23.06.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ମହାନ ସୌଭାଗ୍ୟଶାଳୀ ଅଟ କାହିଁକି ନା ତୁମକୁ ଭଗବାନ ସେହି ପାଠ ପଢାଉଛନ୍ତି ଯାହାକୁ ଏ
ପର୍ଯ୍ୟନ୍ତ କୌଣସି ଋଷି-ମୁନି ମଧ୍ୟ ପଢିନାହାଁନ୍ତି ।”
ପ୍ରଶ୍ନ:-
ଡ୍ରାମାର କେଉଁ
ନିଧାର୍ଯ୍ୟକୁ କେବଳ ତୁମେ ପିଲାମାନେ ଜାଣିଛ, ଦୁନିଆର ମନୁଷ୍ୟମାନେ ଜାଣିନାହାଁନ୍ତି?
ଉତ୍ତର:-
ତୁମେମାନେ ଜାଣିଛ ଯେ ଏହି ରୁଦ୍ର ଜ୍ଞାନ ଯଜ୍ଞରୁ ହିଁ ବିନାଶର ଜ୍ୱାଳା ପ୍ରଜ୍ୱଳିତ ହୋଇଛି । ଏବେ
ସାରା ପୁରୁଣା ଦୁନିଆ ହିଁ ଏଥିରେ ସ୍ୱାହା ହେବାକୁ ଯାଉଛି । ଡ୍ରାମାର ଏହି ପୂର୍ବ ନିର୍ଦ୍ଧାରିତ
ଭବିଷ୍ୟତକୁ କେହି ଏଡେଇ ଦେଇପାରିବେ ନାହିଁ । ଏହା ଏଭଳି ଅଶ୍ୱମେଧ ଅବିନାଶୀ ରୁଦ୍ର ଯଜ୍ଞ,
ଯେଉଁଥିରେ ଦୁନିଆର ସମସ୍ତ ସାମଗ୍ରୀ ସ୍ୱାହା ହେବ ଏବଂ ଆମେ ଏହି ପତିତ ଦୁନିଆକୁ ଆଉ ଆସିବା ନାହିଁ
। ଏହାକୁ ଈଶ୍ୱର କୃତ କୁହାଯିବ ନାହିଁ, ଡ୍ରାମାର ନିଧାର୍ଯ୍ୟ ବୋଲି କୁହାଯିବ ।
ଗୀତ:-
ମୁଖଡା ଦେଖ ଲେ
ପ୍ରାଣୀ...
ଓମ୍ ଶାନ୍ତି ।
ତୁମେ ପିଲାମାନେ ମଧ୍ୟ ମନୁଷ୍ୟ ଅଟ । ଏହା ମନୁଷ୍ୟ ମାନଙ୍କର ସୃଷ୍ଟି ଅଟେ । ବର୍ତ୍ତମାନ ତୁମେ
ବ୍ରାହ୍ମଣ ଧର୍ମର ମନୁଷ୍ୟ ହୋଇଛ । ବାବା ଆତ୍ମାମାନଙ୍କୁ ଶିକ୍ଷା ଦେଉଛନ୍ତି । ଆତ୍ମାକୁ
ବର୍ତ୍ତମାନ ନିଜର ସ୍ୱ-ଧର୍ମର ଜ୍ଞାନ ମିଳିଛି ଯେ ମୁଁ ଆତ୍ମା ଏହି ଶରୀରର ଚାଳକ । ଆତ୍ମାର ଏହା
ରଥ ଅଟେ । ଯେପରି ବାବା ଏହି ରଥରେ ବିରାଜମାନ କରିଛନ୍ତି, ତୁମର ଆତ୍ମା ମଧ୍ୟ ଏହି ରଥ ଉପରେ
ବିରାଜମାନ କରିଛି । କେବଳ ଆତ୍ମା ଏହି ଜ୍ଞାନକୁ ଭୁଲିଯାଇଛି ଯେ ମୁଁ ଆତ୍ମା ଶାନ୍ତ ସ୍ୱରୂପ ।
ମୋର ରହିବାର ସ୍ଥାନ ମଧ୍ୟ ମୂଳବତନ । ଏହି ଶରୀର ଆମକୁ ଏହିଠାରେ ମିଳିଥାଏ । ଏହିଭଳି ନିଜ ସହିତ
କଥାବାର୍ତ୍ତା କରିବାକୁ ହେବ । ବାବା କହୁଛନ୍ତି ତୁମେ ଆତ୍ମା ଶାନ୍ତ ସ୍ୱରୂପ । ଯଦି ତୁମେ
ଶାନ୍ତିରେ ବସିବାକୁ ଚାହୁଁଛ, ତେବେ ନିଜକୁ ଶାନ୍ତିଧାମ ନିବାସୀ ଆତ୍ମା ମନେ କର । ଅଳ୍ପ ସମୟ
ଶାନ୍ତିରେ ବସିପାରିବ । ମନୁଷ୍ୟ ଶାନ୍ତି ହିଁ ମାଗୁଛନ୍ତି । ମନକୁ ଶାନ୍ତି ଦରକାର - ଏହି କଥା
ଆତ୍ମା କହିଲା, କିନ୍ତୁ ମନୁଷ୍ୟ ଏହି କଥା ଜାଣିନାହାଁନ୍ତି ଯେ ମୁଁ ଆତ୍ମା । ଏହି କଥା
ଭୁଲିଯାଇଛନ୍ତି । ଗୋଟିଏ କାହାଣୀ ମଧ୍ୟ ଅଛି ନା - ରାଣୀଙ୍କ ଗଳାରେ ହାର ଥିଲା କିନ୍ତୁ ସେ ବାହାରେ
ଖୋଜୁଥିଲେ । ତେବେ ବାବା ବି ବୁଝାଉଛନ୍ତି ଶାନ୍ତି ତ ତୁମର ସ୍ୱଧର୍ମ ଅଟେ । ପିଲାମାନେ ମଧ୍ୟ
ବୁଝିଛନ୍ତି ଯେ ଆମେ ଆତ୍ମାମାନେ ଶାନ୍ତ ସ୍ୱରୂପ । ଏଠାକୁ ଅଭିନୟ କରିବାକୁ ଆସିଛୁ । ଯେତେବେଳେ
ଏହି କର୍ମେନ୍ଦ୍ରିୟଠାରୁ ଅଲଗା ହୋଇଯାଏ, ସେତେବେଳେ ଆତ୍ମା ଶାନ୍ତ ହୋଇଯାଏ । ଆତ୍ମା ନିଜର
ଶାନ୍ତିର ସ୍ୱଧର୍ମରେ ଯେତେ ସମୟ ଚାହିଁବ ବସିପାରିବ । ଯଦି ଚାହିଁବ ମୁଁ ଏହି ଶରୀର ଦ୍ୱାରା କାମ
କରିବି ନାହିଁ ତେବେ ଶାନ୍ତିରେ ବସିଯାଅ । ଏହା ହିଁ ହେଉଛି ପ୍ରକୃତ ଶାନ୍ତି, ଏହାକୁ ତୁମେମାନେ
ଖୋଜୁନାହଁ ତୁମର ସ୍ୱଧର୍ମ ହେଉଛି ଶାନ୍ତି । ଏବେ ତୁମେ ଏଠାରେ ଅଭିନୟ କରୁଛ । ବାବାଙ୍କ ଦ୍ୱାରା
ଏବେ ଜଣାପଡିଲା ଯେ ମୁଁ ଆତ୍ମା ୮୪ ଜନ୍ମର ଅଭିନୟ କରିଆସୁଛି । ଏହି ୮୪ ଜନ୍ମର ଚକ୍ର ବିଷୟରେ
କାହାକୁ ବି ଜଣାନାହିଁ, କେବଳ ତୁମେ ପିଲାମାନେ ହିଁ ଜାଣିଛ । ପ୍ରଥମେ ଆମେ ସୂର୍ଯ୍ୟବଂଶୀ ରାଜା
ବା ପ୍ରଜା ଥିଲେ ପୁଣି ଚନ୍ଦ୍ରବଂଶୀ, ତାପରେ ବୈଶ୍ୟବଂଶୀ, ତାପରେ ଶୁଦ୍ରବଂଶୀ ହେଲେ । ଏବେ
ପୁନର୍ବାର ଆମକୁ ସୂର୍ଯ୍ୟବଂଶୀ ହେବାକୁ ପଡିବ ।
ତୁମେ ପିଲାମାନେ ଏବେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଗଲଣି, ତେବେ ତୁମେ କେତେ ସୌଭାଗ୍ୟଶାଳୀ
ଅଟେ । ବାବା ତ ଯଥାର୍ଥ କଥା ବୁଝାଉଛନ୍ତି । ଏହା ହିଁ ହେଉଛି ସଦ୍ଗତି ମାର୍ଗ । ଏହି କଥା
ବୁଝାଇବାକୁ ହେବ ଯେ ସମସ୍ତଙ୍କର ସଦ୍ଗତି ଦାତା ଜଣେ ହିଁ ଅଟନ୍ତି । ଏବେ ତୁମେ ଜାଣିଗଲଣି ଯେ
ବାବା ଆସି ଆମକୁ ୨୧ ଜନ୍ମ ପାଇଁ ସଦ୍ଗତି ପ୍ରାପ୍ତ କରାଉଛନ୍ତି । ବାହାର ଦୁନିଆର ମନୁଷ୍ୟମାନେ
ଏହି କଥାକୁ ଜାଣି ହିଁ ନାହାଁନ୍ତି । ତୁମେ ବ୍ରହ୍ମାକୁମାର-କୁମାରୀମାନେ ହିଁ ଜାଣିଛ । କେହି-କେହି
ପଚାରୁଛନ୍ତି - ତୁମେ ବି.କେ. ବା ବ୍ରହ୍ମାକୁମାର-କୁମାରୀମାନେ କ’ଣ ଜାଣିଛ? ପରୀକ୍ଷା ତ ହେବା
ଦରକାର କି ତୁମେ ବ୍ରାହ୍ମଣ-ବ୍ରାହ୍ମଣୀ ହୋଇଛ କି ନାହିଁ? ଯଦି ତୁମେ ବ୍ରହ୍ମାଙ୍କର ସନ୍ତାନ ତେବେ
ସୃଷ୍ଟିଚକ୍ରକୁ ନିଶ୍ଚିତ ଜାଣିଥିବ । ବାବା ଯିଏକି ସୃଷ୍ଟିର ରଚୟିତା, ତାଙ୍କୁ ଜାଣିଛ? ଋଷି-ମୁନି
ଆଦି ତ ରଚୟିତା ଓ ରଚନାକୁ ଜାଣି ହିଁ ନାହାଁନ୍ତି । ତେବେ ତ ନାସ୍ତିକ ହେଲେ । ତୁମେମାନେ ମଧ୍ୟ
ନାସ୍ତିକ ଥିଲ । ତୁମେମାନେ ମଧ୍ୟ ରଚୟିତା ବାବା ଏବଂ ରଚନା ବା ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣି
ନ ଥିଲ । ସ୍କୁଲକୁ ପ୍ରଥମେ ଅପାଠୁଆମାନେ ଆସିଥା’ନ୍ତି । ତାପରେ କହିବେ ସ୍କୁଲରେ ଆମେ ଏଇଆ ଏଇଆ
ପଢିଛୁ । ଏବେ ତୁମେ ଈଶ୍ୱରୀୟ ପାଠ ପଢୁଛ । ପରମପିତା ପରମାତ୍ମା ତୁମକୁ ପଢାଉଛନ୍ତି । ଏହାକୁ
ବୁଦ୍ଧିରେ ବୁଝିବା ଦରକାର । ରଚୟିତା ତ କେବଳ ଶିବବାବା ହିଁ ଅଟନ୍ତି । ରୁଦ୍ର ହିଁ ଜ୍ଞାନ ଯଜ୍ଞ
ରଚନା କରିଥିଲେ ଏହି କଥା ଶାସ୍ତ୍ରରେ ମଧ୍ୟ ରହିଛି । ତେବେ ରୁଦ୍ର ଏବଂ ଶିବ ପରମାତ୍ମାଙ୍କ ମଧ୍ୟରେ
କୌଣସି ପାର୍ଥକ୍ୟ ତ ନାହିଁ । ଏହି କଥା ମଧ୍ୟ ଗାୟନ ଅଛି ଯେ - ରୁଦ୍ର ଜ୍ଞାନ ଯଜ୍ଞରୁ ବିନାଶର
ଜ୍ୱାଳା ପ୍ରଜ୍ୱଳିତ ହୋଇଥିଲା । କେବଳ ରୁଦ୍ରଶିବଙ୍କ ସ୍ଥାନରେ ଶ୍ରୀକୃଷ୍ଣଙ୍କର ନାମ
ଲେଖିଦେଇଛନ୍ତି । ଏହା ସେହି ଗୀତା ହିଁ ଅଟେ । କହୁଛନ୍ତି ଏହି ରୁଦ୍ର ଜ୍ଞାନ ଯଜ୍ଞରୁ ବିନାଶର
ଜ୍ୱାଳା ପ୍ରଜ୍ୱଳିତ ହୋଇଥିଲା । ତେବେ ସ୍ୱରାଜ୍ୟ ପାଇବା ପାଇଁ ଏହା ଜ୍ଞାନ ଯଜ୍ଞ ଅଟେ । ଏଥିରେ
ପୁରୁଣା ଦୁନିଆ ସ୍ୱାହା ହେବାକୁ ଯାଉଛି । ଯଜ୍ଞରେ ସମସ୍ତ ସାମଗ୍ରୀକୁ ଆହୁତି ଦେଇଥାନ୍ତି ଅର୍ଥାତ୍
ସବୁକିଛି ସ୍ୱାହା କରିଦେଇଥା’ନ୍ତି । ତେବେ ଏହି ରୁଦ୍ର ଜ୍ଞାନ ଯଜ୍ଞରେ ସାରା ପୁରୁଣା ଦୁନିଆ
ସ୍ୱାହା ହୋଇଯିବ । ତୁମେମାନେ ଏବେ ରାଜଯୋଗ ଶିକ୍ଷା କରୁଛ । ପୁଣି ଏହି ପତିତ ଦୁନିଆକୁ ଆସିବ ନାହିଁ
। ଏହି ଦୁନିଆ ଏବେ ସମାପ୍ତ ହେବାକୁ ଯାଉଛି । ତୁମେମାନେ ଜାଣିଛ, ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି
ହେବ । ଏହି ସାରା ଜ୍ଞାନ ତୁମ ବୁଦ୍ଧିରେ ଧାରଣା ହେବା ଦରକାର । ଶିବବାବା କହୁଛନ୍ତି - ମୋ
ବୁଦ୍ଧିରେ ହିଁ ସାରା ଜ୍ଞାନ ରହିଛି । ବାବା ତ ସତ୍ୟ, ଚୈତନ୍ୟ ଏବଂ ଜ୍ଞାନର ସାଗର ଅଟନ୍ତି ।
ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ଋଷି-ମୁନି ତ କହୁଛନ୍ତି ଆମେ ରଚୟିତା ଏବଂ ରଚନାର
ଜ୍ଞାନକୁ ଜାଣିନାହୁଁ । ଯଦି ତୁମକୁ କେହି ପଚାରନ୍ତି ତୁମକୁ କ’ଣ ମିଳୁଛି? ତାଙ୍କୁ କୁହ - ଯାହାକୁ
ବଡ ବଡ ଋଷି-ମୁନି ଇତ୍ୟାଦି କହୁଥିଲେ ଯେ ଆମେ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିନାହୁଁ
ତାହା ଆମେ ଜାଣିଛୁ । ରଚୟିତା ବାବାଙ୍କ ବ୍ୟତୀତ ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟ କେହି ବି ବୁଝାଇ
ପାରିବେ ନାହିଁ । କେବଳ ରଚୟିତା ହିଁ ବୁଝାଇ ପାରିବେ । ତୁମକୁ ଜଣା ଅଛି ମହୁମାଛିମାନଙ୍କର ମଧ୍ୟ
ରାଣୀ ଥାଏ । ରାଣୀ ପଛେ ପଛେ ସବୁ ମାଛି ଯାଇଥା’ନ୍ତି । ରାଣୀ ଅର୍ଥାତ୍ ମା ସହିତ ସେମାନଙ୍କର କେତେ
ସମ୍ବନ୍ଧ ଥାଏ । ବେହଦର ପିତା ମଧ୍ୟ ଆସି ସମସ୍ତ ପିଲାମାନଙ୍କୁ ସାଥୀରେ ନେଇ ଯାଉଛନ୍ତି । ତୁମେ
ଜାଣିଛ - ବାବା ଆସିଛନ୍ତି, ଆତ୍ମାମାନଙ୍କୁ ଶାନ୍ତିଧାମକୁ ସାଥିରେ ନେଇଯିବା ପାଇଁ । ପୁନର୍ବାର
ଆମର ସତ୍ୟଯୁଗର ଅଭିନୟ ଆରମ୍ଭ ହେବ । ଯେଉଁ ଅଭିନୟ କରିବା ପାଇଁ ତୁମେ ଏହି ଦେବୀ-ଦେବତା ପଦ ପାଉଛ
। ଏଠାକୁ ତୁମେ ମନୁଷ୍ୟରୁ ଦେବତା ପଦ ପାଇବା ପାଇଁ ଆସୁଛ । ସବୁ ଗୁଣ ଏହିଠାରେ ହିଁ ଧାରଣ କରିବାକୁ
ହେବ । ଏହି ଲକ୍ଷ୍ମୀ-ନାରାୟଣଙ୍କ ଭଳି ହେବାକୁ ପଡିବ । ଏମାନଙ୍କୁ ଦିବ୍ୟଦୃଷ୍ଟି ବିନା କେହି
ଦେଖିପାରିବେ ନାହିଁ । ଏବେ ତୁମେ ଜାଣିଛ ଆମେ ସୂର୍ଯ୍ୟବଂଶୀ ଦେବତା ହେବୁ । ତୁମ ବୁଦ୍ଧିରେ ଅଛି
ଯେ ସ୍ୱର୍ଗର ରାଜଧାନୀ କିପରି ସ୍ଥାପନ ହେଉଛି । ସତ୍ୟଯୁଗରେ ଦେବତାମାନଙ୍କର ରାଜ୍ୟ ଥିଲା କିନ୍ତୁ
ଦେବତାମାନଙ୍କର ରାଜ୍ୟରେ ମଧ୍ୟ ରାକ୍ଷସମାନଙ୍କୁ ଦେଖାଇ ଦେଇଛନ୍ତି । ଏ କଥା କେହି ଜାଣିନାହାଁନ୍ତି
ଯେ ଭାରତ କେତେ ପବିତ୍ର ଥିଲା । ମହିମା ମଧ୍ୟ ଗାୟନ କରୁଛନ୍ତି, ସର୍ବଗୁଣ ସମ୍ପନ୍ନ....
ସେମାନଙ୍କ ସମ୍ମୁଖରେ ମୁଣ୍ଡ ମଧ୍ୟ ନୁଆଁଉଛନ୍ତି । ମନ୍ଦିର ମଧ୍ୟ ବହୁତ ତିଆରି ହୋଇଛି । କିନ୍ତୁ
ଏକଥା ଜଣାନାହିଁ ଯେ ସତ୍ୟଯୁଗର ଆଦି ସନାତନ ଦେବୀ ଦେବତା ଧର୍ମ କେବେ ଏବଂ କିପରି ସ୍ଥାପନ ହୋଇଥିଲା?
ଭାରତ ଯିଏକି ଏତେ ଶ୍ରେଷ୍ଠ ଥିଲା, ତାହା ନୀଚ କିପରି ହେଲା? ଏକଥା କାହାକୁ ମଧ୍ୟ ଜଣାନାହିଁ ।
କହୁଛନ୍ତି ଏହା ପୂର୍ବ ପ୍ରସ୍ତୁତ ନିଧାର୍ଯ୍ୟ ଅଟେ । କାହାର ନିଧାର୍ଯ୍ୟ? ତାହା ମଧ୍ୟ
ଜାଣିନାହାଁନ୍ତି । ଯଦି ଡ୍ରାମାରେ ନିଧାର୍ଯ୍ୟ ମନେ କରିବ, ତେବେ ବୁଝିପାରିବ । ଡ୍ରାମାର ରଚୟିତା,
ନିର୍ଦ୍ଦେଶକ କିଏ? କେବଳ କହିଦେଉଛନ୍ତି ଈଶ୍ୱରଙ୍କ ଦ୍ୱାରା ନିଧାର୍ଯ୍ୟ । ଡ୍ରାମା କହିବା ଦ୍ୱାରା
ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ ଜାଣିବା ଦରକାର । କେବଳ ପୁସ୍ତକ ପଢିବା ଦ୍ୱାରା ଡ୍ରାମା ବିଷୟରେ
କେହି ଜାଣିପାରିବେ ନାହିଁ, ଯେ ପର୍ଯ୍ୟନ୍ତ କୌଣସି ଡ୍ରାମା ନ ଦେଖିଛନ୍ତି । ଯେପରି ଖବରକାଗଜରେ
ମଧ୍ୟ ବାହାରିଥିଲା - ଗୋଟିଏ ଶ୍ରୀକୃଷ୍ଣ ଚରିତ୍ରର ଡ୍ରାମା ତିଆରି ହୋଇଛି କିନ୍ତୁ ଦେଖିବା ବିନା
କ’ଣ କେହି ବୁଝିପାରିବେ କି । ଯେବେ ଦେଖିବେ ତେବେ ଯାଇ ବୁଝିବେ ଯେ ଡ୍ରାମାରେ ଏପରି ସବୁ ହେବାର
ଅଛି । ତୁମେ ପିଲାମାନେ ମଧ୍ୟ ଡ୍ରାମାକୁ ଏବେ ଜାଣୁଛ । ମନୁଷ୍ୟ କହୁଛନ୍ତି - ବିଶ୍ୱର ଇତିହାସ
ଭୂଗୋଳର ଏହି ଚକ୍ର ଘୂରି ଚାଲିଛି । କିନ୍ତୁ କିପରି ଘୁରୁଛି, ଏହି କଥା କାହାକୁ ବି ଜଣା ନାହିଁ ।
ନାମ ମଧ୍ୟ ଲେଖାଯାଇଛି, ସତ୍ୟଯୁଗ, ତ୍ରେତା ଯୁଗ, ଦ୍ୱାପରଯୁଗ, କଳିଯୁଗ ପୁଣି ସଂଗମଯୁଗ । କିନ୍ତୁ
ମନୁଷ୍ୟ ଭାବି ନେଇଛନ୍ତି ଯୁଗେ ଯୁଗେ ଆସୁଛନ୍ତି । ସତ୍ୟଯୁଗ ତ୍ରେତାର ମଧ୍ୟ ସଂଗମ ହୋଇଥାଏ କିନ୍ତୁ
ସେହି ସଂଗମର କୌଣସି ମହତ୍ତ୍ୱ ନାହିଁ । ସେଠାରେ ତ କିଛି ହୋଇ ନ ଥାଏ । ଏହି ସବୁ କଥା ତୁମେମାନେ
ଜାଣିଛ - ସତ୍ୟଯୁଗୀ ସୂର୍ଯ୍ୟବଂଶୀମାନେ ଚନ୍ଦ୍ରବଂଶୀମାନଙ୍କୁ ରାଜ୍ୟ କିପରି ଦେଲେ । ଏମିତି ନୁହେଁ
କି ଚନ୍ଦ୍ରବଂଶୀମାନେ ସୂର୍ଯ୍ୟବଂଶୀ ମାନଙ୍କ ଉପରେ ବିଜୟ ପ୍ରାପ୍ତ କରିଥିଲେ । ତାହା ନୁହେଁ ।
ଯିଏ ଚନ୍ଦ୍ରବଂଶୀ ରାଜା ହେବେ ତାଙ୍କୁ ସୂର୍ଯ୍ୟବଂଶୀ ରାଜାରାଣୀ ରାଜ୍ୟଭାଗ୍ୟର ତିଳକ ଦେଇ
ସିଂହାସନରେ ବସାଇବେ । ରାଜାଙ୍କୁ ରାମ ଏବଂ ରାଣୀଙ୍କ ସୀତାର ଉପାଧି ମିଳିବ । କିଏ ଦେଲେ?
କୁହାଯିବ ସୂର୍ଯ୍ୟବଂଶୀମାନେ ରାଜତ୍ୱ ହସ୍ତାନ୍ତର କଲେ, ଏବେ ତୁମେ ରାଜତ୍ୱ କର । ଯେଉଁ ଦୃଶ୍ୟକୁ
ତୁମେ ପିଲାମାନେ ସାକ୍ଷାତ୍କାରରେ ଦେଖିଛ । ବାକି କୌଣସି ଲଢେଇ ଆଦି ଲାଗି ନ ଥାଏ । ଯେପରି
କାହାକୁ ରାଜତ୍ୱ ଦିଆଯାଇଥାଏ ସେହିପରି ଦେଇଥା’ନ୍ତି । ସେମାନଙ୍କର ପାଦ ଧୋଇଦେଇ ସେମାନଙ୍କୁ
ରାଜତିଳକ ଦେଇଥା’ନ୍ତି । ସେଠାରେ କେହି ଗୁରୁ ଗୋସାଇଁ ନ ଥା’ନ୍ତି । ଏବେ ତୁମ ପିଲାମାନଙ୍କର
ବୁଦ୍ଧିରେ ଅଛି ଆମେ ଦୈବୀ ସ୍ୱଭାବ ସମ୍ପନ୍ନ ହେଉଛୁ । ସୂର୍ଯ୍ୟବଂଶୀ ଚନ୍ଦବ୍ରଂଶୀ ରାଜ୍ୟରେ ଆମେ
କେତେ ସୁଖି ଥିବୁ । ବାବା ଆମକୁ ଦୁଃଖରୁ ମୁକ୍ତ କରି ସୁଖକୁ ନେଇଯାଉଛନ୍ତି । ଆଉ କେହି ଏଭଳି ସୁଖି
କରିପାରିବେ ନାହିଁ । ସାଧୁମାନେ ତ ନିଜେ ମଧ୍ୟ ଶାନ୍ତିଧାମକୁ ଯିବା ପାଇଁ ଚାହୁଁଛନ୍ତି । ବାବା
କହୁଛନ୍ତି - ମୁଁ ଏହି ସାଧୁ ସନ୍ଥମାନଙ୍କର ମଧ୍ୟ ଉଦ୍ଧାର କରି ସମସ୍ତଙ୍କୁ ଶାନ୍ତିଧାମକୁ
ନେଇଯାଉଛି । ସନ୍ନ୍ୟାସୀମାନେ ତ ଦ୍ୱାପରରେ ଆସୁଛନ୍ତି । ସ୍ୱର୍ଗରେ ଆମେ ଦେବତାମାନେ ହିଁ ରହୁଛୁ
। ଶାନ୍ତିଧାମରେ ମଧ୍ୟ ଅଲଗା ଅଲଗା ବିଭାଗ ରହିବ । ସୂର୍ଯ୍ୟବଂଶୀଙ୍କର ଅଲଗା, ଚନ୍ଦ୍ରବଂଶୀଙ୍କର
ଅଲଗା, ତାପରେ ଇସଲାମୀ, ବୌଦ୍ଧି, ସନ୍ନ୍ୟାସୀ ଆଦି ଯିଏ ବି ଆସୁଛନ୍ତି ସମସ୍ତଙ୍କର ଅଲଗା ଅଲଗା
ବିଭାଗ ରହିଛି । ଯେତେବେଳେ ଆମେ ରାଜ୍ୟ କରୁଥିଲେ ସେତେବେଳେ ଅନ୍ୟ କେହି ନଥିଲେ । ମୂଳବତନ ବା
ଶାନ୍ତିଧାମରେ ମଧ୍ୟ ଏହିଭଳି କ୍ରମାନୁସାରେ ମାଳା ତିଆରି ହୋଇଛି । ଆଦି ସନାତନ ଦେବୀ ଦେବତା
ଧର୍ମାବଲମ୍ବୀଙ୍କର ହେଉଛି ପ୍ରଥମ ସମ୍ପ୍ରଦାୟ । ତାପରେ ଅନ୍ୟ ଅନ୍ୟ ସମ୍ପ୍ରଦାୟ ସବୁ
ବାହାରିଥା’ନ୍ତି । ଏହି ଦେବତାମାନଙ୍କର ସମ୍ପ୍ରଦାୟ ସବୁଠାରୁ ଶ୍ରେଷ୍ଠ ଅଟେ ଏବଂ ଅନ୍ୟ ଯେଉଁ
ଧର୍ମ ସ୍ଥାପକ ଆସୁଛନ୍ତି ସମସ୍ତେ ତାଙ୍କଠାରୁ ବାହାରିଛନ୍ତି । ତୁମେ କହିବ ଇସଲାମୀମାନଙ୍କର ହେଉଛି
ଦ୍ୱିତୀୟ ନମ୍ବରର ସମ୍ପ୍ରଦାୟ, ପୁଣି ବୌଦ୍ଧିମାନଙ୍କର ତୃତୀୟ ନମ୍ବର । ଆମେ ହେଲେ ପ୍ରଥମ ନମ୍ବରର
ବାକି ସୀମିତ ସଂଖ୍ୟାରେ ଆହୁରି ଛୋଟ ଛୋଟ ତ ଲକ୍ଷ ଲକ୍ଷ ସଂଖ୍ୟାରେ ଥିବେ । ଏଠାରେ ତ ମୁଖ୍ୟ ହେଲେ
୪ଟି ସମ୍ପ୍ରଦାୟ ବା ଧର୍ମବଂଶ । ପ୍ରଥମେ ଆମେ ଆସିବା, ପୁଣି ଇସଲାମୀ, ବୌଦ୍ଧି, ଖ୍ରୀଷ୍ଟିୟାନ ଆଦି
ଆସିଥାନ୍ତି । ଏବେ ଆମେ ତଳକୁ ଖସିଯାଇଛୁ । ଆମକୁ ହିଁ ୮୪ ଜନ୍ମ ନେଇ ଅଭିନୟ କରିବାକୁ ପଡୁଛି ।
ଯେଉଁମାନେ ଶେଷରେ ଅଛନ୍ତି ସେହିମାନେ ପୁଣି ପ୍ରଥମରେ ରହିବେ । ଦେବୀ ଦେବତାମାନେ ଏବେ ପତିତ
ହୋଇଥିବା କାରଣରୁ ନିଜକୁ ଦେବୀ-ଦେବତା କହି ପାରୁ ନାହାଁନ୍ତି । ଦେବତାମାନଙ୍କୁ ତ ପୂଜା କରୁଛନ୍ତି,
ଏଥିରୁ ପ୍ରମାଣିତ ହେଉଛି - ସେମାନେ ସେହି ସମ୍ପ୍ରଦାୟର ଅଟନ୍ତି । ଶିଖ୍ମାନେ ଗୁରୁନାନକଙ୍କୁ
ମାନୁଛନ୍ତି, ସେମାନେ ତାଙ୍କର ବଂଶଧର ଅଟନ୍ତି । ସତ୍ୟଯୁଗରେ ଆମର ବଂଶ ପ୍ରଥମ ନମ୍ବରର ଅଟେ ।
ଏହାଠାରୁ ଉଚ୍ଚ ବଂଶ ଆଉ କେହି ନାହାଁନ୍ତି । ଆମେ ଉଚ୍ଚରୁ ଉଚ୍ଚ ବଂଶର ଅଟୁ । ଆମେ ସବୁଠାରୁ ଅଧିକ
ସୁଖ ଭୋଗୁଛୁ ପୁଣି କାଙ୍ଗାଳ ମଧ୍ୟ ହେଉଛୁ । ସବୁଠାରୁ ଅଧିକ ଦୁଃଖୀ ଏହି ଭାରତବାସୀମାନେ ହୋଇଛନ୍ତି
। କରଜ ମଧ୍ୟ ଏହିମାନେ କରିଚାଲିଛନ୍ତି । କେତେ ଧନବାନ ଥିଲେ, ଏବେ କେତେ ଗରିବ ହୋଇଯାଇଛନ୍ତି ।
ସବୁ କିଛି ହରାଇ ଦେଇଛନ୍ତି । ଏହା ହିଁ ଦୁଃଖଧାମ ଅଟେ । ଏବେ ପୁଣି ବାବା ତୁମକୁ ସୁଖଧାମର ମାଲିକ
କରୁଛନ୍ତି । ବାକି ସମସ୍ତେ ଶାନ୍ତିଧାମକୁ ଚାଲିଯିବେ । ଅଧାକଳ୍ପ ତୁମେ ସୁଖ ଭୋଗ କରୁଛ, ବାକି
ସମସ୍ତେ ଶାନ୍ତିରେ ରହିଥାନ୍ତି । ଚାହୁଁଛନ୍ତି ମଧ୍ୟ ଆମକୁ ମୁକ୍ତି ମିଳୁ । ସୁଖକୁ କାକ ବିଷ୍ଠା
ସମାନ ଭାବୁଛନ୍ତି । ସେମାନଙ୍କର ସୁଖଧାମର ଅନୁଭବ ମଧ୍ୟ ନାହିଁ । ତୁମମାନଙ୍କର ଅନୁଭବ ଅଛି ।
ମହିମା ମଧ୍ୟ ଗାୟନ କରୁଛନ୍ତି କିନ୍ତୁ ପତିତ ହେବା କାରଣରୁ ଭୁଲିଯାଇଛନ୍ତି । ଏବେ ବାବା ଆସି
ସ୍ମରଣ କରାଇ ଦେଉଛନ୍ତି - ହେ ଭାରତବାସୀ ତୁମେ ଦେବୀ ଦେବତା ଧର୍ମର ଅଟ । ଦ୍ୱାପର ଯୁଗରୁ ନାମ
ପରିବର୍ତ୍ତନ କରିଦେଇଛନ୍ତି । ଦେବତା ଧର୍ମାବଲମ୍ବୀ ହିଁ ପତିତ ହୋଇ ଯାଇଛନ୍ତି । ଗାୟନ ମଧ୍ୟ
କରୁଛନ୍ତି ହେ ପତିତ-ପାବନ ଆସ । ବାବା ଶୁଣାଉଛନ୍ତି - ତୁମେମାନେ କେତେ ଜନ୍ମ ପବିତ୍ର ଦୁନିଆରେ
ଥିଲ । କେତେ ଜନ୍ମ ହେଲାଣି ପତିତ ଦୁନିଆରେ ଅଛ । ଏବେ ପୁଣି ପବିତ୍ର ଦୁନିଆକୁ ଯିବାକୁ ହେବ । ଏହା
ପାଠଶାଳାମାନଙ୍କର ପାଠଶାଳା ଅଟେ । ଯଜ୍ଞମାନଙ୍କର ଯଜ୍ଞ ଅଟେ । ସାରା ପୁରୁଣା ଦୁନିଆ ଏହିଥିରେ
ସମାପ୍ତ ହେବାକୁ ଯାଉଛି । ହୋଲିକାକୁ ଜଳାଉଛନ୍ତି, ଏହିସବୁ ପର୍ବ ବର୍ତ୍ତମାନର ଅଟେ । ଆତ୍ମା
ଚାଲିଯିବ, ବାକି ଶରୀର ସମାପ୍ତ ହୋଇଯିବ । ଏହି ଜ୍ଞାନ ସନ୍ନ୍ୟାସୀମାନେ ଦେଇପାରିବେ ନାହିଁ ।
ଗୀତାରେ କିଛିଟା ଅଛି କିନ୍ତୁ ଅଟାରେ ଲୁଣ ସଦୃଶ, ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଉଛି । ଶିବବାବା
କହୁଛନ୍ତି - ମୁଁ ଏହି ଯଜ୍ଞ ରଚନା କରିଛି । ଏଥିରେ ଶରୀର ମନ-ଧନ ସବୁ କିଛି ସ୍ୱାହା କରୁଛ, ବଞ୍ଚି
ଥାଉ ଥାଉ ମରୁଛ । ଏହି ଜ୍ଞାନ ତୁମକୁ ଏବେ ମିଳୁଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସୁଖଧାମକୁ
ଯିବା ପାଇଁ ନିଜର ଦୈବୀ ସ୍ୱଭାବ ନିର୍ମାଣ କରିବାକୁ ହେବ । ଡ୍ରାମାର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ
ବୁଦ୍ଧିରେ ରଖି ହର୍ଷିତ ହୋଇ ରହିବାକୁ ହେବ । ସମସ୍ତଙ୍କୁ ଏହି ରହସ୍ୟ ବୁଝାଇବାକୁ ହେବ ।
(୨) ସ୍ୱରାଜ୍ୟ ପ୍ରାପ୍ତ
କରିବା ପାଇଁ ଏହି ବେହଦ ଯଜ୍ଞରେ ବଞ୍ଚି ଥାଉ ଥାଉ ନିଜର ଶରୀର-ମନ-ଧନକୁ ସ୍ୱାହା କରିବାକୁ ହେବ ।
ସବୁ କିଛି ନୂଆ ଦୁନିଆ ପାଇଁ ଟ୍ରାନ୍ସଫର ଅର୍ଥାତ୍ ସ୍ଥାନାନ୍ତରିତ କରିଦେବାକୁ ହେବ ।
ବରଦାନ:-
ନିଜର ମସ୍ତକ
ଦ୍ୱାରା ତୃତୀୟ ନେତ୍ରର ସାକ୍ଷାତ୍କାର କରାଉଥିବା ସଚ୍ଚା ଯୋଗୀ ଭବ ।
ଯୋଗୀମାନଙ୍କର ସ୍ମାରକୀ
ଚିତ୍ରରେ ସେମାନଙ୍କର ମସ୍ତକରେ ତୃତୀୟ ନେତ୍ର ଦେଖାଇଥାଆନ୍ତି । ତୁମେ ସଚ୍ଚା ଯୋଗୀ ପିଲାମାନେ
ମଧ୍ୟ ନିଜର ମସ୍ତକ ଦ୍ୱାରା ତୃତୀୟ ନେତ୍ରର ସାକ୍ଷାତକାର କରାଇବା ପାଇଁ ସର୍ବଦା ବୁଦ୍ଧି ଦ୍ୱାରା
ଏକମାତ୍ର ବାବାଙ୍କର ସଂଗରେ ହିଁ ରୁହ । ପ୍ରଥମେ ବାବା, ଦ୍ୱିତୀୟରେ ମୁଁ, ତୃତୀୟରେ କେହି ନୁହେଁ,
ଯେତେବେଳେ ସ୍ଥିତି ଏହିଭଳି ହୋଇଯିବ ସେତେବେଳେ ହିଁ ତୃତୀୟ ନେତ୍ରର ସାକ୍ଷାତ୍କାର ହେବ । ଯଦି
ବୁଦ୍ଧିରେ କେହି ତୃତୀୟ ବ୍ୟକ୍ତି ବା ବସ୍ତୁ ଆସିଗଲା ତେବେ ତୃତୀୟ ନେତ୍ର ବନ୍ଦ ହୋଇଯିବ ସେଥିପାଇଁ
ସର୍ବଦା ତୃତୀୟ ନେତ୍ର ଖୋଲା ରହିଥାଉ - ଏଥିପାଇଁ ମନେ ରଖିବାକୁ ହେବ ଯେ ତୃତୀୟ କେହି ନୁହେଁ ।
ସ୍ଲୋଗାନ:-
ପ୍ରଶ୍ନଚିତ୍ତ
ହେବା ଅର୍ଥାତ୍ ନିଜେ ବ୍ୟତିବ୍ୟସ୍ତ ହେବା ଏବଂ ଅନ୍ୟମାନଙ୍କୁ କରିବା ।
ଅବ୍ୟକ୍ତ ଈଶାରା:-
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।
ଯିଏ ଯେଉଁଭଳି କର୍ମ
କରିଥାଏ ସେହି ଅନୁସାରେ ତା’ର ନାମ ମଧ୍ୟ ରଖାଯାଇଥାଏ । କର୍ମ ଯଦି ଶ୍ରେଷ୍ଠ ହୋଇଥିବ ତେବେ ନାମ
ଦିଆଯିବ ଶ୍ରେଷ୍ଠମଣୀ । ତେବେ ଶ୍ରେଷ୍ଠମଣୀ ହେବା ପାଇଁ ମନ-ବାଣୀ-କର୍ମରେ ସରଳତା ଏବଂ ସହନଶୀଳତା,
ଏହି ଦୁଇଟି ଗୁଣ ଆବଶ୍ୟକ । ଯଦି ସରଳତା ଅଛି କିନ୍ତୁ ସହନଶୀଳତା ନାହିଁ ତେବେ ବି ଶ୍ରେଷ୍ଠ ନୁହେଁ,
ସେଥିପାଇଁ ସରଳତା ସହିତ ସହନଶୀଳତା ମଧ୍ୟ ଏକାଠି ରହିବା ଦରକାର ।