26.06.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ଦୁନିଆରେ ନିଷ୍କାମ ସେବା କେବଳ ଏକମାତ୍ର ବାବା ହିଁ କରିଥା’ନ୍ତି, କିନ୍ତୁ ତୁମେମାନେ ଯାହା ବି କର୍ମ କରୁଛ ତାର ଫଳ ନିଶ୍ଚିତ ମିଳୁଛି” ।

ପ୍ରଶ୍ନ:-
ଡ୍ରାମା ଅନୁସାରେ କେଉଁ କଥା ଶତ ପ୍ରତିଶତ ନିଶ୍ଚିତ ଅଟେ? ଯେଉଁଥିପାଇଁ ତୁମେମାନେ ଖୁସି ହେଉଛ?

ଉତ୍ତର:-
ଡ୍ରାମା ଅନୁସାରେ ଏହି କଥା ନିଃସନ୍ଦେହ ଯେ ନୂଆ ରାଜଧାନୀର ସ୍ଥାପନା ନିଶ୍ଚିତ ରୂପେ ହେବ । ତୁମମାନଙ୍କୁ ଖୁସି ଲାଗୁଛି ଯେ ଶ୍ରୀମତ ଆଧାରରେ ଆମେ ନିଜ ପାଇଁ ନିଜର ରାଜଧାନୀ ସ୍ଥାପନ କରୁଛୁ । ଏହି ପୁରୁଣା ଦୁନିଆର ବିନାଶ ତ ନିଶ୍ଚିତ ହେବ । ତେଣୁ ତୁମେମାନେ ଯେତେ ପୁରୁଷାର୍ଥ କରିବ ସେହି ଅନୁସାରେ ଉଚ୍ଚ ପଦ ପ୍ରାପ୍ତ ହେବ ।

ଗୀତ:-
ତୁହ୍ମେ ପାକେ ହମନେ ଜାହାଁ ପା ଲିୟା ହୈ....

ଓମ୍ ଶାନ୍ତି ।
ପିଲାମାନେ ଯାହା କହୁଛନ୍ତି, ବାବା ମଧ୍ୟ ସେହି କଥା କହୁଛନ୍ତି । ପିଲାମାନେ କହୁଛନ୍ତି ବାବା ତୁମକୁ ପାଇ ଆମେ ସ୍ୱର୍ଗର ମାଲିକ ହେଉଛୁ । ବାବା ମଧ୍ୟ କହୁଛନ୍ତି ପିଲାମାନେ ମନମନାଭବ । ତାହା ଏକା ପ୍ରକାରର କଥା ହୋଇଗଲା । ଲୋକମାନେ ପଚାରୁଛନ୍ତି ବ୍ରହ୍ମାକୁମାର-କୁମାରୀମାନଙ୍କୁ ଏହି ସତସଙ୍ଗକୁ ଯିବା ଦ୍ୱାରା କ’ଣ ମିଳୁଛି? ତେବେ ବ୍ରହ୍ମାକୁମାର-କୁମାରୀମାନେ କହୁଛନ୍ତି ଆମେ ବାପଦାଦାଙ୍କ ଦ୍ୱାରା ବିଶ୍ୱର ମାଲିକ ହେଉଛୁ । ବିଶ୍ୱର ମାଲିକ ଆଉ କେହି ହୋଇପାରିବେ ନାହିଁ । ବିଶ୍ୱର ମାଲିକ ଏହି ଲକ୍ଷ୍ମୀ-ନାରାୟଣ ହିଁ ଅଟନ୍ତି, ଶିବବାବା ତ ବିଶ୍ୱର ମାଲିକ ହୋଇପାରିବେ ନାହିଁ । ତୁମେ ପିଲାମାନେ ବିଶ୍ୱର ମାଲିକ ହେଉଛ । ତୁମର ପିତା ଶିବବାବା ବିଶ୍ୱର ମାଲିକ ହେଉନାହାଁନ୍ତି । ଏହିଭଳି ନିଷ୍କାମ ସେବାଧାରୀ ଆଉ କେହି ହୋଇପାରିବେ ନାହିଁ । ପ୍ରତ୍ୟେକଙ୍କୁ ନିଜର ସେବାର ଫଳ ନିଶ୍ଚିତ ମିଳିଥାଏ । ଭକ୍ତିମାର୍ଗରେ ବା କୌଣସି ପ୍ରକାରରେ ଯିଏ ଯାହାବି କରନ୍ତୁ... ସମାଜ ସେବୀମାନଙ୍କୁ ମଧ୍ୟ ସେବାର ଫଳ ନିଶ୍ଚିତ ମିଳିଥାଏ । ସରକାରଙ୍କଠାରୁ ଦରମା ମିଳିଥାଏ । ବାବା କହୁଛନ୍ତି ମୁଁ ହିଁ ଏକମାତ୍ର ନିଷ୍କାମ ସେବା କରୁଛି ଯାହାକି ପିଲାମାନଙ୍କୁ ବିଶ୍ୱର ମାଲିକ କରୁଛି କିନ୍ତୁ ମୁଁ ନିଜେ ହେଉ ନାହିଁ । ପିଲାମାନଙ୍କୁ ସୁଖି କରି, ସୁଖଧାମର ମାଲିକ କରାଇ ୨୧ ଜନ୍ମର ସୁଖ ଦେଇ ମୁଁ ନିଜର ନିର୍ବାଣଧାମ ଅଥବା ବାନପ୍ରସ୍ଥ ଅବସ୍ଥାରେ ବସିଯାଉଛି । ବାନପ୍ରସ୍ଥ ତ ମୂଳବତନକୁ ହିଁ କୁହାଯିବ । ମନୁଷ୍ୟ ବାନପ୍ରସ୍ଥ ନେଇଥା’ନ୍ତି । ପିଲାମାନଙ୍କୁ ସବୁ କିଛି ଦେଇ ଦେଇ ସତସଙ୍ଗ କରିଥା’ନ୍ତି । ଗୁରୁ ମଧ୍ୟ କରିଥାନ୍ତି ଯେ ଇଏ ଆମକୁ ମୁକ୍ତିର ରାସ୍ତା ବତାଇବେ । ଏବେ ତୁମେ ପିଲାମାନେ ଜାଣିଗଲଣି ଯେ ମୁକ୍ତି ଜୀବନମୁକ୍ତିର ରାସ୍ତା କେହି ମନୁଷ୍ୟ, କାହାକୁ କେବେ ବତାଇ ପାରିବେ ନାହିଁ । ସେମାନେ କାହାକୁ ହେଲେ ସଦ୍‌ଗତି ଦେଇପାରିବେ ନାହିଁ । ନିଜକୁ ମଧ୍ୟ ଦେଇପାରିବେ ନାହିଁ । ଯଦି ନିଜକୁ ସଦ୍‌ଗତି ଦେଇପାରନ୍ତେ ତେବେ ଅନ୍ୟକୁ ମଧ୍ୟ ଦେଇପାରିଥାନ୍ତେ । ବାବା ତ ପରମଧାମରୁ ଆସୁଛନ୍ତି । ସିଏ ସେଠାକାର ନିବାସୀ ଅଟନ୍ତି, ତୁମେ ପିଲାମାନେ ମଧ୍ୟ ସେଠାକାର ନିବାସୀ ଅଟ । ତୁମକୁ ଏହି କର୍ମକ୍ଷେତ୍ରରେ ଅଭିନୟ କରିବାକୁ ହେବ । ବାବାଙ୍କୁ ମଧ୍ୟ ପିଲାମାନଙ୍କ ପାଇଁ ଥରେ ମାତ୍ର ଏଠାକୁ ଆସିବାକୁ ପଡିବ, ଯେତେବେଳେ ସ୍ୱର୍ଗର ସ୍ଥାପନା ହେଉଛି ତେବେ ନର୍କର ବିନାଶ ନିଶ୍ଚିତ ହେବ ।

ଏବେ ତୁମେ ଜାଣିଗଲଣି ଶିବବାବା ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି । ତୁମେ ଜାଣିଛ ଆମେ ପୁନର୍ବାର ମନୁଷ୍ୟରୁ ଦେବତା ହେଉଛୁ । ପିଲାମାନଙ୍କର ବୁଦ୍ଧିରେ ଅଛି ଯେ ପ୍ରତି ୫ ହଜାର ବର୍ଷ ପରେ ଆମେ ପୁନର୍ବାର ସମ୍ପତ୍ତି ପାଇବା ପାଇଁ ବ୍ରହ୍ମାଙ୍କ ଦ୍ୱାରା ଶିବବାବାଙ୍କର ସନ୍ତାନ ହେଉଛୁ । ତାଙ୍କୁ ପତିତ ପାବନ କୁହାଯାଉଛି । ସିଏ ନଲେଜଫୁଲ, ଜ୍ଞାନର ସାଗର ମଧ୍ୟ ଅଟନ୍ତି । ଯୋଗ ଅର୍ଥାତ୍ ୟାଦ ଶିଖାଇଥା’ନ୍ତି । କିନ୍ତୁ ନିରାକାର କିପରି ଜ୍ଞାନ ବୁଝାଇବେ ସେଥିପାଇଁ କହୁଛନ୍ତି ବ୍ରହ୍ମାଙ୍କ ଦ୍ୱାରା ମନୁଷ୍ୟରୁ ଦେବତା କରୁଛି ଅର୍ଥାତ୍ ଦେବୀ ଦେବତା ଧର୍ମର ସ୍ଥାପନା କରୁଛି । ଏବେ ସେହି ଧର୍ମ ନାହିଁ, ତେଣୁ ସ୍ଥାପନ କରିବାକୁ ପଡିବ । ଏବେ ପୁନର୍ବାର ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରି ବାକି ସମସ୍ତଙ୍କୁ ମୁକ୍ତିଧାମକୁ ନେଇଯାଉଛି । ଭାରତ ପ୍ରାଚୀନ ଖଣ୍ଡ ଅଟେ, ସେଥିପାଇଁ ଭାରତର ଜନସଂଖ୍ୟା ବାସ୍ତବରେ ସବୁଠାରୁ ଅଧିକ ହେବା ଉଚିତ୍ । ଏହିଭଳି କଥା ଆଉ କାହାର ବୁଦ୍ଧିରେ ଆସୁନାହିଁ । ଆଦି ସନାତନ ଦେବୀ-ଦେବତା ଧର୍ମ ସବୁଠାରୁ ବଡ ହେବା ଉଚିତ୍ । ୫ ହଜାର ବର୍ଷ ହେଲାଣି ସେମାନଙ୍କର ବୃଦ୍ଧି ହୋଇ ଚାଲିଛି । ବାକି ଅନ୍ୟମାନେ ତ ୨୫୦୦ ବର୍ଷ ପରେ ଆସୁଛନ୍ତି । ଇସ୍‌ଲାମୀମାନଙ୍କର ଜନସଂଖ୍ୟା କମ୍ ହେବା ଉଚିତ୍‌, ପୁଣି ଆଉ କିଛି ବର୍ଷ ପରେ ବୌଦ୍ଧ ଧର୍ମାବାଲମ୍ବୀ ଆସୁଛନ୍ତି, ତେଣୁ ସେମାନଙ୍କ ଭିତରେ ଜନସଂଖ୍ୟାର କିଛି ପାର୍ଥକ୍ୟ ରହିବା ଉଚିତ୍ । ଇସ୍‌ଲାମୀ, ବୌଦ୍ଧି ଆଦି ପ୍ରଥମେ ସତ୍ତ୍ୱପ୍ରଧାନ ଥା’ନ୍ତି ପୁଣି ଧୀରେ ଧୀରେ ତମୋପ୍ରଧାନ ହୋଇଥାନ୍ତି । ଏହାର ମଧ୍ୟ ହିସାବ ରହିଛି । ଯେଉଁମାନେ ଅନନ୍ୟ ବୁଦ୍ଧିମାନ ସନ୍ତାନ, ସେମାନଙ୍କୁ ବିଚାର କରିବା ଆବଶ୍ୟକ । ଆଜିକାଲି ଖବରକାଗଜରେ ଲେଖୁଛନ୍ତି ଚୀନ୍ ଦେଶର ଜନସଂଖ୍ୟା ସବୁଠାରୁ ଅଧିକ । କିନ୍ତୁ ସେମାନଙ୍କୁ ସୃଷ୍ଟିଚକ୍ରର ଜ୍ଞାନ ଜଣା ନାହିଁ । ଏହିସବୁ ରହସ୍ୟ ପିଲାମାନଙ୍କର ବୁଦ୍ଧିରେ ରହିଛି । ଯେଉଁମାନେ ପାଠଶାଠ ପଢିଛନ୍ତି ସେମାନଙ୍କୁ ବିସ୍ତୃତ ଭାବରେ ବୁଝାଇବାକୁ ହେବ । ଦେବୀ-ଦେବତା ଧର୍ମବାଲାଙ୍କୁ ୫ ହଜାର ବର୍ଷ ହେଲା । ତେଣୁ ବର୍ତ୍ତମାନ ସେମାନଙ୍କର ସଂଖ୍ୟା ବହୁତ ହେବା ଉଚିତ୍ । କିନ୍ତୁ ଦେବୀ ଦେବତା ଧର୍ମବାଲା ଅନ୍ୟ ଅନ୍ୟ ଧର୍ମରେ ଧର୍ମାନ୍ତରିତ ହୋଇଯାଇଛନ୍ତି । ପ୍ରଥମେ ପ୍ରଥମେ ବହୁତ ମୁସଲମାନ ହୋଇଗଲେ, ପୁଣି ବୌଦ୍ଧ ଧର୍ମକୁ ମଧ୍ୟ ଅନେକ ଚାଲିଗଲେ । ଏଠାରେ ମଧ୍ୟ ବୌଦ୍ଧି ବହୁତ ଅଛନ୍ତି । ଖ୍ରୀଷ୍ଟିୟାନ ତ ଅନେକ ଅଛନ୍ତି । ଦେବତା ଧର୍ମର ତ ଚିହ୍ନବର୍ଣ୍ଣ ମଧ୍ୟ ନାହିଁ । ଆମେ ଯଦି ବା ବ୍ରାହ୍ମଣ ଧର୍ମ କହିବା ତେବେ ବି ହିନ୍ଦୁମାନଙ୍କର ଧାଡିରେ ଲେଖି ଦେବେ । ଏବେ ତୁମେ ଜାଣିଛ ଆଦି ସନାତନ ଦେବୀ ଦେବତା ଧର୍ମ ଆମ ବ୍ରାହ୍ମଣମାନଙ୍କ ଦ୍ୱାରା ଶ୍ରୀମତ ଆଧାରରେ ସ୍ଥାପନ ହେଉଛି । ଏହାର ମଧ୍ୟ ଜ୍ଞାନ ରହିବା ଆବଶ୍ୟକ । ଧର୍ମର ଗାୟନ ତ ଅଛି ନା । ଏଠିକାର ମନୁଷ୍ୟ ନିଜକୁ ହିନ୍ଦୁ ବୋଲି କହୁଛନ୍ତି । କହୁଛନ୍ତି ହିନ୍ଦୁ ଆର୍ଯ୍ୟ ଧର୍ମ, ସବୁଠାରୁ ପୁରୁଣା ଅଟେ । ଭାରତବାସୀ ପ୍ରଥମେ ଆର୍ଯ୍ୟ ଥିଲେ, ବହୁତ ଧନବାନ ଥିଲେ । ଏବେ ଅନାର୍ଯ୍ୟ ହୋଇଯାଇଛନ୍ତି । କୌଣସି ପ୍ରକାରର ଜ୍ଞାନ ନାହିଁ, ଯାହାକୁ ଯାହା ଆସିଲା ସେହିପରି ଧର୍ମର ନାମ ରଖିଦେଉଛନ୍ତି । କଳ୍ପବୃକ୍ଷର ଶେଷ ସମୟରେ ଛୋଟ ଛୋଟ ଶାଖା-ପ୍ରଶାଖା ମାନ ବାହାରିଥାଏ । ନୂଆ ଆତ୍ମାମାନଙ୍କର ଅଳ୍ପ ସମ୍ମାନ ରହିଥାଏ ।

ଏବେ ତୁମେ ପିଲାମାନେ ଜାଣିଛ ଯେ ଆମେ ବାବାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ନେଉଛୁ । ତେବେ ଏହିଭଳି ସମ୍ପତ୍ତି ଦେଉଥିବା ବାବାଙ୍କୁ କେତେ ମନେ ପକାଇବା ଉଚିତ୍ । ତୁମେ ଯେତେ ଅଧିକ ୟାଦ କରିବ ପ୍ରଥମେ ତ ସମ୍ପତ୍ତି ମିଳିବ ଏବଂ ଦ୍ୱିତୀୟରେ ପବିତ୍ର ହେବ । ଲୌକିକ ପିତାଙ୍କଠାରୁ ତ ସମ୍ପତ୍ତି ଧନ ରୂପରେ ମିଳିଥାଏ ତା ସହିତ ପୁଣି ପତିତ ହେବାର ମଧ୍ୟ ସମ୍ପତ୍ତି ମିଳିଥାଏ । ସିଏ ହେଲେ ଲୌକିକ ପିତା, ଶିବବାବା ହେଲେ ପାରଲୌକିକ ପିତା ଏବଂ ଇଏ ବ୍ରହ୍ମା ମଝିରେ ହେଲେ ଅଲୌକିକ ପିତା । ଏହାଙ୍କୁ ମଝିରେ ଉଭୟ ପକ୍ଷରୁ ଯୋଡି ଦିଆଯାଇଛି । ଶିବବାବାଙ୍କୁ ତ କୌଣସି କଷ୍ଟ ହୋଇନଥାଏ, ଏହାଙ୍କୁ କେତେ ଗାଳି ଖାଇବାକୁ ପଡୁଛି । ବାସ୍ତବରେ ଶ୍ରୀକୃଷ୍ଣଙ୍କୁ ଗାଳି ମିଳିନଥାଏ । ଇଏ ବ୍ରହ୍ମା ହିଁ ମଝିରେ ଛନ୍ଦି ହୋଇଯାଇଛନ୍ତି । କୁହାଯାଏ - ରାସ୍ତାରେ ଚାଲୁ ଚାଲୁ ବ୍ରାହ୍ମଣ ଫସିଗଲା । ଗାଳି ଖାଇବା ପାଇଁ ଇଏ ବ୍ରହ୍ମା ବନ୍ଧା ହୋଇଛନ୍ତି । ଅଲୌକିକ ପିତାଙ୍କୁ ହିଁ ସହନ କରିବାକୁ ପଡୁଛି । ଏହି କଥା କାହାକୁ ଜଣା ହିଁ ନାହିଁ ଯେ ଶିବବାବା ଏହାଙ୍କ ଭିତରେ ପ୍ରବେଶ କରି ପତିତମାନଙ୍କୁ ପବିତ୍ର କରୁଛନ୍ତି । ପବିତ୍ର ହେବା ପାଇଁ ହିଁ ମାଡ ଖାଉଛନ୍ତି । ବାବା କହୁଛନ୍ତି - ମୁଁ ସମସ୍ତଙ୍କୁ ଫେରାଇ ନେବା ପାଇଁ ଆସିଛି । ତୁମେ ଜାଣିଛ, ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ । ବିନାଶ ତ ନିଶ୍ଚିତ ହେବା ଦରକାର । ବିନାଶ ବ୍ୟତୀତ ସୁଖ-ଶାନ୍ତି କିପରି ହେବ । ଯେତେବେଳେ କୌଣସି ଲଢେଇ ଆଦି ଲାଗିଥାଏ, ତେବେ ମନୁଷ୍ୟ ଯଜ୍ଞ ଆଦି ରଚନା କରିଥା’ନ୍ତି ଲଢେଇ ବନ୍ଦ ହୋଇଯାଉ । ତୁମେ ବ୍ରାହ୍ମଣ କୁଳ ଭୂଷଣ ପିଲାମାନେ ଜାଣିଛ ବିନାଶ ତ ନିଶ୍ଚିତ ହେବ । ନଚେତ୍ ସ୍ୱର୍ଗର ଫାଟକ କିପରି ଖୋଲିବ । ସମସ୍ତେ ସ୍ୱର୍ଗକୁ ତ ଆସିବେ ନାହିଁ । ଯେଉଁମାନେ ପୁରୁଷାର୍ଥ କରିବେ ସେହିମାନେ ହିଁ ଯିବେ ବାକି ସମସ୍ତେ ମୁକ୍ତିଧାମକୁ ଚାଲିଯିବେ । ଏହି କଥା କାହାକୁ ବି ଜଣା ନ ଥିବା କାରଣରୁ କେତେ ଡରୁଛନ୍ତି । ଶାନ୍ତି ପାଇବା ପାଇଁ କେତେ ଧକ୍କା ଖାଉଛନ୍ତି । ଶାନ୍ତି ସମ୍ମିଳନୀ ଆଦି କରୁଛନ୍ତି । କେବଳ ତୁମେ ବ୍ରାହ୍ମଣ ମାନେ ହିଁ ଜାଣିଛ ଯେ ସୁଖଧାମ ଏବଂ ଶାନ୍ତିଧାମର କିପରି ସ୍ଥାପନା ହେଉଛି । ବିନାଶ ନ ହେଲେ ସ୍ଥାପନା ହୋଇପାରିବ ନାହିଁ । ତୁମେ ଏବେ ତ୍ରିକାଳଦର୍ଶୀ ହୋଇଛ । ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି । ସେମାନେ ତ କହୁଛନ୍ତି ଶାନ୍ତି କିପରି ସ୍ଥାପନ ହେବ ଅର୍ଥାତ୍ କେହି ଲଢେଇ ନ କରନ୍ତୁ । ସମସ୍ତେ କହୁଛନ୍ତି ୱାନ୍‌ନେସ୍ (ଏକତା) ହେଉ । ଯଦି ଏକମାତ୍ର ବାବାଙ୍କର ମତ ଗ୍ରହଣ କରିବେ ଯେ ଆମେ ସବୁ ଜଣେ ପିତାଙ୍କର ସନ୍ତାନ ଭାଇ ଭାଇ ଅଟୁ, ତେବେ ଏକତା ହୋଇଯିବ । ଯଦି ଜଣେ ପିତାଙ୍କର ସନ୍ତାନ ତେବେ ପରସ୍ପର ଭିତରେ ଲଢେଇ କରିବା ଉଚିତ୍ ନୁହେଁ । ଏହିଭଳି ତ ସତ୍ୟଯୁଗରେ ହିଁ ଥିଲା । ସେଠାରେ କେହି ବି ପରସ୍ପର ମଧ୍ୟରେ ଲଢେଇ କରନ୍ତି ନାହିଁ । ତାହା ତ ହେଲା ସତ୍ୟଯୁଗର କଥା, ଏଠାରେ ତ କଳିଯୁଗ ଅଛି । ସତ୍ୟଯୁଗରେ ନିଶ୍ଚିତ ଭାବରେ ଦେବତାମାନେ ଥିଲେ, ଅନ୍ୟ ସବୁ ଆତ୍ମାମାନେ କେଉଁଠାରେ ଥିଲେ ଜଣାପଡି ନ ଥାଏ । ତୁମେମାନେ ଏବେ ବୁଝିଛ ସତ୍ୟଯୁଗରେ ହିଁ ଏକ ରାଜ୍ୟ ଥିଲା । ସେଠାରେ ସୁଖଶାନ୍ତି ସବୁ କିଛି ଥିଲା । ଏହି ସବୁ କଥା ପୁରୁଷାର୍ଥର କ୍ରମ ଅନୁସାରେ ତୁମମାନଙ୍କ ବୁଦ୍ଧିରେ ଅଛି । ତୁମେ ଜାଣୁଛ ନିଶ୍ଚିତ ଭାବରେ ଆମେ ସତ୍ୟଯୁଗରେ ରାଜତ୍ୱ କରୁଥିଲେ, ବହୁତ ସୁଖ ଥିଲା । ଅଦ୍ୱୈତ ଧର୍ମ ଥିଲା । ଏହି ଜ୍ଞାନ ଆଉ କାହା ପାଖରେ ନାହିଁ । ଏହି ସମୟରେ ତୁମେମାନେ ଜ୍ଞାନବାନ ହେଉଛ । ବାବା ତୁମକୁ ନିଜ ସମାନ କରୁଛନ୍ତି । ବାବାଙ୍କର ଯେଉଁ ସବୁ ମହିମା ରହିଛି, ସେହିଭଳି ତୁମକୁ ହେବାର ଅଛି । କେବଳ ଦିବ୍ୟ ଦୃଷ୍ଟିର ଚାବି ବାବାଙ୍କ ପାଖରେ ରହୁଛି । ବାବା ଶୁଣାଇଛନ୍ତି ଭକ୍ତିମାର୍ଗରେ ମୋତେ କାମ କରିବାକୁ ପଡୁଛି । ଯିଏ ଯାହାକୁ ପୂଜା କରୁଛନ୍ତି ମୁଁ ତାଙ୍କର ମନୋକାମନା ପୁରଣ କରୁଛି । ଏଠାରେ ମଧ୍ୟ ଦିବ୍ୟଦୃଷ୍ଟିର ଅଭିନୟ ରହୁଛି । କହୁଛନ୍ତି ନା ଅର୍ଜୁନ ବିନାଶର ସାକ୍ଷାତ୍‌କାର କରିଥିଲେ । ବିନାଶ ମଧ୍ୟ ନିଶ୍ଚିତ ହେବ । ବିଷ୍ଣୁପୁରୀ ମଧ୍ୟ ନିଶ୍ଚିତ ସ୍ଥାପନ ହେବ । ବାବା କଳ୍ପ ପୂର୍ବରୁ ଯେପରି ବୁଝାଇଥିଲେ ସେହିପରି ଏବେ ବୁଝାଉଛନ୍ତି । ବାବା ଆମକୁ ମନୁଷ୍ୟରୁ ଦେବତା କରୁଛନ୍ତି । ଯେତେବେଳେ ତୁମେ ଦେବତା ହୋଇଯିବ ସେତେବେଳେ ଆସୁରୀ ସୃଷ୍ଟିର ବିନାଶ ନିଶ୍ଚିତ ହେବ । ଚାରିଆଡେ ହାହାକାର ବ୍ୟାପିଯିବ । ବୁଦ୍ଧି ଦ୍ୱାରା ଜାଣିପାରୁଛ ଯେ ପ୍ରାକୃତିକ ଦୁର୍ବିପାକ ଆସିବାର ଅଛି । ମୁଶଳଧାର ବର୍ଷା ମଧ୍ୟ ହେବାର ଅଛି । ସମସ୍ତଙ୍କର ବିନାଶ ହେବା ପରେ ସତ୍ୟଯୁଗର ସ୍ଥାପନା ହେବ । ପାଞ୍ଚ ତତ୍ୱକୁ ମଧ୍ୟ ସାର ମିଳିଯିବ । ଏହି ଧରଣୀ ମାଆକୁ ଦେଖ କେତେ ଜୀବସାର ମିଳିଯାଉଛି । ବାବା କହୁଛନ୍ତି ଏହି ରୁଦ୍ର ଜ୍ଞାନ ଯଜ୍ଞରେ ଏ ସବୁ ସ୍ୱାହା ହୋଇଯିବ । ଭକ୍ତିମାର୍ଗରେ ଦେଖ ରୁଦ୍ର ଯଜ୍ଞ କିପରି ରଚନା କରୁଛନ୍ତି । ଶିବବାବାଙ୍କର ଲିଙ୍ଗ ଏବଂ ଛୋଟ ଛୋଟ ଶାଳଗ୍ରାମ ବହୁତ ତିଆରି କରି ପୂଜା କରି ପୁଣି ଭାଙ୍ଗି ଦିଅନ୍ତି । ପୁଣି ପ୍ରତିଦିନ ତିଆରି କରିଥା’ନ୍ତି । ପୂଜା କରି ପୁଣି ଭାଙ୍ଗି ଦିଅନ୍ତି । ଶିବବାବାଙ୍କ ସାଥିରେ ଯେଉଁମାନେ ମଧ୍ୟ ସେବା କରିଛନ୍ତି ସେମାନଙ୍କର ଏହି ଦୂରାବସ୍ଥା କରୁଛନ୍ତି । ପ୍ରତିବର୍ଷ ଦେଖ ରାବଣର ପିତୁଳା ତିଆରି କରି ଜଳାଇ ଦେଉଛନ୍ତି । ଶତ୍ରୁର ପିତୁଳା ତିଆରି କରି ଥରେ-ଦୁଇଥର ହିଁ ଜଳାଇଥା’ନ୍ତି, ଏମିତି ନୁହେଁ ଯେ ବର୍ଷ-ବର୍ଷ ଧରି ଜଳାଇବାର ନିୟମ କରିଥା’ନ୍ତି । ଏକା ଥରକେ ରାଗ ସୁଝେଇ ଦେଇଥାନ୍ତି । କିନ୍ତୁ ରାବଣକୁ ତ ପ୍ରତିବର୍ଷ ପୋଡୁଛନ୍ତି । ଏହାର ଅର୍ଥ କ’ଣ କେହି ଜାଣିଛନ୍ତି । ପୁଣି କହୁଛନ୍ତି ରାବଣ ହିଁ ସୀତାଙ୍କୁ ଚୋରୀ କରିଥିଲା, ତାର ଅର୍ଥ କିଛି ଜାଣିନାହାଁନ୍ତି । ଏଥିରୁ ବିଦେଶୀମାନେ କ’ଣ ବା ବୁଝିବେ, କିଛି ବି ନୁହେଁ । ଦିନକୁ ଦିନ ରାବଣକୁ ବଡ କରି ତିଆରି କରୁଛନ୍ତି କାରଣ ରାବଣ ବହୁତ ଦୁଃଖ ଦେଇଥାଏ । ଏବେ ତୁମେ ତା ଉପରେ ବିଜୟ ପ୍ରାପ୍ତ କରୁଛ । ରାବଣ ସତ୍ୟଯୁଗରେ ରହିବ ନାହିଁ । ଏହି ସବୁ ଯେଉଁ କର୍ମର ଭୋଗ, ରୋଗ, ବେମାରୀ ଆଦି ହେଉଛି, ଏହା ରାବଣ କାରଣରୁ ହିଁ ହେଉଛି । ରାବଣର ପ୍ରବେଶତା ହେବା କାରଣରୁ ମନୁଷ୍ୟ ଯାହାବି କର୍ମ କରୁଛି ତାହା ବିକର୍ମ ହୋଇଯାଉଛି । ସୁଖ ଏବଂ ଦୁଃଖର ଖେଳ ତିଆରି ହୋଇଛି । ଏହି ଇତିହାସ-ଭୂଗୋଳର ଜ୍ଞାନ କାହାକୁ ବି ଜଣାନାହିଁ । ଲକ୍ଷ୍ମୀ-ନାରାୟଣଙ୍କୁ ଏହି ରାଜ୍ୟ କିପରି ମିଲିଲା? ଏ କଥା କାହାକୁ ହେଲେ ବି ଜଣାନାହିଁ । ତୁମେ ଛୋଟ-ଛୋଟ ପିଲାମାନେ ବୁଝାଉଛ - ଏହି ଲକ୍ଷ୍ମୀ-ନାରାୟଣ ସତ୍ୟଯୁଗରେ ରାଜତ୍ୱ କରୁଥିଲେ । ସଂଗମଯୁଗରେ ଏମାନେ ରାଜଯୋଗ ଶିକ୍ଷା କରି ଏହି ପଦ ପାଇଛନ୍ତି । ବିରଳା ମନ୍ଦିରର ମାଲିକଙ୍କୁ ମଧ୍ୟ ଛୋଟ ଛୋଟ କନ୍ୟାମାନେ ଯାଇ ବୁଝାଇବା ଦରକାର ଯେ ଲକ୍ଷ୍ମୀ-ନାରାୟଣ ଏହି ରାଜ୍ୟ କିପରି ପାଇଲେ? ଏବେ ତ କଳିଯୁଗ ଅଛି, ଏହାକୁ ସତ୍ୟଯୁଗ କୁହାଯିବ ନାହିଁ । ରାଜତ୍ୱ ତ ଏବେ କାହାର ନାହିଁ । ରାଜାମାନଙ୍କର ମୁକୁଟକୁ ମଧ୍ୟ କାଢି ଦେଇଛନ୍ତି । ଧର୍ମଶାସ୍ତ୍ର କେବଳ ୪ଟି । ଗୀତା ଧର୍ମ ଶାସ୍ତ୍ର ଅଟେ, ଯାହା ଦ୍ୱାରା ତିନିଟି ଧର୍ମର ବର୍ତ୍ତମାନ ସ୍ଥାପନା ହେଉଛି, ସତ୍ୟଯୁଗରେ ନୁହେଁ । ଏମିତି ବି ନୁହେଁ ଯେ ଲକ୍ଷ୍ମୀ-ନାରାୟଣ ବା ରାମ ସୀତା କୌଣସି ଧର୍ମ ସ୍ଥାପନ କରିଥିଲେ । ସେହି ଧର୍ମର ସ୍ଥାପନା ଏବେ ହେଉଛି, ପୁଣି ଇସଲାମୀ, ବୌଦ୍ଧି ଏବଂ ଖ୍ରୀଷ୍ଟିୟାନ ଧର୍ମ ଆସିବେ । ଖ୍ରୀଷ୍ଟିୟାନମାନଙ୍କର ଗୋଟିଏ ମାତ୍ର ଧର୍ମଶାସ୍ତ୍ର ହେଲା ବାଇବେଲ୍‌, ବାସ୍ । ପରେ ପୁଣି ତାଙ୍କର ବୃଦ୍ଧି ହୋଇ ଚାଲିଥାଏ । ଆଦି ସନାତନ ହିଁ ଦେବୀ ଦେବତା ଧର୍ମ ଅଟେ, ଏବେ ପୁନର୍ବାର ଦେବୀ ଦେବତା ଧର୍ମର ସ୍ଥାପନା ବାବା କରୁଛନ୍ତି । ତୁମେମାନେ ଡ୍ରାମାର ରହସ୍ୟକୁ ଭଲ ଭାବରେ ବୁଝିଯାଇଛ । ତୁମକୁ ଖୁସି ମଧ୍ୟ ଲାଗୁଛି । ଯେବେକି ତୁମମାନଙ୍କୁ ଶତ ପ୍ରତିଶତ ନିଶ୍ଚୟ ଅଛି ଯେ ଆମେ ପୁନର୍ବାର ନିଜର ରାଜ୍ୟ ଭାଗ୍ୟ ସ୍ଥାପନ କରୁଛୁ - ଏଥିରେ ଲଢେଇ ଆଦିର କୌଣସି କଥା ହିଁ ନାହିଁ । ତୁମର ରାଜଧାନୀ ସ୍ଥାପନ ହେଉଛି, ଏହା ମଧ୍ୟ ନିଃସନ୍ଦେହ । ମନୁଷ୍ୟଙ୍କର ମୃତ୍ୟୁ ଯେପରି ସୁନିଶ୍ଚିତ ସେହିପରି ଏହା ମଧ୍ୟ ସୁନିଶ୍ଚିତ । ତୁମେ ଜାଣିଛ ଆମେ ପୁନର୍ବାର ରାଜ୍ୟଭାଗ୍ୟ ନେଉଛୁ । କଳ୍ପ କଳ୍ପ ବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ତେଣୁ ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କର ଯେଉଁ ସବୁ ମହିମା ରହିଛି, ସେଗୁଡିକୁ ନିଜ ମଧ୍ୟରେ ଧାରଣ କରିବାକୁ ହେବ । ବାବାଙ୍କ ସମାନ ମହିମା ଯୋଗ୍ୟ ହେବାକୁ ପଡିବ । ପାରଲୌକିକ ପିତାଙ୍କଠାରୁ ପବିତ୍ରତା ରୂପକ ସମ୍ପତ୍ତି ନେବାକୁ ହେବ । ପବିତ୍ର ହେବା ଦ୍ୱାରା ହିଁ ସ୍ୱର୍ଗର ସମ୍ପତ୍ତି ମିଳିପାରିବ ।

(୨) ଶ୍ରୀମତ ଆଧାରରେ ନିଜର ଶରୀର-ମନ-ଧନ ଦ୍ୱାରା ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରିବାକୁ ହେବ ।

ବରଦାନ:-
ପୁରୁଣା ସଂସ୍କାର ରୂପୀ ଅସ୍ଥିଗୁଡିକୁ ସମ୍ପୂର୍ଣ୍ଣ ସ୍ଥିତିର ସାଗରରେ ସମାହିତ କରୁଥିବା ସମାନ ଏବଂ ସମ୍ପୂର୍ଣ୍ଣ ଭବ ।

ବାବାଙ୍କ ସମାନ ବା ସମ୍ପୂର୍ଣ୍ଣ ହେବା ପାଇଁ ସୃଷ୍ଟିର ମହାବିନାଶ ପୂର୍ବରୁ ନିଜର ଦୁର୍ବଳତା ଏବଂ ଦୋଷତ୍ରୁଟି ଗୁଡିକର ମହାବିନାଶ କର । କୌଣସି ପ୍ରକାରର ମାନସୀକ ଦ୍ୱନ୍ଦ୍ୱର ଚିହ୍ନ ବର୍ଣ୍ଣ ମଧ୍ୟ ନ ରହୁ - ଏହିଭଳି ନିଜକୁ ଉଜ୍ୱଳ କରିଦିଅ । ଯେପରି ଜନ୍ମର ପରିବର୍ତ୍ତନ ପରେ ପୂର୍ବଜନ୍ମର କଥା ସବୁ ଭୁଲି ହୋଇଯାଇଥାଏ, ସେହିଭଳି ପୁରୁଣା କଥାଗୁଡିକୁ, ପୁରୁଣା ସଂସ୍କାରଗୁଡିକୁ ଭସ୍ମ କର, ତା’ର ଅସ୍ଥିକୁ ମଧ୍ୟ ସମ୍ପୂର୍ଣ୍ଣ ସ୍ଥିତିର ସାଗରରେ ବୁଡାଇ ଦିଅ, ତେବେ କୁହାଯିବ ସମାନ ଏବଂ ସମ୍ପୂର୍ଣ୍ଣ ।

ସ୍ଲୋଗାନ:-
ଯଦି ବିସ୍ତାରକୁ ସାର ସ୍ୱରୂପରେ ସମାହିତ କରିନେବାର ଜାଦୁ ଶିଖିଯିବ, ତେବେ ବାପ ସମାନ ହୋଇଯିବ ।

ଅବ୍ୟକ୍ତ ଈଶାରା:- ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।

ସହନଶୀଳ ଆତ୍ମାମାନେ କେବଳ ବାହ୍ୟମୁଖତାର ଭାଇବ୍ରେଶନ ଅର୍ଥାତ୍ ପ୍ରକମ୍ପନକୁ ନୁହେଁ କିନ୍ତୁ ମନ ଭିତରେ ଯେଉଁ ସବୁ ସଂକଳ୍ପ ଉତ୍ପନ୍ନ ହେଉଛି ସେଗୁଡିକୁ ଦେଖି ମଧ୍ୟ ବିଚଳିତ ହେବେ ନାହିଁ, ନିଜର ସହନଶୀଳତାର ଗୁଣ ଦ୍ୱାରା ତାକୁ ସମ୍ମୁଖୀନ କରିବେ ଏବଂ ଚେହେରାରେ ସର୍ବଦା ସନ୍ତୁଷ୍ଟ ତଥା ପ୍ରସନ୍ନଚିତ୍ତ ଦେଖାଯାଉଥିବେ । ସେମାନଙ୍କର ଦୃଷ୍ଟି ବୃତ୍ତିରେ କେବେ ବି ଅସନ୍ତୁଷ୍ଟତା ଦେଖାଯାଉ ନ ଥିବ । ସେମାନେ ସନ୍ତୁଷ୍ଟମଣୀ ହୋଇଥିବା କାରଣରୁ ସର୍ବଦା ହର୍ଷିତ ହୋଇ ରହିବେ ।