27.04.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କୁ ଫୁଲ ହୋଇ ସମସ୍ତଙ୍କୁ ସୁଖ ଦେବାକୁ ହେବ, ଫୁଲ ସଦୃଶ ସନ୍ତାନମାନେ ମୁଖରୁ ସର୍ବଦା
ରତ୍ନ ବାହାର କରିବେ ।
ପ୍ରଶ୍ନ:-
ଫୁଲ ହେଉଥିବା
ସନ୍ତାନମାନଙ୍କ ପ୍ରତି ଭଗବାନଙ୍କର ଏପରି କେଉଁ ଶିକ୍ଷା ରହିଛି, ଯାହା ଦ୍ୱାରା ସେମାନେ ସର୍ବଦା
ସୁଗନ୍ଧଯୁକ୍ତ ହୋଇ ରହିବେ?
ଉତ୍ତର:-
ହେ ମୋର ଫୁଲ ସନ୍ତାନମାନେ, ତୁମେମାନେ ନିଜ ଭିତରକୁ ଦେଖ - ମୋ ଭିତରେ କୌଣସି ଆସୁରୀ ଅବଗୁଣ ରୂପୀ
କଣ୍ଟା ନାହିଁ ତ! ଯଦି ନିଜ ଭିତରେ କୌଣସି କଣ୍ଟା ଅଛି ତେବେ ଯେପରି ଅନ୍ୟର ଅବଗୁଣ ପ୍ରତି ଘୃଣା
ଆସୁଛି ସେହିପରି ନିଜର ଆସୁରୀ ଅବଗୁଣ ପ୍ରତି ମଧ୍ୟ ଘୃଣା କର, ତେବେ କଣ୍ଟା ସବୁ ବାହାରିଯିବ ।
ନିଜକୁ ସର୍ବଦା ଦେଖୁଥାଅ - ମନ-ବଚନ-କର୍ମରେ କୌଣସି ବିକର୍ମ ହେଉ ନାହିଁ ତ, ଯାହାପାଇଁ ଦଣ୍ଡ ଭୋଗ
କରିବାକୁ ପଡିବ ।
ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନଙ୍କ ପ୍ରତି ଆତ୍ମିକ ପିତା ବସି ବୁଝାଉଛନ୍ତି । ବର୍ତ୍ତମାନ ରାବଣ ରାଜ୍ୟ
ହୋଇଥିବା କାରଣରୁ ସବୁ ମଣିଷ ଦେହ-ଅଭିମାନୀ ହୋଇଯାଇଛନ୍ତି, ସେଥିପାଇଁ ମନୁଷ୍ୟମାନଙ୍କୁ ଜଙ୍ଗଲର
କଣ୍ଟା କୁହାଯାଉଛି । ଏକଥା କିଏ ବୁଝାଉଛନ୍ତି? ବେହଦର ପିତା ଯିଏ ଏବେ କଣ୍ଟାକୁ ଫୁଲ କରାଉଛନ୍ତି
। କେଉଁଠି-କେଉଁଠି ମାୟା ଏଭଳି ଅଟେ ଯେ ଫୁଲ ହେଉ ହେଉ ତୁରନ୍ତ ପୁଣି କଣ୍ଟା କରିଦେଉଛି । ଏହି
ଦୁନିଆକୁ କଣ୍ଟାର ଜଙ୍ଗଲ କୁହାଯାଉଛି, ଏଥିରେ ଅନେକ ପ୍ରକାରର ଜୀବଜନ୍ତୁ ସଦୃଶ ମନୁଷ୍ୟମାନେ
ରହୁଛନ୍ତି । ମନୁଷ୍ୟ ହେଲେ ମଧ୍ୟ ପରସ୍ପର ମଧ୍ୟରେ ଜୀବଜନ୍ତୁ ସଦୃଶ ଲଢେଇ-ଝଗଡା କରୁଛନ୍ତି । ଘରେ
ଘରେ ଝଗଡା ଲାଗି ରହିଛି । ସମସ୍ତେ ବିଷର ସାଗରରେ ହିଁ ପଡିଛନ୍ତି, ଏ ସାରା ଦୁନିଆ ବହୁତ ବଡ ବିଷର
ସାଗର ଅଟେ, ଯେଉଁଥିରେ ମନୁଷ୍ୟ ଉବୁଟୁବୁ ହେଉଛନ୍ତି । ଏହାକୁ ହିଁ ପତିତ ଭ୍ରଷ୍ଟାଚାରୀ ଦୁନିଆ
କୁହାଯାଉଛି । ଏବେ ତୁମେ କଣ୍ଟାରୁ ଫୁଲ ହେଉଛ । ବାବାଙ୍କୁ ବାଗବାନ ଅର୍ଥାତ୍ ବଗିଚାର ମାଲିକ
ମଧ୍ୟ କୁହାଯାଉଛି । ବାବା ବସି ବୁଝାଉଛନ୍ତି - ଗୀତାରେ ଜ୍ଞାନର କଥା ରହିଛି ଏବଂ ମନୁଷ୍ୟଙ୍କର
ଚଳଣି କିପରି ଅଟେ - ଭାଗବତରେ ତାହା ବର୍ଣ୍ଣନା ହୋଇଛି । କ’ଣ-କ’ଣ କଥା ସବୁ ଲେଖିଦେଇଛନ୍ତି ।
ସତ୍ୟଯୁଗରେ ଏପରି କହିବେ ନାହିଁ । ସତ୍ୟଯୁଗ ତ ହେଉଛି ଫୁଲର ବଗିଚା । ଏବେ ତୁମେ ଫୁଲ ହେଉଛ ।
ଫୁଲ ହୋଇ ପୁଣି କଣ୍ଟା ହୋଇ ଯାଉଛ । ଆଜି ବହୁତ ଭଲ ଭାବେ ଜ୍ଞାନ ଧାରଣ କରୁଛନ୍ତି ପୁଣି ମାୟାର
ତୋଫାନ ଆସିଯାଉଛି । ବସି-ବସି ମାୟା କି ଅବସ୍ଥା କରିଦେଉଛି । ବାବା କହୁଛନ୍ତି ମୁଁ ତୁମକୁ
ବିଶ୍ୱର ମାଲିକ କରାଉଛି । ଭାରତବାସୀଙ୍କୁ କହୁଛନ୍ତି ତୁମେ ବିଶ୍ୱର ମାଲିକ ଥିଲ । ଏହା କାଲିର କଥା
। ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ହୀରା ନୀଳାର ମହଲ ଥିଲା । ତାକୁ ଈଶ୍ୱରଙ୍କର
ବଗିଚା ବୋଲି କୁହନ୍ତି । ଏବେ ତ କଣ୍ଟାର ଜଙ୍ଗଲ ହୋଇଯାଇଛି, ପୁଣି ଏହିଠାରେ ହିଁ ଫୁଲର ବଗିଚା
ହେବ ନା । ଭାରତ ସ୍ୱର୍ଗ ଥିଲା, ଏଥିରେ ଫୁଲ ହିଁ ଫୁଲ ଥିଲା । ବାବା ହିଁ ଆସି ଫୁଲର ବଗିଚା
କରୁଛନ୍ତି । ଫୁଲ ହେଉ-ହେଉ ପୁଣି ସଙ୍ଗଦୋଷରେ ଆସି ଖରାପ ହୋଇଯାଉଛନ୍ତି । ବାସ୍ ବାବା ଆମେ ବିବାହ
କରୁଛୁ । ମାୟାର ଆକର୍ଷଣ ଦେଖୁଛନ୍ତି ନା । ଏଠାରେ ତ’ ବିଲ୍କୁଲ୍ ଶାନ୍ତି ରହିଛି । ଏହି ସାରା
ଦୁନିଆ ଜଙ୍ଗଲ ଅଟେ । ଜଙ୍ଗଲରେ ନିଶ୍ଚୟ ନିଆଁ ଲାଗିବ । ତେବେ ଜଙ୍ଗଲବାସୀଙ୍କର ମଧ୍ୟ ବିନାଶ ହେବ
ନା । ୫ ହଜାର ବର୍ଷ ପୂର୍ବ ଭଳି ନିଆଁ ଲାଗିଯିବ, ଯାହାର ନାମ ମହାଭାରତ ଲଢେଇ ରଖାଯାଇଛି । ପ୍ରଥମେ
ଯାଦବମାନଙ୍କର ହିଁ ପରମାଣୁ ବୋମାର ଲଢେଇ ଲାଗିଥାଏ । ଏହାର ଗାୟନ ମଧ୍ୟ ରହିଛି । ବିଜ୍ଞାନ ଦ୍ୱାରା
ମିସାଇଲ୍ସ ତିଆରି କରିଛନ୍ତି । ଶାସ୍ତ୍ରରେ ତ ବହୁତ କାହାଣୀ ରହିଛି । ବାବା ପିଲାମାନଙ୍କୁ
ବୁଝାଉଛନ୍ତି - ଏହିପରି ପେଟରୁ ମୁସଳ ଆଦି ବାହାରି ପାରିବ ନାହିଁ । ଏବେ ତୁମେ ଦେଖୁଛ ଯେ
ବିଜ୍ଞାନ ଦ୍ୱାରା କେତେ ବମ୍ ଆଦି ତିଆରି ହେଉଛି । କେବଳ ୨ଟି ବମ୍ ପକାଇଥିଲେ, ତେବେ କେତେ ସହର
ଧ୍ୱଂସ ହୋଇଗଲା । କେତେ ଲୋକ ମଲେ । ଲକ୍ଷ-ଲକ୍ଷ ମରିଥିବେ । ବର୍ତ୍ତମାନ ଏତେ ବଡ ଜଙ୍ଗଲରେ
କୋଟି-କୋଟି ଲୋକ ରହୁଛନ୍ତି, ଏଥିରେ ନିଆଁ ଲାଗିବ ।
ଶିବବାବା ବୁଝାଉଛନ୍ତି, ବାବା ତଥାପି ବି ଦୟାର ସାଗର ଅଟନ୍ତି । ବାବାଙ୍କୁ ତ ସମସ୍ତଙ୍କର କଲ୍ୟାଣ
କରିବାକୁ ହେବ । ପୁଣି ବି କୁଆଡେ ଯିବେ । ଦେଖିବେ ବାସ୍ତବରେ ନିଆଁ ଲାଗିଯାଉଛି, ତେଣୁ ପୁଣି ଆସି
ବାବାଙ୍କର ଶରଣ ନେବେ । ବାବା ହେଉଛନ୍ତି ସମସ୍ତଙ୍କର ସଦ୍ଗତି ଦାତା, ପୁନର୍ଜନ୍ମ ରହିତ । ତାଙ୍କୁ
ପୁଣି ସର୍ବବ୍ୟାପୀ କହିଦେଉଛନ୍ତି । ଏବେ ତୁମେ ସଂଗମଯୁଗୀ ଅଟ । ତୁମ ବୁଦ୍ଧିରେ ସମସ୍ତ ଜ୍ଞାନ
ରହିଛି । ମିତ୍ର-ସମ୍ବନ୍ଧୀମାନଙ୍କ ସହିତ ମଧ୍ୟ ସମ୍ପର୍କ ରଖିବାକୁ ହେବ । ତାଙ୍କ ପାଖରେ
ଆସୁରୀଗୁଣ, ତୁମ ପାଖରେ ଦୈବୀଗୁଣ ରହିଛି । ତୁମର କାମ ହେଉଛି ଅନ୍ୟକୁ ମଧ୍ୟ ଏହା ଶିଖାଇବା ।
ମନ୍ତ୍ର ଦେଇଚାଲ । ପ୍ରଦର୍ଶନୀ ଦ୍ୱାରା ତୁମେ କେତେ ବୁଝାଉଛ । ଭାରତବାସୀଙ୍କର ୮୪ ଜନ୍ମ ପୂରା
ହେଲା । ଏବେ ବାବା ଆସିଛନ୍ତି - ମନୁଷ୍ୟରୁ ଦେବତା କରାଇବା ପାଇଁ ଅର୍ଥାତ୍ ନର୍କବାସୀ ମନୁଷ୍ୟଙ୍କୁ
ସ୍ୱର୍ଗବାସୀ କରାଉଛନ୍ତି । ଦେବତାମାନେ ସ୍ୱର୍ଗରେ ରହୁଛନ୍ତି । ଏବେ ଆମର ଆସୁରୀ ଗୁଣ ପ୍ରତି ଘୃଣା
ଆସୁଛି । ନିଜକୁ ଦେଖ, ଆମେ ଦୈବୀଗୁଣଧାରୀ ହୋଇଛୁ? ଆମ ପାଖରେ କୌଣସି ଅବଗୁଣ ନାହିଁ ତ?
ମନ-ବଚନ-କର୍ମରେ ଆମେ ଏହିପରି ଆସୁରୀ କାମ କରୁନାହୁଁ ତ’? ଆମେ କଣ୍ଟାକୁ ଫୁଲ କରିବାର ଧନ୍ଦା
କରୁଛୁ ବା ନାହିଁ? ବାବା ହେଉଛନ୍ତି ବାଗବାନ ତୁମେ ବ୍ରହ୍ମାକୁମାର-କୁମାରୀ ହେଉଛ ମାଳୀ ।
ଭିନ୍ନ-ଭିନ୍ନ ପ୍ରକାରର ମାଳି ମଧ୍ୟ ରହିଥାନ୍ତି । କେହି କେହି ତ ଅନାଡି ଅଛନ୍ତି, ଯିଏ କାହାକୁ
ନିଜ ସମାନ କରିପାରନ୍ତି ନାହିଁ । ପ୍ରଦର୍ଶନୀକୁ ତ ବାଗବାନ (ବାବା) ଯିବେ ନାହିଁ । ମାଳୀ ଅର୍ଥାତ୍
ପିଲାମାନେ ଯିବେ । ଏହି ମାଳୀ ମଧ୍ୟ ଶିବବାବାଙ୍କ ସାଥିରେ ଥିବାରୁ ଯାଇପାରିବେ ନାହିଁ । ତୁମେ
ମାଳୀ ସେବା କରିବା ପାଇଁ ଯାଉଛ । ଭଲ ଭଲ ମାଳୀମାନଙ୍କୁ ହିଁ ଡାକିଥାନ୍ତି । ବାବା ମଧ୍ୟ କହୁଛନ୍ତି
ଅନାଡିମାନଙ୍କୁ ଡାକ ନାହିଁ । ବାବା ନାମ କହୁ ନାହାଁନ୍ତି । ତୃତୀୟ ଶ୍ରେଣୀର ମାଳୀ ମଧ୍ୟ ଅଛନ୍ତି
ନା । ବାଗବାନ ସେହିମାନଙ୍କୁ ସ୍ନେହ କରିବେ ଯିଏ ଭଲ ଭଲ ଫୁଲ ତିଆରି କରି ଦେଖାଇବେ । ତାଙ୍କ ଉପରେ
ବାଗବାନ ଖୁସି ମଧ୍ୟ ହେବେ । ସେମାନେ ମୁଖରୁ ସର୍ବଦା ରତ୍ନ ହିଁ ବାହାର କରିଥାନ୍ତି । କେହି ରତ୍ନ
ବଦଳରେ ପଥର ବାହାର କରିଲେ ବାବା କ’ଣ କହିବେ । ଶିବଙ୍କ ଉପରେ ଅରଖ ଫୁଲ ମଧ୍ୟ ଚଢାଇଥାନ୍ତି ନା ।
ତେଣୁ କେହି କେହି ଏଭଳି ମଧ୍ୟ ଚଢୁଛନ୍ତି ନା । ତାଙ୍କର ଚଳଣି ତ’ ଦେଖ କିପରି । କଣ୍ଟା ମଧ୍ୟ
ସମର୍ପିତ ହେଉଛନ୍ତି ପୁଣି ହାତ ଛାଡି ଜଙ୍ଗଲକୁ ଚାଲିଯାଉଛନ୍ତି । ସତ୍ତ୍ୱପ୍ରଧାନ ହେବା ବଦଳରେ
ଆହୁରି ହିଁ ତମୋପ୍ରଧାନ ହୋଇଯାଉଛନ୍ତି । ତାଙ୍କର ପୁଣି କି ଗତି ହେବ ।
ବାବା କହୁଛନ୍ତି - ମୁଁ ପ୍ରଥମତଃ ନିଷ୍କାମୀ ଓ ଦ୍ୱିତୀୟରେ ପର-ଉପକାରୀ ଅଟେ । ଭାରତବାସୀଙ୍କ ଉପରେ
ପର-ଉପକାର କରୁଛି, ଯେଉଁମାନେ ମୋର ଗ୍ଳାନି କରୁଛନ୍ତି । ବାବା କହୁଛନ୍ତି - ମୁଁ ବର୍ତ୍ତମାନ ହିଁ
ଆସି ସ୍ୱର୍ଗର ସ୍ଥାପନା କରୁଛି । କାହାକୁ ସ୍ୱର୍ଗ ଯିବାକୁ କହିଲେ ତେବେ କହୁଛନ୍ତି ଆମେ ତ ଏଠାରେ
ସ୍ୱର୍ଗରେ ଅଛୁ ନା । ଆରେ ସତ୍ୟଯୁଗରେ ସ୍ୱର୍ଗ ହେବ । କଳିଯୁଗରେ ପୁଣି ସ୍ୱର୍ଗ କେଉଁଠାରୁ ଆସିବ
। କଳିଯୁଗକୁ ନର୍କ କୁହାଯାଉଛି । ଏହା ପୁରୁଣା ତମୋପ୍ରଧାନ ଦୁନିଆ । ମନୁଷ୍ୟଙ୍କୁ ଜଣା ହିଁ ନାହିଁ
କି ସ୍ୱର୍ଗ କେଉଁଠାରେ ହେବ । ଆକାଶରେ ସ୍ୱର୍ଗ ଅଛି ବୋଲି ଭାବୁଛନ୍ତି । ଦିଲୱାଡା ମନ୍ଦିରରେ
ମଧ୍ୟ ଉପରେ ସ୍ୱର୍ଗ ଦେଖାଇଛନ୍ତି । ତଳେ ତପସ୍ୟା କରୁଛନ୍ତି । ମନୁଷ୍ୟ ସେଇଥିପାଇଁ କହିଦେଉଛନ୍ତି
- ଅମୁକ ସ୍ୱର୍ଗକୁ ଗଲା । ସ୍ୱର୍ଗ କେଉଁଠାରେ ଅଛି? ସମସ୍ତଙ୍କ ପାଇଁ କହିଦେଉଛନ୍ତି ସ୍ୱର୍ଗବାସୀ
ହେଲେ । ଏହା ହେଉଛି ବିଷୟ ସାଗର । ବିଷ୍ଣୁପୁରୀକୁ କ୍ଷୀର ସାଗର କୁହାଯାଉଛି । ଲୋକେ ପୁଣି ପୂଜା
କରିବା ପାଇଁ ବଡ ପୋଖରୀ ଖୋଳି ଦେଇଛନ୍ତି । ସେଥିରେ ବିଷ୍ଣୁଙ୍କୁ ବସାଇଛନ୍ତି । ବର୍ତ୍ତମାନ ତୁମେ
ସନ୍ତାନମାନେ ସ୍ୱର୍ଗକୁ ଯିବା ପାଇଁ ପ୍ରସ୍ତୁତ ହେଉଛ, ଯେଉଁଠାରେ କ୍ଷୀରର ନଦୀ ବହିବ । ଏବେ ତୁମେ
ସନ୍ତାନମାନେ ଫୁଲ ହୋଇଯାଅ । ତୁମର ଚଳଣି ଏପରି ହେବା ଅନୁଚିତ ଯାହା ଫଳରେ କେହି ତୁମକୁ କଣ୍ଟା
ବୋଲି କହିବେ । ସର୍ବଦା ଫୁଲ ହେବା ପାଇଁ ପୁରୁଷାର୍ଥ କରିଚାଲ । ମାୟା କଣ୍ଟା କରିଦେଉଛି,
ସେଥିପାଇଁ ନିଜକୁ ବହୁତ ବହୁତ ସମ୍ଭାଳିବାକୁ ହେବ ।
ବାବା କହୁଛନ୍ତି - ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ପବିତ୍ର ହେବାକୁ ପଡିବ । ବାଗବାନ
ବାବା କଣ୍ଟାରୁ ଫୁଲ କରିବାକୁ ଆସିଛନ୍ତି । ଦେଖିବାକୁ ହେବ ଯେ ମୁଁ ଫୁଲ ହୋଇଛି ? ଫୁଲ ସମାନ
ଦିବ୍ୟଗୁଣଯୁକ୍ତ ଆତ୍ମାଙ୍କୁ ହିଁ ସେବା ପାଇଁ ସବୁ ଜାଗାକୁ ଡାକିଥାନ୍ତି । କହିଥା’ନ୍ତି ବାବା
ଗୋଲାପ ଫୁଲ ଭଳି ସନ୍ତାନଙ୍କୁ ପଠାଅ । ଦେଖା ତ ଯାଉଛି ନା - କେଉଁ କେଉଁ ପ୍ରକାର ଫୁଲ ଅଛନ୍ତି ।
ବାବା କହୁଛନ୍ତି - ମୁଁ ଆସୁଛି ତୁମକୁ ରାଜଯୋଗ ଶିଖାଇବା ପାଇଁ । ଏହା ସତ୍ୟ ନାରାୟଣଙ୍କ କଥା ହିଁ
ଅଟେ । ସତ୍ୟ ପ୍ରଜାଙ୍କର ନୁହେଁ । ରାଜା ରାଣୀ ହେଲେ ପ୍ରଜା ମଧ୍ୟ ନିଶ୍ଚୟ ହେବେ । ଏବେ ତୁମେ
ବୁଝୁଛ ଯେ କ୍ରମାନୁଯାୟୀ କିପରି ରାଜା ରାଣୀ ତଥା ପ୍ରଜା ହେଉଛନ୍ତି । ଗରୀବ ଯାହାଙ୍କ ପାଖରେ ୨/୫
ଟଙ୍କା ମଧ୍ୟ ବଞ୍ଚୁ ନାହିଁ, ସେ କ’ଣ ଦେବେ । ତାଙ୍କୁ ମଧ୍ୟ ସେତିକି ପ୍ରାପ୍ତି ମିଳିଥାଏ, ଯେତିକି
ହଜାର ଦେଲାବାଲାଙ୍କୁ ମିଳିଥାଏ । ଭାରତ ହେଉଛି ସବୁଠାରୁ ଅଧିକ ଗରୀବ ଦେଶ । କାହାର ହେଲେ ମନେ
ନାହିଁ ଯେ ଆମେ ଭାରତବାସୀ ସ୍ୱର୍ଗବାସୀ ଥିଲୁ । ଦେବତାମାନଙ୍କର ମହିମା ମଧ୍ୟ ଗାନ କରୁଛନ୍ତି
କିନ୍ତୁ କିଛି ବୁଝିପାରୁ ନାହାଁନ୍ତି । ଯେପରି ବେଙ୍ଗ ଟ୍ରଂ-ଟ୍ରଂ କରିଥାଏ । ବୁଲ୍ବୁଲ୍ କେତେ
ମିଠା ଶବ୍ଦ କରିଥାଏ, କିନ୍ତୁ ତା’ର ଅର୍ଥ କିଛି ନାହିଁ । ଆଜିକାଲି କେତେ ଗୀତା ଶୁଣାଇବାବାଲା
ରହିଛନ୍ତି । ମାତାମାନେ ମଧ୍ୟ ଗୀତା ବିଷୟରେ ପ୍ରବଚନ କଲେଣି । ଗୀତା ଦ୍ୱାରା କେଉଁ ଧର୍ମ ସ୍ଥାପନ
ହୋଇଛି? ଏକଥା କିଛି ହେଲେ ବି ଜାଣି ନାହାଁନ୍ତି । କେହି ଅଳ୍ପ କିଛି ରିଦ୍ଧି-ସିଦ୍ଧି ଦେଖାଇଦେଲେ
ତ ବାସ୍, ଭାବୁଛନ୍ତି ଇଏ ଭଗବାନ ଅଟନ୍ତି । ଗାନ କରୁଛନ୍ତି ପତିତ-ପାବନ । ତେଣୁ ପତିତ ହେଲେ ନା
। ବାବା କହୁଛନ୍ତି - ବିକାରଗ୍ରସ୍ଥ ହେବା ଏହା ପ୍ରଥମ ନମ୍ବରର ପତିତପଣିଆ ଅଟେ । ଏହି ସାରା
ଦୁନିଆ ପତିତ ଅଟେ । ସମସ୍ତେ ଡାକୁଛନ୍ତି - ହେ ପତିତ-ପାବନ ଆସ । ତେଣୁ ସେ ଏବେ ଆସିବେ ନାଁ ଗଙ୍ଗା
ସ୍ନାନ ଦ୍ୱାରା ପବିତ୍ର ହେବାକୁ ହେବ? ବାବାଙ୍କୁ ମନୁଷ୍ୟରୁ ଦେବତା କରାଇବା ପାଇଁ କେତେ ମେହନତ
କରିବାକୁ ପଡୁଛି । ବାବା କହୁଛନ୍ତି ମୋତେ ମନେ ପକାଇବା ଦ୍ୱାରା ତୁମେ କଣ୍ଟାରୁ ଫୁଲ ହୋଇଯିବ ।
ମୁଖରୁ କେବେ ପଥର ବାହାର କର ନାହିଁ । ଫୁଲ ହୁଅ । ଏହା ମଧ୍ୟ ପାଠପଢା ଅଟେ ନା । ଚାଲୁ ଚାଲୁ
ଖରାପ ଗ୍ରହ ଆସିଗଲେ ଫେଲ୍ ହୋଇଯାଆନ୍ତି । ଆଶାବାଦୀରୁ ନିରାଶାବାଦୀ ହୋଇଯାଆନ୍ତି । ପୁଣି
କହୁଛନ୍ତି ଆମେ ବାବାଙ୍କ ପାଖକୁ ଯିବୁ । ଇନ୍ଦ୍ରସଭାକୁ ବିକାରୀ ଆସିପାରିବେ ନାହିଁ । ଏହା
ଇନ୍ଦ୍ର ସଭା ଅଟେ ନା । ନେଇ ଆସୁଥିବା ବ୍ରାହ୍ମଣୀମାନଙ୍କ ଉପରେ ବହୁତ ଜବାବଦାରୀ ରହିଛି ।
ବିକାରଗ୍ରସ୍ତ ହେଲେ ବ୍ରାହ୍ମଣୀ ଉପରେ ମଧ୍ୟ ବୋଝ ଚଢିବ, ସେଥିପାଇଁ ବୁଝିସୁଝି କାହାକୁ ଆଣିବା
ଦରକାର । ଆଗକୁ ଗଲେ ତୁମେ ଦେଖିବ ସାଧୁ ସନ୍ଥ ଆଦି ସବୁ ଧାଡିରେ ଛିଡା ହେବେ । ଭୀଷ୍ମପିତାମହ
ଆଦିଙ୍କର ନାମ ତ ଅଛି ନା । ପିଲାମାନଙ୍କର ବହୁତ ବିଶାଳ ବୁଦ୍ଧି ହେବା ଦରକାର । ତୁମେ କାହାକୁ
ହେଲେ ବି କହିପାରିବ - ଭାରତ ଫୁଲର ବଗିଚା ଥିଲା । ଦେବୀ-ଦେବତାମାନେ ରହୁଥିଲେ । ଏବେ ତ କଣ୍ଟା
ହୋଇଯାଇଛି । ତୁମ ପାଖରେ ୫ ବିକାର ରହିଛି ନା । ରାବଣ ରାଜ୍ୟ ଅର୍ଥ ଜଙ୍ଗଲ । ବାବା ଆସି କଣ୍ଟାକୁ
ଫୁଲ କରୁଛନ୍ତି । ଖିଆଲ କରିବା ଦରକାର- ଏବେ ଆମେ ଗୋଲାପ ଫୁଲ ନ ହୋଇପାରିଲେ ଜନ୍ମ-ଜନ୍ମାନ୍ତର
ଅରଖ ଫୁଲ ହିଁ ରହିବୁ । ପ୍ରତ୍ୟେକଙ୍କୁ ନିଜର କଲ୍ୟାଣ କରିବାକୁ ହେବ । ଆମେ ଶିବବାବାଙ୍କ ଉପରେ
ଦୟା କରୁ ନାହୁଁ । ନିଜ ଉପରେ ହିଁ ଦୟା କରିବାକୁ ହେବ । ଏବେ ଶ୍ରୀମତରେ ଚାଲିବାକୁ ହେବ ।
ବଗିଚାକୁ କେହି ଗଲେ ସୁଗନ୍ଧିତ ଫୁଲକୁ ହିଁ ଦେଖିଥା’ନ୍ତି । ଅରଖକୁ କେହି ଦେଖିବେ ନାହିଁ । ଫୁଲର
ପ୍ରଦର୍ଶନୀ ହୋଇଥାଏ ନା । ଏହା ମଧ୍ୟ ଏକ ଆତ୍ମାରୂପୀ ଫୁଲର ପ୍ରଦର୍ଶନୀ । ଏଠାରେ ବହୁତ ବଡ
ପୁରସ୍କାର ମିଳିଥାଏ । ବହୁତ ଫାଷ୍ଟକ୍ଲାସ ଫୁଲ ହେବାକୁ ପଡିବ । ତେଣୁ ଚଳଣି ବହୁତ ମଧୁର ହେବା
ଦରକାର । କ୍ରୋଧୀ ବ୍ୟକ୍ତିଙ୍କ ସହ ବହୁତ ନମ୍ର ବ୍ୟବହାର କରିବା ଉଚିତ୍ । ଆମେ ଶ୍ରୀମତ ଦ୍ୱାରା
ପବିତ୍ର ହୋଇ ପବିତ୍ର ଦୁନିଆ ସ୍ୱର୍ଗର ମାଲିକ ହେବାକୁ ଚାହୁଁଛୁ । ଯୁକ୍ତି ତ ବହୁତ ରହିଛି ନା ।
ମାତାମାନଙ୍କ ଭିତରେ ଛଳନାକାରୀ ବହୁତ ଥା’ନ୍ତି । ତୁମକୁ ଚତୁରତାର ସହିତ ପବିତ୍ର ରହିବା ପାଇଁ
ପୁରୁଷାର୍ଥ କରିବାକୁ ହେବ । ତୁମେ କହିପାରିବ ଯେ ଭଗବାନୁବାଚ କାମ ମହାଶତ୍ରୁ ଅଟେ, ପବିତ୍ର ହେଲେ
ସତ୍ତ୍ୱପ୍ରଧାନ ହୋଇଯିବ । ତେବେ କ’ଣ ଆମେ ଭଗବାନଙ୍କର କଥା ମାନିବା ନାହିଁ! ଯୁକ୍ତିରେ ନିଜକୁ
ବଞ୍ଚାଇବା ଉଚିତ୍ । ବିଶ୍ୱର ମାଲିକ ହେବା ପାଇଁ ଅଳ୍ପ କିଛି କଷ୍ଟ ସହନ କଲେ କ’ଣ ହେଲା । ନିଜ
ପାଇଁ ତୁମେ କରୁଛ ନା । ଦୁନିଆରେ ରାଜତ୍ୱ ପାଇବା ପାଇଁ ଲଢୁଛନ୍ତି ତୁମେ ନିଜ ପାଇଁ ସବୁ କିଛି
କରୁଛ । ପୁରୁଷାର୍ଥ କରିବା ଉଚିତ୍ । ବାବାଙ୍କୁ ଭୁଲିବା ଦ୍ୱାରା ହିଁ ତଳକୁ ଖସିଯାଉଛନ୍ତି । ପୁଣି
ଲଜ୍ୟା ଲାଗିଥାଏ । ଦେବତା କିପରି ହେବେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ମାୟାର
ଗ୍ରହଚାରୀରୁ ମୁକ୍ତ ହେବା ପାଇଁ ମୁଖରୁ ସର୍ବଦା ଜ୍ଞାନ ରତ୍ନ ବାହାର କରିବାକୁ ହେବ । ସଙ୍ଗଦୋଷରୁ
ନିଜକୁ ସମ୍ଭାଳିବାକୁ ହେବ ।
(୨) ସୁଗନ୍ଧିତ ଫୁଲ ହେବା
ପାଇଁ ନିଜର ଅବଗୁଣ ଗୁଡିକୁ ବାହାର କରିଦେବା ଉଚିତ୍ । ଶ୍ରୀମତ ଆଧାରରେ ବହୁତ-ବହୁତ ନମ୍ର ହେବାକୁ
ପଡିବ । କାମ ମହାଶତ୍ରୁଠାରୁ କେବେ ହେଲେ ହାରିଯିବାର ନାହିଁ । ଯେ କୌଣସି ଉପାୟରେ ନିଜକୁ
ସୁରକ୍ଷିତ ରଖିବାକୁ ହେବ ।
ବରଦାନ:-
ଶକ୍ତିଗୁଡିକୁ
କରାମତି ପରିବର୍ତ୍ତେ କର୍ତ୍ତବ୍ୟ ମନେ କରି ପ୍ରୟୋଗ କରୁଥିବା ପୂଜନ ବା ଗାୟନ ଯୋଗ୍ୟ ଭବ ।
ଯୋଗ ଆଧାରରେ ଯେଉଁ ସବୁ
ଶକ୍ତିଗୁଡିକ ପ୍ରାପ୍ତ ହେଉଛି ସେଗୁଡିକୁ କରାମତି ମନେ କରି ପ୍ରୟୋଗ କର ନାହିଁ କିନ୍ତୁ
କର୍ତ୍ତବ୍ୟ ମନେ କରି କାର୍ଯ୍ୟରେ ଲଗାଅ । ଦୁନିଆର ଲୋକମାନଙ୍କ ପାଖରେ ରିଦ୍ଧି-ସିଦ୍ଧିର କରାମତି
ଅଛି କିନ୍ତୁ ତୁମ ପାଖରେ ଶ୍ରୀମତ ଅଛି । ଶ୍ରୀମତ ଆଧାରରେ ଚାଲିବା ଦ୍ୱାରା ଶକ୍ତିଗୁଡିକ ନିଶ୍ଚିତ
ଭାବରେ ଆସିଥାଆନ୍ତି ସେଥିପାଇଁ ସଂକଳ୍ପ ଦ୍ୱାରା କର୍ତ୍ତବ୍ୟ ସିଦ୍ଧ ଅର୍ଥାତ୍ ସଫଳ ହୋଇଥାଏ ।
ସଂକଳ୍ପ ଦ୍ୱାରା କାହାକୁ ବି କାର୍ଯ୍ୟ କରିବାର ପ୍ରେରଣା ଦେଇପାରିବ । ଏହା ମଧ୍ୟ ଶକ୍ତି ଅଟେ
କିନ୍ତୁ ଶ୍ରୀମତରେ ଯେତେବେଳେ ନିଜର ମନମତର ମିଶ୍ରଣ ନ ହେବ ସେତେବେଳେ ଯାଇ ଗାୟନ ଏବଂ ପୂଜନ
ଯୋଗ୍ୟ ହୋଇପାରିବ ।
ସ୍ଲୋଗାନ:-
କୌଣସି ବି
ପ୍ରକାରର ହଲଚଲ୍ରେ ନିରାଶ ନ ହୋଇ ବିଶାଳ ହୃଦୟବାନ୍ ହୁଅ ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।
ଯେଉଁମାନେ ସରଳଚିତ୍ତ
ଅଟନ୍ତି ସେହିମାନେ ହିଁ ମଧୁରତାର ଗୁଣରେ ସମ୍ପନ୍ନ ଅଟନ୍ତି ଏବଂ ସେହିମାନେ ହିଁ ସର୍ବଦା ହର୍ଷିତ
ରହିଥାଆନ୍ତି । ହର୍ଷିତଚିତ୍ତ ଆତ୍ମାମାନେ ସମସ୍ତଙ୍କୁ ଆକର୍ଷିତ କରିଥାଆନ୍ତି । ତେବେ ହର୍ଷିତର
ଅର୍ଥ ହିଁ ହେଉଛି ଅତିନ୍ଦ୍ରୀୟ ସୁଖରେ ଝୁମିବା । ଜ୍ଞାନର ସ୍ମରଣ କରିବା ସହିତ ଅବ୍ୟକ୍ତ ସ୍ଥିତିର
ଅନୁଭବ କରି ଅତିନ୍ଦ୍ରୀୟ ସୁଖରେ ଝୁମିବା, ତେବେ କୁହାଯିବ ହର୍ଷିତ । ଯେଉଁମାନେ ଏହିଭଳି ହର୍ଷିତ
ରହିଥାଆନ୍ତି, ସେହିମାନେ ହିଁ ଅନ୍ୟମାନଙ୍କୁ ଆକର୍ଷିତ କରିଥାଆନ୍ତି ।