23.10.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ଆସିଛନ୍ତି ତୁମ୍ଭମାନଙ୍କୁ ପହଁରା ଶିଖାଇବା ପାଇଁ, ଯାହା ଦ୍ୱାରା ତୁମେ ଏହି ଦୁନିଆରୁ ପାରି ହୋଇଯାଉଛ, ତୁମ ପାଇଁ ଦୁନିଆ ମଧ୍ୟ ବଦଳି ଯାଉଛି ।”

ପ୍ରଶ୍ନ:-
ଯେଉଁମାନେ ବାବାଙ୍କର ସହଯୋଗୀ ହୁଅନ୍ତି, ସେମାନଙ୍କୁ ସହଯୋଗର ପ୍ରତିଦାନରେ କ’ଣ ମିଳିଥାଏ?

ଉତ୍ତର:-
ଯେଉଁ ସନ୍ତାନମାନେ ବର୍ତ୍ତମାନ ବାବାଙ୍କର ସହଯୋଗୀ ହେଉଛନ୍ତି, ସେମାନଙ୍କୁ ବାବା ଏପରି କରିଦେଉଛନ୍ତି ଯାହାକି ଅଧାକଳ୍ପ ପର୍ଯ୍ୟନ୍ତ ସେମାନଙ୍କୁ କାହାର ସାହାଯ୍ୟ ବା ମତ ନେବାର ଦରକାର ପଡୁ ନାହିଁ । ସର୍ବୋଚ୍ଚ ପିତା କହୁଛନ୍ତି - ପିଲାମାନେ, ଯଦି ତୁମେମାନେ ମୋର ସହଯୋଗୀ ନ ହୋଇଥା’ନ୍ତ ତେବେ ମୁଁ ସ୍ୱର୍ଗର ସ୍ଥାପନା କିପରି କରିଥା’ନ୍ତି ।

ଓମ୍ ଶାନ୍ତି ।
ମିଠା ମିଠା କ୍ରମାନୁସାରେ ରହିଥିବା ଅତି ମିଠା ଆତ୍ମିକ ସନ୍ତାନମାନଙ୍କ ପ୍ରତି ଆତ୍ମିକ ପିତା ବୁଝାଉଛନ୍ତି କାହିଁକିନା ବହୁତ ସନ୍ତାନମାନେ ବୁଦ୍ଧିହୀନ ହୋଇଯାଇଛନ୍ତି । ରାବଣ ବହୁତ ବୁଦ୍ଧିହୀନ କରିଦେଇଛି । ଏବେ ବାବା ଆମକୁ କେତେ ବୁଦ୍ଧିମାନ କରୁଛନ୍ତି । ଯଦି କେହି ଆଇ.ସି.ଏସ୍ ପରୀକ୍ଷାରେ ପାସ୍ କରୁଛନ୍ତି ଭାବୁଛନ୍ତି ଯେ ବହୁତ ବଡ ପରୀକ୍ଷା ପାସ୍ କରିଛନ୍ତି । ବର୍ତ୍ତମାନ ତୁମେ ଦେଖ କେତେ ବଡ ପରୀକ୍ଷା ପାସ କରୁଛ । ଆଚ୍ଛା ଟିକିଏ ଚିନ୍ତା କରି ଦେଖ ତ କିଏ ପଢାଉଛନ୍ତି! କିଏ ପଢୁଛନ୍ତି ! ଏହି ନିଶ୍ଚୟ ମଧ୍ୟ ଅଛି ଯେ ଆମେ କଳ୍ପ-କଳ୍ପ ପ୍ରତି ୫ ହଜାର ବର୍ଷ ପରେ ପିତା, ଶିକ୍ଷକ, ସତ୍‌ଗୁରୁଙ୍କ ସହିତ ପୁଣି ଆସି ମିଶି ଚାଲିଛେ । କେବଳ ତୁମେମାନେ ହିଁ ଜାଣିଛ, ଆମେ ସର୍ବୋଚ୍ଚ ବାବାଙ୍କ ଦ୍ୱାରା ସର୍ବୋଚ୍ଚ ସମ୍ପତ୍ତି ପାଉଛୁ । ଶିକ୍ଷକ ମଧ୍ୟ ପାଠ ପଢାଇ ସମ୍ପତ୍ତି ଦିଅନ୍ତି ନା । ନୂଆ ଦୁନିଆରେ ରାଜ୍ୟ କରିବା ପାଇଁ, ତୁମକୁ ମଧ୍ୟ ପାଠ ପଢାଇ, ତୁମ ପାଇଁ ଦୁନିଆକୁ ହିଁ ବଦଳାଇ ଦେଉଛନ୍ତି । ଭକ୍ତିମାର୍ଗରେ କେତେ ମହିମା ଗାନ କରୁଛନ୍ତି । ତୁମେ ବାବାଙ୍କ ଦ୍ୱାରା ନିଜର ସମ୍ପତ୍ତି ପାଉଛ । ଏହା ମଧ୍ୟ ତୁମେମାନେ ଜାଣୁଛ ଯେ ପୁରୁଣା ଦୁନିଆ ବଦଳୁଛି । ତୁମେ କହୁଛ ଆମେ ସବୁ ଶିବବାବାଙ୍କର ସନ୍ତାନ ଅଟୁ । ପୁରୁଣା ଦୁନିଆକୁ ନୂଆ କରି ଗଢିବା ପାଇଁ ବାବାଙ୍କୁ ମଧ୍ୟ ଆସିବାକୁ ପଡୁଛି । ତ୍ରିମୂର୍ତ୍ତି ଚିତ୍ରରେ ମଧ୍ୟ ଦର୍ଶାଯାଇଛି ଯେ ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା ହୋଇଥାଏ । ତେଣୁ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ-ବ୍ରାହ୍ମଣୀ ନିଶ୍ଚୟ ଆବଶ୍ୟକ । ବ୍ରହ୍ମା ତ ନୂଆ ଦୁନିଆ ସ୍ଥାପନା କରନ୍ତି ନାହିଁ । ବାବା ହିଁ ରଚୟିତା ଅଟନ୍ତି । ବାବା କହୁଛନ୍ତି ମୁଁ ଆସି ନିୟମ ପ୍ରମାଣେ ପୁରୁଣା ଦୁନିଆକୁ ବିନାଶ କରି ନୂଆ ଦୁନିଆ ତିଆରି କରୁଛି । ନୂଆ ଦୁନିଆରେ ବହୁତ ଅଳ୍ପ ଅଧିବାସୀ ରହିବେ । ବର୍ତ୍ତମାନ ଜନସଂଖ୍ୟା କମ୍ କରିବା ପାଇଁ ସରକାରଙ୍କର ଚେଷ୍ଟା ଜାରି ରହିଛି । କିନ୍ତୁ ଏହା କମ୍ ତ ହେବ ହିଁ ନାହିଁ । ଲଢେଇରେ କୋଟି-କୋଟି ମନୁଷ୍ୟ ମରୁଛନ୍ତି, ତଥାପି କ’ଣ ମନୁଷ୍ୟ କମୁଛନ୍ତି, ପୁଣି ଜନସଂଖ୍ୟା ବଢି ଚାଲିଛି । ଏହା ମଧ୍ୟ ତୁମେ ଜାଣୁଛ । ତୁମ ବୁଦ୍ଧିରେ ବିଶ୍ୱର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି । ତୁମେ ନିଜକୁ ମଧ୍ୟ ଛାତ୍ର ବୋଲି ଭାବୁଛ । ପହଁରିବା ମଧ୍ୟ ଶିଖୁଛ । କହିଥାନ୍ତି ନା ମୋର ନୌକା ପାରି କରିଦିଅ । ଯିଏ ପହଁରିବା ଶିଖନ୍ତି ସିଏ ବହୁତ ନାମୀ-ଗ୍ରାମୀ ହୋଇଯାନ୍ତି । ଦେଖ ଏବେ ତୁମର ପହଁରିବା କିପରି ହେଉଛି, ଏକଦମ୍ ଉପରକୁ ପରମଧାମ ଚାଲି ଯାଉଛ, ପୁଣି ସ୍ଥୁଳ ଦୁନିଆକୁ ଚାଲିଆସୁଛ । ଲୋକମାନେ ଦେଖାନ୍ତି ଯେ ଏତିକି ମାଇଲ୍ ଉପରକୁ ଗଲୁ । ତୁମେ ଆତ୍ମାମାନେ କେତେ ମାଇଲ ଉପରକୁ ଯାଉଛ । ତାହା ତ ସ୍ଥୂଳ ବସ୍ତୁ ଅଟେ ଯାହାର କି ଗଣତି କରୁଛନ୍ତି । ତୁମର ତ’ ହେଉଛି ଅଗଣିତ । ତୁମେ ଜାଣିଛ ଯେ ଆମେ ଆତ୍ମା ସବୁ ନିଜର ଘରକୁ ଚାଲିଯିବା ଯେଉଁଠି ସୂର୍ଯ୍ୟ, ଚନ୍ଦ୍ର ଆଦି ନ ଥା’ନ୍ତି । ତୁମେ ଖୁସି ହେଉଛ ଯେ ତାହା ଆମର ଘର ଅଟେ । ଆମେ ହେଉଛୁ ସେଠିକାର ବାସିନ୍ଦା । ମନୁଷ୍ୟ ଭକ୍ତି କରନ୍ତି, ପୁରୁଷାର୍ଥ କରନ୍ତି ମୁକ୍ତି ଧାମକୁ ଯିବା ପାଇଁ । କିନ୍ତୁ କେହି ଯାଇ ପାରନ୍ତି ନାହିଁ । ମୁକ୍ତିଧାମରେ ଭଗବାନଙ୍କ ସହ ମିଶିବା ପାଇଁ ଚେଷ୍ଟା କରନ୍ତି । ଅନେକ ପ୍ରକାରର ଚେଷ୍ଟା କରନ୍ତି । କେହି କେହି କହନ୍ତି ଆମେ ଜ୍ୟୋତି, ଜ୍ୟୋତି ସହିତ ମିଶିଯିବୁ । କେହି କୁହନ୍ତି ମୁକ୍ତିଧାମକୁ ଯିବା । ମୁକ୍ତିଧାମ ବିଷୟରେ କାହାକୁ ଜଣା ନାହିଁ । ତୁମ୍ଭେମାନେ ଜାଣିଛ ଯେ ବାବା ଆସିଛନ୍ତି ନିଜ ଘରକୁ ନେଇଯିବା ପାଇଁ । ପ୍ରେମମୟ ବାବା ଆସି ଆମକୁ ଘରକୁ ନେବା ପାଇଁ ଯୋଗ୍ୟ କରୁଛନ୍ତି, ଅଧାକଳ୍ପ ପୁରୁଷାର୍ଥ କରି ମଧ୍ୟ ଯେଉଁଥିପାଇଁ ଯୋଗ୍ୟ ହୋଇପାରି ନାହୁଁ । ନା କେହି ଜ୍ୟୋତିରେ ମିଶିପାରିଛନ୍ତି, ନା କେହି ମୁକ୍ତିଧାମ ଯାଇ ପାରିଛନ୍ତି, ନା ମୋକ୍ଷକୁ ପ୍ରାପ୍ତ କରିପାରିଛନ୍ତି । ଯାହା କିଛି ପୁରୁଷାର୍ଥ କରିଲ, ତାହା ସବୁ ବ୍ୟର୍ଥ ହୋଇଗଲା । ଏବେ ତୁମ ବ୍ରାହ୍ମଣ କୁଳଭୂଷଣ ସନ୍ତାନମାନଙ୍କର ପୁରୁଷାର୍ଥ ସତ୍ୟ ପ୍ରମାଣିତ ହେଉଛି । ଏହି ଖେଳ କିପରି ତିଆରି ହୋଇଛି । ତୁମକୁ ଏବେ ଆସ୍ତିକ କୁହାଯାଉଛି । ବାବାଙ୍କୁ ତୁମେ ଭଲ ଭାବରେ ଜାଣିଛ ଏବଂ ବାବାଙ୍କ ଦ୍ୱାରା ସୃଷ୍ଟି ଚକ୍ରକୁ ମଧ୍ୟ ଜାଣିଗଲ । ବାବା କହୁଛନ୍ତି, ମୁକ୍ତି ଏବଂ ଜୀବନମୁକ୍ତିର ଜ୍ଞାନ କାହା ପାଖରେ ବି ନାହିଁ । ଦେବତାମାନଙ୍କଠାରେ ମଧ୍ୟ ନାହିଁ । ବାବାଙ୍କୁ କେହି ବି ଜାଣି ନାହାଁନ୍ତି, ତେବେ ବାବା କାହାକୁ ପୁଣି କିପରି ଘରକୁ ନେଇଯିବେ । କେତେ ଢେର ଗୁରୁ ଅଛନ୍ତି, ତାଙ୍କର କେତେ ଅନୁଗାମୀ ରହିଛନ୍ତି । ଶିବବାବା ହେଉଛନ୍ତି ସଚ୍ଚା ସଚ୍ଚା ସତଗୁରୁ । ତାଙ୍କର ତ’ ଚରଣ ହିଁ ନାହିଁ । ସେ କହୁଛନ୍ତି ମୋର ତ ଚରଣ ହିଁ ନାହିଁ । ମୁଁ କିପରି ନିଜର ପୂଜା କରାଇବି । ମୋର ସନ୍ତାନମାନେ ବିଶ୍ୱର ମାଲିକ ହେଉଛନ୍ତି, ତାଙ୍କ ଦ୍ୱାରା କ’ଣ ମୁଁ ନିଜର ପୂଜା କରାଇବି । ଭକ୍ତି ମାର୍ଗରେ ପିଲାମାନେ ବାପାଙ୍କ ପାଦ ତଳେ ପଡିଥା’ନ୍ତି । ବାସ୍ତବରେ ତ’ ବାପାଙ୍କର ସମ୍ପତ୍ତିର ମାଲିକ ପିଲାମାନେ ହିଁ ହୋଇଥାନ୍ତି । କିନ୍ତୁ ପିଲାମାନେ ନମ୍ରତା ଦେଖାଇଥାନ୍ତି । ଛୋଟ ପିଲାମାନେ ପିତାମାତାଙ୍କ ପାଦ ତଳେ ପଡିଥା’ନ୍ତି । ଏଠି ବାବା କହୁଛନ୍ତି ଯେ ତୁମକୁ ପାଦ ତଳେ ପଡିବାରୁ ମଧ୍ୟ ମୁକ୍ତ କରିଦେଉଛି । ବାବା କେତେ ମହାନ ଅଟନ୍ତି । ବାବା କହୁଛନ୍ତି ତୁମେ ପିଲାମାନେ ହେଉଛ ମୋର ସାହାଯ୍ୟକାରୀ । ତୁମେ ଯଦି ମୋର ସାହାଯ୍ୟକାରୀ ନ ହୋଇଥାଆନ୍ତ ମୁଁ ସ୍ୱର୍ଗର ସ୍ଥାପନା କିପରି କରିଥା’ନ୍ତି । ବାବା ବୁଝାଉଛନ୍ତି - ପିଲାମାନେ, ଏବେ ତୁମେ ମୋର ସାହାଯ୍ୟକାରୀ ହୁଅ, ପୁଣି ମୁଁ ତୁମକୁ ଏପରି କରିବି ଯାହାକି ଭବିଷ୍ୟତରେ କାହାର ବି ସାହାଯ୍ୟ ନେବାର ଆବଶ୍ୟକ ପଡିବ ନାହିଁ । ତୁମକୁ କାହାର ମତ ନେବା ମଧ୍ୟ ଦରକାର ହେବ ନାହିଁ । ଏଇଠି ବାବା ପିଲାମାନଙ୍କର ସାହାଯ୍ୟ ନେଉଛନ୍ତି । କହୁଛନ୍ତି - ପିଲାମାନେ ଏବେ ଛି-ଛି ପତିତ ହୁଅ ନାହିଁ । ମାୟାଠାରୁ ହାର ନାହିଁ । କେହି କେହି ନାମ ବଦନାମ କରିଦେଉଛନ୍ତି । ବକ୍‌ସିଙ୍ଗ୍ ପ୍ରତିଯୋଗିତା ହୁଏ, ସେଥିରେ ଯଦି କେହି ବିଜୟୀ ହୁଅନ୍ତି, ତେବେ ବାଃ ବାଃ ମିଳେ । ଯେଉଁମାନେ ହାରିଯାନ୍ତି ସେମାନଙ୍କର ମୁହଁ ଫିକା ହୋଇଯାଏ । ଏଠାରେ ମଧ୍ୟ ମାୟାଠାରୁ ହାରିଯାଉଛନ୍ତି । ଏଠାରେ ହାରିଯାଉଥିବା ଆତ୍ମାଙ୍କୁ କୁହାଯାଏ - କଳା ମୁହଁ କରିଦେଲା । ଏଠାକୁ ଆସିଛନ୍ତି ଗୋରା ହେବା ପାଇଁ ପୁଣି କ’ଣ କରିଦେଉଛନ୍ତି । କରିଥିବା ସମସ୍ତ ରୋଜଗାର ସମାପ୍ତ ହୋଇଯାଏ, ପୁଣି ରୋଜଗାର ମୂଳରୁ ଆରମ୍ଭ କରିବାକୁ ହୁଏ । ବାବାଙ୍କର ସାହାଯ୍ୟକାରୀ ହୋଇ ପୁଣି ହାରିଯାଇ ନାମ ବଦନାମ କରିଦିଅନ୍ତି । ଦୁଇଟି ଦଳ ଅଛନ୍ତି । ଦଳେ ହେଲେ ମାୟାର ଅନୁଗାମୀ ଆଉ ଦଳେ ହେଲେ ଈଶ୍ୱରଙ୍କର ଅନୁଗାମୀ । ତୁମେ ବାବାଙ୍କୁ ଭଲ ପାଉଛ । ଗାୟନ ମଧ୍ୟ ଅଛି ଯେ ବିନାଶ କାଳେ ବିପରୀତ ବୁଦ୍ଧି । ତୁମର ହେଉଛି ପ୍ରୀତି ବୁଦ୍ଧି । ତେବେ ତୁମକୁ କ’ଣ ବାବାଙ୍କର ନାମ ବଦନାମ କରିବାର ଅଛି କି? ତୁମର ତ’ ପ୍ରୀତି ବୁଦ୍ଧି, ପୁଣି ମାୟା ଠାରୁ କାହିଁକି ହାରିଯାଉଛ । ହାରି ଯାଇଥିବା ବ୍ୟକ୍ତିଙ୍କୁ ଦୁଃଖ ଲାଗେ । ବିଜୟୀ ଆତ୍ମାଙ୍କ ପାଇଁ ତାଳି ବଜାଇ ବାଃ-ବାଃ କରନ୍ତି । ତୁମେ ସନ୍ତାନମାନେ ଜାଣିଛ ଯେ ଆମେ ହେଉଛୁ ପହିଲ୍‌ବାନ । ଏବେ ମାୟାକୁ ନିଶ୍ଚୟ ଜିତିବାର ଅଛି । ବର୍ତ୍ତମାନ ବାବା କହୁଛନ୍ତି, ଦେହ ସହିତ ଯାହା କିଛି ଦେଖୁଛ, ତାହା ସବୁ ଭୂଲି ଯାଅ । କେବଳ ମୋତେ ସର୍ବଦା ମନେପକାଅ । ମାୟା ତୁମକୁ ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ କରିଦେଇଛି । ଏବେ ପୁଣି ସତ୍ତ୍ୱପ୍ରଧାନ ହେବାର ଅଛି । ମାୟାଜୀତ୍ ହୋଇ ଜଗତଜୀତ ହେବାର ଅଛି । ଏହା ହେଉଛି ହାରିବା ଆଉ ଜିତିବା, ସୁଖ ଆଉ ଦୁଃଖର ଖେଳ । ରାବଣ ରାଜ୍ୟରେ ହାରି ଯାଇଥାଆନ୍ତି । ଏବେ ବାବା ପୁଣି ମୂଲ୍ୟବାନ କରୁଛନ୍ତି । ବାବା ବୁଝାଉଛନ୍ତି ଯେ ଏକମାତ୍ର ଶିବବାବାଙ୍କର ଜୟନ୍ତୀ ହେଉଛି ମୂଲ୍ୟବାନ । ବର୍ତ୍ତମାନ ତୁମ ସନ୍ତାନମାନଙ୍କୁ ଲକ୍ଷ୍ମୀ-ନାରାୟଣ ପରି ହେବାର ଅଛି । ସେଠାରେ ଘରେ ଘରେ ଦୀପ ମାଳା ହୋଇଥାଏ, ସମସ୍ତଙ୍କର ଜ୍ୟୋତି ଜଳୁଥାଏ । ମେନ୍ ପାୱାର (ମୁଖ୍ୟ ଶକ୍ତି) ଦ୍ୱାରା ଜ୍ୟୋତି ଜଳିଥାଏ । ବାବା କେତେ ସହଜ ଉପାୟରେ ବୁଝାଉଛନ୍ତି । ବାବାଙ୍କ ବ୍ୟତୀତ ମିଠା-ମିଠା ଅତି ସ୍ନେହୀ ସନ୍ତାନ ବୋଲି କିଏ ସମ୍ବୋଧନ କରିପାରିବ । ଆତ୍ମିକ ପିତା ହିଁ କହୁଛନ୍ତି ଯେ ହେ ମୋର ମଧୁର ସ୍ନେହର ସନ୍ତାନମାନେ, ତୁମେ ଅଧାକଳ୍ପରୁ ଭକ୍ତି କରି ଆସିଛ । କେହି ଜଣେ ବି ଘରକୁ ଫେରି ପାରିବେ ନାହିଁ । ବାବା ହିଁ ଆସି ସମସ୍ତଙ୍କୁ ନେଇ ଯାଇଥାଆନ୍ତି ।

ତୁମେ ସଙ୍ଗମଯୁଗ ସମ୍ବନ୍ଧରେ ଭଲ ଭାବରେ ବୁଝାଇ ପାରିବ । ବାବା କିପରି ଆସି ସବୁ ଆତ୍ମାମାନଙ୍କୁ ନେଇ ଯାଇଥାଆନ୍ତି । ଏହି ଅବିନାଶୀ ନାଟକ ବିଷୟରେ ଦୁନିଆରେ କାହାକୁ ହେଲେ ଜଣା ନାହିଁ, ଏହା ହେଉଛି ଅବିନାଶୀ ଡ୍ରାମା । ଏହା ମଧ୍ୟ ତୁମେ ବୁଝୁଛ, ଆଉ କେହି କହି ପାରିବେ ନାହିଁ । ଯଦି କହିବେ ଯେ ଅବିନାଶୀ ନାଟକ, ତେବେ ପୁଣି ଡ୍ରାମାର ବର୍ଣ୍ଣନା କିପରି କରିବେ । ଏଇଠି ତୁମେ ୮୪ ଜନ୍ମର ଚକ୍ରକୁ ଜାଣୁଛ । ତୁମେ ପିଲାମାନେ ହିଁ ଜାଣିଛ, ତୁମକୁ ହିଁ ମନେପକାଇବାର ଅଛି । ବାବା କେତେ ସହଜ ଭାବେ ବୁଝାଉଛନ୍ତି । ତୁମେ ଭକ୍ତିମାର୍ଗରେ କେତେ ଭ୍ରମିତ ହେଉଥିଲ । ତୁମେ ସ୍ନାନ କରିବା ପାଇଁ କେତେ ଦୂର ସ୍ଥାନକୁ ଯାଉଥିଲ । କୁହନ୍ତି ଯେ ଗୋଟିଏ ହ୍ରଦ ଅଛି, ଯେଉଁଠି ବୁଡ ପକାଇଲେ ପରୀ ହୋଇଯାଆନ୍ତି । ଏବେ ତୁମେ ଜ୍ଞାନ ସାଗରରେ ବୁଡ ପକାଇ ପରିଜାଦା ଅର୍ଥାତ ସ୍ୱର୍ଗର ପରୀ ଭଳି ସୁନ୍ଦର ହୋଇଯାଉଛ । କେହି ଭଲ ଫେସନ କରିଥିଲେ କହନ୍ତି, ଇଏ ତ’ ପରୀ ଭଳି ଦିଶୁଛନ୍ତି । ଏବେ ତୁମେ ମଧ୍ୟ ରତ୍ନ ହେଉଛ । ବାକି ମନୁଷ୍ୟର ତ ଉଡିବାର ଡେଣା ଆଦି ହୋଇପାରିବ ନାହିଁ । ଏପରି କେହି ଉଡିପାରିବେ ନାହିଁ । ଉଡିଲାବାଲା ହେଉଛି ଆତ୍ମା । ଆତ୍ମାକୁ ରକେଟ୍ ମଧ୍ୟ କୁହନ୍ତି, ଆତ୍ମା କେତେ ଛୋଟ । ଯେତେବେଳେ ସବୁ ଆତ୍ମା ଯିବେ, ସେତେବେଳେ ତୁମ୍ଭମାନଙ୍କୁ ସାକ୍ଷାତ୍‌କାର ମଧ୍ୟ ହୋଇପାରେ । ବୁଦ୍ଧିରେ ବୁଝିପାରିବ - ତୁମେ ଏଠାରେ ବର୍ଣ୍ଣନା କରିପାରିବ, ଏପରି ହୋଇପାରେ ଯେ, ଯେପରି ବିନାଶକୁ ଦେଖିବ ସେହିପରି ଆତ୍ମାମାନେ ଦଳ-ଦଳ ହୋଇ କିପରି ଯାଉଛନ୍ତି, ତାହା ଦେଖି ପାରିବ । ହନୁମାନ, ଗଣେଶ ଆଦି ତ ସାକାରରେ ନାହାଁନ୍ତି । କିନ୍ତୁ ସେମାନଙ୍କୁ ତାଙ୍କର ଭାବନା ଅନୁସାରେ ସାକ୍ଷାତ୍‌କାର ହୋଇଯାଏ । ବାବା ତ ବିନ୍ଦୁ ସଦୃଶ ଅଟନ୍ତି, ତାଙ୍କର କ’ଣ ବର୍ଣ୍ଣନା କରିବା । କହନ୍ତି ମଧ୍ୟ ଏହା ଛୋଟ ତାରା ପରି ଅଟେ, ଯାହାକୁ ଏଇ ଆଖିରେ ଦେଖି ହୁଏ ନାହିଁ । ଶରୀର କେତେ ବଡ ଅଟେ, ଯାହା ଦ୍ୱାରା କର୍ମକରିବାର ଅଛି । ଆତ୍ମା କେତେ ଛୋଟ, ସେଥିରେ ୮୪ ଜନ୍ମର ଅଭିନୟ ନିଧାର୍ଯ୍ୟ ହୋଇ ରହିଛି । ଜଣେ ବି ଏପରି ମନୁଷ୍ୟ ନ ଥିବେ, ଯାହାଙ୍କ ବୁଦ୍ଧିରେ ଥିବ ଯେ ଆମେ ୮୪ ଜନ୍ମ କିପରି ନେଉଛୁ । ଆତ୍ମା ମଧ୍ୟରେ କିପରି ଅଭିନୟ ଭରା ହୋଇଛି । ଏହା ହେଉଛି ଚମତ୍କାର । ଆତ୍ମା ହିଁ ଶରୀର ନେଇ ଅଭିନୟ କରୁଛି । ତାହା ହେଉଛି ହଦର ନାଟକ, ଏହା ହେଉଛି ବେହଦର ନାଟକ । ବେହଦର ପିତା ନିଜେ ଆସି ନିଜର ପରିଚୟ ଦେଉଛନ୍ତି । ଉତ୍ତମ ସେବାଧାରୀ ସନ୍ତାନମାନେ ବିଚାର ସାଗର ମନ୍ଥନ କରୁଥା’ନ୍ତି ଯେ କାହାକୁ କିପରି ବୁଝାଇବେ । ତୁମେ ଜଣ-ଜଣଙ୍କ ପାଇଁ କେତେ ମୁଣ୍ଡ ପିଟୁଛ ଅର୍ଥାତ୍ ପରିଶ୍ରମ କରୁଛ । ତଥାପି ସେମାନେ କହୁଛନ୍ତି ଯେ ବାବା ଆମେ ବୁଝିପାରୁ ନାହୁଁ । ଯଦି କେହି ପଢୁ ନାହାଁନ୍ତି, ତେବେ ତାଙ୍କୁ ପଥର ବୁଦ୍ଧି ବୋଲି କୁହାଯାଏ । ତୁମେ ଦେଖୁଛ ଯେ ଏଠି ମଧ୍ୟ କେହି କେହି ୭ ଦିନରେ ହିଁ ବହୁତ ଖୁସିରେ ଆସି କୁହନ୍ତି ଯେ ବାବାଙ୍କ ପାଖକୁ ଯିବା । କେହି ତ’ କିଛି ବି ବୁଝନ୍ତି ନାହିଁ । ମନୁଷ୍ୟ ତ କେବଳ କହି ଦିଅନ୍ତି, ପଥର ବୁଦ୍ଧି, ପାରସ ବୁଦ୍ଧି, ଅର୍ଥ କିନ୍ତୁ ଜାଣନ୍ତି ନାହିଁ । ଆତ୍ମା ପବିତ୍ର ହେଲେ, ପାରସନାଥ ହୋଇଯାଏ । ପାରସନାଥଙ୍କର ମନ୍ଦିର ମଧ୍ୟ ରହିଛି । ସାରା ମନ୍ଦିର ସୁନାରେ ତିଆରି ହୁଏ ନାହିଁ । ଉପରେ କିଛି ସୁନା ଲଗାଇ ଦିଅନ୍ତି । ତୁମ୍ଭେମାନେ ଜାଣିଛ ଯେ ଆମକୁ ଭଗବାନ ମିଳିଛନ୍ତି, କଣ୍ଟାରୁ ଫୁଲ ହେବା ପାଇଁ ଉପାୟ ବତାଉଛନ୍ତି । ଗାୟନ ମଧ୍ୟ ଅଛି ନା ଆଲ୍ଲାଙ୍କ ବଗିଚା । ଆରମ୍ଭରେ ତୁମ ପାଖରେ ଜଣେ ମୁସଲମାନ ଥିଲେ ସେ ଧ୍ୟାନରେ ଯାଉଥିଲେ - କହୁଥିଲେ, ମୋତେ ଖୁଦା ଫୁଲ ଦେଲେ । ଠିଆ ହୋଇ-ହୋଇ ପଡି ଯାଉଥିଲେ, ଖୁଦାଙ୍କ ବଗିଚାର ସାକ୍ଷାତ୍‌କାର ହେଉଥିଲା । ତେବେ ଖୁଦାଙ୍କ ବଗିଚା ଖୁଦା ହିଁ ଦେଖାଇ ପାରିବେ ନା । ଆଉ କେହି କିପରି ଦେଖାଇବେ । ତୁମଙ୍କୁ ବୈକୁଣ୍ଠର ସାକ୍ଷାତକାର କରାଉଛନ୍ତି । ଖୁଦା ହିଁ ସେଠାକୁ ନେଇଯାଆନ୍ତି । ନିଜେ ତ ସେଠାରେ ରହନ୍ତି ନାହିଁ । ଖୁଦା ତ ଶାନ୍ତିଧାମରେ ରହନ୍ତି । ତୁମକୁ ବୈକୁଣ୍ଠର ମାଲିକ କରାଉଛନ୍ତି । କେତେ ଭଲ-ଭଲ କଥା ତୁମେ ଜାଣୁଛ ଶୁଣି ଖୁସି ଲାଗୁଛି । ମନ ମଧ୍ୟରେ ବହୁତ ଖୁସି ହେବା ଦରକାର ଯେ ଆମେ ସୁଖଧାମକୁ ଯାଉଛୁ । ସେଠାରେ ଦୁଃଖର କୌଣସି କଥା ନ ଥାଏ । ବାବା କହୁଛନ୍ତି ସୁଖଧାମ, ଶାନ୍ତିଧାମକୁ ମନେପକାଅ । ଘରକୁ କାହିଁକି ମନେ ନ ପକାଇବ । ଆତ୍ମା ନିଜ ଘରକୁ ଯିବା ପାଇଁ କେତେ ଚେଷ୍ଟା କରୁଛି । ଜପ-ତପ ଆଦି ବହୁତ ମେହେନତ କରୁଛନ୍ତି କିନ୍ତୁ କେହି ଯାଇପାରନ୍ତି ନାହିଁ । ସୃଷ୍ଟି ରୂପି ବୃକ୍ଷରୁ ଆତ୍ମାସବୁ କ୍ରମାନୁସାରେ ଆସୁଥା’ନ୍ତି, ପୁଣି ମଝିରେ କିପରି ଯାଇ ପାରିବେ । ଯେତେବେଳେ କି ବାବା ନିଜେ ହିଁ ଅଛନ୍ତି । ତୁମ ସନ୍ତାନମାନଙ୍କୁ ପ୍ରତିଦିନ ବୁଝାଉଛନ୍ତି, ଶାନ୍ତିଧାମ ଆଉ ସୁଖଧାମକୁ ମନେପକାଅ । ବାବାଙ୍କୁ ଭୂଲିଯିବା କାରଣରୁ ପୁନର୍ବାର ଦୁଃଖି ହୋଇଥାଆନ୍ତି । ମାୟାର ଦଣ୍ଡ ଭୋଗିବାକୁ ପଡିଥାଏ । ଏବେ ତ ଟିକେ ବି ଦଣ୍ଡଭୋଗ କରିବାର ନାହିଁ । ସବୁର ମୂଳ ହେଉଛି ଦେହ-ଅଭିମାନ ।

ତୁମେ ଏବେ ପର୍ଯ୍ୟନ୍ତ ଯେଉଁ ପିତାଙ୍କୁ ମନେ ପକାଉଥିଲ ଯେ, ହେ ପତିତ-ପାବନ ଆସ, ସେହି ପିତାଙ୍କ ଦ୍ୱାରା ତୁମେ ବର୍ତ୍ତମାନ ପାଠ ପଢୁଛ । ବାବା ତୁମର ଆଜ୍ଞାକାରୀ ସେବକ ସହ ଶିକ୍ଷକ ମଧ୍ୟ ଅଟନ୍ତି । ଆଜ୍ଞାକାରୀ ସେବକ ପିତା ମଧ୍ୟ ଅଟନ୍ତି । ବଡ ଲୋକମାନେ ସର୍ବଦା ତଳେ ଦସ୍ତଖତ କଲାବେଳେ ଲେଖନ୍ତି, ଆଜ୍ଞାକାରୀ ସେବକ । ବାବା କହୁଛନ୍ତି, ଦେଖ ମୁଁ କିପରି ତୁମ୍ଭମାନଙ୍କୁ ବସି ବୁଝାଉଛି । ସୁପୁତ୍ରମାନଙ୍କ ପ୍ରତି ବାବାଙ୍କର ସ୍ନେହ ରହିଥାଏ, ଯିଏ କୁପୁତ୍ର ହୋଇଥାଆନ୍ତି ଅର୍ଥାତ୍ ବାବାଙ୍କର ହୋଇ ପୁଣି ବିଶ୍ୱାସଘାତକ ହୋଇଯାଆନ୍ତି, ବିକାରୀ ହୋଇଯାଆନ୍ତି, ବାବା କହୁଛନ୍ତି ଏପରି ସନ୍ତାନ ତ’ ଜନ୍ମ ହୋଇ ନ ଥିଲେ ଭଲ ହୋଇଥାଆନ୍ତା । ଜଣଙ୍କ ଯୋଗୁଁ କେତେ ନାମ ବଦନାମ ହୋଇଯାଇଥାଏ । ବହୁତଙ୍କୁ ଅସୁବିଧା ହୋଇଯାଇଥାଏ । ଏଠାରେ ତୁମେ କେତେ ଶ୍ରେଷ୍ଠ କର୍ମ କରୁଛ । ବିଶ୍ୱର ଉଦ୍ଧାର କରୁଛ, କିନ୍ତୁ ତୁମକୁ ୩ ପାଦ ପୃଥିବୀ ମଧ୍ୟ ମିଳୁ ନାହିଁ । ତୁମେମାନେ ତ’ କାହାର ଘରଦ୍ୱାର ଛଡାଉ ନାହଁ । ତୁମ୍ଭେମାନେ ରାଜାମାନଙ୍କୁ ମଧ୍ୟ କହୁଛ ଯେ ତୁମେ ପୂଜ୍ୟ ଡବଲ ମୁକୁଟଧାରୀ ଥିଲ, ଏବେ ପୂଜାରୀ ହୋଇ ଯାଇଛ । ଏବେ ବାବା ପୁନର୍ବାର ପୂଜ୍ୟ କରାଉଛନ୍ତି, ତେଣୁ ପୁରୁଷାର୍ଥ କରି ପୂଜ୍ୟ ହେବା ଉଚିତ୍ ନା । ଆଉ ଅଳ୍ପ ସମୟ ଅଛି । ମୁଁ ଏଇଠି କାହା ଠାରୁ ଲକ୍ଷେ ଟଙ୍କା ନେଇ କ’ଣ କରିବି । ଗରିବମାନଙ୍କୁ ରାଜ ପଦ ମିଳିବାର ଅଛି । ବାବା ତ’ ଗରିବର ବନ୍ଧୁ ଅଟନ୍ତି ନା । ବାବାଙ୍କୁ ଗରିବର ବନ୍ଧୁ କାହିଁକି କହନ୍ତି, ତାହା ତୁମେ ଅର୍ଥ ସହିତ ଜାଣୁଛ । ଭାରତ ମଧ୍ୟ କେତେ ଗରିବ ଅଟେ, ସେଥିରେ ମଧ୍ୟ ତୁମେ ମାତାମାନେ ଅଧିକ ଗରିବ ଅଟ । ସାହୁକାରମାନେ ଏହି ଜ୍ଞାନକୁ ଧାରଣ କରି ପାରିବେ ନାହିଁ । ଗରିବ ଅବଳାମାନେ କେତେ ଆସୁଛନ୍ତି, ସେମାନଙ୍କ ଉପରେ ଅତ୍ୟାଚାର ହେଉଛି । ବାବା କହୁଛନ୍ତି, ମାତାମାନଙ୍କୁ ଆଗକୁ ବଢାଇବାର ଅଛି । ପ୍ରଭାତ ଫେରିରେ ମଧ୍ୟ ଆଗରେ ମାତାମାନେ ରୁହନ୍ତୁ । ତୁମର ବ୍ୟାଚ୍ ମଧ୍ୟ ଫାଷ୍ଟକ୍ଲାସ୍ ଅଟେ । ଏହି ଟ୍ରାନ୍ସଲାଇଟର ଚିତ୍ର ସମ୍ମୁଖରେ ରହିବା ଦରକାର । ସମସ୍ତଙ୍କୁ ଶୁଣାଅ ଯେ ଦୁନିଆ ବଦଳିବାକୁ ଯାଉଛି । କଳ୍ପପୂର୍ବ ସଦୃଶ ବାବାଙ୍କ ଠାରୁ ସମ୍ପତ୍ତି ମିଳୁଛି । ସେବା କିପରି ଠିକ୍ ରୂପେ ହୋଇପାରିବ ପିଲାମାନଙ୍କୁ ଏ ବିଷୟରେ ବିଚାର ସାଗର ମନ୍ଥନ କରିବାକୁ ହେବ । ସମୟ ତ’ ଲାଗିବ ନା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କ ସହିତ ସମ୍ପୂର୍ଣ୍ଣ ସ୍ନେହ ରଖି ସହଯୋଗୀ ହେବାର ଅଛି । ମାୟା ଠାରୁ ହାରି ଯାଇ କେବେ ବି ବାବାଙ୍କର ନାମକୁ ବଦନାମ କରିବାର ନାହିଁ । ପୁରୁଷାର୍ଥ କରି ଦେହ ସହିତ ଯାହା କିଛି ଆଖିକୁ ଦେଖାଯାଉଛି, ସେଗୁଡିକୁ ଭୁଲି ଯିବାର ଅଛି ।

(୨) ମନ ଭିତରେ ଖୁସି ରହୁ ଯେ ଏବେ ଆମେ ଶାନ୍ତିଧାମ, ସୁଖଧାମକୁ ଯାଉଛୁ । ବାବା ଆମର ଆଜ୍ଞାକାରୀ ଶିକ୍ଷକ ହୋଇ ଆମକୁ ଘରକୁ ନେଇ ଯିବା ପାଇଁ ଯୋଗ୍ୟ କରୁଛନ୍ତି । ତେଣୁ ଆମକୁ ଯୋଗ୍ୟ, ସୁପୁତ୍ର ହେବାର ଅଛି, କୁପୁତ୍ର ନୁହେଁ ।

ବରଦାନ:-
ପ୍ରତ୍ୟେକ ସଂକଳ୍ପ, ସମୟ, ବୃତ୍ତି ଏବଂ କର୍ମ ଦ୍ୱାରା ସେବା କରୁଥିବା ନିରନ୍ତର ସେବାଧାରୀ ହୁଅ ।

ଯେପରି ବାବା ସମସ୍ତଙ୍କୁ ଅତିପ୍ରିୟ ଲାଗୁଛନ୍ତି, ବାବାଙ୍କ ବିନା ଜୀବନ ନାହିଁ, ସେହିପରି ସେବା ବିନା ମଧ୍ୟ ଜୀବନ ନାହିଁ । ତେଣୁ ନିରନ୍ତର ଯୋଗୀ ହେବା ସହିତ ନିରନ୍ତର ସେବାଧାରୀ ମଧ୍ୟ ହୁଅ । ଶୋଇଥିବା ଅବସ୍ଥାରେ ମଧ୍ୟ ସେବା ହେଉଥିବ । ଶୋଇବା ସମୟରେ ଯଦି କେହି ତୁମକୁ ଦେଖିବ ତେବେ ତୁମର ଚେହେରାରୁ ଶାନ୍ତିର, ଆନନ୍ଦର ପ୍ରକମ୍ପନର ଅନୁଭବ କରୁଥିବ । ନିଜର ପ୍ରତ୍ୟେକ କର୍ମେନ୍ଦ୍ରିୟ ଦ୍ୱାରା ବାବାଙ୍କୁ ମନେ ପକାଇବାର ସ୍ମୃତି ଦେବାର ସେବା କରିଚାଲ । ନିଜର ଶକ୍ତିଶାଳୀ ବୃତ୍ତି ଦ୍ୱାରା ମଧ୍ୟ ପବିତ୍ର ପ୍ରକମ୍ପନ ବିଚ୍ଛୁରିତ କରିଚାଲ । କର୍ମ ଦ୍ୱାରା କର୍ମଯୋଗୀ ହୋଇ ବରଦାନ ଦେଇଚାଲ, ପ୍ରତିପାଦରେ ପଦ୍ମର ରୋଜଗାର ଜମା କରିଚାଲ, ତେବେ କୁହାଯିବ ନିରନ୍ତର ସେବାଧାରୀ ଅର୍ଥାତ୍ ସର୍ଭିର୍ସେବୁଲ୍ ।

ସ୍ଲୋଗାନ:-
ନିଜର ଆତ୍ମିକ ବ୍ୟକ୍ତିତ୍ୱକୁ ଯଦି ସର୍ବଦା ସ୍ମୃତିରେ ରଖିବ ତେବେ ମାୟାଜୀତ୍ ହୋଇଯିବ ।


ଅବ୍ୟକ୍ତ ଈଶାରା:- ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।

ଯେପରି ବାଣୀ ଦ୍ୱାରା ସେବା କରିବାର ଅଭ୍ୟାସ କରି କରି ବାଣୀରେ ଶକ୍ତିଶାଳୀ ହୋଇଯାଇଛ, ସେହିଭଳି ଶାନ୍ତିର, ଶକ୍ତିର ମଧ୍ୟ ଅଭ୍ୟାସୀ ହୋଇଚାଲ । ଆଗକୁ ଗଲେ ବାଣୀ ଦ୍ୱାରା ବା କୌଣସି ସ୍ତୂଳ ସାଧନଗୁଡିକ ଦ୍ୱାରା ସେବା କରିବା ପାଇଁ ସମୟ ମିଳିବ ନାହିଁ । ଏହିଭଳି ସମୟରେ ଶାନ୍ତିର, ଶକ୍ତିର ସାଧନ ଆବଶ୍ୟକ ହେବ, କାହିଁକି ନା ଯିଏ ଯେତିକି ମହାନ ଶକ୍ତିଶାଳୀ ହୋଇଥାଏ ସେ ସେତିକି ଅତି ସୂକ୍ଷ୍ମ ହୋଇଥାଏ । ତେଣୁ ବାଣୀଠାରୁ ଶୁଦ୍ଧ ସଂକଳ୍ପ ସୂକ୍ଷ୍ମ ଅଟେ, ସେଥିପାଇଁ ସୂକ୍ଷ୍ମର ପ୍ରଭାବ ଅଧିକ ଶକ୍ତିଶାଳୀ ହେବ ।