24.08.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସୁଖଦାତା ବାବାଙ୍କୁ ବହୁତ-ବହୁତ ସ୍ନେହର ସହିତ ମନେ ପକାଅ, ମନେ ନ ପକାଇଲେ ସ୍ନେହ ହୋଇପାରିବ ନାହିଁ ।’’

ପ୍ରଶ୍ନ:-
ବାବା ପିଲାମାନଙ୍କୁ ପ୍ରତ୍ୟହ ଯୋଗର ଅଭ୍ୟାସ କରିବା ପାଇଁ ଈଶାରା ଅର୍ଥାତ୍ ନିର୍ଦ୍ଦେଶ କାହିଁକି ଦେଉଛନ୍ତି?

ଉତ୍ତର:-
କାହିଁକି ନା ଯୋଗ ଦ୍ୱାରା ହିଁ ଆତ୍ମା ପାବନ ହେବ । ଯୋଗ ଦ୍ୱାରା ହିଁ ସମ୍ପୂର୍ଣ୍ଣ ବର୍ସା ନେଇପାରିବ । ଆତ୍ମାର ସବୁ ବନ୍ଧନ ସମାପ୍ତ ହୋଇଯିବ । ବିକର୍ମରୁ ମୁକ୍ତ ହୋଇଯିବ । ଦଣ୍ଡରୁ ମୁକୁଳିଯିବ । ଯେତେ ବାବାଙ୍କୁ ମନେ ପକାଇବ ସେତେ ଖୁସି ରହିବ । ଲକ୍ଷ୍ୟର ନିକଟତର ହେବାର ଅନୁଭବ ହେବ । କେବେ ହେଲେ ଥକିବ ନାହିଁ । ଅବିନାଶୀ ସୁଖ ପାଇବା ସେଥିପାଇଁ ଯୋଗର ଅଭ୍ୟାସ ନିଶ୍ଚିତ କରିବାକୁ ହେବ ।

ଗୀତ:-
ବଚପନ କେ ଦିନ ଭୁଲା ନ ଦେନା...

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନେ ଗୀତର ଏଇ ଧାଡିର ଅର୍ଥ ବୁଝିଲେ । ଏବେ ତୁମେମାନେ ବଞ୍ଚିଥିବା ଅବସ୍ଥାରେ ଅବିନାଶୀ ବାବାଙ୍କର ହୋଇଛ । ସାରା କଳ୍ପ ତ ଲୌକିକ ପିତାଙ୍କର ହୋଇଛ । ସତ୍ୟଯୁଗରେ ମଧ୍ୟ ଲୌକିକ ପିତାଙ୍କର ହେଉଛ । ଏବେ କେବଳ ତୁମେ ବ୍ରାହ୍ମଣ ସନ୍ତାନମାନେ ଅବିନାଶୀ ପିତାଙ୍କର ହୋଇଛ । ତୁମେ ଜାଣିଛ ଅବିନାଶୀ ବାବାଙ୍କଠାରୁ ଆମେ ଅବିନାଶୀ ସମ୍ପତ୍ତି ନେଉଛୁ । ଯଦି ବାବାଙ୍କୁ ଛାଡି ଦେବା ତେବେ ଅବିନାଶୀ ସମ୍ପତ୍ତି ମିଳିପାରିବ ନାହିଁ । ତୁମେ ବୁଝାଇଲେ ମଧ୍ୟ ଅଳ୍ପରେ କେହି ରାଜି ହେଉନାହାଁନ୍ତି । ମନୁଷ୍ୟ ବହୁତ ଧନ ଚାହୁଁଛନ୍ତି । ଧନ ବିନା ସୁଖ ମିଳିପାରିବ ନାହିଁ । ଧନ ବି ଦରକାର, ଶାନ୍ତି ବି ଦରକାର, ନିରୋଗୀ ଶରୀର ବି ଦରକାର । ତୁମେ ସନ୍ତାନମାନେ ହିଁ ଜାଣିଛ ଦୁନିଆରେ ଆଜି କ’ଣ ଅଛି, କାଲି କ’ଣ ହେବ । ବିନାଶ ତ ସମ୍ମୁଖରେ ଦଣ୍ଡାୟମାନ, ଏହିକଥା ଆଉ କାହାରି ବୁଦ୍ଧିରେ ନାହିଁ । ଯଦି ବୁଝିବେ ଯେ ବିନାଶ ସମ୍ମୁଖରେ ଛିଡା ହୋଇଛି, ତେବେ କ’ଣ କରିବାକୁ ହେବ, ଏକଥା ଜାଣି ନାହାଁନ୍ତି । ତୁମେ ଜାଣିଛ, ଏପରି ଲାଗୁଛି - କେତେବେଳେ ହେଲେ ବି ଲଢେଇ ଲାଗିଯିବ, ଟିକିଏ ଅଗ୍ନିକଣା ପଡିଗଲେ ବିସ୍ଫୋରଣ ହେବ । ହାହାକାର ହୋଇଯିବ । ଡେରି ହେବ ନାହିଁ । ଆଗରୁ ମଧ୍ୟ ଟିକିଏ କଥାରେ କେତେ ବଡ ଲଢେଇ ଲାଗିଗଲା । ପିଲାମାନେ ଜାଣିଛନ୍ତି ପୁରୁଣା ଦୁନିଆ ଶେଷ ହେବାକୁ ଯାଉଛି, ସେଥିପାଇଁ ଏବେ ଜଲ୍‌ଦି ବାବାଙ୍କଠାରୁ ବର୍ସା ଅଥବା ସମ୍ପତ୍ତି ନେବାକୁ ହେବ । ବାବାଙ୍କୁ ସର୍ବଦା ମନେ ପକାଇଲେ ବହୁତ ହର୍ଷିତ ହୋଇ ରହିବ । ଦେହ-ଅଭିମାନରେ ଆସିବା ଦ୍ୱାରା ସେହି ଖୁସି ସମାପ୍ତ ହୋଇଯାଉଛି । ଦେହୀ-ଅଭିମାନୀ ହେଲେ ବାବାଙ୍କୁ ମନେ ପକାଇପାରିବ । ଦେହ-ଅଭିମାନରେ ଆସିବା ଦ୍ୱାରା ବାବାଙ୍କୁ ଭୁଲି ଦୁଃଖ ପାଉଛ । ଯେତେ ବାବାଙ୍କୁ ମନେ ପକାଇବ ସେତେ ବେହଦ ବାବାଙ୍କଠାରୁ ସୁଖ ପାଇବ । ଏଠାକୁ ତୁମେ ଆସିଛ ଏହିପରି ଲକ୍ଷ୍ମୀ-ନାରାୟଣ ହେବା ପାଇଁ । ରାଜା-ରାଣୀ ଓ ପ୍ରଜାଙ୍କର ଚାକର-ବାକର ଏଥିରେ ବହୁତ ଫରକ ରହିଛି ନା । ବର୍ତ୍ତମାନର ପୁରୁଷାର୍ଥ କଳ୍ପ-କଳ୍ପାନ୍ତର ନିମନ୍ତେ ସ୍ଥାୟୀ ହୋଇଯିବ । ପଛରେ ସମସ୍ତଙ୍କୁ ସାକ୍ଷାତ୍‌କାର ହେବ - ଆମେ କେତେ ପୁରୁଷାର୍ଥ କରିଛୁ । ଏବେ ମଧ୍ୟ ବାବା କହୁଛନ୍ତି ନିଜର ଅବସ୍ଥାକୁ ଦେଖୁଥାଅ । ମିଠାରୁ ମିଠା ବାବା, ଯାହାଙ୍କଠାରୁ ସ୍ୱର୍ଗର ବର୍ସା ମିଳୁଛି, ତାଙ୍କୁ ଆମେ କେତେ ମନେ ପକାଉଛୁ । ତୁମର ସମସ୍ତ ଆଧାର ଯୋଗ ଉପରେ ରହିଛି । ଯେତେ ସ୍ମରଣ କରିବ ସେତେ ଖୁସି ମଧ୍ୟ ରହିବ । ବୁଝିବେ ବାସ୍ ଏବେ ନିକଟରେ ଆସି ପହଞ୍ଚିଛୁ । କେହି କେହି ଥକି ମଧ୍ୟ ଯାଇଥାଆନ୍ତି, ଜଣା ନାହିଁ ଲକ୍ଷ୍ୟ କେତେ ଦୂରରେ ଅଛି, ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଗଲେ ପରିଶ୍ରମ ସଫଳ ହୋଇଯିବ । ଦୁନିଆ ଏକଥା ଜାଣି ନାହିଁ ଯେ ଭଗବାନ କାହାକୁ କୁହାଯାଉଛି । ଏକଥା ମଧ୍ୟ କହିଥା’ନ୍ତି ହେ ଭଗବାନ, ପୁଣି କହିଥା’ନ୍ତି ମାଟି ଗୋଡି ଭିତରେ ଭଗବାନ ଅଛନ୍ତି । ଏବେ ତୁମେ ଜାଣୁଛ ଆମେ ବାବାଙ୍କର ହୋଇଯାଇଛୁ । ତେଣୁ ଏବେ ବାବାଙ୍କ ମତରେ ହିଁ ଚାଲିବାକୁ ହେବ । ବିଦେଶରେ ଥିଲେ ମଧ୍ୟ ସେଠାରେ ରହି ବାବାଙ୍କୁ ମନେ ପକାଇବା ଉଚିତ୍ । ତୁମକୁ ଶ୍ରୀମତ ତ’ ମିଳିଛି । ବାବାଙ୍କୁ ମନେ ନ ପକାଇଲେ ଆତ୍ମା ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇପାରିବ ନାହିଁ । ତୁମେ କହୁଛ - ବାବା ଆମେ ଆପଣଙ୍କଠାରୁ ପୂରା ବର୍ସା ନେବୁ । ଯେପରି ଆମ ବ୍ରହ୍ମାବାବା ସ୍ୱର୍ଗର ସମ୍ପତ୍ତି ନେଉଛନ୍ତି, ଆମେ ମଧ୍ୟ ପୁରୁଷାର୍ଥ କରି ତାଙ୍କର ଉତ୍ତରାଧିକାରୀ ନିଶ୍ଚିତ ହେବ । ମମ୍ମା-ବାବା ରାଜ-ରାଜେଶ୍ୱର, ରାଜ-ରାଜେଶ୍ୱରୀ ହେଉଛନ୍ତି, ତେଣୁ ଆମେ ମଧ୍ୟ ହେବୁ । ପରୀକ୍ଷା ତ ସମସ୍ତଙ୍କ ପାଇଁ ଗୋଟିଏ । ତୁମକୁ ବହୁତ ଅଳ୍ପ ଶିଖାଯାଉଛି, କେବଳ ବାବାଙ୍କୁ ମନେ ପକାଅ । ଏହାକୁ କୁହାଯାଉଛି ସହଜ ରାଜଯୋଗର ବଳ । ତୁମେ ବୁଝୁଛ ଯୋଗ ଦ୍ୱାରା ବହୁତ ଶକ୍ତି ମିଳୁଛି । ଆମେ କୌଣସି ବିକର୍ମ କଲେ ବହୁତ ଦଣ୍ଡ ପାଇବା, ପଦ ଭ୍ରଷ୍ଟ ହୋଇଯିବ । ଯୋଗରେ ହିଁ ମାୟା ବିଘ୍ନ ପକାଉଛି ।

ତୁମେ ଜାଣିଛ ଆମେ ପାବନ ଦୁନିଆକୁ ଯାଉଛୁ । ଯିଏ ବ୍ରାହ୍ମଣ ହେବେ ସେ ନିମିତ୍ତ ହେବେ । ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ନ ହେଲେ ତୁମେମାନେ ବାବାଙ୍କଠାରୁ ବର୍ସା ନେଇପାରିବ ନାହିଁ । ବାବା ପିଲାମାନଙ୍କୁ ରଚନା ହିଁ କରୁଛନ୍ତି ବର୍ସା ଦେବା ପାଇଁ । ଆମେମାନେ ତ ଶିବବାବାଙ୍କର ସନ୍ତାନ ହିଁ ଅଟୁ । ସେ ନୂଆ ସୃଷ୍ଟି ରଚନା କରୁଛନ୍ତି ପିଲାମାନଙ୍କୁ ସମ୍ପତ୍ତି ଦେବା ପାଇଁ । ଶରୀରଧାରୀଙ୍କୁ ହିଁ ସମ୍ପତ୍ତି ଦେବେ । ଆତ୍ମାମାନେ ତ’ ଉପରେ ପରମଧାମରେ ରହିଥା’ନ୍ତି । ସେଠାରେ ତ ବର୍ସା ଅଥବା ପ୍ରାରବ୍ଧର କଥା ନାହିଁ । ତୁମେ ଏବେ ପୁରୁଷାର୍ଥ କରି ପ୍ରାରବ୍ଧ ନେଉଛ, ଯାହା ଦୁନିଆ ଜାଣିନାହିଁ । ଏବେ ସମୟ ପାଖେଇ ଆସୁଛି । ସତର୍କ କରିଦେଉଛନ୍ତି ଅମୁକ ଯଦି ଏପରି କଲେ ଆମେ ତାଙ୍କୁ ଏକଦମ୍ ଉଡାଇ ଦେବୁ । ବିନାଶର ପ୍ରସ୍ତୁତି ଚାଲିଛି । ବମ୍ ଇତ୍ୟାଦି ରଖିବା ପାଇଁ ତିଆରି ହୋଇ ନାହିଁ । ପ୍ରସ୍ତୁତି ବହୁତ ହେଉଛି । ବ୍ରିଟିଶ ସରକାର ସମୟରେ ପାକିସ୍ତାନ, ହିନ୍ଦୁସ୍ତାନ ଥିଲା କି? ଲେଖାଯାଇଛି ଯବନମାନଙ୍କର ଲଢେଇ । ପାଣ୍ଡବ ଓ କୌରବମାନଙ୍କର ଲଢେଇ ନାହିଁ । ବାସ୍ତବରେ ଯବାନମାନେ ଲଢୁଛନ୍ତି । ବମ୍ ମଧ୍ୟ ତିଆରି ହୋଇଗଲାଣି । ଏବେ ବାବା ଆମକୁ ନିର୍ଦ୍ଦେଶ ଦେଉଛନ୍ତି, ମୋତେ ମନେ ପକାଅ ନଚେତ୍ ପଛରେ ବହୁତ କାନ୍ଦିବାକୁ ପଡିବ । ପରୀକ୍ଷାରେ ପାସ୍ ନ କଲେ କ୍ରୋଧରେ ଯାଇ ବୁଡି ମରିଥା’ନ୍ତି । ଏଠାରେ ରାଗିବାର ତ କୌଣସି କଥା ନାହିଁ । ପଛରେ ତୁମକୁ ବହୁତ ସାକ୍ଷାତ୍‌କାର ହେବ । କ’ଣ-କ’ଣ ଆମେ ହେବୁ - ଏକଥା ମଧ୍ୟ ଜଣାପଡିଯିବ । ବାବାଙ୍କର କାମ ହେଉଛି ପୁରୁଷାର୍ଥ କରାଇବା । କହୁଛନ୍ତି ପିଲାମାନେ କର୍ମ କରିବା ବେଳେ ବାବାଙ୍କ ସ୍ମୃତିରେ ରହିବା ଭୁଲିଯାଉଛ ଅଥବା ଫୁରସତ୍ ମିଳୁନାହିଁ, ତେବେ ଠିକ୍ ଅଛି ବସିଯାଅ । ତାଙ୍କରି ସ୍ମୃତିରେ ବସି ତାଙ୍କୁ ମନେ ପକାଅ । ପରସ୍ପର ସହିତ ମିଶିବା ସମୟରେ ମଧ୍ୟ ଚେଷ୍ଟା କର ଯେ ଆମେ ବାବାଙ୍କୁ ମନେ ପକାଇବୁ । ଏକାଠି ଭାବେ ବସି ଯୋଗ କଲେ ତୁମେ ଭଲ ଯୋଗ କରିପାରିବ, ତୁମକୁ ବାବାଙ୍କ ଠାରୁ ସହଯୋଗ ମିଳିବ । ମୂଳକଥା ହେଉଛି ବାବାଙ୍କୁ ମନେ ପକାଇବା । ଏଠାକୁ ଆସ ବା ନ ଆସ । କେହି ବିଦେଶ ଗଲେ ପୁଣି ତ ଆସିପାରିବେ ନାହିଁ । ସେଠାରେ ମଧ୍ୟ କେବଳ ଗୋଟିଏ କଥା ମନେ ରଖ । ବାବାଙ୍କ ସ୍ମୃତି ଦ୍ୱାରା ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବ । ବାବା କହୁଛନ୍ତି କେବଳ ଗୋଟିଏ କଥା ମନେ ରଖ - ବାବାଙ୍କୁ ମନେ ପକାଅ । ବାବା କହୁଛନ୍ତି - ମନମନାଭବ । ମୋତେ ମନେ ପକାଇଲେ ବିଶ୍ୱର ମାଲିକ ହେବ । ମୂଳକଥା ହେଉଛି ୟାଦର । କେଉଁଠାକୁ ଯିବାର କଥା ନାହିଁ । ଘରେ ରୁହ କେବଳ ବାବାଙ୍କୁ ମନେ ପକାଅ । ପବିତ୍ର ନ ରହିଲେ ମନେ ପକାଇ ପାରିବ ନାହିଁ । ଏପରି ନୁହେଁ ଯେ ସମସ୍ତେ ଆସି କ୍ଲାସ୍‌ରେ ପଢିବେ । ମନମନାଭବର ମନ୍ତ୍ର ନେଇ ପୁଣି ଯୁଆଡେ ବି ଯାଇପାର । ସତ୍ତ୍ୱପ୍ରଧାନ ହେବାର ରାସ୍ତା ବାବା ବତାଇଛନ୍ତି । ଏପରି ତ’ ସେଣ୍ଟରକୁ ଆସିଲେ ନୂଆ-ନୂଆ ପଏଣ୍ଟ ଶୁଣିପାରିବ । ଯଦି କୌଣସି କାରଣରୁ ଆସିପାରୁ ନାହଁ, ବର୍ଷା ହେଉଛି ଅଥବା କର୍‌ଫ୍ୟୁ ବା ସାନ୍ଧ୍ୟ ଆଇନ ଜାରି ହେଉଛି, କେହି ବାହାରକୁ ବାହାରି ପାରୁ ନାହାଁନ୍ତି ତେବେ କ’ଣ କରିବ । ବାବା କହୁଛନ୍ତି ଚିନ୍ତା ନାହିଁ । ଯେଉଁଠି ରହିଲେ ବି ତୁମେ ବାବାଙ୍କର ସ୍ମୃତିରେ ରୁହ । ଚାଲି-ବୁଲି ସ୍ମରଣ କର । ଅନ୍ୟମାନଙ୍କୁ କୁହ ଯେ ବାବାଙ୍କୁ ସ୍ମରଣ କରିବା ଦ୍ୱାରା ବିକର୍ମ ବିନାଶ ହେବ ଓ ତୁମେ ଦେବତା ହୋଇଯିବ । ଦୁଇଟି ଅକ୍ଷର ହିଁ ରହିଛି ।

ବାବା କହୁଛନ୍ତି - ଏହି ପିଲାଦିନକୁ ଭୁଲିଯାଅ ନାହିଁ । ଆଜି ହସୁଛ କାଲି କାନ୍ଦିବାକୁ ପଡିବ - ଯଦି ବାବାଙ୍କୁ ଭୁଲିଗଲ ତ । ବାବାଙ୍କଠାରୁ ପୂରା ବର୍ସା ନେବା ଉଚିତ୍ । ଏପରି ଅନେକ ଅଛନ୍ତି ଯିଏ କହୁଛନ୍ତି ସ୍ୱର୍ଗକୁ ତ ନିଶ୍ଚୟ ଯିବୁ ନା ପୁଣି ଯାହା ଭାଗ୍ୟରେ ଥିବ । ଏହାକୁ ପୁରୁଷାର୍ଥ କରିବା କୁହାଯିବ ନାହିଁ । ଉଚ୍ଚପଦ ପାଇବା ପାଇଁ ହିଁ ମନୁଷ୍ୟ ପୁରୁଷାର୍ଥ କରିଥା’ନ୍ତି । ଏବେ ଯେବେ କି ବାବାଙ୍କ ପାଖରୁ ଉଚ୍ଚ ପଦ ମିଳୁଛି, ତେବେ ଭୁଲ୍ କରିବା ଅନୁଚିତ୍ । ସ୍କୁଲରେ ଯିଏ ନ ପଢିବେ ପାଠୁଆଙ୍କ ଆଗରେ ମୁଣ୍ଡ ନୁଆଇଁବେ । ବାବାଙ୍କୁ ସମ୍ପୂର୍ଣ୍ଣ ଭାବରେ ୟାଦ ନ କଲେ ଯାଇ ପ୍ରଜାଙ୍କର ମଧ୍ୟ ଚାକର ବାକର ହେବେ । ଏଥିରେ କ’ଣ ଖୁସି ହେବା ଉଚିତ୍ । ତେଣୁ ବାବା ବୁଝାଉଛନ୍ତି - ମଧୁର ସନ୍ତାନମାନେ ସମ୍ମୁଖରେ ଆସି ରିଫ୍ରେସ୍ ହୋଇଯାଉଛ । ଅନେକ ବନ୍ଧନଯୁକ୍ତ ମାତାମାନେ ଅଛନ୍ତି, ଚିନ୍ତା ନାହିଁ, ଘରେ ବସି ବାବାଙ୍କୁ ସ୍ମରଣ କରିଚାଲ । ତୁମକୁ କେତେ ସହଜ କରି ବୁଝାଯାଉଛି, ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ, ଅଚାନକ ଲଢେଇ ଆରମ୍ଭ ହୋଇଯିବ । ପରସ୍ପରକୁ କହୁଛନ୍ତି ଟିକିଏ ଗଡବଡ କଲେ ଆମେ ଏପରି କରିବୁ । ପୂର୍ବରୁ ହିଁ କହିଦେଉଛନ୍ତି, ବମ୍ ରଖିଛନ୍ତି ତେଣୁ ବହୁତ ଗର୍ବ ରହିଛି । ବାବା କହୁଛନ୍ତି - ପିଲାମାନେ ଏ ପର୍ଯ୍ୟନ୍ତ ଯୋଗବଳରେ ହୋସିଆର ହୋଇନାହାଁନ୍ତି, ଏପରି ନ ହେଉ ଲଢେଇ ଲାଗିଯାଉ । କିନ୍ତୁ ଡ୍ରାମା ଅନୁସାରେ ଏପରି ହେବ ହିଁ ନାହିଁ । ପିଲାମାନେ ସମ୍ପୂର୍ଣ୍ଣ ବର୍ସା ନେଇ ନାହାଁନ୍ତି ସେଥିପାଇଁ ନିଶ୍ଚୟ ରହିଛି, ଏହି ଲଢେଇ ଲାଗିଲେ ମଧ୍ୟ ବନ୍ଦ ହୋଇଯିବ କାହିଁକି ନା ଏବେ ରାଜଧାନୀ ସ୍ଥାପନ ହୋଇନାହିଁ । ସମୟ ଦରକାର । ପୁରୁଷାର୍ଥ କରାଇ ଚାଲିଛନ୍ତି, ଜଣା ନାହିଁ କୌଣସି ସମୟରେ କିଛି ବି ହୋଇପାରେ । ବସ୍ ଓଲଟି ପଡୁଛି, ଟ୍ରେନ୍‌, ଉଡାଜାହାଜ ଖସି ପଡୁଛି, ମୃତ୍ୟୁ କେତେ ସହଜରେ ସମ୍ମୁଖରେ ଠିଆ ହୋଇଛି । ଧରିତ୍ରୀ ମଧ୍ୟ ହଲୁଛି । ସବୁଠାରୁ ଅଧିକ କାମ ଭୂମିକମ୍ପ କରିବ । କିନ୍ତୁ ବିନାଶ ହେବା ପୂର୍ବରୁ ବାବାଙ୍କଠାରୁ ପୂରା ବର୍ସା ନେବାକୁ ହେବ, ସେଥିପାଇଁ ବହୁତ ଶ୍ରଦ୍ଧାରେ ବାବାଙ୍କୁ ସ୍ମରଣ କରିବା ଉଚିତ୍ । ବାବା ଆପଣଙ୍କ ବ୍ୟତୀତ ଆମର ଦ୍ୱିତୀୟ କେହି ନାହାଁନ୍ତି । କେବଳ ବାବାଙ୍କୁ ହିଁ ସ୍ମରଣ କରିଚାଲ । କେତେ ସହଜ ରୀତିରେ ବୁଝାଉଛି ଯେପରି ଛୋଟ-ଛୋଟ ପିଲାଙ୍କୁ ବୁଝାଯାଇଥାଏ, ଆଉ କୌଣସି କଷ୍ଟ ଦେଉ ନାହିଁ, କେବଳ ମନେ ପକାଅ । ଆଉ ତୁମେ ଚିତାରେ ବସି ଜଳି ମରିଛ ଏବେ ଜ୍ଞାନ ଚିତାରେ ବସି ପବିତ୍ର ହୁଅ । ତୁମକୁ ପଚାରୁଛନ୍ତି ଆପଣଙ୍କର ଉଦ୍ଦେଶ୍ୟ କ’ଣ? କୁହ, ସମସ୍ତଙ୍କର ଯିଏ ପିତା ସେ କହୁଛନ୍ତି ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ସମସ୍ତଙ୍କର ସଦ୍‌ଗତି ଦାତା ଏକମାତ୍ର ବାବା ଅଟନ୍ତି । ବର୍ତ୍ତମାନ ବାବା କହୁଛନ୍ତି - କେବଳ ମୋତେ ମନେ ପକାଇଲେ ତୁମର କଳଙ୍କ ବାହାରିଯିବ । ଏତିକି ସନ୍ଦେଶ ତ ଦେଇପାରିବ ନା । ନିଜେ ୟାଦରେ ରହିଲେ ଯାଇ ଅନ୍ୟକୁ ୟାଦ କରାଇପାରିବ । ଅନ୍ୟକୁ ରୁଚିର ସହିତ କହିପାରିବ ନଚେତ୍ ହୃଦୟରୁ ବାହାରିବ ନାହିଁ । ବାବା କହୁଛନ୍ତି - ଯେଉଁଠି ଥିଲେ ମଧ୍ୟ ଯେତେ ସମ୍ଭବ କେବଳ ମନେ ପକାଅ । ଯଦିଓ ଖାଇବା ପିଇବା ଆଦିରେ ଟିକିଏ ଅସୁବିଧା ହୋଇଥାଏ । ଘରେ ତ ରହିବାକୁ ହିଁ ପଡିବ । ଘରେ ରହି ବାବାଙ୍କୁ ମନେ ପକାଅ, ଯିଏ ମିଳୁଛନ୍ତି ତାଙ୍କୁ ଏହି ଶିକ୍ଷା ଦିଅ - ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ ।

ବାବା କହୁଛନ୍ତି - ତୁମେ ସବୁ ତମୋପ୍ରଧାନ ପତିତ ହୋଇଯାଇଛ, ଏବେ ମୋତେ ମନେ ପକାଇ ପବିତ୍ର ହୁଅ । ଆତ୍ମା ହିଁ ପତିତ ହୋଇଛି, ସତ୍ୟଯୁଗରେ ଆତ୍ମା ପାବନ ଥାଏ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ଆତ୍ମା ପାବନ ହେବ ଆଉ କୌଣସି ଉପାୟ ନାହିଁ । ଏହି ସନ୍ଦେଶ ସମସ୍ତଙ୍କୁ ଦେଇଚାଲ ତେବେ ମଧ୍ୟ ଅନେକଙ୍କର କଲ୍ୟାଣ କରିପାରିବ ଆଉ କୌଣସି କଷ୍ଟ ଦେଉନାହିଁ । ପୁରୁଷୋତ୍ତମ ମାସରେ ମଧ୍ୟ ଯାଇ ବୁଝାଅ ଯେ ସବୁଠାରୁ ପୁରୁଷୋତ୍ତମ କିଏ? ସତ୍ୟଯୁଗ ଆଦିରେ ଏହି ଲକ୍ଷ୍ମୀ-ନାରାୟଣ ପୁରୁଷୋତ୍ତମ ଥିଲେ । ଏମାନଙ୍କୁ ଏପରି ପୁରୁଷୋତ୍ତମ କରାଇବାବାଲା ଏବଂ ସ୍ୱର୍ଗର ସ୍ଥାପନା କରିବାବାଲା କେବଳ ବାବା ଅଟନ୍ତି । ସବୁ ଆତ୍ମାମାନଙ୍କୁ ପାବନ କରୁଥିବା ଜଣେ ମାତ୍ର ପତିତ-ପାବନ ବାବା ଅଟନ୍ତି । ସବୁଠାରୁ ଉତ୍ତମରୁ ଉତ୍ତମ ପୁରୁଷ କରାଇଲାବାଲା ହେଲେ ବାବା । ଯିଏ ପୂଜ୍ୟ ଥିଲେ ସିଏ ପୁଣି ପୂଜାରୀ ହୋଇଛନ୍ତି । ରାବଣ ରାଜ୍ୟରେ ଆମେ ପୂଜାରୀ ହୋଇଛୁ, ରାମରାଜ୍ୟରେ ପୂଜ୍ୟ ଥିଲୁ । ଏବେ ରାବଣ ରାଜ୍ୟର ଅନ୍ତିମ ସମୟ । ଆମେ ପୂଜାରୀରୁ ପୁଣି ପୂଜ୍ୟ ହେଉଛୁ । ବାବାଙ୍କୁ ମନେ ପକାଇବା ପାଇଁ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇବା ଉଚିତ । ବୁଢୀ ମାତାମାନେ ମଧ୍ୟ ଏହି ସେବା କରିବା ଉଚିତ୍ । ମିତ୍ର-ସମ୍ବନ୍ଧୀମାନଙ୍କୁ ମଧ୍ୟ ବାବାଙ୍କ ପରିଚୟ ଦିଅ । କୁହ, ଶିବବାବା କହୁଛନ୍ତି ତାଙ୍କୁ ମନେ ପକାଇଲେ ତୁମେ ସ୍ୱର୍ଗର ମାଲିକ ହୋଇଯିବ । ନିରାକାର ଶିବବାବା ସମସ୍ତଙ୍କର ସଦ୍‌ଗତି ଦାତା ବାବା, ସବୁ ଆତ୍ମାମାନଙ୍କୁ କହୁଛନ୍ତି ମୋତେ ମନେ ପକାଇଲେ ସତ୍ତ୍ୱପ୍ରଧାନ ହୋଇଯିବ । ଏହା ବୁଝାଇବା ତ ସହଜ ଅଟେ ନା । ବୁଢୀମାତାମାନେ ମଧ୍ୟ ଏହି ସେବା କରିପାରିବେ । ଏହା ହେଉଛି ମୂଳ କଥା । ବିବାହ ବ୍ରତ ଯେଉଁଆଡେ ବି ଯାଅ, କାନରେ ଏହି କଥା ଶୁଣାଅ । ଗୀତାର ଭଗବାନ କହୁଛନ୍ତି, ମୋତେ ମନେ ପକାଅ, ଏହି କଥାକୁ ସମସ୍ତେ ପସନ୍ଦ କରିବେ । ଅଧିକ କହିବାର ଆବଶ୍ୟକତା ନାହିଁ । କେବଳ ବାବାଙ୍କର ସନ୍ଦେଶ ଦେବାକୁ ହେବ ଯେ ବାବା କହୁଛନ୍ତି ମୋତେ ମନେ ପକାଅ ।

ଆଚ୍ଛା - ଏପରି ଭାବ, ଭଗବାନ ପ୍ରେରଣା ଦେଉଛନ୍ତି । ସ୍ୱପ୍ନରେ ସାକ୍ଷାତ୍‌କାର ହେଉଛି, ଶୂନ୍ୟବାଣୀ ହେଉଛି - ବାବା କହୁଛନ୍ତି ମୋତେ ମନେ ପକାଇଲେ ସତ୍ତ୍ୱପ୍ରଧାନ ହୋଇଯିବ । ତୁମେ ନିଜେ ମଧ୍ୟ କେବଳ ଏହି ଚିନ୍ତନ କଲେ ବେଡା ଅଥବା ନଉକା ପାର ହୋଇଯିବ । ଆମେ ବାସ୍ତବରେ ବେହଦ ବାବାଙ୍କର ହୋଇଛୁ ଓ ବାବାଙ୍କଠାରୁ ୨୧ ଜନ୍ମର ବର୍ସା ନେଉଛୁ, ତେଣୁ ଖୁସି ରହିବା ଦରକାର ନା । ବାବାଙ୍କୁ ଭୁଲିବା ଦ୍ୱାରା ହିଁ କଷ୍ଟ ହେଉଛି । ବାବା କେତେ ସହଜ ଭାବେ ବତାଉଛନ୍ତି - ମୋତେ ମନେ ପକାଇଲେ ସମସ୍ତେ ବୁଝିବେ ଯେ ଏହାଙ୍କୁ ସଠିକ୍ ରାସ୍ତା ମିଳିଛି । ଏହି ରାସ୍ତା କେବେ କେହି ବତାଇ ପାରିବେ ନାହିଁ । ଏପରି ସମୟ ଆସିବ ଯେ ତୁମେ ଘରୁ ବାହାରକୁ ବାହାରି ପାରିବ ନାହିଁ । ବାବାଙ୍କୁ ମନେ ପକାଇ ପକାଇ ଶରୀର ଛାଡି ଦେବ । ଅନ୍ତକାଳରେ ଯିଏ ଶିବବାବାକୁ ସ୍ମରଣ କରିବ... ପୁଣି ନାରାୟଣ ଯୋନିରେ ଜନ୍ମ ନେବ । ଲକ୍ଷ୍ମୀ-ନାରାୟଣଙ୍କ ରାଜବଂଶରେ ଆସିବ । ବାର-ବାର ବା ଅନେକ ବାର ରାଜ ପଦ ପ୍ରାପ୍ତ କରିବ । ବାସ୍ କେବଳ ସ୍ନେହର ସହ ବାବାଙ୍କୁ ସ୍ମରଣ କର । ତାଙ୍କୁ ସ୍ମରଣ ନ କଲେ ସ୍ନେହ କିପରି କରିବ । ସୁଖ ମିଳିଛି ତେଣୁ ସ୍ମରଣ କରାଯାଉଛି । ଦୁଃଖଦାତାଙ୍କୁ ସ୍ନେହ କରାଯାଇ ନ ଥାଏ । ବାବା କହୁଛନ୍ତି ମୁଁ ତୁମକୁ ସ୍ୱର୍ଗର ମାଲିକ କରାଉଛି ସେଥିପାଇଁ ମୋତେ ସ୍ନେହ କର । ବାବାଙ୍କ ମତରେ ଚାଲିବା ଦରକାର ନା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ପାଠପଢାରେ କେବେହେଲେ ଅବହେଳା କରିବାର ନାହିଁ, ଯୁଦ୍ଧ ଲାଗିବା ପୂର୍ବରୁ ବାବାଙ୍କଠାରୁ ପୂରା-ପୂରା ବର୍ସା ନେବାକୁ ହେବ ।

(୨) ଶ୍ରୀମତ ଆଧାରରେ ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇବାକୁ ହେବ ।

ବରଦାନ:-
ସଂକଳ୍ପ, ବୃତ୍ତି ଏବଂ ସ୍ମୃତି ଦ୍ୱାରା ବ୍ୟର୍ଥକୁ ସମାପ୍ତ କରୁଥିବା ସଚ୍ଚା ବ୍ରାହ୍ମଣ, ସମ୍ପୂର୍ଣ୍ଣ ପବିତ୍ର ଭବ ।

ନିଜର ସଂକଳ୍ପ, ବୃତ୍ତି ଏବଂ ସ୍ମୃତିକୁ ଚେକ୍ କର - ଏମିତି ନୁହେଁ ଯେ ଟିକିଏ ଭୁଲ୍ ହୋଇଗଲା, ସେଥିପାଇଁ ପଶ୍ଚାତାପ କରିନେଲି ବା ଭୁଲ୍ ମାଗିନେଲି, ତେଣୁ ସେଥିରୁ ମୁକ୍ତ ହୋଇଗଲି । ତେବେ ଯିଏ ଯେତେ ବି କ୍ଷମା ମାଗିଲେ ମଧ୍ୟ ଯେଉଁ ପାପ ବା ବ୍ୟର୍ଥ କର୍ମ ହୋଇଗଲା ତା’ର ଚିହ୍ନ ଲିଭିଯାଏ ନାହିଁ । ତେଣୁ ସଂସ୍କାର ରୂପକ ଖାତା ସ୍ୱଚ୍ଛ ଅର୍ଥାତ୍ ସଫା ହୁଏ ନାହିଁ । ସେଥିପାଇଁ କେବଳ ଏହି ପୁରୁଣା ପ୍ରଥାକୁ ଆପଣାଅ ନାହିଁ, କିନ୍ତୁ ସ୍ମୃତିରେ ରହୁ ଯେ ମୁଁ ସମ୍ପୂର୍ଣ୍ଣ ପବିତ୍ର ବ୍ରାହ୍ମଣ ଅଟେ । ଅପବିତ୍ରତା - ମୋ’ର ସଂକଳ୍ପ, ବୃତ୍ତି ବା ସ୍ମୃତିକୁ ମଧ୍ୟ ସ୍ପର୍ଶ କରିପାରିବ ନାହିଁ । ଏଥିପାଇଁ ପ୍ରତି ପାଦରେ ସାବଧାନ ରୁହ ।

ସ୍ଲୋଗାନ:-
ବାବାଙ୍କର ସଂଗକୁ କାର୍ଯ୍ୟରେ ଲଗାଅ, ତାହା ହେଲେ କେବେ ବି ନିରାଶ ହେବ ନାହିଁ ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।

ପବିତ୍ରତାର ରହସ୍ୟକୁ ବାସ୍ତବିକ ରୂପରେ ଅନୁଭବ କରିବା ଅର୍ଥାତ୍ ସଂକଳ୍ପ ରୂପରେ ମଧ୍ୟ ପାଞ୍ଚବିକାର ଉପରେ ବିଜୟୀ ହେବା । ବ୍ୟର୍ଥ ସଂକଳ୍ପ କ୍ରୋଧକୁ ମଧ୍ୟ ଜନ୍ମ ଦେଇଥାଏ ଏବଂ କାମ ବିକାର ଅର୍ଥାତ୍ କୌଣସି ଆତ୍ମା ପ୍ରତି ଯଦି ବ୍ୟର୍ଥ ଦୃଷ୍ଟି ମଧ୍ୟ ଯାଉଛି, ତେବେ ସେହି ସମୟରେ ପବିତ୍ରତା କୁହାଯିବ ନାହିଁ । ତେଣୁ ଏହି ବ୍ୟର୍ଥ ସଂକଳ୍ପକୁ ବାବାଙ୍କର ସ୍ନେହର ପ୍ରତିଦାନ ରୂପରେ ସ୍ୱାହା କରିଦିଅ ।