26.08.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେ ଗ୍ୟାରେଣ୍ଟି ଦେଉଛ ଯେ ଆମେ ନିଜର ଯୋଗବଳ ଦ୍ୱାରା ଏହି ଭାରତକୁ ସ୍ୱର୍ଗ କରିବୁ, ସେଠାରେ ଏକ ଧର୍ମ, ଏକ ରାଜ୍ୟ ହେବ ।”

ପ୍ରଶ୍ନ:-
ମାୟାର କେଉଁ ବିଘ୍ନରୁ ସୁରକ୍ଷିତ ରହିଲାବାଲା ବହୁତ ଭଲ ଚମତ୍କାର କରିପାରିବେ?

ଉତ୍ତର:-
ମାୟାର ସବୁଠାରୁ ବଡ ବିଘ୍ନ ହେଉଛି - ଦେହ-ଅଭିମାନରେ ଆଣି ପରସ୍ପରର ନାମ-ରୂପରେ ଆକର୍ଷିତ କରାଇବା । ଯେଉଁ ସନ୍ତାନମାନେ ଏହି ବିଘ୍ନରୁ ସୁରକ୍ଷିତ ରହନ୍ତି, ମାୟାର ଧୋକାରୁ ବଞ୍ଚି ଯାଆନ୍ତି, ସେମାନେ ବହୁତ ଚମତ୍କାର କରି ଦେଖାଇଥା’ନ୍ତି । ସେମାନଙ୍କ ବୁଦ୍ଧିରେ ସେବାର ନୂଆ-ନୂଆ ବିଚାର ଚାଲିଥାଏ । ସେବାରେ ଉନ୍ନତି ସେତେବେଳେ ହେବ, ଯେତେବେଳେ ତୁମେ ଦେହୀ-ଅଭିମାନୀ ହେବ ।

ଓମ୍ ଶାନ୍ତି ।
ବାବା ଆସିଛନ୍ତି ଆତ୍ମିକ ସନ୍ତାନମାନଙ୍କୁ ଶ୍ରୀମତ ଦେବା ପାଇଁ । ଏକଥା ତ ପିଲାମାନେ ଜାଣିଛନ୍ତି ଯେ ଅଳ୍ପ ସମୟ ଭିତରେ ଡ୍ରାମାର ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ସମସ୍ତ କାର୍ଯ୍ୟ ହେବ । ଆମେ ରାବଣପୁରୀକୁ ବିଷ୍ଣୁପୁରୀ କରୁଛୁ । ଏବେ ବାବା ଗୁପ୍ତ ତ ପାଠପଢା ମଧ୍ୟ ଗୁପ୍ତ ଅଟେ । ସେଣ୍ଟର୍ସ ତ ବହୁତ ରହିଛି । ଛୋଟ ବଡ ଗାଁରେ ସେଣ୍ଟର୍ସ ରହିଛି ଏବଂ ପିଲାମାନେ ମଧ୍ୟ ବହୁତ ଅଛନ୍ତି । ଆହୁରି ମଧ୍ୟ ଦିନକୁ ଦିନ ବଢି ଚାଲିବେ । ପୁସ୍ତକ ଆଦିରେ ମଧ୍ୟ ଲେଖୁଛନ୍ତି ଯେ ଆମେ ଏହି ଭାରତ ଭୂମିକୁ ସ୍ୱର୍ଗ କରି ଛାଡିବୁ । ତୁମକୁ ଏହି ଭାରତ ଭୂମି ବହୁତ ପ୍ରିୟ, କାହିଁକିନା ତୁମେ ଜାଣିଛ ଏହି ଭାରତ ହିଁ ସ୍ୱର୍ଗ ଥିଲା । ଏହାକୁ ୫ ହଜାର ବର୍ଷ ହେଲାଣି । ଭାରତ ବହୁତ ଗୌରବମଣ୍ଡିତ ଥିଲା । ତୁମ ବ୍ରହ୍ମା ମୁଖବଂଶାବଳୀ ସନ୍ତାନମାନଙ୍କ ପାଖରେ ହିଁ ଏହି ଜ୍ଞାନ ରହିଛି । ଏହି ଭାରତକୁ ଶ୍ରୀମତ ଆଧାରରେ ସ୍ୱର୍ଗ କରିବାକୁ ହେବ । ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ ଏବଂ ଆଉ କୌଣସି ଦ୍ୱନ୍ଦ୍ୱାତ୍ମକ କଥା ଏଠାରେ ନାହିଁ । ପରସ୍ପର ମଧ୍ୟରେ ବିଚାର ବିମର୍ଶ କରିବା ଉଚିତ୍ ଯେ ଏହି ଚିତ୍ର ଦ୍ୱାରା ଏପରି କ’ଣ ପ୍ରଚାର କରିବୁ ଯାହାଦ୍ୱାରା ଖବରକାଗଜରେ ମଧ୍ୟ ଏହି ଚିତ୍ର ବାହାରିବ । ପରସ୍ପର ମଧ୍ୟରେ ଏହା ଉପରେ ସେମିନାର କରିବା ଆବଶ୍ୟକ । ଯେପରି ଦୁନିଆରେ ସରକାରୀ କାର୍ଯ୍ୟ ପାଇଁ ଲୋକମାନେ ପରସ୍ପର ସହିତ ମିଶି, ବିଚାର ବିମର୍ଶ କରିଥାନ୍ତି ଯେ ଆମେ ଭାରତକୁ କିପରି ସୁଧାରିବୁ । ଏହି ଯେଉଁ ଏତେ ମତଭେଦ ହୋଇଯାଇଛି, ତାକୁ ପରସ୍ପର ସହିତ ମିଳିମିଶି କିପରି ଠିକ୍ କରିବା ଏବଂ ଭାରତରେ ସୁଖ-ଶାନ୍ତି କିପରି ସ୍ଥାପନ ହେବ ସେ ବିଷୟରେ ଚିନ୍ତା କରିବା । ଏହିପରି ତୁମେ ମଧ୍ୟ ଆତ୍ମିକ ପାଣ୍ଡବ ଗଭର୍ଣ୍ଣମେଣ୍ଟ ଅଟ, ଏହା ବଡ ଈଶ୍ୱରୀୟ ସରକାର ଅଟେ । ପତିତ-ପାବନ ବାବା ହିଁ ପତିତ ସନ୍ତାନମାନଙ୍କୁ ପାବନ କରାଇ ପାବନ ଦୁନିଆର ମାଲିକ କରାଉଛନ୍ତି । ଏହି ରହସ୍ୟ ତୁମେ ପିଲାମାନେ ଜାଣିଛ । ମୁଖ୍ୟ ହେଉଛି ଭାରତର ଆଦି ସନାତନ ଦେବୀ-ଦେବତା ଧର୍ମ । ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ । ରୁଦ୍ର କୁହାଯାଇଥାଏ ଶିବବାବାଙ୍କୁ । ଏବେ ତୁମକୁ ବାବା ଆସି ସଜାଗ କରାଇଛନ୍ତି, ତୁମକୁ ପୁଣି ଅନ୍ୟମାନଙ୍କୁ ଜାଗ୍ରତ କରିବାକୁ ହେବ । ଡ୍ରାମାର ଯୋଜନା ଅନୁସାରେ ତୁମେ ଅନ୍ୟକୁ ସଜାଗ କରୁଛ । ଏ ପର୍ପ୍ୟନ୍ତ ଯେଉଁମାନେ ଯେପରି ପୁରୁଷାର୍ଥ କରିଛନ୍ତି, ସେତିକି କଳ୍ପ ପୂର୍ବରୁ ମଧ୍ୟ କରିଥିଲେ । ତୁମର ଆତ୍ମିକ ଯୁଦ୍ଧ ଚାଲିଛି । କେବେ ମାୟାର ଶକ୍ତି ବେଶୀ ହୋଇଯାଉଛି, କେବେ ଈଶ୍ୱରଙ୍କର । କେବେ-କେବେ ତ ସେବା ମଧ୍ୟ ତୀବ୍ରଗତିରେ ଚାଲୁଛି । କେବେ କୌଣସି ସନ୍ତାନଙ୍କଠାରେ ମାୟାର ବିଘ୍ନ ପଡିଯାଉଛି । ମାୟା ସମ୍ପୂର୍ଣ୍ଣ ବେହୋସ୍ କରି ଦେଉଛି । ଯୁଦ୍ଧଭୂମି ତ ଅଟେ ନା । ମାୟା, ରାମଙ୍କ ସନ୍ତାନମାନଙ୍କୁ ବେହୋସ କରିଦେଉଛି । ଲବ-କୁଶଙ୍କ କାହାଣୀ ମଧ୍ୟ ରହିଛି ନା । ରାମଙ୍କର ଦୁଇଟି ସନ୍ତାନ ଦେଖାଇଛନ୍ତି । ଏଠାରେ ତ ବାବାଙ୍କର ଅନେକ ସନ୍ତାନ ଅଛନ୍ତି । ବର୍ତ୍ତମାନ ସବୁ ମନୁଷ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି । ସେମାନେ ଏକଥା ମଧ୍ୟ ଜାଣି ନାହାଁନ୍ତି ଯେ ପରମପିତା ପରମାତ୍ମା ଆସିଛନ୍ତି - ପିଲାମାନଙ୍କୁ ସମ୍ପତ୍ତି ଦେବା ପାଇଁ । ବାବା ଭାରତରେ ହିଁ ଆସନ୍ତି । ଏହି କଥା ସମ୍ପୂର୍ଣ୍ଣ ଭାବେ ଭୁଲିଯାଇଛନ୍ତି । ଭାରତବାସୀ ହିଁ ସ୍ୱର୍ଗର ମାଲିକ ଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ । ପରମପିତା ପରମାତ୍ମାଙ୍କର ଦିବ୍ୟ ଜନ୍ମ ମଧ୍ୟ ଏହିଠାରେ ହେଉଛି, ସେଥିପାଇଁ ତ ଶିବଜୟନ୍ତୀ ଭାରତରେ ହିଁ ପାଳନ କରନ୍ତି । ତେଣୁ ନିଶ୍ଚୟ ସେ ଆସି କିଛି କରିଥିବେ । ବୁଦ୍ଧି କହୁଛି ନିଶ୍ଚୟ ବାବା ଆସି ସ୍ୱର୍ଗର ସ୍ଥାପନା କରିଥିବେ । ପ୍ରେରଣା ଦ୍ୱାରା କ’ଣ ସ୍ଥାପନା କରିହେବ । ଏଠାରେ ତ ତୁମ ସନ୍ତାନମାନଙ୍କୁ ରାଜଯୋଗ ଶିଖାଯାଉଛି, ୟାଦର ଯାତ୍ରା ଶିକ୍ଷା ଦିଆଯାଉଛି । ପ୍ରେରଣାରେ କୌଣସି ଶବ୍ଦ ଆବାଜ ହୋଇ ନ ଥାଏ । ଭାବୁଛନ୍ତି ଶଙ୍କର ପ୍ରେରଣା ଦ୍ୱାରା ବିନାଶ କରିଥା’ନ୍ତି, କିନ୍ତୁ ଏଥିରେ ପ୍ରେରଣାର କଥା ନାହିଁ । ତୁମେ ବୁଝିଗଲଣି ଯେ ଡ୍ରାମାରେ ତାଙ୍କର ଅଭିନୟ ହେଉଛି - ମୁସଳ ଅଥବା ମିସାଇଲ୍ ତିଆରି କରିବା । ସେମାନେ ବିନାଶ ଅର୍ଥେ ନିମିତ୍ତ ହୋଇଛନ୍ତି । ପ୍ରେରଣା ଶାସ୍ତ୍ରର ଅକ୍ଷର, ଏଥିରେ ପ୍ରେରଣାର ତ କଥା ହିଁ ନାହିଁ । ଡ୍ରାମା ଅନୁସାରେ ବିନାଶ ନିଶ୍ଚୟ ହେବ । ଗାୟନ ରହିଛି ମହାଭାରତ ଲଢେଇରେ ଏହି ମୁସଳ ଆଦି କାମରେ ଆସିଥିଲା, ଯାହା ଅତୀତ ହୋଇଯାଇଛି ତାହାର ପୁଣି ପୁନରାବୃତ୍ତି ହେବ । ତୁମେ ଗ୍ୟାରେଣ୍ଟି ଦେଉଛ ଯେ ଆମେ ଯୋଗବଳ ଦ୍ୱାରା ସ୍ୱର୍ଗର ସ୍ଥାପନା କରିବୁ, ସେଠାରେ ଗୋଟିଏ ଧର୍ମ ରହିବ । ତେବେ ଅନ୍ୟ ସବୁ ଧର୍ମ କେଉଁଠି ରହିବ? ନିଶ୍ଚିତ ବିନାଶ ହୋଇଯିବ । ଏହା ବୁଝିବାର କଥା । ଗାୟନ ରହିଛି - ବ୍ରହ୍ମା ଦ୍ୱାରା ସ୍ଥାପନା, ବିଷ୍ଣୁ ଦ୍ୱାରା ପାଳନା, ତେବେ ଏହା ତ ଠିକ୍ । କିନ୍ତୁ ଶଙ୍କରଙ୍କୁ ଶିବଙ୍କ ସହିତ ଏକ କରି ଦେଇଛନ୍ତି, ଏହା ଭୁଲ୍ ଅଟେ । ଶିବ-ଶଙ୍କର କହିଦେଉଛନ୍ତି କାରଣ ଶଙ୍କର ତ କୌଣସି କାମ କରୁ ନାହାଁନ୍ତି, ତେଣୁ ଶିବଙ୍କ ସହ ମିଶାଇ ଦେଇଛନ୍ତି । କିନ୍ତୁ ଶିବବାବା କହୁଛନ୍ତି ମୋତେ ତ ବହୁତ କାମ କରିବାକୁ ପଡୁଛି । ସମସ୍ତଙ୍କୁ ପବିତ୍ର କରିବାକୁ ପଡୁଛି । ମୁଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ସାକାର ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନାର କାର୍ଯ୍ୟ କରାଉଛି । ଶଙ୍କରଙ୍କର ତ କୌଣସି ଅଭିନୟ ହିଁ ନାହିଁ । ଶିବଙ୍କର ପୂଜା ହେଉଛି । ଶିବ ହିଁ କଲ୍ୟାଣକାରୀ, ସେ ହିଁ ଝୁଲାମୁଣି ଭରିଥା’ନ୍ତି । ଶିବ ପରମାତ୍ମାୟେ ନମଃ କହୁଛନ୍ତି ନା । ଏହି ବ୍ରହ୍ମା ମଧ୍ୟ ପ୍ରଜାପିତା ହେଲେ । ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା, ଏହା ତ ବଡ ଗୁପ୍ତ କଥା ଅଟେ । ଏହା କେବଳ ତୁମେ ସନ୍ତାନମାନେ ହିଁ ଜାଣିଛ । ସେନ୍‌ସିବୁଲ୍ ପିଲାଙ୍କ ବୁଦ୍ଧିରେ ଜ୍ଞାନ ତୁରନ୍ତ ଆସିଯାଇଥାଏ । ମନୁଷ୍ୟ କିଛି ହେଲେ ବୁଝୁ ନାହାଁନ୍ତି ଯେ ପତିତ-ପାବନ ବାବା କେବେ ଆସିବେ! ଏବେ ତ କଳିଯୁଗର ଶେଷ ସମୟ ଅଟେ । ଯଦି କହୁଛନ୍ତି ଯେ କଳିଯୁଗ ଶେଷ ହେବା ପାଇଁ ଆହୁରି ୪୦ ହଜାର ବର୍ଷ ପଡିଛି, ତାହା ହେଲେ ବର୍ତ୍ତମାନ ଆହୁରି କେତେ ପତିତ ହେବେ? କେତେ ଦୁଃଖ ସହନ କରିବେ? କଳିଯୁଗରେ ସୁଖ ତ ମିଳିବ ନାହିଁ । କିଛି ବି ନ ଜାଣିଥିବା କାରଣରୁ ବିଚରା ଘୋର ଅନ୍ଧକାରରେ ପଡି ରହିଛନ୍ତି ।

ତୁମେ ସନ୍ତାନମାନେ ପରସ୍ପର ମଧ୍ୟରେ ମିଳିମିଶି ବିଚାର କରିବା ଉଚିତ୍ ଯେ କିପରି ସେବାକୁ ବଢାଇବୁ । ବାବା ତ ଉପାୟ ବତାଇ ଚାଲିଛନ୍ତି ଯେ ପୁଣି ପିଲାମାନେ ପରସ୍ପର ସହିତ ଆଲୋଚନା କରିବା ଉଚିତ୍ । ଚିତ୍ର ଉପରେ ଭଲ ଭାବରେ ବୁଝାଇବା ଉଚିତ୍ । ଡ୍ରାମା ଅନୁସାରେ ମଧ୍ୟ ଚିତ୍ର ସବୁ ତିଆରି ହୋଇ ଚାଲିଛି । ପିଲାମାନେ ଜାଣିଛନ୍ତି ଯେ ଯେଉଁ ସମୟ ବିତିଯାଉଛି, ଅବିକଳ ଡ୍ରାମା ଅନୁସାରେ ଚାଲିଛି । ପିଲାମାନଙ୍କର ଅବସ୍ଥା ତ କେବେ ଉପର, କେବେ ତଳ, ଏହିପରି ଚାଲୁଥିବ । ବାବା ମଧ୍ୟ ସାକ୍ଷୀ ହୋଇ ଦେଖୁଛନ୍ତି । କେବେ-କେବେ ପିଲାମାନଙ୍କ ଉପରେ ଗ୍ରହଚାରୀ ବସୁଥିବାରୁ ତାକୁ ଦୂର କରିବା ପାଇଁ ପ୍ରଯତ୍ନ କରାଉଛନ୍ତି । ବାବା ଘଡିଘଡି କହୁଛନ୍ତି ଯେ ମୋତେ ମନେ ପକାଅ । କିନ୍ତୁ ଦେହ-ଅଭିମାନରେ ଆସିଯାଉଛନ୍ତି, ସେଥିପାଇଁ ଧକ୍କା ଖାଉଛନ୍ତି, ଏଥିରେ ଦେହୀ-ଅଭିମାନୀ ହେବାକୁ ପଡିବ । କିନ୍ତୁ ପିଲାମାନଙ୍କ ପାଖରେ ବହୁତ ଦେହ-ଅଭିମାନ ରହିଛି । ତୁମେ ଦେହୀ ଅଭିମାନୀ ହେଲେ ବାବାଙ୍କର ସ୍ମୃତି ରହିବ ପୁଣି ସେବାରେ ଉନ୍ନତି ମଧ୍ୟ ହୋଇଚାଲିବ । ଯାହାଙ୍କର ଉଚ୍ଚ ପଦ ପାଇବାର ଥିବ, ସେମାନେ ସର୍ବଦା ସେବାରେ ତତ୍ପର ରହିବେ । ଭାଗ୍ୟରେ ନ ଥିଲେ ପୁରୁଷାର୍ଥ ମଧ୍ୟ କରିବେ ନାହିଁ । ନିଜେ କହୁଛନ୍ତି ଯେ ବାବା ଆମର ଧାରଣା ହେଉ ନାହିଁ । ବୁଦ୍ଧିରେ ଜ୍ଞାନ ରହୁ ନାହିଁ । ଧାରଣା ଯଦି ହେଉ ନାହିଁ ତେବେ ଖୁସି ମଧ୍ୟ ରହିବ ନାହିଁ । ଯାହାଙ୍କର ଧାରଣା ହେଉଛି ତାଙ୍କର ଖୁସି ମଧ୍ୟ ରହୁଛି । ବୁଝିପାରୁଛନ୍ତି ଯେ ଶିବବାବା ଆସିଛନ୍ତି । ବାବା କହୁଛନ୍ତି ପିଲାମାନେ ତୁମେ ଭଲ ଭାବରେ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଅ । କେହି କେହି ତ ସେବାରେ ମଜ୍ଜି ଯାଉଛନ୍ତି । ପୁରୁଷାର୍ଥ କରି ଚାଲୁଛନ୍ତି । ତୁମେ ଜାଣିଛ ଯେ ଯେଉଁ ସେକେଣ୍ଡ ବିତିଯାଉଛି ତାହା ଡ୍ରାମାରେ ନିଧାର୍ଯ୍ୟ ରହିଛି, ପୁଣି ଏହାରି ପୁନରାବୃତ୍ତି ହେବ । ପିଲାମାନଙ୍କୁ ହିଁ ବୁଝାଇ ଦିଆଯାଉଛି ଯେ ବାହାରେ ଭାଷଣ କରିବା ସମୟରେ ବିଭିନ୍ନ ପ୍ରକାରର ମନୁଷ୍ୟ ଆସିଥାନ୍ତି । ତୁମେ ସନ୍ତାନମାନେ ଜାଣିଛ ଯେ ସମସ୍ତେ ବେଦ, ଶାସ୍ତ୍ର, ଗୀତା ଆଦି ଉପରେ ଭାଷଣ କରୁଛନ୍ତି, ତାଙ୍କୁ ଜଣା ନାହିଁ ଯେ ଏଠାରେ ଈଶ୍ୱର ନିଜର ଓ ଏହି ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛନ୍ତି । ଚିତ୍ରରେ କେତେ ଭଲ ଭାବରେ ଦେଖାଯାଇଛି ଯେ ପରମାତ୍ମା କିଏ! ଏହି କଥା ପ୍ରୋଜେକ୍ଟର ଆଦିରେ ତ ବୁଝାଯାଇ ପାରିବ ନାହିଁ । ପ୍ରଦର୍ଶନୀରେ ଚିତ୍ର ମଧ୍ୟ ସମ୍ମୁଖରେ ରହିଛି ଏବଂ ତୁମେ ବୁଝାଇ ସାରି ପଚାରି ପାରିବ - ଏବେ କୁହ ଯେ ଗୀତାର ଭଗବାନ କିଏ? ଜ୍ଞାନର ସାଗର କିଏ? ପବିତ୍ରତା ସୁଖ-ଶାନ୍ତିର ସାଗର, ମୁକ୍ତିଦାତା, ଗାଇଡ୍ କିଏ? ଶ୍ରୀକୃଷ୍ଣଙ୍କ ନିମନ୍ତେ ତ ଏପରି କୁହାଯାଇପାରିବ ନାହିଁ । ପରମାତ୍ମାଙ୍କ ମହିମା ସମ୍ପୂର୍ଣ୍ଣ ଭିନ୍ନ । ପ୍ରଥମେ ଲେଖାଇ ନେବା ଆବଶ୍ୟକ, ପ୍ରମାଣ ନେବା ଦରକାର । ସମସ୍ତଙ୍କଠାରୁ ଦସ୍ତଖତ ମଧ୍ୟ ନେବା ଆବଶ୍ୟକ ।

(ସଭାଗୃହ ମଧ୍ୟରେ ଚଢେଇମାନେ ଲଢେଇ କରୁଛନ୍ତି) ଏହି ସମୟରେ ସାରା ଦୁନିଆରେ ଲଢେଇ ଝଗଡା ହିଁ ଚାଲିଛି । ସମସ୍ତେ ପରସ୍ପର ମଧ୍ୟରେ ଲଢି ଚାଲିଛନ୍ତି, ମନୁଷ୍ୟଙ୍କର ୫ ବିକାର ବିଷୟରେ ମଧ୍ୟ ଗାୟନ ରହିଛି । ଏଥିରେ ଜୀବଜନ୍ତୁଙ୍କ କଥା ନାହିଁ । ବିକାରୀ ଓ ନିର୍ବିକାରୀ ଦୁନିଆ ମନୁଷ୍ୟଙ୍କ ପାଇଁ କଥିତ ଅଛି । କଳିଯୁଗରେ ଅଛି ଆସୁରୀ ସମ୍ପ୍ରଦାୟ, ସତ୍ୟଯୁଗରେ ହେବ ଦୈବୀ ସମ୍ପ୍ରଦାୟ । ମନୁଷ୍ୟ ଏତେ ତମୋପ୍ରଧାନ ବୁଦ୍ଧି ଅଟନ୍ତି ଯେ ଆଦୌ ବୁଝୁ ନାହାଁନ୍ତି କି ଆମେ ହିଁ ଆସୁରୀ ସମ୍ପ୍ରଦାୟର ଅଟୁ । ଦେବତାମାନଙ୍କ ଆଗରେ ଯାଇ ଗାୟନ ମଧ୍ୟ କରୁଛନ୍ତି ଯେ ଆମେ ନୀଚ୍ଚ ପାପୀ, ଆମେ ନିର୍ଗୁଣ ଆମ ପାଖରେ କୌଣସି ଗୁଣ ନାହିଁ । ତୁମେ ତାଙ୍କୁ ସିଦ୍ଧ ଅର୍ଥାତ୍ ପ୍ରମାଣ କରି କହିପାରିବ । ସିଡି ଚିତ୍ରରେ ବହୁତ ସ୍ପଷ୍ଟ ଭାବେ ରହିଛି । ଦେଖାଯାଇଛି କିପରି ଆରୋହଣ ଓ ଅବତରଣ କଳା ହେଉଛି । ଭାରତବାସୀମାନଙ୍କ ନିମନ୍ତେ ମୁଖ୍ୟ ହେଉଛି ସିଡି ଚିତ୍ର । ଏହା ସବୁଠାରୁ ଭଲ ଜିନିଷ । ଏହି ଚିତ୍ର ମାଧ୍ୟମରେ ବହୁତ ଭଲ ଭାବରେ ବୁଝାଇ ପାରିବ । ୮୪ ଜନ୍ମ ସମ୍ପୂର୍ଣ୍ଣ ହେଲା ପରେ, ପୁଣି ପ୍ରଥମ ନମ୍ବରରେ ଜନ୍ମ ନେବାକୁ ପଡିବ । ପୁନର୍ବାର ଅବତରଣ କଳାରୁ ଆରୋହଣ କଳାକୁ ଯିବାକୁ ହେବ । ପ୍ରତ୍ୟେକଙ୍କର ବିଚାର ଚାଲିବା ଉଚିତ୍ ଯେ ସମସ୍ତଙ୍କୁ କିପରି ରାସ୍ତା ବତାଇବୁ । ବିଚାର ନ ଚାଲିଲେ ସେବା କିପରି କରିବ । ଚିତ୍ର ଉପରେ ବୁଝାଇବା ବହୁତ ସହଜ ହୋଇଥାଏ । ସତ୍ୟଯୁଗ ପରେ ସିଡି ଓହ୍ଲାଇବାକୁ ହିଁ ପଡିବ । ପିଲାମାନେ ଜାଣିଛନ୍ତି ଯେ ଏବେ ଆମର ବଦଳି ହେଉଛି । କିନ୍ତୁ ସିଧା ସତ୍ୟଯୁଗକୁ ଯିବୁ ନାହିଁ । ପ୍ରଥମେ ଶାନ୍ତିଧାମ ଯିବାକୁ ହେବ । ତୁମେ ଜାଣିଛ ଆମେ ଅଭିନେତା ଅଟୁ । ବାକି ତୁମ ଭିତରେ ମଧ୍ୟ କ୍ରମାନ୍ୱୟରେ ଅଛନ୍ତି, ଯିଏ ନିଜକୁ ଏହି ଡ୍ରାମାର ଅଭିନୟକାରୀ ବୋଲି ଭାବୁଛନ୍ତି । ଦୁନିଆରେ ଏପରି କେହି କହିପାରିବେ ନାହିଁ ଯେ ଆମେ ଅଭିନୟ କରୁଛୁ । ଆମେ ଲେଖୁଛୁ ମଧ୍ୟ ପ୍ରତ୍ୟେକ ମନୁଷ୍ୟ ମାତ୍ର ଏହି ଅବିନାଶୀ ଡ୍ରାମାର ଅଭିନେତା ହୋଇ ବି ଏହି ଡ୍ରାମାର ମୁଖ୍ୟ ଆକ୍ଟର୍ସ, ଡାଇରେକ୍ଟର ଓ ଡ୍ରାମାର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ଜାଣି ନାହାଁନ୍ତି, ତେଣୁ ସେମାନେ ଅଜ୍ଞାନ ଅଟନ୍ତି । ଏହା ଲେଖିବାରେ କୌଣସି ଦ୍ୱିଧା ନାହିଁ । ଗୋଟିଏ କାନରେ ଶୁଣି ଅନ୍ୟ ପଟେ ବାହାର କରିଦେବା ଉଚିତ୍ ନୁହେଁ । ସେବା, ସେବା ଏବଂ ସେବା । ବାବା ଜାଣିଛନ୍ତି ଯେ ପିଲାମାନଙ୍କ ଉପରେ କେବେ କେବେ ଗ୍ରହଚାରୀ ମଧ୍ୟ ବସୁଛି । ଗ୍ରହଚାରୀ ବସିଲେ କେତେ କ୍ଷତି ହୋଇଥାଏ, ତାହା ବାବା ଜାଣିଛନ୍ତି । ସାହୁକାରମାନେ ଗରୀବ ହୋଇଯାଇଥାନ୍ତି । କାରଣ ତ ରହିଥାଏ ନା । ଅନେକଙ୍କୁ ବାବା ବୁଝାଉଛନ୍ତି ମଧ୍ୟ - ପିଲାମାନେ, ନାମ-ରୂପରେ କେବେ ଫସିଯାଅ ନାହିଁ । ନଚେତ୍ ମାୟା ଏପରି ଯେ ନାକକୁ ଟାଣି ଗାତରେ ପକାଇଦେବ । ମାୟା ବହୁତ ଧୋକା ଦେଇଦେବ । ଏଠାରେ ପ୍ରେମିକ-ପ୍ରେମିକା ହେବାର ନାହିଁ । ପ୍ରେମିକା-ପ୍ରେମିକ କେହି କେହି ବିକାର ନିମନ୍ତେ ହୋଇଥା’ନ୍ତି, ଆଉ କେହି କେବଳ ଚେହେରା ପ୍ରତି ଆକର୍ଷିତ ହୋଇଥା’ନ୍ତି । ତୁମେ ଜାଣିଛ ସେଣ୍ଟର୍ସ ମାନଙ୍କରେ ମଧ୍ୟ ଏପରି ମାୟାର ବିଘ୍ନ ବହୁତ ପଡୁଛି, ପରସ୍ପରର ନାମ-ରୂପରେ ଫସି ଯାଉଛନ୍ତି । ମାୟା ଏପରି ପ୍ରବଳ ଯେ ମାତା, ମାତାଙ୍କର ନାମ ରୂପରେ, କନ୍ୟା, କନ୍ୟାର ନାମ ରୂପରେ ଫସି ଯାଉଛନ୍ତି । ପୁରୁଷାର୍ଥ କରୁଥିଲେ ବି ମାୟା ଏକଦମ୍ କବଳିତ କରି ନେଇଥାଏ । ସେଥିପାଇଁ ବାବା ସାବଧାନୀ ଦେଉଛନ୍ତି ଯେ - ପିଲାମାନେ ମାୟା ବହୁତ ଜାଲରେ ଛନ୍ଦିବାକୁ ଚେଷ୍ଟା କରିବ, କିନ୍ତୁ ତୁମେ ଛନ୍ଦି ହୁଅ ନାହିଁ । ଦେହ-ଅଭିମାନରେ ଆସିବା ଅନୁଚିତ୍ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ । ମାୟାର ଧୋକାରୁ ଦୂରେଇ ରହିବାକୁ ପଡିବ । ତୁମକୁ ବାବା ସୁନ୍ଦର (ଫୁଲ) କରି ଗଢିବା ପାଇଁ ଆସିଛନ୍ତି, ତୁମର କୌଣସି କଥାରେ ସନ୍ଦେହ ଆସିବା ଅନୁଚିତ୍ । ଯଦି ମନରେ ସନ୍ଦେହ ଆସିଲା, ତେବେ ଭଲ ଭାବରେ ସେବା କରିପାରିବ ନାହିଁ । ମନ ଭିତରେ ଘାଣ୍ଟି ହେଉଥିବ । ମନରେ ସାହାସ ରଖିବା ଉଚିତ୍ । ସମୟ ବହୁତ କମ୍ ରହିଛି । ବାବାଙ୍କ ମୁରଲୀ ଶୁଣିଲେ ମନରେ ଉତ୍ସାହ ଆସିବ । ପୁତ୍ର ଆତ୍ମପ୍ରକାଶ ସଠିକ୍ ଭାବରେ ଚିତ୍ର ଉପରେ ଧ୍ୟାନ ଦେଉଛି । ବମ୍ବେବାସୀଙ୍କ ବୁଦ୍ଧିରେ ମଧ୍ୟ ଆସିବା ଦରକାର । ମୁଖ୍ୟ ଚିତ୍ରକୁ ପ୍ରଥମେ ତିଆରି କରିବାକୁ ହେବ । ଯାଞ୍ଚ କରିବା ଆବଶ୍ୟକ, ବାବା ନିର୍ଦ୍ଦେଶ ଦେଇ ଚାଲିଛନ୍ତି ଯେ - କିପରି ଚିତ୍ରରେ ଅଧିକ ଉନ୍ନତି ହେବା ଦରକାର । ଏପରି କୌଣସି ଉପାୟ ବାହାର କର ଯେପରି ସିଡିର ଚିତ୍ର ଏରୋଡ୍ରମ୍‌ରେ ରଖାଯାଇପାରିବ । ଏହି ଚିତ୍ର ଦେଖି ସମସ୍ତେ ଖୁସି ହେବେ । ପରିଶେଷରେ ବୁଝିପାରିବେ ଯେ ଏହାଙ୍କୁ ମତ ଦେବାବାଲା କିଏ । ତେବେ ପିଲାମାନଙ୍କର ବହୁତ ନିଶା ଚଢିବା ଆବଶ୍ୟକ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ତୁମେ ସନ୍ତାନମାନେ ଯୁଦ୍ଧ କ୍ଷେତ୍ରରେ ଅଛ, ମାୟା ରାବଣ ସହିତ ତୁମର ଯୁଦ୍ଧ ଚାଲିଛି । ମାୟା ବହୁତ ବିଘ୍ନ ପକାଉଛି । ପିଲାମାନଙ୍କୁ ବହୁତ ସାବଧାନ ରହିବା ଉଚିତ୍ ।

(୨) ପ୍ରତ୍ୟେକଙ୍କୁ ନିଜର ଉନ୍ନତି ପାଇଁ ବିଚାର କରିବାକୁ ହେବ । ଚିତ୍ର ଉପରେ କିପରି ବୁଝାଇବୁ, ସେବାକୁ କିପରି ବଢାଇବୁ । ଚିତ୍ରରେ ଏପରି କ’ଣ ଲେଖିବୁ ଯାହାଦ୍ୱାରା ମନୁଷ୍ୟ ସହଜରେ ବୁଝିଯିବେ ।

ବରଦାନ:-
ଦେହ ଅଭିମାନର ତ୍ୟାଗ ଦ୍ୱାରା ଶ୍ରେଷ୍ଠ ଭାଗ୍ୟ ନିର୍ମାଣ କରୁଥିବା ସର୍ବ ସିଦ୍ଧିସ୍ୱରୂପ ଭବ ।

ଦେହ-ଅଭିମାନର ତ୍ୟାଗ କରିବା ଅର୍ଥାତ୍ ଦେହୀ-ଅଭିମାନୀ ହେବା ଦ୍ୱାରା ବାବାଙ୍କର ସର୍ବ ସମ୍ବନ୍ଧର, ସର୍ବ ଶକ୍ତିଗୁଡିକର ଅନୁଭବ ହୋଇଥାଏ । ଏହି ଅନୁଭବ ହିଁ ସଂଗମଯୁଗର ସର୍ବଶ୍ରେଷ୍ଠ ଭାଗ୍ୟ ଅଟେ । ବିଧାତାଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ଏହି ବିଧିକୁ ଆପଣାଇବା ଦ୍ୱାରା ବୃଦ୍ଧି ମଧ୍ୟ ହେବ ଏବଂ ସର୍ବସିଦ୍ଧି ଗୁଡିକ ମଧ୍ୟ ମିଳିଯିବ । ଦେହଧାରୀଙ୍କ ସହିତ ସମ୍ବନ୍ଧରେ ବା ସ୍ନେହରେ ନିଜର ମୁକୁଟ, ସିଂହାସନ ଏବଂ ନିଜର ଅସଲୀ ସ୍ୱରୂପକୁ ମଧ୍ୟ ଛାଡିଦେଇଛ, ତେବେ କ’ଣ ବାବାଙ୍କର ସ୍ନେହ ପାଇଁ ଦେହ-ଅଭିମାନର ତ୍ୟାଗ କରିପାରିବ ନାହିଁ! ଏହି ଗୋଟିଏ ତ୍ୟାଗ ଦ୍ୱାରା ସବୁ ପ୍ରକାରର ଭାଗ୍ୟ ପ୍ରାପ୍ତ ହୋଇଯିବ ।

ସ୍ଲୋଗାନ:-
ଯଦି କ୍ରୋଧମୁକ୍ତ ହେବାକୁ ଚାହୁଁଛ, ତେବେ ସ୍ୱାର୍ଥ ପର ହେବା ପରିବର୍ତ୍ତେ ନିଃସ୍ୱାର୍ଥ ପର ହୁଅ, ଇଚ୍ଛାଗୁଡିକର ରୂପକୁ ପରିବର୍ତ୍ତନ କର ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।

ବାବାଙ୍କ ସହିତ ତୁମେମାନେ ମଧ୍ୟ ଏହି ଦାୟିତ୍ୱର ବୋଝ ମୁଣ୍ଡକୁ ନେଇଛ ଯେ ପବିତ୍ରତା ଦ୍ୱାରା ଆମେ ପ୍ରକୃତିକୁ ମଧ୍ୟ ପବିତ୍ର କରିବୁ । ତେବେ ଏହି ସଂକଳ୍ପକୁ ପୂରଣ କରିବା ପାଇଁ ବାପଦାଦା ଚାହୁଁଛନ୍ତି ଯେ ବିଶ୍ୱର ପ୍ରତ୍ୟେକ ସନ୍ତାନ ପ୍ରଥମେ ମୋହର ଆକର୍ଷଣ ଠାରୁ ମୁକ୍ତ ହୁଅନ୍ତୁ - ଚାହେଁ ସାଧନ ଗୁଡିକର ଆକର୍ଷଣଠାରୁ, ଚାହେଁ ବ୍ୟକ୍ତିମାନଙ୍କର ଆକର୍ଷଣଠାରୁ । ତେବେ ସାଧନଗୁଡିକୁ ବ୍ୟବହାର କରିବା ଅଲଗା କଥା କିନ୍ତୁ ତା’ ପ୍ରତି ଆକର୍ଷିତ ହେବା ଅଲଗା ଜିନିଷ ଅଟେ । ତେଣୁ ବାପଦାଦା ପ୍ରତ୍ୟେକ ସନ୍ତାନକୁ ପ୍ରଥମେ ଏହିଭଳି ଆକର୍ଷଣ ଠାରୁ ବା ମୋହଠାରୁ ମୁକ୍ତ କରିବାକୁ ଚାହୁଁଛନ୍ତି ।

ସମ୍ପୂର୍ଣ୍ଣତାକୁ ପ୍ରାପ୍ତ କରିବା ପାଇଁ ଦାଦୀ ପ୍ରକାଶମଣି ଜୀ ଙ୍କର ଗୁପ୍ତ ପୁରୁଷାର୍ଥ

(୧୯ ତମ ପୁଣ୍ୟ ସ୍ମୃତି ଦିବସ ନିମିତ୍ତ ବିଶେଷ ଧାରଣା)

(୧୧) ଦାଦୀଜୀ ସଦା ଆତ୍ମା ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ । ସେ ଏହି ସ୍ମୃତିରେ ରହୁଥିଲେ ଯେ ମୁଁ କଳ୍ପ-କଳ୍ପର ବିଜୟୀ ଆତ୍ମା ଅଟେ । ସେ କୌଣସି ବି ପୁରୁଣା ସଂସ୍କାର, ସ୍ୱଭାବ କିମ୍ବା ହିସାବ-କିତାବର ଅଧୀନରେ ରହୁନଥିଲେ । ଏପରି ଅନୁଭବ କରୁଥିଲେ ଯେପରି ଆତ୍ମା ଲାଇଟ୍‌ର ଶରୀରରେ ବାସ କରୁଛି ।

(୧୨) ଦାଦୀଜୀଙ୍କ ବୁଦ୍ଧି ସଫା ବା ସ୍ୱଚ୍ଛ ଆଇନା ପରି ନିର୍ମଳ ଥିଲା । ସେ ସର୍ବଦା ତପସ୍ୱୀମୂର୍ତ୍ତି ହୋଇ ରହୁଥିଲେ । ତାଙ୍କର ଏହି ସ୍ମୃତି ଥିଲା ଯେ ଏହି ତପସ୍ୟା ଦ୍ୱାରା ବିଶ୍ୱର କଲ୍ୟାଣ ହେବ ଏବଂ ସୁଖମୟ ସଂସାର ଆସିବ ।

(୧୩) ଦାଦୀଜୀ ଅନ୍ତିମ ସମୟକୁ ସାମ୍‌ନାରେ ରଖି ସଦା ସ୍ୱ-ଚିନ୍ତନ କରୁଥିଲେ । ସ୍ୱ-ଉନ୍ନତି ପାଇଁ ପ୍ରତିଦିନ ଅମୃତବେଳାରେ ବାବାଙ୍କ ସହ ମଧୁର ରୁହରିହାନ (ଆତ୍ମିକ ବାର୍ତ୍ତାଳାପ) କରୁଥିଲେ, ବାବାଙ୍କର ମହାବାକ୍ୟକୁ ଗଭୀରତାର ସହିତ ଅଧ୍ୟୟନ କରୁଥିଲେ । ତାଙ୍କର ବାବାଙ୍କ ପ୍ରତି, ବାବାଙ୍କର ମୁରଲୀ ପ୍ରତି ଅତ୍ୟନ୍ତ ସ୍ନେହ ଥିଲା ।

(୧୪) ଦାଦୀଜୀ ନିଜର ସମ୍ପୂର୍ଣ୍ଣ ସ୍ଥିତି ଗଢିବା ପାଇଁ ଦେହଭାନରୁ ଉର୍ଦ୍ଧ୍ୱରେ ରହିବାର ଅଭ୍ୟାସ କରୁଥିଲେ । ତାଙ୍କ ବୁଦ୍ଧିରେ ସର୍ବଦା ରହୁଥିଲା ଯେ ମୁଁ ବିଶ୍ୱ କଲ୍ୟାଣ ପାଇଁ ନିମିତ୍ତ, ମୋତେ ସ୍ମୃତିକୁ ଉଚ୍ଚ, ଏକାଗ୍ର, ଏକରସ ଏବଂ ସଂକଳ୍ପରୁ ଉର୍ଦ୍ଧ୍ୱ ନିଃସଂକଳ୍ପ କରିବାକୁ ହେବ, ତେବେ ଯାଇ ଆମେ ଏହି ପୁରୁଣା ଦୁନିଆକୁ ଅତିକ୍ରମ କରି ଉଡିକରି ବାବାଙ୍କ ପାଖକୁ ପରମଧାମରେ ଯାଇ ବସିବା ।

(୧୫) ଦାଦୀଜୀ ସର୍ବଦା ଏହି ଲଗନରେ ରହୁଥିଲେ ଯେ ମୁଁ ବାବାଙ୍କ ସ୍ମୃତିରେ ରହି ସମସ୍ତଙ୍କୁ ସନ୍ତୁଷ୍ଟ କରି ସମସ୍ତଙ୍କଠାରୁ ଆଶୀର୍ବାଦ ନେବି । କୌଣସି ବି ଆତ୍ମା ମୋ ପାଖରୁ ନିରାଶ ହୋଇ ମୋତେ ଅଭିଶାପ ନ ଦେଉ - ଏହାର ସମ୍ପୂର୍ଣ୍ଣ ଧ୍ୟାନ ରଖି ସମସ୍ତଙ୍କ ଆଶୀର୍ବାଦର ପାତ୍ର ହେଲେ ।

(୧୬) ଦାଦୀଜୀଙ୍କର ସର୍ବଦା ଏକମାତ୍ର ଲକ୍ଷ୍ୟ ଥିଲା - ମୋତେ ସମ୍ପୂର୍ଣ୍ଣ ଫରିସ୍ତା ଓ କର୍ମାତୀତ ହେବାର ଅଛି । ଏହି ପୁରଣା ଶରୀର ଛାଡି ଫରିସ୍ତା ସ୍ୱରୂପ ହୋଇ ସୂକ୍ଷ୍ମ ଲୋକ ନିବାସୀ ହେବାର ଅଛି । ଏହି ସେବା ତ ଦିନରାତି ଚାଲିଥିବ, କିନ୍ତୁ ମୋତେ ସେବା ସହିତ ନିଜ ଉପରେ ସୂକ୍ଷ୍ମ ଧ୍ୟାନ ରଖି ସମ୍ମାନର ସହିତ ପାସ୍ ହେବାର ଅଛି ।

(୧୭) ଦାଦୀଜୀ ସର୍ବଦା ସମସ୍ତ ବିଘ୍ନରୁ ଉର୍ଦ୍ଧ୍ୱରେ ନିର୍ବିଘ୍ନ ଅବସ୍ଥାରେ ରହୁଥିଲେ । ଏକାନ୍ତରେ ବସି ନିଜକୁ ସୂକ୍ଷ୍ମ ଭାବରେ ଯାଞ୍ଚ କରି, ନିଜର ଦୋଷ ଓ ଦୁର୍ବଳତାକୁ ସମାପ୍ତ କରି, ଆତ୍ମା ରୂପୀ ହୀରାର ଦାଗକୁ ସମ୍ପୂର୍ଣ୍ଣ କରି ଅମୂଲ୍ୟ ହୀରା ସଦୃଶ ହୋଇଗଲେ ।

(୧୮) ନିଜକୁ ସମ୍ପୂର୍ଣ୍ଣ ପବିତ୍ର, ଲାଇଟ୍‌-ମାଇଟ୍ (ପ୍ରକାଶ ଓ ଶକ୍ତି)ରେ ସମ୍ପନ୍ନ କରିବା ପାଇଁ ଆନ୍ତରିକ ବୈରାଗ୍ୟ ବୃତ୍ତି ଦ୍ୱାରା ସମସ୍ତ କଥାରୁ ଉପରାମ (ଉର୍ଦ୍ଧ୍ୱରେ) ରହି ନିଜର ସୂକ୍ଷ୍ମ ଦୃଷ୍ଟି ଓ ବୃତ୍ତିକୁ ସମ୍ପୂର୍ଣ୍ଣ ପବିତ୍ର କରିଥିଲେ । ପୁରୁଣା ସଂସ୍କାରର ପ୍ରକୃତି ଉପରେ ବିଜୟ ପ୍ରାପ୍ତ କରି ପ୍ରକୃତିଜିତ୍ ହୋଇ ବାବାଙ୍କ କୋଳରେ ଲୀନ ହୋଇଗଲେ ।

(୧୯) ମୁଁ ବାବାଙ୍କର, ମୋତେ ବାବାଙ୍କ ସମାନ ସମ୍ପୂର୍ଣ୍ଣ ହେବାକୁ ହିଁ ପଡିବ । ସେଥିପାଇଁ ସୂକ୍ଷ୍ମ ଦେହ-ଅଭିମାନକୁ ନିଜର ସଂସ୍କାର ଗୁଡିକୁ, ମାନ୍‌-ଶାନ୍ ବା ମହିମାକୁ, ବୁଦ୍ଧି ଓ ସ୍ୱଭାବକୁ ସମ୍ପୂର୍ଣ୍ଣ ସମର୍ପଣ କରି ବାବାଙ୍କ ସମାନ ଅବ୍ୟକ୍ତ ବତନବାସୀ ହୋଇଗଲେ । ଆଚ୍ଛା । ଓମ୍ ଶାନ୍ତି ।