23.11.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସଙ୍ଗମଯୁଗରେ ତୁମମାନଙ୍କୁ ବାବାଙ୍କ ଦ୍ୱାରା ଭଲ ବୁଦ୍ଧି ଏବଂ ଶ୍ରେଷ୍ଠ ମତ ମିଳୁଛି, ଯାହାଦ୍ୱାରା ତୁମେମାନେ ବ୍ରାହ୍ମଣରୁ ଦେବତା ହୋଇଯାଉଛ ।”

ପ୍ରଶ୍ନ:-
ତୁମେ ପିଲାମାନେ କେଉଁ ମସ୍ତିରେ ଅର୍ଥାତ୍ ନିଶାରେ ରହିଲେ ତୁମର ଚାଲି-ଚଳଣ ବହୁତ ରାଜକୀୟ ହୋଇଯିବ?

ଉତ୍ତର:-
ତୁମମାନଙ୍କୁ ଜ୍ଞାନର ମସ୍ତି ଚଢ଼ି ରହିବା ଦରକାର । ଓହୋ! ମୁଁ ଭଗବାନଙ୍କ ସମ୍ମୁଖରେ ବସିଛି । ମୁଁ ଏଠାରୁ ଯାଇ ବିଶ୍ୱର ମାଲିକ, ମୁକୁଟଧାରୀ ରାଜକୁମାର ହେବି । ଯେତେବେଳେ ଏହିଭଳି ନିଶା ରହିବ, ସେତେବେଳେ ତୁମର ଚାଲି-ଚଳଣ ସ୍ୱତଃ ରାଜକୀୟ ହୋଇଯିବ । ତୁମ ମୁଖରୁ ବହୁତ ମିଠା ଶବ୍ଦ ବାହାରିବ । ପରସ୍ପର ମଧ୍ୟରେ ବହୁତ ସ୍ନେହ ରହିବ ।

ଗୀତ:-
ମହଫିଲ୍ ମେଁ ଜଲ୍ ଉଠି ଶମା...

ଓମ୍ ଶାନ୍ତି ।
ମିଠା ମିଠା ପିଲାମାନେ, ରୁହାନୀ ପିଲାମାନେ ଆସି ବ୍ରାହ୍ମଣ ହୋଇ ରୁହାନୀ ବାବାଙ୍କଠାରୁ ଏକଥା ନିଶ୍ଚିତ ବୁଝିଛନ୍ତି ଯେ ଆମେମାନେ ହେଉଛୁ ସଙ୍ଗମଯୁଗୀ ବ୍ରାହ୍ମଣ । ବାବା ଆମ ବୁଦ୍ଧିର ତାଲା ଖୋଲିଛନ୍ତି । ଏବେ ଆମେ ବୁଝୁଛୁ ଯେ ଏହା ହେଉଛି ସଙ୍ଗମଯୁଗ । ଯେଉଁ ମନୁଷ୍ୟମାନେ ପତିତ ଭ୍ରଷ୍ଟାଚାରୀ ହୋଇଯାଇଛନ୍ତି, ସେହିମାନେ ପୁଣି ପବିତ୍ର ହୋଇ ଭବିଷ୍ୟତରେ ପବିତ୍ର ଶ୍ରେଷ୍ଠାଚାରୀ ପୁରୁଷୋତ୍ତମ ବୋଲାଇବେ । ଏହି ଲକ୍ଷ୍ମୀ-ନାରାୟଣ କେବେ ତ’ ପୁରୁଷାର୍ଥ କରି ପୁରୁଷୋତ୍ତମ ହୋଇଛନ୍ତି ନା । ଏହାଙ୍କର ଇତିହାସ ନିଶ୍ଚୟ ରହିବା ଦରକାର । ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ କେବେ ସ୍ଥାପନ ହୋଇଥିଲା? ନା କଳିଯୁଗରେ, ନା ସତ୍ୟଯୁଗରେ । ସ୍ୱର୍ଗ ସଙ୍ଗମଯୁଗରେ ହିଁ ସ୍ଥାପନ ହୋଇଥାଏ । ଏତେ ବିସ୍ତାରକୁ କେହି ଯାଉନାହାଁନ୍ତି । ତୁମେମାନେ ଜାଣିଛ ଯେ ଏହା ହେଉଛି ସଙ୍ଗମଯୁଗ । କଳିଯୁଗ ପରେ ସତ୍ୟଯୁଗ ନୂଆ ଦୁନିଆ ହୋଇଥାଏ, ତେବେ ନିଶ୍ଚିତ ମଝିରେ ସଙ୍ଗମଯୁଗ ମଧ୍ୟ ଥିବ । ପୁଣି ନୂଆ ଦୁନିଆରେ ନୂଆ ରାଜ୍ୟ ହେବ । ବୁଦ୍ଧି ଖେଳାଇବା ଦରକାର । ତୁମେମାନେ ଜାଣିଛ ଯେ ବାବାଙ୍କ ଦ୍ୱାରା ଆମକୁ ଭଲ ବୁଦ୍ଧି ଏବଂ ଶ୍ରୀମତ ମିଳୁଛି । କହିଥା’ନ୍ତି ହେ ଈଶ୍ୱର ଏହାଙ୍କୁ ସର୍ବଦା ସୁମତ ଅଥବା ଭଲ ମତ ଦିଅ । ସିଏ ସାରା ଦୁନିଆର ପିତା ଅଟନ୍ତି । ସିଏ ସମସ୍ତଙ୍କୁ ଭଲ ମତ ଦେଇଥା’ନ୍ତି । ବାବା ସଙ୍ଗମଯୁଗରେ ଆସି ନିଜର ପିଲାମାନଙ୍କୁ ଭଲ ମତ ଦେଇଥା’ନ୍ତି । ଯାହାକୁ ପାଣ୍ଡବ ସମ୍ପ୍ରଦାୟ ଏବଂ ଦୈବୀ ସମ୍ପ୍ରଦାୟ ବୋଲି ଶାସ୍ତ୍ରରେ ଲେଖାଯାଇଛି । ବ୍ରାହ୍ମଣ ସମ୍ପ୍ରଦାୟ ଏବଂ ଦୈବୀ ସମ୍ପ୍ରଦାୟକୁ ମଧ୍ୟ କେହି ବୁଝିପାରୁନାହାନ୍ତି । ବ୍ରହ୍ମାଙ୍କ ଦ୍ୱାରା ହିଁ ବ୍ରାହ୍ମଣ ସମ୍ପ୍ରଦାୟ ତିଆରି ହୋଇପାରିବ । ପରମପିତା ପରମାତ୍ମା ହିଁ ବ୍ରହ୍ମାଙ୍କ ଦ୍ୱାରା ଏହି ରଚନା କରୁଛନ୍ତି । ପ୍ରଜାପିତା ଅଛନ୍ତି ସେଇଥିପାଇଁ ତ ଏତେ ସବୁ ବ୍ରହ୍ମାକୁମାର ଏବଂ ବ୍ରହ୍ମାକୁମାରୀମାନେ ଅଛନ୍ତି । ଯେ ପର୍ଯ୍ୟନ୍ତ କେହି ଆସି ତୁମ ବ୍ରାହ୍ମଣମାନଙ୍କ ଦ୍ୱାରା ଜ୍ଞାନ ନ ନେଇଛନ୍ତି ସେ ପର୍ଯ୍ୟନ୍ତ ସଦ୍‌ଗତି କିପରି ହୋଇପାରିବ । ତୁମ ପାଖକୁ ବହୁତ ଆସିବେ । ସନ୍ନ୍ୟାସୀ ବି ଆସିବେ ଏବଂ ଅନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ଆସିବେ, ବାବାଙ୍କଠାରୁ ବର୍ସା ନେବା ପାଇଁ । ସ୍ୱର୍ଗରେ ସେମାନଙ୍କର ପାର୍ଟ ନାହିଁ କିନ୍ତୁ ସନ୍ଦେଶ ସମସ୍ତଙ୍କୁ ଦେବାକୁ ହେବ ଯେ ବାବା ଆସିଛନ୍ତି । ବର୍ତ୍ତମାନ ସମୟରେ ହିନ୍ଦୁ ବୋଲାଉଥିବା କୌଣସି ଆତ୍ମା ବି ଦେବୀ-ଦେବତା ଧର୍ମକୁ ଜାଣିନାହାନ୍ତି । ଯେଉଁମାନେ ପ୍ରଥମେ ସତ୍ତ୍ୱପ୍ରଧାନ ଥିଲେ, ସେମାନେ ପୁଣି ତମୋଗୁଣୀ ହୋଇଯାଇଥିବା କାରଣରୁ ନିଜକୁ ଦେବୀ ଦେବତା କହିପାରିବେ ନାହିଁ । ତୁମେମାନେ ଜାଣିଛ, ରାବଣର ରାଜ୍ୟ ମଧ୍ୟ ଏହିଠାରେ ହେଉଛି ଏବଂ ପରମପିତା ପରମାତ୍ମା ଯାହାକୁ ରାମ ବୋଲି ମଧ୍ୟ କହୁଛନ୍ତି, ତାଙ୍କର ଜନ୍ମ ମଧ୍ୟ ଏହିଠାରେ ହିଁ ହେଉଛି, ଗାୟନ ବି କରୁଛନ୍ତି ପତିତ ପାବନ ସୀତାରାମ । କିନ୍ତୁ ପତିତ କିଏ କରାଇଲା, ରାବଣ କିଏ, କାହିଁକି ପତିତ ପାବନ ବାବାଙ୍କୁ ଡାକୁଛନ୍ତି? ଏକଥା କେହି ବି ଜାଣିନାହାଁନ୍ତି । ଏକଥା କେହି ବୁଝୁନାହାନ୍ତି ଯେ ଆମ ଭିତରେ ଯେଉଁ ୫ ବିକାର ରହିଛି, ସିଏ ହିଁ ରାବଣ ଅଟେ । ଯାହାଙ୍କ ପାଖରେ ୫ ବିକାର ନାହିଁ ସିଏ ରାମ ସମ୍ପ୍ରଦାୟର ଅଟନ୍ତି । ଏବେ ରାମରାଜ୍ୟ ନାହିଁ ସେଥିପାଇଁ ସମସ୍ତେ ଚାହୁଁଛନ୍ତି ଯେ ନୂଆ ଦୁନିଆ, ନୂଆ ପବିତ୍ର ରାଜ୍ୟ ଦରକାର । ରାମ ଶିବବାବାଙ୍କୁ କୁହାଯାଉଛି, କିନ୍ତୁ ସେମାନେ ରାମଙ୍କୁ ପରମାତ୍ମା ବୋଲି ଭାବିନେଇଛନ୍ତି, ସେଥିପାଇଁ ଶିବବାବାଙ୍କୁ ଭୁଲିଯାଇଛନ୍ତି । ତୁମେ ସେମାନଙ୍କୁ ବୁଝାଇପାରିବ ଯେ ରାମରାଜ୍ୟ କାହାକୁ କୁହାଯାଉଛି । ଶାସ୍ତ୍ରରେ ଲେଖିଦେଇଛନ୍ତି ଯେ ରାମଙ୍କର ସୀତା ଚୋରି ହୋଇଗଲା, ଏପରି କ’ଣ ହୋଇପାରିବ କି ରାଜାଙ୍କର ରାଣୀଙ୍କୁ କେହି ଚୋରାଇନେବ । ଶାସ୍ତ୍ର ମଧ୍ୟ ଅନେକ ରହିଛି । ମୁଖ୍ୟ ଶାସ୍ତ୍ର ହେଉଛି ଗୀତା । ଶାସ୍ତ୍ରରେ ଲେଖାଯାଇଛି ଯେ ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ, ଦେବତା, କ୍ଷତ୍ରିୟ ଧର୍ମର ସ୍ଥାପନା କରିଥାନ୍ତି । ତେଣୁ ପ୍ରଜାପିତା ମଧ୍ୟ ଏହିଠାରେ ରହିବା ଦରକାର । ବ୍ରହ୍ମାଙ୍କର ଏତେ ଢ଼େର ସନ୍ତାନ ଅଛନ୍ତି, ତେବେ ଏମାନଙ୍କୁ ମୁଖ ବଂଶାବଳୀ କୁହାଯିବ, ଏତେ ସବୁ କୁଖବଂଶାବଳୀ ହୋଇପାରିବେ ନାହିଁ । ଯେବେ କି ସରସ୍ୱତୀ ମଧ୍ୟ ମୁଖ ବଂଶାବଳୀ ଅଟନ୍ତି, ତେଣୁ ସିଏ ବ୍ରହ୍ମାଙ୍କର ସ୍ତ୍ରୀ ହୋଇପାରିବେ ନାହିଁ । ଏବେ ବାବା କହୁଛନ୍ତି - ବ୍ରହ୍ମାଙ୍କ ମୁଖ ଦ୍ୱାରା ତୁମେମାନେ ବ୍ରାହ୍ମଣ ହେଉଛ, ମୋର ସନ୍ତାନ ହେଉଛ । ତୁମେ ସନ୍ତାନମାନେ ଜାଣିଛ ଯେ ଶିବବାବାଙ୍କର କେତେ ମହିମା ରହିଛି । ବାବା ପତିତ ପାବନ, ମୁକ୍ତିଦାତା ମଧ୍ୟ ଅଟନ୍ତି । ଏସବୁ ଗାୟନ ମଧ୍ୟ କରୁଛନ୍ତି କିନ୍ତୁ ବୁଝୁନାହାଁନ୍ତି, ସେଥିପାଇଁ ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ ଯେ ସିଏ ପତିତ ପାବନ, ଗୀତାର ଭଗବାନ ମଧ୍ୟ ଅଟନ୍ତି । ନିରାକାର ଶିବବାବା ଅଟନ୍ତି, ତେଣୁ ନିଶ୍ଚୟ ସିଏ ଆସି ଜ୍ଞାନ ଶୁଣାଇଥିବେ । ତେବେ ଯେଉଁ ଶରୀର ଦ୍ୱାରା ଜ୍ଞାନ ଶୁଣାଉଛନ୍ତି ତାଙ୍କର ନାମ ରଖିଛନ୍ତି ବ୍ରହ୍ମା । ନଚେତ୍ ବ୍ରହ୍ମା କେଉଁଠାରୁ ଆସିବେ । ବ୍ରହ୍ମାଙ୍କର ପିତା କିଏ? ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର ରଚୟିତା କିଏ? ଏସବୁ ହେଉଛି ଗୁହ୍ୟ ପ୍ରଶ୍ନ । ତ୍ରିମୂର୍ତ୍ତି ଦେବତା ତ’ କହୁଛନ୍ତି କିନ୍ତୁ ଇଏ କେଉଁଠାରୁ ଆସିଲେ । ଏବେ ବାବା ବୁଝାଉଛନ୍ତି, ଏହାଙ୍କର ମଧ୍ୟ ରଚୟିତା ସର୍ବୋଚ୍ଚ ଭଗବାନ ହିଁ ଅଟନ୍ତି, ଯାହାଙ୍କୁ ଶିବ କହୁଛନ୍ତି । ଏହି ତିନି ଦେବତାଙ୍କର ଲାଇଟ୍‌ର ଶରୀର ରହିଛି, ଏହାଙ୍କର ହାଡ ମାଂସ ନାହିଁ କିନ୍ତୁ ମୋଟା ବୁଦ୍ଧିଯୁକ୍ତ ବୋକା ଲୋକମାନେ ଏକଥା ବୁଝିପାରିବେ ନାହିଁ । ଏହା ଉପରେ ବୁଝାଇବାକୁ ହେବ - ସର୍ବୋଚ୍ଚ ଭଗବାନ ଅଟନ୍ତି । ସିଏ ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର ବର୍ସା ଦେଉଛନ୍ତି । ଗାୟନ ମଧ୍ୟ କରୁଛନ୍ତି ମନୁଷ୍ୟ ସେ ଦେବତା କିୟେ... ପୁଣି ଦେଖାଉଛନ୍ତି ଯେ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ । କେବେ କ’ଣ ନାଭିରୁ ପିଲା ଜନ୍ମ ହୋଇଥାଏ? ଏବେ ବାବା ଆସି ସବୁର ରହସ୍ୟ ବୁଝାଉଛନ୍ତି । କିନ୍ତୁ ଏକଥା କେହି ବୁଝିଲେ ତ ହେବ ନା ।

ତୁମେମାନେ ଜାଣିଛ ଯେ ଆତ୍ମାକୁ ହିଁ ପାପ ଆତ୍ମା, ପୁଣ୍ୟ ଆତ୍ମା କୁହାଯାଉଛି । ଏପରି ନୁହେଁ କି ପବିତ୍ର ଆତ୍ମାମାନେ ହିଁ ପରମାତ୍ମା । ପରମାତ୍ମା ପିତା ତ’ ସର୍ବଦା ପବିତ୍ର ଅଟନ୍ତି । ତମୋପ୍ରଧାନକୁ ପତିତ କୁହାଯାଇଥାଏ । ସତ୍ୟଯୁଗରେ ଯେତେବେଳେ ସୁଖ ଥିଲା ସେତେବେଳେ ଦୁଃଖର ନାମ ବି ନ ଥିଲା । ମନୁଷ୍ୟମାନେ ତ’ କହିଦେଉଛନ୍ତି ଯେ ବର୍ତ୍ତମାନ ହିଁ ସ୍ୱର୍ଗ ରହିଛି । କିଛି ବି ବୁଝୁନାହାନ୍ତି କିନ୍ତୁ ଅନ୍ତିମ ସମୟରେ ଆସି ବାବାଙ୍କଠାରୁ ବର୍ସା ନେବେ । ତୁମେ ସନ୍ତାନମାନେ ହିଁ ଜାଣିଛ ଯେ ଆମେ ନିଜର ରାଜଧାନୀ ସ୍ଥାପନ କରୁଛୁ । ବିଶ୍ୱର ମାଲିକ ଆଉ କେହି ହୋଇପାରିବେ ନାହିଁ । ସାରା ବିଶ୍ୱ ଉପରେ ରାଜତ୍ୱ ସତ୍ୟଯୁଗରେ ହୋଇଥାଏ । କଳିଯୁଗରେ ସାରା ବିଶ୍ୱ ଉପରେ କେହି ରାଜତ୍ୱ କରିପାରିବେ ନାହିଁ । ଏକଥା ବି କେହି ଜାଣିନାହାଁନ୍ତି । ଗୀତାରେ ମଧ୍ୟ ଅଛି ଯେ ମହାଭାରତ ଲଢ଼େଇ ଲାଗିଥିଲା ସେତେବେଳେ ହିଁ ସବୁ ଧର୍ମ ବିନାଶ ହୋଇଯାଇଥିଲା । ଯେପରି ବାଉଁଶ ଶୁଖିଗଲା ପରେ ପରସ୍ପର ମଧ୍ୟରେ ଘସି ହୋଇ ନିଆଁ ଲାଗିଯାଇଥାଏ ଏବଂ ସେଥିରେ ସାରା ଜଙ୍ଗଲ ଜଳିଯାଇଥାଏ । ସେହିପରି ଏହି ମନୁଷ୍ୟ ସୃଷ୍ଟିରୂପୀ ବୃକ୍ଷର ମଧ୍ୟ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଗଲାଣି । ଏହାକୁ ମଧ୍ୟ ଏବେ ନିଆଁ ଲାଗିଯିବ, ପରସ୍ପର ମଧ୍ୟରେ ଲଢ଼େଇ କରି ସମସ୍ତେ ସମାପ୍ତ ହୋଇଯିବେ । ବାରୁଦର ଜିନିଷ ସବୁ ତିଆରି କରିଚାଲିଛନ୍ତି । ଏବେ ପରମାଣୁ ବୋମା ଦ୍ୱାରା ନିଆଁ ଲାଗିବ, ଏହି ରହସ୍ୟ ସେମାନେ ଜାଣିନାହାଁନ୍ତି । ଏବେ କଳିଯୁଗ ନର୍କ ପରିବର୍ତ୍ତିତ ହୋଇ ସ୍ୱର୍ଗ ହେବାର ଅଛି । ଏହି ଜ୍ଞାନରେ ବହୁତ ମସ୍ତି ରହିବା ଦରକାର । ନିଜକୁ ଦେଖିବାକୁ ହେବ ଯେ ଆମେମାନେ ସେହି ମସ୍ତି ଅଥବା ନିଶାରେ ରହୁଛୁ? ଆମେ ପରମାତ୍ମାଙ୍କର ସନ୍ତାନ ଅଟୁ, ତାଙ୍କଠାରୁ ସ୍ୱର୍ଗର ବର୍ସା ପାଉଛୁ । ପରସ୍ପର ସହିତ କଥାବାର୍ତ୍ତାରେ ମଧ୍ୟ ରାଜକୀୟତା ରହିବା ଦରକାର । ଏହିଠାରୁ ସବୁକିଛି ଶିଖିବାକୁ ହେବ । ପରେ ସେହି ସଂସ୍କାର ନେଇକରି ଯିବ । ଅତି ମିଠା ହେବାକୁ ପଡିବ, ବହୁତ ନିଶା ରହିବା ଦରକାର । ଆମେ ଶିବବାବାଙ୍କର ସନ୍ତାନ ଅଟୁ । ଦେବତା ପଦ ପାଇବୁ, ତେଣୁ ପରସ୍ପର ସହିତ କେତେ ସ୍ନେହରେ କଥାବାର୍ତ୍ତା ହେବା ଦରକାର । କିନ୍ତୁ ପିଲାମାନଙ୍କ ମୁଖରୁ ମିଠା କଥା ବାହାରୁନାହିଁ । ତୁମେମାନେ କେତେ ଶ୍ରେଷ୍ଠ ଅଟ । ତୁମର ଏହି କଥା ମନେ ରହିବା ଉଚିତ୍ ଯେ ଆମେ ଶିବବାବାଙ୍କର ସନ୍ତାନ ଅଟୁ ପୁଣି ସତ୍ୟଯୁଗରେ ମହାରାଜା ହେବୁ ଅର୍ଥାତ୍ ଆମେ ବିଶ୍ୱର ମୁକୁଟଧାରୀ ରାଜକୁମାର ହେବୁ ।

ତୁମମାନଙ୍କର ଆନ୍ତରିକ ଖୁସି ରହିବା ଦରକାର ଯେ ଆମେ ପରମାତ୍ମାଙ୍କର ସମ୍ମୁଖରେ ବସିଛୁ, ଯାହାଙ୍କଠାରୁ ସ୍ୱର୍ଗର ବର୍ସା ମିଳୁଛି, ତାଙ୍କର ଶ୍ରୀମତରେ ଚାଲିବାକୁ ହେବ । ତୁମେମାନେ ଜାଣିଛ ଯେ ଆମର ରାଜଧାନୀ ସ୍ଥାପନ ହେଉଛି । ରାଜଧାନୀରେ ସବୁ ଦରକାର । କିନ୍ତୁ ତୁମମାନଙ୍କ ମୁଖରୁ ସର୍ବଦା ରତ୍ନ ବାହାରିବା ଉଚିତ୍ । ବାବା ରୂପ ବି ଅଟନ୍ତି ତ’ ବସନ୍ତ ବି ଅଟନ୍ତି । ସବୁ କାହାଣୀ ବର୍ତ୍ତମାନ ସମୟର ହିଁ ଅଟେ । ବାବା ହେଉଛନ୍ତି ଜ୍ଞାନର ସାଗର । ସିଏ ଜ୍ଞାନର ବର୍ଷା କରୁଛନ୍ତି । ବାକି ଇନ୍ଦ୍ର ଦେବତା ବର୍ଷା କରୁଛନ୍ତି, ଏପରି କୌଣସି କଥା ନୁହେଁ । ଏହି ବାଦଲ ପ୍ରକୃତିରୁ ତିଆରି ହୋଇଥାଏ, ସ୍ୱତଃ ବର୍ଷା କରିଥାଏ । ସତ୍ୟଯୁଗରେ ଏହି ୫ ତତ୍ତ୍ୱ ମଧ୍ୟ ତୁମର ଗୋଲାମ ହୋଇଯାଇଥାନ୍ତି ଆଉ ଏଠାରେ ମନୁଷ୍ୟମାନେ ସମସ୍ତଙ୍କର ଗୁଲାମ ହୋଇଯାଇଛନ୍ତି । ଏଠାରେ ପ୍ରତ୍ୟେକ କଥାରେ ମେହନତ କରିବାକୁ ପଡିଥାଏ । ସେଠାରେ ସବୁ କଥା ସ୍ୱତଃ ହୋଇଯାଇଥାଏ । ତେଣୁ ପିଲାମାନଙ୍କୁ ବାବାଙ୍କର ୟାଦ ସର୍ବଦା ରହିବା ଦରକାର ଏହାଦ୍ୱାରା ସର୍ବଦା ଖୁସିର ନିଶା ଚଢି ରହିବ । ବୈଜ୍ଞାନିକମାନେ ମଧ୍ୟ ମନ୍ଥନ କରିଥା’ନ୍ତି । ତୁମମାନଙ୍କୁ ବାଣୀର ମନ୍ଥନ କରିବାକୁ ହେବ । ବାଣୀର ପ୍ରଭାବ କେବେ କେବେ ବହୁତ ଭଲ ହୋଇଥାଏ, କେବେ କମ ହୋଇଥାଏ, ଏହାକୁ ମନ୍ଥନ କରିବା କୁହାଯାଏ । ପିଲାମାନେ ବାବାଙ୍କର ଅବସ୍ଥାକୁ ଦେଖୁଛନ୍ତି ଏବଂ ବାବା ନିଜର ଅନୁଭବ ଶୁଣାଉଛନ୍ତି । ତେବେ କେବେ ବହୁତ ଉତ୍ସାହର ପ୍ରଭାବ ରହୁଛି, କେବେ କମ୍ । କେବେ କେବେ ପୁଣି ବହୁତ ଭଲ ଭଲ ପଏଣ୍ଟସ୍ ବାହାରିଥାଏ । ବାବା ମଧ୍ୟ ସାହାଯ୍ୟକାରୀ ହୋଇଯାଇଥାଆନ୍ତି । ଏକଥା ତୁମେ ମଧ୍ୟ ଅନୁଭବ କରୁଛ । ବାବା ତ’ କେବେ ମୂରଲୀ ହାତରେ ଧରୁନାହାଁନ୍ତି । ପିଲାମାନେ ମାଗାଜିନ୍ ଲେଖୁଛନ୍ତି - ତେବେ ବାବା କେବେ କେବେ ଦେଖୁଛନ୍ତି ଯେ ପିଲାମାନେ କେବେ ଭୁଲ୍ ତ’ କରିଦେଉ ନାହାଁନ୍ତି । ମାଗାଜିନ୍‌ରେ ମଧ୍ୟ ଭଲ ଭଲ ମୁରଲୀର ପଏଣ୍ଟ୍‌ମାନ ଆସିଥାଏ ଏବଂ ତାହା ସବୁ ଆଡେ ଯାଇଥାଏ । ଯଦି କେଉଁଆଡେ ମୁରଲୀ ଯାଇ ପାରୁନାହିଁ ତେବେ ବାବା କହୁଛନ୍ତି ରଚୟିତା ଏବଂ ରଚନାର ଜ୍ଞାନ ୭ ଦିନରେ ବୁଝିଯାଇଛ ନା । ବାକି କ’ଣ ଦରକାର । ବାକି ୫ ବିକାରକୁ ଭସ୍ମ କରିବା ପାଇଁ ପୁରୁଷାର୍ଥ କରିବାକୁ ହେବ ଆଉ ତ’ କୌଣସି କଷ୍ଟ ନାହିଁ ।

ତୁମେ ସନ୍ତାନମାନେ ଯେ କୌଣସି ସତ୍‌ସଙ୍ଗକୁ ବି ଯାଇପାରିବ, ସେବା କରିବା ପାଇଁ ମଧ୍ୟ ଉମଙ୍ଗ ଆସିବା ଦରକାର । ଯେତେବେଳେ ସର୍ବଧର୍ମାବଲମ୍ବୀମାନେ ଏକାଠି ହେଉଛନ୍ତି ତେବେ ବୁଝାଇବା ଦରକାର ଯେ ପ୍ରତ୍ୟେକଙ୍କର ଧର୍ମ ଅଲଗା ଅଲଗା ଅଟେ । ଭାଇ ଭାଇ କହୁଛନ୍ତି କିନ୍ତୁ ପରସ୍ପର ସହିତ ମିଶି ଏକ ହୋଇପାରୁନାହାଁନ୍ତି । ଏହା କେବଳ କହିବାର କଥା ଅଟେ । ବାବା କହୁଛନ୍ତି - ମୁଁ ଆସି ବ୍ରାହ୍ମଣ କରି ପୁଣି ଦେବୀ ଦେବତା ଧର୍ମ ସ୍ଥାପନ କରୁଛି, ସେଠାରେ ଅନ୍ୟ କୌଣସି ଧର୍ମ ରହିବ ନାହିଁ । ଏହା ସେହି ମହାଭାରତ ଲଢ଼େଇ ଅଟେ । ଗୀତାରେ ମଧ୍ୟ ଏହାର ବର୍ଣ୍ଣନା କରାଯାଇଛି । ଏହା ହିଁ ଏକମାତ୍ର ପାଠପଢା ଅଟେ । ଏଠାରେ ପଢ଼ାଇଲାବାଲା ମଧ୍ୟ ଜଣେ ହିଁ ଅଟନ୍ତି । ଜ୍ଞାନ ଯେବେ ସମ୍ପୂର୍ଣ୍ଣ ହୋଇଯିବ ବାବା କହୁଛନ୍ତି ସେତେବେଳେ ମୁଁ ମଧ୍ୟ ଚାଲିଯିବି । ମୋତେ କଳିଯୁଗର ଅନ୍ତିମ ସମୟରେ ଜ୍ଞାନ ଶୁଣାଇବାର ଅଛି, ମୋତେ କଳ୍ପ କଳ୍ପ ଆସିବାକୁ ହିଁ ହେବ । ଗୋଟିଏ ସେକେଣ୍ଡ ମଧ୍ୟ କମ ବେଶୀ ହୋଇପାରିବ ନାହିଁ । ଯେବେ ଜ୍ଞାନ ପୁରା ହୋଇ ତୁମେ ପୁଣି କର୍ମାତୀତ ଅବସ୍ଥାକୁ ଚାଲଯିବ, ସେତେବେଳେ ବିନାଶ ମଧ୍ୟ ହୋଇଯିବ । ଦିନକୁ ଦିନ ତୁମର ସେବା ମଧ୍ୟ ବଢ଼ି ଚାଲିବ । ଏଠାରେ ତ’ ନା କାହା ପାଖରେ ପବିତ୍ରତା ଅଛି, ନା ଦୈବୀଗୁଣର ଧାରଣା ଅଛି । ସେଠାରେ ପବିତ୍ରତାରେ ଦେଖ ଅନ୍ତର ରହିଛି । ତୁମେମାନେ ଏବେ ସଙ୍ଗମରେ ବସିଛ, ଏହା ହିଁ ପୁରୁଷୋତ୍ତମ ଯୁଗ ଅଟେ । ଏବେ ତୁମେମାନେ ପୁରୁଷୋତ୍ତମ ହେଉଛ । କିନ୍ତୁ ସେହିଭଳି କରାମତି, ସେହିଭଳି ଚାଳିଚଳନ ମଧ୍ୟ ଦରକାର । ତୁମମାନଙ୍କ ମୁଖରୁ କେବେ ହେଲେ ପଥର ବାହାରିବା ଉଚିତ୍ ନୁହେଁ । ତୁମମାନଙ୍କ ମୁଖରୁ ରତ୍ନ ହିଁ ବାହାରିବା ଉଚିତ୍ । ଏବେ ତୁମେ ଦେବତାମାନଙ୍କ ଭଳି ଫୁଲ ହେଉଛ । ଭଗବାନ ଆସି ତୁମକୁ ଭଗବାନ ଭଗବତୀ କରୁଛନ୍ତି । ଦେବତାମାନଙ୍କୁ ହିଁ ଭଗବାନ ଭଗବତୀ କହିଥା’ନ୍ତି । କିନ୍ତୁ ସେମାନଙ୍କୁ ଏପରି କିଏ କରୁଛନ୍ତି? ଏକଥା କେହି ଜାଣିନାହାନ୍ତି । ତୁମମାନଙ୍କ ବୁଦ୍ଧିରେ ପୁରା ରଚୟିତା ଏବଂ ରଚନାର ଜ୍ଞାନ ରହିଛି ପୁଣି ଅନ୍ୟମାନଙ୍କୁ ନିଜ ସମାନ କରିବାର ଜବାବଦାରୀ ରହିଛି । ଜ୍ଞାନ ଶୁଣିବା ପାଇଁ ବହୁତ ଆସିବେ । ସ୍ୱଦର୍ଶନ ଚକ୍ରଧାରୀ ବ୍ରାହ୍ମଣ ହିଁ ହେଉଛନ୍ତି । ମାୟାର ତୋଫାନ ମଧ୍ୟ ପିଲାମାନଙ୍କ ପାଖକୁ ହିଁ ଆସିଥାଏ । କେଉଁଠି କେଉଁଠି ମାୟାର ତୋଫାନ ଆସିବା ଦ୍ୱାରା ହାତ ଗୋଡ ଭାଙ୍ଗି ଯାଇଥାଏ ଅର୍ଥାତ୍ ସ୍ଥିତି ହରାଇଥା’ନ୍ତି । ଚାଲୁଚାଲୁ କେହି କେହି ଅପସେବା ବି କରିଥା’ନ୍ତି । ବାବା କହୁଛନ୍ତି କୌଣସି ବି ବିକାରୀ କାର୍ଯ୍ୟ କରନାହିଁ । ତୁମେମାନେ ମୁଖ ବଂଶାବଳୀ ବ୍ରାହ୍ମଣ ଅଟ, ସେମାନେ ହେଉଛନ୍ତି କୁଖ ବଂଶାବଳୀ । କେତେ ଫରକ ରହିଛି । ସେମାନେ ଶାରୀରିକ ଯାତ୍ରାକୁ ନେଇଯାଉଛନ୍ତି, ତୁମର ହେଉଛି ରୁହାନୀ ଯାତ୍ରା । ତୁମେ ବେହଦର ବାବାଙ୍କଠାରୁ ବର୍ସା ନେଉଛ । ଏକଥା ବି କାହାରି ବୁଦ୍ଧିରେ ନାହିଁ ଯିଏକି ବୁଝିବେ ଯେ ସେମାନେ ବି ବ୍ରାହ୍ମଣ, ଆମେ ବି ବ୍ରାହ୍ମଣ । କିନ୍ତୁ ସଚ୍ଚା ବ୍ରାହ୍ମଣ କିଏ? ସେହି ବ୍ରାହ୍ମଣମାନେ ନିଜକୁ ବ୍ରହ୍ମାକୁମାର ବୋଲି କହିପାରିବେ ନାହିଁ । ତୁମେ ନିଜକୁ ବ୍ରହ୍ମାକୁମାର କହୁଛ ତେଣୁ ନିଶ୍ଚୟ ବ୍ରହ୍ମା ମଧ୍ୟ ଥିବେ । କିନ୍ତୁ ସେମାନଙ୍କ ବୁଦ୍ଧିରେ ଏ କଥା ଆସୁନାହିଁ, ଯାହାକି ପଚାରି ପାରିବେ । ବାବା କଳ୍ପ କଳ୍ପ ଆସି ତୁମମାନଙ୍କୁ ଏହି କଥା ବୁଝାଉଛନ୍ତି କି ତୁମେ ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ସବୁ ଭାଇ ଭଉଣୀ ହେଲ । ପୁଣି କିପରି ବିକାରଗ୍ରସ୍ତ ହୋଇପାରିବ । ଯଦି କେହି ବିକାରରେ ଯାଉଛନ୍ତି ତେବେ ବ୍ରାହ୍ମଣ କୂଳକୁ କଳଙ୍କିତ କରୁଛନ୍ତି । ନିଜକୁ ବ୍ରହ୍ମାକୁମାର କୁମାରୀ ବୋଲାଇ ପୁଣି ପତିତ ହୋଇପାରିବ ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାଣୀ ଦ୍ୱାରା ଯାହା ସବୁ ଶୁଣୁଛ ତା’ର ଚିନ୍ତନ-ମନ୍ଥନ କରିବାକୁ ହେବ । ତୁମେମାନେ ପୁରୁଷୋତ୍ତମ ହେଉଛ ସେଥିପାଇଁ ତୁମକୁ ଚାଲିଚଳଣ ବହୁତ ରାଜକୀୟ କରିବାକୁ ହେବ । ମୁଖରୁ କେବେ ବି ପଥର ବାହାର କରିବାର ନାହିଁ ।

(୨) ବହୁତଙ୍କୁ ନିଜ ସମାନ କରିବାକୁ ନିଜର ଦାୟିତ୍ୱ ମନେକରି ସେବାରେ ତତ୍‌ପର ରହିବାକୁ ହେବ । କୌଣସି ପ୍ରକାରର ବିକାରଯୁକ୍ତ ଖରାପ କାମ କରି ଅପସେବା କରିବାର ନାହିଁ ।

ବରଦାନ:-
ଅତୀନ୍ଦ୍ରିୟ ସୁଖମୟ ସ୍ଥିତି ଦ୍ୱାରା ଅନେକ ଆତ୍ମାଙ୍କର ଆବାହନ କରୁଥିବା ବିଶ୍ୱକଲ୍ୟାଣକାରୀ ଭବ ।

ଯେତେଯେତେ ଅନ୍ତିମ କର୍ମାତୀତ ସ୍ଥିତି ପାଖେଇ ଆସୁଥିବ ସେତେସେତେ ବାଣୀଠାରୁ ଉର୍ଦ୍ଧ୍ୱରେ ଶାନ୍ତ ସ୍ୱରୂପର ସ୍ଥିତି ଅଧିକ ପ୍ରିୟ ଲାଗୁଥିବ - ଏହି ସ୍ଥିତିରେ ହିଁ ସର୍ବଦା ଅତୀନ୍ଦ୍ରିୟ ସୁଖର ଅନୁଭବ ହେବ ଏବଂ ଏହି ଅତୀନ୍ଦ୍ରିୟ ସୁଖମୟ ସ୍ଥିତି ହିଁ ବିଶ୍ୱ କଲ୍ୟାଣକାରୀ ସ୍ଥିତି ଅଟେ । ଏହି ସ୍ଥିତି ଦ୍ୱାରା କେତେ ବି ଦୂରରେ ରହୁଥିବା ଆତ୍ମାମାନଙ୍କୁ ସନ୍ଦେଶ ପହଞ୍ଚାଇ ପାରିବ ।

ସ୍ଲୋଗାନ:-
ସମସ୍ତଙ୍କର ବିଶେଷତାକୁ ସ୍ମୃତିରେ ରଖି ସମସ୍ତଙ୍କର ବିଶ୍ୱସ୍ତ ହୁଅ, ଯାହା ଦ୍ୱାରା ସଂଗଠନ ଏକମତ ହୋଇଯିବ ।

ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।

ଯେପରି ବ୍ରହ୍ମାବାବାଙ୍କ ପାଇଁ ସମସ୍ତଙ୍କୁ ମୁଖରୁ ଗୋଟିଏ ହିଁ ଶବ୍ଦ ବାହାରୁଛି - “ମେରା ବାବା” । ସେହିପରି ତୁମ ପ୍ରତ୍ୟେକ ଶ୍ରେଷ୍ଠ ଆତ୍ମାମାନଙ୍କ ପ୍ରତି ମଧ୍ୟ ଏହିଭଳି ଭାବନା ରହୁ ଏବଂ ଅନୁଭବ ହେଉ । ସମସ୍ତଙ୍କଠାରୁ ମୋ’ର ପଣିଆର ଭାବନାର ଅନୁଭୂତି ହେଉ । ସମସ୍ତେ ଭାବନ୍ତୁ ଯେ ଇଏ ମୋ’ର ଶୁଭଚିନ୍ତକ ଏବଂ ସହଯୋଗୀ ସେବାସାଥୀ ଅଟନ୍ତି, ଏହାକୁ କୁହାଯାଏ ବାପ ସମାନ ସ୍ଥିତି । ଏହା ହିଁ ହେଉଛି ସମ୍ପନ୍ନ ବା ସମ୍ପୂର୍ଣ୍ଣ କର୍ମାତୀତ ସ୍ଥିତି ।