21.06.26 Avyakt Bapdada Odia Murli 15.11.2010 Om Shanti Madhuban
“ସ୍ୱ-ପରିବର୍ତ୍ତନର
ଗତିକୁ ତୀବ୍ର କରି ସଂସ୍କାର-ସ୍ୱଭାବର ସମାପ୍ତି ସମାରୋହ ପାଳନ କର, ପ୍ରତ୍ୟେକ ସଂକଳ୍ପ, ବାଣୀ ଏବଂ
କର୍ମରେ ବ୍ରହ୍ମାବାବାଙ୍କୁ କପି କର”
ଆଜି ବାପଦାଦା
ସମସ୍ତଙ୍କର ମସ୍ତକରେ ତିନୋଟି ଭାଗ୍ୟର ଚମକୁଥିବା ସଂକେତ ଦେଖୁଛନ୍ତି । ଗୋଟିଏ ହେଲା ପିତାଙ୍କ
ଦ୍ୱାରା ପ୍ରାପ୍ତ ହେଉଥିବା ପାଳନାର ଭାଗ୍ୟ, ଦ୍ୱିତୀୟରେ ଶିକ୍ଷକ ରୂପରେ ଶିକ୍ଷାର ଭାଗ୍ୟ,
ତୃତୀୟରେ ସତ୍ଗୁରୁ ଦ୍ୱାରା ବରଦାନର ଭାଗ୍ୟ । ଏହି ତିନୋଟି ଭାଗ୍ୟକୁ ଚମକୁଥିବାର ଦେଖୁଛନ୍ତି ।
ପ୍ରତ୍ୟେକଙ୍କର ମସ୍ତକ ତିନୋଟିଯାକ ଭାଗ୍ୟରେ ଚମକୁଛି । ଏଭଳି ଭାଗ୍ୟ ଅନ୍ୟ କାହାର ବି ମସ୍ତକରେ
ଚମକୁଥିବାର ଦେଖାଯାଉ ନାହିଁ, କିନ୍ତୁ ତୁମମାନଙ୍କର ମସ୍ତକ ଭାଗ୍ୟରେ ଚମକୁଛି । ତୁମେ ସମସ୍ତେ
ମଧ୍ୟ ନିଜ ନିଜର ଭାଗ୍ୟକୁ ଦେଖୁଛ ନା! ବାପଦାଦା ଦେଖୁଛନ୍ତି ଭାଗ୍ୟ ସମସ୍ତଙ୍କୁ ମିଳିଛି କିନ୍ତୁ
ଭାଗ୍ୟର ଚମକ ସମସ୍ତଙ୍କର ଏକାଭଳି ନାହିଁ । କାହାର ଚମକ ବହୁତ ଉଜ୍ୱଳ, ଆଉ କାହାର ଟିକିଏ କମ୍
ଦେଖାଯାଉଛି । ଏମିତି ତ ବାପଦାଦା ସମସ୍ତଙ୍କୁ ଏକା ସାଥୀରେ ଏକାଭଳି ହିଁ ଭାଗ୍ୟ ଦେଇଛନ୍ତି ।
ପାଠପଢା ମଧ୍ୟ ଗୋଟିଏ ହିଁ ପାଠ ପଢାଉଛନ୍ତି । ପାଳନା ମଧ୍ୟ ଏକାଭଳି ଦେଇଛନ୍ତି ଏବଂ ବରଦାନ ମଧ୍ୟ
ଏକାଭଳି ଦେଇଛନ୍ତି । ଆଦି ରତ୍ନ ହୁଅନ୍ତୁ ବା ପଛରେ ଆସିବାବାଲା ହୋଇଥାଆନ୍ତୁ ସମସ୍ତଙ୍କୁ ଗୋଟିଏ
ହିଁ ମୁରଲୀ ଦ୍ୱାରା ପାଳନା ମିଳୁଛି ଏବଂ ପାଠପଢା ମିଳୁଛି । ବରଦାନ ମଧ୍ୟ ଗୋଟିଏ ହିଁ ସମସ୍ତଙ୍କୁ
ମିଳୁଛି । ଆଦି ରତ୍ନ ମାନଙ୍କ ପାଇଁ କୌଣସି ଅଲଗା ମୁରଲୀ ନାହିଁ, ସେହି ଗୋଟିଏ ମୁରଲୀ, କିନ୍ତୁ
ଭାଗ୍ୟର ଚମକ କ୍ରମାନ୍ୱୟ ହିସାବରେ ଦେଖାଯାଉଛି । ବାବାଙ୍କଠାରୁ ସ୍ନେହର ପାଳନା ମଧ୍ୟ ସମସ୍ତଙ୍କୁ
ଏକାଭଳି ମିଳୁଛି । ସମସ୍ତଙ୍କ ମୁଖରୁ ସେହି ଗୋଟିଏ ଶବ୍ଦ ବାହାରୁଛି “ମେରା ବାବା”, ଚାହେଁ ଆଗରୁ
ଆସିଥାଆନ୍ତୁ ବା ପଛରେ ଆସିଥାଆନ୍ତୁ କିନ୍ତୁ ସମସ୍ତେ ଅଧିକାରର ସହିତ କହୁଛନ୍ତି “ମେରା ବାବା” ।
କାହାକୁ ବି ପଚାର ବାବାଙ୍କଠାରୁ ସ୍ନେହ ମିଳିଛି ତ? ସମସ୍ତେ ନିଶାର ସହିତ କହୁଛନ୍ତି ମୋତେ
ସବୁଠାରୁ ଅଧିକ ବାବାଙ୍କର ସ୍ନେହ ମିଳିଛି । ଏହିଭଳି ମେରା ବାବା ଶବ୍ଦକୁ ଦିଲ୍ର ସହିତ କହୁଥିବା
ପିଲାମାନେ ନିଶାର ସହିତ କ’ଣ କହୁଛନ୍ତି ଜାଣିଛ? ମୋର ସ୍ନେହ ସବୁଠାରୁ ଅଧିକ । ବାବା ପ୍ରଥମେ ମୋତେ
ସ୍ନେହ ଦେଇଛନ୍ତି କାହିଁକିନା ସ୍ନେହ ହିଁ ବାବାଙ୍କର ପାଳନା ଅଟେ । ଏହିଭଳି ମେରା ବାବା କହିବା
ଦ୍ୱାରା ତୁମେମାନେ ବାବାଙ୍କର ହୋଇଯାଇଛ ଏବଂ ବାବା ତୁମର ହୋଇଯାଇଛନ୍ତି ।
ଆଜି ତୁମେମାନେ ଏଠାକୁ
ସ୍ନେହର ବିମାନରେ ବସି ଆସିଛ ନା । ସ୍ନେହ ହିଁ ତୁମମାନଙ୍କୁ ଏଠାକୁ ଟାଣି ଆଣିଛି । ସମସ୍ତେ
ସ୍ନେହର ସହିତ ଆରାମରେ ଆସି ଏଠାରେ ପହଞ୍ଚିଯାଇଛ । ଏହି ପରମାତ୍ମ ସ୍ନେହ କେବଳ ଏବେ ସଂଗମଯୁଗରେ
ହିଁ ପ୍ରାପ୍ତି ହୋଇଥାଏ । ଭବିଷ୍ୟତରେ ତ ଦେବାତ୍ମାମାନଙ୍କର ସ୍ନେହ ପ୍ରାପ୍ତ ହେବ କିନ୍ତୁ
ପରମାତ୍ମ ସ୍ନେହ କେବଳ ଏହି ଗୋଟିଏ ଜନ୍ମରେ ହିଁ ପ୍ରାପ୍ତ ହୋଇଥାଏ । ତେଣୁ ପରମାତ୍ମା ମଧ୍ୟ
ଏହିଭଳି ପାତ୍ର ଆତ୍ମାମାନଙ୍କୁ ଦେଖି କ’ଣ କହୁଛନ୍ତି? ବାଃ ପିଲାମାନେ ବାଃ । ତୁମେମାନେ ହିଁ
କୋଟିକ ଭିତରେ କେହି କେହି ଆତ୍ମା ପାତ୍ର ହୋଇଛ ଏବଂ ପ୍ରତି କଳ୍ପ ତୁମେମାନେ ହିଁ ପାତ୍ର ହେବ ।
ଏହିଭଳି ନିଶା ଚାଲିବା ବୁଲିବା ସମୟରେ ରହୁଛି ତ! ତୁମମାନଙ୍କର ଦିଲ୍ ମଧ୍ୟ ଏହି ଗୀତ ଗାଉଛି ବାଃ
ମୋ’ର ଭାଗ୍ୟ! ଏହି ଗୀତ ଗାଇ ଚାଲିଛି ନା! ବାବାଙ୍କୁ ମଧ୍ୟ ଖୁସି ଲାଗୁଛି ଯେ ମୋ’ର ସବୁ ପିଲା
ଅଧିକାରୀ ଅଟନ୍ତି । ପରମାତ୍ମ ସ୍ନେହ ପ୍ରାପ୍ତ କରିବାରେ କେହି ବି ନିଜକୁ କମ୍ ମନେ କରୁ ନାହିଁ ।
ସ୍ନେହରେ ସମସ୍ତେ ପାସ୍ ଅଟ । ବାପଦାଦା ପଚାରୁଛନ୍ତି ଯେ ସବୁଠାରୁ ଅଧିକ ସ୍ନେହ କାହାର ଅଛି?
କାହାକୁ କୁହାଯିବ? ସମସ୍ତେ ଜାଣିଛନ୍ତି ଯେ ମୋ’ର ସ୍ନେହ କମ୍ ନୁହେଁ । ବାବା ମଧ୍ୟ କହୁଛନ୍ତି ଯେ
ସ୍ନେହର ବିଷୟରେ ସମସ୍ତେ ପାସ୍ ଅଟ ସେଥିପାଇଁ ତ ମେରା ବାବା କହୁଛ । ତେବେ କାହାର କେତେ ସ୍ନେହ
ଅଛି ତାହା ସମସ୍ତେ ନିଜେ ନିଜେ ଜାଣିଛନ୍ତି । ତେବେ ବାପଦାଦା ଦେଖୁଛନ୍ତି ଯେ ସ୍ନେହରେ ତ ସମସ୍ତେ
ପାସ୍ ଅଟନ୍ତି କିନ୍ତୁ ଏବେ ସମୟ ଅନୁସାରେ ସ୍ୱପରିବର୍ତ୍ତନର ଆବଶ୍ୟକତା ରହିଛି । କେବଳ ସ୍ୱ
ପରିବର୍ତ୍ତନ, ବିଶେଷ ଭାବରେ ଶୁଣାଇଥିଲୁ ଯେ ଏହି ସମୟରେ ସ୍ୱ ପରିବର୍ତ୍ତନରେ ବିଶେଷ କରି
ସଂସ୍କାର ପରିବର୍ତ୍ତନ କର ଏବଂ ସ୍ୱଭାବ ପରିବର୍ତ୍ତନର ଆବଶ୍ୟକତା ରହିଛି ।
ଏବେ କିନ୍ତୁ ସ୍ୱ
ପରିବର୍ତ୍ତନର ଗତି ତୀବ୍ର ହେବା ଦରକାର । ଏଥିରେ ଗୁରୁତ୍ୱ ମଧ୍ୟ ଦେଉଛ ଏବଂ କରୁଛ ମଧ୍ୟ କିନ୍ତୁ
ଏବେ ଏହାର ଗତି ଆଉ ଟିକେ ତୀବ୍ର ହେବା ଦରକାର । ବାପଦାଦାଙ୍କର ମନେ ଅଛି, ପୂର୍ବରୁ ମଧ୍ୟ
ବାବାଙ୍କ ସହିତ ପ୍ରତିଜ୍ଞା କରିଛ ଯେ ଆଗାମୀ ନୂତନ ବର୍ଷରେ ସ୍ୱ-ପରିବର୍ତ୍ତନ ସହିତ ସଂସ୍କାରର
ପରିବର୍ତ୍ତନ କରିବାକୁ ହିଁ ପଡିବ କିନ୍ତୁ ବାପଦାଦା ଦେଖୁଛନ୍ତି ଯେ ସଂସ୍କାର ପରିବର୍ତ୍ତନରେ
ଯେତିକି ତୀବ୍ର ପୁରୁଷାର୍ଥ ହେବା ଦରକାର ତା’ର ଗତି ଆହୁରି ତୀବ୍ର ହେବା ଆବଶ୍ୟକ । ତୁମେମାନେ ସବୁ
କ’ଣ ଭାବୁଛ ଯେ ସମୟ ଅନୁସାରେ ଯେତିକି ତୀବ୍ର ଗତି ହେବା ଦରକାର ସେହି ଅନୁସାରେ ସମସ୍ତଙ୍କର
ତୀବ୍ର ପୁରୁଷାର୍ଥ ହେଉଛି ନା ଆଉ ଟିକିଏ ହେବା ଦରକାର? କାହିଁକିନା ସମୟ ଅନୁସାରେ ସମୟର
ପରିବର୍ତ୍ତନ ତୀବ୍ର ଗତିରେ ହେବାରେ ଲାଗିଛି, ତେଣୁ ତୁମମାନଙ୍କର ମଧ୍ୟ ତୀବ୍ର ପରିବର୍ତ୍ତନ
ସେତେବେଳେ ହେବ ଯାହା ସଂକଳ୍ପ କରିବ ତାହା ହୋଇଯାଉଥିବ । ଅଯାଥାର୍ଥ ସଂକଳ୍ପ ଏଭଳି ସମାପ୍ତ
ହୋଇଯିବା ଦରକାର ଯେପରି କୌଣସି କାଗଜ ଉପରେ ବିନ୍ଦୁ ଲଗାଇବା ସହଜ ହୋଇଥାଏ । କେତେ ସମୟ ଭିତରେ
ଲାଗିଯାଉଛି? ଅଯଥାର୍ଥ ଅର୍ଥାତ୍ ଫାଲତୁ ସଂକଳ୍ପ, ଏତିକି ତୀବ୍ର ପରିବର୍ତ୍ତନ ହେବା ଦରକାର । କ’ଣ
ବାପଦାଦା ଯେଉଁଭଳି ଚାହୁଁଛନ୍ତି ସେହିଭଳି ଗତି ହୋଇପାରିବ? ସାହାସ ଅଛି? ଯେଉଁମାନେ ଭାବୁଛନ୍ତି
ଯେ ଏବେଠାରୁ ସେତିକି ତୀବ୍ର ବେଗରେ ବିନ୍ଦୁ ଲାଗିପାରିବ, ପିଲାମାନଙ୍କର ସାହସ ଆଧାରରେ
ବାବାଙ୍କଠାରୁ ମଧ୍ୟ ସାହାଯ୍ୟ ମିଳିଥାଏ, ତେଣୁ ସେମାନେ ହାତ ଉଠାଅ । ବାପଦାଦା ପିଲାମାନଙ୍କର ଦୃଢ
ସଂକଳ୍ପକୁ ଦେଖି ଅଭିନନ୍ଦନ ଦେଉଛନ୍ତି । ବାପଦାଦା ତ ପୂର୍ବରୁ ମଧ୍ୟ ଶୁଣାଇ ଦେଇଛନ୍ତି ଯେ ଦୃଢ
ସଂକଳ୍ପର ସଂକଳ୍ପ ହେଲା - ମୋତେ କରିବାକୁ ହିଁ ପଡିବ । ତେବେ ଆଜିର ସଭାରେ ସମସ୍ତେ ଏହି ଦୃଢ
ସଂକଳ୍ପ କରିଛ ନା! ତୁମେମାନେ ମଧ୍ୟ ଦେଖିଲ, ଦାଦିମାନେ ମଧ୍ୟ ଦେଖିଲେ, ସମସ୍ତେ ଅଧିକାଂଶ ପିଲା
ହାତ ଉଠାଇଛନ୍ତି । ଦେଖିଛ ତ! ତେଣୁ କାଲିଠାରୁ ସ୍ୱଭାବ ସଂସ୍କାର ସମାପ୍ତି ସମାରୋହ ପାଳନ କରିବା
ଦରକାର । କ’ଣ ପାଳନ କରିବ? ଯେଉଁମାନେ ହାତ ଉଠାଉଥିଲେ ସେମାନେ ପୁଣି ହାତ ଉଠାଅ । କ’ଣ ସମାପ୍ତି
ସମାରୋହ ପାଳନ କରିବା? ଏହାର ସମାରୋହ ତ ବହୁତ ଧୁମ୍ଧାମର ସହିତ ପାଳନ କରିବା । ଯେପରି ସାହସର
ସହିତ ଲକ୍ଷ୍ୟ ରଖିଛ ସେହିପରି ସାହସର ସହିତ ଯଦି ଲକ୍ଷଣକୁ ଧାରଣ କରିବ ତେବେ ପରିବର୍ତ୍ତନ କରିବା
କିଛି ବଡ କଥା ନୁହେଁ । ଯେହେତୁ ତୁମର ଲକ୍ଷ୍ୟ ହେଲା ବାବାଙ୍କ ସମାନ ହେବାର ତେଣୁ ଏବେ ଲକ୍ଷ ଏବଂ
ଲକ୍ଷଣକୁ ଏକାଭଳି କରିବାକୁ ହେବ । ଏଥିରେ ବ୍ରହ୍ମାବାବାଙ୍କୁ ଅନୁକରଣ କର । ଯାହା ବି ସଂକଳ୍ପ,
ବାଣୀ ଏବଂ କର୍ମ କରୁଛ ପ୍ରଥମେ ବ୍ରହ୍ମାବାବାଙ୍କ ସହିତ ମିଶାଅ । କପି କର । ଦୁନିଆରେ କପି କରିବା
ମନା କିନ୍ତୁ ବାପଦାଦା କହୁଛନ୍ତି ବ୍ରହ୍ମାବାବାଙ୍କୁ କପି କର । ନିରାକାର ବାବାଙ୍କ ପାଇଁ ତ କହିବ
ତାଙ୍କର ତ ଦେହ ନାହିଁ, ତେଣୁ ଦେହଭାନ କେଉଁଠୁ ଆସିବ! କିନ୍ତୁ ବ୍ରହ୍ମାବାବା ତ ଦେହଧାରୀ ହୋଇ
ରହିଥିଲେ । ବାସ୍ତବରେ ଦେଖ ତୁମେ ଯେଉଁମାନେ ବି ସମର୍ପଣ ହୋଇଛ, ସର୍ମପଣ ବାଲା ହାତ ଉଠାଅ,
ଯେଉଁମାନେ ସମର୍ପଣ ଅଟ ସେମାନେ ହାତ ଉଠାଅ । ଯେତେବେଳେ ନିଜକୁ ସମର୍ପଣ କରିଥିଲ ସେତେବେଳେ କ’ଣ
ସଂକଳ୍ପ କରିଥିଲ? ବାବା ଏହି ଶରୀର, ମନ, ଧନ ସବୁ କିଛି ଆପଣଙ୍କର । ଏହିଭଳି କହିଛ ନା! କରିଛ ନା
ସଂକଳ୍ପ? କରିଥିଲ? ଏଥିରେ ହାତ ଉଠାଅ । ତେଣୁ ଏବେ ସମର୍ପଣ କରିଲ, ମୋ’ର ନୁହେଁ । ଶରୀର ମଧ୍ୟ
ମୋ’ର ନୁହେଁ । ଧନ ମଧ୍ୟ ମୋର ନୁହେଁ । ଯେପରି ବ୍ରହ୍ମାବାବା ନିଜର ଶରୀରରକୁ ସେବା ଅର୍ଥେ
ବାବାଙ୍କୁ ଦେଇ ଦେଇଥିଲେ, ତେଣୁ ବ୍ରହ୍ମାବାବା ଜାଣିଥିଲେ ଯେ ଏହି ଶରୀର ମୋ’ର ନୁହେଁ, ଏହା ମୋତେ
ସେବା ଅର୍ଥେ ମିଳିଛି । ସେହିପରି ଯେତେବେଳେ ତୁମେମାନେ ନିଜର ଶରୀର, ମନ ଏବଂ ଧନକୁ ସେବା ଅର୍ଥେ
ଅର୍ପଣ କରି ଦେଇଛ, ତେଣୁ ତୁମମାନଙ୍କର ଶରୀର ବାବାଙ୍କର ସେବା କରିବା ପାଇଁ ନିମିତ୍ତ ଅଟେ । ଯେପରି
ବ୍ରହ୍ମାବାବାଙ୍କର ଶରୀର ସେବା ଅର୍ଥେ ରହିଥିଲା ସେହିପରି ତୁମମାନଙ୍କର ଶରୀର ମଧ୍ୟ ତୁମର ନୁହେଁ,
ସେବା ଅର୍ଥେ ରହିଛି । ତେଣୁ ଏହି ସବୁ ଯେଉଁ ସଂସ୍କାର ଗୁଡିକ ରହିଛି, ଦେହ-ଅଭିମାନର ବା ଦେହଭାନର
ତାହା ରହିବା ଦରକାର କି? ଯଦି ଏହି କଥାକୁ ସ୍ମୃତିରେ ରଖିବ ଯେ ମୋ’ର ଏହି ଶରୀର ବିଶ୍ୱ ସେବା
ଅର୍ଥେ ଅଟେ, ମୋ’ର ନୁହେଁ, ବାବା ତୁମମାନଙ୍କୁ ସେବା କରିବା ପାଇଁ ଦେଇଛନ୍ତି ତେବେ ଦେହଭାନ୍ ବା
ଦେହଅଭିମାନ, ଏଥିରେ ଦେହ-ଅଭିମାନ ଅଧିକ କ୍ଷତି କରୁଛି, ଦେହଭାନ ତା’ଠାରୁ କମ୍ । ପୁଣି ବି ଏହି
ଦୁଇଟି ଯାକକୁ ଯେହେତୁ ଦେଇ ଦେଇଛ, ଯେତେବେଳେ ଫର୍ମ ପୂରଣ କରୁଛ ସେତେବେଳେ କ’ଣ ଲେଖୁଛ? କ’ଣ
କହୁଛ ଟୀଚରମାନେ ଫର୍ମ ପୂରଣ କରାଉଛି ନା! ସେତେବେଳେ କ’ଣ ସବୁ ପୂରଣ କରାଉଛ? ମୋ’ର ଏହି ଜୀବନ ଏବେ
ସେବା କରିବା ପାଇଁ ରହିଲା । ଯେଉଁମାନେ ବି ବ୍ରାହ୍ମଣ ହୋଇଛନ୍ତି ସେମାନଙ୍କର ସମସ୍ତଙ୍କର
ବାବାଙ୍କ ସହିତ ପ୍ରତିଜ୍ଞା ରହିଛି - ଏହି ଶରୀର, ମନ, ଧନ ବାବାଙ୍କର ଅଟେ, ମୋର ନୁହେଁ । ତେବେ
ଏହି ସବୁ ଯେଉଁ ସଂସ୍କାରଗୁଡିକ ଉତ୍ପନ୍ନ ହେଉଛି ସେଗୁଡିକ ହୁଏତ ଦେହଭାନ୍ କିମ୍ବା ଦେହ-ଅଭିମାନରୁ
ହିଁ ଉତ୍ପନ୍ନ ହେଉଛି ସେଥିପାଇଁ ଆଜି ମଧ୍ୟ ଯେଉଁ ପ୍ରତିଜ୍ଞା କରିଛ, ସଂସ୍କାରକୁ ସମାପ୍ତ କରିବାର
କାହିଁକିନା ବାବାଙ୍କୁ ପ୍ରତ୍ୟକ୍ଷ କରିବାରେ ଏହା ବିଘ୍ନ ସୃଷ୍ଟି କରୁଛି । ତେଣୁ ସମସ୍ତଙ୍କ ଭିତରେ
ଉମଙ୍ଗ-ଉତ୍ସାହ ମଧ୍ୟ ରହିଛି, ବାପଦାଦା ମଧ୍ୟ ଶୁଣୁଛନ୍ତି, ତୁମେମାନେ ମଧ୍ୟ କହୁଛ ଆପଣଙ୍କୁ
ନିଶ୍ଚିତ ପ୍ରତ୍ୟକ୍ଷ କରିବୁ । ଏବେ ପର୍ଯ୍ୟନ୍ତ ବ୍ରହ୍ମାକୁମାରୀମାନେ ବା ବ୍ରହ୍ମାକୁମାର ମାନେ
ପ୍ରତ୍ୟକ୍ଷ ହୋଇଛନ୍ତି, ଭଗବାନ ପିତା ଆସି ଯାଇଛନ୍ତି । ବାବାଙ୍କର ଏହିଭଳି ପ୍ରତ୍ୟକ୍ଷତା ହେବା
ଏବେ ଗୁପ୍ତ ଅଛି । ପୁରୁଷାର୍ଥ ତ କରୁଛ କିନ୍ତୁ ଏହି ସମାଚାର ପ୍ରତ୍ୟକ୍ଷରେ ଚାରିଆଡେ ଖେଳିଯାଉ
ଯେ ଆମର ପିତା ଆସିଯାଇଛନ୍ତି, ଭଗବାନ ଜ୍ଞାନ ଶୁଣାଉଛନ୍ତି ନୁହେଁ କି ବ୍ରହ୍ମାକୁମାରୀମାନେ ଜ୍ଞାନ
ଶୁଣାଉଛନ୍ତି । ଏବେ ଏହିଭଳି ପ୍ରତ୍ୟକ୍ଷତା ନିଶ୍ଚିତ ହେବ । ତୁମମାନଙ୍କର ଏହି ସ୍ୱଭାବ-ସଂସ୍କାର
ପରିବର୍ତ୍ତନ ହେବା ଦ୍ୱାରା ତୁମ ପ୍ରତ୍ୟେକଙ୍କର ଚେହେରା ଏବଂ ଚାଲିଚଳନ ଦ୍ୱାରା ପ୍ରତ୍ୟକ୍ଷ ହେବ
। ବାବାଙ୍କୁ ପ୍ରତ୍ୟକ୍ଷ କରିବାକୁ ହେବ, ଏବଂ କରୁଛ ମଧ୍ୟ କିନ୍ତୁ ସମସ୍ତଙ୍କର କାନରେ ଏହି ଶବ୍ଦ
ଗୁଞ୍ଚରିତ ହେଉ ଯେ ଭଗବାନ ଆସିଯାଇଛନ୍ତି । ବାବା ଆସିଯାଇଛନ୍ତି । ହେବାର ତ ଅଛି ନା! ହାତ ଉଠାଅ,
ହେବାର ଅଛି ନା, ହେବ ନା? ହାତ ତ ବହୁତ ଭଲ ଉଠାଇଦେଲ । ବାପଦାଦା ଖୁସି ଅଛନ୍ତି ଯେ ସମସ୍ତଙ୍କ ମନ
ଭିତରେ ଲଗନ ରହିଛି ଏବଂ ହେବ ମଧ୍ୟ ସୁନିଶ୍ଚିତ । ଏଥିପାଇଁ କାଲିଠାରୁ ଯେପରି ନିଜର
ସ୍ୱଭାବ-ସଂସ୍କାରକୁ ପରିବର୍ତ୍ତନ କରିବ ସେହିପରି ତା’ର ଆଧାର ହେଲା ସବୁ ବ୍ରାହ୍ମଣ ପିଲାମାନେ
ନିଜ ନିଜର ଚାର୍ଟରେ ଶୁଭଭାବନା ଏବଂ ଶୁଭକାମନା ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ଯେପରି
ଦୁନିଆରେ ଲୋକମାନଙ୍କୁ କାମ ଦେଇଛ ଯେ କେତେ ସମୟ ଆପଣମାନେ ଶୁଭଭାବନା ଏବଂ ଶୁଭକାମନା ରଖିପାରିବେ
। ଯଦି ସେମାନଙ୍କୁ କହୁଛ ରଖିପାରିବ ତେବେ ତୁମେମାନେ ତ ନିଶ୍ଚିତ ରଖିପାରିବ । କେତେବେଳେ ବି
କାହାର ବି ସ୍ୱଭାବ-ସଂସ୍କାର ସେତେବେଳେ ସାମ୍ନା କରିଥାଏ ଯେତେବେଳେ ଶୁଭଭାବନା, ଶୁଭକାମନା ସେହି
ଆତ୍ମା ପ୍ରତି ସେହି ସମୟରେ ନଥାଏ । ତେଣୁ ତୁମେମାନେ ମଧ୍ୟ ଅମୃତବେଳାରେ ଯଦି ଏହି ସଂକଳ୍ପ କରିବ
ଯେ ମୋତେ ପ୍ରତ୍ୟେକ ଆତ୍ମା ପ୍ରତି ଶୁଭଭାବନା, ଶୁଭକାମନା ରଖିବାକୁ ହିଁ ପଡିବ, ତେବେ ଯାଇ ନିଜକୁ
ପରିବର୍ତ୍ତନ କରିବାର ଯେଉଁ ସଂକଳ୍ପ କରିଛ ତାକୁ ପୂରଣ କରିପାରିବ । କଥା ତ ଅନେକ ଆସିବ ତା’ର କାମ
ହେଲା ଆସିବା, ମାୟା ଅଟେ ନା କିନ୍ତୁ ତୁମମାନଙ୍କର କାମ ହେଲା ବିଜୟ ପ୍ରାପ୍ତ କରିବା । ତେଣୁ କାଲି
ପରସ୍ପର ଭିତରେ ସଂଗଠିତ ହୋଇ, ନିମିତ୍ତଙ୍କ ସହିତ କଥାବାର୍ତ୍ତା କରି ଯେଉଁ ସଂକଳ୍ପ କରିଲ ତାକୁ
ଆଗକୁ କିପରି ବାସ୍ତବିକ ରୂପରେ କାର୍ଯ୍ୟକାରୀ କରିପାରିବ ତା’ ଉପରେ ଆଲୋଚନା କରିବ । ଫିନିଶ୍
ଅର୍ଥାତ୍ ବିନ୍ଦୁ ଲଗାଇଦେବ । ହାତ ତ ଉଠାଇଛ ନା! ଆଗ ଧାଡିବାଲା ମଧ୍ୟ ହାତ ଉଠାଇଛନ୍ତି, ତେଣୁ
ତୁମମାନଙ୍କୁ ନିମିତ୍ତ ହେବାକୁ ପଡିବ । ଯେପରି ବ୍ରହ୍ମା ବାବାଙ୍କ ପାଖକୁ ପ୍ରଥମେ ପ୍ରଥମେ କେତେ
ପ୍ରକାରର ସଂସ୍କାରବାଲା ଆସିଥିଲେ, ଆଦି ସମୟରେ ବ୍ରହ୍ମାବାବା କେତେ ପ୍ରକାରର ସଂସ୍କାରର ଖେଳ
ଦେଖିଥିଲେ । କିନ୍ତୁ ବାବାଙ୍କର ସହଯୋଗ ଆଧାରରେ ନିଜେ ଆଗକୁ ବଢିବା ସହିତ ଅନ୍ୟମାନଙ୍କୁ ମଧ୍ୟ
ଆଗକୁ ବଢାଇ ଚାଲିଥିଲେ, ଯାହାର ଫଳ ସ୍ୱରୂପ ଆଜି ପିଲାମାନଙ୍କର ସଂଖ୍ୟା କେତେ ବଢିଗଲାଣି । ହଲଚଲ
କରିବା ଭଳି କଥା ଆସୁଥିଲେ ମଧ୍ୟ ସର୍ବଦା ଅଚଳ ରହୁଥିଲେ । ତା’ର ପରିଣାମ ସ୍ୱରୂପ କେତେ ସେଣ୍ଟର
ଖୋଲି ଯାଇଛି ଏବଂ କେତେ ସବୁ କାର୍ଯ୍ୟକ୍ରମ ହୋଇ ଚାଲିଛି ।
ଆଜିକାଲି କେତେ ସବୁ
କାର୍ଯ୍ୟକ୍ରମ ଚାଲିଛି । ହେଉଛି ନା! ଏହି ସବୁ ଫଳାଫଳ ବ୍ରହ୍ମାବାବାଙ୍କର ସାହସ କାରଣରୁ ହିଁ
ସମ୍ଭବ ହୋଇପାରିଛି । ପ୍ରଥମେ ଏକୁଟିଆ ବ୍ରହ୍ମାବାବା ଥିଲେ, ତୁମେମାନେ ତ ପରେ ଆସିଛ କିନ୍ତୁ
ଏକୁଟିଆ ହୋଇ ମଧ୍ୟ ସାହସ ରଖି ଆଗକୁ ବଢିଥିଲେ । ତା’ର ପରିଣାମ ସ୍ୱରୂପ ବାସ୍ତବିକ ପ୍ରମାଣ ରୂପରେ
ତୁମେ ସମସ୍ତେ ତାଙ୍କର ସାଥୀ ଅଟ । ତେଣୁ ସାହସ ଅଛି ତ । ବ୍ରହ୍ମାବାବା ତ ଏକୁଟିଆ ସାହସ ରଖିଥିଲେ
। ତୁମେମାନେ ତ ବହୁତ ସଂଖ୍ୟାରେ ଅଛ । ତେଣୁ ପିତାଙ୍କୁ ଅନୁକରଣ କର । ସମସ୍ତେ ନିଜକୁ
ବ୍ରହ୍ମାବାବାଙ୍କର ସନ୍ତାନ, ସାଥୀ ସନ୍ତାନ ମନେ କରୁଛ ନା! ସାଥୀ ହୋଇ ରହିଛୁ, ସାଥୀ ହୋଇଯିବୁ ଏବଂ
ବ୍ରହ୍ମାବାବାଙ୍କ ସହିତ ରାଜ୍ୟ କରିବା ପାଇଁ ଆସିବୁ । ତେଣୁ ଏବେ ସମୟ ଅଛି, ବ୍ରହ୍ମାବାବା ଯେପରି
ସାହସ ରଖିଥିଲେ, ଫଳାଫଳ ତ ଦେଖୁଛ ତେଣୁ ଏତେ ବଡ ସଂଗଠନ ଭିତରେ ଯଦି ସାହସର ପାଦ ଉଠାଇବ, ତେବେ
କ’ଣ ନ ହୋଇପାରିବ! କଳ୍ପ-କଳ୍ପ ହୋଇଆସିଛି, ଆଗକୁ ମଧ୍ୟ ହେବ ।
ତେବେ ବାବା ଏବେ କ’ଣ
ଚାହୁଁଛନ୍ତି ତାହା ଶୁଣାଇ ଦେଲେ । କେବଳ ତୁମେମାନେ ଗୋଟିଏ କାମ କର, ସେହି କାମଟି ହେଲା ସାଧାରଣ
ପୁରୁଷାର୍ଥକୁ ତୀବ୍ର ପୁରୁଷାର୍ଥରେ ପରିବର୍ତ୍ତନ କର । ବାପଦାଦା ଦେଖୁଛନ୍ତି ଯେ କେଉଁଠି କେଉଁଠି
ଅବହେଳାପଣିଆ ମଧ୍ୟ ରହୁଛି, ହୋଇ ହିଁ ଯିବ, ବିଜୟ ତ ଆମ ଜନ୍ମ ସିଦ୍ଧ ଅଧିକାର, ଏମିତି ଜ୍ଞାନ
ଆଧାରରେ ଦେଖିଲେ ଏହା ସୁନିଶ୍ଚିତ ଅଟେ କିନ୍ତୁ ଅବହେଳା ପଣିଆର ଭାଷା ମଧ୍ୟ ଏହା ହିଁ ଅଟେ, ଆମର
ବିଜୟ ତ ସୁନିଶ୍ଚିତ ଅଟେ, ହୋଇ କରି ହିଁ ରହିଛି । କୌଣସି କାମ ତ ଅଟକି ନାହିଁ, ହେବା ତ
ସୁନିଶ୍ଚିତ ଅଟେ.... । ଗୋଟିଏ ହେଲା ପୁରୁଷାର୍ଥ କରିବାର ଶବ୍ଦ, ଆଉ ଗୋଟିଏ ହେଲା ଅବହେଳାପଣିଆର
ମଧ୍ୟ ଏହି ଶବ୍ଦ ଅଟେ । କୌଣସି କାମ ତ ଅଟକିବାର ନାହିଁ, ହେବ ତ ସୁନିଶ୍ଚିତ... ତେବେ ଏସବୁ ହେଲା
ଅବହେଳାପଣିଆର ଶବ୍ଦ । ଏହି ସଂସ୍କାରକୁ ମଧ୍ୟ ଚେକ୍ କରିବାକୁ ହେବ । ତେବେ ଅବହେଳା ପଣିଆର ଲକ୍ଷଣ
ହେଲା ସେମାନଙ୍କ ଜୀବନରେ ଛୋଟ ଛୋଟ କଥାରେ ଥକି ପଡିଯିବାର ଦେଖାଯାଉଥିବ । ଚେହେରାରେ ସେଭଳି
ଖୁସିର ଝଲକ ଦେଖାଯାଉନଥିବ । ସେବା ଦ୍ୱାରା ଯଦି ପୂଣ୍ୟ ଜମା ହେଉଛି ତେବେ ଚେହେରାରେ ତ ଖୁସି
ରହିବା ଦରକାର । କୌଣସି ନା କୌଣସି ପ୍ରକାରରେ ଥକିଯିବାର କାରଣ ହେଲା କୌଣସି ନା କୌଣସି କଥାର
ଅବହେଳାପଣିଆ ହିଁ ଅଟେ । ଯଦି କରିବାର ହିଁ ଅଛି ତେବେ ଖୁସି ଖୁସିରେ କର । ତୁମର ଚେହେରା ମଧ୍ୟ
କରୁଥିବ, ଚାଲିଚଳନ ମଧ୍ୟ ସେବା କରୁଥିବ । ତେବେ ଆଜି ଅଧିକାଂଶ ପିଲାମାନଙ୍କର ସଂସ୍କାରକୁ ସମାପ୍ତ
କରିବା ପାଇଁ ହାତ ଉଠାଇଥିବାର ଦେଖି ବାପଦାଦା ବାରମ୍ବାର ଅଭିନନ୍ଦନ ଦେଉଛନ୍ତି ।
ଆଚ୍ଛା ଏହି ଗ୍ରୃପରେ
ଯେଉଁମାନେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ଉଠ । ଦେଖୁଛ କେତେ ଅଛନ୍ତି? ବହୁତ ଅଛନ୍ତି । ହାତ
ହଲାଅ । ଯେଉଁମାନେ ପ୍ରଥମ ଥର ଆସିଛନ୍ତି ସେମାନଙ୍କୁ ନିଜର ପିତାଙ୍କ ସହିତ ମିଳନ କରିବାର
ଅଭିନନ୍ଦନ । ତେଣୁ ବିଶେଷ କରି ସମୟ ଅନୁସାରେ ଏବେ ତୁମମାନଙ୍କୁ ତୀବ୍ର ପୁରୁଷାର୍ଥ କରିବାକୁ
ପଡିବ ଏବଂ ବାପଦାଦା ଏହି କଥା କହୁଛନ୍ତି ଯେ ଯେଉଁମାନେ ବି ତୀବ୍ର ପୁରୁଷାର୍ଥ କରିବେ, ଢିଲାଢାଲା
ନୁହେଁ, ସେମାନେ ଶେଷରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ ଆଧାରରେ ପ୍ରଥମ ଶ୍ରେଣୀରେ ଆସିପାରିବେ
। ଏହିଭଳି ଚମତ୍କାରୀ କର, ଏବେ ବି ସୁଯୋଗ ଅଛି । ଏମିତି ଭାବ ନାହିଁ ଯେ ଆମେ ତ ଶେଷ ସମୟରେ ଆସିଛୁ,
ନା, ତୀବ୍ର ଗତିରେ ମଧ୍ୟ ଆଗକୁ ବଢିପାରିବ, କିନ୍ତୁ ସବୁ ସମୟରେ ତୀବ୍ର ପୁରୁଷାର୍ଥ କରିବାକୁ ହିଁ
ପଡିବ । ପରିବର୍ତ୍ତନ ହେବାକୁ ହିଁ ପଡିବ, ଦେଖିବି, ଭାବିବି.... ଏଭଳି କୁହ ନାହିଁ । କ’ଣ ନିଜର
ଘର ବା ଦାତାଙ୍କର ଘର ଭଲ ଲାଗୁଛି ତ! ତେବେ ସବୁ ଭାଇଭଉଣୀମାନେ ମଧ୍ୟ ତୁମମାନଙ୍କୁ ସ୍ୱାଗତ
ଜଣାଉଛନ୍ତି ଆଚ୍ଛା!
ଏବେ ଚାରିଆଡର ବ୍ରାହ୍ମଣ
ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହଭରା ଶୁଭେଚ୍ଛା ସ୍ୱୀକାର କରିବା ହେଉ, ବାପଦାଦା ଜାଣିଛନ୍ତି
ଦୂରରେ ବସିଥିଲେ ମଧ୍ୟ ଅନେକ ପିଲା ଦେଖୁଛନ୍ତି ମଧ୍ୟ ଏବଂ ମିଳନ ମଧ୍ୟ କରୁଛନ୍ତି । ସେହି ସବୁ
ଚାରିଆଡର ପିଲାମାନଙ୍କୁ ବାପଦାଦା ଏହି କଥା କହୁଛନ୍ତି ଯେପରି ଏବେ ଅଧିକାଂଶ ପିଲା ହାତ ଉଠାଇଥିଲ,
ସଂସ୍କାରକୁ ସମାପ୍ତ କରିବୁ, ଏବେ ମଧ୍ୟ ତୁମେ ସମସ୍ତେ ମିଶି ଗୋଟିଏ ହିଁ ସଂକଳ୍ପ ରୂପୀ ହାତ
ଉଠାଇଛ ଯେ ଆମେ ସବୁ ମିଳିମିଶି ସମାପ୍ତିର ସମୟକୁ ପାଖେଇ ଆଣିବା ପାଇଁ ଏହି ସଂକଳ୍ପ କରୁଛୁ, ଏବଂ
ଚାରିଆଡେ ସମୟ ସମ୍ପୂର୍ଣ୍ଣ ହେବା ସମୟରେ ବ୍ରହ୍ମାବାବା ଏବଂ ଶିବବାବା ଉଭୟଙ୍କୁ ପ୍ରତ୍ୟକ୍ଷ କରିବୁ
ଯେ ଆମର ପିତା ଆସିଯାଇଛନ୍ତି । ସମସ୍ତଙ୍କ ମୁଖରେ ବାବାଙ୍କର ପ୍ରତ୍ୟକ୍ଷତା ହୋଇଯାଉ । ଏବେ ଏହି
ବର୍ଷ ଭିତରେ ଏହିଭଳି ଦୃଢ ସଂକଳ୍ପ ରଖ ଯେ ବାବାଙ୍କୁ ନିଶ୍ଚିତ ପ୍ରତ୍ୟକ୍ଷ କରିବୁ । ଅଧାକାମ ତ
ବାବା କରିଦେଇଛନ୍ତି, ପିଲାମାନଙ୍କୁ ବିଶ୍ୱ ଆଗରେ ପ୍ରତ୍ୟକ୍ଷ କରିସାରିଛନ୍ତି, ଏବେ ପିଲାମାନଙ୍କର
କାମ ହେଲା ଭଗବାନ ଆସିଗଲେଣି, ଏହି ଶବ୍ଦ ବିଶ୍ୱର ପ୍ରତ୍ୟେକ ଆତ୍ମା ରୂପୀ ସନ୍ତାନମାନଙ୍କ ପାଖରେ
ପହଞ୍ଚୁ । ତେବେ ତୁମ ସମସ୍ତଙ୍କୁ ଦେଖି ବାପଦାଦା ଆନ୍ତରିକ ସ୍ନେହ, ଆନ୍ତରିକ ପ୍ରେମ, ଆନ୍ତରିକ
ଉମଙ୍ଗ-ଉତ୍ସାହ ସହିତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ପ୍ରଦାନ କରୁଛନ୍ତି ଆଚ୍ଛା!
ସେବାର ପାଳି କର୍ଣ୍ଣାଟକ
ଜୋନ୍ର:-
ସେବାର ସୁଯୋଗ ନେବା ଅର୍ଥ ବାବାଙ୍କର ପାଖକୁ ଆସିବାର ସୁଯୋଗ ପାଇବା । ଦେଖ ସେବା କାରଣରୁ କେତେ
ଆତ୍ମାଙ୍କୁ ଆସିବାର ସୁଯୋଗ ମିଳୁଛି । ସମସ୍ତଙ୍କର ଆଶୀର୍ବାଦ ତୁମେ ନିମିତ୍ତ ହୋଇଥିବା
ଟୀଚରମାନଙ୍କୁ ମିଳୁଛି କାହିଁକିନା ସେବା କରିବାର ସାହସ ରଖିଛ, ତେଣୁ ଏତେ ଜଣଙ୍କୁ ସୁଯୋଗ ମିଳିଲା
। ବାପଦାଦା ମଧ୍ୟ ଦେଖୁଛନ୍ତି ଯେ ନୂଆ ନୂଆ ପିଲାମାନେ ମଧ୍ୟ ବହୁତ ଆସିଛନ୍ତି । କର୍ଣ୍ଣାଟକରୁ
ଯେଉଁମାନେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ଲମ୍ବା ହାତ ଉଠାଅ । ପ୍ରଥମ ଥର ପାଇଁ ମଧ୍ୟ ବହୁତ
ଆସିଛନ୍ତି, ଭଲ କଥା । କର୍ଣ୍ଣାଟକର ବହୁତ ଭଲ ବୃଦ୍ଧି ହୋଇଛି, ଏବେ ଯେପରି ବୃଦ୍ଧି ହୋଇଛି
ସେହିପରି ତୀବ୍ର ପୁରୁଷାର୍ଥର ବିଧିର ମଧ୍ୟ ଚାରିଆଡେ ବାୟୁମଣ୍ଡଳ ସୃଷ୍ଟି କର । ନମ୍ବର ନେଇଯାଅ ।
ସଂସ୍କାରକୁ ସମାପ୍ତ କରିବାରେ ନମ୍ବର ନେଇଯାଅ । କ’ଣ ନେଇପାରିବ ତ? ଯେଉଁମାନେ ଭାବୁଛନ୍ତି ଆମେ
ପ୍ରଥମ ନମ୍ବର ସ୍ଥାନ ନେଇପାରିବୁ ସେମାନେ ହାତ ଉଠାଅ । ବହୁତ ଭଲ । ପରସ୍ପର ଭିତରେ ଏହିଭଳି
ସଂଗଠନ ତିଆରି କରି କାର୍ଯ୍ୟକ୍ରମ ନିଧାର୍ଯ୍ୟ କର । ସମସ୍ତେ ଏକ୍ ଅଟ, ସ୍ଥାନ ଭିନ୍ନ ଭିନ୍ନ ହେଲେ
ମଧ୍ୟ ସମସ୍ତେ ଏକ୍ ଅଟ । ଏହିଭଳି ଚମତ୍କାରୀ କରି ଦେଖାଅ । ଅଛି ତ ସାହସ? ସାହସ ଅଛି? ତେବେ
ବାପଦାଦାଙ୍କ ପାଖକୁ ସମାଚାର ତ ଆସିବାରେ ଲାଗିଛି । ତେଣୁ ପ୍ରତି ମାସରେ ନିଜର ପରିବର୍ତ୍ତନର
ସମାଚାର ମଧୁବନକୁ ଲେଖି ପଠାଇବ । ଲେଖିବ ତ! ସବୁ ମାସରେ ଲେଖିବ । ଯାହା ବିତିଗଲା ତା’କୁ
ଭୁଲିଯାଅ । ଏବେ ନମ୍ବରୱାନ ହୋଇ ଦେଖାଅ । ଭଲ କଥା । ବାପଦାଦା ଦେଖୁଛନ୍ତି ସେବା ମଧ୍ୟ ବହୁତ ଭଲ
ହେଉଛି କିନ୍ତୁ ଏବେ ସଂଗଠନକୁ ଦେଖିବାକୁ ଚାହୁଁଛନ୍ତି । ଏଥିରେ ସମସ୍ତେ ଉଦାହରଣମୂରତ ହୁଅ । କ’ଣ
ପ୍ରସ୍ତୁତ ଅଛ ତ? ଅଛ ତ? ହାତ ଉଠାଅ । ତୁମେମାନେ ଦେଖିବ ଗୋଟିଏ ମାସ ଭିତରେ ବହୁତ ଭଲ ଫଳାଫଳ
ଆସିବ । ଆଚ୍ଛା! ବହୁତ ବହୁତ ବିଶେଷ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ।
ବରଦାନ:-
ସମ୍ପୂର୍ଣ୍ଣ
ସମର୍ପଣର ବିଧି ଦ୍ୱାରା ନିଜର ପଣିଆର ଅଧିକାରକୁ ସମାପ୍ତ କରୁଥିବା ସମାନ ସାଥୀ ଭବ ।
ତୁମେମାନେ ଯେଉଁ
ପ୍ରତିଜ୍ଞା କରିଛ, ସାଥୀ ହୋଇ ରହିବୁ, ସାଥୀ ହୋଇ ଯିବୁ ଏବଂ ସାଥୀ ହୋଇ ରାଜ୍ୟ କରିବୁ - ଏହି
ପ୍ରତିଜ୍ଞାକୁ ସେତେବେଳେ ପୂରଣ କରିପାରିବ ଯେତେବେଳେ ସାଥୀ ଅର୍ଥାତ୍ ବାବାଙ୍କର ସମାନ ହୋଇଯିବ ।
ତେବେ ସମର୍ପଣତା ଦ୍ୱାରା ହିଁ ସମାନତା ଆସିପାରିବ । ଯେତେବେଳେ ସବୁ କିଛି ସମର୍ପଣ କରିଦିଆଯାଏ,
ସେତେବେଳେ ନିଜର ବା ଅନ୍ୟମାନଙ୍କର ଅଧିକାର ସମାପ୍ତ ହୋଇଯାଏ । ଯେତେବେଳ ପର୍ଯ୍ୟନ୍ତ କାହାର ବି
ଅଧିକାର ରହିଥିବ ସେ ପର୍ଯ୍ୟନ୍ତ ସର୍ବ ସମର୍ପଣରେ କମି ରହିଥିବ ସେଥିପାଇଁ ସମାନ ହୋଇପାରିବ ନାହିଁ,
ତେଣୁ ସାଥୀ ହୋଇ ରହିବା ପାଇଁ, ସାଥୀ ହୋଇ ଉଡିବା ପାଇଁ ଶୀଘ୍ର ଶୀଘ୍ର ସମାନ ହୁଅ ।
ସ୍ଲୋଗାନ:-
ନିଜର ସମୟ,
ଶ୍ୱାସ ଏବଂ ସଂକଳ୍ପକୁ ସଫଳ କରିବା ହିଁ ସଫଳତାର ଆଧାର ।
ଅବ୍ୟକ୍ତ ଈଶାରା -
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ । ଯେଉଁମାନେ ସରଳ
ସ୍ୱଭାବଯୁକ୍ତ ଆତ୍ମା ହୋଇଥିବେ ତାଙ୍କ ଭିତରେ ଏକତ୍ରିକରଣର ଶକ୍ତି ସ୍ୱତଃ ଭାବରେ ରହିଥିବ । ସରଳ
ସ୍ୱଭାବଯୁକ୍ତ ଆତ୍ମା ସମସ୍ତଙ୍କର ସ୍ନେହୀ ତଥା ସହଯୋଗୀ ମଧ୍ୟ ହୋଇଥିବ । ଯିଏ ଯେତିକି ସରଳ
ସ୍ୱଭାବଯୁକ୍ତ ହୋଇଥିବ ମାୟା ତାଙ୍କୁ ସେତିକି କମ ସାମନା କରିବ । ସରଳ ସ୍ୱଭାବଯୁକ୍ତ ଆତ୍ମାର
ବ୍ୟର୍ଥ ସଂକଳ୍ପ ଚାଲି ନ ଥାଏ । ତା’ର ସମୟ ମଧ୍ୟ ବ୍ୟର୍ଥରେ ଯାଏ ନାହିଁ । ସେମାନଙ୍କର ବୁଦ୍ଧି
ବିଶାଳ ତଥା ଦୁରଦର୍ଶୀ ହୋଇଥାଏ, ସେଥିପାଇଁ ସେମାନଙ୍କୁ କୌଣସି ବି ସମସ୍ୟା ସମ୍ମୁଖୀନ କରିପାରିବ
ନାହିଁ । ବିଶେଷ ସୂଚନା:- ମାସର ତୃତୀୟ ରବିବାରର ଯୋଗାଭ୍ୟାସ:- ଆଜି ମାସର ତୃତୀୟ ରବିବାର,
ସମସ୍ତ ଭାଇ ଭଉଣୀମାନେ ସଂଗଠିତ ରୂପରେ ଏକତ୍ରିତ ହୋଇ ସନ୍ଧ୍ୟା ୬.୩୦ମି. ଠାରୁ ୭.୩୦ ମି.
ପର୍ଯ୍ୟନ୍ତ ନିଜର ଫରିସ୍ତା ସ୍ୱରୂପ ଦ୍ୱାରା ଭଟକୁଥିବା ଦୁଃଖୀ ଅଶାନ୍ତ ଆତ୍ମାମାନଙ୍କୁ
ସୁଖ-ଶାନ୍ତିର ପବିତ୍ର କିରଣ ଦେଇ ସେମାନଙ୍କୁ ସାହାରାଦାତା ପରମାତ୍ମା ପିତାଙ୍କର ସ୍ମୃତି ଦେବାର
ସେବା କରିବା ହେବେ ।