26.10.25 Avyakt Bapdada Odia Murli 15.10.2007 Om Shanti Madhuban
“ସଂଗମଯୁଗର ଜୀବନମୁକ୍ତ
ସ୍ଥିତିର ଅନୁଭବ କରିବା ପାଇଁ ସବୁ ବୋଝ ବା ବନ୍ଧନଗୁଡିକୁ ବାବାଙ୍କୁ ଦେଇ ଡବଲ ଲାଇଟ୍ ହୁଅ”
ଆଜି ବିଶ୍ୱ ରଚୟିତା
ବାପଦାଦା ନିଜର ପ୍ରଥମ ରଚନା ଅତିପ୍ରିୟ ଏବଂ ଭାଗ୍ୟବାନ ପିଲାମାନଙ୍କ ସହିତ ମିଳନ ମେଳା କରୁଛନ୍ତି
। କେତେକ ସନ୍ତାନ ସମ୍ମୁଖରେ ବସିଛନ୍ତି ଏବଂ ନିଜର ନୟନ ଦ୍ୱାରା ଦେଖୁଛନ୍ତି କିନ୍ତୁ ଚାରିଆଡର
ଅନେକ ସନ୍ତାନ ବାପଦାଦାଙ୍କର ଦିଲ୍ ଭିତରେ ସମାହିତ ହୋଇ ରହିଛନ୍ତି । ତେବେ ବାପଦାଦା ପ୍ରତ୍ୟେକ
ସନ୍ତାନର ମସ୍ତକରେ ତିନି ପ୍ରକାରର ଭାଗ୍ୟର ତିନୋଟି ତାରକା ଚମକୁଥିବାର ଦେଖୁଛନ୍ତି । ଗୋଟିଏ ହେଲା
- ବାପଦାଦାଙ୍କ ଦ୍ୱାରା ଶ୍ରେଷ୍ଠ ପାଳନାର ଭାଗ୍ୟ, ଦ୍ୱିତୀୟଟୀ ହେଲା - ଶିକ୍ଷକଙ୍କ ଦ୍ୱାର
ପାଠପଢାର ଭାଗ୍ୟ ଏବଂ ତୃତୀୟଟି ହେଲା - ସତ୍ଗୁରୁଙ୍କ ଦ୍ୱାରା ପ୍ରାପ୍ତ ବରଦାନ ରୂପୀ ଭାଗ୍ୟ
ଗୁଡିକର ଚମକୁଥିବା ତାରକା । ତେବେ ତୁମେମାନେ ମଧ୍ୟ ନିଜ ନିଜର ମସ୍ତକରେ ଚମକୁଥିବା ତାରକାଗୁଡିକୁ
ଅନୁଭବ କରୁଛ ତ! ଏମିତି ତ ତୁମମାନଙ୍କର ସର୍ବସମ୍ବନ୍ଧ ବାପଦାଦାଙ୍କ ସହିତ ରହିଛି, ପୁଣି ବି
ଜୀବନରେ ଏହି ତିନୋଟି ସମ୍ବନ୍ଧର ଆବଶ୍ୟକତା ରହିଛି ଏବଂ ତୁମ ସମସ୍ତ ସିକିଲଧେ ଏବଂ ଗେହ୍ଲା
ପିଲାମାନଙ୍କୁ ଏହା ସହଜରେ ପ୍ରାପ୍ତ ହୋଇଯାଇଛି । କ’ଣ ପ୍ରାପ୍ତ ଅଟେ ନା! ନିଶା ଅଛି ନା! ଦିଲ୍
ଭିତରେ ଏହି ଗୀତ ଗାଉଛ ନା - ବାଃ ବାବା ବାଃ, ବାଃ ଶିକ୍ଷକ ବାଃ!, ବାଃ ସତ୍ଗୁରୁ ବାଃ! ଦୁନିଆର
ଲୋକମାନେ ତ ଲୌକିକ ଗୁରୁ ଯାହାଙ୍କୁ ମହାନ ଆତ୍ମା ବୋଲି କହୁଛନ୍ତି, ତାଙ୍କଠାରୁ ଗୋଟିଏ ବରଦାନ
ପାଇବା ପାଇଁ ମଧ୍ୟ କେତେ ଚେଷ୍ଟା କରୁଛନ୍ତି କିନ୍ତୁ ତୁମମାନଙ୍କୁ ଜନ୍ମ ହେବା ମାତ୍ରକେ ବାବା ଅତି
ସହଜରେ ବରଦାନ ଗୁଡିକରେ ସମ୍ପନ୍ନ କରିଦେଇଛନ୍ତି । ଏତେ ଶ୍ରେଷ୍ଠ ଭାଗ୍ୟ ପ୍ରାପ୍ତ ହେବ ବୋଲି କ’ଣ
କେବେ ସ୍ୱପ୍ନରେ ମଧ୍ୟ ଭାବିଥିଲ କି, ଯେ ଭଗବାନ ପିତା ଆମ ଉପରେ ଏଭଳି ସ୍ୱାହା ହୋଇଯିବେ!
ଭକ୍ତମାନେ ତ ଭଗବାନଙ୍କର ଗୀତ ଗାଉଛନ୍ତି କିନ୍ତୁ ଭଗବାନ ପିତା କାହାର ଗୀତ ଗାଉଛନ୍ତି? ତୁମଭଳି
ଭାଗ୍ୟବାନ ପିଲାମାନଙ୍କର ଗୀତ ଗାଉଛନ୍ତି ।
ଏବେ ବି ତୁମେମାନେ
ଭିନ୍ନ ଭିନ୍ନ ଦେଶମାନଙ୍କରୁ କେଉଁ ବିମାନ ଦ୍ୱାରା ଆସିଛ? ସ୍ଥୁଳ ବିମାନରେ ନା ପରମାତ୍ମ ସ୍ନେହ
ରୂପୀ ବିମାନରେ ସବୁ ଆଡୁ ଆସି ପହଞ୍ଚିଯାଇଛ! ତେବେ ଏହି ପରମାତ୍ମ ସ୍ନେହର ବିମାନ କେତେ ସହଜରେ
ଏଠାକୁ ନେଇ ଆସୁଛି, କୌଣସି ଅସୁବିଧା ହେଉ ନାହିଁ । ତେଣୁ ସମସ୍ତେ ପରମାତ୍ମ ସ୍ନେହର ବିମାନରେ ଆସି
ପହଞ୍ଚିଯାଇଛ ଏଥିପାଇଁ ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ । ବାପଦାଦା ପ୍ରତ୍ୟେକ ସନ୍ତାନକୁ ଦେଖି
ଚାହେଁ ପ୍ରଥମ ଥର ପାଇଁ ଆସିଥାଆନ୍ତୁ ବା ବହୁତ ଦିନରୁ ଆସୁଥାଆନ୍ତୁ କିନ୍ତୁ ବାପଦାଦା ସମସ୍ତଙ୍କର
ବିଶେଷତାକୁ ଜାଣିଛନ୍ତି । ବାପଦାଦାଙ୍କର କୌଣସି ବି ସନ୍ତାନ ଚାହେଁ ଛୋଟ ହୋଇଥାଉ, ଚାହେଁ ବଡ
ହୋଇଥାଉ, ଚାହେଁ ମହାବୀର ହୋଇଥାଉ କି ପୁରୁଷାର୍ଥୀ ହୋଇଥାଉ କିନ୍ତୁ ପ୍ରତ୍ୟେକ ସନ୍ତାନ ଗେହ୍ଲା
ଅଟେ । କାହିଁକି ଜାଣିଛ? ତୁମେମାନେ ତ ବାବାଙ୍କୁ ଖୋଜୁଥିଲ କିନ୍ତୁ ପାଉ ନ ଥିଲ, ବାପଦାଦା କିନ୍ତୁ
ତୁମ ପ୍ରତ୍ୟେକ ସନ୍ତାନକୁ ବହୁତ ସ୍ନେହ-ପ୍ୟାର ସହିତ ବିଶ୍ୱର କୋଣ ଅନୁକୋଣରୁ ଖୋଜି ଖୋଜି ବାହାର
କରିଛନ୍ତି । ତେବେ ସେତିକି ପ୍ରିୟ ହୋଇଥିବାରୁ ତ ଖୋଜି ଖୋଜି ବାହାର କରିଛନ୍ତି ନା! କାହିଁକି ନା
ବାବା ଜାଣିଛନ୍ତି ଯେ ମୋ’ର ଏଭଳି କୌଣସି ଗୋଟିଏ ବି ସନ୍ତାନ ନାହିଁ ଯାହା ଭିତରେ କୌଣସି ବିଶେଷତା
ନଥିବ । ତେବେ କୌଣସି ବିଶେଷତା ହିଁ ତା’କୁ ଏଠାକୁ ନେଇଆସିଛି । ଅତି କମ୍ରେ ଗୁପ୍ତ ରୂପରେ
ଆସିଥିବା ବାବାଙ୍କୁ ଚିହ୍ନି ତ ପାରିଛି ନା! ମେରା ବାବା ତ କହିଛି ନା, ତୁମେ ସମସ୍ତେ କହୁଛ ନା
ମେରା ବାବା! ଏମିତି କେହି ଅଛି ଯିଏ କହୁଛି - ତେରା ବାବା, କେହି ଅଛି କି! ସମସ୍ତେ କହୁଛନ୍ତି
ମେରା ବାବା । ତେଣୁ ବିଶେଷ ହେଲ ନା । ଏତେ ବଡ ବଡ ବୈଜ୍ଞାନିକ, ବଡ ବଡ ଭି.ଆଇ.ପି. ଚିହ୍ନି
ପାରିଲେ ନାହିଁ, କିନ୍ତୁ ତୁମେମାନେ ତ ଚିହ୍ନିପାରିଛ ନା, ନିଜର କରି ଦେଇଛ ନା । ତେଣୁ ବାବା
ମଧ୍ୟ ତୁମକୁ ନିଜର କରିନେଇଛନ୍ତି । ଏହି ଖୁସିରେ ପାଳିତ ହେଉଛ ଏବଂ ଉଡୁଛ ନା! ଉଡୁଛ, ଚାଲୁନାହଁ,
ଉଡୁଛ, କାହିଁକି ନା ଚାଲିଲାବାଲା ବାବାଙ୍କ ସହିତ ନିଜ ଘରକୁ ଯାଇପାରିବେ ନାହିଁ, କାରଣ ବାବା ତ
ଉଡିବାବାଲା ଅଟନ୍ତି ତେଣୁ ଚାଲିବାବାଲା କିପରି ତାଙ୍କ ସାଥିରେ ଯିବେ! ସେଥିପାଇଁ ବାବା ସବୁ
ପିଲାଙ୍କୁ ବରଦାନ କ’ଣ ଦେଉଛନ୍ତି! ଫରିସ୍ତା ସ୍ୱରୂପ ଭବ । ଫରିସ୍ତା ଉଡୁଥାଏ ନା, ଚାଲୁନଥାଏ,
ଉଡୁଥାଏ । ତେବେ ତୁମେମାନେ ମଧ୍ୟ ଉଡିବାକଳାବାଲା ତ ଅଟ ନା! କ’ଣ ଅଟ ତ? ଯେଉଁମାନେ ଉଡିବା
କଳାବାଲା ଅଟ ସେମାନେ ହାତ ଉଠାଅ, ନା କେବେ ଉଡିବାର କଳା, କେବେ ଚାଲିବାର କଳା? ବାବା ତୁମ
ସମସ୍ତଙ୍କ ସହିତ ଗ୍ୟାରେଣ୍ଟି କରିଛନ୍ତି ଯେ ଯାହା ବି କୌଣସି ପ୍ରକାରର ବୋଝ ଯଦି ମନ ଭିତରେ ବା
ବୁଦ୍ଧିରେ ରହିଛି ତାକୁ ବାବାଙ୍କୁ ଦେଇଦିଅ । ବାବା ସେଗୁଡିକୁ ନେବା ପାଇଁ ହିଁ ଆସିଛନ୍ତି । ତେବେ
ବାବାଙ୍କୁ ବୋଝ ଦେଇଦେଇଛ ନା କିଛି କିଛି ସାଇତି କରି ରଖିଛ? ଯେବେକି ନେବାବାଲା ନେବା ପାଇଁ
ଚାହୁଁଛନ୍ତି ତେବେ ବୋଝ ଦେବା ପାଇଁ ମଧ୍ୟ କ’ଣ ଭାବିବାକୁ ପଡୁଛି? ନା ୬୩ ଜନ୍ମର ଅଭ୍ୟାସ ଅଛି
ବୋଝ ଉଠାଇବାର? ତେବେ କେତେକ ପିଲା କେବେ କେବେ କହିଥାଆନ୍ତି ଆମେ ଚାହୁଁନାହୁଁ ଯେ କିନ୍ତୁ
ଅଭ୍ୟାସର ବଶବର୍ତ୍ତୀ ଅଟୁ । ତେବେ ଏବେ ତ ବଶବର୍ତ୍ତୀ ନୁହେଁ ନା! ଏବେ ବଶବର୍ତ୍ତୀ ଅଟ, ନା
ଶକ୍ତିଶାଳୀ ଅଟ? ତେଣୁ ବଶୀଭୂତ କେବେ ବି ହୁଅ ନାହିଁ । ତୁମେ ତ ଶକ୍ତିଶାଳୀ ଆତ୍ମା ଅଟ ନା । କ’ଣ
କହୁଛ ଶକ୍ତିମାନେ ମଜବୁତ ଅଟ ନା? କ’ଣ ବୋଝ ଉଠାଇବାକୁ ଭଲ ଲାଗୁଛି କି? ବୋଝ ସହିତ ମୋହ ହୋଇଯାଇଛି
କି? ଛାଡି ଦିଅ, ଛାଡିଦେଲେ ମୁକ୍ତ ହୋଇଯିବ । ଯେହେତୁ ଛାଡୁଁନାହଁ ତେଣୁ ମୁକୁଳି ପାରୁ ନାହଁ ।
ତେବେ ଛାଡିବାର ଆଧାର ହେଲା ଦୃଢ ସଂକଳ୍ପ । କେହି କେହି କହୁଛନ୍ତି ଆମେ ଦୃଢ ସଂକଳ୍ପ ତ କରୁଛୁ
କିନ୍ତୁ ପୁଣି ବି ହେଉ ନାହିଁ, କାରଣ କ’ଣ? ତେବେ ଦୃଢ ସଂକଳ୍ପ ତ କରୁଛ କିନ୍ତୁ କରିଥିବା ଦୃଢ
ସଂକଳ୍ପକୁ ପରେ ଆଉ ଦୋହରାଉ ନାହଁ । ତେଣୁ ବାରମ୍ବାର ମନ ଭିତରେ ଦୋହରାଅ ଏବଂ ତାକୁ ହୃଦୟଙ୍ଗମ କର
। ବୋଝ କ’ଣ ଏବଂ ଡବଲ ଲାଇଟ୍ ସ୍ଥିତିର ଅନୁଭବ କ’ଣ? ଅନୁଭୂତି କରିବାର କୋର୍ସକୁ ଏବେ ଆଉ ଟିକିଏ
ଧ୍ୟାନ ଦିଅ । କହିବା ଏବଂ ଭାବିବା ତ କରୁଛ କିନ୍ତୁ ଏବେ ଦିଲ୍ରେ ହୃଦୟଙ୍ଗମ କର - ବୋଝ କ’ଣ ଏବଂ
ଡବଲ ଲାଇଟ୍ ସ୍ଥିତି କ’ଣ? ଦୁଇଟିର ଅନ୍ତରକୁ ସମ୍ମୁଖରେ ରଖ କାହିଁକି ନା ବାପଦାଦା ଏବେ ସମୟ
ପାଖେଇ ଆସୁଥିବାରୁ ସବୁ ପିଲାଙ୍କ ଭିତରେ କ’ଣ ଦେଖିବାକୁ ଚାହୁଁଛନ୍ତି? ଯାହା କହୁଛ ତାକୁ
କରିଦେଖାଅ । ଯାହା ଭାବୁଛ ତାକୁ ସ୍ୱରୂପରେ ଆଣ । କାହିଁକି ନା ମୁକ୍ତି ଏବଂ ଜୀବନମୁକ୍ତି ତୁମର
ଜନ୍ମ ସିଦ୍ଧ ଅଧିକାର ମଧ୍ୟ ଅଟେ ଏବଂ ପିତାଙ୍କର ସମ୍ପତ୍ତି ମଧ୍ୟ ଅଟେ । ତୁମେମାନେ ସମସ୍ତଙ୍କୁ
ଏହି ନିମନ୍ତ୍ରଣ ଦେଉଛ ନା, ଏଠାକୁ ଆସି ମୁକ୍ତି ଏବଂ ଜୀବନମୁକ୍ତିର ସମ୍ପତ୍ତି ନିଅ । ତେଣୁ ନିଜେ
ନିଜକୁ ପଚାର କ’ଣ ମୁକ୍ତିଧାମରେ ମୁକ୍ତିର ଅନୁଭବ ଏବଂ ସତ୍ୟଯୁଗରେ ଜୀବନମୁକ୍ତିର ଅନୁଭବ କରିବ,
ନା ଏବେ ସଂଗମଯୁଗରେ ମୁକ୍ତି-ଜୀବନମୁକ୍ତିର ସଂସ୍କାର ତିଆରି କରିବ? କାହିଁକି ନା ତୁମେମାନେ କହୁଛ
ନା ଯେ ଆମେ ଏବେ ନିଜର ଈଶ୍ୱରୀୟ ସଂସ୍କାର ଦ୍ୱାରା ଦୈବୀ ସଂସାର ନିର୍ମାଣ କରୁଛୁ । ନିଜର
ସଂସ୍କାର ଦ୍ୱାରା ନୂଆ ସଂସାର ତିଆରି କରୁଛୁ । ତେବେ ଏହି ସଂଗମଯୁଗରେ ହିଁ ମୁକ୍ତି ଏବଂ
ଜୀବନମୁକ୍ତିର ସଂସ୍କାର ପ୍ରକଟ ହେବା ଦରକାର ନା! ତେଣୁ ଚେକ୍ କର ଯେ ସର୍ବ ବନ୍ଧନଗୁଡିକରୁ ମୋର
ମନ ଏବଂ ବୁଦ୍ଧି ମୁକ୍ତ ହେଲାଣି ତ? କାହିଁକି ନା ବ୍ରାହ୍ମଣ ଜୀବନରେ ପୂର୍ବ ଜୀବନର ଅନେକ
ପ୍ରକାରର ବନ୍ଧନରୁ ମୁକ୍ତ ହୋଇଯାଇଛ କିନ୍ତୁ ସବୁ ପ୍ରକାରର ବନ୍ଧନଠାରୁ ମୁକ୍ତ ହୋଇଛ, ନା କିଛି
କିଛି ବନ୍ଧନ ଏବେ ମଧ୍ୟ ତୁମକୁ ବାନ୍ଧି ରଖିଛି? ଏହି ବ୍ରାହ୍ମଣ ଜୀବନରେ ମୁକ୍ତି ଏବଂ
ଜୀବନମୁକ୍ତିର ଅନୁଭବ କରିବା ହିଁ ବ୍ରାହ୍ମଣ ଜୀବନର ଶ୍ରେଷ୍ଠତା ଅଟେ । କାହିଁକି ନା ସତ୍ୟଯୁଗରେ
ଜୀବନମୁକ୍ତ ବା ଜୀବନବନ୍ଧନ ଦୁଇଟିଯାକର ହିଁ ଜ୍ଞାନ ନଥିବ । ଏହାକୁ କେବଳ ଏବେ ହିଁ ଅନୁଭବ
କରିପାରିବ - ଜୀବନମୁକ୍ତି କ’ଣ, ଜୀବନବନ୍ଧନ କ’ଣ? କାହିଁକି ନା ତୁମମାନଙ୍କର ପ୍ରତିଜ୍ଞା ହେଉଛି,
ଅନେକ ଥର ତ ପ୍ରତିଜ୍ଞା କରିସାରିଛ, କ’ଣ ପ୍ରତିଜ୍ଞା କରିଛ? ମନେ ଅଛି? ଯଦି କାହାକୁ ପଚାରିବ
ତୁମର ଏହି ବ୍ରାହ୍ମଣ ଜୀବନର ଲକ୍ଷ୍ୟ କ’ଣ? ତେବେ ଉତ୍ତର କ’ଣ ଦେଉଛ? ବାପ୍ ସମାନ ହେବୁ । ଏହା ତ
ପକ୍କା ଅଟେ ନା? ବାପ ସମାନ ହେବାର ଅଛି ନା? ନା ଅଳ୍ପ ଅଳ୍ପ ହେବ? ତେଣୁ ସମାନ ତ ହେବ ନା! ନା
ଅଳ୍ପ କିଛି ହୋଇଗଲେ ମଧ୍ୟ ଚଳିବ? ଚଳିବ ତ? ତା’କୁ ସମାନ ତ କୁହାଯିବ ନାହିଁ ନା! ତେବେ ବାବା ତ
ମୁକ୍ତ ଅଟନ୍ତି, ନା ବନ୍ଧନଯୁକ୍ତ ଅଟନ୍ତି? ଯଦି କୌଣସି ପ୍ରକାରର ଚାହେଁ ଦେହର ହେଉ ବା ଦେହର
କୌଣସି ସମ୍ବନ୍ଧର ହେଉ, ମାତା, ପିତା, ବନ୍ଧୁ, ସଖାଙ୍କ ସହିତ ମଧ୍ୟ ନ ଥାଇ କିନ୍ତୁ ଦେହ ସହିତ
କର୍ମେନ୍ଦ୍ରିୟ ଗୁଡିକର ଯେଉଁ ସମ୍ବନ୍ଧ ରହିଛି, ସେଗୁଡିକ ମଧ୍ୟରୁ ଯଦି କାହାର ବି ବନ୍ଧନ ରହିଛି
ବା କୌଣସି ଅଭ୍ୟାସର ବନ୍ଧନ ରହିଛି, ବା ସ୍ୱଭାବର ବନ୍ଧନ ରହିଛି, ବା ପୁରୁଣା ସଂସ୍କାରର ମଧ୍ୟ
ବନ୍ଧନ ରହିଛି ତେବେ ବାପ୍ ସମାନ କିପରି ହେଲ! କିନ୍ତୁ ପ୍ରତିଦିନ ପ୍ରତିଜ୍ଞା କରିଚାଲିଛ ଯେ ମୋତେ
ବାବାଙ୍କ ସମାନ ହିଁ ହେବାର ଅଛି । ଯଦି ହାତ ଉଠା କରାଯାଉଛି, ତେବେ ସମସ୍ତେ କ’ଣ କହୁଛନ୍ତି?
ଲକ୍ଷ୍ମୀ-ନାରାୟଣ ହେବୁ । ବାପଦାଦାଙ୍କୁ ମଧ୍ୟ ଖୁସି ଲାଗୁଛି ଯେ ପିଲାମାନେ ବହୁତ ଭଲ ଭଲ
ପ୍ରତିଜ୍ଞା କରୁଛନ୍ତି କିନ୍ତୁ ପ୍ରତିଜ୍ଞାର ଲାଭ ଉଠାଉ ନାହାଁନ୍ତି । ପ୍ରତିଜ୍ଞା ଅର୍ଥାତ୍ ୱାଇଦା
ଏବଂ ଫାଇଦାର ସନ୍ତୁଳନ ରଖିବା ଜାଣିନାହାଁନ୍ତି । ତେଣୁ ୱାଇଦାର ଫାଇଲ୍ ବାପଦାଦାଙ୍କ ପାଖରେ ବହୁତ
ବହୁତ ବଡ ହୋଇଗଲାଣି ଏବଂ ସେଠାରେ ସମସ୍ତଙ୍କର ଫାଇଲ୍ ଅଛି । ସେହିଭଳି ଫାଇଦାର ମଧ୍ୟ ଫାଇଲ୍ ରହିବା
ଦରକାର । ଯଦି ଦୁଇଟିର ସନ୍ତୁଳନ ରହିବ ତେବେ କେତେ ଭଲ ଲାଗିବ?
ଏମାନେ ସବୁ
ସେବାକେନ୍ଦ୍ର ଗୁଡିକର ଟୀଚରମାନେ ବସିଛନ୍ତି ନା! ଏମାନେ ତ ସେବାକେନ୍ଦ୍ରର ନିବାସୀ ଅଟନ୍ତି ନା!
ତେବେ ସମାନ ହେବାବାଲା ହେଲେ ନା! ସେଣ୍ଟରରେ ରହୁଥିବା ନିମିତ୍ତ ପିଲାମାନେ ତ ସମାନ ହେବା ଦରକାର
ନା! ଏବଂ ସମାନ ମଧ୍ୟ ଅଟନ୍ତି କିନ୍ତୁ କେବେ କେବେ ଟିକିଏ ଚପଳତା କରିଦେଉଛନ୍ତି । ବାପଦାଦା ତ ସବୁ
ପିଲାଙ୍କର ସାରା ଦିନର ହାଲ ଏବଂ ଚାଲ ଉୟଭକୁ ଦେଖୁଛନ୍ତି ନା! ତୁମମାନଙ୍କ ଦାଦୀ ମଧ୍ୟ ବତନରେ ତ
ଥିଲେ ନା, ତେଣୁ ଦାଦୀ ମଧ୍ୟ ଦେଖୁଥିଲେ ଏବଂ କ’ଣ କହୁଥିଲେ ଜାଣିଛ? କହୁଥିଲେ - ବାବା କ’ଣ ଏଭଳି
ବି ହେଉଛି? ଏହିଭଳି ସବୁ ହେଉଛି, ଏହିଭଳି କରୁଛନ୍ତି, ଆପଣ ବସି ଦେଖୁଛନ୍ତି? ଶୁଣିଲ ତ ତୁମର ଦାଦୀ
କ’ଣ ଦେଖିଲେ? ତେଣୁ ଏବେ ବାପଦାଦା ଏହି କଥା ଦେଖିବାକୁ ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନ
ମୁକ୍ତି ଏବଂ ଜୀବନମୁକ୍ତି ରୂପୀ ସମ୍ପତ୍ତିର ଅଧକାରୀ ହେଉ । କାହିଁକି ନା ଏବେ ହିଁ ସମ୍ପତ୍ତି
ମିଳୁଛି । ସତ୍ୟଯୁଗରେ ତ ସ୍ୱାଭାବିକ ଜୀବନ ଶୈଳୀ ହୋଇଯିବ । ବର୍ତ୍ତମାନର ଅଭ୍ୟାସ ହିଁ
ସ୍ୱାଭାବିକ ଜୀବନ ପାଲଟିଯିବ, କିନ୍ତୁ ସମ୍ପତ୍ତିର ଅଧିକାର ଏବେ ସଂଗମଯୁଗରେ ହିଁ ମିଳୁଛି ।
ସେଥିପାଇଁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ସମସ୍ତେ ନିଜେ ନିଜେ ଚେକ୍ କରନ୍ତୁ ଯେ ଯଦି କୌଣସି
ବନ୍ଧନ ତୁମକୁ ଆକର୍ଷିତ କରୁଛି ତେବେ ତା’ର କାରଣ କ’ଣ, ଚିନ୍ତା କର ଏବଂ ତା’ ସହିତ ନିବାରଣ ମଧ୍ୟ
ଚିନ୍ତା କର । ନିବାରଣ ମଧ୍ୟ ବାପଦାଦା ଅନେକ ଥର ଭିନ୍ନ ଭିନ୍ନ ରୂପରେ ଶୁଣାଇ ସାରିଛନ୍ତି ।
ସର୍ବଶକ୍ତିର ମଧ୍ୟ ବରଦାନ ଦେଇଛନ୍ତି, ସର୍ବଗୁଣ ରୂପୀ ସମ୍ପତ୍ତି ମଧ୍ୟ ଦେଇଛନ୍ତି, ତେବେ
ସମ୍ପତ୍ତିକୁ ବ୍ୟବହାର କରିଲେ ହିଁ ସମ୍ପତ୍ତି ବଢିଥାଏ । ବାବା ଦେଖୁଛନ୍ତି ସମ୍ପତ୍ତି ମଧ୍ୟ
ସମସ୍ତଙ୍କ ପାଖରେ ଅଛି । ସମସ୍ତଙ୍କର ଷ୍ଟକକୁ ମଧ୍ୟ ଦେଖୁଛନ୍ତି । ତୁମମାନଙ୍କର ବୁଦ୍ଧି ହିଁ
ଷ୍ଟକ ରୁମ୍ ଅଟେ । ତେଣୁ ବାପଦାଦା ସମସ୍ତଙ୍କର ଷ୍ଟକକୁ ଦେଖିଛନ୍ତି । ଷ୍ଟକରେ ତ ଅଛି କିନ୍ତୁ
ସମ୍ପତ୍ତିକୁ ସମୟ ଅନୁସାରେ କାର୍ଯ୍ୟରେ ଲଗାଉନାହଁ । କେବଳ ଜ୍ଞାନର ପଏଣ୍ଟ ହିସାବରେ ଚିନ୍ତା
କରୁଛ - ଏହା କରିବାର ନାହିଁ, ଏହା କରିବାର ଅଛି, କେବଳ ପଏଣ୍ଟ ରୂପରେ ବ୍ୟବହାର କରୁଛ । ଏହିଭଳି
ଭାବୁଛନ୍ତି କିନ୍ତୁ ନିଜେ ପଏଣ୍ଟ ଅର୍ଥାତ୍ ବିନ୍ଦୁ ହୋଇ ଜ୍ଞାନର ପଏଣ୍ଟଗୁଡିକୁ ବ୍ୟବହାର କରୁନାହଁ
। ସେଥିପାଇଁ ପଏଣ୍ଟ ଗୁଡିକ ଷ୍ଟକରେ ହିଁ ରହିଯାଉଛି, ତେଣୁ ସେଗୁଡିକୁ ଯଦି ନିଜେ ପଏଣ୍ଟ ସ୍ୱରୂପ
ହୋଇ କାର୍ଯ୍ୟରେ ଲଗାଇବ ତେବେ ସବୁ ସମସ୍ୟାର ନିବାରଣ ହୋଇଯିବ । କହୁଛ ମଧ୍ୟ ଏଭଳି କରିବାର ନାହିଁ,
ପୁଣି ବି ଭୁଲିଯାଉଛ । କହିବା ସହିତ ଭୁଲି ବି ଯାଉଛ । ତେବେ ବିଧି ମଧ୍ୟ ଏତେ ସହଜ ଶୁଣାଉଛୁ
ଯାହାକି ଏହି ସଂଗମଯୁଗରେ କେବଳ ବିନ୍ଦୁର ହିଁ କମାଲ ଅଟେ, ବାସ୍ କେବଳ ବିନ୍ଦୁକୁ ହିଁ ବ୍ୟବହାର
କର, ଅନ୍ୟ କୌଣସି ମାତ୍ରା ଲଗାଇବାର ଆବଶ୍ୟକତା ନାହିଁ । କେବଳ ତିନୋଟି ବିନ୍ଦୁକୁ ବ୍ୟବହାର କର ।
ଆତ୍ମା ବିନ୍ଦୁ, ବାବା ବିନ୍ଦୁ ଏବଂ ଡ୍ରାମା ବିନ୍ଦୁ । ଯଦି ଏହି ତିନୋଟି ବିନ୍ଦୁକୁ ବ୍ୟବହାର କରି
ଚାଲିବ ତେବେ ବାପ୍ ସମାନ ହେବାରେ କୌଣସି ଅସୁବିଧା ହେବ ନାହିଁ । ଲଗାଇବାକୁ ଚାହୁଁଛ ବିନ୍ଦୁ
କିନ୍ତୁ ଲଗାଇବା ସମୟରେ ହାତ ହଲିଯାଉଛି ଯାହାଦ୍ୱାରା ପ୍ରଶ୍ୱବାଚକ ବା ବିସ୍ମୟ ବାଚକ ଚିହ୍ନ
ହୋଇଯାଉଛି । ସେଠାରେ ହାତ ହଲିଯାଉଛି, ଏଠାରେ ବିନ୍ଦୁ ହଲିଯାଉଛି, ନଚେତ୍ ତିନୋଟି ବିନ୍ଦୁକୁ
ସ୍ମୃତିରେ ରଖିବା କ’ଣ ବଡ କଥା? ବାପଦାଦା ତ ଆଉ ଗୋଟିଏ ସହଜ ବିଧି ମଧ୍ୟ ଶୁଣାଉଛନ୍ତି, ତାହା କ’ଣ?
ଦୁଆ ଅର୍ଥାତ୍ ଆଶୀର୍ବାଦ ଦିଅ ଏବଂ ଆଶୀର୍ବାଦ ନିଅ । ଆଚ୍ଛା! ଯଦି ଶକ୍ତିଶାଳୀ ଯୋଗ କରିପାରୁ ନାହଁ,
ଧାରଣା ମଧ୍ୟ କମ୍ ଅଛି, ଭାଷଣ କରିବା ପାଇଁ ମଧ୍ୟ ସାହସ ହେଉ ନାହିଁ, ତେବେ ଦୁଆ ଦିଅ ଏବଂ ଦୁଆ
ନିଅ, ଏହି ଗୋଟିଏ କାମ କର, ଆଉ ସବୁ କଥା ଛାଡ କେବଳ ଏହି ଗୋଟିଏ କଥା କର, ମୋତେ ଦୁଆ ନେବାର ଅଛି,
ଦୁଆ ଦେବାର ଅଛି । ଯାହା ବି ହୋଇଯାଉ ଯିଏ ଯାହାବି ମୋତେ ଦେଉ କିନ୍ତୁ ମୋତେ ସମସ୍ତଙ୍କୁ ଦୁଆ
ଦେବାର ଅଛି ଏବଂ ନେବାର ଅଛି । ଏହି ଗୋଟିଏ କଥା ତ ପକ୍କା କର, ଏଥିରେ ସବୁ ଠିକ୍ ହୋଇଯିବ । ଯଦି
ଅନ୍ୟକୁ ଦୁଆ ଦେବ ଏବଂ ସେମାନଙ୍କଠାରୁ ଦୁଆ ନେବ ତେବେ କ’ଣ ଏହା ଦ୍ୱାରା ଗୁଣ ଏବଂ ଶକ୍ତି
ଆସିପାରିବ ନାହିଁ? ଆପେ ଆପେ ଆସିଯିବ । କେବଳ ଏହି ଗୋଟିଏ ଲକ୍ଷ୍ୟ ରଖ, ଗୋଟିଏ ଦିନ ଅଭ୍ୟାସ
କରିଦେଖ, ପୁଣି ସାତଦିନ ଅଭ୍ୟାସ କରିଦେଖ, ଯଦି ଆଉ କିଛି କଥା ବୁଦ୍ଧିକୁ ଆସୁନାହିଁ ତେବେ ଏହି
ଗୋଟିଏ କଥା ତ ଆସିପାରିବ ନା! ଯାହା ବି ହୋଇଯାଉ ମୋତେ ଦୁଆ ଦେବାର ଅଛି ଏବଂ ନେବାର ଅଛି । ଏତିକି
ତ କରିପାରିବ ନା ନାହିଁ? କରିପାରିବ? ଆଚ୍ଛା, ଏଠାରୁ ଗଲା ପରେ ପରୀକ୍ଷା କରିଦେଖ । ଏହାଦ୍ୱାରା
ଆପେ ଆପେ ସମସ୍ତେ ଯୋଗଯୁକ୍ତ ହୋଇଯିବ କାରଣ ବ୍ୟର୍ଥ କର୍ମ ତ କରିବ ହିଁ ନାହିଁ ତେବେ ଯୋଗଯୁକ୍ତ ତ
ହୋଇଗଲ ନା । କିନ୍ତୁ ଲକ୍ଷ୍ୟ ରଖ ଦୁଆ ଦେବି ଏବଂ ଦୁଆ ନେବି । ଯିଏ ଯାହା ବି ହେଉ, ଅଭିଶାପ ମଧ୍ୟ
ମିଳିବ, କ୍ରୋଧ କରିବା ଭଳି କଥା ମଧ୍ୟ ଆସିବ, କାହିଁକି ନା ତୁମେ ଯଦି ପ୍ରତିଜ୍ଞା କରିବ ତେବେ
ମାୟା ମଧ୍ୟ ଶୁଣୁଛି ନା ତୁମେ ଯଦି ପ୍ରତିଜ୍ଞା କରିଲ ତେବେ ସେ ମଧ୍ୟ ତା’ର କାମ କରିବ ନା । ତୁମେ
ଯେତେବେଳେ ମାୟାଜିତ୍ ହୋଇଯିବ ସେତେବେଳେ ଆଉ ମାୟା ଆସିବ ନାହିଁ । ଏବେ ତ ତୁମେମାନେ ମାୟାଜିତ୍
ହେବାର ପୁରୁଷାର୍ଥ କରୁଛ ନା ତେଣୁ ସେ ମଧ୍ୟ ତା’ର କାମ କରିବ କିନ୍ତୁ ମୋତେ ଦୁଆ ଦେବାର ଅଛି ଏବଂ
ନେବାର ଅଛି । କ’ଣ ହୋଇପାରିବ ତ? ଯେଉଁମାନେ କହୁଛ ହୋଇପାରିବ ସେମାନେ ହାତ ଉଠାଅ । ଆଚ୍ଛା,
ଶକ୍ତିମାନେ ହାତ ଉଠାଅ । କ’ଣ ହୋଇପାରିବ ତ? ସବୁଆଡୁ ଟୀଚରମାନେ ଆସିଛନ୍ତି ନା! ତେଣୁ ତୁମେମାନେ
ଯେତେବେଳେ ନିଜ ନିଜ ଦେଶକୁ ଯିବ ତେବେ ପ୍ରଥମେ ପ୍ରଥମେ ସମସ୍ତଙ୍କୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ
ଏହି ହୋମ୍ୱାର୍କ କରିବ ଏବଂ ଫଳାଫଳ ଲେଖି ପଠାଇବ । ତୁମର କ୍ଲାସ୍ର ବିଦ୍ୟାର୍ଥୀଙ୍କ ସଂଖ୍ୟା
କେତେ, ସେଥିରୁ କେତେ ଜଣ ଓ.କେ. ହେଲେ, କେତେ ଜଣ ଅଳ୍ପ ଅଳ୍ପ ହେଲେ ଆଉ କେତେ ଜଣ ପକ୍କା ହେଲେ,
ଏହିଭଳି ସମାଚାର ଦେବ । ଏତେ ଜଣ ଓ.କେ. ଅଛନ୍ତି, ଆଉ ଏତେ ଜଣଙ୍କର ଓ.କେ. ହେବାରେ ଟିକିଏ କମୀ ଅଛି
। ଏହି ପାଳିରେ ଯେହେତୁ ଡବଲ ବିଦେଶୀମାନେ ଆସିଛନ୍ତି ତେଣୁ ସେମାନେ ଡବଲ କାମ କରିବେ ନା! ପ୍ରଥମେ
ଗୋଟିଏ ସପ୍ତାହର ଫଳାଫଳ ପଠାଅ, ତା’ପରେ ବାପଦାଦା ଦେଖିବେ । ତେବେ ଏହା ତ ସହଜ ଅଟେ ନା, କଷ୍ଟକର
ତ ନୁହେଁ ନା । ମାୟା ମଧ୍ୟ ଆସିବ, ତୁମେ କହିବ ବାବା ମୋ’ର ତ ଏଭଳି ସଂକଳ୍ପ ପୂର୍ବରୁ କେବେ ଆସୁ
ନଥିଲା, ଏବେ କାହିଁକି ଆସୁଛି, ଏଭଳି ମଧ୍ୟ ହେବ କିନ୍ତୁ ଦୃଢ ନିଶ୍ଚୟବାଲା ଆତ୍ମାର ବିଜୟ
ସୁନିଶ୍ଚିତ ଅଟେ । କାରଣ ଦୃଢତାର ଫଳ ସଫଳତା ଅଟେ । ସଫଳତା ନ ହେବାର କାରଣ ହେଲା ଦୃଢତାର କମୀ ।
ତେଣୁ ଦୃଢତା ଆଧାରରେ ସଫଳତା ପ୍ରାପ୍ତ କରିବାକୁ ହିଁ ପଡିବ ।
ତେବେ ସେବା ଯେପରି
ଉମଙ୍ଗ-ଉତ୍ସାହର ସହିତ କରୁଛ ସେହିପରି ନିଜର ମଧ୍ୟ ସେବା କର, ସ୍ୱ ସେବା ଏବଂ ବିଶ୍ୱ ସେବା, ସ୍ୱ
ସେବା ଅର୍ଥାତ୍ ନିଜକୁ ଚେକ୍ କରିବା ଏବଂ ନିଜକୁ ବାପ୍ ସମାନ କରିବା, ଯଦି କୌଣସି ବି କମୀ-କମଜୋରୀ
ଅଛି ତେବେ ବାବାଙ୍କୁ ଦେଇଦିଅ ନା, କାହିଁକି ଯାବୁଡି ଧରିଛ? ଏସବୁ ବାବାଙ୍କୁ ଭଲ ଲାଗୁନାହିଁ ।
ଦୋଷ-ଦୁର୍ବଳତାଗୁଡିକୁ କାହିଁକି ପାଖରେ ରଖୁଛ? ଦେଇଦିଅ, ଦେବା ସମୟରେ ଛୋଟ ପିଲା ହୋଇଯାଅ । ଯେପରି
ଛୋଟ ପିଲା କୌଣସି ଜିନିଷକୁ ଯଦି ସମ୍ଭାଳି ନ ପାରିବ ବା କୌଣସି ଜିନିଷ ତା’ର ପସନ୍ଦ ନ ଥାଏ ତେବେ
ସେ କ’ଣ କରେ? କହିବ ମମୀ, ପାପା - ଏହାକୁ ତୁମେ ନେଇଯାଅ, ସେହିପରି କୌଣସି ପ୍ରକାରର ବୋଝ ବା
ବନ୍ଧନ ଯାହାକି ତୁମକୁ ଭଲ ଲାଗୁନାହିଁ, କାହିଁକି ନା ବାପଦାଦା ଦେଖୁଛନ୍ତି, ଗୋଟିଏ ପଟେ ଏକଥା
ଭାବୁଛ ଯେ ଏହା ତ ଭଲ କଥା ନୁହେଁ, ଠିକ୍ କଥା ନୁହେଁ କିନ୍ତୁ କ’ଣ କରିବି, କିପରି କରିବି... ।
ତେବେ ଏହା ତ ଭଲ ନୁହେଁ ନା । ଗୋଟିଏ ପଟେ କହୁଛ ଏହା ଭଲ ନୁହେଁ, ଆଉ ଗୋଟିଏ ପଟେ ତାକୁ ସାଇତି
ରଖୁଛ ତେବେ ଏହାକୁ କ’ଣ କୁହାଯିବ? କ’ଣ ଭଲ କହିବା? ଏହା ତ ଭଲ କଥା ନୁହେଁ ନା! ତେବେ ତୁମକୁ କ’ଣ
ହେବାର ଅଛି? ଭଲରୁ ଭଲ ହେବାକୁ ଚାହୁଁଛ ନା! କେବଳ ଭଲ ବି ନୁହେଁ, ଭଲରୁ ଭଲ । ତେଣୁ ଏଭଳି ଯଦି
କୌଣସି ଦ୍ୱନ୍ଦ୍ୱ ରହୁଛି ତେବେ ବାବା ତ ସର୍ବଦା ସାଥୀରେ ଅଛନ୍ତି, ତାଙ୍କୁ ଦେଇଦିଅ, ପୁଣି ବି ଯଦି
ତାହା ଫେରିଆସିବ ତେବେ ତାକୁ ଅମାନତ ଅର୍ଥାତ୍ ଅନ୍ୟର ଜିନିଷ ଭାବି ପୁଣି ଦେଇଦିଅ, କାରଣ ଅମାନତରେ
ଖୟାନତ ଅର୍ଥାତ୍ ଅନ୍ୟର ଜିନିଷକୁ ନିଜ କାର୍ଯ୍ୟରେ ଲଗାନ୍ତି ନାହିଁ କାହିଁକି ନା ତୁମେ ତ
ଦେଇଦେଇଛ ନା ତେଣୁ ତାହା ତ ବାବାଙ୍କର ଜିନିଷ ହୋଇଗଲା, ବାବାଙ୍କର ଜିନିଷ ହେଉ ବା ଅନ୍ୟ କାହାର
ଜିନିଷ ହେଉ ଯଦି ଭୁଲ୍ରେ ତୁମ ପାଖକୁ ଆସିଗଲା ତେବେ କ’ଣ ତାକୁ ଆଲମାରୀରେ ରଖିଦେବ? କ’ଣ ରଖି
ଦେବ? ବାହାର କରିଦେବ ନା! ଯେମିତି ହେଉ ତାକୁ ବାହାର କରିଦେବ ନା । କେବେ ବି ରଖିବ ନାହିଁ । ତେବେ
ଏଗୁଡିକୁ କାହିଁକି ରଖିଛ? ଦେଇଦିଅ । ବାବା ତ ନେବା ପାଇଁ ହିଁ ଆସିଛନ୍ତି । ଆଉ ତ କିଛି ତୁମ
ପାଖରେ ନାହିଁ ଯାହାକି ଦେଇପାରିବ । କିନ୍ତୁ ଏଗୁଡିକୁ ତ ଦେଇପାରିବ ନା । ଏହା ତ ଅରଖ ଫୁଲ ଭଳି
ଅଟେ ନା, ତେଣୁ ଦେଇଦିଅ, କ’ଣ ସାଇତି ରଖିବାକୁ ଭଲ ଲାଗୁଛି କି? ଆଚ୍ଛା!
ଚାରିଆଡର ସମସ୍ତ
ବାପଦାଦାଙ୍କର ଦିଲ୍ ପସନ୍ଦ ପିଲାମାନଙ୍କୁ, ବାବା ତ ଦିଲାରାମ ଅଟନ୍ତି ନା, ତେଣୁ ଦିଲାରାମଙ୍କର
ଦିଲ୍ ପସନ୍ଦ ପିଲାମାନଙ୍କୁ, ସ୍ନେହର ଅନୁଭବର ଲହଡିରେ ସଦାସର୍ବଦା ଖେଳୁଥିବା ପିଲାମାନଙ୍କୁ,
ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ, ସ୍ୱପ୍ନରେ ମଧ୍ୟ ଅନ୍ୟ କେହି ନୁହେଁ, ଏହିଭଳି
ବାପଦାଦାଙ୍କର ଅତି ପ୍ରିୟ ଏବଂ ଦେହଭାନଠାରୁ ଅତି ନିଆରା, ସିକିଲଧେ, ପଦ୍ମଗୁଣା ଭାଗ୍ୟଶାଳୀ
ପିଲାମାନଙ୍କୁ ଦିଲ୍ର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ପଦ୍ମ ପଦ୍ମ ଗୁଣା ଆଶୀର୍ବାଦ ସ୍ୱୀକାର
ହେଉ, ଏହା ସହିତ ବାଳକ ତଥା ମାଲିକ ପିଲାମାନଙ୍କୁ ବାପଦାଦାଙ୍କର ନମସ୍ତେ ।
ବରଦାନ:-
ଈଶ୍ୱରୀୟ
ମର୍ଯ୍ୟାଦା ଆଧାରରେ ବିଶ୍ୱ ସମ୍ମୁଖରେ ଉଦାହରଣ ମୂରତ ହେଉଥିବା ସହଜଯୋଗୀ ଭବ ।
ବିଶ୍ୱ ସମ୍ମୁଖରେ
ଉଦାହରଣ ହେବା ପାଇଁ ଅମୃତବେଳାଠାରୁ ରାତ୍ରି ପର୍ଯ୍ୟନ୍ତ ଯାହା ସବୁ ଈଶ୍ୱରୀୟ ମର୍ଯ୍ୟାଦା ଗୁଡିକ
ରହିଛି ସେହି ଅନୁସାରେ ଚାଲୁଥାଅ । ବିଶେଷ କରି ଅମୃତବେଳାର ମହତ୍ୱକୁ ଜାଣି ସେହି ସମୟରେ ଯଦି
ନିଜର ସ୍ଥିତିକୁ ଶକ୍ତିଶାଳୀ କରିଦେବ ତେବେ ସାରା ଦିନର ଜୀବନ ମହାନ ହୋଇଯିବ । ଯଦି ଅମୃତବେଳାରେ
ବିଶେଷ ଭାବରେ ବାବାଙ୍କଠାରୁ ନିଜ ଭିତରେ ଶକ୍ତିଗୁଡିକୁ ଭରିନେବ, ତେବେ ଶକ୍ତି ସ୍ୱରୂପ ହୋଇ
ଚାଲିବା ଦ୍ୱାରା କୌଣସି ବି କାର୍ଯ୍ୟ କଷ୍ଟକର ଅନୁଭବ ହେବ ନାହିଁ ଏବଂ ମର୍ଯ୍ୟାଦା ପୂର୍ବକ ଜୀବନ
ବ୍ୟତୀତ କରିବା ଦ୍ୱାରା ସହଜଯୋଗୀର ସ୍ଥିତି ମଧ୍ୟ ସହଜରେ ହୋଇଯିବ । ତା’ପରେ ବିଶ୍ୱ ତୁମର ଜୀବନକୁ
ଦେଖି ନିଜର ଜୀବନ ତିଆରି କରିବ ।
ସ୍ଲୋଗାନ:-
ନିଜର ଚାଲିଚଳନ
ଏବଂ ଚେହେରା ଦ୍ୱାରା ପବିତ୍ରତା ରୂପୀ ଶ୍ରେଷ୍ଠତାର ଅନୁଭବ କରାଅ ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର । ପ୍ରୟୋଗୀ
ଆତ୍ମା ସର୍ବଦା ନିଜର ସଂସ୍କାରଗୁଡିକ ଉପରେ, ପ୍ରକୃତି ଦ୍ୱାରା ଆସୁଥିବା ପରିସ୍ଥିତି ଗୁଡିକ ଉପରେ
ଏବଂ ସର୍ବ ବିକାର ଉପରେ ବିଜୟୀ ହୋଇଥିବ । ଯୋଗୀ ବା ପ୍ରୟୋଗୀ ଆତ୍ମା ସମ୍ମୁଖରେ ଏହି ପାଞ୍ଚ
ବିକାର ରୂପୀ ସାପ ଗୁଡିକ ଗଳାର ମାଳା ଅଥବା ଖୁସିର ନୃତ୍ୟ କରିବାର ମଞ୍ଚ ପାଲଟିଯିବେ ।