27.06.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯୋଗବଳ
ଦ୍ୱାରା ଆତ୍ମାରୁ ବିକାର ରୂପୀ ଆବର୍ଜନାକୁ ବାହାର କରିଚାଲ, ଆତ୍ମା ଯେତେବେଳେ ବିଲ୍କୁଲ୍
ପବିତ୍ର ହୋଇଯିବ ସେତେବେଳେ ଯାଇ ଘରକୁ ଫେରି ଯାଇପାରିବ” ।
ପ୍ରଶ୍ନ:-
ଏହି ଅନ୍ତିମ
ଜନ୍ମରେ ବାବାଙ୍କର କେଉଁ ନିର୍ଦ୍ଦେଶକୁ ପାଳନ କରିବାରେ ହିଁ ପିଲାମାନଙ୍କର କଲ୍ୟାଣ ରହିଛି?
ଉତ୍ତର:-
ବାବା କହୁଛନ୍ତି ପ୍ରିୟ ସନ୍ତାନମାନେ - ଏହି ଅନ୍ତିମ ଜନ୍ମରେ ମୋ ଠାରୁ ପୂରା ସମ୍ପତ୍ତି ନେଇଯାଅ
। ବୁଦ୍ଧିକୁ ଏଣେତେଣେ ଭ୍ରମିତ କର ନାହିଁ, ବିଷ ଅର୍ଥାତ୍ ବିକାରକୁ ଛାଡି ଅମୃତ ପାନ କର । ଏହି
ଅନ୍ତିମ ଜନ୍ମରେ ହିଁ ତୁମକୁ ୬୩ ଜନ୍ମର ଅଭ୍ୟାସକୁ ସମାପ୍ତ କରିବାକୁ ହେବ । ସେଥିପାଇଁ ଦିନରାତି
ପରିଶ୍ରମ କରି ଦେହୀ-ଅଭିମାନୀ ହୁଅ ।
ଓମ୍ ଶାନ୍ତି ।
ଶାନ୍ତିଧାମ ବିଶ୍ରାମପୁରୀ ଅଟେ । ଏହି ଦୁନିଆରେ ସମସ୍ତେ ଥକିଯାଇଛନ୍ତି । ଚାହୁଁଛନ୍ତି ଯେ ଆମେ
ନିଜର ସୁଖଧାମକୁ ଯିବୁ । ଏହି ଦୁନିଆ ଭଲ ଲାଗୁନାହିଁ । ସ୍ୱର୍ଗକୁ ଦେଖିଲେ ନର୍କରେ ମନ କିପରି
ଲାଗିବ । କହୁଛନ୍ତି ବାବା ଶୀଘ୍ର ଶୀଘ୍ର ଏହି ଦୁଃଖଧାମରୁ ନେଇଚାଲ । ବାବା ମଧ୍ୟ ବୁଝାଉଛନ୍ତି -
ଏହା ତ ଛି ଛି ଦୁନିଆ ଅଟେ, ଏହାର ନାମ ହିଁ ଆସୁରୀ ଦୁନିଆ ନର୍କ । ଏହା କ’ଣ ଭଲ ଅକ୍ଷର କି?
କେଉଁଠି ଦୈବୀ ଦୁନିଆ, କେଉଁଠି ଆସୁରୀ ଦୁନିଆ, ଏହି ଆସୁରୀ ଦୁନିଆରେ ସମସ୍ତେ ବିରକ୍ତ ହୋଇଗଲେଣି,
କିନ୍ତୁ କେହି ହେଲେ ଫେରି ଯାଇପାରିବେ ନାହିଁ । ତମୋପ୍ରଧାନତାର ଅପମିଶ୍ରଣ ହୋଇଯାଇଛି । ସେହି
ଖାଦ କିପରି ଆତ୍ମାରୁ ବାହାରିବ, ସେଥିପାଇଁ ପୁରୁଷାର୍ଥ କରୁଛନ୍ତି । ଯେଉଁମାନେ ଭଲ ପୁରୁଷାର୍ଥୀ
ଅଟନ୍ତି ସେମାନଙ୍କ ଅବସ୍ଥା ଶେଷ ବେଳକୁ ଭଲ ହୋଇଯିବ । ଏହି ପୁରୁଣା ଦୁନିଆ ସମାପ୍ତ ହୋଇଯିବ, ଏବେ
ତ ଆଉ ଅଳ୍ପ ଦିନ ବାକି ଅଛି । ଯେ ପର୍ଯ୍ୟନ୍ତ ବାବା ଆସି ଫେରାଇ ନେଇଯାଇ ନାହାଁନ୍ତି ସେ
ପର୍ଯ୍ୟନ୍ତ କେହି ଶାନ୍ତିଧାମ ଘରକୁ ଫେରିଯାଇ ପାରିବେ ନାହିଁ । ଦୁନିଆରେ ଦୁଃଖ ରହିଛି ନା ।
ଲୌକିକ ଘରେ ମଧ୍ୟ କିଛି ନା କିଛି ଦୁଃଖ ଥାଏ । ତୁମ ପିଲାମାନଙ୍କର ମନ ଭିତରେ ଅଛି ଯେ ବାବା ଏବେ
ଆମକୁ ଦୁଃଖରୁ ମୁକ୍ତ କରିବା ପାଇଁ ଆସିଛନ୍ତି । ଯେଉଁ ସନ୍ତାନମାନଙ୍କର ଭଲ ନିଶ୍ଚୟ ବୁଦ୍ଧି ରହିଛି,
ସେମାନେ କେବେ ବି ବାବାଙ୍କର ସ୍ମୃତିକୁ ଭୁଲନ୍ତି ନାହିଁ । ବାବାଙ୍କୁ ହିଁ କୁହାଯାଏ ସମସ୍ତଙ୍କର
ଦୁଃଖହର୍ତ୍ତା । ତାଙ୍କୁ ପିଲାମାନେ ହିଁ ଚିହ୍ନିଛନ୍ତି । ଯଦି ସମସ୍ତେ ଚିହ୍ନି ଯିବେ ତେବେ ଏତେ
ମନୁଷ୍ୟ କେଉଁଠି ଆସି ବସିବେ, ଏହା ତ ହୋଇପାରିବ ନାହିଁ, ସେଥିପାଇଁ ମଧ୍ୟ ଡ୍ରାମାରେ ସେହିଭଳି
ନିୟମ ରହିଛି । ଯେଉଁମାନେ ଶ୍ରୀମତରେ ଚାଲୁଛନ୍ତି ସେହିମାନେ ହିଁ ଉଚ୍ଚପଦ ପାଇପାରିବେ, ତାହା ତ
ଠିକ୍ କଥା । ଦଣ୍ଡ ଭୋଗ କରି ମଧ୍ୟ ଶାନ୍ତିଧାମ ଅଥବା ପବିତ୍ର ଦୁନିଆକୁ ଯିବେ । କିନ୍ତୁ ଉଚ୍ଚ ପଦ
ପାଇବା ପାଇଁ ତ ପୁରୁଷାର୍ଥ କରିବାକୁ ପଡିବ ନା । ଦ୍ୱିତୀୟରେ ପବିତ୍ର ହେବା ବ୍ୟତୀତ ପବିତ୍ର
ଦୁନିଆକୁ କେହି ଯାଇପାରିବେ ନାହିଁ । ଏମାନେ ଯାହା କହୁଛନ୍ତି ଯେ ଅମୁକଙ୍କର ଜ୍ୟୋତି ଜ୍ୟୋତିରେ
ମିଶିଗଲା, ଘରକୁ ଚାଲିଗଲା - ଏହା ତ ହୋଇପାରିବ ନାହିଁ । ଯେଉଁମାନେ ପ୍ରଥମେ ସୃଷ୍ଟିକୁ ଆସିଛନ୍ତି,
ଲକ୍ଷ୍ମୀ-ନାରାୟଣ ଆଦି, ସେମାନେ ମଧ୍ୟ ଫେରି ଯାଇପାରିବେ ନାହିଁ, ତେବେ ଅନ୍ୟ କେହି କିପରି ଫେରି
ଯାଇପାରିବେ । ଏମାନଙ୍କର ମଧ୍ୟ ଏବେ ୮୪ ଜନ୍ମ ଶେଷ ହେବାକୁ ଯାଉଛି । ଏବେ ଫେରିବା ପାଇଁ ତପସ୍ୟା
କରୁଛନ୍ତି । ସମସ୍ତେ ଏକମାତ୍ର ବାବାଙ୍କୁ ହିଁ ଡାକୁଛନ୍ତି । ‘ଓ ଗଡ୍ ଫାଦର’ - ‘ହେ ମୁକ୍ତିଦାତା’,
ସେହି ଈଶ୍ୱର ପିତା ଦୁଃଖହର୍ତ୍ତା-ସୁଖକର୍ତ୍ତା ଅଟନ୍ତି । ଶ୍ରୀକୃଷ୍ଣ ଆଦି ଆଉ କାହାକୁ ଡାକି
ନାହାଁନ୍ତି । ଖ୍ରୀଷ୍ଟିୟାନ ହୁଅନ୍ତୁ ବା ମୁସଲମାନ ହୁଅନ୍ତୁ ସମସ୍ତେ ହେ ଈଶ୍ୱର ପିତା କହି
ଡାକୁଛନ୍ତି । ଆତ୍ମା ଡାକୁଛି ନିଜର ପିତାଙ୍କୁ । ପିତା ସେତେବେଳେ କହିଥା’ନ୍ତି ଯେତେବେଳେ
ଭାବିଥାନ୍ତି, ମୁଁ ଆତ୍ମା ଅଟେ । ଆତ୍ମା ମଧ୍ୟ କିଛି ଜିନିଷ ତ ରହିଛି ନା । ଆତ୍ମା କୌଣସି ବଡ
ଜିନିଷ ନୁହେଁ । ସିଏ ତ ତାରା ସଦୃଶ ଏବଂ ଅତି ସୂକ୍ଷ୍ମ ଅଟେ । ବାବା ଯେପରି ଅଟନ୍ତି ଆତ୍ମାର
ସ୍ୱରୂପ ମଧ୍ୟ ସେହିପରି ଅଟେ । ଏବେ ତୁମେ ବାବାଙ୍କର ମହିମା କରୁଛ - ସିଏ ସତ୍ୟ-ଚୈତନ୍ୟ ଅଟନ୍ତି,
ଜ୍ଞାନର ସାଗର, ଆନନ୍ଦର ସାଗର ଅଟନ୍ତି । ତୁମର ଆତ୍ମା ମଧ୍ୟ ତାଙ୍କ ସମାନ ହେଉଛି । ତୁମ ବୁଦ୍ଧିରେ
ଏବେ ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଆସିଯାଇଛି, ଅନ୍ୟ କୌଣସି ମନୁଷ୍ୟଙ୍କ ପାଖରେ ଏହି
ଜ୍ଞାନ ନାହିଁ । ସାରା ଭାରତ, ସାରା ବିଦେଶ ଖୋଜି ନିଅ, କାହାକୁ ବି ଜଣା ନାହିଁ । ଆତ୍ମା ୮୪
ଜନ୍ମର ଅଭିନୟ କରୁଛି । ୮୪ ଲକ୍ଷ ଜନ୍ମ ତ ଅସମ୍ଭବ । ୮୪ ଲକ୍ଷ ଜନ୍ମର ତ କେହି ବର୍ଣ୍ଣନା ହିଁ
କରିପାରିବେ ନାହିଁ । ବାବା କହୁଛନ୍ତି ତୁମେ ନିଜର ଜନ୍ମକୁ ଜାଣିନାହଁ, ମୁଁ ଶୁଣାଉଛି । ସେମାନେ
ସବୁ କିଛି ଶୁଣୁଥିଲେ ମଧ୍ୟ ପଥରବୁଦ୍ଧି ହେବା କାରଣରୁ କିଛି ବୁଝି ପାରୁ ନାହାଁନ୍ତି ଯେ ୮୪ ଲକ୍ଷ
ଜନ୍ମ ହୋଇଥିଲେ କିଏ କିପରି ଶୁଣାଇ ପାରିଥା’ନ୍ତା ।
ଏବେ ତୁମେ ଜାଣିଛ ଯେ ଆମେ ବ୍ରାହ୍ମଣ ଅଟୁ, ଆମେ ୮୪ ଜନ୍ମ ନେଇ ସାରିଛୁ । ଏହି ବ୍ରହ୍ମା ମଧ୍ୟ ୮୪
ଜନ୍ମ ନେଇଛନ୍ତି, ବିଷ୍ଣୁ ମଧ୍ୟ ୮୪ ଜନ୍ମ ନେଇଛନ୍ତି । ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା
। ଲକ୍ଷ୍ମୀ-ନାରାୟଣ ହିଁ ୮୪ ଜନ୍ମ ନେଇ ବ୍ରହ୍ମା ସରସ୍ୱତୀ ହୋଇଥାନ୍ତି । ଏହା ମଧ୍ୟ ବୁଝିବାର କଥା
ନା । ବାବା କହୁଛନ୍ତି ପ୍ରତି ୫ ହଜାର ବର୍ଷ ପରେ ମୁଁ ଆସି ବୁଝାଉଛି । ଏହା ୫ ହଜାର ବର୍ଷର ଚକ୍ର
ଅଟେ । ଏବେ ତୁମେମାନେ ବର୍ଣ୍ଣର ରହସ୍ୟ ମଧ୍ୟ ବୁଝିଯାଇଛ । ହମ ସୋ ର ଅର୍ଥ ମଧ୍ୟ ବୁଝି ସାରିଛ -
ମୁଁ ଆତ୍ମା ପୁଣି ଦେବତା ହେଉଛି, ପୁଣି ଆମେ ହିଁ କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ହେଉଛୁ । ଏତେ ଏତେ
ଜନ୍ମ ନେଉଛୁ ପୁଣି ଆମେ ହିଁ ବ୍ରାହ୍ମଣ ହେଉଛୁ । ବ୍ରାହ୍ମଣମାନଙ୍କର ଏହା ଗୋଟିଏ ଜନ୍ମ ଅଟେ । ଏହି
ଜନ୍ମ ହିଁ ତୁମର ହୀରା ତୁଲ୍ୟ ଜନ୍ମ ଅଟେ ।
ବାବା କହୁଛନ୍ତି - ଏହା ତୁମର ଉତ୍ତମ ଶରୀର ଅଟେ, ଏହାଦ୍ୱାରା ତୁମେ ସ୍ୱର୍ଗର ସମ୍ପତ୍ତି ପ୍ରାପ୍ତ
କରିପାରିବ ସେଥିପାଇଁ ଏବେ ଅନ୍ୟ କୌଣସି ଆଡକୁ ଭ୍ରମିତ ହୁଅ ନାହିଁ । ଜ୍ଞାନ ଅମୃତ ପାନ କର । ତୁମେ
ମଧ୍ୟ ବୁଝିପାରୁଛ ଯେ ଆମେ ନିଶ୍ଚିତ ଭାବରେ ୮୪ ଜନ୍ମ ନେଉଛୁ । ତୁମେମାନେ ପ୍ରଥମେ ସତ୍ୟଯୁଗରେ
ସତ୍ତ୍ୱପ୍ରଧାନ ଥିଲ । ପୁଣି ସତ୍ତ୍ୱଗୁଣୀ ହେଲ, ତା’ପରେ ରୂପାର ମିଶ୍ରଣ ମିଶିଲା, ଏକଦମ ପୂରା
ହିସାବ ବାହାର କରାଯାଉଛି । ଏବେ ସରକାର ମଧ୍ୟ କହୁଛି ସୁନାରେ ଖାଦ ମିଶାଅ । ୧୪ କ୍ୟାରେଟ୍ ସୁନା
ପିନ୍ଧ । ସୁନାରେ ଖାଦ ମିଶାଇବା - ଏହାକୁ ଭାରତବାସୀ ମାନେ ଅଶୁଭ ଭାବିଥାନ୍ତି । ବାହାଘର ସମୟରେ
ଏକଦମ ଖାଣ୍ଟି ସୁନାର ଗହଣା ପିନ୍ଧାଇଥାନ୍ତି । ସୁନା ପ୍ରତି ମଧ୍ୟ ଭାରତବାସୀଙ୍କର ବହୁତ ଆକର୍ଷଣ
ରହିଛି । କାହିଁକି? ଭାରତର କଥା ନ କହିବା ଭଲ । ସତ୍ୟଯୁଗରେ ତ ସୁନାର ମହଲ ଥିଲା, ସୁନାର ଇଟା
ଥିଲା । ଯେପରି ଏଠାରେ ଇଟାଗୁଡିକ ଗଦା ହୋଇରହିଥାଏ, ସେହିପରି ସେଠାରେ ସୁନା ରୂପା ଗଦା ହୋଇ
ରହିଥାଏ । ଯେପରି କୁହୁକ ଖେଳ ଦେଖାଇ ଥାନ୍ତି ନା । ସେଥିରେ ସୁନାର ଇଟାକୁ ଦେଖି ଭାବନ୍ତି
ନେଇଯିବି କିନ୍ତୁ ତଳକୁ ଖସିବା ପରେ ବା କୁହୁକ ସମାପ୍ତ ହେଲାପରେ ଦେଖିଥା’ନ୍ତି କିଛି ହେଲେ ନାହିଁ
। ସେ ସବୁ କଥା ଏହା ସହିତ କିଛି ନା କିଛି ମିଶିଯାଉଛି । କନ୍ୟାମାନେ ଜାଣୁଛନ୍ତି ଏବେ ଆମେ
ପୁନର୍ବାର ସ୍ୱର୍ଗକୁ ଯାଉଛୁ । ପୁଣି ଯଦି ପତି ବା ଆଉ କେହି ହଇରାଣ କରିଥା’ନ୍ତି, ତେବେ ବିଚାରୀ
ଭିତରେ ଭିତରେ କାନ୍ଦିଥା’ନ୍ତି । ବାବା ଆଉ ଡେରି କର ନାହିଁ, କେବେ ଆମେ ସୁଖଧାମକୁ ଯିବୁ? ବାବା
କହୁଛନ୍ତି ପିଲାମାନେ ଶୀଘ୍ର କିପରି କରିବି, ପ୍ରଥମେ ତୁମେ ଯୋଗବଳ ଦ୍ୱାରା ନିଜ ଭିତରେ ଥିବା
ବିକାର ରୂପି ମଇଳା-ଆବର୍ଜନା ତ ବାହାର କର । ଯୋଗର ଯାତ୍ରାରେ ରୁହ । ବାବା ସାନ୍ତ୍ୱନା ଦେଉଛନ୍ତି
। ଡାକୁଛ ମଧ୍ୟ ହେ ପତିତ-ପାବନ ଆସ । ଗାୟନ ମଧ୍ୟ କରୁଛନ୍ତି - ସମସ୍ତଙ୍କର ସଦ୍ଗତି ଦାତା ଜଣେ ।
ଏହା ଏଠିକାର ହିଁ କଥା । ଅକାସୁର, ବକାସୁର ଏହି ସବୁ କଥା ଏହି ସଂଗମ ସମୟର ହିଁ ଅଟେ । ଏହା ଆସୁରୀ
ଦୁନିଆ ହିଁ ଅଟେ । ତେଣୁ ବାବା ବୁଝାଉଛନ୍ତି, ମୁଁ କଳ୍ପ କଳ୍ପ ସଂଗମଯୁଗରେ ଆସୁଛି, ଯେତେବେଳେ
ସାରା ବୃକ୍ଷ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯାଏ ।
ତୁମେ ଜାଣିଛ ସତ୍ୟଯୁଗରେ ପ୍ରତ୍ୟେକ ଜିନିଷ ସତ୍ତ୍ୱପ୍ରଧାନ ଥାଏ । ଏଠାରେ ଏତେ ପକ୍ଷୀ, ଜୀବଜନ୍ତୁ
ଆଦି ଅଛନ୍ତି ଏସବୁ ଏତେ ସଂଖ୍ୟାରେ ସେଠାରେ ରହିବେ ନାହିଁ । ବଡ ବଡ ଲୋକଙ୍କ ପାଖରେ ବହୁତ
ସ୍ୱଚ୍ଛତା ଦେଖିବାକୁ ମିଳିଥାଏ । ସେମାନଙ୍କର ରହିବାର ସ୍ଥାନ ଏବଂ ଆସବାବପତ୍ର ଇତ୍ୟାଦି ବହୁତ
ସୁନ୍ଦର ହୋଇଥାଏ । ତୁମେମାନେ ମଧ୍ୟ କେତେ ଶ୍ରେଷ୍ଠ ଦେବୀ-ଦେବତା ହେଉଛ । ସେଠାରେ ଏଭଳି କୌଣସି
ନିକୃଷ୍ଟ ବସ୍ତୁ ରହିପାରିବ ନାହିଁ । ଏଠାରେ ତ ମଶା-ମାଛି ଇତ୍ୟାଦି ଅନେକ ପ୍ରକାରର ରୋଗ ଜୀବାଣୁ,
କେତେ ସବୁ ଆବର୍ଜନା ରହିଛି । ଗ୍ରାମମାନଙ୍କରେ ଏତେଟା ଆବର୍ଜନା ନ ଥାଏ । ବଡ ବଡ ସହରରେ ବହୁତ
ଅଳିଆ ଆବର୍ଜନା ଥାଏ କାହିଁକି ନା ବହୁତ ମନୁଷ୍ୟ ହୋଇଗଲେଣି । ରହିବା ପାଇଁ ଜାଗା ନାହିଁ । ତୁମେ
ସାରା ବିଶ୍ୱର ମାଲିକ ହେଉଛ । ମନୁଷ୍ୟ ଗାୟନ କରୁଛନ୍ତି ଘଟ ମଧ୍ୟରେ ବ୍ରହ୍ମା, ଘଟ ମଧ୍ୟରେ ବିଷ୍ଣୁ.....
ଘଟ ମଧ୍ୟରେ ହିଁ ୯ ଲକ୍ଷ ତାରାଗଣ ଅଛନ୍ତି । ବ୍ରହ୍ମା ହିଁ ବିଷ୍ଣୁ ହୋଇଯାଆନ୍ତି । ବିଷ୍ଣୁଙ୍କ
ସହିତ ତାରାମାନେ ମଧ୍ୟ ଅଛନ୍ତି । ସତ୍ୟଯୁଗରେ ଏମାନେ ଯେତେବେଳେ ଦେବତା ହୋଇଥାନ୍ତି, ସେତେବେଳେ
ଏତିକି ଅଳ୍ପ ସଂଖ୍ୟାରେ ହିଁ ଥା’ନ୍ତି, ବୃକ୍ଷ ପ୍ରଥମେ ଛୋଟ ହୋଇଥାଏ ପୁଣି ଧୀରେ ଧୀରେ ବୃଦ୍ଧି
ପ୍ରାପ୍ତ କରେ । ସତ୍ୟଯୁଗରେ ତ ବହୁତ ଅଳ୍ପ ରହିବେ । ମଧୁର ପାଣି ଥିବା ନଦୀମାନଙ୍କ କୂଳରେ
ରହୁଥିବେ । ଏଠାରେ ନଦୀମାନଙ୍କ ଠାରୁ ତ ବହୁତ କେନାଲ ଇତ୍ୟାଦି ବାହାର କରୁଛନ୍ତି । ସେଠାରେ
କେନାଲ ଆଦି ନ ଥାଏ । ଖୁବ କମ୍ ସଂଖ୍ୟାରେ ତ ମନୁଷ୍ୟ ଥା’ନ୍ତି । ଏତିକି ଲୋକଙ୍କ ପାଇଁ ଗଙ୍ଗା
ଯମୁନା ନଦୀ ତ ରହିଛି । ସେହି ନଦୀମାନଙ୍କ ଆଖପାଖରେ ହିଁ ନିବାସ କରିବେ । ପଞ୍ଚ ତତ୍ତ୍ୱ ମଧ୍ୟ
ଦେବତାମାନଙ୍କର ସେବକ ହୋଇଯାଆନ୍ତି । କେବେ ହେଲେ ଅସମୟରେ ବର୍ଷା ହୁଏ ନାହିଁ । ନଦୀମାନେ ମଧ୍ୟ
କେବେ ଉଛୁଳନ୍ତି ନାହିଁ । ଯେହେତୁ ତାର ନାମ ସ୍ୱର୍ଗ ତେବେ ଆଉ କ’ଣ କହିବା? କହୁଛନ୍ତି ସ୍ୱର୍ଗର
ଆୟୁଷ ଏତେ ଲକ୍ଷ ବର୍ଷ ଅଟେ । ତାହା ହେଲେ ସେଠାରେ କିଏ ରାଜ୍ୟ କରୁଥିଲେ, ତାହା ତ କୁହ । କେତେ
କାହାଣୀ ସବୁ ଶୁଣାଉଛନ୍ତି ।
ତୁମେମାନେ ଜାଣିଛ ଆମେ କଳ୍ପ ପୂର୍ବ ପରି ଅଭିନୟ କରୁଛୁ । ରୁଦ୍ର ଜ୍ଞାନ ଯଜ୍ଞରେ ଅନେକ ପ୍ରକାରର
ଅସୁରମାନଙ୍କର ବିଘ୍ନ ପଡିବ, ପୁଣି ମନୁଷ୍ୟ ଭାବୁଛନ୍ତି ଅସୁରମାନେ ଉପରୁ ଅଳିଆ-ଆବର୍ଜନା ଗୋବର
ଇତ୍ୟାଦି ପକାଉଥିଲେ । କିନ୍ତୁ ଏପରି ନୁହେଁ, ତୁମେ ଦେଖୁଛ - କେତେ ବିଘ୍ନ ପଡୁଛି । ଅବଳାମାନଙ୍କ
ଉପରେ ଅତ୍ୟାଚାର ହେଉଛି ତେବେ ତ ଘଡା ଭରିବ । ବାବା କହୁଛନ୍ତି - କିଛିଟା ସହନ କରିବାକୁ ପଡିବ ।
ତୁମେ ନିଜର ପିତା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଅ । ମାଡ ଖାଇବା ସମୟରେ ମଧ୍ୟ ବୁଦ୍ଧିରେ
ଶିବବାବାଙ୍କୁ ମନେ ପକାଅ । ତୁମ ବୁଦ୍ଧିରେ ତ ଜ୍ଞାନ ଅଛି, ଯଦି କାହାକୁ ଫାସୀ ଉପରେ ଚଢାଯାଉଥାଏ,
ତେବେ ପାଦ୍ରୀମାନେ ତାଙ୍କୁ କୁହନ୍ତି ଗଡ ଫାଦରଙ୍କୁ ମନେ ପକାଅ । ଏପରି କୁହନ୍ତି ନାହିଁ ଯେ
ଖ୍ରୀଷ୍ଟଙ୍କୁ ମନେ ପକାଅ, ଈଶ୍ୱରଙ୍କୁ ମନେ ପକାଇବା ପାଇଁ ଇଙ୍ଗିତ କରିଥା’ନ୍ତି । ଈଶ୍ୱର ଏତେ
ପ୍ରିୟ ଅଟନ୍ତି ଯାହାଙ୍କୁ ସମସ୍ତେ ଡାକୁଛନ୍ତି । ଆତ୍ମା ହିଁ ଡାକୁଛି । ଏବେ ଆତ୍ମ-ଅଭିମାନୀ
ହେବାରେ ହିଁ କଷ୍ଟ । ୬୩ ଜନ୍ମ ତୁମେ ଦେହ ଅଭିମାନରେ ରହିଛ । ଏବେ ଏହି ଗୋଟିଏ ଜନ୍ମରେ ଅଧାକଳ୍ପର
ସେହି ଅଭ୍ୟାସକୁ ସମାପ୍ତ କରିବାକୁ ହେବ । ତୁମେ ଜାଣିଛ - ଦେହୀ-ଅଭିମାନୀ ହେବା ଦ୍ୱାରା ଆମେ
ସ୍ୱର୍ଗର ମାଲିକ ହୋଇଯିବା । କେତେ ଶ୍ରେଷ୍ଠ ପ୍ରାପ୍ତି ଅଟେ, ତେଣୁ ଦିନରାତି ଏହି ଚେଷ୍ଟାରେ ଲାଗି
ରହିବାକୁ ପଡିବ । ମନୁଷ୍ୟ ବ୍ୟବସାୟ ଇତ୍ୟାଦିରେ ମଧ୍ୟ ପରିଶ୍ରମ କରୁଛନ୍ତି । ରୋଜଗାର ସମୟରେ
ମନୁଷ୍ୟଙ୍କୁ କେବେ ହାଇ ଆସିବ ନାହିଁ କି ନିଦ ମାଡିବ ନାହିଁ କାହିଁକି ନା ଆୟ ହେଉଛି । ଧନର ଖୁସି
ରହିଥାଏ । ଥକିଯିବାର କୌଣସି କାରଣ ନ ଥାଏ । ବ୍ରହ୍ମାବାବା ମଧ୍ୟ ଅନୁଭବୀ ଅଟନ୍ତି ନା । ଯଦି
ରାତିରେ ମଧ୍ୟ ଷ୍ଟିମର ଆସୁଥିଲା ତେବେ ରାତି ଅନିଦ୍ରା ହୋଇ ଜିନିଷ-ପତ୍ର ବିକୁଥିଲେ । ଯେ
ପର୍ଯ୍ୟନ୍ତ ଗ୍ରାହକର ପକେଟ ଖାଲି ନ ହୋଇଛି ସେ ପର୍ଯ୍ୟନ୍ତ ତାଙ୍କୁ ଛାଡୁ ନ ଥିଲେ । ଶିବବାବା
ମଧ୍ୟ ପୁରା ଅନୁଭବୀ ରଥ ନେଇଛନ୍ତି । ବ୍ରହ୍ମାବାବା ସବୁ କିଛି ଅନୁଭବ କରିଛନ୍ତି । ଗାଉଁଲି ପିଲା
ମଧ୍ୟ ଥିଲେ । ୧୦ ଅଣା ପଇସାରେ ମହଣେ ଅର୍ଥାତ୍ ଚାଳିଶ ସେର ଓଜନ ଶସ୍ୟ (ଚାଉଳ, ଗହମ, ବାଜରା
ଇତ୍ୟାଦି) ବିକ୍ରି କରୁଥିଲେ । ଏବେ ଦେଖ ବିଶ୍ୱର ମାଲିକ ହେବାକୁ ଯାଉଛନ୍ତି । ଏକଦମ ନିପଟ ମଫସଲି
ଥିଲେ । ପୁଣି ଯେତେବେଳେ ଉପରକୁ ଉଠିଗଲେ, ଏକଦମ ହୀରା-ନୀଳା ବ୍ୟବସାୟରେ ଲାଗିଗଲେ । ବାସ୍ କେବଳ
ହୀରା-ନୀଳାର ହିଁ କଥା । ଏହି ଈଶ୍ୱରୀୟ ଜ୍ଞାନ ହେଉଛି ପ୍ରକୃତ ହୀରା-ନୀଳା । ଏହା ହେଉଛି ପ୍ରକୃତ
ରାଜକୀୟ ବ୍ୟବସାୟ । ବ୍ରହ୍ମାବାବା ବହୁତ ଅନୁଭବୀ ଅଟନ୍ତି । ବାବା ଭାଇସ୍ ରାଏ ମାନଙ୍କ ଘରକୁ ଏପରି
ଯାଉଥିଲେ ଯେପରି ନିଜ ଘର । ଏହାକୁ କୁହାଯାଉଛି ଅବିନାଶୀ ଜ୍ଞାନ ରତ୍ନ । ଏହାକୁ ତୁମେ ଯେତେ
ବୁଦ୍ଧିରେ ଧାରଣ କରିବ, ତୁମେ ସେତେ ପଦ୍ମପତି ହେବ । ଶିବବାବାଙ୍କୁ କୁହାଯାଏ ସୌଦାଗର, ରତ୍ନାକର
। ତାଙ୍କର ଏପରି ମହିମା ମଧ୍ୟ ଗାୟନ କରୁଛନ୍ତି, ପୁଣି କହିଦେଉଛନ୍ତି ସର୍ବବ୍ୟାପୀ । ମହିମା ସହିତ
ପୁଣି କେତେ ନିନ୍ଦା କରୁଛନ୍ତି । ଭକ୍ତିମାର୍ଗର କିପରି ଅବସ୍ଥା ହୋଇଗଲାଣି । ବାବା କହୁଛନ୍ତି -
ଯେତେବେଳେ ଭକ୍ତି ଶେଷ ହେବାକୁ ଯାଉଥାଏ, ସେତେବେଳେ ଭକ୍ତମାନଙ୍କର ରକ୍ଷକ ପିତା ଆସିଥା’ନ୍ତି ।
ବହୁତ ଭକ୍ତି କିଏ କରନ୍ତି, ଏକଥା ମଧ୍ୟ ପ୍ରମାଣିତ ହୋଇଥାଏ । ସବୁଠାରୁ ଅଧିକ ଭକ୍ତି ତୁମେମାନେ
କରିଛ । ତୁମେମାନେ ହି ଏଠାକୁ ଆସି ପ୍ରଥମେ ପ୍ରଥମେ ବ୍ରାହ୍ମଣ ହେଉଛ ଏବଂ ବାବାଙ୍କଠାରୁ
ପୁନର୍ବାର ପୂଜ୍ୟ ହେବାର ସମ୍ପତ୍ତି ନେଉଛ । ରାବଣ ତୁମକୁ ପୂଜାରୀ କରିଦେଇଛି, ବାବା ଆସି ପୂଜ୍ୟ
କରୁଛନ୍ତି । ଏହା ହେଉଛି ଭଗବାନଉବାଚ । ଭଗବାନ ଜଣେ ଅଟନ୍ତି । ୨-୩ ଜଣ ଭଗବାନ ନ ଥାନ୍ତି । ଗୀତା
ଭଗବାନଙ୍କ ଦ୍ୱାରା ଉଚ୍ଚାରିତ ହୋଇଛି । ଶିବ ଭଗବାନଉବାଚ ପରିବର୍ତ୍ତେ କୃଷ୍ଣଙ୍କର ନାମ ଲେଖି
ଦେଇଛନ୍ତି, ତେବେ କେତେ ପାର୍ଥକ୍ୟ ହୋଇଯାଇଛି । ଡ୍ରାମା ଅନୁସାରେ ପୁଣି ଗୀତାର ନାମ ଏହିଭଳି
ପରିବର୍ତ୍ତନ ହେବ । ପୁନର୍ବାର ଡାକୁଛନ୍ତି ହେ ପତିତପାବନ ଆସ । ବାବା ପବିତ୍ର କରୁଛନ୍ତି, ରାବଣ
ପତିତ କରୁଛି । ତେଣୁ ଏସବୁ ବୁଝିବା ପାଇଁ କେତେ ବୁଦ୍ଧି ଦରକାର । ଶ୍ରୀମତ ହେଉଛି ଏକମାତ୍ର
ବାବାଙ୍କର ଶ୍ରେଷ୍ଠରୁ ଶ୍ରେଷ୍ଠ ମତ । ଏହି ଲକ୍ଷ୍ମୀ-ନାରାୟଣ ବାବାଙ୍କ ମତ ଆଧାରରେ ହିଁ ସ୍ୱର୍ଗର
ମାଲିକ ହୋଇଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ଗୋଟିଏ
ଜନ୍ମରେ ୬୩ ଜନ୍ମର ପୁରୁଣା ଦେହ-ଅଭିମାନର ଅଭ୍ୟାସକୁ ସମାପ୍ତ କରିବାର ପରିଶ୍ରମ କରିବାକୁ ହେବ ।
ଦେହୀ-ଅଭିମାନୀ ହୋଇ ସ୍ୱର୍ଗର ମାଲିକ ହେବାକୁ ପଡିବ ।
(୨) ଏହି ହୀରା ତୁଲ୍ୟ
ଶ୍ରେଷ୍ଠ ଜନ୍ମରେ ବୁଦ୍ଧିକୁ ଏଣେତେଣେ ଭ୍ରମିତ କରିବାର ନାହିଁ, ସତ୍ୱପ୍ରଧାନ ହେବାର ଅଛି । ସବୁ
ଅତ୍ୟାଚାରକୁ ସହନ କରି ବାବାଙ୍କଠାରୁ ପୂରା ସମ୍ପତ୍ତି ନେବାର ଅଛି ।
ବରଦାନ:-
ସାକାର ପିତାଙ୍କ
ସମାନ ନିଜର ପ୍ରତ୍ୟେକ କର୍ମକୁ ସ୍ମରଣ ଯୋଗ୍ୟ କରୁଥିବା ଆଧାରମୂରତ ଏବଂ ଉଦ୍ଧାରମୂରତ ଭବ ।
ଯେପରି ସାକାର ବାବା
ନିଜର ପ୍ରତ୍ୟେକ କର୍ମକୁ ସ୍ମରଣ ଯୋଗ୍ୟ କରିଦେଇଛନ୍ତି । ସେହିପରି ତୁମମାନଙ୍କର ପ୍ରତ୍ୟେକ କର୍ମ
ସ୍ମରଣ ଯୋଗ୍ୟ ସେତେବେଳେ ହୋଇପାରିବ ଯେତେବେଳେ ତୁମେମାନେ ନିଜକୁ ଆଧାରମୂରତ ଏବଂ ଉଦ୍ଧାର ମୂରତ
ମନେ କରିଚାଲିବ । ଯେଉଁମାନେ ନିଜକୁ ବିଶ୍ୱ ପରିବର୍ତ୍ତନର ଆଧାର ମୂରତ ମନେ କରନ୍ତି, ସେମାନଙ୍କର
ପ୍ରତ୍ୟେକ କର୍ମ ମହାନ ହୋଇଥାଏ ଏବଂ ଦୃଷ୍ଟି ବୃତ୍ତିରେ ଯେତେବେଳେ ସମସ୍ତଙ୍କ ପ୍ରତି କଲ୍ୟାଣର
ଭାବନା ରହିଥାଏ ସେତେବେଳେ ନିଜର ପ୍ରତ୍ୟେକ କର୍ମ ଶ୍ରେଷ୍ଠ ହୋଇଥାଏ । ଏହିଭଳି ଶ୍ରେଷ୍ଠ କର୍ମ
ହିଁ ସ୍ମରଣଯୋଗ୍ୟ ଅର୍ଥାତ୍ ସ୍ମାରକୀ ହୋଇଥାଏ ।
ସ୍ଲୋଗାନ:-
ସତ୍ୟତାର
ଶକ୍ତିକୁ ଧାରଣ କରିବା ପାଇଁ ସହନଶୀଳ ହୁଅ ।
ଅବ୍ୟକ୍ତ ଈଶାରା -
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।
ଏହି ସହଜଯୋଗୀ ଜୀବନରେ
ଯଦି କୌଣସି କଥାରେ ମୁଶ୍କିଲ୍ର ଅନୁଭବ ହେଉଛି ତେବେ ସହଜ ରାଜ୍ୟ କିପରି କରିବ । ଏଠିକାର
ସଂସ୍କାରକୁ ହିଁ ସେଠାକୁ ନେଇକରିଯିବ । ଦେଖ, ତୁମମାନଙ୍କର ସ୍ମାରକୀ ରୂପରେ ଦେବତାମାନଙ୍କର ଯେଉଁ
ଚିତ୍ର ତିଆରି କରୁଛନ୍ତି, ତାଙ୍କର ଚେହେରାରେ ସରଳତା ନିଶ୍ଚିତ ଦେଖାଇଥାଆନ୍ତି । ତେଣୁ ଯିଏ
ଯେତିକି ସହଜ ପୁରୁଷାର୍ଥୀ ହୋଇଥିବ ସେ ସେହି ଅନୁସାରେ ସଂକଳ୍ପରେ ମଧ୍ୟ ସରଳ, ବାଣୀରେ ମଧ୍ୟ ସରଳ,
କର୍ମରେ ମଧ୍ୟ ସରଳ ହୋଇଥିବ । ତାଙ୍କୁ ହିଁ ଫରିସ୍ତା କୁହାଯାଏ ।