23.08.26    Avyakt Bapdada     Odia Murli    31.03.2011     Om Shanti     Madhuban


“ଦୃଢ ସଂକଳ୍ପ ଦ୍ୱାରା ଟେନ୍‌ଶନ୍ ଫ୍ରି ଜୀବନର ଦୃଷ୍ଟାନ୍ତ ହୋଇ ସମସ୍ତଙ୍କର ଆଧାରମୂରତ ହୁଅ, ମାନସିକ ଶକ୍ତି ଦ୍ୱାରା ଦୁଃଖୀ ଆତ୍ମାମାନଙ୍କୁ ଖୁସିର ବରଦାନ ଦିଅ”


ଆଜି ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦି ପିତା ନିଜର କୋଟିକ ଭିତରେ କେହି, କେହି କେହିଙ୍କ ଭିତରେ ମଧ୍ୟ କେହି କେହି ପିଲାମାନଙ୍କର ଭାଗ୍ୟର ରେଖା ଗୁଡିକୁ ଦେଖୁଛନ୍ତି । ପ୍ରତ୍ୟେକଙ୍କର ମସ୍ତକରେ ଚମକୁଥିବା, ଦିବ୍ୟ ଚମକଦାର ତାରକାଗୁଡିକର ଚମକକୁ ଦେଖୁଛନ୍ତି । ନୟନ ଦ୍ୱାରା ସ୍ନେହର ରେଖାକୁ ଦେଖୁଛନ୍ତି । ମୁଖ ଦ୍ୱାରା ଜ୍ଞାନର ରେଖାକୁ ଦେଖୁଛନ୍ତି । ଦିଲ୍ ଭିତରେ ଦିଲାରାମଙ୍କ ପ୍ରତି ଲବଲୀନ ହେବାର ରେଖାକୁ ଦେଖୁଛନ୍ତି । ହାତ ଦୁଇଟିରେ ଜ୍ଞାନ ରୂପକ ସମ୍ପତ୍ତିର ରେଖାକୁ ଦେଖୁଛନ୍ତି । ପାଦରେ ପ୍ରତି ପାଦରେ ପଦ୍ମର ରେଖା ଦେଖୁଛନ୍ତି । ପ୍ରତ୍ୟେକ ସନ୍ତାନ ଏହି ସବୁ ରେଖାଗୁଡିକରେ କ୍ରମାନ୍ୱୟ ହିସାବରେ ସମ୍ପନ୍ନ ଅଟେ । ଏଭଳି ଭାଗ୍ୟ ତୁମମାନଙ୍କ ବିନା ଅନ୍ୟ କାହାର ବି ନାହିଁ । ତୁମମାନଙ୍କର ଏତେ ଶ୍ରେଷ୍ଠ ଭାଗ୍ୟ ପ୍ରତ୍ୟେକ ସନ୍ତାନ ଦ୍ୱାରା ଚମକୁଥିବାର ଦେଖାଯାଉଛି ଏବଂ ଏହି ଭାଗ୍ୟ ଅବିନାଶୀ ହୋଇଯାଉଛି, କାହିଁକି ଜାଣିଛ? କାହିଁକିନା ଦେବାବାଲା ଅବିନାଶୀ ପିତା ଅଟନ୍ତି । କେବଳ ଏହି ସଂଗମଯୁଗରେ ହିଁ ଏହିଭଳି ଶ୍ରେଷ୍ଠ ଭାଗ୍ୟ ପ୍ରାପ୍ତ ହୋଇଥାଏ ଯାହାକି ଭବିଷ୍ୟତରେ ମଧ୍ୟ କାମରେ ଆସିଥାଏ । ତେଣୁ ଏହି ସଂଗମଯୁଗ ସର୍ବ ପ୍ରାପ୍ତିର ଯୁଗ ଅଟେ, ଯିଏ ଯେତିକି ନିଜର ଭାଗ୍ୟ ଜମା କରୁଛି, ସେହି ଅନୁସାରେ ଅନେକ ଜନ୍ମ ସେହି ଭାଗ୍ୟର ଫଳ ପ୍ରାପ୍ତ ହୋଇ ଚାଲୁଛି । ଏହି ସଂଗମଯୁଗର ମହିମା ତୁମେ ପିଲାମାନେ ହିଁ ଜାଣିଛ । ଏହି ସଂଗମ ଯୁଗର ପ୍ରାପ୍ତିଗୁଡିକ ସାରା କଳ୍ପ ଭିତରେ ଶ୍ରେଷ୍ଠରୁ ଶ୍ରେଷ୍ଠ ଅଟେ ।

ବାପଦାଦା ଦେଖୁଛନ୍ତି ପ୍ରତ୍ୟେକ ସନ୍ତାନ ଏହି ସଂଗମଯୁଗର ପ୍ରାପ୍ତି ଗୁଡିକରେ କେତେ ସମ୍ପନ୍ନ ଅଟନ୍ତି । ତୁମେମାନେ ମଧ୍ୟ ସର୍ବ ପ୍ରାପ୍ତିର ଅନୁଭବରେ ସଦାସର୍ବଦା ବୁଡି ରହୁଛ, ନା କେବେ କେବେ? ଅବିନାଶୀ ପିତା ହୋଇଥିବା କାରଣରୁ ପ୍ରାପ୍ତି ଗୁଡିକ ମଧ୍ୟ ଅବିନାଶୀ ଅଟେ । ବାପଦାଦା ପ୍ରତ୍ୟେକ ସନ୍ତାନକୁ କେଉଁ ରୂପରେ ଦେଖିବାକୁ ଚାହୁଁଛନ୍ତି? ଜାଣିଛ ନା! ବାପଦାଦା ଏହି କଥା ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ସ୍ୱରାଜ୍ୟ ଅଧିକାରୀ ରାଜା ହୁଅନ୍ତୁ । ସ୍ୱ-ଉପରେ ଅର୍ଥାତ୍ ନିଜର କର୍ମେନ୍ଦ୍ରିୟ ମାନଙ୍କ ଉପରେ ତଥା ମନ-ବୁଦ୍ଧି-ସଂସ୍କାର ଉପରେ ରାଜା ହୋଇ ରାଜ୍ୟ କରନ୍ତୁ । ଭବିଷ୍ୟତରେ ତ ରାଜ୍ୟ ଅଧିକାରୀ ହେବ କିନ୍ତୁ ଏବେ ସ୍ୱରାଜ୍ୟ ଅଧିକାରୀ ରାଜା ହୁଅ । ପ୍ରତ୍ୟେକ କର୍ମେନ୍ଦ୍ରିୟ ନିଜର ନିୟନ୍ତ୍ରଣ ଭିତରେ ରହିଥାଉ କାହିଁକିନା ବାବାଙ୍କ ଦ୍ୱାରା ତୁମକୁ ସର୍ବ ଶକ୍ତିଗୁଡିକର ସମ୍ପତ୍ତି ପ୍ରାପ୍ତ ହୋଇଛି । ତେବେ ବାପଦାଦା ପ୍ରତ୍ୟେକ ସନ୍ତାନକୁ ସ୍ୱରାଜ୍ୟ ଅଧିକାରୀ ରାଜା ରୂପରେ ଦେଖିବାକୁ ଚାହୁଁଛନ୍ତି । କ’ଣ ତୁମେମାନେ ସ୍ୱରାଜ୍ୟ ଅଧିକାରୀ ହୋଇଗଲଣି? ମନ-ବୁଦ୍ଧି ଉପରେ ଶାସନ କରିବାର ଶକ୍ତି ଏବଂ ନିୟନ୍ତ୍ରଣ କରିବାର ଶକ୍ତି ଆସିଗଲାଣି? ଅଧୀନତା ନାହିଁ ତ? ସମସ୍ତେ ଅଧିକାରୀ ଅଟ । ଯେତେବେଳେ ବାପଦାଦାଙ୍କୁ ସାଥୀରେ ରଖୁଛ, ଏକୁଟିଆ ହେଉ ନାହଁ, ବାବାଙ୍କୁ ସର୍ବଦା ନିଜର ସାଥୀ କରି ରଖୁଛ, ତେବେ ଏହି ମନ-ବୁଦ୍ଧି-ସଂସ୍କାର କାହାର ବି ଶକ୍ତି ନାହିଁ ଯାହାକି ନିୟନ୍ତ୍ରଣ ଭିତରେ ନ ରହିବ, ସେଥିପାଇଁ ବାପଦାଦା ଶକ୍ତିମାନଙ୍କୁ କହୁଛନ୍ତି ନିଜର କେଉଁ ସ୍ୱରୂପକୁ ସର୍ବଦା ମନେ ରଖିଲେ ବାବାଙ୍କର ସଂଗ କେବେ ବି ଭୁଲି ପାରିବ ନାହିଁ? ତାହା ହେଲା ଆମେ ଶିବଶକ୍ତି ଅଟୁ । ଶିବ ଏବଂ ଶକ୍ତି ଏକାଠି ରହିଛୁ । ଏହି ସ୍ମୃତି ମାୟାଜିତ୍ ପ୍ରକୃତିଜିତ୍ ସ୍ୱତଃ ହିଁ କରିଦିଏ । କାହିଁକିନା ବାପଦାଦା ମଧ୍ୟ ଶୁଣାଇ ସାରିଛନ୍ତି ଯେ ବର୍ତ୍ତମାନ ସମୟରେ ପ୍ରକୃତି ନିଜର କାର୍ଯ୍ୟ କରି ଚାଲିଛି କାହିଁକିନା ପ୍ରକୃତିକୁ ମଧ୍ୟ ମନୁଷ୍ୟ ଆତ୍ମାମାନେ ଦୁଃଖୀ କରୁଛନ୍ତି, ତେଣୁ ପ୍ରକୃତି ମଧ୍ୟ ସେମାନଙ୍କୁ ଦୁଃଖ ଦେଉଛି । ଆଜିକାଲି ଦେଖୁଛ ଯେ ପ୍ରକୃତି ମଧ୍ୟ କେଉଁଠି ନା କେଉଁଠି ନିଜର କାର୍ଯ୍ୟ କରିଚାଲିଛି କିନ୍ତୁ ତୁମେମାନେ ପ୍ରକୃତିଜିତ୍ ହୋଇ ପ୍ରକୃତିକୁ ମଧ୍ୟ ସତୋପ୍ରଧାନ କରୁଛ । ଲୋକମାନେ ତ ପ୍ରକୃତିର ହଲଚଲ୍‌କୁ ଦେଖି ଡରୁଛନ୍ତି ଯେ କାଲିକୁ କ’ଣ ହେବ! କିନ୍ତୁ ତୁମେମାନେ ଜାଣିଛ ଯେ ଯାହା ହେବ ଭଲରୁ ଭଲ ହିଁ ହେବ । କାହିଁକିନା ଏହି ସଂଗମଯୁଗ ସୃଷ୍ଟିଚକ୍ରର ଅମୃତବେଳା ଅଟେ । ତେବେ ଅମୃତବେଳା ପରେ କ’ଣ ହୋଇଥାଏ । ସକାଳ । ଅନ୍ଧକାର ସମାପ୍ତ ହୋଇ ଆଲୋକ ଆସିଯାଏ, ତେଣୁ ତୁମମାନଙ୍କୁ ଖୁସି ଲାଗୁଛି ଯେ ଆମର ରାଜ୍ୟ ସୁଖମୟ ସଂସାର ଯେଉଁଠି ପ୍ରକୃତି ମଧ୍ୟ ସୁଖମୟ ଅଟେ, ସେହି ରାଜ୍ୟ ଆସିଲା କି ଆସିଲା । ଖୁସି ଲାଗୁଛି ନା! ଯେଉଁ ରାଜ୍ୟରେ ଦୁଃଖ ଅଶାନ୍ତିର ଚିହ୍ନ ବର୍ଣ୍ଣ ରହିବ ନାହିଁ, କାହିଁକିନା ଏବେ ସଂଗମଯୁଗରେ ତୁମେମାନେ ପ୍ରକୃତିଜିତ୍ ହେଉଛ, ତେଣୁ ସମସ୍ତଙ୍କୁ ଖୁସି ଲାଗୁଛି ନା, କ’ଣ ପାଇଁ? କୁହ, ଆମର ରାଜ୍ୟ ଆସିବାକୁ ଯାଉଛି । ଏହି ଖୁସି ଅଛି ତ? ଯେଉଁମାନେ ଏହି ଖୁସିରେ ରହୁଛ ସେମାନେ ହାତ ଉଠାଅ । ବହୁତ ଭଲ । ତୁମେମାନେ ତ ଖୁସିରେ ହିଁ ରହୁଛ, ସେଥିପାଇଁ ଅଭିନନ୍ଦନ, କିନ୍ତୁ ଏହିଭଳି ଖୁସି ବା ନିଜର ଖୁସିକୁ ନିଜର ଭାଇ ଓ ଭଉଣୀମାନଙ୍କୁ ଯେଉଁମାନେ କି ଦୁଃଖ ଅଶାନ୍ତିରେ ରହୁଛନ୍ତି ସେମାନଙ୍କୁ ବାବାଙ୍କଠାରୁ ପ୍ରାପ୍ତ କରିଥିବା କିରଣ ଦ୍ୱାରା ଖୁସିର କିରଣ ଦେଉଛ ତ? ବାପଦାଦା ମଧ୍ୟ କହିଥଲେ ଯେ ଏହିଭଳି ମାନସିକ ସେବା କରିବାର ସମୟ ସମସ୍ତଙ୍କୁ ନିଜର ଦିନଚର୍ଯ୍ୟା ଭିତରେ ନିଧାର୍ଯ୍ୟ କରିବାକୁ ହେବ । ଯେପରି ଅନ୍ୟ ସବୁ କାର୍ଯ୍ୟ ପାଇଁ ସମୟ ନିଧାର୍ଯ୍ୟ କରିଛ, ସେହିପରି ନିଜର ଖୁସି ରୂପକ ଭୋଜନ ଦ୍ୱାରା ଦୁଃଖୀ ଆତ୍ମାମାନଙ୍କୁ ମାନସିକ ଶକ୍ତି ଦ୍ୱାରା ଅଳ୍ପ ବହୁତ ବରଦାନ ଦେଇ ସେମାନଙ୍କୁ ମଧ୍ୟ ଖୁସି କର । ତେଣୁ ଯେଉଁମାନେ ମାନସିକ ସେବା ପାଇଁ ନିଜର ସମୟ ନିଧାର୍ଯ୍ୟ କରିଛ, ସେମାନେ ହାତ ଉଠାଅ । ଆଚ୍ଛା ଯେଉଁମାନେ କରୁନାହାଁନ୍ତି, ଅଳ୍ପ ଅଛନ୍ତି, କିନ୍ତୁ ସମସ୍ତଙ୍କୁ ଏଥିପାଇଁ ସମୟ ନିଧାର୍ଯ୍ୟ କରିବାକୁ ପଡିବ, କାହିଁକିନା ନିଜର ହିଁ ଭାଇଭଉଣୀ ଅଟନ୍ତି ନା, ଦୟା ଲାଗୁଛି ନା! ନା ଦୟା ଲାଗୁ ନାହିଁ? ଲାଗୁଛି ନା! ଏବଂ ବାପଦାଦା ସମସ୍ତଙ୍କୁ ଦେଖିବାକୁ ଚାହୁଁଛନ୍ତି ଯେ ସଂଗମଯୁଗର ଯେଉଁ ଦୁଇଟି କଥା ବିଶେଷ ଅଟେ, ଯାହାକି ଅମୂଲ୍ୟ ମଧ୍ୟ ଅଟେ, ଗୋଟିଏ ହେଲା ସଂକଳ୍ପ ଶକ୍ତି, ଦ୍ୱିତୀୟରେ ସଂଗମଯୁଗର ସମୟ, କାହିଁକିନା ସଂଗମଯୁଗର ସମୟରେ ଗୋଟିଏ ଜନ୍ମରେ ଅନେକ ଜନ୍ମର ପ୍ରାରବ୍ଧ ଜମା କରିଥାଅ । ତେଣୁ ଆଜି କାଲି ବାପଦାଦା ଦେଖୁଛନ୍ତି ଯେ ବହୁତ ପିଲାଙ୍କର ଅଶୁଦ୍ଧ ସଂକଳ୍ପ କମ୍ ଚାଲୁଛି କିନ୍ତୁ ବ୍ୟର୍ଥ ସଂକଳ୍ପ ଆସିବାରେ ଲାଗିଛି । ତେବେ ଏହି ଗୋଟିଏ ଜନ୍ମର ମୂଲ୍ୟ ଅନୁସାରେ ବ୍ୟର୍ଥ ସଂକଳ୍ପ ଏବେ ପୂର୍ଣ୍ଣ ରୂପରେ ସମାପ୍ତ ହୋଇଯିବା ଦରକାର, କାହିଁକିନା ସଂଗମଯୁଗର ମହତ୍ୱ ଅନୁସାରେ ଗୋଟିଏ ସେକେଣ୍ଡ ବି ଅନେକ ମୂଲ୍ୟବାନ ସମୟର ଅଧିକାର ପ୍ରାପ୍ତ କରାଇଥାଏ, ସେଥିପାଇଁ ସମସ୍ତେ ଏହି ଦୁଇଟି କଥାର, ସମୟ ଏବଂ ସଂକଳ୍ପ ଦୁଇଟିର ମୂଲ୍ୟକୁ ଜାଣି ସମୟକୁ ଏବଂ ସଂକଳ୍ପକୁ ସଫଳ କର । ଯେପରି ସ୍ଥୂଳ ସମ୍ପତ୍ତିକୁ ସଫଳ କରୁଛ, ଜାଣିଛ ଯେ ଏହି ଗୋଟିଏ ଜନ୍ମ ସଫଳ କରିବା ଦ୍ୱାରା ଅନେକ ଜନ୍ମ ତା’ର ପ୍ରାପ୍ତି ଜମା ହୋଇଥାଏ । ସେହିପରି ଏହି ଦୁଇଟି କଥାକୁ ବିଶେଷ ଧ୍ୟାନ ଦେଇ ସଫଳ କର ଏବଂ ସଫଳତା ମୂରତ ହୁଅ ।

ବାପଦାଦା ସବୁ ପିଲାଙ୍କୁ ଆଜି ବିଶେଷ କରି ଗୋଟିଏ ବରଦାନ ଦେଉଛନ୍ତି, ପ୍ରତ୍ୟେକ ସନ୍ତାନ ଆଜିଠାରୁ ନିଜକୁ “ଟେନ୍‌ଶନ୍ ଫ୍ରି” କରିପାରିବ? ଦୃଢ ସଂକଳ୍ପ କର ଯେ ଆଜିଠାରୁ ଏଥିପ୍ରତି ସର୍ବଦା ଆଟେନ୍‌ଶନ୍ ଅର୍ଥାତ୍ ବିଶେଷ ଧ୍ୟାନ ରଖିବି ଏବଂ ଟେନ୍‌ଶନ୍‌ରେ ଆସିବି ନାହିଁ । ବାପଦାଦା ପିଲାମାନଙ୍କୁ ଯେତେବେଳେ ଟେନ୍‌ଶନ୍‌ରେ ଦେଖୁଛନ୍ତି ସେତେବେଳେ ଭାବୁଛନ୍ତି ଏବେ ଏବେ ଏହି ପିଲାର ଫଟୋ ଉଠାଇ ପଠାଇ ଦେବୁ, ଯାହାଦ୍ୱାରା ସେ ନିଜେ ଜାଣିପାରିବ ଯେ ମୁଁ କ’ଣ ହୋଇଯାଇଛି! ବାପଦାଦା ତ ମନଜିତ୍ ଜଗତ୍‌ଜିତ୍ କରିବାକୁ ଚାହୁଁଛନ୍ତି, ତେବେ ଟେନ୍‌ଶନ୍ କେଉଁଠି ଆସୁଛି? ମନରେ ତ ଆସୁଛି ନା! ତେବେ ତୁମେମାନେ ତ ରାଜା ଅଟ ନା, ସ୍ୱରାଜ୍ୟ ଅଧିକାରୀ ଅଟ ନା! କ’ଣ ମନ ତୁମର ଅଟେ, ନା ମନ ମାଲିକ ଅଟେ । ତୁମେମାନେ କ’ଣ କହୁଛ? ସାରା ଦିନ ମୋ’ର ମନ, ମୋର ମନ କହୁଛ ନା! ମନ ତୁମର ମାଲିକ ତ ନୁହେଁ ନା! ତେଣୁ କେଉଁମାନେ ସାହସ କରୁଛ? ବାବାଙ୍କର ବରଦାନ ମଧ୍ୟ ସହଜରେ ମିଳିଯିବ କିନ୍ତୁ ଅଳ୍ପ ଟିକିଏ ଧ୍ୟାନ ଦେବାକୁ ପଡିବ । ବାବାଙ୍କର ବରଦାନର ସହଯୋଗର ଅନୁଭବ କରିଦେଖିବ । ସମସ୍ତଙ୍କର ଚେହେରା ଯେତେବେଳେ ବି ଦେଖ କିପରି ଦେଖାଯିବା ଦରକାର? ଟେନ୍‌ଶନ୍ ଫ୍ରି, କମଳପୁଷ୍ପ ସମାନ ବା ଫୁଟିଥିବା ଗୋଲାପ ଫୁଲ ଭଳି ଦେଖାଯିବା ଦରକାର ।

ବାପଦାଦା ଦେଖୁଛନ୍ତି ଯେ ପୂର୍ବରୁ ଯେଉଁ କାମ ଦେଇଥିଲେ, ଚାର୍ଟରେ ଶତକଡା ଲେଖିବା ପାଇଁ ସେଥିରେ ସବୁ ସ୍ଥାନରୁ କିଛି କିଛି ସମାଚାର ଆସିଛି । ଏଠାରେ ମଧ୍ୟ ଫଳାଫଳ ବାହାର କରିଛନ୍ତି । ଏଥିପ୍ରତି ଧ୍ୟାନ ଦେଇଛ, ସେଥିପାଇଁ ବାପଦାଦା ଅଭିନନ୍ଦନ ଦେଉଛନ୍ତି କିନ୍ତୁ ଏବେ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ସମୟ ଅନୁସାରେ ଏବେ ବାଣୀ ଦ୍ୱାରା ଶୁଣାଇବାର ସମୟ ମଧ୍ୟ କମ୍ ମିଳିବ, ସେଥିପାଇଁ ମାନସିକ ଶକ୍ତି ଦ୍ୱାରା ଏବଂ ନିଜର ଚେହେରା ତଥା ଚାଲିଚଳନ ଦ୍ୱାରା ସେବା କର । ଏବେକାର ଅଭ୍ୟାସ ଆଗକୁ ଆସୁଥିବା ସମୟରେ ମଧ୍ୟ କାମରେ ଆସିବ । ତେଣୁ ଆଜିଠାରୁ ଟେନ୍‌ଶନ୍ ଫ୍ରି ହେବାର ସଂକଳ୍ପ କରିପାରିବ? କରିପାରିବ? ହାତ ଉଠାଅ । ଟେନ୍‌ଶନ୍ ଫ୍ରି ଅର୍ଥାତ୍ ମାନସିକ ଉତ୍ତେଜନା ମୁକ୍ତ ଜୀବନ । ଆଚ୍ଛା, ସମସ୍ତଙ୍କର ଫଟୋ ଉଠାଅ । ବହୁତ ଭଲ । ତେବେ ଯେଉଁ ଆତ୍ମାମାନେ ପରିସ୍ଥିତି ଅନୁସାରେ ବହୁତ ଟେନ୍‌ଶନ୍‌ରେ ରହୁଛନ୍ତି, ଆଜିକାଲି ତ ଦୁନିଆରେ ଟେନ୍‌ଶନ୍ ବଢିଚାଲିଛି, ତେବେ ତୁମମାନଙ୍କର ଟେନ୍‌ଶନ୍ ଫ୍ରି ହେବାର ଅନୁଭବ ଏବଂ ଟେନ୍‌ଶନ୍ ଫ୍ରି ଚାଲିଚଳନ ଏବଂ ଚେହେରା ସେମାନଙ୍କ ପାଇଁ ଆଧାର ମୂରତ ହୋଇଯିବ । ଯଦି ଆଜି ଦୁନିଆରେ ଚକ୍ର ଲଗାଇ ଦେଖିବ ବା ସମାଚାର ଶୁଣିବ ତେବେ କ’ଣ ଦେଖାଯାଉଛି? ନିଜକୁ ଅଳ୍ପକାଳ ପାଇଁ ଖୁସି କରିବାର ସାଧନ ତିଆରି କରିଚାଲିଛନ୍ତି । ତେବେ ଟେନ୍‌ଶନ୍ ବାଲାଙ୍କୁ ଟେନ୍‌ଶନ୍ ଫ୍ରିର ଦୃଷ୍ଟାନ୍ତ ଦେଖାଅ, ଯାହାଦ୍ୱାରା ସେମାନଙ୍କୁ ମଧ୍ୟ ସାହାରା ଦେଖାଯିବ । ତେଣୁ ନିଜ ମନ ଭିତରେ ସଂକଳ୍ପ କରିଲ ଯେ ନିଶ୍ଚିତ ଟେନ୍‌ଶନ୍ ଫ୍ରି ରହିବି? କରିଲ ସଂକଳ୍ପ? ଦୃଢ ସଂକଳ୍ପ କରିଲ ନା ସାଧାରଣ କରିଲ? ଯେଉଁଠାରେ ଦୃଢତା ଅଛି, ସେଠାରେ ସଫଳତା ହୋଇକରି ହିଁ ରହିଛି । କରିବି ନୁହେଁ, ନିଶ୍ଚିତ କରିବି । ପସନ୍ଦ ତ? ଏଥିରେ ହାତ ଉଠାଅ ।

ବାପଦାଦା ଗୋଟିଏ କଥା ଦେଖୁଛନ୍ତି ଯେ ହାତ ଉଠାଇ ଖୁସି କରିଦେଉଛନ୍ତି । ତେଣୁ ହାତ ଉଠାଇ ଦେଇ ଖୁସି ତ କରିଦେଲ ଏବେ କ’ଣ କରିବ? ଦୃଢ ସଂକଳ୍ପ ଏବଂ ସାଧାରଣ ସଂକଳ୍ପ ଭିତରେ ରାତି ଦିନର ଫରକ ରହିଛି । କେବଳ କରିବି ନୁହେଁ ମୋତେ କରିବାକୁ ହିଁ ହେବ । ତେବେ ଏହି ବର୍ଷର ଏହି ମିଳନ ଋତୁର ଆଜି ଶେଷ ଦିନ କିନ୍ତୁ ଆସନ୍ତା ସିଜିନ୍‌ରେ ବାପଦାଦା ପ୍ରତ୍ୟେକ ଛୋଟ ବଡ ସେଣ୍ଟର, କାହିଁକିନା ମଝିରେ ବହୁତ ସମୟ ଅଛି, ତେଣୁ ଆସନ୍ତା ବର୍ଷର ସିଜିନ୍‌ରେ ବାପଦାଦା କାରଣ ଦେଖିବେ ନାହିଁ ନିବାରଣ ସ୍ୱରୂପ ଦେଖିବାକୁ ଚାହୁଁଛନ୍ତି । ତେଣୁ ତୁମ ଭିତରେ କେତେ ସାହାସ ଏବଂ ଉମଙ୍ଗ-ଉତ୍ସାହ ରହିଛି ଯେ ବ୍ରାହ୍ମଣ ପରିବାରରେ ଟେନଶନ୍‌ର ଚିହ୍ନବର୍ଣ୍ଣ ନ ରହୁ, ଏହି କଥା ଦେଖିବାକୁ ଚାହୁଁଛନ୍ତି । କ’ଣ ହୋଇପାରିବ? ପ୍ରତ୍ୟେକ ନିଜ ନିଜକୁ ପଚାର, ହୋଇପାରିବ? ଏହି ଖୁସି ଖବର ବାପଦାଦା ଶୁଣିବାକୁ ଚାହୁଁଛନ୍ତି ।

ବାପଦାଦା ଦେଖୁଛନ୍ତି ଯେ ଇଚ୍ଛା ତ ସମସ୍ତେ ରଖିଛନ୍ତି, ଆମେ କରିବୁ କିନ୍ତୁ ଯେତେବେଳେ ସମସ୍ୟା ଆସିଯାଉଛି, ସମସ୍ୟା ତୁମକୁ ନିଜର କରିନେଉଛି । ତା’ପରେ ବହୁତ ମିଠା ମିଠା କଥା ବାବାଙ୍କୁ ଶୁଣାଉଛ, ଏହିଭଳି ହୋଇଯାଉଛ ନା, ଏହିଭଳି ତ ହେବ ନା, ଏହିଭଳି ତ ଚାଲିବ ନା! ... ଏହିଭଳି ବହୁତ ମିଠା ମିଠା କଥା ବାପଦାଦାଙ୍କୁ ଶୁଣାଉଛ । ତେଣୁ ସମସ୍ତଙ୍କର କାରଣର ନିବାରଣ ହେଲା ରାଜା ହୋଇଯାଅ, ବାସ୍ । ସ୍ୱରାଜ୍ୟ ଅଧିକାରୀ ରାଜା ହୋଇଯାଅ । ତେଣୁ ଆଜି ବାଦଦାଦା ସବୁ ପିଲାଙ୍କୁ ଚାହେଁ ସମ୍ମୁଖରେ ବସିଛନ୍ତି, ଚାହେଁ ଦୂରରେ ବସି ମଧ୍ୟ ବାବାଙ୍କର ଦିଲ୍‌ରେ ବସିଛନ୍ତି । ତୁମେମାନେ ତ ଆଖି ସାମ୍‌ନାରେ ଅଛ, କିନ୍ତୁ ବାପଦାଦା ଯେଉଁମାନେ ଦୂରରେ ବସିଛନ୍ତି, ସେମାନଙ୍କୁ ଦିଲ୍ ଭିତରେ ଦେଖୁଛନ୍ତି ।

ତେବେ ବାପଦାଦାଙ୍କୁ ଜଣା ଅଛି ଯେ ଆଜି ଦିନରେ ମଧୁବନରେ ମଧ୍ୟ ଛୋଟ ଛୋଟ ଗୀତା ପାଠଶାଳା ଖୋଲିଯାଇଛି । ପିଲାମାନେ ଆସିଛନ୍ତି, ତେଣୁ ବାପଦାଦା ବହୁତ ବହୁତ ବହୁତ ତଳେ ବସିବାବାଲାଙ୍କୁ, କେଉଁଠି କେଉଁଠି ବସିଥିବାବାଲାଙ୍କୁ ସର୍ବ ପ୍ରଥମେ ଦିଲ୍‌ର ସ୍ନେହ ସହିତ ୟାଦପ୍ୟାର ଦେଉଛନ୍ତି । (ଆଜି ଶାନ୍ତିବନରେ ୨୮ ହଜାରରୁ ମଧ୍ୟ ଅଧିକ ଭାଇ ଭଉଣୀ ପହଞ୍ଚି ଯାଇଛନ୍ତି) ବାପଦାଦା ଦେଖୁଛନ୍ତି ଯେ ପିଲାମାନଙ୍କୁ ଟିକିଏ ଅସୁବିଧାର ତ ସାମନା କରିବାକୁ ପଡିଛି କିନ୍ତୁ ଖୁସି ଥିବାର କାରଣରୁ ଏହାକୁ ଅସୁବିଧା ଅନୁଭବ କରୁନାହାଁନ୍ତି । ପୁଣି ବି ଆରାମରେ ଶୋଇବା ପାଇଁ ତିନିପାଦ ପୃଥିବୀ ତ ମିଳିଛି ନା । ଯେଉଁମାନେ ପଟରାନୀ(ପାଟରାଣୀ) ହୋଇଛନ୍ତି ଅର୍ଥାତ୍ ତଳେ (ପଟ ଉପରେ) ଶୋଇଛନ୍ତି ସେହି ପିଲାମାନଙ୍କୁ ବାପଦାଦା ବିଶେଷ ୟାଦପ୍ୟାର ଦେଉଛନ୍ତି । ଆଚ୍ଛା, ଯେଉଁମାନେ ଆଜି ପ୍ରଥମ ଥର ମଧୁବନକୁ ଆସିଛନ୍ତି, ବା ବାପଦାଦାଙ୍କ ସହିତ ମିଶିବା ପାଇଁ ଆସିଛନ୍ତି ସେମାନେ ଉଠ । ଆଜି ପ୍ରଥମ ଥର ଆସିଥିବା ପିଲାମାନଙ୍କୁ ବାପଦାଦା ନୂଆ ବ୍ରାହ୍ମଣ ପରିବାରକୁ ଆସିବାର ନିଜ ତରଫରୁ ଏବଂ ବ୍ରାହ୍ମଣ ପରିବାର ତରଫରୁ ବହୁତ ବହୁତ ଅଭିନନ୍ଦନ ଦେଉଛନ୍ତି, କାହିଁକିନା ଅତି ବିଳମ୍ବରେ ଆସିଥିଲେ ମଧ୍ୟ ଆସି ତ ଯାଇଛ ନା । ବାପଦାଦା ଏବଂ ପରିବାରକୁ ଦେଖି ତ ନେଲ ନା! ବାପଦାଦା ଭାବୁଛନ୍ତି ଯେ ଯଦି ଚାହିଁବ ତେବେ ଆଜି ପ୍ରଥମ ଥର ଆସିବାବାଲାଙ୍କ ପାଇଁ ବିଶେଷ ବରଦାନ ହେଲା, ଯଦି ଦିଲ୍‌ର ସହିତ ଚାହିଁବ ତେବେ ଲାଷ୍ଟ ସୋ ଫାଷ୍ଟ ଅର୍ଥାତ୍ ଶେଷରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ କରି ଆଗକୁ ଯାଇପାରିବ । ବାପଦାଦା ଏବଂ ବ୍ରାହ୍ମଣ ପରିବାରର ତୁମ ସମସ୍ତଙ୍କ ପ୍ରତି ସ୍ନେହ ଅଛି, ତେଣୁ ସମସ୍ତେ ସହଯୋଗୀ ହେବେ, ସ୍ନେହ ଦେବେ ଏବଂ ଆଗକୁ ବଢାଇବେ । ସୁଯୋଗ ଦେବେ, ସେଥିପାଇଁ ଆଜି ଆସିବାବାଲାଙ୍କ ପାଇଁ ଆଗକୁ ବଢିବାର ବହୁତ ଭଲ ସୁଯୋଗ ଡ୍ରାମାରେ ମିଳିପାରିବ । ଯେଉଁଠାରୁ ବି ଆସିଥାଅ ନା କାହିଁକି ସାରା ପରିବାର ତୁମମାନଙ୍କର ସହଯୋଗୀ ହେବେ, ତୁମେ କେବଳ ସହଜଯୋଗୀ ହୁଅ । ଆଚ୍ଛା!

ସେବାର ପାଳି ରାଜସ୍ଥାନ ଏବଂ ଭୋପାଳ ଜୋନ୍‌ର:- ରାଜସ୍ଥାନର ଧରଣୀ ବ୍ରହ୍ମାବାବାଙ୍କୁ ବହୁତ ପସନ୍ଦ ହେଲା ଯାହାଦ୍ୱାରା ରାଜସ୍ଥାନରେ ହିଁ ମଧୁବନ ସ୍ଥାପନା କରିଲେ । ରାଜସ୍ଥାନର ସେବାରେ ବାପଦାଦା ଦେଖୁଛନ୍ତି ଯେ ସବୁ ସ୍ଥାନରେ ଏବେ ବହୁତ ଭଲ ବୃଦ୍ଧି ହେଉଛି । ନୂଆ ନୂଆ ଆତ୍ମାମାନଙ୍କୁ ବାବାଙ୍କର ସନ୍ଦେଶ ଦେବାର କାର୍ଯ୍ୟକ୍ରମ ଗୁଡିକ ମଧ୍ୟ ବହୁତ ହେଉଛି । କିନ୍ତୁ ବାପଦାଦା ସମସ୍ତଙ୍କୁ ଏହି କଥା କହୁଛନ୍ତି ଯେ ପ୍ରତ୍ୟେକ ସେବାକେନ୍ଦ୍ର ଯଜ୍ଞ ସ୍ନେହୀ ଉତ୍ତରାଧିକାରୀମାନଙ୍କର ଏଭଳି ଗ୍ରୃପ୍ ତିଆରି କରୁ ଯେଉଁମାନେ କି ନିଜେ ମଧ୍ୟ ଆଗକୁ ବଢୁଥିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଯଜ୍ଞ ସ୍ନେହୀ କରୁଥିବେ । ପୂର୍ବ ଥର ମଧ୍ୟ ବାପଦାଦା କହିଥଲେ ଯଜ୍ଞ ସ୍ନେହୀ, ସେବା ସ୍ନେହୀ ଏବଂ ସଫଳ କରିବାରେ ସର୍ବଦା ଆଗକୁ ବଢିବାବାଲାଙ୍କର ସଂଖ୍ୟା ବୃଦ୍ଧି ହେଉଛି, ତେଣୁ ଭଲ କଥା ସନ୍ଦେଶ ଦେବାର କାର୍ଯ୍ୟରେ ସମସ୍ତେ ଉମଙ୍ଗ-ଉତ୍ସାହରେ ଅଛନ୍ତି । ଏବେ ବାପଦାଦା ଏହି କଥା ଦେଖିବାକୁ ଚାହୁଁଛନ୍ତି ଯେ ସେବା ସହିତ ସ୍ୱ ସେବାର ମଧ୍ୟ ସନ୍ତୁଳନ ରଖୁଥିବା ଆତ୍ମା ପ୍ରତ୍ୟେକ ସେଣ୍ଟରରୁ ଅଧିକରୁ ଅଧିକ ଆଗକୁ ଆସିବା ଦରକାର । କେବଳ ସେବା ନୁହେଁ, ସ୍ୱ ଏବଂ ସେବା, କାହିଁକିନା ଏବେ ସ୍ୱ-ପରିବର୍ତ୍ତନ କରିବା ପାଇଁ ଆଉ ଅଧିକ ସମୟ ନାହିଁ, ସେଥିପାଇଁ ପ୍ରଥମେ ସ୍ୱ ତା’ ସାଥୀରେ ସେବା । ପ୍ରତ୍ୟେକ ସେବାକେନ୍ଦ୍ର ନିର୍ବିଘ୍ନ, ସବୁ ସାଥୀମାନେ ନିର୍ବିଘ୍ନ, କେବଳ ଟୀଚରମାନେ ନୁହଁନ୍ତି କିନ୍ତୁ ସାରା କ୍ଳାସ ନିର୍ବିଘ୍ନ ଏବଂ ସ୍ୱପରିବର୍ତ୍ତନ ଉପରେ ଧ୍ୟାନ ଦେଉଥିବେ । ତେଣୁ ଏହିଭଳି ବୃଦ୍ଧି କର । ଜଣଜଣଙ୍କର କଥାକୁ ଶୁଣ ଏବଂ ତାଙ୍କ ଭିତରେ ଉମଙ୍ଗ-ଉତ୍ସାହ ଭର, ଯାହାଦ୍ୱାରା ବାପଦାଦାଙ୍କୁ ନିର୍ବିଘ୍ନ ସେଣ୍ଟରର ସମାଚାର ଦେଇପାରିବ । ବାକି ବାପଦାଦା ଦେଖୁଛନ୍ତି ରାଜସ୍ଥାନ ମଧ୍ୟ ଆଗକୁ ବଢୁଛି, ଏବଂ ବଢି ଚାଲିବ । ବାପଦାଦା ପ୍ରତ୍ୟେକ ସନ୍ତାନକୁ ଆଗକୁ ବଢିବାର ଅଭିନନ୍ଦନ ଦେଉଛନ୍ତି । ଆଚ୍ଛା!

ଭୋପାଳ ଜୋନ୍‌:- ଆଚ୍ଛା, ଏହି ଜୋନ୍ ମଧ୍ୟ ନିଜର ପରିବର୍ତ୍ତନ କ୍ଷେତ୍ରରେ ଏବଂ ସେବାର ବୃଦ୍ଧି କରିବାରେ ବହୁତ ଭଲ ଆଗକୁ ବଢି ଚାଲିଛି । ବାପଦାଦାଙ୍କୁ ଖୁସି ଲାଗୁଛି ଯେ ପ୍ରତ୍ୟେକ ସନ୍ତାନ ସ୍ୱ-ଉନ୍ନତି ପାଇଁ ମଧ୍ୟ ଯୋଜନା କରୁଛି ଏବଂ ତାକୁ ବାସ୍ତବିକ ରୂପରେ କାର୍ଯ୍ୟକାରୀ ମଧ୍ୟ କରୁଛି ଏବଂ ବାବାଙ୍କର ଶୁଭ ଆଶା ରହିଛି ଯେ ଏମାନେ ସର୍ବଦା ଆଗକୁ ବଢି ଚାଲିବେ । ପ୍ରତ୍ୟେକ ଜୋନ୍‌ରେ ଦେଖାଯାଉଛି ଯେ ଏବେ ସମସ୍ତଙ୍କ ଭିତରେ ଉମଙ୍ଗ-ଉତ୍ସାହ ରହିଛି, ସେଥିପାଇଁ ସେବାକ୍ଷେତ୍ରରେ ନିଜ ନିଜ ସ୍ଥାନରେ ବୃଦ୍ଧି କରିଚାଲିଛନ୍ତି । ବାପଦାଦା ଭବିଷ୍ୟତ ପାଇଁ ମଧ୍ୟ ଅଭିନନ୍ଦନ ଦେଉଛନ୍ତି, ବଢି ଚାଲ, ଉଡି ଚାଲ ଏବଂ ଉଡାଇ ଚାଲ । ଆଚ୍ଛା!

ଡବଲ ବିଦେଶୀ ଭାଇ ଭଉଣୀଙ୍କ ସହିତ:- ବିଦେଶୀମାନଙ୍କ ପାଖକୁ ପରୀକ୍ଷା ତ ଆସୁଛି କିନ୍ତୁ ସେମାନଙ୍କ ଭିତରେ ଗୋଟିଏ ବିଶେଷତା ରହିଛି ଯେ ସେମାନେ ସଚ୍ଚା ଦିଲ୍‌ରେ ଶୁଣାଇ ଦେଉଛନ୍ତି । ଭିତରେ ରଖୁନାହାଁନ୍ତି ଏବଂ ତା’ର ସମାଧାନ ମଧ୍ୟ ସଚ୍ଚା ଦିଲ୍‌ରେ କରିଚାଲିଛନ୍ତି ଏବଂ ବାପଦାଦାଙ୍କୁ ଖୁସି ଲାଗୁଛି ଯାହାକି ସଚ୍ଚା ଦିଲ୍ ଥିବା କାରଣରୁ ହଜୁର ସର୍ବଦା ହାଜିର ହୋଇଯାଉଛନ୍ତି ଅର୍ଥାତ୍ ବାବାଙ୍କର ସହଯୋଗ ମିଳିଯାଉଛି । ଭଲ ଫଳାଫଳକୁ ଦେଖି ବାପଦାଦା ଅଭିନନ୍ଦନ ମଧ୍ୟ ଦେଉଛନ୍ତି ଏବଂ ବରଦାନ ମଧ୍ୟ ଦେଉଛନ୍ତି ଯେ ସର୍ବଦା ଆଗକୁ ଆଗକୁ ବଢି ଚାଲିବ । ଟୀଚରମାନେ ମଧ୍ୟ ଭଲ ମେହନତ କରୁଛନ୍ତି । ବାପଦାଦାଙ୍କୁ ଖୁସି ଲାଗୁଛି ଯେ ସବୁଠାରୁ ଅଧିକ ମଧୁବନର ଫାଇଦା ବିଦେଶୀମାନେ ଉଠାଇଛନ୍ତି । ତେଣୁ ବାପଦାଦା ଦେଖୁଛନ୍ତି ଯେ ବିଦେଶରେ ଛୋଟ ଛୋଟ ସ୍ଥାନମାନଙ୍କରେ ମଧ୍ୟ ପ୍ରଭାବଶାଳୀ ସେବା କରିବା ଆରମ୍ଭ କରିଦେଲେଣି । ତେଣୁ ସେବା ପାଇଁ ମଧ୍ୟ ଅଭିନନ୍ଦନ, ସ୍ୱପରିବର୍ତ୍ତନ ପାଇଁ ମଧ୍ୟ ଅଭିନନ୍ଦନ । ଉଡି ଚାଲ ଏବଂ ଉଡାଇ ଚାଲ । ଆଚ୍ଛା!

ଚାରିଆଡର ଦେଶ ବିଦେଶର ପିଲାମାନଙ୍କୁ ବାପଦାଦା ପୁରୁଷାର୍ଥରେ ସହଜରେ ଆଗକୁ ବଢିବାର ଏବଂ ବଢାଇବାର ବିଶେଷ ଅଭିନନ୍ଦନ ଦେଉଛନ୍ତି । ଏବେ ଆଗକୁ ଯେଉଁଭଳି ସମୟ ଆସିବାକୁ ଯାଉଛି, ସେଥିପାଇଁ ବାପଦାଦା ନିର୍ଦ୍ଦେଶ ମଧ୍ୟ ଦେଇସାରିଛନ୍ତି ଯେ ତୀବ୍ର ପୁରୁଷାର୍ଥୀ ହୋଇ ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ଲଗାଇବାର ବା ଫୁଲଷ୍ଟପ୍ ଲଗାଇବାର ଅଭ୍ୟାସ ଅତି ଆବଶ୍ୟକ ଅଟେ । ଏହି କଥାକୁ ହାଲୁକା କର ନାହିଁ । ଅଚାନକ କିଛି ନା କିଛି ନିଶ୍ଚିତ ହେବ, ସେଥିପାଇଁ ବାବାଙ୍କର ଶୁଭ ଆଶା ରହିଛି ଯେ ପ୍ରତ୍ୟେକ ସନ୍ତାନ ସାଥୀରେ ଅଛନ୍ତି, ସାଥୀରେ ଯିବେ ଏବଂ ବ୍ରହ୍ମାବାବାଙ୍କ ସହିତ ସାଥୀ ହୋଇ ରାଜ୍ୟ କରିବେ, ଶିବବାବା ସାକ୍ଷୀ ହୋଇଯିବେ । ଯେହେତୁ ସାଥୀ ହେବାର ଅଛି, ତେଣୁ ବାପଦାଦା ସମାନ ନିଶ୍ଚିତ ହେବ । ଆଚ୍ଛା - ପ୍ରତ୍ୟେକ ସନ୍ତାନଙ୍କୁ ବାପଦାଦାଙ୍କ ତରଫରୁ ଏହି ବର୍ଷ ପାଇଁ ମଧ୍ୟ ଅଭିନନ୍ଦନ ଏବଂ ଆସନ୍ତା ବର୍ଷ ପାଇଁ ମଧ୍ୟ ଅଭିନନ୍ଦନ । ସର୍ବଦା ବାବାଙ୍କ ସମାନ ହୋଇ ରହିବୁ । ଆଚ୍ଛା ।

ବରଦାନ:-
ମନନ ଶକ୍ତି ଦ୍ୱାରା ଶକ୍ତିଶାଳୀ ହୋଇ ବିଘ୍ନର ଶକ୍ତିକୁ ସମାପ୍ତ କରୁଥିବା ସର୍ବ ଆକର୍ଷଣ ମୁକ୍ତ ଭବ ।

ବର୍ତ୍ତମାନ ସମୟରେ ମନନ ଶକ୍ତି ଦ୍ୱାରା ଆତ୍ମା ଭିତରେ ସର୍ବଶକ୍ତିଗୁଡିକୁ ଭରିବାର ଆବଶ୍ୟକତା ରହିଛି । ଏଥିପାଇଁ ଅନ୍ତର୍ମୁଖୀ ହୋଇ ଜ୍ଞାନର ପ୍ରତ୍ୟେକ ପଏଣ୍ଟ ଉପରେ ମନନ ଚିନ୍ତନ କର ଯାହାଦ୍ୱାରା ମାଖନ ଅର୍ଥାତ୍ ଲହୁଣୀ ବାହାରିବ ଏବଂ ତୁମେ ଶକ୍ତିଶାଳୀ ହୋଇଯିବ । ତେବେ ଏହିଭଳି ଶକ୍ତିଶାଳୀ ଆତ୍ମାମାନେ ହିଁ ଅତିନ୍ଦ୍ରୀୟ ସୁଖ ପ୍ରାପ୍ତିର ଅନୁଭବ କରିଥାଆନ୍ତି ଏବଂ ସେମାନଙ୍କୁ ଅଳ୍ପଳାକର କୌଣସି ବି ବସ୍ତୁ ନିଜ ଆଡକୁ ଆକର୍ଷିତ କରିପାରିବ ନାହିଁ । ସେମାନଙ୍କର ମଗନ ଅବସ୍ଥା ଦ୍ୱାରା ଯେଉଁଭଳି ଆତ୍ମ-ଅଭିମାନୀ ଶକ୍ତିଶାଳୀ ସ୍ଥିତି ନିର୍ମାଣ ହୋଇଥାଏ, ତାହାଦ୍ୱାରା ବିଘ୍ନର ଶକ୍ତି ସମାପ୍ତ ହୋଇଯାଏ ।

ସ୍ଲୋଗାନ:-
ବ୍ରାହ୍ମଣ ସଂସାରରେ ସମସ୍ତଙ୍କଠାରୁ ସମ୍ମାନ ପ୍ରାପ୍ତ କରୁଥିବା ଆତ୍ମା ହିଁ ସିଂହାସନ ଅଧିକାରୀ ହୋଇଥାଏ ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ । ବ୍ରହ୍ମାବାବା ଏବଂ ଶିବବାବା ଉଭୟଙ୍କର ପସନ୍ଦ ହେଲା ପବିତ୍ରତା । କିନ୍ତୁ ପବିତ୍ରତାର ପରିଭାଷା ବହୁତ ଶ୍ରେଷ୍ଠ ଏବଂ ଗହନ ଅଟେ । ଯେଉଁଠି ପବିତ୍ରତା ଥିବ ସେଠାରେ ନିଶ୍ଚୟ, ସତ୍ୟତା, ସ୍ୱଚ୍ଛତା ସବୁକିଛି ଆସିଯାଇଥାଏ । ତେବେ ସମ୍ପୂର୍ଣ୍ଣ ପବିତ୍ରତାର ଅର୍ଥ ହେଉଛି ସ୍ୱପ୍ନ ମାତ୍ରାରେ ମଧ୍ୟ ଅପବିତ୍ରତା ମନ-ବୁଦ୍ଧକୁ ସ୍ପର୍ଶ କରୁନଥିବ, ଏହାକୁ ହିଁ କୁହାଯାଏ ସଚ୍ଚା ବୈଷ୍ଣବ ।