22.07.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏବେ ତୁମକୁ ନୂଆ ଦୁନିଆକୁ ଯିବାକୁ ହେବ, ଏହି ଦୁଃଖର ଦିନ ସମାପ୍ତ ହେବାକୁ ଯାଉଛି, ସେଥିପାଇଁ ବିତିଯାଇଥିବା ପୁରୁଣା କଥାକୁ ଭୁଲିଯାଅ ।”

ପ୍ରଶ୍ନ:-
ତୁମ କର୍ମଯୋଗୀ ପିଲାମାନଙ୍କୁ କେଉଁ ଅଭ୍ୟାସ ନିରନ୍ତର କରିବା ଦରକାର?

ଉତ୍ତର:-
ଏବେ-ଏବେ ଶରୀର ନିର୍ବାହ ଅର୍ଥେ ଦେହକୁ ଆସିଲ ଏବଂ ଏବେ-ଏବେ ଦେହୀ-ଅଭିମାନୀ । ଦେହର ସ୍ମୃତି ବିନା କର୍ମ ତ ହୋଇପାରିବ ନାହିଁ, ସେଥିପାଇଁ ଅଭ୍ୟାସ କରିବାକୁ ହେବ ଯେ କର୍ମ କଲ, ଦେହ-ଅଭିମାନୀ ହେଲ ପୁଣି ଦେହୀ-ଅଭିମାନୀ ହୋଇଯାଅ, ଏହିପରି ଅଭ୍ୟାସ ତୁମମାନଙ୍କ ବ୍ୟତୀତ ଦୁନିଆରେ ଆଉ କେହି କରିପାରିବେ ନାହିଁ ।

ଗୀତ:-
ଜାଗ ସଜନିଆଁ ଜାଗ...

ଓମ୍ ଶାନ୍ତି ।
ରୁହାନୀ ବାବା କହୁଛନ୍ତି - ମିଠା-ମିଠା ଆତ୍ମାମାନେ ଅଥବା ପିଲାମାନେ ଏହି ଗୀତ ଶୁଣିଲ । ଏହାକୁ କୁହାଯାଏ ଜ୍ଞାନର ଗୀତ । ଏହି ଗୀତ ତ ବହୁତ ଭଲ । ତୁମେ ଆତ୍ମାମାନେ ଏବେ ଜାଗ୍ରତ ହୋଇଯାଇଛ । ଡ଼୍ରାମାର ରହସ୍ୟକୁ ମଧ୍ୟ ଏବେ ଜାଣିଗଲଣି । ଭକ୍ତିମାର୍ଗର କୌତୁକ ଦେଖିଲ ନା - ଯାହା କିଛି ବିତିଗଲା ତାହା ତୁମର ବୁଦ୍ଧିରେ ଅଛି । ତୁମେ ନିଜର ବିତି ଯାଇଥିବା ୮୪ ଜନ୍ମର ଇତିହାସକୁ ଜାଣିଛ । ବାବା ୮୪ ଜନ୍ମର କାହାଣୀ ଶୁଣାଉଛନ୍ତି । ଏହା ହେଉଛି ନୂଆ ଦୁନିଆ ପାଇଁ ନୂଆ କଥା । ବାବାଙ୍କ ଦ୍ୱାରା ତୁମେ ନୂଆ କଥା ଶୁଣୁଛ । ବାବା ପିଲାମାନଙ୍କୁ ଧୈର୍ଯ୍ୟ ଦେଉଛନ୍ତି । ପିଲାମାନେ ଏବେ ନୂଆ ଦୁନିଆକୁ ଯିବାକୁ ହେବ, ତେଣୁ ପୁରୁଣା କଥା ଭୁଲିଯାଅ । ବେଦ ଶାସ୍ତ୍ର ଯାହା ମଧ୍ୟ ଭକ୍ତିମାର୍ଗର ସାମଗ୍ରୀ ରହିଛି, ସେ ସବୁ ଶେଷ ହୋଇଯିବ । ସେଠାରେ ଭକ୍ତିମାର୍ଗର ଚିହ୍ନ ମଧ୍ୟ ରହିବ ନାହିଁ । ସେଠାରେ ତ ଭକ୍ତିର ଫଳ ମିଳିଯାଉଛି । ଭକ୍ତମାନଙ୍କୁ ବାବା ଆସି ଫଳ ଦେଉଛନ୍ତି । ପିଲାମାନେ ଜାଣିଛନ୍ତି ବାବା କିପରି ଆସି ଭକ୍ତିର ଫଳ ଦେଉଛନ୍ତି । ଯିଏ ସବୁଠାରୁ ଅଧିକ ଭକ୍ତି କରିଛନ୍ତି, ତାଙ୍କୁ ନିଶ୍ଚିତ ଅଧିକ ଫଳ ମିଳିବ । ଜ୍ଞାନର ପୁରୁଷାର୍ଥ ମଧ୍ୟ ସେ ଅଧିକ କରିବେ । ତୁମେ ଜାଣିଛ ଯେ ଆମେ ଆତ୍ମାମାନେ ଅଧିକ ଭକ୍ତି କରିଛୁ । ନିଶ୍ଚିତ, ଜ୍ଞାନରେ ଯିଏ ତୀବ୍ର ହୋଇଥିବେ ସିଏ ଯାଇ ଏହି ଲକ୍ଷ୍ମୀ-ନାରାୟଣଙ୍କ ପରି ଉଚ୍ଚ ପଦ ପାଇବେ । ଏବେ ଜ୍ଞାନ ଏବଂ ଯୋଗ ପାଇଁ ତୁମେ ପୁରୁଷାର୍ଥ କରୁଛ । ଦେହୀ-ଅଭିମାନୀ ହୋଇ ରହିବାକୁ ହେବ ପୁଣି ଦେହଧାରୀ ମଧ୍ୟ ହେବାକୁ ପଡ଼ିବ । କର୍ମ କରି ମଧ୍ୟ ବାବାଙ୍କୁ ସ୍ମରଣ କରିବାକୁ ହେବ । ଦେହ ବିନା ତ ଆମେ କର୍ମ କରିପାରିବା ନାହିଁ । ଏହା ତ ଠିକ୍ କଥା - ବାବାଙ୍କୁ ମନେ ପକାଇବାକୁ ହେବ କିନ୍ତୁ ନିଜକୁ ଆତ୍ମା ବୋଲି ଭାବି ଦେହକୁ ଭୁଲିବା ଦ୍ୱାରା କାମ ହେବ ନାହିଁ । କର୍ମ ତ କରିବାକୁ ହିଁ ହେବ । ବାବାଙ୍କୁ ମନେ ପକାଇଲେ ବହୁତ ଖୁସି ମିଳେ । ବସିବା-ଉଠିବା, ଚାଲିବା-ବୁଲିବା ସମୟରେ ବାବାଙ୍କୁ ମନେ ପକାଅ କିନ୍ତୁ ତଥାପି ମଧ୍ୟ ପେଟକୁ ଭୋଜନ ତ ଦରକାର । ଦେହୀ-ଅଭିମାନୀ ହୋଇ ରହିବାକୁ ହେବ । ବର୍ତ୍ତମାନ ସମୟରେ ତୁମମାନଙ୍କ ବ୍ୟତୀତ କେହି ହେଲେ ଦେହୀ-ଅଭିମାନୀ ହେଉ ନାହାଁନ୍ତି । ଯଦିଓ ନିଜକୁ ଆତ୍ମା ବୋଲି ଭାବୁଛନ୍ତି କିନ୍ତୁ ତାଙ୍କ ପାଖରେ ପରମାତ୍ମାଙ୍କର ପରିଚୟ ନାହିଁ । ଭାବୁଛନ୍ତି ଯେ ଆମେ ଆତ୍ମା ଅବିନାଶୀ, ଏହି ଶରୀର ବିନାଶୀ କିନ୍ତୁ ଏକଥା ଭାବିବା ଦ୍ୱାରା ବିକର୍ମ ବିନାଶ ହେବ ନାହିଁ । ପୁଣ୍ୟ ଆତ୍ମା, ପତିତ ଆତ୍ମା ବୋଲି ମଧ୍ୟ କହିଥାନ୍ତି । ମୁଁ ଆତ୍ମା, ଏହା ମୋର ଶରୀର ଅଟେ । ଏହା ତ ସାଧାରଣ କଥା । ମୂଳ କଥା ବାବା ବୁଝାଉଛନ୍ତି ଯେ ମୋତେ ମନେ ପକାଅ । ଶରୀର ନିର୍ବାହ ପାଇଁ ଦେହ-ଅଭିମାନରେ ଆସିବାକୁ ହେବ । ଏହି ଶରୀରକୁ ଭୋଜନ ଦେବାକୁ ହେବ, ତୁମେ ଦେହ ବିନା କିଛି କରି ପାରିବ ନାହିଁ । ପ୍ରତ୍ୟେକ ଜନ୍ମରେ ନିଜର ଶରୀର ନିର୍ବାହ କରିଆସିଛ, କର୍ମ କରି ମଧ୍ୟ ନିଜର ପ୍ରେମିକଙ୍କୁ ମନେ ରଖିବାକୁ ହେବ । ସେହି ପ୍ରେମିକଙ୍କର ସଂପୂର୍ଣ୍ଣ ଠିକଣା କେହି ଜାଣିନାହାଁନ୍ତି । ସେହି ପ୍ରେମିକ ଅଥବା ପିତାଙ୍କଠାରୁ ଆମକୁ ବର୍ସା ମିଳିବ ଏବଂ ତାଙ୍କୁ ମନେ ପକାଇବା ଦ୍ୱାରା ବିକର୍ମ ବିନାଶ ହେବ, ଏକଥା କେହି ବୁଝାଉନାହାଁନ୍ତି ।

ତୁମେମାନେ ନୂଆ କଥା ଶୁଣୁଛ । ତୁମେ ଜାଣିଛ ଆମକୁ ଘରକୁ ଯିବାର ରାସ୍ତା ମିଳିଯାଇଛି । ନିଜର ଘରକୁ ଯାଇ ପୁଣି ରାଜଧାନୀକୁ ଆସିବୁ । ବାବା ନୂଆ ଘର ତିଆରି କରୁଛନ୍ତି, ତେଣୁ ନିଶ୍ଚୟ ମନ ହେବ ନା ଯାଇ ଆମେ ସେଠାରେ ରହିବୁ । ଏବେ ତୁମକୁ ରାସ୍ତା ମିଳିଛି, ଯାହାକୁ ଆଉ କେହି ବି ଜାଣିନାହାଁନ୍ତି । କେତେ ଯଜ୍ଞ ତପ ଆଦି କରୁଛନ୍ତି, ମୁଣ୍ଡ ପିଟୁଛନ୍ତି, କିନ୍ତୁ ସଦ୍‌ଗତିକୁ ପ୍ରାପ୍ତ କରିପାରିବେ ନାହିଁ । ଏହି ଦୁନିଆରୁ ସେ ଦୁନିଆକୁ ଯାଇ ପାରିବେ ନାହିଁ । ଏକଥା ମଧ୍ୟ ବୁଝିବା ଦରକାର । ଶାସ୍ତ୍ରରେ ଲକ୍ଷ-ଲକ୍ଷ ବର୍ଷ ଲେଖି ଦେଇଛନ୍ତି, ସେଥିପାଇଁ ମନୁଷ୍ୟମାନଙ୍କର ବୁଦ୍ଧି କାମ କରୁନାହିଁ । ତୁମେ ଭଲ ଭାବରେ ବୁଝିପାରୁଛ - ଏହା କାଲିର କଥା । ଭାରତ ସ୍ୱର୍ଗ ଥିଲା, ଆମେ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲୁ । ଏହି ଦେବୀ-ଦେବତା ଧର୍ମ ବହୁତ ସୁଖ ଦେଉଥିଲା । ଭାରତ ପରି ସୁଖ କେହି ମଧ୍ୟ ପାଇ ପାରିବେନାହିଁ । ସ୍ୱର୍ଗକୁ ଅନ୍ୟ କୌଣସି ଧର୍ମବାଲା ଯାଇ ପାରିବେ ନାହିଁ । ତୁମ ପରି ସୁଖ ଆଉ କେହି ପାଇବେ ନାହିଁ । କେତେ ମଧ୍ୟ ପ୍ରଯତ୍ନ କରନ୍ତୁ । ଧନ ଖର୍ଚ୍ଚ କରନ୍ତୁ, ତଥାପି ମଧ୍ୟ ସ୍ୱର୍ଗରେ ଯେଉଁ ସୁଖ ଅଛି ତାହା ମିଳିପାରିବ ନାହିଁ । କାହାର ସ୍ୱାସ୍ଥ୍ୟ ଥିବ ତ ସମ୍ପତ୍ତି ନ ଥିବ । କାହାର ସମ୍ପତ୍ତି ଥିବ ତ ସ୍ୱାସ୍ଥ୍ୟ ନ ଥିବ । ଏହା ହେଉଛି ହିଁ ଦୁଃଖର ଦୁନିଆ, ତେଣୁ ବର୍ତ୍ତମାନ ବାବା କହୁଛନ୍ତି ହେ ଆତ୍ମାମାନେ ଜାଗ୍ରତ ହୁଅ... ତୁମକୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳିଛି । କେତେ ଜାଗ୍ରୃତି ଆସିଛି । ତୁମେ ସାରା ଦୁନିଆର ଇତିହାସ-ଭୂଗୋଳକୁ ଜାଣୁଛ । ବାବା ଜାନୀ-ଜାନନହାର (ସର୍ବଜ୍ଞାତା) ଅଟନ୍ତି ନା । ଏହାର ଅର୍ଥ ନୁହେଁ ଯେ ସିଏ ସମସ୍ତଙ୍କର ହୃଦୟକୁ ଜାଣିଛନ୍ତି । ଇଏ କିଏ, ଅନ୍ୟକୁ କେତେ ବୁଝାଉଛନ୍ତି । ଇଏ କେଉଁ ପର୍ଯ୍ୟନ୍ତ ପବିତ୍ର ରହୁଛନ୍ତି, କେଉଁ ପର୍ଯ୍ୟନ୍ତ ବାବାଙ୍କୁ ସ୍ମରଣ କରୁଛନ୍ତି, ମୁଁ ବସି ପ୍ରତ୍ୟେକଙ୍କର ଏହି ଖିଆଲ କାହିଁକି କରିବି... ମୁଁ ରାସ୍ତା ବତାଉଛି ଯେ ତୁମ ଆତ୍ମାମାନଙ୍କୁ ନିଜର ପରମପିତା ପରମାତ୍ମାଙ୍କୁ ୟାଦ କରିବାକୁ ହେବ, ଏହି ସୃଷ୍ଟି ଚକ୍ରକୁ ବୁଦ୍ଧିରେ ରଖିବାକୁ ହେବ । ଦେହୀ-ଅଭିମାନୀ ତ ନିଶ୍ଚୟ ହେବାକୁ ପଡ଼ିବ । ଦେହ-ଅଭିମାନୀ ଥିବା କାରଣରୁ ତୁମର ଏହି ଦୁର୍ଗତି ହୋଇଛି, ଏବେ ତୁମକୁ ବାବାଙ୍କୁ ମନେ ପକାଇବାକୁ ହେବ । ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ଭଳି ହେବାକୁ ପଡ଼ିବ । ତୁମେ ସ୍ୱଦର୍ଶନ ଚକ୍ରଧାରୀ ମଧ୍ୟ ଅଟ, ଦେବତାମାନଙ୍କର ତ ଶଙ୍ଖ ଆଦି ନାହିଁ । ଏହି ଜ୍ଞାନ ଶଙ୍ଖ ତୁମ ବ୍ରାହ୍ମଣମାନଙ୍କର ଅଟେ । ଶିଖ୍‌ମାନେ ଶଙ୍ଖ ବଜାଇ, ବହୁତ ବଡ଼ ଶବ୍ଦ କରିଥାନ୍ତି । ତୁମେ ମଧ୍ୟ ବଡ ବଡ ସଭାମାନଙ୍କରେ ଏହି ଜ୍ଞାନ ବସି ଦେଉଥିବାରୁ ଲାଉଡ ସ୍ପିକର (ଧ୍ୱନି ବିସ୍ତାରକ) ଲଗାଉଛ । ତୁମକୁ ଏଠାରେ ଲାଉଡ଼ ସ୍ପିକର ଲଗାଇବାର ଆବଶ୍ୟକତା ନାହିଁ । ଶିକ୍ଷକ ପଢାଇଲେ କ’ଣ ଲାଉଡ଼ ସ୍ପିକର ଲଗାଇବେ କି? ଏଠାରେ ତ କେବଳ ଶିବବାବାଙ୍କୁ ମନେ ପକାଇବାକୁ ପଡ଼ିବ ତେବେ ଯାଇ ବିକର୍ମ ବିନାଶ ହେବ । ମୁଁ ସର୍ବଶକ୍ତିମାନ ଅଟେ ନା । ତୁମେ ଲାଉଡ଼ ସ୍ପିକର ଲଗାଉଛ ଯେପରି ଶବ୍ଦ ଦୂର-ଦୂର ପର୍ଯ୍ୟନ୍ତ ଶୁଣାଯିବ । ଏହା ମଧ୍ୟ ଆଗକୁ ଗଲେ କାମରେ ଆସିବ । ତୁମକୁ ଏହିକଥା ଶୁଣାଇବାକୁ ହେବ ଯେ ମୃତ୍ୟୁ ସମ୍ମୁଖରେ ରହିଛି । ଏବେ ସମସ୍ତଙ୍କୁ ଘରକୁ ଫେରିବାକୁ ହେବ । ମହାଭାରତ ଲଢେଇ ମଧ୍ୟ ସମ୍ମୁଖରେ ଦଣ୍ଡାୟମାନ । ଗୀତାରେ ମଧ୍ୟ ଲେଖାଯାଇଛି ଯେ ମହାଭାରତ ଲଢେଇ ଲାଗିଲା, ବିନାଶ ହେଲା । ଆଚ୍ଛା । ପୁଣି ତା’ ପରେ କ’ଣ ହେଲା? ପାଣ୍ଡବମାନେ ମଧ୍ୟ ମରିଗଲେ । ବାବା ବୁଝାଉଛନ୍ତି - ପ୍ରଥମେ ଯଦି ବିନାଶ ହୋଇଯିବ ତେବେ ଭାରତ ରାଷ୍ଟ୍ର ହିଁ ଖାଲି ହୋଇଯିବ । ଭାରତ ଅବିନାଶୀ ରାଷ୍ଟ୍ର ଅଟେ, ଏହା ଖାଲି ହେବ ନାହିଁ । ତୁମେ ଜାଣିଛ ପ୍ରଳୟ ତ ହେବନାହିଁ । ବାବା ଅବିନାଶୀ ହୋଇଥିବାରୁ ତାଙ୍କର ଜନ୍ମ ଭୂମି ମଧ୍ୟ ଅବିନାଶୀ ଅଟେ । ପିଲାମାନେ ଖୁସି ହେବା ଉଚିତ୍ - ବାବା ସମସ୍ତଙ୍କର ସଦ୍‌ଗତି ଦାତା, ସୁଖ-ଶାନ୍ତି ଦାତା ଅଟନ୍ତି । ଯିଏ ମଧ୍ୟ ଆସୁଛନ୍ତି, କହୁଛନ୍ତି ଆମର ଶାନ୍ତି ଦରକାର । ଆତ୍ମାକୁ ଶାନ୍ତି କାହିଁକି ମନେ ପଡ଼ୁଛି! କାହିଁକି ନା ଶାନ୍ତିଧାମ ଆତ୍ମାମାନଙ୍କର ଘର ଅଟେ । ଘର କଥା କାହାର ମନେ ନ ରହିବ? ବିଦେଶରେ କେହି ମରିଗଲେ ସମସ୍ତେ ଇଚ୍ଛା କରନ୍ତି ତାଙ୍କ ଜନ୍ମଭୂମିକୁ ନେଇଯିବା ପାଇଁ । ଏହି କଥା ଯଦି ସମସ୍ତେ ଜାଣିଥାନ୍ତେ ଯେ ଭାରତ ସମସ୍ତଙ୍କର ସଦ୍‌ଗତି ଦାତା, ଦୁଃଖରୁ ମୁକ୍ତି ଦେଉଥିବା ଶିବବାବାଙ୍କର ଜନ୍ମଭୂମି ତେବେ ତା’ର ବହୁତ ସମ୍ମାନ ରହିଥାନ୍ତା । ସମସ୍ତେ ଏକମାତ୍ର ଶିବଙ୍କ ଉପରେ ଆସି ଫୁଲ ଚଢାଇଥାନ୍ତେ । ଏବେ ତ କେତେ ଜଣଙ୍କ ଉପରେ ଫୁଲ ଚଢାଉଛନ୍ତି । ଯିଏ ସମସ୍ତଙ୍କୁ ସୁଖ-ଶାନ୍ତି ଦେଉଛନ୍ତି, ତାଙ୍କର ଚିହ୍ନବର୍ଣ୍ଣ ହିଁ ହଜେଇ ଦେଇଛନ୍ତି । ଯେଉଁମାନେ ବାବାଙ୍କୁ ଭଲ ଭାବରେ ଜାଣିଛନ୍ତି ସିଏ ହିଁ ବର୍ସା ନେବା ପାଇଁ ପୁରୁଷାର୍ଥ କରୁଛନ୍ତି । ମୋର ନାମ ହିଁ ହେଉଛି ଦୁଃଖହର୍ତ୍ତା ସୁଖକର୍ତ୍ତା । ଦୁଃଖରୁ ମୁକ୍ତ କରି କ’ଣ କରିବେ! ତୁମେ ଜାଣିଛ ଶାନ୍ତିଧାମରେ ଆତ୍ମାମାନେ ଶାନ୍ତ ରହିଥାନ୍ତି । ସୁଖଧାମରେ ସୁଖ ଅଛି । ଶାନ୍ତି ଧାମର ଠିକଣା ଅଲଗା, ସୁଖଧାମର ଠିକଣା ଅଲଗା, ଏହା ତ ହେଉଛି ଦୁଃଖଧାମ । ସମସ୍ତେ ଏହି ସମୟରେ ଦୁଃଖରେ ଅଛନ୍ତି । ଏବେ ତୁମେ ଜାଣୁଛ ଆମେ ଏପରି ସୁଖର ଦୁନିଆକୁ ଯାଉଛୁ ଯେଉଁଠାରେ ୨୧ ଜନ୍ମ କୌଣସି ପ୍ରକାର ଦୁଃଖ ରହିବ ନାହିଁ । ତା’ର ନାମ ହିଁ ହେଉଛି - ସୁଖଧାମ । ଏହି ନାମ କେତେ ମିଠା । ବାବା କହୁଛନ୍ତି - ମୁଁ ତୁମକୁ କୌଣସି କଷ୍ଟ ଦେଉନାହିଁ । ତୁମକୁ କେବଳ ବାବା ଏବଂ ବର୍ସାକୁ ମନେ ପକାଇବାକୁ ହେବ । ନିଜକୁ ଆତ୍ମା ଭାବିବାକୁ ପଡ଼ିବ । ଏହି ଜ୍ଞାନ ତୁମକୁ ବାବା ଶିଖାଉଛନ୍ତି । ସତ୍ୟଯୁଗରେ ଆତ୍ମାର ଜ୍ଞାନ ରହିବ, ଆମେ ଆତ୍ମା ଏହି ଶରୀର ଛାଡ଼ି ଆଉ ଏକ ଜନ୍ମ ନେବୁ, ଏହାକୁ ଆତ୍ମ-ଅଭିମାନୀ କୁହାଯାଏ । ଏହା ହେଲା ରୁହାନୀ ଜ୍ଞାନ, ଯାହାକୁ ଆଉ କେହି ଦେଇପାରିବେ ନାହିଁ । ଆତ୍ମାକୁ, ଆତ୍ମାର ପିତା ଆସି ଜ୍ଞାନ ଦେଉଛନ୍ତି । ପ୍ରତ୍ୟେକ ୫ ହଜାର ବର୍ଷ ପରେ ହିଁ ଦେଉଛନ୍ତି । ମନୁଷ୍ୟମାନେ ତ ବିଲକୁଲ ଘୋର ଅନ୍ଧକାରରେ ଅଛନ୍ତି । ଏବେ ତୁମକୁ ଆଲୋକ ମିଳୁଛି, ତୁମେ ଅଜ୍ଞାନ ନିଦ୍ରାରୁ ଜାଗ୍ରତ ହୋଇଛ । ସମସ୍ତ ସଜନୀମାନଙ୍କର ସାଜନ ହେଉଛନ୍ତି - ଏକମାତ୍ର ବାବା । ବାବା କହୁଛନ୍ତି - ମୁଁ ତୁମର ପିତା, ସାଜନ, ଗୁରୁଙ୍କର ଗୁରୁ ମଧ୍ୟ ଅଟେ । ମୁଁ ପରମ ଶିକ୍ଷକ ଅଟେ । ସମସ୍ତ ଗୁରୁମାନଙ୍କର ସଦ୍‌ଗତି ଦାତା ଜଣେ ହିଁ ସତଗୁରୁ ଅଟେ । କହୁଛନ୍ତି ପିଲାମାନେ ମୁଁ ସମସ୍ତଙ୍କର ସଦ୍‌ଗତି କରୁଛି । ଗତି ପରେ ସଦ୍‌ଗତି ହୋଇଥାଏ ।

ବାବା ବୁଝାଉଛନ୍ତି - ପ୍ରତ୍ୟେକ ଆତ୍ମାକୁ ଘରକୁ ଫେରିବାକୁ ହେବ । ଆତ୍ମା ହିଁ ସତ୍ତ୍ୱପ୍ରଧାନ, ସତ୍ତ୍ୱ-ରଜୋ-ତମୋ ହୋଇଥାଏ । କାହାର-କାହାର ବହୁତ କମ୍ ପାର୍ଟ ରହିଛି । ଆସିଲେ ଏବଂ ଗଲେ । ଯେପରି ମଶା ସଦୃଶ ଜନ୍ମ ହେଲେ ଏବଂ ମଲେ । ଏମାନେ ତ ବାବାଙ୍କଠାରୁ ବର୍ସା ନେଉନାହାଁନ୍ତି । ବାବାଙ୍କଠାରୁ ବର୍ସା ନିଆଯାଇଥାଏ ପବିତ୍ରତା, ସୁଖ-ଶାନ୍ତିର । ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି । ବାବା ତ ନିରାକାର ଅଟନ୍ତି । ସେ ମଧ୍ୟ ଏହି ବ୍ରହ୍ମାଙ୍କ ମୁଖ ଦ୍ୱାରା ବୁଝାଉଛନ୍ତି । ଶିବବାବାଙ୍କର ମନ୍ଦିର ମଧ୍ୟ ବହୁତ ଉଚ୍ଚ-ଉଚ୍ଚ ତିଆରି କରୁଛନ୍ତି । ତୀର୍ଥ ମେଳା ଆଦିକୁ, କେତେ ଦୂର-ଦୂରକୁ ଯାଉଛନ୍ତି । ଉପରେ କୌଣସି ଜ୍ଞାନ ଅମୃତ ପିଇବା ପାଇଁ ରଖାଯାଇଛି କି! କେତେ ଖର୍ଚ୍ଚ କରୁଛନ୍ତି । ଗଭର୍ଣ୍ଣମେଣ୍ଟକୁ (ସରକାରୀଙ୍କୁ) ମଧ୍ୟ ତାଙ୍କ ପାଇଁ କେତେ ପ୍ରବନ୍ଧ ଆଦି କରିବାକୁ ପଡ଼ୁଛି । କେତେ ଅସୁବିଧା ହେଉଛି । ତୀର୍ଥକୁ ଛୋଟ ପିଲାଙ୍କୁ କିପରି ନେଇପାରିବେ । ସେଥିପାଇଁ ପିଲାମାନଙ୍କୁ କାହାକୁ ନା କାହାକୁ ସମ୍ଭାଳିବା ପାଇଁ ଦେଇଯାଇଥାନ୍ତି । ସାଥିରେ ନେଇ ନ ଥାନ୍ତି । ଦୁଇ ତିନି ମାସ ଯାତ୍ରା କରିଥାନ୍ତି । ତୁମେ ଏଠାକୁ ଆସୁଛ, ଏଠାରେ ବସି ଶୁଣିବାକୁ ହେବ, ପାଠ ପଢିବାକୁ ପଡ଼ିବ । ଛୋଟ ପିଲାମାନେ ତ ଶୁଣିବେ ନାହିଁ । ଏଠାକୁ ତୁମେ ଆସିଛ ହିଁ ଯୋଗ ଏବଂ ଜ୍ଞାନ ଶିଖିବା ପାଇଁ । ବାବା ବସି ଜ୍ଞାନ ଶୁଣାଉଛନ୍ତି ତେଣୁ କୌଣସି ଶବ୍ଦ ଆଦି ହେବା ଅନୁଚିତ୍ । ନଚେତ୍ ସେ ଆଡ଼କୁ ଧ୍ୟାନ ଯାଇଥାଏ । ଶାନ୍ତିରେ ବସି ଧ୍ୟାନ ଦେଇ ଶୁଣିବାକୁ ହେବ । ଯୋଗ ତ ବହୁତ ସହଜ । କିଛି ବି କର୍ମ କରୁଥାଉ, କିନ୍ତୁ ବୁଦ୍ଧିର ଯୋଗ ସେଠାରେ ଲାଗି ରହୁ । ବାବାଙ୍କ ୟାଦ ରହିବା ଦ୍ୱାରା ରୋଜଗାର ବହୁତ ଜବରଦସ୍ତ ହୋଇଥାଏ । ତୁମେ ଜାଣିଛ ସେଠାରେ ଆମେ ସଦା ସୁସ୍ଥ ରହିବୁ । ଏହିପରି ନିଜ ସହିତ କଥା ହେବା ଉଚିତ୍ । ବାବାଙ୍କ ସ୍ମୃତିରେ ରହି ଭୋଜନ ମଧ୍ୟ ନିଜ ହାତରେ ତିଆରି କରିବାକୁ ହେବ । ହାତ ଦ୍ୱାରା କାମ ମଧ୍ୟ କର, ବାକି ନିଜର ପିତାଙ୍କୁ ମନେ ପକାଉଥାଅ । ଏହା ଦ୍ୱାରା ତୁମର ବି କଲ୍ୟାଣ ହେବ ଏବଂ ସ୍ମୃତିରେ ରହିବା ଦ୍ୱାରା ସେହି ଜିନିଷ ମଧ୍ୟ ଭଲ ହେବ । ଏଠାରେ ତୁମକୁ ବିଶ୍ୱର ବାଦଶାହୀ ମିଳୁଛି । ତୁମେ ଏଠାକୁ ଲକ୍ଷ୍ମୀ-ନାରାୟଣ ହେବା ପାଇଁ ଆସିଛ । ସମସ୍ତେ କହୁଛନ୍ତି ଆମେ ସୂର୍ଯ୍ୟବଂଶୀ ହେବୁ । ତୁମେ ଜାଣିଛ ଯେ ଆମର ମମ୍ମା - ବାବା ଏହି ସମୟରେ ବ୍ରହ୍ମା-ସରସ୍ୱତୀ ହୋଇଛନ୍ତି । ପରଜନ୍ମରେ ସେମାନେ ଲକ୍ଷ୍ମୀ-ନାରାୟଣ ହେବେ । ଭବିଷ୍ୟତରେ କିଏ କ’ଣ ହେବେ, ଏହିପରି କାହାର ଜନ୍ମ ବିଷୟରେ ଜଣା ନ ଥାଏ । ନେହେରୁ ଯାଇ କ’ଣ ହେଲେ, କିଏ ଜାଣିଛି । ଆଚ୍ଛା କିଛି ଦାନ କରିଥିବେ ତ ଏଠାରେ ଭଲ କୁଳରେ ଜନ୍ମ ନେବେ । ଏବେ ତୁମେ ସବୁକିଛି ଜାଣି ଯାଇଛ । ବର୍ତ୍ତମାନ ଏହାଙ୍କର ନାମ ହେଲା - ଆଦି ଦେବ ବ୍ରହ୍ମା, ଆଦି ଦେବୀ ସରସ୍ୱତୀ । ସେହିମାନେ ପୁଣି ସ୍ୱର୍ଗର ମାଲିକ ହେବେ । ଆଚ୍ଛା ଏହାଙ୍କର ପିଲାମାନେ ମଧ୍ୟ ସାଥିରେ ଅଛନ୍ତି । ସେମାନେ ବି କହିବେ ଆମେ ସ୍ୱର୍ଗର ମାଲିକ ହେବୁ । ଏହା ତ ପକ୍କା ଅଟେ । ସୂକ୍ଷ୍ମବତନରେ ମଧ୍ୟ ତୁମେ ଦେଖୁଛ - ଦେବୀମାନଙ୍କ ମନ୍ଦିରରେ ବହୁତ ମେଳା ଲାଗିଥାଏ । ଜଗଦମ୍ବା ତ ଜଣେ, ତେବେ ତାଙ୍କର ଚେହେରା ବି ଏକ ହେବା ଦରକାର । ମମ୍ମାଙ୍କୁ ମଧ୍ୟ ତୁମେ ଦେଖୁଛ । ତୁମଭଳି ଚେହେରା ଅଛି କିନ୍ତୁ ତାଙ୍କର ନାମ ରଖିଦେଇଛନ୍ତି କନ୍ୟା-କୁମାରୀ ଅଧର କୁମାରୀ । ତୁମେ ଜାଣିଛ ଯେ ଏସବୁ ଆମେ ହିଁ ହେଉଛୁ, ଆମେ ସମସ୍ତେ ବ୍ରହ୍ମାକୁମାର-କୁମାରୀ ଅଟୁ । ଯୁଗଳ ମାନେ ମଧ୍ୟ କହୁଛନ୍ତି ଆମେ ବ୍ରହ୍ମା କୁମାର-କୁମାରୀ, ଏକମାତ୍ର ବାବାଙ୍କର ସନ୍ତାନ ଅଟୁ । ଏହା ତୁମର ହିଁ ସ୍ମୃତିଚିହ୍ନ ଅଟେ । ବାସ୍ତବରେ ତୁମେ ବସି ଏହି ଜ୍ଞାନ ଦେଉଛ, ଅର୍ଥ ସହିତ ଦିଲୱାଡ଼ା ମନ୍ଦିର ଅଛି । କିନ୍ତୁ ଏହାକୁ ତୁମେ ହିଁ ବୁଝାଇପାରିବ । ତୁମେ ଜାଣିଛ ଯେ ଆମେ ସ୍ୱର୍ଗର ସ୍ଥାପନା କରୁଛୁ, ରାଜଯୋଗ ଦ୍ୱାରା ଶ୍ରୀମତ ଆଧାରରେ ଭାରତକୁ ସ୍ୱର୍ଗ କରାଉଛୁ । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଜ୍ଞାନ ଏବଂ ଯୋଗ ଉପରେ ପୂରା-ପୂରା ଧ୍ୟାନ ଦେବାକୁ ହେବ । ଶୁଣିବା ସମୟରେ ବହୁତ ଶାନ୍ତି ଏବଂ ଏକାଗ୍ରଚିତ୍ତ୍ ହୋଇ ବସିବାକୁ ହେବ, କର୍ମଯୋଗୀ ମଧ୍ୟ ହେବକୁ ପଡ଼ିବ ।

(୨) ବାବା ଘରର ଯେଉଁ ରାସ୍ତା ବତାଇଛନ୍ତି, ତାହା ସମସ୍ତଙ୍କୁ ବତାଇବାକୁ ହେବ ! ସ୍ୱଦର୍ଶନ ଚକ୍ରଧାରୀ ହେବା ସହିତ ଜ୍ଞାନର ଶଙ୍ଖ ମଧ୍ୟ ବଜାଇବାକୁ ହେବ ।

ବରଦାନ:-
ମହାନ ଏବଂ ମେହମାନ ଅର୍ଥାତ୍ ଅତିଥି - ଏହି ଦୁଇଟି ସ୍ମୃତି ଦ୍ୱାରା ସର୍ବ ଆକର୍ଷଣ ଠାରୁ ମୁକ୍ତ ରହୁଥିବା ଉପରାମ ବା ସାକ୍ଷୀ ଭବ ।

ଉପରାମ ବା ସାକ୍ଷୀପଣିଆର ଅବସ୍ଥା ତିଆରି କରିବା ପାଇଁ ଦୁଇଟି କଥା ଧ୍ୟାନରେ ରହିବା ଦରକାର - ଗୋଟିଏ ହେଲା ମୁଁ ଆତ୍ମା ମହାନ ଆତ୍ମା ଅଟେ, ଦ୍ୱିତୀୟରେ ମୁଁ ଆତ୍ମା ଏବେ ଏହି ପୁରୁଣା ସୃଷ୍ଟିରେ ବା ଏହି ପୁରୁଣା ଶରୀରରେ ଅତିଥି ଅଟେ । ଏହି ଦୁଇଟି ସ୍ମୃତିରେ ରହିବା ଦ୍ୱାରା ସ୍ୱତଃ ଏବଂ ସହଜରେ ସମସ୍ତ ଦୋଷ ଦୁର୍ବଳତା ବା ମୋହର ଆକର୍ଷଣ ସମାପ୍ତ ହୋଇଯିବ । ନିଜକୁ ମହାନ ଆତ୍ମା ମନେ କରିବା ଦ୍ୱାରା ଯେଉଁ ସବୁ ସାଧାରଣ କର୍ମ ବା ସଂକଳ୍ପ ସଂସ୍କାରର ବଶୀଭୂତ ହୋଇଥିବା କାରଣରୁ ଆପେ ଆପେ ହୋଇଯାଉଛି, ସେଗୁଡିକ ପରିବର୍ତ୍ତିତ ହୋଇଯିବ । ମହାନ ଏବଂ ମେହମାନ ମନେ କରିଚାଲିବା ଦ୍ୱାରା ମହିମା ଯୋଗ୍ୟ ମଧ୍ୟ ହୋଇଯିବ ।

ସ୍ଲୋଗାନ:-
ସମସ୍ତଙ୍କର ଶୁଭଭାବନା ଏବଂ ସହଯୋଗର ବୁନ୍ଦା ଦ୍ୱାରା ବଡ କାର୍ଯ୍ୟ ମଧ୍ୟ ସହଜ ହୋଇଯାଏ ।

ଅବ୍ୟକ୍ତ ଈଶାରା:- ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।

ଶକ୍ତିଶାଳୀ ମନର ଲକ୍ଷଣ ହେଲା - ଗୋଟିଏ ସେକେଣ୍ଡ ଭିତରେ ଯେଉଁଠି ଇଚ୍ଛା ସେଠାରେ ପହଞ୍ଚି ଯାଇପାରୁ ଥିବ । ମନ ଯଦି ଉଡିବା ଶିଖିଗଲା, ଅଭ୍ୟାସ ହୋଇଗଲା, ତେବେ ଗୋଟିଏ ସେକେଣ୍ଡରେ ଯେଉଁଠି ଇଚ୍ଛା ସେଠାରେ ପହଞ୍ଚି ଯାଇ ପାରିବ । ଏବେ ଏବେ ସାକାର ବତନରେ, ଏବେ ଏବେ ପରମଧାମରେ, ସେକେଣ୍ଡର ଗତିରେ ଯାଇପାରିବ - ଏବେ ଏହି ଅଭ୍ୟାସକୁ ବଢାଅ, ଯାହାଦ୍ୱାରା ଯୋଗ ଶକ୍ତିଶାଳୀ ହୋଇଯିବ ।