22.11.26    Avyakt Bapdada     Odia Murli    03.04.2012     Om Shanti     Madhuban


“ମୋ’ରକୁ ତୋ’ରରେ ପରିବର୍ତ୍ତନ କରି ଚିନ୍ତାମୁକ୍ତ ସମ୍ରାଟ ହୁଅ, ବାବାଙ୍କର ସ୍ନେହରେ ଏବଂ ସେବାରେ ମନକୁ ଏତେ ବ୍ୟସ୍ତ ରଖ ଯାହାକି ବ୍ୟର୍ଥକୁ ଆସିବା ପାଇଁ ସମୟ ନ ଥିବ”


ଆଜି ବାପଦାଦା ଚାରିଆଡର ନିଜର ଚିନ୍ତାମୁକ୍ତ ସମ୍ରାଟ ପିଲାମାନଙ୍କୁ ଦେଖୁଛନ୍ତି । ପ୍ରତ୍ୟେକ ସନ୍ତାନ ଅମୃତବେଳାରୁ ଉଠି ଚିନ୍ତାମୁକ୍ତ ସ୍ଥିତିରେ ସ୍ଥିତ ହୋଇ ପ୍ରତ୍ୟେକ କର୍ମ କରୁଛି । ପ୍ରତ୍ୟେକ ସନ୍ତାନର ଅନୁଭବ ଅଛି ଯେ ଏହି ଚିନ୍ତାମୁକ୍ତ ସମ୍ରାଟ ଜୀବନରେ ରାଜତ୍ୱ କରିବା ମଧ୍ୟ ଅଛି ଏବଂ ଚିନ୍ତାମୁକ୍ତ ସ୍ଥିତି ମଧ୍ୟ ଅଛି, ତେଣୁ ଏହା କେତେ ପ୍ରିୟ ଲାଗୁଛି, କାହିଁକିନା ତୁମେ ସମସ୍ତେ ବାବାଙ୍କୁ ନିଜର ଚିନ୍ତା ଦେଇ ତାଙ୍କଠାରୁ ଆତ୍ମିକ ନିଶା ନେଇଯାଇଛ । ତାହା ମଧ୍ୟ ଅବିନାଶୀ ନିଶା ଅଟେ । ସମସ୍ତେ ଅନୁଭବ କରୁଛ ଯେ ଏହି ଚିନ୍ତାମୁକ୍ତ ଜୀବନ କେତେ ପ୍ରିୟ ଅଟେ । ଦିନରାତି କୌଣସି କଥାର ଚିନ୍ତା ନାହିଁ ବରଂ ନିଶା ଅଛି । ତୁମେମାନେ ଜାଣିଛ ଯେ ଏହିଭଳି ଚିନ୍ତାମୁକ୍ତ ରହିବାର ଜୀବନ ବାବା ତୁମମାନଙ୍କୁ ଏହି ଗୋଟିଏ ଜନ୍ମ ପାଇଁ ନୁହେଁ ଅନେକ ଜନ୍ମ ପାଇଁ ଚିନ୍ତାମୁକ୍ତ ସମ୍ରାଟ କରିଦେଇଛନ୍ତି । ଏବେ ଅନୁଭବ କରୁଛ ଯଦି ଚିନ୍ତାମୁକ୍ତ ଜୀବନ ଅଛି ତେବେ ମସ୍ତକରେ ସର୍ବଦା ଦିବ୍ୟ ଜ୍ୟୋତି ଚମକୁଥାଏ ଏବଂ ଚିନ୍ତାଗ୍ରସ୍ତ ଜୀବନରେ ମୁଣ୍ଡ ଉପରେ ଅନେକ ପ୍ରକାରର ଦୁଃଖର ବୋଝ ଭରି ହୋଇ ରହିଥାଏ । ତେବେ ଏହି ଚିନ୍ତାମୁକ୍ତ ଜୀବନର ବିଧି ବହୁତ ସହଜ ଅଟେ - ଯାହା ବି ସବୁ ବିନାଶୀ, ମୋ’ର ମୋ’ର କହୁଛ ତା’କୁ ତୋ’ର କରିଦିଅ । ମୋ’ର ଏବଂ ତୋ’ର ଭିତରେ କେବଳ ଗୋଟିଏ ଅକ୍ଷରର ହିଁ ଫରକ ଅଛି । ମ ଏବଂ ତ । କିନ୍ତୁ ମୋ’ରକୁ ତୋ’ର କରିବା ଦ୍ୱାରା ଜୀବନ କେତେ ଖୁସିବାସିଆ ହୋଇଯାଉଛି । ହୋଇଯାଇଛି ନା! ମୁଣ୍ଡ ହଲାଅ, ହୋଇଯାଇଛି? ଚିନ୍ତାମୁକ୍ତ ଜୀବନ ହୋଇଯାଇଛି? କାହିଁକିନା ଚିନ୍ତାଗ୍ରସ୍ତ ଜୀବନର ଆଧାର ହେଲା ବ୍ୟର୍ଥ ସଂକଳ୍ପ । ତେଣୁ ଏବେ ବାପଦାଦା ସବୁ ପିଲାଙ୍କଠାରୁ ଏହି କଥା ଚାହୁଁଛନ୍ତି ଯେ କୌଣସି ବି ସନ୍ତାନ ଭିତରେ ବ୍ୟର୍ଥ ସଂକଳ୍ପର ଚିହ୍ନ ମଧ୍ୟ ଦେଖା ନ ଯାଉ କାହିଁକିନା ଯଦି ମୋ’ରକୁ ତୋ’ରରେ ପରିବର୍ତ୍ତନ କରି ଦେଲ ତେବେ ତୁମେ କ’ଣ ହୋଇଗଲ? ତୁମେ ହୋଇଗଲ ଚିନ୍ତାମୁକ୍ତ ସମ୍ରାଟ ଏବଂ ଏହି ଚିନ୍ତାମୁକ୍ତ ସମ୍ରାଟର ଜୀବନ କେତେ ପ୍ରିୟ ଅଟେ । ପ୍ରତ୍ୟେକ କର୍ମ କରୁଥିଲେ ମଧ୍ୟ ଚିନ୍ତା ମୁକ୍ତ ସମ୍ରାଟ । କୌଣସି ଚିନ୍ତା ନାହିଁ, କାହିଁକି, କ’ଣ, କିପରି, କେବେ ପର୍ଯ୍ୟନ୍ତ.... ଏସବୁ ସମାପ୍ତ ହୋଇଗଲା । ବାପଦାଦା ଆଜି ଏହି ମିଳନ ଋତୁର ଶେଷ ଦିନରେ ଏହି କଥା ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ବ୍ୟର୍ଥ ଗୁଡିକୁ ମୋ’ର ବଦଳରେ ତୋ’ର କରିଦିଅନ୍ତୁ । ବାବା ସେଗୁଡିକୁ ନିଜେ ନିଜେ ଭସ୍ମ କରିଦେବେ । ତୁମେମାନେ କେବଳ ଗୋଟିଏ ଅକ୍ଷରର ପାର୍ଥକ୍ୟ କର, ମଞ୍ଜୁର ତ! ହୋଇପାରିବ ତ? ଯଦି ହୋଇପାରିବ ତେବେ ହାତ ଉଠାଅ । ବହୁତ ଭଲ କଥା କାହିଁକିନା ଏହି ୫-୬ ମାସ ତୁମ ସମସ୍ତଙ୍କୁ ବିଶ୍ୱର ସମସ୍ତ ଦୁଃଖୀ ଆତ୍ମାମାନଙ୍କୁ ନିଜର ଶକ୍ତିଶାଳୀ ମନୋବୃତ୍ତି ଦ୍ୱାରା ସୁଖ-ଶାନ୍ତିର କିରଣ ଦେବାକୁ ହେବ । ଏହିଥିରେ ହିଁ ନିଜର ମନକୁ ବ୍ୟସ୍ତ ରଖିବାକୁ ହେବ । ତେବେ ବ୍ୟର୍ଥ ସଂକଳ୍ପ ମଧ୍ୟ କେଉଁଥିରେ ଆସିଥାଏ? ମନରେ ଆସିଥାଏ ନା! ତେଣୁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ପ୍ରତ୍ୟେକ ଚିନ୍ତାମୁକ୍ତ ସମ୍ରାଟ ସନ୍ତାନ ନିଜର ମନକୁ ଅର୍ଥାତ୍ ମନର ବୃତ୍ତିକୁ ଏତେ ବ୍ୟସ୍ତ ରଖନ୍ତୁ ଯାହାକି ବ୍ୟର୍ଥକୁ ଆସିବା ପାଇଁ ସ୍ଥାନ ହିଁ ନ ଥିବ । ସେଥିପାଇଁ ମେହନତ କରିବାକୁ ନପଡୁ କିନ୍ତୁ ବାବାଙ୍କର ମୋହବତ୍‌ରେ ଅର୍ଥାତ୍ ସ୍ନେହରେ ଏବେ ବ୍ୟସ୍ତ ରୁହ ଏବଂ ବୃତ୍ତି ଦ୍ୱାରା ସେବା କରିବାରେ ମନକୁ ଏତେ ବ୍ୟସ୍ତ ରଖ ଯାହାକି ଯୁଦ୍ଧ ମଧ୍ୟ କରିବାକୁ ନ ପଡୁ । କେତେକ ପିଲା କହୁଛନ୍ତି ଆମେ ତ ଚାହୁଁନାହୁଁ କିନ୍ତୁ ଆସିଯାଉଛି । ତେବେ ଏହାକୁ କ’ଣ କୁହାଯିବ? ତୁମେ ନିଜର ମନକୁ ବାବାଙ୍କର ସ୍ନେହରେ ଏବଂ ସେବାରେ ବ୍ୟସ୍ତ ରଖୁ ନାହଁ । ଯଦି ସମସ୍ତଙ୍କୁ ପଚରାଯାଉଛି ଯେ ତୁମମାନଙ୍କର ବାବାଙ୍କ ପ୍ରତି କେତେ ସ୍ନେହ ଅଛି? ତେବେ କ’ଣ କହୁଛନ୍ତି? ବେହଦର ଅର୍ଥାତ୍ ଅସୀମ ଅଟେ । ତେଣୁ ଯାହା ପ୍ରତି ସ୍ନେହ ଥାଏ ତା’ର କଥାକୁ ମାନିଯିବା ପାଇଁ କଷ୍ଟ ଲାଗେ ନାହିଁ । ତେବେ ତୁମମାନଙ୍କର ବାବାଙ୍କ ସହିତ ଅତୁଟ ସ୍ନେହ ଅଛି! ନା! କେବେ କେବେ ଅଛି, ସର୍ବଦା ରହୁଛି, ନା କେବେ କେବେ ରହୁଛି? ଯେଉଁମାନେ କହୁଛନ୍ତି ସର୍ବଦା ସ୍ନେହ ରହିଛି ସେମାନେ ହାତ ଉଠାଅ । ସର୍ବଦା ସ୍ନେହ ରହିଛି, ଦେଖ, ଚିନ୍ତା କର, ଯଦି ସର୍ବଦା ସ୍ନେହ ଅଛି ତେବେ ବାବାଙ୍କର କହିବା ଏବଂ ପିଲାମାନଙ୍କର କରିବା ସମାନ ହେବ । ଏକଥା ତ ଜାଣିଛ ନା!

ତେଣୁ ଏବେ ଏହି ମିଳନ ଋତୁରେ ବାପଦାଦା ପିଲାମାନଙ୍କୁ ଏହି ଦୃଢ ସଂକଳ୍ପ କରାଇବା ପାଇଁ ଚାହୁଁଛନ୍ତି, ପ୍ରସ୍ତୁତ ଅଛ ତ! ମୁଣ୍ଡ ହଲାଅ । ଦୃଢ ସଂକଳ୍ପ କରିବା ପାଇଁ ପ୍ରସ୍ତୁତ ଅଛ ତ? ପଛବାଲା ପ୍ରସ୍ତୁତ ଅଛ ତ? ମାତାମାନେ ମଧ୍ୟ ପ୍ରସ୍ତୁତ ଅଛନ୍ତି ତ? ପାଣ୍ଡବମାନେ ପ୍ରସ୍ତୁତ ଅଛନ୍ତି ତ? ଆଚ୍ଛା ହାତ ଉଠାଅ । ଏଥିରେ ଦୁଇଟି ଲେଖାଏ ହାତ ଉଠାଅ । ହାତ ଉଠାଇବା ବେଳେ ବାପଦାଦାଙ୍କୁ ଖୁସି ତ କରିଦେଉଛ, କିନ୍ତୁ ଏବେ ଯେପରି ଶରୀରର ହାତ ଉଠାଇଲ ସେହିପରି ମନର ହାତ ଉଠାଅ । କେବେ ବି ବ୍ୟର୍ଥ ସଂକଳ୍ପକୁ ଆସିବାକୁ ଦେବୁ ନାହିଁ । ତା’ର କାମ ହେଲା ଆସିବା କିନ୍ତୁ ତୁମର କାମ କ’ଣ? ତାକୁ ସମାପ୍ତ କରିଦେବା । ତେଣୁ ଏହି ସିଜିନ୍‌ରେ ଅର୍ଥାତ୍ ମିଳନ ଋତୁରେ ବାପଦାଦା ପୂର୍ବରୁ ମଧ୍ୟ କହିସାରିଛନ୍ତି ଯେ ଦୁଇଟି କଥା ପ୍ରତି ଧ୍ୟାନ ଦେବାକୁ ହେବ, ଗୋଟିଏ ହେଲା ସଂକଳ୍ପ, ଦ୍ୱିତୀୟଟି ସମୟ । ତୁମେମାନେ ତ ଜାଣିଛ ଏହି ସଂଗମଯୁଗର ସମୟ ଗୋଟିଏ ଗୋଟିଏ ମିନିଟ୍‌ର ସମ୍ପର୍କ ୨୧ ଜନ୍ମ ସହିତ ସମ୍ପର୍କ ରହିଛି ଏବଂ ଏହି ସମୟରେ ବାପଦାଦାଙ୍କର ପିଲାମାନଙ୍କ ସହିତ ଏବଂ ପିଲାମାନଙ୍କର ବାପଦାଦାଙ୍କ ସହିତ ସ୍ନେହ ଅଛି, ତେଣୁ ସଂଗମଯୁଗର ଗୋଟିଏ ଗୋଟିଏ ସେକେଣ୍ଡ ସେକେଣ୍ଡ ନୁହେଁ, କାହିଁକିନା ୨୧ ଜନ୍ମର ସହିତ ରହିଛି । ଯଦି ଏବେ ସମୟକୁ ରକ୍ଷା ନ କରିବ ତେବେ ବାବାଙ୍କ ସହିତ ଯେଉଁ ସ୍ନେହ ଅଛି, ଯେଉଁଥିପାଇଁ ସମସ୍ତେ ଚାହୁଁଛ ଯେ ଏବେ ମଧ୍ୟ ବାବାଙ୍କ ସାଥୀରେ ରହିବୁ ଏବଂ ସାଥୀରେ ହିଁ ଘରକୁ ଯିବୁ । ଏବେ ନିଜର ଘରକୁ ଫେରିବାର ଅଛି ନା । ତେଣୁ ଘରକୁ ମଧ୍ୟ ସାଥୀ ହୋଇଯିବୁ ଏବଂ ରାଜ୍ୟକୁ ମଧ୍ୟ ବାପଦାଦାଙ୍କ ସହିତ ବିଶେଷ କରି ବ୍ରହ୍ମାବାବାଙ୍କ ସହିତ ରାଜଧାନୀରେ ନିକଟ ସମ୍ବନ୍ଧରେ ଆସିବୁ, ସେଥିପାଇଁ ବ୍ରହ୍ମାବାବା ତ ଫରିସ୍ତା ରୂପରେ ଅଛନ୍ତି ଏବଂ ତୁମମାନଙ୍କୁ ମଧ୍ୟ ସାଥୀରେ ଯିବାକୁ ହେବ, ତେଣୁ କ’ଣ କରିବାକୁ ହେବ? ଫରିସ୍ତା ହେବାକୁ ପଡିବ ନା! କ’ଣ ଫରିସ୍ତା ହେବ ତ! ହେବାକୁ ହିଁ ପଡିବ ନା!

ତେଣୁ ବ୍ରହ୍ମାବାବାଙ୍କ ହାତରେ ହାତ ଦେଇ ସାଥୀରେ ଯିବାକୁ ହେବ, ତେବେ ବ୍ରହ୍ମାବାବାଙ୍କର ହାତ କ’ଣ? ଫରିସ୍ତାଙ୍କର ସ୍ଥୂଳ ହାତ ତ ନଥାଏ । ତେବେ ବ୍ରହ୍ମାବାବାଙ୍କର ହାତ କ’ଣ ଅଟେ? ଶ୍ରୀମତ । ତେଣୁ ବାପଦାଦାଙ୍କର ଶ୍ରୀମତ ଏହା ଯେ ଏବେ ଚିନ୍ତାମୁକ୍ତ ସମ୍ରାଟ ହୋଇ ସର୍ବଦା ତୁମର ଜଗଦମ୍ବା ମା’ ଯେପରି ପୁରୁଷାର୍ଥ କରିଥିଲେ, ବାବାଙ୍କର କହିବା ଏବଂ ଜଗଦମ୍ବାଙ୍କର କରିବା, ସେହିପରି ଜଗଦମ୍ବାଙ୍କୁ ଅନୁକରଣ କର । ସମୟ ଏବଂ ସଂକଳ୍ପକୁ ସଫଳ କରିବାକୁ ହିଁ ହେବ । କିଛି ବି ଯେପରି ବ୍ୟର୍ଥରେ ନ ଯାଉ । ଶୁଣାଇଲୁ ନା ଗୋଟିଏ ଗୋଟିଏ ସଂକଳ୍ପର ୨୧ ଜନ୍ମ ସହିତ ସମ୍ପର୍କ ରହିଛି । ତେଣୁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ସର୍ବଦା ମନକୁ ବ୍ୟସ୍ତ ରଖ । ଚାହେଁ ମୁରଲୀକୁ ମନନ ଚିନ୍ତନ କରିବାରେ, ଚାହେଁ ସେବାରେ, ସବୁ ସମୟରେ ବ୍ୟସ୍ତ ରଖ । ନିଜ ପାଇଁ ଚାର୍ଟ ତିଆରି କର, ସବୁ ସମୟରେ ମଝିରେ ମଝିରେ ବାପଦାଦା ଯେଉଁଭଳି ଡ୍ରିଲ୍ କରିବା ପାଇଁ ବତାଇଛନ୍ତି, ଅଶରୀରୀ ହେବାର ଭିନ୍ନ ଭିନ୍ନ ଡ୍ରିଲ୍ କର । ନିଜର ତିନୋଟି ସ୍ୱରୂପର ସ୍ମୃତିର ଡ୍ରିଲ୍‌, ଜାଣିଛ ନା! ଯେପରି ବାବାଙ୍କର ତିନୋଟି ରୂପ ରହିଛି ସେହିପରି ତୁମମାନଙ୍କର ମଧ୍ୟ ତିନୋଟି ରୂପ ରହିଛି । ବ୍ରାହ୍ମଣ, ଫରିସ୍ତା ଏବଂ ଦେବତା, ଏହି ତିନୋଟି ରୂପର ଡ୍ରିଲ୍ ଦ୍ୱାରା ମନକୁ ବ୍ୟସ୍ତ ରଖ, ଏଥିପାଇଁ ମହାମନ୍ତ୍ର କ’ଣ? ମନାମନାଭବ ।

ବାକି ବାପଦାଦାଙ୍କର ପ୍ରତ୍ୟେକ ସନ୍ତାନ ପ୍ରତି ବହୁତ ବହୁତ ସ୍ନେହ ଅଛି, ସେଥିପାଇଁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ବିଜୟୀ ଭବର ବରଦାନୀ ହୁଅନ୍ତୁ । ଶୁଣାଇଥିଲୁ ନା କତେକ ପିଲା ଭାବୁଛନ୍ତି ଆମେ ବିଜୟୀ ତ ହୋଇଯିବୁ କିନ୍ତୁ ମାଳା ତ ୧୦୮ର ଅଟେ, ତେବେ ବିଜୟୀ ହେଲେ ମଧ୍ୟ ମାଳାରେ ତ ଆସିପାରିବୁ ନାହିଁ, କିନ୍ତୁ ବାପଦାଦାଙ୍କର ପିଲାମାନଙ୍କ ପ୍ରତି ଏତେ ସ୍ନେହ ଅଛି ଯାହାକି ତୁମେ ଯଦି ବିଜୟୀ ହୋଇଯିବ, ତେବେ ବାପଦାଦା ମାଳାରେ ମଧ୍ୟ ଅତିରିକ୍ତ ଲକେଟ ବା ପଦକ ଲଗାଇ ଦେବେ । ତୁମେ କେବଳ ବିଜୟୀ ହୁଅ । ତେବେ ସଂକଳ୍ପ କ’ଣ କରିଛ? ବିଜୟୀ ନିଶ୍ଚିତ ହେବୁ ନା! ନା କେବଳ ୧୦୮ ଜଣ ବିଜୟୀ ହେବେ? ନା । ବାବାଙ୍କର ପ୍ରତ୍ୟେକ ସନ୍ତାନ ବିଜୟୀ ଅଟେ । ବାପଦାଦା ପ୍ରତ୍ୟେକ ସନ୍ତାନର ମସ୍ତକରେ କ’ଣ ଦେଖୁଛନ୍ତି? ବିଜୟର ତିଳକ, କାହିଁକିନା ସାଧାରଣ ରୂପରେ ମଧ୍ୟ ବାବାଙ୍କୁ ଚିହ୍ନି ପାରିଛନ୍ତି ନା! ଚାହେଁ ଶେଷ ନମ୍ବରର ସନ୍ତାନ ହୋଇଥାଉ ବା ଢିଲା ପୁରୁଷାର୍ଥୀ ହୋଇଥାଉ କିନ୍ତୁ ତା’ ଭିତରେ ଏହି ବିଶେଷତା ନିଶ୍ଚିତ ଅଛି ଯେ ସାଧାରଣ ରୂପରେ ଆସିଥିବା ବାବାଙ୍କୁ ଚିହ୍ନି ମେରା ବାବା ତ କହୁଛି ନା, ସେଥିପାଇଁ ପ୍ରତ୍ୟେକ ସନ୍ତାନକୁ ସାହସ ରଖି ବିଜୟ ପ୍ରାପ୍ତ କରିବାକୁ ହିଁ ହେବ । କେବଳ କ’ଣ କରିବାକୁ ହେବ ଜାଣିଛ? କୌଣସି ମେହନତର କଥା ନାହିଁ, କେବଳ ସ୍ନେହର କଥା ଅଛି । ଯଦି ବାପଦାଦାଙ୍କ ସହିତ ସ୍ନେହ ଅଛି, ପରିବାର ସହିତ ସ୍ନେହ ଅଛି ତେବେ ସ୍ନେହୀ ଆତ୍ମାଙ୍କଠାରୁ ଅଲଗା ହୋଇ ରହି ହୁଏ ନାହିଁ । ତେଣୁ ବ୍ରହ୍ମାବାବାଙ୍କ ସହିତ କେତେ ସ୍ନେହ ଅଛି? ଯେଉଁମାନେ ଭାବୁଛନ୍ତି ଯେ ବ୍ରହ୍ମାବାବାଙ୍କ ସହିତ, ଶିବବାବାଙ୍କ ସହିତ ମୋ’ର ଅତୁଟ ସ୍ନେହ ଅଛି ସେମାନେ ହାତ ଉଠାଅ । ଅତୁଟ, ଅତୁଟ ତ? ବହୁତ ଭଲ । ତେଣୁ ଆସନ୍ତା ସିଜିନ୍‌ରେ ବାପଦାଦା କ’ଣ ଦେଖିବାକୁ ଚାହୁଁଛନ୍ତି? ଜାଣିଛ ତ? ତୁମକୁ ଏବେ ବ୍ୟର୍ଥକୁ ସମାପ୍ତ କରି ସମର୍ଥ ସଂକଳ୍ପ କରିବା ପାଇଁ ୫/୬ ମାସ ସମୟ ମିଳିଗଲା ।

ତେବେ କୁହ, ମଧୁବନ ନିବାସୀ ଉଠ, ଚାହେଁ ତଳବାଲା, ଚାହେଁ ଉପରବାଲା । ବହୁତ ଅଛନ୍ତି । ତେବେ ମଧୁବନବାଲା ବାପଦାଦାଙ୍କର ପ୍ରିୟ ଅଟନ୍ତି । ଏମିତି ନୁହେଁ ଯେ ଅନ୍ୟମାନେ ପ୍ରିୟ ନୁହଁନ୍ତି । ଅନ୍ୟମାନେ ମଧ୍ୟ ପ୍ରିୟ ଅଟନ୍ତି କିନ୍ତୁ ମଧୁବନବାଲାଙ୍କ ସହିତ ଗୋଟିଏ କଥା ପାଇଁ ବିଶେଷ ସ୍ନେହ ରହିଛି, ତାହା କ’ଣ ଜାଣିଛ? ମନ ଭିତରେ ଯୋଗ ସମସ୍ତେ କରୁଛନ୍ତି । ଯୋଗୀ ଆତ୍ମା ତ ସମସ୍ତେ ଅଟନ୍ତି, ଜ୍ଞାନୀ ମଧ୍ୟ ସମସ୍ତେ ଅଟନ୍ତି କିନ୍ତୁ ମଧୁବନବାଲାଙ୍କୁ ନିଜର ଭବିଷ୍ୟତକୁ ସହଜରେ ନିର୍ମାଣ କରିବା ପାଇଁ ଗୋଟିଏ ଲିଫ୍ଟ ମିଳିଛି । ସେହି ଲିଫ୍ଟ କ’ଣ? ଯିଏବି ମଧୁବନକୁ ଆସୁଛନ୍ତି ସେମାନଙ୍କର ସେବା କରିବା ପାଇଁ ନିମିତ୍ତ ଅଟନ୍ତି । ଯେମତିକି ଭୋଜନ ତିଆରି କରିବାବାଲା ହୁଅନ୍ତୁ ବା ଯାହାବି ଡ୍ୟୁଟୀ କରୁଥାଆନ୍ତୁ । ବାପଦାଦା ତ କହୁଛନ୍ତି ଝାଡୁ କରିବାବାଲା ମଧ୍ୟ ବହୁତ ଭାଗ୍ୟବାନ ଅଟେ, କାହିଁକି ଜାଣିଛ? ଯେଉଁମାନେ ବି ଏଠାକୁ ଆସୁଛନ୍ତି ସେମାନେ ଏହି ବାୟୁମଣ୍ଡଳକୁ ଦେଖି ତୁମମାନଙ୍କର ଦିଲ୍‌ରେ ସ୍ନେହର ଶକ୍ତିକୁ ଦେଖି ଖୁସି ହୋଇଯାଉଛନ୍ତି । ଚାହେଁ ଭୋଜନ ତିଆରି କରିବାବାଲା ହୁଅନ୍ତୁ ବା କୌଣସି ବି ଡ୍ୟୁଟୀ କରିବାବାଲା ହୁଅନ୍ତୁ କିନ୍ତୁ ମଧୁବନବାଲାଙ୍କ ପାଇଁ ସୁଯୋଗ ଅଛି, ମଧୁବନରେ ସ୍ନେହପୂର୍ଣ୍ଣ ତଥା ଶକ୍ତିଶାଳୀ ବାୟୁମଣ୍ଡଳ ତିଆରି କରିବାର, ସେଥିପାଇଁ ବାପଦାଦା ମଧୁବନବାଲାଙ୍କୁ ବହୁତ ବହୁତ ଅଭିନନ୍ଦନ ଦେଉଛନ୍ତି ଯେ ଗୋଟିଏ ସିଜିନ୍ ସମାପ୍ତ ହେବା ପରେ ଆସନ୍ତା ସିଜିନ୍ ପାଇଁ ମଧ୍ୟ ନିଜ ମନ ଭିତରେ ଆତ୍ମାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏବଂ ଶକ୍ତିଶାଳୀ ଅନୁଭବ କରାଇବା ପାଇଁ ନିମିତ୍ତ ହୋଇଯାଉଛନ୍ତି, ସେଥିପାଇଁ ସମସ୍ତେ ମଧୁବନବାଲାଙ୍କ ପାଇଁ ତାଳି ବଜାଅ । ଆଚ୍ଛା!

ଆଜି ଅମୃତବେଳାରେ ବାପଦାଦାଙ୍କ ସମ୍ମୁଖରେ ମଧୁବନର ସେବାଧାରୀଙ୍କର ସ୍ମୃତି ଆସିଗଲା । ପ୍ରତ୍ୟେକଙ୍କ ସହିତ ବାପଦାଦା ସୂକ୍ଷ୍ମବତନରେ ମଧ୍ୟ ମିଳନ କରିଛନ୍ତି ଏବଂ ବିଶେଷ କରି ତୁମମାନଙ୍କୁ ପୂର୍ବରୁ ମଧ୍ୟ ଶୁଣାଇ ସାରିଛୁ ଯେ ଚାରିଟା ବେଳେ ଆଡଭାନ୍ସରେ ଯାଇଥିବା ତୁମମାନଙ୍କର ଦାଦୀମାନେ ନିଶ୍ଚିତ ଭାବରେ ମିଶିବା ପାଇଁ ଆସିଥାଆନ୍ତି । ତେଣୁ ଆଜି ମଧ୍ୟ ବିଶେଷ ଦାଦୀମାନେ ଏବଂ ବିଶେଷ ଭାଇମାନେ ଆସି ପହଞ୍ଚିଥିଲେ । ସେମାନେ ଖାସ କରି ମଧୁବନନିବାସୀଙ୍କୁ ପ୍ରକଟ କରିବା ପାଇଁ କହିଲେ । ବିଶେଷ କରି ଦୀଦୀ ଏବଂ ଦାଦୀ ଦୁଇଜଣ ଯାକ ଏବଂ ବିଶେଷ ଭାଇମାନେ ମଧ୍ୟ ମଧୁବନବାଲାଙ୍କୁ ମନେ ପକାଇଥିଲେ । ଏହା ଛଡା ତୁମର ଦାଦୀ ମଧ୍ୟ ବିଶେଷ ମନେ ପକାଇଥିଲେ ଏବଂ ତା’ ସହିତ ବତନର ଆମ୍ବ, ଜାଣିଛ ନା ବତନର ଫଳଗୁଡିକ କେତେ ବଢିଆ ଅଟେ, ଲାଠି ଦ୍ୱାରା ତୋଳି ପାରିବାକୁ ପଡିନଥାଏ, ତୁମକୁ ଯେଉଁ ଫଳ ଦରକାର ତାକୁ ତୁମେ ନିଜ ହାତରେ ଆଣିପାରିବ । ତେଣୁ ଦାଦୀ କହିଲେ ଆଜି ମଧୁବନବାଲାଙ୍କ ଦ୍ୱାରା ଆମ୍ବ ଖାଇବାର ପିକ୍‌ନିକ୍ କରାଇବା । ଅନ୍ୟ ଦାଦୀମାନେ ତ ସାଥୀରେ ଥିଲେ ଏବଂ ବିଶେଷ ଭାଇମାନେ ମଧ୍ୟ ଥିଲେ । ତେବେ ବାପଦାଦା କହିଲେ ସେମାନଙ୍କୁ ପଚାର ଯେ ମଧୁବନ ପାଇଁ ଆପଣଙ୍କ ମନରେ କ’ଣ ସଂକଳ୍ପ ଆସୁଛି? ତେଣୁ ଦାଦୀ କହିଲେ? ଜାଣିଛ ତ, ଦାଦୀଙ୍କୁ ତ ସମସ୍ତେ ଜାଣିଛନ୍ତି ନା! ଦାଦୀ କହୁଥିଲେ ମୋ’ ଭିତରେ ତ ଏବେ ପର୍ଯ୍ୟନ୍ତ ମଧ୍ୟ ଏହି ଇଚ୍ଛା ରହିଛି ଯେ ପ୍ରତ୍ୟେକ ମଧୁବନ ନିବାସୀ ପୁରୁଷାର୍ଥରେ ଚାହେଁ କୌଣସି ବି କମି ରହିଥାଇପାରେ, ସେଥିପାଇଁ ତ ପୁରୁଷାର୍ଥ କରିବାକୁ ହେବ କିନ୍ତୁ ମୁଁ ଗୋଟିଏ କଥା ମଧୁବନ ନିବାସୀଙ୍କଠାରୁ ଆଶା କରୁଛି, ତାହା କ’ଣ ଜାଣିଛ? ଗୋଟିଏ ଗୋଟିଏ ମଧୁବନ ନିବାସୀ ବାବାଙ୍କ ସମାନ ହୋଇଯାଆନ୍ତୁ । ଏମିତି ତ ସମସ୍ତଙ୍କୁ ହେବାକୁ ପଡିବ କିନ୍ତୁ ମଧୁବନ ବିଶେଷ ଅଟେ, ମଧୁବନବାଲାଙ୍କୁ ଦାଦୀଙ୍କ ପ୍ରତି ସ୍ନେହ ଥିଲା, ଏକଥା ଦାଦୀ ମଧ୍ୟ କହୁଥିଲେ ମୋତେ ଜଣା ଅଛି । ତେବେ ସେହି ସ୍ନେହର ପ୍ରତିଦାନରେ ମୁଁ ଏହି କଥା ଚାହୁଁଛି ଯେ ମମ୍ମା ଯେପରି ଲକ୍ଷ୍ୟ ରଖିଥିଲେ ଯେ ବାବା ଯାହା କହୁଥିଲେ ମମ୍ମା ତା’କୁ କରି ଦେଖାଉଥିଲେ, ଏକଥା ତ ମଧୁବନ ନିବାସୀ ମଧ୍ୟ ଜାଣିଛନ୍ତି, ସେହିପରି ଅମୃତବେଳାଠାରୁ ନେଇ ରାତ୍ରି ପର୍ଯ୍ୟନ୍ତ ପ୍ରତ୍ୟେକ ମଧୁବନନିବାସୀ ଯଦି ବାବାଙ୍କ ସହିତ ମୋ’ ପ୍ରତି ମଧ୍ୟ ସ୍ନେହ ଅଛି, ଅନ୍ୟ ଦାଦୀମାନଙ୍କ ପ୍ରତି ସ୍ନେହ ଅଛି, ତେବେ ଯେପରି ମମ୍ମା ବାବାଙ୍କର ପ୍ରତ୍ୟେକ ରାୟ ଅଥବା ଉପଦେଶକୁ ଜୀବରେ କାର୍ଯ୍ୟକାରୀ କରିଥିଲେ ସେହିପରି ମୁଁ ମଧ୍ୟ କରିଛି । ତେଣୁ ଯଦି ଦାଦୀ ମାନଙ୍କ ପ୍ରତି ସ୍ନେହ ଅଛି ତେବେ ଏହି କଥା କରି ଦେଖାନ୍ତୁ, ସକାଳଠାରୁ ରାତ୍ରି ପର୍ଯ୍ୟନ୍ତ ଏଭଳି କୌଣସି ସଂକଳ୍ପ, ବାଣୀ ବା କର୍ମ ନ କରନ୍ତୁ ଯାହାକି ଦାଦୀମାନଙ୍କୁ ବା ବାବାଙ୍କୁ ବା କାହାକୁ ବି ପସନ୍ଦ ହେଉ ନ ଥିବ । ବାକି ଟୀଚରମାନଙ୍କୁ ଦେଖି ବାପଦାଦା ଖୁସି ହେଉଛନ୍ତି କାହିଁକିନା ବାବାଙ୍କ ସମାନ ଆସନର ବସିବାର ଭାଗ୍ୟ ମଳିଛି । ବାବାଙ୍କର ମୁରଲୀ ଶୁଣାଇବାର ଭାଗ୍ୟ ମିଳିଛି । ବାବା ତ ସବୁବେଳେ ଟୀଚରମାନଙ୍କୁ ନିଜର ସାଥୀ ବୋଲି କହୁଛନ୍ତି । ଏବେ ଟୀଚର ମାନଙ୍କ ପାଇଁ ବାପଦାଦା ଗୋଟିଏ କଥା ଚାହୁଁଛନ୍ତି, ଶୁଣାଇବୁ, କେଉଁ କଥା? ବାପଦାଦା ଚାହୁଛଁନ୍ତି ଯେ ପ୍ରତ୍ୟେକ ଟୀଚର ନିଜର ଚେହେରା ଦ୍ୱାରା ବ୍ରହ୍ମାବାବାଙ୍କ ସମାନ ଖୁସିବାସିଆ ଦେଖାଯାଆନ୍ତୁ । ଭିତରେ ଭିତରେ ପୁରୁଷାର୍ଥ ତ କରୁଥିବ କିନ୍ତୁ ତାହା ତୁମମାନଙ୍କର ଚେହେରାରେ ଦେଖାଯାଉ, ବାବା ପ୍ରତ୍ୟକ୍ଷ ହୁଅନ୍ତୁ । ଯାହାକୁ ବି ଦେଖିଲେ ତୁମମାନଙ୍କ ଭିତରେ ବାବାଙ୍କର ଚମକ ଦେଖାଯାଉ । ଏହିଭଳି ନିଜର ଚେହେରା ଦ୍ୱାରା ସେବା କରୁଥିବା ଆତ୍ମା ବାବାଙ୍କୁ ପ୍ରତ୍ୟକ୍ଷ କରି ହିଁ ଦେବେ । ଏବେ ସମୟ ଆସିଗଲାଣି ବାବାଙ୍କୁ ନିଜର ଚେହେରା ଦ୍ୱାରା ପ୍ରତ୍ୟକ୍ଷ କରିବା ପାଇଁ । ତେବେ ଟୀଚରମାନଙ୍କୁ ସର୍ବଦା ମେରା ବାବା ତ ସ୍ୱତଃ ହିଁ ମନେ ରହୁଛି । ଏବେ ନିଜର ଚେହେରା ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ କରିବାକୁ ହେବ । କରିପାରିବ ନା! ଯଦି କରିପାରିବ ତେବେ କର । ଦେଖ, ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଫଳାଫଳ ରୂପରେ ସମସ୍ତେ କ’ଣ କହୁଛନ୍ତି? ବ୍ରହ୍ମାକୁମାରୀମାନେ ବହୁତ ଭଲ କାମ କରୁଛନ୍ତି, କିନ୍ତୁ ବାବା ପ୍ରତ୍ୟକ୍ଷ ହୋଇ ନାହାଁନ୍ତି । ଏହା ଏବେ ମଧ୍ୟ ଗୁପ୍ତରେ ରହିଛି । ତେଣୁ ଏବେ ସେହି ସମୟ ପାଖେଇ ଆସିଲାଣି, ତେବେ ତୁମମାନଙ୍କ ଦ୍ୱାରା ଚାହେଁ ନିମିତ୍ତ ଟୀଚର ହୋଇଥାଆନ୍ତୁ ବା କେହି ବି ସନ୍ତାନ ହୋଇଥାଆନ୍ତୁ, ଏବେ ବାବାଙ୍କୁ ପ୍ରତ୍ୟକ୍ଷ କର । ବ୍ରହ୍ମାକୁମାରୀମାନେ ଭଲ କାମ କରୁଛନ୍ତି, ଏହା ତ ପ୍ରତ୍ୟକ୍ଷ ହୋଇଗଲା । ଏତିକି ପର୍ଯ୍ୟନ୍ତ ପହଞ୍ଚି ଗଲେଣି, କିନ୍ତୁ ଏବେ ଏହି କଥା ପ୍ରତ୍ୟକ୍ଷ କର ଯେ ସ୍ୱୟଂ ପରମାତ୍ମା ବ୍ରହ୍ମାଙ୍କ ଶରୀରରେ ପ୍ରତ୍ୟକ୍ଷ ହୋଇ ବ୍ରହ୍ମାକୁମାରୀମାନଙ୍କୁ ଏହିଭଳି ଯୋଗ୍ୟ କରୁଛନ୍ତି । ଏବେ ଏହିକଥା ଜାଣିବା ବାକି ରହିଛି । ଗୀତ ତ ଗାଉଛ ମେରା ବାବା ଆ ଗୟା, କିନ୍ତୁ ଏବେ ଅନ୍ୟ ଆତ୍ମାମାନଙ୍କର ଭିତରେ ଏହି କଥା ପ୍ରତ୍ୟକ୍ଷ ହେଉ ଯେ ଭଗବାନ ନିଜେ ପ୍ରତ୍ୟକ୍ଷ ହୋଇ ଭାଇ ଭଉଣୀମାନଙ୍କ ଦ୍ୱାରା ଏହି କାର୍ଯ୍ୟ କରାଉଛନ୍ତି । ଏହି ପ୍ରତ୍ୟକ୍ଷତା କରିବାକୁ ହେବ ନା! କେବେ କରିବ? ଏବେ । କ’ଣ କହୁଛ? ଏବେ ତ! (ଏବେଠାରୁ ଆରମ୍ଭ କରିବୁ, ଆସନ୍ତା ସିଜିନ୍ ଭିତରେ ହୋଇଯିବ) ତୁମେ ସମସ୍ତେ ସାଥୀରେ ଅଛ, କ’ଣ ଆସନ୍ତା ସିଜିନ୍ ଭିତରେ ହୋଇଯିବ? ଯେଉଁମାନେ ଭାବୁଛନ୍ତି ହୋଇଯିବ, ସେମାନେ ହାତ ଉଠାଅ । ଅଳ୍ପ କେତେ ଜଣ ହାତ ଉଠାଉଛନ୍ତି । ଯେଉଁମାନେ ହାତ ଉଠାଉ ନାହାଁନ୍ତି ସେମାନେ ଦେଖିବେ ଏବଂ ତୁମେମାନେ କରିବ! ଟୀଚରମାନେ ତ ସଂକଳ୍ପ କରିଛନ୍ତି ନା! କାହିଁକିନା ଦେଖୁଛ ତ, ବାପଦାଦା କହୁଛନ୍ତି ସବୁ କିଛି ଅଚାନକ ହେବ । କେତେକ ପିଲା ଭାବୁଛନ୍ତି ଯେ ଅଚାନକ, ଅଚାନକ, ମଧ୍ୟ ବହୁତ ସମୟ ହୋଇଗଲାଣି । ଏବେ ହୋଇଯିବା ଦରକାର । କିନ୍ତୁ ଅଚାନକ ମଧ୍ୟ ସେତେବେଳେ ହେବ ଯେତେବେଳେ ପିଲାମାନେ ବାବାଙ୍କ ସମାନ ହୋଇଯିବେ । ତୁମମାନଙ୍କର ଚେହେରା, ତୁମର ମୂର୍ତ୍ତି, ଗୋଟିଏ ଗୋଟିଏ କଥା ବାବାଙ୍କୁ ପ୍ରତ୍ୟକ୍ଷ କରୁ । ହୋଇଯିବା ତ ସୁନିଶ୍ଚିତ ଅଟେ । ହେବ ନିଶ୍ଚିତ ଏବେ କେବଳ ତୁମକୁ ନିମିତ୍ତ ହେବାର ଅଛି । ଏବେ ଆସନ୍ତା ସିଜିନ୍‌ରେ କ’ଣ କରିବ? ଗୋଟିଏ ହେଲା ନିଜକୁ ବାବାଙ୍କ ସମାନ କରିବା । ଯାହା ବି କମି ଗୁଡିକ ରହିଯାଇଛି, ତାକୁ ସମ୍ପନ୍ନ କରିବ ଏବଂ ବାପଦାଦାଙ୍କୁ ଆଉ କେଉଁ କଥା ପାଇଁ ଖୁସି ଲାଗୁଛି? ପିଲାମାନେ ଏବେ ଯେପରି ଛୋଟ ମୋଟ ସବୁ ସେଣ୍ଟରବାଲା ବାଣୀ ଦ୍ୱାରା ପ୍ରସିଦ୍ଧ କରିଛନ୍ତି ଯେ ଆମେ କେଉଁ କାର୍ଯ୍ୟ କରୁଛୁ । ବାତାବରଣକୁ ପରିବର୍ତ୍ତନ କରିଛନ୍ତି । ଏଥିପାଇଁ ବାପଦାଦା ଅଭିନନ୍ଦନ ମଧ୍ୟ ଦେଉଛନ୍ତି । ଯେଉଁମାନେ ଯେଉଁଠି ବି କାର୍ଯ୍ୟକ୍ରମ ସବୁ କରିଛନ୍ତି, ବହୁତ ଭଲ କରିଛନ୍ତି, ଏବଂ ସମସ୍ତଙ୍କର ଧ୍ୟାନକୁ ମଧ୍ୟ ଆସିଛି ଯେ ବ୍ରହ୍ମାକୁମାରୀମାନେ ସତରେ ଗୁପ୍ତ ରୂପରେ ନିଜର କାର୍ଯ୍ୟର ୭୫ ବର୍ଷ ପୂରଣ କରିଛନ୍ତି । କିନ୍ତୁ ଏବେ ଏହି କଥା କୁହନ୍ତୁ ଯେ ବ୍ରହ୍ମାକୁମାରୀମାନଙ୍କର ଭଗବାନ ପିତା ଆସିଯାଇଛନ୍ତି । ଲକ୍ଷ୍ୟ ତ ଅଛି ନା! ତେଣୁ ଆସନ୍ତା ସିଜିନ୍ ଭିତରେ ଏହି କାର୍ଯ୍ୟ ଆରମ୍ଭ ହୋଇଯିବା ଦରକାର । ଏହାର ପ୍ରତ୍ୟକ୍ଷ କାର୍ଯ୍ୟକ୍ରମ କରିବ । କାର୍ଯ୍ୟକ୍ରମ ସବୁ କରୁଛ ନା, ମିଟିଙ୍ଗ୍ ମଧ୍ୟ କରୁଛ ନା! ତେଣୁ ମିଟିଙ୍ଗରେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କର ଯେ ଏବେ ସବୁ ପିଲାଙ୍କୁ ଜଣା ପଡିଯାଉ ଯେ ସମ୍ପତ୍ତି ଦେଲାବାଲା ବାବା ଆସି ଯାଇଛନ୍ତି । କେହି ବି ସନ୍ଦେଶ ପାଇବାରୁ ବଞ୍ଚିତ ନ ରୁହନ୍ତୁ । ବାବାଙ୍କୁ ତ ପିଲାମାନଙ୍କର ଦୁଃଖ ଦେଖି ବହୁତ ଦୟା ଲାଗୁଛି । ଯେତେବେଳେ ପିଲାମାନେ ଦୁଃଖରେ ଚିତ୍କାର କରୁଛନ୍ତି ବାବାଙ୍କୁ ବହୁତ ଦୟା ଲାଗୁଛି । ତୁମ ଭଳି ଦେବୀ-ଦେବତାମାନଙ୍କୁ ମଧ୍ୟ ବହୁତ ଡାକୁଛନ୍ତି । ତେବେ ଆସନ୍ତା ସିଜିନ୍‌ରେ ଯେପରି ବ୍ୟର୍ଥର ଚିହ୍ନବର୍ଣ୍ଣ ନ ଥିବ, କ’ଣ ମଞ୍ଜୁର ତ? ମଞ୍ଜୁର ତ, ଦିଲ୍‌ର ହାତ ଉଠାଅ । ଦିଲ୍‌ର ହାତ ଉଠାଇବାକୁ ହେବ । ବ୍ୟର୍ଥ କାହାକୁ କୁହାଯାଏ, ଏହି କଥା ଅଜଣା ହୋଇଯାଉ । ଯେପରି ସ୍ୱର୍ଗର ରାଜକୁମାରୀମାନେ କାହାର ଶରୀରୀକୁ ଆସିଯାଉଛନ୍ତି ନା, ସେମାନଙ୍କୁ ଦୁଃଖ-ଅଶାନ୍ତି ବିଷୟରେ ଜଣା ହିଁ ନାହିଁ, ସେମାନେ କହୁଛନ୍ତି ତାହା କ’ଣ ଅଟେ! ସେହିପରି ବ୍ରାହ୍ମଣ ପରିବାରର ବ୍ୟର୍ଥର ଚିହ୍ନ ନ ରହୁ, ବ୍ୟର୍ଥ କାହାକୁ କୁହାଯାଏ । ସ୍ୱଚିନ୍ତନ, ସ୍ୱଚିନ୍ତକ । ଆଚ୍ଛା!

ଚାରିଆଡର ସବୁ ପିଲାମାନଙ୍କୁ ବାପଦାଦାଙ୍କର ଦିଲ୍‌ର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ତା ସହିତ ବାବା ପ୍ରତ୍ୟେକ ସନ୍ତାନକୁ ନିଜର ସ୍ୱମାନର ନିଶାରେ ଏବଂ ନିଶ୍ଚୟରେ ଦେଖି ହର୍ଷିତ ହେଉଛନ୍ତି, କହୁଛନ୍ତି କେବେ ବି ସ୍ୱମାନକୁ ଛାଡିବାର ନାହିଁ । ସ୍ୱମାନଧାରୀ ଅର୍ଥାତ୍ ସଦା ସର୍ବପ୍ରାପ୍ତିବାନ୍ । ସ୍ୱମାନର ତାଲିକା ବହୁତ ଲମ୍ବା ଅଟେ, ପ୍ରତିଦିନ ଗୋଟିଏ ଗୋଟିଏ ସ୍ୱମାନକୁ ସ୍ମୃତିରେ ରଖି, ତାକୁ ସ୍ୱରୂପରେ ଆଣି ତୀବ୍ର ପୁରୁଷାର୍ଥୀ ହୋଇ ଆଗକୁ ବଢିଚାଲ । ବାପଦାଦାଙ୍କୁ ନିଜର ଦିଲ୍‌ରେ ବସାଇବା ସହିତ ନିଜେ ବାପଦାଦାଙ୍କର ଦିଲ୍‌ରେ ବସି ନିର୍ଭୟ ହୋଇ ମାଷ୍ଟର ସର୍ବ ଶକ୍ତିମାନ ହୋଇ ଚାଲୁଥାଅ, ଉଡୁ ଥାଅ ଏବଂ ଉଡାଉ ଥାଅ । ଓମ୍ ଶାନ୍ତି ।

ବରଦାନ:-
ସେବାର ମଞ୍ଚ ଉପରେ ସମାହିତ କରିବାର ଶକ୍ତି ଦ୍ୱାରା ସଫଳତା ମୂରତ ହେଉଥିବା ମାଷ୍ଟର ସାଗର ଭବ ।

ଯେତେବେଳେ ତୁମେମାନେ ସେବା ରୂପକ ମଞ୍ଚ ଉପରକୁ ଆସୁଛ, ସେତେବେଳେ ଅନେକ ପ୍ରକାରର କଥା ସମ୍ମୁଖକୁ ଆସୁଛି, ତେଣୁ ସେହି କଥା ଗୁଡିକୁ ନିଜ ଭିତରେ ସମାହିତ କରନିଅ ଯାହାଦ୍ୱାରା ସଫଳତା ମୂରତ ହୋଇଯିବ । ତେବେ ସମାହିତ କରିବାର ଅର୍ଥ ହେଲା ସଂକଳ୍ପ ରୂପରେ ମଧ୍ୟ କାହାର ବ୍ୟକ୍ତ କଥା ବା ବ୍ୟକ୍ତ ଭାବ ଅଂଶ ମାତ୍ରରେ ମଧ୍ୟ ମନ ଭିତରେ ସମାହିତ ହେଉନଥିବ । ଅକଲ୍ୟାଣକାରୀ ବାଣୀକୁ କଲ୍ୟାଣର ଭାବନାରେ ଏଭଳି ପରିବର୍ତ୍ତନ କରିଦିଅ ଯେପରି ତାହା କୌଣସି ଅକଲ୍ୟାଣର କଥା ନ ଥିଲା । ଅବଗୁଣକୁ ଗୁଣରେ, ନିନ୍ଦାକୁ ସ୍ତୁତିରେ ପରିବର୍ତ୍ତନ କରିଦିଅ - ତେବେ କୁହାଯିବ ମାଷ୍ଟର ସାଗର ।

ସ୍ଲୋଗାନ:-
ବିସ୍ତାରକୁ ନ ଦେଖି ସାରକୁ ଦେଖିବା ବା ନିଜ ଭିତରେ ସମାହିତ କରିନେବାବାଲା ହିଁ ତୀବ୍ର ପୁରୁଷାର୍ଥୀ ଅଟନ୍ତି ।

ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର । ପେଯରି ତୁମର ରଚନା କଇଁଛ ଗୋଟିଏ ସେକେଣ୍ଡ ଭିତରେ ନିଜର ସବୁ ଅଙ୍ଗକୁ ସଙ୍କୁଚିତ ବା ଏକତ୍ରିତ କରିନିଏ । ତେବେ ସଙ୍କୁଚିତ କରି ନେବାର ଶକ୍ତି ରଚନା ଭିତରେ ମଧ୍ୟ ଅଛି । ତେଣୁ ତୁମେ ମାଷ୍ଟର ରଚୟିତାମାନେ ନିଜର ସଙ୍କୁଚିତ କରିବାର ଶକ୍ତି ଆଧାରରେ ଗୋଟିଏ ସେକେଣ୍ଡ ଭିତରେ ସମସ୍ତ ସଂକଳ୍ପକୁ ସମାହିତ କରି ଗୋଟିଏ ସଂକଳ୍ପରେ ସ୍ଥିତ ହୋଇଯାଅ । ଯେତେବେଳେ ସମସ୍ତ କର୍ମେନ୍ଦ୍ରିୟ ଗୁଡିକର କର୍ମର ସ୍ମୃତିଠାରୁ ଉର୍ଦ୍ଧ୍ୱରେ ଗୋଟିଏ ହିଁ ଆତ୍ମିକ ସ୍ୱରୂପରେ ସ୍ଥିତ ହୋଇଯିବ ସେତେବେଳେ ହିଁ କର୍ମାତୀତ ଅର୍ଥାତ୍ ସମ୍ପନ୍ନ ସ୍ଥିତିର ଅନୁଭବ ହେବ ।