21.05.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଶ୍ରୀମତ
ପାଳନ କରି ସମସ୍ତଙ୍କୁ ସୁଖ ଦିଅ, ଆସୁରୀ ମତରେ ଚାଲି ଦୁଃଖ ଦେଇ ଆସିଛ, ଏବେ ସୁଖ ଦିଅ, ସୁଖ ନିଅ
।”
ପ୍ରଶ୍ନ:-
ବୁଦ୍ଧିମାନ୍
ସନ୍ତାନମାନେ କେଉଁ ରହସ୍ୟକୁ ବୁଝିବା କାରଣରୁ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିଥା’ନ୍ତି?
ଉତ୍ତର:-
ସେମାନେ ଜାଣିଛନ୍ତି ଏହା ଦୁଃଖ-ସୁଖ, ହାରିବା-ଜିତିବାର ଖେଳ । ଏବେ ଅଧାକଳ୍ପ ସୁଖର ଖେଳ ଚାଲିବ ।
ସେଠାରେ କୌଣସି ପ୍ରକାରର ଦୁଃଖ ନ ଥିବ । ଏବେ ଆମର ନୂଆ ରାଜଧାନୀ ଆସିବ, ସେଥିପାଇଁ ବାବା ନିଜର
ପରମଧାମ ଛାଡି ଆମମାନଙ୍କୁ ପଢାଇବାକୁ ଆସିଛନ୍ତି, ତେଣୁ ଏବେ ପୁରୁଷାର୍ଥ କରି ଉଚ୍ଚ ପଦ ନେବାକୁ
ହେବ ।
ଗୀତ:-
ବଦଲ ଯାଏ ଦୁନିଆ
ନ ବଦଲେଙ୍ଗେ ହମ...
ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଗୀତର ଅର୍ଥକୁ ବୁଝିଲେ । ଏଠାରେ କୌଣସି ଶପଥ ନେବାର ଆବଶ୍ୟକତା ନାହିଁ ।
ଆତ୍ମାରେ ଏହି ଜ୍ଞାନ ରହିବା ଉଚିତ । ଆତ୍ମା ତମୋପ୍ରଧାନ ହେବା କାରଣରୁ ବିଲ୍କୁଲ୍ ଅଜ୍ଞାନୀ
ହୋଇଯାଇଛି । ପିଲାମାନେ ଜାଣିଛନ୍ତି - ଆମେ କେତେ ଅବୋଧ ଥିଲୁ । ଏବେ କେତେ ବୁଦ୍ଧିମାନ୍ ହୋଇଯାଇଛୁ
। ଅନ୍ୟ ସତ୍ସଙ୍ଗରେ ଏପରି କଥା ନାହିଁ । ସେମାନେ ଶାସ୍ତ୍ର ପୂରାଣ ରାମାୟଣ ଆଦି ପଢୁଛନ୍ତି
ଯାହାକି ଗୋଟିଏ କାନରେ ଶୁଣି, ଅନ୍ୟ କାନରେ ବାହାରି ଯାଉଛି କୌଣସି ପ୍ରାପ୍ତି ହେଉ ନାହିଁ । ଯଜ୍ଞ,
ତପ, ଦାନ-ପୁଣ୍ୟ ଆଦି ବହୁତ କରୁଛନ୍ତି, ଏଣେ ତେଣେ ଧକ୍କା ଖାଉଛନ୍ତି । କିନ୍ତୁ କିଛି ବି
ପ୍ରାପ୍ତି ହେଉ ନାହିଁ । ଏହି ଦୁନିଆରେ କେହି ବି ସୁଖୀ ନାହାଁନ୍ତି । ଏବେ ବାବା ସାରା ସୃଷ୍ଟିର
ଜ୍ଞାନ ଦେଉଛନ୍ତି । ଏକମାତ୍ର ବାବା ହିଁ ସମସ୍ତଙ୍କୁ ସୁଖ-ଶାନ୍ତି ଦେଉଛନ୍ତି । ମନୁଷ୍ୟ ତ ବିଲ୍କୁଲ୍
ଘୋର ଅନ୍ଧକାରରେ ଅଛନ୍ତି । ଭକ୍ତମାନେ ମଧ୍ୟ ମନେ ପକାଉଛନ୍ତି - ହେ ଦୁଃଖହର୍ତ୍ତା, ସୁଖକର୍ତ୍ତା,
ସଦ୍ଗତି ଦାତା ଆସ । ଦେଖ, ଦୁନିଆରେ କ’ଣ ସବୁ ଚାଲିଛି । ସମସ୍ତେ ଦୁଃଖ ଅଶାନ୍ତି ଭିତରେ ଅଛନ୍ତି
। କୌଣସି ବି ମନୁଷ୍ୟ ଜାଣି ନାହାଁନ୍ତି ଯେ ଆମର ପିତା କିଏ? ତାଙ୍କଠାରୁ କେଉଁ ସମ୍ପତ୍ତି ମିଳୁଛି?
ବେହଦର ବାବାଙ୍କୁ ହିଁ ଜାଣି ନାହାଁନ୍ତି । ଶାନ୍ତି ପାଇବା ପାଇଁ ଏଣେ ତେଣେ ଧକ୍କା ଖାଉଛନ୍ତି ।
ଏକଥା କିଏ କହୁଛି ଯେ ମନକୁ ଶାନ୍ତି ଦରକାର? ଆତ୍ମା କହୁଛି, ଏକଥା ମଧ୍ୟ ମନୁଷ୍ୟ ଜାଣି ନାହାଁନ୍ତି
। ଦେହ-ଅଭିମାନ ରହିଛି ନା । ସାଧୁ-ସନ୍ଥ ଆଦି ସବୁ ଦୁଃଖୀ ହୋଇଯାଇଛନ୍ତି, ସମସ୍ତେ ଶାନ୍ତି
ଚାହୁଁଛନ୍ତି । ସାଧୁ-ସନ୍ଥଙ୍କୁ ମଧ୍ୟ ବେମାରୀ ଆଦି ହୋଇଥାଏ । ଦୁର୍ଘଟଣା ହୋଇଥାଏ । ଦୁନିଆରେ
ଦୁଃଖ ବ୍ୟତୀତ ଆଉ କିଛି ହିଁ ନାହିଁ । ଏବେ ତୁମେ ବୁଦ୍ଧିମାନ୍ ହୋଇଛ । ବାବା ବୁଝାଉଛନ୍ତି
ଡ୍ରାମାରେ ନୂଆ ଓ ପୁରୁଣା ଦୁନିଆ, ସୁଖ ଓ ଦୁଃଖର ଖେଳ ରହିଛି । ବାବା ତୁମ ବୁଦ୍ଧିର ତାଲା
ଖୋଲିଛନ୍ତି ଓ ଅନ୍ୟ ସବୁ ମନୁଷ୍ୟମାନଙ୍କର ବୁଦ୍ଧିରେ ଗଡ୍ରେଜ୍ର ତାଲା ଲାଗିଛି, ବିଲକୁଲ୍ ହିଁ
ତମୋପ୍ରଧାନ ବୁଦ୍ଧି ହୋଇଯାଇଛି । ତୁମେ ପୁରୁଷାର୍ଥର କ୍ରମଅନୁସାରେ ଜାଣିଛ । ବାସ୍ତବରେ ଆମକୁ
ବେହଦର ବାବା ମିଳିଛନ୍ତି, ସେ ଆମକୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ଶୁଣାଉଛନ୍ତି ଯେ ଏହି ଖେଳ
କିପରି ତିଆରି ହୋଇଛି । ସୁଖ ସମୟରେ ଦୁଃଖର ଚିହ୍ନ ବର୍ଣ୍ଣ ନ ଥାଏ । ତୁମ ବୁଦ୍ଧିରେ ଅଛି ଯେ ଆମେ
ବାବାଙ୍କଠାରୁ ସୁଖ-ଶାନ୍ତି ସମ୍ପତ୍ତିର ବର୍ସା ନେଉଛୁ । ସତ୍ୟଯୁଗରୁ ଆରମ୍ଭ କରି ତ୍ରେତା ଯୁଗର
ଶେଷ ପର୍ଯ୍ୟନ୍ତ କୌଣସି ଦୁଃଖ ରହିବ ନାହିଁ । ଏବେ ତୁମେମାନେ ଆଲୋକରେ ଅଛ, ପୁରୁଷାର୍ଥ କରୁଛ -
ନିଜ ରାଜଧାନୀରେ ପରସ୍ପରଠାରୁ ଉଚ୍ଚ ପଦ ପାଇବା ପାଇଁ । ଏହା ହେଉଛି ବେହଦର ସ୍କୁଲ । ଏଠାରେ
ବେହଦର ବାବା ପଢାଉଛନ୍ତି । ତୁମେ ଜାଣିଛ ସେ ଆମର ଅତ୍ୟନ୍ତ ପ୍ରିୟ ବାବା, ଯାହାଙ୍କର ମହିମା
ଅପରମଅପାର ଅଟେ । ସେହି ସର୍ବୋଚ୍ଚ ପିତା ହିଁ ଏଠାରେ ଶ୍ରୀମତ ଦେଉଛନ୍ତି । ବାକି ସବୁ
ମନୁଷ୍ୟମାନେ ଆସୁରୀ ମତରେ ଚାଲି ପରସ୍ପରକୁ ଦୁଃଖ ହିଁ ଦେଉଛନ୍ତି । ତୁମମାନଙ୍କୁ ଶ୍ରୀମତ ଆଧାରରେ
ସମସ୍ତଙ୍କୁ ସୁଖ ଦେବାକୁ ପଡିବ । ଏହି ଡ୍ରାମାରେ ଆମେ ଅଭିନେତା ଅଟୁ, ଏକଥା କେହି ବି ଜାଣି
ନାହାଁନ୍ତି । ତୁମେ ପିଲାମାନେ ହିଁ ଏବେ ଜାଣୁଛ ଯେ ଏହି ଡ୍ରାମାରେ ଭାରତବାସୀମାନଙ୍କର ଆଦିରୁ
ଅନ୍ତ ପର୍ଯ୍ୟନ୍ତ ପାର୍ଟ ରହିଛି । ପୂର୍ବରୁ ତୁମେମାନେ କିଛି ବି ଜାଣି ନ ଥିଲ । ଏବେ ତ ମୂଳବତନରୁ
ଆରମ୍ଭ କରି ସୂକ୍ଷ୍ମବତନ, ସ୍ଥୂଳବତନ ସବୁ କିଛି ଜାଣିଗଲଣି । ତୁମ ପାଖରେ ସତ୍ୟ ଜ୍ଞାନ ରହିଛି ।
ପରମପିତା ପରମାତ୍ମା ଆମକୁ ଏହାଙ୍କ ଦ୍ୱାରା ପାଠ ପଢାଉଛନ୍ତି । ବାବା ଆମକୁ ତିନି ଲୋକର ପୂରା
ଜ୍ଞାନ ଦେଉଛନ୍ତି । ଏହା କଣ୍ଟାର ଜଙ୍ଗଲ । ପିଲାମାନେ ଜାଣିଛନ୍ତି - ଏବେ ଆମେ କଣ୍ଟାରୁ ଫୁଲ
ଅର୍ଥାତ୍ ମନୁଷ୍ୟରୁ ଦେବତା ହେଉଛୁ । ଏଠାରେ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଦୁଃଖ ଦେଉଛନ୍ତି ।
ଗର୍ଭରେ ଥିବା ସନ୍ତାନ ମଧ୍ୟ ମା’କୁ କଷ୍ଟ ଦେଉଛି । ଏହା ବହୁତ ଛି-ଛି ଅର୍ଥାତ୍ ବିକାରୀ ପୁରୁଣା
ଦୁନିଆ । ଏହି ସୃଷ୍ଟିଚକ୍ରକୁ କେହି ବି ଜାଣି ନାହାଁନ୍ତି, ଆମେ କେଉଁଠାରୁ ଆସିଛୁ, କେତେ ଜନ୍ମ
ନେଇଛୁ, ପୁଣି କୁଆଡେ ଯିବୁ?... କିଛି ବି ଜାଣି ନାହାଁନ୍ତି, ବେହଦର ବାବା ଅର୍ଥାତ୍ ସମସ୍ତ
ସୀତାମାନଙ୍କର ଏକମାତ୍ର ରାମ ସେ ନିରାକାର ଅଟନ୍ତି । ତୁମେ ସମସ୍ତେ ହେଉଛ ସୀତା । ବାବା ହେଉଛନ୍ତି
ବ୍ରାଇଡ୍ଗ୍ରୁମ ଅର୍ଥାତ୍ ବର । ସେହି ଜଣେ ପତିଙ୍କର ସମସ୍ତେ ପତ୍ନୀ ଅଟନ୍ତି ବା ଭକ୍ତିନୀ ଅଟନ୍ତି
। ତେବେ ଏହି ଦୁନିଆରେ ସବୁ ସୀତାମାନେ ରାବଣର ଜେଲ୍ରେ ବନ୍ଦୀ ହୋଇ ଶୋକ ବାଟିକାକୁ ଆସିଯାଇଛନ୍ତି
। ସାରା ଦୁନିଆର ମନୁଷ୍ୟମାନେ ଏକମାତ୍ର ଭଗବାନଙ୍କୁ ହିଁ ମନେ ପକାଉଛନ୍ତି । ଭକ୍ତମାନଙ୍କର ରକ୍ଷକ
ଭଗବାନଙ୍କୁ କୁହାଯାଏ । ତୁମେ ବର୍ତ୍ତମାନ ବ୍ରହ୍ମା ମୁଖବଂଶାବଳୀ ବ୍ରାହ୍ମଣ ଅଟ । ବ୍ରାହ୍ମଣମାନେ
ଜାଣିଛନ୍ତି ଯେ - ଆମକୁ ଶିବବାବା ପଢାଉଛନ୍ତି ଏବଂ ତାଙ୍କଠାରୁ ଆମକୁ ନିଶ୍ଚିତ ଭାବରେ ସମ୍ପତ୍ତି
ମିଳୁଛି । ଶିବବାବା ସ୍ୱର୍ଗର ରଚୟିତା ଅଟନ୍ତି । ସ୍ୱର୍ଗ କୁହ ଅଥବା ଦୈବୀ ରାଜଧାନୀ କୁହ - ଏହା
ସ୍ୱର୍ଗର ରାଜଧାନୀ ଅଟେ ନା । ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଅଟନ୍ତି । ଏକଥା ମଧ୍ୟ
ବର୍ତ୍ତମାନ ତୁମେମାନେ ହିଁ ବୁଝୁଛ ଯେ ଏଠାରେ ସତ୍ୟଯୁଗ ଥିବା ସମୟରେ ଲକ୍ଷ୍ମୀ-ନାରାୟଣଙ୍କର
ରାଜ୍ୟ ଥିଲା, ବର୍ତ୍ତମାନ ଏହା କଳିଯୁଗ ଅଟେ । ମନୁଷ୍ୟମାନେ ତ ବିଚରା ଘୋର ଅନ୍ଧକାରରେ ଥିବା ଯୋଗୁଁ
କିଛି ହେଲେ ଜାଣି ପାରୁ ନାହାଁନ୍ତି ଯେ ଏବେ କଳିଯୁଗର ଶେଷ ସମୟ ଏବଂ ବିନାଶ ନିକଟତ୍ତର ହେଲାଣି ।
ତୁମ ସବୁ ସୀତାମାନଙ୍କର ସଦ୍ଗତି ଦାତା ଏକମାତ୍ର ରାମ ଅଟନ୍ତି । ଏବେ ସବୁ ସୀତାମାନେ ଦୁର୍ଗତିରେ
ଅଛନ୍ତି, କିନ୍ତୁ ଏକଥା କେହି ବି ବୁଝୁ ନାହାଁନ୍ତି ଯେ ଆମେ ଦୁର୍ଗତିରେ ଅଛୁ । ନିଜ ସାହୁକାରୀର
ନିଶାରେ ରହିଛନ୍ତି । କହୁଛନ୍ତି ଆମର ଏତେ ଘର, ଧନ, ମହଲ ଅଛି ହେଲେ କେହି ଜାଣି ନାହାଁନ୍ତି ଯେ
ଏବେ ଦୁଃଖର ଦୁନିଆ ବଦଳିବ । ମୃତ୍ୟୁ ସମ୍ମୁଖରେ ଉପସ୍ଥିତ, ସବୁ ମାଟିରେ ମିଶିଯିବ । ଏବେ ଯାହା
କିଛି ପୁରୁଣା ଦୁନିଆରେ ଦେଖୁଛ ସବୁ ବିନାଶ ହୋଇଯିବ । ବିନାଶ ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତି
ଚାଲିଛି । ଏହା ସେହି ମହାଭାରତ ଲଢେଇ ଅଟେ ଏବଂ ବାବା ସେହି ଗୀତାର ଭଗବାନ ଅଟନ୍ତି । କିନ୍ତୁ
ବାବାଙ୍କ ଜୀବନ କାହାଣୀରେ ସନ୍ତାନର ନାମ ଲେଖି ଦେଇଛନ୍ତି । ଏବେ ଶିବବାବା ତୁମକୁ ରାଜଯୋଗ
ଶିଖାଉଛନ୍ତି । ସବୁଠାରୁ ବଡ ଭୁଲ ହେଲା ଭଗବାନଙ୍କ ନାମକୁ ଲୁଚାଇ ଦେଇଛନ୍ତି ।
ତୁମେମାନେ ଜାଣିଛ ଆମକୁ କୌଣସି ମନୁଷ୍ୟ, ସାଧୁ-ସନ୍ଥ ପାଠ ପଢାଉ ନାହାଁନ୍ତି, ଆମକୁ ଶିବବାବା
ପଢାଉଛନ୍ତି । ସେ ବାପା, ଶିକ୍ଷକ, ସତ୍ଗୁରୁ ସବୁ କିଛି ଅଟନ୍ତି । ଏହା ତ ଭୁଲିବା କଥା ନୁହେଁ ।
ବାବା କହୁଛନ୍ତି - ସମସ୍ତେ ମୋର ସନ୍ତାନ କିନ୍ତୁ ମୁଁ ସମସ୍ତଙ୍କୁ ପାଠ ପଢାଇବି ନାହିଁ । ମୁଁ
ଭାରତବାସୀଙ୍କୁ ପୁନର୍ବାର ରାଜଯୋଗ ଶିଖାଇବାକୁ ଆସିଛି । ଭାରତବାସୀ ସ୍ୱର୍ଗବାସୀ, ହୀରାତୁଲ୍ୟ
ଥିଲେ, ଏବେ କଉଡି ସଦୃଶ ହୋଇଯାଇଛନ୍ତି । ଘରେ କେତେ ଅଶାନ୍ତି ହେଉଛି । କହୁଛନ୍ତି - ବାବା ମୋତେ
କ୍ରୋଧ ଆସୁଛି, ପିଲାମାନଙ୍କୁ ମାରିବାକୁ ପଡୁଛି । ଡର ଲାଗୁଛି, ମୁଁ ୫ ବିକାର ଶିବବାବାଙ୍କୁ ଦାନ
ଦେଇ ଦେଲି ପୁଣି ଏପରି କାହିଁକି କରୁଛି? ବାବା ବୁଝାଉଛନ୍ତି - ବର୍ତ୍ତମାନ ସମସ୍ତଙ୍କୁ ୫ ବିକାରର
ଗ୍ରହଣ ଲାଗିଛି । ଦେହ-ଅଭିମାନର ଭୂତ ଆସିଲେ ସବୁ ଭୂତ ଆସିଯାଆନ୍ତି । ତେଣୁ ବାବା କହୁଛନ୍ତି -
ଦେହୀ-ଅଭିମାନୀ ହୁଅ । ବର୍ତ୍ତମାନ ତୁମକୁ ଜ୍ଞାନ ମିଳିଛି । ସତ୍ୟଯୁଗରେ ମଧ୍ୟ ଆମେ ଆତ୍ମ-ଅଭିମାନୀ
ଥିଲୁ, ବୁଝିପାରୁଛୁ - ଏବେ ଆତ୍ମାର ଏହି ଶରୀର ପୁରୁଣା ହୋଇଗଲାଣି । ଆୟୁଷ ପୂରା ହୋଇଯାଇଥିବାରୁ
ଏହାକୁ ଛାଡି ନୂଆ ନେବାକୁ ପଡିବ । (ସର୍ପର ଉଦାହରଣ) । ସର୍ପ ପୁରୁଣା କାତି ଛଡାଇ ନୂଆ ଧାରଣ
କରିଥାଏ । ଏହା ସତ୍ୟଯୁଗ ନିମନ୍ତେ ଦୃଷ୍ଟାନ୍ତ । ସେଠାରେ ତୁମେ ଏହିପରି ଶରୀର ଛାଡିବ, ଦୁଃଖର
କୌଣସି କଥା ରହିବ ନାହିଁ । ଏଠାରେ କେତେ ଦୁଃଖ ହେଉଛି । କାନ୍ଦିବାକୁ ପଡୁଛି । ଏବେ ତୁମେ ଜାଣୁଛ
- ଏହା ପୁରୁଣା ଶରୀର । ଏଠାରେ କୌଣସି ନୂଆ ଶରୀର ମିଳିବ ନାହିଁ । ଏହା ଅନ୍ତିମ ପୁରୁଣା ଜୋତା ଅଟେ
। ଏବେ ତୁମେ ଏଥିପ୍ରତି ବିରକ୍ତ ହୋଇଗଲଶି । ସେଠାରେ ତ ଖୁସିରେ ଗୋଟିଏ ଶରୀର ଛାଡି ଆଉ ଗୋଟିଏ
ନେବ । ଏହି କଥାକୁ ମଧ୍ୟ ତୁମେ ବୁଝୁଛ । ଏଠାକୁ କେତେ ନୂଆମାନେ ଆସୁଛନ୍ତି କିନ୍ତୁ ବୁଝୁ
ନାହାଁନ୍ତି । ଦୁଇ ଚାରି ଦିନ ଏଠାରେ ବୁଝି କରି ଯାଉଛନ୍ତି ପୁଣି ଭୁଲି ଯାଉଛନ୍ତି । ହଁ ଯଦି ଭଲ
ଭାବରେ ଶୁଣି, ଖୁସି ହେବେ ତେବେ ପ୍ରଜାରେ ଆସିଯିବେ । ପ୍ରଜା ମଧ୍ୟ ତ ଢେର ହେବେ ନା । ଏହା ହେଉଛି
ଈଶ୍ୱରଙ୍କର ଘର, ତୁମେ ଈଶ୍ୱରଙ୍କର ଘରେ ବସିଛ । ପରମପିତା ନିଜ ପରମଧାମ ଛାଡି ଏଠାରେ ଆସି ସାଧାରଣ
ଶରୀରରେ ବସିଛନ୍ତି । ସେଠାରେ ତ ବାବାଙ୍କ ପାଖରେ ଆତ୍ମାମାନେ ରହୁଛନ୍ତି । ଏଠାରେ ସଂଗମରେ ନିଜେ
ବାବା ଆସି ପତିତମାନଙ୍କୁ ପବିତ୍ର କରାଉଛନ୍ତି । ତାଙ୍କୁ ଶିବ ନିରାକାର କୁହାଯାଏ । ନିରାକାର
ବାବାଙ୍କୁ ଆତ୍ମାମାନେ ହେ ଈଶ୍ୱର ପିତା ବୋଲି କହି ଡାକୁଛନ୍ତି । ମନୁଷ୍ୟମାନେ ନ ବୁଝି ହେ ଈଶ୍ୱର
ପିତା ବୋଲି କହିଦେଉଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କୁ ୟୁରୋପବାସୀ ମଧ୍ୟ ଭଗବତୀ-ଭଗବାନ କହୁଛନ୍ତି ।
ଏମାନଙ୍କୁ ଏପରି କିଏ କରାଇଲେ? ଦେବତାମାନଙ୍କୁ କହୁଛନ୍ତି ଆପଣ ସର୍ବଗୁଣ ସମ୍ପନ୍ନ, ୧୬ କଳା
ସମ୍ପୂର୍ଣ୍ଣ, ପୁଣି ନିଜକୁ କ’ଣ କହୁଛନ୍ତି? ଏକଥା ଜାଣି ନାହାଁନ୍ତି ଯେ ଏମାନେ ମଧ୍ୟ ମନୁଷ୍ୟ
ଅଟନ୍ତି । ଏମାନେ ଭାରତରେ ହିଁ ରାଜତ୍ୱ କରୁଥିଲେ । ତାଙ୍କ ଆଗରେ ମହିମା କରୁଛନ୍ତି ଓ ନିଜକୁ
ନୀଚ୍ଚ ପାପୀ ବୋଲି କହୁଛନ୍ତି । ଶ୍ରୀକୃଷ୍ଣଙ୍କ ମନ୍ଦିରରେ ମଧ୍ୟ ଯାଇ ମହିମା କରୁଛନ୍ତି । ମାତ୍ର
ଶିବଙ୍କର ଏପରି ମହିମା କରିବେ ନାହିଁ । ତାଙ୍କର ମହିମା ଅଲଗା । ପ୍ରାୟତଃ ଶିବଙ୍କ ପାଖକୁ ଗଲେ
କହନ୍ତି ଝୁଲା ଭରିଦିଅ । ପୁଣି କହନ୍ତି ସେ ଭାଙ୍ଗ ପିଅନ୍ତି, ଦୁଦୁରା ଖାଆନ୍ତି । ଆରେ ସେଠାରେ
ଭାଙ୍ଗ-ଦୁଦୁରା କୁଆଡୁ ଆସିବ? କିଛି ହେଲେ ବୁଝୁ ନାହାଁନ୍ତି । ମାଗୁଣି କରୁଛନ୍ତି - ସ୍ୱାମୀ
ଦରକାର, ଅମୁକ ଦରକାର... ଦୀପାବଳୀରେ ମଧ୍ୟ ଲକ୍ଷ୍ମୀଙ୍କୁ ଆହ୍ୱାନ କରିଥାନ୍ତି । କିନ୍ତୁ ସେ କିଏ,
ଏକଥା କାହାକୁ ବି ଜଣା ନାହିଁ । ୮-୧୦ଟି ହାତ କାହାର କ’ଣ କେବେ ଥାଏ? ଏପରି ଚତୁର୍ଭୂଜ ରୂପ
ଦେଖାଉଛନ୍ତି, କାହିଁକି ନା ପ୍ରବୃତ୍ତି ମାର୍ଗ ଅଟେ । ତାଙ୍କର ନାମ ବିଷ୍ଣୁ ରଖାଯାଇଛି ।
ଲକ୍ଷ୍ମୀ-ନାରାୟଣ ସତ୍ୟଯୁଗରେ ରହୁଥିଲେ । ମନୁଷ୍ୟମାନେ ଜାଣି ନାହାଁନ୍ତି ଯେ ବିଷ୍ଣୁଙ୍କର
ଦୁଇରୂପ ଲକ୍ଷ୍ମୀ-ନାରାୟଣଙ୍କ ଦ୍ୱାରା ପାଳନା ହେଉଛି । ଚିତ୍ରରେ ଲକ୍ଷ୍ମୀଙ୍କୁ ଚାରି ଭୂଜା ଦେଇ
ଦେଇଛନ୍ତି । ୪ ଭୂଜା ଥିଲେ ତାଙ୍କ ସନ୍ତାନମାନଙ୍କର ମଧ୍ୟ ୪ ଭୂଜା ହେବା ଉଚିତ୍ । କିଛି ହେଲେ
ବୁଝୁ ନାହାଁନ୍ତି । ତୁମେ ଏବେ ବୁଝୁଛ - ବାବା ନ ଆସିବା ପର୍ଯ୍ୟନ୍ତ ଆମେ ବି କିଛି ଜାଣି ନ ଥିଲୁ
। ଏବେ ସାରା ବିଶ୍ୱର ଆଦି ମଧ୍ୟ ଅନ୍ତକୁ ଜାଣିଗଲୁଣି । ବାବା ଆସି ପତିତ ଦୁନିଆକୁ ପବିତ୍ର
କରାଉଛନ୍ତି । ଡାକୁଛନ୍ତି ମଧ୍ୟ - ହେ ପତିତ ପାବନ ଆସ । ତେବେ ପରମାତ୍ମା କିପରି ଆସିବେ? କିପରି
ଆସି ପତିତମାନଙ୍କୁ ପାବନ କରାଇବେ? ବାବା କହୁଛନ୍ତି ୫ ହଜାର ବର୍ଷ ପୂର୍ବରୁ ମୁଁ ଦୈବୀ ସ୍ୱରାଜ୍ୟ
ସ୍ଥାପନ କରାଇଥିଲି ପୁଣି ତୁମେ ୮୪ ଜନ୍ମ କିପରି ନେଲ? ଏହି ଜ୍ଞାନ ଆଗରୁ ତୁମ ବୁଦ୍ଧିରେ ନ ଥିଲା
। ଏହି ବ୍ରହ୍ମାଙ୍କୁ ମଧ୍ୟ ଜଣା ନ ଥିଲା । ରାଧା-କୃଷ୍ଣ, ଲକ୍ଷ୍ମୀ-ନାରାୟଣଙ୍କର ପୂଜା କରୁଛନ୍ତି
। କିନ୍ତୁ ଏକଥା ଜାଣିନାହାଁନ୍ତି ଯେ ରାଧା-କୃଷ୍ଣ ହିଁ ସ୍ୱୟଂମ୍ବର ପରେ ଲକ୍ଷ୍ମୀ-ନାରାୟଣ
ହେଉଛନ୍ତି, ସେଥିପାଇଁ ରାଜକୁମାରୀ ରାଧା, ରାଜକୁମାର କୃଷ୍ଣ କୁହାଯାଉଛି । ସ୍ୱୟଂମ୍ବର ପରେ
ସେମାନେ ମହାରାଜା-ମହାରାଣୀ ହେଉଛନ୍ତି । ଯିଏ ନିଜେ ନାରାୟଣ ହେଉଛନ୍ତି, ତାଙ୍କୁ ବି ଏକଥା ଜଣା ନ
ଥିଲା । କାହାକୁ ସାକ୍ଷାତ୍କାର ହେଲେ ମଧ୍ୟ କିଛି ବୁଝି ପାରୁ ନାହାଁନ୍ତି । ତଥାପି ଅଳ୍ପକାଳ ପାଇଁ
ଭକ୍ତଙ୍କର ଭାବନା ପୂରା କରିବା ନିମନ୍ତେ ମୁଁ ସାକ୍ଷାତ୍କାର କରାଉଛି । ଏଠାରେ ତ ସାକ୍ଷାତ୍କାରର
କଥା ନାହିଁ । ବାବା ତ ବୁଝାଉଛନ୍ତି - ସାକ୍ଷାତ୍କାରରେ ମାୟା ପ୍ରବେଶ କରିଗଲେ ତୁମର ପଦଭ୍ରଷ୍ଟ
ହୋଇଯିବ । ଅନେକ ଆସି କହୁଛନ୍ତି - ଆମକୁ ଶିବବାବାଙ୍କ ସାକ୍ଷାତ୍କାର ହେଉ । ଆରେ ତୁମକୁ
ବୁଝାଯାଉଛି - ଜୁଳୁଜୁଳିଆ ପୋକ କେତେ ଛୋଟ ହେଲେ ମଧ୍ୟ ଆଖିକୁ ଦେଖାଯାଇଥାଏ । ଆତ୍ମା ତ ତାହାଠାରୁ
ମଧ୍ୟ ଛୋଟ ବିନ୍ଦୁ ଅଟେ । ଆତ୍ମା ପରି ପରମାତ୍ମାଙ୍କ ରୂପ ମଧ୍ୟ ଛୋଟ । ସାକ୍ଷାତ୍କାର ମଧ୍ୟ ସେହି
ଛୋଟ ବିନ୍ଦୁର ହିଁ ହେବ । ଭ୍ରୁକୁଟୀ ମଧ୍ୟରେ ଏହି ଛୋଟ ବିନ୍ଦୁ ରହିଛି । ଆତ୍ମାର ସାକ୍ଷାତ୍କାର
ହେଲେ ମଧ୍ୟ କିଛି ବୁଝିବେ ନାହିଁ ।
ତୁମେ ଜାଣିଛ - ଏବେ ଆମେ ଶିବବାବାଙ୍କର ସନ୍ତାନ । ଆମେ ସବୁ ବ୍ରହ୍ମାକୁମାର-କୁମାରୀ
ଶିବବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ଏହା ହିଁ ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଆମେ ଛାତ୍ର ଅଟୁ
ନା । ତୁମେ କହୁଛ - ବାବାଙ୍କଠାରୁ ସହଜ ରାଜଯୋଗ ଶିଖିବାକୁ ଆସିଛୁ । ଏହା ହିଁ ଲକ୍ଷ୍ୟ ଏବଂ
ଉଦ୍ଦେଶ୍ୟ ଅଟେ । ଏକଥା ପିଲାମାନେ ଭୁଲିଯିବା ଉଚିତ୍ ନୁହେଁ । ଭକ୍ତିମାର୍ଗରେ ଭକ୍ତ ଲୋକେ
ଦେବତାଙ୍କ ଚିତ୍ର ସାଥିରେ ରଖିଥା’ନ୍ତି । ପୁଣି ତୁମକୁ ଏହି ତ୍ରିମୂର୍ତ୍ତିର ଚିତ୍ର ପକେଟ୍ରେ
ରଖିବା ଦରକାର । ଏହି ଶିବବାବାଙ୍କ ଦ୍ୱାରା ଆମେ ଏହିପରି ଲକ୍ଷ୍ମୀ ନାରାୟଣ ହେଉଛୁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ଶିବବାବାଙ୍କୁ ବିକାର ଗୁଡିକର ଦାନ ଦେଇ ପୁନର୍ବାର କେବେ ବି ଫେରାଇ ନେବାର ନାହିଁ ।
ଦେହ-ଅଭିମାନର ଭୂତଠାରୁ ନିଜକୁ ଦୂରେଇ ରଖିବାକୁ ହେବ । ଏହି ଗୋଟିଏ ଭୂତ ଦ୍ୱାରା ସବୁ ଭୂତ
ଆସିଯାଇଥାନ୍ତି ସେଥିପାଇଁ ଆତ୍ମ-ଅଭିମାନୀ ହେବାର ଅଭ୍ୟାସ କରିବାକୁ ହେବ ।
(୨) ଧ୍ୟାନ ବା
ସାକ୍ଷାତ୍କାରର ଆଶା ରଖିବାର ନାହିଁ । ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ପୁରୁଷାର୍ଥ
କରିବାକୁ ହେବ । ଶ୍ରୀମତ ଆଧାରରେ ସମସ୍ତଙ୍କୁ ସୁଖ ଦେବାକୁ ହେବ ।
ବରଦାନ:-
ନିର୍ଦ୍ଦେଶକର୍ତ୍ତାଙ୍କର ସ୍ମୃତି ଦ୍ୱାରା ସେବା କ୍ଷେତ୍ରରେ ସର୍ବଦା ନିର୍ମାଣର କାର୍ଯ୍ୟ କରୁଥିବା
କର୍ମଯୋଗୀ ଭବ ।
ଯେ କୌଣସି କର୍ମକୁ
କର୍ମଯୋଗୀ ସ୍ଥିତିରେ ରହି କର, କେବଳ କର୍ମକର୍ତ୍ତା ନୁହେଁ କିନ୍ତୁ କର୍ମଯୋଗୀ ଅଟେ । କର୍ମ
ଅର୍ଥାତ୍ ବ୍ୟବହାର ଏବଂ ଯୋଗ ଅର୍ଥାତ୍ ପରମାର୍ଥ, ଦୁଇଟିଯାକର ସନ୍ତୁଳନ ରହୁ । ଶରୀର ନିର୍ବାହ
ପାଇଁ କର୍ମଧନ୍ଦା ଭିତରେ ଆତ୍ମ ନିର୍ବାହର କର୍ତ୍ତବ୍ୟକୁ ଲିଭିଯାଅ ନାହିଁ । ଯେ କୌଣସି କର୍ମ ବି
କରୁଛ ତାହା ଇଶ୍ୱରୀୟ ସେବା ଅର୍ଥେ ହେଉ । ସେଥିପାଇଁ ସେବା କରିବା ସମୟରେ ନିଜକୁ ନିମିତ୍ତ ମାତ୍ର
ବା କର୍ମକର୍ତ୍ତା ମନେ କରିବାର ମନ୍ତ୍ରର ସଂକଳ୍ପ ସର୍ବଦା ସ୍ମୃତିରେ ରହିଥାଉ ।
ନିର୍ଦ୍ଦେଶକର୍ତ୍ତା ବାବା ଅଟନ୍ତି - ଏହାକୁ ଯଦି ନ ଭୁଲିବ ତେବେ ନିର୍ମାଣ ହିଁ ନିର୍ମାଣ
କରିଚାଲିବ ।
ସ୍ଲୋଗାନ:-
ସେବାରେ ବା
ସମ୍ବନ୍ଧ-ସମ୍ପର୍କରେ ବିଘ୍ନ ପଡିବାର କାରଣ ହେଲା ପୁରୁଣା ସଂସ୍କାର, ସେଥିପ୍ରତି ବୈରାଗ୍ୟ ଆସିବା
ଦରକାର ।
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।
ସବୁଠାରୁ ଶ୍ରେଷ୍ଠ ଆସନ
ହେଲା ବାପଦାଦାଙ୍କର ହୃଦୟ ରୂପୀ ସିଂହାସନର ଅଧିକାରୀ ହେବା । କିନ୍ତୁ ଏହି ସିଂହାସନ ଉପରେ ବସିବା
ପାଇଁ ହେଲେ ପ୍ରଥମେ ଅଚଳ, ଅଟଳ, ଏକରସ ସ୍ଥିତିର ଆସନ ଉପରେ ବସିବା ଦରକାର । ତେବେ ଏକରସ ସ୍ଥିତିର
ଆସନ ଉପରେ ସେତେବେଳେ ସ୍ଥିତ ହୋଇପାରିବ, ଯେତେବେଳେ ଅକାଳ ସିଂହାସନ ଉପରେ ବସିବାର ଅର୍ଥାତ୍
ଆତ୍ମିକ ସ୍ମୃତିରେ ରହିବାର ଅଭ୍ୟାସ ଥିବ । ଯେପରି ହଠଯୋଗୀ ତପସ୍ୱୀମାନେ ସର୍ବଦା ଆସନ ଉପରେ
ବସିଥାଆନ୍ତି, ସେହିପରି ତୁମେମାନେ ମଧ୍ୟ ନିଜର ଏକରସ ଆତ୍ମାର ସ୍ଥିତି ରୂପକ ଆସନ ଉପରେ ବିରାଜମାନ
ରୁହ । ଏହି ଆସନକୁ ଛାଡ ନାହିଁ, ତେବେ ଯାଇ ସିଂହାସନ ମିଳିବ ।