22.08.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବିଶାଳ
ବୁଦ୍ଧି ହୋଇ ବିଶିଷ୍ଟ ଲୋକମାନଙ୍କର ମତାମତ ନେଇ ଅନେକ ଆତ୍ମାମାନଙ୍କର କଲ୍ୟାଣ କର, ତାଙ୍କଠାରୁ
ହଲ ଆଦି ନେଇ ଖୁବ୍ ପ୍ରଦର୍ଶନୀ ଲଗାଅ । ”
ପ୍ରଶ୍ନ:-
ଏବେ ତୁମର କେଉଁ
ସ୍ମୃତି ଆସିଯାଇଛି, ଯାହାକୁ ସ୍ମରଣ କଲେ କେବେ ଦୁଃଖୀ ହେବ ନାହିଁ?
ଉତ୍ତର:-
ଏବେ ତୁମର ସ୍ମୃତି ଆସିଛି ଯେ ଆମେ ପୂଜ୍ୟ ରାଜା ଥିଲୁ, ପୁଣି ରଙ୍କ ଅର୍ଥାତ୍ ଭିକାରୀ ହୋଇଯାଇଛୁ
। ଏବେ ପୁନର୍ବାର ବାବା ଆମକୁ ରାଓ ଅର୍ଥାତ୍ ରାଜା କରାଉଛନ୍ତି । ବାବା ଏବେ ଆମକୁ ସାରା ବିଶ୍ୱର
ସମାଚାର ଶୁଣାଉଛନ୍ତି, ଆମେ ବିଶ୍ୱର ଇତିହାସ-ଭୂଗୋଳକୁ ଜାଣିଗଲୁଣି । ଏହିସବୁ ଜ୍ଞାନକୁ ସ୍ମରଣ
କରିଚାଲ, ତେବେ କେବେ ବି ନିଜକୁ ଦୁଃଖୀ ବୋଲି ଅନୁଭବ ହେବ ନାହିଁ । ସର୍ବଦା ଖୁସିରେ ରହିବ ।
ଗୀତ:-
ନୟନହୀନ କୋ ରାହ
ବତାଓ ପ୍ରଭୁ....
ଓମ୍ ଶାନ୍ତି ।
ବିଗିଡି ଯାଇଥିବା ମିଠା-ମିଠା ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ । ପିଲାମାନେ ଜାଣିଛନ୍ତି ଯେ
ବାବାଙ୍କ ସହିତ ମିଶିବା ଅଥବା ବାବାଙ୍କଠାରୁ ସମ୍ପତ୍ତିର ଅଧିକାର ନେବା ବହୁତ ସହଜ । ଗାୟନ ମଧ୍ୟ
ରହିଛି ବାବାଙ୍କଠାରୁ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତିର ସମ୍ପତ୍ତି ମିଳୁଛି । ଜୀବନମୁକ୍ତି
ଅର୍ଥାତ୍ ସୁଖ-ଶାନ୍ତି-ସମ୍ପତ୍ତି ଆଦିର ବର୍ସା । ଜୀବନମୁକ୍ତି ଓ ଜୀବନବନ୍ଧ ଦୁଇଟି ଶବ୍ଦ ରହିଛି
। ପିଲାମାନେ ଜାଣିଛନ୍ତି ବର୍ତ୍ତମାନ ଭକ୍ତିମାର୍ଗ ଓ ରାବଣ ରାଜ୍ୟ ହୋଇଥିବାରୁ ସମସ୍ତେ ଜୀବନ
ବନ୍ଧନରେ ଅଛନ୍ତି । ବାବା ଆସି ବନ୍ଧନରୁ ମୁକ୍ତ କରି, ସମ୍ପତ୍ତି ଦେଉଛନ୍ତି । ଯେପରି ପିଲା ଜନ୍ମ
ହେଲେ ମାତା-ପିତା, ମିତ୍ର-ସମ୍ବନ୍ଧୀ ଆଦି ବୁଝିଯାଆନ୍ତି ଯେ ଉତ୍ତରାଧିକାରୀ ଜନ୍ମ ହେଲା । ଏହିକଥା
ବୁଝିବା ଯେପରି ସହଜ ଅଟେ, ସେହିପରି ତାହା ମଧ୍ୟ ସହଜ, ପିଲାମାନେ କହୁଛନ୍ତି ବାବା କଳ୍ପ ପୂର୍ବ
ସଦୃଶ ଆପଣ ଆସି ଆମକୁ ମିଳିଛନ୍ତି । ଆପଣଙ୍କଠାରୁ ହିଁ ସହଜରେ ସମ୍ପତ୍ତି ପାଇବାର ରାସ୍ତା ମିଳିଛି
। ଏକଥା ତ ପ୍ରତ୍ୟେକ ଜାଣିଛନ୍ତି ଯେ ନୂଆ ସୃଷ୍ଟିର ରଚୟିତା ଭଗବାନ ହିଁ ଅଟନ୍ତି । ସେ ଆମକୁ
ଧକ୍କା ଖାଇବାରୁ ରକ୍ଷା କରୁଛନ୍ତି । କାଲି ଭକ୍ତି କରୁଥିଲୁ, ଆଜି ବାବାଙ୍କଠାରୁ ସହଜ ଜ୍ଞାନ ଓ
ରାଜଯୋଗର ରାସ୍ତା ମିଳିଛି । ପିଲାମାନେ ନିଜର ଅନୁଭବ ଶୁଣାଉଛନ୍ତି କି ଆମେ ବି.କେ.ଙ୍କ ଠାରୁ
ଶୁଣିଲୁ ଯେ ଦୁଇଜଣ ପିତା ରହିଛନ୍ତି । ତୁମ ବ୍ୟତୀତ ଏକଥା କେହି ମୁଖରେ କହିପାରିବେ ନାହିଁ ଯେ
ଦୁଇଜଣ ପିତା ଅଛନ୍ତି । ତୁମର ପ୍ରତ୍ୟେକ କଥା ୱାଣ୍ଡରଫୁଲ ଅର୍ଥାତ୍ ଆଶ୍ଚର୍ଯ୍ୟଜନକ ଅଟେ । ଏବେ
ସ୍ମୃତିରେ ଆସୁଛି ଯିଏ ଏଠାକାର ହୋଇଥିବେ ତାଙ୍କର ତୁରନ୍ତ ସ୍ମୃତିରେ ଆସିଯିବ । ହଁ, ସ୍ମୃତିରେ
ଯେଉଁମାନେ ଆସିଛନ୍ତି ସେମାନଙ୍କୁ ମଧ୍ୟ ମାୟା କେବେ କେବେ ଜୋରରେ ଚାପୁଡ଼ା ଲଗାଇ ବିସ୍ମୃ୍ତ କରି
ଦେଇଥାଏ । ଏଥିରେ ପିଲାମାନଙ୍କୁ ବହୁତ ଖବରଦାର ରହିବାକୁ ହେବ । ସ୍ମୃତି ତ ବାବା ଦେଇଛନ୍ତି ।
ପବିତ୍ରତାର କଙ୍କଣ ମଧ୍ୟ ସଶକ୍ତ ଭାବେ ବାନ୍ଧିବାକୁ ହେବ । ରକ୍ଷା ବନ୍ଧନର ରହସ୍ୟ କ’ଣ, ତାହା ତ
ତୁମେ ଏବେ ଜାଣୁଛ, କିଏ ଏହି ପ୍ରତିଜ୍ଞା କରାଇଛନ୍ତି । କାମ ବିକାର ତ ମହାଶତ୍ରୁ ଅଟେ । ବାବା
କହୁଛନ୍ତି - ମୋ ସାଥୀରେ ପ୍ରତିଜ୍ଞା କର ଯେ କେବେ ହେଲେ ପତିତ ହେବି ନାହିଁ ଏବଂ ମୋତେ ଅର୍ଥାତ୍
ବାବାଙ୍କୁ ମନେ ପକାଇଲେ ଅଧାକଳ୍ପର ପାପ ଜଳି ଭସ୍ମ ହୋଇଯିବ । ବାବା ଗ୍ୟାରେଣ୍ଟି ଦେଉଛନ୍ତି
କିନ୍ତୁ ଏକଥା ତ ସନ୍ତାନମାନେ ମଧ୍ୟ ବୁଝିଛନ୍ତି - ବାବା ଗ୍ୟାରେଣ୍ଟି ଦେଉଛନ୍ତି, ତେବେ ଏହିକଥା
ତ ଠିକ୍ ଅଟେ ନା । ବଣିଆମାନେ କ’ଣ ଗ୍ୟାରେଣ୍ଟି ଦେବେ ଯେ ଆମେ ପୁରୁଣା ଅଳଙ୍କାରକୁ ନୂଆ କରିଦେବୁ
। ଏହା ତ ତାଙ୍କର କାମ ଅଟେ । ନିଆଁରେ ପକାଇବା ଦ୍ୱାରା ନିଶ୍ଚୟ ତାହା ଖାଣ୍ଟି ସୁନା ହୋଇଯିବ ।
ତେଣୁ ବାବା ବୁଝାଉଛନ୍ତି - ଆତ୍ମାରେ ହିଁ ଖାଦ ପଡ଼ିଛି । କିପରି ସତ୍ତ୍ୱ-ରଜୋ-ତମୋରେ ଆସୁଛନ୍ତି -
ଏହା ବହୁତ ସହଜ ଅଟେ । ଚିତ୍ର ମଧ୍ୟ ଏଇଥିପାଇଁ ତିଆରି କରାଯାଇଛି ଯେ ଏହା ଉପରେ ସହଜରେ
ବୁଝାଇପାରିବ । ୟୁନିଭରସିଟୀ, କଲେଜ ଆଦିରେ ମଧ୍ୟ ଅନେକ ପ୍ରକାରର ମାନଚିତ୍ର ରହିଥାଏ ନା ।
ସେହିପରି ଏହା ମଧ୍ୟ ତୁମର ମାନଚିତ୍ର ଅଟେ । ତୁମେ ମଧ୍ୟ ଭଲ ଭାବରେ କାହାକୁ ବୁଝାଇପାରିବ ।
ଜ୍ଞାନ ସାଗର ପତିତ-ପାବନ ବାବା ହିଁ ଆସି ଏହି ରାସ୍ତା ବତାଉଛନ୍ତି । ଆଉ କେହି ପତିତକୁ ପାବନ
କରିପାରିବେ ନାହିଁ । ସମସ୍ତେ ନୟନହୀନ ଦୁଃଖୀ ମନୁଷ୍ୟ ଅଟନ୍ତି । ତୁମେ ସନ୍ତାନମାନେ ଜାଣିଛ
ପ୍ରଥମ ଦୁଇଟି ଯୁଗରେ ଦୁଃଖ ରହିବ ନାହିଁ । ସେଠାରେ ଭକ୍ତି ମଧ୍ୟ ରହିବ ନାହିଁ । ତାହା ହେଉଛି
ସ୍ୱର୍ଗ । ଭାରତର ବର୍ତ୍ତମାନ ସମୟର ମନୁଷ୍ୟ ଓ ପ୍ରାଚୀନ ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଭେଦ ରହିଛି
ନା । କିନ୍ତୁ ଏକଥା ଆଉ କେହି ବୁଝୁନାହାଁନ୍ତି । କେତେ ପୂଜା ଚାଲିଛି । ଯିଏ ଯେତେ ବଡ଼ ସାହୁକାର
ସେ ସେତେ ଭଲ ଅଳଙ୍କାର ଦେବୀ-ଦେବତାମାନଙ୍କୁ ପିନ୍ଧାଇଥା’ନ୍ତି । ବ୍ରହ୍ମାବାବା ନିଜେ ଏ ସବୁର
ଅନୁଭବୀ ଅଟନ୍ତି । ବମ୍ବେରେ ଥିବା ଲକ୍ଷ୍ମୀ-ନାରାୟଣ ମନ୍ଦିରର ଟ୍ରଷ୍ଟି ଲକ୍ଷ୍ମୀ-ନାରାୟଣଙ୍କ
ପାଇଁ ହୀରାର ହାର ତିଆରି କରାଇଥିଲେ । ବାବାଙ୍କର ସେହି ଟ୍ରଷ୍ଟିଙ୍କର ନାମ ମଧ୍ୟ ମନେ ଅଛି ।
ପ୍ରଥମେ ଶିବବାବାଙ୍କ ମନ୍ଦିର ତିଆରି କଲେ, ତାଙ୍କୁ ବହୁତ ସଜାଉଥିଲେ ପରେ ଦେବତାମାନଙ୍କର ତିଆରି
କଲେ, ତେବେ ଲକ୍ଷ୍ମୀ-ନାରାୟଣଙ୍କୁ ବି କେତେ ଅଳଙ୍କାର ପିନ୍ଧାଇଲେ । ସେ ସମୟରେ ମନ୍ଦିରମାନଙ୍କରେ
କେତେ ଧନ ସମ୍ପତ୍ତି ରହିଥିବ । ମହମ୍ମଦ ଗଜନୀ କେତେ ଓଟ ଭରି କରି ନେଇଗଲେ । ଭାରତରେ କେତେ
ଅସରନ୍ତି ଧନ ଥିଲା । ଏବେ ତୁମେ ଯଥାର୍ଥ ଭାବେ ବୁଝୁଛ । ଆମର ଭାରତ କ’ଣ ଥିଲା! ଆମ ଭାରତରେ
କୁବେରର ସମ୍ପତ୍ତି ଥିଲା । ହୀରା-ନୀଳାର ମନ୍ଦିର ତିଆରି କରୁଥିଲେ । ଏବେ ସେହି ଜିନିଷ ସବୁ ନାହିଁ,
ସବୁ ଲୁଟି କରି ନେଇଗଲେ । ଏବେ ତ ଏହାର ଅବସ୍ଥା କ’ଣ ହୋଇଯାଇଛି ।
ତୁମେ ହିଁ ପୂଜ୍ୟ ରାଜା ଥିଲ, ପୁଣି ତୁମେ ହିଁ ୮୪ ଜନ୍ମ ନେଇ ପୂରା ଭିକାରୀ ହୋଇଯାଇଛ । ଏହିପରି
କଥା ସବୁ ଘଡ଼ିକୁ-ଘଡ଼ି ସ୍ମରଣ କରିବା ଦରକାର । ତେବେ କେବେହେଲେ ବି ତୁମେ ନିଜକୁ ଦୁଃଖୀ ବୋଲି
ଭାବିବ ନାହିଁ । ହୃଦୟରେ ସ୍ମରଣ କରିବା ଉଚିତ୍, ଆମେ ବାବାଙ୍କଠାରୁ କ’ଣ ନେଉଛୁ । ବାବା ଆସି
ଆମକୁ ସାରା ବିଶ୍ୱର ସମାଚାର ଶୁଣାଉଛନ୍ତି । ଏହି ବିଶ୍ୱର ଇତିହାସ-ଭୂଗୋଳକୁ କେହି ହେଲେ ବି
ଜାଣିନାହାଁନ୍ତି । ତୁମେ ଜାଣିଛ ପ୍ରଥମେ ଏକ ଧର୍ମ, ଏକ ରାଜ୍ୟ, ଏକ ମତ, ଏକ ଭାଷା ଥିଲା । ସମସ୍ତେ
ସୁଖୀ ଥିଲେ । ପରେ ଏମାନେ ପରସ୍ପର ମଧ୍ୟରେ ଲଢେଇ-ଝଗଡ଼ା ଇତ୍ୟାଦିରେ ଲାଗିଗଲେ ଏବଂ ଭାରତ
ଖଣ୍ଡ-ଖଣ୍ଡ ହେବାକୁ ଲାଗିଲା । ଆଗରୁ ଏପରି ନ ଥିଲା । ସେଠାରେ ଅର୍ଥାତ୍ ସ୍ୱର୍ଗରେ କୌଣସି
ପ୍ରକାରର ଦୁଃଖ ନ ଥିଲା । ରୋଗର ଚିହ୍ନ ବର୍ଣ୍ଣ ନ ଥିଲା । ତା’ର ନାମ ହିଁ ହେଉଛି ସ୍ୱର୍ଗ ।
ତୁମର ଏବେ ମନେ ପଡୁଛି । ବାସ୍ତବରେ କଳ୍ପ କଳ୍ପ ଆମର ବିସ୍ମୃତି ହୋଇଯାଉଛି, ପୁଣି ସ୍ମୃତି ଆସୁଛି
। ପ୍ରଥମେ ଗୋଟିଏ ହିଁ ଭୁଲ୍ ହୋଇଛି ଯେ ରଚୟିତା ଓ ରଚନାକୁ ଭୁଲିଯାଇଛୁ । ଏବେ ତୁମେ
ଆଦି-ମଧ୍ୟ-ଅନ୍ତର ଜ୍ଞାନକୁ ଜାଣୁଛ । ସତ୍ୟଯୁଗରେ ମଧ୍ୟ ଏହି ଜ୍ଞାନ ରହିବ ନାହିଁ । ତାହା ହେଲେ
ପୁଣି ଏହି ଜ୍ଞାନ ପରମ୍ପରା ଅନୁସାରେ କିପରି ଚାଲିପାରିବ । ସେତେବେଳେ ତ ରାଜାମାନେ ମୁଖ୍ୟ ହେବେ
। ଋଷି-ମୁନି ଆଦି ରହିବେ ନାହିଁ । ସେମାନେ ତ ଦ୍ୱାପରରୁ ଆସୁଛନ୍ତି । ଋଷି-ମୁନି ଆଦିଙ୍କୁ
ଖାଦ୍ୟ-ପାନୀୟ ମଧ୍ୟ ରାଜାଙ୍କଠାରୁ ମିଳିଥାଏ । ରାଜାମାନେ ତାଙ୍କର ଦାୟିତ୍ୱ ନିଅନ୍ତି କାହିଁକିନା
ସେମାନେ ସନ୍ନ୍ୟାସ କରିଛନ୍ତି ନା । ପ୍ରାଚୀନ ଭାରତର ପ୍ରାଚୀନ ରାଜଯୋଗର ଗାୟନ ରହିଛି । କିନ୍ତୁ
ପ୍ରାଚୀନ ଋଷି-ମୁନି ବୋଲି କୁହାଯିବ ନାହିଁ । ସେମାନେ ଦ୍ୱାପରରୁ ଆସୁଛନ୍ତି । ସେମାନେ
ରାଜାମାନଙ୍କର ଆଧାରରେ ଚାଲିଥା’ନ୍ତି । ଋଷି-ମୁନିମାନେ କହନ୍ତି ଆମେ ରଚୟିତା ଓ ରଚନାକୁ ଜାଣିନାହୁଁ
। ବାବା କହୁଛନ୍ତି - ନିଜେ ରାଜାମାନେ ମଧ୍ୟ ଏକଥା ଜାଣିନାହାଁନ୍ତି । ଏହି ଦୁନିଆରେ କେହି ହେଲେ
ବି ଏହି ଜ୍ଞାନକୁ ଜାଣିନାହାଁନ୍ତି । ଏବେ ତୁମେ ସନ୍ତାନମାନେ ବୁଦ୍ଧିମାନ ହୋଇଛ । ଯେଉଁମାନେ
ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ତିଆରି କରୁଛନ୍ତି, ତାଙ୍କୁ ତୁମେ ଲେଖି ପାରିବ ଯେ ଏତେ
ଲକ୍ଷ-ଲକ୍ଷ ଟଙ୍କା ଖର୍ଚ୍ଚ କରି ମନ୍ଦିର ତିଆରି କରୁଛନ୍ତି କିନ୍ତୁ ତାଙ୍କର ଜୀବନ କାହାଣୀ ବିଷୟରେ
ଆପଣଙ୍କୁ ଜଣା ଅଛି କି? ଏମାନେ ରାଜ୍ୟ କିପରି ପାଇଥିଲେ ପୁଣି କୁଆଡ଼େ ଚାଲିଗଲେ? ଏବେ କେଉଁଠି
ଅଛନ୍ତି, ଆମେ ଆପଣଙ୍କୁ ସବୁ ରହସ୍ୟ କହିପାରିବୁ । ତାଙ୍କୁ ଏହିପରି ଲେଖିପାରିବ । ତୁମେ ପିଲାମାନେ
ତ ପ୍ରତ୍ୟେକଙ୍କର ଜୀବନ କାହାଣୀକୁ ଜାଣି ସାରିଛ, ତେଣୁ କାହିଁକି ଲେଖିବ ନାହିଁ । ଆମକୁ ସମୟ ଦେଲେ
ଆମେ ଜଣ-ଜଣଙ୍କର ଜୀବନ କାହାଣୀ ବତାଇବୁ । ଯେଉଁମାନେ ଶିବଙ୍କର ମନ୍ଦିର ତିଆରି କରୁଛନ୍ତି ତାଙ୍କୁ
ମଧ୍ୟ ତୁମେ ଲେଖିପାରିବ । ବନାରସରେ ଶିବଙ୍କର କେତେ ବଡ଼ ମନ୍ଦିର ରହିଛି । ସେଠାରେ ମଧ୍ୟ
ଟ୍ରଷ୍ଟିର ଲୋକମାନେ ଥିବେ । ବିଶିଷ୍ଟ ଲୋକମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିବା ଦରକାର । ବଡ଼
ଲୋକମାନେ ବୁଝିଗଲେ ତାଙ୍କ କଥାରେ ବହୁତ ଶକ୍ତି ଥାଏ । ଗରିବ ଲୋକେ ତାଙ୍କ କଥାକୁ ତୁରନ୍ତ
ଶୁଣିଥା’ନ୍ତି । ତେବେ ବିଶିଷ୍ଟ ବ୍ୟକ୍ତିମାନଙ୍କର ସାହାଯ୍ୟ ନେବାକୁ ହେବ । ବଡ଼ମାନଙ୍କର ହିଁ
ମତାମତ ଲେଖାଇବାକୁ ହେବ କାହିଁକିନା ତାଙ୍କର ମତ ମଧ୍ୟ ବହୁତ ସାହାଯ୍ୟ କରିଥାଏ । ବାସ୍ତବରେ
ସେମାନେ ଏତେ ସ୍ୱର ଉଠାଇ ନ ଥାନ୍ତି ଯେତିକି ଉଠାଇବା ଦରକାର । ତୁମେ ପ୍ରେସିଡ଼େଣ୍ଟ ଅର୍ଥାତ୍
ରାଷ୍ଟ୍ରପତି ଆଦିଙ୍କୁ ମଧ୍ୟ ବୁଝାଉଛ, ସେମାନେ ଭଲ ବୋଲି ମଧ୍ୟ କହୁଛନ୍ତି । ମୁଖ୍ୟମନ୍ତ୍ରୀ,
ରାଜ୍ୟପାଳ ଆଦି ଉଦ୍ଘାଟନ କରୁଛନ୍ତି - ଲେଖୁଛନ୍ତି ଏହି ବି.କେ. ଈଶ୍ୱର ପ୍ରାପ୍ତିର ବହୁତ ସହଜ
ରାସ୍ତା ବତାଉଛନ୍ତି । କିନ୍ତୁ ଈଶ୍ୱର କେଉଁ ପ୍ରକାରର ଜିନିଷ, ଏକଥା ସେମାନେ କିଛି ହେଲେ
ବୁଝୁନାହାଁନ୍ତି । କେବଳ ସେହି ସମୟରେ କହିଦେଉଛନ୍ତି ରାସ୍ତା ବହୁତ ଭଲ । ଶାନ୍ତି ମିଳିବାର
ମାର୍ଗ ବହୁତ ଭଲ । କିନ୍ତୁ ନିଜେ ବୁଝୁନାହାଁନ୍ତି ।
ବାବା ବଡ଼ମାନଙ୍କୁ ବୁଝାଇବା ପାଇଁ ମଧ୍ୟ କହୁଛନ୍ତି । ବଡ଼-ବଡ ବ୍ୟକ୍ତିଙ୍କଠାରୁ ବଡ ବଡ ପ୍ରସିଦ୍ଧ
ହଲ ଅର୍ଥାତ୍ ସଭାଗୃହ ନିଅ । କୁହ, ଆମେ ସବୁ ମନୁଷ୍ୟମାନଙ୍କର କଲ୍ୟାଣ ନିମନ୍ତେ ଏହି ପ୍ରଦର୍ଶନୀ
ସବୁ ସମୟ ପାଇଁ ରଖିବାକୁ ଚାହୁଁଛୁ, କେବଳ ପ୍ରଚାର କରିବାକୁ ହେବ । ଏହିପରି ୫୦ ଅଥବା ୧୦୦ଟି ହଲ
ନେବା ଦରକାର । ଭାରତ ତ ବିଶାଳ ଅଟେ ନା । ଗୋଟିଏ-ଗୋଟିଏ ସହରରେ ୧୦-୧୨ଟି ହଲ ନିଅ । ଖବର କାଗଜରେ
ବାହାରି ଯାଉ ଯେ ଏତେ ହଲରେ ପ୍ରଦର୍ଶନୀ ହେଉଛି । ଯାହାଙ୍କର ବୁଝିବାର ଅଛି ଆସି ବୁଝ । ଯାହା
ଦ୍ୱାରା ଅନେକଙ୍କର କଲ୍ୟାଣ ହୋଇଯିବ । ପିଲାମାନଙ୍କୁ ବହୁତ ବିଶାଳ ବୁଦ୍ଧି ହେବାକୁ ପଡିବ ।
ପିଲାମାନଙ୍କୁ ହିଁ ସେବା କରିବାକୁ ପଡ଼ିବ ନା । ବାବା ସବୁ ସନ୍ତାନମାନଙ୍କୁ କହୁଛନ୍ତି ପ୍ରଦର୍ଶନୀ
ବହୁତ ଜୋର ସୋରରେ କର । ବାବା ପ୍ରସ୍ତୁତି କରାଉଛନ୍ତି । ପିଲାମାନେ ଚେଷ୍ଟା କରିବା ଉଚିତ୍, ଏ
ସବୁ ବୁଝିବାର କଥା । ଭଗବାନ ଆସି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ପ୍ରଜାଙ୍କର ରଚନା କରୁଛନ୍ତି
। ତେବେ ନିଶ୍ଚିତ କେତେ ବ୍ରାହ୍ମଣ ରଚନା କରିଥିବେ । ଏବେ ପୁନର୍ବାର ରଚନା କରୁଛନ୍ତି । ଅନେକ
ବ୍ରାହ୍ମଣ-ବ୍ରାହ୍ମଣୀ ଅଛନ୍ତି । ବାବା ସଙ୍ଗମ ଯୁଗରେ ଏହି ବ୍ରାହ୍ମଣ ଧର୍ମର ରଚନା କରୁଛନ୍ତି ।
ତୁମେ ବାସ୍ତବରେ ଦେଖୁଛ ଓ ବୁଝୁଛ । ଏହି କଥା କୌଣସି ଶାସ୍ତ୍ରରେ ନାହିଁ । ତୁମେ ପିଲାମାନେ
ଜାଣିଛ ଯେ, ଯେତେବେଳେ ପତିତ ଦୁନିଆକୁ ପାବନ କରିବାକୁ ହୁଏ, ସେତେବେଳେ ବାବା ଆସିଥା’ନ୍ତି । ଏକଥା
ମଧ୍ୟ ଜାଣିଛ ପରମାତ୍ମା, ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ହିଁ ରଚନା କରୁଛନ୍ତି । କିନ୍ତୁ କେବେ
ରଚନା କରୁଛନ୍ତି ଏକଥା ଅନ୍ୟମାନେ ବୁଝୁନାହାଁନ୍ତି । ସେମାନେ ଭାବୁଛନ୍ତି କୌଣସି ନୂଆ ବିଶ୍ୱ ରଚନା
କରୁଥିବେ । ବ୍ରହ୍ମାଙ୍କୁ ତ ସୂକ୍ଷ୍ମବତନରେ ଅଛନ୍ତି ବୋଲି ଭାବୁଛନ୍ତି । ଏବେ ତୁମେ ଜାଣୁଛ
ପ୍ରଜାପିତା ବ୍ରହ୍ମା ତ ଏହିଠାରେ ଅଛନ୍ତି । ତୁମେ ସୂକ୍ଷ୍ମ ବତନକୁ ଯାଉଛ । ପବିତ୍ର ହୋଇ ତୁମେ
ପୁଣି ଫରିସ୍ତା ଅର୍ଥାତ୍ ପରୀ ସଦୃଶ ହୋଇଯାଉଛ, ଏ ସବୁର ସାକ୍ଷାତ୍କାର କରୁଛ । ଏହିସବୁ କଥା
ପିଲାମାନେ ଆସି ଶୁଣାଉଛନ୍ତି ଯେ ସେଠାରେ ଅର୍ଥାତ୍ ସୂକ୍ଷ୍ମବତନରେ ମୁବି ଅର୍ଥାତ୍ ଶବ୍ଦ ବିହୀନ
ଚଳନଶୀଳ କାର୍ଯ୍ୟ ଚାଲିଛି । ତାହା ହେଉଛି ଶବ୍ଦ ବିହୀନ ଚଳନଶୀଳ ଦୁନିଆ, ତୁମେ ଶବ୍ଦବିହୀନ
ଚଳନଶୀଳ ସିନେମା ମଧ୍ୟ ଦେଖିଥିଲ । ଏବେ ବାସ୍ତବରେ ସବୁ କଥାକୁ ତୁମେ ଜାଣିସାରିଛ । ମୂଳବତନ ହେଉଛି
ଶାନ୍ତିପୂର୍ଣ୍ଣ ଦୁନିଆ, ସେଠାରେ ଆତ୍ମାମାନେ ରହିଥା’ନ୍ତି । ସୂକ୍ଷ୍ମବତନରେ ସୂକ୍ଷ୍ମ ଶରୀର
ମଧ୍ୟ ରହିଛି । ତେବେ ନିଶ୍ଚୟ ସେଠାରେ କିଛି ଭାଷା ମଧ୍ୟ ଥିବ । ତୁମମାନଙ୍କ ବୁଦ୍ଧିରେ ଅଛି ଆମ
ଆତ୍ମାମାନଙ୍କ ନିବାସ ସ୍ଥାନ ହେଉଛି ଶାନ୍ତିଧାମ, ପୁଣି ହେଉଛି ସୂକ୍ଷ୍ମବତନ, ସେଠାରେ ବ୍ରହ୍ମା
ବିଷ୍ଣୁ ଶଙ୍କର ରହିଥାନ୍ତି ଏବଂ ଏହା ହେଉଛି କଳିଯୁଗ ଓ ସତ୍ୟଯୁଗର ସଙ୍ଗମ ସମୟ । ଏଠାକୁ ବାବା
ଆସୁଛନ୍ତି, ଏଠାରୁ ତୁମେ ବ୍ରାହ୍ମଣମାନେ ଯାଉଛ । ପିତୃଗୃହ ଓ ଶ୍ୱଶୂରଘର ରହିଛି ନା । ଏଠାରେ
ତୁମର ଦୁଇଜଣ ପିତା ଅଟନ୍ତି । ବାପଦାଦା ଉଭୟ ଚେଷ୍ଟା କରୁଛନ୍ତି ପିଲାମାନଙ୍କୁ ଗୁଲ୍ଗୁଲ୍ ଫୁଲ
କରିବା ପାଇଁ । ମୁସଲମାନମାନେ ମଧ୍ୟ କହୁଛନ୍ତି ଗାର୍ଡ଼ନ ଅଫ ଆଲ୍ଲା ଅର୍ଥାତ୍ ଭଗବାନଙ୍କ ବଗିଚା ।
କରାଚୀରେ ଜଣେ ମୁସଲମାନ ଥିଲା, ସେ ସମ୍ମୁଖରେ ଛିଡ଼ା ହେଉଥିଲା । ଦେଖି-ଦେଖି ତଳେ ପଡ଼ିଯାଉଥିଲା,
ପଚାରିଲେ କହୁଥିଲା ମୁଁ ଖୁଦାଙ୍କ ବଗିଚାକୁ ଗଲି, ସେ ମୋତେ ଫୁଲ ଦେଲେ । ତେବେ ତା’ର ତ ଜ୍ଞାନ ନ
ଥିଲା । ଏବେ ତୁମେ ଜାଣୁଛ ଯେ ବଗିଚା କାହାକୁ କୁହାଯାଉଛି । ଏହା ହେଉଛି କଣ୍ଟାର ଜଙ୍ଗଲ ଏବଂ ତାହା
ହେଲା ଫୁଲର ବଗିଚା । ତୁମ ବୁଦ୍ଧିରେ ସମସ୍ତ ରହସ୍ୟ ରହିଛି । ସତ୍ୟଯୁଗ ଓ କଳିଯୁଗ କ’ଣ । ତୁମେ
ବହୁତ ଖୁସି ହେବା ଉଚିତ୍ । ତୁମ ବୁଦ୍ଧିରେ ସାରା ଚକ୍ର ରହିଛି । ଏହାର ତ ବହୁତ ବିସ୍ତାର ରହିଛି
। ଏହିସବୁ କଥା ତୁମ ବୁଦ୍ଧିରେ କେତେ ସୂକ୍ଷ୍ମ ଭାବେ ରହିଛି ।
ତୁମେ ସନ୍ତାନମାନେ ରଚୟିତା ବାବାଙ୍କ ଦ୍ୱାରା ରଚୟିତା ଓ ରଚନାକୁ ଜାଣୁଛ । ବ୍ରାହ୍ମାଙ୍କୁ ରଚୟିତା
କୁହାଯିବ ନାହିଁ । ରଚୟିତା ଜଣେ ଅଟନ୍ତି - ସମର୍ପଣ ମଧ୍ୟ ଜଣଙ୍କର ଅଟେ । ପ୍ରଥମେ-ପ୍ରଥମେ ରଚନା
ବ୍ରହ୍ମାଙ୍କର ପୁଣି କୃଷ୍ଣଙ୍କର ହେଉଛି ବୋଲି କୁହାଯିବ । ବ୍ରହ୍ମା ତ ଅଛନ୍ତି, ବ୍ରାହ୍ମଣ ମଧ୍ୟ
ନିଶ୍ଚୟ ଆବଶ୍ୟକ । ପାଣ୍ଡବମାନଙ୍କୁ ବ୍ରାହ୍ମଣ ବୋଲି ବୁଝାଯିବ ନାହିଁ । ବ୍ରହ୍ମାଙ୍କ ଦ୍ୱାରା
ରଚିତ ବ୍ରାହ୍ମଣ ଦରକାର । ଏହା ହେଉଛି ରୁହାନୀ ଯଜ୍ଞ, ଏହାକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଉଛି ।
ଆତ୍ମାମାନଙ୍କୁ ସେହି ବାବା ହିଁ ଜ୍ଞାନ ଦେବେ । ତୁମେ ଜାଣିଛ ଆମକୁ କୌଣସି ମନୁଷ୍ୟ ପାଠ
ପଢାଉନାହାଁନ୍ତି । ସବୁ ଆତ୍ମାମାନଙ୍କୁ ବାବା ପାଠ ପଢାଉଛନ୍ତି । ସମସ୍ତେ ମଧ୍ୟ କହନ୍ତି
ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା । କୃଷ୍ଣଙ୍କ ଦ୍ୱାରା ସ୍ଥାପନା କୁହାଯିବ ନାହିଁ । ତାହା ତ
ହୋଇପାରିବ ନାହିଁ । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କିଏ କରାଉଛନ୍ତି? କ’ଣ କୃଷ୍ଣ? ନା, ପରମପିତା
ପରମାତ୍ମା କରୁଛନ୍ତି । ବିଷ୍ଣୁଙ୍କ ଦ୍ୱାରା ପାଳନା ହେଉଛି । ବ୍ରହ୍ମା ଓ ବିଷ୍ଣୁଙ୍କର କେତେ
ଅଭିନୟ ରହିଛି । ବ୍ରହ୍ମା ମୁଖବଂଶାବଳୀମାନେ ହିଁ ଯାଇ ବିଷ୍ଣୁପୁରୀର ଦେବତା ହେଉଛନ୍ତି ।
ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା ହେଉଛନ୍ତି । ଏକଥା ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି ।
ବ୍ରହ୍ମାରୁ ବିଷ୍ଣୁ ହେବାରେ ଏକ ସେକେଣ୍ଡ, ବିଷ୍ଣୁରୁ ବ୍ରହ୍ମା ହେବାରେ ୮୪ ଜନ୍ମ ଲାଗୁଛି । ଏହା
କେତେ ଆଶ୍ଚର୍ଯ୍ୟଜନକ କଥା । ଏକଥା କେହି ହେଲେ ବି ବୁଝିପାରିବେ ନାହିଁ । ଏହା ହେଉଛି ସୀମୀତ କଥା
। ବେହଦର ବାବାଙ୍କଠାରୁ ବେହଦର ପାଠ ପଢି ବେହଦର ରାଜ୍ୟ ନେବାକୁ ହେବ । ସୃଷ୍ଟିଚକ୍ରକୁ ଜାଣିବାକୁ
ହେବ । ଆତ୍ମା ହିଁ ଶରୀର ଦ୍ୱାରା ଜାଣୁଛି । ଏପରି ନୁହେଁ ଯେ ଶରୀର ଆତ୍ମା ଦ୍ୱାରା ଜ୍ଞାନ ନେଉଛି
। ନା, ଆତ୍ମା ହିଁ ଜ୍ଞାନ ନେଉଛି । ତୁମେ କେତେ ଖୁସି ହେଉଛ । ଏହିପରି ଆନ୍ତରିକ ଗୁପ୍ତ ଖୁସି
ରହିବା ଉଚିତ୍ । ପାଠପଢାର ସଂସ୍କାର ଆତ୍ମାରେ ରହିଛି । ଦୁଃଖ ମଧ୍ୟ ଆତ୍ମାକୁ ହୋଇଥାଏ । କହନ୍ତି
ମୋ ଆତ୍ମାକୁ ଦୁଃଖୀ କର ନାହିଁ । ପିଲାମାନଙ୍କୁ ଏବେ କେତେ ଜ୍ଞାନର ଆଲୋକ ମିଳୁଛି । ତୁମେ ଖୁସି
ହେଉଛ । ସାଗରଙ୍କ ପାଖରୁ ସତେଜ ହୋଇ ବାଦଲ ମାନଙ୍କୁ ମିଳିମିଶି ବର୍ଷା କରିବାକୁ ହେବ । ପରସ୍ପର
ସହିତ ମିଶି ପ୍ରଦର୍ଶନୀ ଆଦି ପ୍ରସ୍ତୁତ କରିବାରେ ସାହାଯ୍ୟ କର । ଏଥିପ୍ରତି ଆଗ୍ରହ ରହିବା ଦରକାର
କେବଳ ସେବା, ସେବା ଆଉ ସେବା । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କ
ଦ୍ୱାରା ମିଳିଥିବା ଜ୍ଞାନକୁ ସ୍ମରଣ କରି ଅସରନ୍ତି ଖୁସିରେ ରହିବାକୁ ହେବ । ବିଶାଳ ବୁଦ୍ଧି ହୋଇ
ଜୋର ସୋରରେ ସେବା କରିବାକୁ ହେବ ।
(୨) ବାବାଙ୍କ ଦ୍ୱାରା
ମିଳିଥିବା ସ୍ମୃତିକୁ କେବେ ହେଲେ ଭୁଲି ଯିବାର ନାହିଁ । ପବିତ୍ର ରହିବାର ବାବାଙ୍କ ପାଖରେ ଯେଉଁ
ପ୍ରତିଜ୍ଞା କରିଛ ତାକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବାକୁ ହେବ ।
ବରଦାନ:-
ନିଆରା ହେବାର
ଅଭ୍ୟାସ ଦ୍ୱାରା ଫରିସ୍ତା ରୂପର ସାକ୍ଷାତ୍କାର କରାଉଥିବା ନିରନ୍ତର ସହଜଯୋଗୀ ଭବ ।
ଯେପରି କୌଣସି ବସ୍ତ୍ରକୁ
ଧାରଣ କରିବା ବା ନ କରିବା ନିଜ ହାତରେ ଅଛି, ସେହିପରି ଅନୁଭବ ଏହି ଶରୀର ରୂପକ ବସ୍ତ୍ର ପାଇଁ
ମଧ୍ୟ ହେଉ । ଯେପରି ବସ୍ତ୍ରକୁ ଧାରଣ କରି କାର୍ଯ୍ୟ କରିଲ ଏବଂ କାର୍ଯ୍ୟ ଶେଷ ହେବା ପରେ
ବସ୍ତ୍ରଠାରୁ ଅଲଗା ହୋଇଗଲ, ସେହିପରି ଶରୀର ଏବଂ ଆତ୍ମା ଉଭୟ ଅଲଗା ଅଲଗା ଅଟନ୍ତି ଏହା ଚାଲିବା
ବୁଲିବା ସମୟରେ ଅନୁଭବ ହେଉ - ତେବେ କୁହାଯିବ ନିରନ୍ତର ସହଜଯୋଗୀ । ଏହିପରି ଦେହଠାରୁ ସ୍ୱତନ୍ତ୍ର
ରହୁଥିବା ପିଲାମାନଙ୍କ ଦ୍ୱାରା ଅନେକ ଆତ୍ମାଙ୍କୁ ଫରିସ୍ତା ରୂପ ଏବଂ ଭବିଷ୍ୟତର ରାଜ୍ୟପଦର
ସାକ୍ଷାତ୍କାର ହେବ । ଅନ୍ତିମ ସମୟରେ ଏହି ସେବା ଦ୍ୱାରା ହିଁ ପ୍ରଭାବ ବିସ୍ତାର ହେବ ।
ସ୍ଲୋଗାନ:-
ସଂଗମଯୁଗର
ଗୋଟିଏ ସେକେଣ୍ଡ ମଧ୍ୟ ବ୍ୟର୍ଥରେ ନଷ୍ଟ କରିବା ଅର୍ଥ ଗୋଟିଏ ବର୍ଷ ନଷ୍ଟ କରିବା ।
ଅବ୍ୟକ୍ତ ଈଶାରା:-
ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।
ବ୍ରାହ୍ମଣ ଜୀବନର
ଆନ୍ତରିକ ସମ୍ପତ୍ତି ଯାହାକି ସର୍ବଦା ସୁଖ ସ୍ୱରୂପ, ଶାନ୍ତି ସ୍ୱରୂପ ତଥା ମନର ସନ୍ତୁଷ୍ଟତା ଅଟେ,
ତା’ର ଅନୁଭବ କରିବା ପାଇଁ ମାନସୀକ ପବିତ୍ରତା ଦରକାର । ଏହାକୁ ଜମା କରିବାର ବିଧି ହେଲା
ମନ-ବଚନ-କର୍ମରେ ପବିତ୍ରତା, କାରଣ ପବିତ୍ରତା ହିଁ ବ୍ରାହ୍ମଣ ଜୀବନର ମୂଳଦୁଆ ଅଟେ, ସେବାରେ ସଫଳତା
ପ୍ରାପ୍ତ କରିବାର ଆଧାର ମଧ୍ୟ ପବିତ୍ରତା ଅଟେ । ସଂକଳ୍ପରେ ବା ବାଣୀରେ ମଧ୍ୟ ଅନ୍ୟ କୌଣସି
ଭାବନାର ମିଶ୍ରଣ ନ ହେଉ । ଭାବନାରେ ମଧ୍ୟ ପବିତ୍ରତା ଏବଂ ଭାବ ଅର୍ଥାତ୍ ଉଦ୍ଦେଶ୍ୟରେ ମଧ୍ୟ
ପବିତ୍ରତା ରହୁ ।