22.04.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ସଠିକ୍ ଭାବରେ ବାବାଙ୍କର ସ୍ମୃତିରେ ରୁହ ତେବେ ତୁମର ଚେହେରା ସର୍ବଦା ଚମକଦାର ଏବଂ ଖୁସିବାସିଆ ହୋଇ ରହିବ ।’’

ପ୍ରଶ୍ନ:-
ଯୋଗରେ ବସିବାର ବିଧି କ’ଣ ତଥା ଏହା ଦ୍ୱାରା କ’ଣ-କ’ଣ ଲାଭ ହୋଇଥାଏ?

ଉତ୍ତର:-
ଯେତେବେଳେ ଯୋଗ କରିବା ପାଇଁ ବସୁଛ ସେତେବେଳେ ବୁଦ୍ଧି ଦ୍ୱାରା ସବୁ କର୍ମଧନ୍ଦା ଆଦିର ପଞ୍ଚାୟତକୁ ଭୁଲି ନିଜକୁ ଦେହୀ ଅର୍ଥାତ୍ ଆତ୍ମା ବୋଲି ଭାବ, କାରଣ ଦେହ ଏବଂ ଦେହର ସମ୍ବନ୍ଧ ଗୁଡିକର ଜାଲ ବହୁତ ବଡ ଅଟେ, ସେହି ଜାଲକୁ ସମ୍ପୂର୍ଣ୍ଣ ରୂପେ ଭୁଲି ଦେହ-ଅଭିମାନରୁ ଉର୍ଦ୍ଧ୍ୱକୁ ଚାଲିଯାଅ ଅର୍ଥାତ୍ ନିଜେ ମରିଗଲେ ତୁମ ପାଇଁ ଦୁନିଆ ମରିଗଲା । ବଞ୍ଚିଥିବା ଅବସ୍ଥାରେ ସବୁ କିଛି ଭୁଲି ଏକମାତ୍ର ବାବାଙ୍କୁ ହିଁ ମନେ ପକାଅ, ଏହା ହିଁ ହେଉଛି ଅଶରୀରୀ ଅବସ୍ଥା, ଏହା ଦ୍ୱାରା ଆତ୍ମାର କଳଙ୍କି କମ୍ ହୋଇ ଯାଇଥାଏ ।

ଗୀତ:-
ରାତ କେ ରାହୀ...

ଓମ୍ ଶାନ୍ତି ।
ପିଲାମାନେ
ପିଲାମାନେ ଯୋଗର ଯାତ୍ରାରେ ବସିଛନ୍ତି, ଯାହାକୁ କୁହାଯାଏ ନିଷ୍ଠାରେ ଅଥବା ଶାନ୍ତିରେ ବସିଛନ୍ତି । କେବଳ ଶାନ୍ତିରେ ବସି ନାହାଁନ୍ତି, କିଛି କରୁଛନ୍ତି । ସ୍ୱଧର୍ମରେ ସ୍ଥିତ ହୋଇଛନ୍ତି କିନ୍ତୁ ଯୋଗର ଯାତ୍ରାରେ ମଧ୍ୟ ରହିବା ଆବଶ୍ୟକ । ଏହି ଯାତ୍ରା ଶିଖାଉଥିବା ବାବା ସାଥିରେ ମଧ୍ୟ ନେଇଯାଇଥା’ନ୍ତି । ସେମାନେ ହେଉଛନ୍ତି ଲୌକିକ ବ୍ରାହ୍ମଣ ଯିଏକି ସାଥିରେ ନେଇଯାଇଥା’ନ୍ତି । ତୁମେ ହେଲ ଆତ୍ମିକ ବ୍ରାହ୍ମଣ, ବ୍ରାହ୍ମଣଙ୍କର ବର୍ଣ୍ଣ ଅଥବା କୂଳ କୁହାଯିବ । ବର୍ତ୍ତମାନ ତୁମେ ପିଲାମାନେ ଯୋଗର ଯାତ୍ରାରେ ବସିଛ ଅନ୍ୟ ସତସଙ୍ଗରେ ବସିଲେ ଗୁରୁଙ୍କର ସ୍ମୃତି ଆସିଥାଏ । ଚିନ୍ତନ ଚାଲିଥାଏ ଯେ ଗୁରୁ ଆସି ପ୍ରବଚନ ଶୁଣାଇବେ । ସେ ସବୁ ହେଲା ଭକ୍ତିମାର୍ଗ । ଏହା ହେଉଛି ଯୋଗର ଯାତ୍ରା, ଯାହା ଦ୍ୱାରା ବିକର୍ମ ବିନାଶ ହୋଇଥାଏ । ତୁମେ ଜଙ୍କ ଅର୍ଥାତ୍ ପାପରୁ ମୁକ୍ତ ହେବା ପାଇଁ ଯୋଗଯୁକ୍ତ ହୋଇ ବସୁଛ । ବାବାଙ୍କର ନିର୍ଦ୍ଦେଶ ହେଉଛି ଯେ ଯୋଗ ଦ୍ୱାରା ପାପ କଟିବ କାହିଁକି ନା ମୁଁ ହିଁ ପତିତ-ପାବନ ଅଟେ । ମୁଁ କାହାରି ସ୍ମରଣ ଦ୍ୱାରା ଆସୁ ନାହିଁ । ମୋର ଆସିବା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ଯେତେବେଳେ ପତିତ ଦୁନିଆ ବଦଳି ପାବନ ଦୁନିଆ ହେବାର ଥାଏ, ଆଦି ସନାତନ ଦେବୀ-ଦେବତା ଧର୍ମ ଯାହା ପ୍ରାୟ ଲୋପ ହୋଇଯାଇଥାଏ, ସେତେବେଳେ ତା’ର ସ୍ଥାପନା ପୁନର୍ବାର ବ୍ରହ୍ମାଙ୍କ ଦ୍ୱାରା କରିଥା’ନ୍ତି । ଯେଉଁ ବ୍ରହ୍ମାଙ୍କ ବିଷୟରେ ବୁଝାଇଛି ଯେ - ସେ ବ୍ରହ୍ମାରୁ ବିଷ୍ଣୁ, ଗୋଟିଏ ସେକେଣ୍ଡରେ ହେଉଛନ୍ତି । ପୁଣି ବିଷ୍ଣୁରୁ ବ୍ରହ୍ମା ହେବାରେ ୫ ହଜାର ବର୍ଷ ଲାଗିଥାଏ । ଏହା ମଧ୍ୟ ବୁଦ୍ଧି ଦ୍ୱାରା ବୁଝିବାର କଥା । ତୁମେ ଯେଉଁମାନେ ଶୂଦ୍ର ଥିଲ, ଏବେ ବ୍ରାହ୍ମଣ ବର୍ଣ୍ଣକୁ ଆସିଛ । ତୁମେ ବ୍ରାହ୍ମଣ ହୋଇଛ, ତେଣୁ ତୁମକୁ ଖାଦମୁକ୍ତ କରିବା ପାଇଁ ଶିବବାବା ବ୍ରହ୍ମାଙ୍କ ଦ୍ୱାରା ଯୋଗର ଯାତ୍ରା ଶିଖାଉଛନ୍ତି । ଏହି ରଚନାର ଚକ୍ର କିପରି ଘୂରୁଛି ତାହା ତ ବୁଝିଗଲଣି । ଏଥିରେ ଡେରି ହେଉ ନାହିଁ । ବାସ୍ତବରେ ଏବେ କଳିଯୁଗ ଅଟେ । ସେମାନେ କେବଳ କହୁଛନ୍ତି - କଳିଯୁଗର ଏବେ ଆଦି ସମୟ କିନ୍ତୁ ବାବା କହୁଛନ୍ତି ଏହା କଳିଯୁଗର ଅନ୍ତିମ ସମୟ । ବର୍ତ୍ତମାନ ଘୋର ଅନ୍ଧକାର ଅଟେ । ବାବା କହୁଛନ୍ତି, ତୁମକୁ ଏହିସବୁ ବେଦଶାସ୍ତ୍ରର ସାରାଂଶ ବୁଝାଉଛି ।

ତୁମେ ପିଲାମାନେ ସକାଳେ ଏଠାରେ ଯେତେବେଳେ ବସୁଛ ସେତେବେଳେ ଯୋଗର ଯାତ୍ରାରେ ବସିବାକୁ ପଡିଥାଏ । ନଚେତ୍ ମାୟାର ତୋଫାନ ଆସିବ । କର୍ମଧନ୍ଦା ଆଡକୁ ବୁଦ୍ଧିଯୋଗ ଚାଲିଯିବ । ଏ ସବୁ ବାହାରର ପଞ୍ଚାୟତ ଅଟେ ନା । ଯେପରି ବୁଢିଆଣୀ କେତେ ଜାଲ ବାହାର କରିଥାଏ, ପୁଣି ସେ ସବୁକୁ ଗ୍ରାସ ମଧ୍ୟ କରି ଦେଇଥାଏ । ସେହିପରି ଦେହର ମଧ୍ୟ କେତେ ଜଞ୍ଜାଳ ରହିଛି । କାକା, ଚାଚା, ମାମା, ଗୁରୁ ଗୋସାଇଁ... କେତେ ଜାଲ । ସେ ସବୁରୁ ଦେହ ସହିତ ମୁକ୍ତ ହେବାକୁ ପଡିବ । କେବଳ ଦେହୀ ଅର୍ଥାତ୍ ଆତ୍ମା ହେବାକୁ ପଡିବ । ମନୁଷ୍ୟ ଶରୀର ଛାଡିଲେ ସବୁ କିଛି ଭୁଲିଯାଇଥାଆନ୍ତି । ନିଜେ ମରିଗଲେ ଦୁନିଆ ମରିଗଲା । ବୁଦ୍ଧିରେ ତ ଏହି ଜ୍ଞାନ ଅଛି ଯେ ଏହି ଦୁନିଆର ବିନାଶ ହୋଇଯିବ । ବାବା ବୁଝାଉଛନ୍ତି - ଯାହାର ମୁଖ ଖୋଲୁ ନାହିଁ, ତେବେ ସେ କେବଳ ବାବାଙ୍କୁ ମନେ ପକାନ୍ତୁ । ଯେପରି ଏହି ବ୍ରହ୍ମା ଶିବବାବାଙ୍କୁ ମନେ ପକାଉଛନ୍ତି । କନ୍ୟା, ପତିକୁ ମନେ ପକାଇଥାଏ କାହିଁକି ନା ପତି, ପରମେଶ୍ୱର ହୋଇଯାଇଥାଏ ତେଣୁ ପିତାଙ୍କଠାରୁ ବୁଦ୍ଧିଯୋଗ ହଟି ପତି ଆଡକୁ ଚାଲିଯାଏ । ଇଏ ତ ପତିମାନଙ୍କର ପତି, ସମସ୍ତଙ୍କର ବର ଅଟନ୍ତି ନା । ତୁମେ ସବୁ କନ୍ୟା ଅଟ, ଭଗବାନଙ୍କର ସମସ୍ତେ ଭକ୍ତି କରିଥାନ୍ତି । ସବୁ ଭକ୍ତିନୀ ମାନେ ରାବଣର ଜେଲରେ କଡା ପହରା ମଧ୍ୟରେ ବନ୍ଦୀ ହୋଇ ରହିଛନ୍ତି, ତେଣୁ ବାବାଙ୍କୁ ନିଶ୍ଚୟ ଦୟା ଲାଗିବ ନା । ବାବା ଦୟାର ସାଗର ଅଟନ୍ତି ସିଏ ହିଁ ସମସ୍ତଙ୍କ ଉପରେ ଦୟା କରୁଛନ୍ତି । ବର୍ତ୍ତମାନ ତ ବହୁତ ପ୍ରକାରର ଗୁରୁ ଅଛନ୍ତି । ଯିଏ କିଛି ଶିକ୍ଷା ଦେଇ ଦେଲେ ତାଙ୍କୁ ଗୁରୁ କହିଦେଉଛନ୍ତି । ଏଠାରେ ତ ବାବା ବାସ୍ତବରେ ରାଜଯୋଗ ଶିଖାଉଛନ୍ତି । ଏହି ରାଜଯୋଗ ପରମାତ୍ମାଙ୍କ ବିନା ଆଉ କେହି ଶିଖାଇ ପାରିବେ ନାହିଁ । ପରମାତ୍ମା ହିଁ ଆସି ରାଜଯୋଗ ଶିଖାଇଥିଲେ । ପୁଣି ଏହା ଦ୍ୱାରା କ’ଣ ହେଲା? ଏକଥା କାହାକୁ ଜଣାନାହିଁ । ଗୀତାର ପ୍ରମାଣ ତ ବହୁତ ଦେଉଛନ୍ତି, ଛୋଟ ଛୋଟ କୁମାରୀମାନେ ମଧ୍ୟ ଗୀତାକୁ ମୁଖସ୍ତ କରି ଦେଉଛନ୍ତି, ତେଣୁ ତାଙ୍କର ମଧ୍ୟ କିଛି ନାଁ କିଛି ମହିମା ହେଉଛି । ଗୀତା କିଛି ଗୁପ୍ତ ହୋଇଯାଇନାହିଁ । ଗୀତାର ବହୁତ ମହିମା ରହିଛି । ଗୀତା ଜ୍ଞାନ ଦ୍ୱାରା ହିଁ ବାବା ସାରା ଦୁନିଆର ନବୀକରଣ କରୁଛନ୍ତି । ତୁମର କାୟା କଳ୍ପତରୁ, କଳ୍ପ ବୃକ୍ଷ ସମାନ ଅଥବା ଅମର କରିଦେଉଛନ୍ତି ।

ତୁମେ ସନ୍ତାନମାନେ ବାବାଙ୍କର ସ୍ମୃତିରେ ରହୁଛ, ବାବାଙ୍କର ଆହ୍ୱାନ କରୁନାହଁ । ତୁମେ ବାବାଙ୍କ ସ୍ମୃତିରେ ରହି ନିଜର ଉନ୍ନତି କରୁଛ । ବାବାଙ୍କ ନିର୍ଦ୍ଦେଶନାରେ ଚାଲିବାର ସଉକ ମଧ୍ୟ ରହିବା ଉଚିତ୍ । ଆମେ ଶିବବାବାଙ୍କ ସ୍ମୃତିରେ ରହି ହିଁ ଭୋଜନ ଖାଇବୁ ଅର୍ଥାତ୍ ଶିବବାବାଙ୍କ ସାଥିରେ ଖାଇବୁ । ଅଫିସରେ ମଧ୍ୟ କିଛି ନା କିଛି ସମୟ ମିଳିଥାଏ । ବାବାଙ୍କୁ ପତ୍ର ଲେଖୁଛନ୍ତି, ଚେୟାରରେ ବସି ବାବାଙ୍କୁ ମନେ ପକାଉଛନ୍ତି ଅଫିସର ଆସି ଦେଖୁଛନ୍ତି, ଇଏ ବସି-ବସି ଯେପରି ଅର୍ନ୍ତଧ୍ୟାନ ହୋଇଯାଉଛନ୍ତି ଅର୍ଥାତ୍ ଅଶରୀରୀ ହୋଇଯାଉଛନ୍ତି । କାହା କାହାର ଆଖି ବନ୍ଦ ହୋଇଯାଉଛି, କାହାର ଖୋଲା ରହୁଛି । କେହି ଏପରି ବସିଥା’ନ୍ତି ଯେପରି କିଛି ଦେଖୁ ନାହାଁନ୍ତି । ଯେପରି ଅର୍ନ୍ତଧ୍ୟାନ ହୋଇଯାଇଥା’ନ୍ତି । ଏହିପରି ହିଁ ହୋଇଥାଏ । ବାବା ମନର ରସି ଟାଣିନେଉଛନ୍ତି, ଯାହାଦ୍ୱାରା ମଉଜରେ ବସି ରହିଥା’ନ୍ତି । ତାଙ୍କୁ ଯଦି ପଚାରିବେ ତୁମର କ’ଣ ହେଲା ? କହିବେ - ମୁଁ ତ ବାବାଙ୍କ ସ୍ମୃତିରେ ବସିଥିଲି । ବୁଦ୍ଧିରେ ରହିଥାଏ ଯେ ଆମେ ବାବାଙ୍କ ପାଖକୁ ଯିବୁ । ବାବା କହୁଛନ୍ତି, ଦେହୀ ଅଭିମାନୀ ହେବା ଦ୍ୱାରା ତୁମେ ମୋ ପାଖକୁ ଆସିଯିବ । ପବିତ୍ର ନ ହୋଇ ସେଠାକୁ ତ ଯାଇପାରିବ ନାହିଁ । ଏବେ କିପରି ପବିତ୍ର ହେବ? ଏକଥା ବାବା ହିଁ କହିପାରିବେ । ମନୁଷ୍ୟ କହିପାରିବେ ନାହିଁ । ତୁମେ କିଛି ନା କିଛି ବୁଝିଥିଲେ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିପାରିବ । ତୁମକୁ ଅନ୍ୟର କଲ୍ୟାଣ କରିବା ପାଇଁ, ବାବାଙ୍କ ପରିଚୟ ଦେବା ପାଇଁ ପୁରୁଷାର୍ଥ ନିଶ୍ଚୟ କରିବାକୁ ହେବ । ଭକ୍ତିମାର୍ଗରେ ମଧ୍ୟ ହେ ଈଶ୍ୱର ପିତା ବୋଲି କହି ମନେ ପକାଇଥା’ନ୍ତି । କହିଥା’ନ୍ତି - ହେ ଈଶ୍ୱର, ଦୟା କର । ଏହିଭଳି ଡାକିବାର ଏକ ଅଭ୍ୟାସ ହୋଇଗଲାଣି । ବାବା ତୁମକୁ ନିଜ ସମାନ କଲ୍ୟାଣକାରୀ କରାଉଛନ୍ତି । ମାୟା ସମସ୍ତଙ୍କୁ କେତେ ଅବୁଝା କରିଦେଇଛି । ଲୌକିକ ପିତା ମଧ୍ୟ ପିଲାର ଚାଲି ଚଳଣି ଠିକ୍ ନ ଦେଖିଲେ ଅବୁଝା ବୋଲି କହିଥା’ନ୍ତି । ଗୋଟିଏ ବର୍ଷରେ ପିତାର ସବୁ ସମ୍ପତ୍ତି ଉଡାଇ ଦେବେ । ତେଣୁ ବେହଦର ବାବା ମଧ୍ୟ କହୁଛନ୍ତି, ତୁମକୁ କେତେ ଶ୍ରେଷ୍ଠ କରାଇଥିଲି, ଏବେ ନିଜ ଚଳଣିକୁ ତ ଦେଖ । ଏବେ ତୁମେ ସନ୍ତାନମାନେ ଜାଣୁଛ ଯେ ଏହା କିପରି ଆଶ୍ଚର୍ଯ୍ୟଜନକ ଖେଳ ଅଟେ । ଭାରତର କେତେ ଅଧୋପତନ ହୋଇଯାଉଛି । ଭାରତବାସୀମାନଙ୍କର ମଧ୍ୟ ଅଧୋପତନ ହୋଇଛି । ସେମାନେ ନିଜକୁ ଏପରି ପତିତ କଳିଯୁଗୀ ତମୋପ୍ରଧାନ ବୋଲି ଭାବୁ ନାହାଁନ୍ତି । ଭାରତ ସ୍ୱର୍ଗ ଥିଲା ଅର୍ଥାତ୍ ମନୁଷ୍ୟ ସ୍ୱର୍ଗବାସୀ ଥିଲେ, ସେହି ମନୁଷ୍ୟ ଏବେ ନର୍କବାସୀ ହୋଇଯାଇଛନ୍ତି । ଏହି ଜ୍ଞାନ କାହା ପାଖରେ ନାହିଁ । ଏହି ବ୍ରହ୍ମାବାବା ମଧ୍ୟ ଜାଣି ନ ଥିଲେ । ଏବେ ବୁଦ୍ଧିରେ ଚମତ୍କାରିତା ଆସିଛି । ୮୪ ଜନ୍ମ ନେଇ-ନେଇ ସିଢି ତ ନିଶ୍ଚୟ ଓହ୍ଲାଇବାକୁ ପଡିବ, ଉପରକୁ ଚଢିବାକୁ ଜାଗା ବି ନାହିଁ । ତଳକୁ ଓହ୍ଲାଇ-ଓହ୍ଲାଇ ପତିତ ହେବାକୁ ହିଁ ପଡିବ । ଏହିକଥା କାହାରି ବୁଦ୍ଧିରେ ନାହିଁ । ବାବା ତୁମ ସନ୍ତାନମାନଙ୍କୁ ବୁଝାଇଛନ୍ତି, ତୁମେ ପୁଣି ଭାରତବାସୀମାନଙ୍କୁ ବୁଝାଉଛ ଯେ ତୁମେ ସ୍ୱର୍ଗବାସୀ ଥିଲ ଏବେ ନର୍କବାସୀ ହୋଇଯାଇଛ । ୮୪ ଜନ୍ମ ମଧ୍ୟ ତୁମେ ନେଇଛ । ପୁନର୍ଜନ୍ମକୁ ତ ମାନୁଛ ନା, ତେଣୁ ନିଶ୍ଚୟ ତଳକୁ ଓହ୍ଲାଇବାକୁ ପଡିବ । କେତେ ପୁନର୍ଜନ୍ମ ନେଇଛ, ସେ କଥା ମଧ୍ୟ ବାବା ବୁଝାଇଛନ୍ତି । ବର୍ତ୍ତମାନ ତୁମେ ଅନୁଭବ କରୁଛ, ଆମେ ପବିତ୍ର ଦେବୀ ଦେବତା ଥିଲୁ ପୁଣି ରାବଣ ପତିତ କରିଦେଇଛି । ଶୂଦ୍ରରୁ ଦେବତା କରାଇବା ପାଇଁ ବାବାଙ୍କୁ ଆସି ପଢାଇବାକୁ ପଡୁଛି । ବାବାଙ୍କୁ ମୁକ୍ତିଦାତା, ପଥ ପ୍ରଦର୍ଶକ କୁହାଯାଉଛି, କିନ୍ତୁ ଅର୍ଥ କିଛି ହେଲେ ବୁଝୁ ନାହାଁନ୍ତି । ଏବେ ସେହି ସମୟ ଖୁବ୍ ଶୀଘ୍ର ଆସୁଛି ଯେତେବେଳେ କି ସମସ୍ତଙ୍କୁ ଜଣାପଡିବ ଯେ ଏମାନେ ସାଧାରଣରୁ କେତେ ଶ୍ରେଷ୍ଠ ହୋଇଗଲେ! ଡ୍ରାମା କିପରି କରାଯାଇଛି, କେହି ସ୍ୱପ୍ନରେ ମଧ୍ୟ ଭାବି ନ ଥିଲେ ଯେ ଆମେ ଲକ୍ଷ୍ମୀ-ନାରାୟଣଙ୍କ ପରି ହୋଇପାରିବୁ । ବାବା କେତେ ସ୍ମୃତି ଦେଉଛନ୍ତି । ଏବେ ବାବାଙ୍କଠାରୁ ସମ୍ପତ୍ତି ନେବାର ଅଛି ତେଣୁ ଶ୍ରୀମତରେ ଚାଲିବାକୁ ହେବ । ଯୋଗର ଯାତ୍ରାର ଅଭ୍ୟାସ କରିବାକୁ ହେବ । ତୁମେ ଜାଣିଛ ପାଦ୍ରୀମାନେ ପଦଯାତ୍ରା କରିବାକୁ ଯିବା ସମୟରେ କେତେ ନିରବତାର ସହିତ ଯାଇଥାଆନ୍ତି । ସେ ଖ୍ରୀଷ୍ଟଙ୍କ ସ୍ମୃତିରେ ହିଁ ରୁହନ୍ତି । ତାଙ୍କର ସ୍ନେହ ଖ୍ରୀଷ୍ଟଙ୍କ ପ୍ରତି ରହିଥାଏ । ତୁମ ରୁହାନୀ ପଣ୍ଡାମାନଙ୍କର ପରମପ୍ରିୟ ପରମପିତା ପରମାତ୍ମାଙ୍କ ସହିତ ସ୍ନେହ ରହିଛି । ସନ୍ତାନମାନେ ଜାଣିଛନ୍ତି ଯେ, ଯେତେ ପୁରୁଷାର୍ଥ କରି ଶ୍ରୀମତରେ ଚାଲିବ । ତେବେ ପୁରୁଷାର୍ଥର କ୍ରମାନୁସାରେ କଳ୍ପ ପୂର୍ବପରି ସେହିଭଳି ରାଜଧାନୀ ନିଶ୍ଚୟ ସ୍ଥାପନ ହେବ । ବାବା ତ ବହୁତ ଭଲ-ଭଲ ମତ ଦେଉଛନ୍ତି । ତଥାପି ମଧ୍ୟ ଏପରି ଗ୍ରହଚାରୀ ବସିଯାଉଛି ଯାହାକି ଶ୍ରୀମତରେ ଚାଲୁ ହିଁ ନାହାଁନ୍ତି । ତୁମେ ଜାଣିଛ ଯେ ଶ୍ରୀମତରେ ଚାଲିଲେ ହିଁ ବିଜୟ ହେବ । ନିଶ୍ଚୟରେ ହିଁ ବିଜୟ ରହିଛି । ବାବା କହୁଛନ୍ତି ତୁମେ ମୋ ମତରେ ଚାଲ । କାହିଁକି ଭାବୁଛ ଯେ, ଏହି ବ୍ରହ୍ମା ମତ ଦେଉଛନ୍ତି? ସର୍ବଦା ଭାବ ଶିବବାବା ରାୟ ଦେଉଛନ୍ତି । ସେ ତ ସେବାର ହିଁ ମତ ଦେବେ । କେହି ଯଦି କହୁଛନ୍ତି, ବାବା ଏହି ଧନ୍ଦା କରିବୁ? ବାବା ଏହି କଥା ପାଇଁ ମତ ଦେବେ ନାହିଁ । ବାବା କହୁଛନ୍ତି, ମୁଁ ଆସିଛି ପତିତରୁ ପାବନ କରିବାର ଉପାୟ ବତାଇବା ପାଇଁ, ଏହି ସବୁ କଥା ପାଇଁ ନୁହେଁ । ମୋତେ ଡାକୁଛନ୍ତି ମଧ୍ୟ - ହେ ପତିତ-ପାବନ ଆସି ଆମକୁ ପାବନ କରାଅ ତେଣୁ ମୁଁ ଏହି ଉପାୟ ବତାଉଛି, ଯାହା ବହୁତ ସହଜ ଅଟେ । ତୁମର ନାମ ହିଁ ହେଉଛି ଗୁପ୍ତ ସେନା । ସେମାନେ ପୁଣି ହତିଆର ବାଣ ଆଦି ଦେଖାଇ ଦେଇଛନ୍ତି । କିନ୍ତୁ ଏଥିରେ ବାଣ ଆଦିର କୌଣସି କଥା ହିଁ ନାହିଁ । ଏସବୁ ହେଉଛି ଭକ୍ତିମାର୍ଗ ।

ବାବା ଆସି ସତ୍ୟ ମାର୍ଗ ବତାଉଛନ୍ତି - ଯାହା ଦ୍ୱାରା ଅଧାକଳ୍ପ ତୁମେ ସତ୍ୟଖଣ୍ଡକୁ ଚାଲିଯାଉଛ । ସେଠାରେ ଅନ୍ୟ କୌଣସି ରାଷ୍ଟ୍ର ରହିବ ହିଁ ନାହିଁ । କାହାକୁ ବୁଝାଇଲେ ବି ମାନୁ ନାହାଁନ୍ତି ଯେ ଏହା କିପରି ହୋଇପାରିବ କି ସତ୍ୟଯୁଗରେ କେବଳ ଭାରତ ହିଁ ଥିଲା । ଖ୍ରୀଷ୍ଟଙ୍କର ୩ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା ନା, ସେତେବେଳେ ଆଉ କୌଣସି ଧର୍ମ ନ ଥିଲା । ପୁଣି ବୃକ୍ଷର ବୃଦ୍ଧି ହୋଇଚାଲିଲା । ତୁମେ କେବଳ ନିଜର ପିତାଙ୍କୁ, ନିଜର ଧର୍ମ, କର୍ମକୁ ଭୁଲିଯାଇଛ । ଯଦି ନିଜକୁ ଦେବୀ-ଦେବତା ଧର୍ମର ବୋଲି ଭାବୁଥା’ନ୍ତ ତେବେ ଅଶୁଦ୍ଧ ଭୋଜନ, ଖରାପ ଖାଦ୍ୟ ଖାଇ ନ ଥାନ୍ତି । କିନ୍ତୁ ଖାଉଛନ୍ତି - କାହିଁକି ନା ସେହି ଗୁଣ ନାହିଁ ସେଥିପାଇଁ ନିଜକୁ ହିନ୍ଦୁ କହିଦେଉଛନ୍ତି । ନଚେତ ଲଜ୍ୟା ଆସିବା ଉଚିତ୍‌, ଆମର ପୂର୍ବପୁରୁଷ ମାନେ ଏତେ ପବିତ୍ର ଆଉ ଆମେ ଏପରି ପତିତ ହୋଇଛୁ । କିନ୍ତୁ ନିଜର ଧର୍ମକୁ ଭୁଲିଯାଇଛନ୍ତି । ଏବେ ତୁମେ ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ ଭଲ ଭାବରେ ଜାଣିଗଲଣି । ଏପରି କୌଣସି ବି କଥା ଥିଲେ ତୁମେ କହିପାରିବ ଯେ ବାବା, ବର୍ତ୍ତମାନ ପର୍ଯ୍ୟନ୍ତ ଏହିପରି ପଏଣ୍ଟସ କହି ନାହାଁନ୍ତି । ବାସ୍ । ନଚେତ ମାଗଣାରେ ଦ୍ୱନ୍ଦ୍ୱରେ ପଡୁଛନ୍ତି । କୁହ, ଆମେ ପାଠ ପଢୁଛୁ । ଯଦି ସବୁ କିଛି ଏବେ ଜାଣିଯିବୁ ତେବେ ତ ବିନାଶ ହୋଇଯିବ । କିନ୍ତୁ ନା । ଏବେ ସମୟ ଅଛି । ଆମେ ପାଠ ପଢୁଛୁ । ଅନ୍ତିମ ସମୟରେ ସମ୍ପୂର୍ଣ୍ଣ ପବିତ୍ର ହୋଇଯିବୁ । ପୁରୁଷାର୍ଥର କ୍ରମଅନୁସାରେ ପାପ କଟିଚାଲିବ ପୁଣି ଆମେ ସତ୍ତ୍ୱପ୍ରଧାନ ହୋଇଯିବୁ । ପୁଣି ଏହି ପତିତ ଦୁନିଆର ବିନାଶ ହୋଇଯିବ । ଆଜିକାଲି କହୁଛନ୍ତି ମଧ୍ୟ, କି ପରମାତ୍ମା କେଉଁଠି ଆସିଛନ୍ତି ନିଶ୍ଚୟ । କିନ୍ତୁ ଗୁପ୍ତ ଅଟନ୍ତି । ବାସ୍ତବରେ ଏହା ତ ବିନାଶର ସମୟ ଅଟେ ନା । ବାବା ହିଁ ମୁକ୍ତିଦାତା, ପଥପ୍ରଦର୍ଶକ ଅଟନ୍ତି ଯିଏକି ଘରକୁ ଫେରାଇ ନେବେ, ସମସ୍ତେ ମଶା ସଦୃଶ ମରିବେ । ଏ କଥା ମଧ୍ୟ ଜାଣିଛନ୍ତି, ସମସ୍ତେ ଏକାଭଳି ଯୋଗରେ ବସୁ ନାହାଁନ୍ତି । କାହା କାହାର ସଠିକ୍ ଯୋଗ ରହୁଛି, କାହାର ଅଧଘଣ୍ଟା, କାହାର ୧୫ ମିନିଟ୍ । କେହି ତ ଗୋଟିଏ ମିନିଟ୍ ମଧ୍ୟ ଯୋଗଯୁକ୍ତ ହୋଇ ରହୁ ନାହାଁନ୍ତି । କେହି କେହି କହୁଛନ୍ତି ଆମେ ସାରା ସମୟ ବାବାଙ୍କ ସ୍ମୃତିରେ ରହୁଛୁ, ତେଣୁ ନିଶ୍ଚୟ ତାଙ୍କର ଚେହେରା ଆକର୍ଷଣୀୟ ହୋଇ ଚମକୁଥିବ । ଏହିପରି ସନ୍ତାନମାନଙ୍କର ଅତିନ୍ଦ୍ରିୟ ସୁଖ ରହିଥାଏ । କେଉଁଠି ହେଲେ ବି ବୁଦ୍ଧି ଭଟକିବ ନାହିଁ । ସେ ସୁଖର ଅନୁଭବ କରିଥା’ନ୍ତି । ବୁଦ୍ଧି ମଧ୍ୟ କହୁଛି ସେହି ଏକ ପ୍ରେମିକଙ୍କର ସ୍ମୃତିରେ ବସି ରହିଲେ କେତେ ପାପ କଟିଯିବ । ପୁଣି ଅଭ୍ୟାସ ମଧ୍ୟ ହୋଇଯିବ । ଯୋଗର ଯାତ୍ରା ଦ୍ୱାରା ତୁମେ ସଦା ସୁଖୀ, ସଦା ସମ୍ପତ୍ତିବାନ ହେଉଛ । ଚକ୍ର ମଧ୍ୟ ମନେ ପଡିଯାଉଛି । କେବଳ ଯୋଗରେ ରହିବାର ପରିଶ୍ରମ କରିବାକୁ ହେବ । ବୁଦ୍ଧିରେ ଚକ୍ର ମଧ୍ୟ ଘୂରୁଥିବ ।

ଏବେ ତୁମେ ମାଷ୍ଟର ବୀଜରୂପ ହେଉଛ । ଯୋଗ କରିବା ସହିତ ସ୍ୱଦର୍ଶନ ଚକ୍ର ମଧ୍ୟ ଘୂରାଇବାକୁ ହେବ । ତୁମେ ଭାରତବାସୀମାନେ ଲାଇଟ୍ ହାଉସ ଅର୍ଥାତ୍ ବତୀଘର ଅଟ । ଆଧ୍ୟାତ୍ମିକ ବତୀଘର ହୋଇ ସମସ୍ତଙ୍କୁ ଘରର ରାସ୍ତା ବତାଉଛ । ଏକଥା ମଧ୍ୟ ବୁଝାଇବାକୁ ପଡିବ ନା । ତୁମେ ମୁକ୍ତି ଜୀବନମୁକ୍ତିର ରାସ୍ତା ବତାଉଛ ସେଥିପାଇଁ ତୁମେ ଆଧ୍ୟାତ୍ମିକ ବତୀଘର ଅଟ । ତୁମର ସ୍ୱଦର୍ଶନ ଚକ୍ର ଘୂରି ଚାଲିଛି । ନାମ ଲେଖୁଛ, ତେଣୁ ବୁଝାଇବାକୁ ମଧ୍ୟ ପଡିବ । ବାବା ବୁଝାଇ ଚାଲିଛନ୍ତି, ତୁମେ ସମ୍ମୁଖରେ ବସିଛ । ଯିଏ ପ୍ରିୟତମଙ୍କ ସାଥିରେ ଅଛନ୍ତି ତାଙ୍କ ପାଇଁ ଜ୍ଞାନ ରୂପକ ବର୍ଷା ହେଉଛି । ସମ୍ମୁଖରେ ସବୁଠାରୁ ଅଧିକ ମଜା ରହିଥାଏ । ପୁଣି ଦ୍ୱିତୀୟ ନମ୍ବରରେ ଅଛି ଟେପ୍ ରେକର୍ଡ । ତୃତୀୟ ନମ୍ବରରେ ମୁରଲୀ ରହିଛି । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ସବୁ କିଛି ବୁଝାଉଛନ୍ତି । ଏଇ ବ୍ରହ୍ମା ବି ଜାଣିଛନ୍ତି ନା । ତଥାପି ବି ତୁମେ ଏହି କଥା ଭାବ ଯେ “ଶିବବାବା କହୁଛନ୍ତି”, ଏହି କଥା ନ ବୁଝୁଥିବା କାରଣରୁ ବହୁତ ଅବଜ୍ଞା କରୁଛନ୍ତି । ଶିବବାବା ଯାହା କହୁଛନ୍ତି, ତାହା କଲ୍ୟାଣକାରୀ ହିଁ ଅଟେ । ଅକଲ୍ୟାଣ ହେଲେ ମଧ୍ୟ ତାହା କଲ୍ୟାଣ ରୂପରେ ବଦଳିଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କର ପ୍ରତ୍ୟେକ ନିର୍ଦ୍ଦେଶରେ ଚାଲି ନିଜର ଉନ୍ନତି କରିବାକୁ ହେବ । ଏକମାତ୍ର ବାବାଙ୍କ ସହିତ ସଚ୍ଚା ସଚ୍ଚା ପ୍ରୀତି ରଖିବାକୁ ହେବ । ବାବାଙ୍କ ସ୍ମୃତିରେ ରହି ଭୋଜନ ପ୍ରସ୍ତୁତ କରିବାକୁ ହେବ ଏବଂ ଭୋଜନ ଗ୍ରହଣ କରିବାକୁ ହେବ ।

(୨) ଆଧ୍ୟାତ୍ମିକ ବତୀଘର ହୋଇ ସମସ୍ତଙ୍କୁ ମୁକ୍ତି-ଜୀବନମୁକ୍ତିର ରାସ୍ତା ବତାଇବାକୁ ହେବ । ବାବାଙ୍କ ଭଳି କଲ୍ୟାଣକାରୀ ନିଶ୍ଚିତ ହେବାକୁ ପଡିବ ।

ବରଦାନ:-
ଈଶ୍ୱରୀୟ ଗାରିମାମୟ ସ୍ଥିତିରେ ସ୍ଥିତ ରହି ପ୍ରତ୍ୟେକ କର୍ମକୁ ଉକୃଷ୍ଟ ରୂପରେ କରୁଥିବା ସର୍ବ ଦୁଶ୍ଚିନ୍ତା ଠାରୁ ମୁକ୍ତ ଭବ ।

ସର୍ବଦା ଏହି ଈଶ୍ୱରୀୟ ଗାରିମାରେ ରୁହ ଯେ ମୁଁ ବାପଦାଦାଙ୍କର ଜ୍ୟୋତି ରୂପକ ରତ୍ନ ଅଟେ, ମୋ’ର ନୟନରେ ବା ଦୃଷ୍ଟିରେ କୌଣସି ବି ଜିନିଷ ସ୍ଥାନ ପାଇପାରିବ ନାହିଁ । ଏହିଭଳି ଗାରିମାମୟ ସ୍ଥିତିରେ ରହିବା ଦ୍ୱାରା ଭିନ୍ନ ଭିନ୍ନ ପ୍ରକାରର ଚିନ୍ତନ ସ୍ୱତଃ ହିଁ ସମାପ୍ତ ହୋଇଯିବ । କୌଣସି ବି ପ୍ରକାରର ଅଭିଯୋଗ ରହିବ ନାହିଁ । ଯେଉଁମାନେ ଯେତିକି ନିଜର ଉଚ୍ଚ ଗାରିମାମୟ ସ୍ଥିତିରେ ସ୍ଥିତ ହୋଇ ରହିଥାଆନ୍ତି, ସେମାନଙ୍କୁ ସେହି ଅନୁସାରେ ସମ୍ମାନ ମଧ୍ୟ ସ୍ୱତଃ ହିଁ ମିଳିଥାଏ ଏବଂ ସେମାନଙ୍କର ପ୍ରତ୍ୟେକ କର୍ମ ଅତି ଉତ୍କୃଷ୍ଟ ହୋଇଥାଏ ।

ସ୍ଲୋଗାନ:-
ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ତାଙ୍କୁ କୁହାଯିବ ଯିଏ ନିଜର ସବୁ କିଛି ବାବାଙ୍କୁ ଅର୍ପଣ କରିଦେଇଥିବେ ।

ଅବ୍ୟକ୍ତ ଈଶାରା:- ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।

ତୁମମାନଙ୍କର ପ୍ରତ୍ୟେକ ବାଣୀରେ ମଧୁରତା, ସନ୍ତୁଷ୍ଟତା ଏବଂ ସରଳତା ରୂପକ ନବୀନତା ରହିବା ଉଚିତ୍ । ବ୍ରାହ୍ମଣ ଆତ୍ମାମାନଙ୍କର ବାଣୀ ସାଧାରଣ ହେବା ଉଚିତ୍ ନୁହେଁ । ଏହା ହିଁ ହେଉଛି ମହାନତା ଏବଂ ଏହା ହିଁ ହେଉଛି ନବୀନତା । ମଧୁର ବାଣୀ, ମଧୁର ସଂସ୍କାର ଏବଂ ମଧୁର ସ୍ୱଭାବ ଦ୍ୱାରା ଅନ୍ୟମାନଙ୍କର ମଧ୍ୟ ମୁଖ ମିଠା କରାଇଚାଲ । “ସର୍ବଦା ଅଥକ ଅର୍ଥାତ୍ ଅକ୍ଳାନ୍ତ ଭବ ଏବଂ ମଧୁର ଭବ”ର ବରଦାନ ଦ୍ୱାରା ଆଗକୁ ବଢିଚାଲ ଏବଂ ଉଡିଚାଲ ।