22.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ମହାବୀର ହୁଅ, ମାୟାର ତୋଫାନ ସହିତ ଲଢିବା ପରିବର୍ତ୍ତେ ଅଚଳ-ଅଟଳ ହୁଅ ।”
ପ୍ରଶ୍ନ:-
ବ୍ରହ୍ମାବାବାଙ୍କ ସମ୍ମୁଖରେ ଅନେକ ପ୍ରକାରର ଗଣ୍ଡଗୋଳ ହେଉଥିଲେ ମଧ୍ୟ ସେ କେବେହେଲେ ଦୁଃଖୀ ହେଉ
ନ ଥିଲେ - କାହିଁକି?
ଉତ୍ତର:-
କାହିଁକି ନା ବାବାଙ୍କର ନିଶା ରହିଥିଲା ଯେ ମୋତେ ବାବାଙ୍କଠାରୁ ସମ୍ପତ୍ତି ନେବାର ଅଛି । ଏସବୁ ତ
କଳ୍ପ ପୂର୍ବ ଭଳି ହେଉଛି, ତେଣୁ ଏହା କିଛି ନୂଆ କଥା ନୁହେଁ । ସବୁଠାରୁ ଅଧିକ ଗାଳି ତ ବାବାଙ୍କୁ
ହିଁ ମିଳିଛି । ପୁଣି କୃଷ୍ଣଙ୍କୁ ମଧ୍ୟ ଗାଳି ଦେଉଛନ୍ତି । ତେବେ ମୋତେ ଯଦି ଗାଳି ଖାଇବାକୁ ପଡୁଛି,
ତେବେ ଏଥିରେ କ’ଣ ବଡ କଥା ଅଛି । ଦୁନିଆରେ ଆମ କଥାକୁ ତ କେହି ଜାଣିନାହାଁନ୍ତି ତେବେ ନିଶ୍ଚିତ
ଗାଳି ଦେବେ, ସେଥିପାଇଁ ସେ କେବେ କୌଣସି କଥାରେ ଦୁଃଖୀ ହେଲେ ନାହିଁ । ସେହିପରି
ବ୍ରହ୍ମାବାବାଙ୍କୁ ଅନୁକରଣ କର ।
ଗୀତ:-
ଭୋଲେନାଥ ସେ
ନିରାଲା...
ଓମ୍ ଶାନ୍ତି ।
ଏହା
ଭକ୍ତମାନଙ୍କର ଗୀତ ଅଟେ । ଜ୍ଞାନ ମାର୍ଗରେ ଗୀତ ଆଦି ଗାୟନ କରାଯାଏ ନାହିଁ, ନା ଗୀତ ରଚନା
କରାଯାଇଥାଏ, ନା ଏହାର ଆବଶ୍ୟକତା ଅଛି କାହିଁକି ନା ଗାୟନ ରହିଛି - ବାବାଙ୍କଠାରୁ ଗୋଟିଏ
ସେକେଣ୍ଡରେ ଜୀବନମୁକ୍ତିର ସମ୍ପତ୍ତି ମିଳୁଛି । ଏଥିରେ ଗୀତ ଆଦି ଗାନ କରିବାର କୌଣସି କଥା ହିଁ
ନାହିଁ । ତୁମେମାନେ ଜାଣିଛ ଯେ ଆମକୁ ବେହଦର ବାବାଙ୍କଠାରୁ ଅବିନାଶୀ ସମ୍ପତ୍ତି ମିଳୁଛି ।
ଭକ୍ତିମାର୍ଗରେ ଯେଉଁ ସବୁ ରୀତି-ନୀତି ରହିଛି, ସେ ସବୁର ଏଠାରେ ଆବଶ୍ୟକତା ନାହିଁ । ପିଲାମାନେ
କବିତା ଆଦି ରଚନା କରିଥାନ୍ତି, ତାହା ମଧ୍ୟ ଅନ୍ୟମାନଙ୍କୁ ଶୁଣାଇବା ପାଇଁ । ତାହା ମଧ୍ୟ ଯେ
ପର୍ଯ୍ୟନ୍ତ ତୁମେ ସେମାନଙ୍କୁ ନ ବୁଝାଇଛ ସେ ପର୍ଯ୍ୟନ୍ତ କେହି ବୁଝିପାରିବେ ନାହିଁ । ଏବେ ତୁମ
ପିଲାମାନଙ୍କୁ ବାବା ମିଳିଛନ୍ତି, ତେଣୁ ଖୁସିର ନିଶା ଚଢିବା ଦରକାର । ବାବା ତୁମ୍ଭମାନଙ୍କୁ ୮୪
ଜନ୍ମର ସୃଷ୍ଟିଚକ୍ରର ଜ୍ଞାନ ମଧ୍ୟ ଶୁଣାଇଛନ୍ତି । ତୁମ୍ଭେମାନେ ଖୁସି ହେବା ଆବଶ୍ୟକ ଯେ ଏବେ
ଆମ୍ଭେମାନେ ସ୍ୱଦର୍ଶନ ଚକ୍ରଧାରୀ ହୋଇଛୁ । ବାବାଙ୍କଠାରୁ ବିଷ୍ଣୁପୁରୀର ମାଲିକ ହେଉଛୁ । ନିଶ୍ଚୟ
ବୁଦ୍ଧି ହିଁ ବିଜୟୀ ହୋଇଥାନ୍ତି । ଯେଉଁମାନଙ୍କର ଏଥିରେ ନିଶ୍ଚୟ ହେଉଛି, ସେମାନେ ସତ୍ୟଯୁଗକୁ
ସୁନିଶ୍ଚିତ ଯିବେ । ତେବେ ପିଲାମାନେ ସର୍ବଦା ଖୁସିରେ ରହିବା ଦରକାର । ପିତାଙ୍କୁ ଅନୁକରଣ କର ।
ପିଲାମାନେ ଜାଣିଛନ୍ତି ଯେ ନିରାକାର ବାବା ପ୍ରଥମେ ଯେତେବେଳେ ଏହି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ
କରିଥିଲେ, ସେତେବେଳେ ଏହାଙ୍କ ନିକଟରେ ମଧ୍ୟ ବହୁତ ହଙ୍ଗାମା ହୋଇଥିଲା । ଭାଇ ଭାଇ ଭିତରେ ଝଗଡା,
ସହରରେ ଝଗଡା, ସାରା ସିନ୍ଧ ଅଞ୍ଚଳରେ ଝଗଡା ଚାଲିଥିଲା । ପିଲାମାନେ ବଡ ହେଲେ କହିବେ, ଜଲ୍ଦି
ବିବାହ କର । ବିବାହ ବିନା କାମ କିପରି ଚାଲିବ । ବ୍ରହ୍ମାବାବାଙ୍କର ଗୀତା ପଢିବା କେବେ ବନ୍ଦ ହେଉ
ନ ଥିଲା, ଯେତେବେଳେ ଜାଣିଗଲେ ଯେ ଗୀତାର ଭଗବାନ ଶିବ ଅଟନ୍ତି, ତେବେ ଗୀତା ପଢିବା ମଧ୍ୟ ବନ୍ଦ
କରିଦେଲେ । ପୁଣି ତାଙ୍କର ନିଶା ବା ଉଲ୍ଲାସ ଚଢିଗଲା ଯେ ମୁଁ ତ ବିଶ୍ୱର ମାଲିକ ହେବି । ଏହା ତ
ଶିବ ଭଗବାନୁବାଚ ଅଟେ, ତେଣୁ ସେ ସେହି ଗୀତାକୁ ଛାଡି ଦେଲେ ପୁଣି ପବିତ୍ରତା ପାଇଁ ବହୁତ ଗଣ୍ଡଗୋଳ
ହେଲା । ଭାଇ, କାକା, ଚାଚା ଆଦି କେତେ ଥିଲେ । ଏଥିରେ ବାହାଦୂରୀ ଦେଖାଇବା ଆବଶ୍ୟକ । ତୁମ୍ଭେମାନେ
ହେଉଛ ମହାବୀର ମହାବୀରନୀ । କେବଳ ଜଣଙ୍କ ବ୍ୟତୀତ ଆଉ କାହାର ହେଲେ ମଧ୍ୟ ଚିନ୍ତା ନାହିଁ ।
ପୁରୁଷମାନେ ହେଲେ ରଚୟିତା । ରଚୟିତା ନିଜେ ପବିତ୍ର ହେଉଥିବାରୁ ରଚନାକୁ ମଧ୍ୟ ପବିତ୍ର କରାଇବାକୁ
ହେବ । ପବିତ୍ର ହଂସ ଏବଂ ଅପବିତ୍ର ବଗୁଲା, ଏକତ୍ର କିପରି ରହିପାରିବେ । ରଚୟିତା ତ ତୁରନ୍ତ
ହୁକୁମ୍ କରିବେ ମୋ ମତରେ ଚାଲିବାର ଅଛି ତ ଚାଲ, ନଚେତ୍ ଏଠାରୁ ଚାଲିଯାଅ । ତୁମ୍ଭେମାନେ ଜାଣିଛ
ଯେ ବ୍ରହ୍ମାବାବାଙ୍କର ଲୌକିକ କନ୍ୟା ବିବାହ କରିଥିଲେ । ତାଙ୍କୁ ଜ୍ଞାନ ମିଳିବାରୁ କହିଲେ, ବାବା
କହୁଛନ୍ତି ପବିତ୍ର ହୁଅ, ତେବେ ମୁଁ କାହିଁକି ପବିତ୍ର ନହେବି । ତେବେ ତାଙ୍କର ସ୍ୱାମୀଙ୍କୁ ଜବାବ
ଦେଇ ଦେଲେ ଯେ ମୁଁ ବିକାର ରୂପକ ବିଷ ଦେଇପାରିବି ନାହିଁ । ବାସ୍ ଏହି କଥାରେ ହିଁ ଅନେକଙ୍କର ଝଗଡା
ଚାଲିଲା । ବଡ-ବଡ ଘରମାନଙ୍କର କନ୍ୟାମାନେ ଚାଲି ଆସିଲେ, କୌଣସି ଚିନ୍ତା ବି କଲେ ନାହିଁ ।
ଯେଉଁମାନଙ୍କର ଭାଗ୍ୟରେ ନାହିଁ ସେମାନେ ଏହି କଥାକୁ ବି ବୁଝିପାରିବେ ନାହିଁ । ଯଦି ପବିତ୍ର
ରହିବାର ଅଛି ତ ରୁହ, ନଚେତ୍ ଯାଇ ନିଜର ପ୍ରବନ୍ଧ ନିଜେ କର । ଏଥିରେ ଏତିକି ସାହାସ ମଧ୍ୟ ରହିବା
ଦରକାର ନା । ବାବାଙ୍କ ସମ୍ମୁଖରେ କେତେ ଗଣ୍ଡଗୋଳ ହୋଇଥିଲା । ସେଥିପାଇଁ ବାବାଙ୍କୁ କେବେ ଦୁଃଖୀ
ହେବାର ଦେଖିଛ? ଆମେରିକା ପର୍ଯ୍ୟନ୍ତ ଖବରକାଗଜରେ ମଧ୍ୟ ଏହିକଥା ବାହାରିଲା । ଏହା କିଛି ନୂଆ କଥା
ନୁହେଁ । ଏହା ତ କଳ୍ପ ପୂର୍ବ ଭଳି ହେଉଛି, ଏଥିରେ ଡରିବାର କ’ଣ ଅଛି । ଆମକୁ ତ ନିଜ ବାବାଙ୍କଠାରୁ
ସମ୍ପତ୍ତି ନେବାର ଅଛି । ନିଜର ରଚନାକୁ ରକ୍ଷା କରିବାର ଅଛି । ବାବା ଜାଣିଛନ୍ତି ଯେ ସାରା ରଚନା
ଏହି ସମୟରେ ପତିତ ହୋଇଯାଇଛି । ମୋତେ ହିଁ ସମସ୍ତଙ୍କୁ ପବିତ୍ର କରିବାର ଅଛି । ବାବାଙ୍କୁ ହିଁ
ସମସ୍ତେ କହୁଛନ୍ତି ହେ ପତିତ-ପାବନ, ମୁକ୍ତିଦାତା ଆସ । ତେଣୁ ବାବାଙ୍କୁ ହିଁ ଦୟା ଆସୁଛି । ବାବା
ଦୟାର ସାଗର ଅଟନ୍ତି ନା । ତେବେ ବାବା ବୁଝାଉଛନ୍ତି ପିଲାମାନେ କୌଣସି କଥାରେ ଡରିଯାଅ ନାହିଁ ।
ଡରିଗଲେ ଏତେ ଉଚ୍ଚପଦ ପାଇପାରିବ ନାହିଁ । ମାତାମାନଙ୍କ ଉପରେ ହିଁ ଅତ୍ୟାଚାର ହୋଇଥାଏ । ଏହାର
ମଧ୍ୟ ଉଦାହରଣ ରହିଛି । ଦ୍ରୈାପଦୀଙ୍କୁ ନଗ୍ନ କରିଥିଲେ । ବାବା ୨୧ ଜନ୍ମ ପାଇଁ ନଗ୍ନ ହେବାରୁ
ବଞ୍ଚାଉଛନ୍ତି । ଦୁନିଆରେ ଏହି ସବୁ କଥାକୁ କେହି ଜାଣି ନାହାଁନ୍ତି । ମୁଁ ତ ସଦ୍ଗତି ଦାତା ଅଟେ
ନା । ଯେ ପର୍ଯ୍ୟନ୍ତ ମନୁଷ୍ୟମାନଙ୍କର ଦୁର୍ଗତି ନ ହୋଇଛି, ସେ ପର୍ଯ୍ୟନ୍ତ ମୁଁ କିପରି ଆସି ସଦ୍ଗତି
ଦେବି । ସୃଷ୍ଟିକୁ ପତିତ ଓ ତମୋପ୍ରଧାନ ହେବାର ମଧ୍ୟ ଅଛି । ପ୍ରତ୍ୟେକ ଜିନିଷ ନୂଆରୁ ପୁରୁଣା
ନିଶ୍ଚିତ ହୋଇଥାଏ । ସେଥିପାଇଁ ପୁରୁଣା ଘରକୁ ଛାଡିବାକୁ ହିଁ ପଡିଥାଏ । ନୂଆ ଦୁନିଆ
ସୁବର୍ଣ୍ଣଯୁଗ, ପୁରୁଣା ଦୁନିଆ ଲୌହଯୁଗ ଅଟେ । ସର୍ବଦା ତ ନୂଆ ରହିପାରିବ ନାହିଁ । ତୁମେ
ପିଲାମାନେ ଜାଣିଛ ଯେ ଏହା ସୃଷ୍ଟିର ଚକ୍ର ଅଟେ । ଏଠାରେ ଦେବୀ-ଦେବତାମାନଙ୍କର ରାଜ୍ୟ ପୁନର୍ବାର
ସ୍ଥାପନା ହେଉଛି । ବାବା କହୁଛନ୍ତି ମୁଁ ପୁନର୍ବାର ତୁମକୁ ଗୀତା ଜ୍ଞାନ ଶୁଣାଉଛି । ଏହି ରାବଣ
ରାଜ୍ୟରେ ଦୁଃଖ ରହିଛି । ରାମରାଜ୍ୟ କାହାକୁ କୁହାଯାଉଛି, ଏକଥା ତ କେହି ଜାଣିନାହାଁନ୍ତି ଏବଂ
ବୁଝୁ ମଧ୍ୟ ନାହାଁନ୍ତି । ବାବା କହୁଛନ୍ତି ମୁଁ ସ୍ୱର୍ଗ ଅଥବା ରାମରାଜ୍ୟର ସ୍ଥାପନା କରିବାକୁ
ଆସିଛି । ତୁମେ ପିଲାମାନେ ଅନେକ ଥର ରାଜ୍ୟ ନେଇଛ, ପୁଣି ହରାଇଛ । ଏହି କଥା ସମସ୍ତଙ୍କ ବୁଦ୍ଧିରେ
ଅଛି । ୨୧ ଜନ୍ମ ସତ୍ୟଯୁଗରେ ରହିଥାନ୍ତି, ଏହାକୁ କୁହାଯାଏ ୨୧ ପିଢି ଅର୍ଥାତ୍ ଯେବେ ବୁଢା
ହୋଇଥାନ୍ତି, ତେବେ ଯାଇ ଶରୀର ଛାଡିଥାନ୍ତି । ସେଠାରେ କେବେ ଅକାଳମୃତ୍ୟୁ ହୋଇ ନ ଥାଏ । ଏବେ ତୁମେ
ଯେପରି ତ୍ରିକାଳଦର୍ଶୀ ହୋଇଯାଇଛ । ଏବେ ତୁମେ ଜାଣୁଛ ଯେ ଆମେ ଜନ୍ମ-ଜନ୍ମାନ୍ତର ଭକ୍ତି କରିଛୁ ।
ରାବଣ ରାଜ୍ୟରେ ମଧ୍ୟ କେତେ ଆଡମ୍ବର ରହିଛି ଦେଖ । ଏହା ହେଉଛି ଅନ୍ତିମ ସମୟର ଆଡମ୍ବର ।
ସତ୍ୟଯୁଗରେ ରାମରାଜ୍ୟ ହେବ - ସେଠାରେ ଏହି ବିମାନ ଆଦି ସବୁ ଥିଲା, ପୁଣି ଏସବୁ ଗୁପ୍ତ ହୋଇଗଲା ।
ବର୍ତ୍ତମାନ ପୁଣି ଏସବୁ ବାହାରିଛି । ଏବେ ଏସବୁ ତିଆରି କରିବା ଶିଖୁଛନ୍ତି । ଯେଉଁମାନେ ବିମାନ
ତିଆରି କରୁଛନ୍ତି, ସେମାନେ ସଂସ୍କାର ନେଇ କରିଯିବେ । ପୁଣି ଏଠାକୁ ଆସି ବିମାନ ତିଆରି କରିବେ ।
ଏହିମାନେ ହିଁ ତୁମ୍ଭମାନଙ୍କୁ ଭବିଷ୍ୟତରେ ସୁଖ ଦେବେ । ଏହି ବିମାନ ଆଦି ଭାରତବାସୀ ମଧ୍ୟ ତିଆରି
କରିପାରିବେ । ଏହା କୌଣସି ନୂଆ କଥା ନୁହେଁ, ଭାରତବାସୀ ବୁଦ୍ଧିମାନ ତ ଅଟନ୍ତି ନା । ଏହି
ବିଜ୍ଞାନ ତୁମର ପୁଣି କାମରେ ଆସିବ । ବର୍ତ୍ତମାନ ଏହି ବିଜ୍ଞାନ ଦୁଃଖ ଦେବା ପାଇଁ ରହିଛି, ପୁଣି
ସେଠାରେ ଅର୍ଥାତ୍ ସତ୍ୟଯୁଗରେ ସୁଖ ଦେବା ପାଇଁ ରହିବ । ସେଠାରେ ତ ପ୍ରତ୍ୟେକ ଜିନିଷ ନୂଆ ହେବ ।
ଏବେ ତ ନୂଆ ଦୁନିଆର ସ୍ଥାପନା ହେଉଛି । ବାବା ହିଁ ନୂଆ ଦୁନିଆର ରାଜଧାନୀ ସ୍ଥାପନ କରୁଛନ୍ତି ।
ତେଣୁ ପିଲାମାନଙ୍କୁ ମହାବୀର ହେବାକୁ ପଡିବ । ଦୁନିଆରେ ଏହି କଥା କେହି ହେଲେ ଜାଣିନାହାଁନ୍ତି ଯେ
ଭଗବାନ ଆସିଛନ୍ତି ।
ବାବା କହୁଛନ୍ତି -
ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ଭଳି ପବିତ୍ର ରୁହ । ଏଥିରେ ଭୟର କୌଣସି କଥା ନାହିଁ, ଅଧିକରୁ
ଅଧିକ ସେମାନେ ଗାଳି ହିଁ ଦେଇପାରିବେ । ବ୍ରହ୍ମାବାବାଙ୍କୁ ମଧ୍ୟ ବହୁତ ଗାଳି ଦେଇଥିଲେ । କୃଷ୍ଣ
ଗାଳି ଖାଇଥିଲେ, ଏହିଭଳି ଦେଖାଉଛନ୍ତି । କୃଷ୍ଣ ତ କେବେ ଗାଳି ଖାଇପାରିବେ ନାହିଁ । ଗାଳି ତ
କଳିଯୁଗରେ ହିଁ ଖାଇଥା’ନ୍ତି । ବର୍ତ୍ତମାନ ତୁମମାନଙ୍କର ଏହି ଯେଉଁ ରୂପ ଅଛି, ପୁଣି ଗୋଟିଏ କଳ୍ପ
ପରେ ଏହି ସମୟରେ ସେହି ରୂପ ହେବ । କଳ୍ପ ମଝିରେ ସେହିଭଳି ଚେହେରା ହୋଇପାରିବ ନାହିଁ । ଜନ୍ମ ପରେ
ଜନ୍ମ ଚେହେରା ବଦଳି ଚାଲିଥାଏ । ଗୋଟିଏ ଆତ୍ମାକୁ ୮୪ ଜନ୍ମରେ ଏକାଭଳି ଚେହେରା ମିଳିପାରିବ ନାହିଁ
। ଆତ୍ମାମାନେ ସତ୍ତ୍ୱ, ରଜୋ, ତମୋ ରୂପରେ ଆସିଥା’ନ୍ତି, ସେଥିପାଇଁ ତାଙ୍କର ଚେହେରା ବଦଳିଯାଇଥାଏ
। ଏହିପରି ଡ୍ରାମା ତିଆରି ହୋଇଛି । ୮୪ ଜନ୍ମରେ ଯେଉଁ ସବୁ ରୂପ ନେଇ ଜନ୍ମ ହୋଇଥିଲ, ତାହା ହିଁ
ନେବ । ଏବେ ତୁମ୍ଭେମାନେ ଜାଣୁଛ ଯେ ଏହାଙ୍କର ଅର୍ଥାତ୍ ବ୍ରହ୍ମାଙ୍କର ରୂପ ବଦଳି ପରବର୍ତ୍ତୀ
ଜନ୍ମରେ ଇଏ ଲକ୍ଷ୍ମୀ-ନାରାୟଣ ହୋଇଯିବେ । ଏବେ ତୁମ୍ଭମାନଙ୍କର ବୁଦ୍ଧିର ତାଲା ଖୋଲିଛି ।
ବର୍ତ୍ତମାନ ଏହା ହେଉଛି ନୂଆ କଥା । ବାବା ବି ବର୍ତ୍ତମାନ ନୂତନ ଅଟନ୍ତି, ଏହି କଥା ମଧ୍ୟ ନୂଆ ଅଟେ
। ଏହି କଥା କାହାରି ବୁଦ୍ଧିରେ ତୁରନ୍ତ ଆସିପାରିବ ନାହିଁ । ଯଦି ଭାଗ୍ୟରେ ଥିବ ତେବେ ଯାଇ କିଛି
ବୁଝିପାରିବେ । ମହାବୀରମାନେ କୌଣସି ତୋଫାନକୁ ଡରି ନ ଥାନ୍ତି । ଏହି ଅବସ୍ଥା ଅନ୍ତିମ ସମୟରେ ହେବ,
ସେଥିପାଇଁ ଗାୟନ ରହିଛି ଯେ ଯଦି ଅତିନ୍ଦ୍ରିୟ ସୁଖ ବିଷୟରେ ପଚାରିବାର ଅଛି ତ ଗୋପ, ଗୋପୀମାନଙ୍କୁ
ପଚାର । ବାବା ଆସିଛନ୍ତି ହିଁ ତୁମ ପିଲାମାନଙ୍କୁ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ କରାଇବାକୁ ।
କଳ୍ପ ପୂର୍ବ ଭଳି ନର୍କର ବିନାଶ ତ ନିଶ୍ଚିତ ହେବ ହିଁ ହେବ । ସତ୍ୟଯୁଗରେ ତ ଗୋଟିଏ ହିଁ ଧର୍ମ
ରହିବ । ସମସ୍ତେ ଚାହୁଁଛନ୍ତି ମଧ୍ୟ ସବୁଥିରେ ଏକତା ରହୁ । ଗୋଟିଏ ହିଁ ଧର୍ମ ରହିବା ଦରକାର । ଏ
କଥା ବି କେହି ଜାଣିନାହାଁନ୍ତି ଯେ ରାମରାଜ୍ୟ, ରାବଣରାଜ୍ୟ ଅଲଗା-ଅଲଗା ଅଟେ । ଏଠାରେ ବିକାର ବିନା
ସନ୍ତାନ ଜନ୍ମ ହୋଇପାରିବ ନାହିଁ । ସମସ୍ତେ ବିକାରଯୁକ୍ତ ଅଟନ୍ତି ନା । ଯଦି ବାବାଙ୍କ ପ୍ରତି
ନିଶ୍ଚୟ ଅଛି, ତେବେ ସମ୍ପୂର୍ଣ୍ଣ ରୂପେ ଶ୍ରୀମତରେ ଚାଲିବାକୁ ପଡିବ ନା । ପ୍ରତ୍ୟେକଙ୍କର ନାଡିର
ସ୍ପନ୍ଦନ ମଧ୍ୟ ଦେଖାଯାଇଥାଏ । ସେହି ଅନୁସାରେ ରାୟ ମଧ୍ୟ ଦିଆଯାଇଥାଏ । ବାବା ମଧ୍ୟ ପିଲାମାନଙ୍କୁ
କହିଲେ ଯେ ଯଦି ବିବାହ କରିବାର ଅଛି ତେବେ ଯାଇ କର । ବହୁତ ମିତ୍ର-ସମ୍ବନ୍ଧୀ ଆଦି ବସିଛନ୍ତି,
ତୁମର ବିବାହ କରାଇଦେବେ । ତେବେ ଏଠାରେ ପ୍ରତ୍ୟେକଙ୍କର ନାଡିକୁ ଅର୍ଥାତ୍ ସ୍ଥିତିକୁ ଦେଖାଯାଇଥାଏ
। ପଚାରୁଛନ୍ତି ବାବା, ମୁଁ ଏହିପରି ଅବସ୍ଥାରେ ଅଛି, ପବିତ୍ର ରହିବାକୁ ଚାହୁଁଛି, ମୋର ମିତ୍ର
ସମ୍ବନ୍ଧୀମାନେ ମୋତେ ଘରୁ ବାହାର କରିଦେବାକୁ ଚାହୁଁଛନ୍ତି । ଏବେ କ’ଣ କରିବାକୁ ହେବ? ଏହି କଥା
ପଚାରୁଛ କି, ପବିତ୍ର ରହିବାକୁ ହେବ । ଯଦି ନ ରହିପାରିବ ତେବେ ଯାଇ ବିବାହ କର । ଧରିନିଅ କାହାର
ଯଦି ନିର୍ବନ୍ଧ ହୋଇଯାଇଛି । ତାଙ୍କୁ ରାଜି କରିବାକୁ ହେବ । ଏଥିରେ କୌଣସି ଅସୁବିଧା ନାହିଁ ।
ଯେତେବେଳେ ହସ୍ତଗଣ୍ଠି ପକାଇଥା’ନ୍ତି, ସେତେବେଳେ ମଧ୍ୟ କହିଥାନ୍ତି - ଇଏ ତୁମର ପତି, ଗୁରୁ
ଅଟନ୍ତି । ଆଚ୍ଛା ସେହି ସମୟରେ ତୁମେ ତାଙ୍କଠାରୁ ଲେଖାଇ ନିଅ - ମାନୁଛ ଯେ ମୁଁ ତୁମର ଗୁରୁ
ଈଶ୍ୱର ଅଟେ, ତେବେ ଲେଖ । ଏବେ ମୁଁ ତୁମକୁ ହୁକୁମ୍ ଦେଉଛି, ପବିତ୍ର ରହିବାକୁ ହେବ । ସେଥିପାଇଁ
ସାହାସ ଥିବା ଦରକାର ନା । ଏହି ଲକ୍ଷ୍ୟ ବହୁତ ଶ୍ରେଷ୍ଠ । ଉଭୟ କିପରି ପବିତ୍ର ହୋଇ ଏକତ୍ର ରହୁଛ,
ଏହା ସମସ୍ତଙ୍କୁ ଦେଖାଇବାକୁ ହେବ । ଏଥିରେ ବହୁତ ଜବରଦସ୍ତ ପ୍ରାପ୍ତି ରହିଛି । ବିକାର ରୂପୀ ନିଆଁ
ସେତେବେଳେ ଲାଗିଥାଏ, ଯେତେବେଳେ ପ୍ରାପ୍ତି ବିଷୟରେ ଜାଣି ନ ଥାନ୍ତି । ବାବା କହୁଛନ୍ତି - ଏତେ
ବଡ ପ୍ରାପ୍ତି ହେଉଛି, ତେଣୁ ଗୋଟିଏ ଜନ୍ମ ପବିତ୍ର ରୁହ, ଏହା କିଛି ବଡ କଥା ନୁହେଁ । ମୁଁ ତୁମର
ସ୍ୱାମୀ ଈଶ୍ୱର ଅଟେ । ମୋର ଆଜ୍ଞା ଅନୁସାରେ ତୁମକୁ ପବିତ୍ର ରହିବାକୁ ପଡିବ । ବାବା ଯୁକ୍ତି ସବୁ
ବତାଇ ଦେଉଛନ୍ତି । ଭାରତରେ ଏହି ନିୟମ ରହିଛି, ସ୍ତ୍ରୀକୁ କହିଥାନ୍ତି ଯେ ତୁମର ସ୍ୱାମୀ ଈଶ୍ୱର
ଅଟନ୍ତି, ତାଙ୍କର ଆଜ୍ଞା ଅନୁସାରେ ଚାଲିବାକୁ ପଡିବ । ସ୍ୱାମୀଙ୍କର ପାଦ ସେବା କରିବାକୁ ହେବ,
କାହିଁକି ନା ସେମାନେ ଭାବୁଛନ୍ତି ଯେ ଲକ୍ଷ୍ମୀ ନାରାୟଣଙ୍କର ଗୋଡ ମୋଡୁଥିଲେ । ଏହି ପ୍ରଥା
କେଉଁଠାରୁ ଆରମ୍ଭ ହୋଇଛି । ଏହି ମିଛ ଚିତ୍ରରୁ । ସତ୍ୟଯୁଗରେ ତ ଏଭଳି କଥା ହୁଏ ନାହିଁ । ନାରାୟଣ
କ’ଣ କେବେ ଥକି ଯାଉଥିଲେ ଯେ ଲକ୍ଷ୍ମୀ ବସି ତାଙ୍କର ପାଦ ମର୍ଦ୍ଦନ କରୁଥିଲେ? ସେଠାରେ ଥକିଯିବାର
କୌଣସି କଥା ହିଁ ନାହିଁ । ତେବେ ଏହା ତ ଦୁଃଖର କଥା ହୋଇଯାଉଛି । ସେଠାରେ ଦୁଃଖ କେଉଁଠାରୁ ଆସିଲା
। ତେବେ ଏହିଭଳି କେତେ ମିଛ କଥା ଲେଖି ଦେଇଛନ୍ତି । ବ୍ରହ୍ମାବାବାଙ୍କର ପିଲାଦିନରୁ ହିଁ ବୈରାଗ୍ୟ
ରହିଥିଲା, ସେଥିପାଇଁ ଭକ୍ତି କରୁଥିଲେ ।
ବାବା ପିଲାମାନଙ୍କୁ
ବହୁତ ଭଲ ଉପାୟ ବତାଉଛନ୍ତି । କେତେକ ପିଲାମାନଙ୍କୁ ସମ୍ବନ୍ଧୀମାନେ ହଇରାଣ କରୁଛନ୍ତି, ଆଚ୍ଛା,
ବିବାହ କରିନିଅ । ସ୍ତ୍ରୀ ତୁମର ହୋଇଗଲା । ତେବେ ଆଉ କେହି କିଛି କରିପାରିବେ ନାହିଁ । ତୁମେ
ପରସ୍ପର ସହିତ କଥା ହୋଇ ପବିତ୍ର ରୁହ, ତେବେ ସିଏ ତୁମର ସାଥୀ ହୋଇଗଲେ । ବିଦେଶରେ ବୁଢା ହୋଇଗଲେ
ଦାୟିତ୍ୱ ନେବା ପାଇଁ ଜଣେ ସହଯୋଗୀ ରଖିଦେଇଥାନ୍ତି । ସେମାନେ ସିଭିଲ୍ ମ୍ୟାରେଜ୍ ଅର୍ଥାତ୍
ପବିତ୍ର ବିବାହ କରିଥା’ନ୍ତି । ସେମାନେ ବିକାରରେ ବଶବର୍ତ୍ତୀ ହୋଇ ନଥାନ୍ତି । ଏବେ ତୁମ୍ଭେମାନେ
ଜାଣୁଛ ଯେ ଆମେ ଏକ ପିତାଙ୍କର ସନ୍ତାନ ଅଟୁ, ତେଣୁ ପରସ୍ପର ମଧ୍ୟରେ ଭାଇ-ଭଉଣୀ ହୋଇଗଲୁ ।
ଆମ୍ଭେମାନେ ଦାଦାଙ୍କଠାରୁ ବର୍ସା ଅର୍ଥାତ୍ ସମ୍ପତ୍ତି ନେଉଛୁ । ବାବାଙ୍କୁ ମଧ୍ୟ ଏହି ପତିତ
ଦୁନିଆକୁ ହିଁ ଡାକୁଛନ୍ତି । କହୁଛନ୍ତି ହେ ପତିତ-ପାବନ, ସବୁ ସୀତାମାନଙ୍କର ରାମ । ମନୁଷ୍ୟମାନେ
ରାମ-ରାମ ଜପିଥାନ୍ତି, ତେବେ ସୀତାଙ୍କୁ ସ୍ମରଣ କରି ନ ଥାନ୍ତି । ସୀତାଙ୍କଠାରୁ ବଡ ତ ଲକ୍ଷ୍ମୀ
ଅଟନ୍ତି । କିନ୍ତୁ ସ୍ମରଣ ତ ଏକମାତ୍ର ବାବାଙ୍କୁ କରୁଛନ୍ତି । ତଥାପି ଲକ୍ଷ୍ମୀ-ନାରାୟଣଙ୍କୁ
ସମସ୍ତେ ଜାଣିଛନ୍ତି, ଶିବଙ୍କୁ ତ କେହି ଜାଣିନାହାଁନ୍ତି । ଆତ୍ମା ବିନ୍ଦୁ ଅଟେ, ତେଣୁ
ଆତ୍ମାମାନଙ୍କର ପିତା ମଧ୍ୟ ବିନ୍ଦୁ ହେବେ ନା । ଆତ୍ମା ଭିତରେ ସମସ୍ତ ଜ୍ଞାନ ରହିଛି । ତାଙ୍କୁ
ଜ୍ଞାନର ସାଗର କୁହାଯାଉଛି । ତୁମେ ଆତ୍ମାମାନେ ମଧ୍ୟ ଜ୍ଞାନର ସାଗର ହେଉଛ । ଜ୍ଞାନର ସାଗର ବସି
ତୁମ ଆତ୍ମାମାନଙ୍କୁ ବୁଝାଉଛନ୍ତି । ଆତ୍ମା ଚୈତନ୍ୟ ଅଟେ । ତୁମମାନଙ୍କର ଆତ୍ମା ଏବେ ଜ୍ଞାନର
ସାଗର ହେବାକୁ ଯାଉଛି । ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ତୁମ ପାଖରେ ଅଛି । ମିଠା ମିଠା
ପିଲାମାନଙ୍କର ସାହାସ ରହିବା ଦରକାର । ଆମମାନଙ୍କୁ ବାବାଙ୍କର ଶ୍ରୀମତରେ ଚାଲିବା ଦରକାର ନା ।
ଅବିନାଶୀ ପିତା ଅବିନାଶୀ ପିଲାମାନଙ୍କୁ ସ୍ୱର୍ଗର ମାଲିକ କରାଉଛନ୍ତି, ତେବେ ବାବା କହୁଛନ୍ତି
ତୁମ୍ଭେମାନେ ମଧ୍ୟ ନିଜର ରଚନାକୁ ହାତରେ ରଖ । ଯଦି ସନ୍ତାନ ତୁମର ଆଜ୍ଞା ମାନୁନାହିଁ ତେବେ ସେହି
ସନ୍ତାନ, ସନ୍ତାନ ନୁହେଁ । ସିଏ ତ କୁପୁତ୍ର ହୋଇଗଲା । ଯଦି ଆଜ୍ଞାବହ, ଆଦେଶ ପାଳନକାରୀ ସନ୍ତାନ
ହୋଇଥିବେ, ତେବେ ସମ୍ପତ୍ତିର ଅଧିକାରୀ ହୋଇପାରିବେ । ଅବିନାଶୀ ବାବା ମଧ୍ୟ କହୁଛନ୍ତି ମୋର
ଶ୍ରୀମତରେ ଯଦି ଚାଲିବ ତ ତୁମେମାନେ ଏହିପରି ଶ୍ରେଷ୍ଠ ହୋଇଯିବ । ନଚେତ୍ ପ୍ରଜା ହେବ । ବାବା
ତୁମମାନଙ୍କୁ ନରରୁ ନାରାୟଣ କରାଇବା ପାଇଁ ଆସିଛନ୍ତି । ଏହା ହେଉଛି ସଚ୍ଚା ସତ୍ୟ ନାରାୟଣଙ୍କର କଥା
। ତୁମେମାନେ ରାଜପଦ ପାଇବାକୁ ଆସିଛ । ମମ୍ମା ବାବା ରାଜା ରାଣୀ ହେଉଛନ୍ତି, ତେଣୁ ତୁମେମାନେ ବି
ରାଜା ରାଣୀ ହେବା ପାଇଁ ସାହାସ ରଖ । ବାବା ତ ନିଶ୍ଚିତ ନିଜ ଭଳି କରାଇବେ ନା । ପ୍ରଜା ପଦରେ ହିଁ
ରାଜି ହୋଇଯିବା ଉଚିତ୍ ନୁହେଁ । ଆମକୁ ପୁରୁଷାର୍ଥ କରିବାକୁ ହେବ ଯେ ଆମେ ବାବାଙ୍କଠାରୁ
ସମ୍ପୂର୍ଣ୍ଣ ସମ୍ପତ୍ତିର ଅଧିକାର ନେବୁ, ବାବାଙ୍କ ପାଖରେ ସମର୍ପଣ ହୋଇଯିବୁ । ଯଦି ତୁମେମାନେ
ବାବାଙ୍କୁ ନିଜର ଉତ୍ତରାଧିକାରୀ କରିବ, ତେବେ ସିଏ ତୁମକୁ ୨୧ ଜନ୍ମ ପାଇଁ ସମ୍ପତ୍ତି ଦେବେ । ବାବା
ପିଲାମାନଙ୍କ ପାଖରେ ସମର୍ପିତ ହେଉଛନ୍ତି । ପିଲାମାନେ କହୁଛନ୍ତି ବାବା ଏହି ଶରୀର-ମନ-ଧନ ସବୁ
କିଛି ଆପଣଙ୍କର ଅଟେ । ଆପଣ ଆମର ପିତା ଅଟନ୍ତି, ସନ୍ତାନ ମଧ୍ୟ ଅଟନ୍ତି । ତ୍ୱମେବ ମାତାଶ୍ଚ ପିତା
ତ୍ୱମେବ । ଏକମାତ୍ର ବାବାଙ୍କର ହିଁ ମହିମା କେତେ ଶ୍ରେଷ୍ଠ । ଦୁନିଆରେ ଏହି ସବୁ କଥାକୁ କେହି
ଜାଣିନାହାଁନ୍ତି । ଏସବୁ ଭାରତର ହିଁ କଥା । ତୁମ୍ଭେମାନେ ଜାଣିଛ ଯେ ଏହା ସେହି ୫ ହଜାର ବର୍ଷ
ପୂର୍ବର ଲଢେଇ । ବର୍ତ୍ତମାନ ସ୍ୱର୍ଗର ସ୍ଥାପନା ହେଉଛି । ତେଣୁ ପିଲାମାନେ ସର୍ବଦା ବହୁତ ଖୁସିରେ
ରହିବା ଉଚିତ୍ । ଭଗବାନ ତୁମକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି, ତେଣୁ ତୁମ୍ଭେମାନେ ବହୁତ ଖୁସିରେ
ରହିବା ଦରକାର । ପୁଣି ତୁମ ସନ୍ତାନମାନଙ୍କର ବାବା ଶୃଙ୍ଗାର କରୁଛନ୍ତି । ପାଠ ମଧ୍ୟ ପଢାଉଛନ୍ତି
- ବେହଦର ବାବା, ଜ୍ଞାନର ସାଗର ଅଟନ୍ତି । ବାବା ସମସ୍ତଙ୍କୁ ସାରା ସୃଷ୍ଟିର ଆଦି ମଧ୍ୟ ଅନ୍ତର
ରହସ୍ୟ ବୁଝାଉଛନ୍ତି । ଯେଉଁମାନେ ବାବାଙ୍କୁ ହିଁ ଜାଣିନାହାଁନ୍ତି, ସେମାନେ ହେଉଛନ୍ତି ନାସ୍ତିକ
। ତୁମ୍ଭେମାନେ ବାବା ଏବଂ ତାଙ୍କର ରଚନାକୁ ଜାଣିଛ, ତେଣୁ ତୁମେ ଆସ୍ତିକ ଅଟ । ଲକ୍ଷ୍ମୀ-ନାରାୟଣ
ଆସ୍ତିକ ଅଟନ୍ତି ନା ନାସ୍ତିକ? ତୁମେ କ’ଣ କହିବ? ତୁମେମାନେ ନିଜେ କହୁଛ ଯେ ସତ୍ୟଯୁଗରେ
ପରମାତ୍ମାଙ୍କୁ କେହି ସ୍ମରଣ କରି ନ ଥାନ୍ତି । ସେଠାରେ ସୁଖ ରହିଛି, ତେବେ ସୁଖରେ ପରମାତ୍ମାଙ୍କୁ
ସ୍ମରଣ କରି ନ ଥାନ୍ତି, କାହିଁକି ନା ପରମାତ୍ମାଙ୍କୁ ଜାଣି ନ ଥାନ୍ତି । ବର୍ତ୍ତମାନ ସମୟରେ
ତୁମେମାନେ ଆସ୍ତିକ ହୋଇ ବାବାଙ୍କଠାରୁ ସମ୍ପତ୍ତି ପାଉଛ । ପୁଣି ସେଠାରେ ବାବାଙ୍କୁ ହିଁ ମନେ
ପକାଇବ ନାହିଁ । ଏଠାରେ ମନେ ପକାଉଛନ୍ତି, କିନ୍ତୁ ତାଙ୍କୁ ଜାଣି ନାହାଁନ୍ତି, ସେଥିପାଇଁ
ନାସ୍ତିକ କୁହାଯାଉଛି । ସେଠାରେ ବାବାଙ୍କୁ ଜାଣି ନ ଥା’ନ୍ତି, ତେଣୁ ସ୍ମରଣ ମଧ୍ୟ କରି ନ ଥାନ୍ତି
। ସେମାନଙ୍କୁ ଏହି କଥା ଜଣା ନ ଥିବ ଯେ ଏହି ସମ୍ପତ୍ତି ଆମକୁ ଶିବବାବାଙ୍କଠାରୁ ମିଳିଛି । କିନ୍ତୁ
ସେମାନଙ୍କୁ ନାସ୍ତିକ କୁହାଯିବ ନାହିଁ, କାରଣ ସେମାନେ ପବିତ୍ର ଅଟନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଶ୍ରୀମତକୁ
ପାଳନ କରିବା ପାଇଁ ପୂରା-ପୂରା ସାହସ ରଖିବାକୁ ହେବ । କୌଣସି କଥାରେ ଭୟ କରିବା ବା ନାରାଜ ହେବାର
ନାହିଁ ।
(୨) ନିଜର ରଚନାଙ୍କୁ
ଅର୍ଥାତ୍ ପିଲାମାନଙ୍କୁ ନିଜ ହାତରେ ରଖିବାକୁ ହେବ । ସେମାନଙ୍କୁ ବିକାରଠାରୁ ଦୂରେଇ ରଖିବାକୁ
ହେବ । ପବିତ୍ର ହେବାର ପରାମର୍ଶ ଦେବାକୁ ହେବ ।
ବରଦାନ:-
ସର୍ବଦା
ବାବାଙ୍କର ସମ୍ମୁଖରେ ରହି ଖୁସିର ଅନୁଭବ କରୁଥିବା ଅକ୍ଳାନ୍ତ ଏବଂ ଆଳସ୍ୟମୁକ୍ତ ଭବ ।
ଯେ କୌଣସି ପ୍ରକାରର
ସ୍ୱଭାବ-ସଂସ୍କାରକୁ ପରିବର୍ତ୍ତନ କରିବାରେ ନିରାଶ ହେବା ବା ଅବହେଳା ପଣିଆ ଆସିବା ମଧ୍ୟ ଥକିଯିବା
ଅଟେ, ତେଣୁ ଏଥିରେ ଅଥକ ଅର୍ଥାତ୍ ଅକ୍ଲାନ୍ତ ହୁଅ । ଅଥକର ଅର୍ଥ ହେଲା - ଯାହା ଭିତରେ ଆଳସ୍ୟ ନ
ଥିବ । ଯେଉଁ ପିଲାମାନେ ଏହିଭଳି ଆଳସ୍ୟ ଠାରୁ ମୁକ୍ତ ଅଟନ୍ତି, ସେମାନେ ସର୍ବଦା ବାବାଙ୍କର
ସମ୍ମୁଖରେ ରହିଥାଆନ୍ତି ଏବଂ ଖୁସିର ଅନୁଭବ କରିଥାଆନ୍ତି । ସେମାନଙ୍କ ମନ ଭିତରେ କେବେ ବି ଦୁଃଖର
ଢେଉ ଆସିପାରିବ ନାହିଁ । ସେଥିପାଇଁ ସର୍ବଦା ବାବାଙ୍କର ସମ୍ମୁଖରେ ହିଁ ରୁହ ଏବଂ ଖୁସିର ଅନୁଭବ
କର ।
ସ୍ଲୋଗାନ:-
ସିଦ୍ଧି ସ୍ୱରୂପ
ହେବା ପାଇଁ ପ୍ରତ୍ୟେକ ସଂକଳ୍ପରେ ପୂଣ୍ୟ ଏବଂ ବାଣୀରେ ଆଶୀର୍ବାଦ ଜମା କରିଚାଲ ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ଯାହାର ତୁମମାନଙ୍କ ପ୍ରତି
ଶୁଭଭାବନା ରହୁଛି ତା’ପ୍ରତି ତୁମେ ମଧ୍ୟ ଶୁଭଭାବନା ରଖିଛ, ଉପକାରୀର ଉପକାର କରୁଛ, ଏହା କୌଣସି
ବଡ କଥା ନୁହେଁ । କିନ୍ତୁ କେହି ଯଦି ତୁମକୁ ବାରମ୍ବାର ତଳକୁ ଖସାଇବା ପାଇଁ ଚେଷ୍ଟା କରୁଥିବ,
ତୁମର ମନକୁ ହଲଚଲ୍ କରୁଥିବ, ତଥାପି ବି ତୁମର ତା’ପ୍ରତି ସର୍ବଦା ଶୁଭ ଚିନ୍ତା ରହୁ, ଅଚଳ ଅଟଳ
ଭାବ ରହୁ, କଥା କାରଣରୁ ଭାବନା ନ ବଦଳୁ - କେହି ତୁମର ଅପକାର କରୁ କିନ୍ତୁ ତୁମେ ତାକୁ ଗୋଟିଏ
ସେକେଣ୍ଡ ଭିତରେ ଉପକାରରେ ପରିବର୍ତ୍ତିତ କରିଦିଅ, ତେବେ କୁହାଯିବ ଚମତ୍କାର ।