24.04.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ
ଘରକୁ ଫେରିବାକୁ ହେବ, ସେଥିପାଇଁ ଦେହ-ଭାନକୁ ଭୂଲି ନିଜକୁ ଅଶରୀରୀ ଆତ୍ମା ଭାବ, ସମସ୍ତଙ୍କଠାରୁ
ମମତ୍ତ୍ୱ ତୁଟାଇ ଦିଅ”
ପ୍ରଶ୍ନ:-
ସଙ୍ଗମଯୁଗରେ
ତୁମେ ସନ୍ତାନମାନେ ବାପାଙ୍କଠାରୁ କେଉଁ ବୁଦ୍ଧି ଶିଖୁଛ?
ଉତ୍ତର:-
ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ କିପରି ହେବୁ, ନିଜର ଭାଗ୍ୟ କିପରି ଶ୍ରେଷ୍ଠ ବନାଇବୁ, ଏହି ବୁଦ୍ଧି
ଏବେ ହିଁ ତୁମେ ଶିଖୁଛ । ଯିଏ ଯେତେ ଯୋଗଯୁକ୍ତ ଏବଂ ଜ୍ଞାନ ଯୁକ୍ତ ହୋଇଛନ୍ତି, ତାଙ୍କର ସେତିକି
ଉନ୍ନତି ହୋଇଚାଲିଥାଏ । ଉନ୍ନତି କରୁଥିବା ସନ୍ତାନମାନେ କେବେ ବି ଲୁଚି ରହିପାରିବେ ନାହିଁ । ବାବା
ପ୍ରତ୍ୟେକ ପିଲାମାନଙ୍କର ଚାଲି-ଚଳନରୁ ବୁଝିପାରୁଛନ୍ତି କି କେଉଁ ସନ୍ତାନ ନିଜର ଉଚ୍ଚ ଭାଗ୍ୟ
ବନାଉଛନ୍ତି ।
ଗୀତ:-
ମରନା ତେରୀ ଗଲି
ମେଁ...
ଓମ୍ ଶାନ୍ତି ।
ସବୁ ପିଲାମାନେ ଏହି ଗୀତ ଶୁଣିଲେ । ପିଲାମାନେ କହିବା ଦ୍ୱାରା ସବୁ ସେଣ୍ଟରର ପିଲାମାନେ ଜାଣି
ଯାଆନ୍ତି ଯେ ବାବା, ଆମ ବ୍ରାହ୍ମଣ ସନ୍ତାନମାନଙ୍କ ପାଇଁ କହୁଛନ୍ତି ଯେ ପିଲାମାନେ ଏହି ଗୀତ
ଶୁଣିଲ - ଏହାର ଅର୍ଥ ବଞ୍ଚି ଥାଉ-ଥାଉ ବାବାଙ୍କ ଗଳାର ହାର ହେବା ଅର୍ଥାତ୍ ମୂଳବତନକୁ ଯାଇ
ବାବାଙ୍କ ଘରେ ରହିବା । ତାହା ଶିବବାବାଙ୍କ ଘର ଅଟେ ନା, ଯେଉଁଠି ସବୁ ଶାଳଗ୍ରାମମାନେ ରହିଥା’ନ୍ତି
। ସନ୍ତାନମାନେ, ବ୍ରାହ୍ମାଣକୁଳ ଭୂଷଣ, ସ୍ୱଦର୍ଶନ ଚକ୍ରଧାରୀମାନେ ଜାଣିଛନ୍ତି ଯେ ବାସ୍ତବରେ ସେହି
ବାବା ଆସିଛନ୍ତି । କହୁଛନ୍ତି - ଏବେ ତୁମକୁ ଅଶରୀରୀ ହେବାର ଅଛି ଅର୍ଥାତ୍ ଦେହର ଅଭିମାନକୁ
ଭୁଲିବାର ଅଛି । ଏହି ପୁରୁଣା ଦୁନିଆ ତ ବିନାଶ ହୋଇଯିବ । ଏହି ଶରୀରକୁ ଛାଡିବାକୁ ହେବ ଅର୍ଥାତ୍
ସମସ୍ତଙ୍କୁ ଛାଡିବାକୁ ହେବ କାହିଁକିନା ଏହି ଦୁନିଆ ହିଁ ବିନାଶ ହେବାର ଅଛି । ତେଣୁ ଏବେ ଘରକୁ
ଫେରିବାକୁ ହେବ । ସବୁ ସନ୍ତାନମାନେ ଏବେ ଖୁସି ହେଉଛନ୍ତି କାହିଁକି ନା ଅଧାକଳ୍ପ ଘରକୁ ଯିବା ପାଇଁ
ବହୁତ ଧକ୍କା ଖାଇଛନ୍ତି । କିନ୍ତୁ ରାସ୍ତା ମିଳିଲା ନାହିଁ! ଆହୁରି ହିଁ ଭକ୍ତି ମାର୍ଗର ଆଡମ୍ବର
ଦେଖି ମନୁଷ୍ୟ ଛନ୍ଦି ହୋଇ ଯାଆନ୍ତି । ଏହା ହେଉଛି ଭକ୍ତିମାର୍ଗର ପଙ୍କ ଯେଉଁଠି ମନୁଷ୍ୟ ମାନେ ଗଳା
ପର୍ଯ୍ୟନ୍ତ ବୁଡି ଯାଇଛନ୍ତି । ଏବେ ପିଲାମାନେ କହୁଛନ୍ତି - ବାବା ଆମେ ପୁରୁଣା ଦୁନିଆ, ପୁରୁଣା
ଶରୀରକୁ ଭୁଲୁଛୁ । ବର୍ତ୍ତମାନ ଆପଣଙ୍କ ସହିତ ଅଶରୀର ହୋଇ ଘରକୁ ଯିବୁ । ସମସ୍ତଙ୍କର ବୁଦ୍ଧିରେ
ଅଛି, ଯେ ପରମପିତା ପରମାତ୍ମା ଆମକୁ ନେବା ପାଇଁ ପରମଧାମରୁ ଆସିଛନ୍ତି । କେବଳ କହୁଛନ୍ତି, ତୁମେ
ପବିତ୍ର ହୋଇ ମୋତେ ମନେପକାଅ । ବଞ୍ଚି ଥାଉ-ଥାଉ ମରିବାର ଅଛି । ତୁମେ ଜାଣିଛ, ସେଠି ଘରେ
ଆତ୍ମାମାନେ ରୁହନ୍ତି । ଆତ୍ମା ତ’ ବିନ୍ଦୁ ରୂପରେ ଥାଏ । ନିରାକାରୀ ଦୁନିଆକୁ ସବୁ ଆତ୍ମାମାନେ
ଚାଲିଯିବେ, ଯେତିକି ମନୁଷ୍ୟ ଅଛନ୍ତି, ସେତିକି ଆତ୍ମା ସେଠାରେ ରହିବେ । ଆତ୍ମାମାନେ ସେହି
ମହତତ୍ତ୍ୱରେ କେତେ ସ୍ଥାନ ନେଇଥାଆନ୍ତି । ଶରୀର ତ ଏତେ ବଡ ଅଟେ, କେତେ ସ୍ଥାନ ନେଉଛି କିନ୍ତୁ
ଆତ୍ମାକୁ କେତେ କମ୍ ଜାଗା ଦରକାର! ଆମେ ଆତ୍ମାମାନେ କେତେ ଛୋଟ ସ୍ଥାନ ନେବା? ବହୁତ କମ୍ ।
ପିଲାମାନଙ୍କୁ ଏହି ସବୁ କଥା ଶୁଣିବାର ସୌଭାଗ୍ୟ ଏବେ ମିଳିଛି । ବାବା ହିଁ କହୁଛନ୍ତି କି ତୁମେ
ଅଶରୀରୀ ହୋଇ ଆସିଥିଲ, ପୁଣି ଶରୀର ଧାରଣ କରି ଅଭିନୟ କଲ, ଏବେ ପୁନଃ ବଞ୍ଚି ଥାଉ-ଥାଉ ମରିବାକୁ
ହେବ, ସମସ୍ତଙ୍କୁ ଭୁଲିବାକୁ ହେବ । ବାବା ଆସି ମରିବା ଶିଖାଉଛନ୍ତି । କହୁଛନ୍ତି ଯେ ନିଜ
ପିତାଙ୍କୁ, ନିଜ ଘରକୁ ମନେପକାଅ । ଖୁବ୍ ପୁରୁଷାର୍ଥ କର । ଯୋଗରେ ରହିଲେ ପାପ ନାଶ ହେବ । ପୁଣି
ଆତ୍ମା ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ, ସେଥିପାଇଁ ବାବା ରାୟ ଦେଉଛନ୍ତି - କଳ୍ପ ପୂର୍ବେ
ମଧ୍ୟ କହିଥିଲି ଯେ ଦେହର ସର୍ବ ସମ୍ବନ୍ଧ ଛାଡି ମୋତେ ମନେପକାଅ । ସିଏ ସମସ୍ତଙ୍କର ପିତା ଅଟନ୍ତି
ନା । ତୁମେ ହେଉଛ ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ ସନ୍ତାନ, ଯେଉଁମାନେ କି ଜ୍ଞାନ
ପାଇଚାଲିଛ । ତୁମେ ଶିବଙ୍କର ସନ୍ତାନ ତ ଅଟ । ଏହି ନିଶ୍ଚୟ ତ ସମସ୍ତଙ୍କର ଅଛି - ଆମେ ଭଗବାନଙ୍କର
ସନ୍ତାନ ଅଟୁ । କିନ୍ତୁ ତାଙ୍କର ନାମ, ରୂପ, ଦେଶ, କାଳକୁ ଭୁଲିବା କାରଣରୁ ଭଗବାନଙ୍କ ପ୍ରତି
କାହାର ମଧ୍ୟ ଏତେ ସ୍ନେହ ରହୁ ନାହିଁ । ଏଥିରେ କାହାକୁ ଦୋଷ ଦିଆଯାଉ ନାହିଁ । ଏହା ମଧ୍ୟ
ଡ୍ରାମାରେ ନିଧାର୍ଯ୍ୟ ରହିଛି ।
ବାବା ବୁଝାଉଛନ୍ତି କି ତୁମେ ଆତ୍ମା କେତେ ଛୋଟ ବିନ୍ଦୁ ଅଟ, ସେଥିରେ ୮୪ ଜନ୍ମର ଅଭିନୟ ଭରି ହୋଇ
ରହିଛି । ଏହା କେତେ ଆଶ୍ଚର୍ଯ୍ୟଜନକ କଥା । ଆତ୍ମା କିପରି ଶରୀର ନେଇ ଅଭିନୟ କରୁଛି । ଏବେ ତୁମେ
ବେହଦର ଅଭିନୟକୁ ଜାଣି ପାରିଛ । ଏହି ଜ୍ଞାନ ଆଉ କାହା ପାଖରେ ନାହିଁ । ତୁମେ ମଧ୍ୟ ଦେହୀ-ଅଭିମାନୀ
ଥିଲ । ଏବେ ତୁମେ କେତେ ପରିବର୍ତ୍ତିତ ହୋଇଛ । ତାହା ମଧ୍ୟ ପ୍ରତ୍ୟେକଙ୍କର ଭାଗ୍ୟ ଅନୁସାରେ ହେଉଛି
। କଳ୍ପ ପୂର୍ବ ଭାଗ୍ୟର ଏବେ ସାକ୍ଷାତ୍କାର ହେଉଛି । ଦୁନିଆରେ ବହୁତ ମନୁଷ୍ୟ ଅଛନ୍ତି,
ସମସ୍ତଙ୍କର ନିଜ ନିଜର ଭାଗ୍ୟ ଅଛି । ଯେପରି ଯିଏ କର୍ମ କରିଛନ୍ତି, ସେହି ଅନୁସାରେ ଦୁଃଖି, ସୁଖି,
ସାହୁକାର, ଗରୀବ ହୁଅନ୍ତି । ଆତ୍ମା ହିଁ ଏହିପରି ସ୍ଥିତିକୁ ପ୍ରାପ୍ତ କରେ । ଆତ୍ମା କିପରି ସୁଖି
ହୁଏ, କିପରି ଦୁଃଖି ହୁଏ, ଏହା ବାବା ବସି ବୁଝାଉଛନ୍ତି । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର
ବୁଦ୍ଧି ବାବା ହିଁ କଳ୍ପ ପୂର୍ବ ସଦୃଶ ଶିଖାଉଛନ୍ତି । ଯିଏ ଯେତିକି ବୁଦ୍ଧି ପାଇଛନ୍ତି, ସେତିକି
ଏବେ ପାଉଛନ୍ତି । ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ଭାଗ୍ୟକୁ ଜାଣିଯିବେ । ପୁଣି କହିବେ
କଳ୍ପ-କଳ୍ପ ଏହିପରି ହିଁ ସମସ୍ତଙ୍କର ଭାଗ୍ୟ ରହିବ । ଯିଏ ବହୁତ ଯୋଗଯୁକ୍ତ, ଜ୍ଞାନଯୁକ୍ତ ହୋଇଥିବେ
- ସିଏ ସେତେ ସେବା ମଧ୍ୟ କରିଚାଲିବେ । ପାଠପଢାରେ ସର୍ବଦା ଉନ୍ନତି ହୋଇ ଚାଲିଥାଏ । କେତେକ
ସନ୍ତାନମାନଙ୍କର ଶିଘ୍ର ଉନ୍ନତି ହୋଇଥାଏ, କେତେକ ବହୁତ ମୁଣ୍ଡ ଖର୍ଚ୍ଚ କରିଥାନ୍ତି । ଏଠାରେ
ମଧ୍ୟ ସେହିପରି ହେଉଛି । କଳ୍ପ ପୂର୍ବ ସଦୃଶ ଯିଏ ଯିଏ ଉନ୍ନତି କରୁଛନ୍ତି, ସିଏ ଲୁଚି ରହିପାରିବେ
ନାହିଁ । ବାବା ତ ଜାଣିଛନ୍ତି ନା - ସମସ୍ତଙ୍କର କନେକ୍ସନ୍ ଶିବବାବାଙ୍କ ସହିତ ଅଛି ।
ବ୍ରହ୍ମାବାବା ମଧ୍ୟ ପିଲାମାନଙ୍କର ଚାଲି-ଚଳନ ଦେଖି ବୁଝି ଯାଉଛନ୍ତି, ଶିବବାବା ମଧ୍ୟ ଦେଖୁଛନ୍ତି
। ଯଦି କେହି ବି ବ୍ରହ୍ମାଙ୍କଠାରୁ କିଛି ଲୁଚାଇବେ କିନ୍ତୁ ଶିବବାବାଙ୍କ ଠାରୁ ଲୁଚାଇ ପାରିବେ
ନାହିଁ । ଭକ୍ତି ମାର୍ଗରେ ମଧ୍ୟ ପରମାତ୍ମାଙ୍କ ପାଖରେ ଲୁଚାଇ ପାରନ୍ତି ନାହିଁ, ତେବେ ଜ୍ଞାନ
ମାର୍ଗରେ କିପରି ଲୁଚାଇ ପାରିବେ । ବାବା ବୁଝାଉଛନ୍ତି, ପାଠପଢା ତ ବହୁତ ସହଜ ଅଟେ । କର୍ମ ବି
କରିବାର ଅଛି । ମିତ୍ର ସମ୍ବନ୍ଧିମାନଙ୍କ ସହିତ ପୁରୁଣା ଦୁନିଆରେ ହିଁ ରହିବାକୁ ହେବ । ସେଠାରେ
ରହି ମେହେନତ୍ କରିବାର ଅଛି । ଭଲ ପ୍ରୟାସ ରହିଲେ ଏଇଠି ରହି ପୁରୁଷାର୍ଥ କରୁଥିବା
ସନ୍ତାନମାନଙ୍କଠାରୁ ଘରେ ରହି ପୁରୁଷାର୍ଥ କରୁଥିବା ସନ୍ତାନମାନେ ତୀକ୍ଷ୍ଣ ହୋଇପାରିବେ ।
ଶାସ୍ତ୍ରରେ ଅର୍ଜୁନ ଏବଂ ଏକଲବ୍ୟର ଦୃଷ୍ଟାନ୍ତ ଅଛି ନା । ଯଦିଓ ଏକଲବ୍ୟ ବାହାରେ ରହୁଥିଲା କିନ୍ତୁ
ସିଏ ଅଭ୍ୟାସ ଦ୍ୱାରା ଅର୍ଜୁନଙ୍କ ଠାରୁ ମଧ୍ୟ ତୀର ଚଳାଇବାରେ ଦକ୍ଷ ହୋଇଗଲା । ତେବେ ଗୃହସ୍ଥ
ବ୍ୟବହାରରେ ରହି କମଳ ପୁଷ୍ପ ସମାନ ରହିବାର ଅଛି । ଏହାର ମଧ୍ୟ ଦୃଷ୍ଟାନ୍ତ ତୁମେ ଦେଖିବ । ସେମାନେ
ଗୃହସ୍ଥ ବ୍ୟବହାରରେ ରହି ବହୁତ ଉତ୍ତମ ସେବା କରିପାରିବେ । ସେମାନେ ଅଧିକ ସଂଖ୍ୟାରେ ବୃଦ୍ଧି ହୋଇ
ଚାଲିବେ । ଏଇଠି ରହୁଥିବା ଆତ୍ମାମାନଙ୍କୁ ମଧ୍ୟ ମାୟା ଛାଡୁ ନାହିଁ । ଏପରି ନୁହେଁ ଯେ ବାବାଙ୍କ
ପାଖକୁ ଆସିବା ଦ୍ୱାରା ମୁକ୍ତ ହୋଇଯାଆନ୍ତି । ନା, ପ୍ରତ୍ୟେକଙ୍କର ନିଜ-ନିଜର ପୁରୁଷାର୍ଥ ଅଛି ।
ଗୃହସ୍ଥ ବ୍ୟବହାରରେ ରହିଲାବାଲା, ଏଇଠି ରହିଲାବାଲାଙ୍କ ଠାରୁ ବହୁତ ଭଲ ପୁରୁଷାର୍ଥ କରି ପାରିବେ
। ବହୁତ ଭଲ ବାହାଦୁରୀ ଦେଖାଇ ପାରିବେ, ତାଙ୍କୁ ହିଁ ମହାବୀର କୁହାଯାଏ, ଯିଏ ଗୃହସ୍ଥ ବ୍ୟବହାରରେ
ରହି କମଳ ପୁଷ୍ପ ସମାନ ହୋଇ ଦେଖାଇବେ । ସେମାନେ କହିବେ ଯେ, ବାବା ଆପଣ ତ ଛାଡି ଦେଲେ । ବାବା
କହୁଛନ୍ତି - ମୁଁ କେଉଁଠି ଛାଡିଛି, ମୋତେ ହିଁ ଛାଡି କରି ଯାଇଛନ୍ତି । ବାବା ତ କାହାକୁ ବି ଛାଡି
ଆସି ନାହାନ୍ତି । ଘରକୁ ଆହୁରି ଅଧିକ ସନ୍ତାନ ଆସିଗଲେ । ବାକି କନ୍ୟାମାନଙ୍କ ପାଇଁ ବାବା
କହୁଛନ୍ତି ଯେ ତୁମେ ଏହି ଈଶ୍ୱରୀୟ ସେବା କର । ଇଏ ବି ବାବା, ସିଏ ମଧ୍ୟ ବାବା ଅଟନ୍ତି । କୁମାର
ମଧ୍ୟ ବହୁତ ଆସିଥିଲେ କିନ୍ତୁ ରହିପାରିଲେ ନାହିଁ । ତଥାପି କନ୍ୟାମାନେ ବହୁତ ଭଲ । କନ୍ୟାଙ୍କୁ
୧୦୦ ବ୍ରାହ୍ମଣଙ୍କ ଠାରୁ ଉତ୍ତମ ଗଣାଯାଇଥାଏ । ବାସ୍ତବରେ କନ୍ୟା ତାଙ୍କୁ ହିଁ କୁହାଯିବ ଯିଏ ୨୧
କୁଳର ଉଦ୍ଧାର କରନ୍ତି, ଜ୍ଞାନର ବାଣ ମାରିଥାନ୍ତି । ବାକି ଯିଏ ବି ଗୃହସ୍ଥ ବ୍ୟବହାରରେ ରହନ୍ତି,
ସେମାନେ ମଧ୍ୟ ବି.କେ. ଅଟନ୍ତି । ଆଗକୁ ଗଲେ ସେମାନେ ମଧ୍ୟ ବନ୍ଧନମୁକ୍ତ ହୋଇଯିବେ । ସେବା ତ’
କରିବାର ଅଛି ନା । କେତେକ ସେବାଧାରୀ ସନ୍ତାନମାନେ ବାପଦାଦାଙ୍କ ହୃଦୟରେ ବସିଛନ୍ତି, ଯିଏକି
ହଜାର-ହଜାର ଲୋକଙ୍କର କଲ୍ୟାଣ କରୁଛନ୍ତି । ତେବେ ଏହିପରି ସେବାଧାରୀ ସନ୍ତାନମାନଙ୍କ ପ୍ରତି
ଆଶୀର୍ବାଦ ମଧ୍ୟ ରହିବ । ସେମାନେ ହୃଦୟରେ ରହିବେ । ଯିଏ ହୃଦୟରେ ଅଛନ୍ତି, ସିଏ ସିଂହାସନରେ ବସିବେ
। ବାବା କହୁଛନ୍ତି ମିଳିମିଶି ସମସ୍ତଙ୍କୁ ମାର୍ଗ ଦେଖାଇବାର ଯୁକ୍ତି ରଚନା କର । ଚିତ୍ର ମଧ୍ୟ
ତିଆରି ଚାଲିଛି । ଏସବୁ ହେଉଛି ବାସ୍ତବ କଥା ।
ବର୍ତ୍ତମାନ ତୁମେ ବୁଝାଉଛ ଯେ ପରମପିତା ପରମାତ୍ମା ହେଉଛନ୍ତି ନିରାକାର, ସିଏ ମଧ୍ୟ ବିନ୍ଦୁ
ଅଟନ୍ତି । କିନ୍ତୁ ସିଏ ଜ୍ଞାନର ସାଗର, ପତିତ-ପାବନ ଅଟନ୍ତି । ଆତ୍ମା ମଧ୍ୟ ବିନ୍ଦୁ ସ୍ୱରୂପ ଅଟେ
। ସନ୍ତାନ ସର୍ବଦା ଛୋଟ ହୋଇଥାଏ । ପିତା ଓ ପୁତ୍ର ମଧ୍ୟରେ ଅନ୍ତର ତ ରହିଥାଏ ନା । ଆଜିକାଲି ତ
୧୫-୧୬ ବର୍ଷର ପିଲା ମଧ୍ୟ ବାପା ହୋଇଯାଉଛନ୍ତି । ତଥାପି ପିଲା ତାଙ୍କ ଠାରୁ ଛୋଟ ହେବ ନା । ଏଠାରେ
ଚମତ୍କାର ଦେଖ - ବାପା ବି ଆତ୍ମା, ପିଲା ବି ଆତ୍ମା । ସିଏ ହେଉଛନ୍ତି ସୁପ୍ରିମ ଆତ୍ମା, ନଲେଜ୍ଫୁଲ୍
। ଆଉ ସମସ୍ତେ ନିଜର ପାଠ ପଢା ଅନୁସାରେ ନୀଚ ବା ଉଚ୍ଚ ପଦ ପାଉଛନ୍ତି । ସବୁର ମୂଳ ହେଉଛି ପାଠପଢା
। ଶ୍ରେଷ୍ଠ କର୍ମ କରିବା ଦ୍ୱାରା ଉଚ୍ଚ ପଦ ପାଇଥାଆନ୍ତି । ଏବେ ତୁମ ପିଲାମାନଙ୍କ ପାଖରେ
ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି । ସ୍ୱର୍ଗରେ କେବଳ ଭାରତ ହିଁ ଥିଲା ଆଉ କୌଣସି
ରାଷ୍ଟ୍ର ନ ଥିଲା । ତେଣୁ ଛୋଟ ନୂଆ ଭାରତରେ ଆମର ସ୍ୱର୍ଗର ଚିତ୍ର ଦେଖାଇବା ଦରକାର । ଯେପରି
ଦ୍ୱାରିକା ନାମ ନ ଦେଇ, ଲକ୍ଷ୍ମୀ-ନାରାୟଣଙ୍କ ରାଜବଂଶର ରାଜ୍ୟ ବୋଲି ଲେଖିବା ଦରକାର । ବୁଦ୍ଧି
ମଧ୍ୟ କହୁଛି, ସତ୍ୟଯୁଗରେ ପ୍ରଥମେ ଦୈବୀ କୁଳର ରାଜ୍ୟ ହେବ । ସେମାନଙ୍କର ଗାଁ ଥିବ, ଛୋଟ-ଛୋଟ
ଅଞ୍ଚଳ ଥିବ । ଏହା ଉପରେ ମଧ୍ୟ ବିଚାର ସାଗର ମନ୍ଥନ କରିବାକୁ ହେବ । ତା’ ସହିତ ଶିବବାବାଙ୍କର
ସଙ୍ଗେ ବୁଦ୍ଧିର ଯୋଗ ମଧ୍ୟ ଲଗାଇବାକୁ ହେବ । ଆମେ ବାବାଙ୍କ ସ୍ମୃତି ଦ୍ୱାରା ହିଁ ବିଶ୍ୱର
ବାଦଶାହୀ ନେଉଛୁ । ଏହା ଦ୍ୱାରା ହିଁ କଳଙ୍କ ଛାଡିବ, ଏଇଥିରେ ହିଁ ସବୁ ମେହେନତ ରହିଛି ।
କେତେକଙ୍କର ବୁଦ୍ଧି ବାହାରେ ଧକ୍କା ଖାଇଚାଲିଛି, ଏଇଠି ବସି ମଧ୍ୟ ବାବାଙ୍କ ସ୍ମୃତିରେ ରହିପାରୁ
ନାହାଁନ୍ତି, ବୁଦ୍ଧି ଅନ୍ୟ ଆଡକୁ ଚାଲିଯାଉଛି । ଭକ୍ତିମାର୍ଗରେ ମଧ୍ୟ ଏହିପରି ହୁଏ ।
ଶ୍ରୀକୃଷ୍ଣଙ୍କୁ ଭକ୍ତି କରୁ-କରୁ ଅନ୍ୟ ଆଡକୁ ବୁଦ୍ଧି ଚାଲିଯାଏ । ନୌଧା ଭକ୍ତି ବାଲା ସାକ୍ଷାତ୍କାର
ପାଇଁ ବହୁତ ମେହେନତ୍ କରନ୍ତି । କେତେ ଘଣ୍ଟା ବସି ରହୁଛନ୍ତି ଯେ ଶ୍ରୀକୃଷ୍ଣଙ୍କ ବିନା ଆଉ କେହି
ମନେ ନ ପଡନ୍ତୁ , ବହୁତ ମେହେନତ ରହିଛି । ଏଥିରେ ୮ର ମାଳା ଆଉ ପୁଣି ୧୬୧୦୮ର ମାଳା ହୋଇଥାଏ ।
ଦୁନିଆରେ ତ’ ଲକ୍ଷେ ସଂଖ୍ୟାର ମାଳା ମଧ୍ୟ ଦେଖାଇ ଥା’ନ୍ତି । କିନ୍ତୁ ଜ୍ଞାନ ମାର୍ଗର ମାଳା ବହୁତ
ମୂଲ୍ୟବାନ, ଭକ୍ତିମାର୍ଗର ମାଳା ବହୁତ ଶସ୍ତା, କାହିଁକି ନା ଏଥିରେ ଆତ୍ମିକ ପରିଶ୍ରମ ରହିଛି ।
ଶ୍ରୀକୃଷ୍ଣଙ୍କୁ ଦେଖ କିପରି ଖୁସିରେ ନୃତ୍ୟ କରୁଛନ୍ତି । ଭକ୍ତି ଏବଂ ଜ୍ଞାନ ମଧ୍ୟରେ ରାତି ଦିନର
ଅନ୍ତର ରହିଛି, ତୁମକୁ ଏକଥା ବୁଝାଯାଏ ନାହିଁ ଯେ କୃଷ୍ଣଙ୍କୁ ୟାଦ କରିବା ଦ୍ୱାରା କଳଙ୍କ ଛାଡିବ
। ଏଠି ତ ବୁଝାଯାଏ କି ଯେତିକି ବାବାଙ୍କୁ ମନେ ପକାଇବ, ସେତିକି ପାପ ନାଶ ହେବ ।
ତୁମେ ସନ୍ତାନମାନେ ଏବେ ଯୋଗବଳ ଦ୍ୱାରା ବିଶ୍ୱର ମାଲିକ ହେଉଛ । ଏ କଥା କାହାରି ସ୍ୱପ୍ନରେ ମଧ୍ୟ
ଖିଆଲ ନ ଥିବ । ଲକ୍ଷ୍ମୀ-ନାରାୟଣ କୌଣସି ଲଢେଇ ଆଦି କରିନାହାଁନ୍ତି । ପୁଣି ବିଶ୍ୱର ମାଲିକ କିପରି
ହେଲେ? ଏକଥା ତ ତୁମେ ସନ୍ତାନମାନେ ହିଁ ଜାଣିଛ । ବାବା କହୁଛନ୍ତି, ତୁମକୁ ଯୋଗବଳ ଦ୍ୱାରା ରାଜ୍ୟ
ମିଳିବ । କିନ୍ତୁ ଭାଗ୍ୟରେ ନାହିଁ, ତେଣୁ ପୁରୁଷାର୍ଥ ମଧ୍ୟ କରୁ ନାହାନ୍ତି । ସେବାଧାରୀ ହେଉ
ନାହାଁନ୍ତି । ବାବା ତ ନିର୍ଦ୍ଦେଶ ଦେଇ ଚାଲିଛନ୍ତି ଯେ ଏହିପରି ପ୍ରଦର୍ଶନୀ କର । ଅତି କମ୍ରେ
୧୫୦-୨୦୦ ପ୍ରଦର୍ଶନୀ ଗୋଟିଏ ଦିନରେ ହୋଇଯାଉ । ଗାଁ-ଗାଁକୁ ଯାଇ ପରିକ୍ରମା କର । ଯେତିକି ସେଣ୍ଟର
ଅଛି, ସେତିକି ପ୍ରଦର୍ଶନୀ ଲଗାଅ । ପ୍ରତ୍ୟେକ ସେଣ୍ଟରରେ ପ୍ରଦର୍ଶନୀ ରହିଲେ ବୁଝାଇବା ସହଜ
ହୋଇଯିବ । ସେବାକେନ୍ଦ୍ର ମଧ୍ୟ ଦିନକୁ ଦିନ ବଢି ଚାଲିବ, ଯେଉଁଠାରେ ଚିତ୍ର ଆଦି ମଧ୍ୟ ରଖି ପାରିବ
। ନୂଆ ନୂଆ ଚିତ୍ର ତିଆରି ହୋଇ ଚାଲିଛି । ବୈକୁଣ୍ଠର ଚିତ୍ର, ଖୁବ୍ ସୁନ୍ଦର ସୁନ୍ଦର ମହଲ ଆଦିର
ଚିତ୍ର ତିଆରି କରିବା ଉଚିତ୍ । ଆଗକୁ ଗଲେ ବୁଝାଇବା ପାଇଁ ବହୁତ ବଢିଆ ବଢିଆ ଚିତ୍ର ସବୁ ବାହାରିବ
। ବରିଷ୍ଠ ନାଗରିକମାନେ ଭ୍ରମଣ ସମୟରେ ମଧ୍ୟ ସେବା କରିପାରିବେ, ଯାହାର ଭାଗ୍ୟ ଉଦୟ ହେବ, ସିଏ
ବୁଝିଯିବେ । କେତେକ ସନ୍ତାନ କୁକର୍ମ କରି ନିଜର ଇଜ୍ଜତ ହରାଇଥା’ନ୍ତି, ଯଦ୍ୱାରା ଯଜ୍ଞର ଇଜ୍ଜତ
ମଧ୍ୟ ହରାଇ ଦେଇଥାଆନ୍ତି । ଯେପରି ଚାଲି-ଚଳନ ହେବ, ସେହିପରି ପଦ ମିଳିବ । ଯିଏ ବହୁତଙ୍କୁ ସୁଖ
ଦିଅନ୍ତି, ତାଙ୍କର ତ ନାମ ଗାନ କରାଯାଏ ନା । ଏବେ ସର୍ବଗୁଣରେ ସମ୍ପନ୍ନ ତ ହୋଇନାହଁ ନା ।
କେହି-କେହି ବହୁତ ବଢିଆ ସେବା କରୁଛନ୍ତି । ତାଙ୍କର ନାଁ ଶୁଣି ବାବା ଖୁସି ହୁଅନ୍ତି । ସେବାଧାରୀ
ପିଲାମାନଙ୍କୁ ଦେଖି ବାବା ଖୁସି ହେବେ ନା । ଉତ୍ତମ ସେବା କରିବା ପାଇଁ ମେହେନତ କରୁଛନ୍ତି ।
ସେଣ୍ଟର ମଧ୍ୟ ଖୋଲି ଚାଲିଛନ୍ତି, ଯାହାଦ୍ୱାରା ହଜାର-ହଜାର ଆତ୍ମାଙ୍କର କଲ୍ୟାଣ ହେବାର ଅଛି ।
ତାଙ୍କ ଦ୍ୱାରା ପୁଣି ବହୁତ ବାହାରିବେ । ସମ୍ପୂର୍ଣ୍ଣ ତ କେହି ହୋଇନାହାଁନ୍ତି । କିଛି ନା କିଛି
ଭୁଲ୍ ବି ହୋଇଯାଉଛି । ମାୟା କାହାକୁ ହେଲେ ଛାଡୁ ନାହିଁ । ଯେତେ ସେବା କରି ନିଜର ଉନ୍ନତି କରିବେ,
ସେତିକି ହୃଦୟରେ ସ୍ଥାନ ପାଇବେ । ସେତିକି ହିଁ ଉଚ୍ଚ ପଦ ପାଇବେ । ପୁଣି କଳ୍ପ-କଳ୍ପ ଏହିପରି ହିଁ
ପଦ ହେବ । ଶିବବାବାଙ୍କୁ ତ କେହି ନିଜର କର୍ମ ଲୁଚାଇ ପାରିବେ ନାହିଁ । ଶେଷରେ ପ୍ରତ୍ୟେକଙ୍କୁ
ନିଜ କର୍ମର ସାକ୍ଷାତ୍କାର ତ ହୋଇଥାଏ । ପୁଣି କ’ଣ କରି ପାରିବେ । ବହୁତ କାନ୍ଦିବାକୁ ପଡିବ,
ସେଥିପାଇଁ ବାବା ବୁଝାଉଛନ୍ତି କି ଏପରି କୌଣସି କର୍ମ କରନାହିଁ, ଯାହାଦ୍ୱାରା ଶେଷରେ ଦଣ୍ଡର
ଭାଗୀଦାର ହେବ, ପଶ୍ଚାତାପ କରିବାକୁ ପଡିବ । କିନ୍ତୁ ଯେତେ ବି ବୁଝାଅ, ଯଦି ଭାଗ୍ୟରେ ନାହିଁ ତେବେ
ପୁରୁଷାର୍ଥ କରୁ ହିଁ ନାହାଁନ୍ତି । ଆଜିକାଲିର ମନୁଷ୍ୟ ତ ବାବାଙ୍କୁ ଜାଣନ୍ତି ନାହିଁ ।
ଭଗବାନଙ୍କୁ ସ୍ମରଣ କରୁଛନ୍ତି କିନ୍ତୁ ତାଙ୍କୁ ଜାଣନ୍ତି ନାହିଁ । ତାଙ୍କର କଥା ମାନୁ ନାହାଁନ୍ତି
। ଏବେ ସେହି ବେହଦର ବାପାଙ୍କ ଠାରୁ ସେକେଣ୍ଡରେ ତୁମକୁ ସତ୍ୟଯୁଗୀ ସ୍ୱରାଜ୍ୟର ସମ୍ପତ୍ତି ମିଳୁଛି
। ଶିବବାବଙ୍କର ନାମକୁ ତ ସମସ୍ତେ ପସନ୍ଦ କରୁଛନ୍ତି ନା । ପିଲାମାନେ ଜାଣିଛନ୍ତି ଯେ ସେହି ବେହଦର
ପିତାଙ୍କ ଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ଚାଲି-ଚଳନ ଦ୍ୱାରା ବାବାଙ୍କର ବା ଯଜ୍ଞର ନାମ ପ୍ରତ୍ୟକ୍ଷ କରିବାର ଅଛି, ଏପରି କୌଣସି କର୍ମ ନ
ହେଉ ଯଦ୍ୱାରା ବାବାଙ୍କ ଇଜ୍ଜତ ଯିବ । ସେବା ଦ୍ୱାରା ନିଜର ଭାଗ୍ୟ ନିଜେ ହିଁ ତିଆରି କରିବାର ଅଛି
।
(୨) ବାପ ସମାନ
କଲ୍ୟାଣକାରୀ ହୋଇ ସମସ୍ତଙ୍କର ଆଶୀର୍ବାଦ ନେଇ ପ୍ରଥମ ନମ୍ବର ନେବାର ଅଛି । ଗୃହସ୍ଥ ବ୍ୟବହାରରେ
ରହି କମଳ ଫୁଲ ସମାନ ରହି ବାହାଦୁରୀ ଦେଖାଇବାର ଅଛି ।
ବରଦାନ:-
ସତ୍ତ୍ୱପ୍ରଧାନ
ସ୍ଥିତିରେ ସ୍ଥିତ ରହି ସର୍ବଦା ସୁଖ-ଶାନ୍ତିର ଅନୁଭୂତି କରୁଥିବା ଡବଲ ଅହିଂସକ ଭବ ।
ସର୍ବଦା ନିଜର
ସତ୍ତ୍ୱପ୍ରଧାନ ସଂସ୍କାର ଗୁଡିକରେ ସ୍ଥିତ ରହି ସୁଖ-ଶାନ୍ତିର ଅନୁଭୂତି କରିବା ହିଁ ସଚ୍ଚା ଅହିଂସା
ଅଟେ । ହିଂସା ଅର୍ଥାତ୍ ଯାହାଦ୍ୱାରା ଦୁଃଖ ଅଶାନ୍ତିର ପ୍ରାପ୍ତି ହେଉଥିବ । ତେଣୁ ଚେକ୍ କର ଯେ
ସାରା ଦିନ ଭିତରେ କୌଣସି ପ୍ରକାରର ହିଂସା କରୁ ନାହିଁ ତ । ଯଦି କେହି ଶବ୍ଦ ଦ୍ୱାରା ମଧ୍ୟ କାହାର
ସ୍ଥିତିକୁ ଟଳମଳ କରିଦେଉଛି, ତେବେ ଏହା ମଧ୍ୟ ହିଂସା ଅଟେ । ୨- ଯଦି ନିଜର ସତ୍ତ୍ୱପ୍ରଧାନ
ସଂସ୍କାରକୁ ଦବେଇ ଦେଇ ଅନ୍ୟ କୌଣସି ସଂସ୍କାରକୁ କାର୍ଯ୍ୟକାରୀ କରୁଛ ତେବେ ଏହା ମଧ୍ୟ ହିଂସା ଅଟେ,
ସେଥିପାଇଁ ମହୀନତା ଅର୍ଥାତ୍ ସୂକ୍ଷ୍ମତାକୁ ଯାଇ ମହାନ ଆତ୍ମାର ସ୍ମୃତି ଦ୍ୱାରା ଡବଲ ଅହିଂସକ ହୁଅ
।
ସ୍ଲୋଗାନ:-
ସତ୍ୟ ସହିତ
ଅସତ୍ୟ ମିଶିବା ମାତ୍ରକେ ହିଁ ଖୁସି ସମାପ୍ତ ହୋଇଯାଏ ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।
ତୁମମାନଙ୍କର ଗୋଟିଏ
ଗୋଟିଏ ବାଣୀ ଅଲୌକିକ ହେଉ, ଫରିସ୍ତାମାନଙ୍କ ଭଳି ହେଉ । ପ୍ରତ୍ୟେକ ବାଣୀ ମଧୁର ହେଉ । ଏହି କଥା
ଉପରେ ଏବେ ଅଧିକ ଗୁରୁତ୍ୱ ଦିଅ, ତେବେ ଯାଇ ପ୍ରତ୍ୟକ୍ଷତା ହେବ । କାହିଁକିନା ଏବେ ପର୍ଯ୍ୟନ୍ତ
ମଧ୍ୟ ବାଣୀର ଶକ୍ତି ବ୍ୟର୍ଥରେ ନଷ୍ଟ ହେଉଛି, ସେଥିପାଇଁ ବାଣୀ ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ
କରିବା ପାଇଁ ଯେତିକି ଶକ୍ତି ରହିବା ଦରକାର ତାହା କମ୍ ଅଛି । ତେଣୁ ନିଜର ବାଣୀର ଶକ୍ତିକୁ ଯଦି
ବ୍ୟର୍ଥଠାରୁ ସୁରକ୍ଷିତ ରଖିବ ତେବେ ବାବାଙ୍କୁ ପ୍ରତ୍ୟକ୍ଷ କରିବାର ଶବ୍ଦ ଚାରିଆଡେ ଶୁଭିବ ।