁଛି । ଶେଷରେ ସମସ୍ତଙ୍କର କର୍ମାତୀତ ଅବସ୍ଥା ହୋଇଯିବ । ଏହା କୌଣସି ନୂଆ କଥା ନୁହେଁ । କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲା । ଡ୍ରାମାରେ ଅଭିନୟ କରିଲ, ଏବେ ପୁଣି ଘରକୁ ଫେରିବ । ପିଲାମାନେ ଜାଣିଛନ୍ତି - ଏହି ପୁରୁଣା ଦୁନିଆ ହେଉଛି ନର୍କ । କୁହନ୍ତି ମଧ୍ୟ ଏହି ଲକ୍ଷ୍ମୀ-ନାରାୟଣ କ୍ଷୀର ସାଗରରେ ରହୁଥିଲେ, ଏହାଙ୍କର କେତେ ସୁନ୍ଦର ସୁନ୍ଦର ମନ୍ଦିର ତିଆରି କରାଯାଉଛି । ପ୍ରଥମେ-ପ୍ରଥମେ ମନ୍ଦିର କରାଯାଇଥିବା ସମୟରେ କ୍ଷୀରର ପୋଖରୀ କରି ବିଷ୍ଣୁଙ୍କ ମୂର୍ତ୍ତିକୁ ବସାଇଥିବେ । ବହୁତ ଭଲ-ଭଲ ଚିତ୍ର ତିଆରି କରି ପୂଜା କରୁଥିଲେ । ସେ ସମୟରେ ତ ବହୁତ ଶସ୍ତା ଥିଲା । ବାବା ସବୁ ଦେଖିଛନ୍ତି । ବାସ୍ତବରେ ଏହି ଭାରତ କେତେ ପବିତ୍ର, କ୍ଷୀରର ସାଗର ଥିଲା । ଦୁଧ ଘିଅର ଯେପରି ନଦୀ ଥିଲା । ଏହାର ମହିମା କରାଯାଇଛି । ସ୍ୱର୍ଗର ନାମ ନେବା ମାତ୍ରେ ହିଁ ମୁଖରେ ପାଣି ଆସିଯାଉଛି । ତୁମ ସନ୍ତାନମାନଙ୍କୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି । ତେଣୁ ବୁଦ୍ଧିରେ ଜ୍ଞାନ ଆସିଛି । ବୁଦ୍ଧି ଯୋଗ ପରମଧାମ ଘରେ ଏକାଗ୍ର ହେଉଛି ପୁଣି ସତ୍ୟଯୁଗରେ ଏକାଗ୍ର ହେବ । ସେଠାରେ ସବୁ କିଛି ନୂଆ ହିଁ ନୂଆ ହେବ । ବାବା, ଶ୍ରୀ ନାରାୟଣଙ୍କର ମୂର୍ତ୍ତି ଦେଖି ବହୁତ ଖୁସି ହେଉଥିଲେ, ତାଙ୍କର ଚିତ୍ରକୁ ବହୁତ ସ୍ନେହରେ ରଖୁଥିଲେ । ଏକଥା ବୁଝି ନ ଥିଲେ ଯେ ସେ ଏହିପରି ହେବେ । ଏହି ଜ୍ଞାନ ତ ଏବେ ବାବାଙ୍କଠାରୁ ମିଳିଛି । ତୁମକୁ ବ୍ରହ୍ମାଣ୍ଡ ଏବଂ ସୃଷ୍ଟିଚକ୍ରର ଆଦି-ମଧ୍ୟ-ଅନ୍ତର ଜ୍ଞାନ ମିଳିଛି । ଜାଣିଛ ଯେ ଆମେ କିପରି ଚକ୍ର ଲଗାଇବୁ । ବାବା ଆମକୁ ରାଜଯୋଗ ଶିଖାଉଛନ୍ତି । ତୁମେ ବହୁତ ଖୁସି ହେବା ଉଚିତ୍ । ବାକି ଅଳ୍ପ ସମୟ ଅଛି । ଶରୀରର କିଛି ନା କିଛି ବ୍ୟାଧି ତ ହେଉଛି । ବର୍ତ୍ତମାନ ଏହା ତୁମର ଅନ୍ତିମ ଜନ୍ମ । ଡ୍ରାମାର ପ୍ଲାନ ଅନୁସାରେ, ଏବେ ତୁମ ସୁଖର ଦିନ ଆସୁଛି । ଦେଖୁଛ ଯେ ବିନାଶ ସମ୍ମୁଖରେ ଦଣ୍ଡାୟମାନ । ତୁମକୁ ତୃତୀୟ ନେତ୍ର ମିଳିଛି । ତୁମେ ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୂଳଲୋକକୁ ଭଲ ଭାବରେ ଜାଣିଛ । ଏହି ସ୍ୱଦର୍ଶନ ଚକ୍ର ତୁମ ବୁଦ୍ଧିରେ ଘୂରି ଚାଲିଛି । ଖୁସି ମଧ୍ୟ ମିଳୁଛି । ବର୍ତ୍ତମାନ ଆମକୁ ବେହଦର ବାବା, ଶିକ୍ଷକ ହୋଇ ପାଠ ପଢାଉଛନ୍ତି । କିନ୍ତୁ ନୂଆ କଥା ହୋଇଥିବା କାରଣରୁ ଘଡି ଘଡି ଭୁଲିଯାଉଛନ୍ତି । ନହେଲେ ବାବା କହିବା ମାତ୍ରେ ହିଁ ଖୁସିର ନିଶା ଚଢିଯିବା ଉଚିତ । ରାମତୀର୍ଥ, ଶ୍ରୀକୃଷ୍ଣଙ୍କର ଭକ୍ତ ଥିଲେ । ସେ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ, କେତେ କ’ଣ କରୁଥିଲେ । ତାଙ୍କୁ ଶ୍ରୀକୃଷ୍ଣଙ୍କର ସାକ୍ଷାତକାର ହେଲା ଏବଂ ଖୁସି ହୋଇଗଲେ । କିନ୍ତୁ ଏହା ଦ୍ୱାରା କ’ଣ ହେଲା? କିଛି ତ ମିଳିଲା ନାହିଁ । ଏଠାରେ ତ ତୁମ ସନ୍ତାନମାନଙ୍କୁ ଖୁସି ବି ମିଳୁଛି କାରଣ ଜାଣିଛ ଯେ ୨୧ ଜନ୍ମ ପାଇଁ ଆମେ ଏତେ ଉଚ୍ଚ ପଦ ପାଇବୁ । ୩ ଭାଗ ତ ତୁମେ ସୁଖୀ ରହୁଛ । ଯଦି ଅଧା-ଅଧା ହେବ ତେବେ ତ ଫାଇଦା କିଛି ହେବ ନାହିଁ । ତୁମେ ୩ ଭାଗ ସୁଖରେ ରହୁଛ । ତୁମପରି ସୁଖ କେହି ଦେଖି ପାରିବେ ନାହିଁ । ତୁମ ପାଇଁ ତ ଅସରନ୍ତି ସୁଖ ରହିଛି । ମହାନ୍ ସୁଖ ଭିତରେ ଦୁଃଖର ଅନୁଭବ ହୁଏ ନାହିଁ । ସଂଗମରେ ତୁମେ ଉଭୟକୁ ଜାଣିପାରୁଛ ଯେ ଏବେ ଆମେ ଦୁଃଖରୁ ସୁଖକୁ ଯାଉଛୁ । ତୁମର ମୁଖ ଦିନ ଆଡକୁ ଏବଂ ଗୋଡ ରାତ୍ରି ଆଡକୁ ରହିଛି । ଏହି ଦୁନିଆକୁ ଲାତ ମାରିବାକୁ ହେବ ଅର୍ଥାତ୍ ବୁଦ୍ଧିରୁ ଭୁଲିବାକୁ ପଡିବ । ଆତ୍ମା ଜାଣିଛି ଯେ ଏବେ ଘରକୁ ଯିବାକୁ ହେବ, ବହୁତ ଅଭିନୟ କରିସାରିଛି । ଏହିପରି ନିଜ ସହିତ କଥା ହେବା ଉଚିତ୍ । ଏବେ ଯେତେ ବାବାଙ୍କୁ ମନେ ପକାଇବ ସେତେ ପାପ ଭସ୍ମ ହେବ । ବାବାଙ୍କ ସେବାରେ ରହି ଯେତେ ନିଜ ପରି କରାଇବ, ବାବାଙ୍କର ସେତେ ପ୍ରତ୍ୟକ୍ଷତା କରିପାରିବ । ବୁଦ୍ଧିରେ ଅଛି ଯେ ଏବେ ଘରକୁ ଯିବାକୁ ହେବ । ତେଣୁ ଘରକୁ ହିଁ ମନେ ପକାଇବାକୁ ହେବ । ପୁରୁଣା ଘର ଭାଙ୍ଗି ଚାଲିଥାଏ । ତେବେ ଦେଖ କେଉଁଠି ନୂଆ ଘର ଆଉ କେଉଁଠି ପୁରୁଣା ଘର । ଏଥିରେ ରାତି-ଦିନର ଫରକ ରହିଛି । ଏହା ତ ସମ୍ପୂର୍ଣ୍ଣ ବିଷୟ-ବୈତରଣୀ ନଦୀ ଅଟେ । ପରସ୍ପରକୁ ମାରୁଛନ୍ତି, ଝଗଡା କରୁଛନ୍ତି । ବାକି ବାବା ଆସିଛନ୍ତି ତେଣୁ ବହୁତ ଲଢେଇ ଆରମ୍ଭ ହୋଇଯାଇଛି । ଯଦି ସ୍ତ୍ରୀ ବିକାର ଦେଉ ନାହିଁ ତେବେ କେତେ ହଇରାଣ କରୁଛନ୍ତି । କେତେ ମୁଣ୍ଡ ପିଟୁଛନ୍ତି । କଳ୍ପ ପୂର୍ବରୁ ମଧ୍ୟ ଏହିପରି ଅତ୍ୟାଚାର ହୋଇଥିଲା । ବର୍ତ୍ତମାନର କଥା ହିଁ ଗାୟନ କରାଯାଉଛି । ତୁମେ ଦେଖୁଛ କେତେ ଡାକୁଛନ୍ତି । ସେହି ଡ୍ରାମାର ପାର୍ଟ ପୁନରାବୃତ୍ତି ହେଉଛି । ଏ କଥା ବାବା ଓ ପିଲାମାନେ ଜାଣିଛନ୍ତି ଆଉ କେହି ଜାଣି ନାହାଁନ୍ତି । ଆଗକୁ ଗଲେ ସମସ୍ତେ ବୁଝିବେ । ଗାୟନ ମଧ୍ୟ କରୁଛନ୍ତି - ପତିତ-ପାବନ, ସମସ୍ତଙ୍କର ସଦ୍‌ଗତି ଦାତା ବାବା ଅଟନ୍ତି । ତୁମେ କାହାକୁ ବି ବୁଝାଇ ପାରିବ ଯେ ଭାରତ ସ୍ୱର୍ଗ ଓ ନର୍କ କିପରି ହେଉଛି, ତୁମେ ଆସିଲେ ଆମେ ତୁମକୁ ସାରା ବିଶ୍ୱର ଇତିହାସ-ଭୂଗୋଳ ବୁଝାଇବୁ । ଏହି ବେହଦର ଇତିହାସ-ଭୂଗୋଳକୁ ଈଶ୍ୱର ଏବଂ ଈଶ୍ୱରଙ୍କର ସନ୍ତାନ ତୁମେମାନେ ହିଁ ଜାଣିଛ । ପବିତ୍ରତା, ସୁଖ-ଶାନ୍ତିର ସ୍ଥାପନା କିପରି ହେଉଛି, ଏହି ଇତିହାସ-ଭୂଗୋଳକୁ ଜାଣିବା ଦ୍ୱାରା ତୁମେ ସବୁ କିଛି ଜାଣିଯିବ । ବେହଦର ବାବାଙ୍କଠାରୁ ତୁମେ ନିଶ୍ଚୟ ବେହଦର ସମ୍ପତ୍ତି ହିଁ ନେବ । ଏକଥା ଆସି ବୁଝ । ବହୁତ ବିଷୟବସ୍ତୁ ରହିଛି । ତୁମ ସନ୍ତାନମାନଙ୍କ ବୁଦ୍ଧିରେ ତ ସମସ୍ତ ଜ୍ଞାନ ଭରପୂର ହୋଇଯାଇଛି । ଖୁସିର କେତେ ନିଶା ଚଢୁଛି । ସମସ୍ତ ଜ୍ଞାନ ତୁମ ସନ୍ତାନମାନଙ୍କ ପାଖରେ ଅଛି । ଜ୍ଞାନର ସାଗର ବାବାଙ୍କଠାରୁ ଜ୍ଞାନ ମିଳୁଛି । ପୁଣି ଆମେ ହିଁ ଯାଇ ଲକ୍ଷ୍ମୀ-ନାରାୟଣ ହେବୁ । ସେଠାରେ ପୁଣି ଏହି ଜ୍ଞାନ କିଛି ହେଲେ ବି ରହିବ ନାହିଁ । କେତେ ଗୁହ୍ୟ ରହସ୍ୟ ଅଟେ ଯାହାକି ବୁଝିବାକୁ ହେବ । ପିଲାମାନେ ସିଡିର ଚିତ୍ରକୁ ଭଲ ଭାବରେ ବୁଝିଗଲେଣି ନା । ତେବେ ଏହା ୮୪ ଜନ୍ମର ଚକ୍ର ଅଟେ । ଏବେ ମନୁଷ୍ୟମାନଙ୍କୁ ମଧ୍ୟ ସ୍ପଷ୍ଟଭାବେ ବୁଝାଇବାକୁ ହେବ । ଏହାକୁ ଏବେ ସ୍ୱର୍ଗ ଅଥବା ପବିତ୍ର ଦୁନିଆ କୁହାଯିବ ନାହିଁ । ସତ୍ୟଯୁଗ ଅଲଗା ଓ କଳିଯୁଗ ଅଲଗା ଅଟେ । ଏହି ଚକ୍ର କିପରି ଘୂରୁଛି, ଏହାକୁ ବୁଝାଇବା ସହଜ ଅଟେ । ଜ୍ଞାନ ତ ବୁଝିବା ପାଇଁ ବହୁତ ସହଜ । କିନ୍ତୁ ପୁରୁଷାର୍ଥ କରି ଯୋଗର ଯାତ୍ରାରେ ରହିବା, ଏହା ବହୁତଙ୍କ ଦ୍ୱାରା ହୋଇପାରୁ ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ପୁରୁଣା ଦେହ ଓ ଦୁନିଆକୁ ବୁଦ୍ଧିରୁ ଭୁଲି ବାବା ଓ ଘରକୁ ୟାଦ କରିବାକୁ ହେବ । ସର୍ବଦା ଏହି ଖୁସିରେ ରହିବାକୁ ହେବ ଯେ ଏବେ ଆମ ସୁଖର ଦିନ ଆସୁଛି ।

(୨) ଜ୍ଞାନର ସାଗର ବାବାଙ୍କଠାରୁ ଯେଉଁ ଜ୍ଞାନ ମିଳୁଛି ତାକୁ ସ୍ମରଣ କରି ବୁଦ୍ଧିକୁ ଭରପୂର ରଖିବାକୁ ହେବ । ଦେହ-ଅଭିମାନରେ ଆସି କୌଣସି ପ୍ରକାର କଥାରେ ଶ୍ୱାସରୁଦ୍ଧ ହେବା ଅନୁଚିତ୍ ।

ବରଦାନ:-
ସର୍ବଦା ଏକରସ ସ୍ଥିତିର ଆସନ ଉପରେ ବିରାଜମାନ ରହୁଥିବା ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ଭବ ।

ସବୁଠାରୁ ଶ୍ରେଷ୍ଠ ଆସନ ହେଲା ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ହେବା । କିନ୍ତୁ ଏହି ସିଂହାସନ ଉପରେ ବସିବା ପାଇଁ ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଆସନ ଦରକାର । ଯଦି ଏହି ସ୍ଥିତିର ଆସନ ଉପରେ ସ୍ଥିତ ହୋଇପାରିବ ନାହିଁ ତେବେ ବାପଦାଦାଙ୍କର ଦିଲ୍ ରୂପୀ ସିଂହାସନ ଉପରେ ମଧ୍ୟ ସ୍ଥିତ ହୋଇପାରିବ ନାହିଁ । ସେଥିପାଇଁ ନିଜର ଭ୍ରୃକୁଟୀ ସିଂହାସନ ଉପରେ ଅକାଳ ମୂରତ ହୋଇ ସ୍ଥିତ ହୋଇଯାଅ, ଯଦି ଏହି ଆସନ ଉପରେ ବାରମ୍ବାର ଟଳମଳ ନ ହେବ ତେବେ ଯାଇ ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ହୋଇପାରିବ ।

ସ୍ଲୋଗାନ:-
ଶୁଭଚିନ୍ତନ ଦ୍ୱାରା ନକାରାତ୍ମକକୁ ସକାରାତ୍ମକରେ ପରିବର୍ତ୍ତନ କର ।

ଅବ୍ୟକ୍ତ ଈଶାରା:- ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।

ବ୍ରହ୍ମାବାବା ନିଜର ପ୍ରତ୍ୟେକ ସନ୍ତାନର ଚେହେରାରେ, ପ୍ରଥମତଃ ସର୍ବଦା ଆତ୍ମ ଅଭିମାନୀ ସ୍ଥିତିର ସ୍ମିତହାସ୍ୟ ଦେଖିବାକୁ ଚାହୁଁଛନ୍ତି, ଦ୍ୱିତୀୟରେ ମୁଖର ସର୍ବଦା ମଧୁରବାଣୀ ଶୁଣିବାକୁ ଚାହୁଁଛନ୍ତି । ଗୋଟିଏ ଶବ୍ଦ ମଧ୍ୟ ମଧୁରତା ବିନା କୁହ ନାହିଁ । ତେଣୁ ତୁମର ଚେହେରାରେ ସର୍ବଦା ଆତ୍ମ ଅଭିମାନୀ ସ୍ଥିତି ଦେଖାଯିବା ଦରକାର, ମୁଖରେ ମଧୁରତା ରହିବା ଦରକାର ଏବଂ ମନ ବୁଦ୍ଧିରେ ସର୍ବଦା ଶୁଭଭାବନା, ଦୟାଳୁ ଭାବନା, ତଥା ଦାତାପଣିଆର ଭାବନା ରହିଥାଉ । ପ୍ରତିପାଦରେ ପିତାଙ୍କୁ ଅନୁକରଣ କରୁଥାଅ, ଏହିଭଳି ବାପଦାଦାଙ୍କର ପାଳନାର ପ୍ରତିଦାନ ଦିଅ ।