27.06.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କର ସମୟ ବହୁତ ମୂଲ୍ୟବାନ, ସେଥିପାଇଁ ଫାଲତୁ କଥାରେ ନିଜର ସମୟ ନଷ୍ଟ କର ନାହିଁ ।”
ପ୍ରଶ୍ନ:-
ମନୁଷ୍ୟରୁ ଦେବତା
ହେବା ପାଇଁ ବାବାଙ୍କ ଠାରୁ କେଉଁ ଶ୍ରୀମତ ମିଳିଛି?
ଉତ୍ତର:-
ସନ୍ତାନମାନେ, ଯେହେତୁ ତୁମେମାନେ ମନୁଷ୍ୟରୁ ଦେବତା ହେଉଛ, ତେଣୁ ତୁମ ଭିତରେ କୌଣସି ଆସୁରୀ
ସ୍ୱଭାବ ରହିବା ଉଚିତ୍ ନୁହେଁ । (୨) କାହା ଉପରେ କ୍ରୋଧ କରିବା ଉଚିତ୍ ନୁହେଁ (୩) କାହାକୁ ବି
ଦୁଃଖ ଦେବାର ନାହିଁ (୪)କୌଣସି ଫାଲତୁ କଥା ଶୁଣିବାର ନାହିଁ । ବାବାଙ୍କର ଶ୍ରୀମତ ହେଲା ହିଅର ନୋ
ଇବିଲ୍... ଅର୍ଥାତ୍ ଖରାପ କଥା ଶୁଣ ନାହିଁ, ଖରାପ କଥା କୁହ ନାହିଁ..... ।
ଓମ୍ ଶାନ୍ତି ।
ତୁମମାନଙ୍କର
ବସିବା ବହୁତ ସହଜ ଓ ସରଳ ଅଟେ । କେଉଁଠି ମଧ୍ୟ ବସିପାରିବ । ଚାହେଁ ଜଙ୍ଗଲରେ ବସ, ପାହାଡ ଉପରେ
ବସ, ଘରେ ବସ ବା କୁଟିଆରେ, ଯେଉଁଠାରେ ବି ବସିପାର । ଏପରି ବସିବା ଦ୍ୱାରା, ତୁମେ ପିଲାମାନେ
ପରିବର୍ତ୍ତନ ହେଉଛ, ତୁମେମାନେ ଜାଣୁଛ ଏବେ ଆମେ ମନୁଷ୍ୟ, ଭବିଷ୍ୟତରେ ଦେବତା ହେବାକୁ ଯାଉଛୁ ।
ଆମେ କଣ୍ଟାରୁ ଫୁଲ ହେଉଛୁ । ବାବା ବଗିଚାର ମାଲିକ ମଧ୍ୟ ଅଟନ୍ତି, ମାଳି ମଧ୍ୟ ଅଟନ୍ତି । ଆମେ
ବାବାଙ୍କୁ ମନେ ପକାଇବା ଦ୍ୱାରା ଏବଂ ୮୪ ଜନ୍ମର ଚକ୍ରକୁ ବୁଦ୍ଧିରେ ଘୁରାଇବା ଦ୍ୱାରା ଟ୍ରାନ୍ସଫର
(ପରିବର୍ତ୍ତନ) ହେଉଛେ । ଏଠାରେ ବସ ଅଥବା ଯେଉଁଠି ମଧ୍ୟ ବସ ତୁମେ ଧୀରେ ଧୀରେ ପରିବର୍ତ୍ତନ ହୋଇ
ମନୁଷ୍ୟରୁ ଦେବତା ହୋଇ ଯାଉଛ । ବୁଦ୍ଧିରେ ଲକ୍ଷ୍ୟ ଅଛି, ଆମେ ଏହା ହେବାକୁ ଯାଉଛୁ । ଯେ କୌଣସି
କର୍ମଧନ୍ଦା କର, ରୁଟି ତିଆରି କର, ବୁଦ୍ଧିରେ କେବଳ ବାବାଙ୍କୁ ମନେ ପକାଉଥାଅ । ସନ୍ତାନମାନଙ୍କୁ
ଏହି ଶ୍ରୀମତ ମିଳୁଛି - ଚାଲି-ବୁଲି ସବୁ କିଛି କରି, କେବଳ ବାବାଙ୍କୁ ମନେ ପକାଅ । ବାବାଙ୍କର
ସ୍ମୃତି ଦ୍ୱାରା ସମ୍ପତ୍ତିର ମଧ୍ୟ ସ୍ମୃତି ଆସିଥାଏ, ୮୪ ଜନ୍ମର ଚକ୍ର ମଧ୍ୟ ସ୍ମୃତି ଆସିଥାଏ ।
ଏଥିରେ ଆଉ କ’ଣ ଅସୁବିଧା ଅଛି, କିଛି ବି ନାହିଁ । ଯେବେକି ଆମେ ଦେବତା ହେଉଛେ ତେଣୁ ଆମ ମଧ୍ୟରେ
କୌଣସି ଆସୁରୀ ସ୍ୱଭାବ ମଧ୍ୟ ରହିବା ଉଚିତ୍ ନୁହେଁ । କାହା ଉପରେ କ୍ରୋଧ କରିବାର ନାହିଁ, କାହାକୁ
ଦୁଃଖ ଦେବାର ନାହିଁ, କୌଣସି ଫାଲ୍ତୁ କଥା ମଧ୍ୟ ଶୁଣିବାର ନାହିଁ । କେବଳ ବାବାଙ୍କୁ ମନେ ପକାଅ
। ବାକି ସଂସାରର ପରନିନ୍ଦା ପରଚର୍ଚ୍ଚା ତ ବହୁତ ଶୁଣିଲ, ଅଧାକଳ୍ପରୁ ଏସବୁ ଶୁଣି-ଶୁଣି ତୁମେ ତଳକୁ
ଖସିଛ । ଏବେ ବାବା କହୁଛନ୍ତି ଏହି ସବୁ କର ନାହିଁ । ଅମୁକ ଏପରି, ଏହାଙ୍କ ଭିତରେ ଏହି ଦୁର୍ଗୁଣ
ଅଛି । ଏଭଳି କୌଣସି ଫାଲତୁ କଥା ଆଲୋଚନା କର ନାହିଁ । ଏହା ଯେପରି ନିଜର ସମୟ ନଷ୍ଟ କରିବା ଅଟେ ।
ତୁମର ସମୟ ବହୁତ ମୂଲ୍ୟବାନ । ପାଠପଢାରେ ହିଁ ନିଜର କଲ୍ୟାଣ ଅଛି, ଏହାଦ୍ୱାରା ହିଁ ପଦ ପାଇବ ।
ସଂସାରର ପାଠପଢାରେ ବହୁତ ପରିଶ୍ରମ କରିବାକୁ ପଡିଥାଏ । ପରୀକ୍ଷାରେ ପାସ୍ ହେବା ପାଇଁ ବିଦେଶ
ଯାଇଥା’ନ୍ତି । ତୁମକୁ ତ କୌଣସି କଷ୍ଟ ଦିଆଯାଉନାହିଁ । ବାବା ଆତ୍ମାମାନଙ୍କୁ କହୁଛନ୍ତି, ମୋତେ
ମନେ ପକାଅ । ଜଣେ-ଦୁଇଜଣଙ୍କୁ ସମ୍ମୁଖରେ ବସାଉଛ, ତଥାପି ମଧ୍ୟ ବାବାଙ୍କର ସ୍ମୃତିରେ ରୁହ ।
ବାବାଙ୍କ ସ୍ମୃତିରେ ବସି ବସି ତୁମେ କଣ୍ଟାରୁ ଫୁଲ ହେଉଛ । କେତେ ଭଲ ଉପାୟ, ତେବେ ବାବାଙ୍କର
ଶ୍ରୀମତକୁ ପାଳନ କରିବା ଆବଶ୍ୟକ ନା । ପ୍ରତ୍ୟେକଙ୍କର ରୋଗ ଅଲଗା-ଅଲଗା ହୋଇଥାଏ । ତେଣୁ
ପ୍ରତ୍ୟେକ ରୋଗ ପାଇଁ ସର୍ଜନ (ଡାକ୍ତର) ଅଛନ୍ତି । ବଡ-ବଡ ଲୋକଙ୍କର ବ୍ୟକ୍ତିଗତ ଡାକ୍ତର ଥାଆନ୍ତି
ନା । ତୁମର ଡାକ୍ତର କିଏ? ଭଗବାନ । ସେ ହେଉଛନ୍ତି ଅବିନାଶୀ ସର୍ଜନ । କହୁଛନ୍ତି ମୁଁ ତୁମକୁ
ଅଧାକଳ୍ପ ପାଇଁ ନିରୋଗୀ କରୁଛି । କେବଳ ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ ।
ତୁମେ ୨୧ ଜନ୍ମ ପାଇଁ ନିରୋଗୀ ହୋଇଯିବ । ଏକଥା ଗଣ୍ଠି ବାନ୍ଧି ଦେବା ଦରକାର । ବାବାଙ୍କ ସ୍ମୃତି
ଦ୍ୱାରା ହିଁ ତୁମେ ନିରୋଗୀ ହୋଇଯିବ । ପୁଣି ୨୧ ଜନ୍ମ ପାଇଁ କୌଣସି ବି ରୋଗ ହେବ ନାହିଁ । ଆତ୍ମା
ତ ଅବିନାଶୀ ଅଟେ, ଶରୀର ହିଁ ରୋଗୀ ହୋଇଥାଏ । କିନ୍ତୁ କଷ୍ଟ ଆତ୍ମା ତ ଭୋଗିଥାଏ ନା । ସେଠାରେ
ତୁମେ ଅଧାକଳ୍ପ ପାଇଁ କେବେ ହେଲେ ରୋଗୀ ହେବ ନାହିଁ । ସେଥିପାଇଁ କେବଳ ବାବାଙ୍କ ସ୍ମୃତିରେ
ତତ୍ପର ରୁହ । ସନ୍ତାନମାନଙ୍କୁ ସେବା ତ କରିବାକୁ ହିଁ ହେବ । ପ୍ରଦର୍ଶନୀରେ ସେବା କରି କରି
ସନ୍ତାନମାନଙ୍କର ଗଳା ଶୁଖିଯାଉଛି । କେତେକ ସନ୍ତାନ ପୁଣି ଭାବୁଛନ୍ତି, ଆମେ ସେବା କରି-କରି
ବାବାଙ୍କ ପାଖକୁ ଚାଲିଯିବୁ । ଏହା ମଧ୍ୟ ସେବା କରିବାର ବହୁତ ଭଲ ଉପାୟ ଅଟେ । ପ୍ରଦର୍ଶନୀରେ
ମଧ୍ୟ ସନ୍ତାନମାନଙ୍କୁ ବୁଝାଇବାକୁ ହେବ । ପ୍ରଦର୍ଶନୀରେ ପ୍ରଥମେ ଏହି ଲକ୍ଷ୍ମୀ-ନାରାୟଣଙ୍କର
ଚିତ୍ର ଦେଖାଇବା ଦରକାର । ଏହା ନମ୍ବରୱାନ୍ ଚିତ୍ର ଅଟେ । ଭାରତରେ ଆଜିଠାରୁ ୫ ହଜାର ବର୍ଷ
ପୂର୍ବରୁ ନିଶ୍ଚିତ ଭାବରେ ଏମାନଙ୍କର ରାଜ୍ୟ ଥିଲା । ଅମାପ ଧନ ସମ୍ପତ୍ତି ଥିଲା ।
ପବିତ୍ରତା-ସୁଖ-ଶାନ୍ତି ସବୁ କିଛି ଥିଲା । କିନ୍ତୁ ଭକ୍ତି ମାର୍ଗରେ ସତ୍ୟଯୁଗକୁ ଲକ୍ଷ ଲକ୍ଷ
ବର୍ଷ କହି ଦେଇଛନ୍ତି ତେଣୁ କୌଣସି କଥା କିପରି ମନେ ପଡିବ । ଲକ୍ଷ୍ମୀ-ନାରାୟଣଙ୍କର ଏହି ଚିତ୍ର
ଫାଷ୍ଟକ୍ଳାସ୍ ଅଟେ । ସତ୍ୟଯୁଗରେ ୧୨୫୦ ବର୍ଷ ଏହି ରାଜବଂଶ ରାଜ୍ୟ କରିଥିଲେ । ଆଗରୁ ତୁମେ ମଧ୍ୟ
ଏକଥା ଜାଣିନଥିଲ । ଏବେ ବାବା ତୁମମାନଙ୍କୁ ମନେ ପକାଇ ଦେଇଛନ୍ତି ଯେ ତୁମେମାନେ ହିଁ ସମ୍ପୂର୍ଣ୍ଣ
ବିଶ୍ୱ ଉପରେ ରାଜ୍ୟ କରିଥିଲ, ଏକଥା କ’ଣ ତୁମେ ଭୁଲିଯାଇଛ । ୮୪ ଜନ୍ମ ମଧ୍ୟ ତୁମେ ହିଁ ନେଇଛ ।
ତୁମେ ହିଁ ସୂର୍ଯ୍ୟବଂଶୀ ଥିଲ । ପୁର୍ନଜନ୍ମ ତ ନେଉଛ । ୮୪ ଜନ୍ମ ତୁମେ କିପରି ନେଉଛ ବୁଝିବା ପାଇଁ
ଏହା ବହୁତ ସାଧାରଣ କଥା । ତଳକୁ ଖସି ଆସିଛ, ଏବେ ପୁଣି ବାବା ଉନ୍ନତି ମାର୍ଗରେ ନେଇଯାଉଛନ୍ତି ।
ଗାଉଛନ୍ତି ମଧ୍ୟ “ଚଢତି କଳା ତେରେ ଭାନେ ସର୍ବକା ଭଲା” ଅର୍ଥାତ୍ ତୁମର ଉନ୍ନତିରେ ସମସ୍ତଙ୍କର
କଲ୍ୟାଣ । ଏକଥା କହି ଶଙ୍ଖ ଆଦି ବଜାଇଥା’ନ୍ତି । ଏବେ ତୁମେମାନେ ଜାଣିଛ ହାହାକାର ହେବ,
ପାକସ୍ତାନରେ ଦେଖ କ’ଣ ହୋଇଯାଇଥିଲା (ଭାରତ ପାକିସ୍ତାନ ପାର୍ଟିଶନ ସମୟର କଥା) - ସମସ୍ତଙ୍କର
ମୁଖରୁ ଏହା ବାହାରୁଥିଲା, ହେ ଭଗବାନ, ହାଏ ରାମ, ଏବେ କ’ଣ ହେବ । ବର୍ତ୍ତମାନର ଏହି ବିନାଶ ତ
ବହୁତ ବଡ ଅଟେ, ଶେଷରେ ପୁଣି ଜୟ ଜୟକାର ହେବ । ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି - ଏହି ବିଶାଳ
ଦୁନିଆର ଏବେ ବିନାଶ ହେବ । ବେହଦର ବାବା ବେହଦର ଜ୍ଞାନ ତୁମକୁ ଶୁଣାଉଛନ୍ତି । ସଂସାରର
ଇତିହାସ-ଭୂଗୋଳର କଥା ତ ଶୁଣି ଶୁଣି ଆସିଛ । ଏହା କାହାକୁ ମଧ୍ୟ ଜଣା ନ ଥିଲା ଯେ
ଲକ୍ଷ୍ମୀ-ନାରାୟଣ କିପରି ରାଜ୍ୟ କରିଥିଲେ । ଏମାନଙ୍କର ଇତିହାସ-ଭୂଗୋଳ କେହି ମଧ୍ୟ ଜାଣି
ନାହାଁନ୍ତି । ତୁମେ ଭଲ ଭାବରେ ଜାଣିଛ - ଆମେ ଏତେ ଜନ୍ମ ରାଜ୍ୟ କଲେ ପୁଣି ଦ୍ୱାପର ଯୁଗରୁ ଏହିସବୁ
ଧର୍ମ ହେବ ଏହାକୁ କୁହାଯାଏ ଆଧ୍ୟାତ୍ମିକ ଜ୍ଞାନ, ଯାହା ଆତ୍ମିକ ପିତା ସନ୍ତାନମାନଙ୍କୁ ଦେଉଛନ୍ତି
। ସେଠାରେ ତ ମନୁଷ୍ୟ, ମନୁଷ୍ୟଙ୍କୁ ପଢାଉଛନ୍ତି, ଏଠାରେ ଆତ୍ମାମାନଙ୍କୁ ପରମାତ୍ମା ନିଜ ଭଳି
କରାଉଛନ୍ତି । ଶିକ୍ଷକ ନିଶ୍ଚୟ ନିଜ ଭଳି କରାଇବେ ନା ।
ବାବା କହୁଛନ୍ତି - ମୁଁ
ତୁମକୁ ନିଜଠାରୁ ମଧ୍ୟ ଉଚ୍ଚ, ଦୁଇ ମୁକୁଟଧାରୀ କରାଉଛି । ଆଲୋକର ମୁକୁଟ ଅର୍ଥାତ୍ ପ୍ରଭାମଣ୍ଡଳ
ବାବାଙ୍କୁ ମନେ ପକାଇବା ଦ୍ୱାରା ମିଳିଥାଏ ଏବଂ ୮୪ର ଚକ୍ରକୁ ଜାଣିବା ଦ୍ୱାରା ତୁମେ ଚକ୍ରବର୍ତ୍ତୀ
ରାଜା ହେଉଛ ଅର୍ଥାତ୍ ରାଜମୁକୁଟ ମିଳୁଛି । ଏବେ ତୁମମାନଙ୍କୁ କର୍ମ-ଅକର୍ମ-ବିକର୍ମର ଗତି ମଧ୍ୟ
ବୁଝାଯାଇଛି । ସତ୍ୟଯୁଗରେ କର୍ମ ଅକର୍ମ ହୋଇଥାଏ । ରାବଣ ରାଜ୍ୟରେ ହିଁ କର୍ମ ବିକର୍ମ ହୁଏ । ସିଡି
ତଳକୁ ଖସି ଆସିଥାନ୍ତି । କଳା କମ୍ ହୋଇ-ହୋଇ ତଳକୁ ଖସିବାକୁ ହିଁ ହେବ । କେତେ ଛି-ଛି ନିକୃଷ୍ଟ
ହୋଇଯାଉଛନ୍ତି । ପୁଣି ବାବା ଆସି ଭକ୍ତମାନଙ୍କୁ ଫଳ ଦେଇଥା’ନ୍ତି । ଦୁନିଆରେ ଭକ୍ତ ତ ସମସ୍ତେ
ଅଟନ୍ତି । ସତ୍ୟଯୁଗରେ କେହି ଭକ୍ତ ହୁଅନ୍ତି ନାହିଁ । ଏହିଠାରେ ହିଁ ଭକ୍ତିମାର୍ଗ ରହିଛି ।
ସତ୍ୟଯୁଗରେ ତ ଜ୍ଞାନର ପ୍ରାରବ୍ଧ ଥାଏ । ଏବେ ତୁମେ ଜାଣୁଛ ଆମେ ବାବାଙ୍କଠାରୁ ବେହଦର ପ୍ରାରବ୍ଧ
ନେଉଛୁ । କାହାକୁ ମଧ୍ୟ ପ୍ରଥମେ ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ବିଷୟରେ ବୁଝାଅ । ଆଜିଠାରୁ ୫
ହଜାର ବର୍ଷ ପୂର୍ବେ, ଏମାନଙ୍କର ରାଜ୍ୟ ଥିଲା । ବିଶ୍ୱରେ ସୁଖ-ଶାନ୍ତି-ପବିତ୍ରତା ସବୁ ଥିଲା, ଆଉ
କୌଣସି ଧର୍ମ ନ ଥିଲା । ଏବେ ତ ଅନେକ ଧର୍ମ ରହିଛି, ସେହି ପ୍ରଥମ ଧର୍ମ ହିଁ ନାହିଁ, ତେଣୁ ଏହି
ଧର୍ମକୁ ନିଶ୍ଚୟ ପୁନଃ ଆସିବାକୁ ହେବ । ଏବେ ବାବା କେତେ ସ୍ନେହର ସହିତ ପଢାଉଛନ୍ତି । ଏଠାରେ
କୌଣସି ଲଢେଇର କଥା ନାହିଁ, ଭିକାରୀ ଭଳି ସିଧାସାଧା ଜୀବନ ଅଟେ, ଅନ୍ୟର ରାଜ୍ୟ ଅଟେ, ନିଜର ସବୁ
କିଛି ଗୁପ୍ତ ଅଟେ । ବାବା ମଧ୍ୟ ଗୁପ୍ତରେ ଆସିଛନ୍ତି । ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି । ଆତ୍ମା
ହିଁ ସବୁ କିଛି କରୁଛି । ଶରୀର ଦ୍ୱାରା ଅଭିନୟ କରୁଛି । ଆତ୍ମା ଏବେ ଦେହ-ଅଭିମାନୀ ହୋଇଯାଇଛି ।
ଏବେ ବାବା କହୁଛନ୍ତି ଦେହୀ-ଅଭିମାନୀ ହୁଅ । ବାବା ଅନ୍ୟ କୌଣସି କଷ୍ଟ ଦେଉ ନାହାଁନ୍ତି । ବାବା
ଯେବେ ଗୁପ୍ତ ରୂପରେ ଆସୁଛନ୍ତି, ତେବେ ତୁମମାନଙ୍କୁ ଗୁପ୍ତଦାନରେ ବିଶ୍ୱର ବାଦଶାହୀ ଦେଉଛନ୍ତି ।
ତୁମର ସବୁ କିଛି ଗୁପ୍ତ ଅଟେ, ସେଥିପାଇଁ ରୀତି ଅନୁସାରେ କନ୍ୟାକୁ ଯେବେ ଯୌତୁକ ଦେଇଥା’ନ୍ତି,
ଗୁପ୍ତରେ ଦେଇଥା’ନ୍ତି । ବାସ୍ତବରେ ଗାୟନ କରାଯାଏ - ଗୁପ୍ତ ଦାନ ମହାପୂଣ୍ୟ । ଦୁଇ-ଚାରି ଜଣଙ୍କୁ
ଜଣା ପଡିଗଲେ ମଧ୍ୟ ଦାନର ଶକ୍ତି କମିଯାଏ ।
ବାବା କହୁଛନ୍ତି
ସନ୍ତାନମାନେ ତୁମେ ପ୍ରଦର୍ଶନୀରେ ପ୍ରଥମେ ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ବିଷୟରେ ସମସ୍ତଙ୍କୁ
ବୁଝାଅ । ତୁମେ ଚାହୁଁଛ ନା - ବିଶ୍ୱରେ ଶାନ୍ତି ହେଉ, କିନ୍ତୁ ତାହା କେବେ ଥିଲା, ଏହା କାହାର
ବୁଦ୍ଧିରେ ନାହିଁ । ଏବେ ତୁମେ ଜାଣୁଛ - ସତ୍ୟଯୁଗରେ ପବିତ୍ରତା, ସୁଖ, ଶାନ୍ତି ସବୁ ଥିଲା । କେହି
ଶରୀର ତ୍ୟାଗ କଲେ କହିଥାଆନ୍ତି ଅମୁକ ସ୍ୱର୍ଗବାସୀ ହେଲା, କିନ୍ତୁ କିଛି ବୁଝୁ ନାହାଁନ୍ତି ।
ଯାହାକୁ ଯାହା ଆସୁଛି କହି ଦେଉଛନ୍ତି, ଅର୍ଥ କିଛି ନାହିଁ । ଏହା ହେଉଛି ଡ୍ରାମା । ମିଠା ମିଠା
ସନ୍ତାନମାନଙ୍କ ବୁଦ୍ଧିରେ ଜ୍ଞାନ ଅଛି ଯେ ଆମେ ୮୪ ଜନ୍ମର ଚକ୍ର ଲଗାଉଛୁ । ଏବେ ବାବା ଆସିଛନ୍ତି
- ପତିତ ଦୁନିଆରୁ ପାବନ ଦୁନିଆକୁ ନେଇଯିବା ପାଇଁ । ବାବାଙ୍କର ସ୍ମୃତିରେ ରହି ଟ୍ରାନ୍ଫର (ପରିବର୍ତ୍ତନ)
ହୋଇଚାଲିଛନ୍ତି । ଆମେ କଣ୍ଟାରୁ ଫୁଲ ହେଉଛୁ, ପୁଣି ଆମେ ଚକ୍ରବର୍ତ୍ତୀ ରାଜା ହେବୁ । ରାଜ୍ୟପଦର
ଦାତା ବାବା ଅଟନ୍ତି, ସେହି ପରମାତ୍ମା ତ ସର୍ବଦା ପବିତ୍ର ଅଟନ୍ତି । ସେ ହିଁ ଆସୁଛନ୍ତି ପବିତ୍ର
କରିବା ପାଇଁ । ସତ୍ୟଯୁଗରେ ତୁମେ ବହୁତ ସୁନ୍ଦର ହୋଇଯିବ । ସେଠାରେ ସ୍ୱାଭାବିକ ସୁନ୍ଦରତା ରହିବ
। ଆଜିକାଲି ତ କୃତିମ ସାଜସଜା କରୁଛନ୍ତି । କ’ଣ କ’ଣ ଫେସନ୍ ବାହାରିଛି । କି କି ପ୍ରକାର ଡ୍ରେସ୍
ପିନ୍ଧୁଛନ୍ତି । ଆଗେ ମହିଳାମାନେ କାହାର ନଜର ନ ପଡିବା ପାଇଁ ପ୍ରାୟ ପର୍ଦା ଭିତରେ ହିଁ ରହୁଥିଲେ
। ଏବେ ତ ଆହୁରି ଖୋଲା କରି ସ୍ୱଚ୍ଛନ୍ଦ ହୋଇ ବସ୍ତ୍ର ପିନ୍ଧୁଛନ୍ତି, ସେଥିପାଇଁ ସବୁଆଡେ କୁକର୍ମ
ବଢିଗଲାଣି । ବାବା କହୁଛନ୍ତି - ହିଅର ନୋ ଇବିଲ୍ ଅର୍ଥାତ୍ ଖରାପ କଥା ଶୁଣନାହିଁ ।
ରାଜାଙ୍କ ପାଖରେ କ୍ଷମତା
ଥାଏ । ଈଶ୍ୱର ଅର୍ଥେ ଦାନ କରିଥାନ୍ତି, ତେଣୁ ସେଥିରେ ଶକ୍ତି ରହିଥାଏ । ଏଠାରେ ତ କାହା ପାଖରେ
ଶକ୍ତି ନାହିଁ, ଯାହାକୁ ଯାହା ଆସିଲା, କରିଚାଲିଛନ୍ତି । ମନୁଷ୍ୟ ବହୁତ ଖରାପ ହୋଇଯାଇଛନ୍ତି ।
ତୁମେ ବହୁତ ଭାଗ୍ୟଶାଳୀ ଅଟ କାରଣ ନାଉରିଆ ତୁମର ହାତ ଧରିଛନ୍ତି । ତୁମେ ହିଁ କଳ୍ପ କଳ୍ପ
ନିମିତ୍ତ ହେଉଛ । ତୁମେ ଜାଣିଛ, ପ୍ରଥମେ ମୁଖ୍ୟ ହେଉଛି ଦେହ-ଅଭିମାନ, ତାପରେ ହିଁ ସବୁ ଭୂତ
ଆସିଥାନ୍ତି । ପରିଶ୍ରମ କରିବାକୁ ହେବ - ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ, ଏହା କୌଣସି
କଡା ଔଷଧ ନୁହେଁ । କେବଳ କହୁଛନ୍ତି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ବାବାଙ୍କ
ସ୍ମୃତିରେ ଯେତେ ଦୂର ଚାଲି ଚାଲି ଗଲେ ମଧ୍ୟ କେବେ ଗୋଡ ଥକିବ ନାହିଁ । ବରଂ ହାଲ୍କା ହୋଇଯିବ ।
ବହୁତ ସହଯୋଗ ମିଳିବ । ତୁମେ ମାଷ୍ଟର ସର୍ବଶକ୍ତିମାନ ହୋଇଯାଉଛ । ତୁମେ ଜାଣିଛ ଆମେ ବିଶ୍ୱର
ମାଲିକ ହେଉଛୁ, ବାବାଙ୍କ ପାଖକୁ ଆସିଛୁ, ଆଉ କୌଣସି କଷ୍ଟ ଦେଉ ନାହାଁନ୍ତି । କେବଳ
ସନ୍ତାନମାନଙ୍କୁ କହୁଛନ୍ତି ଖରାପ କଥା ଶୁଣ ନାହିଁ । ଯେଉଁମାନେ ସେବାଯୋଗ୍ୟ ସନ୍ତାନ ତାଙ୍କ ମୁଖରୁ
ସର୍ବଦା ଜ୍ଞାନରତ୍ନ ବାହାରିବ । ଜ୍ଞାନର କଥା ବ୍ୟତୀତ ଆଉ କୌଣସି କଥା ମୁଖରୁ ବାହାରିବ ନାହିଁ ।
ତୁମକୁ ବାହ୍ୟ ପରଚର୍ଚ୍ଚାର କଥା କେବେ ଶୁଣିବାର ନାହିଁ । ସେବାଧାରୀଙ୍କ ମୁଖରୁ ସର୍ବଦା ରତ୍ନ
ହିଁ ବାହାରିଥାଏ । ଜ୍ଞାନର କଥା ବ୍ୟତୀତ ବାକି ସବୁ ହେଉଛି ପଥର ମାରିବା ସହ ସମାନ । ପଥର ମାରୁ
ନାହାଁନ୍ତି ତ ନିଶ୍ଚୟ ଜ୍ଞାନ ରତ୍ନ ଦେଉଛନ୍ତି । ହୁଏତ ପଥର ମାରିବେ କିମ୍ବା ଅବିନାଶୀ
ଜ୍ଞାନରତ୍ନ ଦାନ କରିବେ । ଜ୍ଞାନ ରତ୍ନର ମୂଲ୍ୟ, ଅତୁଳନୀୟ । ବାବା ଆସି ତୁମକୁ ଜ୍ଞାନରତ୍ନ
ଦେଉଛନ୍ତି ।
ସନ୍ତାନମାନେ ଜାଣିଛନ୍ତି
ବାବା ବହୁତ-ବହୁତ ମିଠା ଅଟନ୍ତି, ଅଧାକଳ୍ପ ଗାୟନ କରିଆସିଥିଲେ, ତୁମ ମାତ-ପିତା... କିନ୍ତୁ ଅର୍ଥ
କିଛି ବି ବୁଝୁ ନ ଥିଲେ । ଶୁଆ ଭଳି କେବଳ ଗାଉଥିଲେ । ତୁମେମାନେ କେତେ ଖୁସି ହେବା ଦରକାର । ବାବା
ଆମକୁ ବେହଦର ସମ୍ପତ୍ତି ଦେଇ ବିଶ୍ୱର ବାଦଶାହୀ ଦେଉଛନ୍ତି । ୫ ହଜାର ବର୍ଷ ପୂର୍ବରୁ ଆମେ ବିଶ୍ୱର
ମାଲିକ ଥିଲେ । ଏବେ ନାହୁଁ, ପୁଣି ହେବୁ । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ସମ୍ପତ୍ତି ଦେଉଛନ୍ତି
। ବ୍ରାହ୍ମଣ କୁଳ ଦରକାର ନା । ଭାଗୀରଥ କହିବା ଦ୍ୱାରା ମଧ୍ୟ ବୁଝିପାରିବେ ନାହିଁ, ସେଥିପାଇଁ
ବ୍ରହ୍ମା ଏବଂ ତାଙ୍କର ବ୍ରାହ୍ମଣ କୁଳ ରହିଛି । ବ୍ରହ୍ମାଙ୍କ ଶରୀରରେ ବାବା ପ୍ରବେଶ କରିଥା’ନ୍ତି,
ସେଥିପାଇଁ ତାଙ୍କୁ ଭାଗୀରଥ କୁହାଯାଉଛି । ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ଅଟନ୍ତି । ବ୍ରାହ୍ମଣ
ହେଉଛନ୍ତି ଚୁଟି ଅର୍ଥାତ୍ ସର୍ବୋଚ୍ଚ । ବିରାଟ ରୂପ ମଧ୍ୟ ଏହିପରି ଅଟେ । ଉପରେ ବାବା ତାପରେ
ସଂଗମଯୁଗୀ ବ୍ରାହ୍ମଣ ଯେଉଁମାନେ କି ଈଶ୍ୱରଙ୍କ ସନ୍ତାନ ହେଉଛନ୍ତି । ତୁମେ ଜାଣିଛ ଏବେ ଆମେ
ଈଶ୍ୱରୀୟ ସନ୍ତାନ ଅଟୁ । ପୁଣି ଦୈବୀ ସନ୍ତାନ ହେବୁ, ତେବେ ଡିଗ୍ରୀ କମିଯିବ । ଏହି
ଲକ୍ଷ୍ମୀ-ନାରାୟଣ ମଧ୍ୟ କମ୍ ଡିଗ୍ରୀ ସମ୍ପନ୍ନ ଅଟନ୍ତି କାହିଁକି ନା ଏମାନଙ୍କ ଭିତରେ ଜ୍ଞାନ ନାହିଁ
। ବ୍ରାହ୍ମଣମାନଙ୍କ ଠାରେ ଜ୍ଞାନ ଅଛି । କିନ୍ତୁ ଲକ୍ଷ୍ମୀ-ନାରାୟଣଙ୍କୁ ଅଜ୍ଞାନୀ କୁହାଯିବ ନାହିଁ
। କାରଣ ଏମାନେ ଜ୍ଞାନ ଦ୍ୱାରା ଏହି ପଦ ପାଇଛନ୍ତି । ତୁମେ ବ୍ରାହ୍ମଣ କେତେ ଉଚ୍ଚ ଅଟ ପୁଣି ଦେବତା
ହେବା ପରେ ତ କିଛି ବି ଜ୍ଞାନ ରହୁନାହିଁ । ଏମାନଙ୍କ ମଧ୍ୟରେ ଜ୍ଞାନ ଥିଲେ ଦୈବୀ ବଂଶରେ
ପରମ୍ପରାରୁ ଚାଲି ଆସିଥାନ୍ତା । ମିଠା ମିଠା ସିକିଲଧା (ହଜିଯାଇ ମିଳିଥିବା) ସନ୍ତାନମାନଙ୍କୁ ବାବା
ସମସ୍ତ ରହସ୍ୟ, ସମସ୍ତ ଉପାୟ ବତାଉଛନ୍ତି । ଟ୍ରେନ୍ରେ ବସି ମଧ୍ୟ ତୁମେ ସେବା କରିପାରିବ ।
ଗୋଟିଏ ଚିତ୍ର ବିଷୟରେ ବି ପରସ୍ପର ଭିତରେ ବସି କଥା ହେଲେ ବହୁତ ଆସି ଏକାଠି ହୋଇଯିବେ । ଯେଉଁମାନେ
ଏହି କୁଳର ହୋଇଥିବେ ସେମାନେ ଭଲ ଭାବରେ ଧାରଣା କରି ପ୍ରଜା ହୋଇଯିବେ । ସେବା ପାଇଁ ତ ବହୁତ ଭଲ
ଭଲ ଚିତ୍ର ରହିଛି । ଆମେ ଭାରତବାସୀ ପ୍ରଥମେ ଦେବୀ-ଦେବତା ଥିଲେ, ଏବେ ତ କିଛି ନାହିଁ । ପୁଣି
ଇତିହାସର ପୁନରାବୃତ୍ତି ହେଉଛି । ମଝିରେ ଏହା ହେଉଛି ସଂଗମଯୁଗ, ଯେଉଁ ସମୟରେ ତୁମେମାନେ
ପୁରୁଷୋତ୍ତମ ହେଉଛ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଜ୍ଞାନର କଥା
ବ୍ୟତୀତ ଆଉ କୌଣସି କଥା ମୁଖରେ ଧରିବାର ନାହିଁ । ପରଚର୍ଚ୍ଚାର କଥା କେବେ ବି ଶୁଣିବାର ନାହିଁ ।
ମୁଖରୁ ସର୍ବଦା ରତ୍ନ ବାହାରୁଥାଉ, ପଥର ନୁହେଁ ।
(୨) ସେବା କରିବା ସହିତ
ଯୋଗର ଯାତ୍ରାରେ ରହି ନିଜକୁ ନିରୋଗୀ କରିବାକୁ ହେବ । ୨୧ ଜନ୍ମ ନିରୋଗୀ କରିବା ପାଇଁ ସ୍ୱୟଂ
ଭଗବାନ ଅବିନାଶୀ ସର୍ଜନ ରୂପରେ ଆମକୁ ମିଳିଛନ୍ତି..... ଏହି ନଶାରେ ବା ଖୁସିରେ ରହିବାକୁ ହେବ ।
ବରଦାନ:-
ପ୍ରତ୍ୟେକ
କର୍ମରେ ପିତାଙ୍କୁ ଅନୁକରଣ କରି ସ୍ନେହର ପ୍ରତିଦାନ ଦେଉଥିବା ତୀବ୍ର ପୁରୁଷାର୍ଥୀ ଭବ ।
ଯାହା ପ୍ରତି ସ୍ନେହ ଥାଏ
ତାଙ୍କୁ ଅନୁକରଣ କରିବା ଆପେ ଆପେ ହୋଇଯାଏ । ତେଣୁ ସର୍ବଦା ମନେ ରହୁ ଯେ ମୁଁ ଯେଉଁ କର୍ମ କରୁଛି
ଏହା ବ୍ରହ୍ମାବାବାଙ୍କର କର୍ମ ଭଳି ଅଟେ ତ? ଯଦି ନୁହେଁ ତେବେ ବନ୍ଧ କରିଦିଅ । ନିଜର ପିତାଙ୍କୁ
କପି କରି ତାଙ୍କ ସମାନ ହୋଇଯାଅ । କପି କରିବା ପାଇଁ ଯେପରି କାର୍ବୋନ୍ ପେପର ଅର୍ଥାତ୍ କଳା କାଗଜ
ବ୍ୟବହାର କରିଥାଆନ୍ତି ସେହିପରି ତୁମେମାନେ ମଧ୍ୟ ଧ୍ୟାନ ଦେବାର କଳାକାଗଜ ପକାଅ, ତେବେ କପି
ହୋଇଯିବ କାହିଁକି ନା ଏବେ ହିଁ ତୀବ୍ର ପୁରୁଷାର୍ଥୀ ହୋଇ ନିଜକୁ ସର୍ବଶକ୍ତିରେ ସମ୍ପନ୍ନ କରିବାର
ସମୟ ଅଟେ । ଯଦି ନିଜେ ନିଜକୁ ସମ୍ପନ୍ନ କରି ନ ପାରୁଛ ତେବେ ସହଯୋଗ ନିଅ, ନଚେତ୍ ଆଉ କିଛି ସମୟ
ପରେ ଅତି ବିଳମ୍ବ ହୋଇଯିବ ।
ସ୍ଲୋଗାନ:-
ସନ୍ତୁଷ୍ଟତାର
ଫଳ ପ୍ରସନ୍ନତା ଅଟେ, ପ୍ରସନ୍ନଚିତ୍ତ ହେବା ଦ୍ୱାରା ପ୍ରଶ୍ନ ସମାପ୍ତ ହୋଇଯାଏ ।
ଅବ୍ୟକ୍ତ ଇଶାରା:-
ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।
କୌଣସି ଦୁର୍ବଳ ଆତ୍ମାର
ଦୁର୍ବଳତାକୁ ଦେଖ ନାହିଁ । ଏହି କଥା ସ୍ମୃତିରେ ରହୁ ଯେ ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଆତ୍ମା
ଅଛନ୍ତି, ତେଣୁ ସମସ୍ତଙ୍କ ପ୍ରତି ଆତ୍ମିକ ଦୃଷ୍ଟି ରହୁ । ଆତ୍ମା ରୂପରେ ସେମାନଙ୍କୁ ସ୍ମୃତିରେ
ଆଣିଲେ ଶକ୍ତି ଦେଇପାରିବ । ଆତ୍ମା କଥା କହୁଛି । ଆତ୍ମାର ସଂସ୍କାର ଏହିଭଳି, ଏହି ପାଠକୁ ପକ୍କା
କରିଦିଅ ତାହାହେଲେ ସ୍ୱତଃ ହିଁ ସମସ୍ତଙ୍କ ପ୍ରତି ଶୁଭଭାବନା ରହିବ ।