22.09.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଯେହେତୁ ତୁମେମାନେ ଜ୍ଞାନୀ ହୋଇଛ, ତେଣୁ ତୁମମାନଙ୍କୁ ରୋଜଗାର କରିବାର ବହୁତ-ବହୁତ ସଉକ ରହିବା ଦରକାର । ଧନ୍ଦା ଆଦିରୁ ମଧ୍ୟ ସମୟ ବାହାର କରି ବାବାଙ୍କୁ ମନେ ପକାଅ, ତେବେ ବହୁତ ରୋଜଗାର ହୋଇ ଚାଲିବ ।”

ପ୍ରଶ୍ନ:-
ତୁମମାନଙ୍କୁ ଏବେ ଏଭଳି କେଉଁ ଶ୍ରୀମତ ମିଳୁଛି, ଯାହାକି କେବେ ମିଳି ନ ଥିଲା?

ଉତ୍ତର:-
(୧) ତୁମମାନଙ୍କୁ ବର୍ତ୍ତମାନ ବାବା ଶ୍ରୀମତ ଦେଉଛନ୍ତି - ମଧୁର ସନ୍ତାନମାନେ, ସକାଳୁ-ସକାଳୁ ଉଠି ବାବାଙ୍କ ସ୍ମୃତିରେ ବସ ତେବେ ପୂରା ସମ୍ପତ୍ତି ମିଳିବ । ୨- ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ରୁହ, ଏପରି ଶ୍ରୀମତ ଅନ୍ୟ ସତସଙ୍ଗମାନଙ୍କରେ କେବେ ମିଳିପାରିବ ନାହିଁ । ସେହି ସତସଙ୍ଗ ମାନଙ୍କରେ ବାବା ଏବଂ ସ୍ୱର୍ଗର ସମ୍ପତ୍ତିର କୌଣସି କଥା ନାହିଁ ।

ଗୀତ:-
ତୁହ୍ମି ହୋ ମାତା ପିତା...

ଓମ୍ ଶାନ୍ତି ।
ଏହି ଭାରତରେ ସ୍ୱତନ୍ତ୍ର ରୂପେ ଏବଂ ସାରା ଦୁନିଆରେ ସାଧାରଣ ଭାବରେ ଅନେକ ପ୍ରକାରର ସତସଙ୍ଗ ହୋଇଥାଏ । ଏପରି କୌଣସି ବି ସତସଙ୍ଗ ବା ଚର୍ଚ୍ଚ ଅଥବା ମନ୍ଦିର ନ ଥିବ ଯେଉଁଠି ମନୁଷ୍ୟମାନଙ୍କର ବୁଦ୍ଧିରେ ଥିବ ଯେ ଆମେମାନେ ସ୍ୱର୍ଗର ସମ୍ପତ୍ତି ପାଉଛୁ । ଏଠାରେ ତୁମେ ପିଲାମାନେ ବସିଛ, ସବୁ ସେଣ୍ଟରମାନଙ୍କରେ ନିଜର ବେହଦ ବାବାଙ୍କର ସ୍ମୃତିରେ ବସିଛନ୍ତି - ସମସ୍ତଙ୍କ ବୁଦ୍ଧିରେ ଅଛି ଯେ ଆମେ ନିଜ ବାବାଙ୍କଠାରୁ ସୁଖଧାମର ବର୍ସା ପାଉଛୁ । ଏପରି କଥା ଆଉ କୌଣସି ସତସଙ୍ଗ ବା ଚର୍ଚ୍ଚ ଆଦିରେ ଭାବନ୍ତି ନାହିଁ । ତୁମ ପିଲାମାନଙ୍କର ବୁଦ୍ଧିରେ ହିଁ ଏହି କଥା ରହିଛି । ତୁମେମାନେ ଜାଣିଛ ଯେ ଆମେ ବେହଦ ବାବାଙ୍କର ସ୍ମୃତିରେ ବସିଛୁ । ନୂଆ ଦୁନିଆ ସ୍ୱର୍ଗର ବର୍ସା ନେଉଛୁ । ସବୁ ସନ୍ତାନମାନେ ଏକମାତ୍ର ବାବାଙ୍କଠାରୁ ବର୍ସା ନେଉଛନ୍ତି । ଏତେ ଢେର ସନ୍ତାନମାନଙ୍କର ବୃଦ୍ଧି ହୋଇ ଚାଲିଛି । ସମସ୍ତଙ୍କୁ ଶ୍ରୀମତ ମିଳୁଛି ଯେ ସକାଳୁ ସକାଳୁ ଉଠି ବାବାଙ୍କୁ ମନେ ପକାଅ । ଆମେମାନେ ବାବାଙ୍କଠାରୁ ଏହି ବର୍ସା ନେବୁ । ଆମେ ସେହି ବାବାଙ୍କର ହୋଇଛୁ । ଆତ୍ମାକୁ ଏବେ ବାବାଙ୍କଠାରୁ ପରିଚୟ ମିଳିଛି । ବାବା ନିର୍ଦ୍ଦେଶ ଦେଉଛନ୍ତି ଯେ ମୋତେ ମନେ ପକାଅ ଏବଂ ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ସମାନ ପବିତ୍ର ରୁହ । ସମସ୍ତଙ୍କୁ ଏଠାରେ ଆସି ବସିଯିବାର ତ ନାହିଁ । ପିଲାମାନେ ସ୍କୁଲରେ ପାଠପଢି ପୁଣି ନିଜ-ନିଜର ଘରକୁ ଚାଲିଯାଇଥାନ୍ତି । ପ୍ରତ୍ୟେକ ପୁଅ-ଝିଅ ନିଜର ଶିକ୍ଷକଙ୍କଠାରୁ ସମ୍ପତ୍ତି ପାଇପାରିବେ । ଏହା ମଧ୍ୟ ସେହିପରି ଅଟେ । ପ୍ରତ୍ୟହ ପାଠ ପଢି ପୁଣି ଭଲେ ଘରକୁ ଯାଇ ଧନ୍ଦା ଆଦି କର । ତୁମେ ସଂସାରୀ ମଧ୍ୟ ଅଟ ଏବଂ ପୁଣି ଛାତ୍ର ବି ଅଟ । ଘର ସଂସାରରେ ରହି ପଦ୍ମ ଫୁଲ ସମାନ ରହିବାକୁ ହେବ । ଏପରି କୌଣସି ସନ୍ନ୍ୟାସୀ ଆଦି କହୁ ନାହାଁନ୍ତି । ଏଠାରେ ତୁମେ ପ୍ରାକ୍ଟିକାଲ୍‌ରେ ସାକାରରେ ବସିଛ । ଘର ସଂସାରରେ ରହି ତୁମେମାନେ ପବିତ୍ର ହେଉଛ । ପବିତ୍ର ହୋଇ ପରମପିତା ପରମାତ୍ମାଙ୍କୁ ଅନ୍ୟ କେହି ମନେ ପକାଉ ନାହାଁନ୍ତି । ଯଦିଓ ଗୀତା ଶୁଣୁଛନ୍ତି, ପଢୁଛନ୍ତି କିନ୍ତୁ ମନେ ତ ପକାଉ ନାହାଁନ୍ତି ନା । କହିବା ଓ କରିବାରେ ଅନ୍ତର ରହିଛି । ତୁମେମାନେ ଜାଣିଛ ଯେ ଆମର ବାବା ଜ୍ଞାନର ସାଗର ଅଟନ୍ତି, ତାଙ୍କ ପାଖରେ ସାରା ଡ୍ରାମା ବା ଚକ୍ରର ଜ୍ଞାନ ରହିଛି । ଏବେ ଆମମାନଙ୍କୁ ମଧ୍ୟ ଜ୍ଞାନ ମିଳୁଛି । ଏହି ଚକ୍ର ବହୁତ ଭଲ । ଏହା ପୁରୁଷୋତ୍ତମ ଯୁଗ ହୋଇଥିବା ଯୋଗୁ ତୁମର ଏହି ଜନ୍ମ ମଧ୍ୟ ପୁରୁଷୋତ୍ତମ ଅଟେ । ଗୋଟିଏ ମାସ ଅଧିକ ହୋଇଥାଏ ନା ।

ତୁମେମାନେ ଜାଣିଛ ଯେ ବାସ୍ତବରେ ଆମେ ବାବାଙ୍କ ଦ୍ୱାରା ପୁରୁଷୋତ୍ତମ ହେଉଛୁ । ମର୍ଯ୍ୟାଦା ପୁରୁଷୋତ୍ତମ, ଆମେ ପୁନର୍ବାର ହେଉଛୁ । ପୁଣି ୮୪ ଜନ୍ମର ଚକ୍ର ଲଗାଇଛୁ, ଆମ ବୁଦ୍ଧିରେ ଏହି ଜ୍ଞାନ ରହିଛି । ଅନ୍ୟ କୌଣସି ସତସଙ୍ଗରେ ଏକଥା ବୁଝାଉ ନାହାଁନ୍ତି । ତୁମେମାନେ ଜାଣିଛ ଯେ ଆମକୁ ଲକ୍ଷ୍ମୀ-ନାରାୟଣଙ୍କ ଭଳି ହେବାକୁ ପଡିବ । ଏକମାତ୍ର ବାବା ହିଁ ଏପରି କରାଇଥାଆନ୍ତି । ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସମ୍ବନ୍ଧରେ ତୁମେ ଭଲ ଭାବରେ ବୁଝାଇପାରିବ । ବାସ୍ତବରେ ବ୍ରହ୍ମାଙ୍କ ଦ୍ୱାରା ଯୋଗବଳରେ ଏମାନେ ଏହି ପଦ ପାଇଛନ୍ତି । ଏହିପରି ବୁଦ୍ଧିରେ ବିଚାର କରିବା ଉଚିତ୍ । ବ୍ରହ୍ମା-ସରସ୍ୱତୀ, ଲକ୍ଷ୍ମୀ-ନାରାୟଣଙ୍କର ଦୁଇ ରୂପ ମଧ୍ୟ ଦେଖାଉଛନ୍ତି । ବ୍ରହ୍ମା-ସରସ୍ୱତୀ, ପୁଣି ପ୍ରଜା ମଧ୍ୟ ଦେଖାଇବାକୁ ପଡିବ । ପ୍ରତ୍ୟେକ କଥା ଉପରେ ଭଲ ଭାବରେ ବିଚାର କରିବାକୁ ହେବ । ବାବା କହୁଛନ୍ତି - ମୋତେ ମନେପକାଅ । ବ୍ରହ୍ମାଙ୍କୁ ମଧ୍ୟ କହୁଛନ୍ତି ମୋତେ ମନେ ପକାଅ ତେବେ ତୁମେ ଏହିପରି ହେବ । ଅର୍ଥାତ୍ ବ୍ରହ୍ମା ମୁଖବଂଶାବଳୀ ସମସ୍ତଙ୍କୁ କହିଲେ ମୋତେ ମନେ ପକାଅ । କିପରି ମନେ ପକାଇବାକୁ ହେବ ଏକଥା ମଧ୍ୟ ବୁଦ୍ଧିରେ ଅଛି । ଚିତ୍ର ମଧ୍ୟ ସମ୍ମୁଖରେ ରହିଛି । ଏହା ଉପରେ ବୁଝାଇବା ବହୁତ ସହଜ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ପ୍ରଦର୍ଶନୀରେ ମଧ୍ୟ ଏହିକଥା ବୁଝାଅ । ତୁମର ଏହି ନିଶ୍ଚୟ ରହୁଛି ଯେ ବାସ୍ତବରେ ଶିବବାବା ସମସ୍ତଙ୍କର ଅବିନାଶୀ ପିତା ଅଟନ୍ତି । ଏହି ହିସାବରେ ଆମକୁ ଅବିନାଶୀ ସମ୍ପତ୍ତି ମିଳିବା ଦରକାର । ଆମେ ନିରାକାରୀ ଆତ୍ମାମାନେ ତ ଭାଇ-ଭାଇ ଅଟୁ । ଯେବେ ସାକାରରେ ଆସିଲୁ ଭାଇ-ଭଉଣୀ ହେଲୁ, ତେବେ ଯାଇ ଆମେ ପାଠ ପଢି ପାରୁଛୁ । ବ୍ରହ୍ମାଙ୍କର ସନ୍ତାନମାନେ ହିଁ ଭାଇ-ଭଉଣୀ ହେବେ । ଆମକୁ ବର୍ସା ବାବାଙ୍କଠାରୁ ମିଳୁଛି । ଏହି କଥା ବୁଦ୍ଧିରେ ରଖିବାକୁ ହେବ । କାହାକୁ ବି ବୁଝାଅ । ପ୍ରଥମେ ବାବାଙ୍କର ପରିଚୟ ଦିଅ । ଆମେ ଭାଇ ଭାଇ ଅଟୁ, ସର୍ବବ୍ୟାପୀ କହିବା ଦ୍ୱାରା ସମସ୍ତେ ପିତା ହୋଇଯାଉଛନ୍ତି । ଯଦି ସମସ୍ତେ ପିତା ହେବେ ତେବେ ସମ୍ପତ୍ତି କେଉଁଠୁ ମିଳିବ । ଫାଦର-ଫାଦର କହି କହି ତଳକୁ ଖସି ଆସିଛନ୍ତି । କିଛି ହେଲେ ବି ସମ୍ପତ୍ତି ମିଳିଲା ନାହିଁ । ଏବେ ଭାଇ-ଭାଇ ଭାବିବା ଦ୍ୱାରା ହିଁ ବର୍ସା ମିଳିବ । ତେବେ ଏହା ଉପରେ ଭଲ ଭାବରେ ବୁଝାଇଲେ ବୁଦ୍ଧିରେ ଯେଉଁ ଅଷ୍ଟ ଦେବତା ଆଦି ବସିଛନ୍ତି, ସେମାନେ ସମସ୍ତେ ବାହାରି ଯିବେ । ସମସ୍ତଙ୍କୁ କୁହ ଦୁଇଜଣ ପିତା ଅଛନ୍ତି । ରୁହାନୀ ବାବା ଯାହାଙ୍କ ଦ୍ୱାରା ସମସ୍ତଙ୍କର ସଦ୍‌ଗତି ହେବ, ସିଏ ହିଁ ସୁଖ-ଶାନ୍ତିର ବର୍ସା ଦେଉଛନ୍ତି । ତେବେ ସମସ୍ତେ ସୁଖୀ ହୋଇଯାଉଛନ୍ତି । ତାଙ୍କୁ ସ୍ୱର୍ଗ ରଚୟିତା ଈଶ୍ୱର ପିତା କୁହାଯାଉଛି ଯିଏକି ସ୍ୱର୍ଗର ରଚନା କରୁଛନ୍ତି । ପ୍ରଥମେ ବାବାଙ୍କର ପ୍ରଭାବ ତାଙ୍କ ବୁଦ୍ଧିରେ ରହିବା ଉଚିତ୍ । ଇଏ ହେଲେ ଆତ୍ମାମାନଙ୍କର ବେହଦର ପିତା । ତାଙ୍କୁ ହିଁ ପତିତ-ପାବନ କୁହାଯାଉଛି । ତୁମେ ଆତ୍ମାମାନେ ପରମପିତା ପରମାତ୍ମାଙ୍କର ସନ୍ତାନ ଅଟ । ଏହି ନିଶ୍ଚୟକୁ ପକ୍କା କର । ମୂଳକଥା ହେଲା ପ୍ରଥମେ ଏହାକୁ ତାଙ୍କ ବୁଦ୍ଧିରେ ଏକଥା ପୁରାଇବାକୁ ହେବ । ଯଦି ଏକଥା ବୁଝିଗଲେ ତେବେ ଖୁସିର ନିଶା ଚଢିବ ଏବଂ କହିବେ ଯେ ମୁଁ ବାବାଙ୍କୁ ନିଶ୍ଚିତ ମନେ ପକାଇବି । ମୋର ବିଶ୍ୱାସ ହେଉଛି ଯେ, ମୁଁ ବାବାଙ୍କୁ ମନେ ପକାଇ ପକାଇ ବିଶ୍ୱର ମାଲିକ ହେବି । ଏହି ଖୁସି ବହୁତ ରହିବ । ଯଦି ବୁଦ୍ଧିମାନ ହୋଇଥିବେ ଏବଂ ବୁଦ୍ଧିରେ ପୂରା ନିଶ୍ଚୟ ଥିବ ତେବେ କହିବେ ଏପରି ଅବିନାଶୀ ପିତା ଯିଏକି ଦାଦାଙ୍କର ଶରୀରରେ ଆସୁଛନ୍ତି, ପ୍ରଥମେ ତ ତାଙ୍କ ସହିତ ମିଶିବି । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ହିଁ ଆମ ସହିତ କଥା ହୋଇପାରିବେ । ତୁମେ ଆତ୍ମାମାନେ ତାଙ୍କ ସହିତ ମିଶିନାହଁ ତେବେ କିପରି ମନେ ପକାଇବ? ଯଦି ପିଲାମାନେ ପୋଷ୍ୟ ହେବେ ତେବେ ମନେ ପଡିବ । ଯଦି ପୋଷ୍ୟ ହିଁ ହେବେ ନାହିଁ ତେବେ ମନେ କିପରି ପଡିବ । ପ୍ରଥମେ ଶିବବାବାଙ୍କର ହୁଅ । ଏପରି ବାବାଙ୍କ ସହିତ ତ ତୁରନ୍ତ ମିଶିବା ଉଚିତ୍ । ବାବା ମଧ୍ୟ ଏହି କଥା ପଚାରିବେ ଯେ ତୁମେ ନିଜକୁ ଆତ୍ମା ଭାବୁଛ? ମୁଁ ତୁମ ଆତ୍ମାମାନଙ୍କର ପିତା ଅଟେ । ଶିବବାବା ତୁମ ସହିତ କଥା ହେଉଛନ୍ତି । ମୋ ଆତ୍ମାର ପିତା ଅର୍ଥାତ୍ ସିଏ ତୁମର ମଧ୍ୟ ପିତା ଅଟନ୍ତି । ବାବା ପଚାରୁଛନ୍ତି ତୁମର ନିଶ୍ଚୟ ଅଛି ଯେ ସମସ୍ତ ଆତ୍ମାମାନଙ୍କର ପିତା ବାସ୍ତବରେ ଜଣେ ହିଁ ଅଟନ୍ତି, ସିଏ ହିଁ ଆମକୁ ବର୍ସା ଦେବେ । ସେଥିପାଇଁ ପବିତ୍ର ମଧ୍ୟ ହେବାକୁ ପଡିବ । ତାଙ୍କ ବ୍ୟତୀତ ଆଉ ସବୁ କିଛି ଭୁଲିଯିବାକୁ ହେବ । ତୁମେ ଆତ୍ମା ଘରୁ ଅଶରୀରୀ ହୋଇ ଆସିଥିଲ ନା । କୌଣସି ବି ଦେହ, ସମ୍ବନ୍ଧ ନ ଥିଲା । ଆତ୍ମା ଯେବେ ଶରୀରରେ ପ୍ରବେଶ କରି ବଡ ହୁଏ ତେବେ ବୁଝାଇ ଦିଆଯାଏ ଇଏ ତୁମର ପିତା, ଇଏ ଅମୁକ ଅଟନ୍ତି । ଆତ୍ମା ତ ସର୍ବ ସମ୍ବନ୍ଧରୁ ଅଲଗା ଅଟେ । ଆତ୍ମା ଚାଲିଗଲେ କୁହାଯାଏ - ନିଜେ ମରିଲେ ଦୁନିଆ ମରିଗଲା । ଆତ୍ମା ବନ୍ଧନ ରହିତ ହୋଇଯାଏ । ଯେ ପର୍ଯ୍ୟନ୍ତ ଆତ୍ମାକୁ ଦ୍ୱିତୀୟ ଶରୀର ନ ମିଳିଛି । ମାତା ଗର୍ଭକୁ ଯାଇ ଜନ୍ମ ନେଇ ବାହାରକୁ ବାହାରିଲେ, ବୁଦ୍ଧିମାନ ହେଲେ ସମ୍ବନ୍ଧ ମନେ ପଡେ । ତେବେ ଏଠାରେ ମଧ୍ୟ ତୁମ ପିଲାମାନଙ୍କୁ ବୁଝାଇବାକୁ ହେବ । ବଞ୍ଚି ଥାଉ ଥାଉ ଜୀବଦଶାରେ ସବୁ କିଛି ଭୁଲିଯିବାକୁ ହେବ । କେବଳ ଏକମାତ୍ର ବାବାଙ୍କୁ ୟାଦ କରିବା - ଏହା ହେଉଛି ଅବ୍ୟଭିଚାରୀ ୟାଦ । ଏହାକୁ ହିଁ ଯୋଗ କୁହାଯାଉଛି । ଏଠାରେ ତ ମନୁଷ୍ୟ ମାନଙ୍କୁ ଅନେକଙ୍କର ସ୍ମୃତି ରହୁଛି । ତୁମର ହେଉଛି ଅବ୍ୟଭିଚାରୀ ୟାଦ । ଆତ୍ମା ଜାଣିଛି ଯେ ଏହି ସବୁ ଶରୀରର ସମ୍ବନ୍ଧ ଶେଷ ହୋଇଯିବ । ଆମର ସମ୍ବନ୍ଧ ଏକମାତ୍ର ବାବାଙ୍କ ସହିତ ରହିଛି, ତେଣୁ ବାବାଙ୍କୁ ଯେତେ ମନେ ପକାଇବ, ବିକର୍ମ ବିନାଶ ହେବ । ଏପରି ମଧ୍ୟ ନୁହେଁ ଯେ ମିତ୍ର ସମ୍ବନ୍ଧୀଙ୍କୁ ମନେ ପକାଇଲେ କୌଣସି ବିକର୍ମ ହେବ । ନା, ବିକର୍ମ ସେତେବେଳେ ହେବ ଯେତେବେଳେ କୌଣସି ଭୁଲ କର୍ମ କରିବ । ବାକି ଆଉ କାହାକୁ ମନେ ପକାଇଲେ ବିକର୍ମ ହେବ ନାହିଁ । କିନ୍ତୁ ହଁ, ସମୟ ନିଶ୍ଚିତ ନଷ୍ଟ ହେବ । ଏକମାତ୍ର ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ବିକର୍ମ ବିନାଶ ହୋଇଥାଏ । ଏହା ହେଉଛି ପାପ କଟିବାର ଉପାୟ । ବାକି ସମ୍ବନ୍ଧ ଆଦି ତ ମନେ ରହିଥାଏ । ଶରୀର ନିର୍ବାହ ପାଇଁ ଧନ୍ଦା ଆଦି ସବୁ କର କିନ୍ତୁ ଯେତିକି ସମୟ ମିଳୁଛି ବାବାଙ୍କୁ ମନେ ପକାଇଚାଲ, ତେବେ ଖାଦ ବାହାରିଯିବ । ଏହା ହେଉଛି ମୂଳକଥା । ମନରେ ବିଚାର କର ଯେ ଆମେ ପତିତରୁ ପାବନ କିପରି ହେବୁ । ସେଥିପାଇଁ ବାବାଙ୍କୁ ମନେ ପକାଇବାକୁ ହେବ । ଘରସଂସାରରେ ରହିବାକୁ ପଡିବ । ସନ୍ନ୍ୟାସୀମାନେ ମଧ୍ୟ ଶରୀର ଛାଡି ପୁଣି ଯାଇ ଗୃହସ୍ଥଙ୍କ ପାଖରେ ଜନ୍ମ ନେଇଥାନ୍ତି । ଏପରି ନୁହେଁ ଯେ ସେମାନେ ଜନ୍ମ-ଜନ୍ମାନ୍ତର ପାଇଁ ପବିତ୍ର ହୋଇଯାଉଛନ୍ତି । ନିର୍ବିକାରୀ ଦୁନିଆ ତ ବର୍ତ୍ତମାନ ନାହିଁ । ଏହା ହେଉଛି ବିକାରୀ ଦୁନିଆ । ଏଥିରୁ କେହି ବାହାରି ଯାଇପାରିବେ ନାହିଁ । ବିକାରୀ ଦୁନିଆରେ ରହିବା ଯୋଗୁଁ କିଛି ନା କିଛି ଦୁର୍ବଳତା ନିଶ୍ଚିତ ରହିଛି । ବାକି ଦୁଇଟି ଦୁନିଆ ତ ରହିଛି । ବିକାରୀ ଦୁନିଆ ଏବଂ ନିର୍ବିକାରୀ ଦୁନିଆ, ପବିତ୍ର ଦୁନିଆରେ ଦେବତାମାନେ ରହୁଥିଲେ ତେବେ ବୁଝାଇବାରେ ବହୁତ ସହଜ ହେବ । ଏହି ପତିତ ଦୁନିଆର ଏବେ ବିନାଶ ହେବ । ବିନାଶ ହେବା ପୂର୍ବରୁ ବେହଦର ବାବାଙ୍କ ଠାରୁ ବର୍ସା ନେବାକୁ ହେବ । ବାବା କହୁଛନ୍ତି - ଦେହର ସମ୍ବନ୍ଧ ଛାଡି ନିଜକୁ ଆତ୍ମା ନିଶ୍ଚୟ କରି ଏବଂ ବାବାଙ୍କୁ ମନେ ପକାଅ ତେବେ ତୁମେ ପାବନ ହୋଇଯିବ । ବାବା କହୁଛନ୍ତି - ତୁମେ ମୋତେ ପତିତ-ପାବନ କହୁଛ ନା । ଗଙ୍ଗାରେ ବୁଡ ପକାଇବାବାଲା ତ ବହୁତ ଅଛନ୍ତି । ଏପରି ନୁହେଁ ଯେ ସମସ୍ତେ ପବିତ୍ର ହୋଇଯିବେ । ପ୍ରଦର୍ଶନୀରେ ବହୁତ ଭଲ ଭାବରେ ବୁଝାଇବାକୁ ପଡିଥାଏ । ପ୍ରଜାପିତା ତ ଏହିଠାରେ ହିଁ ଆବଶ୍ୟକ । ତଳେ ଏହି ବ୍ରହ୍ମା ଓ ବ୍ରହ୍ମାକୁମାର-କୁମାରୀମାନେ ତପସ୍ୟା କରୁଛନ୍ତି । ତେଣୁ ଏହି କଥା ଭଲ ଭାବରେ ବୁଝାଇବାକୁ ହେବ । ଯାହାକୁ ବି ହେଉ ଭଲ ଭାବରେ ବୁଝାଇବାକୁ ହେବ । ଯୁକ୍ତିତର୍କ କରିବା ଦ୍ୱାରା ବଦନାମ କରିଦେବ । ଯଦି ଦେଖୁଛ ମୁଁ କେଉଁଠି ଦ୍ୱନ୍ଦ୍ୱରେ ପଡିଯାଉଛି ତେବେ କୁହ ଆଚ୍ଛା ଟିକେ ରୁହନ୍ତୁ ମୁଁ ଆଉ ଜଣେ ଭଉଣୀଙ୍କୁ ପଠାଉଛି । ଜଣେ ଅନ୍ୟଜଣଙ୍କଠାରୁ ବୁଦ୍ଧିଆ ହୋଇଥାନ୍ତି ନା । ପ୍ରଦର୍ଶନୀ ମେଳାରେ ତଦାରଖ କରିବା ଉଚିତ୍ ଯେ ଠିକ୍ ଭାବେ ବୁଝାଉଛନ୍ତି ନା ନାହିଁ । କେହି ତର୍କ କରୁ ନାହାଁନ୍ତି ତ । ଗେଟ୍ ପାଖରେ ମଧ୍ୟ କେହି ଜଣେ ପରିଚିତ ବ୍ୟକ୍ତି ରହିବା ଉଚିତ୍ । ଅନେକ ପ୍ରକାରର ଆତ୍ମା ଆସୁଛନ୍ତି ନା । ବଡ ଲୋକଙ୍କୁ ନିଶ୍ଚୟ ସମ୍ମାନ ଦେବାକୁ ହେବ । ଅନ୍ତର ତ ନିଶ୍ଚିତ ରହିବ । ଏଥିରେ ଏପରି ଭାବନା ଆସିବା ଅନୁଚିତ୍ ଯେ ୟାଙ୍କ ପ୍ରତି ସ୍ନେହ ଅଛି, ୟାଙ୍କ ପ୍ରତି ନାହିଁ । ଦ୍ୱୈତ ଦୃଷ୍ଟି ଅଛି, ନା । ଏହାକୁ ଦ୍ୱୈତ କୁହାଯିବ ନାହିଁ । ଭାବୁଛନ୍ତି ଏଠାରେ ବଡ ବଡ ଲୋକମାନଙ୍କର ସମ୍ମାନ କରାଯାଉଛି । ଯୋଗ୍ୟ ସେବାଧାରୀମାନଙ୍କର ସମ୍ମାନ କରାଯିବ ନା । କେହି ଘର ତିଆରି କରି ଦେଇଥିଲେ ତାଙ୍କର ଖାତିରି ନିଶ୍ଚିତ କରିବେ । ତୁମ ପାଇଁ ହିଁ ତ ଘର ତିଆରି ହୋଇଛି ନା । ଯେଉଁମାନେ ମେହନତ କରି ରାଜା ହେଉଛନ୍ତି, ତେବେ ପ୍ରଜା ସ୍ୱତଃ ତାଙ୍କର ଖାତିରୀ କରିବେ ନା । ଯେଉଁମାନେ ଛୋଟ ପଦବୀ ପାଇବେ ସେମାନେ ସେମାନଙ୍କଠାରୁ ଉଚ୍ଚ ପଦବୀ ପାଉଥିବା ଆତ୍ମାଙ୍କର ସମ୍ମାନ ତ କରିବେ ନା । ବେହଦ ବାବାଙ୍କର ସାରା ଦୁନିଆର ଆତ୍ମାମାନେ ସନ୍ତାନ ଅଟନ୍ତି । କିନ୍ତୁ ଜନ୍ମ ନେଇଛନ୍ତି ଏହି ଭାରତରେ । ଭାରତବାସୀ ଯେଉଁମାନେ ପ୍ରଥମେ ଉଚ୍ଚ ଥିଲେ, ସେମାନେ ଏବେ ନୀଚ୍ଚ ହୋଇଯାଇଛନ୍ତି । ତେଣୁ ବାବା କହୁଛନ୍ତି ମୁଁ ଆସିଛି ପାଠ ପଢାଇବା ପାଇଁ । ମୁଁ ଭାରତକୁ ଆସିବା ଦ୍ୱାରା ସମସ୍ତଙ୍କର କଲ୍ୟାଣ ହୋଇଯାଉଛି । ବିଶେଷ ଭାବରେ ଏବଂ ସାଧାରଣ ଭାବରେ ହୋଇଥାଏ ନା । ଏବେ ଭାରତ ହିଁ ନର୍କ ହୋଇଯାଇଛି ପୁଣି ସ୍ୱର୍ଗ ହେବ । ତେଣୁ ଭାରତକୁ ହିଁ ଆସିବେ ନା, ଅନ୍ୟ ଜାଗାକୁ ଆସି କରିବେ କ’ଣ । ଭାରତରେ ହିଁ ଭକ୍ତିମାର୍ଗରେ ପ୍ରଥମେ ସୋମନାଥଙ୍କର ବଡ ଭବ୍ୟ ମନ୍ଦିର ତିଆରି କରିଥିଲେ । ଯେପରି ବିଦେଶରେ ସବୁଠାରୁ ବଡ ଚର୍ଚ୍ଚ ତିଆରି କରୁଛନ୍ତି, କାହିଁକି ନା ଏହା ପୋପଙ୍କ ଦ୍ୱାରା ନିଆଯାଇଥିବା ରାଜତ୍ୱ ଅଟେ । ସବୁ ଚର୍ଚ୍ଚ ଏକାପରି ହୋଇ ନ ଥାଏ । କ୍ରମଅନୁସାରେ ହେବେ ନା । ସୋମନାଥଙ୍କର ମନ୍ଦିର କେତେ ହୀରା ନୀଳାରେ ଭରପୂର ଥିଲା, ମୁସଲମାନମାନେ ଲୁଟି କରି ନେଇଗଲେ । ଭାରତ ବହୁତ ଧନବାନ ଥିଲା । ଚର୍ଚ୍ଚରୁ କ’ଣ ଲୁଟି ପାରିବେ । ମନୁଷ୍ୟମାନେ ଧନ ପଛରେ ପଡିଥାନ୍ତି ନା । ମୁହମ୍ମଦ ଗଜନବୀ କେତେ ଲୁଟି କରି ନେଇଗଲା । ପୁଣି ଇଂରେଜମାନେ ଆସିଲେ, ସେମାନେ ମଧ୍ୟ ଏହିଠାରୁ ଧନ ନିଜ ଦେଶକୁ ପଠାଇ ଚାଲିଲେ । ବହୁତ ଧନ ନେଇଗଲେ । ଏବେ ତାହା ତୁମକୁ ଫେରସ୍ତ ମିଳୁଛି, କୋଟି କୋଟି ଟଙ୍କା ଦେଉଛନ୍ତି । ଏସବୁ ସମୟ ଅନୁସାରେ ମିଳୁଛି । ହିସାବ କିତାବ ନ ଥିଲେ ଅସୁବିଧା ସମୟରେ କିପରି ଚାଲିବ ।

ବାବା ବୁଝାଉଛନ୍ତି ଏହି ଡ୍ରାମା କିପରି କରାଯାଇଛି । ଏହି ଦେବା-ନେବାର ହିସାବ କିପରି ହେଉଛି । ତଥାପି ବି ତୁମ ପିଲାମାନଙ୍କୁ ଏବେ ସ୍ୱର୍ଗର ମାଲିକ ହେବାର ଅଛି । ଏହି ବିଶ୍ୱର ଇତିହାସ-ଭୂଗୋଳ କିପରି ଚକ୍ର ଲଗାଉଛି, ଏକଥା ମଧ୍ୟ ପିଲାମାନଙ୍କୁ ବୁଝାଇଛି । ପୁଣି ବି କହୁଛନ୍ତି ପିଲାମାନେ ମନମନାଭବ । ଏସବୁର ପୁଣି ବି ପୁନରାବୃତ୍ତି ହେବ । ପ୍ରତ୍ୟେକ ଜିନିଷ ସତ୍ତ୍ୱରୁ ତମୋପ୍ରଧାନ ହୋଇଯିବ । ଦିନରେ କର୍ମଧନ୍ଦା ଆଦି କରୁଛ, ସେହି ସମୟକୁ ଛାଡିଦିଅ । ବାକି ଯେତିକି ସମୟ ମିଳୁଛି, ମୋତେ ମନେ ପକାଅ । କର୍ମଧନ୍ଦା କରିବା ସମୟରେ ମଧ୍ୟ କେବେ-କେବେ ସମୟ ମିଳିଥାଏ । ଅନେକଙ୍କର ଏପରି ମଧ୍ୟ ଚାକିରି ଅଛି, କେବଳ ଦସ୍ତଖତ କଲେ ତାପରେ ଫ୍ରି । ଏମିତି ବି ବହୁତ ଫ୍ରି ରହୁଛନ୍ତି । ତଥାପି ରାତି ତ ତୁମ ହାତରେ ଅଛି । ଦିନରେ ଶରୀର ନିର୍ବାହ ଅର୍ଥେ ରୋଜଗାର କରୁଛ, ରାତିରେ ପୁଣି ଏହି ରୋଜଗାର କର । ଏହା ହେଉଛି ଭବିଷ୍ୟତ ୨୧ ଜନ୍ମ ପାଇଁ ରୋଜଗାର । କୁହାଯାଏ ଘଡିଏ, ଅଧାଘଡି - ଯେତିକି ହୋଇପାରିବ ବାବାଙ୍କ ସ୍ମୃତିରେ ରୁହ ତେବେ ତୁମର ବହୁତ ରୋଜଗାର ହେବ । ସେନ୍‌ସିବୁଲ୍ ଅର୍ଥାତ୍ ବୁଦ୍ଧିମାନ ହୋଇଥିଲେ ବୁଝିବେ ଯେ ବାସ୍ତବରେ ବହୁତ ରୋଜଗାର କରିପାରିବୁ । କେହି-କେହି ଚାର୍ଟ ମଧ୍ୟ ଲେଖୁଛନ୍ତି - ଆମେ ଏତିକି ସମୟ ବାବାଙ୍କୁ ମନେ ପକାଇଲୁ । ଅଜ୍ଞାନ କାଳରେ କେହି କେହି ନିଜର ଦିନଚର୍ଯ୍ୟା ଲେଖିଥାନ୍ତି । ଯଦି ତୁମେ ମଧ୍ୟ ଚାର୍ଟ ଲେଖିବ ତେବେ ତୁମର ଧ୍ୟାନ ରହିବ ଯେ ସମୟ ନଷ୍ଟ ହେଉନାହିଁ ତ! କୌଣସି ବିକର୍ମ କରୁନାହିଁ ତ ! ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କୌଣସି ବି ଦେହଧାରୀଙ୍କ ସ୍ମୃତିରେ ରହି ନିଜର ସମୟ ନଷ୍ଟ କରିବାର ନାହିଁ । ଏପରି କୌଣସି ଓଲଟା କର୍ମ ନ ହେଉ ଯାହାଦ୍ୱାରା ବିକର୍ମ ହୋଇଯିବ ।

(୨) ବଞ୍ଚି ଥାଉ ଥାଉ ସବୁ କିଛି ଭୁଲି ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ । ଶରୀର ନିର୍ବାହ ଅର୍ଥେ କର୍ମ ମଧ୍ୟ କରିବାକୁ ହେବ, ତା’ ସହିତ ସେନ୍‌ସିବୁଲ୍ ଅର୍ଥାତ୍ ବୁଦ୍ଧିମାନ ହୋଇ ରାତିରେ ମଧ୍ୟ ଉଜାଗର ରହି ଏହି ଅବିନାଶୀ ରୋଜଗାର କରିବାକୁ ପଡିବ । ଯୋଗର ଚାର୍ଟ ରଖିବାକୁ ହେବ ।

ବରଦାନ:-
ସମ୍ପୂର୍ଣ୍ଣ ସ୍ଥିତି ଏବଂ ପଦବୀର ସ୍ମୃତି ଦ୍ୱାରା ସର୍ବଦା ଉଚ୍ଚ କର୍ତ୍ତବ୍ୟ କରୁଥିବା ବାପ୍ ସମାନ୍ ଭବ ।

ସର୍ବଦା ମନ ଭିତରେ ଏହି ସ୍ମୃତି ରହୁ ଯେ ସବୁ ସମୟରେ, ସବୁ ମୂହୁର୍ତ୍ତରେ ସବୁ କର୍ମ କରୁଥିଲେ ମଧ୍ୟ ମଞ୍ଚ ଉପରେ ଅର୍ଥାତ୍ ଦୁନିଆର ସମ୍ମୁଖରେ ଅଛି, ଏହିଭଳି ନିଜର ପ୍ରତ୍ୟେକ କର୍ମ ଉପରେ ଧ୍ୟାନ ରହିଲେ ସମ୍ପୂର୍ଣ୍ଣ ସ୍ଥିତିର ନିକଟବର୍ତ୍ତୀ ହେବାକୁ ଲାଗିବ । ଏହା ସହିତ ବର୍ତ୍ତମାନର ଏବଂ ଭବିଷ୍ୟତର ପଦବୀର ସ୍ମୃତି ରହିବା ଦ୍ୱାରା ପ୍ରତ୍ୟେକ କର୍ମ ଶ୍ରେଷ୍ଠ ହେବ । ଏହି ଦୁଇଟିଯାକ ସ୍ମୃତି ତୁମକୁ ବାପ୍ ସମାନ କରିଦେବ ଏବଂ ସମାନତାର ସ୍ଥିତି ରହିବା ଦ୍ୱାରା ତୁମେ ପରସ୍ପରର ମନର ସଂକଳ୍ପକୁ ସହଜରେ ଜାଣିପାରିବ । ଏଥିପାଇଁ କେବଳ ନିଜର ସଂକଳ୍ପ ଗୁଡିକ ଉପରେ ନିୟନ୍ତ୍ରଣ ରଖିବାର ଶକ୍ତି ଦରକାର । ନିଜର ସଂକଳ୍ପରେ କୌଣସି ପ୍ରକାରର ବ୍ୟର୍ଥ ସଂକଳ୍ପର ମିଶ୍ରଣ ନ ହେଉ ।

ସ୍ଲୋଗାନ:-
ଇଚ୍ଛା ଗୁଡିକ ହିଁ ଇର୍ଷା ଏବଂ ଅପ୍ରାପ୍ତିର କାରଣ ଅଟେ, ଯେଉଁଠି ସର୍ବ ପ୍ରାପ୍ତି ରହିଛି, ସେଠାରେ ପ୍ରସନ୍ନତା ଅଛି ।

ଅବ୍ୟକ୍ତ ଈଶାରା:- ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।

ସବୁ ମୂହୁର୍ତ୍ତରେ, ସବୁ ସଂକଳ୍ପରେ ଚେକ୍ କର - ମୁଁ କିଛି ଦେଇଛି ତ? କାହାଠାରୁ କିଛି ନେଇ ନାହିଁ ତ? କେବଳ ଦେଇଚାଲ । କେବଳ ବାବାଙ୍କଠାରୁ ହିଁ ନେବାର ଅଛି, ତାହା ତ ନେଇସାରିଛ, ଏବେ କେବଳ ଦେଇଚାଲ । ଯେତେଯେତେ ଦେବାରେ ବ୍ୟସ୍ତ ରହିବ, ସେତେ ସେତେ କୌଣସି କଥାକୁ ଅତିକ୍ରମ କରି ଆଗକୁ ବଢିବା ପାଇଁ କଷ୍ଟକର ହେବ ନାହିଁ । ସବୁ କଥା ବହୁତ ସହଜ ଅନୁଭବ ହେବ କାହିଁକିନା ମହାଦାନୀ ହେବା ଦ୍ୱାରା ମହାନ ଶକ୍ତିର ପ୍ରାପ୍ତି ସ୍ୱତଃ ହିଁ ହୋଇଥାଏ ।