25.06.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ପବିତ୍ର ହେବାର ଏକମାତ୍ର ଉପାୟ ହେଲା ବାବାଙ୍କର ସ୍ମୃତି, ତେଣୁ ବାବାଙ୍କୁ ମନେ ପକାଇବାର ମେହନତ ହିଁ ଅନ୍ତିମ ସମୟରେ କାମରେ ଆସିବ” ।

ପ୍ରଶ୍ନ:-
ସଂଗମ ଯୁଗରେ ନିଜ ମସ୍ତକରେ କେଉଁ ତିଳକ ଲଗାଇବା ଦ୍ୱାରା ଭବିଷ୍ୟତ ସ୍ୱର୍ଗର ରାଜତ୍ୱର ତିଳକ ମିଳିଯିବ?

ଉତ୍ତର:-
ସଂଗମଯୁଗରେ ନିଜ ମସ୍ତକରେ ଏହି ତିଳକ ଲଗାଅ ଯେ ମୁଁ ଆତ୍ମା ବିନ୍ଦୁ ଅଟେ, ଶରୀର ନୁହେଁ । ମନ ଭିତରେ ସର୍ବଦା ଏହି କଥା ଭାବୁଥାଅ ଯେ ମୁଁ ଆତ୍ମା, ମୋତେ ବାବାଙ୍କଠାରୁ ସମ୍ପତ୍ତି ନେବାର ଅଛି । ବାବା ମଧ୍ୟ ବିନ୍ଦୁ ଅଟନ୍ତି, ମୁଁ ମଧ୍ୟ ବିନ୍ଦୁ ଅଟେ । ଏହିଭଳି ସ୍ମୃତିର ତିଳକ ଦ୍ୱାରା ସ୍ୱର୍ଗର ରାଜତ୍ୱର ତିଳକ ପ୍ରାପ୍ତ ହେବ । ବାବା କହୁଛନ୍ତି ମୁଁ ପ୍ରତିଶୃତି ଦେଉଛି ଯଦି ତୁମେମାନେ ମୋତେ ମନେ ପକାଇବ ତେବେ ଅଧାକଳ୍ପ ପାଇଁ କାନ୍ଦିବାରୁ ରକ୍ଷା ପାଇଯିବ ।

ଓମ୍ ଶାନ୍ତି ।
ତୁମର ଏହି ଚିନ୍ତା ରହିବା ଉଚିତ୍ ଯେ ମୋତେ ବାବାଙ୍କୁ ନିଶ୍ଚିତ ସ୍ମରଣ କରିବାକୁ ହେବ ତେବେ ଯାଇ ପବିତ୍ର ହୋଇପାରିବି । ଏଥିରେ ଯାହା କିଛି ପରିଶ୍ରମ ଏହି ଯୋଗରେ ରହିଛି, ଯାହା ପିଲାମାନଙ୍କ ଦ୍ୱାରା ହୋଇପାରୁନାହିଁ । ମାୟା ବହୁତ ହଇରାଣ କରୁଛି । ବାବାଙ୍କର ସ୍ମୃତିକୁ ଭୁଲାଇ ଦେଉଛି ଅନ୍ୟର ସ୍ମୃତି ଆସିଯାଉଛି । ବାବା ବା ପ୍ରେମିକଙ୍କୁ ମନେ ପକାଉ ନାହାଁନ୍ତି । ଏଭଳି ପ୍ରେମିକଙ୍କୁ ତ ଅତି କମ୍‌ରେ ଆଠ ଘଣ୍ଟା ସ୍ମରଣ କରିବାର ସେବା ଦେବାକୁ ହେବ ଅର୍ଥାତ୍ ପ୍ରେମିକଙ୍କୁ ସ୍ମରଣ କରିବାର ସହଯୋଗ ଦେବାକୁ ହେବ । ପିଲାମାନଙ୍କୁ ବାବାଙ୍କୁ ସ୍ମରଣ କରିବା ଉଚିତ୍ - ଯେଉଁଥିରେ ବହୁତ ବଡ ମେହନତ ରହିଛି । ଗୀତାରେ ମଧ୍ୟ ଅଛି ମନମନାଭବ । ବାବାଙ୍କୁ ସ୍ମରଣ କରିଚାଲ । ଉଠିବା-ବସିବା, ଚାଲିବା-ବୁଲିବା ସମୟରେ ଆଉ କିଛି ନ ଭାବି କେବଳ ଏକ ବାବାଙ୍କୁ ହିଁ ସ୍ମରଣ କରୁଥାଅ । ଶେଷ ସମୟରେ ଏହି ସ୍ମୃତି ହିଁ କାମରେ ଆସିବ । ନିଜକୁ ଆତ୍ମା ଅଶରୀରୀ ମନେ କର, ଏବେ ମୋତେ ଘରକୁ ଫେରିବାକୁ ହେବ । ଏହି ମେହନତ ବହୁତ କରିବାକୁ ପଡିବ । ସକାଳୁ ସକାଳୁ ଗାଧୁଆ-ପାଧୁଆ କରି ଛାତ ଉପରେ ବା ହଲ୍‌ରେ ଏକାନ୍ତରେ ଯୋଗରେ ବସିଯାଅ । ଯେତେ ଏକାନ୍ତରେ ରହିବ ସେତେ ଭଲ ହେବ । ସର୍ବଦା ଏହି କଥା ଭାବୁଥାଅ ଯେ ମୋତେ ବାବାଙ୍କୁ ସ୍ମରଣ କରିବାକୁ ହେବ । ବାବାଙ୍କଠାରୁ ପୂରା ସମ୍ପତ୍ତି ନେବାକୁ ହେବ । ଏହି ମେହନତ ପ୍ରତି ୫ ହଜାର ବର୍ଷ ପରେ ତୁମକୁ କରିବାକୁ ପଡୁଛି । ସତ୍ୟଯୁଗ, ତ୍ରେତା, ଦ୍ୱାପର, କଳିଯୁଗ - କେଉଁ ଯୁଗରେ ମଧ୍ୟ ତୁମକୁ ଏହି ମେହନତ କରିବାକୁ ପଡିବ ନାହିଁ । ଏହି ସଂଗମ ଯୁଗରେ ହିଁ ତୁମକୁ ବାବା କହୁଛନ୍ତି ମୋତେ ମନେ ପକାଅ, ବାସ୍ । ଏହି ସମୟରେ ହିଁ ବାବା କହୁଛନ୍ତି ମୋତେ ମନେ ପକାଅ । ବାବା ମଧ୍ୟ ସଂଗମଯୁଗରେ ହିଁ ଆସୁଛନ୍ତି, ଆଉ କେବେ ବି ଆସନ୍ତି ନାହିଁ । ତୁମେ ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ ଏହି କଥାକୁ ଜାଣିଛ । ବହୁତ ସନ୍ତାନ ବାବାଙ୍କୁ ଭୁଲି ଯାଉଛନ୍ତି ସେଥିପାଇଁ ବହୁତ ଧୋକା ଖାଉଛନ୍ତି, କାରଣ ରାବଣ ବହୁତ ଧୋକାବାଜ ଅଟେ । ଏହି ରାବଣ ହିଁ ତୁମର ଅଧାକଳ୍ପର ଶତ୍ରୁ, ସେଥିପାଇଁ ବାବା କହୁଛନ୍ତି ଯେ ପ୍ରତିଦିନ ସକାଳୁ ଉଠି ଏହି କଥାର ବିଚାର ସାଗର ମନ୍ଥନ କର ଏବଂ ଚାର୍ଟ ରଖ ଯେ କେତେ ସମୟ ମୁଁ ବାବାଙ୍କୁ ସ୍ମରଣ କରିଛି! ମୋଠାରୁ କେତେ କଳଙ୍କି ଛାଡିଥିବ! ସବୁ କିଛି ଯୋଗ ଉପରେ ହିଁ ନିର୍ଭର କରୁଛି । ପିଲାମାନଙ୍କୁ ବାବାଙ୍କଠାରୁ ପୂରା ସମ୍ପତ୍ତି ପାଇବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବା ଦରକାର । ନରରୁ ନାରାୟଣ ହେବାର ଅଛି । ଏହା ହେଉଛି ପ୍ରକୃତ ସତ୍ୟ ନାରାୟଣ କଥା । ଭକ୍ତମାନେ ପୂର୍ଣ୍ଣମୀ ଦିନ ସତ୍ୟ ନାରାୟଣ ପୂଜା ବା ପାଲା କରିଥା’ନ୍ତି । ଏବେ ତୁମେ ଜାଣୁଛ ଆମକୁ ୧୬ କଳା ସମ୍ପୂର୍ଣ୍ଣ ହେବାର ଅଛି । ସତ୍ୟ ପିତାଙ୍କୁ ସ୍ମରଣ କରିବା ଦ୍ୱାରା ହିଁ ତାହା ହୋଇପାରିବ । ବାବା ହେଲେ ଶ୍ରୀମତ ଦାତା । ବାବା କହୁଛନ୍ତି ଗୃହସ୍ଥ ବ୍ୟବହାରରେ ରୁହ, କର୍ମଧନ୍ଦା ଯାହାବି କର କିନ୍ତୁ ବାବାଙ୍କୁ ନିଶ୍ଚିତ ମନେ ପକାଇବାକୁ ହେବ ଏବଂ ପବିତ୍ର ହେବାକୁ ପଡିବ । ବାସ୍ । ଯଦି ମନେ ନ ପକାଇବ ତେବେ କେଉଁଠି ନା କେଉଁଠି ରାବଣଠାରୁ ଧୋକା ଖାଇବାକୁ ପଡିବ, ସେଥିପାଇଁ ମୂଳକଥା ହେଲା ବାବାଙ୍କୁ ମନେ ପକାଇବା, ବାବା ଏହା ବୁଝାଉଛନ୍ତି । ଶିବବାବାଙ୍କୁ ସ୍ମରଣ କରିବାକୁ ହେବ । ଦେହ ସହିତ ଦେହର ଯିଏବି ସମ୍ବନ୍ଧୀ ଅଛନ୍ତି ସେମାନଙ୍କୁ ଭୁଲି ନିଜକୁ ଆତ୍ମା ନିଶ୍ଚୟ କର । ବାବା ବାରମ୍ବାର ବୁଝାଉଛନ୍ତି - ନିଜକୁ ଆତ୍ମା ମନେ କରି ବାବାଙ୍କୁ ସ୍ମରଣ କରିବାକୁ ହେବ । ନଚେତ୍ ପୁଣି ଅନ୍ତିମ ସମୟରେ ବହୁତ ପଶ୍ଚାତାପ କରିବ । ବହୁତ ଧୋକା ଖାଇବ । ଏଭଳି ଜୋରରେ ଥାପଡ ଲାଗିବ ଯାହାଦ୍ୱାରା ମାୟା ଏକଦମ କଳା ମୁହଁ କରାଇଦେବ । ବାବା ଆସିଛନ୍ତି ଗୋରାମୁହଁ କରିବା ପାଇଁ । ଏହି ସମୟରେ ସମସ୍ତେ ସମସ୍ତଙ୍କର ମୁହଁକୁ କଳା ବା ପତିତ କରିବାରେ ଲାଗିଛନ୍ତି । ଏକମାତ୍ର ବାବା ହିଁ ଗୋରା କରିଥା’ନ୍ତି, ଯାହାଙ୍କ ଦ୍ୱାରା ତୁମେ ଗୋରା ହୋଇ ସ୍ୱର୍ଗର ମାଲିକ ହେବ । ଏହା ପତିତ ଦୁନିଆ ହିଁ ଅଟେ । ବାବା କେବଳ ପତିତମାନଙ୍କୁ ପାବନ କରିବା ପାଇଁ ଆସୁଛନ୍ତି । ବାକି ତୁମର ବ୍ୟବସାୟ ଆଦି ସହିତ ବାବାଙ୍କର କୌଣସି ସମ୍ବନ୍ଧ ନାହିଁ । ଶରୀର ନିର୍ବାହ ପାଇଁ ତୁମକୁ ଯାହା କରିବାର ଅଛି କର । ବାବା ତ କେବଳ କହୁଛନ୍ତି ମନମନାଭବ । ତୁମେମାନେ ମଧ୍ୟ କହୁଛ ଆମେ କିପରି ପବିତ୍ର ଦୁନିଆର ମାଲିକ ହେବୁ । ବାବା କହୁଛନ୍ତି କେବଳ ମୋତେ ମନେ ପକାଅ । ବାସ୍ । ପବିତ୍ର ହେବାର ଆଉ କୌଣସି ଉପାୟ ନାହିଁ । ଯେତେ ବି ଦାନ-ପୁଣ୍ୟ ଆଦି କର ବା କେତେ ବି ପରିଶ୍ରମ କର, ଶରୀରକୁ କଷ୍ଟ ଦେଇ କେତେ ବି ନିଆଁରେ ଚାଲ କିନ୍ତୁ ବାବାଙ୍କ ସ୍ମୃତି ବିନା ଆଉ କିଛି ବି କାମରେ ଆସିବ ନାହିଁ । ଏହା ବହୁତ ସରଳ କଥା, ଏହାକୁ କୁହାଯାଏ ସହଜ ଯୋଗ । ନିଜକୁ ପଚାର ଆମେ ନିଜର ମିଠା ମିଠା ପିତାଙ୍କୁ ସାରା ଦିନରେ କେତେ ମନେ ପକାଉଛୁ! ନିଦ ସମୟରେ ତ କୌଣସି ପାପ ହେଉନାହିଁ କାରଣ ଅଶରୀରୀ ହୋଇଯାଇଥା’ନ୍ତି । ବାକି ଦିନ ସାରା ବହୁତ ପାପ କର୍ମ ହୋଇଥାଏ ଏବଂ ପୁରୁଣା ପାପ ମଧ୍ୟ ବହୁତ ରହିଛି । ସେଥିପାଇଁ ୟାଦର ମେହନତ କରିବାକୁ ପଡିବ । ଏଠାକୁ (ମଧୁବନକୁ) ଆସୁଛ ତେବେ ୟାଦର ମେହନତ କରିବାକୁ ହେବ । ବାହାରର ବ୍ୟର୍ଥ ସଂକଳ୍ପକୁ ସମାପ୍ତ କରିଦିଅ । ନଚେତ୍ ତାହା ବାୟୁମଣ୍ଡଳକୁ ବହୁତ ଖରାପ କରିଦେଉଛି । ଘର, ଜମି-ବାଡିର ବିଚାର ଆସୁଛି । କେତେବେଳେ ପିଲାଛୁଆ ମନେ ପଡିବେ, କେତେବେଳେ ଗୁରୁ ମନେ ପଡିବେ । ଏହିଭଳି ସଂକଳ୍ପ ଆସିଲେ ବାୟୁମଣ୍ଡଳକୁ ଖରାପ କରିଦେବେ । ନିଜେ ମେହନତ କରୁ ନ ଥିବାରୁ ବିଘ୍ନ ପକାଇଥା’ନ୍ତି । ଏସବୁ ବହୁତ ସୂକ୍ଷ୍ମ କଥା ଅଟେ । ତୁମେମାନେ ମଧ୍ୟ ବର୍ତ୍ତମାନ ଜାଣୁଛ - ପୁଣି ଆଉ କେବେ ଜାଣିବ ନାହିଁ । ବାବା ଏବେ ହିଁ ସମ୍ପତ୍ତି ଦେଉଛନ୍ତି, ତା’ପରେ ଅଧାକଳ୍ପ ପାଇଁ ନିଶ୍ଚିନ୍ତ ହୋଇଯାଉଛନ୍ତି । ଲୌକିକ ପିତାଙ୍କର ବିଚାର ଏବଂ ପାରଲୌକିକ ପିତାଙ୍କର ବିଚାର ମଧ୍ୟରେ କେତେ ଅନ୍ତର ରହିଛି । ବାବା କହୁଛନ୍ତି ଭକ୍ତି ମାର୍ଗରେ ମୋର କେତେ ଚିନ୍ତା ରହୁଛି । ଭକ୍ତମାନେ ବାରମ୍ବାର କେତେ ସ୍ମରଣ କରୁଛନ୍ତି । ସତ୍ୟଯୁଗରେ କେହି ବି ସ୍ମରଣ କରି ନ ଥା’ନ୍ତି । ବାବା କହୁଛନ୍ତି ମୁଁ ତୁମକୁ ଏତେ ସୁଖ ଦେଉଛି ଯାହାକି ସେଠାରେ ମୋତେ ମନେ ପକାଇବାର ଆବଶ୍ୟକତା ହିଁ ରହିବ ନାହିଁ । ମୁଁ ଜାଣିଛି, ମୋର ପିଲାମାନେ ସୁଖଧାମ, ଶାନ୍ତିଧାମରେ ରହିଛନ୍ତି, ଆଉ କୌଣସି ମନୁଷ୍ୟ ଏକଥା ବୁଝିପାରିବେ ନାହିଁ । ଏହିଭଳି ବାବାଙ୍କଠାରେ ନିଶ୍ଚୟ ବୁଦ୍ଧି ରହିବାରେ ମାୟା ବିଘ୍ନ ପକାଉଛି । ବାବା କହୁଛନ୍ତି କେବଳ ମୋତେ ସ୍ମରଣ କର ତେବେ ତୁମ ଭିତରେ ଯେଉଁ ଚାନ୍ଦୀ, ତମ୍ବା, ଲୁହାର ଖାଦ ମିଶିଯାଇଛି, ତାହା ବାହାରିଯିବ । ସୁବର୍ଣ୍ଣଯୁଗରୁ ରୌପ୍ୟ ଯୁଗକୁ ଆସିବା ଦ୍ୱାରା ମଧ୍ୟ ଦୁଇକଳା କମ୍ ହୋଇଥାଏ । ଏହି ସବୁ କଥା ତୁମେ ଶୁଣୁଛ ଏବଂ ବୁଝୁଛ । ଯିଏ ପ୍ରକୃତ ବ୍ରାହ୍ମଣ ହୋଇଥିବେ ତାଙ୍କ ବୁଦ୍ଧିରେ ଭଲ ଭାବରେ ଧାରଣ ହେବ, ନଚେତ୍ ଧାରଣା ହେବ ନାହିଁ । ଯୋଗ ଲାଗିବ ନାହିଁ । ସବୁ କିଛି ବାବାଙ୍କ ସ୍ମୃତି ଉପରେ ହିଁ ନିର୍ଭର କରୁଛି । ବାରମ୍ବାର କୁହାଯାଉଛି ପିଲାମାନେ ବାବାଙ୍କୁ ମନେ ପକାଅ । ଏହି ବାବା ମଧ୍ୟ କହୁଛନ୍ତି ଶିବବାବାଙ୍କୁ ସ୍ମରଣ କର । ଶିବବାବା ନିଜେ ମଧ୍ୟ କହୁଛନ୍ତି ମୋତେ ମନେ ପକାଅ । ଆତ୍ମାମାନଙ୍କୁ କହୁଛନ୍ତି ହେ ସନ୍ତାନମାନେ । ଏହି କଥା ନିରାକାର ପରମପିତା ପରମାତ୍ମା ହିଁ ଆତ୍ମାମାନଙ୍କୁ କହୁଛନ୍ତି । ଏହା ହିଁ ହେଲା ମୂଳ କଥା । କେହି ବି ଆସିଲେ ତାଙ୍କୁ ପ୍ରଥମେ କୁହ ଯେ ବାବାଙ୍କୁ ସ୍ମରଣ କର ଆଉ କୌଣସି ବିସ୍ତାରକୁ ଯାଅ ନାହିଁ । କେବଳ କୁହ - ନିଜକୁ ଆତ୍ମା ମନେକରି ବାବାଙ୍କୁ ସ୍ମରଣ କର । ଏହି କଥାକୁ ଭିତରେ ଭିତରେ ଚିନ୍ତନ କରିବାର ଅଛି । ମୁଁ ଆତ୍ମା ଅଟେ, ଗାୟନ କରୁଛନ୍ତି ନା ତୁଲସୀଦାସ ଚନ୍ଦନ ଘିସେ, ତିଳକ ଦେତ୍ ରଘୁବୀର... ଏହା କୌଣସି ସ୍ଥୁଳ ତିଳକ ନୁହେଁ । ତୁମେ ଜାଣୁଛ ଯେ ତିଳକ ବାସ୍ତବରେ ଏହି ସମୟର ସ୍ମୃତିଚିହ୍ନ ଅଟେ । ତୁମେ ଯେତେ ୟାଦ କରୁଛ ସେତେ ନିଜକୁ ରାଜତ୍ୱର ତିଳକ ଦେଉଛ । ତୁମକୁ ରାଜତ୍ୱର ତିଳକ ମିଳିବ ଏବଂ ତୁମେ ଦ୍ୱିମୁକୁଟଧାରୀ ହେବ । ରାଜତ୍ୱର ତିଳକ ମିଳିବ ଅର୍ଥାତ୍ ସ୍ୱର୍ଗର ମହାରାଜା, ମହାରାଣୀ ହେବ । ବାବା କେତେ ସହଜ କଥା ଶୁଣାଉଛନ୍ତି । ବାସ୍ କେବଳ ଏହି କଥା ମନେ ରଖ - ମୁଁ ଆତ୍ମା, ଶରୀର ନୁହେଁ । ମୋତେ ବାବାଙ୍କଠାରୁ ସମ୍ପତ୍ତି ନେବାର ଅଛି ।

ତୁମେ ଜାଣିଛ ଆମେ ଆତ୍ମା ବିନ୍ଦୁ ସଦୃଶ ଅଟୁ, ବାବା ମଧ୍ୟ ବିନ୍ଦୁ ଅଟନ୍ତି । ବାବା ଜ୍ଞାନର ସାଗର, ସୁଖର ସାଗର ଅଟନ୍ତି । ସିଏ ଆମକୁ ବରଦାନ ଦେଉଛନ୍ତି । ଏହାଙ୍କ (ବ୍ରହ୍ମାଙ୍କ) ପାର୍ଶ୍ଵରେ ଆସି ବସୁଛନ୍ତି । ଗୁରୁମାନେ ନିଜର ଶିଷ୍ୟମାନଙ୍କୁ ପାଖରେ ବସାଇ ଶିଖାଇଥାନ୍ତି । ଇଏ ମଧ୍ୟ ପାଖରେ ବସିଛନ୍ତି । ପିଲାମାନଙ୍କୁ କେବଳ କହୁଛନ୍ତି ନିଜକୁ ଆତ୍ମା ମନେକର, ଏକମାତ୍ର ମୋତେ ମନେ ପକାଅ । ସତ୍ୟଯୁଗରେ ମଧ୍ୟ ତୁମେ ନିଜକୁ ଆତ୍ମା ମନେ କରୁଛ, କିନ୍ତୁ ବାବାଙ୍କୁ ଜାଣି ନ ଥାଅ । କେବଳ ଏତିକି ଜାଣିଥାଅ - ମୁଁ ଆତ୍ମା ଶରୀର ତ୍ୟାଗ କରୁଛି ପୁଣି ଆଉ ଗୋଟିଏ ନେଉଛି । ଡ୍ରାମା ଅନୁସାରେ ତୁମର ଅଭିନୟ ହିଁ ଏହିଭଳି, ସେଥିପାଇଁ ତୁମର ଆୟୁଷ ସେଠାରେ ଅଧିକ ହୋଇଥାଏ, ତୁମେ ପବିତ୍ର ରହିଥାଅ । ସତ୍ୟଯୁଗରେ ଆୟୁଷ ବଡ ହୋଇଥାଏ, କଳିଯୁଗରେ ଛୋଟ ହୋଇଯାଏ । ସେଠାରେ ହେଲେ ଯୋଗୀ ଏଠାରେ ହେଲେ ଭୋଗୀ । ପବିତ୍ରମାନେ ଯୋଗୀ ଅଟନ୍ତି । ସେଠାରେ ତ ରାବଣର ରାଜ୍ୟ ହିଁ ନାହିଁ । ଆୟୁଷ ମଧ୍ୟ ଲମ୍ବା ରହିଥାଏ । ଏଠାରେ ଆୟୁଷ କେତେ କମ୍ ହୋଇଯାଇଛି, ଏହାକୁ କର୍ମଭୋଗ କୁହାଯାଉଛି । ସେଠାରେ କେବେ ଅକାଳେ ମୃତ୍ୟୁ ହୋଇ ନ ଥାଏ । ତେଣୁ ବାବା କହୁଛନ୍ତି ଯଦି ମୋତେ ଜାଣିଗଲ ତେବେ ଶ୍ରୀମତରେ ଚାଲ । ଏକମାତ୍ର ବାବାଙ୍କୁ ସ୍ମରଣ କର । ନିଜକୁ ଆତ୍ମା ମନେ କର । ମୋତେ ଏବେ ଏହି ଶରୀରକୁ ଛାଡିଯିବାର ଅଛି । ତେଣୁ ଯାହା କିଛି ସମୟ ବାକି ରହିଛି ତାକୁ ସେବାରେ ଲଗାଇବାର ଅଛି ।

ତୁମେ ପିଲାମାନେ ବହୁତ ଗରିବ ଅଟ, ସେଥିପାଇଁ ବାବାଙ୍କୁ ଦୟା ଲାଗୁଛି । ବୁଢୀମାତାମାନଙ୍କୁ, କୁବ୍‌ଜା ମାନଙ୍କୁ କୌଣସି କଷ୍ଟ ଦେଉ ନାହାଁନ୍ତି । ବୁଢୀମାନଙ୍କୁ କୁବ୍‌ଜା କୁହାଯାଏ । ବୁଢୀମାନଙ୍କୁ ବୁଝାଯାଉଛି ବାବାଙ୍କୁ ସ୍ମରଣ କର । ତୁମକୁ ଯଦି କେହି ପଚାରିବେ କୁଆଡେ ଯାଉଛ? କୁହ ଗୀତା ପାଠଶାଳାକୁ ଯାଉଛୁ ।

ପିଲାମାନେ ପ୍ରଦର୍ଶନୀ ଇତ୍ୟାଦିରେ କେତେ ଖର୍ଚ୍ଚ କରୁଛନ୍ତି, ଲେଖୁଛନ୍ତି ମଧ୍ୟ ଅମୁକ ବହୁତ ଭଲ ପ୍ରଭାବିତ ହେଲା । କିନ୍ତୁ ବାବା କହୁଛନ୍ତି କେହି ଜଣେ ବି ଏଭଳି ଲେଖୁନାହାଁନ୍ତି ଯେ ନିଶ୍ଚିତ ଭାବରେ ବର୍ତ୍ତମାନ ବେହଦର ପିତା ଏହି ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି, ତାଙ୍କଠାରୁ ହିଁ ସ୍ୱର୍ଗର ସମ୍ପତ୍ତି ମିଳିପାରିବ । ବାବା ବୁଝିଯାଉଛନ୍ତି ଯେ ଜଣଙ୍କୁ ମଧ୍ୟ ନିଶ୍ଚୟ ହୋଇନାହିଁ । କେବଳ ପ୍ରଭାବିତ ହେଉଛନ୍ତି, ଏହି ଜ୍ଞାନ ବହୁତ ଭଲ । ସିଢି ଚିତ୍ରକୁ ଠିକ୍ ଭାବରେ ଦେଖାଇଛନ୍ତି । କିନ୍ତୁ ନିଜେ ଯୋଗରେ ରହି ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବେ, ଏକଥା କରୁନାହାଁନ୍ତି । କେବଳ କହୁଛନ୍ତି - ପରମାତ୍ମାଙ୍କଠାରୁ ସମ୍ପତ୍ତି ପାଇବାର ଏହା ବହୁତ ଭଲ ଜ୍ଞାନ । କିନ୍ତୁ ନିଜେ ପାଇବୁ, ତାହା ହୋଇପାରୁ ନାହିଁ । କିଛି ବି ପୁରୁଷାର୍ଥ କରୁ ନାହାଁନ୍ତି, ପ୍ରଜା ତ ଅନେକ ହେବେ । ବାକି ରାଜା ହେବା ପାଇଁ ମେହନତ କରିବାକୁ ହେବ । ପ୍ରତ୍ୟେକ ନିଜ ହୃଦୟକୁ ପଚାରନ୍ତୁ ଯେ ମୁଁ କେତେ ଦୂର ବାବାଙ୍କ ସ୍ମୃତିରେ ହର୍ଷିତ ରହୁଛି? ଆମେ ପୁନର୍ବାର ସେହିଭଳି ଦେବତା ହେବୁ । ଏହିଭଳି ନିଜ ସହିତ ଏକାନ୍ତରେ ବସି କଥାବାର୍ତ୍ତା କର, ଚେଷ୍ଟା କରି ଦେଖ । ବାବାଙ୍କୁ ୟାଦ କରୁଥାଅ ତେବେ ବାବା ଗ୍ୟାରେଣ୍ଟି ଦେଉଛନ୍ତି - ତୁମେ ଅଧାକଳ୍ପ ପର୍ଯ୍ୟନ୍ତ କେବେହେଲେ କାନ୍ଦିବ ନାହିଁ । ଏବେ ତୁମେ କହୁଛ ବାବା ଆସି ଆମକୁ ମାୟା ରାବଣ ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି । ତେଣୁ ଯିଏ ଯେତେ ମେହନତ କରୁଛନ୍ତି, ନିଜ ପାଇଁ ହିଁ କରୁଛନ୍ତି । ପୁଣି ତୁମେ ନୂଆ ଦୁନିଆରେ ଆସିବ । ପୁରୁଣା ଦୁନିଆର ହିସାବ-କିତାବ ମଧ୍ୟ ଚୁକ୍ତ କରିବାକୁ ହେବ, କାରଣ ତୁମକୁ ତମୋପ୍ରଧାନରୁ ସତ୍ୱପ୍ରଧାନ ହେବାର ଅଛି । ପବିତ୍ର ହେବାର ଉପାୟ ମଧ୍ୟ ବାବା ବତାଉଛନ୍ତି । ଏହା ହେଉଛି ଅନ୍ତିମ ବିନାଶର ସମୟ, ସମସ୍ତଙ୍କର ବିନାଶ ହେବ । ନୂଆ ଦୁନିଆର ସ୍ଥାପନା ହେବ । ତୁମେ ଜାଣିଛ ଆମେ ଏହି ମୃତ୍ୟୁଲୋକରେ ଏହି ଶରୀରକୁ ଛାଡି ପୁଣି ନୂଆ ଦୁନିଆ ଅମରଲୋକକୁ ଆସିବୁ । ଆମେ ନୂଆ ଦୁନିଆ ପାଇଁ ହିଁ ପାଠ ପଢୁଛୁ । ଆଉ କୌଣସି ଏପରି ପାଠଶାଳା ନାହିଁ, ଯେଉଁଠି ଭବିଷ୍ୟତ ପାଇଁ ପାଠପଢାଉଥିବେ । ହଁ, ଯେଉଁମାନେ ବହୁତ ଦାନ ପୁଣ୍ୟ ଆଦି କରିଥାନ୍ତି ସେମାନେ ରାଜା ଘରେ ଜନ୍ମ ନେଇଥା’ନ୍ତି । ମୁଖରେ ସୁନାର ଚାମଚ ବୋଲି କୁହାଯାଏ ସତ୍ୟଯୁଗରେ ଏହା ତୁମକୁ ମିଳିଥାଏ ଏବଂ କଳିଯୁଗରେ ମଧ୍ୟ ଯେଉଁମାନେ ରାଜା ଘରେ ଜନ୍ମ ନିଅନ୍ତି ସେମାନଙ୍କୁ ମଧ୍ୟ ମିଳିଥାଏ, ହେଲେ ବି ଏଠାରେ ତ ଅନେକ ପ୍ରକାରର ଦୁଃଖ ରହିଛି । ତୁମକୁ ତ ଭବିଷ୍ୟତ ୨୧ ଜନ୍ମ ପାଇଁ କୌଣସି ଦୁଃଖ ମିଳିବ ନାହିଁ । କେବେ ବେମାରୀରେ ପଡିବ ନାହିଁ, ସ୍ୱର୍ଗରେ ତୁମକୁ ସୁନା ଚାମଚ ମିଳିବ । ଏଠାରେ ହେଲା ଅଳ୍ପକାଳର ରାଜତ୍ୱ । ତୁମର ହେଲା ୨୧ ଜନ୍ମ ପାଇଁ । ଭଲ ଭାବରେ ବୁଝି ସୁଝି କାମ କରିବାକୁ ହେବ, ପୁଣି ଅନ୍ୟକୁ ବୁଝାଇବାକୁ ହେବ । ଏମିତି ନୁହେଁ ଯେ ଭକ୍ତିମାର୍ଗରେ କେହି ରାଜା ହୋଇପାରିବେ ନାହିଁ । କେହି ଯଦି ଡାକ୍ତରଖାନା ବା କଲେଜ ଆଦି ଖୋଲିଥାନ୍ତି, ତେବେ ତାଙ୍କୁ ମଧ୍ୟ ପ୍ରାରବ୍ଧ ମିଳିଥାଏ । ଯଦି ଡାକ୍ତରଖାନା ଖୋଲିଥିବେ ତେବେ ପରଜନ୍ମରେ ତାଙ୍କୁ ଭଲ ସ୍ୱାସ୍ଥ୍ୟ ମିଳିବ । କହିଥାନ୍ତି ନା ୟାଙ୍କୁ ସାରା ଜୀବନ ଭିତରେ କେବେ ଜ୍ୱର ମଧ୍ୟ ହୋଇନାହିଁ । ସେମାନେ ଦୀର୍ଘାୟୁ ହୋଇଥାଆନ୍ତି । ଯଦି ବହୁତ ଦାନ ପୁଣ୍ୟ କରିଥିବେ, ଡାକ୍ତରଖାନା ଆଦି ଖୋଲିଥିବେ ତେବେ ଆୟୁଷ ବଢିଥାଏ । ଏଠାରେ ତ ଯୋଗ ଦ୍ୱାରା ତୁମେ ସଦା ସୁସ୍ଥ ଏବଂ ଧନବାନ୍ ହେଉଛ । ଯୋଗ ଦ୍ୱାରା ତୁମେ ୨୧ ଜନ୍ମ ପାଇଁ ସ୍ୱାସ୍ଥ୍ୟ ପ୍ରାପ୍ତ କରୁଛ । ଏହା ତ ବହୁତ ବଡ ଡାକ୍ତରଖାନା ଏବଂ ବହୁତ ବଡ କଲେଜ ଅଟେ । ବାବା ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝାଉଛନ୍ତି । ବାବା କହୁଛନ୍ତି ଯାହାକୁ ଯେଉଁଠି ଖୁସି ଲାଗୁଛି, ଯେଉଁଠି ମନ ଲାଗୁଛି, ସେଠାରେ ଯାଇ ପାଠ ପଢିପାରିବ । ଏମିତି ନୁହେଁ ଯେ ଆମ ସେଣ୍ଟରକୁ ଆସନ୍ତୁ, ତାଙ୍କ ପାଖକୁ କାହିଁକି ଯାଉଛନ୍ତି । ସେକଥା ନୁହେଁ, ଯିଏ ଯେଉଁଠିକୁ ଯିବାକୁ ଚାହୁଁଛନ୍ତି, ଯାଆନ୍ତୁ । କଥା ତ ଗୋଟିଏ । ମୁରଲୀ ତ ସମସ୍ତେ ପଢି ଶୁଣାଉଛନ୍ତି । ମୁରଲୀ ତ ଏହିଠାରୁ ଯାଉଛି ପୁଣି କେହି ବିସ୍ତାରରେ ଭଲ ଭାବରେ ବୁଝାଉଛନ୍ତି, ଆଉ କେହି କେବଳ ପଢି ଶୁଣାଇ ଦେଉଛନ୍ତି । ଭାଷଣ କଲାବାଲା ଭଲ ଭାବରେ ଶୁଣାଉଥିବେ । କେଉଁଠି ବି ଭାଷଣ ହେଉ ପ୍ରଥମେ କୁହ ଶିବବାବା କହୁଛନ୍ତି ନିଜକୁ ଆତ୍ମା ମନେ କରି ମୋତେ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହୋଇଯିବ । କେତେ ସହଜ ଭାବରେ ବୁଝାଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାହାରର ବ୍ୟର୍ଥ ଚିନ୍ତନକୁ ଛାଡି ଏକାନ୍ତରେ ବସି ବାବାଙ୍କୁ ମନେ ପକାଇବାର ମେହନତ କରିବାକୁ ହେବ । ସକାଳୁ ସକାଳୁ ଉଠି ବିଚାର ସାଗର ମନ୍ଥନ କରିବା ସହିତ ନିଜର ଯୋଗର ଚାର୍ଟ ଦେଖିବାକୁ ହେବ ।

(୨) ଯେପରି ଭକ୍ତିରେ ଦାନପୁଣ୍ୟର ମହତ୍ୱ ରହିଛି, ସେହିପରି ଜ୍ଞାନମାର୍ଗରେ ଯୋଗର ମହତ୍ୱ ରହିଛି । ତେଣୁ ଯୋଗ ଦ୍ୱାରା ଆତ୍ମାକୁ ସଦା ସୁସ୍ଥ ଏବଂ ସମ୍ପତ୍ତିବାନ କରିବାକୁ ହେବ । ଅଶରୀରୀ ଅବସ୍ଥାରେ ରହିବାର ଅଭ୍ୟାସ କରିବାକୁ ହେବ ।

ବରଦାନ:-
ଯୁଗଳ ରୂପର ସେବା ଦ୍ୱାରା ଆତ୍ମାମାନଙ୍କୁ ନିକଟ ସମ୍ବନ୍ଧରେ ଆଣୁଥିବା ଯୁଗଳରୂପଧାରୀ ଭବ ।

କେବଳ ବାଣୀ ଦ୍ୱାରା ସେବା କରିବା ଦ୍ୱାରା ପ୍ରଜା ଆତ୍ମାମାନେ ଜନ୍ମ ନେଇଚାଲିଛନ୍ତି କିନ୍ତୁ ବାଣୀଠାରୁ ଉର୍ଦ୍ଧ୍ୱରେ ରହିବାର ସ୍ଥିତିରେ ସ୍ଥିତ ହୋଇ ତା’ପରେ ବାଣୀରେ ଆସ, ପ୍ରଥମେ ଅବ୍ୟକ୍ତ ସ୍ଥିତି, ତା’ପରେ ବାଣୀ - ଏହିଭଳି ଯୁଗଳ ରୂପର ସେବା ହିଁ ଉତ୍ତରାଧିକାରୀ ଆତ୍ମାମାନଙ୍କୁ ପ୍ରସ୍ତୁତ କରିବ । ବାଣୀ ଦ୍ୱାରା ପ୍ରଭାବିତ ହେଉଥିବା ଆତ୍ମାମାନେ ଅନେକ ବାଣୀ ଶୁଣୁଥିବା କାରଣରୁ ଜନ୍ମ ମରଣ ଚକ୍ରରେ ଆସିଯାଇଥାଆନ୍ତି କିନ୍ତୁ ଯୁଗଳ ରୂପଧାରୀ ହୋଇ ସେବା କରିବା ଦ୍ୱାରା ସେହି ଆତ୍ମାମାନଙ୍କ ଉପରେ ଅନ୍ୟ କୌଣସି ରୂପର ପ୍ରଭାବ ପଡିପାରିବ ନାହିଁ ।

ସ୍ଲୋଗାନ:-
ସାଧନଗୁଡିକ ପ୍ରତି ଆସକ୍ତ ହୋଇ ବେହଦର ବୈରାଗ୍ୟ ବୃତ୍ତିକୁ ସୁପ୍ତ କରି ଦିଅ ନାହିଁ ।

ଅବ୍ୟକ୍ତ ଈଶାରା:- ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।

ଯେଉଁମାନେ ସହନଶୀଳ ସନ୍ତାନ ସେମାନେ ନିଜର ସହନଶୀଳତାର ଶକ୍ତି ଦ୍ୱାରା କିପରି ବି କଠୋର ସଂସ୍କାରବାଲା ଆତ୍ମାକୁ, କିପରି ବି କଠିନ କାର୍ଯ୍ୟକୁ ଶୀତଳ କରି ଦେଇଥାଆନ୍ତି ବା ସହଜ କରିଦିଅନ୍ତି । ତେବେ ସହନଶୀଳତାର ଗୁଣ ସମ୍ପନ୍ନ ଆତ୍ମା ଗମ୍ଭୀର ମଧ୍ୟ ହୋଇଥିବ ଏବଂ ସବୁ କଥାର ଗଭୀରତାକୁ ଯାଇ ବିଚାର କରୁଥିବ । ସେ କେବେ ବି ବ୍ୟସ୍ତ ବିବ୍ରତ ହେବ ନାହିଁ । ଗଭୀରତାକୁ ଯାଇ ସଫଳତା ପ୍ରାପ୍ତ କରିବ ।