25.04.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ବାବା
ଦୂରଦେଶରୁ ଆସିଛନ୍ତି, ତୁମ ସନ୍ତାନମାନଙ୍କ ପାଇଁ ନୂଆ ରାଜ୍ୟ ସ୍ଥାପନ କରିବା ପାଇଁ, ତୁମେମାନେ
ବର୍ତ୍ତମାନ ସ୍ୱର୍ଗ ପାଇଁ ଯୋଗ୍ୟ ହେଉଛ । ”
ପ୍ରଶ୍ନ:-
ଯେଉଁ
ସନ୍ତାନମାନଙ୍କର ଶିବବାବାଙ୍କ ପ୍ରତି ଅତୁଟ ନିଶ୍ଚୟ ରହିଛି, ସେମାନଙ୍କର ଲକ୍ଷଣ କଣ ହୋଇଥିବ?
ଉତ୍ତର:-
ସେମାନେ ଆଖି ବନ୍ଦ କରି ବାବାଙ୍କର ଶ୍ରୀମତକୁ ପାଳନ କରିବେ, ଯାହା ବି ଆଜ୍ଞା ମିଳୁ । ସେମାନଙ୍କ
ମନରେ ଏଭଳି ବିଚାର ବି ଆସିବ ନାହିଁ ଯେ ଏଥିରେ କିଛି କ୍ଷତି ହୋଇଯିବ ନାହିଁ ତ କାହିଁକି ନା
ଏହିଭଳି ନିଶ୍ଚୟବୁଦ୍ଧି ସନ୍ତାନମାନଙ୍କର ଉତ୍ତରାଦାୟୀ ବାବା ଅଟନ୍ତି । ସେମାନଙ୍କୁ ନିଶ୍ଚୟର ବଳ
ମିଳିଯାଏ । ଅବସ୍ଥା ଅଟଳ ଏବଂ ଅଚଳ ହୋଇଯାଏ ।
ଗୀତ:-
ତୁମ୍ହି ହୋ
ମାତା, ତୁମହି ପିତା ହୋ...
ଓମ୍ ଶାନ୍ତି ।
ଏହା କାହାର ମହିମା ଶୁଣିଲ? ଯାହାଙ୍କୁ ତୁମ ସନ୍ତାନମାନଙ୍କ ବ୍ୟତୀତ ଦୁନିଆରେ ଆଉ କେହି ବି ଜାଣି
ନାହାଁନ୍ତି । ଏହା ହେଉଛି ସର୍ବୋଚ୍ଚ ପିତାଙ୍କର ମହିମା । ବାକି ଆଉ ଯାହାର ବି ମହିମା କରୁଛନ୍ତି,
ତାହା ବ୍ୟର୍ଥ ହୋଇଯାଉଛି । ଏକମାତ୍ର ଭଗବାନ ହିଁ ସର୍ବୋଚ୍ଚ ଅଟନ୍ତି । ତେବେ ପିତାଙ୍କର ପରିଚୟ
କିଏ ଦେବ । ସେ ନିଜେ ହିଁ ଆସି ଆତ୍ମାର ଏବଂ ନିଜର ପରିଚୟ ଦେଉଛନ୍ତି । କୌଣସି ବି ମନୁଷ୍ୟଙ୍କୁ
ଆତ୍ମାର ଯଥାର୍ଥ ପରିଚୟ ଜଣା ନାହିଁ । ଯଦିଓ କହୁଛନ୍ତି ମହାନ ଆତ୍ମା, ଜୀବ ଆତ୍ମା । ଯେତେବେଳେ
କେହି ଶରୀର ଛାଡେ, ତେବେ କୁହନ୍ତି - ଶରୀରରୁ ଆତ୍ମା ବାହାରିଗଲା । ଶରୀର ମୁର୍ଦ୍ଦାର ହୋଇଯାଇଥାଏ
। ଆତ୍ମା ହେଉଛି ଅବିନାଶୀ । ତାହା କେବେ ନଷ୍ଟ ହୁଏ ନାହିଁ । ଆତ୍ମା ଯିଏ ତାରକା ସଦୃଶ, ତାହା ଅତି
ସୂକ୍ଷ୍ମ ଅଟେ । ଆତ୍ମାକୁ ଏହି ଆଖି ଦ୍ୱାରା ଦେଖି ହୁଏ ନାହିଁ । ସବୁ କର୍ତ୍ତବ୍ୟ ଆତ୍ମା ହିଁ
କରିଥାଏ । କିନ୍ତୁ ଘଡିଘଡି ଦେହ-ଅଭିମାନରେ ଆସିଯାଉଥିବାରୁ, କହନ୍ତି ମୁଁ ଅମୁକ, ମୁଁ ଏହା କରୁଛି
। ବାସ୍ତବରେ ଆତ୍ମା ହିଁ ସବୁ କରିଥାଏ । ଶରୀର ତ ହେଉଛି ଯନ୍ତ୍ର । ସାଧୁ ଆଦି ମଧ୍ୟ ଜାଣିଛନ୍ତି
ଯେ ଆତ୍ମା ବହୁତ ସୂକ୍ଷ୍ମ, ଭ୍ରୁକୁଟି ମଝିରେ ରହେ । କିନ୍ତୁ ତାଙ୍କର ଏହି ଜ୍ଞାନ ନାହିଁ ଯେ
ଆତ୍ମାରେ ଅଭିନୟ କରିବାର ସଂସ୍କାର ଅଛି । ଆଉ କେତେକ କୁହନ୍ତି - ଆତ୍ମାରେ ସଂସ୍କାର ନ ଥାଏ,
ଆତ୍ମା ନିର୍ଲେପ । କେହି କେହି କୁହନ୍ତି ସଂସ୍କାର ଅନୁସାରେ ଜନ୍ମ ମିଳିଥାଏ । ଏ ସମ୍ବନ୍ଧରେ
ମତଭେଦ ବହୁତ ରହିଛି । ଏକଥା ମଧ୍ୟ କାହାକୁ ଜଣା ନାହିଁ ଯେ କେଉଁ ଆତ୍ମା ୮୪ ଜନ୍ମ ନେଉଛି । ତୁମେ
ଜାଣିଛ ଯେ ସୂର୍ଯ୍ୟବଂଶୀମାନଙ୍କୁ ହିଁ ୮୪ଜନ୍ମର ଚକ୍ରରେ ଆସିବାକୁ ପଡୁଛି । ଆତ୍ମା ହିଁ ୮୪ଜନ୍ମର
ଚକ୍ରରେ ଆସି ପତିତ ହେଉଛି । ତାକୁ କିଏ ପବିତ୍ର କରିବ? ପତିତ-ପାବନ ସର୍ବୋଚ୍ଚ ଏକ ପିତା ହିଁ
ଅଟନ୍ତି, ତାଙ୍କର ମହିମା ସବୁଠାରୁ ଶ୍ରେଷ୍ଠ । ୮୪ ଜନ୍ମ ସମସ୍ତେ ତ ନିଅନ୍ତି ନାହିଁ । ପଛରେ
ଆସୁଥିବା ଆତ୍ମାମାନେ ତ ୮୪ ଜନ୍ମ ନେଇ ପାରିବେ ନାହିଁ । ସମସ୍ତେ ଏକାଠି ତ ଆସନ୍ତି ନାହିଁ । ଯିଏ
ପ୍ରଥମେ ସତ୍ୟଯୁଗରେ ଆସିବେ, ସୂର୍ଯ୍ୟବଂଶୀ ରାଜା ଏବଂ ପ୍ରଜା ହେବେ, ତାଙ୍କର ହିଁ ୮୪ ଜନ୍ମ
ହୋଇଥାଏ । ପରେ ତ ମନୁଷ୍ୟଙ୍କର ବହୁତ ବୃଦ୍ଧି ହୋଇଥାଏ ନା । ପୁଣି କାହାର ୮୩ କାହାର ୮୦ ଜନ୍ମ
ହୁଏ । ସତ୍ୟଯୁଗରେ ତ ପୂରା ୧୫୦ ବର୍ଷ ଆୟୁ ହୋଇଥାଏ । ସେଠାରେ କେହି ଅଳ୍ପାୟୁ ହେବେ ନାହିଁ । ଏହି
କଥା ବାବା ହିଁ ବସି ବୁଝାଉଛନ୍ତି । ଏବେ କେହି ପରମପିତା ପରମାତ୍ମାଙ୍କୁ ଜାଣି ନାହାଁନ୍ତି । ବାବା
କହୁଛନ୍ତି କି ଯେପରି ତୁମେ ଆତ୍ମା ସେହିପରି ମୁଁ ମଧ୍ୟ ଆତ୍ମା । ତୁମେ କେବଳ ଜନ୍ମ ମରଣ ଚକ୍ରରେ
ଆସୁଛ, ମୁଁ ଆସୁ ନାହିଁ । ଯେତେବେଳେ ପତିତ ହେଉଛନ୍ତି ମୋତେ ସେତେବେଳେ ଡାକୁଛନ୍ତି । ଯେତେବେଳେ
ବହୁତ ଦୁଃଖି ହୋଇଯାଇଥା’ନ୍ତି, ସେତେବେଳେ ଯାଇ ଡାକିଥା’ନ୍ତି । ବର୍ତ୍ତମାନ ତୁମ୍ଭ
ସନ୍ତାନମାନଙ୍କୁ ଶିବବାବା ପଢାଉଛନ୍ତି ।
କେହି କେହି ପଚାରୁଛନ୍ତି ଯେ ଏକଥା କିପରି ଗ୍ରହଣ କରିବୁ ଯେ ପରମାତ୍ମା ଆସିଛନ୍ତି! ତେବେ ତାଙ୍କୁ
ବୁଝାଇବାକୁ ହେବ ଯେ ସମସ୍ତେ ଡାକୁଛନ୍ତି - ହେ ପତିତ-ପାବନ ଆସ । ସିଏ ତ ନିରାକାର ଅଟନ୍ତି ।
ତାଙ୍କର ନିଜର ଶରୀର ନାହିଁ, ତେଣୁ ପତିତ ଦୁନିଆକୁ ମଧ୍ୟ ଆସିବାକୁ ହେବ । ପବିତ୍ର ଦୁନିଆକୁ ତ
ଆସିବେ ନାହିଁ । ଏହିପରି ବୁଝାଇବା ଦରକାର । ଏକଥା ମଧ୍ୟ ବୁଝାଇବାକୁ ହେବ ଯେ ପରମାତ୍ମା ଏତେ ଛୋଟ
ଅଟନ୍ତି, ଯେପରି ଆତ୍ମା ଛୋଟ ଅଟେ କିନ୍ତୁ ସିଏ ହେଉଛନ୍ତି ମନୁଷ୍ୟ ସୃଷ୍ଟିର ବୀଜରୂପ, ଜ୍ଞାନର
ସାଗର । ବାବା କହୁଛନ୍ତି ଯେ ତୁମେ ମୋତେ ପରମପିତା ପରମାତ୍ମା କହୁଛ । ଯଦି ଡାକୁଛ ତେବେ ତ
ନିଶ୍ଚୟ ଆସିବି ନା । ଗାୟନ ମଧ୍ୟ ଅଛି ଯେ ଦୂରଦେଶର ନିବାସୀ ପର ଦେଶକୁ ଆସିଲେ । ଏବେ ବାବାଙ୍କ
ଦ୍ୱାରା ଜଣା ପଡିଲା ଯେ ଏବେ ଆମେ ପର ଦେଶରେ ଅର୍ଥାତ୍ ରାବଣ ଦେଶରେ ଅଛୁ । ସତ୍ୟଯୁଗ ତ୍ରେତାରେ
ଆମେ ଈଶ୍ୱରୀୟ ଦେଶ ଅର୍ଥାତ୍ ନିଜ ଦେଶରେ ଥିଲୁ ପୁଣି ଦ୍ୱାପର ଠାରୁ ଆମେ ପର ଦେଶ, ପର ରାଜ୍ୟକୁ
ଆସିଯାଇଛୁ । ବାମ ମାର୍ଗକୁ ଆସିଯାଉଛୁ । ପୁଣି ଭକ୍ତି ଆରମ୍ଭ ହୋଇଯାଉଛି । ପ୍ରଥମେ-ପ୍ରଥମେ
ଶିବବାବାଙ୍କ ଭକ୍ତି କରିବାରେ ଲାଗି ପଡୁଛନ୍ତି, ଲୋକମାନେ ଶିବଙ୍କର ଏତେ ବଡ ଲିଙ୍ଗ ତିଆରି
କରୁଛନ୍ତି, କିନ୍ତୁ ସେ ଆକାରରେ ଏତେ ବଡ ନୁହଁନ୍ତି । ଏବେ ତୁମେ ବୁଝିଛ ଯେ ଆତ୍ମା ଏବଂ
ପରମାତ୍ମାଙ୍କ ମଧ୍ୟରେ ଅନ୍ତର କ’ଣ । ସିଏ ଜ୍ଞାନର ସାଗର, ସର୍ବଦା ପବିତ୍ର, ସୁଖର ସାଗର, ଆନନ୍ଦର
ସାଗର ଅଟନ୍ତି । ଏହା ପରମ ଆତ୍ମାଙ୍କର ମହିମା ଅଟେ ନା । ଏବେ ଡାକୁଛନ୍ତି ଯେ, ହେ ପତିତ-ପାବନ ଆସ
। ସିଏ ହେଉଛନ୍ତି ପରମପିତା ଯିଏକି କଳ୍ପ-କଳ୍ପ ଆସିଥା’ନ୍ତି । ଦୂରଦେଶରେ ରହୁଥିବା ଯାତ୍ରୀଙ୍କୁ
ଡାକୁଛନ୍ତି, ତାଙ୍କର ମହିମା ଗାୟନ କରୁଛନ୍ତି । ବ୍ରହ୍ମା, ସରସ୍ୱତୀଙ୍କୁ ତ ଡାକୁ ନାହାଁନ୍ତି ।
ନିରାକାର ପରମାତ୍ମାଙ୍କୁ ହିଁ ଡାକୁଛନ୍ତି । ଆତ୍ମା ଡାକୁଛି ଯେ ଦୂରଦେଶର ନିବାସୀ ଏବେ ପର ଦେଶକୁ
ଆସ କାହିଁକିନା ସମସ୍ତେ ପତିତ ହୋଇଯାଇଛନ୍ତି । ମୁଁ ମଧ୍ୟ ସେତେବେଳେ ଆସିବି, ଯେତେବେଳେ ରାବଣ
ରାଜ୍ୟ ଶେଷ ହେବାର ଥିବ । ମୁଁ ସଙ୍ଗମଯୁଗରେ ହିଁ ଆସୁଛି । ଏକଥା କାହାକୁ ମଧ୍ୟ ଜଣା ନାହିଁ ।
କହନ୍ତି ମଧ୍ୟ ଯେ ସେହି ପରମ ଆତ୍ମା, ବିନ୍ଦୁ ଅଟନ୍ତି । ଆଜିକାଲି ପୁଣି କହୁଛନ୍ତି, ଆତ୍ମା ସୋ
ପରମାତ୍ମା, ପରମାତ୍ମା ସୋ ଆତ୍ମା, ଏକ ଓ ଅଭିନ୍ନ । ଆତ୍ମା ହିଁ ପରମାତ୍ମା ଏହା ତ ସମ୍ଭବ ନୁହେଁ
। ଆତ୍ମା ପରମାତ୍ମା ଉଭୟ ଭିନ୍ନ ଅଟନ୍ତି । ଉଭୟଙ୍କର ରୂପ ସମାନ ଅଟେ । କିନ୍ତୁ ଆତ୍ମା ପତିତ
ହୋଇଥାଏ, ତାକୁ ୮୪ ଜନ୍ମର ଅଭିନୟ କରିବାକୁ ପଡିଥାଏ । ପରମାତ୍ମା ଜନ୍ମ-ମରଣ ରହିତ ଅଟନ୍ତି । ଯଦି
ଆତ୍ମା ହିଁ ପରମାତ୍ମା ବୋଲି କହୁଛନ୍ତି, ତେବେ କଣ ସତ୍ତ୍ୱପ୍ରଧାନ ପରମାତ୍ମା, ତମୋପ୍ରଧାନ
ଅବସ୍ଥାକୁ ଆସୁଛନ୍ତି କି? ନା, ଏହା ତ ହୋଇପାରିବ ନାହିଁ । ବାବା କହୁଛନ୍ତି ଯେ ମୁଁ ସର୍ବ
ଆତ୍ମାମାନଙ୍କର ସେବା କରିବା ପାଇଁ ଆସୁଛି । ମୋର ଜନ୍ମ ମଧ୍ୟ କୁହାଯାଏ ନାହିଁ । ମୁଁ
ନର୍କବାସୀମାନଙ୍କୁ ସ୍ୱର୍ଗବାସୀ କରିବା ପାଇଁ ହିଁ ଆସୁଛି । ପର ଦେଶକୁ ଆସିଛି, ନିଜର ସ୍ୱର୍ଗ
ସ୍ଥାପନ କରିବା ପାଇଁ । ବାବା ହିଁ ଆସି ଆମକୁ ସ୍ୱର୍ଗ ପାଇଁ ଯୋଗ୍ୟ କରାଉଛନ୍ତି । ଏକଥା ମଧ୍ୟ
ବୁଝାଉଛନ୍ତି କି ସବୁ ଆତ୍ମାମାନଙ୍କର ନିଜ-ନିଜର ଅଭିନୟ ରହିଛି । ପରମାତ୍ମା ଜନ୍ମ-ମରଣ ରହିତ
ଅଟନ୍ତି । ସିଏ ନିଶ୍ଚୟ ଆସୁଛନ୍ତି, ତେଣୁ ତ ଶିବରାତ୍ରି ପାଳନ କରାଯାଉଛି । କିନ୍ତୁ ସିଏ କେବେ
ଆସୁଛନ୍ତି, ଏହା କେହି ଜାଣନ୍ତି ନାହିଁ । ଏମିତି ହିଁ ଶିବଜୟନ୍ତୀ ପାଳନ କରି ଆସୁଛନ୍ତି । ସେ
ନିଶ୍ଚୟ ସଙ୍ଗମରେ ଆସିଥିବେ, ସ୍ୱର୍ଗ ସ୍ଥାପନ କରିବା ପାଇଁ । ପତିତମାନଙ୍କୁ ପବିତ୍ର କରିବା ପାଇଁ
ନିଶ୍ଚୟ ସଙ୍ଗମରେ ଆସିବେ ନା । ପାବନ ସୃଷ୍ଟି ହେଉଛି ସ୍ୱର୍ଗ । କହୁଛନ୍ତି, ପତିତ-ପାବନ ଆସ ।
ତେବେ ନିଶ୍ଚୟ ପତିତ ଦୁନିଆର ବିନାଶ ସମୟ ହୋଇଥିବ, ତେବେ ହିଁ ପବିତ୍ର ଦୁନିଆ ସ୍ଥାପନ କରିବେ ।
ଯୁଗେ-ଯୁଗେ ତ ଆସୁ ନାହାଁନ୍ତି । ବାବା କହୁଛନ୍ତି - ମୋତେ ସଙ୍ଗମରେ ହିଁ ଆସି ପତିତ ଦୁନିଆକୁ
ପାବନ କରିବାର ଅଛି । ଏହା ହେଉଛି ପର ଦେଶ, ରାବଣର ଦେଶ । କିନ୍ତୁ କୌଣସି ମନୁଷ୍ୟ କଣ ଏକଥା
ଜାଣୁଛନ୍ତି କି ରାବଣ ରାଜ୍ୟ ଚାଲିଛି । କେବେ ଠାରୁ ଏହି ରାବଣ ରାଜ୍ୟ ଆରମ୍ଭ ହୋଇଛି, କିଛି ବି
ଜଣା ନାହିଁ । ସର୍ବ ପ୍ରଥମ ମୁଖ୍ୟ କଥା ହେଉଛି ଆତ୍ମା ପରମାତ୍ମାଙ୍କ ରହସ୍ୟ ସମ୍ବନ୍ଧରେ
ବୁଝାଇବାକୁ ପଡିବ, ପୁଣି ବୁଝାଇବାକୁ ହେବ ଯେ ସିଏ କଳ୍ପର ସଙ୍ଗମରେ ସର୍ବ ଆତ୍ମାଙ୍କୁ ପବିତ୍ର
କରିବାକୁ ଆସୁଛନ୍ତି । ଏହା ତାଙ୍କର ହିଁ କାମ ଅଟେ, ଶ୍ରୀକୃଷ୍ଣଙ୍କର ନୁହେଁ । ଶ୍ରୀକୃଷ୍ଣ ତ ନିଜେ
ହିଁ ୮୪ ଜନ୍ମ ନେଇ ତଳକୁ କଳିଯୁଗକୁ ଆସୁଛନ୍ତି । ସମସ୍ତ ସୂର୍ଯ୍ୟବଂଶୀ ତଳକୁ ଖସୁଛନ୍ତି । ବୃକ୍ଷ
କଣ ଅଧା ସତେଜ ଓ ଅଧା ଜୀର୍ଣ୍ଣଶୀର୍ଣ୍ଣ ହେବ । ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ସମସ୍ତଙ୍କର ହୁଏ ।
କଳ୍ପର ଆୟୁ ମଧ୍ୟ ମନୁଷ୍ୟମାନଙ୍କୁ ଜଣା ନାହିଁ । ଶାସ୍ତ୍ରରେ କଳ୍ପର ଆୟୁ ଲମ୍ବା ଚଉଡା କରି
ଦେଇଛନ୍ତି । ଏକଥା ବାବା ହିଁ ବସି ବୁଝାଉଛନ୍ତି । ଏଥିରେ ଆଉ କିଛି ପ୍ରଶ୍ନ ଉଠିବାର ନାହିଁ ।
ରଚୟିତା ବାପା ସତ୍ୟ ହିଁ କହୁଛନ୍ତି । ଆମେ ଏତେ ବି.କେ. ଅଛୁ , ସମସ୍ତେ ମାନୁଛୁ । ଆଗକୁ ଗଲେ
ଯେବେ ନିଶ୍ଚୟ ହେବ, ତେବେ ସବୁ କିଛି ବୁଝିଯିବେ । ପ୍ରଥମେ ମନୁଷ୍ୟମାନଙ୍କୁ ଏକଥା ବୁଝାଇବାକୁ
ହେବ ଯେ ନିରାକାର ପରମପିତା ପରମାତ୍ମା ଦୂରଦେଶରୁ ଆସିଛନ୍ତି । କିନ୍ତୁ କାହା ଶରୀରରେ ଆସିଲେ?
ସୂକ୍ଷ୍ମବତନରେ ଆସି କଣ କରିବେ? ନିଶ୍ଚୟ ଏଠାକୁ ଆସିବାକୁ ହେବ । ପ୍ରଜାପିତା ବ୍ରହ୍ମା ମଧ୍ୟ
ସାକାର ଦୁନିଆରେ ଏଠାରେ ରହିବା ଦରକାର । ବ୍ରହ୍ମା କିଏ, ଏ କଥା ମଧ୍ୟ ବାବା ବସି ବୁଝାଉଛନ୍ତି ।
ଯାହାଙ୍କର ଶରୀର ମଧ୍ୟରେ ପ୍ରବେଶ କରିଛନ୍ତି, ସିଏ ନିଜର ଜନ୍ମକୁ ଜାଣି ନ ଥିଲେ, ତେଣୁ ପିଲାମାନେ
ମଧ୍ୟ ଜାଣି ନ ଥିଲେ । ଯେତେବେଳେ ମୁଁ ପୋଷ୍ୟ ରୂପେ ଗ୍ରହଣ କରୁଛି ସେତେବେଳେ ସନ୍ତାନ ହେଉଛନ୍ତି
। ମୁଁ ବ୍ରହ୍ମା ଏବଂ ସନ୍ତାନମାନଙ୍କୁ ବୁଝାଉଛି ଯେ କଣ ତୁମେ ନିଜର ଜନ୍ମକୁ ଭୁଲି ଯାଇଛ । ଏବେ
ସୃଷ୍ଟିର ଚକ୍ର ପୂରା ହେଉଛି, ପୁଣି ପୁନରାବୃତ୍ତି ହେବ । ମୁଁ ଆସିଛି ପବିତ୍ର କରିବା ପାଇଁ,
ରାଜଯୋଗ ଶିଖାଇବା ପାଇଁ । ପବିତ୍ର ହେବା ପାଇଁ ଆଉ କୌଣସି ରାସ୍ତା ନାହିଁ । ଯଦି ଏହି ରହସ୍ୟ
ମନୁଷ୍ୟ ଜାଣିଥାନ୍ତେ, ତେବେ ଗଙ୍ଗା ଆଦିକୁ ସ୍ନାନ କରିବା ପାଇଁ, ମେଳା ଆଦିକୁ ଯାଆନ୍ତେ ନାହିଁ ।
ଏହି ପାଣିର ନଦୀରେ ତ ସବୁବେଳେ ଦ୍ୱାପର ଯୁଗରୁ ସ୍ନାନ କରି ଆସୁଛନ୍ତି । ଭାବିଥା’ନ୍ତି ଯେ
ଗଙ୍ଗାରେ ବୁଡ ପକାଇଲେ ପାପ ନାଶ ହେବ । କିନ୍ତୁ କାହାର କି ପାପ ନାଶ ହୁଏ ନାହିଁ । ପ୍ରଥମେ ତ
ଆତ୍ମା ଏବଂ ପରମାତ୍ମାଙ୍କର ରହସ୍ୟ ବୁଝାଅ । ଆତ୍ମାମାନେ ହିଁ ପରମାତ୍ମା ପିତାଙ୍କୁ ଡାକୁଛନ୍ତି,
ସିଏ ହେଉଛନ୍ତି ନିରାକାର, ଆତ୍ମା ମଧ୍ୟ ନିରାକାର ଅଟେ । ଏହି କର୍ମେନ୍ଦ୍ରିୟ ଦ୍ୱାରା ଆତ୍ମା
ଡାକୁଛି । ଭକ୍ତି ପରେ ଭଗବାନଙ୍କୁ ଆସିବାକୁ ହିଁ ପଡିବ, ଏହା ମଧ୍ୟ ଡ୍ରାମାରେ ପାର୍ଟ ରହିଛି ।
ବାବା କହୁଛନ୍ତି - ମୋତେ ନୂଆ ଦୁନିଆର ସ୍ଥାପନା କରିବା ପାଇଁ ଆସିବାକୁ ପଡୁଛି । ଶାସ୍ତ୍ରରେ
ମଧ୍ୟ ଲେଖାଯାଇଛି କି ଭଗବାନଙ୍କର ସଙ୍କଳ୍ପ ଆସିଲା, ତେବେ ନିଶ୍ଚୟ ଡ୍ରାମା ପ୍ଲାନ୍ ଅନୁସାରେ
ସଙ୍କଳ୍ପ ଆସିଥିବ । ଏହା ପୂର୍ବରୁ ଏହି କଥାକୁ କେହି ବୁଝିପାରୁ ନଥିଲେ । ଦିନକୁ ଦିନ ଅଧିକ-ଅଧିକ
ଆତ୍ମା ଜାଣୁଛନ୍ତି । ବାବା କହୁଛନ୍ତି - ମୁଁ ତୁମକୁ ନୂଆ-ନୂଆ ଗୁହ୍ୟରୁ ଗୁହ୍ୟ କଥା ଶୁଣାଉଛି ।
ଆତ୍ମାମାନେ ଶୁଣି-ଶୁଣି ବୁଝି ଚାଲିଛନ୍ତି । ପୂର୍ବରୁ ଏପରି କହୁ ନ ଥିଲେ ଯେ ଶିବବାବା ପଢାଉଛନ୍ତି
। ଏବେ ତ ଠିକ୍ ଭାବରେ ବୁଝିଯାଇଛନ୍ତି, ଆଗକୁ ଅଧିକ ବୁଝିବାକୁ ଅଛି । ବାବା ପ୍ରତ୍ୟେକ ଦିନ
ବୁଝାଉଛନ୍ତି ଯେ କାହାକୁ କିପରି ବୁଝାଇବା ଦରକାର । ପ୍ରଥମେ ଏହି ନିଶ୍ଚୟ କରନ୍ତୁ ଯେ ବେହଦର ବାପା
ବୁଝାଉଛନ୍ତି, ତେବେ ସେ ନିଶ୍ଚୟ ସତ୍ୟ ହିଁ ବତାଇବେ । ଏଥିରେ ଦ୍ୱନ୍ଦ୍ୱରେ ପଡିବାର କିଛି କଥା
ନାହିଁ । କେତେକ ସନ୍ତାନ ପକ୍କା ଅଛନ୍ତି, କେତେକ କଚ୍ଚା ଅଛନ୍ତି । କଚ୍ଚା ଥିଲେ କାହାକୁ ବୁଝାଇ
ପାରିବେ ନାହିଁ । ସ୍କୁଲ୍ରେ ମଧ୍ୟ କ୍ରମାନୁସାରେ ରହିଥାଆନ୍ତି । ବହୁତଙ୍କର ଏହି ସଂଶୟ ଆସୁଛି
କି ଆମେ କିପରି ବୁଝିବୁ ଯେ ପରମପିତା ପରମାତ୍ମା ଆସି ପଢାଉଛନ୍ତି କାହିଁକି ନା ତାଙ୍କ ବୁଦ୍ଧିରେ
ଅଛି ଯେ ଶ୍ରୀକୃଷ୍ଣ ହିଁ ଗୀତା ଜ୍ଞାନ ଶୁଣାଇଛନ୍ତି । ଏବେ ତ ପତିତ ଦୁନିଆରେ ଶ୍ରୀକୃଷ୍ଣ ଆସି
ପାରିବେ ନାହିଁ । ଏକଥା ତାଙ୍କୁ ସିଦ୍ଧ କରି କୁହ କି ପରମାତ୍ମାଙ୍କୁ ହିଁ ପତିତ ଦୁନିଆ ଏବଂ ପତିତ
ଶରୀରରେ ଆସିବାକୁ ପଡିଥାଏ, ବାବା ଏକଥା ମଧ୍ୟ ବୁଝାଉଛନ୍ତି ଯେ ପ୍ରତ୍ୟେକଙ୍କର ନିଜ-ନିଜର ବୁଦ୍ଧି
ଅଛି । କେହି କେହି ତ ଶୀଘ୍ର ବୁଝି ଯାଉଛନ୍ତି । ଯେତେ ସମ୍ଭବ ବୁଝାଇବାକୁ ପଡିବ । ସବୁ ବ୍ରାହ୍ମଣ
ଏକ ସମାନ ହେବେ ନାହିଁ । କିନ୍ତୁ ପିଲାମାନଙ୍କ ଭିତରେ ଦେହ-ଅଭିମାନ ବହୁତ ଅଛି । ଏକଥା ବାବା
ମଧ୍ୟ ଜାଣିଛନ୍ତି ଯେ ପିଲାମାନେ କ୍ରମାନୁସାରେ ରହିଛନ୍ତି । ପିଲାମାନଙ୍କୁ ନିର୍ଦ୍ଦେଶ ଅନୁସାରେ
ଚାଲିବାକୁ ପଡିବ । ବଡ ବାବା ଯାହା କିଛି କହିବେ, ତାହା ମାନିବା ଉଚିତ୍ । ଗୁରୁଙ୍କୁ ତ ମାନି
ଆସିଛ । ଏବେ ବାବା ଯିଏ ସ୍ୱର୍ଗକୁ ନେଇ ଯାଇଥାଆନ୍ତି, ତାଙ୍କର କଥା ତ ଆଖି ବନ୍ଦ କରି ମାନିବା
ଦରକାର । କିନ୍ତୁ କେହି ଏହିପରି ନିଶ୍ଚୟବୁଦ୍ଧି ନାହାଁନ୍ତି । ଭଲେ ସେଥିରେ କ୍ଷତି ହେଉ ବା ଲାଭ
ହେଉ, ମାନି ନେବା ଉଚିତ୍ । ଯଦିଓ କ୍ଷତି ବି ହୋଇଯାଉଛି ତଥାପି ବାବା କହୁଛନ୍ତି ନା - ସର୍ବଦା
ଏପରି ବୁଝ ଯେ ଶିବବାବା ହିଁ କହୁଛନ୍ତି, ବ୍ରହ୍ମା କହୁଛନ୍ତି ବୋଲି ଭାବ ନାହିଁ । ଶିବବାବା
ଉତ୍ତରଦାୟି ହେବେ । ସେ ସବୁ ଠିକ୍ କରିଦେବେ । ଇଏ ହେଉଛନ୍ତି ରଥ, ତେଣୁ ସେ ଠିକ କରିଦେବେ ।
କହିବେ ଯେ ମୁଁ ଏହି ରଥରେ ବସିଛି । ସର୍ବଦା ଭାବ ଯେ ଶିବବାବା ହିଁ କହୁଛନ୍ତି, ଇଏ କିଛି ଜାଣନ୍ତି
ନାହିଁ । ଏହା ହିଁ ସ୍ମୃତିରେ ରଖ । ଗୋଟିଏ ପଟେ ତ ପୂର୍ଣ୍ଣ ରୂପେ ନିଶ୍ଚୟ ରଖିବା ଦରକାର,
ଶିବବାବା କହୁଛନ୍ତି ମୋ କଥା ମାନିଚାଲ ତେବେ ତୁମର କଲ୍ୟାଣ ହେବ । ଏହି ବ୍ରହ୍ମା ଯଦି କିଛି ବି
କହୁଛନ୍ତି, ତେବେ ତାଙ୍କ କଥାର ଉତ୍ତରଦାୟି ହେଉଛି ମୁଁ । ତୁମେ ସନ୍ତାନମାନେ ଚିନ୍ତା କର ନାହିଁ
। ଶିବବାବାଙ୍କୁ ମନେ ପକାଇଲେ ଅବସ୍ଥା ଆହୁରି ହିଁ ମଜବୁତ ହୋଇଯିବ । ନିଶ୍ଚୟ ରହିଲେ ବିକର୍ମ
ବିନାଶ ହେବ, ଶକ୍ତି ମଧ୍ୟ ମିଳିବ । ଯେତେ ଅଧିକ ବାବାଙ୍କୁ ମନେ ପକାଇବ ସେତେ ଅଧିକ ବଳ ମିଳିବ ।
ଯିଏ ଶ୍ରୀମତ ପାଳନ କରିବେ ସେ ଉଚ୍ଚ ପଦ ପାଇବେ । ଅନେକଙ୍କ ମଧ୍ୟରେ ଦେହ-ଅଭିମାନ ବହୁତ ରହିଥାଏ ।
ଦେଖ ବାବା ସବୁ ସନ୍ତାନମାନଙ୍କ ସହ କିପରି ସ୍ନେହରେ ଚାଲୁଛନ୍ତି । ସମସ୍ତଙ୍କ ସାଥିରେ କଥା
ହେଉଛନ୍ତି । ପିଲାମାନଙ୍କୁ ପଚାରୁଛନ୍ତି ଠିକ୍ ଭାବରେ ବସିଛ! କୌଣସି ଅସୁବିଧା ନାହିଁ ତ!
ପିଲାମାନଙ୍କ ପ୍ରତି ସ୍ନେହ ରହିଥାଏ । ଅବିନାଶୀ ପିତାଙ୍କର ସନ୍ତାନମାନଙ୍କ ପାଇଁ ବହୁତ ବହୁତ
ସ୍ନେହ ରହିଛି । ଯିଏ ଯେତେ ଶ୍ରୀମତକୁ ଧ୍ୟାନରେ ରଖି ସେବା କରନ୍ତି ସେହି ଅନୁସାରେ ତାଙ୍କ ପ୍ରତି
ସ୍ନେହ ରହିଥାଏ । ସେବାରେ ହିଁ ଲାଭ ଅଛି । ସେବାର୍ଥେ ପରିଶ୍ରମ କରିବାକୁ ହେବ । ଯଦି କେହି ଭଲ
ସେବା କରୁଥା’ନ୍ତି ତେବେ ସେମାନେ ହୃଦୟରେ ମଧ୍ୟ ରହିଥାନ୍ତି ଯେ ଇଏ ଉତ୍ତମ ସନ୍ତାନ ଅଟେ । କିନ୍ତୁ
କେବେ କେବେ ଚାଲୁ ଚାଲୁ କାହା କାହା ଉପରେ କୌଣସି ଖରାପ ଗ୍ରହର ପ୍ରଭାବ ମଧ୍ୟ ପଡିଯାଇଥାଏ । ମାୟା
ବାଧା ଦେଇଥାଏ ନା । ଖରାପ ଗ୍ରହାଚାରୀ କାରଣରୁ ପୁଣି ଜ୍ଞାନ ଧାରଣ କରିପାରି ନ ଥା’ନ୍ତି । କେହି
ତ ପୁଣି କର୍ମଣା ସେବା ଅକ୍ଳାନ୍ତ ହୋଇ କରିଥା’ନ୍ତି ।
ତୁମର କାମ ହେଲା ସମସ୍ତଙ୍କୁ ସୁଖଧାମର ମାଲିକ କରାଇବା । କାହାକୁ ଦେଲେ ଦୁଃଖ ଦିଅ ନାହିଁ ।
ଜ୍ଞାନ ନ ଥିବାରୁ ବହୁତ ଦୁଃଖ ଦେଇଥାନ୍ତି । ପୁଣି କେତେ ବି ବୁଝାଅ ବୁଝନ୍ତି ନାହିଁ । ପ୍ରଥମେ
ଆତ୍ମା ଏବଂ ପରମାତ୍ମାଙ୍କ ବିଷୟରେ ବୁଝାଅ । କିପରି ଆତ୍ମାରେ ୮୪ଜନ୍ମର ଅଭିନୟ ଭରି ହୋଇ ରହିଛି,
ଯାହାକି ଅବିନାଶୀ ଅଭିନୟ ଅଟେ । ଏହା କେବେ ବଦଳେ ନାହିଁ, ଡ୍ରାମାରେ ନିର୍ଦ୍ଧାରିତ ରହିଛି । ଏପରି
ନିଶ୍ଚୟ ସମ୍ପନ୍ନ ଆତ୍ମା କେବେ ବି ହଲଚଲ ହେବେ ନାହିଁ । ଅନେକ ଆତ୍ମା ହଲଚଲ ହୋଇଯାଆନ୍ତି । ଶେଷ
ସମୟରେ ଯେତେବେଳେ ଦୁନିଆ ରୂପୀ ପାଳଗଦାକୁ ନିଆଁ ଲାଗିଯିବ ସେତେବେଳେ ସେମାନେ ସ୍ଥିର
ନିଶ୍ଚୟବୁଦ୍ଧି ହୋଇଯିବେ । ଏବେ ତ ବହୁତ ଯୁକ୍ତିରେ ବୁଝାଇବାକୁ ହେବ । ଭଲ-ଭଲ ପିଲାମାନେ ତ ସେବା
କରିଥା’ନ୍ତି । ସେମାନେ ହୃଦୟରେ ରହିଥା’ନ୍ତି । କାରଣ ବାବାଙ୍କ ସେବାର୍ଥେ ବହୁତ ପରିଶ୍ରମ ମଧ୍ୟ
କରିଥାନ୍ତି । ସେମାନଙ୍କର ସେବା କରିବାରେ ବହୁତ ସଉକ ରହିଥାଏ । ଯାହାଙ୍କଠାରେ ଯେଉଁ ଗୁଣ ଅଛି
ତାହା ବାବା ବର୍ଣ୍ଣନା କରିଥା’ନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସେବାରେ
କଠିନ ପରିଶ୍ରମ କରିବାକୁ ହେବ, କୌଣସି କଥାରେ ସଂଶୟ ଆଣିବାର ନାହିଁ । ସେବା ଦ୍ୱାରା ସମସ୍ତଙ୍କୁ
ସୁଖ ଦେବାର ଅଛି, ଦୁଃଖ ନୁହେଁ ।
(୨) ନିଶ୍ଚୟର ବଳ ଦ୍ୱାରା
ନିଜର ଅବସ୍ଥାକୁ ଅଚଳ-ଅଟଳ କରିବାକୁ ହେବ । ଯେଉଁ ସବୁ ଶ୍ରୀମତ ମିଳୁଛି, ସେଥିରେ କଲ୍ୟାଣ ସମାହିତ
ହୋଇ ରହିଛି କାହିଁକି ନା ବାବା ଉତ୍ତରଦାୟୀ ଅଟନ୍ତି, ସେଥିପାଇଁ କୌଣସି ଚିନ୍ତା କରିବାର ନାହିଁ ।
ବରଦାନ:-
ଯୋଗଯୁକ୍ତ
ସ୍ଥିତି ଦ୍ୱାରା ସୂକ୍ଷ୍ମ ବା କଡା ବନ୍ଧନଗୁଡିକୁ ଅତିକ୍ରମ କରୁଥିବା ବନ୍ଧନମୁକ୍ତ ଭବ ।
ଯୋଗଯୁକ୍ତର ଲକ୍ଷଣ ହେଲା
ବନ୍ଧନମୁକ୍ତ ସ୍ଥିତି । ଯୋଗଯୁକ୍ତ ହେବାରେ ସବୁଠାରୁ ବଡ ଏବଂ ଅନ୍ତିମ ବନ୍ଧନ ହେଲା - ନିଜକୁ
ବୁଦ୍ଧିମାନ ମନେ କରି ଶ୍ରୀମତକୁ ନିଜର ବୁଦ୍ଧିର ଚମତ୍କାରୀତା ବୋଲି ଭାବିବା ଅର୍ଥାତ୍ ଶ୍ରୀମତରେ
ନିଜର ବୁଦ୍ଧିକୁ ମିଶ୍ରଣ କରିବା, ଯାହାକୁ ବୁଦ୍ଧିର ଅଭିମାନ କୁହାଯାଉଛି । (୨) ଯେତେବେଳେ ବି
କେହି କୌଣସି ଦୁର୍ବଳତା ବିଷୟରେ ସଂକେତ ଦେଇଥାଆନ୍ତି ଅଥବା ଖରାପ ବର୍ଣ୍ଣନା କରିଥାଆନ୍ତି - ଯଦି
ସେହି ସମୟରେ ଟିକିଏ ବି ବ୍ୟର୍ଥ ସଂକଳ୍ପ ଚାଲିଲା ତେବେ ମଧ୍ୟ ବନ୍ଧନ ବୋଲି କୁହାଯିବ । ଯେତେବେଳେ
ଏହି ସବୁ ବନ୍ଧନଗୁଡିକୁ ଅତିକ୍ରମ କରି ନିନ୍ଦା-ସ୍ଥୁତି, ଜୟ-ପରାଜୟରେ ସମାନ ସ୍ଥିତି ରଖିପାରିବ,
ତେବେ କୁହାଯିବ ସମ୍ପୂର୍ଣ୍ଣ ବନ୍ଧନମୁକ୍ତ ।
ସ୍ଲୋଗାନ:-
ପ୍ରଥମେ ଚିନ୍ତା
କରିବା ତା’ପରେ କରିବା - ଏହା ହିଁ ହେଉଛି ଜ୍ଞାନୀ ତୁ ଆତ୍ମାର ଗୁଣ ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।
ଯେପରି ଅଜ୍ଞାନୀ ବାଳକ
କ୍ଷତି କରିବା ଭଳି ଜିନିଷକୁ ମଧ୍ୟ ଖେଳଣା ଭାବିଥାଏ, ତେଣୁ ତା’କୁ ଆଉ କିଛି ଦେଇ ତା’ଠାରୁ ତାକୁ
ଆଣିବାକୁ ପଡିଥାଏ, ସେହିଭଳି ଯେଉଁମାନେ ଅଳ୍ପକାଳର ମାନ୍-ଶାନ୍ ବା ଅଳ୍ପକାଳର ପ୍ରାପ୍ତିର ଇଚ୍ଛା
ରଖିଛନ୍ତି ସେମାନଙ୍କୁ ସମ୍ମାନ ଦେଇ ନିଜେ ନିର୍ମାନ ଅର୍ଥାତ୍ ନିରହଂକାରୀ ହୋଇଯାଅ । ସେହି ସମୟରେ
ଯଦି ତାଙ୍କୁ ଶିକ୍ଷା ଦେବ ତେବେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ଏହିଭଳି ସମୟରେ
ଯୁକ୍ତିଯୁକ୍ତ ବ୍ୟବହାର ଦ୍ୱାରା, ପରୋପକାରୀ ହୋଇ କ୍ଷମା ଭାବ ଦ୍ୱାରା ତାଙ୍କୁ ସମ୍ମାନ ଦେଇ
ପ୍ରଥମେ ତାଙ୍କୁ ବୁଦ୍ଧିମାନ କରାଅ ଯାହାଦ୍ୱାରା ସେ ନିଜେ ନିଜେ ହୃଦ୍ବୋଧ କରିବେ ଯେ ଏହି କଥାଟି
ମୋ ପାଇଁ କ୍ଷତିକାରକ ଅଟେ ।