21.07.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ
ପର୍ଯ୍ୟନ୍ତ ତୁମେ ଶୁଣାଶୁଣି କଥା ଉପରେ ଚାଲିଆସିଛ, ବର୍ତ୍ତମାନ ବାବା ତୁମକୁ ସିଧାସଳଖ ଜ୍ଞାନ
ଶୁଣାଇ ନିଜ ସମାନ ଜ୍ଞାନବାନ କରାଉଛନ୍ତି ।”
ପ୍ରଶ୍ନ:-
ଭଲ ପୁରୁଷାର୍ଥୀ
ପିଲାମାନଙ୍କର ଲକ୍ଷଣ ତଥା ତାଙ୍କ ଅବସ୍ଥାର ଗାୟନ କ’ଣ ରହିଛି?
ଉତ୍ତର:-
ଭଲ ପୁରୁଷାର୍ଥୀ ପିଲାମାନେ - ମାତା, ପିତାଙ୍କୁ ପୂରା-ପୂରା ଅନୁସରଣ କରିବେ । ନିଜର ଜୀବନ ପ୍ରତି
ଦୟା ରଖିବେ । ପାଠପଢାରେ ପ୍ରତି ପୂରା ଧ୍ୟାନ ରଖିବେ । ଟିକିଏ ବି ସମୟ ବାହାର କରି ବାବାଙ୍କ
ସ୍ମୃତିରେ ନିଶ୍ଚୟ ବସିବେ । ସେମାନଙ୍କର ଅବସ୍ଥାର ଗାୟନ ହେଉଛି - ଅଚଳ, ଅଟଳ, ସ୍ଥିର ।
ସେମାନଙ୍କୁ ହିଁ ମହାବୀର କୁହାଯାଇଥାଏ ।
ଗୀତ:-
ଭୋଲେନାଥ ସେ
ନିରାଲା...
ଓମ୍ ଶାନ୍ତି ।
ଭକ୍ତିମାର୍ଗରେ ଦୁନିଆ କେବଳ ଗାୟନ କରୁଛି । ତୁମେମାନେ ଏବେ ଜାଣୁଛ - ଭକ୍ତିମାର୍ଗରେ ଆମେ ମଧ୍ୟ
ଗାଉଥିଲୁ । ଏବେ ସେହି ଭୋଳାନାଥ ସମ୍ମୁଖରେ ଅଛନ୍ତି, ଭୋଳାନାଥ ଅକ୍ଷର ଭକ୍ତିମାର୍ଗର ଅଟେ ।
ଜ୍ଞାନମାର୍ଗର ଅକ୍ଷର ହେଲା ଶିବବାବା । ତୁମେ ଜାଣୁଛ ଯେ ଅନାଦି ପୂର୍ବ ପ୍ରସ୍ତୁତି ଡ଼୍ରାମାର
ଯୋଜନା ଅନୁସାରେ ସଙ୍ଗମଯୁଗରେ ବାବାଙ୍କୁ ଆସି ଆମ ଦ୍ୱାରା ଏହି ପୁରୁଷାର୍ଥ କରାଇବାକୁ ହେବ । ବାବା
କଳ୍ପ-କଳ୍ପ ପୁରୁଷାର୍ଥ କରାଇ ଆସିଛନ୍ତି । କେତେ ସମୟ ତୁମେ ପିଲାମାନେ ଭକ୍ତି କରିଛ, ଏହି କଥା
ମଧ୍ୟ ସିଦ୍ଧ କରି ବତାଉଛନ୍ତି । ଯେଉଁମାନେ ପ୍ରଥମେ - ପ୍ରଥମେ ଭକ୍ତି ଆରମ୍ଭ କରିଥିଲେ ସେହିମାନେ
ହିଁ ଆସି ଜ୍ଞାନ ନେବେ ଆଉ ପୁଣି ସୂର୍ଯ୍ୟବଂଶୀ ହେବେ । ସତ୍ୟଯୁଗରେ ତ କେବଳ ଜଣେ
ଲକ୍ଷ୍ମୀ-ନାରାୟଣ ଆସୁନାହାଁନ୍ତି । ତାଙ୍କର ବଂଶାବଳୀ ମଧ୍ୟ ଅଛି ନା । ତାଙ୍କୁ ଦୈବୀ ବର୍ଣ୍ଣ
କୁହାଯାଉଛି । ଭାରତରେ ଦୈବୀ ବର୍ଣ୍ଣ ଥିଲା । ଏବେ ଆସୁରୀ ବର୍ଣ୍ଣ ହୋଇଯାଇଛି । ଏହା ହେଲା ସଙ୍ଗମ
। ଏବେ ଆସୁରୀରୁ ଦୈବୀ କୁଳକୁ ଯିବାକୁ ହେବ । ବାସ୍ତବରେ ଏହା ସେହି ମହାଭାରତ ଲଢେଇ ଯାହାର ଗାୟନ
ରହିଛି । କେବଳ ଶିବଙ୍କ ବଦଳରେ ଶ୍ରୀକୃଷ୍ଣଙ୍କ ନାମ ଲେଖି ଦେଇଛନ୍ତି । ଏକମାତ୍ର ଗୀତା ଖଣ୍ଡନ
ହେବା ଦ୍ୱାରା ସବୁ ଶାସ୍ତ୍ର ଖଣ୍ଡନ ହୋଇଯାଉଛି । ମୂଳ କଥା ଗୀତାର ହିଁ ଅଟେ । ଗୀତା ପାଠଶାଳା
ଅଥବା ଗୀତା ଭବନ କେତେ ଅଛି! ଗୀତ ଜ୍ଞାନ ଶୁଣିବାର ପାଠଶାଳା । ନିଜେ ଶୁଣାଇଲା ବାଲା ନାହାଁନ୍ତି
। ଯିଏ ଆସିକରି ଯାଇଥାନ୍ତି ତାଙ୍କର ପୁଣି ଗାୟନ କରାଯାଇଥାଏ । ପିଲାମାନଙ୍କୁ ବାବା ପ୍ରତ୍ୟେକ
ଦିନ ବହୁତ ସ୍ନେହର ସହିତ ବୁଝାଉଛନ୍ତି । ପିଲାମାନେ ଜାଣିଛନ୍ତି - ବାବା ସ୍ନେହର ସାଗର ।
ସମସ୍ତଙ୍କୁ ସ୍ନେହର ସହିତ ଶିଖାଉଛନ୍ତି । ବାବା କେବେ କ୍ରୋଧ କରି ନ ଥାନ୍ତି, ସର୍ବଦା ସ୍ନେହର
ସହିତ ବୁଝାଉଛନ୍ତି । ପିଲାମାନେ ତୁମେ ସତ୍ତ୍ୱପ୍ରଧାନ ଥିଲ, ପୁଣି ପୁନର୍ଜନ୍ମ ନେଇ ଆସିଛ । ତୁମେ
ଭାରତ ବାସୀ ହିଁ ଅସଲରେ ଦେବୀ ଦେବତା ଧର୍ମର ଅଟ । ଏକଥା ମଧ୍ୟ ବତାଉଛନ୍ତି । ପ୍ରଥମେ-ପ୍ରଥମେ
ବର୍ସା ନେବାକୁ କିଏ ଆସିବେ? ଯେଉଁମାନେ କଳ୍ପ ପୂର୍ବରୁ ନେଇଥିଲେ, ସେହିମାନେ ହିଁ କହିବେ, ବାବା
ଆପଣଙ୍କ ବ୍ୟତୀତ ଆମର ଆଉ କେହି ସହାୟକ ନାହାଁନ୍ତି । ବାବା କ୍ଷମା ମଧ୍ୟ ସେତେବେଳେ କରିବେ ଯେବେ
ସଙ୍ଗମଯୁଗ ହେବ । ଏକଥା ତ ପିଲାମାନେ ଜାଣିଛନ୍ତି ଯେ ରାବଣରାଜ୍ୟ ଏବଂ ରାମ ରାଜ୍ୟ ଏହିଠାରେ ହିଁ
ହେଉଛି । ରାବଣ ରାଜ୍ୟ ଅଛି ସେଥିପାଇଁ ତ ରାମରାଜ୍ୟ ଚାହୁଁଛନ୍ତି । ତୁମେ ଯେବେ ଶିବବାବା କହୁଛ
ତେବେ ବୁଦ୍ଧି ନିରାକାରଙ୍କ ଆଡ଼କୁ ହିଁ ଯାଉଛି । ନିରାକାର ହିଁ ମନେ ପଡ଼ୁଛନ୍ତି । ଆତ୍ମା ହିଁ
ବାବାଙ୍କୁ ଡ଼ାକୁଛି । ଏମିତି ନୁହେଁ ଯେ ପରମାତ୍ମା ବସି ଶୁଣୁଛନ୍ତି । ବାବା ବୁଝାଉଛନ୍ତି
ଡ୍ରାମାର ଯୋଜନା ଅନୁସାରେ ପତିତମାନଙ୍କୁ ପବିତ୍ର କରାଇବା ପାଇଁ ମୁଁ ଏହି ଶରୀରରେ ଆସୁଛି । ଏପରି
ନୁହେଁ ଯେ ତୁମର ଡ଼ାକ ଶୁଣି ଆସୁଛି । ଭକ୍ତି ଯେବେ ପୂରା ହେଉଛି ତେବେ ମୋତେ ଆସିବାକୁ ହିଁ ପଡ଼ୁଛି
। ଏହା ବୁଝିବାର କଥା ଅଟେ । ସେହି ସମୟ ଆସିବାରୁ, ପିଲାମାନେ ଡ଼ାକିବାରେ ଲାଗୁଛନ୍ତି, ଏ କଥା ତ
କେଉଁଠାରେ ଲେଖାଯାଇ ନାହିଁ ଯେ କେବେ ଆସିବେ? ସେମାନେ କଳ୍ପର ଆୟୁଷ ଭୁଲ୍ କରି ଲେଖିଦେଇଛନ୍ତି ।
ଏହି ଚିତ୍ର ଘରେ-ଘରେ ରହିବା ଉଚିତ୍ । ଯାହାକୁ ପ୍ରତ୍ୟହ ଦେଖିବ ଏବଂ ସ୍ମୃତିରେ ଆସିବ ଯେ ଇଏ ବାବା,
ଇଏ ଦାଦା, ଏହା ବର୍ସା ଅଟେ । ବାବା କହୁଛନ୍ତି ପିଲାମାନେ ସତ୍ତ୍ୱପ୍ରଧାନ ହେବା ପାଇଁ ମୋତେ ମନେ
ପକାଅ ତେବେ ଖାଦ ବାହାରିଯିବ । ଏହି ଯୁକ୍ତି ବାବା ହିଁ ବୁଝାଉଛନ୍ତି । ଏହି ବ୍ରହ୍ମାବାବା ମଧ୍ୟ
କହୁଛନ୍ତି ମୁଁ ବି ପୁରୁଷାର୍ଥ କରୁଛି । ପିଲାମାନଙ୍କୁ ପରସ୍ପରକୁ ସାବଧାନ କରି ଉନ୍ନତି ପ୍ରାପ୍ତ
କରିବାକୁ ହେବ । ଏହି ଚିତ୍ର ଦ୍ୱାରା ବୁଝାଇବା ବହୁତ ଭଲ । ଶିବବାବା ବ୍ରହ୍ମାଙ୍କ ଦ୍ୱାରା
ସ୍ଥାପନା କରୁଛନ୍ତି । ସମ୍ମୁଖରେ ମହାଭାରତ ଲଢେଇ ରହିଛି । ଏତେ ସବୁ ଧର୍ମର ବିନାଶ ହେବ,
ସେଥିପାଇଁ ଲଢେଇ ନିଶ୍ଚୟ ହେବ । ଏହି କଥା ପିଲାମାନେ ଭୁଲିଯିବା ଅନୁଚିତ୍ । ବାସ୍ତବରେ ଏବେ
କଳିଯୁଗର ଘୋର ଅନ୍ଧକାରର ସମୟ । କେତେ ଢେର ମନୁଷ୍ୟ ଅଛନ୍ତି, ତେଣୁ ବିନାଶ ନିଶ୍ଚୟ ହେବ ।
ସତ୍ୟଯୁଗରେ ଏକ ଧର୍ମ ହେବ । ନିଶ୍ଚୟ ସେହିମାନେ ହିଁ ୮୪ ଜନ୍ମର ଚକ୍ର ଲଗାଇଛନ୍ତି ଏହା ତ ସହଜ ଅଟେ
। ବାକି ଏତେ ସବୁ ଧର୍ମର ନିଶ୍ଚୟ ବିନାଶ ହେବ । ପୁଣି ଏକ ଧର୍ମର ସ୍ଥାପନା ନିଶ୍ଚୟ ହେବ ।
ସମସ୍ତଙ୍କର ସଦ୍ଗତି ଦାତା ବାବା ଅଟନ୍ତି । ବାବାଙ୍କ ଠାରୁ ହିଁ ପିଲାମାନଙ୍କୁ ବର୍ସା ମିଳୁଛି ।
ପିଲାମାନେ ଜାଣିଛନ୍ତି - ଆମେ ଯେଉଁ ପାଠ ପଢୁଛୁ ତାହା ଭବିଷ୍ୟତ ୨୧ ଜନ୍ମ ପାଇଁ । ଭଗବାନୁବାଚ-
ମୁଁ ତୁମକୁ ପାଠ ପଢାଇ ୨୧ ଜନ୍ମ ପାଇଁ ସ୍ୱର୍ଗର ମାଲିକ କରାଉଛି । ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ
କୁଳର ସ୍ଥାପନା ହେଉଛି । ଯିଏ ଯେତେ ପୁରୁଷାର୍ଥ କରିବ, ସେତେ ଉଚ୍ଚ ପଦ ପାଇବ, ତେଣୁ ଶିବାବାବା
କହୁଛନ୍ତି ଏହି ପିତା-ମାତାଙ୍କୁ ଅନୁସରଣ କର । ଏହାଙ୍କୁ ସୂକ୍ଷ୍ମବତନ, ବୈକୁଣ୍ଠରେ ମଧ୍ୟ ଦେଖୁଛ
। ନିଜକୁ ମଧ୍ୟ ଦେଖୁଛ, ଯେ ଆମେ ମଧ୍ୟ ମହାରାଜା, ମହାରାଣୀ ହେଉଛୁ । ତୁମକୁ ବୈକୁଣ୍ଠର ମଧ୍ୟ
ସାକ୍ଷାତ୍କାର ହେଉଛି । ମାନୁଛନ୍ତି ମଧ୍ୟ ବାସ୍ତବରେ ଭାରତ ବୈକୁଣ୍ଠ ଥିଲା, ଶ୍ରୀକୃଷ୍ଣପୁରୀ
ଥିଲା । ଆଜି କଂସପୁରୀ ହୋଇଯାଇଛି, କାଲି କୃଷ୍ଣପୁରୀ ହେବ । ରାତି ବଦଳି ଦିନ ହେବ । ଏହା ହେଉଛି
ଅଧାକଳ୍ପ ବେହଦର ଦିନ ଏବଂ ଅଧାକଳ୍ପ ବେହଦର ରାତି । ଅନ୍ଧକାରରେ ହିଁ ଝୁଣ୍ଟି ଥା’ନ୍ତି ।
ବ୍ରହ୍ମାଙ୍କର ରାତି ଅର୍ଥାତ୍ ବ୍ରାହ୍ମଣମାନଙ୍କର ରାତି ପୁଣି ତୁମେ ବ୍ରାହ୍ମଣରୁ ଦେବତା ହେଉଛ ।
ସତ୍ୟଯୁଗରେ ବ୍ରାହ୍ମଣ ରହିବେ ନାହିଁ ଦେବତାମାନେ ହିଁ ରହିବେ ।
ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଭାରତ ପବିତ୍ର ରାଜସ୍ଥାନ ଥିଲା ପୁଣି ଅପବିତ୍ର ରାଜସ୍ଥାନ
ହୋଇଯାଇଛି । ଭାରତ ସର୍ବଦା ରାଜସ୍ଥାନ ହୋଇ ରହିଛି । ଏଠାରେ ରାଜତ୍ୱ ଚାଲିଆସୁଛି, ଅନ୍ୟ
ଧର୍ମାବଲମ୍ବୀମାନଙ୍କର ଆରମ୍ଭରୁ ରାଜତ୍ୱ ଚାଲୁନାହିଁ । ଭଗବାନ ହିଁ ରାଜତ୍ୱ ସ୍ଥାପନ କରୁଛନ୍ତି ।
ଭଗବାନ ହିଁ ଆସି ରାଜଯୋଗ ଶିଖାଉଛନ୍ତି । ସେ ହେଲେ ନିରାକାର ଜ୍ଞାନର ସାଗର, ସୁଖର ସାଗର.. ତୁମେ
ଜାଣିଛ ବାବାଙ୍କଠାରୁ ଆମକୁ ବର୍ସା ମିଳୁଛି । ନିଶ୍ଚିତ ଆମର ପୁରୁଷାର୍ଥରେ ବିଳମ୍ବ ହେଉଛି । ଯିଏ
ଯେତେ ପୁରୁଷାର୍ଥ କରିପାରିବେ, ଅନ୍ୟମାନଙ୍କୁ ରାସ୍ତା ବତାଇପାରିବେ । ବାବା କହୁଛନ୍ତି ମୋତେ ମନେ
ପକାଅ ତେବେ ତୁମେ ପତିତରୁ ପାବନ ହୋଇ ନୂଆ ଦୁନିଆର ମାଲିକ ହୋଇଯିବ । ଏହା କେତେ ସହଜ ଅଟେ ।
ଲୌକିକ ମାତା ପିତା ଯଦି ଜ୍ଞାନରେ ଅଛନ୍ତି ତେବେ ପିଲାମାନଙ୍କୁ ମଧ୍ୟ ନିଜ ସମାନ କରିବାକୁ ପଡ଼ିବ ।
ମାତା ପିତା ସଚ୍ଚା ରୋଜଗାର କରୁଛନ୍ତି ତ ପିଲାମାନଙ୍କୁ ମଧ୍ୟ ସଚ୍ଚା ରୋଜଗାର କରାଇବା ଦରକାର ।
କେହି-କେହି ସନ୍ତାନ ବହୁତ ଭଲ ହୋଇଥାନ୍ତି । କହୁଛନ୍ତି ଆମେ ରୁହାନୀ ପାଠପଢି ଘରେ-ଘରେ ଏହି
ସନ୍ଦେଶ ଦେଇ ଚାଲିବୁ । ବାବା ମଧ୍ୟ କହୁଛନ୍ତି ଯେ ମୁଁ ପୈଗମ୍ବର ଏବଂ ମେସେଞ୍ଜର ଅଟେ, ତୁମକୁ
ସନ୍ଦେଶ ଦେଉଛି ଯେ ଘରକୁ ଚାଲ । ଅନ୍ୟ ଧର୍ମସ୍ଥାପକ ତ କେବଳ ଆସି ନିଜ-ନିଜର ଧର୍ମସ୍ଥାପନ
କରୁଛନ୍ତି । ମୁଁ ସମସ୍ତଙ୍କୁ ସନ୍ଦେଶ ଦେଉଛି ଯେ ଏବେ ଘରକୁ ଫେରିବାକୁ ହେବ । ଏହି ଦୁନିଆ ଏବେ
ରହିବା ଯୋଗ୍ୟ ନୁହେଁ । ମୋତେ ମନେ ପକାଇଲେ ତ ତୁମେ ପବିତ୍ର ହୋଇଯିବ । ତୁମେ ପବିତ୍ର ଥିଲ ପୁଣି
ରାବଣ ତୁମକୁ ପତିତ କରି ଦେଇଛି । ମୁଁ ପୁଣି ଥରେ ପବିତ୍ର କରାଇବାକୁ ଆସିଛି । ଅଳ୍ପ ସମୟ ପରେ ବମ୍
ଆଦି ପଡିଲେ ଯାଇ ବୁଝିବେ ଯେ ଏହା ସେହି ମହାଭାରତ ଲଢେଇ । ତେବେ ନିଶ୍ଚିତ ଭଗବାନ ବି ଥିବେ ।
କିନ୍ତୁ ସେମାନେ ଭାବୁଛନ୍ତି ଗୀତାର ଭଗବାନ ଶ୍ରୀକୃଷ୍ଣ ଅଟନ୍ତି । କେତେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି
। ଯଦି ଦ୍ୱନ୍ଦ୍ୱରେ ନ ଥାନ୍ତେ ତେବେ ଭଗବାନଙ୍କର ଆସିବାର କ’ଣ ଦରକାର ଥିଲା । ଭକ୍ତି ମାର୍ଗକୁ
ଭୁଲ-ଭୁଲୈୟାର (ଗୋରଖଧନ୍ଦା) ଖେଳ କୁହାଯାଇଥାଏ । ଏବେ ବାବା କହୁଛନ୍ତି ମୋତେ ମନେ ପକାଇବା ଦ୍ୱାରା
ତୁମର ସବୁ ଭୁଲ ସମାପ୍ତ ହୋଇଯିବ । ତୁମେ ଆଗରୁ ନିଜକୁ ଦେହ ବୋଲି ଭାବୁଥିଲ । ଏବେ ନିଜକୁ ଦେହୀ (ଆତ୍ମା)
ବୋଲି ଭାବୁଛ । ଏହି ସାବଧାନୀ ବାବା ହିଁ ଦେଉଛନ୍ତି ଯେ ପିଲାମାନେ ଦେହୀ-ଅଭିମାନୀ ହୁଅ । ଏଠାରେ
ତୁମେ ବାବାଙ୍କ ସମ୍ମୁଖରେ ବସିଛ, ସେଠାରେ ସେଣ୍ଟରମାନଙ୍କରେ କନ୍ୟାମାନେ ବସି ବୁଝାଇବେ ଯେ
ଶିବବାବା ଏହିପରି କହୁଛନ୍ତି । ଏଠାରେ ତ ସିଧାସଳଖ ବାବା କହୁଛନ୍ତି ମୁଁ ଆତ୍ମାମାନଙ୍କ ସହିତ ବସି
କଥା ହେଉଛି । ତୁମେମାନେ ଜାଣିଛ ବାବା ଏହାଙ୍କ ଦ୍ୱାରା ଆମକୁ ବୁଝାଉଛନ୍ତି । ଏହା ବହୁତ
କଲ୍ୟାଣକାରୀ ମେଳା । ବାବା କହୁଛନ୍ତି ନିରନ୍ତର ମୋତେ ମନେ ପକାଅ । ବାବାଙ୍କଠାରୁ ଆମକୁ ସ୍ୱର୍ଗର
ବର୍ସା ନେବାକୁ ହେବ । ବାବା ଏବଂ ସ୍ୱର୍ଗକୁ ମନେ ପକାଇବାକୁ ହେବ । ଏଠାରେ କୌଣସି ବି ବିକର୍ମ
କରିବା ଅନୁଚିତ୍ । ଯଦି ବିକର୍ମ କରିବ ତେବେ ତାହା ୧୦୦ ଗୁଣା ହୋଇଯିବ । ବିକର୍ମ ମାୟା କରାଇଥାଏ,
ଏହା ଉପରେ ବିଜୟ ପାଇବାକୁ ହେବ ସେଥିପାଇଁ ହନୁମାନ ମହାବୀରଙ୍କର କଥା ରହିଛି । ତୁମେ ମହାବୀର
ହନୁମାନ ଅଟ ନା । ଆମେ ତ ବାବାଙ୍କର ହୋଇଯାଇଛୁ । ତେଣୁ ମାୟାଠାରୁ ହାରିବୁ ନାହିଁ, ବାବାଙ୍କୁ
ସ୍ମରଣ କରି-କରି ସତ୍ତ୍ୱପ୍ରଧାନ, ବିକର୍ମାଜିତ ହୋଇଯିବୁ । ନ ହେବ ତ ନିଜର ପଦ ହିଁ ଭ୍ରଷ୍ଟ କରିବ
। ପୁରୁଷାର୍ଥୀ ସନ୍ତାନମାନେ ନିଜ ଜୀବନ ପ୍ରତି ଦୟା କରିଥାନ୍ତି । କିଛି ବି ହୋଇଯାଉ, ୟାଦର
ଯାତ୍ରାରେ ରହିବେ, ଅଚଳ-ଅଟଳ-ସ୍ଥିର ରହିବେ । ବିନାଶ ତ ହେବ ହିଁ ହେବ । ସମସ୍ତଙ୍କର କାକା, ଚାଚା,
ମାମା, ଗୁରୁ, ଗୋସାଇଁ ଆଦି ସବୁ ମରିଯିବେ । ସତ୍ଗୁରୁ କହୁଛନ୍ତି ମୁଁ ତୁମକୁ ସାଥିରେ ନେଇଯିବି
। ମନୁଷ୍ୟମାନେ ତ ଘୋର ଅନ୍ଧକାରରେ ଅଛନ୍ତି । ତୁମେ ଜାଣିଛ ଯେ ଶିବବାବା ଆମକୁ ସାଥିରେ ନେଇଯିବେ
। କଥାରେ କହିଥା’ନ୍ତି ନା - କାଳ ଖାଇଗଲା । କିନ୍ତୁ ମୁଁ ତୁମକୁ ଶାନ୍ତିଧାମକୁ ନେଇଯାଉଛି ।
ଆତ୍ମା ଶରୀର ଛାଡ଼ି ଚାଲିଯାଉଛି । କାଳ ନେଇ ଯାଉନାହିଁ, ଆତ୍ମା ହିଁ ବାହାରି ଯାଉଛି । ଏବେ ମୁଁ
ନିଜେ ଆସିଛି - ତୁମକୁ ଘରକୁ ନେଇଯିବା ପାଇଁ । ବାବା କ’ଣ ମାରିବାକୁ ଆସିଛନ୍ତି କି? ନାଁ । ତୁମକୁ
ଏହି ପୁରୁଣା ଶରୀର ଛାଡ଼ିବାକୁ ହେବ । ଆତ୍ମାକୁ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଏବେ
୫ ତତ୍ତ୍ୱ ମଧ୍ୟ ତମୋପ୍ରଧାନ ଅଟନ୍ତି, ସେଥିପାଇଁ ଶରୀର ମଧ୍ୟ ସେହିପରି ତିଆରି ହୋଇଛି । ସେଠାରେ
ସତ୍ତ୍ୱପ୍ରଧାନ ତତ୍ତ୍ୱ ଦ୍ୱାରା ତୁମର ଶରୀର ମଧ୍ୟ ଗୋରା ହେବ ।
ବାବା କହୁଛନ୍ତି ମୁଁ ପୁଣି ଥରେ ସତ୍ୟଯୁଗୀ ଆଦି ସନାତନ ଦେବୀ-ଦେବତା ଧର୍ମ ସ୍ଥାପନ କରୁଛି । ତୁମେ
ହିଁ ୮୪ ଜନ୍ମ ଭୋଗ କରିଛ । ତୁମେ ନିଜର ଧର୍ମକୁ ଭୁଲିଯାଇଛ ଅନ୍ୟ କେହି ନିଜର ଧର୍ମକୁ ଭୁଲି
ନାହାଁନ୍ତି । ତୁମେ ଏବେ ଜାଣୁଛ ଆମେ ଅସଲରେ ଦେବୀ-ଦେବତା ଧର୍ମର ଥିଲୁ । ଏତେ ଉଚ୍ଚରୁ ପୁଣି ନୀଚ
କିପରି ହୋଇଗଲୁ । ବାବା ଆସି କଳ୍ପ-କଳ୍ପ ତୁମକୁ ହିଁ ବୁଝାଉଛନ୍ତି । ତୁମେ ପୁଣି ଅନ୍ୟମାନଙ୍କୁ
ବୁଝାଇବ । ଏବେ ୮୪ ଜନ୍ମର ଚକ୍ର ପୂର୍ଣ୍ଣ ହେଉଛି, ବିନାଶ ସମ୍ମୁଖରେ ରହିଛି । ସ୍ୱର୍ଗର ମାଲିକ
ହେବା ପାଇଁ ନିଜକୁ ଯୋଗ୍ୟ କରାଇବାକୁ ହେବ । ତେବେ ବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମେ ଯୋଗ୍ୟ
ହୋଇପାରିବ । ତେଣୁ ସକାଳୁ ଉଠି ବାବାଙ୍କୁ ମନେ ପକାଅ । ବାବା ଆଶ୍ଚର୍ଯ୍ୟ ଲାଗୁଛି - ଆପଣ କିପରି
ଆସୁଛନ୍ତି । କିପରି ଆମ ସମ୍ମୁଖରେ କଥା ହେଉଛନ୍ତି । ତାହା ହେଉଛି ଭକ୍ତିମାର୍ଗର ଶୁଣା କଥା । ଏବେ
ତ ଆମ ଆତ୍ମାମାନଙ୍କୁ ବାବା ମିଳିଯାଇଛନ୍ତି, ଆତ୍ମାମାନଙ୍କୁ ବାବା ମିଳିଥିବାରୁ ସ୍ନେହରେ ଆସି
ମିଶୁଛନ୍ତି । ପିଲାମାନେ ବହୁତ ସ୍ନେହରେ ବାବାଙ୍କ ସହିତ ମିଶୁଛନ୍ତି । ଏହାଙ୍କ ଶରୀରରେ ସେହି
ନିରାକାର ବାବା ଗୁପ୍ତ ରୂପରେ ଅଛନ୍ତି ସେଥିପାଇଁ ବାବା ସର୍ବଦା କହୁଛନ୍ତି ଏହାଙ୍କ ସହିତ ମିଶୁଛ
ତ ଶିବବାବାଙ୍କୁ ୟାଦ କରି ମିଶ । ମନୁଷ୍ୟମାନେ କିଛି ବି ଜାଣିନାହିଁନ୍ତି । ତୁମମାନଙ୍କ ଭିତରେ
ମଧ୍ୟ କେହି କେହି ଜାଣୁଛନ୍ତି, ସେମାନେ ମୋର ହୋଇ ପୁଣି ଭୁଲି ଯାଉଛନ୍ତି । ଦେହ-ଅଭିମାନରେ
ଆସିଯାଉଛନ୍ତି । ପ୍ରତିଜ୍ଞା ମଧ୍ୟ କରୁଛନ୍ତି - ବାବା ମୁଁ ଆପଣଙ୍କର ହୋଇସାରିଛି । ପୁରୁଷ, ଅଥବା
ସ୍ତ୍ରୀ ଉଭୟଙ୍କର ଆତ୍ମା ଏହି କଥା କହୁଛି । ଶରୀରରେ ଥିବା ସମୟରେ ପୁରୁଷ ଆତ୍ମା କହୁଛି - ମୁଁ
ଆପଣଙ୍କର ହୋଇସାରିଛି, ନାରୀର ଆତ୍ମା ବି କହିବ - ମୁଁ ଆପଣଙ୍କର ହୋଇ ସାରିଛି । ବାବା ଆମେ
ଆପଣଙ୍କଠାରୁ ପୂରା ବର୍ସା (ସମ୍ପତ୍ତି) ନେବୁ । ପୂରା ୟାଦ କରିବୁ । ୟାଦ କରିବା ବିନା ପାପ କଟିବ
ନାହିଁ, ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇପାରିବ ନାହିଁ । ସତ୍ୟଯୁଗରେ ତୁମକୁ ଅଖଣ୍ଡ ଅଟଳ,
ସୁଖ-ଶାନ୍ତି, ସମ୍ପତ୍ତିର ୨୧ ଜନ୍ମ ରାଜ୍ୟ ମିଳୁଛି । ସ୍ୱର୍ଗର ରଚୟିତା ବାବା ନିଶ୍ଚିତ ନିଜର
ବର୍ସା ଦେବେ । ଗାୟନ ମଧ୍ୟ କରୁଛନ୍ତି ଚିନ୍ତା ଥିଲା ପାର ବ୍ରହ୍ମରେ ରହିଲା ବାଲା ପରମପିତା
ପରମାତ୍ମାଙ୍କର । ସେ ତ ଥରେ ମାତ୍ର ଆସୁଛନ୍ତି । ଏହା ବି ବୁଝିବାର କଥା ଅଟେ ନା, କେହି ତ ଏକଥା
ବୁଝୁନାହାଁନ୍ତି, ଆଗକୁ ଗଲେ ସେମାନଙ୍କର ଆଖି ଖୋଲିଯିବ । ଟିକେ ବଡ଼ ଲଢେଇ ଲାଗୁ । ବାସ୍ତବରେ ଏହି
ଯଜ୍ଞ ରଚନା କରାଯାଇଛି । ଲଢେଇ ମଧ୍ୟ ହେବ । ଏହି ଯଜ୍ଞ ବିଷୟରେ କେହି ଜାଣିନାହାଁନ୍ତି । ରୁଦ୍ର
ଜ୍ଞାନ ଯଜ୍ଞ ରଚନା କରାଯାଇଥିଲା ବିନାଶ ହେବା ପାଇଁ । ଦୁନିଆରେ ପୁଣି ଯଜ୍ଞ ରଚନା କରୁଛନ୍ତି
ବିନାଶ ନ ହେଉ, ଚାରିଆଡ଼େ ଶାନ୍ତି ହୋଇଯାଉ । ଏହି ଯଜ୍ଞ ପୁଣି ମଧ୍ୟ ରଚନା କରିବେ । ସେମାନେ ଏକଥା
ଜାଣିନାହାଁନ୍ତି ଯେ ବିନାଶ ହେବ ପୁଣି କ’ଣ ରହିବ? ଏବେ ତୁମେମାନେ ସାରା ବିଶ୍ୱର
ଆଦି-ମଧ୍ୟ-ଅନ୍ତକୁ ଜାଣିଛ । ସମସ୍ତଙ୍କର ବେହଦର ଜନ୍ମ କାହାଣୀକୁ ଜାଣିଛ । ଏପରି କେହି ନାହାଁନ୍ତି,
ଯିଏ କହିବେ ଯେ ପରମପିତା ପରମାତ୍ମାଙ୍କର ଜୀବନ କାହାଣୀ ଆମେ ଜାଣିଛୁ । ସମସ୍ତେ ପରମଆତ୍ମାଙ୍କୁ
ହିଁ ଡ଼ାକୁଛନ୍ତି ନା । ଘଡ଼ି-ଘଡ଼ି ତାଙ୍କୁ ୟାଦ କରୁଛନ୍ତି । କହୁଛନ୍ତି ନା - ଭଗବାନ ଏହି ପିଲା
ଦେଲେ, ଏହିପରି କଲେ । କେହି-କେହି ପୁଣି ଏକଥା ବୁଝିଥାନ୍ତି ଯେ - ଯାହାଙ୍କର ବସ୍ତୁ ଥିଲା, ସେ
ନେଇଗଲେ । ଏହିପରି ମଧ୍ୟ ବୁଦ୍ଧିବାନ୍ ପୁରୁଷ ଅଛନ୍ତି । ଅନେକ ପ୍ରକାରର ମନୁଷ୍ୟ ରହିଛନ୍ତି । ଏବେ
ତୁମକୁ ବାବା ମଳିଛନ୍ତି ତ ବାବାଙ୍କୁ ହିଁ ୟାଦ କରିବାକୁ ହେବ । ତାଙ୍କରି ସ୍ମରଣ ଦ୍ୱାରା ହିଁ
ରୋଜଗାର ହୋଇଥାଏ । ଏହାଦ୍ୱାରା ତୁମେ ବିଷ୍ଣୁପୁରୀର ମାଲିକ ହୋଇଯିବ । ତୁମେ ସତ୍ୟଯୁଗରୁ ଆରମ୍ଭ
କରି କଳିଯୁଗ ଶେଷ ପର୍ଯ୍ୟନ୍ତ ସାରା ଚକ୍ରକୁ ଜାଣିଛ । ତୁମ ବୁଦ୍ଧିରେ ଠିକ୍ ସେହିଭଳି କଥା ଅଛି,
ଯେପରି ବାବାଙ୍କ ବୁଦ୍ଧିରେ ରହିଛି ସେଥିପାଇଁ ତାଙ୍କୁ ଜ୍ଞାନର ସାଗର, ନଲେଜ ଫୁଲ କୁହାଯାଉଛି ।
ଏବେ ତୁମେ ବାବାଙ୍କଠାରୁ ବର୍ସା ନେଉଛ । ତୁମମାନଙ୍କୁ ଅଚଳ ସ୍ଥିର ରହିବା ଦରକାର । ଏପରି ନୁହେଁ
ଯେ ମାୟା ଘଡ଼-ଘଡ଼ି ଆସି ହଲଚଲ କରିବ । ତୁମେ ଲାଜକୁଳି ଲତା ପରି ହେବା ଉଚିତ୍ ନୁହେଁ । ବାବାଙ୍କୁ
ୟାଦ ନ କରିବା ଦ୍ୱାରା ଝାଉଁଳି ପଡ଼ୁଛନ୍ତି । ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ ତୁମେ କରୁଛ ।
ସମୟ ପାଖେଇ ଆସିବ, ପୁଣି ତୁମେ ଦେଖିବ ଯେ ଆମର ପୁରୁଷାର୍ଥ ଏବେ ପୁରା ହେଲା, ଶେଷ ସମୟ ଆସିଗଲା ।
ଆଚ୍ଛା —
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ରୁହାନୀ ବା
ଆତ୍ମିକ ପାଠପଢି ସଚ୍ଚା ରୋଜଗାର କରିବା ସହିତ କରାଇବାକୁ ହେବ । ଘରକୁ ଯିବାର ସନ୍ଦେଶ ସମସ୍ତଙ୍କୁ
ଦେବାକୁ ହେବ । ଏବେ କୌଣସି ବି ବିକର୍ମ କରିବାର ନାହିଁ ।
(୨) ସକାଳୁ ବା
ଅମୃତବେଳାରୁ ଉଠି ସ୍ନେହର ସହିତ ବାବାଙ୍କୁ ସ୍ମରଣ କରିବାକୁ ହେବ । ଛୋଟ-ମୋଟ କଥାରେ ଲାଜକୁଳୀ ଲତା
ଭଳି ହେବା ଅନୁଚିତ୍ । ନିଜର ଅବସ୍ଥାକୁ ଅଚଳ-ଅଟଳ କରାଇବାକୁ ହେବ ।
ବରଦାନ:-
ଜ୍ଞାନର ଲାଇଟ୍
ଅର୍ଥାତ୍ ଆଲୋକ ଏବଂ ମାଇଟ୍ ଅର୍ଥାତ୍ ଶକ୍ତି ଦ୍ୱାରା ନିଜର ଲକ ଅର୍ଥାତ୍ ଭାଗ୍ୟକୁ ଜାଗ୍ରତ
କରୁଥିବା ସଦା ସଫଳତା ମୂରତ ଭବ ।
ଯେଉଁ ପିଲାମାନେ ଜ୍ଞାନର
ଲାଇଟ୍ ଏବଂ ମାଇଟ୍ ଦ୍ୱାରା ଆଦି-ମଧ୍ୟ-ଅନ୍ତକୁ ଜାଣି ପୁରୁଷାର୍ଥ କରିଥାଆନ୍ତି ସେମାନଙ୍କୁ ସଫଳତା
ନିଶ୍ଚିତ ମିଳିଥାଏ । ସଫଳତା ପ୍ରାପ୍ତ ହେବା ମଧ୍ୟ ଭାଗ୍ୟର ଚିହ୍ନ ଅଟେ । ତେଣୁ ଜ୍ଞାନବାନ ହେବା
ହିଁ ଭାଗ୍ୟକୁ ଜାଗ୍ରତ କରିବାର ଆଧାର ଅଟେ । ଜ୍ଞାନ କେବଳ ରଚୟିତା ଏବଂ ରଚନା ବିଷୟରେ ନୁହେଁ
କିନ୍ତୁ ଜ୍ଞାନବାନ ହେବା ଅର୍ଥ ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ ଶବ୍ଦ ଏବଂ ପ୍ରତ୍ୟେକ କର୍ମରେ
ଜ୍ଞାନ ସ୍ୱରୂପ ହେବା ଦରକାର, ତେବେ ଯାଇ ସଫଳତା ମୂରତ ହୋଇପାରିବ । ଯଦି ପୁରୁଷାର୍ଥ ଠିକ୍ ଭାବରେ
କରୁଥିଲେ ମଧ୍ୟ ସଫଳତା ଦେଖାଯାଉନାହିଁ ତେବେ ବୁଝିନେବା ଦରକାର ଯେ ଏହା ଅସଫଳତା ନୁହେଁ,
ପରିପକ୍ୱତାର ଆଧାର ଅଟେ ।
ସ୍ଲୋଗାନ:-
ଯଦି ଦେହଠାରୁ
ନିଆରା ହୋଇ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରାଇବ ତେବେ କର୍ମାତୀତ ସ୍ଥିତିର ଅନୁଭବ ସହଜରେ
କରିପାରିବ ।
ଅବ୍ୟକ୍ତ ଈଶାରା:-
ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।
ଯେତେବେଳେ ଯୋଗ କରିବା
ପାଇଁ ବସୁଛ ସେତେବେଳେ ସମାହିତ କରିବାର ଶକ୍ତିକୁ ଗୋଟିଏ ସେକେଣ୍ଡ ଭିତରେ କାର୍ଯ୍ୟକାରୀ କର ।
ସେବାର ସଂକଳ୍ପ ମଧ୍ୟ ସମାହିତ ହୋଇଯାଉ, ପ୍ରକଟ ନ ହେଉ ଏତିକି ଶକ୍ତି ରହିବା ଦରକାର ଯାହାକି ଷ୍ଟପ
କହିବା ମାତ୍ରକେ ଷ୍ଟପ୍ ହୋଇଯାଉଥିବ । ପୂରା ବ୍ରେକ୍ ଲାଗିଯାଉଥିବ, ଢିଲା ବ୍ରେକ୍ ନୁହେଁ । ଯଦି
ଗୋଟିଏ ସେକେଣ୍ଡ ପରିବର୍ତ୍ତେ ଅଧିକ ସମୟ ଲାଗିଯାଉଛି, ତେବେ ସମାହିତ କରିବାର ଶକ୍ତି ଦୁର୍ବଳ ଅଛି
ବୋଲି କୁହାଯିବ ।