23.04.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ପରମପ୍ରିୟ ଭୋଳାନାଥ ବାବା ତୁମମାନଙ୍କ ସମ୍ମୁଖରେ ବସିଛନ୍ତି, ତୁମେ ତାଙ୍କୁ ସ୍ନେହର ସହିତ ମନେ ପକାଅ, ତେବେ ତାଙ୍କ ପ୍ରତି ଆକର୍ଷଣ ବଢି-ବଢି ଚାଲିବ ଏବଂ ସବୁ ବିଘ୍ନ ସମାପ୍ତ ହୋଇଯିବ ।”

ପ୍ରଶ୍ନ:-
ବ୍ରାହ୍ମଣ ସନ୍ତାନମାନଙ୍କର କେଉଁ କଥା ସର୍ବଦା ସ୍ମୃତିରେ ରହିଲେ କେବେ ବି ବିକର୍ମ ହେବ ନାହିଁ ?

ଉତ୍ତର:-
ଯେଉଁ କର୍ମ ମୁଁ କରିବି, ମୋତେ ଦେଖି ଅନ୍ୟମାନେ ମଧ୍ୟ କରିବେ - ଏହି କଥା ସ୍ମୃତିରେ ରହିଲେ, ବିକର୍ମ ହେବ ନାହିଁ । ଯଦି କେହି ଲୁଚି-ଛପି ମଧ୍ୟ ପାପ କର୍ମ କରୁଛନ୍ତି କିନ୍ତୁ ଧର୍ମରାଜ ପାଖରେ ଲୁଚି ରହିପାରିବ ନାହିଁ, ତୁରନ୍ତ ତାହାର ଦଣ୍ଡ ମିଳିଯିବ । ଆଗକୁ ଗଲେ ଆହୁରି ଅଧିକ କଡା ନିୟମ ହୋଇଯିବ । ଏହି ଇନ୍ଦ୍ରସଭାରେ କୌଣସି ପତିତ ଲୁଚି-ଛପି ବସି ପାରିବେ ନାହିଁ ।

ଗୀତ:-
ଭୋଲାନାଥ ସେ ନିରାଲା...

ଓମ୍ ଶାନ୍ତି ।
ମିଠା-ମିଠା ରୁହାନୀ ସନ୍ତାନମାନେ ଜାଣିଛନ୍ତି ଯେ ଏବେ ରୁହାନୀ ବାବା ଆମକୁ ଏହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି । ତାଙ୍କର ନାମ ହିଁ ହେଉଛି ଭୋଳାନାଥ । ଲୌକିକ ପିତା ବହୁତ ଭୋଳା, କେତେ କଷ୍ଟ ସହି ମଧ୍ୟ ପିଲାମାନଙ୍କୁ ପଢାଇଥା’ନ୍ତି, ସମ୍ଭାଳିଥା’ନ୍ତି । ପୁଣି ଯେତେବେଳେ ପିଲାମାନେ ବଡ ହୋଇଯାଆନ୍ତି, ସେତେବେଳେ ତାଙ୍କୁ ସବୁ କିଛି ଦେଇ ଦେଇ ନିଜେ ବାନପ୍ରସ୍ଥ ନେଇଯାଇଥାନ୍ତି । ଭାବିଥାଆନ୍ତି ଯେ ଆମେ ଆମର କର୍ତ୍ତବ୍ୟ ପୁରା କଲୁ, ଏବେ ପିଲାମାନେ ସବୁ କିଛି ବୁଝିବେ । ତେଣୁ ପିତା ଭୋଳା ହେଲେ ନା । ଏକଥା ମଧ୍ୟ ବାବା ଏବେ ତୁମମାନଙ୍କୁ ବୁଝାଉଛନ୍ତି କାହିଁକି ନା ସିଏ ସ୍ୱୟଂ ଭୋଳାନାଥ ଅଟନ୍ତି । ଲୌକିକ ପିତାଙ୍କ ପାଇଁ ମଧ୍ୟ ବୁଝାଉଛନ୍ତି ଯେ ସିଏ କେତେ ଭୋଳା ଅଟନ୍ତି । ସିଏ ହେଉଛନ୍ତି ହଦର ଭୋଳାନାଥ । ଇଏ ପୁଣି ହେଉଛନ୍ତି ବେହଦର ଭୋଳାନାଥ ବାବା । ପରମଧାମରୁ ପୁରୁଣା ଦୁନିଆ, ପୁରୁଣା ଶରୀରରେ ଆସୁଛନ୍ତି, ସେଥିପାଇଁ ମନୁଷ୍ୟମାନେ ଭାବୁଛନ୍ତି ଯେ ସିଏ ପୁରୁଣା ପତିତ ଶରୀରରେ କିପରି ଆସିପାରିବେ । ନ ବୁଝିବା କାରଣରୁ ପବିତ୍ର ଶରୀରଧାରୀ ଶ୍ରୀକୃଷ୍ଣଙ୍କର ନାମ ରଖି ଦେଇଛନ୍ତି । ଏହି ଗୀତା, ବେଦ, ଶାସ୍ତ୍ର ଆଦି ପୁଣି ମଧ୍ୟ ଲେଖା ହେବ । ଦେଖ, ଶିବବାବା କେତେ ଭୋଳା ଅଟନ୍ତି । ଯେତେବେଳେ ଆସୁଛନ୍ତି, ଏହିପରି ଅନୁଭବ ହୁଏ - ଯେପରିକି ବାବା ଏଇଠି ହିଁ ବସିଛନ୍ତି । ଏହି ସାକାର ବାବା ମଧ୍ୟ ଭୋଳା ଅଟନ୍ତି ନା । କୌଣସି ପିତାମ୍ବରୀ ପାଟ ନାହିଁ କି କୌଣସି ତିଳକ ଆଦି ନାହିଁ । କିନ୍ତୁ ସାଧାରଣ ବାବା ତ’ ବାବା ହିଁ ଅଟନ୍ତି । ସନ୍ତାନମାନେ ଜାଣିଛନ୍ତି - ଏହି ସବୁ ଜ୍ଞାନ ଶିବବାବା ହିଁ ଦେଉଛନ୍ତି, ଆଉ କାହାରି ଶକ୍ତି ନାହିଁ, ଯିଏ କି ଦେଇ ପାରିବେ । ଦିନକୁ ଦିନ ପିଲାମାନଙ୍କର ଲଗନ ବଢି ଚାଲିଛି । ଯେତେ ବାପାଙ୍କୁ ମନେପକାଇବ ସେତେ ସ୍ନେହ ବଢିବ । ସିଏ ଅତିସ୍ନେହର ପିତା ଅଟନ୍ତି ନା । ତାହା କେବଳ ଏବେ ନୁହେଁ କିନ୍ତୁ ତୁମେ ଭକ୍ତି ମାର୍ଗରେ ମଧ୍ୟ ଅତିପ୍ରିୟ ବୋଲି ଭାବୁଥିଲ । କହୁଥିଲ - ବାବା ଆପଣ ଯେବେ ଆସିବେ ମୁଁ ଆଉ ସମସ୍ତଙ୍କଠାରୁ ମୋହ ଛଡାଇ ଆପଣଙ୍କୁ ହିଁ ଭଲ ପାଇବି । ତୁମେ ଏବେ ବି ଜାଣୁଛ, କିନ୍ତୁ ମାୟା ଏତେ ଭଲ ପାଇବାକୁ ଦେଉ ନାହିଁ । ମାୟା ଏପରି ଚାହୁଁ ନାହିଁ କି ଇଏ ମୋତେ ଛାଡି ବାବାଙ୍କୁ ମନେ ପକାଉ । ସିଏ ଚାହୁଁଛି ଯେ ଦେହ-ଅଭିମାନୀ ହୋଇ କେବଳ ମୋତେ ଭଲପାଉ । ମାୟା ଏହା ହିଁ ଚାହୁଁଛି, ତେଣୁ ବହୁତ ବିଘ୍ନ ପକାଉଛି । ତୁମକୁ ବିଘ୍ନକୁ ପାର କରିବାର ଅଛି । ପିଲାମାନଙ୍କୁ କିଛି ତ ପରିଶ୍ରମ କରିବାକୁ ହେବ ନା । ପୁରୁଷାର୍ଥ ଦ୍ୱାରା ହିଁ ତୁମେ ନିଜର ପ୍ରାଲବ୍ଧ ପାଉଛ । ପିଲାମାନେ ଜାଣିଛନ୍ତି, ଉଚ୍ଚ ପଦ ପାଇବା ପାଇଁ କେତେ ପୁରୁଷାର୍ଥ କରିବାକୁ ହେବ । ପ୍ରଥମତଃ ବିକାରକୁ ଦାନ ଦେବାକୁ ହେବ, ଦ୍ୱିତୀୟତଃ ବାବାଙ୍କଠାରୁ ଯେଉଁ ଅବିନାଶୀ ଜ୍ଞାନ ରତ୍ନର ଧନ ମିଳୁଛି, ତାହା ଦାନ କରିବାକୁ ହେବ । ଯେଉଁ ଅବିନାଶୀ ଧନ ଦ୍ୱାରା ହିଁ ତୁମେ ଏତେ ଧନବାନ ହେଉଛ । ଜ୍ଞାନ ହେଉଛି ରୋଜଗାରର ପନ୍ଥା । ତାହା ହେଉଛି ଦର୍ଶନ ଶାସ୍ତ୍ର, ଏହା ହେଉଛି ଆଧ୍ୟାତ୍ମିକ ଜ୍ଞାନ । ଶାସ୍ତ୍ର ଆଦି ପଢି ମଧ୍ୟ ବହୁତ ରୋଜଗାର କରନ୍ତି । ଗୋଟିଏ କୋଠରୀରେ ଗ୍ରନ୍ଥ ଆଦି ରଖିଦେଲେ, ଅଳ୍ପ କିଛି ଶୁଣାଇଦେଲେ, ବାସ୍ ରୋଜଗାର ହୋଇଯିବ । ତାହା କୌଣସି ଯଥାର୍ଥ ଜ୍ଞାନ ନୁହେଁ । ଯଥାର୍ଥ ଜ୍ଞାନ ଏକମାତ୍ର ବାବା ହିଁ ଦେଇଥା’ନ୍ତି । ଯେ ପର୍ଯ୍ୟନ୍ତ କାହାକୁ ଏହି ରୁହାନୀ ଜ୍ଞାନ ମିଳି ନାହିଁ, ସେ ପର୍ଯ୍ୟନ୍ତ ଏହି ଦର୍ଶନଶାସ୍ତ୍ର ତାଙ୍କ ବୁଦ୍ଧିରେ ରହିଥାଏ । ସେମାନେ ତୁମ କଥା ଶୁଣନ୍ତି ନାହିଁ । ତୁମର ସଂଖ୍ୟା ବହୁତ କମ୍ । ଏହା ତ ୧୦୦ ପ୍ରତିଶତ ନିଶ୍ଚିତ ଯେ ଏହି ରୁହାନୀ ଜ୍ଞାନ ପିଲାମାନେ ରୁହାନୀ ବାବାଙ୍କ ଠାରୁ ନେଇଛନ୍ତି । ଜ୍ଞାନ ହେଉଛି ରୋଜଗାରର ପନ୍ଥା । ଏହାଦ୍ୱାରା ବହୁତ ଧନ ମିଳିଥାଏ । ଯୋଗ ହେଉଛି ସ୍ୱାସ୍ଥ୍ୟର ଉତ୍ସ ଅର୍ଥାତ୍ ଏହାଦ୍ୱାରା ନିରୋଗୀ ଶରୀର ମିଳିଥାଏ । ଜ୍ଞାନ ଆଧାରରେ ଧନ ମିଳିଥାଏ । ଏହା ହେଲା ଦୁଇଟି ମୁଖ୍ୟ ବିଷୟ । ପୁଣି ତାହାକୁ କିଏ ଭଲ ଭାବରେ ଧାରଣ କରନ୍ତି, କିଏ କମ୍ ଧାରଣ କରନ୍ତି । ତେଣୁ କମ୍ ଧନ ମଧ୍ୟ କ୍ରମାନୁସାରେ ମିଳିଥାଏ । ଦଣ୍ଡ ଭୋଗ କରି ପଦ ପାଇଥାଆନ୍ତି । ସମ୍ପୂର୍ଣ୍ଣ ଯୋଗ କରନ୍ତି ନାହିଁ, ତେଣୁ ବିକର୍ମ ବିନାଶ ହୁଏ ନାହିଁ । ପୁଣି ଦଣ୍ଡ ଭୋଗ କରିବାକୁ ପଡେ । ପଦ ମଧ୍ୟ ଭ୍ରଷ୍ଟ ହୋଇଯାଏ । ଯେପରି ସ୍କୁଲ୍‌ରେ ଦଣ୍ଡ ମିଳିଥାଏ । ଏହା ହେଉଛି ବେହଦର ଜ୍ଞାନ, ଏହାଦ୍ୱାରା ବେଡା ପାରି ହୋଇଯାଏ । ହଦର ଜ୍ଞାନରେ ବାରିଷ୍ଟରୀ, ଡାକ୍ତରୀ, ଇଞ୍ଜିନିୟରୀଂ ପଢିବାକୁ ହୁଏ । ଏହା ତ ଏକମାତ୍ର ପାଠପଢା । ଯୋଗ ଏବଂ ଜ୍ଞାନ ଦ୍ୱାରା ସଦା ସ୍ୱାସ୍ଥ୍ୟବାନ୍ ଏବଂ ଧନବାନ ହୁଅନ୍ତି । ରାଜକୁମାର ହୋଇଯାଆନ୍ତି । ସ୍ୱର୍ଗରେ କେହି ବାରିଷ୍ଟର, ଜଜ୍ ଆଦି ହୁଅନ୍ତି ନାହିଁ । ସେଠି ଧର୍ମରାଜର ମଧ୍ୟ ଦରକାର ହୁଏ ନାହିଁ । ନା ଗର୍ଭ ଜେଲ୍‌ର ଦଣ୍ଡ ମିଳେ, ନା ଧର୍ମରାଜପୁରୀର ଦଣ୍ଡ ମିଳେ । ଗର୍ଭ ମହଲରେ ମଧ୍ୟ ବହୁତ ସୁଖୀ ହୋଇ ରୁହନ୍ତି । ଏଠାରେ ତ ଗର୍ଭ ଜେଲ୍‌ରେ ଦଣ୍ଡ ଭୋଗ କରିବାକୁ ପଡେ । ଏହି ସବୁ କଥାକୁ ତୁମେ ପିଲାମାନେ ଏବେ ଜାଣୁଛ । ବାକି ଶାସ୍ତ୍ରରେ, ସଂସ୍କୃତରେ ଶ୍ଳୋକ ଆଦି ମନୁଷ୍ୟମାନେ ଲେଖିଛନ୍ତି । ପଚାରୁଛନ୍ତି ଯେ ସତ୍ୟଯୁଗରେ କେଉଁ ଭାଷା ରହିବ? ବାବା ବୁଝାଉଛନ୍ତି - ଦେବତାମାନଙ୍କର ଯେଉଁ ଭାଷା ହୋଇଥିବ, ତାହା ହିଁ ଚାଲିବ । ସେଠାରେ ଯେଉଁ ଭାଷା ହେବ, ତାହା ଅନ୍ୟ କେଉଁଠି ରହିବ ନାହିଁ । ଏପରି ହୋଇ ପାରିବ ନାହିଁ କି ସେଠାରେ ସଂସ୍କୃତ ଭାଷା ରହିବ । ଦେବତା ଏବଂ ପତିତ ମନୁଷ୍ୟଙ୍କର ଭାଷା ଏକା ହୋଇପାରିବ ନାହିଁ । ସେଠାକାର ଯେଉଁ ଭାଷା ହୋଇଥିବ, ତାହା ହିଁ ପ୍ରଚଳିତ ହେବ । ଏହା ପଚାରିବା ଦରକାର ନାହିଁ । ପ୍ରଥମେ ବାବାଙ୍କ ଠାରୁ ବର୍ସା ତ ନେଇ ନିଅ । କଳ୍ପ ପୂର୍ବେ ଯାହା ହୋଇଥିବ - ତାହା ହିଁ ହେବ । ପ୍ରଥମେ ବର୍ସା ନିଅ, ଅଲଗା କିଛି କଥା ପଚାର ହିଁ ନାହିଁ । ଆଚ୍ଛା, ୮୪ ଜନ୍ମ ନ ହେଉ, ୮୦ ବା ୮୨ ହେଉ, ତୁମେ ଏହି କଥାକୁ ଛାଡି ଦିଅ । ବାବା କହୁଛନ୍ତି, ଅଲ୍ଫ ଅର୍ଥାତ୍ ଭଗବାନଙ୍କୁ ମନେପକାଅ । ବାସ୍ତବରେ ସ୍ୱର୍ଗର ବାଦଶାହୀ ମିଳୁଛି ନା । ଅନେକ ଥର ତୁମେ ସ୍ୱର୍ଗର ବାଦଶାହୀ ନେଇଛ । ଉପରୁ ତଳକୁ ଓହ୍ଲାଇବାକୁ ତ ପଡିବ ନା । ଏବେ ତୁମେ ମାଷ୍ଟର ଜ୍ଞାନ-ସାଗର, ମାଷ୍ଟର ସୁଖର ସାଗର ହେଉଛ । ତୁମେ ପୁରୁଷାର୍ଥୀ ଅଟ । ବାବା ତ ସମ୍ପୂର୍ଣ୍ଣ ଅଟନ୍ତି । ବାବାଙ୍କ ପାଖରେ ଯେଉଁ ଜ୍ଞାନ ଅଛି, ତାହା ପିଲାମାନଙ୍କ ପାଖରେ ମଧ୍ୟ ଅଛି । କିନ୍ତୁ ତୁମକୁ ସାଗର କୁହାଯିବ ନାହିଁ । ସାଗର ତ ଜଣେ ଅଟନ୍ତି, କେବଳ ଅନେକ ନାମ ରଖି ଦେଇଛନ୍ତି । ବାକି ତୁମେ ହେଉଛ ଜ୍ଞାନ ସାଗରରୁ ବାହାରି ଥିବା ନଦୀମାନେ । ତୁମେ ହେଉଛ ମାନସରୋବର, ନଦୀମାନେ । ନଦୀ ଗୁଡିକର ନାମ ମଧ୍ୟ ଅଛି । ବ୍ରହ୍ମପୁତ୍ର ବହୁତ ବଡ ନଦୀ ଅଟେ । କଲିକତାରେ ନଦୀ ଏବଂ ସାଗରର ସଙ୍ଗମ ହୋଇଛି । ତାହାର ନାମ ହେଉଛି ଡାଏମଣ୍ଡ ହାର୍ବର । ତୁମେ ବ୍ରହ୍ମା ମୁଖ ବଂଶାବଳୀ, ହୀରା ଭଳି ହେଉଛ । ବହୁତ ବଡ ମେଳା ଲାଗିଥାଏ । ବାବା ଏଇ ବ୍ରହ୍ମାଙ୍କ ଶରୀରରେ ଆସି ପିଲାମାନଙ୍କ ସହିତ ମିଶୁଛନ୍ତି । ଏସବୁ ବୁଝିବାକୁ ହେବ । ପୁଣି ବି ବାବା କହୁଛନ୍ତି ମନମନାଭବ । ବାବାଙ୍କୁ ସ୍ମୃତିରେ ରଖିଥାଅ । ସିଏ ହେଉଛନ୍ତି ପରମପ୍ରିୟ, ସର୍ବ ସମ୍ବନ୍ଧର ସାକାରିନ୍ । ଆଉ ସବୁ ସମ୍ବନ୍ଧୀ ହେଉଛନ୍ତି ବିକାରୀ । ତାଙ୍କ ଠାରୁ ଦୁଃଖ ମିଳିଥାଏ । ବାବା ତୁମକୁ ସବୁର ପ୍ରତିବଦଳରେ ସବୁ ସମ୍ବନ୍ଧର ସ୍ନେହ ଦେଇଥା’ନ୍ତି, କେତେ ସୁଖ ଦେଇଥା’ନ୍ତି । ଆଉ କେହି ଏତେ ସୁଖ ଦେଇ ପାରିବେ ନାହିଁ । ଯଦି କେହି ଦିଅନ୍ତି ତେବେ ତାହା ଅଳ୍ପ କାଳ ପାଇଁ । ଯାହାକୁ ହିଁ ସନ୍ନ୍ୟାସୀମାନେ କାକ ବିଷ୍ଠା ସହିତ ସମାନ ସୁଖ ବୋଲି କୁହନ୍ତି । ଦୁଃଖଧାମରେ ତ ନିଶ୍ଚୟ ଦୁଃଖ ହିଁ ହେବ । ତୁମେ ସନ୍ତାନମାନେ ଜାଣୁଛ ଯେ ଆମେ ଅନେକ ଥର ଏହି ଅଭିନୟ କରିଛୁ । କିନ୍ତୁ ଆମେ ଉଚ୍ଚ ପଦ କିପରି ପାଇବା, ତାହାର ଚିନ୍ତା ରହିବା ଦରକାର । ବହୁତ ପୁରୁଷାର୍ଥ କରିବାର ଅଛି, ଯେପରି କି ମୁଁ ସେଠାରେ ଫେଲ୍ ହୋଇ ନ ଯାଏ । ଭଲ ନମ୍ବର ରଖି ପାସ୍ ହେଲେ ଉଚ୍ଚ ପଦ ପାଇବ, ଆଉ ଖୁସି ମଧ୍ୟ ହେବ । ନିଜର ଯୋଗ ଅନୁସାରେ ପଦ ପାଇବେ, ସମସ୍ତେ ଏକାଭଳି ହୋଇପାରିବେ ନାହିଁ । ବହୁତ ଗୋପିମାନେ ଅଛନ୍ତି, ଯିଏକି କେବେ ମଧ୍ୟ ବାବାଙ୍କ ସହ ମିଶି ନାହାଁନ୍ତି । ବାବାଙ୍କ ସହିତ ମିଶିବା ପାଇଁ ଛଟପଟ ହେଉଛନ୍ତି । ସାଧୁ-ସନ୍ନ୍ୟାସୀମାନଙ୍କ ପାଖରେ ଛଟପଟ ହେବାର କଥା କିଛି ନ ଥାଏ । ଏଠାରେ ତ ଶିବବାବାଙ୍କ ସହିତ ମିଶିବା ପାଇଁ ଆସୁଛନ୍ତି । ଆଶ୍ଚର୍ଯ୍ୟଜନକ କଥା ନା । ଘରେ ବସି ମନେପକାଉଛନ୍ତି, ଶିବବାବା ଆମେ ଆପଣଙ୍କର ସନ୍ତାନ ଅଟୁ । ଆତ୍ମାର ସ୍ମୃତି ଆସୁଛି । ତୁମେ ସନ୍ତାନମାନେ ଜାଣୁଛ, ଆମେ ଶିବବାବାଙ୍କ ଠାରୁ କଳ୍ପ-କଳ୍ପ ବର୍ସା ନେଉଛୁ । ସେହି ବାବା ପୁଣି କଳ୍ପ ପରେ ଆସିଛନ୍ତି । ତେଣୁ ନ ଦେଖି ରହି ପାରିବେ ନାହିଁ । ଆତ୍ମା ଜାଣୁଛି ଯେ ବାବା ଆସିଛନ୍ତି । ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ କିଛି ବି ଜାଣନ୍ତି ନାହିଁ । ଶିବବାବା ଆସି ପଢାଉଛନ୍ତି, ଏକଥା କିଛି ବି ଜାଣନ୍ତି ନାହିଁ । ନାମକୁ ମାତ୍ର ଶିବ ଜୟନ୍ତୀ ପାଳନ କରୁଛନ୍ତି । ଛୁଟି ମଧ୍ୟ କରୁ ନାହାଁନ୍ତି । ଯିଏ ସମ୍ପତ୍ତି ଦେଇଛନ୍ତି, ତାଙ୍କର କିଛି ମହତ୍ତ୍ୱ ରଖି ନାହାଁନ୍ତି । ଆଉ ଯାହାଙ୍କୁ ବର୍ସା ଦେଇଛନ୍ତି, ତାଙ୍କର ନାମ ପ୍ରଖ୍ୟାତ କରିଦେଇଛନ୍ତି । ବାବା ଖାସ୍ ଭାରତକୁ ଆସି ସ୍ୱର୍ଗ କରିଛନ୍ତି । ବାକି ସମସ୍ତଙ୍କୁ ମୁକ୍ତି ଦେଉଛନ୍ତି । ସମସ୍ତେ ମଧ୍ୟ ମୁକ୍ତି ଚାହାଁନ୍ତି । ତୁମେ ଜାଣୁଛ ମୁକ୍ତି ପରେ ଜୀବନମୁକ୍ତି ମିଳିବ । ବାପା ଆସି ମାୟାର ବନ୍ଧନରୁ ମୁକ୍ତ କରୁଛନ୍ତି । ବାବାଙ୍କୁ ସମସ୍ତଙ୍କର ସଦ୍‌ଗତି ଦାତା ବୋଲି କୁହାଯାଏ । ଜୀବନମୁକ୍ତି ତ ସମସ୍ତଙ୍କୁ ପୁରୁଷାର୍ଥର କ୍ରମାନୁସାରେ ମିଳିଥାଏ । ବାବା କହୁଛନ୍ତି, ଏହା ହେଉଛି ପତିତ ଦୁନିଆ ଦୁଃଖଧାମ । ସତ୍ୟଯୁଗରେ ତୁମକୁ କେତେ ସୁଖ ମିଳିଥାଏ । ତାହାକୁ ସ୍ୱର୍ଗ କୁହାଯାଏ । ଆଲ୍ଲା କାହିଁକି ବହିସ୍ଥ ରଚନା କରିଲେ? କେବଳ କ’ଣ ମୁସଲ୍‌ମାନମାନଙ୍କ ପାଇଁ ରଚନା କରିଲେ? ନିଜ-ନିଜ ଭାଷାରେ କେହି ସ୍ୱର୍ଗ କହୁଛନ୍ତି, କେହି ବହିସ୍ଥ କହୁଛନ୍ତି । ତୁମେ ଜାଣିଛ, ସ୍ୱର୍ଗରେ କେବଳ ଭାରତ ହିଁ ରହିବ । ଏହି ସବୁ କଥା ପୁରୁଷାର୍ଥର କ୍ରମାନୁସାରେ ତୁମ ସନ୍ତାନମାନଙ୍କର ବୁଦ୍ଧିରେ ରହିଛି । ଜଣେ ମୁସଲ୍‌ମାନ ମଧ୍ୟ କହୁଥିଲେ, ମୁଁ ଆଲ୍ଲାଙ୍କ ବଗିଚାକୁ ଗଲି । ଏ ସବୁ ସାକ୍ଷାତ୍‌କାର ହୋଇଥାଏ । ପ୍ରଥମରୁ ହିଁ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ଡ୍ରାମାରେ ଯାହା କିଛି ହୁଏ, ସେକେଣ୍ଡ ପାସ୍ ହେଲା ବୋଲି କହିବା ଯାହାକି କଳ୍ପ ପୂର୍ବେ ମଧ୍ୟ ହୋଇଥିଲା । କାଲି କ’ଣ ହେବ, ଏହା ଜଣା ନାହିଁ । ଡ୍ରାମା ଉପରେ ନିଶ୍ଚୟ ରହିବା ଉଚିତ୍‌, ଯାହାଦ୍ୱାରା କିଛି ଚିନ୍ତା ରହିବ ନାହିଁ । ଆମକୁ ତ ବାବା ହୁକୁମ ଦେଇଛନ୍ତି ଯେ - ମୋତେ ମନେପକାଅ ଏବଂ ନିଜର ବର୍ସାକୁ ମନେପକାଅ । ସମସ୍ତଙ୍କୁ ତ’ ମରିବାକୁ ହିଁ ପଡିବ । କେହି ଜଣେ-ଜଣଙ୍କ ପାଇଁ କାନ୍ଦି ପାରିବ ନାହିଁ । ମୃତ୍ୟୁ ଆସିଲା ଆଉ ଗଲେ, କାନ୍ଦିବାକୁ ଫୁରସତ୍ ନ ଥିବ । ଶବ୍ଦ ହିଁ ବାହାରିବ ନାହିଁ । ଆଜିକାଲି ତ ମନୁଷ୍ୟ ପାଉଁଶକୁ ନେଇ ମଧ୍ୟ କେତେ ପରିକ୍ରମା କରୁଛନ୍ତି । କେତେ ଭାବନା ରହିଛି । ଳେବଳ ସମୟ ନଷ୍ଟ... ଏଥିରେ କ’ଣ ହେବ । ମାଟି, ମାଟିରେ ମିଶି ଯିବ । ଏହାଦ୍ୱାରା କ’ଣ ଭାରତ ପବିତ୍ର ହୋଇଯିବ? ପତିତ ଦୁନିଆରେ ପତିତ କର୍ମ ହିଁ କରିବେ । ଦାନ-ପୁଣ୍ୟ ଆଦି ମଧ୍ୟ କରି ଆସୁଛନ୍ତି । ତାହାଦ୍ୱାରା ଭାରତ କ’ଣ ପାବନ ହୋଇଛି? ସିଡିରୁ ଓହ୍ଲାଇବାର ହିଁ ଅଛି । ସତ୍ୟଯୁଗରେ ସୂର୍ଯ୍ୟବଂଶୀ ହେଲେ । ପୁଣି ସିଡି ଓହ୍ଲାଇବାକୁ ପଡିଲା, ଧିରେ-ଧିରେ ତଳକୁ ଆସିଲେ । ଯେତେ ଯଜ୍ଞ-ତପ ଆଦି କଲେ ମଧ୍ୟ ପର ଜନ୍ମରେ ଅଳ୍ପକାଳର ଫଳ ମିଳେ । କେହି ଯଦି ଖରାପ କର୍ମ କରୁଛନ୍ତି, ତେବେ ତାଙ୍କୁ ମଧ୍ୟ ତାହାର ପ୍ରତିବଦଳରେ ଫଳ ମିଳିଥାଏ । ବେହଦର ବାବା ଜାଣିଛନ୍ତି ଯେ ପିଲାମାନଙ୍କୁ ପଢାଇବାକୁ ଆସିଛନ୍ତି । ଶରୀର ମଧ୍ୟ ସାଧାରଣ ନେଇଛନ୍ତି । କୌଣସି ତିଳକ ଆଦି ଲଗାଇବା ଦରକାର ନାହିଁ । ଭକ୍ତମାନେ ତ ବଡ-ବଡ ତିଳକ ଲଗାନ୍ତି, କିନ୍ତୁ କେତେ ଠକନ୍ତି । ବାବା କହୁଛନ୍ତି, ମୁଁ ସାଧାରଣ ଶରୀରରେ ଆସି ପିଲାମାନଙ୍କୁ ପାଠ ପଢାଉଛି । ତେବେ ବାନପ୍ରସ୍ଥ ଅବସ୍ଥା ହେଲା ନା । ଶ୍ରୀକୃଷ୍ଣଙ୍କର ନାମ କାହିଁକି ଦେଲେ? ଏଠାରେ ବିଚାର କରିବାର ମଧ୍ୟ ବୁଦ୍ଧି ନାହିଁ । ଏବେ ବାବା ଠିକ୍‌-ଭୁଲ୍ ବିଚାର କରିବାର ବୁଦ୍ଧି ଦେଇଛନ୍ତି ।

ବାବା କହୁଛନ୍ତି, ତୁମେ ଯଜ୍ଞ-ତପ, ଦାନ-ପୁଣ୍ୟ କରିଲ, ଶାସ୍ତ୍ର ପଢି ଆସିଲ । କଣ ସେହି ଶାସ୍ତ୍ରରେ କିଛି ଅଛି? ମୁଁ ତ ତୁମକୁ ରାଜଯୋଗ ଶିଖାଇ ବିଶ୍ୱର ବାଦଶାହୀ ଦେଲି ନା ଶ୍ରୀକୃଷ୍ଣ ଦେଲେ? ବିଚାର କର । କହୁଛନ୍ତି - ବାବା ଆପଣ ହିଁ ଶୁଣାଇଥିଲେ । ଶ୍ରୀକୃଷ୍ଣ ତ ଛୋଟ ରାଜକୁମାର, ସିଏ କିପରି ଶୁଣାଇବେ! ବାବା ଆମେ ଆପଣଙ୍କ ରାଜଯୋଗ ଦ୍ୱାରା ହିଁ ଏହିପରି ହେଉଛୁ । ବାବା କହୁଛନ୍ତି, ଶରୀର ଉପରେ ଭରଷା ନାହିଁ । ବହୁତ ପୁରୁଷାର୍ଥ କରିବାର ଅଛି । ବାବାଙ୍କୁ ସମାଚାର ଶୁଣାନ୍ତି, ଅମୁକ ବହୁତ ନିଶ୍ଚୟ ବୁଦ୍ଧି ଅଟନ୍ତି । ମୁଁ କହୁଛି ବିଲ୍‌କୁଲ୍ ନିଶ୍ଚୟ ନାହିଁ, ଯାହାକୁ ବହୁତ ସ୍ନେହ କଲି, ସିଏ ଆଜି ନାହିଁ । ବାବା ତ ସମସ୍ତଙ୍କ ସହିତ ସ୍ନେହରେ ମିଶୁଛନ୍ତି । ଯେପରି କର୍ମ ମୁଁ କରିବି, ମୋତେ ଦେଖି ଅନ୍ୟମାନେ କରିବେ । କେହି କେହି ତ ବିକାରଗ୍ରସ୍ତ ହୋଇ ପୁଣି ଆସି ଲୁଚି ଛପି ବସୁଛନ୍ତି । ବାବା ତ ତୁରନ୍ତ ସନ୍ଦେଶୀଙ୍କୁ ଜଣାଇ ଦିଅନ୍ତି । ଏହିପରି କର୍ମ କରିଲାବାଲା ବହୁତ ନାଜୁକ (ସମ୍ବେଦନଶୀଳ) ହୋଇ ଚାଲିବେ । ଆଗକୁ ଚାଲି ପାରିବେ ନାହିଁ । ଅନ୍ତ ସମୟରେ ଯଦି କେହି କିଛି କଲେ, ତେବେ ଏକଦମ୍ ମାର୍ଶାଲ୍ ‘ଲ’ ଅର୍ଥାତ୍ କଡା ନିୟମ ହୋଇଯିବ । ଆଗକୁ ତୁମେ ବହୁତ ଦେଖିବ । ବାବା କ’ଣ-କ’ଣ କରୁଛନ୍ତି । ବାବା କ’ଣ ଦଣ୍ଡ ଦେବେ, ଧର୍ମରାଜ ଦ୍ୱାରା ଦଣ୍ଡ ଦେଇଥାଆନ୍ତି । ଜ୍ଞାନରେ ପ୍ରେରଣାର କଥା ନାହିଁ । ଭଗବାନଙ୍କୁ ତ ସବୁ ମନୁଷ୍ୟ କହୁଛନ୍ତି, ହେ ପତିତ-ପାବନ ଆସ, ଆମକୁ ଆସି ପାବନ କର । ପ୍ରତ୍ୟେକ ଆତ୍ମା କର୍ମେନ୍ଦ୍ରିୟ ଦ୍ୱାରା ଡାକୁଛନ୍ତି । ବାବା ହେଉଛନ୍ତି ଜ୍ଞାନର ସାଗର । ତାଙ୍କ ପାଖରେ ଜ୍ଞାନର ଭିନ୍ନ ଭିନ୍ନ ଅସ୍ତ୍ରଶସ୍ତ୍ର ଅଛି । ଏହିପରି ଅସ୍ତ୍ରଶସ୍ତ୍ର ଆଉ କାହା ପାଖରେ ନାହିଁ । ଶ୍ରୀକୃଷ୍ଣଙ୍କର ମହିମା ସମ୍ପୂର୍ଣ୍ଣ ଅଲଗା । ବାବାଙ୍କର ଶିକ୍ଷା ଦ୍ୱାରା ଏହି ଲକ୍ଷ୍ମୀ-ନାରାୟଣ କିପରି ହେଲେ । କରାଇଲାବାଲା ତ ବାବା ହିଁ ଅଟନ୍ତି । ବାବା ଆସି କର୍ମ, ଅକର୍ମ, ବିକର୍ମର ଗତି ବୁଝାଉଛନ୍ତି । ଏବେ ତୁମର ତୃତୀୟ ନେତ୍ର ଖୋଲିଛି । ତୁମେ ଜାଣୁଛ ଏହା ୫ ହଜାର ବର୍ଷର କଥା । ଏବେ ଘରକୁ ଯିବାର ଅଛି, ପାର୍ଟ ବଜାଇବାର ଅଛି । ଏହା ସ୍ୱଦର୍ଶନ ଚକ୍ର ଅଟେ ନା । ତୁମର ନାମ ହେଉଛି ସ୍ୱଦର୍ଶନ ଚକ୍ରଧାରୀ, ବ୍ରାହ୍ମଣକୁଳ ଭୂଷଣ, ପ୍ରଜାପିତା ବ୍ରହ୍ମାକୁମାର-ବ୍ରହ୍ମାକୁମାରୀ । ଲକ୍ଷ-ଲକ୍ଷ ସଂଖ୍ୟାରେ ସ୍ୱଦର୍ଶନ ଚକ୍ରଧାରୀ ହେବେ । ତୁମେ କେତେ ପାଠ ପଢୁଛ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, ସେଥିପାଇଁ କୌଣସି ବି ଓଲଟା କର୍ମ କରିବାର ନାହିଁ । କର୍ମ-ଅକର୍ମ-ବିକର୍ମର ଗତିକୁ ଧ୍ୟାନରେ ରଖି ସର୍ବଦା ଶ୍ରେଷ୍ଠ କର୍ମ କରିବାର ଅଛି ।

(୨) ଯୋଗ ଦ୍ୱାରା ସଦାକାଳ ପାଇଁ ନିଜର ଶରୀରକୁ ନିରୋଗୀ ରଖିବାକୁ ହେବ । ଏକମାତ୍ର ପରମପ୍ରିୟ ବାପାଙ୍କୁ ହିଁ ମନେ ପକାଇବାକୁ ହେବ । ବାବାଙ୍କ ଠାରୁ ଯେଉଁ ଅବିନାଶୀ ଜ୍ଞାନ ଧନ ମିଳୁଛି, ସେଗୁଡିକୁ ଦାନ କରିବାକୁ ହେବ ।

ବରଦାନ:-
ସହନଶୀଳତାର ଗୁଣ ଦ୍ୱାରା କଠୋର ସଂସ୍କାରକୁ ମଧ୍ୟ ଶୀତଳ କରୁଥିବା ସନ୍ତୁଷ୍ଟମଣୀ ଭବ ।

ଯାହା ଭିତରେ ସହନଶୀଳତାର ଗୁଣ ଥାଏ ତା’ର ଚେହେରାରେ ସବୁବେଳେ ସନ୍ତୁଷ୍ଟତା ଦେଖାଯାଇଥାଏ ଏବଂ ଯିଏ ସର୍ବଦା ନିଜେ ସନ୍ତୁଷ୍ଟତାର ମୂର୍ତ୍ତି ହୋଇ ରହିଥାଏ ସେ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିଦେଇଥାଏ । ତେବେ ସନ୍ତୁଷ୍ଟ ହେବା ଅର୍ଥ ସଫଳତା ପ୍ରାପ୍ତ କରିବା । ଯେଉଁମାନେ ସହନଶୀଳ ହୋଇଥାଆନ୍ତି, ସେମାନେ ନିଜର ସହନଶୀଳତାର ଶକ୍ତି ଦ୍ୱାରା କଠୋର ସଂସ୍କାର ବା କଠିନ କାର୍ଯ୍ୟକୁ ଶୀତଳ ଏବଂ ସହଜ କରିଦେଇଥା’ନ୍ତି । ସେମାନଙ୍କର ଚେହେରା ହିଁ ଗୁଣର ମୂର୍ତ୍ତି ଭଳି ଦେଖାଯାଏ । ସେହିମାନେ ହିଁ ଡ୍ରାମାରୂପକ ଢାଲ ଉପରେ ସ୍ଥିର ରହିପାରିବେ ।

ସ୍ଲୋଗାନ:-
ଯେଉଁମାନେ ବାଣୀ ଦ୍ୱାରା ପରିବର୍ତ୍ତନ ହେଉ ନାହାଁନ୍ତି, ସେମାନଙ୍କୁ ନିଜର ଶୁଭଭାବନାର ପ୍ରକମ୍ପନ ଦ୍ୱାରା ପରିବର୍ତ୍ତନ କରିପାରିବ ।

ଅବ୍ୟକ୍ତ ଈଶାରା:- ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।

ଯେପରି ବ୍ରହ୍ମାବାବାଙ୍କର ବାଣୀ ଫରିସ୍ତାମାନଙ୍କ ଭଳି ଥିଲା, ଅଳ୍ପ ଏବଂ ମଧୁର ବାଣୀ ଥିଲା, ସେହିପରି ଯଥାର୍ଥ କଥା ହିଁ କୁହ । କର୍ମଧନ୍ଦା କରିବା ପାଇଁ କଥା ତ କହିବାକୁ ପଡିବ କିନ୍ତୁ ତାହା ମଧ୍ୟ ଲମ୍ବା ହେବା ଉଚିତ୍ ନୁହେଁ । ପ୍ରତ୍ୟେକ ସଂକଳ୍ପରେ, ବାଣୀରେ ଏବଂ କର୍ମରେ ପିତାଙ୍କୁ ଅନୁକରଣ କର । ପ୍ରତ୍ୟେକ ବାଣୀରେ ମଧୁରତା ଏବଂ ନମ୍ରତା ରୂପକ ମହାନତା ରହିବା ଦରକାର, ସେଥିପାଇଁ ନିଜକୁ ନିମିତ୍ତ ମନେକରି ପ୍ରତ୍ୟେକ କାର୍ଯ୍ୟ କର, ତେବେ ଯାଇ ମହାନତା ସହିତ ନମ୍ରତା ମଧ୍ୟ ରହିବ ଏବଂ ସଫଳତା ମୂରତ ହୋଇଯିବ ।