25.08.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ଏବଂ ସମ୍ପତ୍ତିକୁ ମନେ ପକାଇବା ଦ୍ୱାରା ତୁମର ଆମଦାନୀ ହେବା ସହିତ ସୁସ୍ଥ ମଧ୍ୟ ରହୁଛ, ତୁମେ ଅମର ହୋଇଯାଉଛ ।’’

ପ୍ରଶ୍ନ:-
ହୃଦୟକୁ ଶୁଦ୍ଧ କରିବାର ସହଜ ଉପାୟ କ’ଣ?

ଉତ୍ତର:-
ଯେଉଁଠି ବି ରହିଲେ ମଧ୍ୟ ଟ୍ରଷ୍ଟି ହୋଇ ରୁହ । ସର୍ବଦା ଭାବ ଯେ ମୁଁ ଶିବବାବାଙ୍କ ଭଣ୍ଡାରରୁ ଖାଉଛି । ଶିବବାବାଙ୍କ ଭଣ୍ଡାରରୁ ଭୋଜନ କଲାବାଲାଙ୍କର ହୃଦୟ ଶୁଦ୍ଧ ହୋଇଥାଏ । ପ୍ରବୃତ୍ତିରେ ରହି ଯଦି ଶ୍ରୀମତ ଅନୁଯାୟୀ ଟ୍ରଷ୍ଟି ହୋଇ ରହିବ, ତେବେ ତାହା ମଧ୍ୟ ଶିବବାବାଙ୍କର ଭଣ୍ଡାରା ଅର୍ଥାତ୍ ରୋଷେଇ ଘର ଅଟେ, ଏହା ହେଲା ମନରେ ସମର୍ପଣ ।

ଓମ୍ ଶାନ୍ତି ।
ଜନ୍ମ-ଜନ୍ମାନ୍ତର ଧରି ଅଧାକଳ୍ପ ପିଲାମାନେ ସତସଙ୍ଗ କରିଛନ୍ତି, ସାଧୁ-ସନ୍ଥ, ପଣ୍ଡିତ ଆଦି ସବୁ ମନୁଷ୍ୟମାନଙ୍କର ସତ୍‌ସଙ୍ଗ ହୋଇଥାଏ, କିନ୍ତୁ ଏହା କୌଣସି ମନୁଷ୍ୟଙ୍କର ସତ୍‌ସଙ୍ଗ ନୁହେଁ । ଏହାକୁ ଆତ୍ମିକ ସତସଙ୍ଗ କୁହାଯାଉଛି । ସୁପ୍ରିମ ଆତ୍ମା ଆତ୍ମାମାନଙ୍କ ସହିତ ରୁହରିହାନ ଅର୍ଥାତ୍ ସତସଙ୍ଗ କରୁଛନ୍ତି । ଏଠାରେ ତୁମେ କୌଣସି ମନୁଷ୍ୟଠାରୁ ଶୁଣୁନାହଁ, ଦେବତାଙ୍କଠାରୁ ମଧ୍ୟ ଶୁଣୁ ନାହଁ । ଏଠାରେ ତୁମେ ଭଗବାନଙ୍କଠାରୁ ଶୁଣୁଛ । ଭଗବାନଙ୍କୁ ସର୍ବଦା ନିରାକାର ବୋଲି କୁହାଯାଏ ଓ ଭଗବାନ ସେତେବେଳେ ଆସିଥା’ନ୍ତି ଯେତେବେଳେ ପିଲାମାନଙ୍କୁ ଭଗବାନ-ଭଗବତୀ କରାଇବା ପାଇଁ ପାଠ ପଢାଇବାକୁ ପଡେ । ଭଗବାନ ଓ ଭଗବତୀର ପଦ ଏକମାତ୍ର ଭଗବାନଙ୍କ ବ୍ୟତୀତ ଆଉ କେହି ଦେଇପାରିବେ ନାହିଁ । ତୁମେ ସନ୍ତାନମାନେ ଜାଣିଛ କଳ୍ପ-କଳ୍ପ ସଂଗମଯୁଗ ହେଲେ ନିରାକାର ଭଗବାନ ଆସି ଆମକୁ ଜ୍ଞାନ ଦେଇଥାଆନ୍ତି । ଏକଥା କେବଳ ତୁମେ ହିଁ ବୁଝୁଛ, ଅନ୍ୟମାନେ ବୁଝିବା ପାଇଁ ଏହା ବହୁତ କଠିନ । ଶିବବାବା ଆସୁଛନ୍ତି ନିଶ୍ଚୟ, କିନ୍ତୁ ତାଙ୍କ ବଦଳରେ ଶ୍ରୀକୃଷ୍ଣଙ୍କୁ ଗୀତାର ଭଗବାନ ବୋଲି କହିଦେଇଛନ୍ତି । ତେଣୁ ନିଶ୍ଚୟ ସମସ୍ତଙ୍କ ବୁଦ୍ଧିରେ ମନୁଷ୍ୟ ଶରୀର ହିଁ ଆସୁଥିବ । ତୁମେ ହିଁ ଦୈବୀଗୁଣଧାରୀ ଥିଲ ଓ ଏବେ ଆସୁରୀ ଗୁଣଧାରୀ ହୋଇଯାଇଛ । ପୁଣି ଏବେ ଦୈବୀଗୁଣଧାରୀ ହେଉଛ । ଦୈବୀଗୁଣଧାରୀଙ୍କୁ ଈଶ୍ୱରୀୟ ସମ୍ପ୍ରଦାୟ ଏବଂ ଆସୁରିକ ଗୁଣଧାରୀଙ୍କୁ ଅସୁର ସମ୍ପ୍ରଦାୟର ବୋଲି କୁହାଯାଇଥାଏ । ଏବେ ନିରାକାର ବାବା ନିରାକାର ସମ୍ପ୍ରଦାୟ ଅର୍ଥାତ୍ ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି, ସେଥିପାଇଁ ଈଶ୍ୱରୀୟ ସମ୍ପ୍ରଦାୟ ଅଥବା ଆତ୍ମିକ ସମ୍ପ୍ରଦାୟ କୁହାଯାଉଛି, ଯାହାଙ୍କୁ ଆତ୍ମିକ ବାବା ଆସି ପାଠ ପଢାଉଛନ୍ତି । ଏବେ ତୁମେ ଆତ୍ମ-ଅଭିମାନୀ ହେଉଛ । ଆମେ ଆତ୍ମା ଅଟୁ, ବାବା ଆମକୁ ପାଠ ପଢାଉଛନ୍ତି । କହୁଛନ୍ତି ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ । ବାବା ଆତ୍ମାମାନଙ୍କୁ ହିଁ ପାଠ ପଢାଉଛନ୍ତି, ସିଏ ହିଁ ନଲେଜଫୁଲ ଅଟନ୍ତି ଓ ଋଷି-ମୁନି ଆଦି ତ ସମସ୍ତେ ନେତି-ନେତି କହୁଛନ୍ତି ଅର୍ଥାତ୍ ଆମେ ଆତ୍ମାକୁ ଜାଣିନାହୁଁ । ଜ୍ଞାନର ସାଗର ସମ୍ମୁଖକୁ ନ ଆସିଲେ ଜ୍ଞାନ କିପରି ବୁଝାଇବେ । ଏହା ଭଲ ଭାବରେ ବୁଝିବାର କଥା । ଆମକୁ କୌଣସି ମନୁଷ୍ୟ ପାଠପଢାଉ ନାହାଁନ୍ତି, ଆମକୁ ବାବା ପଢାଉଛନ୍ତି । ସେ ଅବିନାଶୀ ପିତା ନିରାକାର ଅଟନ୍ତି । ଏକଥା ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି, ସାକାର ଓ ନିରାକାର ଦୁଇଜଣ ପିତା ପ୍ରତ୍ୟେକଙ୍କର ଅଛନ୍ତି । ଜଣେ ଆତ୍ମାର ଓ ଆଉ ଜଣେ ଶରୀରର । ଆତ୍ମିକ ବାବା ହିଁ ଆସି ଆତ୍ମାମାନଙ୍କୁ ପାବନ କରାଉଛନ୍ତି । ତୁମେ ଜାଣିଛ ଯେ ଆମେ ପାବନ ଥିଲୁ, ପତିତ ହେଲୁ, ପୁଣି ପତିତରୁ ପାବନ କିପରି ହେଉଛୁ । ଚିତ୍ର ମଧ୍ୟ ସମ୍ମୁଖରେ ରହିଛି, ବାବା ରାୟ ଦେଉଛନ୍ତି ଯେ ଘଡିକୁ ଘଡି ଚକ୍ର ସମ୍ମୁଖରେ ଯାଇ ବସିଲେ ବୁଦ୍ଧିରେ ସମସ୍ତ ଜ୍ଞାନ ଆସିଯିବ ଯେ ଆମେ ଏବେ ସଂଗମଯୁଗରେ ବସିଛୁ ଓ ଅନ୍ୟମାନେ ନିଜକୁ କଳିଯୁଗରେ ଅଛନ୍ତି ବୋଲି ଭାବୁଛନ୍ତି । କଳିଯୁଗକୁ ଘୋର ଅନ୍ଧକାର କୁହାଯାଇଥାଏ । ଏବେ ତୁମେ ସଂଗମ ଯୁଗରେ ଅଛ । ଏବେ ତୁମକୁ ଜ୍ଞାନର ଆଲୋକ ମିଳୁଛି, ସତ୍ୟଯୁଗରେ ପୁଣି ତୁମକୁ ଏହି ଜ୍ଞାନ ମିଳିବ ନାହିଁ । ବାବା ଆସିଲେ ହିଁ ଘୋର ଆଲୋକ ଆସିଥାଏ । ଏହି ସଂଗମଯୁଗ ହେଉଛି ହିଁ କଲ୍ୟାଣକାରୀ ଯୁଗ । ଏହି ଯୁଗ ପରି ଅନ୍ୟ କୌଣସି ଯୁଗ ହେବ ହିଁ ନାହିଁ, ଯେତେବେଳେ କି ବାବା ଆସୁଛନ୍ତି । ସତ୍ୟଯୁଗକୁ କଲ୍ୟାଣକାରୀ ଯୁଗ କୁହାଯିବ ନାହିଁ, ସେଠାରେ କାହାର କଲ୍ୟାଣ ହୁଏ ନାହିଁ । କଲ୍ୟାଣ ତ ସଂଗମଯୁଗରେ ହିଁ ହୋଇଥାଏ । ସତ୍ୟଯୁଗରେ ତ ସମସ୍ତେ କଲ୍ୟାଣରେ ଥାଆନ୍ତି । ସଂଗମଯୁଗରେ ଏହି କଳିଯୁଗକୁ ସତ୍ୟଯୁଗ ଅର୍ଥାତ୍ କଲ୍ୟାଣକାରୀ କରାଉଛନ୍ତି । ତେଣୁ ଏବେ ଦେଖ ତୁମର କେତେ କଲ୍ୟାଣ ହେଉଛି, କେବଳ ବାବା ଓ ସମ୍ପତ୍ତିକୁ ସ୍ମରଣ କରିବା ଦ୍ୱାରା ତୁମର କେତେ ଆମଦାନୀ ହେଉଛି । ରୋଜଗାରକୁ ରୋଜଗାର ହେଉଛି ଓ ସୁସ୍ଥକୁ ସୁସ୍ଥ ମଧ୍ୟ ରହୁଛ । ତୁମର ଜୀବନ ଅମର ହେଉଛି । ତୁମର କେବେ ଅକାଳମୃତ୍ୟୁ ହେବ ନାହିଁ । ତେଣୁ ପିଲାମାନେ କେତେ ଖୁସି ହେବା ଦରକାର କାହିଁକି ନା ତୁମ ବୁଦ୍ଧିରେ ସବୁ ଜ୍ଞାନ ଭରପୁର ହୋଇ ରହିଛି । ଏଠାକୁ ତୁମେ ଆସୁଛ ତେଣୁ ପୁରୁଷାର୍ଥ କରି ମ୍ୟୁଜିୟମ୍‌ରେ ଥିବା ଚିତ୍ରଗୁଡିକୁ ବୁଝାଇବା ପାଇଁ ଯୋଗ୍ୟ ହେବା ଦରକାର । ନିଜକୁ ଯୋଗ୍ୟ କରାଇବା ପାଇଁ ୭-୮ ଦିନ ବସି ଶିଖ । ଅଭ୍ୟାସ ହୋଇ ଗଲେ, ତୁରନ୍ତ ଯାଇ ସେବା କର । ସେବା କରି ପୁଣି ଫେରିଆସ । ଏହାକୁ ଶିଖିବା ତ ବହୁତ ସହଜ । ଚିତ୍ରକୁ ସମ୍ମୁଖରେ ଦେଖିବା ମାତ୍ରେ ହିଁ ବୁଦ୍ଧିରେ ଆସିଯାଉଛି ଯେ ଆମେ ସଂଗମଯୁଗରେ ବସିଛୁ । ଆଜିର ଦୁନିଆରେ ବହୁତ ମନୁଷ୍ୟ ରହିଛନ୍ତି, କାଲି ବହୁତ ଅଳ୍ପ ସଂଖ୍ୟକ ରହିବେ । ଏତେ ସବୁ ମନୁଷ୍ୟମାନେ ଘରକୁ ବାହୁଡି ଯିବେ । ଏବେ ବାବା ସ୍ୱୟଂ ଆସିଛନ୍ତି, ପିଲାମାନଙ୍କର କେତେ ଇଜ୍ଜତ୍ ରଖୁଛନ୍ତି । ଦୂରଦେଶର ବାସିନ୍ଦା ପରଦେଶକୁ ଆସିଛନ୍ତି... ରାବଣର ଦେଶ, ପର ଦେଶ ଅଟେ ନା । ରାମଙ୍କ ଦେଶରେ ତ କେବେ ରାବଣ ଆସିପାରିବ ନାହିଁ । ଏହା ଉପରେ ଏକ କାହାଣୀ ଅଥବା କଥା ମଧ୍ୟ ଶୁଣାଇଥାନ୍ତି, ଯେଉଁ କଥା ଶୁଣାଉଛନ୍ତି, ସେସବୁ ହେଉଛି କାହାଣୀ । ନା କାହାଣୀରେ କୌଣସି ସାରମର୍ମ ଅଛି, ନା ଉପନ୍ୟାସରେ । ଉପନ୍ୟାସ ବି କେତେ ଢେର ବିକ୍ରି ହେଉଛି । କେବଳ ନୋଭେଲ୍ସ ଅର୍ଥାତ୍ ଉପନ୍ୟାସ ବିକ୍ରି କରି ଲକ୍ଷପତି ହୋଇଯାଉଛନ୍ତି ।

ଏବେ ତୁମ ପିଲାମାନଙ୍କର ପାଳନା ବାବାଙ୍କ ହାତରେ ହେଉଛି । ବାସ୍ ତୁମ ସହିତ ଖାଇବୁ ଅର୍ଥାତ୍ ତୁମ ଭଣ୍ଡାରରୁ ଖାଇବୁ... ତୁମର ସମସ୍ତ ପାଳନା ତ ଏହିଠାରେ ହିଁ ହେଉଛି । ଯେଉଁମାନେ ସମର୍ପଣ ହୋଇଛନ୍ତି ତାଙ୍କର ପାଳନା ତ ହେଉଛି କିନ୍ତୁ ଯିଏ ମନରେ ବି ଭାବୁଛନ୍ତି ଯେ ଏସବୁ କିଛି ଈଶ୍ୱରଙ୍କର ଅର୍ଥାତ୍ ବାବାଙ୍କର, ମୁଁ ନିମିତ୍ତ, ମୁଁ ଶ୍ରୀମତରେ ଚାଲି ଖର୍ଚ୍ଚ ଆଦି କରୁଛି । ଏହିପରି ଯିଏ ଭାବୁଛନ୍ତି ସିଏ ମଧ୍ୟ ଶିବବାବାଙ୍କ ଭଣ୍ଡାରରୁ ଖାଉଛନ୍ତି । ଶିବବାବାଙ୍କ ଭଣ୍ଡାରରୁ ଖାଇବା ଦ୍ୱାରା ହୃଦୟ ଶୁଦ୍ଧ ହୋଇଥାଏ । ଏପରି ନୁହେଁ ଯେ ସିଏ ଶିବବାବାଙ୍କ ଭଣ୍ଡାରରୁ ଖାଉ ନାହାଁନ୍ତି । ବାବାଙ୍କ ନିର୍ଦ୍ଦେଶରେ ଚାଲୁଥିବା ପିଲାମାନେ ମଧ୍ୟ ଯେପରି ବାବାଙ୍କ ଭଣ୍ଡାରରୁ ହିଁ ଖାଉଛନ୍ତି । ଯେଉଁ ଭଣ୍ଡାରରୁ ଖାଇଲେ, ସେ ଭଣ୍ଡାର ଭରପୂର କାଳ କଣ୍ଟକ ଦୂର... ଏହା ପରେ ତୁମର କେବେ ବି ଅକାଳମୃତ୍ୟୁ ହେବ ନାହିଁ । ବର୍ତ୍ତମାନ ହିଁ ଶିବବାବା ଆସୁଛନ୍ତି, ତାଙ୍କର ମହିମା ବି ଗାନ କରାଯାଉଛି । ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି କିନ୍ତୁ ତାଙ୍କର ଭଣ୍ଡାରା କିପରି ହୋଇଥାଏ, ଏକଥା କେହି ବି ଜାଣି ନାହାଁନ୍ତି । ବାବା ମଧ୍ୟ ପ୍ରତ୍ୟକ୍ଷରେ ଆସୁଛନ୍ତି ନା । ଯେଉଁ ସନ୍ତାନମାନେ ବି ଆସୁଛନ୍ତି ତାଙ୍କୁ ଶିବବାବାଙ୍କ ଭଣ୍ଡାରାରୁ ଖାଦ୍ୟ ମିଳୁଛି । ଆଚ୍ଛା, ପୁରୁଷମାନେ ଯଦି ସମର୍ପଣ ହେଲେ ତ ଠିକ୍ ଅଛି, ଯଦି ସିଏ ସମର୍ପଣ ହେବେ ନାହିଁ, ତେବେ ମାତାମାନେ କ’ଣ କରିବେ? କାହିଁକି ନା ରୋଜଗାର ହେଉଛି ସ୍ୱାମୀର । ସିଏ ତ ସମର୍ପଣ ହେଉ ନାହାଁନ୍ତି । ସ୍ୱାମୀ ଆମଦାନୀ କଲେ ହିଁ ତ ସ୍ତ୍ରୀ ଖାଇବ ନା । ହଁ ଉଭୟ ସମର୍ପଣ ହେଲେ ଶିବବାବାଙ୍କ ଭଣ୍ଡାରରୁ ପାଳନା ହୋଇପାରିବ । ଏହି କଥା ବାବା ପିଲାମାନଙ୍କୁ ଭଲ ଭାବରେ ବୁଝାଉଛନ୍ତି । ବୁଦ୍ଧିରେ ରଖିବାକୁ ହେବ ଯେ ଆମେ ବାବାଙ୍କ ପାଖରେ ବସିଛୁ ଯେ ପର୍ଯ୍ୟନ୍ତ କର୍ମାତୀତ ଅବସ୍ଥା ନ ହୋଇଛି । ଦିନକୁ ଦିନ ଆମେ ନିଜ ସ୍ୱରାଜ୍ୟର ନିକଟତର ହେଉଛୁ । ସମୟ ବିତି ଚାଲିଛି । ତୁମେ ନିକଟତର ହୋଇ ଚାଲିଛ । ସତ୍ୟଯୁଗର ପ୍ରଥମ ବର୍ଷ ହେବାକୁ ଏବେ କେତେ ବର୍ଷ ବାକି ଅଛି ବୋଲି କୁହାଯିବ? ଏବେ ଆମେ କେତେ ନିକଟତର ହୋଇଗଲୁଣି? ବାବା କହୁଛନ୍ତି ପିଲାମାନେ ଏବେ ତୁମର ୮୪ ଜନ୍ମର ଚକ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି । ତୁମେ ଏବେ ୮୪ ଜନ୍ମର ଚକ୍ରକୁ ଜାଣିଛ । ଚକ୍ରକୁ ଦେଖିବା ମାତ୍ରେ ହିଁ କହିବ ଯେ ଏବେ ଆମେ ସଂଗମଯୁଗରେ ଅଛୁ । ଏପଟେ କଳିଯୁଗ, ସେପଟେ ସତ୍ୟଯୁଗ । କାଲି ଆମେ ନିଜ ସୁଖଧାମରେ ଥିବା । ଏକଥା ଦୁନିଆ ଜାଣିନାହିଁ, ସେମାନେ ଅତି ଘୋର ଅନ୍ଧାକାରରେ ଅଛନ୍ତି । ତୁମ ସନ୍ତାନମାନଙ୍କୁ ବହୁତ ଖୁସି ହେବା ଦରକାର । ଅବିନାଶୀ ବାବାଙ୍କଠାରୁ ଆମେ ୨୧ ଜନ୍ମ ପାଇଁ ରୋଜଗାର କରୁଛୁ । ସର୍ବଦା ସୁଖର ସମ୍ପତ୍ତି ପାଉଛୁ - ଏହି ଖୁସି ରହୁଛି । ସ୍ୱର୍ଗବାସୀ ହେବା, ଏହା ତୁମର ଭାଗ୍ୟରେ ହିଁ ଅଛି । ସ୍ୱର୍ଗ ଏକ ଆଶ୍ଚର୍ଯ୍ୟଜନକ ଜିନିଷ । ଯେପରି ୭ଟି ସପ୍ତାଶ୍ଚର୍ଯ୍ୟ ଦେଖାଇଥାନ୍ତି ନା । ଏହା ତ ସବୁଠାରୁ ବଡ ଆଶ୍ଚର୍ଯ୍ୟ । ଏହି ଆଶ୍ଚର୍ଯ୍ୟଜନକ ସ୍ୱର୍ଗର ଚିତ୍ର ମଧ୍ୟ ରହିଛି । ଏହି ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଥିଲେ, ସେଥିପାଇଁ ବାବା ଲେଖିଥିଲେ - ଉପରେ ସୂର୍ଯ୍ୟବଂଶୀ ଓ ତଳେ ଚନ୍ଦ୍ରବଂଶୀଙ୍କର ଲେଖିଲେ ଅଧାକଳ୍ପ ପୂରା ହୋଇଯିବ । ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ପ୍ରତ୍ୟେକେ ୧୨୫୦ ବର୍ଷ । ତେବେ ତ ପୁଣି ଲକ୍ଷ-ଲକ୍ଷ ବର୍ଷର କଥା ହିଁ ଉଡିଯିବ । ସେଠାରେ ଅର୍ଥାତ୍ ଦୁନିଆରେ ବାହୁବଳରେ କେତେ ଖର୍ଚ୍ଚ ହେଉଛି । ଏଠାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କିଛି ହେଲେ ଖର୍ଚ୍ଚ ହେଉ ନାହିଁ । ଏହା ହେଉଛି ବାବା ଓ ପିଲାମାନଙ୍କ ମଧ୍ୟରେ ସମ୍ବନ୍ଧର ହିସାବ, ଖର୍ଚ୍ଚର କଥା ହିଁ ନାହିଁ । ଏଠାରେ ପିଲାମାନେ ଆସି ସତେଜ ହୁଅନ୍ତୁ, ସେଥିପାଇଁ ଘର ଆଦି ତିଆରି କରୁଛନ୍ତି । ଏହା ପିଲାମାନଙ୍କର ହିଁ ପଇସା, ପୁଣି ଏହି କଳିଯୁଗର ଅନେକ ଦିନ ବିତିଗଲାଣି । ବାକି ଅଳ୍ପ ଦିନ ରହିଛି, ଖର୍ଚ୍ଚ କିଛି ହେଲେ ବି ନାହିଁ । ତୁମେ ବିନା କଉଡି ଖର୍ଚ୍ଚରେ ଜୀବନମୁକ୍ତି ପାଉଛ । ଏଥିରେ କେବଳ ମେହନତର କଥା ରହିଛି । ଭଗବାନଙ୍କୁ ତ ସବୁ ଭକ୍ତମାନେ ସ୍ମରଣ କରୁଛନ୍ତି କିନ୍ତୁ ଏକଥା ଜାଣିନାହାଁନ୍ତି ଯେ ଭଗବାନ କିଏ? ଭଗବାନଙ୍କୁ ନ ଜାଣିବା କାରଣରୁ ବହୁତଙ୍କୁ ଭଗବାନ ବୋଲି ମାନି ନେଉଛନ୍ତି । ଏବେ ତୁମ ସନ୍ତାନମାନଙ୍କୁ ସତ୍ୟ ବାବାଙ୍କର ପରିଚୟ ଦେବାକୁ ହେବ ।

ପିଲାମାନଙ୍କର ଅସରନ୍ତି ଖୁସି ରହିବା ଦରକାର - ବେହଦର ବାବା ଆମକୁ ସ୍ୱର୍ଗର ମାଲିକ କରିବା ପାଇଁ ପାଠ ପଢାଉଛନ୍ତି । ବାବା ଆସି ସ୍ୱର୍ଗର ସ୍ଥାପନା ଓ ନର୍କର ବିନାଶ କରାଉଛନ୍ତି ସେଥିପାଇଁ ମହାଭାରତ ଲଢେଇ ମଧ୍ୟ ସାଥିରେ ରହିଛି । ପ୍ରତ୍ୟେକ ୫ ହଜାର ବର୍ଷରେ ଥରେ ଏହି ଚକ୍ର ଘୂରୁଛି । ବାବା ମଧ୍ୟ କଳ୍ପ-କଳ୍ପ ପ୍ରତ୍ୟେକ କଳ୍ପର ସଂଗମଯୁଗରେ ଆସୁଛନ୍ତି । ଗୀତାରେ ସେମାନେ ପୁଣି ଯୁଗେ-ଯୁଗେ ଲେଖିଦେଇଛନ୍ତି, ସେଥିରେ ପୁଣି ୫ଟି ଯୁଗ ରହିଛି, ତେବେ ୫ ଥର ଆସିବେ । ପୁଣି ୨୪ ଅବତାର, ଅମୁକ ଅବତାର କାହିଁକି ଲେଖିଛନ୍ତି! ମନୁଷ୍ୟମାନେ କେତେ ଯଜ୍ଞ, ତପ, ତୀର୍ଥ ଆଦି କରୁଛନ୍ତି, ଭାବୁଛନ୍ତି ଏସବୁ ଭଗବାନଙ୍କ ସହିତ ମିଶିବାର ରାସ୍ତା । କିନ୍ତୁ ଭଗବାନଙ୍କ ପାଖକୁ ତ କେହି ହେଲେ ବି ଯାଇପାରିବେ ନାହିଁ । ଅଧାକଳ୍ପ କେତେ ମୁଣ୍ଡ ପିଟୁଛନ୍ତି । ଜନ୍ମ-ଜନ୍ମାନ୍ତର ଚକ୍ର ଲଗାଇଲେ, ଏସବୁ କଲେ...ତଥାପି ବି ବାବା ମିଳିଲେ ନାହିଁ । ଏବେ ବାବା ତୁମ ସନ୍ତାନମାନଙ୍କର କେତେ ନିକଟରେ ଅଛନ୍ତି । ତୁମ ସହିତ କଥା ହୋଇ ତୁମକୁ ବୁଝାଉଛନ୍ତି । ତୁମେ ଜାଣିଛ ଯେ କଳ୍ପ-କଳ୍ପ ଆମେ ଏହିପରି ମିଶୁଛୁ ଯାହା କିଛି ବିତିଗଲା, ପୁଣି କଳ୍ପ-କଳ୍ପ ହେବ । ଏହି ଦାଦା ପୁଣି ଅଳଙ୍କାର ବ୍ୟବସାୟୀ ହେବେ । ତାଙ୍କ ମଧ୍ୟରେ ବାବା ପୁଣି ପ୍ରବେଶ କରିବେ, ସେହି ସନ୍ତାନମାନେ ଆସି ପୁନର୍ବାର ବାବାଙ୍କର ହେବେ ଓ ପୁନର୍ବାର ସ୍ୱର୍ଗର ସମ୍ପତ୍ତି ନେବେ । ବାବାଙ୍କର ତୁମ ପିଲାମାନଙ୍କ ସହିତ ଏହି ଅନାଦି ଅବିନାଶୀ ଅଭିନୟ କଳ୍ପ-କଳ୍ପ ଏହିପରି ପୁନରାବୃତ୍ତି ହୋଇ ଚାଲିଛି । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହା ହେଉଛି କଲ୍ୟାଣକାରୀ ସଂଗମଯୁଗ, ଏଥିରେ ପ୍ରତ୍ୟେକ କଥାରେ କଲ୍ୟାଣ ରହିଛି, ଆମଦାନୀ ହିଁ ଆମଦାନୀ ହେଉଛି । ତେଣୁ ବାବା ଏବଂ ସମ୍ପତ୍ତିକୁ ମନେ ପକାଇ ୨୧ ଜନ୍ମ ପାଇଁ ଜୀବନକୁ ଅମର କରିବାକୁ ହେବ ।

(୨) ପ୍ରବୃତ୍ତିରେ ରହି ମଧ୍ୟ ମନ ଏବଂ ବୁଦ୍ଧି ଦ୍ୱାରା ସମର୍ପଣ ହେବାକୁ ପଡିବ । ଶ୍ରୀମତ ଆଧାରରେ ଖର୍ଚ୍ଚ କରିବାକୁ ହେବ । ସମ୍ପୂର୍ଣ୍ଣ ଟ୍ରଷ୍ଟି ବା ନିମିତ୍ତ ହୋଇ ରହିବାକୁ ପଡିବ । ଶିବବାବାଙ୍କର ଭଣ୍ଡାରା ଭରପୂର କାଳ କଣ୍ଟକ ଦୂର... ।

ବରଦାନ:-
ସହଯୋଗର ଶକ୍ତି ଦ୍ୱାରା ଅସହଯୋଗୀମାନଙ୍କୁ ସହଯୋଗୀ କରୁଥିବା ବାପ ସମାନ ପରୋପକାରୀ ଭବ ।

ସହଯୋଗୀ ମାନଙ୍କ ସହିତ ସହଯୋଗୀ ହେବା - ଏହା କୌଣସି ମହାବୀରତା ନୁହେଁ କିନ୍ତୁ ବାବା ଯେପରି ଅପକାରୀମାନଙ୍କର ମଧ୍ୟ ଉପକାରୀ କରୁଛନ୍ତି, ସେହିପରି ତୁମେ ପିଲାମାନେ ମଧ୍ୟ ବାବାଙ୍କ ସମାନ ହୁଅ । ଯିଏ ଯେତେ ବି ଅସହଯୋଗୀ ହେଉ ନା କାହିଁକି ତୁମେ କିନ୍ତୁ ନିଜର ସହଯୋଗର ଶକ୍ତି ଦ୍ୱାରା ଅସହଯୋଗୀକୁ ମଧ୍ୟ ସହଯୋଗୀ କରିଦିଅ, ଏଭଳି ଭାବ ନାହିଁ ଯେ ଏହି କାରଣରୁ ଇଏ ଆଗକୁ ବଢିପାରୁ ନାହିଁ । ଦୁର୍ବଳକୁ ଦୁର୍ବଳ ମନେ କରି ଛାଡିଦିଅ ନାହିଁ କିନ୍ତୁ ତାକୁ ବଳ ଦେଇ ବଳବାନ କର । ଏହି କଥା ଉପରେ ଯଦି ବିଶେଷ ଧ୍ୟାନ ଦେବ, ତେବେ ସେବାର ଯୋଜନା ରୂପକ ଗହଣା ଉପରେ ହୀରା ଚମକିବାକୁ ଲାଗିବ ଅର୍ଥାତ୍ ସହଜରେ ପ୍ରତ୍ୟକ୍ଷତା ହୋଇଯିବ ।

ସ୍ଲୋଗାନ:-
କ୍ରୋଧର କାରଣ ହେଲା ବ୍ୟର୍ଥ ବା ଈର୍ଷା - ଏହା ହିଁ ଚିଡଚିଡାପଣିଆର ମୂଳ ମଞ୍ଚି ଅଟେ, ପ୍ରଥମେ ଏହାକୁ ସମାପ୍ତ କର ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।

ପବିତ୍ରତା ହେଲା ମୂଳଦୁଆ ଏବଂ ମୂଳଦୁଆ ରୂପରେ ବ୍ରହ୍ମଚର୍ଯ୍ୟ ବ୍ରତକୁ ଧାରଣ କରିବା ମଧ୍ୟ ସାଧାରଣ କଥା ଅଟେ, କିନ୍ତୁ ଏବେ ଯେହେତୁ ଆଗକୁ ବଢିସାରିଲଣି, ତେଣୁ ଏବେ ଆଉ ପିଲାଦିନର ସ୍ଥିତି ଚଳିବ ନାହିଁ, ଏବେ ତ ତୁମକୁ ବାନପ୍ରସ୍ଥ ସ୍ଥିତିକୁ ଯିବାକୁ ହେବ । ମୁଁ ବ୍ରହ୍ମଚାରୀ ତ ରହୁଛି, ପବିତ୍ରତା ନିଶ୍ଚିତ ଅଛି, କେବଳ ଏତିକିରେ ଖୁସି ହୋଇଯାଅ ନାହିଁ । ମୂଳ ଆଧାର ହେଲା ନିଜର ସଂକଳ୍ପକୁ ଶୁଦ୍ଧ କର, ଜ୍ଞାନ ସ୍ୱରୂପ କର, ଶକ୍ତି ସ୍ୱରୂପ କର ।

ସମ୍ପୂର୍ଣ୍ଣତାକୁ ପ୍ରାପ୍ତ କରିବା ପାଇଁ ଦାଦୀ ପ୍ରକାଶମଣି ଜୀଙ୍କ ଗୁପ୍ତ ପୁରୁଷାର୍ଥ

(୧୯ ତମ ପୁଣ୍ୟ ସ୍ମୃତି ଦିବସ ଅବସରରେ ବିଶେଷ ଧାରଣା)

(୧) ଦାଦୀଜୀ ସମସ୍ତ ଦାୟିତ୍ୱ ପାଳନ କରି ମଧ୍ୟ ଲକ୍ଷ୍ୟ ରଖିଥିଲେ ଯେ ମୁଁ ସର୍ବଗୁଣରେ, ସମସ୍ତ କଳାରେ ଏବଂ ନିର୍ବିକାରୀତାରେ ମଧ୍ୟ ସମ୍ପନ୍ନ ହୋଇ ସମ୍ପୂର୍ଣ୍ଣତାର ଉଚ୍ଚ ସ୍ତରକୁ ପ୍ରାପ୍ତ କରିବି ।

(୨) ଦାଦୀଜୀ ମନ, ବଚନ ଏବଂ କର୍ମରେ ଡବଲ ଅହିଂସକ ହୋଇ ସମସ୍ତଙ୍କୁ ସୁଖ ଦେଲେ ଏବଂ ସୁଖ ନେଲେ । ମନରେ ମଧ୍ୟ କୌଣସି ଆତ୍ମାକୁ ନା ଦୁଃଖ ଦେଲେ ନା ଦୁଃଖ ନେଲେ ।

(୩) ଦାଦୀଜୀ ସର୍ବଦା ଏକମାତ୍ର ବାବାଙ୍କ ଆକର୍ଷଣରେ ରହୁଥିଲେ । କୌଣସି ପୁରୁଣା ବସ୍ତୁ, ବ୍ୟକ୍ତି କିମ୍ବା ପଦାର୍ଥ ତାଙ୍କୁ ଆକର୍ଷିତ କରିପାରି ନଥିଲା । ସଦା ଏକ ବାବାଙ୍କ ସ୍ମୃତିରେ ରହି ନିଜର ସୂକ୍ଷ୍ମ ବୃତ୍ତିକୁ ମଧ୍ୟ ଏକାଗ୍ର କଲେ ।

(୪) ସଦା ସାକ୍ଷୀପଣିଆର ସ୍ଥିତିରେ ରହି ସାଥୀଙ୍କ ସଙ୍ଗର ଅନୁଭବ କଲେ । ତାଙ୍କ ଦୃଷ୍ଟି, ବୃତ୍ତିରେ ଆତ୍ମିକତା ଏବଂ ଅଲୌକିକତା ଥିଲା । ତାଙ୍କ ସଂସ୍କାରରେ ଏତେ ରାଜକୀୟ ମର୍ଯ୍ୟାଦା ଥିଲା ଯାହାକି କାହାରି ପ୍ରଭାବରେ ସିଏ ଆସୁ ନ ଥିଲେ ।

(୫) ସେ କେବେ କାହାରି ଅବଗୁଣକୁ ମନରେ ରଖୁନଥିଲେ, ନା କାହାରି ଅବଗୁଣକୁ ଧ୍ୟାନ ଦେଉଥିଲେ । ସଦା ପରଚିନ୍ତନ, ପରଦର୍ଶନ ଏବଂ ପରମତରୁ ମୁକ୍ତ ରହି ସ୍ୱ-ଚିନ୍ତନରେ ରହୁଥିଲେ ।

(୬) ଦାଦୀଜୀ ବ୍ରହ୍ମାବାବାଙ୍କ ପରି ସଦା ନିର୍ମାନ ରହୁଥିଲେ । ନିରାକାରୀ ଏବଂ ନିରଂହକାରୀ ସ୍ଥିତିରେ ରହିବାର ଅଭ୍ୟାସ କରୁଥିଲେ । ସଦା ନିଜକୁ ସେବାଧାରୀ ଭାବୁଥିଲେ । କେବେ ବି ନିଜର ମହିମା ସ୍ୱୀକାର କରୁ ନ ଥିଲେ । କେହି ନିନ୍ଦା କଲେ ବ୍ୟତିବ୍ୟସ୍ତ ହେଉ ନ ଥିଲେ ଏବଂ ପ୍ରଶଂସାରେ ଖୁସି ହେଉନଥିଲେ । ସବୁ ପରିସ୍ଥିତିରେ ନିଜ ସ୍ଥିତିକୁ ସମାନ ରଖୁଥିଲେ ।

(୭) ବାପଦାଦାଙ୍କଠାରୁ ମିଳିଥିବା ଦିବ୍ୟ ବୁଦ୍ଧିର ଉପହାରକୁ ସମ୍ଭାଳି ରଖିଥିଲେ । ସଦା ସମର୍ଥ ସଂକଳ୍ପ କରୁଥିଲେ । ପ୍ରତ୍ୟେକ କର୍ମ ଶ୍ରୀମତ ଅନୁସାରେ କରୁଥିଲେ, ସେଥିରେ ଟିକିଏ ବି ମନମତ କିମ୍ବା ପରମତର ମିଶ୍ରଣ ନ ଥିଲା । ଦିବ୍ୟବୁଦ୍ଧିର ଆଧାରର ପ୍ରତ୍ୟେକ ସଂକଳ୍ପ, ବାଣୀ ଓ କର୍ମ କରିବାର ଲକ୍ଷ୍ୟ ରଖି ସମ୍ପୂର୍ଣ୍ଣତାକୁ ପ୍ରାପ୍ତ କଲେ ।

(୮) ସଦା ଏକ ବଳ, ଏକ ଭରସା ଏବଂ ଏକ୍ ବାବାଙ୍କ ସହିତ ସର୍ବ ସମ୍ବନ୍ଧ ରଖୁଥିଲେ । କୌଣସି ପକ୍ଷରେ ବି ଆକର୍ଷିତ ହେଉନଥିଲେ । ସର୍ବଦା ଭାଇ-ଭାଇର ଭାବନାରେ ସମସ୍ତଙ୍କୁ ଦେଖୁଥିଲେ ଏବଂ ଦୟାଭାବର ଗୁଣକୁ ଧାରଣ କରି ଦୁର୍ବଳ ଆତ୍ମାମାନଙ୍କୁ ବଳ ଦେଉଥିଲେ । ଅପକାରୀମାନଙ୍କ ଉପରେ ମଧ୍ୟ ଉପକାର କରୁଥିଲେ ।

(୯) ପ୍ରତ୍ୟେକ ଛୋଟ-ବଡ ପରିସ୍ଥିତିକୁ ବାବାଙ୍କ ସ୍ମୃତିରେ ରହି ଅତିକ୍ରମ କରୁଥିଲେ । କୌଣସି ଦୃଶ୍ୟକୁ ଦେଖି କାହିଁକି, କ’ଣ ପ୍ରଶ୍ନରେ ନ ଯାଇ ସଦା ସାକ୍ଷୀଭାବ ଧାରଣ କରି ହର୍ଷିତ ରହୁଥିଲେ ।

(୧୦) ତାଙ୍କର ପ୍ରତ୍ୟେକ କଥାରେ ରାଜକୀୟ ଗରିମା ପ୍ରକାଶ ପାଉଥିଲା । ତାଙ୍କର କୌଣସି କଥା ସାଧାରଣ ନଥିଲା । ତାଙ୍କ ମୁଖରୁ ସେହି କଥା ବାହାରୁଥିଲା ଯାହା ହେବାକୁ ଥିଲା । ଏପରି ସିଦ୍ଧ ସ୍ୱରୂପ ଆତ୍ମାଙ୍କ ସଂକଳ୍ପ ମଧ୍ୟ ସିଦ୍ଧ ହେଉଥିବା କାରଣରୁ ସେ ସହଜରେ ସମ୍ପୂର୍ଣ୍ଣତାକୁ ପ୍ରାପ୍ତ କରିଲେ ।